20.10.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ତୁମମାନଙ୍କୁ ବହୁତ ଆଗ୍ରହର ସହିତ ପାଠ ପଢାଇବା ପାଇଁ ଆସିଛନ୍ତି, ତେଣୁ ତୁମେମାନେ ମଧ୍ୟ ଆଗ୍ରହର
ସହିତ ପାଠପଢ - ନିଶା ରହୁ ଯେ ଆମକୁ ସ୍ୱୟଂ ଭଗବାନ ପାଠ ପଢାଉଛନ୍ତି ।”
ପ୍ରଶ୍ନ:-
ତୁମ
ବ୍ରହ୍ମାକୁମାର-କୁମାରୀମାନଙ୍କର ଉଦ୍ଦେଶ୍ୟ ଅଥବା ଶୁଦ୍ଧ ଭାବନା କ’ଣ?
ଉତ୍ତର:-
ତୁମମାନଙ୍କର ଉଦ୍ଦେଶ୍ୟ ହେଉଛି - କଳ୍ପ ଅର୍ଥାତ୍ ୫ ହଜାର ବର୍ଷ ପୂର୍ବ ଭଳି ପୁନର୍ବାର ଶ୍ରୀମତ
ଆଧାରରେ ବିଶ୍ୱରେ ସୁଖ ଏବଂ ଶାନ୍ତିର ରାଜ୍ୟ ସ୍ଥାପନ କରିବା । ତୁମର ଶୁଦ୍ଧ ଭାବନା ରହିଛି ଯେ
ଶ୍ରୀମତ ଆଧାରରେ ଆମେ ସାରା ବିଶ୍ୱର ସଦ୍ଗତି କରିବୁ । ତୁମେମାନେ ନିଶାର ସହିତ କହୁଛ ଯେ ଆମେ
ହିଁ ସମସ୍ତଙ୍କୁ ସଦ୍ଗତି ଦେବୁ । ତୁମକୁ ବାବାଙ୍କଠାରୁ ଶାନ୍ତିର ପୁରସ୍କାର ମିଳୁଛି ।
ନର୍କବାସୀରୁ ସ୍ୱର୍ଗବାସୀ ହେବା ହିଁ ପୁରସ୍କାର ନେବା ।
ଓମ୍ ଶାନ୍ତି ।
ବିଦ୍ୟାର୍ଥୀମାନେ ପାଠପଢିବା ସମୟରେ ବହୁତ ଖୁସିର ସହିତ ପଢିଥା’ନ୍ତି । ଶିକ୍ଷକମାନେ ମଧ୍ୟ ବହୁତ
ଖୁସି ଏବଂ ରୁଚିର ସହିତ ପାଠ ପଢାଇଥା’ନ୍ତି । ରୁହାନୀ ସନ୍ତାନମାନେ ଏକଥା ଜାଣିଛନ୍ତି ଯେ ବେହଦର
ପିତା ଯିଏକି ଶିକ୍ଷକ ମଧ୍ୟ ଅଟନ୍ତି, ଆମକୁ ବହୁତ ରୁଚିର ସହିତ ପାଠ ପଢାଉଛନ୍ତି । ହଦର ପାଠପଢାରେ
ତ ବାପା ଅଲଗା ହୋଇଥା’ନ୍ତି, ଶିକ୍ଷକ ଅଲଗା ରହିଥା’ନ୍ତି, ଯିଏକି ପାଠ ପଢାଇଥା’ନ୍ତି । କାହା
କାହାର ପିତା ମଧ୍ୟ ଶିକ୍ଷକ ହୋଇଥା’ନ୍ତି, ଯିଏକି ବହୁତ ରୁଚିର ସହିତ ପାଠ ପଢାଇଥା’ନ୍ତି କାହିଁକି
ନା ରକ୍ତ ସମ୍ପର୍କ ରହିଥାଏ ନା । ତେଣୁ ନିଜର ଭାବି ବହୁତ ରୁଚିର ସହିତ ପଢାଇଥା’ନ୍ତି । ତେବେ ଏହି
ବାବା ମଧ୍ୟ ତୁମମାନଙ୍କୁ କେତେ ରୁଚିର ସହିତ ପାଠ ପଢାଉଥିବେ ତେଣୁ ପିଲାମାନଙ୍କୁ ମଧ୍ୟ କେତେ
ରୁଚିର ସହିତ ପଢିବା ଦରକାର । ବାବା ସିଧାସଳଖ ପାଠ ପଢାଉଛନ୍ତି ଏବଂ ସେ ଥରେ ମାତ୍ର ଆସି
ପଢାଉଛନ୍ତି । ତେଣୁ ପିଲାମାନଙ୍କର ବହୁତ ରୁଚି ରହିବା ଆବଶ୍ୟକ । ଭଗବାନ ବାବା ଆମକୁ
ପାଠପଢାଉଛନ୍ତି ଏବଂ ପ୍ରତ୍ୟେକ କଥା ଭଲ ଭାବରେ ବୁଝାଉଛନ୍ତି । କେତେକ ସନ୍ତାନମାନଙ୍କର ପଢୁ ପଢୁ
ବିଚାର ଆସିଥାଏ ଯେ ଏସବୁ କ’ଣ । ଡ୍ରାମାରେ ଏହି ଆବାଗମନ (ଯିବା ଆସିବା)ର ଚକ୍ର ରହିଛି । କିନ୍ତୁ
ଏହି ନାଟକ କାହିଁକି ରଚନା କରାଯାଇଛି? ଏହା ଦ୍ୱାରା ଫାଇଦା କ’ଣ? ବାସ୍ ଏହିପରି ସବୁବେଳେ ଚକ୍ର
ଲଗାଉଥିବୁ, ଏଥିରୁ ମୁକ୍ତ ହୋଇଗଲେ ଭଲ । ଯେବେ ଦେଖୁଛନ୍ତି ଏହିପରି ତ ୮୪ ଜନ୍ମର ଚକ୍ର ଲଗାଇବାକୁ
ହେବ ତେଣୁ ଏଭଳି ଖିଆଲ ଆସିଥାଏ । ଭଗବାନ ଏପରି ଖେଳ କାହିଁକି ରଚନା କଲେ, ଯାହାଦ୍ୱାରା ଆବାଗମନ
ଚକ୍ରରୁ ମୁକ୍ତ ହୋଇପାରିବୁ ନାହିଁ, ଏହାଠାରୁ ତ ଭଲ ମୋକ୍ଷ ମିଳିଯାଉ । ଏହିଭଳି ଖିଆଲ ଅନେକ
ସନ୍ତାନମାନଙ୍କର ଆସୁଛି । ଏହି ଆବାଗମନ ଚକ୍ରରୁ, ସୁଖ ଦୁଃଖରୁ ମୁକ୍ତ ହୋଇଯାଉ । ବାବା କହୁଛନ୍ତି
ଏହା କେବେହେଲେ ହୋଇପାରିବ ନାହିଁ । ମୋକ୍ଷ ପାଇବା ପାଇଁ ଚେଷ୍ଟା କରିବା ହିଁ ବ୍ୟର୍ଥ । ବାବା
ବୁଝାଉଛନ୍ତି ଗୋଟିଏ ହେଲେ ବି ଆତ୍ମା ପାର୍ଟରୁ ମୁକ୍ତ ହୋଇପାରିବ ନାହିଁ । ଆତ୍ମାରେ ଅବିନାଶୀ
ପାର୍ଟ ଭରି ରହିଛି । ତାହା ହେଉଛି ହିଁ ଅନାଦି ଅବିନାଶୀ, ବିଲ୍କୁଲ୍ ଅବିକଳ ଅଭିନେତା ଅଟନ୍ତି ।
କେହି ଜଣେ କମ୍ ବେଶୀ ହୋଇପାରିବେ ନାହିଁ । ତୁମମାନଙ୍କ ପାଖରେ ସମସ୍ତ ଜ୍ଞାନ ରହିଛି । ଏହି
ଡ୍ରାମାର ପାର୍ଟରୁ କେହି ମୁକ୍ତ ହୋଇପାରିବେ ନାହିଁ । ନା କେହି ମୋକ୍ଷ ପାଇ ପାରିବେ । ସବୁ
ଧର୍ମାବଲମ୍ବୀମାନଙ୍କୁ କ୍ରମାନ୍ୱୟରେ ଆସିବାକୁ ହିଁ ପଡିବ । ବାବା ବୁଝାଉଛନ୍ତି ଏହା ପୂର୍ବ
ପ୍ରସ୍ତୁତ ଅବିନାଶୀ ଡ୍ରାମା ଅଟେ । ତୁମେ ମଧ୍ୟ କହୁଛ ବାବା ଆମେ ଜାଣି ଗଲୁଣି କିପରି ୮୪ ଜନ୍ମର
ଚକ୍ର ଲଗାଉଛୁ । ଏକଥା ମଧ୍ୟ ବୁଝୁଛ ପ୍ରଥମ କରି ଯେଉଁମାନେ ଆସୁଥିବେ, ସେମାନେ ୮୪ ଜନ୍ମ ନେଉଥିବେ
। ଯେଉଁମାନେ ପଛରେ ଆସୁଛନ୍ତି ତାଙ୍କର ନିଶ୍ଚୟ ଜନ୍ମ କମ୍ ହୋଇଥିବ । ଏଠାରେ ତ ପୁରୁଷାର୍ଥ
କରିବାକୁ ହେବ । ପୁରୁଣା ଦୁନିଆରୁ ନୂଆ ଦୁନିଆ ନିଶ୍ଚୟ ହେବ । ବାବା ପ୍ରତ୍ୟେକ କଥାକୁ ବାରମ୍ବାର
ବୁଝାଉଛନ୍ତି କାହିଁକି ନା ନୂଆ-ନୂଆ ସନ୍ତାନମାନେ ଆସୁଛନ୍ତି । ସେମାନଙ୍କୁ ପୂର୍ବର ପାଠ କିଏ
ପଢାଇବ । ତେଣୁ ବାବା ନୂଆ-ନୂଆମାନଙ୍କୁ ଦେଖି ପୁଣି ପୁରୁଣା ପଏଣ୍ଟସ୍କୁ ରିପିଟ୍ କରୁଛନ୍ତି ।
ତୁମମାନଙ୍କ ବୁଦ୍ଧିରେ ଏବେ ସମସ୍ତ ଜ୍ଞାନ ରହିଛି । ଜାଣିଛ ଆରମ୍ଭରୁ ଆମେ କିପରି ପାର୍ଟ କରି
ଆସୁଛୁ । ତୁମେ ଯଥାର୍ଥ ରୂପେ ଜାଣିଛ ଯେ ଆତ୍ମାମାନେ କିପରି କ୍ରମାନ୍ୱୟରେ ଆସୁଛନ୍ତି, କେତେ
ଜନ୍ମ ନେଉଛନ୍ତି । ଏହି ସମୟରେ ହିଁ ବାବା ଆସି ଜ୍ଞାନର କଥା ଶୁଣାଉଛନ୍ତି । ସତ୍ୟଯୁଗରେ ତ
ପ୍ରାଲବ୍ଧ ହିଁ ରହିଛି । ଏକଥା ଏହି ସମୟରେ ହିଁ ମୁଁ ତୁମମାନଙ୍କୁ ବୁଝାଉଛି । ଗୀତାର ମଧ୍ୟ
ଆରମ୍ଭ ଏବଂ ଶେଷରେ ଏହି କଥା ଆସୁଛି - ମନମନାଭବ । ଷ୍ଟାଟସ୍ (ପଦ) ପାଇବା ପାଇଁ ପାଠପଢାଯାଉଛି ।
ତୁମେ ରାଜା ହେବା ପାଇଁ ଏବେ ପୁରୁଷାର୍ଥ କରୁଛ । ଅନ୍ୟ ଧର୍ମାବଲମ୍ବୀମାନଙ୍କ ସମ୍ବନ୍ଧରେ ତ
ବୁଝାଯାଇଛି କି - ସେମାନେ କ୍ରମାନ୍ୱୟରେ ଆସୁଛନ୍ତି, ଧର୍ମସ୍ଥାପକଙ୍କ ପଛରେ ସମସ୍ତଙ୍କୁ ଆସିବାକୁ
ପଡୁଛି । ରାଜତ୍ୱର କଥା ନୁହେଁ । ଏକମାତ୍ର ଗୀତା ଶାସ୍ତ୍ରର ହିଁ ବହୁତ ମହିମା ରହିଛି । ଭାରତରେ
ହିଁ ବାବା ଆସି ଜ୍ଞାନ ଶୁଣାଇ ସମସ୍ତଙ୍କର ସଦ୍ଗତି କରୁଛନ୍ତି । ସେହି ଧର୍ମସ୍ଥାପକମାନେ ଏଠାକୁ
ଆସି ପୁଣି ଯେବେ ମୃତ୍ୟୁବରଣ କରୁଛନ୍ତି ତାଙ୍କ ପାଇଁ ବଡ-ବଡ ତୀର୍ଥ ସ୍ଥାନ କରି ଦେଉଛନ୍ତି ।
ବାସ୍ତବରେ ଭାରତ ହିଁ ହେଉଛି ସମସ୍ତଙ୍କର ତୀର୍ଥ ଯେଉଁଠାକୁ ବେହଦର ବାବା ଆସୁଛନ୍ତି । ବାବା
ଭାରତକୁ ହିଁ ଆସି ସମସ୍ତଙ୍କର ସଦ୍ଗତି କରୁଛନ୍ତି । ବାବା କହୁଛନ୍ତି ମୋତେ ମୁକ୍ତିଦାତା, ଗାଇଡ୍
ବୋଲି କହୁଛ ନା । ମୁଁ ତୁମକୁ ଏହି ପୁରୁଣା ଦୁନିଆ, ଦୁଃଖର ଦୁନିଆରୁ ମୁକ୍ତ କରି ଶାନ୍ତିଧାମ,
ସୁଖଧାମକୁ ନେଇ ଯାଉଛି । ପିଲାମାନେ ଜାଣିଛନ୍ତି ଯେ ବାବା ଆମକୁ ଶାନ୍ତିଧାମ, ସୁଖଧାମକୁ ନେଇଯିବେ
। ବାକି ସମସ୍ତେ ଶାନ୍ତିଧାମକୁ ଚାଲିଯିବେ । ଦୁଃଖରୁ ବାବା ଆସି ମୁକ୍ତ କରୁଛନ୍ତି । ତାଙ୍କର
ଜନ୍ମ-ମରଣ ତ ନାହିଁ । ବାବା ଆସିଛନ୍ତି ପୁଣି ଚାଲିଯିବେ । ତେବେ ତାଙ୍କ ପାଇଁ କ’ଣ ମରିଗଲେ ବୋଲି
କୁହାଯିବ କି । ଯେପରି ଶିବାନନ୍ଦଙ୍କ ପାଇଁ କହୁଛନ୍ତି ଶରୀର ଛାଡି ଦେଲେ ପୁଣି କ୍ରିୟାକର୍ମ
କରିଥାନ୍ତି । ଏହି ବାବା ଚାଲିଗଲେ ତ ଏହାଙ୍କର କ୍ରିୟାକର୍ମ, ଉତ୍ସବ ଆଦି କିଛି ହେଲେ କରିବାକୁ
ପଡୁନାହିଁ । ତାଙ୍କର ତ ଆସିବାର ସମୟ ମଧ୍ୟ ଜଣାପଡେ ନାହିଁ । କ୍ରିୟାକର୍ମ ଆଦିର ତ କୌଣସି କଥା
ହିଁ ନାହିଁ । ଅନ୍ୟ ସବୁ ମନୁଷ୍ୟମାନଙ୍କର କ୍ରିୟା କର୍ମ କରିଥା’ନ୍ତି । ବାବାଙ୍କର କ୍ରିୟାକର୍ମ
ହେଉନାହିଁ, କାରଣ ତାଙ୍କର ଶରୀର ହିଁ ନାହିଁ । ସତ୍ୟଯୁଗରେ ଏହି ଜ୍ଞାନ କିମ୍ବା ଭକ୍ତିର କୌଣସି
କଥା ରହିବ ନାହିଁ । ଏହା ଏବେ ହିଁ ଚାଲୁଛି ଆଉ ସମସ୍ତେ ଭକ୍ତି ହିଁ ଶିଖାଉଛନ୍ତି । ଅଧାକଳ୍ପ
ଭକ୍ତି ପୁଣି ଅଧାକଳ୍ପ ପରେ ବାବା ଆସି ଜ୍ଞାନର ବର୍ସା ଦେଉଛନ୍ତି । ଜ୍ଞାନ କେବେହେଲେ ସେଠାକୁ
ସାଥିରେ ଯିବ ନାହିଁ । ସେଠାରେ ବାବାଙ୍କୁ ସ୍ମରଣ କରିବାର ଆବଶ୍ୟକତା ହିଁ ନାହିଁ । ସେଠାରେ
ସମସ୍ତେ ମୁକ୍ତିରେ ରହିଥା’ନ୍ତି । ସେଠାରେ କ’ଣ ବାବାଙ୍କୁ ସ୍ମରଣ କରିବାକୁ ପଡିବ କି? ଦୁଃଖର
ନିବେଦନ ସେଠାରେ କରାଯାଏ ନାହିଁ । ଭକ୍ତି ମଧ୍ୟ ପ୍ରଥମେ ଅବ୍ୟଭିଚାରୀ ପୁଣି ବ୍ୟଭିଚାରୀ ହୋଇଥାଏ
। ଏହି ସମୟରେ ତ ଅତି ବ୍ୟଭିଚାରୀ ଭକ୍ତି ହେଉଛି, ଏହାକୁ ରୌରବ ନର୍କ କୁହାଯାଉଛି । ଏହା ଅତିରୁ
ଅତି ନର୍କ ଅଟେ ଏବଂ ବାବା ଆସି ଏହାକୁ ଅତିରୁ ଅତି ସ୍ୱର୍ଗରେ ପରିଣତ କରୁଛନ୍ତି । ଏହି ସମୟରେ ଶତ
ପ୍ରତିଶତ ଦୁଃଖ ରହିଛି, ପୁଣି ଶତ ପ୍ରତିଶତ ସୁଖ-ଶାନ୍ତି ହେବ । ଆତ୍ମା ଯାଇ ନିଜ ଘରେ ବିଶ୍ରାମ
ନେବ । ବୁଝାଇବା ତ ବହୁତ ସହଜ । ବାବା କହୁଛନ୍ତି ମୁଁ ସେତେବେଳେ ଆସେ ଯେତେବେଳେ ନୂଆ ଦୁନିଆର
ସ୍ଥାପନା କରି ପୁରୁଣା ଦୁନିଆକୁ ବିନାଶ କରିବାକୁ ପଡେ । ତେବେ ଏତେ ବଡ କାର୍ଯ୍ୟ କେବଳ ଜଣେ ତ
କରିବ ନାହିଁ । ବହୁତ ସେବାଧାରୀ ଆବଶ୍ୟକ । ଏହି ସମୟରେ ତୁମେ ବାବାଙ୍କର ଖିଦ୍ମତ୍ଗାର (ସେବାଧାରୀ)
ସନ୍ତାନ ହୋଇଛ । ଖାସ୍ ଭାରତର ସଚ୍ଚା ସେବା କରୁଛ । ସତ୍ୟ ବାବା ସତ୍ୟ ସେବା ଶିଖାଉଛନ୍ତି । ନିଜର
ତଥା ଭାରତର ଏବଂ ବିଶ୍ୱର ମଧ୍ୟ କଲ୍ୟାଣ କରୁଛ । ତେଣୁ କେତେ ରୁଚିର ସହିତ କରିବା ଦରକାର । ବାବା
କେତେ ରୁଚିର ସହିତ ସମସ୍ତଙ୍କର ସଦ୍ଗତି କରୁଛନ୍ତି । ଏବେ ମଧ୍ୟ ସମସ୍ତଙ୍କର ସଦ୍ଗତି ନିଶ୍ଚୟ
ହେବ । ଏହା ହେଉଛି ଶୁଦ୍ଧ ଅହଂକାର, ଶୁଦ୍ଧ ଭାବନା ।
ତୁମେ ସତ୍ୟ-ସତ୍ୟ ସେବା କରୁଛ - କିନ୍ତୁ ଏହା ଗୁପ୍ତ । ଆତ୍ମା ଶରୀର ଦ୍ୱାରା କରୁଛି । ତୁମକୁ
ବହୁତ ପଚାରୁଛନ୍ତି - ବି.କେ.ଙ୍କର ଉଦ୍ଦେଶ୍ୟ କ’ଣ? କୁହ ବି.କେ.ଙ୍କର ଉଦ୍ଦେଶ୍ୟ ହେଉଛି ବିଶ୍ୱରେ
ସତ୍ୟଯୁଗୀ ସୁଖ-ଶାନ୍ତିର ସ୍ୱରାଜ୍ୟ ସ୍ଥାପନ କରିବା । ଆମେ ପ୍ରତି ୫ ହଜାର ବର୍ଷ ପରେ ଶ୍ରୀମତ
ଆଧାରରେ ବିଶ୍ୱରେ ଶାନ୍ତି ସ୍ଥାପନ କରି ବିଶ୍ୱ ଶାନ୍ତିର ପୁରସ୍କାର ନେଉଛୁ । ଯଥା ରାଜା-ରାଣୀ ତଥା
ପ୍ରଜା ସମସ୍ତେ ପୁରସ୍କାର ନେଉଛୁ । ନର୍କବାସୀରୁ ସ୍ୱର୍ଗବାସୀ ହେବା କ’ଣ କମ୍ ପୁରସ୍କାର କି!
ସେମାନେ ଶାନ୍ତିର ପୁରସ୍କାର ନେଇ ଖୁସି ହେଉଛନ୍ତି, କିନ୍ତୁ ତାଙ୍କୁ କିଛି ହେଲେ ମିଳୁ ନାହିଁ ।
ବିଶ୍ୱର ବାଦଶାହୀର ସତ୍ୟ ପୁରସ୍କାର ତ ଏବେ ଆମେ ବାବାଙ୍କଠାରୁ ନେଉଛୁ । କହୁଛନ୍ତି ନା, ଭାରତ
ଆମର ଶ୍ରେଷ୍ଠ ଦେଶ ଅଟେ । କେତେ ମହିମା କରୁଛନ୍ତି । ସମସ୍ତେ ଭାବୁଛନ୍ତି ଯେ ଆମେ ଭାରତର ମାଲିକ
ଅଟୁ, କିନ୍ତୁ ମାଲିକ କେଉଁଠି ହୋଇଛନ୍ତି । ବର୍ତ୍ତମାନ ତୁମେ ସନ୍ତାନମାନେ ବାବାଙ୍କର ଶ୍ରୀମତ
ଦ୍ୱାରା ରାଜ୍ୟ ସ୍ଥାପନ କରୁଛ । ତୁମ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ତ ନାହିଁ । ତୁମେମାନେ
ଦୈବୀଗୁଣ ଧାରଣ କରୁଛ, ତେଣୁ ତୁମର ହିଁ ଗାୟନ ପୂଜନ ହେଉଛି । ଅମ୍ବାଙ୍କର ଦେଖ କେତେ ପୂଜା ହେଉଛି
। କିନ୍ତୁ ଅମ୍ବା କିଏ, ସେ ବ୍ରାହ୍ମଣ ନା ଦେବତା... ଏକଥା ମଧ୍ୟ ଜଣା ନାହିଁ । ଅମ୍ବା, କାଳୀ,
ଦୁର୍ଗା, ସରସ୍ୱତୀ ଆଦି... ଏହିପରି ବହୁତ ନାମ ରହିଛି । ଏଠାରେ ମଧ୍ୟ ତଳେ ଅମ୍ବାଙ୍କର ଛୋଟ
ମନ୍ଦିର ରହିଛି । ଅମ୍ବାଙ୍କୁ ବହୁତ ଭୂଜା ଦେଇ ଦେଇଛନ୍ତି । ଏପରି ତ ନୁହେଁ । ଏହାକୁ ଅନ୍ଧ
ବିଶ୍ୱାସ ବୋଲି କୁହାଯାଉଛି । ଯୀଶୁଖ୍ରୀଷ୍ଟ, ବୁଦ୍ଧଦେବ ଆଦି ଆସି ନିଜ-ନିଜର ଧର୍ମ ସ୍ଥାପନ
କରୁଛନ୍ତି, ଧର୍ମ ସ୍ଥାପନାର ତିଥି-ତାରିଖ ସବୁ ବତାଉଛନ୍ତି । ସେଠାରେ ଅନ୍ଧଶ୍ରଦ୍ଧାର ତ କୌଣସି
କଥା ହିଁ ନାହିଁ । ଏଠାରେ ଭାରତବାସୀମାନଙ୍କୁ କିଛି ହେଲେ ଜଣା ନାହିଁ - ଆମର ଧର୍ମ କେବେ ଏବଂ
କିଏ ସ୍ଥାପନ କରିଥିଲେ? ସେଥିପାଇଁ ଅନ୍ଧଶ୍ରଦ୍ଧା କୁହାଯାଉଛି । ଏବେ ତୁମେ ହେଲ ପୂଜାରୀ ପୁଣି
ପୂଜ୍ୟ ହେବାକୁ ଯାଉଛ । ତୁମ ଆତ୍ମା ସହିତ ଶରୀର ମଧ୍ୟ ପୂଜ୍ୟ ହେଉଛି । ତୁମ ଆତ୍ମାର ମଧ୍ୟ ପୂଜା
ହେଉଛି ପୁଣି ଦେବତା ହୋଇଗଲେ ମଧ୍ୟ ପୂଜା ହେବ । ବାବା ତ ହେଉଛନ୍ତି ନିରାକାର । ସେ ସର୍ବଦା
ପୂଜ୍ୟ ଅଟନ୍ତି । ସେ କେବେହେଲେ ପୂଜାରୀ ହେଉ ନାହାଁନ୍ତି । ତୁମ ପାଇଁ କୁହାଯାଉଛି ନିଜେ ହିଁ
ପୂଜ୍ୟ ନିଜେ ହିଁ ପୂଜାରୀ । ବାବା ତ ସଦା ପୂଜ୍ୟ ଅଟନ୍ତି, ଏଠାକୁ ଆସି ବାବା ସଚ୍ଚା ସେବା
କରୁଛନ୍ତି । ସମସ୍ତଙ୍କୁ ସଦ୍ଗତି ଦେଉଛନ୍ତି । ବାବା କହୁଛନ୍ତି - ଏବେ ମୋତେ ମନେ ପକାଅ । ଅନ୍ୟ
କୌଣସି ଦେହଧାରୀଙ୍କୁ ମନେ ପକାଅ ନାହିଁ । ଦୁନିଆରେ ତ ବଡ-ବଡ ଲକ୍ଷପତି, କୋଟିପତି ଯାଇ
ଆଲ୍ଲା-ଆଲ୍ଲା କହୁଛନ୍ତି । କେତେ ଅନ୍ଧଶ୍ରଦ୍ଧା ରହିଛି । ବାବା ତୁମକୁ ହମ୍ ସୋର ଅର୍ଥ ମଧ୍ୟ
ବୁଝାଇଛନ୍ତି । ସେମାନେ ତ କହିଦେଉଛନ୍ତି ଶିବୋହମ୍, ଆତ୍ମା ସୋ ପରମାତ୍ମା । ଏବେ ବାବା ସଠିକ୍
କରି ବତାଉଛନ୍ତି । ଏବେ ବିଚାର କର, ଭକ୍ତିମାର୍ଗରେ ଠିକ୍ ଶୁଣୁଥିଲ ନା ମୁଁ ଠିକ୍ କହୁଛି? ହମ
ସୋର ଅର୍ଥ ବହୁତ ଲମ୍ବା ଚଉଡା ଅଟେ । ଆମେ ହିଁ ବ୍ରାହ୍ମଣ, ଦେବତା, କ୍ଷତ୍ରିୟ ହେଉଛୁ । ଏବେ ହମ
ସୋର ଅର୍ଥ କେଉଁଟି ଠିକ୍? ମୁଁ ଆତ୍ମା ଚକ୍ରରେ ଏହିଭଳି ଆସୁଛି । ବିରାଟ ରୂପର ଚିତ୍ର ମଧ୍ୟ
ରହିଛି, ଏଥିରେ ବ୍ରାହ୍ମଣ ଚୁଟି ଏବଂ ବାବାଙ୍କୁ ଦେଖାଇ ନାହାଁନ୍ତି । ଦେବତାମାନେ କେଉଁଠୁ ଆସିଲେ?
ସେମାନେ କେଉଁଠାରୁ ସୃଷ୍ଟି ହେଲେ? କଳିଯୁଗରେ ତ ଶୂଦ୍ର ବର୍ଣ୍ଣ ରହିଛି । ସତ୍ୟଯୁଗରେ ହଠାତ୍
ଦେବତା ବର୍ଣ୍ଣ କିପରି ହେଲା? କିଛି ହେଲେ ବୁଝୁ ନାହାଁନ୍ତି । ଭକ୍ତିମାର୍ଗରେ ମନୁଷ୍ୟ କେତେ ଫସି
ଯାଇଛନ୍ତି । କେହି ଗ୍ରନ୍ଥ ପଢିଦେଲେ, ଖିଆଲ ଆସିଲା, ମନ୍ଦିର ନିର୍ମାଣ କରିଦେଲେ ବାସ୍ ଗ୍ରନ୍ଥ
ବସି ଶୁଣାଇବେ । ବହୁତ ମନୁଷ୍ୟ ଆସି ଶିଷ୍ୟ ହୋଇଯାଇଥାଆନ୍ତି । ଫାଇଦା ତ କିଛି ହେଲେ ହେଉ ନାହିଁ
। ବହୁତ ଦୋକାନ ଖୋଲିଯାଇଛି । ବର୍ତ୍ତମାନ ଏହି ସବୁ ଦୋକାନ ସମାପ୍ତ ହୋଇଯିବ । ଏସବୁ ଦୋକାନଦାରୀ
ହେଉଛି ଭକ୍ତିମାର୍ଗର, ଏହା ଦ୍ୱାରା ବହୁତ ଧନ ରୋଜଗାର କରନ୍ତି । ସନ୍ନ୍ୟାସୀମାନେ କହୁଛନ୍ତି ଆମେ
ବ୍ରହ୍ମଯୋଗୀ, ତତ୍ତ୍ୱଯୋଗୀ ଅଟୁ । ଯେପରି ଭାରତବାସୀ ବାସ୍ତବରେ ହେଉଛନ୍ତି ଦେବୀ-ଦେବତା ଧର୍ମର
କିନ୍ତୁ ହିନ୍ଦୁ ଧର୍ମର ବୋଲି କହିଦେଉଛନ୍ତି । ଏମିତି ତ ବ୍ରହ୍ମ ତତ୍ତ୍ୱ ଅଟେ, ଯେଉଁଠି
ଆତ୍ମାମାନେ ରହୁଛନ୍ତି । ସେମାନେ ପୁଣି ବ୍ରହ୍ମ ଜ୍ଞାନୀ ତତ୍ତ୍ୱ ଜ୍ଞାନୀ ନାମ ରଖିଦେଇଛନ୍ତି ।
ନଚେତ୍ ବ୍ରହ୍ମ ତତ୍ତ୍ୱ ହେଉଛି ରହିବାର ସ୍ଥାନ । ତେଣୁ ବାବା ବୁଝାଉଛନ୍ତି କେତେ ବଡ ଭୁଲ୍ କରି
ଦେଇଛନ୍ତି । ଏ ସବୁ ହେଉଛି ଭ୍ରମ । ମୁଁ ଆସି ସବୁ ଭ୍ରମ ଦୂର କରି ଦେଉଛି । ଭକ୍ତିମାର୍ଗରେ
କହୁଛନ୍ତି ମଧ୍ୟ ହେ ପ୍ରଭୁ ତୁମର ଗତି ମତି ନିଆରା ଅଟେ । ଗତି ତ କେହି କରିପାରିବେ ନାହିଁ । ମତ
ତ ଅନେକଙ୍କର ମିଳୁଛି । ଏଠାକାର ମତ କେତେ କମାଲ କରିଦେଉଛି । ସାରା ବିଶ୍ୱକୁ ପରିବର୍ତ୍ତିତ
କରିଦେଉଛି ।
ଏବେ ତୁମ ସନ୍ତାନମାନଙ୍କର ବୁଦ୍ଧିରେ ଅଛି, ଏତେ ସବୁ ଧର୍ମ କିପରି ଆସୁଛି! ପୁଣି ଆତ୍ମାମାନେ
କିପରି ନିଜ-ନିଜର ବିଭାଗରେ ଯାଇ ରହୁଛନ୍ତି । ଏସବୁ ଡ୍ରାମାରେ ନିଧାର୍ଯ୍ୟ ରହିଛି । ଏକଥା ମଧ୍ୟ
ପିଲାମାନେ ଜାଣିଛନ୍ତି - ଏକମାତ୍ର ବାବା ହିଁ ଦିବ୍ୟ ଦୃଷ୍ଟି ଦାତା ଅଟନ୍ତି । ବାବାଙ୍କୁ କହିଲେ
- ଏହି ଦିବ୍ୟ ଦୃଷ୍ଟିର ଚାବି ମୋତେ ଦେଇଦିଅ, ତେବେ ମୁଁ କାହାକୁ ସାକ୍ଷାତ୍କାର କରାଇଦେବି ।
ବାବା କହିଲେ - ନାଁ, ଏହି ଚାବି କାହାକୁ ମିଳିପାରିବ ନାହିଁ । ଏହା ବଦଳରେ ତୁମକୁ ପୁଣି ବିଶ୍ୱର
ବାଦଶାହୀ ଦେଉଛି । ମୁଁ ନେଉ ନାହିଁ । ମୋର ପାର୍ଟ ହିଁ ହେଉଛି ସାକ୍ଷାତ୍କାର କରାଇବା ।
ସାକ୍ଷାତ୍କାର ହେବା ଦ୍ୱାରା କେତେ ଖୁସି ହୋଇଯାଉଛନ୍ତି । କିନ୍ତୁ କିଛି ହେଲେ ମିଳୁ ନାହିଁ ।
ଏପରି ନୁହେଁ ଯେ ସାକ୍ଷାତ୍କାର ଦ୍ୱାରା କେହି ନିରୋଗୀ ହୋଇ ଯାଉଛନ୍ତି ଅଥବା ଧନ ମିଳିଯାଉଛି ।
ନା, ମୀରାଙ୍କୁ ସାକ୍ଷାତ୍କାର ହେଲା କିନ୍ତୁ ମୁକ୍ତି କ’ଣ ପାଇଲେ । ମନୁଷ୍ୟ ଭାବୁଛନ୍ତି ସେ
ବୈକୁଣ୍ଠରେ ହିଁ ରହୁଥିଲେ । କିନ୍ତୁ ବୈକୁଣ୍ଠ କୃଷ୍ଣପୁରୀ କେଉଁଠି ଅଛି ? ଏସବୁ ହେଉଛି ସାକ୍ଷାତ୍କାର
। ବାବା ବସି ସବୁ କଥା ବୁଝାଉଛନ୍ତି । ବ୍ରହ୍ମାଙ୍କୁ ମଧ୍ୟ ପ୍ରଥମେ-ପ୍ରଥମେ ବିଷ୍ଣୁଙ୍କର
ସାକ୍ଷାତ୍କାର ହେବାରୁ ବହୁତ ଖୁସି ହୋଇଗଲେ । ସେ ବି ଯେବେ ଦେଖିଲେ ଯେ ମୁଁ ମହାରାଜା ହେଉଛି ।
ବିନାଶ ମଧ୍ୟ ଦେଖିଲେ ପୁଣି ରାଜତ୍ୱ ମଧ୍ୟ ଦେଖିଲେ, ତେଣୁ ନିଶ୍ଚୟ ହୋଇଗଲା ଓହୋ! ମୁଁ ତ ବିଶ୍ୱର
ମାଲିକ ହେଉଛି । ବାବାଙ୍କର ପ୍ରବେଶତା ହୋଇଗଲା । ବାସ୍ ବାବା ଏସବୁ ଆପଣ ନେଇଯାଆନ୍ତୁ, ମୋର ତ
ବିଶ୍ୱର ବାଦଶାହୀ ଆବଶ୍ୟକ । ତୁମେ ମଧ୍ୟ ଏହି ସୌଦା କରିବାକୁ ଆସିଛ ନା । ଯିଏ ଜ୍ଞାନ ଧାରଣ
କରୁଛନ୍ତି ତାଙ୍କଠାରୁ ପୁଣି ଭକ୍ତି ଦୂର ହୋଇଯାଉଛି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଦୈବୀଗୁଣକୁ
ଧାରଣ କରି ଶ୍ରୀମତ ଆଧାରରେ ଭାରତର ପ୍ରକୃତ ସେବା କରିବାକୁ ହେବ । ନିଜର, ଭାରତର ତଥା ସାରା
ବିଶ୍ୱର କଲ୍ୟାଣ ବହୁତ-ବହୁତ ଆଗ୍ରହର ସହିତ କରିବାକୁ ହେବ ।
(୨) ଡ୍ରାମାର ଅନାଦି
ଅବିନାଶୀ ନିଧାର୍ଯ୍ୟକୁ ଯଥାର୍ଥ ଭାବରେ ବୁଝି କୌଣସି ପ୍ରକାରରେ ସମୟ ନଷ୍ଟ ହେଉଥିବା ପୁରୁଷାର୍ଥ
କରିବାର ନାହିଁ । ବ୍ୟର୍ଥ ବିଚାର ମଧ୍ୟ କରିବାର ନାହିଁ ।
ବରଦାନ:-
ଦୀପରାଜ
ବାବାଙ୍କ ଦ୍ୱାରା ଅମର ଜ୍ୟୋତି ହେବାର ଅଭିନନ୍ଦନ ପ୍ରାପ୍ତ କରି ସଦା ଅମର ଭବ ।
ଭକ୍ତମାନେ ତୁମ ଭଳି
ଚୈତନ୍ୟ ଦୀପମାନଙ୍କର ସ୍ମାରକୀ ରୂପରେ ଜଡ ଦୀପ ଗୁଡିକୁ ଜଳାଇ ଦୀପାବଳୀ ପାଳନ କରୁଛନ୍ତି । ତୁମେ
ସଦା ଜାଗ୍ରତ ଜ୍ୟୋତି ଚୈତନ୍ୟ ଦୀପମାନେ, ବାଳକ ହୋଇ ଦୀପମାନଙ୍କର ମାଲିକ ଶିବବାବାଙ୍କ ସହିତ
ମଙ୍ଗଳ ମିଳନ କରୁଛ । ବାପଦାଦା ତୁମମାନଙ୍କର ମସ୍ତକରେ ଜଳୁଥିବା ଦୀପକୁ ଦେଖୁଛନ୍ତି । ତୁମେ
ଅବିନାଶୀ ଅମରଜ୍ୟୋତି ସ୍ୱରୂପ ପିଲାମାନେ ଦୀପରାଜ ବାବାଙ୍କ ଦ୍ୱାରା ଅଭିନନ୍ଦନ ପ୍ରାପ୍ତ କରିବା
ସହିତ ସଦା ଅମର ଭବର ବରଦାନ ପ୍ରାପ୍ତ କରୁଛ । ତେଣୁ ଏହି ଦୀପାବଳୀ ପର୍ବଟି ଦୀପରାଜ ବାବା ଏବଂ
ଦୀପରାଣୀ ପିଲାମାନଙ୍କର ମିଳନର ହିଁ ସ୍ମାରକୀ ଅଟେ ।
ସ୍ଲୋଗାନ:-
“ଆପ ଔର ବାପ”
ଅର୍ଥାତ୍ ବାବା ଏବଂ ତୁମେ ପିଲାମାନେ ଏଭଳି ଯୁଗଳ ହୋଇ ରୁହ ଯାହାକି କୌଣସି ତୃତୀୟ ପକ୍ଷ ତୁମକୁ
ଅଲଗା କରିପାରିବ ନାହିଁ ।
ଅବ୍ୟକ୍ତ ଈଶାରା:- ନିଜ
ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।
ବର୍ତ୍ତମାନ ସମୟ ଅନୁସାରେ
ସର୍ବ ଆତ୍ମାମାନେ ପ୍ରତ୍ୟକ୍ଷ ଫଳ ଅର୍ଥାତ୍ ବାସ୍ତବିକ ପ୍ରମାଣ ଦେଖିବାକୁ ଚାହୁଁଛନ୍ତି । ତେଣୁ
ତୁମେମାନେ ନିଜର ଶରୀର, ମନ, କର୍ମ ତଥା ସମ୍ବନ୍ଧ-ସମ୍ପର୍କରେ ଶାନ୍ତିର ଶକ୍ତି ବା ଯୋଗ ଶକ୍ତିକୁ
ପ୍ରୟୋଗ କରି ଦେଖ । ଶାନ୍ତିର ଶକ୍ତି ଦ୍ୱାରା ତୁମମାନଙ୍କର ସଂକଳ୍ପ ୱୟାରଲେସ ଠାରୁ ମଧ୍ୟ
ତୀବ୍ରଗତିରେ କୌଣସି ଆତ୍ମା ନିକଟରେ ପହଞ୍ଚିପାରିବ । ଏହି ଶକ୍ତିର ବିଶେଷ ଯନ୍ତ୍ର ହେଲା “ଶୁଭ
ସଂକଳ୍ପ” ଏହି ସଂକଳ୍ପ ରୂପୀ ଯନ୍ତ୍ର ଦ୍ୱାରା ଯାହା ଚାହିଁବ ତାହା ସିଦ୍ଧି ସ୍ୱରୂପରେ ଦେଖିପାରିବ
।