20.11.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ତୁମମାନଙ୍କୁ ଶାନ୍ତି ଏବଂ ସୁଖର ସମ୍ପତ୍ତି ଦେବା ପାଇଁ ଆସିଛନ୍ତି, ତୁମର ସ୍ୱଧର୍ମ ହିଁ ହେଉଛି ଶାନ୍ତ, ତେଣୁ ତୁମେମାନେ ଶାନ୍ତି ପାଇବା ପାଇଁ ଏଣେ ତେଣେ ଭଟକୁ ନାହଁ ।”

ପ୍ରଶ୍ନ:-
ଏବେ ତୁମେମାନେ ୨୧ ଜନ୍ମ ପାଇଁ ଅସରନ୍ତି ସମ୍ପତ୍ତି ସହ ଓଜନ ହେବାର ଯୋଗ୍ୟ ହେଉଛ - କାହିଁକି?

ଉତ୍ତର:-
କାହିଁକି ନା ବାବା ଯେତେବେଳେ ନୂଆ ସୃଷ୍ଟି ରଚନା କରୁଛନ୍ତି, ସେତେବେଳେ ତୁମେମାନେ ତାଙ୍କର ସହଯୋଗୀ ହେଉଛ । ନିଜର ସବୁ କିଛି ତାଙ୍କର ଏହି ରଚନା କାର୍ଯ୍ୟରେ ସଫଳ କରୁଛ ସେଥିପାଇଁ ବାବା ତା’ର ପ୍ରତି ଦାନ ରୂପରେ ୨୧ ଜନ୍ମ ନିମନ୍ତେ ତୁମକୁ ଅସରନ୍ତି ସମ୍ପତ୍ତିରେ ଏପରି ଓଜନ କରୁଛନ୍ତି ଯାହା ଫଳରେ ତୁମର କେବେ ହେଲେ ଧନ ବି ସରେ ନାହିଁ, ଦୁଃଖ ମଧ୍ୟ ଆସେ ନାହିଁ, କିମ୍ବା ଅକାଳ ମୃତ୍ୟୁ ମଧ୍ୟ ହୁଏ ନାହିଁ ।

ଗୀତ:-
ମୁଝକୋ ସାହାରା ଦେନେ ବାଲେ...

ଓମ୍ ଶାନ୍ତି ।
ମଧୁର ସନ୍ତାନମାନଙ୍କୁ ଓମ୍‌ର ଅର୍ଥ ତ କୁହାଯାଇଛି । କେହି-କେହି କେବଳ ଓମ୍ କହିଥାନ୍ତି, କିନ୍ତୁ ଓମ୍ ଶାନ୍ତି କହିବା ଉଚିତ୍ । କେବଳ ଓମ୍‌ର ଅର୍ଥ ହେଉଛି ଆତ୍ମା । ଓମ୍ ଶାନ୍ତିର ଅର୍ଥ ହେଉଛି ମୁଁ ଆତ୍ମା ଶାନ୍ତ ସ୍ୱରୂପ । ଆମେ ଆତ୍ମା, ଏହା ଆମର ଶରୀର ଅଟେ । ପ୍ରଥମେ ଆତ୍ମା, ପରେ ଶରୀର । ଆତ୍ମା ଶାନ୍ତ ସ୍ୱରୂପ ଅଟେ, ତା’ର ନିବାସ ସ୍ଥାନ ହେଉଛି ଶାନ୍ତିଧାମ । ବାକି କୌଣସି ଜଙ୍ଗଲକୁ ଗଲେ ପ୍ରକୃତ ଶାନ୍ତି ମିଳେ ନାହିଁ । ପରମଧାମକୁ ଫେରିବା ପରେ ହିଁ ପ୍ରକୃତ ଶାନ୍ତି ମିଳିଥାଏ । ଦ୍ୱିତୀୟରେ ଯେଉଁଠି ଅଶାନ୍ତି ଥାଏ ସେଠି ଶାନ୍ତି ଚାହିଁଥାନ୍ତି । ଏହି ଅଶାନ୍ତିର ଦୁଃଖଧାମ ବିନାଶ ହୋଇ ପୁଣି ଶାନ୍ତି ସ୍ଥାପନ ହୋଇଯିବ । ତୁମକୁ ଶାନ୍ତିର ସମ୍ପତ୍ତି ମିଳିଯିବ । ସତ୍ୟଯୁ୍‌ଗରେ ନା ଘରେ ନା ବାହାରେ ବା ରାଜଧାନୀରେ ଅଶାନ୍ତି ଥାଏ । ତାକୁ ଶାନ୍ତିର ରାଜ୍ୟ କୁହାଯାଏ, ଏଠାରେ ଅଶାନ୍ତିର ରାଜ୍ୟ ରହିଛି କାହିଁକି ନା ରାବଣର ରାଜ୍ୟ ଅଟେ । ତାହା ଈଶ୍ୱରଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ରାଜ୍ୟ । ପୁଣି ଦ୍ୱାପର ପରେ ଆସୁରୀ ରାଜ୍ୟ ହୋଇଥାଏ, ଅସୁରମାନଙ୍କୁ କେବେ ଶାନ୍ତି ମିଳିନଥାଏ । ଘରେ, ଦୋକାନରେ ଯେଉଁଠି ସେଠି ଅଶାନ୍ତି ହିଁ ଅଶାନ୍ତି ଥାଏ । ୫ ବିକାର ରୂପୀ ରାବଣ ଅଶାନ୍ତି ବିସ୍ତାର କରିଥାଏ । ରାବଣର ବାସ୍ତବ ଅର୍ଥ କ’ଣ, ଏହାକୁ କୌଣସି ବିଦ୍ୱାନ ପଣ୍ଡିତ ଆଦି ଜାଣି ନାହାଁନ୍ତି । ବୁଝୁ ନାହାଁନ୍ତି ଯେ ଆମେ ବର୍ଷକୁ ବର୍ଷ ରାବଣକୁ କାହିଁକି ଜଳାଉଛୁ । ସତ୍ୟଯୁଗ-ତ୍ରେତାରେ ଏହି ରାବଣ ନ ଥାଏ । ତାହା ହେଉଛି ଦୈବୀ ରାଜ୍ୟ । ଈଶ୍ୱର ବାବା ତୁମମାନଙ୍କ ଦ୍ୱାରା ଦୈବୀ ରାଜ୍ୟର ସ୍ଥାପନ କରିଥା’ନ୍ତି । ଏକା ତ ସ୍ଥାପନା କରନ୍ତି ନାହିଁ । ତୁମେ ମଧୁର ସନ୍ତାନମାନେ ଈଶ୍ୱରଙ୍କର ସାହାଯ୍ୟକାରୀ ଅଟ । ଆଗରୁ ରାବଣର ସାହାଯ୍ୟକାରୀ ଥିଲ । ଏବେ ଈଶ୍ୱର ଆସି ସମସ୍ତଙ୍କର ସଦ୍‌ଗତି କରୁଛନ୍ତି । ପବିତ୍ରତା, ସୁଖ, ଶାନ୍ତିର ସ୍ଥାପନା କରିଥା’ନ୍ତି । ତୁମ ପିଲାମାନଙ୍କୁ ଏବେ ଜ୍ଞାନର ତୃତୀୟ ନେତ୍ର ମିଳିଛି । ସତ୍ୟଯୁଗ ତ୍ରେତାରେ ଦୁଃଖର କୌଣସି କଥା ନ ଥାଏ । କେହି ଗାଳି ଆଦି ଦିଅନ୍ତି ନାହିଁ, ଖରାପ ଖାଦ୍ୟ ଖାଆନ୍ତି ନାହିଁ । ଏଠାରେ ଦେଖ କେତେ ଅଶୁଦ୍ଧ ଖାଦ୍ୟ ଖାଉଛନ୍ତି । ଦର୍ଶାଯାଇଛି ଶ୍ରୀକୃଷ୍ଣଙ୍କୁ ଗାଈମାନେ ବହୁତ ପ୍ରିୟ ଲାଗୁଥିଲେ । ଏପରି ନୁହେଁ ଯେ ଶ୍ରୀକୃଷ୍ଣ ଗଉଡ ହୋଇ ଗାଈମାନଙ୍କର ପାଳନା କରୁଥିଲେ । ସେଠାକାର ଏବଂ ଏଠାକାର ଗାଈମାନଙ୍କ ମଧ୍ୟରେ ବହୁତ ଫରକ ରହିଛି । ସେଠାକାର ଗାଈ ସତ୍ତ୍ୱପ୍ରଧାନ ବହୁତ ସୁନ୍ଦର ହୋଇଥାଆନ୍ତି । ଦେବତାମାନଙ୍କ ପରି ଗାଈମାନେ ମଧ୍ୟ ସୁନ୍ଦର ହୋଇଥାଆନ୍ତି । ଦେଖିଲେ ହିଁ ମନ ଖୁସି ହୋଇଯିବ । ତାହା ହେଉଛି ସ୍ୱର୍ଗ । ଏହା ହେଉଛି ନର୍କ । ସମସ୍ତେ ସ୍ୱର୍ଗକୁ ମନେ ପକାଇଥା’ନ୍ତି । ସ୍ୱର୍ଗ ଏବଂ ନର୍କ ମଧ୍ୟରେ ରାତି-ଦିନର ଫରକ ରହିଛି । ରାତ୍ରି ହେଉଛି ଅନ୍ଧକାର, ଦିନ ଆଲୋକମୟ ଅଟେ । ବ୍ରହ୍ମାଙ୍କ ଦିନ ଅର୍ଥାତ୍ ବ୍ରହ୍ମାବଂଶୀଙ୍କର ମଧ୍ୟ ଦିନ ହୋଇଯାଉଛି । ଆଗରୁ ତୁମେ ମଧ୍ୟ ଘୋର ଅନ୍ଧକାର ରାତ୍ରିରେ ଥିଲ । ବର୍ତ୍ତମାନ ଭକ୍ତିର କେତେ ପ୍ରଭାବ ରହିଛି, ମହାତ୍ମାମାନଙ୍କୁ ସୁନାରେ ଓଜନ କରିଥାନ୍ତି କାହିଁକି ନା ଶାସ୍ତ୍ରର ବହୁତ ବଡ ବିଦ୍ୱାନ ଅଟନ୍ତି । ତାଙ୍କର କାହିଁକି ଏତେ ପ୍ରଭାବ ରହିଛି? ଏକଥା ମଧ୍ୟ ବାବା ବୁଝାଉଛନ୍ତି । ବୃକ୍ଷରେ ପ୍ରଥମ ପତ୍ର ବାହାରିଲେ ସତ୍ତ୍ୱପ୍ରଧାନ ବୋଲି କୁହାଯିବ । ଉପରୁ ନୂଆ ଆତ୍ମା ଆସିଲେ ନିଶ୍ଚୟ ତାଙ୍କର ପ୍ରଭାବ ଅଳ୍ପକାଳ ନିମନ୍ତେ ରହିଥାଏ । ସୁନା ଅଥବା ହୀରାରେ ଓଜନ କରିଥାନ୍ତି, କିନ୍ତୁ ଏସବୁ ମଧ୍ୟ ଶେଷ ହୋଇଯିବ । ମନୁଷ୍ୟଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କାର ଘର ଅଛି । ଭାବୁଛନ୍ତି ଆମେ ତ ବହୁତ ସାହୁକାର ଅଟୁ । ତୁମେ ଜାଣିଛ ଏହି ସାହୁକାରୀ ବାକି ଅଳ୍ପ ସମୟ ନିମନ୍ତେ ରହିଛି । ଏସବୁ ମାଟିରେ ମିଶିଯିବ । କାହାର ମାଟି ତଳେ ଦବି ରହିବ... ବାବା ସ୍ୱର୍ଗର ସ୍ଥାପନା କରୁଛନ୍ତି, ଏହି କାର୍ଯ୍ୟରେ ଯିଏ ଧନ ଲଗାଉଛନ୍ତି ତାଙ୍କୁ ୨୧ ଜନ୍ମ ନିମନ୍ତେ ହୀରା-ନୀଳାର ମହଲ ମିଳିବ । ଏଠାରେ ତ ଗୋଟିଏ ଜନ୍ମ ପାଇଁ ମିଳୁଛି । ସେଠାରେ ତୁମର ୨୧ ଜନ୍ମ ପ୍ରାପ୍ତି ରହିବ । ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ଶରୀର ସହିତ ସବୁ ଭସ୍ମ ହୋଇଯିବ । ତୁମ ପିଲାମାନଙ୍କୁ ଦିବ୍ୟ ଦୃଷ୍ଟି ଦ୍ୱାରା ସାକ୍ଷାତ୍‌କାର ମଧ୍ୟ ହେଉଛି । ବିନାଶ ହୋଇ ପୁଣି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ହେବ । ତୁମେ ଜାଣିଛ ଆମେ ନିଜର ରାଜ୍ୟ-ଭାଗ୍ୟ ପୁନର୍ବାର ସ୍ଥାପନ କରୁଛୁ । ୨୧ ପିଢି ରାଜ୍ୟ କଲୁ ପୁଣି ରାବଣ ରାଜ୍ୟ ଚାଲିଲା । ଏବେ ପୁଣି ବାବା ଆସିଛନ୍ତି । ଭକ୍ତିମାର୍ଗରେ ସମସ୍ତେ ବାବାଙ୍କୁ ହିଁ ମନେ ପକାଇଥା’ନ୍ତି । ଗାୟନ ମଧ୍ୟ ରହିଛି ଦୁଃଖରେ ସମସ୍ତେ ସ୍ମରଣ କରିଥାନ୍ତି... । ବାବା ସୁଖର ସମ୍ପତ୍ତି ଦେଉଛନ୍ତି, ପୁଣି ମନେ ପକାଇବାର ଆବଶ୍ୟକତା ରହିବ ନାହିଁ । ତୁମେ ମାତା-ପିତା... ଏବେ ଇଏ ତ ନିଜ ସନ୍ତାନମାନଙ୍କର ମାତା-ପିତା ହେବେ । ଏହା ହେଉଛି ପାରଲୌକିକ ମାତା-ପିତାଙ୍କର କଥା । ଏବେ ତୁମେ ଲକ୍ଷ୍ମୀ-ନାରାୟଣ ହେବା ପାଇଁ ପାଠ ପଢୁଛ । ସ୍କୁଲ୍‌ରେ ପିଲା ଭଲ ନମ୍ବର ରଖି ପାସ୍ ହେଲେ ଶିକ୍ଷକଙ୍କୁ ପୁରସ୍କାର ଦେଇଥାନ୍ତି । ଏବେ ତୁମେ ତାଙ୍କୁ କି ପୁରସ୍କାର ଦେବ! ତୁମେ ତାଙ୍କୁ ଜାଦୁଗରୀ ଦ୍ୱାରା ନିଜର ସନ୍ତାନ କରିଦେଉଛ । ଦେଖାନ୍ତି- ଶ୍ରୀକୃଷ୍ଣଙ୍କ ମୁଖରେ ମା’ ଲହୁଣୀର ଗୋଲା ଦେଖିଲେ । ଶ୍ରୀକୃଷ୍ଣ ତ ସତ୍ୟଯୁଗରେ ଜନ୍ମ ନେଇଥିଲେ । ସେ ତ ଲହୁଣି ଆଦି ଖାଇବେ ନାହିଁ । ସେ ହେଉଛନ୍ତି ବିଶ୍ୱର ମାଲିକ । ତେଣୁ ଏହା କେଉଁ ସମୟର କଥା? ଏହା ହେଉଛି ବର୍ତ୍ତମାନ ସଂଗମ ଯୁଗର କଥା । ତୁମେ ଜାଣିଛ ଆମେ ଏହି ଶରୀର ଛାଡି ଯାଇ ପୁଣି ପିଲା ହୋଇ ଜନ୍ମ ନେବୁ । ବିଶ୍ୱର ମାଲିକ ହେବୁ । ଉଭୟ ଖ୍ରୀଷ୍ଟିୟାନ ପରସ୍ପର ମଧ୍ୟରେ ଲଢୁଛନ୍ତି ଏବଂ ତୁମମାନଙ୍କୁ ବିଶ୍ୱ ରାଜତ୍ୱର ଲହୁଣୀ ମିଳୁଛି । ରାଜତ୍ୱ ମିଳୁଛି ନା । ଯେପରି ସେମାନେ ଭାରତକୁ ଲଢେଇ କରାଇ ନିଜେ ଲହୁଣୀ ଖାଇ ଗଲେ । ଖ୍ରୀଷ୍ଟିୟାନ୍ ମାନଙ୍କର ରାଜଧାନୀ ତିନି ଚତୁର୍ଥାଂଶ ଥିଲା । ପଛରେ ଧରେ-ଧିରେ କମ ହୋଇଗଲା । ତୁମ ବ୍ୟତୀତ ସାରା ବିଶ୍ୱରେ କେହି ରାଜତ୍ୱ କରିପାରିବେ ନାହିଁ । ତୁମେ ଏବେ ଈଶ୍ୱରୀୟ ସନ୍ତାନ ହୋଇଛ । ଏବେ ତୁମେ ବ୍ରହ୍ମାଣ୍ଡ ଏବଂ ବିଶ୍ୱର ମାଲିକ ହେଉଛ । ବିଶ୍ୱରେ ବ୍ରହ୍ମାଣ୍ଡ ଆସୁ ନାହିଁ । ସୂକ୍ଷ୍ମବତନରେ ମଧ୍ୟ ରାଜତ୍ୱ ନାହିଁ । ସତ୍ୟଯୁଗ-ତ୍ରେତା... ଏହି ଚକ୍ର ଏଠାରେ ସ୍ଥୂଳ ବତନରେ ଘୁରୁଛି । ଧ୍ୟାନରେ ଆତ୍ମା କେଉଁଠାକୁ ଚାଲିଯାଉ ନାହିଁ । ଆତ୍ମା ବାହାରି ଗଲେ ଶରୀର ନଷ୍ଟ ହୋଇଯିବ । ଏସବୁ ହେଉଛି ସାକ୍ଷାତ୍‌କାର, ରିଦ୍ଧି-ସିଦ୍ଧି ଦ୍ୱାରା ଏପରି ସାକ୍ଷାତ୍‌କାର ମଧ୍ୟ ହୋଇଥାଏ, ଯାହା ଫଳରେ ଏଠାରେ ବସି ଲଣ୍ଡନର ପାର୍ଲିଆମେଣ୍ଟ ଆଦି ଦେଖିପାରିବେ । ବାବାଙ୍କ ହାତରେ ଦିବ୍ୟ ଦୃଷ୍ଟିର ଚାବି ରହିଛି । ତୁମେ ଏଠାରେ ବସି ଲଣ୍ଡନ ଦେଖିପାରିବ । ଯନ୍ତ୍ରପାତି ଆଦି କିଛି ନାହିଁ ଯାହା କିଣିବାକୁ ପଡିବ । ଡ୍ରାମା ଅନୁସାରେ ସେହି ସମୟରେ ସେହି ସାକ୍ଷାତ୍‌କାର ହେଉଛି, ଯାହା ଡ୍ରାମାରେ ପୂର୍ବରୁ ହିଁ ନିଧାର୍ଯ୍ୟ ହୋଇ ରହିଛି । ଯେପରି ଦର୍ଶାଇଛନ୍ତି ଭଗବାନ ଅର୍ଜୁନଙ୍କୁ ସାକ୍ଷାତ୍‌କାର କରାଇଥିଲେ । ଡ୍ରାମା ଅନୁସାରେ ତାଙ୍କୁ ସାକ୍ଷାତ୍‌କାର ହେବାର ଥିଲା । ଏହା ମଧ୍ୟ ନିଧାର୍ଯ୍ୟ ରହିଛି । ଏଥିରେ କାହାର ମହତ୍ୱ ନାହିଁ । ଏ ସବୁ ଡ୍ରାମା ଅନୁସାରେ ହେଉଛି । ଶ୍ରୀକୃଷ୍ଣ ବିଶ୍ୱର ରାଜକୁମାର ହେଉଛନ୍ତି ଅର୍ଥାତ୍ ଲହୁଣୀ ମିଳୁଛି । ଏ କଥା ମଧ୍ୟ କେହି ଜାଣି ନାହାଁନ୍ତି ଯେ ବିଶ୍ୱ ଏବଂ ବ୍ରହ୍ମାଣ୍ଡ କାହାକୁ କୁହାଯାଉଛି । ବ୍ରହ୍ମାଣ୍ଡରେ ତୁମେ ଆତ୍ମାମାନେ ନିବାସ କରୁଛ । ସୂକ୍ଷ୍ମବତନକୁ ଯିବା-ଆସିବା ସାକ୍ଷାତ୍‌କାର ଆଦି ଏହି ସମୟରେ ହେଉଛି ପୁଣି ୫ ହଜାର ବର୍ଷ ସୂକ୍ଷ୍ମବତନର ନାମ ରହିବ ନାହିଁ । କୁହାଯାଏ ବ୍ରହ୍ମା ଦେବତାୟ ନମଃ ପୁଣି କହନ୍ତି ଶିବ ପରମାତ୍ମାୟ ନମଃ ତେଣୁ ଶିବ ପରମାତ୍ମା ସର୍ବୋଚ୍ଚ ହୋଇଗଲେ ନା । ତାଙ୍କୁ ଭଗବାନ ବୋଲି କୁହାଯାଉଛି । ସେହି ଦେବତାମାନେ ମନୁଷ୍ୟ ଅଟନ୍ତି, କିନ୍ତୁ ଦୈବୀ ଗୁଣଧାରୀ ଅଟନ୍ତି । ବାକି ୪-୮ ଭୂଜାଧାରୀ ମନୁଷ୍ୟ ନାହାଁନ୍ତି । ସେଠାରେ ମଧ୍ୟ ଦୁଇ ଭୂଜାଧାରୀ ମନୁଷ୍ୟ ରହିବେ । କିନ୍ତୁ ସେମାନେ ସମ୍ପୂର୍ଣ୍ଣ ପବିତ୍ର, ସେଠାରେ ଅପବିତ୍ରତାର କଥା ରହିବ ନାହିଁ । ଅକାଳମୃତ୍ୟୁ କେବେ ହୁଏ ନାହିଁ । ତେଣୁ ତୁମେ ପିଲାମାନେ ବହୁତ ଖୁସିରେ ରହିବା ଉଚିତ୍ । ଆମେ ଆତ୍ମା ଏହି ଶରୀର ଦ୍ୱାରା ବାବାଙ୍କ ସାନ୍ନିଧ୍ୟ ପାଇଲୁ ଶରୀରକୁ ତ ଦେଖିପାରୁଛେ ପରମାତ୍ମା ଅଥବା ଆତ୍ମାକୁ ଦେଖିପାରିବା ନାହିଁ । ଆତ୍ମା ଏବଂ ପରମାତ୍ମାଙ୍କୁ ଅନୁଭବ କରାଯାଇଥାଏ । ଆତ୍ମା ପରମାତ୍ମାକୁ ଦେଖିବା ପାଇଁ ଦିବ୍ୟ ଦୃଷ୍ଟି ମିଳୁଛି । ଆଉ ସବୁ ଜିନିଷ ଦିବ୍ୟଦୃଷ୍ଟି ଦ୍ୱାରା ବୃହତ୍ତ ଆକାର ଦେଖାଯିବ । ରାଜଧାନୀ ମଧ୍ୟ ବୃହତ୍ତ ଆକାରରେ ଦେଖାଯିବ । ଆତ୍ମା ତ ହେଉଛି ବିନ୍ଦୁ । ବିନ୍ଦୁକୁ ଦେଖିବା ଦ୍ୱାରା ତୁମେ କିଛି ହେଲେ ବୁଝିପାରିବ ନାହିଁ । ଆତ୍ମା ତ ବହୁତ ସୂକ୍ଷ୍ମ ଅଟେ । ଡାକ୍ତରମାନେ ମଧ୍ୟ ଆତ୍ମାକୁ ଧରିବା ପାଇଁ ପ୍ରୟାସ କରିଛନ୍ତି, କିନ୍ତୁ କେହି ଜାଣି ପାରି ନାହାଁନ୍ତି । ସେମାନେ ତ ଗୁରୁଙ୍କୁ ସୁନା-ହୀରାରେ ଓଜନ କରୁଛନ୍ତି । ତୁମେ ତ ଜନ୍ମ-ଜନ୍ମାନ୍ତର ପଦମପତି ହେଉଛ । ତୁମର ବାହ୍ୟ ଆଡମ୍ବର ଟିକିଏ ହେଲେ ନାହିଁ । ବାବା ସାଧାରଣ ଭାବେ ଏହି ରଥରେ ବସି ପଢାଉଛନ୍ତି । ତାଙ୍କର ନାମ ହେଉଛି ଭଗୀରଥ । ଏହା ହେଉଛି ପତିତ ପୁରୁଣା ରଥ, ଯାହାଙ୍କ ମାଧ୍ୟମରେ ବାବା ଆସି ସବୁଠାରୁ ଶ୍ରେଷ୍ଠ ସେବା କରୁଛନ୍ତି । ବାବା କହୁଛନ୍ତି ମୋର ତ ନିଜର ଶରୀର ନାହିଁ । ମୁଁ ଜ୍ଞାନର ସାଗର, ପ୍ରେମର ସାଗର... ଅଟେ, ତେବେ ଶରୀର ବିନା ତୁମକୁ ସମ୍ପତ୍ତି କିପରି ଦେବି! ଉପରୁ ତ ଦେବି ନାହିଁ । କ’ଣ ପ୍ରେରଣା ଦ୍ୱାରା ପଢାଇବି? ନିଶ୍ଚୟ ଧରାକୁ ଆସିବାକୁ ପଡିବ ନା । ଭକ୍ତିମାର୍ଗରେ ମୋତେ ପୂଜା କରୁଛନ୍ତି, ମୁଁ ସମସ୍ତଙ୍କୁ ପ୍ରିୟ ଲାଗୁଛି । ଗାନ୍ଧୀ, ନେହେରୁଙ୍କର ଚିତ୍ର ସମସ୍ତଙ୍କର ପ୍ରିୟ ଅଟେ, ତାଙ୍କର ଶରୀରକୁ ମନେ ପକାଇଥାନ୍ତି । ଅବିନାଶୀ ଆତ୍ମା ଯାଇ ପୁର୍ନଜନ୍ମ ନେଉଛି । ବାକି ବିନାଶୀ ଚିତ୍ର (ଶରୀର)କୁ ମନେ ପକାଇଥା’ନ୍ତି । ତାହା ଭୂତ ପୂଜା ହେଲା ନା । ସମାଧି କରି ତା ଉପରେ ଫୁଲ ଆଦି ଚଢାଇଥା’ନ୍ତି । ଶିବଙ୍କର କେତେ ମନ୍ଦିର ରହିଛି, ସବୁଠାରୁ ବଡ ସ୍ମୃତି ଚିହ୍ନ ଶିବଙ୍କର ରହିଛି ନା । ସୋମନାଥ ମନ୍ଦିରର ଗାୟନ ରହିଛି । ମହମ୍ମଦ ଗଜନୀ ଆସି ଲୁଟି ଥିଲା । ତୁମ ପାଖରେ ଏତେ ଧନ ରହୁଥିଲା । ବାବା ତୁମକୁ ରତ୍ନରେ ଓଜନ କରୁଛନ୍ତି । ନିଜକୁ ଓଜନ କରାଉ ନାହାଁନ୍ତି । ମୁଁ ଧନବାନ ହେଉ ନାହିଁ, ତୁମକୁ କରାଉଛି । ଗୁରୁ ମାନଙ୍କୁ ଆଜି ସୁନା ରୂପାରେ ଓଜନ କଲେ, କାଲି ମରିଯିବେ । ଧନ କୌଣସି କାମରେ ଆସିବ ନାହିଁ । ତୁମକୁ ତ ବାବା ଅସରନ୍ତି ସମ୍ପତ୍ତିରେ ଏପରି ଓଜନ କରୁଛନ୍ତି ଯେ ୨୧ ଜନ୍ମ ସାଥିରେ ରହିବ । ଶ୍ରୀମତ ପାଳନ କଲେ ସେଠାରେ ଦୁଃଖର ନାମ ରହିବ ନାହିଁ, କିମ୍ବା ଅକାଳ ମୃତ୍ୟୁ ହେବ ନାହିଁ । ମୃତ୍ୟୁକୁ ଡରିବେ ନାହିଁ । ଏଠାରେ ମୃତ୍ୟୁକୁ କେତେ ଡରୁଛନ୍ତି, କାନ୍ଦୁଛନ୍ତି । ସେଠାରେ କେତେ ଖୁସି ହୁଅନ୍ତି - ଶରୀର ଛାଡି ପୁଣି ଯାଇ ରାଜକୁମାର ହେବୁ । ଜାଦୁଗର, ସୌଦାଗର, ରତ୍ନାଗର, ଏହା ଶିବ ପରମାତ୍ମାଙ୍କୁ କୁହାଯାଉଛି । ତୁମକୁ ମଧ୍ୟ ସାକ୍ଷାତ୍‌କାର କରାଉଛନ୍ତି । ଏହିପରି ରାଜକୁମାର ହେବ । ଆଜିକାଲି ବାବା ସାକ୍ଷାତ୍‌କାରର ପାର୍ଟ ବନ୍ଦ କରିଦେଇଛନ୍ତି । ଏହା ଦ୍ୱାରା କ୍ଷତି ହେଉଛି । ଏବେ ବାବା ଜ୍ଞାନ ଦ୍ୱାରା ତୁମର ସଦ୍‌ଗତି କରୁଛନ୍ତି । ତୁମେ ପ୍ରଥମେ ସୁଖଧାମ ଯିବ । ବର୍ତ୍ତମାନ ତ ହେଉଛି ଦୁଃଖଧାମ । ତୁମେ ଜାଣିଛ ଆତ୍ମା ହିଁ ଜ୍ଞାନ ଧାରଣ କରିଥାଏ, ସେଥିପାଇଁ ବାବା କହୁଛନ୍ତି ନିଜକୁ ଆତ୍ମା ବୋଲି ଭାବ । ଆତ୍ମାରେ ହିଁ ଭଲ ଅଥବା ମନ୍ଦ ସଂସ୍କାର ରହିଥାଏ । ସଂସ୍କାର ଶରୀର ସହ ଥିଲେ ଶରୀର ସହିତ ସଂସ୍କାର ଭସ୍ମ ହୋଇଯାଇଥାନ୍ତା । ତୁମେ କହୁଛ ଶିବବାବା, ଆମେ ଆତ୍ମା ଏହି ଶରୀର ଦ୍ୱାରା ପଢୁଛୁ । ନୂଆ କଥା ଅଟେ ନା । ଆମ ଆତ୍ମାମାନଙ୍କୁ ଶିବବାବା ପଢାଉଛନ୍ତି । ଏହାକୁ ପକ୍କା-ପକ୍କା ମନେ ରଖ । ସବୁ ଆତ୍ମାମାନଙ୍କର ସେ ବାପ ଏବଂ ଶିକ୍ଷକ ମଧ୍ୟ ଅଟନ୍ତି । ବାବା ନିଜେ କହୁଛନ୍ତି ମୋର ନିଜର ଶରୀର ନାହିଁ । ମୁଁ ମଧ୍ୟ ଆତ୍ମା କିନ୍ତୁ ମୋତେ ପରମାତ୍ମା କୁହାଯାଉଛି । ଆତ୍ମା ହିଁ ସବୁ କିଛି କରିଥାଏ । ବାକି ଶରୀରର ନାମ ବଦଳୁଛି । ଆତ୍ମା ତ ଆତ୍ମା ଅଟେ ନା । ମୁଁ ପରମଆତ୍ମା ତୁମ ସଦୃଶ ପୁନର୍ଜନ୍ମ ନିଏ ନାହିଁ । ମୋର ଡ୍ରାମାରେ ଏହିପରି ଅଭିନୟ ରହିଛି, ମୁଁ ଏହାଙ୍କ ଶରୀରରେ ପ୍ରବେଶ କରି ତୁମକୁ ଶୁଣାଉଥିବାରୁ ଏହାଙ୍କୁ ଭାଗ୍ୟଶାଳୀ ରଥ କୁହାଯାଉଛି । ଏହାଙ୍କୁ ପୁରୁଣା ଜୋତା ମଧ୍ୟ କହିଥା’ନ୍ତି । ଶିବବାବା ମଧ୍ୟ ବ୍ରହ୍ମାବାବାଙ୍କ ଶରୀର ରୂପି ପୁରୁଣା ଲମ୍ବା ଜୋତା ପିନ୍ଧିଛନ୍ତି । ବାବା କହୁଛନ୍ତି ମୁଁ ଏହାଙ୍କ ଶରୀରରେ ବହୁତ ଜନ୍ମର ଅନ୍ତରେ ପ୍ରବେଶ କରିଛି । ପ୍ରଥମେ ଇଏ ହିଁ ହେଉଛନ୍ତି, ତତ୍ ତ୍ୱମ୍ । ବାବା କହୁଛନ୍ତି ତୁମେ ତ ଯୁବକ ଯୁବତୀ ଯବାନ ଅଟ । ମୋଠାରୁ ମଧ୍ୟ ଅଧିକ ପାଠପଢି ଉଚ୍ଚ ପଦ ପାଇବା ଉଚିତ୍‌, କିନ୍ତୁ ମୋ ସହିତ ବାବା ରହିଥିବାରୁ ମୋର ଘଡିକୁ ଘଡି ତାଙ୍କ କଥା ମନେ ପଡୁଛି । ବାବା ମୋ ସହିତ ଶୋଉଛନ୍ତି ମଧ୍ୟ । କିନ୍ତୁ ବାବା ମୋତେ ଆଲିଙ୍ଗନ କରି ପାରିବେ ନାହିଁ । ତୁମକୁ ଆଲିଙ୍ଗନ କରୁଛନ୍ତି! ତୁମେ ଭାଗ୍ୟଶାଳୀ ଅଟ ନା । ଶିବବାବା ଯେଉଁ ଶରୀର ଲୋନ ନେଇଛନ୍ତି ତୁମେ ତାଙ୍କ ଦ୍ୱାରା ଶିବବାବାଙ୍କୁ ଆଲିଙ୍ଗନ କରି ପାରିବ ମୁଁ କେମିତି ଆଲିଙ୍ଗନ କରିବି । ଏତିକି ମଧ୍ୟ ମୋ ଭାଗ୍ୟରେ ନାହିଁ, ସେଥିପାଇଁ ତୁମେ ଭାଗ୍ୟବାନ ତାରକା ବୋଲି ଗାୟନ ରହିଛି । ପିଲାମାନେ ସର୍ବଦା ଭାଗ୍ୟବାନ ହୋଇଥା’ନ୍ତି । ପିତା ନିଜର ପିଲାମାନଙ୍କୁ ପଇସା ଦେଇଥାଆନ୍ତି, ତେଣୁ ତୁମେ ଭାଗ୍ୟବାନ ତାରକା ହେଲ ନା । ଶିବବାବା ମଧ୍ୟ କହୁଛନ୍ତି ତୁମେ ମୋଠାରୁ ମଧ୍ୟ ଭାଗ୍ୟବାନ ଅଟ, ତୁମକୁ ପାଠ ପଢାଇ ବିଶ୍ୱର ମାଲିକ କରାଉଛି, ମୁଁ କ’ଣ ମାଲିକ ହେଉଛି କି! ତୁମେ ବ୍ରହ୍ମାଣ୍ଡର ମଧ୍ୟ ମାଲିକ ହେଉଛ । ବାକି ମୋ ପାଖରେ ସ୍ୱତନ୍ତ୍ର ଭାବେ ଦିବ୍ୟ ଦୃଷ୍ଟିର ଚାବି ରହିଛି । ମୁଁ ହେଉଛି ଜ୍ଞାନର ସାଗର । ତୁମକୁ ମଧ୍ୟ ମାଷ୍ଟର ଜ୍ଞାନର ସାଗର କରାଉଛି । ତୁମେ ଏହି ସମ୍ପୂର୍ଣ୍ଣ ଚକ୍ରକୁ ଜାଣି ଚକ୍ରବର୍ତ୍ତୀ ମହାରାଜା-ମହାରାଣୀ ହେଉଛ । ମୁଁ ହେଉ ନାହିଁ । ବାପା ବୁଢା ହେଲେ ପିଲାମାନଙ୍କୁ ଉଇଲ୍ କରି ନିଜେ ବାନପ୍ରସ୍ଥକୁ ଚାଲିଯାଇଥାନ୍ତି । ଆଗରୁ ଏପରି କରୁଥିଲେ । ଆଜିକାଲି ତ ପିଲାମାନଙ୍କ ଉପରେ ମୋହ ରହୁଛି । ପାରଲୌକିକ ବାବା କହୁଛନ୍ତି ମୁଁ ଏହାଙ୍କ ଶରୀରରେ ପ୍ରବେଶ କରି ତୁମକୁ କଣ୍ଟାରୁ ଫୁଲ, ବିଶ୍ୱର ମାଲିକ କରାଇ, ଅଧା କଳ୍ପ ନିମନ୍ତେ ସଦା ସୁଖୀ କରାଇ ମୁଁ ବାନପ୍ରସ୍ଥରେ ବସିଯାଉଛି । ଏସବୁ କଥା କ’ଣ ଶାସ୍ତ୍ରରେ ଅଛି । ସନ୍ନ୍ୟାସୀ, ଉଦାସୀ ଶାସ୍ତ୍ରର କଥା ଶୁଣାଇଥା’ନ୍ତି । ବାବା ତ ହେଉଛନ୍ତି ଜ୍ଞାନର ସାଗର । ନିଜେ କହୁଛନ୍ତି ଏହି ବେଦ ଶାସ୍ତ୍ର ଆଦି ଭକ୍ତିମାର୍ଗର ସାମଗ୍ରୀ ଅଟେ । ମୁଁ ହେଉଛି ଜ୍ଞାନର ସାଗର । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହି ଆଖି ଦ୍ୱାରା ଶରୀର ସହିତ ଯାହା କିଛି ଦେଖାଯାଉଛି, ଏସବୁ ଭସ୍ମ ହୋଇଯିବ ସେଥିପାଇଁ ନିଜର ସବୁ କିଛି ସଫଳ କରିବାକୁ ପଡିବ ।

(୨) ବାବାଙ୍କଠାରୁ ପୂରା ସମ୍ପତ୍ତି ପାଇବା ପାଇଁ ପାଠପଢିବାକୁ ହେବ । ସର୍ବଦା ନିଜ ଭାଗ୍ୟକୁ ସ୍ମୃତିରେ ରଖି ବ୍ରହ୍ମାଣ୍ଡ ଅଥବା ବିଶ୍ୱର ମାଲିକ ହେବାକୁ ପଡିବ ।

ବରଦାନ:-
ବାଃ ଡ୍ରାମା ବାଃର ସ୍ମୃତି ଦ୍ୱାରା ଅନେକ ଆତ୍ମାଙ୍କର ସେବା କରୁଥିବା ସଦା ଖୁସିବାସିଆ ହୁଅ ।

ଏହି ଡ୍ରାମାର କୌଣସି ବି ଦୃଶ୍ୟକୁ ଦେଖି ଯଦି ବାଃ ଡ୍ରାମା ବାଃର ସ୍ମୃତି ରହିବ ତେବେ କେବେ ବି ଭୟ ଲାଗିବ ନାହିଁ କାହିଁକି ନା ଡ୍ରାମାର ଜ୍ଞାନ ମିଳିଛି ଯେ ବର୍ତ୍ତମାନ ସମୟ କଲ୍ୟାଣକାରୀ ଅଟେ, ଏଥିରେ ଯେଉଁ ସବୁ ଦୃଶ୍ୟ ବି ସମ୍ମୁଖକୁ ଆସୁଛି ସେଥିରେ କଲ୍ୟାଣ ଭରି ରହିଛି । ଯଦିଓ ବର୍ତ୍ତମାନ କଲ୍ୟାଣ ଦେଖାଯାଉ ନ ଥିବ କିନ୍ତୁ ଏହା ମଧ୍ୟରେ ଅନ୍ତର୍ନିହିତ ଥିବା କଲ୍ୟାଣ ଭବିଷ୍ୟତରେ ପ୍ରତ୍ୟକ୍ଷ ହୋଇଯିବ - ସେତେବେଳେ ତୁମେମାନେ ବାଃ ଡ୍ରାମା ବାଃର ସ୍ମୃତି ଦ୍ୱାରା ସର୍ବଦା ଖୁସିବାସିଆ ସ୍ଥିତିରେ ରହିବ, ପୁରୁଷାର୍ଥରେ କେବେ ବି ଉଦାସୀ ବା ନୈରାଶ୍ୟ ଆସିବ ନାହିଁ । ସ୍ୱତଃ ହିଁ ତୁମ ଦ୍ୱାରା ଅନେକ ଆତ୍ମାଙ୍କର ସେବା ହୋଇଚାଲିବ ।

ସ୍ଲୋଗାନ:-
ଶାନ୍ତିର ଶକ୍ତି ହିଁ ମାନସୀକ ସେବାର ସହଜ ସାଧନ ଅଟେ । ଯେଉଁଠି ଶାନ୍ତିର ଶକ୍ତି ରହିଛି ସେଠାରେ ସନ୍ତୁଷ୍ଟତା ରହିଛି ।

ଅବ୍ୟକ୍ତ ଈଶାରା:- ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ ।

ଯେତେଯେତେ ତୁମେ ଅବ୍ୟକ୍ତ ଲାଇଟ୍‌ର ସ୍ୱରୂପରେ ସ୍ଥିତ ହେଉଥିବ ସେହି ଅନୁସାରେ ଶରୀର ଠାରୁ ଉର୍ଦ୍ଧ୍ୱରେ ରହିବାର ଅଭ୍ୟାସ ଥିବା କାରଣରୁ ଯଦି ଦୁଇ-ଚାରି ମିନିଟ୍ ମଧ୍ୟ ଅଶରୀରୀ ହୋଇଯିବ, ତେବେ ଜାଣନିଅ ଯେପରି ଚାରି ଘଣ୍ଟାର ଆରାମ କରିନେଇଛ । ଏଭଳି ସମୟ ମଧ୍ୟ ଆସିବ ଯାହାକି ନିଦରେ ଶୋଇବା ପରିବର୍ତ୍ତେ ଯଦି ଚାରି-ପାଞ୍ଚ ମିନିଟ୍ ପାଇଁ ଅଶରୀରୀ ହୋଇଯିବ ତେବେ ତୁମର ଶରୀରକୁ ଆରାମ ମିଳିଯିବ ଏବଂ ଲାଇଟ୍ ସ୍ୱରୂପର ସ୍ମୃତିକୁ ମଜବୁତ କରିବା ଦ୍ୱାରା ହିସାବ-କିତାବ ଚୁକ୍ତ କରିବାରେ ମଧ୍ୟ ଲାଇଟ୍ ସ୍ୱରୂପ ହୋଇଯିବ ।