20.06.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏବେ
ମୁଠାଏ ଚଣା ଅର୍ଥାତ୍ ସ୍ଥୂଳ ଧନ ରୋଜଗାର କରିବା ପାଇଁ ନିଜର ମୂଲ୍ୟବାନ ସମୟକୁ ନଷ୍ଟ କର ନାହିଁ ।
ଏବେ ବାବାଙ୍କର ସହଯୋଗୀ ହୋଇ ବାବାଙ୍କର ନାମକୁ ବିଖ୍ୟାତ କର ।”(ବିଶେଷ ଭାବରେ କୁମାରୀମାନଙ୍କ
ପାଇଁ)
ପ୍ରଶ୍ନ:-
ଏହି ଜ୍ଞାନ
ମାର୍ଗରେ ତୁମର ପାଦ ଆଗକୁ ବଢୁଛି, ତାହାର ଚିହ୍ନ କ’ଣ?
ଉତ୍ତର:-
ଯଦି ତୁମର ଶାନ୍ତିଧାମ ଏବଂ ସୁଖଧାମ ସବୁବେଳେ ସ୍ମୃତିରେ ରହୁଛି, ଯୋଗ କରିବା ସମୟରେ ତୁମର ବୁଦ୍ଧି
ଅନ୍ୟ କେଉଁ ଆଡେ ଯାଉ ନାହିଁ, ବୁଦ୍ଧିରେ ବ୍ୟର୍ଥ ଚିନ୍ତନ ଚାଲୁନାହିଁ, ବୁଦ୍ଧି ଏକାଗ୍ର ରହିଛି,
ଯୋଗ ସମୟରେ ଢୁଳାଉ ନାହଁ, ଖୁସିର ମାତ୍ରା କମ୍ ହେଉନାହିଁ ତେବେ ଏହା ଦ୍ୱାରା ପ୍ରମାଣିତ ହେଉଛି
ଯେ ତୁମର ପାଦ ଆଗକୁ ବଢୁଛି ।
ଓମ୍ ଶାନ୍ତି ।
ପିଲାମାନେ ତୁମେ
ଏତେ ସମୟ ଏଠାରେ ବସିଛ । ମନରେ ଆସୁଛି ଯେ, ଆମେ ଯେପରି ଶିବାଳୟରେ ବସିଛୁ । ତେଣୁ ଶିବବାବା ଏବଂ
ସ୍ୱର୍ଗ ମଧ୍ୟ ମନେପଡିଯାଉଛି । ଯୋଗ ଦ୍ୱାରା ହିଁ ସୁଖ ମିଳିଥାଏ । ଏକଥା ମଧ୍ୟ ବୁଦ୍ଧିରେ ରହୁ
ଯେ, ଆମେ ଶିବାଳୟରେ ବସିଛୁ ତେବେ ବି ଖୁସି ରହିବ । ସମସ୍ତଙ୍କୁ ତ’ ଶେଷରେ ଶିବାଳୟକୁ ଯିବାକୁ
ହିଁ ହେବ, ଶାନ୍ତିଧାମରେ ତ ସମସ୍ତେ ବସି ରହିପାରିବେ ନାହିଁ । ବାସ୍ତବରେ ଶାନ୍ତିଧାମକୁ ମଧ୍ୟ
ଶିବାଳୟ କୁହାଯିବ ଏବଂ ସୁଖଧାମକୁ ମଧ୍ୟ ଶିବାଳୟ କୁହାଯିବ । ବାବା ଉଭୟର ସ୍ଥାପନା କରୁଛନ୍ତି ।
ତୁମମାନଙ୍କୁ ଉଭୟ ଧାମକୁ ମନେପକାଇବାକୁ ହେବ । ସେହି ଶିବାଳୟ ଶାନ୍ତି ପାଇଁ ଏବଂ ଏହି ଶିବାଳୟ
ସୁଖ ପାଇଁ ଉଦ୍ଦିଷ୍ଟ । ଏହା ହେଲା ଦୁଃଖଧାମ । ଏବେ ତୁମେ ସଙ୍ଗମ ଯୁଗରେ ବସିଛ । ତେଣୁ
ଶାନ୍ତିଧାମ ଏବଂ ସୁଖଧାମ ବ୍ୟତୀତ ଅନ୍ୟ କୌଣସି କଥା ସ୍ମୃତିରେ ଆସିବା ଉଚିତ୍ ନୁହେଁ । ତେବେ ତୁମେ
ଯେଉଁଠାରେ ବି ଥାଅ, ଧନ୍ଦା ଆଦି କର କିନ୍ତୁ ବୁଦ୍ଧିରେ ଉଭୟ ଶିବାଳୟ ମନେରହିବା ଉଚିତ୍ ।
ତୁମମାନଙ୍କୁ ଏହି ଦୁଃଖଧାମକୁ ଭୁଲିଯିବା ଉଚିତ । ତୁମେମାନେ ଜାଣିଛ ଯେ, ଏହି ବେଶ୍ୟାଳୟ,
ଦୁଃଖଧାମ ଏବେ ଶେଷ ହେବାକୁ ଯାଉଛି ।
ଏଠାରେ ବସିବା ସମୟରେ
ତୁମେମାନେ ଢ଼ୁଳାଇବା ଉଚିତ୍ ନୁହେଁ । ବହୁତଙ୍କର ବୁଦ୍ଧି ମଧ୍ୟ କୁଆଡେ କୁଆଡେ ଚାଲିଯାଇଥାଏ,
ମାୟାର ବିଘ୍ନ ମଧ୍ୟ ପଡିଥାଏ । ସେଥିପାଇଁ ତୁମମାନଙ୍କୁ ବାବା ବାରମ୍ବାର କହୁଛନ୍ତି - ପିଲାମାନେ,
ମନମନାଭବ । ବାବା ଭିନ୍ନ ଭିନ୍ନ ପ୍ରକାରର ଉପାୟ ମଧ୍ୟ ବତାଉଛନ୍ତି । ଏହିଠାରେ ବସି ମଧ୍ୟ ତୁମେ
ବୁଦ୍ଧି ଦ୍ୱାରା ମନେ ପକାଅ ଯେ ଆମେ ପ୍ରଥମେ ଶାନ୍ତିଧାମ, ଶିବାଳୟକୁ ଯିବୁ ପୁଣି ସୁଖଧାମକୁ ଆସିବୁ,
ଏହିଭଳି ମନେପକାଇବା ଦ୍ୱାରା ପାପ କଟିଯିବ । ତେବେ ଯେତିକି ଯେତିକି ତୁମେ ଏସବୁ କଥା ମନେ ପକାଉଛ
ସେତିକି ତୁମର ପାଦ ଆଗକୁ ବଢ଼ୁଛି । ଏଠାରେ ଅନ୍ୟ କୌଣସି ବିଚାର ନେଇ ବସିବା ଉଚିତ୍ ନୁହେଁ । ନଚେତ୍
ତା’ଦ୍ୱାରା ତୁମେ ଅନ୍ୟମାନଙ୍କର ମଧ୍ୟ କ୍ଷତି କରୁଛ, ଲାଭ ପରିବର୍ତ୍ତେ ଆହୁରି କ୍ଷତି ହୋଇଯାଉଛି
। ଆଗରୁ ଯେତେବେଳେ ବାବାଙ୍କ ସମ୍ମୁଖରେ ବସୁଥିଲେ, ସେତେବେଳେ ଯାଞ୍ଚ କରିବା ପାଇଁ ସମ୍ମୁଖରେ
ଅନ୍ୟ କାହାକୁ ବସାଯାଉଥିଲା - କିଏ କିଏ ନିଦ କରୁଛନ୍ତି, କିଏ ଆଖି ବନ୍ଦ କରି ବସିଛନ୍ତି, ତେଣୁ
ବହୁତ ଖବରଦାର ରହୁଥିଲେ । ବାବା ମଧ୍ୟ ଦେଖୁଥିଲେ ଏହାଙ୍କର ବୁଦ୍ଧିଯୋଗ କେଉଁ ଆଡେ ଘୁରିବୁଲୁଛି
ଅଥବା ନିଦ କରୁଛନ୍ତି କି? ଏମିତି ମଧ୍ୟ ବହୁତ ଆସୁଛନ୍ତି, ଯେଉଁମାନେ କିଛି ବି ବୁଝୁନାହାନ୍ତି ।
ବ୍ରାହ୍ମଣୀମାନେ ତାଙ୍କୁ ନେଇ ଆସୁଛନ୍ତି । ଶିବବାବାଙ୍କ ସମ୍ମୁଖରେ ପିଲାମାନେ ଠିକ୍ ଭାବେ ବସିବା
ଉଚିତ୍, ଯେପରି କୌଣସି ପ୍ରକାରର ଭୁଲ୍ ନ ହୁଏ । କାହିଁକିନା ଇଏ କୌଣସି ସାଧାରଣ ଶିକ୍ଷକ ନୁହେଁ
। ବାବା ନିଜେ ଆସି ଶିଖାଉଛନ୍ତି, ତେଣୁ ଏଠାରେ ବହୁତ ସାବଧାନ ହୋଇ ବସିବା ଦରକାର । ବାବା ୧୫
ମିନିଟ୍ ଶାନ୍ତିରେ ବସାଇଥାନ୍ତି । ତୁମେ ତ’ ଘଣ୍ଟେ ଦୁଇ ଘଣ୍ଟା ବସୁଛ । ସମସ୍ତେ ତ’ ମହାରଥୀ
ନୁହଁନ୍ତି, ଯେଉଁମାନେ ପକ୍କା ହୋଇନାହାନ୍ତି, ସେମାନଙ୍କୁ ସାବଧାନ କରିବାକୁ ହେବ । ସାବଧାନ କରିବା
ଦ୍ୱାରା ସଜାଗ ହୋଇଯିବେ । ଯେଉଁମାନେ ବାବାଙ୍କର ସ୍ମୃତିରେ ରହୁନାହାଁନ୍ତି, ବ୍ୟର୍ଥ ଚିନ୍ତନ
କରୁଛନ୍ତି, ସେମାନେ ଯେପରି ବିଘ୍ନ ପକାଉଛନ୍ତି, କାହିଁକିନା ସେମାନଙ୍କର ବୁଦ୍ଧି କେଉଁଠି ନା
କେଉଁଠି ଘୂରି ବୁଲୁଛି ।
ବାବା ଆଜି ବିଚାର ସାଗର
ମନ୍ଥନ କରି ଆସିଥିଲେ - ମ୍ୟୁଜିୟମ୍ରେ ଅଥବା ପ୍ରଦର୍ଶନୀରେ ତୁମେମାନେ ଯେଉଁ ଶିବାଳୟ, ବେଶ୍ୟାଳୟ
ଏବଂ ପୁରୁଷୋତ୍ତମ ସଙ୍ଗମଯୁଗ କଥା କହୁଛ, ଏହା ବୁଝାଇବା ପାଇଁ ବହୁତ ଭଲ । ଏହାକୁ ବହୁତ ବଡ ଆକାରରେ
ତିଆରି କରିବା ଉଚିତ୍ । ଏସବୁ କଥା ବୁଝାଇବା ପାଇଁ ସବୁଠାରୁ ବଡ ହଲ୍ ନେବା ଦରକାର, ଯାହାକି
ମନୁଷ୍ୟମାନଙ୍କ ବୁଦ୍ଧିରେ ତୁରନ୍ତ ଧାରଣ ହେବ । ପିଲାମାନଙ୍କର ବିଚାର ଚାଲିବା ଉଚିତ୍ ଯେ, ଏଥିରେ
ଆମେ ନବୀନତା କିପରି ଆଣିପାରିବୁ । ଏହି ପୁରୁଷୋତ୍ତମ ସଙ୍ଗମଯୁଗର ଚିତ୍ର ମଧ୍ୟ ବହୁତ ଭଲ ହେବା
ଦରକାର । ଏହା ଦ୍ୱାରା ମନୁଷ୍ୟମାନେ ବହୁତ ଭଲ ଭାବରେ ବୁଝିପାରିବେ । ତପସ୍ୟାରେ ମଧ୍ୟ ତୁମେ ୫-୬
ଜଣଙ୍କୁ ବସାଉଛ କିନ୍ତୁ ନାଁ, ୧୦-୧୫ ଜଣଙ୍କୁ ବସାଇବା ଉଚିତ୍ । ବହୁତ ବଡ ବଡ ଚିତ୍ର ତିଆରି କରି
ସ୍ପଷ୍ଟ ଅକ୍ଷରରେ ଲେଖି ଦେବା ଦରକାର । ତୁମେ ଏତେ ବୁଝାଉଛ ତଥାପି କ’ଣ ବୁଝୁଛନ୍ତି କି! ତୁମେ
ବୁଝାଇବା ପାଇଁ କେତେ ପରିଶ୍ରମ କରୁଛ କିନ୍ତୁ ଏମାନେ ପଥରବୁଦ୍ଧି ଅଟନ୍ତି ନା । ତେଣୁ ଯେତେ ଦୂର
ସମ୍ଭବ ଭଲ ଭାବରେ ବୁଝାଇବା ଦରକାର । ଯେଉଁମାନେ ସେବା କରୁଛନ୍ତି ସେମାନଙ୍କ ଭିତରେ ସେବାକୁ
ବଢ଼ାଇବାର ବିଚାର ଚାଲିବା ଦରକାର । ପ୍ରୋଜେକ୍ଟର, ପ୍ରଦର୍ଶନୀରେ ଏତେ ମଜା ଲାଗି ନ ଥାଏ ଯେତିକି
ମ୍ୟୁଜିୟମ୍ ବୁଝାଇବାରେ ଲାଗିଥାଏ । ପ୍ରୋଜେକ୍ଟର ଦ୍ୱାରା ତ’ କିଛି ବି ବୁଝିପାରି ନ ଥା’ନ୍ତି,
ସବୁଠାରୁ ଭଲ ହେଲା ମ୍ୟୁଜିୟମ୍ । ଭଲେ ଛୋଟ ହୋଇଥାଉ, ଗୋଟିଏ କୋଠରୀରେ ତ ଶିବାଳୟ, ବେଶ୍ୟାଳୟ ଏବଂ
ପୁରୁଷୋତ୍ତମ ସଙ୍ଗମ ଯୁଗର ଚିତ୍ର ରହିବା ଉଚିତ୍ । ବୁଝାଇବା ପାଇଁ ବହୁତ ବିଶାଳ ବୁଦ୍ଧି ହେବା
ଦରକାର ।
ଅବିନାଶୀ ପିତା, ଶିକ୍ଷକ
ଆସିଛନ୍ତି ତେବେ ବାବା କ’ଣ ଅପେକ୍ଷା କରିବେ କି ପିଲାମାନେ ଏମ୍. ଏ., ବି.ଏ. ପାସ୍ କରିସାରନ୍ତୁ
। ବାବା କ’ଣ ସେତେବେଳ ପର୍ଯ୍ୟନ୍ତ ବସି ରହିବେ । ବାବା ତ ଅଳ୍ପ ସମୟ ଭିତରେ ଚାଲିଯିବେ । ଏବେ ଆଉ
ଅଳ୍ପ ସମୟ ବାକି ଅଛି ତଥାପି ବି ଜାଗ୍ରତ ହେଉ ନାହାଁନ୍ତ ଭଲ ଭଲ କନ୍ୟା ହୋଇଥିଲେ କହିବେ କି ଏହି
୪-୫ ଶହ ଟଙ୍କା ପାଇଁ କାହିଁକି ଆମେ ନିଜର ସମୟ ନଷ୍ଟ କରିବୁ, ପୁଣି ଶିବାଳୟରେ ଆମେ କି ପଦ ପାଇବୁ
। ବାବା ଦେଖୁଛନ୍ତି କୁମାରୀମାନେ ତ’ ଫ୍ରି ଅଛନ୍ତି । କେତେ ବେଶୀ ଦରମା ବି ପାଉ ଥାଆନ୍ତୁ କିନ୍ତୁ
ଏହା ଯେପରି ମୁଠାଏ ଚଣା ଅର୍ଥାତ୍ ମୂଲ୍ୟହୀନ ଅଟେ, ଏସବୁ କିଛି ସମାପ୍ତ ହୋଇଯିବ, କିଛି ବି ରହିବ
ନାହିଁ । ବାବା ବର୍ତ୍ତମାନ ଦୁନିଆର ବିନାଶୀ ସମ୍ପତ୍ତି ଯାହାକି ଚଣା ମୁଠାଏ ସହିତ ସମାନ ସେଥିରୁ
ମୁକ୍ତ କରିବା ପାଇଁ ଆସିଛନ୍ତି କିନ୍ତୁ ପିଲାମାନେ ତାହା ମଧ୍ୟ ଛାଡିବାକୁ ଚାହୁଁ ନାହାଁନ୍ତି ।
ସେଠାରେ ତ ସ୍ୱଳ୍ପ ମୂଲ୍ୟ ରୂପି ସ୍ଥୂଳ ଧନ ମିଳୁଛି କିନ୍ତୁ ବାବା ଏଠାରେ ତୁମକୁ ବିଶ୍ୱର ବାଦଶାହୀ
ଦେଉଛନ୍ତି, ତଥାପି ମଧ୍ୟ ସେହି ସ୍ୱଳ୍ପ ମୂଲ୍ୟ ପଛରେ କେତେ ହଇରାଣ ହେଉଛନ୍ତି । କୁମାରୀ ମାନେ ତ’
ଫ୍ରି ଅଛନ୍ତି । ଏହି ହଦର ପାଠପଢ଼ା ପଇସା କର ମୂଲ୍ୟ ଅଟେ, ତାକୁ ଛାଡି ଏହି ପାଠ ପଢ଼ିଲେ ବୁଦ୍ଧି
ମଧ୍ୟ ଖୋଲିଯିବ । ତେବେ ଏହିଭଳି ଛୋଟ ଛୋଟ କନ୍ୟାମାନେ ବଡ ବଡମାନଙ୍କୁ ବସି ଜ୍ଞାନ ଦିଅନ୍ତୁ ଯେ,
ବାବା ଆସିଛନ୍ତି ଶିବାଳୟ ସ୍ଥାପନ କରିବା ପାଇଁ । ଏକଥା ତ’ ଜାଣିଛ ଯେ ଏଠାକାର ସବୁକିଛି ମାଟିରେ
ମିଶିଯିବ, ଏହି ପଇସା ମଧ୍ୟ କୌଣସି କାମରେ ଆସିବ ନାହିଁ, କାହା ହାତରେ ୫ଟି ଚଣା ଅର୍ଥାତ୍ ୫ ଲକ୍ଷ
ଥିବ, ତାହା ମଧ୍ୟ ଶେଷ ହୋଇଯିବ । ଏବେ ସମୟ ବହୁତ କମ୍ ଅଛି । ଦିନକୁ ଦିନ ଅବସ୍ଥା ଆହୁରି ଖରାପ
ହୋଇଯାଉଛି । ଅଚାନକ ବିପର୍ଯ୍ୟୟ ଆସିଯାଉଛି, ମୃତ୍ୟୁ ମଧ୍ୟ ଅଚାନକ ହୋଇ ଚାଲିଛି, ପାଖରେ ପଇସା
ଥାଇ ମଧ୍ୟ ପ୍ରାଣ ଚାଲିଯାଉଛି । ତେଣୁ ମନୁଷ୍ୟମାନଙ୍କୁ ଏହି ମାଙ୍କଡାମୀରୁ ଅର୍ଥାତ୍ ଏହି
ମୁର୍ଖତାରୁ ଉଦ୍ଧାର କରିବାକୁ ହେବ । କେବଳ ମ୍ୟୁଜିୟମ୍ ଦେଖି ଖୁସି ହୋଇଯାଅ ନାହିଁ, ତୁମକୁ
ଚମତ୍କାର କରି ଦେଖାଇବାକୁ ହେବ, ମନୁଷ୍ୟମାନଙ୍କୁ ସୁଧାରିବାକୁ ହେବ । ବାବା ତୁମମାନଙ୍କୁ ବିଶ୍ୱର
ବାଦଶାହୀ ଦେଉଛନ୍ତି, ବାକି ସମୟ ଆସିଲେ ଏହି ପଇସା ମଧ୍ୟ କୌଣସି କାମରେ ଆସିବ ନାହିଁ, ସବୁ ଶେଷ
ହୋଇଯିବ । ତା’ ଅପେକ୍ଷା ଆମେ କାହିଁକି ବାବାଙ୍କଠାରୁ ସତ୍ୟଯୁଗୀ ରାଜତ୍ୱ ନ ନେବୁ । ଏଥିରେ
ଅସୁବିଧାର କୌଣସି କଥା ହିଁ ନାହିଁ । କେବଳ ବାବାଙ୍କୁ ମନେ ପକାଇବାକୁ ହେବ ଏବଂ ସ୍ୱଦର୍ଶନ ଚକ୍ର
ଘୂରାଇବାକୁ ହେବ । ଦୁନିଆର ବିନାଶୀ ଧନ ସମ୍ପତ୍ତି ଯାହାକି ଚଣା ସଦୃଶ ଅଟେ ତାକୁ ତ୍ୟାଗ କରି ୨୧
ଜନ୍ମର ରାଜ୍ୟ ଭାଗ୍ୟ ରୂପକ ହୀରା-ନୀଳାରେ ଭରପୁର ହୋଇ ସ୍ୱର୍ଗ ଦୁନିଆକୁ ଯିବାକୁ ହେବ ।
ବାବା ବୁଝାଉଛନ୍ତି -
ମିଠେ ବଚ୍ଚେ, ଏହି ମୂଲ୍ୟହୀନ ପଇସା ପଛରେ ତୁମେ ନିଜର ସମୟ କାହିଁକି ନଷ୍ଟ କରୁଛ? ହଁ, କେହି
ବୟସ୍କ ଅଛନ୍ତି - ପିଲା ଛୁଆ ବହୁତ ଅଛନ୍ତି ତେବେ ସେମାନଙ୍କର ଦାୟିତ୍ୱ ନେବାକୁ ପଡିବ ।
କୁମାରୀମାନଙ୍କ ପାଇଁ ତ’ ବହୁତ ସହଜ, କେହି ବି ଆସିଲେ ତାଙ୍କୁ ବୁଝାଅ ଯେ, ବାବା ଆମକୁ ଏହି ରାଜତ୍ୱ
ଦେଉଛନ୍ତି, ତେଣୁ ତାହା ନେବା ଉଚିତ୍ ନା । ବାବା ଏବେ ତୁମର ହାତ ହୀରାରେ ଭରପୁର କରୁଛନ୍ତି ।
ବାକି ଆଉ ସବୁ ତ’ ବିନାଶ ହୋଇଯିବ । ବାବା ବୁଝାଉଛନ୍ତି - ତୁମେ ୬୩ ଜନ୍ମ ହେବ ପାପ କରି ଆସିଛ ।
ଦ୍ୱିତୀୟ ପାପ ହେଲା ବାବା ଏବଂ ଦେବତାମାନଙ୍କର ଗ୍ଳାନୀ କରିଛ, ବିକାରୀ ବି ହୋଇଛ ପୁଣି ଗାଳି
ମଧ୍ୟ ଦେଇଛ । ବାବାଙ୍କର କେତେ ଗ୍ଳାନୀ କରିଛ । ତେଣୁ ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି -
ପିଲାମାନେ, ସମୟ ନଷ୍ଟ କରିବା ଉଚିତ୍ ନୁହେଁ । ଏପରି ନୁହେଁ ଯେ, ବାବା ମୁଁ ଆପଣଙ୍କୁ ମନେ ପକାଇ
ପାରିବି ନାହିଁ । କୁହ, ବାବା ମୁଁ ନିଜକୁ ଆତ୍ମା ମନେ କରି ପାରୁନାହିଁ, ନିଜକୁ ଭୁଲି ଯାଉଛି ।
ଦେହ-ଅଭିମାନରେ ଆସିବା ଅର୍ଥାତ୍ ନିଜକୁ ଭୁଲିଯିବା । ଯଦି ନିଜକୁ ଆତ୍ମ ନିଶ୍ଚୟ କରି ପାରୁନାହଁ
ତେବେ ବାବାଙ୍କୁ କିପରି ମନେପକାଇ ପାରିବ । ଏହା ହିଁ ହେଉଛି ବହୁତ ବଡ ଲକ୍ଷ୍ୟ ଏବଂ ଏହା ବହୁତ
ସହଜ ମଧ୍ୟ । ବାକି ହଁ, ମାୟାର ଅପୋଜିସନ୍ (ବିଘ୍ନ) ବହୁତ ଆସୁଛି ।
ଯଦିଓ ମନୁଷ୍ୟମାନେ ଗୀତା
ଆଦି ପଢ଼ୁଛନ୍ତି କିନ୍ତୁ ଅର୍ଥ କିଛି ବି ବୁଝୁନାହାନ୍ତି । ଭାରତର ମୁଖ୍ୟ ହେଲା ଗୀତା । ପ୍ରତ୍ୟେକ
ଧର୍ମର ନିଜ ନିଜର ଗୋଟିଏ ଗୋଟିଏ ଶାସ୍ତ୍ର ରହିଛି । ଯେଉଁମାନେ ଧର୍ମ ସ୍ଥାପକ ସେମାନଙ୍କୁ ସତ୍ଗୁରୁ
କୁହାଯାଇପାରିବ ନାହିଁ, ଏହା ହିଁ ବହୁତ ବଡ ଭୁଲ୍ । ସତଗୁରୁ ତ’ ଜଣେ, ବାକି ଗୁରୁ ଢ଼େର ଅଛନ୍ତି ।
କେହି ଯଦି କାଠକାମ ଅଥବା ଇଞ୍ଜିନିୟର କାମ ଶିଖାଇଲେ ତେବେ ସିଏ ମଧ୍ୟ ତାଙ୍କର ଗୁରୁ ହୋଇଗଲେ ।
ଶିକ୍ଷାଦାତାମାନଙ୍କୁ ଗୁରୁ କୁହାଯିବ । କିନ୍ତୁ ସତଗୁରୁ କେବଳ ଜଣେ । ବର୍ତ୍ତମାନ ତୁମକୁ ସତ୍ଗୁରୁ
ମିଳିଛନ୍ତି, ଯିଏକି ସତ୍ୟ ପିତା ଏବଂ ଶିକ୍ଷକ ମଧ୍ୟ ଅଟନ୍ତି । ସେଥିପାଇଁ ତୁମେମାନେ କୌଣସି
ପ୍ରକାରର ଭୁଲ୍ କରିବା ଉଚିତ୍ ନୁହେଁ । ଏଠାରୁ ଭଲ ଭାବରେ ଜ୍ଞାନ ଶୁଣି ସତେଜ ହୋଇ ଯାଉଛନ୍ତି ପୁଣି
ଘରକୁ ଗଲେ ଏଠାକାର କଥା ସବୁ ଭୁଲିଯାଉଛନ୍ତି । ଗର୍ଭ ଜେଲ୍ରେ ବହୁତ ଦଣ୍ଡ ମିଳିଥାଏ କିନ୍ତୁ
ସତ୍ୟଯୁଗରେ ତ’ ଗର୍ଭ ମହଲ ହେବ । ସେଠାରେ କୌଣସି ବିକର୍ମ ହେବ ନାହିଁ ଯାହା ଦ୍ୱାରା ଦଣ୍ଡ ଭୋଗ
କରିବାକୁ ପଡିବ । ତୁମେ ଜାଣୁଛ ଏଠାରେ ଆମେ ବାବାଙ୍କର ସମ୍ମୁଖରେ ବସି ପଢ଼ୁଛୁ, ବାହାରେ ନିଜ ଘରେ
ଏଭଳି କହିବ ନାହିଁ । ସେଠାରେ ଭାବିବ ଭାଇ ପଢ଼ାଉଛନ୍ତି । ଏଠାରେ ତ’ ପ୍ରତ୍ୟକ୍ଷରେ ବାବାଙ୍କ ପାଖକୁ
ଆସିଛ । ବାବା ପିଲାମାନଙ୍କୁ ଭଲ ଭାବରେ ବୁଝାଉଛନ୍ତି । ବାବାଙ୍କ ବୁଝାଇବା ଏବଂ ପିଲାମାନଙ୍କ
ବୁଝାଇବା ଭିତରେ ଅନ୍ତର ରହିଛି । ବାବା ପିଲାମାନଙ୍କୁ ସାବଧାନ କରୁଛନ୍ତି । ବଚ୍ଚେ ବଚ୍ଚେ ବୋଲି
କହି ବାବା ବୁଝାଉଛନ୍ତି । ତୁମେ ଶିବାଳୟ ଏବଂ ବେଶ୍ୟାଳୟକୁ ଜାଣିଛ, ଏହା ଅବିନାଶୀ କଥା ଅଟେ । ଏହି
କଥାକୁ ସ୍ପଷ୍ଟ ଭାବରେ ଦେଖାଅ ତେବେ ମନୁଷ୍ୟମାନଙ୍କୁ ମଜା ଲାଗିବ । ତୁମେମାନେ ଏହିଭଳି ଥଟ୍ଟା
ମଜାରେ ବୁଝାଉଛ, ଗମ୍ଭୀର ହୋଇ ବୁଝାଅ, ତେବେ ଭଲ ଭାବରେ ବୁଝିପାରିବେ । ସେମାନଙ୍କୁ କୁହ ତୁମେମାନେ
ନିଜ ଉପରେ ଦୟା କର, କ’ଣ ତୁମକୁ ଏହି ବେଶ୍ୟାଳୟରେ ହିଁ ରହିବାର ଅଛି! କିଭଳି ଭାବରେ ବୁଝାଇବାକୁ
ହେବ, ବାବାଙ୍କର ବିଚାର ଚାଲୁଛି ନା । ତୁମେମାନେ କେତେ ପରିଶ୍ରମ କରୁଛ ପୁଣି ବି ଯେମିତି ଡିବି
ମେଁ ଠିକରୀ ଅର୍ଥାତ୍ କିଛି ବି ବୁଝୁ ନାହାଁନ୍ତି । କେବଳ ହଁ ହଁ କହୁଛନ୍ତି, ବହୁତ ଭଲ ବୋଲି
କହୁଛନ୍ତି, ଏକଥା ଗାଁରେ ମଧ୍ୟ ବୁଝାଇବା ଦରକାର ବୋଲି କହୁଛନ୍ତି କିନ୍ତୁ ନିଜେ କିଛି ହେଲେ
ବୁଝୁନାହାନ୍ତି । ସାହୁକାର ଧନୀ ତ କିଛି ବି ବୁଝିବେ ନାହିଁ । ବିଲ୍କୁଲ୍ ଏ କଥାରେ ଧ୍ୟାନ ଦେବେ
ନାହିଁ, ଏମାନେ ଅନ୍ତିମ ସମୟରେ ହିଁ ଆସିବେ, କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିବ ।
ସେତେବେଳେ ନା ସେମାନଙ୍କର ଧନ କାମରେ ଆସିବ, ନା ସେମାନେ ଯୋଗରେ ରହିପାରିବେ । ବାକି ହଁ, ଏହି
ଜ୍ଞାନ ଶୁଣିଲେ ପ୍ରଜାରେ ଆସିଯିବେ । ଗରିବମାନେ ସେଠାରେ ବହୁତ ଉଚ୍ଚ ପଦ ପାଇପାରିବେ । ତୁମ
କନ୍ୟାମାନଙ୍କ ପାଖରେ କ’ଣ ଅଛି, ବାସ୍ତବରେ କନ୍ୟାମାନଙ୍କୁ ଗରିବ କୁହାଯିବ । କାହିଁକିନା ବାପାର
ସମ୍ପତ୍ତି ତ’ ପୁଅକୁ ମିଳିଥାଏ । ବାକି କନ୍ୟାକୁ ଦାନ ଦିଆଯାଇଥାଏ, ତା’ପରେ ସେମାନେ
ବିକାରଗ୍ରସ୍ତ ହୋଇଯା’ନ୍ତି । କହିଥା’ନ୍ତି ବିବାହ କଲେ ପଇସା ଦେବୁ । ଯଦି ପବିତ୍ର ରହିବାର ଅଛି
ତେବେ ଗୋଟିଏ ପଇସା ମଧ୍ୟ ଦେବୁନାହିଁ । ତେବେ ସେମାନଙ୍କର ମନୋବୃତ୍ତି ଦେଖ କିପରି ତୁମେ କାହାକୁ
ବି ଭୟ କରନାହିଁ । ସ୍ପଷ୍ଟ ଭାବରେ ସେମାନଙ୍କୁ ବୁଝାଇବା ଦରକାର । ଫୁର୍ତ୍ତି ହେବା ଦରକାର । ତୁମେ
ତ’ ବିଲ୍କୁଲ୍ ସତ କଥା କହୁଛ । ଏହା ହେଲା ସଙ୍ଗମଯୁଗ, ସେପଟେ ମୁଠାଏ ଚଣା ଏପଟେ ମୁଠାଏ ହୀରା
ମିଳୁଛି । ଏବେ ତୁମେ ମାଙ୍କଡରୁ ମନ୍ଦିର ଯୋଗ୍ୟ ହେଉଛ । ତେଣୁ ପୁରୁଷାର୍ଥ କରି ହୀରା ତୁଲ୍ୟ
ଜନ୍ମ ନେବା ଉଚିତ୍ ନା । ତୁମର ଚେହେରା ମଧ୍ୟ ବାହାଦୂର ସିଂହୀ ଭଳି ହେବା ଉଚିତ୍ । କାହାର କାହାର
ଚେହେରା ଯେପରି ଛେଳି-ମେଣ୍ଢା ଭଳି ହୋଇଥାଏ । ଟିକିଏ ମଧ୍ୟ ପାଟିତୁଣ୍ଡ ହେଲେ ଡରିଯାଇଥା’ନ୍ତି ।
ତେଣୁ ବାବା ସବୁ ପିଲାମାନଙ୍କୁ ଖବରଦାର କରୁଛନ୍ତି । କନ୍ୟାମାନେ ତ’ କୌଣସି ବି ବନ୍ଧନରେ ବାନ୍ଧି
ହେବା ଉଚିତ୍ ନୁହେଁ । ଯଦି ବନ୍ଧନରେ ବାନ୍ଧି ହେବ ତେବେ ବିକାର ପାଇଁ ମାଡ ଖାଇବାକୁ ପଡିବ । ଯଦି
ଜ୍ଞାନକୁ ଭଲ ଭାବରେ ଧାରଣ କରିବ ତେବେ ବିଶ୍ୱର ମହାରାଣୀ ହେବ । ବାବା କହୁଛନ୍ତି - ମୁଁ ତୁମକୁ
ବିଶ୍ୱର ବାଦଶାହୀ ଦେବାକୁ ଆସିଛି । କିନ୍ତୁ କାହାର କାହାର ଭାଗ୍ୟରେ ହିଁ ନାହିଁ । ବାବା ତ’
ଦୀନବନ୍ଧୁ, କନ୍ୟାମାନେ ତ ଗରିବ । ମାତା ପିତା ବିବାହ କରାଇ ନ ପାରିଲେ ତ ଏମିତି ଦେଇ ଦେଉଛନ୍ତି
। ତେଣୁ ତୁମର ନିଶା ଚଢ଼ିବା ଦରକାର । ଆମେ ଭଲ ଭାବରେ ପାଠ ପଢ଼ି ଭଲ ପଦ ପାଇବୁ । ଭଲ ପିଲାମାନେ
ପାଠପଢ଼ା ପ୍ରତି ଧ୍ୟାନ ଦେଇଥା’ନ୍ତି - ଆମେ ଯେପରି ସମ୍ମାନର ସହିତ ପାସ୍ ହୋଇଯିବୁ । ସେହିମାନଙ୍କୁ
ହିଁ ପୁଣି ବୃତ୍ତି ମିଳିଥାଏ । ତୁମେ ଯେତେ ପୁରୁଷାର୍ଥ କରିବ ସେତେ ଉଚ୍ଚ ପଦ ପାଇବ ତାହା ପୁଣି
୨୧ ଜନ୍ମ ପାଇଁ । ଏଠାରେ ତ କ୍ଷଣସ୍ଥାୟୀ ସୁଖ ରହିଛି । ଆଜି କିଛି ପଦ ପାଇଯାଉଛନ୍ତି, କାଲି
ମୃତ୍ୟୁ ଆସିଗଲା ତ’ ସବୁକିଛି ଶେଷ ହୋଇଯାଉଛି । ଯୋଗୀ ଏବଂ ଭୋଗୀମାନଙ୍କ ଭିତରେ ବହୁତ ପାର୍ଥକ୍ୟ
ରହିଛି ନା । ତେଣୁ ବାବା କହୁଛନ୍ତି ଗରିବମାନଙ୍କ ପ୍ରତି ଅଧିକ ଧ୍ୟାନ ଦିଅ । ସାହୁକାରମାନେ ମୁସ୍କିଲ୍ରେ
ଜ୍ଞାନକୁ ଧାରଣ କରିବେ । ସେମାନେ କେବଳ ଏତିକି କହୁଛନ୍ତି, ଏହି ସଂସ୍ଥା ବହୁତ ଭଲ, ଅନେକଙ୍କର
କଲ୍ୟାଣ କରୁଛି । କିନ୍ତୁ ନିଜର କିଛି ବି କଲ୍ୟାଣ କରୁନାହାନ୍ତି । ବହୁତ ଭଲ ବୋଲି କହିଲେ,
ବାହାରକୁ ଗଲେ ସବୁ କିଛି ଭୁଲିଗଲେ । ମାୟା ବାଡି ଧରି ବସିଛି ଯାହାକି ଉତ୍ସାହକୁ ହିଁ ଶେଷ
କରିଦେଉଛି । ଗୋଟିଏ ଚାପୁଡା ମାରି ବୁଦ୍ଧିକୁ ବଣା କରିଦେଉଛି । ବାବା ବୁଝାଉଛନ୍ତି ଭାରତର ଅବସ୍ଥା
ଦେଖ କ’ଣ ହୋଇଗଲାଣି । ପିଲାମାନେ ଡ୍ରାମାକୁ ତ ଭଲ ଭାବରେ ବୁଝିଛନ୍ତି । ଆଚ୍ଛା-
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ମୁଠାଏ
ଚଣାକୁ ଛାଡି ବାବାଙ୍କଠାରୁ ବିଶ୍ୱର ରାଜତ୍ୱ ନେବା ପାଇଁ ସମ୍ପୂର୍ଣ୍ଣ ପୁରୁଷାର୍ଥ କରିବାକୁ ହେବ
। କୌଣସି କଥାରେ ଡରି ଯିବାର ନାହିଁ, ନିର୍ଭିକ ହୋଇ ସବୁ ବନ୍ଧନରୁ ମୁକ୍ତ ହେବାର ଅଛି, ନିଜର
ସମୟକୁ ସଚ୍ଚା ଧନ ରୋଜଗାର କରିବାରେ ସଫଳ କରିବାର ଅଛି ।
(୨) ଏହି ଦୁଃଖଧାମକୁ
ଭୁଲି ଶିବାଳୟ ଅର୍ଥାତ୍ ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଇବାକୁ ହେବ । ମାୟାର ବିଘ୍ନକୁ ଜାଣି
ସେଥିପ୍ରତି ସାବଧାନ ରହିବାକୁ ହେବ ।
ବରଦାନ:-
ନିଜେ ଗୀତାର
ପାଠ ପଢିବା ସହିତ ଅନ୍ୟମାନଙ୍କୁ ପଢାଉଥିବା ନଷ୍ଟେମୋହା ସ୍ୱତି ସ୍ୱରୂପ ହୁଅ ।
ଗୀତା ଜ୍ଞାନର ପ୍ରଥମ
ପାଠ ହେଲା - ଅଶରୀରୀ ଆତ୍ମା ହୁଅ ଏବଂ ଅନ୍ତିମ ପାଠ ହେଲା ନଷ୍ଟୋମୋହା ସ୍ମୃତି ସ୍ୱରୂପ ହୁଅ ।
ପ୍ରଥମ ପାଠ ହେଲା ବିଧି ଏବଂ ଅନ୍ତିମ ଅର୍ଥାତ୍ ଶେଷ ପାଠ ହେଲା ବିଧି ଦ୍ୱାରା ସିଦ୍ଧି ପ୍ରାପ୍ତ
କରିବା । ତେଣୁ ସବୁ ସମୟରେ ପ୍ରଥମେ ନିଜେ ଏହି ପାଠ ପଢ, ତା’ପରେ ଅନ୍ୟମାନଙ୍କୁ ପଢାଅ । ଏଭଳି
ଶ୍ରେଷ୍ଠ କର୍ମ କରିଦେଖାଅ ଯାହାକି ତୁମର ଶ୍ରେଷ୍ଠ କର୍ମକୁ ଦେଖି ଅନେକ ଆତ୍ମା ଶ୍ରେଷ୍ଠ କରି
ନିଜର ଭାଗ୍ୟର ରେଖାକୁ ଶ୍ରେଷ୍ଠ କରିପାରିବେ ।
ସ୍ଲୋଗାନ:-
ଯଦି ସର୍ବଦା
ପରମାତ୍ମ ସ୍ନେହରେ ବୁଡି ରହିବ ତେବେ ମେହନତ କରିବାରୁ ମୁକ୍ତ ହୋଇଯିବ ।