20.12.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବାଙ୍କ ସ୍ମୃତିରେ ରହିବାର ଅଭ୍ୟାସ କର ତେବେ ମୁଖମଣ୍ଡଳ ସର୍ବଦା ହର୍ଷିତ ରହିବ ଅର୍ଥାତ୍ ପ୍ରଫୁଲ୍ଲିତ ରହିବ, ବାବାଙ୍କର ସହଯୋଗ ମିଳି ଚାଲିବ, କେବେ ବି ଝାଉଁଳି ପଡିବ ନାହିଁ ।”

ପ୍ରଶ୍ନ:-
ତୁମ ପିଲାମାନଙ୍କୁ ଏହି ଈଶ୍ୱରୀୟ ବିଦ୍ୟାର୍ଥୀ ଜୀବନ କେଉଁ ନିଶାରେ ବା ଖୁସିରେ ବିତାଇବାକୁ ହେବ?

ଉତ୍ତର:-
ସଦା ସର୍ବଦା ଏହି ନିଶା ରହୁ କି ଆମେ ଏହି ପାଠପଢା ଦ୍ୱାରା ରାଜକୁମାର-ରାଜକୁମାରୀ ହେବୁ । ତେଣୁ ଏହି ଜୀବନକୁ ହସି-ଖେଳି, ଜ୍ଞାନର ନୃତ୍ୟ କରି କରି ବିତାଇବାକୁ ହେବ । ସର୍ବଦା ଉତ୍ତରାଧିକାରୀ ହୋଇ ଫୁଲ ହେବାର ପୁରୁଷାର୍ଥ କରୁଥାଅ । ଏହା ହେଉଛି ରାଜକୁମାର-ରାଜକୁମାରୀ ହେବାର କଲେଜ । ଏଠାରେ ପଢିବାକୁ ବି ହେବ ତ ପଢାଇବାକୁ ମଧ୍ୟ ହେବ, ପ୍ରଜା ମଧ୍ୟ ତିଆରି କରିବାକୁ ହେବ, ତେବେ ଯାଇ ରାଜା ହୋଇପାରିବ । ବାବା ତ ବିଦ୍ୱାନ ହିଁ ଅଟନ୍ତି, ତେଣୁ ତାଙ୍କର ପଢିବାର ଆବଶ୍ୟକତା ନାହିଁ ।

ଗୀତ:-
ବଚପନ କେ ଦିନ ଭୁଲା ନ ଦେନା....

ଓମ୍ ଶାନ୍ତି ।
ଏହି ଗୀତ କେବଳ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ । ଯଦିଓ ଏହା ସିନେମାର ଗୀତ କିନ୍ତୁ କିଛି ଗୀତ ତୁମମାନଙ୍କ ପାଇଁ ପ୍ରଯୁଜ୍ୟ । ଯେଉଁମାନେ ସୁପୁତ୍ର ସନ୍ତାନ ଅଟନ୍ତି ସେମାନେ ଗୀତ ଶୁଣିବା ସମୟରେ ତାର ଅର୍ଥକୁ ହୃଦୟଙ୍ଗମ କରିଥା’ନ୍ତି । ବାବା ବୁଝାଉଛନ୍ତି ମୋର ସ୍ନେହୀ ପିଲାମାନେ, କାହିଁକି ନା ତୁମେ ସନ୍ତାନ ହୋଇଛ । ଯେତେବେଳେ ସନ୍ତାନ ହୋଇଛ ସେତେବେଳେ ପିତାଙ୍କର ସମ୍ପତ୍ତି ମଧ୍ୟ ମନେ ରହିବ । ଯଦି ସନ୍ତାନ ହୋଇନାହଁ ତେବେ ସମ୍ପତ୍ତିକୁ ମନେ ପକାଇବାକୁ ପଡିବ । ପିଲାମାନଙ୍କର ସ୍ମୃତିରେ ରହୁଛି ଯେ ଆମେ ଭବିଷ୍ୟତରେ ବାବାଙ୍କଠାରୁ ସମ୍ପତ୍ତି ନେବୁ । ଏହା ହେଉଛି ହିଁ ରାଜଯୋଗ, ପ୍ରଜା ଯୋଗ ନୁହେଁ । ଆମେ ଭବିଷ୍ୟତରେ ରାଜକୁମାର ରାଜକୁମାରୀ ହେବୁ । ଆମେ ତାଙ୍କର ସନ୍ତାନ ଅଟୁ ବାକି ଯେଉଁ ମିତ୍ର-ସମ୍ବନ୍ଧୀ ଆଦି ଅଛନ୍ତି ସେ ସମସ୍ତଙ୍କୁ ଭୁଲିବାକୁ ହୋଇଥାଏ । ଜଣଙ୍କ ବ୍ୟତୀତ ଦ୍ୱିତୀୟ କେହି ମନେ ନ ପଡନ୍ତୁ । ଦେହ ବି ମନେ ନ ପଡୁ । ଦେହ-ଅଭିମାନକୁ ଛାଡି ଦେହୀ-ଅଭିମାନୀ ହେବାକୁ ପଡିବ । ଦେହ-ଅଭିମାନୀ ହେବା ଦ୍ୱାରା ହିଁ ଅନେକ ପ୍ରକାରର ସଂକଳ୍ପ-ବିକଳ୍ପ ଆସୁଛି ଓ ଉତ୍‌ଥାନ ବଦଳରେ ପତନ ହୋଇଯାଉଛି । ବାବାଙ୍କୁ ମନେ ପକାଇବାର ଅଭ୍ୟାସ କରି ଚାଲିଲେ ସର୍ବଦା ହର୍ଷିତମୁଖ ପ୍ରଫୁଲ୍ଳିତ ଫୁଲ ପରି ହୋଇ ରହିବ । ବାବାଙ୍କୁ ଭୁଲିଲେ ଆତ୍ମା ରୂପୀ ଫୁଲ ଝାଉଁଳିଯିବ । ପିଲାମାନେ ସାହସ ରଖିଲେ ବାବାଙ୍କଠାରୁ ସାହାଯ୍ୟ ମିଳିବ । ଯଦି ସନ୍ତାନ ହୋଇ ନାହଁ ତେବେ ବାବା କେଉଁ କଥାରେ ସାହାଯ୍ୟ କରିବେ? କାରଣ ତାଙ୍କର ମା ବାପା ହେଉଛି ମାୟା ରାବଣ, ତେଣୁ ରାବଣ ଠାରୁ ସାହାଯ୍ୟ ମିଳିବ ତଳକୁ ଖସିବା ପାଇଁ । ତେବେ ଏହି ଗୀତ ସମ୍ପୂର୍ଣ୍ଣ ରୂପେ ତୁମ ପିଲାମାନଙ୍କ ପାଇଁ ତିଆରି ହୋଇଛି - ବଚପନ କେ ଦିନ ଭୁଲା ନ ଦେନା... । ବାବାଙ୍କୁ ମନେ ପକାଇବାକୁ ହେବ, ଯଦି ୟାଦ କରିବ ନାହିଁ ତେବେ ଆଜି ଯିଏ ହସୁଛି କାଲି ପୁଣି କାନ୍ଦିବାକୁ ଲାଗିବ । ୟାଦ କରିଲେ ସଦା ହର୍ଷିତମୁଖ ହୋଇ ରହିବ । ତୁମେ ପିଲାମାନେ ଜାଣିଛ ଏକମାତ୍ର ଶାସ୍ତ୍ର ହେଉଛି ଗୀତା, ଯେଉଁଥିରେ କିଛି-କିଛି ଅକ୍ଷର ଠିକ୍ ଅଛି । ସେଥିରେ ଲେଖାଯାଇଛି ଯୁଦ୍ଧ ଭୁମିରେ ଶରୀର ତ୍ୟାଗ କଲେ ସ୍ୱର୍ଗକୁ ଯିବ । ପରନ୍ତୁ ଏଥିରେ ହିଂସକ ଯୁଦ୍ଧର କଥା ହିଁ ନାହିଁ । ତୁମ ପିଲାମାନଙ୍କୁ ବାବାଙ୍କଠାରୁ ଶକ୍ତି ନେଇ ମାୟା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ତେବେ ନିଶ୍ଚିତ ବାବାଙ୍କୁ ମନେପକାଇବାକୁ ହେବ, ତେବେ ଯାଇ ସ୍ୱର୍ଗର ମାଲିକ ହେବ । ସେମାନେ ପୁଣି ସ୍ଥୂଳ ଅସ୍ତ୍ରଶସ୍ତ୍ର ଆଦି ଦେଖାଇ ଦେଇଛନ୍ତି । ଜ୍ଞାନ କଟାରୀ, ଜ୍ଞାନବାଣ ଅକ୍ଷର ଶୁଣିଛନ୍ତି, ତେଣୁ ସ୍ଥୂଳରେ ଅସ୍ତ୍ରଶସ୍ତ୍ର ଦେଇ ଦେଇଛନ୍ତି । ବାସ୍ତବରେ ଏହା ହେଉଛି ଜ୍ଞାନର କଥା । ବାକି ଏତେ ଭୂଜା ଆଦି ତ କାହାର ନ ଥାଏ । ତେଣୁ ଏହା ହେଉଛି ଯୁଦ୍ଧସ୍ଥଳ । ଯୋଗଯୁକ୍ତ ହୋଇ ଶକ୍ତି ପ୍ରାପ୍ତ କରି ବିକାର ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ବାବାଙ୍କୁ ୟାଦ କରିଲେ ସମ୍ପତ୍ତି ମନେ ପଡିବ । ଉତ୍ତରାଧିକାରୀ ହିଁ ସମ୍ପତ୍ତି ନେଇଥା’ନ୍ତି । ଉତ୍ତରାଧିକାରୀ ହେବେ ନାହିଁ ତ ପ୍ରଜା ହୋଇଯାଇଥାଆନ୍ତି । ଏହା ହେଉଛି ହିଁ ରାଜଯୋଗ, ପ୍ରଜାଯୋଗ ନୁହେଁ । ଏହି କଥା ବାବାଙ୍କ ବ୍ୟତୀତ ଆଉ କେହି ବୁଝାଇ ପାରିବେ ନାହିଁ ।

ବାବା କହୁଛନ୍ତି ମୋତେ ଏହି ସାଧାରଣ ଶରୀରର ଆଧାର ନେଇ ଆସିବାକୁ ପଡିଥାଏ । ପ୍ରକୃତିର ଆଧାର ନ ନେଲେ ତୁମ ପିଲାମାନଙ୍କୁ ରାଜଯୋଗ କିପରି ଶିଖାଇବି? ଆତ୍ମା ଶରୀରକୁ ତ୍ୟାଗ କରିଦେଲେ କୌଣସି କଥାବାର୍ତ୍ତା କରିପାରିବ ନାହିଁ । ପୁଣି ଯେତେବେଳେ ଶରୀର ଧାରଣ କରେ, ପିଲା ଟିକିଏ ବଡ ହୋଇ ମାତୃଗର୍ଭରୁ ବାହାରକୁ ଆସିଲେ ତେବେ ଯାଇ ପିଲାର ବୁଦ୍ଧି ଖୋଲିଥାଏ । ଛୋଟ ପିଲା ତ ପବିତ୍ର ଅଟନ୍ତି, ତାଙ୍କଠାରେ ବିକାର ନ ଥାଏ । ସନ୍ନ୍ୟାସୀମାନେ ସିଢି ଚଢିଥା’ନ୍ତି ପୁଣି ଓହ୍ଲାଇଥା’ନ୍ତି ଅର୍ଥାତ୍ ବିକାରୀ ହୋଇ ପୁଣି ପବିତ୍ର ହୋଇଥା’ନ୍ତି । ନିଜ ଜୀବନକୁ ବୁଝିପାରନ୍ତି । ଛୋଟ ପିଲା ତ ପବିତ୍ର ଅଟନ୍ତି, ସେଥିପାଇଁ ଛୋଟ ପିଲା ଏବଂ ମହାତ୍ମା ଏକ ସମାନ ହୋଇଥାନ୍ତି । ତେବେ ତୁମେ ପିଲାମାନେ ଜାଣିଛ ଏହି ଶରୀର ତ୍ୟାଗକରି ଆମେ ରାଜକୁମାର-ରାଜକୁମାରୀ ହେବୁ । ପୂର୍ବରୁ ମଧ୍ୟ ଆମେ ହିଁ ହୋଇଥିଲୁ, ଏବେ ପୁଣି ହେଉଛୁ । ଏପରି ଏପରି ବିଚାର ବିଦ୍ୟାର୍ଥୀମାନଙ୍କର ଆସିଥାଏ । ଏସବୁ ସେହିମାନଙ୍କ ବୁଦ୍ଧିରେ ଆସିବ ଯେଉଁମାନେ ସନ୍ତାନ ହୋଇଥିବେ ଏବଂ ବିଶ୍ୱସ୍ତ, ଆଜ୍ଞାକାରୀ ହୋଇ ଶ୍ରୀମତରେ ଚାଲୁଥିବେ । ନ ହେଲେ ଶ୍ରେଷ୍ଠ ପଦ ପାଇପାରିବେ ନାହିଁ । ଶିକ୍ଷକ ତ ପଢି ହିଁ ଛନ୍ତି । ଏପରି ନୁହେଁ କି ସେ ପଢୁଛନ୍ତି ପୁଣି ପଢାଉଛନ୍ତି । ନା, ଶିକ୍ଷକ ତ ଜ୍ଞାନରେ ପରିପୂର୍ଣ୍ଣ ଅଟନ୍ତି । ତାଙ୍କୁ ନଲେଜଫୁଲ କୁହାଯାଏ । ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଆଉ କେହି ଜାଣି ନାହାଁନ୍ତି । ପ୍ରଥମେ ତ ଏହି ନିଶ୍ଚୟ ଆସିବା ଦରକାର ଯେ ସେ ହେଉଛନ୍ତି ପିତା । ଯଦି କାହାର ଭାଗ୍ୟରେ ନାହିଁ ତେବେ ମନ ଆନ୍ଦୋଳିତ ହେବ । ଜଣାପଡିଥାଏ, ଜ୍ଞାନ ମାର୍ଗରେ ଚାଲିପାରିବେ କି ନାହିଁ । ବାବା ବୁଝାଉଛନ୍ତି ଯେତେବେଳେ ତୁମେ ବାବାଙ୍କ କୋଳକୁ ଆସିବ ସେତେବେଳେ ଏହି ବିକାରର ବେମାରି ଆହୁରି ଜୋର୍‌ରେ ବାହାରକୁ ବାହାରିବ । ବୈଦ୍ୟମାନେ ମଧ୍ୟ କହିଥା’ନ୍ତି — ବେମାରୀ ଜୋରରେ ବାହାରିବ । ବାବା ମଧ୍ୟ କହୁଛନ୍ତି ତୁମେ ସନ୍ତାନ ହେଲେ ଦେହ-ଅଭିମାନର ଏବଂ କାମ-କ୍ରୋଧ ଆଦିର ବେମାରି ବଢିବ । ନ ହେଲେ ପରୀକ୍ଷା କିପରି ହେବ? କେଉଁଠି ଯଦି ଦ୍ୱନ୍ଦ୍ୱ ଆସୁଛି ତେବେ ପଚାର । ତୁମେ ଯେତେ ବଳବାନ ହେଉଛ ମାୟା ତୁମକୁ ସେତେ ଅଧିକ ଆକ୍ରମଣ କରୁଛି । ତୁମେ ବକ୍‌ସିଙ୍ଗ୍ ଅର୍ଥାତ୍ ମୁଷ୍ଟିଯୁଦ୍ଧ କରୁଛ । ଯେଉଁମାନେ ସନ୍ତାନ ହୋଇନାହାଁନ୍ତି ସେମାନଙ୍କ ପାଇଁ ବକ୍‌ସିଙ୍ଗ୍‌ର କଥା ହିଁ ନାହିଁ । ସେମାନେ ତ ନିଜର ହିଁ ସଂକଳ୍ପ-ବିକଳ୍ପରେ ଉବୁଟୁବୁ ହେଉଛନ୍ତି, ସେମାନଙ୍କୁ କୌଣସି ସାହାଯ୍ୟ ମିଳି ନ ଥାଏ । ବାବା ବୁଝୁଛନ୍ତି - ଯଦି ମମ୍ମା-ବାବା କହୁଛ ତେବେ ବାବାଙ୍କର ସନ୍ତାନ ହେବାକୁ ପଡିବ, ସନ୍ତାନ ହେଲେ ହୃଦୟରେ ପକ୍କା ହୋଇଯାଏ ଯେ ଇଏ ଆମର ଆତ୍ମିକ ପିତା ଅଟନ୍ତି । ବାକି ଏହା ହେଉଛି ଯୁଦ୍ଧସ୍ଥଳ, ଏଥିରେ ଡରିବାର ନାହିଁ କି ତୋଫାନରେ ସ୍ଥିର ହୋଇ ରହିପାରିବୁ ନା ନାହିଁ? ଏହାକୁ କମଜୋରୀ କୁହାଯାଏ । ଏଥିରେ ତୁମକୁ ସିଂହ ଭଳି ପରାକ୍ରମୀ ହେବାକୁ ପଡିବ । ପୁରୁଷାର୍ଥ ପାଇଁ ଭଲ ମତ ନେବା ଦରକାର । ବାବାଙ୍କୁ ପଚାରିବା ଦରକାର । ବହୁତ ପିଲା ନିଜର ଅବସ୍ଥା ଲେଖି ପଠାଇଥାନ୍ତି । ବାବାଙ୍କୁ ହିଁ ସାର୍ଟିଫିକେଟ୍ ଦେବାକୁ ହେବ । ବ୍ରହ୍ମାଙ୍କୁ ଲୁଚାଇ ପାର କିନ୍ତୁ ଶିବବାବାଙ୍କ ନିକଟରେ କିଛି ଲୁଚାଇ ପାରିବ ନାହିଁ । ବହୁତ ଅଛନ୍ତି ଯିଏକି ଲୁଚାନ୍ତି କିନ୍ତୁ ତାଙ୍କ ପାଖରେ କିଛି ବି ଲୁଚି ପାରିବ ନାହିଁ । ଭଲର ଫଳ ଭଲ, ମନ୍ଦର ଫଳ ମନ୍ଦ ହୋଇଥାଏ । ସତ୍ୟଯୁଗ-ତ୍ରେତାରେ ତ ସବୁ ଭଲ ହିଁ ଭଲ ହୋଇଥାଏ । ଭଲ-ମନ୍ଦ, ପାପ-ପୁଣ୍ୟ ଏହିଠାରେ ହିଁ ହୋଇଥାଏ । ସେଠାରେ ଦାନ-ପୁଣ୍ୟ ମଧ୍ୟ କରାଯାଏ ନାହିଁ । ତାହା ତ ପ୍ରାରବ୍ଧ ହିଁ ଅଟେ । ଏଠାରେ ଆମେ ସମ୍ପୂର୍ଣ୍ଣ ସମର୍ପଣ ହେଉଛେ ତେଣୁ ବାବା ୨୧ ଜନ୍ମ ପାଇଁ ପ୍ରତିଦାନରେ ଦେଇ ଦେଉଛନ୍ତି । ତେଣୁ ବାବାଙ୍କୁ ଅନୁସରଣ କରିବାକୁ ହେବ । ଯଦି ଓଲଟା କାମ କରିବ ତେବେ ବାବାଙ୍କ ନାମ ବଦନାମ କରିବ ସେଥିପାଇଁ ବାବାଙ୍କୁ ଶିକ୍ଷା ମଧ୍ୟ ଦେବାକୁ ପଡୁଛି । ରୁପ-ବସନ୍ତ ଅର୍ଥାତ୍ ଯୋଗୀ-ଜ୍ଞାନୀ ମଧ୍ୟ ସମସ୍ତଙ୍କୁ ହେବାକୁ ପଡିବ । ଆମ ଆତ୍ମାମାନଙ୍କୁ ବାବା ପଢାଇଛନ୍ତି, ଆମକୁ ପୁଣି ଅନ୍ୟମାନଙ୍କୁ ପଢାଇବାକୁ ହେବ । ସତ୍ୟ ବ୍ରାହ୍ମଣମାନଙ୍କୁ ହିଁ ସତ୍ୟ ଗୀତା ଶୁଣାଇବାକୁ ହେବ । ଆଉ କୌଣସି ଶାସ୍ତ୍ରର କଥା ନାହିଁ । ମୁଖ୍ୟ ହେଉଛି ଗୀତା । ବାକି ସବୁ ତା’ର ରଚନା ଅଟନ୍ତି । ସେସବୁ ଦ୍ୱାରା କାହାର କଲ୍ୟାଣ ହୁଏ ନାହିଁ । ମୋ ସହିତ କେହି ମିଶିପାରନ୍ତି ନାହିଁ । ମୁଁ ହିଁ ଆସି ପୁଣି ସହଜ ଜ୍ଞାନ, ସହଜଯୋଗ ଶିଖାଉଛି । ସର୍ବ ଶାସ୍ତ୍ରମୟୀ ଶିରୋମଣୀ ହେଉଛି ଗୀତା, ଏହି ସତ୍ୟ ଗୀତା ଦ୍ୱାରା ହିଁ ସମ୍ପତ୍ତି ମିଳିଥାଏ । କୃଷ୍ଣଙ୍କୁ ମଧ୍ୟ ଗୀତା ଦ୍ୱାରା ସମ୍ପତ୍ତି ମିଳିଛି, ଗୀତାର ମଧ୍ୟ ପିତା, ଯିଏକି ରଚୟିତା ଅଟନ୍ତି, ସିଏ ଆସି ସମ୍ପତ୍ତି ଦେଉଛନ୍ତି । ବାକି ଗୀତା ଶାସ୍ତ୍ରରୁ ସମ୍ପତ୍ତି ମିଳିବ ନାହିଁ । ରଚୟିତା ହେଉଛନ୍ତି ଜଣେ, ବାକି ସମସ୍ତେ ତାଙ୍କର ରଚନା । ପ୍ରଥମ ନମ୍ବରରେ ଶାସ୍ତ୍ର ହେଉଛି ଗୀତା ତେବେ ପଛରେ ଯେଉଁ ଶାସ୍ତ୍ର ସବୁ ତିଆରି ହୋଇଛି ସେଗୁଡିକ ଠାରୁ ମଧ୍ୟ କୌଣସି ସମ୍ପତ୍ତି ମିଳିବ ନାହିଁ । ସମ୍ପତ୍ତି ସମ୍ମୁଖରୁ ହିଁ ମିଳୁଛି । ମୁକ୍ତିର ବର୍ସା ତ ସମସ୍ତଙ୍କୁ ମିଳିବାର ଅଛି, ସମସ୍ତଙ୍କୁ ଘରକୁ ଫେରି ଯିବାକୁ ହେବ । ବାକି ପାଠପଢା ଦ୍ୱାରା ସ୍ୱର୍ଗର ସମ୍ପତ୍ତି ମିଳିଥାଏ, ପୁଣି ଯିଏ ଯେତେ ପଢିପାରିବ । ବାବା ସମ୍ମୁଖରେ ଆସି ପଢାଉଛନ୍ତି । ଯେ ପର୍ଯ୍ୟନ୍ତ ନିଶ୍ଚୟ ହୋଇ ନାହିଁ କି କିଏ ପଢାଉଛନ୍ତି, ତେବେ ବୁଝିବେ କ’ଣ? କ’ଣ ବା ପ୍ରାପ୍ତି କରିପାରିବେ? ତଥାପି ବି ବାବାଙ୍କଠାରୁ ଶୁଣୁଛନ୍ତି, ତେବେ ଜ୍ଞାନର ତ ବିନାଶ ହେବ ନାହିଁ । ଯେତିକି ସୁଖ ମିଳିବ ପୁଣି ଅନ୍ୟମାନଙ୍କୁ ମଧ୍ୟ ସୁଖ ଦେବେ । ପ୍ରଜା ତିଆରି କରିବେ ତେବେ ନିଜେ ମଧ୍ୟ ରାଜା ହୋଇଯିବେ ।

ଆମର ଏହା ହେଉଛି ବିଦ୍ୟାର୍ଥୀ ଜୀବନ । ହସି-ଖେଳି, ଜ୍ଞାନର ନୃତ୍ୟ କରି କରି ଆମେ ଯାଇ ରାଜକୁମାର ହେବା । ଛାତ୍ର ଜାଣିଥା’ନ୍ତି ଯେ ଆମେ ରାଜକୁମାର ହେବୁ ତେଣୁ ଖୁସିର ପାରଦ ଚଢିଥାଏ । ଏହା ତ ରାଜକୁମାର-ରାଜକୁମାରୀ ହେବାର କଲେଜ ଅଟେ । ଦୁନିଆରେ ତ ରାଜକୁମାର-ରାଜକୁମାରୀମାନଙ୍କର ଅଲଗା କଲେଜ ଥାଏ । ବିମାନରେ ଚଢି କଲେଜକୁ ଯାଇଥା’ନ୍ତି । ବିମାନ ମଧ୍ୟ ସେଠାରେ ସମ୍ପୂର୍ଣ୍ଣ ସୁରକ୍ଷିତ ପ୍ରତିରୋଧ କ୍ଷମ ହୋଇଥାଏ, କେବେ ଭାଙ୍ଗି ନ ଥାଏ । କେବେ କୌଣସି ପ୍ରକାରରେ ଦୁର୍ଘଟଣା ହେବ ହିଁ ନାହିଁ । ଏହା ସବୁ ବୁଝିବାର କଥା । ପ୍ରଥମତଃ ବାବାଙ୍କଠାରେ ପୂରା ବୁଦ୍ଧିଯୋଗ ରଖିବାକୁ ପଡିବ, ଦ୍ୱିତୀୟରେ ସମସ୍ତ ସମାଚାର ବାବାଙ୍କୁ ଦେବାକୁ ପଡିବ କି କିଏ-କିଏ କଣ୍ଟାରୁ କଢି ହୋଇଛନ୍ତି? ବାବାଙ୍କ ସହିତ ପୂରା ସମ୍ବନ୍ଧ ରଖିବାକୁ ପଡିବ, ଯାହା ଦ୍ୱାରା ଟିଚର ମଧ୍ୟ ନିର୍ଦ୍ଦେଶ ଦେଇପାରିବେ । କିଏ କିଏ ଉତ୍ତରାଧିକାରୀ ହୋଇ ଫୁଲ ହେବାର ପୁରୁଷାର୍ଥ କରୁଛନ୍ତି? କଣ୍ଟାରୁ କଢି ତ ହୋଇଛନ୍ତି ପୁଣି ଫୁଲ ସେତେବେଳେ ହେବେ ଯେତେବେଳେ ସନ୍ତାନ ରୂପେ ସଂପୂର୍ଣ୍ଣ ସମର୍ପିତ ହେବେ । ନ ହେଲେ କଢିରୁ କଢି ହୋଇ ରହିଯିବେ ଅର୍ଥାତ୍ ପ୍ରଜାରେ ଆସିଯିବେ । ଏବେ ଯିଏ ଯେପରି ପୁରୁଷାର୍ଥ କରିବେ, ସେହିପରି ପଦ ପାଇବେ । ଏପରି ନୁହେଁ, ଜଣେ ଦୌଡିଲେ ଆମେ ତା’ର ଲାଞ୍ଜ ଧରିନେବୁ । ଭାରତବାସୀ ଏହିପରି ବୁଝିଥା’ନ୍ତି । ପରନ୍ତୁ ଲାଞ୍ଜ ଧରିବାର ତ କୌଣସି କଥା ହିଁ ନାହିଁ, ଯିଏ କରିବ ସିଏ ପାଇବ । ଯିଏ ପୁରୁଷାର୍ଥ କରିବ, ୨୧ ପିଢି ତା’ର ପ୍ରାରବ୍ଧ ଜମା ହେବ । ସତ୍ୟଯୁଗରେ ବୁଢା ତ ନିଶ୍ଚିତ ହେବେ, ପରନ୍ତୁ ଅକାଳମୃତ୍ୟୁ ହୁଏ ନାହିଁ । କେତେ ଉଚ୍ଚ ପଦ ମିଳୁଛି । ବାବା ବୁଝିଯାଆନ୍ତି ୟାଙ୍କର ଭାଗ୍ୟ ଖୋଲିଛି, ଉତ୍ତରାଧିକାରୀ ହୋଇଛନ୍ତି । ଏବେ ପୁରୁଷାର୍ଥୀ ଅଟନ୍ତି ପୁଣି ବାବାଙ୍କୁ ଜଣାଇଥା’ନ୍ତି, ବାବା ଏହି ଏହି ସମସ୍ୟା ସବୁ ଆସୁଛି, ଏପରି ହେଉଛି । ପ୍ରତ୍ୟେକଙ୍କୁ ହିସାବ (ପୋତାମେଲ୍‌) ଦେବାକୁ ପଡିଥାଏ । ଏତେ ପରିଶ୍ରମ ଆଉ କୌଣସି ସତ୍‌ସଙ୍ଗରେ ହୁଏ ନାହିଁ । ବାବା ତ ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ସନ୍ଦେଶ ଆଣିବା ନିମନ୍ତେ ବତନକୁ ପଠାଇ ଦେଇଥା’ନ୍ତି । ଯୁଦ୍ଧରେ ବାର୍ତ୍ତାବହ ମଧ୍ୟ ଦରକାର ନା । ଏହା ହେଉଛି ଯୁଦ୍ଧକ୍ଷେତ୍ର । ଏଠାରେ ତୁମେ ସମ୍ମୁଖରେ ଶୁଣୁଛ ତେଣୁ ବହୁତ ଭଲ ଲାଗୁଛି, ମନ ଖୁସି ହୋଇଯାଉଛି । ବାହାରକୁ ଗଲେ ବଗୁଲାଙ୍କ ସହ ମିଶିବା ଦ୍ୱାରା ଖୁସି ହଜିଯାଇଥାଏ । ସେଠାରେ ମାୟାର ଧୂଳି ରହିଛି ସେଥିପାଇଁ ତେଣୁ ପକ୍କା ହେବାକୁ ପଡିବ ।

ବାବା କେତେ ସ୍ନେହରେ ପଢାଉଛନ୍ତି, କେତେ ସୁବିଧା ଦେଉଛନ୍ତି । ଏପରି ମଧ୍ୟ ବହୁତ ଅଛନ୍ତି ଯେଉଁମାନେ ଭଲ ଭଲ କହି ରହିଯାଇଥା’ନ୍ତି, କୋଟିକରେ କେହି ଗୋଟିଏ ଆସିଥା’ନ୍ତି । ଏଠାରେ ତ ଜ୍ଞାନର ନିଶା ରହିବା ଦରକାର । ଯେପରି ମଦର ନିଶା ଚଢିଥାଏ ନା । କେହି ଯଦି ଦେବାଳିଆ ହୋଇ ମଦ ପିଇ ଥା’ନ୍ତି, ଜୋରରେ ନିଶା ହୋଇଗଲେ ଭାବିଥା’ନ୍ତି ମୁଁ ରାଜାଙ୍କର ରାଜା ଅଟେ । ଏଠାରେ ତୁମ ପିଲାମାନଙ୍କୁ ପ୍ରତିଦିନ ଜ୍ଞାନ ଅମୃତରେ ଭରା ପିଆଲା (ସୁରା ଇତ୍ୟାଦି ପାନ କରିବା ପାଇଁ ବ୍ୟବହୃତ ହେଉଥିବା ଲମ୍ବା ନାଡ ଥିବା କପ୍‌) ମିଳୁଛି । ପ୍ରତିଦିନ ଧାରଣା କରିବା ପାଇଁ ପଏଣ୍ଟସ୍ ଏପରି ମିଳୁଛି ଯାହାକି ବୁଦ୍ଧିର ତାଲା ହିଁ ଖୋଲିଯାଉଛି ସେଥିପାଇଁ କିପରି ବି ହେଉ ମୁରଲୀ ପଢିବାର ଅଛି । ଯେପରି ପ୍ରତିଦିନ ଗୀତା ପଢିଥାନ୍ତି ନା । ଏଠାରେ ମଧ୍ୟ ପ୍ରତିଦିନ ବାବାଙ୍କଠାରୁ ପାଠ ପଢିବାକୁ ହେବ । ପଚାରିବା ଦରକାର ଯେ ମୋର ଉନ୍ନତି ହେଉନାହିଁ, କାରଣ କ’ଣ? ଆସି ବୁଝିବା ଦରକାର । ସେହିମାନେ ହିଁ ଆସିବେ ଯେଉଁମାନଙ୍କର ପୁରା ନିଶ୍ଚୟ ରହିଥିବ କି ସିଏ ଆମର ପିତା ଅଟନ୍ତି । ଏପରି ନୁହେଁ କି - ନିଶ୍ଚୟ ବୁଦ୍ଧି ହେବା ପାଇଁ ପୁରୁଷାର୍ଥ କରୁଛି । ନିଶ୍ଚୟ ଅର୍ଥାତ୍ ପୂର୍ଣ୍ଣ ବିଶ୍ୱାସ, ସେଥିରେ ଶତକଡା ନ ଥାଏ । ବାବା ହେଉଛନ୍ତି ଜଣେ, ତାଙ୍କଠାରୁ ହିଁ ସମ୍ପତ୍ତି ମିଳୁଛି । ଏଠାରେ ହଜାର ହଜାର ପଢୁଛନ୍ତି ପୁଣି ବି କହୁଛନ୍ତି ନିଶ୍ଚୟ କିପରି କରିବୁ? ଏଭଳି କହୁଥିବା ଆତ୍ମାକୁ ଭାଗ୍ୟହୀନ କୁହାଯାଏ । ଭାଗ୍ୟବାନ ସିଏ ଯିଏ ବାବାଙ୍କୁ ଜାଣିବେ ଓ ମାନିବେ । କେହି ରାଜା ଯଦି କହିବେ ମୋର ପୋଷ୍ୟ କୋଳର ସନ୍ତାନ ଆସି ହୁଅ ତେବେ କୋଳକୁ ଯିବା ଦ୍ୱାରା ହିଁ ନିଶ୍ଚୟ ହୋଇଯାଇଥାଏ ନା । ଏପରି କହିବେ ନାହିଁ କି ନିଶ୍ଚୟ କିପରି ହେବ? ଏହା ହେଉଛି ହିଁ ରାଜଯୋଗ । ବାବା ତ ସ୍ୱର୍ଗର ରଚୟିତା ଅଟନ୍ତି ତେଣୁ ସ୍ୱର୍ଗର ମାଲିକ କରାଉଛନ୍ତି । ଯଦି ନିଶ୍ଚୟ ହେଉ ନାହିଁ, ଅର୍ଥାତ୍ ତୁମ ଭାଗ୍ୟରେ ନାହିଁ, ଆଉ କିଏ କଣ କରିପାରିବେ? ନ ମାନିଲେ ପୁଣି ପୁରୁଷାର୍ଥ କିପରି କରିପାରିବେ? ତେଣୁ ସିଏ ଛୋଟେଇ ଛୋଟେଇ ଚାଲିବେ ଅର୍ଥାତ୍ ତୀବ୍ର ପୁରୁଷାର୍ଥ କରିପାରିବେ ନାହିଁ । ବେହଦର ବାବାଙ୍କଠାରୁ ଭାରତବାସୀମାନଙ୍କୁ କଳ୍ପ-କଳ୍ପ ସ୍ୱର୍ଗର ବର୍ସା ମିଳିଥାଏ । ଦେବତା ସତ୍ୟଯୁଗରେ ହିଁ ଥା’ନ୍ତି । କଳିଯୁଗରେ ତ ରାଜପଦ ନାହିଁ । ପ୍ରଜାଙ୍କର ପ୍ରଜା ଉପରେ ହିଁ ରାଜ୍ୟ ଚାଲିଛି । ଏହା ପତିତ ଦୁନିଆ ଅଟେ, ତେଣୁ ଏହାକୁ ପବିତ୍ର ଦୁନିଆ ବାବା କରିବେ ନାହିଁ ତ ଆଉ କିଏ କରିବ? ଭାଗ୍ୟରେ ନାହିଁ ତ ବୁଝିବେ ହିଁ ନାହିଁ । ଏହା ତ ବିଲ୍‌କୁଲ୍ ସହଜ ବୁଝିବାର କଥା । ଲକ୍ଷ୍ମୀ-ନାରାୟଣ ଏହି ରାଜପଦର ପ୍ରାରବ୍ଧ କେବେ ପାଇଲେ? ନିଶ୍ଚିତ ପୂର୍ବ ଜନ୍ମର କର୍ମ, ତେଣୁ ପ୍ରାରବ୍ଧ ପାଇଲେ । ଲକ୍ଷ୍ମୀ-ନାରାୟଣ ସ୍ୱର୍ଗର ମାଲିକ ଥିଲେ, ଏବେ ନର୍କ ହୋଇଯାଇଛି, ତେବେ ଏଭଳି ଶ୍ରେଷ୍ଠ କର୍ମ ଅଥବା ରାଜଯୋଗ ବାବାଙ୍କ ବ୍ୟତୀତ ଆଉ କେହି ଶିଖାଇ ପାରିବେ ନାହିଁ । ବର୍ତ୍ତମାନ ସମସ୍ତଙ୍କର ଅନ୍ତିମ ଜନ୍ମ ଅଟେ । ବାବା ରାଜଯୋଗ ଶିଖାଉଛନ୍ତି । ଦ୍ୱାପରରେ କଣ ରାଜଯୋଗ ଶିଖାଇବେ । ଦ୍ୱାପର ପରେ କ’ଣ ସତ୍ୟଯୁଗ ଆସିବ । ଏଠାରେ ତ ବହୁତ ଭଲ ଭାବରେ ବୁଝିକରି ଯାଉଛନ୍ତି । ବାହାରକୁ ଗଲେ ଖାଲି ହୋଇଯାଉଛନ୍ତି, ଯେପରି ଡବାରୁ ରତ୍ନ ବାହାରିଗଲେ ଖାଲି ଖୋଳ ପଡି ରହିଥାଏ । ଯଦି ଜ୍ଞାନ ଶୁଣୁ ଶୁଣୁ ପୁଣି ବିକାରଗ୍ରସ୍ତ ହୋଇଗଲ ତେବେ ଖଲାସ । ବୁଦ୍ଧିରୁ ଜ୍ଞାନ ରତ୍ନ ଖାଲି ହୋଇଯାଇଥାଏ । ଏପରି ମଧ୍ୟ ବହୁତ ଲେଖିଥା’ନ୍ତି - ବାବା, ମେହନତ କରି-କରି ଆଜି ପୁଣି ତଳକୁ ଖସିଗଲି । ଖସିଗଲ ଅର୍ଥାତ୍ ନିଜକୁ ଏବଂ କୁଳକୁ କଳଙ୍କ ଲଗାଇଲ, ଭାଗ୍ୟରେ ପୂର୍ଣ୍ଣଛେଦ ଲଗାଇଦେଲ । ଘରେ ଯଦି ପିଲାମାନେ ଏପରି ଅକର୍ତ୍ତବ୍ୟ କରିଥା’ନ୍ତି ତେବେ କହିଥା’ନ୍ତି ଏପରି ପିଲା ମରିଗଲେ ଭଲ । ତେବେ ଏହି ବେହଦର ପିତା କହୁଛନ୍ତି କୁଳ କଳଙ୍କିତ ହୁଅ ନାହିଁ । ଯଦି ବିକାରର ଦାନ ଦେଇ ପୁନର୍ବାର ଫେରସ୍ତ ନେଲ ତେବେ ପଦ ଭ୍ରଷ୍ଟ ହୋଇଯିବ । ପୁରୁଷାର୍ଥ କରିବାକୁ ହେବ, ବିଜୟ ପ୍ରାପ୍ତ କରିବାକୁ ହେବ । ଯଦି ମାୟାର ଚୋଟ ଲାଗୁଛି ତେବେ ପୁଣି ସଜାଗ ହୋଇଯାଅ । ବାରମ୍ବାର ଆଘାତ ଖାଇଲେ ହାରିଯାଇ ବେହୋସ ହୋଇଯିବ । ବାବା ତ ବହୁତ ବୁଝାଉଛନ୍ତି ପରନ୍ତୁ କେହ ତାକୁ ମାନି ଚଳିଲେ ତ ହେବ ନା । ମାୟା ବଡ ଚତୁର ଅଟେ । ପବିତ୍ରତାର ପ୍ରଣ କରିଛ, ପୁଣି ଯଦି ତଳକୁ ଖସିଲ ତେବେ ଚୋଟ ବହୁତ ଜୋରରେ ଲାଗିଥାଏ । ପବିତ୍ରତା ଦ୍ୱାରା ହିଁ ନୌକା ପାର ହୋଇଥାଏ । ପବିତ୍ରତା ଥିବା ସମୟରେ ଭାରତର ଭାଗ୍ୟ ଚମକୁ ଥିଲା । ଏବେ ତ ଘୋର ଅନ୍ଧକାର ହୋଇଯାଇଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହି ଯୁଦ୍ଧକ୍ଷେତ୍ରରେ ମାୟାକୁ ଭୟ କରିବାର ନାହିଁ, ପୁରୁଷାର୍ଥ କରିବା ପାଇଁ ବାବାଙ୍କଠାରୁ ଶ୍ରେଷ୍ଠ ମତ ନେବାର ଅଛି । ବଫାଦାର ଅର୍ଥାତ୍ ବିଶ୍ୱସ୍ତ ଏବଂ ଫରମାନବରଦାର ଅର୍ଥାତ୍ ଆଜ୍ଞାକାରୀ ହୋଇ ଶ୍ରୀମତ୍ ଅନୁସାରେ ଚାଲିବାର ଅଛି ।

(୨) ଆତ୍ମିକ ନିଶାରେ ରହିବାକୁ ହେଲେ ଜ୍ଞାନ ଅମୃତ ଭରା ପାତ୍ରରୁ ପ୍ରତିଦିନ ଜ୍ଞାନ ପାନ କରିବାକୁ ହେବ ଅର୍ଥାତ୍ ମୁରଲୀ ପ୍ରତିଦିନ ପଢିବାକୁ ପଡିବ । ଭାଗ୍ୟବାନ ହେବାକୁ ହେଲେ ବାବାଙ୍କ ପ୍ରତି କେବେ ବି ସଂଶୟ ଆସିବା ଉଚିତ୍ ନୁହେଁ ।

ବରଦାନ:-
ବ୍ରହ୍ମାବାବାଙ୍କ ସମାନ ଜୀବନମୁକ୍ତ ସ୍ଥିତିର ଅନୁଭବ କରୁଥିବା କର୍ମର ବନ୍ଧନଠାରୁ ମୁକ୍ତ ହୁଅ ।

ବ୍ରହ୍ମାବାବା ସବୁ ପ୍ରକାରର କର୍ମ କରୁଥିଲେ ମଧ୍ୟ କେବେ ବି କର୍ମର ବନ୍ଧନରେ ବାନ୍ଧି ହୋଇ ନ ଥିଲେ । ସମସ୍ତଙ୍କ ସହିତ ସମ୍ବନ୍ଧ ରକ୍ଷା କରୁଥିଲେ ମଧ୍ୟ ସମ୍ବନ୍ଧର ବନ୍ଧନରେ ବାନ୍ଧି ହୋଇ ନ ଥିଲେ । ସେ ଧନ-ସମ୍ପତ୍ତି ତଥା ସାଧନ-ସୁବିଧାର ବନ୍ଧନରୁ ମଧ୍ୟ ମୁକ୍ତ ଥିଲେ, ସବୁ ପ୍ରକାରର ଦାୟିତ୍ୱ ସମ୍ଭାଳୁଥିଲେ ମଧ୍ୟ ଜୀବନମୁକ୍ତ ସ୍ଥିତିର ଅନୁଭବ କରୁଥିଲେ । ତେଣୁ ଏହିଭଳି ନିଜର ପିତାଙ୍କୁ ଅନୁକରଣ କର । କୌଣସି ପ୍ରକାରର ପୂର୍ବ ହିସାବ-କିତାବର ବନ୍ଧନରେ ମଧ୍ୟ ବାନ୍ଧି ହୁଅ ନାହିଁ । ସଂସ୍କାର, ସ୍ୱଭାବ, ପ୍ରଭାବ ଏବଂ ଦବାବ ଅର୍ଥାତ୍ କୌଣସି ପ୍ରକାରର ଚାପର ବନ୍ଧନରେ ମଧ୍ୟ ପଡ ନାହିଁ, ତେବେ କୁହାଯିବ କର୍ମବନ୍ଧନମୁକ୍ତ, ଜୀବନମୁକ୍ତ ଆତ୍ମା ।

ସ୍ଲୋଗାନ:-
ତମଃଗୁଣୀ ବାତାବରଣ ଭିତରେ ଯଦି ନିଜକୁ ସୁରକ୍ଷିତ ରଖିବାକୁ ଚାହୁଁଛ, ତେବେ ସାକ୍ଷୀ ହୋଇ ଖେଳ ଦେଖିବାର ଅଭ୍ୟାସ କର ।