21.01.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ସକାଳୁ-ସକାଳୁ ଉଠି ବାବାଙ୍କ ସହିତ ମିଠା ମିଠା କଥାବାର୍ତ୍ତା କର, ବାବା ଯେଉଁ ସବୁ ଶିକ୍ଷା ଦେଇଛନ୍ତି ତା’ର ଚିନ୍ତନ-ମନ୍ଥନ କର ।”

ପ୍ରଶ୍ନ:-
ସାରା ଦିନ ଖୁସୀ-ଖୁସୀରେ ବିତାଇବା ପାଇଁ, କେଉଁ ଉପାୟ କରିବା ଉଚିତ୍‌?

ଉତ୍ତର:-
ପ୍ରତ୍ୟହ ଅମୃତବେଳାରେ ଉଠି ଜ୍ଞାନର ଚିନ୍ତନ-ମନ୍ଥନ କର । ନିଜେ ନିଜ ସହିତ କଥା ହୁଅ । ସମ୍ପୂର୍ଣ୍ଣ ଡ୍ରାମାର ଆଦି-ମଧ୍ୟ-ଅନ୍ତର ସ୍ମରଣ କର, ବାବାଙ୍କୁ ମନେ ପକାଅ, ତେବେ ସାରା ଦିନ ଖୁସୀରେ ବିତିବ । ବିଦ୍ୟାର୍ଥୀମାନେ ନିଜର ପାଠପଢାର ଅଭ୍ୟାସ କରିଥା’ନ୍ତି । ତୁମେମାନେ ମଧ୍ୟ ନିଜର ପାଠପଢାର ଅଭ୍ୟାସ କର ।

ଗୀତ:-
ଆଜ ଅନ୍ଧେରେ ମେଁ ହୈ ଇନ୍‌ସାନ...

ଓମ୍ ଶାନ୍ତି ।
ମିଠା-ମିଠା ସିକିଲଧେ (ବହୁ ଦିନରୁ ଅଲଗା ହୋଇ ବର୍ତ୍ତମାନ ମିଳିଥିବା) ସନ୍ତାନମାନେ ଗୀତ ଶୁଣିଲ । ତୁମେ ଭଗବାନଙ୍କର ସନ୍ତାନ ଅଟ ନା । ତୁମେ ଜାଣିଛ ଭଗବାନ ଆମକୁ ରାସ୍ତା ଦେଖାଉଛନ୍ତି । ଭକ୍ତମାନେ ଡାକୁଛନ୍ତି ଯେ ଆମେ ଅନ୍ଧାରରେ ଅଛୁ କାହିଁକି ନା ଭକ୍ତିମାର୍ଗ ହେଉଛି ଅନ୍ଧକାର ମାର୍ଗ । ଭକ୍ତ କହୁଛନ୍ତି ଆମେ ତୁମ ସହିତ ମିଶିବା ପାଇଁ ଏଣେ ତେଣେ ଖୋଜି ବୁଲୁଛୁ । କେବେ ତୀର୍ଥ ସ୍ଥାନରେ, କେବେ କେଉଁଠି ଦାନ-ପୁଣ୍ୟ କରୁଛୁ, ମନ୍ତ୍ର ଜପୁଛୁ । ଗୁରୁମାନେ ଅନେକ ପ୍ରକାରର ମନ୍ତ୍ର ଦେଉଛନ୍ତି ତଥାପି ମଧ୍ୟ ସେମାନେ ଅନ୍ଧକାର ମଧ୍ୟରେ ଅଛନ୍ତି ବୋଲି ଜାଣିପାରୁ ନାହାଁନ୍ତି । ଆଲୋକ କାହାକୁ କୁହାଯାଏ - କିଛି ହେଲେ ବି ବୁଝି ନାହାଁନ୍ତି, କାହିଁକି ନା ଅଜ୍ଞାନ ଅନ୍ଧକାରରେ ଅଛନ୍ତି । ଏବେ ତୁମେ ତ ଅଜ୍ଞାନ ଅନ୍ଧକାରରେ ନାହଁ । ତୁମେ କଳ୍ପବୃକ୍ଷରେ ଅର୍ଥାତ୍ ସତ୍ୟଯୁଗରେ ପ୍ରଥମେ ପ୍ରଥମେ ଆସୁଛ । ନୂଆ ଦୁନିଆରେ ଯାଇ ରାଜତ୍ୱ କରୁଛ, ପୁଣି ସିଡି ଓହ୍ଲାଉଛ ଏହା ମଧ୍ୟରେ ଇସ୍‌ଲାମୀ, ବୌଦ୍ଧି, ଖ୍ରୀଷ୍ଟିୟାନ୍ ଆଦି ଧର୍ମ ଆସୁଛନ୍ତି । ଏବେ ବାବା ପୁନଃ ଚାରା ଲଗାଉଛନ୍ତି । ସକାଳୁ ଉଠି ଏହିପରି ଜ୍ଞାନର କଥାରେ ରମଣ କରିବା ଦରକାର । ଏହା କେତେ ଆଶ୍ଚର୍ଯ୍ୟଜନକ ନାଟକ ଅଟେ, ଏହି ଡ୍ରାମାର ଫିଲ୍‌ମ ରିଲ୍‌ର ସମୟ ସୀମା ହେଉଛି ୫୦୦୦ ବର୍ଷ । ସତ୍ୟଯୁଗର ଆୟୁ ଏତେ, ତ୍ରେତାର ଆୟୁ ଏତେ... ବାବାଙ୍କ ମଧ୍ୟରେ ଏହି ସମସ୍ତ ଜ୍ଞାନ ଅଛି ନା । ଦୁନିଆରେ ଆଉ କେହି ଏକଥା ଜାଣି ନାହାଁନ୍ତି । ତେଣୁ ପିଲାମାନଙ୍କୁ ସକାଳୁ ଉଠି ପ୍ରଥମେ ତ ବାବାଙ୍କୁ ୟାଦ କରିବାକୁ ହେବ ଏବଂ ଖୁସିରେ ଜ୍ଞାନକୁ ସ୍ମରଣ କରିବାକୁ ହେବ । ଏବେ ଆମେ ସମ୍ପୂର୍ଣ୍ଣ ଡ୍ରାମାର ଆଦି-ମଧ୍ୟ-ଅନ୍ତକୁ ଜାଣିଗଲୁଣି । ବାବା କହୁଛନ୍ତି କଳ୍ପର ଆୟୁଷ ହିଁ ୫୦୦୦ବର୍ଷ ଅଟେ । ଲୋକମାନେ ଲକ୍ଷ-ଲକ୍ଷ ବର୍ଷ ବୋଲି କହିଦେଉଛନ୍ତି । କେତେ ଆଶ୍ଚର୍ଯ୍ୟଜନକ ନାଟକ ଅଟେ । ବାବା ଯେଉଁ ଶିକ୍ଷା ଦେଉଛନ୍ତି ତାକୁ ପୁଣି ଚିନ୍ତନ-ମନ୍ଥନ ଓ ଅଭ୍ୟାସ କରିବା ଦରକାର । ଛାତ୍ରମାନେ ପାଠପଢାର ଅଭ୍ୟାସ କରିଥା’ନ୍ତି ନା ।

ତୁମେ ମିଠା-ମିଠା ସନ୍ତାନମାନେ ସଂପୂର୍ଣ୍ଣ ଡ୍ରାମାକୁ ଜାଣିଗଲଣି । ବାବା କେତେ ସହଜ ରୀତିରେ ବୁଛାଉଛନ୍ତି ଯେ ଏହା ଅନାଦି, ଅବିନାଶୀ, ଡ୍ରାମା ଅଟେ । ଏଥିରେ ତୁମେ ଜିତୁଛ, ପୁଣି ହାରୁଛ । ଏବେ ଚକ୍ର ପୂରା ହେଲା, ଆମକୁ ଘରକୁ ଯିବାକୁ ହେବ । ବାବାଙ୍କର ଆଦେଶ ମିଳିଛି ଯେ ମୋତେ ୟାଦ କର । ଏହି ଡ୍ରାମାର ଜ୍ଞାନ ଏକମାତ୍ର ବାବା ହିଁ ଦେଉଛନ୍ତି । ନାଟକ କେବେ ଲକ୍ଷ ଲକ୍ଷ ବର୍ଷର ହୋଇଥାଏ କି! ତେବେ କାହାର ମନେ ମଧ୍ୟ ରହିବ ନାହିଁ । ୫ ହଜାର ବର୍ଷର ଚକ୍ର ଅଟେ ଯାହାକି ଏବେ ତୁମ ବୁଦ୍ଧିରେ ଅଛି । କେତେ ସୁନ୍ଦର ହାର୍ ଜିତ୍‌ର ଖେଳ ଅଟେ । ସକାଳୁ ଉଠି ଏହିପରି ଚିନ୍ତନ ସବୁ ଚାଲିବା ଉଚିତ୍ । ଆମକୁ ବାବା ରାବଣ ଉପରେ ବିଜୟ ପ୍ରାପ୍ତ କରାଉଛନ୍ତି । ସକାଳୁ ସକାଳୁ ଉଠି ନିଜ ସହିତ ଏହିପରି କଥାବାର୍ତ୍ତା ହେଲେ ଅଭ୍ୟାସ ହୋଇଯିବ । ଏହି ବେହଦର ଅବିନାଶୀ ନାଟକକୁ କେହି ଜାଣି ନାହାଁନ୍ତି । ଅଭିନେତା ହୋଇ ଆଦି-ମଧ୍ୟ-ଅନ୍ତକୁ ଜାଣି ନାହାଁନ୍ତି । ଏବେ ଆମେ ବାବାଙ୍କ ଦ୍ୱାରା ଯୋଗ୍ୟ ହେଉଛୁ ।

ବାବା ନିଜର ସନ୍ତାନମାନଙ୍କୁ ନିଜ ସମାନ କରାଉଛନ୍ତି । କେବଳ ନିଜ ସମାନ ବି କଅଣ, ବାବା ତ ସନ୍ତାନମାନଙ୍କୁ ନିଜ କାନ୍ଧ ଉପରେ ଚଢାଉଛନ୍ତି । ବାବାଙ୍କର ପିଲାମାନଙ୍କ ପ୍ରତି କେତେ ସ୍ନେହ ରହିଛି । କେତେ ଭଲ ଭାବରେ ବୁଝାଉଛନ୍ତି ହେ ମିଠା-ମିଠା ସନ୍ତାନମାନେ, ମୁଁ ତୁମକୁ ବିଶ୍ୱର ମାଲିକ କରାଉଛି । ମୁଁ ମାଲିକ ହେଉନାହିଁ, ତୁମକୁ କରାଉଛି । ତୁମକୁ ଗୁଲ୍‌ଗୁଲ୍ ଅର୍ଥାତ୍ ଫୁଲ ଭଳି କରି ପୁଣି ଶିକ୍ଷକ ହୋଇ ପଢାଉଛି । ପୁଣି ସଦ୍‌ଗତି ପାଇଁ ଜ୍ଞାନ ଦେଇ ତୁମକୁ ଶାନ୍ତିଧାମ-ସୁଖଧାମର ମାଲିକ କରାଉଛି । ମୁଁ ତ ନିର୍ବାଣଧାମରେ ବସିଯାଉଛି । ଲୌକିକ ପିତା ମଧ୍ୟ ପରିଶ୍ରମ କରି, ଧନ ରୋଜଗାର କରି ସବୁ କିଛି ପିଲାମାନଙ୍କୁ ଦେଇ ନିଜେ ବାନପ୍ରସ୍ଥରେ ଯାଇ ଭଜନ କୀର୍ତ୍ତନ ଆଦି କରିଥା’ନ୍ତି । କିନ୍ତୁ ଏଠାରେ ତ ବାବା କହୁଛନ୍ତି ଯଦି ତୁମର ବାନପ୍ରସ୍ଥ ଅବସ୍ଥା ହୋଇଗଲାଣି ତେବେ ପିଲାମାନଙ୍କୁ ବୁଝାଇ ଦେଇ ତୁମକୁ ଏହି ସେବାରେ ଲାଗିଯିବା ଉଚିତ୍ । ଆଉ ପୁଣି ଗୃହସ୍ଥ ବ୍ୟବହାରରେ ବାନ୍ଧି ହେବା ଅନୁଚିତ୍ । ତୁମେ ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରିଚାଲ । ଏବେ ତୁମ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା ଅଟେ । ବାବା କହୁଛନ୍ତି ମୁଁ ଆସିଛି ତୁମକୁ ବାଣୀରୁ ଉର୍ଦ୍ଧ୍ୱକୁ ନେଇଯିବା ପାଇଁ । ଅପବିତ୍ର ଆତ୍ମାମାନେ ତ ଘରକୁ ଯାଇପାରିବେ ନାହିଁ । ବାବା ସମ୍ମୁଖରେ ଆସି ଏହିକଥା ବୁଝାଉଛନ୍ତି । ସମ୍ମୁଖରେ ଶୁଣିବାରେ ହିଁ ଆନନ୍ଦ ମିଳିଥାଏ । ସେଣ୍ଟରରେ ତ ପିଲାମାନେ ଶୁଣାଇଥା’ନ୍ତି । ଏଠାରେ ବାବା ସମ୍ମୁଖରେ ଅଛନ୍ତି, ସେଥିପାଇଁ ତ ମଧୁବନର ମହିମା ରହିଛି ନା । ତେଣୁ ବାବା କହୁଛନ୍ତି ସକାଳୁ ଉଠିବାର ଅଭ୍ୟାସ କର । ଭକ୍ତି ମଧ୍ୟ ମନୁଷ୍ୟମାନେ ସକାଳୁ ଉଠି କରିଥା’ନ୍ତି କିନ୍ତୁ ତା’ଦ୍ୱାରା ସମ୍ପତ୍ତି ତ ମିଳେ ନାହିଁ । ସମ୍ପତ୍ତି ମିଳିଥାଏ ରଚୟିତା ବାବାଙ୍କଠାରୁ । କେବେ ରଚନା ଠାରୁ ସମ୍ପତ୍ତି ମିଳିପାରିବ ନାହି, ସେଥିପାଇଁ କହୁଛନ୍ତି ଆମେ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣି ନାହୁଁ । ଯଦି ସେମାନେ ଜାଣିଥା’ନ୍ତେ ତେବେ ସେହି ପରମ୍ପରା ଚାଲିଆସିଥା’ନ୍ତା । ପିଲାମାନଙ୍କୁ ଏକଥା ମଧ୍ୟ ବୁଝାଇବାକୁ ହେବ ଯେ ଆମେ କେତେ ଶ୍ରେଷ୍ଠ ଧର୍ମର ଥିଲୁ, ପୁଣି କିପରି ଧର୍ମଭ୍ରଷ୍ଟ, କର୍ମଭ୍ରଷ୍ଟ ହୋଇଯାଇଛୁ । ମାୟା ବୁଦ୍ଧିକୁ ଗଡରେଜ୍‌ର ତାଲା ଲଗାଇ ଦେଉଛି, ସେଥିପାଇଁ ଭଗବାନଙ୍କୁ କୁହାଯାଏ ଆପଣ ବୁଦ୍ଧମାନଙ୍କର ବୁଦ୍ଧି ଅଟନ୍ତି, ଏହାଙ୍କ ବୁଦ୍ଧିର ତାଲା ଖୋଲିଦିଅ । ଏବେ ତ ବାବା ସମ୍ମୁଖରେ ବୁଝାଉଛନ୍ତି । ମୁଁ ଜ୍ଞାନର ସାଗର ଅଟେ, ତୁମକୁ ଏହାଙ୍କ ଦ୍ୱାରା ବୁଝାଉଛି । କେଉଁ ଜ୍ଞାନ? ସୃଷ୍ଟିଚକ୍ରର ଆଦି-ମଧ୍ୟ-ଅନ୍ତର ଜ୍ଞାନ, ଯେଉଁ ଜ୍ଞାନ କି କୌଣସି ମନୁଷ୍ୟ ଦେଇପାରିବେ ନାହିଁ ।

ବାବା କହୁଛନ୍ତି, ସତ୍‌ସଙ୍ଗ ଆଦିକୁ ଯିବାଠାରୁ ସ୍କୁଲ୍‌ରେ ପଢିବା ଆହୁରି ଭଲ । ପାଠପଢା ରୋଜଗାର କରିବାର ଉପାୟ ଅଟେ । ସତ୍‌ସଙ୍ଗରେ ତ କିଛି ହେଲେ ବି ମିଳେ ନାହିଁ । ଦାନ-ପୁଣ୍ୟ କର, ଭେଟି ଚଢାଅ, ଏହା କର, ଖର୍ଚ୍ଚ ହିଁ ଖର୍ଚ୍ଚ ଅଟେ । ପଇସା ବି ଦିଅ, ମୁଣ୍ଡ ବି ନୁଆଁଅ, ମଥା ହିଁ ଘୋରି ହୋଇଯାଏ । ଏବେ ତୁମ ସନ୍ତାନମାନଙ୍କୁ ଯେଉଁ ଜ୍ଞାନ ମିଳୁଛି, ତାକୁ ସ୍ମରଣ କରିବାର ଅଭ୍ୟାସ କର ଏବଂ ଅନ୍ୟମାନଙ୍କୁ ମଧ୍ୟ ବୁଝାଅ । ବାବା କହୁଛନ୍ତି ଏବେ ତୁମର ଆତ୍ମା ଉପରେ ବୃହସ୍ପତିର ଦଶା ପଡିଛି । ବୃକ୍ଷପତି ଭଗବାନ ତୁମକୁ ପଢାଉଛନ୍ତି, ତୁମକୁ କେତେ ଖୁସୀ ହେବା ଦରକାର । ଭଗବାନ ପାଠ ପଢାଇ ଆମକୁ ଭଗବାନ ଭଗବତୀ କରାଉଛନ୍ତି । ଓହୋ! ଏପରି ବାବାଙ୍କୁ ଯେତେ ୟାଦ କରିବ ସେତେ ବିକର୍ମ ବିନାଶ ହେବ । ଏହିପରି ବିଚାର ସାଗର ମନ୍ଥନ କରିବାର ଅଭ୍ୟାସ ପକାଇବା ଉଚିତ୍ । ଦାଦା ଆମକୁ ଏହି ବ୍ରହ୍ମାବାବାଙ୍କ ଦ୍ୱାରା ସମ୍ପତ୍ତି ଦେଉଛନ୍ତି । ନିଜେ କହୁଛନ୍ତି ମୁଁ ଏହି ରଥର ଆଧାର ନେଉଛି । ତୁମକୁ ଜ୍ଞାନ ମିଳୁଛି ନା । ଜ୍ଞାନ ଗଙ୍ଗାମାନେ ଜ୍ଞାନ ଶୁଣାଇ ପବିତ୍ର କରାଉଛନ୍ତି ନା ଗଙ୍ଗାର ପାଣି କରାଉଛି? ଏବେ ବାବା କହୁଛନ୍ତି - ପିଲାମାନେ, ତୁମେ ଭାରତର ସଚ୍ଚା-ସଚ୍ଚା ସେବା କରୁଛ । ଦୁନିଆର ସମାଜସେବୀମାନେ ତ ହଦର ସେବା କରିଥା’ନ୍ତି । ଏହା ହେଉଛି ଆତ୍ମିକ ସେବା ଯାହା ଯଥାର୍ଥ ଅଟେ । ଭଗବାନୁବାଚ - ବାବା ବୁଝାଉଛନ୍ତି, ଭଗବାନ ପୁନର୍ଜନ୍ମ ରହିତ ଅଟନ୍ତି । ଶ୍ରୀକୃଷ୍ଣ ତ ସଂପୂର୍ଣ୍ଣ ୮୪ ଜନ୍ମ ନେଉଛନ୍ତି । ତାଙ୍କର ଗୀତାରେ ନାମ ଲେଖି ଦେଇଛନ୍ତି । ନାରାୟଣଙ୍କର ନାମ କାହିଁକି ଲେଖୁ ନାହାଁନ୍ତି? ଏ କଥା ମଧ୍ୟ କାହାକୁ ଜଣା ନାହିଁ ଯେ କୃଷ୍ଣ ହିଁ ନାରାୟଣ ହେଉଛନ୍ତି । ଶ୍ରୀକୃଷ୍ଣ ରାଜକୁମାର ଥିଲେ ପୁଣି ରାଧାଙ୍କ ସହିତ ସ୍ୱୟଂମ୍ବର ହୋଇଥିଲା । ଏବେ ତୁମକୁ ଜ୍ଞାନ ମିଳୁଛି । ଜାଣିଛ ଶିବବାବା ଆମକୁ ପଢାଉଛନ୍ତି । ସେ ପିତା ବି ଅଟନ୍ତି, ଶିକ୍ଷକ, ସତଗୁରୁ ମଧ୍ୟ ଅଟନ୍ତି । ସଦ୍‌ଗତି ଦେଉଛନ୍ତି । ଉଚ୍ଚରୁ ଉଚ୍ଚ ଭଗବାନ ଶିବ ହିଁ ଅଟନ୍ତି । ସେ କହୁଛନ୍ତି ମୋର ନିନ୍ଦା କରିଲାବାଲା ଉଚ୍ଚ ପଦ ପାଇପାରିବେ ନାହିଁ । ପିଲାମାନେ ଯଦି ପାଠ ନ ପଢନ୍ତି ତେବେ ଶିକ୍ଷକଙ୍କର ସମ୍ମାନ ଯାଇଥାଏ । ବାବା କହୁଛନ୍ତି ତୁମେ ମୋର ସମ୍ମାନ ହାନୀ କରନାହିଁ । ପାଠ ପଢିଚାଲ । ଲକ୍ଷ୍ୟ-ଉଦ୍ଦେଶ୍ୟ ତ ସମ୍ମୁଖରେ ରହିଛି । ସେହି ଗୁରୁମାନେ ପୁଣି ନିଜ ପାଇଁ କହିଦେଉଛନ୍ତି, ଯେଉଁ କାରଣରୁ ମନୁଷ୍ୟମାନେ ଡରି ଯାଉଛନ୍ତି । ଭାବୁଛନ୍ତି କାଳେ ଅଭିଶାପ ମିଳିଯିବ, ତେଣୁ ଗୁରୁଙ୍କଠାରୁ ମିଳିଥିବା ମନ୍ତ୍ର ହିଁ ଶୁଣାଇଥା’ନ୍ତି । ସନ୍ନ୍ୟାସୀମାନଙ୍କୁ ଯଦି ପଚରାଯାଏ ତୁମେ ଘରଦ୍ୱାର କିପରି ତ୍ୟାଗ କଲ? କହନ୍ତି ଏହି ସାଂସାରିକ କଥା ପଚାର ନାହିଁ । ଆରେ, କାହିଁକି କହୁ ନାହଁ? ଆମକୁ କ’ଣ ଜଣା ତୁମେ କିଏ? ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ ଆତ୍ମା ଏପରି କଥା ପଚାରିଥା’ନ୍ତି । ଅଜ୍ଞାନ କାଳରେ କାହାର-କାହାର ନିଶା ରହିଥାଏ । ସ୍ୱାମୀ ରାମ ତୀର୍ଥଙ୍କର ଅନନ୍ୟ ଶିଷ୍ୟ ସ୍ୱାମୀ ନାରାୟଣ ଥିଲେ, ତାଙ୍କର ବହି ଆଦି ବାବା ପଢିଛନ୍ତି । ବାବାଙ୍କର ଏ ସବୁ ପଢିବାର ସଉକ ଥିଲା । ଛୋଟ ବୟସରୁ ବୈରାଗ୍ୟ ଆସୁଥିଲା । ପୁଣି ଥରେ ବାଇସ୍କୋପ୍ ଅର୍ଥାତ୍ ସିନେମା ଦେଖିଲେ, ବାସ୍ ବୃତ୍ତି ଖରାପ ହୋଇଗଲା । ସାଧୁପଣିଆ ବଦଳିଗଲା । ତେଣୁ ଏବେ ବାବା ବୁଝାଉଛନ୍ତି ସେ ସବୁ ଗୁରୁ ଆଦି ହେଉଛନ୍ତି ଭକ୍ତିମାର୍ଗର । ସମସ୍ତଙ୍କର ସଦ୍‌ଗତି ଦାତା ତ ଜଣେ ହିଁ ଅଟନ୍ତି, ଯାହାଙ୍କୁ ସମସ୍ତେ ମନେ ପକାଉଛନ୍ତି । ଗାନ ମଧ୍ୟ କରୁଛନ୍ତି ମୋର ତ ଏକମାତ୍ର ଗିରିଧର ଗୋପାଳ ଦ୍ୱିତୀୟ କେହି ନୁହେଁ । କୃଷ୍ଣଙ୍କୁ ଗିରିଧର କହିଥା’ନ୍ତି । ବାସ୍ତବରେ ଗାଳି ଏହି ବ୍ରହ୍ମା ଖାଉଛନ୍ତି । କୃଷ୍ଣଙ୍କ ଆତ୍ମା ଯେବେ ଶେଷ ଜନ୍ମରେ ଗାଉଁଲୀ ପିଲା ତମଃପ୍ରଧାନ ହେଉଛି ତେବେ ଯାଇ ଗାଳି ଖାଉଛି । ଅସଲରେ ତ ଇଏ ବ୍ରହ୍ମା ହିଁ କୃଷ୍ଣଙ୍କର ଆତ୍ମା ଅଟନ୍ତି ନା । ଗାଁରେ ବଢିଛନ୍ତି । ରାସ୍ତାରେ ଚାଲୁଚାଲୁ ବ୍ରାହ୍ମଣ ଫସିଗଲା ଅର୍ଥାତ୍ ବାବା ପ୍ରବେଶ କଲେ, କେତେ ଗାଳି ଖାଇଲେ, ଆମେରିକା ପର୍ଯ୍ୟନ୍ତ ଖବର ଚାଲିଗଲା । ଡ୍ରାମା ବଡ ବିଚିତ୍ର ଅଟେ । ଏବେ ତୁମେ ଏ ସବୁ ଜାଣୁଥିବାରୁ ଖୁସି ହେଉଛ । ଏବେ ବାବା ବୁଝାଉଛନ୍ତି ଏହି ଚକ୍ର କିପରି ଘୂରୁଛି? ଆମେ କିପରି ବ୍ରାହ୍ମଣ ଥିଲୁ ପୁଣି ଦେବତା, କ୍ଷତ୍ରିୟ... ହେଲୁ । ଏହା ୮୪ ଜନ୍ମର ଚକ୍ର ଅଟେ । ଏ ସବୁକୁ ସ୍ମୃତିରେ ରଖିବାକୁ ହେବ । ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିବାକୁ ହେବ, ଯାହାକୁ କେହି ବି ଜାଣି ନାହାଁନ୍ତି । ତୁମେ ଜାଣୁଛ ଆମେ ବିଶ୍ୱର ମାଲିକ ହେଉଛୁ, ଏଥିରେ କୌଣସି କଷ୍ଟ ତ ନାହିଁ । ବାବା କ’ଣ ଏପରି କହୁଛନ୍ତି କି ତୁମେ ଯୋଗ ଇତ୍ୟାଦି କର । ଦୁନିଆର ଗୁରୁମାନେ ଏପରି ହଠଯୋଗ ଆଦି ଶିଖାଉଛନ୍ତି ସେ କଥା ନ କହିଲେ ଭଲ । କାହାର-କାହାର ମୁଣ୍ଡ ହିଁ ଖରାପ ହୋଇଯାଇଥାଏ । ବାବା କେତେ ସହଜ ରୋଜଗାର କରାଉଛନ୍ତି । ଏହା ହେଉଛି ୨୧ ଜନ୍ମ ପାଇଁ ଅବିନାଶୀ ରୋଜଗାର । ତୁମ ହାତରେ ସ୍ୱର୍ଗ ରହିଛି । ବାବା ପିଲାମାନଙ୍କ ପାଇଁ ସ୍ୱର୍ଗର ଉପହାର ଆଣିଛନ୍ତି । ଏପରି କଥା ଅନ୍ୟ କୌଣସି ମନୁଷ୍ୟ କହିପାରିବେ ନାହିଁ । ବାବା ହିଁ କହୁଛନ୍ତି, ବ୍ରହ୍ମାଙ୍କ ଆତ୍ମା ମଧ୍ୟ ଶୁଣୁଛି । ତେଣୁ ପିଲାମାନଙ୍କୁ ସକାଳୁ ସକାଳୁ ଉଠି ଏପରି ବିଚାର କରିବା ଦରକାର । ଭକ୍ତମାନେ ମଧ୍ୟ ସକାଳୁ ଗୁପ୍ତରେ ମାଳା ଗଡାଇଥା’ନ୍ତି । ତାକୁ ଗଉମୁଖ କୁହାଯାଏ । ମୁଣା ଭିତରେ ହାତ ଗଳାଇ ମାଳା ଗଡାଇଥା’ନ୍ତି । ରାମ-ରାମ... ଯେପରିକି ବାଜା ବାଜୁଥାଏ । ବାସ୍ତବରେ ବାବାଙ୍କୁ ୟାଦ କରିବା ହିଁ ଗୁପ୍ତ ଅଟେ । ଏହାକୁ ଅଜପାଜପ କୁହାଯାଏ । ମନରେ ଖୁସି ରହୁଛି, କେତେ ଆଶ୍ଚର୍ଯ୍ୟଜନକ ଡ୍ରାମା ଅଟେ । ଏହା ବେହଦର ନାଟକ ଅଟେ, ଯାହା ତୁମ ବ୍ୟତୀତ ଆଉ କାହାରି ବୁଦ୍ଧିରେ ନାହିଁ । ତୁମମାନଙ୍କ ମଧ୍ୟରେ ବି ପୁରୁଷାର୍ଥର କ୍ରମଅନୁସାରେ ରହୁଛି । ଏହା ବହୁତ ସହଜ ଅଟେ । ଆମକୁ ତ ଏବେ ଭଗବାନ ପଢାଉଛନ୍ତି । ବାସ୍ ତାଙ୍କୁ ହିଁ ୟାଦ କରିବାକୁ ହେବ । ବର୍ସା ମଧ୍ୟ ତାଙ୍କଠାରୁ ମିଳୁଛି । ଏହି ବାବା ତ ନିମିଷକରେ ସବୁ କିଛି ଛାଡ଼ି ଦେଲେ କାହିଁକି ନା ତାଙ୍କ ମଧ୍ୟରେ ଶିବବାବାଙ୍କର ପ୍ରବେଶତା ହୋଇଥିଲା ନା । ସବୁକିଛି ଏହି ମାତାମାନଙ୍କୁ ଅର୍ପଣ କରିଦେଲେ । ବାବା କହିଲେ ଏତେ ବଡ଼ ସ୍ଥାପନା କାର୍ଯ୍ୟ କରିବାକୁ ହେବ, ତେଣୁ ସବୁ ଏହି ସେବାରେ ଲଗାଇ ଦିଅ । ଗୋଟିଏ ପଇସା ମଧ୍ୟ କାହାକୁ ଦିଅ ନାହିଁ । ଏଭଳି ନଷ୍ଟୋମୋହା ହେବା ଦରକାର, ବହୁତ ବଡ଼ ଲକ୍ଷ୍ୟ ଅଟେ । ମୀରା ଲୋକଲାଜ ଓ ବିକାରୀ କୂଳର ମର୍ଯ୍ୟାଦାକୁ ଛାଡ଼ିଥିବାରୁ ତାଙ୍କର କେତେ ନାମ ରହିଛି । ଏହି କନ୍ୟାମାନେ ମଧ୍ୟ କହୁଛନ୍ତି ଆମେ ବିବାହ କରିବୁ ନାହିଁ । ଲକ୍ଷପତି ହୁଅନ୍ତୁ ବା ଯେ କେହି ବି ହୁଅନ୍ତୁ, ଆମେ ତ ବେହଦ ବାବାଙ୍କଠାରୁ ସମ୍ପତ୍ତି ନେବା, ତେବେ ଏପରି ନିଶା ଚଢିବା ଉଚିତ୍ । ପିଲାମାନଙ୍କୁ ବେହଦର ବାବା ବସି ସଜାଉଛନ୍ତି । ଏଥିରେ ପଇସା ଆଦିର ଦରକାର ବି ନାହିଁ । ଯେପରି ବିବାହ ଦିନ କନ୍ୟାକୁ ସାଧାରଣ ବେଶରେ ରଖିଥା’ନ୍ତି, ପୁରୁଣା ଚିରା ଲୁଗା ଆଦି ପନ୍ଧାଇଥା’ନ୍ତି (ଅର୍ଥାତ୍ ବର୍ତ୍ତମାନ ତୁମେମାନେ ସାଧାରଣ ଜୀବନଯାପନ କରି ନିଜକୁ ଜ୍ଞାନ ଗୁଣରେ ସଜାଉଛ ପୁଣି ସତ୍ୟଯୁଗରେ ହୀରାଲୀଳାର ଅଳଙ୍କାରରେ ତୁମର ଶୃଙ୍ଗାର ହେବ) । ପୁଣି ବିବାହ ପରେ ନୂଆ ବସ୍ତ୍ର, ଅଳଙ୍କାର ଆଦି ପିନ୍ଧାଇଥା’ନ୍ତି । ଏହି ବାବା କହୁଛନ୍ତି ମୁଁ ତୁମକୁ ଜ୍ଞାନ ରତ୍ନ ଦ୍ୱାରା ସୁସଜ୍ଜିତ କରୁଛି, ପୁଣି ତୁମେ ଏହି ଲକ୍ଷ୍ମୀ-ନାରାୟଣ ହେବ, ଏପରି ଆଉ କେହି କହିପାରିବେ ନାହିଁ ।

ବାବା ହିଁ ଆସି ପବିତ୍ର ପ୍ରବୃତ୍ତି ମାର୍ଗର ସ୍ଥାପନା କରୁଛନ୍ତି ସେଥିପାଇଁ ବିଷ୍ଣୁ୍‌ଙ୍କୁ ମଧ୍ୟ ୪ ଭୂଜା ଦର୍ଶାଇଛନ୍ତି । ଶଙ୍କରଙ୍କ ସାଥିରେ ପାର୍ବତୀ, ବ୍ରହ୍ମାଙ୍କ ସାଥିରେ ସରସ୍ୱତୀଙ୍କୁ ଦେଖାଇଛନ୍ତି । ତେବେ ବ୍ରହ୍ମାଙ୍କର କୌଣସି ସ୍ତ୍ରୀ ତ ନାହାଁନ୍ତି । ଇଏ ତ ବାବାଙ୍କର ହୋଇ ଗଲେ, କିପରି ବିଚିତ୍ର କଥା । ଇଏ ତ ମାତା-ପିତା ଅଟନ୍ତି ନା । ଇଏ ତ ପ୍ରଜାପିତା ମଧ୍ୟ ଅଟନ୍ତି, ପୁଣି ଏହାଙ୍କ ଦ୍ୱାରା ବାବା ରଚନା କରୁଥିବାରୁ ଇଏ ମା’ ମଧ୍ୟ ଅଟନ୍ତି । ଗାୟନ ରହିଛି ସରସ୍ୱତୀ ହେଉଛନ୍ତି ବ୍ରହ୍ମାଙ୍କର କନ୍ୟା, ଏ ସବୁ କଥା ବାବା ବସି ବୁଝାଉଛନ୍ତି । ଯେପରି ବାବା ସକାଳୁ ଉଠି ବିଚାର ସାଗର ମନ୍ଥନ କରିଥା’ନ୍ତି, ପିଲାମାନଙ୍କୁ ମଧ୍ୟ ବାବାଙ୍କୁ ସେହିପରି ଅନୁସରଣ କରିବା ଉଚିତ୍ । ତୁମେ ସନ୍ତାନମାନେ ଜାଣିଛ କି ଏହା ହାର-ଜିତ୍‌ର ଆଶ୍ଚର୍ଯ୍ୟଜନକ ଖେଳ ରଚନା କରାଯାଇଛି, ଏହାକୁ ଦେଖି ଖୁସି ଲାଗୁଛି, ଘୃଣା ଆସୁନାହିଁ । ଏ କଥା ଆମେ ଜାଣୁଛୁ ଯେ ଆମେ ସମ୍ପୂର୍ଣ୍ଣ ଡ଼୍ରାମାର ଆଦି-ମଧ୍ୟ-ଅନ୍ତକୁ ବୁଝିଗଲୁଣି, ସେଥିପାଇଁ ଘୃଣାର କୌଣସି କଥା ହିଁ ନାହିଁ । ତୁମ ସନ୍ତାନମାନଙ୍କୁ ମେହନତ ମଧ୍ୟ କରିବାକୁ ପଡ଼ିବ । ଗୃହସ୍ଥ ବ୍ୟବହାରରେ ରହି, ପବିତ୍ର ହେବାର ପ୍ରତିଜ୍ଞାକୁ ପାଳନ କରିବାକୁ ପଡ଼ିବ । ଆମେ ଉଭୟେ ଏକତ୍ର ରହି ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହେବୁ । ପୁଣି କେହି-କେହି ତ ଫେଲ୍ ମଧ୍ୟ ହୋଇଯାଉଛନ୍ତି । ବାବାଙ୍କ ହାତରେ କୌଣସି ଶାସ୍ତ୍ର ଆଦି ନାହିଁ । ଏ କଥା ତ ଶିବବାବା କହୁଛନ୍ତି ଯେ ମୁଁ ବ୍ରହ୍ମାଙ୍କ ଦ୍ୱାରା ତୁମକୁ ସବୁ ବେଦ-ଶାସ୍ତ୍ରର ସାର ଶୁଣାଉଛି, କୃଷ୍ଣ ନୁହଁନ୍ତି । କେତେ ଫରକ ରହିଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ପାଠପଢା ଉପରେ ପୂରା ଧ୍ୟାନ ଦେବାକୁ ହେବ । ଏପରି କୌଣସି କର୍ମ ନ ହେଉ ଯାହା ଦ୍ୱାରା ପିତା, ଶିକ୍ଷକ ଏବଂ ସତଗୁରୁ୍‌ଙ୍କର ନିନ୍ଦା ହେବ । ଇଜ୍ଜତ୍ ହରାଇବା ଭଳି କୌଣସି କର୍ମ କରିବା ଅନୁଚିତ୍ ।

(୨) ବିଚାର ସାଗର ମନ୍ଥନ କରିବାର ଅଭ୍ୟାସ କରିବାକୁ ହେବ । ବାବାଙ୍କଠାରୁ ଯେଉଁ ଜ୍ଞାନ ମିଳିଛି ତାକୁ ସ୍ମରଣ କରି ଅପାର ଖୁସୀରେ ରହିବାକୁ ହେବ । କାହାକୁ ବି ଘୃଣା କରିବା ଅନୁଚିତ୍ ।

ବରଦାନ:-
ସମ୍ପୂର୍ଣ୍ଣତାର ଆଲୋକ ଦ୍ୱାରା ଅଜ୍ଞାନର ପରଦାକୁ ହଟାଉଥିବା ସର୍ଚ୍ଚ ଲାଇଟ୍ ହୁଅ ।

ବର୍ତ୍ତମାନ ପ୍ରତ୍ୟକ୍ଷତାର ସମୟ ପାଖାପାଖି ହେବାରେ ଲାଗିଛି ସେଥିପାଇଁ ଅନ୍ତର୍ମୁଖୀ ହୋଇ ଗୁହ୍ୟ ଅର୍ଥାତ୍ ଗହନ ଅନୁଭୂତିର ରତ୍ନଗୁଡିକରେ ନିଜକୁ ଭରପୁର କର । ଏଭଳି ସର୍ଚ୍ଚଲାଇଟ୍ ଅର୍ଥାତ୍ ଶକ୍ତିଶାଳୀ ଆଲୋକ ହୁଅ ଯାହାକି ତୁମମାନଙ୍କର ସମ୍ପୂର୍ଣ୍ଣତାର ଆଲୋକ ଦ୍ୱାରା ଅଜ୍ଞାନତାର ପରଦା ହଟିଯିବ, କାହିଁକି ନା ତୁମେ ସବୁ ଧରିତ୍ରୀର ତାରକାମାନେ ଏହି ବିଶ୍ୱକୁ ହଲଚଲ୍‌ରୁ ରକ୍ଷା କରି ସ୍ୱର୍ଣ୍ଣିମ ସଂସାର ବା ସୁଖୀ ସଂସାର ନିର୍ମାଣ କରିବାବାଲା ଅଟ । ତୁମେ ପୁରୁଷୋତ୍ତମ ଆତ୍ମାମାନେ ବିଶ୍ୱକୁ ସୁଖ ଶାନ୍ତିର ଶ୍ୱାସ ପ୍ରାପ୍ତ କରାଇବାର ନିମିତ୍ତ ଅଟ ।

ସ୍ଲୋଗାନ:-
ମାୟା ଏବଂ ପ୍ରକୃତିର ଆକର୍ଷଣଠାରୁ ଯଦି ଦୂରେଇ ରହିବ ତେବେ ସର୍ବଦା ହର୍ଷିତ ରହିବ ।

ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର

(୨୧) ଯଦି ସଂକଳ୍ପ ଦ୍ୱାରା ସର୍ବଦା ଶୁଭଭାବନା ବା ଶୁଭ ଆଶୀର୍ବାଦ ଦେବାର ସ୍ୱାଭାବିକ ଅଭ୍ୟାସ ହୋଇଯିବ ତେବେ ତୁମର ମନ-ବୁଦ୍ଧି ସର୍ବଦା ସେହି କାର୍ଯ୍ୟରେ ହିଁ ବ୍ୟସ୍ତ ରହିବ ଏବଂ ମନ ଭିତରେ ଯେଉଁ ସବୁ ହଲ୍‌ଚଲ୍ ସୃଷ୍ଟି ହେଉଛି ସେଥିରୁ ଆପେ ଆପେ ଦୂରେଇଯିବ ନିଜର ପୁରୁଷାର୍ଥ କ୍ଷେତ୍ରରେ ଯେବେ ବି କେବେ କେବେ ନିରାଶ ହୋଇଯାଉଛ ତାହା ହେବ ନାହିଁ, ଯାଦୁମନ୍ତ୍ର ହୋଇଯିବ ।