20.03.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ପୁଣ୍ୟ
ଆତ୍ମା ହେବା ପାଇଁ ଏକମାତ୍ର ବାବାଙ୍କୁ ମନେ ପକାଅ, ଯୋଗବଳ ଦ୍ୱାରା ହିଁ ଆତ୍ମାରୁ ଖାଦ
ବାହାରିଯିବ ଏବଂ ଆତ୍ମା ପବିତ୍ର ହୋଇଯିବ ।”
ପ୍ରଶ୍ନ:-
କେଉଁ ସ୍ମୃତି
ରହିଲେ କେବେ ହେଲେ କୌଣସି କଥାରେ ଝାଉଁଳି ପଡିବ ନାହିଁ?
ଉତ୍ତର:-
ଡ୍ରାମାର ସ୍ମୃତି । ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ, ଏଥିରେ କିଛି ବି ନୂଆ ନୁହେଁ....
ଅବିରତ ଭାବରେ ଆଗକୁ ବଢି ଚାଲିଛି । ଏହା ଅନାଦି ଡ୍ରାମା । ଏଥିରେ କୌଣସି କଥାରେ ଦ୍ୱନ୍ଦ୍ୱରେ
ପଡିବାର ଦରକାର ନାହିଁ । କେତେକ ସନ୍ତାନ କହୁଛନ୍ତି କିଏ ଜାଣେ ଏହା ଆମର ଅନ୍ତିମ ୮୪ ତମ ଜନ୍ମ କି
ନାହିଁ? ଏହିଭଳି ଭାବି ଦ୍ୱନ୍ଦ୍ୱରେ ପଡି ଯାଉଛନ୍ତି । ବାବା କହୁଛନ୍ତି ଦ୍ୱନ୍ଦ୍ୱରେ ପଡ ନାହିଁ,
ମନୁଷ୍ୟରୁ ଦେବତା ହେବାର ପୁରୁଷାର୍ଥ କର ।
ଓମ୍ ଶାନ୍ତି ।
ପିଲାମାନଙ୍କୁ ଓମ୍ ଶାନ୍ତିର ଅର୍ଥ ତ ଜଣା ଅଛି ଯେ ମୁଁ ଆତ୍ମା ଏବଂ ମୋ ଆତ୍ମାର ସ୍ୱଧର୍ମ ହେଉଛି
ଶାନ୍ତି । ମୁଁ ଆତ୍ମା ଶାନ୍ତ ସ୍ୱରୂପ, ଶାନ୍ତିଧାମର ବାସିନ୍ଦା ଅଟେ । ଏହି ପାଠ ପକ୍କା କରିଚାଲ
। ଏ କଥା କିଏ ବୁଝାଉଛନ୍ତି? ଶିବବାବା । ତାଙ୍କୁ ହିଁ ମନେ ପକାଇବାକୁ ହେବ । ତାଙ୍କର ନିଜର ରଥ
ନାହିଁ ସେଥିପାଇଁ ବୃଷଭକୁ ତାଙ୍କର ବାହନ ରୂପେ ଦେଖାଇଛନ୍ତି । ମନ୍ଦିରରେ ମଧ୍ୟ ବୃଷଭ
ରଖିଦେଇଛନ୍ତି । ଏହାକୁ ପୂରା ଅଜ୍ଞାନ ବୋଲି କୁହାଯିବ । ବାବା ପିଲାମାନଙ୍କୁ ଅଥବା ଆତ୍ମାମାନଙ୍କୁ
ବୁଝାଉଛନ୍ତି । ଇଏ ଆତ୍ମାମାନଙ୍କର ପିତା ଶିବ ଅଟନ୍ତି । ଏହାଙ୍କର ବହୁତ ନାମ ରହିଛି । କିନ୍ତୁ
ବହୁତ ନାମ ଥିବା ଯୋଗୁଁ ଦ୍ୱନ୍ଦ୍ୱରେ ପଡୁଛନ୍ତି । ବାସ୍ତବରେ ଏହାଙ୍କ ନାମ ଶିବ । ଶିବଜୟନ୍ତୀ
ମଧ୍ୟ ଭାରତରେ ପାଳନ କରାଯାଉଛି । ସେହିଁ ନିରକାର ବାବା ଅଟନ୍ତି, ଆସି ପତିତଙ୍କୁ ପାବନ କରାଉଛନ୍ତି
। କେହି ଭାଗୀରଥ, କେହି ନନ୍ଦୀଗଣ କହିଦେଉଛନ୍ତି । ବାବା ହିଁ କହୁଛନ୍ତି ଯେ ମୁଁ କେଉଁ ଭାଗ୍ୟଶାଳୀ
ରଥରେ ଆସୁଛି । ମୁଁ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରୁଛି । ବ୍ରହ୍ମାଙ୍କ ଦ୍ୱାରା ଭାରତକୁ
ସ୍ୱର୍ଗ କରୁଛି । ତୁମେ ସବୁ ଭାରତବାସୀ ଜାଣିଛ ଯେ ଭାରତରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ।
ତୁମେ ସବୁ ଆଦି ସନାତନ ଦେବୀ ଦେବତା ଧର୍ମର ଥିଲ, ସ୍ୱର୍ଗବାସୀ ଥିଲ । ୫ ହଜାର ବର୍ଷ ପୂର୍ବରୁ
ମୁଁ ଆସି ତୁମ ସମସ୍ତଙ୍କୁ ସତ୍ତ୍ୱପ୍ରଧାନ ସ୍ୱର୍ଗର ମାଲିକ କରିଥିଲି । ପୁଣି ନିଶ୍ଚୟ ତୁମକୁ
ପୁନର୍ଜନ୍ମ ନେବାକୁ ପଡିବ । ବାବା କେତେ ସିଧାସଳଖ ଭାବରେ କହୁଛନ୍ତି । ଏବେ ଶିବ ଜୟନ୍ତୀ ପାଳନ
କରୁଛ, ବାବାଙ୍କର ଅବତରଣ ହେବାରେ ୯୦ ବର୍ଷ ହେଲାଣି । ତା’ ସହିତ ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କର
ମଧ୍ୟ ଅବତରଣ ହୋଇଛି । ତ୍ରିମୂର୍ତ୍ତି ବ୍ରହ୍ମାଙ୍କ ଜୟନ୍ତୀ କେହି ଦର୍ଶାଉ ନାହାଁନ୍ତି, ଦେଖାଇବା
ଜରୁରୀ କାହିଁକି ନା ବାବା କହୁଛନ୍ତି ମୁଁ ପୁନର୍ବାର ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରାଉଛି ।
ତୁମକୁ ବ୍ରାହ୍ମଣ ରୂପେ ଗଢୁଛି । ତେଣୁ ବ୍ରହ୍ମା ଓ ବ୍ରାହ୍ମଣ ବଂଶଙ୍କର ମଧ୍ୟ ଜନ୍ମ ହେଉଛି ।
ପୁଣି ଦେଖାଉଛି - ତୁମେ ବିଷ୍ଣୁପୁରୀର ମାଲିକ ହେବ । ବାବାଙ୍କ ସ୍ମୃତି ଦ୍ୱାରା ହିଁ ତୁମର ଖାଦ
ବାହାରିବ । ଭଲେ ଭାରତର ପ୍ରାଚୀନ ଯୋଗ ପ୍ରସିଦ୍ଧ ଅଟେ କିନ୍ତୁ ଏହାକୁ କିଏ ଶିଖାଇଥିଲେ, ଏକଥା
କେହି ହେଲେ ଜାଣି ନାହାଁନ୍ତି । ନିଜେ କହୁଛନ୍ତି ହେ ପିଲାମାନେ ତୁମେ ନିଜର ପିତାଙ୍କୁ ମନେ ପକାଅ
। ମୋଠାରୁ ତୁମକୁ ସମ୍ପତ୍ତି ମିଳୁଛି । ମୁଁ ତୁମର ପିତା ଅଟେ । ମୁଁ କଳ୍ପ-କଳ୍ପ ଆସି, ତୁମକୁ
ମନୁଷ୍ୟରୁ ଦେବତା କରାଉଛି, କାହିଁକି ନା ତୁମେ ଦେବୀ-ଦେବତା ଥିଲ, ପୁଣି ୮୪ ଜନ୍ମ ନେଇ ନେଇ ଆସି
ପତିତ ହୋଇଛ । ରାବଣର ମତରେ ଚାଲୁଛ । ଈଶ୍ୱରୀୟ ମତ ଦ୍ୱାରା ତୁମେ ସ୍ୱର୍ଗର ମାଲିକ ହେଉଛ ।
ବାବା କହୁଛନ୍ତି ମୁଁ କଳ୍ପ ପୂର୍ବରୁ ମଧ୍ୟ ଆସିଥିଲି । ଯାହା କିଛି ପାସ୍ ହେଉଛି, ତାହା
କଳ୍ପ-କଳ୍ପ ହୋଇ ଚାଲିବ । ବାବା ପୁଣି ଆସି ଏହାଙ୍କ ଶରୀରରେ ପ୍ରବେଶ କରିବେ ଏବଂ ଏହି ଦାଦାଙ୍କୁ
ମୁକ୍ତ କରିବେ । ପୁଣି ଏହି ଆତ୍ମାଙ୍କର ପାଳନା କରାଇବେ । ତୁମେ ଜାଣିଛ ଯେ ଆମେ ହିଁ ସତ୍ୟଯୁଗରେ
ଥିଲୁ । ଆମ ଭାରତବାସୀମାନଙ୍କୁ ହିଁ ୮୪ ଜନ୍ମ ନେବାକୁ ପଡୁଛି । ପ୍ରଥମେ-ପ୍ରଥମେ ତୁମେ ସର୍ବଗୁଣ
ସମ୍ପନ୍ନ ୧୬ କଳା ସମ୍ପୂର୍ଣ୍ଣ ଥିଲ । କ୍ରମଅନୁସାରେ ଯଥା ରାଜା ରାଣୀ ତଥା ପ୍ରଜା ଥିଲେ । ସମସ୍ତେ
ତ ରାଜା ହୋଇପାରିବେ ନାହିଁ । ତେଣୁ ବାବା ବୁଝାଉଛନ୍ତି ସତ୍ୟଯୁଗରେ ତୁମର ୮ ଜନ୍ମ, ତ୍ରେତାଯୁଗରେ
୧୨ ଜନ୍ମ... ଏହିପରି ହିଁ ନିଜକୁ ଭାବ ଯେ ଆମେ ଏହି ଅଭିନୟ କରୁଛୁ । ପ୍ରଥମେ ସୂର୍ଯ୍ୟବଂଶୀ ପରେ
ଚନ୍ଦ୍ରବଂଶୀ ରାଜଧାନୀରେ ଅଭିନୟ କରିଲୁ ପୁଣି ତଳକୁ ଓହ୍ଲାଇ ବାମ ମାର୍ଗରେ ଆସିଲୁ । ପୁଣି ଆମେ
୬୩ ଜନ୍ମ ନେଲୁ । ଭାରତବାସୀ ହିଁ ପୂରା ୮୪ ଜନ୍ମ ନେଉଛନ୍ତି, ଆଉ କୌଣସି ଧର୍ମାବଲମ୍ବୀ ଏତେ ଜନ୍ମ
ନେଉ ନାହାଁନ୍ତି । ଗୁରୁ ନାନକଙ୍କୁ ଆସିବାର ୫୦୦ ବର୍ଷ ହେଲାଣି, ତାଙ୍କର ପ୍ରାୟ ୧୨-୧୪ ଜନ୍ମ
ହେବ । ଏହି ହିସାବ ବାହାର କରାଯାଉଛି । ଖ୍ରୀଷ୍ଟିୟାନମାନେ ଦୁଇ ହଜାର ବର୍ଷରେ ୬୦ ଥର ପୁନର୍ଜନ୍ମ
ନେଇଥିବେ । ବୃଦ୍ଧି ହୋଇ ଚାଲିଛି । ପୁନର୍ଜନ୍ମ ନେଇ ଚାଲିଛନ୍ତି । ବୁଦ୍ଧିରେ ବିଚାର କର ଯେ ଆମେ
ହିଁ ୮୪ ଜନ୍ମ ଭୋଗ କରିଛୁ, ପୁଣି ସତ୍ତ୍ୱପ୍ରଧାନ ହେବାକୁ ପଡିବ । ଯାହା କିଛି ବିତିଗଲା ତାହା
ଡ୍ରାମା । ଯାହା ଡ୍ରାମାରେ ବିତିଯାଇଛି ତାହାର ପୁଣି ପୁନରାବୃତ୍ତି ହେବ । ବାବା ବେହଦର ଇତିହାସକୁ
ତୁମକୁ ନେଇ ଯାଉଛନ୍ତି । ତୁମେ ପୁନର୍ଜନ୍ମ ନେଇ ଆସିଛ । ଏବେ ତୁମେ ୮୪ ଜନ୍ମ ପୂରା କରିଛ । ଏବେ
ବାବା ପୁଣି ଥରେ ମନେ ପକାଇ ଦେଉଛନ୍ତି ଯେ ତୁମର ଘର ହେଉଛି ଶାନ୍ତିଧାମ । ଆତ୍ମାର ରୂପ କ’ଣ?
ବିନ୍ଦୁ । ସେଠାରେ ଯେପରି ବିନ୍ଦୁର ବୃକ୍ଷ ରହିଛି । ଆତ୍ମାମାନଙ୍କର ମଧ୍ୟ କ୍ରମ ଅନୁସାରେ ବୃକ୍ଷ
ରହିଛି । କ୍ରମ ଅନୁସାରେ ତଳକୁ ଆସିବାକୁ ପଡୁଛି । ପରମାତ୍ମା ମଧ୍ୟ ବିନ୍ଦୁ ଅଟନ୍ତି । ଏପରି ନୁହେଁ
ଯେ ଏତେ ବଡ ଲିଙ୍ଗ ଅଟନ୍ତି । ବାବା କହୁଛନ୍ତି ତୁମେ ମୋର ସନ୍ତାନ ହେଉଥିବାରୁ ମୁଁ ତୁମକୁ
ସ୍ୱର୍ଗର ମାଲିକ କରାଉଛି । ପ୍ରଥମେ ତୁମେ ମୋର ହେଉଛ ପୁଣି ମୁଁ ତୁମକୁ ପାଠ ପଢାଉଛି । କହୁଛ ବାବା
ଆମେ ତୁମର ଅଟୁ । ତା ସହିତ ପାଠ ପଢିବାକୁ ମଧ୍ୟ ହେବ । ମୋର ହେବା ମାତ୍ରକେ ତୁମର ପାଠପଢା ଆରମ୍ଭ
ହୋଇଯାଉଛି ।
ବାବା କହୁଛନ୍ତି ଏହା ତୁମର ଅନ୍ତିମ ଜନ୍ମ ଅଟେ, ତେଣୁ କମଳ ପୁଷ୍ପପରି ପବିତ୍ର ହୁଅ । ପିଲାମାନେ
ପ୍ରତିଜ୍ଞା କରୁଛନ୍ତି ଯେ ବାବା ଆମେ ଆପଣଙ୍କଠାରୁ ସମ୍ପତ୍ତି ନେବା ପାଇଁ ଯୋଗ୍ୟ ହେବୁ । କେବେ
ପତିତ ହେବୁ ନାହିଁ । ୬୩ ଜନ୍ମ ତ ପତିତ ହୋଇଛୁ । ଏହା ୮୪ ଜନ୍ମର କାହାଣୀ ଅଟେ । ବାବା ଆସି ସହଜ
କରି ବତାଉଛନ୍ତି । ଯେପରି ଲୌକିକ ପିତା କହୁଛନ୍ତି ନା । ତେଣୁ ଇଏ ହେଉଛନ୍ତି ବେହଦର ପିତା । ସେ
ଆସି ଆତ୍ମାମାନଙ୍କୁ ସନ୍ତାନ ବୋଲି କହି କଥା ହେଉଛନ୍ତି । ଶିବରାତ୍ରି ମଧ୍ୟ ପାଳନ କରୁଛନ୍ତି ନା
। ଏହା ଅଧାକଳ୍ପର ଦିନ ଓ ଅଧାକଳ୍ପର ରାତି । ବର୍ତ୍ତମାନ ହେଉଛି ରାତ୍ରିର ଅନ୍ତିମ ସମୟ ଏବଂ ଦିନର
ଆଦି ସଂଗମ ସମୟ । ଭାରତ ସତ୍ୟଯୁଗ ଥିବା ସମୟରେ ଦିନ ଥିଲା । ସତ୍ୟଯୁଗ ତ୍ରେତା ଯୁଗକୁ
ବ୍ରହ୍ମାଙ୍କର ଦିନ କୁହାଯାଉଛି । ତୁମେ ବ୍ରାହ୍ମଣ ଅଟ ନା । ତୁମେ ବ୍ରାହ୍ମଣମାନେ ଜାଣିଛ ଯେ ଆମର
ଏବେ ରାତ୍ରି ଚାଲିଛି । ଭକ୍ତି ତମୋପ୍ରଧାନ ହୋଇଯାଇଛି । ଦ୍ୱାର ଦ୍ୱାର ଧକ୍କା ଖାଉଛନ୍ତି,
ସମସ୍ତଙ୍କର ପୂଜା କରିଚାଲିଛନ୍ତି । ଟିୱାଟେ ଅର୍ଥାତ୍ ତ୍ରିଛକିରେ ମଧ୍ୟ ପୂଜା କରୁଛନ୍ତି ।
ମନୁଷ୍ୟ ଶରୀରର ମଧ୍ୟ ପୂଜା କରୁଛନ୍ତି । ସନ୍ନ୍ୟାସୀମାନେ ନିଜକୁ ଶିବୋହମ୍ କହି ବସିଯାଉଛନ୍ତି
ପୁଣି ମାତାମାନେ ଯାଇ ତାଙ୍କର ପୂଜା କରୁଛନ୍ତି । ବ୍ରହ୍ମାବାବା ବହୁତ ଅନୁଭବୀ ଅଟନ୍ତି । ବାବା
କହୁଛନ୍ତି ମୁଁ ମଧ୍ୟ ବହୁତ ପୂଜା କରିଛି । କିନ୍ତୁ ସେ ସମୟରେ ଜ୍ଞାନ ତ ନ ଥିଲା । ମନୁଷ୍ୟଙ୍କ
ନିକଟରେ ଫଳ ପୁଷ୍ପ ଅର୍ପଣ କରୁଥିଲେ । ଏହା ମଧ୍ୟ ଠକାମୀ ହେଲା ନା । କିନ୍ତୁ ଏ ସବୁ ପୁଣି ବି
ହେବ । ଭଗବାନ ଭକ୍ତଙ୍କର ରକ୍ଷକ କାହିଁକି ନା ସମସ୍ତେ ଦୁଃଖୀ ଅଟନ୍ତି ନା । ବାବା ବୁଝାଉଛନ୍ତି
ଯେ ଦ୍ୱାପରରୁ ନେଇ ତୁମେ ଗୁରୁ କରିଆସିଛ ଓ ଭକ୍ତିମାର୍ଗକୁ ଓହ୍ଲାଇ ଆସିଛ । ବର୍ତ୍ତମାନ
ପର୍ଯ୍ୟନ୍ତ ମଧ୍ୟ ସାଧୁମାନେ ସାଧନା କରୁଛନ୍ତି । ବାବା କହୁଛନ୍ତି ଯେ ତାଙ୍କର ମଧ୍ୟ ମୁଁ ଉଦ୍ଧାର
କରୁଛି । ସଂଗମରେ ତୁମର ସଦ୍ଗତି ହୋଇଯାଉଛି ପୁଣି ତୁମେ ୮୪ ଜନ୍ମ ନେଉଛ । ବାବାଙ୍କୁ ଜ୍ଞାନର
ସାଗର, ମନୁଷ୍ୟ ସୃଷ୍ଟିର ବୀଜରୂପ ବୋଲି କୁହାଯାଉଛି । ସେ ସତ୍ ଚିତ୍ ଆନନ୍ଦ ସ୍ୱରୂପ ଅଟନ୍ତି ।
ତାଙ୍କର କେବେ ବିନାଶ ହୁଏ ନାହିଁ, ତାଙ୍କ ପାଖରେ ଜ୍ଞାନ ଅଛି । ସେ ଜ୍ଞାନର ସାଗର, ସ୍ନେହର ସାଗର
ଅଟନ୍ତି, ନିଶ୍ଚୟ ତାଙ୍କଠାରୁ ସମ୍ପତ୍ତି ମିଳିବା ଉଚିତ୍ । ଏବେ ତୁମକୁ ସମ୍ପତ୍ତି ମିଳୁଛି । ସିଏ
ଶିବବାବା ଅଟନ୍ତି ନା । ସେ ମଧ୍ୟ ବାବା, ଇଏ ମଧ୍ୟ ତୁମର ବାବା । ପୁଣି ଶିବବାବା ବ୍ରହ୍ମାଙ୍କ
ଦ୍ୱାରା ତୁମକୁ ପଢାଉଛନ୍ତି, ସେଥିପାଇଁ ପ୍ରଜାପିତା ବ୍ରହ୍ମାକୁମାର କୁମାରୀ କୁହାଯାଉଛି । ବହୁତ
ସଂଖ୍ୟାରେ ବି.କେ. ରହିଛନ୍ତି । କହୁଛନ୍ତି ଆମକୁ ଜେଜେବାପାଙ୍କଠାରୁ ସମ୍ପତ୍ତି ମିଳୁଛି ।
ପିଲାମାନେ କହୁଛନ୍ତି ଯେ ବାବା ଆମକୁ ନର୍କବାସୀରୁ ସ୍ୱର୍ଗବାସୀ କରାଉଛନ୍ତି । କହୁଛନ୍ତି ହେ
ପିଲାମାନେ - ମୋତେ ମନେ ପକାଅ ତେବେ ତୁମ ମୁଣ୍ଡ ଉପରେ ଥିବା ପାପର ବୋଝ ଭସ୍ମ ହୋଇଯିବ । ପୁଣି
ତୁମେ ସତ୍ତ୍ୱପ୍ରଧାନ ହୋଇଯିବ । ତୁମେ ସୁବର୍ଣ୍ଣ ସଦୃଶ ମୂଲ୍ୟବାନ ଅଳଙ୍କାର ଥିଲ । ଆତ୍ମା ଏବଂ
ଶରୀର ଉଭୟ ସତ୍ତ୍ୱପ୍ରଧାନ ଥିଲା । ଆତ୍ମା ପୁଣି ସତ୍ତ୍ୱ-ରଜୋ-ତମୋ ହେବା ଦ୍ୱାରା ଶରୀର ମଧ୍ୟ ଏପରି
ତମୋଗୁଣୀ ମିଳିଥାଏ । ବାବା ତୁମକୁ ରାୟ ଦେଉଛନ୍ତି ଯେ ପିଲାମାନେ କେବଳ ମୋତେ ମନେ ପକାଅ । ମୋତେ
ଡାକୁଛ ନା ହେ ପତିତ-ପାବନ ଆସ । ଭାରତର ପ୍ରାଚୀନ ରାଜଯୋଗ ପ୍ରସିଦ୍ଧ ଅଟେ । ତାହା ତୁମକୁ ଏବେ
ଶିଖାଉଛି କି ମୋ ସହିତ ଯୋଗ ରଖିଲେ ଏଥିରେ ତୁମର ସବୁ ଖାଦ ନଷ୍ଟ ହୋଇଯିବ । ଯେତେ ୟାଦ କରିବ ସେତେ
ଖାଦ ବାହାରିଯିବ । ୟାଦ ହିଁ ମୁଖ୍ୟ କଥା ଅଟେ । ଜ୍ଞାନ ତ ବାବା ଦେଇଛନ୍ତି - ସତ୍ୟଯୁଗରେ ଯଥା
ରାଜା ରାଣୀ ତଥା ପ୍ରଜା ସମସ୍ତେ ପବିତ୍ର ଥିଲେ, ଏବେ ସମସ୍ତେ ପତିତ ହୋଇଯାଇଛନ୍ତି । ବାବା
କହୁଛନ୍ତି ଏହାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମରେ ମୁଁ ପ୍ରବେଶ କରୁଛି । ଏହାଙ୍କୁ ଭାଗ୍ୟଶାଳୀ
ରଥ ବୋଲି କୁହାଯାଉଛି । ଇଏ ପାଠପଢି ପୁଣି ପ୍ରଥମ ନମ୍ବରକୁ ଯାଉଛନ୍ତି । ପିଲାମାନେ କ୍ରମ ଅନୁସାରେ
ତ ରହିବେ ନା । ମୁଖ୍ୟ ଜଣଙ୍କର ନାମ କୁହାଯାଉଛି । ବାବା ପିଲାମାନଙ୍କୁ ୮୪ ଜନ୍ମର ରହସ୍ୟ ଭଲ
ଭାବରେ ବୁଝାଇଛନ୍ତି । ତୁମେ ଆଦି ସନାତନ ଦେବୀ-ଦେବତା ଧର୍ମର ଅଟ, ହିନ୍ଦୁ ଧର୍ମର ନୁହଁ । ତୁମର
କର୍ମ, ଧର୍ମ ଶ୍ରେଷ୍ଠ ଥିଲା ପୁଣି ରାବଣର ପ୍ରବେଶତା ହେବା ଦ୍ୱାରା ତୁମର ଧର୍ମ-କର୍ମ ସବୁ
ଭ୍ରଷ୍ଟ ହୋଇଯାଇଛି । ନିଜକୁ ଦେବୀ-ଦେବତା କହିବା ପାଇଁ ଲଜ୍ଜ୍ୟା ଲାଗୁଛି ସେଥିପାଇଁ ହିନ୍ଦୁ ନାମ
ରଖି ଦେଇଛନ୍ତି । ବାସ୍ତବରେ ତୁମେ ଆଦି ସନାତନ ଦେବୀ-ଦେବତା ଧର୍ମର ଥିଲ । ତୁମେ ୮୪ ଜନ୍ମ ନେଇଛ
ପୁଣି ଏବେ ପତିତ ହୋଇଯାଇଛ । ୮୪ ଜନ୍ମର ଚକ୍ର ଭାରତବାସୀଙ୍କ ପାଇଁ ଉଦ୍ଧିଷ୍ଟ । ସମସ୍ତଙ୍କୁ ଘରକୁ
ତ ଫେରିବାକୁ ହେବ । ପ୍ରଥମେ ତୁମେମାନେ ଯିବ । ଯେପରି ବରଯାତ୍ରୀ ଯାଇଥାନ୍ତି ନା । ଶିବବାବାଙ୍କୁ
ସାଜନ ମଧ୍ୟ କୁହାଯାଉଛି । ତୁମେ ସଜନୀମାନେ ବର୍ତ୍ତମାନ ଛି-ଛି ତମୋପ୍ରଧାନ ହୋଇଯାଇଛ, ତୁମକୁ ଫୁଲ
ଭଳି କରି ସାଥୀରେ ନେଇଯିବେ । ଆତ୍ମାମାନଙ୍କୁ ପବିତ୍ର କରି ନେଇଯିବେ । ସେଥିପାଇଁ ବାବାଙ୍କୁ
ମୁକ୍ତିଦାତା ପଥ ପ୍ରଦର୍ଶକ କୁହାଯାଏ । ବେହଦର ବାବା ହିଁ ସାଥୀରେ ନେଇଯିବେ । ତାଙ୍କର ନାମ କ’ଣ?
ଶିବବାବା । ଶରୀରର ନାମ ରଖାଯାଇଥାଏ କିନ୍ତୁ ପରମାତ୍ମାଙ୍କ ନାମ ହେଉଛି ଶିବ । ବ୍ରହ୍ମା, ବିଷ୍ଣୁ,
ଶଙ୍କରଙ୍କର ତ ସୂକ୍ଷ୍ମ ଶରୀର ରହିଛି । ଶିବବାବାଙ୍କର ତ କୌଣସି ଶରୀର ନାହିଁ । ତାଙ୍କୁ ଶିବବାବା
ହିଁ କୁହାଯାଏ । ପିଲାମାନେ କହୁଛନ୍ତି, ହେ ମାତା-ପିତା ଆମେ ଆପଣଙ୍କର ବାଳକ ହୋଇଛୁ । ଅନ୍ୟମାନେ
ଡାକୁଛନ୍ତି କିନ୍ତୁ ସେମାନଙ୍କୁ ଜଣା ନାହିଁ । ଯଦି ସମସ୍ତେ ଜାଣିଯିବେ ତେବେ ଜଣା ନାହିଁ କ’ଣ
ହେବ । ଦୈବୀ ବୃକ୍ଷର ଏବେ ଚାରା ଲାଗୁଛି । ହୀରାରୁ କଉଡି ହେବାରେ ୮୪ ଜନ୍ମ ଲାଗୁଛି । ପୁଣି ନୂଆ
ରୂପରେ ଆରମ୍ଭ ହେବ । ବିଶ୍ୱ ଇତିହାସ-ଭୂଗୋଳର ପୁନରାବୃତ୍ତି ହେବ । ବାବା ବୁଝାଉଛନ୍ତି ଯେ ତୁମେ
ପୁରା ୮୪ ଜନ୍ମ ନେଇଛ । ୮୪ ଲକ୍ଷ ତ ହୋଇପାରିବ ନାହିଁ । ଏହା ବହୁତ ବଡ ଭୁଲ ଅଟେ । ୮୪ ଲକ୍ଷ
ଜନ୍ମ ବୁଝିବା କାରଣରୁ କଳ୍ପର ଆୟୁଷ ଲକ୍ଷ-ଲକ୍ଷ ବର୍ଷ କହିଦେଉଛନ୍ତି । ଭାରତ ଏବେ ମିଥ୍ୟାଖଣ୍ଡ
ହୋଇଯାଇଛି, ସତ୍ୟଖଣ୍ଡରେ ତୁମେ ସଦା ସୁଖୀ ଥିଲ । ବର୍ତ୍ତମାନ ତୁମେ ୨୧ ଜନ୍ମର ସମ୍ପତ୍ତି ନେଉଛ ।
ସବୁ ତୁମ ପୁରୁଷାର୍ଥ ଉପରେ ରହିଛି । ରାଜଧାନୀରେ ଯାହା ଇଚ୍ଛା ପଦ ନିଅ, ଏଥିରେ ଜାଦୁର କୌଣସି କଥା
ନାହିଁ । ହଁ ମନୁଷ୍ୟରୁ ଦେବତା ନିଶ୍ଚୟ ହେଉଛନ୍ତି । ଏହା ଏକ ଭଲ ଜାଦୁ ଅଟେ ନା । ତୁମେ ଗୋଟିଏ
ସେକେଣ୍ଡରେ ଜାଣିଯାଉଛ ଯେ ଆମେ ବାବାଙ୍କର ସନ୍ତାନ ହୋଇଛୁ । କଳ୍ପ-କଳ୍ପ ବାବା ଆମକୁ ସ୍ୱର୍ଗର
ମାଲିକ କରାଉଛନ୍ତି । ଅଧାକଳ୍ପ ଘୂରି ବୁଲିଛ, ସ୍ୱର୍ଗବାସୀ ତ କେହି ହୋଇନାହାଁନ୍ତି । ବାବା ଆସି
ତୁମକୁ ଯୋଗ୍ୟ କରାଉଛନ୍ତି । ବାସ୍ତବରେ ଏଠାରେ ମହାଭାରତ ଲଢେଇ ଲାଗିଥିଲା ଓ ବାବା ଆସି ରାଜଯୋଗ
ଶିଖାଇଥିଲେ । ଶିବବାବା କହୁଛନ୍ତି ମୁଁ ଆସି ତୁମକୁ ରାଜଯୋଗ ଶିଖାଉଛି । ଖ୍ରୀଷ୍ଟ
ଶିଖାଉନାହାଁନ୍ତି, ଏବେ ତୁମର ବହୁତ ଜନ୍ମର ଅନ୍ତିମ ଜନ୍ମ ଅଟେ, ଏଥିରେ ଦ୍ୱନ୍ଦ୍ୱରେ ପଡ ନାହିଁ ।
ତୁମେ ଭାରତବାସୀ ଅଟ । ତୁମର ଧର୍ମ ବହୁତ ସୁଖଦାୟୀ ଅଟେ ଓ ଅନ୍ୟ ଧର୍ମାବଲମ୍ବୀ ତ ବୈକୁଣ୍ଠକୁ
ଆସିପାରିବେ ନାହିଁ । ଏହି ଡ୍ରାମା ମଧ୍ୟ ଅନାଦି ଚାଲି ଆସୁଛି । କେବେ ତିଆରି ହେଲା, ଏକଥା କେହି
କହିପାରିବେ ନାହିଁ । ଏହାର ଅନ୍ତ ନାହିଁ । ବିଶ୍ୱ ଇତିହାସ-ଭୂଗୋଳର ପୁନରାବୃତ୍ତି ହେଉଛି । ଏହା
ସଂଗମଯୁଗ, ଛୋଟ ଯୁଗ ଅଟେ । ବ୍ରାହ୍ମଣ ହେଉଛନ୍ତି ମୂଳ । ବାବା ତୁମ ବ୍ରାହ୍ମଣମାନଙ୍କୁ ଦେବତା
କରାଉଛନ୍ତି । ତେଣୁ ନିଶ୍ଚୟ ବ୍ରହ୍ମାଙ୍କ ସନ୍ତାନ ହେବାକୁ ପଡିବ । ତୁମକୁ ଜେଜେବାପାଙ୍କ ଠାରୁ
ସମ୍ପତ୍ତି ମିଳୁଛି । ଯେ ପର୍ଯ୍ୟନ୍ତ ନିଜକୁ ବି.କେ. ନ ଭାବୁଛ ସେ ପର୍ଯ୍ୟନ୍ତ ସମ୍ପତ୍ତି କିପରି
ମିଳିବ । ତଥାପି କେହି କିଛି ନା କିଛି ଜ୍ଞାନ ଶୁଣିଲେ ସାଧାରଣ ପ୍ରଜାରେ ଆସିଯିବେ । ଆସିବାକୁ ତ
ନିଶ୍ଚୟ ପଡିବ । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ, ଦେବତା, କ୍ଷତ୍ରିୟ ଧର୍ମର ସ୍ଥାପନା
କରୁଛନ୍ତି । ଗୀତା ବ୍ୟତୀତ ଅନ୍ୟ କୌଣସି ଶାସ୍ତ୍ର ହିଁ ନାହିଁ । ଗୀତା ହେଉଛି ସର୍ବୋତ୍ତମ ଦୈବୀ
ଧର୍ମର ଶାସ୍ତ୍ର ଯାହା ଦ୍ୱାରା ୩ଟି ଧର୍ମର ସ୍ଥାପନା ହେଉଛି । ବ୍ରାହ୍ମଣ ମଧ୍ୟ ଏହିଠାରେ ହିଁ
ହେବାକୁ ପଡିବ । ଦେବତା ମଧ୍ୟ ଏହିଠାରେ ହିଁ ହେବେ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ପ୍ରତ୍ୟେକଙ୍କର ନିଶ୍ଚିତ ଅର୍ଥାତ୍ ପୂର୍ବ ନିର୍ଦ୍ଧାରିତ ପାର୍ଟକୁ ଜାଣି ସର୍ବଦା ନିଶ୍ଚିନ୍ତ
ରହିବାକୁ ହେବ । ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ, ସେଥିପାଇଁ ଡ୍ରାମା ଉପରେ ଅଟଳ ରହିବାକୁ
ହେବ ।
(୨) ଏହି ଅଳ୍ପ ସମୟର
ସଂଗମଯୁଗରେ ହିଁ ବାବାଙ୍କଠାରୁ ପୂରା ବର୍ସା ନେବାକୁ ହେବ । ଯୋଗବଳ ଦ୍ୱାରା ଆତ୍ମାରୁ ଖାଦ ବାହାର
କରି ନିଜକୁ କଉଡିରୁ ହୀରାତୁଲ୍ୟ କରିବାକୁ ହେବ । ମିଠା ବୃକ୍ଷର ଚାରା ହେବା ପାଇଁ ଯୋଗ୍ୟ ହେବାକୁ
ପଡିବ ।
ବରଦାନ:-
ଏକମାତ୍ର
ବାବାଙ୍କର ସ୍ମୃତିରେ ସର୍ବଦା ମଗ୍ନ ରହି ନିଜର ଅବସ୍ଥାକୁ ଏକରସ କରୁଥିବା ସାକ୍ଷୀଦ୍ରଷ୍ଟା ଭବ ।
ଏବେ ଏଭଳି ପରୀକ୍ଷା ସବୁ
ଆସିବ ଯାହାକି ସଂକଳ୍ପରେ ବା ସ୍ୱପ୍ନରେ ମଧ୍ୟ ନ ଥିବ । କିନ୍ତୁ ତୁମର ଅଭ୍ୟାସ ଏଭଳି ହେବା ଦରକାର
ଯେପରି ଅଳ୍ପ ସମୟର ନାଟକ ଗୁଡିକୁ ସାକ୍ଷୀ ହୋଇ ଦେଖିଥାଆନ୍ତି, ତେବେ ତାହା ଅତି ଦୁଃଖଦାୟକ
ହୋଇଥାଉ ବା ହସମଜାର ଦୃଶ୍ୟ ହୋଇଥାଉ, ସେଥିରେ କିଛି ନାହିଁ । ସେହିଭଳି କାହାର ରମଣୀକ ଅର୍ଥାତ୍
ମଜାଳିଆ ପାର୍ଟ ହୋଇଥାଉ ବା କୌଣସି ସ୍ନେହୀ ଆତ୍ମାର ଗମ୍ଭୀର ପାର୍ଟ ହୋଇଥାଉ... ସବୁ ଦୃଶ୍ୟକୁ
ସାକ୍ଷୀ ହୋଇ ଦେଖ ଏବଂ ତୁମର ଅବସ୍ଥା ଏକରସ ଅର୍ଥାତ୍ ସବୁଥିରେ ଏକାଭଳି ରହୁ । କିନ୍ତୁ ଏଭଳି
ଅବସ୍ଥା ସେତେବେଳେ ରହିପାରିବ ଯେତେବେଳେ ସର୍ବଦା ଏକମାତ୍ର ବାବାଙ୍କର ସ୍ମୃତିରେ ମଗ୍ନ ରହୁଥିବ ।
ସ୍ଲୋଗାନ:-
ଦୃଢ ନିଶ୍ଚୟ
ଦ୍ୱାରା ଯଦି ନିଜର ଭାଗ୍ୟକୁ ନିଶ୍ଚିତ କରିଦେବ ତେବେ ସର୍ବଦା ନିଶ୍ଚିନ୍ତରେ ରହିବ ।
ଅବ୍ୟକ୍ତ ଈଶାରା:-
ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ ।
କର୍ମ କରିବା ପୂର୍ବରୁ
ହିଁ ନିଶ୍ଚୟ କରିନିଅ ଯେ ମୋ’ର ବିଜୟ ହୋଇକରି ହିଁ ରହିଛି । ମୁଁ ଅନେକ କଳ୍ପ ବିଜୟୀ ହୋଇ ସାରିଛି
। ଯେବେକି ଅନେକ କଳ୍ପ, ଅନେକ ଥର ବିଜୟୀ ହୋଇ ବିଜୟ ମାଳାରେ ଗୁନ୍ଥା ହେବାର ବା ପୂଜା ପାଇବାର
ଯୋଗ୍ୟ ହୋଇସାରିଛ, ତେବେ ସେଇଆକୁ ହିଁ ଏବେ ପୁନରାବୃତ୍ତି କରିବାକୁ ହେବ । ହୋଇସାରିଥିବା କର୍ମକୁ
ପୁଣି ଥରେ ପୁନରାବୃତ୍ତି କରିବାର ଅଛି, ସେଥିପାଇଁ କୁହାଯାଏ ପୂର୍ବ ପ୍ରସ୍ତୁତ... । ହୋଇସାରିଛି
କିନ୍ତୁ ଏବେ ପୁନର୍ବାର ପୁନରାବୃତ୍ତି କରି ‘ପୂର୍ବ ପ୍ରସ୍ତୁତ’ର ଗାୟନକୁ ସମ୍ପାଦନ କରିବାକୁ ହେବ
।