20.11.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ମନମନାଭବର ବଶୀକରଣ ମନ୍ତ୍ର ଦ୍ୱାରା ହିଁ ତୁମେ ମାୟା ଉପରେ ବିଜୟ ପ୍ରାପ୍ତ କରିପାରିବ, ଏହି ମନ୍ତ୍ର ସମସ୍ତଙ୍କୁ ମନେପକାଇଦିଅ ।”

ପ୍ରଶ୍ନ:-
ଏହି ବେହଦ ଡ୍ରାମାରେ ଅତ୍ୟନ୍ତ ପରିଶ୍ରମୀ ଶ୍ରମିକ ଅର୍ଥାତ୍ ସେବକ କେଉଁ କେଉଁମାନେ ଅଟନ୍ତି ଏବଂ କିପରି?

ଉତ୍ତର:-
ପ୍ରାକୃତିକ ବିପର୍ଯ୍ୟୟ ଗୁଡିକ ହିଁ ଏହି ପୁରୁଣା ଦୁନିଆକୁ ସଫା କରିବାରେ ସବୁଠାରୁ ଶକ୍ତିଶାଳୀ ଓ ଅତ୍ୟନ୍ତ ପରିଶ୍ରମୀ ସେବକ ଅଟନ୍ତି । ଧରତ୍ରୀ ହଲିବ, ବନ୍ୟା ହେବ, ସେଥିରେ ସବୁ କିଛି ସଫା ହୋଇଯିବ । ଏଥିପାଇଁ ଭଗବାନ କାହାକୁ ନିର୍ଦ୍ଦେଶ ଦେଇ ନ ଥାଆନ୍ତି । କାରଣ ବାବା କିପରି ସନ୍ତାନମାନଙ୍କୁ ବିନାଶ କରିବେ । ଏ ସବୁ ତ ଡ୍ରାମାରେ ପାର୍ଟ ରହିଛି । ରାବଣର ରାଜ୍ୟ ଚାଲିଛି ନା, ଏହାକୁ ଗଡଲି କାଲାମିଟିଜ୍ ଅର୍ଥାତ୍ ଈଶ୍ୱରୀୟ ଦୁର୍ବିପାକ କୁହାଯିବ ନାହିଁ ।

ଓମ୍ ଶାନ୍ତି ।
ବାବା ହିଁ ସନ୍ତାନମାନଙ୍କୁ ବୁଝାଉଛନ୍ତି - ପିଲାମାନେ, ମନମନାଭବ ହୁଅ । ଏପରି ନୁହେଁ କି ପିଲାମାନେ ବସି ବାବାଙ୍କୁ ବୁଝାଇବେ । ପିଲାମାନେ କହିବେ ନାହିଁ ଯେ ଶିବବାବା, ମନମନାଭବ ହୁଅନ୍ତୁ । ନା । ଏମିତି ତ’ ପିଲାମାନେ ପରସ୍ପର ମଧ୍ୟରେ ଖୁସିରେ ବାର୍ତ୍ତାଳାପ କରୁଛନ୍ତି । ନିଜର ବିଚାର ଶୁଣାଉଛନ୍ତି କିନ୍ତୁ ଯାହା ମୂଳ ମହାମନ୍ତ୍ର ଅଟେ, ତାହା ତ ବାବା ହିଁ ଦେଉଛନ୍ତି । ଗୁରୁମାନେ ମନ୍ତ୍ର ଦେଇଥା’ନ୍ତି । ଏହି ପ୍ରଥା କେଉଁଠାରୁ ପ୍ରଚଳିତ ହେଲା? ଏହି ନୂଆ ସୃଷ୍ଟିର ରଚୟିତା ବାବା ହିଁ, ପ୍ରଥମ ମନ୍ତ୍ର ଦେଉଛନ୍ତି ମନମନାଭବ । ଏହାର ନାମ ହିଁ ହେଉଛି ବଶୀକରଣ ମନ୍ତ୍ର ଅର୍ଥାତ୍ ମାୟା ଉପରେ ବିଜୟ ପ୍ରାପ୍ତ କରିବାର ମନ୍ତ୍ର । ଏହାକୁ ଭିତରେ ଭିତରେ ଜପିବାର ନାହିଁ । ଏହାକୁ ତ ବୁଝାଇବାକୁ ହୋଇଥାଏ । ବାବା ଅର୍ଥ ସହିତ ବୁଝାଉଛନ୍ତି । ଯଦିଓ ଗୀତାରେ ଏ କଥା ଅଛି କିନ୍ତୁ ଅର୍ଥ କେହି ବୁଝୁନାହାଁନ୍ତି । ଏହା ଗୀତାର ଅଧ୍ୟାୟ ମଧ୍ୟ ଅଟେ । କିନ୍ତୁ କେବଳ ନାମ ବଦଳାଇ ଦେଇଛନ୍ତି । କେତେ ବଡ଼ ବଡ଼ ପୁସ୍ତକ ଆଦି ଭକ୍ତିମାର୍ଗରେ ରହିଛି । ବାସ୍ତବରେ ଏହାକୁ ତ ବାବା ସନ୍ତାନମାନଙ୍କୁ ମୌଖିକ ଭାବରେ ବୁଝାଉଛନ୍ତି । ବାବାଙ୍କ ଆତ୍ମାରେ ଜ୍ଞାନ ରହିଛି । ପିଲାମାନଙ୍କର ମଧ୍ୟ ଆତ୍ମା ହିଁ ଜ୍ଞାନ ଧାରଣ କରୁଛି । ବାକି କେବଳ ସହଜ କରି ବୁଝାଇବା ପାଇଁ ଏହି ଚିତ୍ର ଆଦି ତିଆରି କରାଯାଇଛି । ତୁମ ବୁଦ୍ଧିରେ ତ ଏହି ସମସ୍ତ ଜ୍ଞାନ ରହିଛି । ତୁମେ ଜାଣିଛ ବାସ୍ତବରେ ଆରମ୍ଭରୁ ଭାରତରେ ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା ଆଉ କୌଣସି ଖଣ୍ଡ ବା ଦେଶ ନ ଥିଲା । ପୁଣି ପରେ ଏହିସବୁ ଖଣ୍ଡ ଅର୍ଥାତ୍ ଅନ୍ୟାନ୍ୟ ଧର୍ମ ରହିଥିବା ଦେଶ ମିଶିଲା । ତେଣୁ ଏହି ଚିତ୍ର ଗୋଟିଏ କୋଣରେ ରଖିଦେବା ଉଚିତ୍ । ଯେଉଁଠି ତୁମେ ଦେଖାଉଛ ଯେ ଭାରତରେ ଏମାନଙ୍କର ରାଜ୍ୟ ଥିଲାବେଳେ ଅନ୍ୟ କୌଣସି ଧର୍ମ ନ ଥିଲା । ଏବେ ତ କେତେ ଢ଼େର ଧର୍ମ ରହିଛି ପୁଣି ଏ ସବୁ ଧର୍ମ ରହିବ ନାହିଁ । ଏହା ହେଉଛି ବାବାଙ୍କର ଯୋଜନା । ସେହି ବିଚରାମାନଙ୍କୁ ଅର୍ଥାତ୍ କଳିଯୁଗୀ ମନୁଷ୍ୟମାନଙ୍କୁ କେତେ ଚିନ୍ତା ରହୁଛି । ତୁମେ ଜାଣିଛ ଏ ସବୁ ସଂପୂର୍ଣ୍ଣ ଠିକ୍ । ଏହା ମଧ୍ୟ ଶାସ୍ତ୍ରରେ ଲେଖାଯାଇଛି ଯେ ପରମାତ୍ମା ଆସି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛନ୍ତି । କାହାର ସ୍ଥାପନା? ନୂଆ ଦୁନିଆର ସ୍ଥାପନା । ଯମୁନା କୂଳରେ ରାଜଧାନୀ ରହିବ । ସେଠାରେ ଏକମାତ୍ର ଧର୍ମ ରହିବ । ସୃଷ୍ଟିରୂପୀ ବୃକ୍ଷ ବିଲ୍‌କୁଲ୍ ଛୋଟ ଥାଏ, ଏହି ବୃକ୍ଷର ଜ୍ଞାନ ବାବା ହିଁ ଦେଉଛନ୍ତି । ଚକ୍ରର ଜ୍ଞାନ ମଧ୍ୟ ଦେଉଛନ୍ତି, ସତ୍ୟଯୁଗରେ ଗୋଟିଏ ହିଁ ଭାଷା ହେବ, ଅନ୍ୟ କୌଣସି ଭାଷା ରହିବ ନାହିଁ । ତୁମେ ପ୍ରମାଣ କରିପାରିବ ଯେ ଏକ ହିଁ ଭାରତ ଥିଲା, ଏକ ହିଁ ରାଜ୍ୟ ଥିଲା, ଏକ ହିଁ ଭାଷା ଥିଲା । ସ୍ୱର୍ଗ ଦୁନିଆରେ ସୁଖ-ଶାନ୍ତି ଥିଲା । ଦୁଃଖର ଚିହ୍ନ-ବର୍ଣ୍ଣ ନ ଥିଲା । ସମ୍ପତ୍ତି, ସ୍ୱାସ୍ଥ୍ୟ, ସୁଖ ସବୁ କିଛି ଥିଲା । ନୂଆ ଭାରତ ଥିବାରୁ ଦେବତାମାନଙ୍କର ଆୟୁଷ ମଧ୍ୟ ବହୁତ ଅଧିକ ଥିଲା କାହିଁକି ନା ପବିତ୍ରତା ଥିଲା । ପବିତ୍ରତାର ଧାରଣା ଦ୍ୱାରା ମନୁଷ୍ୟ ସୁସ୍ଥ ରହିଥା’ନ୍ତି । ଅପବିତ୍ରତା କାରଣରୁ ଦେଖ ମନୁଷ୍ୟମାନଙ୍କର କ’ଣ ଅବସ୍ଥା ହୋଇଯାଇଛି । ବସି ଥାଉ ଥାଉ ଅକାଳ ମୃତ୍ୟୁ ହୋଇଯାଉଛି । ଯବାନ୍ ମଧ୍ୟ ମରିଯାଉଛନ୍ତି । କେତେ ଦୁଃଖ ହେଉଛି । ସେଠାରେ ଅକାଳମୃତ୍ୟୁ ହୁଏ ନାହିଁ । ଦୀର୍ଘାୟୁ ହୋଇଥାଆନ୍ତି । ପିଢ଼ି ପର୍ଯ୍ୟନ୍ତ ଅର୍ଥାତ୍ ବୁଢ଼ା ନ ହେଲା ପର୍ଯ୍ୟନ୍ତ କେହି ମରିବେ ନାହିଁ ।

କାହାକୁ ବି ବୁଝାଅ ତେବେ ଏହା ତାଙ୍କ ବୁଦ୍ଧିରେ ଧାରଣ କରାଇବାକୁ ହେବ ଯେ - ବେହଦର ବାବାଙ୍କୁ ୟାଦ କର, ସେ ହିଁ ପତିତ ପାବନ ଅଟନ୍ତି, ସଦ୍‌ଗତି ଦାତା ମଧ୍ୟ ଅଟନ୍ତି । ତୁମ ପାଖରେ ସେହି ଚିତ୍ର ମଧ୍ୟ ରହିବା ଉଚିତ୍ ଯାହା ଫଳରେ ତୁମେ ପ୍ରମାଣ କରି ବୁଝାଇପାରିବ । ଆଜିର ନକ୍‌ସା ଅର୍ଥାତ୍ ବିଶ୍ୱର ଭୌଗଳିକ ସ୍ଥିତି ଏହିଭଳି ଅଟେ ଏବଂ କାଲିର ନକ୍‌ସା ଏହିଭଳି ହେବ । କେହି କେହି ତ ଠିକ୍ ରୀତିରେ ମଧ୍ୟ ଶୁଣିଥାନ୍ତି । ଏହାକୁ ସଂପୂର୍ଣ୍ଣ ବୁଝାଇବାକୁ ହୋଇଥାଏ । ଏହି ଭାରତ ହେଉଛି ଅବିନାଶୀ ଖଣ୍ଡ । ଦେବୀ-ଦେବତା ଧର୍ମ ଥିବା ସମୟରେ ଅନ୍ୟ କୌଣସି ଧର୍ମ ନ ଥିଲା । ଏବେ ସେହି ଆଦି ସନାତନ ଦେବୀ-ଦେବତା ଧର୍ମ ନାହିଁ । ଏହି ଲକ୍ଷ୍ମୀ-ନାରାୟଣ କୁଆଡ଼େ ଗଲେ, କେହି କହିପାରିବେ ନାହିଁ । କାହା ପାଖରେ ଉତ୍ତର ଦେବାର ଶକ୍ତି ମଧ୍ୟ ନାହିଁ । ତୁମେ ସନ୍ତାନମାନେ ଭଲ ଭାବରେ ଜ୍ଞାନର ରହସ୍ୟକୁ ବୁଝାଇପାରିବ । ଏଥିରେ ଦ୍ୱନ୍ଦ୍ୱରେ ପଡ଼ିବାର ଆବଶ୍ୟକତା ନାହିଁ । ତୁମେ ସବୁ କିଛି ଜାଣିଛ ଏବଂ ପୁଣି ପୁନରାବୃତ୍ତି ମଧ୍ୟ କରିପାରିବ । ତୁମେ କାହାକୁ ବି ପଚାରିପାରିବ - ଲକ୍ଷ୍ମୀ-ନାରାୟଣ କୁଆଡ଼େ ଗଲେ? ତୁମର ଏଭଳି ପ୍ରଶ୍ନ ଶୁଣି ଚକ୍ରିତ ହୋଇଯିବେ । ତୁମେ ତ ନିଶ୍ଚୟର ସହ କହୁଛ, କିପରି ଏମାନେ ମଧ୍ୟ ୮୪ ଜନ୍ମ ନେଉଛନ୍ତି । ବୁଦ୍ଧିରେ ତ ଜ୍ଞାନ ଅଛି ନା । ତୁମେ ତୁରନ୍ତ କହିପାରିବ ସତ୍ୟଯୁଗ ନୂଆ ଦୁନିଆରେ ଆମର ରାଜ୍ୟ ଥିଲା । ଏକମାତ୍ର ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା । ଦ୍ୱିତୀୟ କୌଣସି ଧର୍ମ ନ ଥିଲା । ସବୁ କିଛି ନୂଆ ଥିଲା । ସେଠାରେ ପ୍ରତ୍ୟେକ ଜିନିଷ ସତ୍ତ୍ୱପ୍ରଧାନ ହୋଇଥାଏ । ସୁନା ମଧ୍ୟ ଅସରନ୍ତି ରହିଥାଏ । କେତେ ସହଜରେ ଖଣିରୁ ବାହାରୁଥିବ, ଯାହାଦ୍ୱାରା ପୁଣି ସୁନା ଇଟାରେ ଘର ଆଦି ତିଆରି ହେବ । ସେଠାରେ ତ ସବୁ କିଛି ସୁନାର ହୋଇଥାଏ । ଖଣି ସବୁ ନୂଆ ଥିବ ନା । ଇମିଟେସନ୍ ତ ରହିବ ନାହିଁ କାହିଁକି ନା ଅସଲି ଜିନିଷ ବହୁତ ଥିବ । ଏଠାରେ ତ ଅସଲିର ନାମ ନାହିଁ । ଇମିଟେସନ୍ କେତେ ଅଧିକ ରହିଛି ସେଥିପାଇଁ କୁହାଯାଉଛି ମିଛ ମାୟା, ମିଛ କାୟା ... । ସମ୍ପତ୍ତି ମଧ୍ୟ ଅସତ୍ୟ ଅଟେ । ଏପରି ହୀରା ମୋତି ଭିନ୍ନ-ଭିନ୍ନ ପ୍ରକାରର ତିଆରି ହେଉଛି ଜଣା ମଧ୍ୟ ପଡ଼ୁ ନାହିଁ ଯେ ଇଏ ଅସଲି ନା ନକଲି? ଏତେ ଆକର୍ଷଣୀୟ ହେଉଛି ଯେ କେହି ପରଖି ପାରୁନାହାଁନ୍ତି, ଅସଲି ନା ନକଲି? ସ୍ୱର୍ଗରେ ତ ଏହି ନକଲି ଜିନିଷ ଆଦି ରହିବ ନାହିଁ । ବିନାଶ ହେଲେ ସବୁ ମାଟି ତଳକୁ ଚାଲିଯିବ । ସତ୍ୟଯୁଗରେ କେତେ ବଡ଼-ବଡ଼ ପଥର, ହୀରା ଆଦି ଘରେ ଲଗାଇବେ ସେ ସବୁ କେଉଁଠୁ ଆସିଥିବ, କିଏ କାଟୁଥିବେ? ଭାରତରେ ମଧ୍ୟ ବହୁତ କୁଶଳୀ କାରିଗର ଅଛନ୍ତି, ସେମାନେ ଆହୁରି କୁଶଳୀ ହୋଇଯିବେ । ପୁଣି ସ୍ୱର୍ଗକୁ ଏହି କାରିଗରୀ କୌଶଳ ନେଇଯିବେ ନା । ସେଠାରେ ସାଧାରଣ ହୀରାରେ ମୁକୁଟ ତିଆରି ହେବ ନାହିଁ । ତାହା ତ ବିଲ୍‌କୁଲ୍ ରିଫାଇନ୍ ଖାଣ୍ଟି ହୀରାରେ ମୁକୁଟ ହେବ । ଏହି ବିଜୁଳି, ଟେଲିଫୋନ୍‌, ମୋଟର ଆଦି ପୂର୍ବରୁ କିଛି ନ ଥିଲା । ବ୍ରହ୍ମା ବାବାଙ୍କର ଏହି ଜୀବନ କାଳ ଭିତରେ ହିଁ କେତେ କ’ଣ ବାହାରିଛି! ମାତ୍ର ୧୦୦ ବର୍ଷ ମଧ୍ୟରେ ଏତେ ସବୁ ବାହାରିଛି । ସେଠାରେ ବହୁତ ଭଲ କୁଶଳୀ କାରିଗର ରହିବେ । ସେମାନେ ଏ ପର୍ଯ୍ୟନ୍ତ ମଧ୍ୟ ଶିଖି ଚାଲିଛନ୍ତି । ଅଧିକରୁ ଅଧିକ କୁଶଳୀ ହେଉଛନ୍ତି । ଏକଥା ମଧ୍ୟ ପିଲାମାନଙ୍କୁ ସାକ୍ଷାତ୍‌କାର କରାଯାଇଛି । ସେଠାରେ ହେଲିକେପ୍ଟର ମଧ୍ୟ ସମ୍ପୂର୍ଣ୍ଣ ନିରାପଦ ହେବ । ପିଲାମାନେ ମଧ୍ୟ ବହୁତ ସତ୍ତ୍ୱପ୍ରଧାନ ସୂକ୍ଷ୍ମ ବୁଦ୍ଧି ସମ୍ପନ୍ନ ହେବେ । ନିକଟ ଭବିଷ୍ୟତରେ ତୁମକୁ ସବୁ ସାକ୍ଷାତ୍‌କାର ହେବ । ଯେପରି ନିଜ ଦେଶର ନିକଟତ୍ତର ହେଲେ ଗଛ ଆଦି ଦେଖାଯାଇଥାଏ ନା । ମନେ ମନେ ଖୁସୀ ହୋଇଥାନ୍ତି, ଏବେ ଘର ପାଖେଇ ଆସିଲା । ବର୍ତ୍ତମାନ ଆସି ପହଞ୍ଚିଗଲୁ । ଶେଷ ବେଳକୁ ତୁମକୁ ମଧ୍ୟ ଏହିପରି ସାକ୍ଷାତ୍‌କାର ହେବ । ପିଲାମାନେ ଜାଣିଛନ୍ତି ସବୁଠାରୁ ପ୍ରିୟ ବାବା ହିଁ ଅଟନ୍ତି । ସେ ହିଁ ପରମ ଆତ୍ମା ଅଟନ୍ତି । ତାଙ୍କୁ ମଧ୍ୟ ସମସ୍ତେ ମନେ ପକାଉଛନ୍ତି । ତୁମେ ମଧ୍ୟ ଭକ୍ତିମାର୍ଗରେ ପରମାତ୍ମାଙ୍କୁ ମନେ ପକାଉଥିଲ ନା । କିନ୍ତୁ ଏକଥା ଜଣା ନ ଥିଲା ଯେ ତାଙ୍କର ରୂପ ଛୋଟ ନା ବଡ । ଗାୟନ ମଧ୍ୟ କରୁଛନ୍ତି ଭ୍ରୁକୁଟୀ ମଧ୍ୟରେ ଚମକୁଛି ଅଜବ ସିତାରା ... ତେବେ ନିଶ୍ଚୟ ବିନ୍ଦୁ ସଦୃଶ ହୋଇଥିବେ ନା । ତାଙ୍କୁ ହିଁ କୁହାଯାଉଛି ସୁପ୍ରିମ ଆତ୍ମା ଅର୍ଥାତ୍ ପରମାତ୍ମା । ତାଙ୍କ ପାଖରେ ତ ସବୁ ଗୁଣ ରହିଛି । ଜ୍ଞାନର ସାଗର ଅଟନ୍ତି, କେଉଁ ଜ୍ଞାନ ଶୁଣାଇବେ? ଶୁଣାଇଲେ ତ’ ଜଣାପଡ଼ିବ ନା । ତୁମେ ବି କ’ଣ ପୂର୍ବରୁ ଏସବୁ ଜାଣିଥିଲ, କେବଳ ଭକ୍ତି ହିଁ ଜାଣିଥିଲ । ଏବେ ତ ବୁଝୁଛ ଏହା କେତେ ଆଶ୍ଚର୍ଯ୍ୟ, ଆତ୍ମାକୁ ମଧ୍ୟ ଏହି ଆଖି ଦ୍ୱାରା ଦେଖିପାରୁ ନାହାଁନ୍ତି ତେଣୁ ବାବାଙ୍କୁ ମଧ୍ୟ ଭୁଲିଯାଉଛନ୍ତି । ଡ୍ରାମାରେ ମଧ୍ୟ ଏହିପରି ପାର୍ଟ ରହିଛି ଯାହାକୁ ବିଶ୍ୱର ମାଲିକ କରାଉଛନ୍ତି, ଗୀତାରେ ତାଙ୍କର ନାମ ରଖିଦେଇଛନ୍ତି ଏବଂ ଯିଏ ମାଲିକ କରାଉଛନ୍ତି ତାଙ୍କର ନାମକୁ ଗୁପ୍ତ କରି ଦେଇଛନ୍ତି । କୃଷ୍ଣଙ୍କୁ ତ୍ରିଲୋକୀନାଥ, ବୈକୁଣ୍ଠ ନାଥ କହିଦେଉଛନ୍ତି, ଅର୍ଥ କିଛି ହେଲେ ବୁଝିନାହାଁନ୍ତି । କେବଳ ମହିମା କରୁଛନ୍ତି । ଭକ୍ତିମାର୍ଗରେ ଅନେକ କାହାଣୀମାନ ଗଢ଼ିଛନ୍ତି । କହୁଛନ୍ତି ଭଗବାନଙ୍କଠାରେ ଏତେ ଶକ୍ତି ଅଛି, ସେ ହଜାରେ ସୂର୍ଯ୍ୟଠାରୁ ତେଜୋମୟ ଅଟନ୍ତି, ସମସ୍ତଙ୍କୁ ଭସ୍ମ କରିଦେଇପାରିବେ । ଏହିପରି ମନଗଢା କଥା ସବୁ କହିଦେଉଛନ୍ତି । ବାବା କହୁଛନ୍ତି ମୁଁ ମୋ ପିଲାମାନଙ୍କୁ କିପରି ଜଳାଇବି! ଏହା ତ ହୋଇପାରିବ ନାହିଁ । ପିତା କ’ଣ ସନ୍ତାନମାନଙ୍କୁ ବିନାଶ କରିପାରିବେ କି? ନା । ଏ ସବୁ ତ ଡ୍ରାମାରେ ପାର୍ଟ ରହିଛି । ପୁରୁଣା ଦୁନିଆ ଶେଷ ହେବ । ପୁରୁଣା ଦୁନିଆର ବିନାଶ ନିମନ୍ତେ ଏହି ପ୍ରାକୃତିକ ବିପର୍ଯ୍ୟୟମାନ ସେବାଧାରୀ ଅଟନ୍ତି । ପଞ୍ଚତତ୍ତ୍ୱ କେତେ ଶକ୍ତିଶାଳୀ ଶ୍ରମିକ ଅଟନ୍ତି । ଏପରି ନୁହେଁ ଯେ ତାଙ୍କୁ ବାବାଙ୍କର ନିର୍ଦ୍ଦେଶ ମିଳିଛି ବିନାଶ କର । ନାଁ, ତୋଫାନ ହେଉଛି, ଅକାଳ ପଡ଼ୁଛି । ଭଗବାନ କ’ଣ କହୁଛନ୍ତି, ଏପରି କର? କେବେ ନୁହେଁ, ଏ ସବୁ ତ ଡ୍ରାମାରେ ସେମାନଙ୍କର ପାର୍ଟ ରହିଛି । ବାବା କହୁ ନାହାଁନ୍ତି କି ବମ୍ ତିଆରି କର । ଏ ସବୁକୁ ରାବଣର ମତ କୁହାଯିବ । ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ରାବଣର ରାଜ୍ୟ ହୋଇଥିବାରୁ ଆସୁରୀ ବୁଦ୍ଧି ହୋଇଯାଉଛନ୍ତି, କେତେ ମରୁଛନ୍ତି, ଶେଷରେ ସବୁକିଛି ଜଳାଇ ଦେବେ । ଏହା ପୂର୍ବ ପ୍ରସ୍ତୁତ ଖେଳ ଅଟେ, ଯାହାର ପୁନରାବୃତ୍ତି ହେଉଛି । ବାକି ଏପରି ନୁହେଁ କି ଶଙ୍କରଙ୍କ ଆଖି ଖୋଲିବା ଦ୍ୱାରା ବିନାଶ ହୋଇଯାଇଥାଏ, ଏହାକୁ ଈଶ୍ୱରୀୟ ଦୁର୍ବିପାକ ମଧ୍ୟ କୁହାଯିବ ନାହିଁ । ଏହା ପ୍ରାକୃତିକ ଦୁର୍ବିପାକ ହିଁ ଅଟେ ।

ଏବେ ବାବା ତୁମ ସନ୍ତାନମାନଙ୍କୁ ଶ୍ରୀମତ ଦେଉଛନ୍ତି । କାହାକୁ ଦୁଃଖ ଆଦି ଦେବାର କୌଣସି କଥା ହିଁ ନାହିଁ । ବାବା ତ ସୁଖର ପଥ ପ୍ରଦର୍ଶକ ଅଟନ୍ତି । ଡ୍ରାମା ପ୍ଲାନ ଅନୁସାରେ ଘର ପୁରୁଣା ହୋଇଯିବ । ବାବା ମଧ୍ୟ କହୁଛନ୍ତି ଏହି ସମଗ୍ର ଦୁନିଆ ପୁରୁଣା ହୋଇଗଲାଣି । ଏହା ଖଲାସ ହେବା ଉଚିତ୍ । ଦେଖ ପରସ୍ପର ମଧ୍ୟରେ କିପରି ଲଢ଼େଇ କରୁଛନ୍ତି! ଆସୁରୀ ବୁଦ୍ଧି ଅଟନ୍ତି ନା । ଯେତେବେଳେ ଈଶ୍ୱରୀୟ ବୁଦ୍ଧି ରହିଥାଏ ସେତେବେଳେ ମାରିବା ପିଟିବା ଆଦିର କୌଣସି କଥା ନ ଥାଏ । ବାବା କହୁଛନ୍ତି ମୁଁ ତ ସମସ୍ତଙ୍କର ପିତା ଅଟେ । ମୋର ସମସ୍ତଙ୍କ ପ୍ରତି ସ୍ନେହ ରହିଛି । ବାବା ସମ୍ମୁଖକୁ ଦେଖୁଥିଲେ ମଧ୍ୟ ଅନନ୍ୟ ସନ୍ତାନମାନଙ୍କ ପ୍ରତି ନଜର ଯାଉଛି, ଯେଉଁମାନେ ବାବାଙ୍କୁ ବହୁତ ସ୍ନେହର ସହିତ ୟାଦ କରୁଛନ୍ତି ଓ ସେବା ମଧ୍ୟ କରୁଛନ୍ତି । ଏଠାରେ ବସି ଥିଲେ ବି ବାବାଙ୍କର ଦୃଷ୍ଟି ସେବାଧାରୀ ସନ୍ତାନମାନଙ୍କ ଆଡ଼କୁ ଚାଲିଯାଉଛି । କେବେ ଡେରାଡୁନ୍‌, କେବେ ମେରଠ, କେବେ ଦିଲ୍ଲୀ ... ଯିଏ ମୋତେ ୟାଦ କରନ୍ତି ମୁଁ ମଧ୍ୟ ସେହିମାନଙ୍କୁ ୟାଦ କରିଥାଏ । ଯେଉଁମାନେ ମୋତେ ବି ୟାଦ କରୁ ନାହାଁନ୍ତି ମୁଁ ସେ ସମସ୍ତଙ୍କୁ ୟାଦ କରିଥାଏ କାହିଁକି ନା ମୋତେ ତ ସମସ୍ତଙ୍କୁ ସାଥିରେ ନେଇଯିବାକୁ ହେବ ନା । ହଁ, ଯିଏ ମୋ ଦ୍ୱାରା ସୃଷ୍ଟିଚକ୍ରର ଜ୍ଞାନକୁ କ୍ରମାନ୍ୱୟରେ ବୁଝୁଛନ୍ତି ସେମାନେ ପୁଣି କ୍ରମାନ୍ୱୟରେ ଉଚ୍ଚ ପଦ ପାଇବେ । ଏ ସବୁ ବେହଦର କଥା ଅଟେ । ଦୁନିଆର ଶିକ୍ଷକମାନେ ହେଉଛନ୍ତି ବିନାଶୀ । ଇଏ ହେଉଛନ୍ତି ଅବିନାଶୀ ଶିକ୍ଷକ । ତେଣୁ ପିଲାମାନଙ୍କ ଭିତରେ କେତେ ଖୁସୀ ରହିବା ଦରକାର । ବାବା କହୁଛନ୍ତି ସମସ୍ତଙ୍କର ପାର୍ଟ ତ ଏକା ପରି ହୋଇପାରିବ ନାହିଁ, ବ୍ରହ୍ମାଙ୍କର ତ ପାର୍ଟ ଥିଲା । କିନ୍ତୁ ଅନୁଗାମୀ କୋଟିକରେ କେହି ଜଣେ ବାହାରିଲେ । ନୂଆ ନୂଆ ପିଲାମାନେ କହୁଛନ୍ତି - ବାବା, ମୁଁ ୭ ଦିନର ପିଲା ଅଟେ, ମୁଁ ଗୋଟିଏ ଦିନର ପିଲା ଅଟେ । ତେଣୁ ପୁଁଗରେ ଅର୍ଥାତ୍ ବିରାଡ଼ି ଛୁଆ ଭଳି ଛୋଟ ହେଲେ ନା । ତେଣୁ ବାବା ପ୍ରତ୍ୟେକ କଥା ବୁଝାଉଛନ୍ତି । ବାସ୍ତବରେ ନଦୀ ମଧ୍ୟ ପାର କରି କରାଚିରୁ ଆବୁ ଆସିଥିଲେ । ବାବାଙ୍କର ଆସିବା ପରେ ଜ୍ଞାନ ଆରମ୍ଭ ହେଉଛି । ତାଙ୍କର କେତେ ମହିମା ରହିଛି । ସେହି ଗୀତାର ଅଧ୍ୟାୟ ତ ତୁମେ ଜନ୍ମ-ଜନ୍ମାନ୍ତର କେତେ ଥର ପଢ଼ିଥିବ । ଫରକ ଦେଖ କେତେ ରହିଛି । କେଉଁଠି କୃଷ୍ଣ ଭଗବାନୁବାଚ, କେଉଁଠି ଶିବ ପରମାତ୍ମାଉବାଚ । ରାତି-ଦିନର ଫରକ ରହିଛି । ତୁମ ବୁଦ୍ଧିରେ ଏବେ ରହିଛି ଯେ - ଆମେ ସତ୍ୟ ଖଣ୍ଡରେ ଥିଲୁ, ସୁଖ କି ବହୁତ ଦେଖିଛୁ । ୩/୪ ଭାଗ ସୁଖ ଦେଖୁଛ । ବାବା ସୁଖ ନିମନ୍ତେ ଡ୍ରାମା କରାଇଛନ୍ତି, ଦୁଃଖ ନିମନ୍ତେ ନୁହେଁ । ଦୁଃଖ ତ ତୁମକୁ ପରେ ମିଳୁଛି । ଏତେ ଜଲ୍‌ଦି ଲଢ଼େଇ ତ ଲାଗିପାରିବ ନାହିଁ । ତୁମକୁ ବହୁତ ସୁଖ ମିଳୁଛି । ଅଧା ଅଧା ହେଲେ ମଧ୍ୟ ଏତେ ମଜା ରହିବ ନାହିଁ । ସାଢ଼େ ତିନି ହଜାର ବର୍ଷ ତ କୌଣସି ଲଢ଼େଇ ଲାଗିବ ନାହିଁ । ରୋଗ ଇତ୍ୟାଦି ମଧ୍ୟ ହେବ ନାହିଁ । ଏଠାରେ ତ ଦେଖ ରୋଗ ପରେ ରୋଗ ଲାଗି ରହିଛି । ସତ୍ୟଯୁଗରେ କ’ଣ ଏପରି କୀଟ ପତଙ୍ଗ ରହିବେ ଯିଏକି ଶସ୍ୟ ପ୍ରଭୃତି ଖାଇ ଦେବେ, ସେଠାରେ ଏଭଳି କୀଟ ରହିବେ ନାହିଁ । ସେଥିପାଇଁ ତ’ ତା’ର ନାମ ହେଉଛି ସ୍ୱର୍ଗ । ତେଣୁ ବିଶ୍ୱର ନକ୍‌ସା ମଧ୍ୟ ତୁମେ ଦେଖାଇବା ଉଚିତ୍ ତେବେ ଯାଇ ବୁଝାଇପାରିବ । ଅସଲରେ ଏହା ହିଁ ଭାରତ ଥିଲା, ଅନ୍ୟ କୌଣସି ଧର୍ମ ନ ଥିଲା । ପୁଣି କ୍ରମାନ୍ୱୟରେ ଧର୍ମସ୍ଥାପନକାରୀମାନେ ଆସିଥା’ନ୍ତି । ଏବେ ତୁମେ ବିଶ୍ୱର ଇତିହାସ-ଭୂଗୋଳ ବିଷୟରେ ଜାଣୁଛ । ତୁମ ବିନା ଅନ୍ୟ ସମସ୍ତେ କହିବେ ନେତି ନେତି, ଆମେ ବାବାଙ୍କୁ ଜାଣି ନାହୁଁ । କହିଦେଉଛନ୍ତି ତାଙ୍କର କୌଣସି ନାମ, ରୂପ, ଦେଶ, କାଳ ନାହିଁ । ନାମ, ରୂପ ନ ଥିଲେ କୌଣସି ଦେଶ ମଧ୍ୟ ହୋଇପାରିବ ନାହିଁ । କିଛି ହେଲେ ବି ବୁଝି ନାହାଁନ୍ତି । ଏବେ ବାବା ନିଜର ଯଥାର୍ଥ ପରିଚୟ ତୁମକୁ ଦେଉଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସଦାସର୍ବଦା ଅସରନ୍ତି ଖୁସୀରେ ରହିବା ପାଇଁ ବେହଦର ବାବା ଯେଉଁସବୁ ବେହଦର କଥା ଶୁଣାଉଛନ୍ତି, ସେଗୁଡିକୁ ସ୍ମରଣ କରିବାକୁ ହେବ ଏବଂ ବାବାଙ୍କୁ ଅନୁସରଣ କରି ଚାଲିବାକୁ ପଡ଼ିବ ।

(୨) ସର୍ବଦା ସୁସ୍ଥ ରହିବା ପାଇଁ ‘ପବିତ୍ରତା’କୁ ଆପଣାଇବାକୁ ପଡ଼ିବ । ପବିତ୍ରତାର ଆଧାରରେ ହିଁ ସ୍ୱାସ୍ଥ୍ୟ, ସମ୍ପତ୍ତି ଏବଂ ଖୁସୀର ସମ୍ପତ୍ତି ବାବାଙ୍କଠାରୁ ନେବାକୁ ହେବ ।

ବରଦାନ:-
ସର୍ବପ୍ରାପ୍ତିଗୁଡିକୁ ସ୍ମୃତିରେ ଜାଗ୍ରତ ରଖି ସର୍ବଦା ସମ୍ପନ୍ନ ରହୁଥିବା ସନ୍ତୁଷ୍ଟ ଆତ୍ମା ଭବ ।

ଏହି ସଂଗମଯୁଗରେ ବାପଦାଦାଙ୍କ ଦ୍ୱାରା ଯେଉଁ ସବୁ ପ୍ରାପ୍ତିଗୁଡିକ ହୋଇଛି ସେଗୁଡିକର ସ୍ମୃତି ସର୍ବଦା ମନ ଭିତରେ ଜାଗ୍ରତ ରହିବା ଦରକାର ଯାହା ଦ୍ୱାରା ସେହି ପ୍ରାପ୍ତିଗୁଡିକର ଖୁସି କେବେ ବି ତୁମକୁ ହଲ୍‌ଚଲ୍‌ରେ ଆଣି ତଳକୁ ଖସିବାକୁ ଦେବ ନାହିଁ, ସର୍ବଦା ଅଚଳ ରହିବ, କାହିଁକି ନା ସମ୍ପନ୍ନତା ଆତ୍ମାକୁ ସର୍ବଦା ଅଚଳ କରିଦିଏ, ହଲଚଲ୍‌ରୁ ମୁକ୍ତ କରିଦିଏ । ଯେଉଁମାନେ ସର୍ବପ୍ରାପ୍ତିରେ ସମ୍ପନ୍ନ ଅଟନ୍ତି ସେମାନେ ସର୍ବଦା ରାଜି ଅର୍ଥାତ୍ ସନ୍ତୁଷ୍ଟ ରହିଥା’ନ୍ତି ଏବଂ ସନ୍ତୁଷ୍ଟତା ସବୁଠାରୁ ବଡ ସମ୍ପତ୍ତି ମଧ୍ୟ ଅଟେ, ତେଣୁ ଯାହା ପାଖରେ ସନ୍ତୁଷ୍ଟତା ଅଛି ତା’ ପାଖରେ ସବୁ କିଛି ଅଛି । ସେମାନେ ସର୍ବଦା ଏହି ଗୀତ ଗାଉଥାଆନ୍ତି - ଯାହା ପାଇବାର ଥିଲା ତାହା ପାଇଗଲି ।

ସ୍ଲୋଗାନ:-
ଯଦି ସ୍ନେହ ରୂପୀ ଝୁଲଣାରେ ବସିଯିବ ତେବେ ମେହନତ ଆପେ ଆପେ ସମାପ୍ତ ହୋଇଯିବ ।