20.09.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମମାନଙ୍କୁ ବାବାଙ୍କ ଭଳି ଈଶ୍ୱରୀୟ ସେବାଧାରୀ ହେବାକୁ ପଡିବ, ଏହି ସଂଗମଯୁଗରେ ବାବା
ତୁମମାନଙ୍କର ସେବା କରିବା ପାଇଁ ହିଁ ଆସିଛନ୍ତି ।”
ପ୍ରଶ୍ନ:-
ଏହି
ପୁରୁଷୋତ୍ତମ ସଂଗମଯୁଗ ହିଁ ସବୁଠାରୁ ସୁନ୍ଦର ଓ କଲ୍ୟାଣକାରୀ କିପରି?
ଉତ୍ତର:-
ଏହି ସମୟରେ ତୁମେ ପିଲାମାନେ ସ୍ତ୍ରୀ-ପୁରୁଷ ଉଭୟ ଉତ୍ତମ ହେଉଛ । ଏହି ସଂଗମଯୁଗ କଳି ଏବଂ ସତ୍ୟର
ମଝି ସମୟ, ଏହି ସମୟରେ ହିଁ ବାବା ତୁମମାନଙ୍କ ପାଇଁ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଖୋଲୁଛନ୍ତି ।
ଯେଉଁଠାରେ ତୁମେମାନେ ମନୁଷ୍ୟରୁ ଦେବତା ହେଉଛ । ଏହିଭଳି ବିଶ୍ୱ ବିଦ୍ୟାଳୟ ସାରା କଳ୍ପରେ କେବେ
ବି ଖୋଲି ନ ଥାଏ । ଏହି ସମୟରେ ସମସ୍ତଙ୍କର ସଦ୍ଗତି ହୋଇଥାଏ ।
ଓମ୍ ଶାନ୍ତି ।
ଆତ୍ମିକ ପିତା
ଆସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ଏଠାରେ ବସି ତୁମେମାନେ ପ୍ରଥମତଃ ବାବାଙ୍କୁ ମନେ
ପକାଉଛ କାହିଁକି ନା ସିଏ ପତିତ-ପାବନ, ତାଙ୍କୁ ମନେ ପକାଇବା ଦ୍ୱାରା ହିଁ ତୁମେମାନେ ଲକ୍ଷ୍ୟକୁ
ପ୍ରାପ୍ତ କରୁଛ ଅର୍ଥାତ୍ ପବିତ୍ର ସତ୍ତ୍ୱପ୍ରଧାନ ହୋଇଯାଉଛ । ଏପରି ନୁହେଁ ଯେ ସତ୍ତ୍ୱରେ ଯିବା
ଆମର ଲକ୍ଷ୍ୟ । ଆମକୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ, ସେଥିପାଇଁ ବାବାଙ୍କୁ ମଧ୍ୟ ନିଶ୍ଚିତ ମନେ
ପକାଇବାକୁ ହେବ ତା’ ସହିତ ମିଠାଘର ପରମଧାମକୁ ମଧ୍ୟ ମନେ ପକାଇବାକୁ ହେବ କାହିଁକି ନା ସେଠାକୁ
ଯିବାକୁ ହେବ । ପୁଣି ଆମକୁ ସମ୍ପତ୍ତି ମଧ୍ୟ ଦରକାର । ସେଥିପାଇଁ ନିଜର ସ୍ୱର୍ଗକୁ ମଧ୍ୟ ମନେ
ପକାଇବାକୁ ହେବ କାହିଁକି ନା ଏହା ଆମକୁ ବାବାଙ୍କ ଦ୍ୱାରା ପ୍ରାପ୍ତ ହେଉଛି । ପିଲାମାନେ
ଜାଣିଛନ୍ତି - ଆମେ ସମସ୍ତେ ବାବାଙ୍କର ସନ୍ତାନ ହୋଇଛୁ ତେବେ ନିଶ୍ଚିତ ତାଙ୍କ ନିକଟରୁ ଶିକ୍ଷା
ଗ୍ରହଣ କରି ପୁରୁଷାର୍ଥର କ୍ରମାନୁସାରେ ସ୍ୱର୍ଗକୁ ଯିବୁ । ବାକି ଅନ୍ୟ ସବୁ ଜୀବ ଆତ୍ମାମାନେ
ଶାନ୍ତିଧାମକୁ ଚାଲିଯିବେ । ଘରକୁ ତ ସମସ୍ତଙ୍କୁ ଯିବାକୁ ହେବ । ପିଲାମାନେ ଏକଥା ମଧ୍ୟ ଜାଣିଛନ୍ତି
ଯେ, ଏହା ହେଉଛି ରାବଣ ରାଜ୍ୟ । ଏହା ତୁଳନାରେ ସତ୍ୟଯୁଗକୁ ରାମରାଜ୍ୟ ସୂର୍ଯ୍ୟବଂଶୀ କୁହାଯାଏ ।
ସତ୍ୟଯୁଗ ପରେ ପୁଣି ଦୁଇ କଳା କମିଯାଉଛି, ଯାହାକୁ ଚନ୍ଦ୍ରବଂଶୀ କୁହାଯାଏ । ଯେମିତି
ଖ୍ରୀଷ୍ଟିୟାନ୍ମାନଙ୍କର ଅଦ୍ୱୈତ ରାଜତ୍ୱ ଚାଲିଛି, ସେହିପରି ଏହା ମଧ୍ୟ ଏକ ଅଦ୍ୱୈତ ରାଜତ୍ୱ ।
କିନ୍ତୁ ଏଠାରେ ସୂର୍ଯ୍ୟବଂଶୀ ଏବଂ ପରେ ଚନ୍ଦ୍ରବଂଶୀ ହୋଇଥାଆନ୍ତି । ଏହି କଥା ଅନ୍ୟ କୌଣସି
ଶାସ୍ତ୍ରରେ ନାହିଁ । ବର୍ତ୍ତମାନ ବାବା ବସି ଶୁଣାଉଛନ୍ତି, ଯାହାକୁ ଜ୍ଞାନ ଅଥବା ନଲେଜ୍ କୁହାଯାଏ
। ପୁଣି ସ୍ୱର୍ଗର ସ୍ଥାପନା ହେଲା ପରେ ଜ୍ଞାନର ଆଉ ଆବଶ୍ୟକତା ରହିବ ନାହିଁ । ଏହି ଜ୍ଞାନ
ପୁରୁଷୋତ୍ତମ ସଂଗମଯୁଗରେ ହିଁ ତୁମ ପିଲାମାନଙ୍କୁ ଶିଖାଯାଉଛି । ତେଣୁ ପ୍ରତ୍ୟେକ
ସେବାକେନ୍ଦ୍ରଗୁଡିକରେ ତଥା ସଂଗ୍ରାହଳୟଗୁଡିକରେ ବହୁତ ବଡ ବଡ ଅକ୍ଷରରେ ନିଶ୍ଚିତ ଲେଖା ହେବା
ଦରକାର ଯେ, ଭାଇ ଓ ଭଉଣୀମାନେ ବର୍ତ୍ତମାନ ପୁରୁଷୋତ୍ତମ ସଂଗମଯୁଗ ଚାଲିଛି, ଯାହାକି କଳ୍ପରେ ଥରେ
ମାତ୍ର ଆସୁଛି । କିନ୍ତୁ କେହି ପୁରୁଷୋତ୍ତମ ସଂଗମଯୁଗର ଅର୍ଥକୁ ବୁଝନ୍ତି ନାହିଁ ତେଣୁ ଲେଖିବାକୁ
ହେବ ଯେ, ଏହା ହେଉଛି କଳିଯୁଗର ଶେଷ ଏବଂ ସତ୍ୟଯୁଗର ଆରମ୍ଭର ମଝି ସଂଗମଯୁଗ । ସଂଗମଯୁଗ
କଲ୍ୟାଣକାରୀ ଯୁଗ । ବାବା ମଧ୍ୟ କହୁଛନ୍ତି ମୁଁ ପୁରୁଷୋତ୍ତମ ସଂଗମଯୁଗରେ ହିଁ ଆସୁଛି । ତେବେ
ସଂଗମଯୁଗର ଅର୍ଥକୁ ମଧ୍ୟ ବୁଝାଉଛନ୍ତି । ବେଶ୍ୟାଳୟର ଅନ୍ତ ଏବଂ ଶିବାଳୟର ଆରମ୍ଭ - ଏହାକୁ ହିଁ
ପୁରୁଷୋତ୍ତମ ସଂଗମଯୁଗ କୁହାଯାଏ । ଏଠାରେ ସମସ୍ତେ ବିକାରୀ କିନ୍ତୁ ସେଠାରେ ସମସ୍ତେ ନିର୍ବିକାରୀ
। ତେବେ ନିଶ୍ଚିତ ନିର୍ବିକାରୀମାନଙ୍କୁ ହିଁ ଉତ୍ତମ କୁହାଯିବ ନା । ଏଠାରେ ପୁରୁଷ ଏବଂ ସ୍ତ୍ରୀ
ଉଭୟ ଉତ୍ତମ ଅର୍ଥାତ୍ ଶ୍ରେଷ୍ଠ ହେଉଛନ୍ତି, ସେଥିପାଇଁ ଏହାର ନାମ ପୁରୁଷୋତ୍ତମ ଯୁଗ । ବର୍ତ୍ତମାନ
ଏହା ହେଉଛି ସଂଗମଯୁଗ ଏ କଥା ବାବା ଏବଂ ତୁମମାନଙ୍କ ବ୍ୟତୀତ ଆଉ କାହାକୁ ଜଣା ନାହିଁ । କାହାରି
ବିଚାରରେ ମଧ୍ୟ ଆସୁନାହିଁ ଯେ ପୁରୁଷୋତ୍ତମ ସଂଗମଯୁଗ କେବେ ହେଉଛି । ବର୍ତ୍ତମାନ ବାବା ଆସିଛନ୍ତି,
ସିଏ ହେଉଛନ୍ତି ମନୁଷ୍ୟ ସୃଷ୍ଟିର ବୀଜରୂପ । ଜ୍ଞାନର ସାଗର, ଆନନ୍ଦର ସାଗର, ପତିତ-ପାବନ - ଏ ସବୁ
ହେଉଛି ବାବାଙ୍କର ମହିମା । ସିଏ ଆମକୁ ଜ୍ଞାନ ଦେଇ ସଦ୍ଗତି ପ୍ରାପ୍ତ କରାଉଛନ୍ତି । ତୁମେମାନେ
ଏମିତି କହିପାରିବ ନାହିଁ ଯେ, ଭକ୍ତି ଦ୍ୱାରା ସଦ୍ଗତି ହେଉଛି । ଜ୍ଞାନ ଦ୍ୱାରା ହିଁ ସଦ୍ଗତି
ହେଉଛି ଏବଂ ତାହା ମଧ୍ୟ ସତ୍ୟଯୁଗରେ ମିଳୁଛି । ତେଣୁ ବାବା ନିଶ୍ଚିତ କଳିଯୁଗର ଶେଷ ଏବଂ
ସତ୍ୟଯୁଗର ଆରମ୍ଭ ସଂଗମରେ ଆସୁଛନ୍ତି । ଏ ସବୁ କଥା ବାବା କେତେ ସ୍ପଷ୍ଟ ରୂପରେ ବୁଝାଇଛନ୍ତି ।
ଏଠାକୁ ନୂଆମାନେ ମଧ୍ୟ ଆସୁଛନ୍ତି, କଳ୍ପ କଳ୍ପ ଧରି ଯେମିତି ଆସିଛନ୍ତି, ଅବିକଳ ସେମିତି ଆସିବେ ।
ରାଜଧାନୀ ଏହିଭଳି ହିଁ ସ୍ଥାପନ ହେବାର ଅଛି । ତୁମେ ପିଲାମାନେ ଜାଣିଛ ଯେ ଆମେ ପ୍ରକୃତ ଈଶ୍ୱରୀୟ
ସେବାଧାରୀ ଅଟୁ । ବାବା ତ ଜଣକୁ ପାଠ ପଢାଇବେ ନାହିଁ । ବାବା ପ୍ରଥମେ ଜଣଙ୍କୁ (ବ୍ରହ୍ମାଙ୍କୁ)
ପଢାଉଛନ୍ତି ପୁଣି ତାଙ୍କଠାରୁ ତୁମେ ପଢି ଅନ୍ୟମାନଙ୍କୁ ପଢାଉଛ, ସେଥିପାଇଁ ଏଠାରେ ବହୁତ ବଡ
ବିଶ୍ୱବିଦ୍ୟାଳୟ ଖୋଲାଗଲା । ସାରା ଦୁନିଆରେ ଏହିଭଳି ବିଶ୍ୱ ବିଦ୍ୟାଳୟ ଆଉ କେଉଁଠି ନାହିଁ, ନା
କେହି ଜାଣିଛନ୍ତି । ଏବେ ତୁମେ ପିଲାମାନେ ଜାଣିଗଲଣି ଯେ ଗୀତାର ଭଗବାନ ଶିବ ଆସି ଏହି ବିଶ୍ୱ
ବିଦ୍ୟାଳୟ ଖୋଲୁଛନ୍ତି, ନୂଆ ଦୁନିଆର ମାଲିକ ଅର୍ଥାତ୍ ଦେବୀ-ଦେବତା କରାଉଛନ୍ତି । ବର୍ତ୍ତମାନ
ଆତ୍ମା ଯାହାକି ତମଃପ୍ରଧାନ ହୋଇଯାଇଛି, ତାକୁ ହିଁ ସତ୍ତ୍ୱପ୍ରଧାନ କରାଉଛନ୍ତି । ବର୍ତ୍ତମାନ
ସମସ୍ତେ ତମଃପ୍ରଧାନ ନା । ଯଦିଓ କେତେକ କୁମାର ପବିତ୍ର ରହୁଛନ୍ତି, କେତେକ କୁମାରୀ ମଧ୍ୟ ପବିତ୍ର
ରହୁଛନ୍ତି, ସନ୍ନ୍ୟାସୀ ମଧ୍ୟ ପବିତ୍ର ରହୁଛନ୍ତି କିନ୍ତୁ ଆଜିକାଲି ସେହି ପବିତ୍ରତା ନାହିଁ ।
ଯେତେବେଳେ ପ୍ରଥମେ ଆତ୍ମା ଆସେ ସେତେବେଳେ ସିଏ ପବିତ୍ର ଥାଏ । ପୁଣି ଧୀରେ ଧୀରେ ଅପବିତ୍ର
ହୋଇଯାଏ କାହିଁକି ନା ତୁମେ ଜାଣିଛ ଯେ ସମସ୍ତଙ୍କୁ ସତ୍ତ୍ୱପ୍ରଧାନ ସତ୍ତ୍ୱ, ରଜଃ, ତମଃ ଦେଇ ଗତି
କରିବାକୁ ହେବ । ଆଉ ଶେଷରେ ସମସ୍ତେ ତମଃପ୍ରଧାନ ହୋଇଯାଉଛନ୍ତି । ଏବେ ବାବା ସମ୍ମୁଖରେ ବସି
ବୁଝାଉଛନ୍ତି ଯେ ଏହି ସୃଷ୍ଟି ବୃକ୍ଷର ଏବେ ତମଃପ୍ରଧାନ ଜୀର୍ଣ୍ଣଶୀର୍ଣ୍ଣ ହୋଇଗଲାଣି ଅର୍ଥାତ୍
ପୁରୁଣା ହୋଇଗଲାଣି ତେବେ ନିଶ୍ଚିତ ଏହାର ବିନାଶ ହେବା ଦରକାର । ଏହା ହେଉଛି ଭିନ୍ନ ଭିନ୍ନ ଧର୍ମର
ବୃକ୍ଷ, ସେଥିପାଇଁ କୁହାଯାଏ ବିରାଟ ଲୀଳା । ଏହା କେତେ ବଡ ବେହଦର ବୃକ୍ଷ । ସେ ସବୁ ତ ଜଡ ବୃକ୍ଷ,
ଯେଉଁ ବୀଜ ଲଗାଇବ ସେହି ବୃକ୍ଷ ହିଁ ଉଠିବ । ଏହା ହେଉଛି ଭିନ୍ନ ଭିନ୍ନ ଧର୍ମର ଭିନ୍ନ ଭିନ୍ନ
ଚିତ୍ର । ଏଠାରେ ସମସ୍ତେ ମନୁଷ୍ୟ, କିନ୍ତୁ ଏମାନଙ୍କ ଭିତରେ ମଧ୍ୟ ଭିନ୍ନତା ରହିଛି, ସେଥିପାଇଁ
ବିରାଟ ଲୀଳା କୁହାଯାଉଛି । ସବୁ ଧର୍ମଗୁଡିକ କ୍ରମାନୁସାରେ କିପରି ଆସୁଛନ୍ତି, ଏ କଥା ମଧ୍ୟ
ତୁମେମାନେ ଜାଣିଛ । ସମସ୍ତଙ୍କୁ ଘରକୁ ଫେରିବାକୁ ହେବ, ପୁଣି ନିଜ ସମୟ ଅନୁସାରେ ଆସିବାକୁ ହେବ ।
ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ । ଏହା ପ୍ରକୃତିକୃତ । ଏହା ହିଁ ପ୍ରକୃତିର ନିୟମ ଯେ ଏତେ
ଛୋଟ ଆତ୍ମା ଅଥବା ପରମ ଆତ୍ମାଙ୍କ ଭିତରେ କେତେ ପାର୍ଟ ଭରି ହୋଇ ରହିଛି । ପରମ ଆତ୍ମାଙ୍କୁ ହିଁ
ପରମାତ୍ମା କୁହାଯାଏ । ତୁମେମାନେ ତାଙ୍କୁ ପିତା କହୁଛ କାହିଁକି ନା ସିଏ ସବୁ ଆତ୍ମାଙ୍କର ପରମପିତା
। ପିଲାମାନେ ଜାଣିଛନ୍ତି ଯେ ସାରା ପାର୍ଟ ଆତ୍ମା ହିଁ ବଜାଉଛି । ମନୁଷ୍ୟମାନେ ଏ କଥା ଜାଣନ୍ତି
ନାହିଁ । ସେମାନେ ତ ଆତ୍ମାକୁ ନିର୍ଲେପ କହିଦେଇଛନ୍ତି । ବାସ୍ତବରେ ଏହି ଶବ୍ଦ ଭୁଲ୍ ଏହା ମଧ୍ୟ
ବଡ ବଡ ଅକ୍ଷରରେ ଲେଖି ଦେବା ଦରକାର ଯେ ଆତ୍ମା ନିର୍ଲେପ ନୁହେଁ । ଆତ୍ମା ହିଁ ଯେପରି ଭଲ ଅଥବା
ମନ୍ଦ କର୍ମ କରୁଛି ସେହି ଅନୁସାରେ ସିଏ ଫଳ ପ୍ରାପ୍ତ କରୁଛି । ମନ୍ଦ ସଂସ୍କାର ଦ୍ୱାରା ପତିତ
ହୋଇଯାଉଛି, ସେଥିପାଇଁ ଦେବତାମାନଙ୍କ ନିକଟରେ ତାଙ୍କର ମହିମା ଗାନ କରୁଛି । ଏବେ ତୁମେମାନେ ୮୪
ଜନ୍ମର ରହସ୍ୟକୁ ବୁଝିଗଲଣି, ଏକଥା ଆଉ କୌଣସି ମନୁଷ୍ୟ ଜାଣିନାହାଁନ୍ତି । ତୁମେ ସେମାନଙ୍କୁ
ଯେତେବେଳେ ୮୪ ଜନ୍ମର କାହାଣୀ ସିଦ୍ଧ କରି ବୁଝାଉଛ ସେତେବେଳେ ସେମାନେ କହୁଛନ୍ତି - କ’ଣ ଶାସ୍ତ୍ର
ସବୁ ମିଥ୍ୟା? କାରଣ ସେମାନେ ଶୁଣିଛନ୍ତି ଯେ ମନୁଷ୍ୟ ୮୪ ଲକ୍ଷ ଯୋନିରେ ଆସୁଛି । ଏବେ ବାବା ବସି
ବୁଝାଉଛନ୍ତି, ବାସ୍ତବରେ ଗୀତା ହେଉଛି ସର୍ବଶାସ୍ତ୍ରମୟୀ ଶିରୋମଣୀ । ବାବା ଏବେ ଆମକୁ ରାଜଯୋଗ
ଶିଖାଉଛନ୍ତି ଯାହା ୫ ହଜାର ବର୍ଷ ପୂର୍ବରୁ ଶିଖାଇଥିଲେ ।
ତୁମେମାନେ ଜାଣିଛ, ଆମେ
ପୂର୍ବରୁ ପବିତ୍ର ଥିଲେ, ଆମର ପବିତ୍ର ଗୃହସ୍ଥ ଧର୍ମ ଥିଲା । ଏବେ ଏହାକୁ ଧର୍ମ କୁହାଯିବ ନାହିଁ
। ସମସ୍ତେ ଅଧର୍ମୀ ହୋଇଯାଇଛନ୍ତି ଅର୍ଥାତ୍ ବିକାରୀ ହୋଇଯାଇଛନ୍ତି । ଏହି ଖେଳକୁ ତୁମେ ପିଲାମାନେ
ହିଁ ଭଲ ଭାବରେ ବୁଝିଗଲଣି । ଏହି ବେହଦର ଡ୍ରାମାର ପ୍ରତି ୫ ହଜାର ବର୍ଷରେ ଥରେ ପୁନରାବୃତ୍ତି
ହେଉଛି । ଲକ୍ଷ-ଲକ୍ଷ ବର୍ଷର କଥା ତ କେହି ବୁଝିପାରିବେ ନାହିଁ । ଏହା ତ ଯେପରି କାଲିର କଥା ।
ତୁମେମାନେ ପୂର୍ବରୁ ଶିବାଳୟରେ ଥିଲ, ଆଜି ବେଶ୍ୟାଳୟରେ ଅଛ ପୁଣି କାଲି ଶିବାଳୟକୁ ଯିବ ।
ସତ୍ୟଯୁଗକୁ ହିଁ ଶିବାଳୟ କୁହାଯାଏ, ତ୍ରେତାଯୁଗ ହେଉଛି ସେମି ଶିବାଳୟ । ସେଠାରେ ଆମେ ଏତେ ବର୍ଷ
ରହିବା । ପୁନର୍ଜନ୍ମରେ ତ ଆସିବାକୁ ହିଁ ପଡିବ । ଏହି କଳିଯୁଗକୁ ରାବଣ ରାଜ୍ୟ କୁହାଯାଏ ।
ତୁମେମାନେ ଅଧାକଳ୍ପ ପତିତ ହୋଇଛ । ଏବେ ବାବା କହୁଛନ୍ତି - ଘର ଗୃହସ୍ଥରେ ରହି କମଳ ପୁଷ୍ପ ସମାନ
ପବିତ୍ର ହୁଅ । କୁମାର-କୁମାରୀମାନେ ତ ପବିତ୍ର । ସେମାନଙ୍କୁ ବୁଝାଯାଉଛି ଯେ - ଗୃହସ୍ଥିକୁ ପୁଣି
ଯିବାର ନାହିଁ ଯେଉଁଠି ପୁଣି ପବିତ୍ର ହେବାର ପୁରୁଷାର୍ଥ କରିବାକୁ ପଡିବ । ଭଗବାନୁବାଚ - ପବିତ୍ର
ହେବାକୁ ହେଲେ ବେହଦ ବାବାଙ୍କ ନିର୍ଦ୍ଦେଶ ଅନୁସାରେ ଚାଲିବାକୁ ହେବ ନା । ତୁମେମାନେ ଘର ଗୃହସ୍ଥରେ
ରହି କମଳ ପୁଷ୍ପ ସମାନ ପବିତ୍ର ହୋଇ ରହିପାରିବ । ପୁଣି ନିଜ ପିଲାମାନଙ୍କୁ ପତିତ ହେବା ପାଇଁ
କାହିଁକି କହୁଛ, ଯେବେକି ବାବା ୨୧ ଜନ୍ମ ପାଇଁ ପତିତ ହେବାରୁ ମୁକ୍ତ କରୁଛନ୍ତି । ଏଥିପାଇଁ ଲୋକ
ଲଜ୍ୟା, କୁଳର ମର୍ଯ୍ୟାଦା ସବୁ ଛାଡିବାକୁ ହେବ । ଏହା ହେଉଛି ବେହଦର କଥା । ସବୁ ଧର୍ମରେ ବହୁତ
କୁମାର ଅଛନ୍ତି କିନ୍ତୁ ସୁରକ୍ଷିତ ରହିବା କଷ୍ଟକର ହୋଇଥାଏ କାରଣ ରାବଣ ରାଜ୍ୟରେ ରହୁଛନ୍ତି ନା ।
ବିଦେଶରେ ମଧ୍ୟ ଏମିତି ବହୁତ ମନୁଷ୍ୟ ଅଛନ୍ତି ଯେଉଁମାନେ କି ବିବାହ କରନ୍ତି ନାହିଁ ପୁଣି ପରେ
କମ୍ପାନିୟନ୍ସିପ୍ (ସାଥୀ) ହୋଇ ରହିବା ପାଇଁ ବିବାହ କରନ୍ତି । କିନ୍ତୁ ବିକାରୀ ଭାବନା ରଖି
ବିବାହ କରନ୍ତି ନାହିଁ । ଏମିତି ମଧ୍ୟ ଦୁନିଆରେ ବହୁତ ଅଛନ୍ତି ଯେଉଁମାନେ କି ବୃଦ୍ଧାବସ୍ଥାରେ
ସାଥୀମାନଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ବହନ କରନ୍ତି ଏବଂ ନିଜର ମୃତ୍ୟୁପୂର୍ବରୁ କିଛି ସମ୍ପତ୍ତି
ସେମାନଙ୍କୁ ଦେଇଯା’ନ୍ତି ଆଉ କିଛି ଧର୍ମ କାର୍ଯ୍ୟରେ ଲଗାଇ ଦିଅନ୍ତି । ସେଥିପାଇଁ ଏକ ଟ୍ରଷ୍ଟ
ତିଆରି କରିଯାଆନ୍ତି । ବିଦେଶରେ ବଡ-ବଡ ଟ୍ରଷ୍ଟ ଥାଏ ଯାହାକି ଭାରତକୁ ମଧ୍ୟ ସହଯୋଗ କରୁଛି ।
ଏଠାରେ କିନ୍ତୁ ଏଭଳି ଟ୍ରଷ୍ଟ ନାହିଁ ଯାହାକି ବିଦେଶକୁ ସହଯୋଗ କରିବ । ଏଠାରେ ତ ଖାଲି ଗରୀବମାନେ
ଅଛନ୍ତି, ସେମାନେ କ’ଣ ସହଯୋଗ କରିବେ! ବିଦେଶର ଲୋକମାନଙ୍କ ପାଖରେ ତ ବହୁତ ପଇସା ଅଛି । ଭାରତ ତ
ଗରୀବ ଦେଶ । ଦେଖ, ଏବେ ଭାରତବାସୀଙ୍କର କ’ଣ ଅବସ୍ଥା ହୋଇଗଲାଣି! ଭାରତ କେତେ ଧନୀ ଥିଲା, ଏହା
କାଲିର କଥା ଭଳି ଲାଗୁଛି ନା । ସେମାନେ ନିଜେ ମଧ୍ୟ କହୁଛନ୍ତି - ୩ ହଜାର ବର୍ଷ ପୂର୍ବରୁ ଭାରତ
ସ୍ୱର୍ଗ ଥିଲା । ତାହା ମଧ୍ୟ ବାବା ହିଁ କରୁଛନ୍ତି । ତୁମେମାନେ ଜାଣିଛ ଯେ, ପତିତମାନଙ୍କୁ ପାବନ
କରିବା ପାଇଁ ବାବା ଉପରୁ ତଳକୁ କିପରି ଆସୁଛନ୍ତି । ସିଏ ହିଁ ଜ୍ଞାନର ସାଗର, ପତିତ-ପାବନ,
ସମସ୍ତଙ୍କର ସଦ୍ଗତି ଦାତା ଅର୍ଥାତ୍ ସମସ୍ତଙ୍କୁ ପବିତ୍ର କରୁଛନ୍ତି । ତୁମେ ପିଲାମାନେ ଜାଣିଛ
ଯେ, ମୋର ମହିମା ସମସ୍ତେ ଗାୟନ କରୁଛନ୍ତି । ମୁଁ ତ ତୁମକୁ ପବିତ୍ର କରିବା ପାଇଁ ପତିତ ଦୁନିଆକୁ
ଆସୁଛି । ତୁମେ ପିଲାମାନେ ହିଁ ପବିତ୍ର ହେଉଛ ପୁଣି ପ୍ରଥମେ ପ୍ରଥମେ ପବିତ୍ର ଦୁନିଆକୁ ଆସୁଛ ।
ବହୁତ ସୁଖ ଲାଭ କରୁଛ । ପୁଣି ରାବଣ ରାଜ୍ୟରେ ତଳକୁ ଖସିଯାଉଛ । ଯଦିଓ କେବଳ ଗାୟନ କରୁଛନ୍ତି -
ପରମପିତା, ପରମାତ୍ମା ଜ୍ଞାନର ସାଗର, ଶାନ୍ତିର ସାଗର, ପତିତ-ପାବନ, କିନ୍ତୁ ସିଏ ପାବନ କରିବା
ପାଇଁ କେବେ ଆସୁଛନ୍ତି ଏକଥା କେହି ବି ମନୁଷ୍ୟ ଜାଣିନାହାଁନ୍ତି । ବାବା କହୁଛନ୍ତି - ତୁମେମାନେ
ମୋର ମହିମା କରୁଛ ନା । ତେଣୁ ମୁଁ ଏବେ ଆସି ତୁମକୁ ନିଜର ପରିଚୟ ଦେଉଛି । ମୁଁ ପ୍ରତି ୫ ହଜାର
ବର୍ଷରେ ଥରେ ଏହି ପୁରୁଷୋତ୍ତମ ସଂଗମଯୁଗରେ ଆସୁଛି । କିଭଳି ଆସୁଛି ତାହା ମଧ୍ୟ ତୁମକୁ ବୁଝାଉଛି
। ତା’ର ଚିତ୍ର ମଧ୍ୟ ରହିଛି । ବ୍ରହ୍ମା ସୂକ୍ଷ୍ମଲୋକର ନୁହଁନ୍ତି । ବ୍ରହ୍ମା ଏବଂ ବ୍ରାହ୍ମଣ
ଏଠିକାର ହିଁ ଅଟନ୍ତି, ଯାହାଙ୍କୁ ଆଦି ପିତା କୁହାଯାଏ, ଯାହାଙ୍କର ଏବେ ବଂଶାବଳୀ ତିଆରି ହେଉଛି ।
ମନୁଷ୍ୟ ସୃଷ୍ଟିର ବଂଶାବଳୀ ତ ପ୍ରଜାପିତା ବ୍ରହ୍ମାଙ୍କଠାରୁ ଆରମ୍ଭ ହେବ ନା । ଯଦି ସିଏ
ପ୍ରଜାପିତା ଅଟନ୍ତି ତେବେ ନିଶ୍ଚିତ ପ୍ରଜା ମଧ୍ୟ ଥିବେ । ଏମାନେ ତ ଜନ୍ମିତ ନୁହଁନ୍ତି, ତେବେ
ନିଶ୍ଚିତ ପୋଷ୍ୟ ହୋଇଥିବେ । ଏହି ବ୍ରହ୍ମା ଆଦି ପିତା ଅଟନ୍ତି । ତେବେ ଇଏ ନିଶ୍ଚିତ ପୋଷ୍ୟ
କରିଥିବେ । ତୁମେ ସମସ୍ତେ ପୋଷ୍ୟ ସନ୍ତାନ ଅଟ । ଏବେ ତୁମେମାନେ ବ୍ରାହ୍ମଣ ହୋଇଛ ପୁଣି ଦେବତା
ହେବାକୁ ଯାଉଛ । ଶୁଦ୍ରରୁ ବ୍ରାହ୍ମଣ ପୁଣି ବ୍ରାହ୍ମଣରୁ ଦେବତା, ତେଣୁ ଏହା ବାଜୋଲି ଖେଳ ହେଲା
ନା । ବିରାଟ ରୂପର ମଧ୍ୟ ଚିତ୍ର ଦେଖାଇଛନ୍ତି ନା । ପରମଧାମରୁ ଏଠାକୁ ସମସ୍ତ ଆତ୍ମାଙ୍କୁ ଆସିବାକୁ
ହେବ । ଯେତେବେଳେ ସବୁ ଆତ୍ମାମାନେ ଏଠାକୁ ଆସିଯାଉଛନ୍ତି ସେତେବେଳେ ରଚୟିତା ବାବାଙ୍କୁ ମଧ୍ୟ
ଆସିବାକୁ ପଡୁଛି । ସିଏ ରଚୟିତା, ନିର୍ମାତା ଏବଂ ମୁଖ୍ୟ ଅଭିନେତା । ବାବା କହୁଛନ୍ତି - ହେ
ଆତ୍ମାମାନେ, ତୁମେ ମୋତେ ଜାଣିଛ । ତୁମେମାନେ ସମସ୍ତେ ମୋର ସନ୍ତାନ ନା । ପ୍ରଥମେ ସତ୍ୟଯୁଗରେ
ଶରୀର ଧାରଣ କରି ସୁଖର ପାର୍ଟ କେତେ ଭଲ ଭାବରେ କରିଲ ପୁଣି ୮୪ ଜନ୍ମ ନେଇ ଶେଷରେ ଦୁଃଖର ପାର୍ଟ
କରୁଛ । ଦୁନିଆର ଡ୍ରାମାରେ ନିର୍ମାତା, ନିର୍ଦ୍ଦେଶକ, ପ୍ରୟୋଜକ ଥାଆନ୍ତି ନା । ସେହିଭଳି ଏହା
ମଧ୍ୟ ବେହଦର ଡ୍ରାମା । କିନ୍ତୁ ଏହି ଡ୍ରାମାକୁ କେହି ବି ଜାଣି ନାହାଁନ୍ତି । ଭକ୍ତିମାର୍ଗରେ
ଏଭଳି ଏଭଳି କଥା କହୁଛନ୍ତି ଯାହା ମନୁଷ୍ୟମାନଙ୍କ ବୁଦ୍ଧିରେ ରହିଯାଇଛି ।
ବାବା କହୁଛନ୍ତି -
ମିଠା-ମିଠା ପିଲାମାନେ, ଏ ସବୁ ଭକ୍ତିମାର୍ଗର ଶାସ୍ତ୍ର । ଭକ୍ତିମାର୍ଗରେ ଅନେକ ସାମଗ୍ରୀ ରହିଛି
। ଯେମିତି ବୀଜର ସାମଗ୍ରୀ ହେଉଛି ବୃକ୍ଷ, ଏତେ ଛୋଟ ବୀଜରୁ କେତେ ବଡ ବୃକ୍ଷ ହେଉଛି । ଭକ୍ତିର
ମଧ୍ୟ ଏହିଭଳି ବିସ୍ତାର ହୋଇଯାଇଛି । ଜ୍ଞାନ ହେଉଛି ବୀଜ, ସେଥିରେ କୌଣସି ସାମଗ୍ରୀର ଆବଶ୍ୟକତା
ହିଁ ନାହିଁ । ବାବା କହୁଛନ୍ତି - ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ, ଅନ୍ୟ କୌଣସି
ବ୍ରତ ଉପବାସ ରଖିବାର ଆବଶ୍ୟକତା ନାହିଁ । ଏସବୁର ଏଥିରେ ଆବଶ୍ୟକତା ନାହିଁ । ତୁମମାନଙ୍କୁ ସଦ୍ଗତି
ପ୍ରାପ୍ତ ହୋଇଗଲା ପରେ ଆଉ କୌଣସି ଜପ ତପର ଆବଶ୍ୟକତା ନାହିଁ । ତୁମେମାନେ ବହୁତ ଭକ୍ତି କରିଛ,
ମୁଁ ତା’ର ଫଳ ଦେବା ପାଇଁ ଆସିଛି । ଦେବତାମାନେ ହିଁ ଶିବାଳୟରେ ଥିଲେ, ସେଥିପାଇଁ ମନ୍ଦିରକୁ ଯାଇ
ସମସ୍ତେ ତାଙ୍କର ମହିମା ଗାନ କରୁଛନ୍ତି । ଏବେ ବାବା ତୁମମାନଙ୍କୁ ବୁଝାଉଛନ୍ତି - ମିଠା ମିଠା
ପିଲାମାନେ, ମୁଁ ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ତୁମକୁ ବୁଝାଇଥିଲି - ନିଜକୁ ଆତ୍ମା ନିଶ୍ଚୟ କର ।
ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ତ୍ୟାଗ କରି କେବଳ ମୋତେ ମନେପକାଅ, ତେବେ ଏହି ଯୋଗ ଅଗ୍ନି
ଦ୍ୱାରା ତୁମର ପାପ ଭସ୍ମ ହୋଇଯିବ । ବାବା ଏବେ ଯାହା କିଛି ବୁଝାଉଛନ୍ତି, ତାହା କଳ୍ପ କଳ୍ପ ଧରି
ବୁଝାଇ ଆସିଛନ୍ତି । ଗୀତାରେ ମଧ୍ୟ କିଛି କିଛି ଅକ୍ଷର ସଠିକ୍ ଅଛି । ମନମନାଭବ ଅର୍ଥାତ୍ ମୋତେ ମନେ
ପକାଅ । ଶିବବାବା କହୁଛନ୍ତି ମୁଁ ବର୍ତ୍ତମାନ ଏଠାକୁ ଆସିଛି । ମୁଁ କାହା ଶରୀରରେ ଆସୁଛି, ତାହା
ମଧ୍ୟ ତୁମମାନଙ୍କୁ କହୁଛି । ବ୍ରହ୍ମାଙ୍କ ଦ୍ୱାରା ସବୁ ବେଦ ଶାସ୍ତ୍ର ଗୁଡିକର ସାରାଂଶ ଶୁଣାଉଛି
। ଚିତ୍ର ମଧ୍ୟ ଦେଖାଉଛନ୍ତି କିନ୍ତୁ କେହି ବି ଏହାର ଅର୍ଥକୁ ବୁଝୁ ନାହାଁନ୍ତି । ଏବେ ତୁମେମାନେ
ଜାଣୁଛ ଯେ ଶିବବାବା କିପରି ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ସବୁ ଶାସ୍ତ୍ର ଗୁଡିକର ସାରାଂଶକୁ
ଶୁଣାଉଛନ୍ତି । ୮୪ ଜନ୍ମର ରହସ୍ୟ ମଧ୍ୟ ତୁମକୁ ବୁଝାଉଛନ୍ତି । ମୁଁ ୟାଙ୍କର (ବ୍ରହ୍ମାଙ୍କର)
ବହୁତ ଜନ୍ମର ଅନ୍ତିମ ଜନ୍ମର ଶେଷ ସମୟରେ ଆସୁଛି । ଇଏ ପୁଣି ପ୍ରଥମ ନମ୍ବର ରାଜକୁମାର ହେଉଛନ୍ତି
ପୁଣି ୮୪ ଜନ୍ମ ନେଉଛନ୍ତି । ଆଚ୍ଛା-
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ରାବଣ
ରାଜ୍ୟରେ ରହି ପତିତ ଲୋକଲାଜ, କୁଳ ମର୍ଯ୍ୟାଦାକୁ ଛାଡି ବେହଦର ପିତାଙ୍କର ଆଦେଶକୁ ମାନିବାକୁ ହେବ
। ଗୃହସ୍ଥ ବ୍ୟବହାରରେ ରହି କମଳପୁଷ୍ପ ସଦୃଶ ପବିତ୍ର ରହିବାକୁ ହେବ ।
(୨) ଏହି ସୃଷ୍ଟିରେ
ଭିନ୍ନ ଭିନ୍ନ ପ୍ରକାରର ବିରାଟ ଲୀଳାକୁ ଭଲ ଭାବରେ ବୁଝିବାକୁ ହେବ ଏବଂ ଏଥିରେ ପାର୍ଟ କରୁଥିବା
ଆତ୍ମା ନିର୍ଲେପ ନୁହେଁ, ଆତ୍ମା ଭଲ ବା ମନ୍ଦ କର୍ମ କରିଥାଏ ଏବଂ ତା’ର ଫଳ ଭୋଗ କରିଥାଏ, ଏହି
ରହସ୍ୟକୁ ବୁଝି ଶ୍ରେଷ୍ଠ କର୍ମ କରିବାକୁ ହେବ ।
ବରଦାନ:-
ବାବାଙ୍କର
ସଂସ୍କାରକୁ ନିଜର ଅସଲୀ ସଂସ୍କାର ରୂପରେ ଧାରଣ କରୁଥିବା ଶୁଭଭାବନା, ଶୁଭକାମନାଧାରୀ ଭବ ।
ଏବେ ପର୍ଯ୍ୟନ୍ତ ଅନେକ
ପିଲାଙ୍କ ଭିତରେ ଫିଲିଙ୍ଗ୍ କରିବାର ଅର୍ଥାତ୍ ଅପମାନ ଅନୁଭବ କରିବାର, ଦୂରେଇ ରହିବାର, ପରଚିନ୍ତନ
କରିବାର ବା ଶୁଣିବାର ଭିନ୍ନ ଭିନ୍ନ ସଂସ୍କାର ରହିଛି, ଯାହାକୁ ତୁମେମାନେ କହୁଛ ମୁଁ କ’ଣ କରିବି
ଏହା ତ ମୋ’ର ସଂସ୍କାର ଅଟେ... ତେବେ ଏହି ମୋ’ର ଶବ୍ଦ ହିଁ ପୁରୁଷାର୍ଥକୁ ଢିଲା କରିଦେଉଛି । ଏହା
ରାବଣର ଜିନିଷ, ମୋ’ର ନୁହେଁ । ଯାହା ବାବାଙ୍କର ସଂସ୍କାର, ତାହା ହିଁ ବ୍ରାହ୍ମଣମାନଙ୍କର ଅସଲୀ
ସଂସ୍କାର । ତାହା ହେଲା ବିଶ୍ୱକଲ୍ୟାଣକାରୀ ତଥା ଶୁଭଚିନ୍ତନଧାରୀର ସଂସ୍କାର । ସମସ୍ତଙ୍କ ପ୍ରତି
ଶୁଭଭାବନା, ଶୁଭକାମନାଧାରୀ ସଂସ୍କାର ।
ସ୍ଲୋଗାନ:-
ଯାହା ଭିତରେ
ସମର୍ଥୀ ଅଛି ସେ ହିଁ ସର୍ବଶକ୍ତି ରୂପୀ ସମ୍ପତ୍ତିର ଅଧିକାରୀ ଅଟେ ।