20.06.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବାଙ୍କଠାରୁ ସ୍ନେହ ପାଇବା ପାଇଁ ଆତ୍ମ-ଅଭିମାନୀ ହୋଇ ବସ, ବାବାଙ୍କଠାରୁ ଆମେ ସ୍ୱର୍ଗର ସମ୍ପତ୍ତି ନେଉଛୁ, ଏହି ଖୁସୀରେ ରୁହ ।”

ପ୍ରଶ୍ନ:-
ସଂଗମଯୁଗରେ ତୁମେମାନେ ବ୍ରାହ୍ମଣରୁ ଫରିସ୍ତା ହେବା ପାଇଁ କେଉଁ ଗୁପ୍ତ ମେହନତ କରୁଛ?

ଉତ୍ତର:-
ତୁମ ବ୍ରାହ୍ମଣମାନଙ୍କୁ ପବିତ୍ର ହେବାର ହିଁ ଗୁପ୍ତ ମେହନତ କରିବାକୁ ପଡୁଛି । ତୁମେ ସମସ୍ତେ ବ୍ରହ୍ମାଙ୍କର ସନ୍ତାନ ସଂଗମଯୁଗରେ ଭାଇ-ଭଉଣୀ ଅଟ, ତେଣୁ ଭାଇ-ଭଉଣୀଙ୍କ ଭିତରେ ଅପବିତ୍ର ଅର୍ଥାତ୍ ବିକାରୀ ଦୃଷ୍ଟି ରହିପାରିବ ନାହିଁ । ସ୍ତ୍ରୀ-ପୁରୁଷ ଏକାଠି ରହି ଉଭୟ ନିଜକୁ ବି.କେ. ଅର୍ଥାତ୍ ବ୍ରହ୍ମାକୁମାର-କୁମାରୀ ମନେ କରୁଛ । ଏହି ସ୍ମୃତି ଆଧାରରେ ସମ୍ପୂର୍ଣ୍ଣ ପବିତ୍ର ହେଲେ ଯାଇ ଫରିସ୍ତା ହୋଇପାରିବ ।

ଓମ୍ ଶାନ୍ତି ।
ମଧୁର ସନ୍ତାନମାନେ, ନିଜକୁ ଆତ୍ମା ଭାବି ଏଠାରେ ବସିବାକୁ ହେବ । ତୁମକୁ ଏହି ରହସ୍ୟ ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ପଡିବ । ଆତ୍ମ-ଅଭିମାନୀ ହୋଇ ବସିଲେ ବାବାଙ୍କ ସହିତ ସ୍ନେହ ରହିବ । ବାବା ଆମକୁ ରାଜଯୋଗ ଶିଖାଉଛନ୍ତି । ବାବାଙ୍କଠାରୁ ଆମେ ସ୍ୱର୍ଗର ସମ୍ପତ୍ତି ନେଉଛୁ । ଏହି ଚିନ୍ତନ ସାରା ଦିନ ବୁଦ୍ଧିରେ ରହୁ - ଏହିଥିରେ ହିଁ ମେହନତ ରହିଛି । ଏହାକୁ ଘଡି-ଘଡି ଭୁଲି ଯାଉଥିବାରୁ ଖୁସିର ନିଶା କମି ଯାଉଛି । ବାବା ସାବଧାନ କରୁଛନ୍ତି କି ପିଲାମାନେ ଦେହୀ-ଅଭିମାନୀ ହୋଇ ବସ । ନିଜକୁ ଆତ୍ମା ଭାବ । ବର୍ତ୍ତମାନ ଆତ୍ମା ଏବଂ ପରମାତ୍ମାଙ୍କର ମେଳା ହେଉଛି ନା । ମେଳା ଲାଗିଥିଲା, ତେବେ କେବେ ଲାଗିଥିଲା? ନିଶ୍ଚୟ କଳିଯୁଗର ଅନ୍ତ ଏବଂ ସତ୍ୟଯୁଗ ଆଦିର ସଂଗମରେ ହିଁ ଲାଗିଥିବ । ଆଜି ବାବା ପିଲାମାନଙ୍କୁ ସେହି ବିଷୟରେ ବୁଝାଉଛନ୍ତି । ତେବେ ତୁମକୁ ତ ନିଶ୍ଚୟ ବୁଝିବା ଉଚିତ୍ । ଉଚ୍ଚରୁ ଉଚ୍ଚ ହେଉଛନ୍ତି ଭଗବାନ ପୁଣି ତଳକୁ ଆସିଲେ ରହିଛନ୍ତି ବ୍ରହ୍ମା-ବିଷ୍ଣୁ-ଶଙ୍କର । ବାବା ଏବଂ ଦେବତାମାନେ । ମନୁଷ୍ୟମାନଙ୍କୁ ଏକଥା ଜଣା ନାହିଁ ଯେ ଶିବ ଏବଂ ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କ ମଧ୍ୟରେ ସମ୍ବନ୍ଧ କ’ଣ? କାହାକୁ ହେଲେ ବି ଏମାନଙ୍କର ଜୀବନ କାହାଣୀ ବିଷୟରେ ଜଣା ନାହିଁ । ତ୍ରିମୂର୍ତ୍ତିର ଚିତ୍ର ନାମୀଗ୍ରାମୀ ଅଟେ । ଏହି ତିନିଜଣ ହେଉଛନ୍ତି ଦେବତା । କେବଳ ତିନୋଟି ଧର୍ମ ତ ନୁହେଁ । ଦେବତା ଧର୍ମ ତ ସବୁଠାରୁ ବଡ । ଏମାନେ ହେଲେ ସୂକ୍ଷ୍ମଲୋକ ନିବାସୀ, ଉପରେ ଅଛନ୍ତି ଶିବବାବା । ମୁଖ୍ୟ ହେଲେ ବ୍ରହ୍ମା ଏବଂ ବିଷ୍ଣୁ । ଏବେ ବାବା ବୁଝାଉଛନ୍ତି ତୁମକୁ ଟପିକ୍ ପ୍ରସ୍ତୁତ କରିବାର ଅଛି - ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା କିପରି ହେଉଛନ୍ତି । ଯେପରି ତୁମେ କହୁଛ ଆମେ ଶୁଦ୍ରରୁ ବ୍ରାହ୍ମଣ, ବ୍ରାହ୍ମଣରୁ ଦେବତା ହେଉଛୁ ସେହିପରି ୟାଙ୍କର ମଧ୍ୟ ହେଉଛି, ପ୍ରଥମେ ପ୍ରଥମେ ବ୍ରହ୍ମାରୁ ବିଷ୍ଣୁ ହେଉଛନ୍ତି ପୁଣି ବିଷ୍ଣୁରୁ ବ୍ରହ୍ମା ହେଉଛନ୍ତି । ସେମାନେ ତ କହି ଦେଉଛନ୍ତି ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା । ଏହା ତ ହେଉଛି ଭୁଲ୍ । ହୋଇ ବି ପାରିବ ନାହିଁ । ତେଣୁ ଏହି ବିଷୟ ଉପରେ ଭଲ ଭାବରେ ବୁଝାଇବାକୁ ହେବ, କେହି କେହି କହୁଛନ୍ତି ପରମାତ୍ମା ଶ୍ରୀକୃଷ୍ଣଙ୍କର ଶରୀରରେ ଆସିଛନ୍ତି । ଯଦି ଶ୍ରୀକୃଷ୍ଣଙ୍କ ଶରୀରରେ ଆସିଲେ ତେବେ ତ ବ୍ରହ୍ମାଙ୍କ ପାର୍ଟ ଶେଷ ହୋଇଯାଉଛି । ଶ୍ରୀକୃଷ୍ଣ ତ ହେଲେ ସତ୍ୟଯୁଗର ପ୍ରଥମ ରାଜକୁମାର । ସେଠାରେ ପତିତ କିପରି ରହିପାରିବେ, ଯାହାଙ୍କୁ ବାବା ଆସି ପବିତ୍ର କରିବେ । ଏହା ସମ୍ପୂର୍ଣ୍ଣ ଭୁଲ୍ କଥା । ଏ କଥା ମଧ୍ୟ ମହାରଥୀ ସେବାଯୋଗ୍ୟ ସନ୍ତାନମାନେ ହିଁ ବୁଝିଥାନ୍ତି । ବାକି ତ କାହାରି ବୁଦ୍ଧିରେ ଏହି ଧାରଣା ହୁଏ ନାହିଁ । ଏହି ଟପିକ୍ ତ ବହୁତ ଭଲ । ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା କିପରି ହେଉଛନ୍ତି । ତାଙ୍କର ଜୀବନ କାହାଣୀ ବତାଉଛନ୍ତି କାହିଁକିନା ତାଙ୍କର ପରସ୍ପର ସହିତ ସମ୍ପର୍କ ରହିଛି । ଏହିପରି ଆରମ୍ଭ କରିବାକୁ ହେବ । ବ୍ରହ୍ମାରୁ ବିଷ୍ଣୁ ଗୋଟିଏ ସେକେଣ୍ଡରେ । ବିଷ୍ଣୁରୁ ବ୍ରହ୍ମା ହେବାରେ ୮୪ ଜନ୍ମ ଲାଗିଥାଏ । ଏହା ବହୁତ ବୁଝିବାର କଥା । ଏବେ ତୁମେ ହେଉଛ ବ୍ରାହ୍ମଣ କୂଳର । ପ୍ରଜାପିତା ବ୍ରହ୍ମାଙ୍କର ବ୍ରାହ୍ମଣ କୂଳ କୁଆଡେ ଗଲା? ପ୍ରଜାପିତା ବ୍ରହ୍ମାଙ୍କର ତ ନୂଆ ଦୁନିଆ ଦରକାର ନା । ନୂଆ ଦୁନିଆ ହେଲା ସତ୍ୟଯୁଗ । ସେଠାରେ ତ ପ୍ରଜାପିତା ନାହାଁନ୍ତି । କଳିଯୁଗରେ ମଧ୍ୟ ପ୍ରଜାପିତା ହୋଇପାରିବେ ନାହିଁ । ସେ ହେଲେ ସଙ୍ଗମଯୁଗରେ । ତୁମେ ଏବେ ସଙ୍ଗମରେ ଅଛ । ଶୁଦ୍ରରୁ ତୁମେ ବ୍ରାହ୍ମଣ ହୋଇଛ । ବାବା ବ୍ରହ୍ମାଙ୍କୁ ପୋଷ୍ୟ କରିଛନ୍ତି । ଶିବବାବା ବ୍ରହ୍ମାଙ୍କୁ କିପରି ରଚନା କରିଛନ୍ତି, ଏ କଥା କେହି ଜାଣିନାହାଁନ୍ତି । ତ୍ରିମୂର୍ତ୍ତି ଚିତ୍ରରେ ରଚୟିତା ଶିବଙ୍କର ଚିତ୍ର ହିଁ ନାହିଁ, ତେଣୁ କିପରି ଜଣାପଡିବ ଯେ ଉଚ୍ଚରୁ ଉଚ୍ଚ ଭଗବାନ ଅଟନ୍ତି । ବାକି ସମସ୍ତେ ହେଉଛନ୍ତି ତାଙ୍କର ରଚନା । ଏହା ହେଲା ବ୍ରାହ୍ମଣ ସମ୍ପ୍ରଦାୟ ତେବେ ନିଶ୍ଚୟ ପ୍ରଜାପିତା ଆବଶ୍ୟକ । କଳିଯୁଗରେ ତ ହୋଇପାରିବେ ନାହିଁ । ସତ୍ୟଯୁଗରେ ମଧ୍ୟ ନୁହେଁ । ଗାୟନ କରାଯାଏ ବ୍ରାହ୍ମଣ ଦେବୀ ଦେବତାୟ ନମଃ । ତେବେ ବ୍ରାହ୍ମଣ କେଉଁ ଯୁଗର ଅଟନ୍ତି? ପ୍ରଜାପିତା ବ୍ରହ୍ମା ମଧ୍ୟ କେଉଁ ଯୁଗର? ନିଶ୍ଚୟ ସଙ୍ଗମଯୁଗର କୁହାଯିବ । ଏହା ହେଉଛି ପୁରୁଷୋତ୍ତମ ସଙ୍ଗମଯୁଗ । ଏହି ସଙ୍ଗମଯୁଗର କୌଣସି ଶାସ୍ତ୍ରରେ ବର୍ଣ୍ଣନା ନାହିଁ । ମହାଭାରତ ଲଢ଼େଇ ମଧ୍ୟ ସଙ୍ଗମଯୁଗରେ ଲାଗିଥିଲା, ନା ସତ୍ୟଯୁଗରେ ନା କଳିଯୁଗରେ । ପାଣ୍ଡବ ଏବଂ କୌରବ, ଇଏ ଏହି ସଙ୍ଗମଯୁଗରେ ଅଛନ୍ତି । ତୁମେ ପାଣ୍ଡବ ସଙ୍ଗମଯୁଗୀ ଅଟ, ଏବଂ କୌରବ କଳିଯୁଗୀ ଅଟନ୍ତି । ଗୀତାରେ ମଧ୍ୟ ଭଗବାନୁବାଚ ରହିଛି ନା । ତୁମେ ହେଉଛ ପାଣ୍ଡବ ଦୈବୀ ସମ୍ପ୍ରଦାୟ । ତୁମେ ରୁହାନୀ ପଣ୍ଡା ହେଉଛ । ତୁମର ହେଲା ରୁହାନୀ ଯାତ୍ରା, ଯାହା ତୁମେ ବୁଦ୍ଧି ଦ୍ୱାରା କରୁଛ ।

ବାବା କହୁଛନ୍ତି ନିଜକୁ ଆତ୍ମା ଭାବ । ଯୋଗର ଯାତ୍ରାରେ ରୁହ । ସ୍ଥୂଳ ଯାତ୍ରାରେ ତୀର୍ଥ ଆଦିକୁ ଯାଇ ପୁଣି ଫେରିଆସିଥା’ନ୍ତି । ତାହା ଅଧାକଳ୍ପ ଚାଲିଥାଏ । ଏହି ସଙ୍ଗମଯୁଗର ଯାତ୍ରା ଥରେ ମାତ୍ର ହେଉଛି । ତୁମେ ସେଠାକୁ ଯାଇ ଆଉ ମୃତ୍ୟୁଲୋକକୁ ଫେରିବ ନାହିଁ । ପବିତ୍ର ହୋଇ ପୁଣି ତୁମକୁ ପବିତ୍ର ଦୁନିଆକୁ ଆସିବାକୁ ହେବ, ସେଥିପାଇଁ ତୁମେ ଏବେ ପବିତ୍ର ହୋଇଛ । ତୁମେ ଜାଣିଛ ଏବେ ଆମେ ବ୍ରାହ୍ମଣ ସମ୍ପ୍ରଦାୟର ଅଟୁ । ପୁଣି ଦୈବୀ ସମ୍ପ୍ରଦାୟ, ବିଷ୍ଣୁ ସମ୍ପ୍ରଦାୟ ହେବୁ । ସତ୍ୟଯୁଗରେ ଦେବୀ ଦେବତାମାନେ ବିଷ୍ଣୁ ସମ୍ପ୍ରଦାୟ ଅଟନ୍ତି । ସତ୍ୟଯୁଗରେ ଚତୁର୍ଭୁଜର ପ୍ରତିମା ରହିବ, ଯାହାଦ୍ୱାରା ଜଣାପଡିବ ଯେ ଏମାନେ ବିଷ୍ଣୁ ସମ୍ପ୍ରଦାୟର ଅଟନ୍ତି । ଏଠାରେ ରାବଣର ପ୍ରତିମା ରହିଛି, ତେଣୁ ରାବଣ ସମ୍ପ୍ରଦାୟ ଅଟେ । ତେଣୁ ଏହି ଟପିକ୍ ରଖିଲେ ମନୁଷ୍ୟ ଆଶ୍ଚର୍ଯ୍ୟ ହେବେ । ଏବେ ତୁମେ ଦେବତା ହେବା ପାଇଁ ରାଜଯୋଗ ଶିଖୁଛ । ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ, ତୁମେ ଶୁଦ୍ରରୁ ବ୍ରାହ୍ମଣ ହୋଇଛ । ପୋଷ୍ୟ କରାଯାଇଛି । ବ୍ରାହ୍ମଣ ମଧ୍ୟ ଏହିଠାରେ ଅଛନ୍ତି, ପୁଣି ଦେବତା ମଧ୍ୟ ଏହିଠାରେ ହେବେ । ରାଜବଂଶ ଏହିଠାରେ ହିଁ ହୋଇଥାଏ । ରାଜତ୍ତ୍ୱକୁ ଡିନାୟଷ୍ଟି କୁହାଯାଏ । ସତ୍ୟଯୁଗରେ ବିଷ୍ଣୁଙ୍କର ଡିନାୟଷ୍ଟି ରହିଛି । ବ୍ରାହ୍ମଣମାନଙ୍କର ଡିନାୟଷ୍ଟି କୁହାଯିବ ନାହିଁ । ଡିନାୟଷ୍ଟିରେ ରାଜତ୍ତ୍ୱ ଚାଲିଥାଏ । ଜଣଙ୍କ ପରେ ଦ୍ୱିତୀୟ ପୁଣି ତୃତୀୟ । ଏବେ ତୁମେ ଜାଣୁଛ ଆମେ ହେଉଛୁ ବ୍ରାହ୍ମଣ କୁଳ ଭୁଷଣ । ପୁଣି ଦେବତା ହେଉଛୁ । ବ୍ରାହ୍ମଣରୁ ବିଷ୍ଣୁ କୁଳକୁ, ବିଷ୍ଣୁ କୁଳରୁ ଆସିଥାଉ କ୍ଷତ୍ରୀୟ ଚନ୍ଦ୍ରବଂଶୀ କୁଳକୁ ପୁଣି ବୈଶ୍ୟ ଏବଂ ଶୂଦ୍ର କୁଳକୁ ଆସୁଛୁ । ପୁଣି ବ୍ରାହ୍ମଣରୁ ଦେବତା ହେବୁ । ଅର୍ଥ କେତେ ସ୍ପଷ୍ଟ ଅଟେ । ଚିତ୍ରରେ କ’ଣ କ’ଣ ସବୁ ଦେଖାଉଛନ୍ତି । ଆମେ ବ୍ରାହ୍ମଣ ପୁଣି ବିଷ୍ଣୁପୁରୀର ମାଲିକ ହେଉଛୁ । ଏଥିରେ ଦ୍ୱନ୍ଦ୍ୱରେ ପଡିବାର ନାହିଁ । ବାବା ଯେଉଁ ରଚନା ଲେଖିବାକୁ ଦେଉଛନ୍ତି ତା’ ଉପରେ ପୁଣି ବିଚାର ସାଗର ମନ୍ଥନ କରିବା ଉଚିତ୍‌ - କାହାକୁ କିପରି ବୁଝାଇବି, ଯାହାଦ୍ୱାରା ମନୁଷ୍ୟ ଆଶ୍ଚର୍ଯ୍ୟ ହେବେ ଯେ ୟାଙ୍କର ବୁଝାଇବା ବହୁତ ଭଲ । ଜ୍ଞାନ ସାଗରଙ୍କ ବିନା ଆଉ ତ କେହି ବୁଝାଇପାରିବେ ନାହିଁ । ବିଚାର ସାଗର ମନ୍ଥନ କରି ପୁଣି ବସି ଲେଖିବା ଉଚିତ୍ । ତାପରେ ପୁଣି ପଢିଲେ ଖିଆଲ୍‌ରେ ଆସିବ । ଏହି-ଏହି ସବୁ ଶବ୍ଦ ଯୋଡିବା ଦରକାର । ବାବା ମଧ୍ୟ ପ୍ରଥମେ ପ୍ରଥମେ ମୁରଲୀ ଲେଖି ତୁମ ହାତରେ ଦେଇ ଦେଉଥିଲେ । ପୁଣି ଶୁଣାଉଥିଲେ । ଏଠାରେ ମଧୁବନରେ ତ ତୁମେ ନିଜ ଘରେ ବାବାଙ୍କ ସାଥିରେ ରହୁଛ । ଏବେ ତ ତୁମକୁ ବାହାରକୁ ଯାଇ ଶୁଣାଇବାକୁ ପଡୁଛି, ଏହି ଟପିକ୍ ବହୁତ ୱଣ୍ଡର୍‌ଫୁଲ୍ । ବ୍ରହ୍ମାରୁ ବିଷ୍ଣୁ କିପରି ହେଲେ ଏହାକୁ କେହି ଜାଣିନାହାଁନ୍ତି । ବିଷ୍ଣୁଙ୍କ ନାଭିରୁ ବ୍ରହ୍ମାଙ୍କର ଉତ୍ପତ୍ତି ଦେଖାଉଛନ୍ତି । ଯେପରି ଗାନ୍ଧୀଙ୍କ ନାଭିରୁ ନେହେରୁ ଦେଖାଇଛନ୍ତି । କିନ୍ତୁ ଡିନାୟଷ୍ଟି ଅର୍ଥାତ୍ ରାଜବଂଶ ତ ଦରକାର ନା । ବ୍ରାହ୍ମଣ କୁଳରେ ରାଜତ୍ତ୍ୱ ନାହିଁ, ବର୍ତ୍ତମାନ ବ୍ରାହ୍ମଣ ସମ୍ପ୍ରଦାୟରୁ ଦୈବୀ ସମ୍ପ୍ରଦାୟ ହେଉଛନ୍ତି । ପୁଣି ଚନ୍ଦ୍ରବଂଶୀ ଏବଂ ବୈଶ୍ୟବଂଶୀକୁ ଯିବେ । ଏହିପରି ପ୍ରତ୍ୟେକ ଡିନାୟଷ୍ଟି ଚାଲୁଛି ନା । ସତ୍ୟଯୁଗ ହେଉଛି ଭାଇସ୍‌ଲେସ୍ (ନିର୍ବିକାରୀ) ଦୁନିଆ, କଳିଯୁଗ ହେଉଛି ବିସିୟସ୍ (ବିକାରୀ) ଦୁନିଆ । ଏହି ଦୁଇ ଅକ୍ଷର ମଧ୍ୟ କାହାରି ବୁଦ୍ଧିରେ ନାହିଁ । ନଚେତ୍ ଏହା ନିଶ୍ଚୟ ବୁଦ୍ଧିରେ ରହିବା ଉଚିତ୍ ଯେ ବିକାରୀରୁ ନିର୍ବିକାରୀ କିପରି ହେଉଛନ୍ତି । ମନୁଷ୍ୟ ନା ନିର୍ବିକାରୀଙ୍କୁ ଜାଣିଛନ୍ତି ନା ବିକାରୀଙ୍କୁ ଜାଣିଛନ୍ତି । ତୁମକୁ ବୁଝାଯାଉଛି, ଦେବତାମାନେ ନିର୍ବିକାରୀ ଅଟନ୍ତି । ଏପରି କେବେ ଶୁଣି ନ ଥିବ ଯେ ବ୍ରାହ୍ମଣ ନିର୍ବିକାରୀ ଅଟନ୍ତି । ନୂଆ ଦୁନିଆକୁ ନିର୍ବିକାରୀ ଦୁନିଆ ଆଉ ପୁରୁଣା ଦୁନିଆକୁ ବିକାରୀ ଦୁନିଆ କୁହାଯାଏ । ତେବେ ନିଶ୍ଚୟ ସଂଗମଯୁଗ ଦେଖାଇବାକୁ ପଡିବ । ଏହି ବିଷୟରେ କାହାକୁ ହେଲେ ଜଣାନାହିଁ । ପୁରୁଷୋତ୍ତମ ମାସ ପାଳନ କରୁଛନ୍ତି ନା । ତାହା ୩ ବର୍ଷ ପରେ ଗୋଟିଏ ମାସ ପାଳନ କରିଥା’ନ୍ତି । ସେହିଭଳି ତୁମର ୫ ହଜାର ବର୍ଷ ପରେ ଗୋଟିଏ ସଙ୍ଗମଯୁଗ ଆସୁଛି । ମନୁଷ୍ୟ ଆତ୍ମା ଏବଂ ପରମଆତ୍ମାଙ୍କୁ ଯଥାର୍ଥ ଭାବେ ଜାଣିନାହାଁନ୍ତି, କେବଳ କହି ଦେଉଛନ୍ତି ଚମକୁଛି ଅଜବ ତାରକା । ଯେପରି ଦେଖାଇଥା’ନ୍ତି - ରାମକୃଷ୍ଣ ପରମହଂସଙ୍କର ଶିଷ୍ୟ ବିବେକାନନ୍ଦ କହୁଥିଲେ ମୁଁ ଗୁରୁଙ୍କ ସମ୍ମୁଖରେ ବସିଥିଲି ମୋତେ ଜ୍ୟୋତି ଦର୍ଶନ ହେଲା । ଗୁରୁଙ୍କର ମଧ୍ୟ ଧ୍ୟାନ ତ କରିଥା’ନ୍ତି ନା । ଏବେ ବାବା କହୁଛନ୍ତି ମୋତେ ମନେ ପକାଅ । ଧ୍ୟାନର ତ କିଛି କଥା ନାହିଁ, ଗୁରୁ ତ ମନେ ହିଁ ଅଛନ୍ତି । କେବଳ ବସି କରି ମନେ ପକାଇବା ଦ୍ୱାରା କ’ଣ ସ୍ମୃତିରେ ଆସିବ । ତାଙ୍କର ଗୁରୁଙ୍କ ପ୍ରତି ଭାବନା ଥିଲା ଯେ ଇଏ ଭଗବାନ ଅଟନ୍ତି ତେଣୁ ଦେଖିଲେ ଯେ ତାଙ୍କ ଆତ୍ମା ବାହାରି ମୋ’ଠାରେ ଲୀନ ହୋଇଗଲେ । ତାଙ୍କର ଆତ୍ମା ଯାଇ କେଉଁଠି ବସିଲା କ’ଣ ହେଲା, କିଛି ହେଲେ ବର୍ଣ୍ଣନା ନାହିଁ । ବାସ୍‌, ଖୁସି ହୋଇଗଲେ ଯେ ମୋତେ ଭଗବାନଙ୍କର ସାକ୍ଷାତ୍କାର ହେଲା । ଭଗବାନ କ’ଣ, ଏ କଥା ଜାଣିନାହାନ୍ତି । ବାବା କହୁଛନ୍ତି ସିଡିର ଚିତ୍ର ଉପରେ ତୁମେ ବୁଝାଅ । ଏହା ହେଉଛି ଭକ୍ତିମାର୍ଗ । ତୁମେ ଜାଣିଛ ଗୋଟିଏ ହେଉଛି ଭକ୍ତିର ଡଙ୍ଗା, ଅନ୍ୟଟି ହେଉଛି ଜ୍ଞାନର ଡଙ୍ଗା । ଜ୍ଞାନ ଅଲଗା, ଭକ୍ତି ଅଲଗା । ବାବା କହୁଛନ୍ତି ମୁଁ ତୁମକୁ କଳ୍ପ ପୂର୍ବରୁ ଜ୍ଞାନ ଦେଇଥିଲି, ବିଶ୍ୱର ମାଲିକ କରାଇଥିଲି । ଏବେ ତୁମେ କେଉଁଠି ଅଛ । ତୁମ ସନ୍ତାନମାନଙ୍କର ବୁଦ୍ଧିରେ ସାରା ଜ୍ଞାନ ଅଛି, କିପରି ଅନ୍ୟ ଧର୍ମ ସବୁ ଆସୁଛି, କିପରି ବୃକ୍ଷ ବଢ଼ୁଛି । ଯେପରି ଫୁଲତୋଡା ହୋଇଥାଏ ନା । ଏହି ସୃଷ୍ଟିରୂପୀ ବୃକ୍ଷ ମଧ୍ୟ ଫୁଲଦାନୀ ଅଟେ । ମଝିରେ ତୁମର ଧର୍ମ ପୁଣି ଏହି ଧର୍ମରୁ ଆହୁରି ୩ଟି ଧର୍ମ ବାହାରୁଛି ପୁଣି ଏଥିରୁ ବୃଦ୍ଧି ହୋଇ ଚାଲିଥାଏ । ତେଣୁ ଏହି ବୃକ୍ଷକୁ ମଧ୍ୟ ମନେ ପକାଇବାକୁ ହେବ । କେତେ ଶାଖା ପ୍ରଶାଖା ଆଦି ବାହାରି ଚାଲିଛି । ପଛରେ ଯେଉଁମାନେ ଆସୁଛନ୍ତି ସେମାନଙ୍କର ମାନ ମଧ୍ୟ ଅଧିକ ହେଉଛି । ବରଗଛର ଉଦାହରଣ ଦିଆଯାଉଛି ନା, ତା’ର ମୂଳ ନାହିଁ । ବାକି ପୁରା ଗଛ ଛିଡା ହୋଇଛି । ଦେବୀ ଦେବତା ଧର୍ମ ମଧ୍ୟ ଲୋପ ହୋଇଯାଇଛି । ବିଲ୍‌କୁଲ୍ ସଢ଼ିଯାଇଛି । ଭାରତବାସୀ ନିଜର ଧର୍ମକୁ ବିଲ୍‌କୁଲ୍ ଜାଣିନାହାନ୍ତି ଆଉ ସମସ୍ତେ ନିଜର ଧର୍ମକୁ ଜାଣିଛନ୍ତି, ଏ କଥା କହୁଛନ୍ତି ଯେ ଆମେ ଧର୍ମକୁ ମାନୁନାହୁଁ । ମୁଖ୍ୟ ହେଉଛି ୪ଟି ଧର୍ମ । ବାକି ଛୋଟ ଛୋଟ ଧର୍ମ ତ ଅନେକ ଅଛନ୍ତି । ଏହି ବୃକ୍ଷ ଏବଂ ସୃଷ୍ଟିଚକ୍ରକୁ ତୁମେ ଏବେ ଜାଣୁଛ । ଦେବୀ ଦେବତା ଧର୍ମର ନାମ ହିଁ ଭୁଲିଯାଇଛନ୍ତି । ପୁନର୍ବାର ବାବା ତାହାର ସ୍ଥାପନା କରି ବାକି ଅନ୍ୟ ସବୁ ଧର୍ମଗୁଡିକୁ ବିନାଶ କରି ଦେଉଛନ୍ତି । ସୃଷ୍ଟିଚକ୍ରର ଚିତ୍ର ସମ୍ବନ୍ଧରେ ବୁଝାଇବା ଉଚିତ୍ । ଏହା ସତ୍ୟଯୁଗ, ଏହା କଳିଯୁଗ । କଳିଯୁଗରେ ଅନେକ ଧର୍ମ ରହିଛି ଆଉ ସତ୍ୟଯୁଗରେ ଗୋଟିଏ ଧର୍ମ । ଗୋଟିଏ ଧର୍ମର ସ୍ଥାପନା, ଅନେକ ଧର୍ମର ବିନାଶ କିଏ କରାଉଥିବେ? ଭଗବାନ ମଧ୍ୟ ନିଶ୍ଚୟ କାହା ଦ୍ୱାରା ତ କରାଇବେ ନା । ବାବା କହୁଛନ୍ତି ବ୍ରହ୍ମା ଦ୍ୱାରା ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରାଉଛି । ବ୍ରାହ୍ମଣମାନେ ହିଁ ବିଷ୍ଣୁପୁରୀର ଦେବତା ହେଉଛନ୍ତି ।

ଏହି ସଙ୍ଗମରେ ତୁମ ବ୍ରାହ୍ମଣମାନଙ୍କୁ ପବିତ୍ର ହେବା ପାଇଁ ଗୁପ୍ତ ମେହନତ କରିବାକୁ ପଡୁଛି । ତୁମେ ବ୍ରହ୍ମାଙ୍କର ସନ୍ତାନ ସଙ୍ଗମରେ ଭାଇ ଭଉଣୀ ହେଉଛ । ଭାଇ ଭଉଣୀଙ୍କ ଭିତରେ ବିକାରି ଦୃଷ୍ଟି ରହିପାରିବ ନାହିଁ । ସ୍ତ୍ରୀ ପୁରୁଷ ଉଭୟ ନିଜକୁ ବି.କେ. ଅର୍ଥାତ୍ ବ୍ରହ୍ମାକୁମାର-କୁମାରୀ ମନେ କରୁଛନ୍ତି । ଏହିଥିରେ ବହୁତ ମେହନତ ରହିଛି । ସ୍ତ୍ରୀ-ପୁରୁଷଙ୍କର ଆକର୍ଷଣ ଏପରି ଯେ ବାସ୍‌, ହାତ ଲଗାଇବା ବିନା ରହିପାରିବେ ନାହିଁ । ଏଠାରେ ଭାଇ ଭଉଣୀଙ୍କୁ ହାତ ତ ଲଗାଇ ପାରିବେ ନାହିଁ ନଚେତ୍ ପାପର ଭାବନା ଆସିଥାଏ । ଆମେ ବ୍ରହ୍ମାକୁମାର-କୁମାରୀ ଏକଥା ଭୁଲିଯାଉଥିବା କାରଣରୁ ଏକଦମ୍ ତଳକୁ ଖସି ଯାଉଛନ୍ତି । ଏଥିରେ ବହୁତ ଗୁପ୍ତ ମେହନତ ରହିଛି । ଯଦିଓ ଯୁଗଳ ହୋଇ ରହୁଛନ୍ତି କିନ୍ତୁ କାହାକୁ କ’ଣ ଜଣା, ସେ ନିଜେ ଜାଣିଛନ୍ତି ଆମେ ବି.କେ. ଅଟୁ, ଫରିସ୍ତା ଅଟୁ । ହାତ ଲଗାଇବା ଅନୁଚିତ୍ । ଏହିପରି କରି କରି ସୂକ୍ଷ୍ମଲୋକନିବାସୀ ଫରିସ୍ତା ହୋଇଯିବ । ନଚେତ୍ ଫରିସ୍ତା ହୋଇପାରିବ ନାହିଁ । ଫରିସ୍ତା ହେବାକୁ ହେଲେ ପବିତ୍ର ରହିବାକୁ ପଡିବ । ଯଦି ଏପରି ଯୋଡି ବାହାରିବେ ତେବେ ପ୍ରଥମ ନମ୍ବରରେ ଆସିଯିବେ । କହୁଛନ୍ତି ବ୍ରହ୍ମାବାବା ତ ସବୁ ଅନୁଭବ କରିଛନ୍ତି, ଶେଷ ବେଳକୁ ସନ୍ନ୍ୟାସ କରିଛନ୍ତି, ବହୁତ ମେହନତ ତ ସେମାନଙ୍କୁ କରିବାକୁ ପଡୁଛି ଯେଉଁମାନେ କି ଯୁଗଳ ହୋଇଯାଉଛନ୍ତି । ପୁଣି ଏଥିରେ ଜ୍ଞାନ ଏବଂ ଯୋଗ ମଧ୍ୟ ଆବଶ୍ୟକ । ବହୁତଙ୍କୁ ନିଜ ସମାନ କରାଇଲେ ଯାଇ ବଡ ରାଜା ହେବେ । କେବଳ ଗୋଟିଏ କଥା ତ ନୁହେଁ ନା । ବାବା କହୁଛନ୍ତି ତୁମେ ଶିବବାବାଙ୍କୁ ମନେ ପକାଅ । ଇଏ ହେଲେ ପ୍ରଜାପିତା । ବହୁତ ଏପରି ବି ଅଛନ୍ତି ଯିଏକି କହୁଛନ୍ତି ଆମର କାମ ତ ଶିବବାବାଙ୍କ ସହିତ ରହିଛି । ମୁଁ ବ୍ରହ୍ମାଙ୍କୁ କାହିଁକି ମନେ ପକାଇବି । ତାଙ୍କୁ ପତ୍ର କାହିଁକି ଲେଖିବି? ଏପରି ମଧ୍ୟ ଅଛନ୍ତି । ତୁମକୁ ଶିବବାବାଙ୍କୁ ମନେ ପକାଇବାକୁ ହେବ, ସେଥିପାଇଁ ବ୍ରହ୍ମାବାବା ତାଙ୍କ ନିଜ ଫଟୋ ଆଦି ମଧ୍ୟ ଦିଅନ୍ତି ନାହିଁ । ୟାଙ୍କ ଶରୀରରେ ଶିବବାବା ଆସୁଛନ୍ତି, ଇଏ ତ ଦେହଧାରୀ ଅଟନ୍ତି ନା । ଏବେ ତ ତୁମମାନଙ୍କୁ ବାବାଙ୍କଠାରୁ ବର୍ସା ମିଳୁଛି । ଗୁରୁ ଗୋସାଇଁମାନେ ନିଜକୁ ଈଶ୍ୱର କହୁଛନ୍ତି ପୁଣି ତାଙ୍କଠାରୁ କ’ଣ ମିଳୁଛି, କେତେ କ୍ଷତି ହେଉଛି ଭାରତବାସୀଙ୍କର । ଭାରତବାସୀ ଏକଦମ୍ ଦେବାଳିଆ ହୋଇଯାଇଛନ୍ତି । ପ୍ରଜାମାନଙ୍କଠାରୁ ଭିକ ମାଗି ଚାଲିଛନ୍ତି । ୧୦-୨୦ ବର୍ଷ ପାଇଁ ଲୋନ୍ ନେଉଛନ୍ତି ପୁଣି ଆଉ ଫେରାଇ ପାରିବେ ନାହିଁ । ଗ୍ରହୀତା ଏବଂ ଦାତା ଉଭୟ ବିନାଶ ହୋଇଯିବେ । ଖେଳ ହିଁ ଶେଷ ହୋଇଯିବ । ଅନେକ ବିପଦ ମୁଣ୍ଡ ଉପରେ ରହିଛି । ଦେବାଳିଆ ହେବ, ବେମାରୀ ଆଦି ବହୁତ କିଛି ହେବାର ଅଛି । କେହି କେହି ସାହୁକାରଙ୍କ ପାଖରେ ରଖିଦେଉଛନ୍ତି ପୁଣି ଯେତେବେଳେ ସାହୁକାର ଦେବାଳିଆ ହୋଇଯାଉଛନ୍ତି, ସେତେବେଳେ ଗରୀବଙ୍କର କେତେ ଦୁଃଖ ବଢିଯାଉଛି । ପ୍ରତି ପାଦେ ପାଦେ ଦୁଃଖ ହିଁ ଦୁଃଖ ରହିଛି । ଅଚାନକ ବସି ବସି ମରିଯାଉଛନ୍ତି । ଏହା ହେଉଛି ହିଁ ମୃତ୍ୟୁଲୋକ । ଏବେ ତୁମେ ଅମରଲୋକକୁ ଯାଉଛ, ଅମରପୁରୀର ବାଦଶାହ ଅର୍ଥାତ୍ ମହାରାଜା ହେଉଛ । ଅମରନାଥ ତୁମ ପାର୍ବତୀମାନଙ୍କୁ ସତ୍ୟ ସତ୍ୟ ଅମର କଥା ଶୁଣାଉଛନ୍ତି । ତୁମେ ଜାଣିଛ ବାବା ହେଉଛନ୍ତି ଅମର, ତାଙ୍କଠାରୁ ଆମେ ଅମରକଥା ଶୁଣୁଛୁ । ଏବେ ଅମରଲୋକକୁ ଯିବାକୁ ହେବ । ଏବେ ତୁମେ ସଙ୍ଗମ ଯୁଗରେ ଅଛ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବିଚାର ସାଗର ମନ୍ଥନ କରି “ବ୍ରହ୍ମା ହିଁ ବିଷ୍ଣୁ” କିପରି ହେଉଛନ୍ତି, ଏହି ବିଷୟ ଉପରେ ଶୁଣାଇବାକୁ ହେବ, ବୁଦ୍ଧିକୁ ଜ୍ଞାନ ମନ୍ଥନରେ ବ୍ୟସ୍ତ ରଖିବାକୁ ହେବ ।

(୨) ରାଜ ପଦ ପ୍ରାପ୍ତ କରିବା ପାଇଁ ଜ୍ଞାନ ଏବଂ ଯୋଗ ସହିତ ଅନ୍ୟମାନଙ୍କୁ ନିଜ ସମାନ କରିବାର ସେବା ମଧ୍ୟ କରିବାକୁ ହେବ । ନିଜର ଦୃଷ୍ଟିକୁ ବହୁତ ଶୁଦ୍ଧ ପବିତ୍ର କରିବାକୁ ହେବ ।

ବରଦାନ:-
ଏକମାତ୍ର ବାବାଙ୍କ ଠାରୁ ସର୍ବ ସମ୍ବନ୍ଧର ଅନୁଭବ କରୁଥିବା ଅଥକ ଏବଂ ବିଘ୍ନ ବିନାଶକ ଭବ ।

ଯେଉଁ ପିଲାମାନଙ୍କର ସର୍ବ ସମ୍ବନ୍ଧ ଏକମାତ୍ର ବାବାଙ୍କ ସହିତ ରହିଛି ସେମାନଙ୍କୁ ଅନ୍ୟ ସବୁ ସମ୍ବନ୍ଧ ନିମିତ୍ତମାତ୍ର ଅନୁଭବ ହେଉଥିବ, ସେମାନେ ସର୍ବଦା ଖୁସିରେ ନାଚିବାବାଲା ହୋଇଥିବେ, କେବେ ବି କ୍ଲାନ୍ତ ହେବାର ଅନୁଭବ କରୁ ନ ଥିବେ, ଅର୍ଥାତ୍ ଅକ୍ଳାନ୍ତ ସେବାଧାରୀ ହୋଇଥିବେ । କେବଳ ବାବା ଏବଂ ସେବା - ଏହି ଲଗନରେ ମଗନ ରହୁଥିବେ । ବିଘ୍ନ ଦ୍ୱାରା ଅଟକିଯିବା ପରିବର୍ତ୍ତେ ବିଘ୍ନ ବିନାଶକ ହୋଇଥିବେ । ସେମାନଙ୍କୁ ସର୍ବ ସମ୍ବନ୍ଧର ଅନୁଭୂତି ଏକମାତ୍ର ବାବାଙ୍କଠାରୁ ହେଉଥିବା କାରଣରୁ ସେମାନେ ସର୍ବଦା ଡବଲ ଲାଇଟ୍ ସ୍ଥିତିରେ ରହୁଥିବେ କୌଣସି ବୋଝର ଅନୁଭବ ହେବ ନାହିଁ, ସେମାନଙ୍କର ସମସ୍ତ ଅଭିଯୋଗ ସମାପ୍ତ ହୋଇଯିବ, ସମ୍ପୂର୍ଣ୍ଣ ସ୍ଥିତିର ଅନୁଭୂତି ହେବ ଏବଂ ସେମାନେ ସହଜଯୋଗୀ ହୋଇଥିବେ ।

ସ୍ଲୋଗାନ:-
ସଂକଳ୍ପରେ ମଧ୍ୟ କୌଣସି ଦେହଧାରୀ ପ୍ରତି ଆକର୍ଷିତ ହେବା ଅର୍ଥ ବିଶ୍ୱାସଘାତକ ହେବା ।

ଅବ୍ୟକ୍ତ ଇଶାରା:- ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ ।

ଯେପରି ଅନ୍ତରିକ୍ଷ ଯାନରେ ବସିଥିବା ଯାତ୍ରୀମାନେ ଉଚ୍ଚରେ ଥିବା କାରଣରୁ ସାରା ପୃଥିବୀର ଯେଉଁ ସ୍ଥାନର ଫଟୋ ଉଠାଇବାକୁ ଚାହିଁବେ ଉଠାଇ ପାରିବେ, ସେହିପରି ଶାନ୍ତିର ଶକ୍ତି ଆଧାରରେ ଅନ୍ତମୁର୍ଖୀ ଯାନ ଦ୍ୱାରା, ମାନସିକ ଶକ୍ତି ଦ୍ୱାରା ଯେ କୌଣସି ଆତ୍ମାକୁ ଚରିତ୍ରବାନ ହେବାର ବା ଶ୍ରେଷ୍ଠ ଆତ୍ମା ହେବାର ପ୍ରେରଣା ଦେଇପାରିବ ।