20.09.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ତୁମ ଭଳି ପୁରୁଣା ଭକ୍ତମାନଙ୍କୁ ଭକ୍ତିର ଫଳ ଦେବା ପାଇଁ ଆସିଛନ୍ତି । ଭକ୍ତିର ଫଳ ହେଉଛି ଜ୍ଞାନ,
ଯାହା ଦ୍ୱାରା ତୁମର ସଦ୍ଗତି ହେଉଛି ।”
ପ୍ରଶ୍ନ:-
କେତେକ ଚାଲୁ
ଚାଲୁ ପୁରୁଷାର୍ଥ କରୁ କରୁ ନିଜର ଭାଗ୍ୟକୁ ନିଜେ ହିଁ ହତ୍ୟା କରିଥାନ୍ତି, କିପରି?
ଉତ୍ତର:-
ଯଦି ବାବାଙ୍କର ହୋଇ ସେବା କରୁ ନାହାଁନ୍ତି, ନିଜ ଉପରେ ଏବଂ ଅନ୍ୟମାନଙ୍କ ଉପରେ ଦୟା କରୁ
ନାହାଁନ୍ତି , ତେବେ ସେ ନିଜ ଭାଗ୍ୟକୁ ନିଜେ ହତ୍ୟା କରିଥା’ନ୍ତି ଅର୍ଥାତ୍ ପଦ ଭ୍ରଷ୍ଟ
ହୋଇଯାଆନ୍ତି । ଭଲ ଭାବରେ ପଢିଲେ, ଯୋଗଯୁକ୍ତ ସ୍ଥିତିରେ ରହିଲେ ଭଲ ପଦ ମଧ୍ୟ ମିଳିଥାଏ । ତେଣୁ
ସେବାଧାରୀ ସନ୍ତାନମାନଙ୍କ ଭିତରେ ସେବା କରିବାର ବହୁତ ସଉକ ରହିବା ଦରକାର ।
ଗୀତ:-
କୌନ ଆୟା ସବେରେ
ସବେରେ...
ଓମ୍ ଶାନ୍ତି ।
ଆତ୍ମିକ
ସନ୍ତାନମାନେ ବୁଝୁଛନ୍ତି ଯେ ଆମେ ଆତ୍ମା ଅଟୁ, ଶରୀର ନୁହେଁ ଏବଂ ଏହି ଜ୍ଞାନ ବର୍ତ୍ତମାନ ପରମପିତା
ପରମାତ୍ମାଙ୍କଠାରୁ ମିଳୁଛି । ବାବା କହୁଛନ୍ତି ଯେତେବେଳେ ସ୍ୱୟଂ ମୁଁ ଆସିଛି ତେବେ ତୁମେ ନିଜକୁ
ଆତ୍ମା ନିଶ୍ଚୟ କର । ଆତ୍ମା ହିଁ ଶରୀରରେ ପ୍ରବେଶ କରୁଛି । ଗୋଟିଏ ଶରୀର ଛାଡି ଆଉ ଏକ ଶରୀର ନେଇ
ଚାଲିଥାଏ । ଆତ୍ମା ବଦଳି ନ ଥାଏ, ଶରୀର ବଦଳିଥାଏ । ଆତ୍ମା ତ ଅବିନାଶୀ ଅଟେ, ତେଣୁ ନିଜକୁ ଆତ୍ମା
ବୁଝିବା ଦରକାର । ଏହି ଜ୍ଞାନ କେବେ କେହି ଦେଇପାରିବେ ନାହିଁ । ପିଲାମାନେ ଡାକିବାରୁ ବାବା
ଆସିଛନ୍ତି । ଏହା ମଧ୍ୟ କାହାକୁ ଜଣା ନାହିଁ ଯେ ଏହା ପୁରୁଷୋତ୍ତମ ସଙ୍ଗମଯୁଗ ଅଟେ । ବାବା ଆସି
ବୁଝାଉଛନ୍ତି ଯେ ମୁଁ ଆସିଥାଏ କଳ୍ପର ପୁରୁଷୋତ୍ତମ ସଙ୍ଗମଯୁଗରେ ଯାହା ଫଳରେ ସାରା ବିଶ୍ୱ
ପୁରୁଷୋତ୍ତମ ହୋଇଥାଏ । ଏହି ସମୟରେ ତ ସାରା ବିଶ୍ୱ କନିଷ୍ଠ ବା ପତିତ ହୋଇଯାଇଛି । ତାହାକୁ
କୁହାଯାଏ ଅମରପୁରୀ, ଏହା ହେଉଛି ମୃତ୍ୟୁଲୋକ । ମୃତ୍ୟୁଲୋକରେ ଆସୁରୀ ଗୁଣଯୁକ୍ତ ମନୁଷ୍ୟ ଥାଆନ୍ତି,
ଅମର ଲୋକରେ ଦୈବୀଗୁଣଯୁକ୍ତ ମନୁଷ୍ୟ ଥାଆନ୍ତି, ଏଥିପାଇଁ ତାଙ୍କୁ ଦେବତା କୁହାଯାଏ । ଏଠାରେ ମଧ୍ୟ
ଭଲ ସ୍ୱଭାବଯୁକ୍ତ ମନୁଷ୍ୟଙ୍କୁ କୁହାଯାଏ - ଇଏ ତ ଯେପରି ଦେବତା ଅଟନ୍ତି । କେହି କେହି
ଦୈବୀଗୁଣଯୁକ୍ତ ଥାଆନ୍ତି, କିନ୍ତୁ ଏହି ସମୟରେ ତ ସବୁ ଆସୁରୀ ଗୁଣଯୁକ୍ତ ମନୁଷ୍ୟ ଅଟନ୍ତି । ୫
ବିକାରରେ ବୁଡି ରହିଛନ୍ତି, ତେଣୁ ତ ଡାକିଥା’ନ୍ତି ଏହି ଦୁଃଖରୁ ଆସି ମୁକ୍ତ କରନ୍ତୁ । ଭଗବାନ
କେବଳ ଜଣେ ସୀତାଙ୍କୁ ତ ରକ୍ଷା କରି ନାହାଁନ୍ତି । ବାବା ବୁଝାଉଛନ୍ତି - ସାମଗ୍ରିକ ଭାବେ
ଭକ୍ତଙ୍କୁ ସୀତା କୁହାଯାଏ, ଭଗବାନଙ୍କୁ ରାମ କୁହାଯାଏ । ସେ ବର୍ତ୍ତମାନ ଭକ୍ତିର ଫଳ ଦେବା ପାଇଁ
ଆସିଛନ୍ତି । ଏହି ବେହଦର ରାବଣ ରାଜ୍ୟରେ ସାରା ବିଶ୍ୱ ଫସି ଯାଇଛି । ସେମାନଙ୍କୁ ମୁକ୍ତ କରି ରାମ
ରାଜ୍ୟକୁ ନେଇ ଯାଉଛନ୍ତି । ଏଠାରେ ରଘୁପତି ରାଘବ ରାଜା ରାମଙ୍କର କଥା ନୁହେଁ । ସେ ତ ତ୍ରେତା
ଯୁଗର ରାଜା ଥିଲେ । ଏବେ ତ ସମସ୍ତ ଆତ୍ମା ତମୋପ୍ରଧାନ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ଅଛନ୍ତି,
ସିଡିରୁ ଓହ୍ଲାଇ ଓହ୍ଲାଇ ତଳକୁ ଖସି ଆସିଛନ୍ତି । ପୂଜ୍ୟରୁ ପୂଜାରୀ ହୋଇଯାଇଛନ୍ତି । ଦେବତାମାନେ
କାହାର ପୂଜା କରନ୍ତି ନାହିଁ ସେମାନେ ତ ପୂଜ୍ୟ ଅଟନ୍ତି । ପୁଣି ସେମାନେ ଯେତେବେଳେ ବୈଶ୍ୟ,
ଶୁଦ୍ର ହୁଅନ୍ତି ସେତେବେଳେ ପୂଜା ଆରମ୍ଭ ହୋଇଥାଏ, ବାମ ମାର୍ଗରେ ଆସିବା ଦ୍ୱାରା ପୂଜାରୀ
ହୋଇଥାନ୍ତି, ପୂଜାରୀ ଦେବତାମାନଙ୍କ ଚିତ୍ର ଆଗରେ ନମନ କରିଥା’ନ୍ତି, ବର୍ତ୍ତମାନ ସମୟରେ କେହି ଜଣେ
ବି ପୂଜ୍ୟ ହୋଇପାରିବେ ନାହିଁ । ସର୍ବୋଚ୍ଚ ଭଗବାନ ହେଉଛନ୍ତି ସର୍ବଦା ପୂଜ୍ୟ, ପୁଣି ସତ୍ୟଯୁଗୀ
ଦେବୀ ଦେବତାମାନେ ପୂଜ୍ୟ ଅଟନ୍ତି । ଏହି ସମୟରେ ତ ସବୁ ପୂଜାରୀ ଅଟନ୍ତି, ପ୍ରଥମେ-ପ୍ରଥମେ
ଶିବଙ୍କର ପୂଜା ହୋଇଥାଏ, ତାହା ହେଲା ଅବ୍ୟଭିଚାରୀ ପୂଜା । ସେହି ପୂଜା ସତ୍ତ୍ୱପ୍ରଧାନ ଅଟେ ପୁଣି
ସତ୍ତ୍ୱ ପରେ ଦେବତାଙ୍କର ପୂଜା କରିବା ଆରମ୍ଭ କରନ୍ତି, ପୁଣି ତଳକୁ ଖସି ଜଳର, ମନୁଷ୍ୟଙ୍କର,
ପକ୍ଷୀ ଆଦିର ପୂଜା କରିବାରେ ଲାଗିଯାଇଥା’ନ୍ତି । ଦିନକୁ ଦିନ ଅନେକଙ୍କର ପୂଜା ହେବାରେ ଲାଗିଛି ।
ଆଜିକାଲି ଧର୍ମ ସମ୍ମିଳନୀ ମଧ୍ୟ ବହୁତ ହେଉଛି । କେବେ ଆଦି ସନାତନ ଧର୍ମାବଲମ୍ବୀଙ୍କର, କେବେ
ଜୈନ୍ୟମାନଙ୍କର, କେବେ ଆର୍ଯ୍ୟ ସମାଜୀମାନଙ୍କର ସମ୍ମିଳନୀ ହେଉଛି । ଅନେକଙ୍କୁ ଡକାଇଥାନ୍ତି
କାହିଁକି ନା ପ୍ରତ୍ୟେକ ନିଜ ନିଜର ଧର୍ମକୁ ଉଚ୍ଚ ବୋଲି ଭାବିଥାନ୍ତି । ପ୍ରତ୍ୟେକ ଧର୍ମରେ କିଛି
ନା କିଛି ବିଶେଷ ଗୁଣ ରହିଥିବା କାରଣରୁ ସେମାନେ ନିଜକୁ ବଡ ଭାବିଥାନ୍ତି । ଜୈନ୍ୟମାନଙ୍କ ମଧ୍ୟରେ
ବି ଭିନ୍ନ-ଭିନ୍ନ ପ୍ରକାରର ଥାନ୍ତି, ୫-୭ ପ୍ରକାରର ହେବେ । ସେମାନଙ୍କ ଭିତରେ ପୁଣି କିଏ ଉଲଗ୍ନ
ଥାଆନ୍ତି । ଉଲଗ୍ନ ରହିବାର ଅର୍ଥ ମଧ୍ୟ କେହି ବୁଝନ୍ତି ନାହିଁ । ଭଗବାନୁବାଚ - ଉଲଗ୍ନ ଅର୍ଥାତ୍
ଅଶରୀରୀ ହୋଇ ଆସିଥିଲ, ପୁଣି ଅଶରୀର ହୋଇ ଚାଲିଯିବ । ସେମାନେ ପୁଣି ବସ୍ତ୍ର ଓହ୍ଲାଇ ଉଲଗ୍ନ
ହୋଇଯାଉଛନ୍ତି । ଭଗବାନୁବାଚର ଅର୍ଥକୁ କେହି ବୁଝୁ ନାହାଁନ୍ତି । ବାବା କହୁଛନ୍ତି ତୁମେ
ଆତ୍ମାମାନେ ଏଠାକୁ ଏହି ଶରୀର ଧାରଣ କରି ଅଭିନୟ କରିବା ପାଇଁ ଆସିଛ, ପୁଣି ଘରକୁ ଫେରିଯିବ, ଏହି
କଥାକୁ ତୁମେ ପିଲାମାନେ ହିଁ ବୁଝିପାରୁଛ । ଆତ୍ମା ହିଁ ଅଭିନୟ କରିବା ପାଇଁ ଆସିଥାଏ, ଏହି ସୃଷ୍ଟି
ରୂପି ବୃକ୍ଷର ବୃଦ୍ଧି ହୋଇଥାଏ । ନୂଆ-ନୂଆ ଧର୍ମର ସୃଷ୍ଟି ହେଉଛି, ଏଣୁ ଏହାକୁ ଭେରାଇଟ୍ ବା
ବିବିଧ ନାଟକ କୁହାଯାଇଛି । ଏହା ଭିନ୍ନ ଭିନ୍ନ ଧର୍ମର ବୃକ୍ଷ ଅଟେ । ପ୍ରତ୍ୟେକ ଧର୍ମର ପୁଣି
ଶାଖାମାନ ସୃଷ୍ଟି ହୁଏ । ମହମ୍ମଦ ତ ପରେ ଆସିଛନ୍ତି । ପ୍ରଥମେ ହେଲା ଇସ୍ଲାମୀ । ମୁସଲମାନଙ୍କର
ସଂଖ୍ୟା ବହୁତ । ଆଫ୍ରିକାରେ କେତେ ସାହୁକାର ଅଛନ୍ତି, ସୁନା-ହୀରାର ଖଣି ଅଛି । ଯେଉଁଠାରେ ବହୁତ
ଧନ ଦେଖନ୍ତି, ଆକ୍ରମଣ କରି ଧନଶାଳୀ ହୋଇଯା’ନ୍ତି । ଖ୍ରୀଷ୍ଟିୟାନମାନେ ମଧ୍ୟ କେତେ ଧନଶାଳୀ
ହୋଇଛନ୍ତି । ଭାରତରେ ମଧ୍ୟ ଧନ ଅଛି, କିନ୍ତୁ ଗୁପ୍ତ । ସୁନା ଆଦି କେତେ ରଖିଛନ୍ତି । ବର୍ତ୍ତମାନ
ଦିଗମ୍ବର ଜୈନ ସଭାର ସଦସ୍ୟମାନେ ସମ୍ମିଳନୀ ଆଦି କରୁଛନ୍ତି, କାହିଁକି ନା ପ୍ରତ୍ୟେକ ନିଜକୁ ବଡ
ବୋଲି ଭାବୁଛନ୍ତି । ଏଠାରେ ଏତେ ସବୁ ଧର୍ମ ବଢି ବଢି ଚାଲିଛି, କେବେ ବିନାଶ ବି ହେବ, କିଛି ବି
ବୁଝୁ ନାହାଁନ୍ତି । ସବୁ ଧର୍ମଠାରୁ ଶ୍ରେଷ୍ଠ ତ ତୁମର ବ୍ରାହ୍ମଣ ଧର୍ମ ଅଟେ, ଯାହା ବିଷୟରେ
କାହାକୁ ଜଣା ନାହିଁ । କଳିଯୁଗରେ ବ୍ରାହ୍ମଣ ମଧ୍ୟ ବହୁତ ଅଛନ୍ତି କିନ୍ତୁ ସେମାନେ ହେଲେ ଔରସଜାତ
ବ୍ରାହ୍ମଣ । ପ୍ରଜାପିତା ବ୍ରହ୍ମାଙ୍କର ମୁଖ ବଂଶାବଳୀ ବ୍ରାହ୍ମଣ, ସେମାନେ ତ ସବୁ ଭାଇ-ଭଉଣୀ
ଅଟନ୍ତି । ଯଦି ସେମାନେ ନିଜକୁ ବ୍ରହ୍ମାଙ୍କର ସନ୍ତାନ କହୁଛନ୍ତି ତାହାହେଲେ ଭାଇ ଭଉଣୀ ହେଲେ,
ପୁଣି ବିବାହ ଆଦି କିପରି କରୁଛନ୍ତି ତେଣୁ ଏଥିରୁ ସିଦ୍ଧ ହେଉଛି ଯେ ସେହି ବ୍ରାହ୍ମଣ
ବ୍ରହ୍ମାଙ୍କର ମୁଖ ବଂଶାବଳୀ ନୁହଁନ୍ତି, କେବଳ ନାମ ରଖି ଦେଇଛନ୍ତି । ବାସ୍ତବରେ
ବ୍ରାହ୍ମଣମାନଙ୍କୁ ଦେବତାମାନଙ୍କଠାରୁ ଶ୍ରେଷ୍ଠ କୁହାଯିବ, କାରଣ ସେମାନେ ସର୍ବୋଚ୍ଚ ଶିଖରରେ
ଅଛନ୍ତି ନା । ଏହି ବ୍ରାହ୍ମଣ ହିଁ ମନୁଷ୍ୟମାନଙ୍କୁ ଦେବତାରେ ପରିବର୍ତ୍ତନ କରୁଛନ୍ତି । ଶିକ୍ଷକ
ହେଲେ ପରମପିତା ପରମାତ୍ମା, ସ୍ୱୟଂ ଜ୍ଞାନର ସାଗର । ଏହା କାହାକୁ ବି ଜଣା ନାହିଁ । ବାବାଙ୍କ
ପାଖକୁ ଆସି ବ୍ରାହ୍ମଣ ହୋଇ ପୁଣି କାଲି ଶୁଦ୍ର ହୋଇଯାଉଛନ୍ତି । ପୁରୁଣା ସଂସ୍କାର ବଦଳାଇବା ପାଇଁ
ବହୁତ ପରିଶ୍ରମ ଲାଗିଥାଏ । ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କଠାରୁ ସମ୍ପତ୍ତି ନେବାର ଅଛି ।
ଆତ୍ମିକ ପିତାଙ୍କଠାରୁ ଆତ୍ମିକ ପିଲାମାନେ ହିଁ ସମ୍ପତ୍ତି ନେବେ । ବାବାଙ୍କୁ ମନେ ପକାଇବାରେ ହିଁ
ମାୟା ବିଘ୍ନ ପକାଇଥାଏ । ବାବା କହିଥାନ୍ତି ହାତରେ କାମ କରି ହୃଦୟରେ ବାବାଙ୍କୁ ମନେ ପକାଅ । ଏହା
ବହୁତ ସହଜ ଅଟେ । ଯେପରି ପ୍ରେମିକା-ପ୍ରେମିକ ହୋଇଥାନ୍ତି, ଯେଉଁମାନେ କି ଯିଏ ଜଣେ-ଜଣଙ୍କୁ ନ
ଦେଖି ରହିପାରିବେ ନାହିଁ । ବାବା ତ ପ୍ରେମିକ ଅଟନ୍ତି । ସବୁ ପିଲାମାନେ ପ୍ରେମିକା ଅଟନ୍ତି,
ଯେଉଁମାନେ କି ବାବାଙ୍କୁ ମନେ ପକାଉଛନ୍ତି । ଏକମାତ୍ର ବାବା ହିଁ କେବେ କାହା ନିକଟରେ ସମର୍ପିତ
ହୁଅନ୍ତି ନାହିଁ କାହିଁକି ନା ତାଙ୍କଠାରୁ ବଡ କେହି ନାହାଁନ୍ତି । ବାକି ହଁ, ସେ ପିଲାମାନଙ୍କର
ମହିମା କରିଥାନ୍ତି, ଭକ୍ତିମାର୍ଗରୁ ଆରମ୍ଭ କରି ସମସ୍ତେ ମୋର ପ୍ରେମିକା ଅଟନ୍ତି । ଡାକିଥା’ନ୍ତି
ମଧ୍ୟ - ଆସ ଦୁଃଖରୁ ମୁକ୍ତ କର, ପବିତ୍ର କର । ତୁମେ ସବୁ କନ୍ୟା, ମୁଁ ହେଉଛି ବର । ତୁମେମାନେ
ସମସ୍ତେ ଆସୁରୀ ଜେଲ୍ରେ ବନ୍ଦୀ ହୋଇଯାଇଛ, ମୁଁ ଆସି ମୁକ୍ତ କରାଉଛି । ଏଠାରେ ବହୁତ ପରିଶ୍ରମ
ରହିଛି । କୁଦୃଷ୍ଟି ଧୋକା ଦେଇଥାଏ, ପବିତ୍ର ଦୃଷ୍ଟି ହେବାରେ ହିଁ ମେହେନତ କରିବାକୁ ପଡିଥାଏ ।
ଦେବତାମାନଙ୍କର କେତେ ସୁନ୍ଦର ଚରିତ୍ର ଅଟେ, ବର୍ତ୍ତମାନ ଏଭଳି ଦେବତା କରିବାବାଲା ନିଶ୍ଚିତ
ଆବଶ୍ୟକ ନା ।
ସମ୍ମିଳନୀରେ ବିଷୟ
ରଖାଯାଇଛି “ମାନବ ଜୀବନରେ ଧର୍ମର ଆବଶ୍ୟକତା’’ । ଡ୍ରାମାକୁ ନ ଜାଣିବା କାରଣରୁ ସଂଶୟରେ
ପଡିଯାଇଛନ୍ତି । ତୁମ ବ୍ୟତୀତ ଅନ୍ୟ କେହି ବୁଝାଇ ପାରିବେ ନାହିଁ । ଖ୍ରୀଷ୍ଟିୟାନ ଅଥବା ବୌଦ୍ଧ
ଆଦିଙ୍କୁ ଏହା କ’ଣ ଜଣା ଅଛି ଯେ ଯୀଶୁ, ବୁଦ୍ଧ ଆଦି ପୁଣି କେବେ ଆସିବେ! ତୁମେମାନେ ହିଁ ତୁରନ୍ତ
ହିସାବ-କିତାବ ଶୁଣାଇ ଦେଇପାରିବ । ତେଣୁ ବୁଝାଇବା ଦରକାର ଯେ ଧର୍ମର ତ ଆବଶ୍ୟକତା ରହିଛି ନା ।
ପ୍ରଥମେ-ପ୍ରଥମେ କେଉଁ ଧର୍ମ ଥିଲା, ପୁଣି କେଉଁ ଧର୍ମ ଆସିଛି । ନିଜ ଧର୍ମର ଲୋକମାନେ ମଧ୍ୟ
ସମ୍ପୂର୍ଣ୍ଣ ବୁଝିପାରୁ ନାହାଁନ୍ତି । ଯୋଗଯୁକ୍ତ ହେଉ ନାହାଁନ୍ତି । ଯୋଗ ବିନା ଶକ୍ତି ଆସି ନ
ଥାଏ, ବଳ ଭରି ନ ଥାଏ । ବାବାଙ୍କୁ ହିଁ ସର୍ବଶକ୍ତିର ଅଧିକାରୀ କୁହାଯାଉଛି । ତୁମେ ମଧ୍ୟ
ସର୍ବଶକ୍ତିର ଅଧିକାରୀ ହେଉଛ, ବିଶ୍ୱର ମାଲିକ ହୋଇଯାଉଛ । ତୁମର ରାଜ୍ୟକୁ କେହି ଛଡାଇ ନେଇ ପାରିବେ
ନାହିଁ । ସତ୍ୟଯୁଗରେ ଆଉ କୌଣସି ଖଣ୍ଡ (ରାଜ୍ୟ) ନ ଥାଏ । ଏବେ ତ ଅନେକ ଖଣ୍ଡ ରହିଛି । ଏହି
ସୃଷ୍ଟିଚକ୍ର କିପରି ଘୁରୁଛି । ୫ ହଜାର ବର୍ଷର ଏହି ଚକ୍ର ଅଟେ । ବାକି ସୃଷ୍ଟି କେତେ ଲମ୍ବା,
ତାହାକୁ କ’ଣ ମାପି ପାରିବ । ସ୍ଥଳଭାଗକୁ ମାପ କରିପାରିବ । ସାଗରର ମାପ ତ କରିପାରିବ ନାହିଁ ।
ଆକାଶ ଏବଂ ସାଗରର ଅନ୍ତ କେହି ପାଇପାରିବେ ନାହିଁ । ତେଣୁ ବୁଝାଇବା ଦରକାର ଯେ ଧର୍ମର ଆବଶ୍ୟକତା
କାହିଁକି ରହିଛି! ସାରା ଚକ୍ର ଧର୍ମ ଉପରେ ହିଁ ତିଆରି ହୋଇଛି । ଏହା ହେଉଛି ଭିନ୍ନ ଭିନ୍ନ ଧର୍ମର
ବୃକ୍ଷ, ଏହି କଳ୍ପବୃକ୍ଷର ଚିତ୍ର ହେଉଛି ଅନ୍ଧ ଆଗରେ ଆଇନା ।
ତୁମେ ଏବେ ବାହାରେ ସେବା
କରିବା ପାଇଁ ବାହାରିଛ, ଧୀରେ ଧୀରେ ତୁମର ବୃଦ୍ଧି ହୋଇଚାଲିଛି । ତୁଫାନ ଆସିଲେ ବହୁତ ପତ୍ର ଝଡି
ପଡିଥାଏ ନା । ଅନ୍ୟ ଧର୍ମ ଗୁଡିକରେ ମାୟାର ତୋଫାନ ଲାଗିବାର କୌଣସି କଥା ହିଁ ନାହିଁ । ସେମାନଙ୍କୁ
ତ ଉପରୁ ହିଁ ଆସିବାର ଅଛି, ଏଠାରେ ତୁମର ଧର୍ମ ସ୍ଥାପନା ବହୁତ ଚମତ୍କାର ଅଟେ । ଯିଏ ପୁରୁଣା
ଭକ୍ତ ସେମାନଙ୍କୁ ହିଁ ଭଗବାନ ଆସି ଫଳ ଦେଇଥାନ୍ତି, ନିଜ ଘରକୁ ନେଇଯିବା ପାଇଁ । ଡାକିଥା’ନ୍ତି
ମଧ୍ୟ ଆମ ଆତ୍ମାମାନଙ୍କୁ ନିଜ ଘରକୁ ନେଇଚାଲ । ଏହା କାହାକୁ ଜଣା ନାହିଁ ଯେ ବାବା ସ୍ୱର୍ଗର
ରାଜ୍ୟ ଭାଗ୍ୟ ମଧ୍ୟ ଦେଉଛନ୍ତି । ସନ୍ନ୍ୟାସୀମାନେ ତ ସୁଖକୁ ମାନନ୍ତି ନାହିଁ । ସେମାନେ
ଚାହୁଁଛନ୍ତି ମୋକ୍ଷ ମିଳୁ । ମୋକ୍ଷକୁ ଈଶ୍ୱରୀୟ ସମ୍ପତ୍ତି କୁହାଯାଏ ନାହଁ । ସ୍ୱୟଂ ଶିବବାବାଙ୍କୁ
ମଧ୍ୟ ଅଭିନୟ କରିବାକୁ ପଡିଥାଏ, ତେବେ ପୁଣି କାହାକୁ ମୋକ୍ଷର ତାଲିକାରେ କିପରି ରଖି ପାରିବେ ।
ତୁମେ ବ୍ରହ୍ମାକୁମାର-କୁମାରୀଗଣ ନିଜର ଧର୍ମକୁ ଏବଂ ସମସ୍ତଙ୍କ ଧର୍ମକୁ ଜାଣିଛ । ତେଣୁ ତୁମର ଦୟା
ଆସିବା ଦରକାର । ଚକ୍ରର ରହସ୍ୟ ବୁଝାଇବା ଦରକାର । ସେମାନଙ୍କୁ କୁହ, ତୁମର ଧର୍ମ ସ୍ଥାପକ ପୁଣି
ନିଜ ସମୟ ଅନୁସାରେ ଆସିବେ । ହୁସିଆର ହୋଇ ବୁଝାଇବା ଦରକାର । ତୁମେ ବୁଝାଇ ପାରିବ ଯେ
ପ୍ରତ୍ୟେକଙ୍କୁ ସତ୍ତ୍ୱପ୍ରଧାନରୁ ସତ୍ତ୍ୱ-ରଜୋ-ତମୋରେ ଆସିବାକୁ ହୋଇଥାଏ । ବର୍ତ୍ତମାନ ରାବଣ
ରାଜ୍ୟ ଅଟେ । ତୁମର ଜ୍ଞାନ ହେଲା ସତ୍ୟ ଗୀତା ଯାହା ବାବା ଶୁଣାଉଛନ୍ତି । ଭଗବାନ ନିରାକାରଙ୍କୁ
ହିଁ କୁହାଯାଏ । ଆତ୍ମା ନିରାକାର ଈଶ୍ୱର ପିତାଙ୍କୁ ଡାକିଥାଏ । ସେଠାରେ ତୁମେ ଆତ୍ମାମାନେ
ରହିଥାଅ । ତୁମକୁ କ’ଣ ପରମାତ୍ମା କୁହାଯିବ । ପରମାତ୍ମା ତ ଜଣେ ଅଟନ୍ତି; ଉଚ୍ଚରୁ ଉଚ୍ଚ ଭଗବାନ,
ପୁଣି ସବୁ ଆତ୍ମାମାନେ ତାଙ୍କର ସନ୍ତାନ ଅଟନ୍ତି । ସମସ୍ତଙ୍କର ସଦ୍ଗତି ଦାତା ଜଣେ ଅଟନ୍ତି,
ତା’ପରେ ହେଉଛନ୍ତି ଦେବତାମାନେ । ସେମାନଙ୍କ ମଧ୍ୟରେ ନମ୍ବରୱାନ ହେଲେ ଶ୍ରୀକୃଷ୍ଣ; କାରଣ ଆତ୍ମା
ଏବଂ ଶରୀର ଉଭୟ ପବିତ୍ର ଅଟେ । ତୁମେ ହେଲ ସଙ୍ଗମଯୁଗୀ । ତୁମର ଜୀବନ ଅମୂଲ୍ୟ ଅଟେ ।
ଦେବତାମାନଙ୍କର ନୁହେଁ, ବ୍ରାହ୍ମଣଙ୍କର ଜୀବନ ଅମୂଲ୍ୟ ଅଟେ । ବାବା ତୁମକୁ ସନ୍ତାନ ରୂପେ ଗ୍ରହଣ
କରି ପୁଣି ତୁମ ପାଇଁ କେତେ ମେହନତ୍ କରୁଛନ୍ତି, ଦେବତାମାନେ କ’ଣ ଏତେ ପରିଶ୍ରମ କରିପାରିବେ ।
ଦୁନିଆରେ ପାଠ ପଢାଇବା ପାଇଁ ପିଲାମାନଙ୍କୁ ପାଠଶାଳାକୁ ପଠାଇଥାନ୍ତି । ଏଠାରେ କିନ୍ତୁ ବାବା ନିଜେ
ବସି ତୁମକୁ ପଢାଉଛନ୍ତି । ସେ ପିତା, ଶିକ୍ଷକ ଓ ଗୁରୁ ତିନି ରୂପରେ ଅଛନ୍ତି । ତେଣୁ ତାଙ୍କର କେତେ
ସମ୍ମାନ ରହିବା ଦରକାର । ସେବାଧାରୀ ପିଲାମାନଙ୍କର ସେବାର ବହୁତ ସଉକ ରହିବା ଉଚିତ୍ । ବହୁତ କମ୍
ଅଛନ୍ତି ଯେଉଁମାନେ ବହୁତ ଭଲ ହୁସିଆର ଅଟନ୍ତି; ତେଣୁ ସେବାରେ ଲାଗିଛନ୍ତି । ସେବା କରିବା ପାଇଁ
ଭୂଜା ତ ଦରକାର ନା । ଯୁଦ୍ଧ ସ୍ଥଳକୁ ଯିବା ପାଇଁ ଯାହାକୁ ଶିଖାଇଥାନ୍ତି ତାଙ୍କର ଚାକିରୀ ଆଦି ସବୁ
ଛଡେଇ ଦେଇଥାନ୍ତି । ସେମାନଙ୍କ ପାଖରେ ତାଲିକା ଥାଏ । ପୁଣି ସେନାବାହିନୀକୁ କେହି ମନା କରିପାରିବେ
ନାହିଁ ଯେ ମୁଁ ଯୁଦ୍ଧ ସ୍ଥଳକୁ ଯିବି ନାହିଁ । ଜରୁରୀ ପରିସ୍ଥିତିକୁ ମୁକିବିଲା ପାଇଁ ଡ୍ରିଲ୍
ଶିଖାଇଥା’ନ୍ତି । ପ୍ରତ୍ୟାଖାନ କଲେ କେସ୍ କରିଥା’ନ୍ତି । ଏଠାରେ ତ ସେ କଥା ନାହିଁ । ଏଠାରେ ଯିଏ
ଭଲ ଭାବରେ ସେବା କରିନଥାନ୍ତି ତାଙ୍କର ପଦ ଭ୍ରଷ୍ଟ ହୋଇଥାଏ । ସେବା ନ କରିଲେ ନିଜକୁ ନିଜେ ଗୁଳି
ମାରିବା ଭଳି ନିଜର ଭାଗ୍ୟକୁ ନିଜେ ହିଁ ନଷ୍ଟ କରିଥା’ନ୍ତି । ପଦ ଭ୍ରଷ୍ଟ ହୋଇଥାଏ । ନିଜର
ଭାଗ୍ୟକୁ ଗୁଳି (ନଷ୍ଟ) କରିଦିଅନ୍ତି । ଯଦି ଭଲ ଭାବରେ ପଢିବେ, ଯୋଗ ସ୍ଥିତିରେ ରହିବେ ତେବେ ଭଲ
ପଦ ମିଳିବ । ନିଜ ଉପରେ ଦୟା କରିବାକୁ ହେବ ନା । ନିଜ ଉପରେ ଦୟା କରିଲେ ହିଁ ଅନ୍ୟ ଉପରେ ମଧ୍ୟ
କରିପାରିବ । ବାବା ସବୁ ପ୍ରକାରର କଥା ବୁଝାଇଥାନ୍ତି, ଏହି ଦୁନିଆର ନାଟକ କିପରି ଚାଲିଛି,
ରାଜଧାନୀ କିପରି ସ୍ଥାପନ ହେଉଛି । ଏହି କଥାକୁ ଦୁନିଆ ଜାଣିନାହିଁ । ଏବେ ନିମନ୍ତ୍ରଣ ତ ମିଳୁଛି
। ୫/୧୦ ମିନିଟ୍ରେ କ’ଣ ବୁଝାଇପାରିବ । ଘଣ୍ଟେ-ଦୁଇଘଣ୍ଟା ଦେଲେ ବୁଝାଇପାରିବ । ସେମାନେ
ଡ୍ରାମାକୁ ତ ବିଲ୍କୁଲ୍ ଜାଣନ୍ତି ନାହିଁ । ଭଲ ଭଲ ପଏଣ୍ଟସ୍ ସବୁ ଏଣେ ତେଣେ ଲେଖି ଦେବା ଦରକାର
। ପରନ୍ତୁ ପିଲାମାନେ ଭୁଲି ଯାଉଛନ୍ତି । ବାବା ରଚୟିତା ମଧ୍ୟ ଅଟନ୍ତି, ତୁମ ପିଲାମାନଙ୍କୁ ରଚନା
କରିଛନ୍ତି । ନିଜର କରିଛନ୍ତି, ନିର୍ଦ୍ଦେଶକ ହୋଇ ନିର୍ଦ୍ଦେଶନା ବି ଦେଉଛନ୍ତି । ପିଲାମାନଙ୍କୁ
ଶ୍ରୀମତ ଦେଉଛନ୍ତି ଏବଂ ପୁଣି ନିଜର ଅଭିନୟ ମଧ୍ୟ କରୁଛନ୍ତି । ଜ୍ଞାନ ଶୁଣାଉଛନ୍ତି । ଏହା ବି
ତାଙ୍କର ସର୍ବୋଚ୍ଚ ଅଭିନୟ ଅଟେ ନା । ଯଦି କେହି ଡ୍ରାମାର ରଚୟିତା, ନିର୍ଦ୍ଦେଶକ ଏବଂ ମୁଖ୍ୟ
ଅଭିନେତାଙ୍କୁ ନ ଜାଣିଲେ ତେବେ କ’ଣ ସେ ହେଲେ? ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି
ଅମୂଲ୍ୟ ଜୀବନରେ ଶିକ୍ଷା ଦେଉଥିବା ଶିକ୍ଷକଙ୍କର ବହୁତ ବହୁତ ସମ୍ମାନ ରଖିବାକୁ ହେବ । ପାଠପଢାରେ
ଭଲ ହୁସିଆର ହୋଇ, ସେବାରେ ଲାଗିଯିବାକୁ ହେବ । ନିଜ ଉପରେ ନିଜେ ହିଁ ଦୟା କରିବାକୁ ହେବ ।
(୨) ନିଜେ ନିଜକୁ
ସୁଧାରିବା ପାଇଁ ଦୃଷ୍ଟିକୁ ପବିତ୍ର କରିବାକୁ ପଡିବ । ନିଜର ଚରିତ୍ରକୁ ସୁଧାରିବାକୁ ହେବ ।
ମନୁଷ୍ୟକୁ ଦେବତା କରିବାର ସେବା କରିବାକୁ ହେବ ।
ବରଦାନ:-
ଆତ୍ମିକ ଡ୍ରିଲ୍ର
ଅଭ୍ୟାସ ଦ୍ୱାରା ଫାଇନାଲ୍ ପରୀକ୍ଷାରେ ପାସ୍ ହେଉଥିବା ସଦା ଶକ୍ତିଶାଳୀ ଆତ୍ମା ଭବ ।
ଯେପରି ବର୍ତ୍ତମାନ ସମୟରେ
ଶରୀରର ସବୁ ରୋଗଗୁଡିକର ଚିକିତ୍ସାରେ ବ୍ୟାୟାମ କରିବା ଶିଖାଉଛନ୍ତି, ସେହିପରି ଆତ୍ମାକୁ ସଦା
ଶକ୍ତିଶାଳୀ କରିବା ପାଇଁ ଆତ୍ମିକ ବ୍ୟାୟାମର ଅଭ୍ୟାସ କରିବା ଆବଶ୍ୟକ । ଚାରିଆଡେ ଯେତେ ବି ହଲ୍ଚଲ୍ର
ବାତାବାରଣ ହୋଇଥାଉ କିନ୍ତୁ ତୁମେମାନେ କୋଳାହଳ ପୂର୍ଣ୍ଣ ଦୁନିଆରେ ରହୁଥିଲେ ମଧ୍ୟ ସମସ୍ତ କୋଳାହଳ
ବା ଶବ୍ଦଠାରୁ ଉର୍ଦ୍ଧ୍ୱରେ ରହିବାର ଅଭ୍ୟାସ କର । ମନକୁ ଯେଉଁଠାରେ ଏବଂ ଯେତେ ସମୟ ପାଇଁ ସ୍ଥିତ
କରିବାକୁ ଚାହିଁବ ସେତିକି ସମୟ ସେହିଠାରେ ସ୍ଥିତ କରିପାରୁଥିବ ତେବେ ଯାଇ ଶକ୍ତିଶାଳୀ ଆତ୍ମା ହୋଇ
ଫାଇନାଲ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବ ।
ସ୍ଲୋଗାନ:-
ନିଜର ବିକାରୀ
ସ୍ୱଭାବ ସଂସ୍କାରକୁ ବା କର୍ମକୁ ସମର୍ପଣ କରିଦେବା ହିଁ ସମର୍ପିତ ହେବା ।
ଅବ୍ୟକ୍ତ ଈଶାରା:- ଏବେ
ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।
ଯେତେବେଳ ପର୍ଯ୍ୟନ୍ତ
ତୁମମାନଙ୍କର ଯୋଗ ଜ୍ୱାଳା ରୂପ ହୋଇ ନାହିଁ ସେତେବେଳ ପର୍ଯ୍ୟନ୍ତ ବିନାଶର ଜ୍ୱାଳା ମଧ୍ୟ
ସମ୍ପୂର୍ଣ୍ଣ ଜ୍ୱାଳା ରୂପ ଧାରଣ କରିବ ନାହିଁ । ତାହା ଯେତିକି ପ୍ରଖର ହେଉଛି ସେତିକି ଶୀତଳ ମଧ୍ୟ
ହୋଇଯାଉଛି କାହିଁକି ନା ଜ୍ୱାଳାମୂରତ ଏବଂ ପ୍ରେରକ ଆଧାର ମୂରତ ଆତ୍ମାମାନେ ଏବେ ନିଜେ ମଧ୍ୟ
ଜ୍ୱାଳା ସ୍ୱରୂପ ହୋଇନାହାଁନ୍ତି । ତେଣୁ ଏବେ ଜ୍ୱାଳା ରୂପ ହେବା ପାଇଁ ଦୃଢ ସଂକଳ୍ପ କର ଏବଂ
ସଙ୍ଗଠିତ ରୂପରେ ମନ ବୁଦ୍ଧିର ଏକାଗ୍ରତା ଦ୍ୱାରା ଶକ୍ତିଶାଳୀ ଯୋଗର ପ୍ରକମ୍ପନ ଚତୁର୍ଦ୍ଧିଗରେ
ବିଚ୍ଛୁରିତ କର ।