21.01.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ଏକମାତ୍ର ବାବାଙ୍କ ସ୍ମୃତି ଦ୍ୱାରା ତୁମକୁ ସୁପ୍ରିମ ଅର୍ଥାତ୍ ପରମ ହେବାକୁ ପଡିବ ତେଣୁ ଭୁଲ୍
ଚୁକରେ ମଧ୍ୟ ଅନ୍ୟ କାହାକୁ ସ୍ମରଣ କରିବା ଉଚିତ୍ ନୁହେଁ ।”
ପ୍ରଶ୍ନ:-
ବାବାଙ୍କଠାରୁ
କେଉଁ ଆଶା ନ ରଖି, କୃପା ମାଗିବା ବଦଳରେ, ନିଜକୁ ମେହନତ କରିବାକୁ ହେବ?
ଉତ୍ତର:-
ଯଦି ପୁରୁଣା ଶରୀରର କୌଣସି ବି କର୍ମଭୋଗ ରହିଛି, ଦେବାଳିଆ ହୋଇଯାଇଛ କିମ୍ବା ବେମାର ହୋଇଯାଇଛ,
ତେବେ ବାବା କହିବେ ଏହା ତ ତୁମର ନିଜର ହିସାବ-କିତାବ, ଏଥିରେ ଆଶା ରଖ ନାହିଁ ଯେ ବାବା କିଛି କୃପା
କରିବେ । ନିଜେ ମେହେନତ କରି ଯୋଗବଳ ଦ୍ୱାରା କାର୍ଯ୍ୟ ହାସଲ କର । ଯୋଗ ଦ୍ୱାରା ହିଁ ଆୟୁଷ ବଢିବ
। କର୍ମଭୋଗ ଚୁକ୍ତ ହେବ । ବାବା ଯିଏକି ପ୍ରାଣଠାରୁ ମଧ୍ୟ ଅଧିକାର ପ୍ୟାରା ଅଟନ୍ତି, ତାଙ୍କ ସହିତ
ଯେତେ ସ୍ନେହ ରହିବ ସେତେ ସ୍ମୃତି ରହିବ ଏବଂ କଲ୍ୟାଣ ହୋଇଯିବ ।
ଓମ୍ ଶାନ୍ତି ।
ଅବିନାଶୀ ପିତା ଆସି ପିଲାମାନଙ୍କୁ ବୁଝାଉଛନ୍ତି - ମିଠା ସନ୍ତାନମାନେ ନିଜକୁ ଆତ୍ମା ନିଶ୍ଚୟ କରି
ମୋତେ ମନେ ପକାଅ ଏବଂ ନିଜ ଘରକୁ ମନେ ପକାଅ । ଏହାକୁ ହିଁ ସୁଖ ଏବଂ ଶାନ୍ତିର ସର୍ବୋଚ୍ଚ ଅବସ୍ଥା
କୁହାଯାଉଛି । ଟାୱାର ବହୁତ ଉଚ୍ଚ ହୋଇଥାଏ । ଏବେ ତୁମେମାନେ ସେଠାକୁ ଯିବା ପାଇଁ ପୁରୁଷାର୍ଥ
କରୁଛ । ସର୍ବୋଚ୍ଚ ସୁଖର ଅବସ୍ଥାକୁ ତୁମେମାନେ କିପରି ଯାଇପାରିବ ରହୁଥିବା ବାବା ହିଁ ଆସି
ବତାଉଛନ୍ତି, କହୁଛନ୍ତି, ପିଲାମାନେ ନିଜକୁ ଆତ୍ମା ନିଶ୍ଚୟ କର । ଆମେ ଆତ୍ମା ସେହି ଶାନ୍ତିଧାମର
ନିବାସୀ ଅଟୁ । ତାହା ହେଲା ଅବିନାଶୀ ପିତାଙ୍କର ଘର । ଚାଲିବା ବୁଲିବା ସମୟରେ ମଧ୍ୟ ତୁମମାନଙ୍କୁ
ଏହି ଅଭ୍ୟାସ କରିବାକୁ ହେବ । ନିଜକୁ ଆତ୍ମ ନିଶ୍ଚୟ କର ଓ ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଅ
। ବାବା ଜାଣିଛନ୍ତି ଏହି କଥାରେ ବହୁତ ମେହନତ ରହିଛି । ଯେଉଁମାନେ ଆତ୍ମା-ଅଭିମାନୀ ହୋଇ ରହୁଛନ୍ତି,
ସେମାନଙ୍କୁ ମହାବୀର କୁହାଯାଉଛି । ତେବେ ଯୋଗବଳ ଦ୍ୱାରା ହିଁ ତୁମେମାନେ ମହାବୀର ଏବଂ ସୁପ୍ରିମ
ହେଉଛ । ସୁପ୍ରିମ ଅର୍ଥାତ୍ ଶକ୍ତିବାନ୍ ।
ସନ୍ତାମାନଙ୍କୁ ଖୁସି ହେବା ଦରକାର ଯେ, ସ୍ୱର୍ଗର ମାଲିକ କରୁଥିବା ବାବା, ବିଶ୍ୱର ମାଲିକ କରୁଥିବା
ବାବା, ନିଜେ ଆମକୁ ପାଠ ପଢାଉଛନ୍ତି । ତେଣୁ ବୁଦ୍ଧି ବାବାଙ୍କ ଆଡକୁ ଚାଲିଯାଉଛି । ଏହା ହେଲା -
ଏକ ବାବାଙ୍କ ପ୍ରତି ଆତ୍ମାର ସ୍ନେହ । ସକାଳୁ ସକାଳୁ ଉଠି ବାବାଙ୍କ ସହିତ ମିଠା ମିଠା
କଥାବାର୍ତ୍ତା କର । ବାବା ଆପଣଙ୍କର ଆମ ପ୍ରତି ଏହା କେତେ ବଡ ଚମତ୍କାର, ଆମେ ସ୍ୱପ୍ନରେ ମଧ୍ୟ
ଭାବି ନ ଥିଲୁ କି ଆପଣ ଆମମାନଙ୍କୁ ସ୍ୱର୍ଗର ମାଲିକ କରିବେ । ବାବା ଆମେମାନେ ନିଶ୍ଚିତ ଭାବରେ
ଆପଣଙ୍କର ଶିକ୍ଷାକୁ ଗ୍ରହଣ କରିବୁ । କୌଣସି ବି ପାପ କର୍ମ କରିବୁ ନାହିଁ । ବାବା ଯେପରି
ପୁରୁଷାର୍ଥ କରୁଛନ୍ତି ତାହା ପିଲାମାନଙ୍କୁ ମଧ୍ୟ ଶୁଣାଉଛନ୍ତି । ଶିବବାବାଙ୍କର ଏତେ ସବୁ ସନ୍ତାନ
ଅଛନ୍ତି, ତେବେ ତାଙ୍କର ଚିନ୍ତା ତ ରହିବ ନା । ବାବାଙ୍କୁ ସନ୍ତାନମାନଙ୍କର କେତେ ଦାୟିତ୍ୱ ନେବାକୁ
ପଡୁଛି । ଏଠାରେ ତୁମେମାନେ ଈଶ୍ୱରୀୟ ପରିବାରରେ ବସିଛ । ବାବା ମଧ୍ୟ ତୁମମାନଙ୍କ ସମ୍ମୁଖରେ
ବସିଛନ୍ତି । ଆପଣଙ୍କ ସହିତ ଖାଇବି, ଆପଣଙ୍କ ସହିତ ବସିବି.... ତୁମେମାନେ ଜାଣିଛ ଶିବବାବା
ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି କହୁଛନ୍ତି - ମଧୁର ସନ୍ତାନମାନେ ମୋତେ ମନେ ପକାଅ । ନିଜର ଦେହ
ସହିତ ଦେହର ସବୁ ସମ୍ବନ୍ଧକୁ ଭୁଲିଯାଅ । ଏହା ତୁମର ଅନ୍ତିମ ଜନ୍ମ । ଏହି ପୁରୁଣା ଦୁନିଆ, ପୁରୁଣା
ଶରୀର ବିନାଶ ହେବାକୁ ଯାଉଛି । କଥାରେ ମଧ୍ୟ କୁହାଯାଏ - ନିଜେ ମରିଗଲେ ଦୁନିଆଁ ମରିଗଲା ।
ପୁରୁଷାର୍ଥ କରିବା ପାଇଁ ଏହି ସଂଗମଯୁଗର ଅଳ୍ପ ସମୟ ରହିଛି । ପିଲାମାନେ ବାବାଙ୍କୁ ପଚାରୁଛନ୍ତି
- ବାବା, ଏହି ପାଠପଢା ଆଉ କେତେ ଦିନ ପର୍ଯ୍ୟନ୍ତ ଚାଲିବ । ବାବା କହୁଛନ୍ତି, ଯେ ପର୍ଯ୍ୟନ୍ତ ଦୈବୀ
ରାଜଧାନୀର ସ୍ଥାପନା ନ ହୋଇଛି ସେ ପର୍ଯ୍ୟନ୍ତ ମୁଁ ଏହି ଜ୍ଞାନ ଶୁଣାଉଥିବି । ତା’ପରେ ତୁମେମାନେ
ନୂଆ ଦୁନିଆକୁ ଟ୍ରାନ୍ସଫର ହୋଇଯିବ । ଏହା ତ ପୁରୁଣା ଶରୀର ଅଟେ, ଯେଉଁଥିରେ କିଛି ନା କିଛି
ପୁରୁଣା କର୍ମଭୋଗ ଚୁକ୍ତ ହୋଇ ଚାଲିଛି । ଏଥିପାଇଁ ବାବା ସହଯୋଗ କରିବେ - ଏହିଭଳି ଆଶା ରଖିବା
ଉଚିତ୍ ନୁହେଁ । ଦେବାଳିଆ ହୋଇଗଲ, ବେମାର ହୋଇଗଲ - ବାବା କହିବେ ଏ ସବୁ ତୁମର କର୍ମର
ହିସାବ-କିତାବ । ବାକି ଏକଥା ନିଶ୍ଚିତ ଯେ, ଯୋଗବଳ ଦ୍ୱାରା ଆୟୁଷ ବୃଦ୍ଧି ହେବ । ସେଥିପାଇଁ ନିଜକୁ
ମେହନତ କରିବାକୁ ପଡିବ । କୃପା ମାଗିବା ଉଚିତ୍ ନୁହେଁ । ବାବାଙ୍କୁ ଯେତେ ମନେ ପକାଇବ ସେଥିରେ
ନିଜର ହିଁ କଲ୍ୟାଣ ହେବ । ତେଣୁ ଯେତେ ଦୂର ସମ୍ଭବ ଯୋଗବଳ ଦ୍ୱାରା କାମ ହାସଲ କର । ଗାୟନ ମଧ୍ୟ
ରହିଛି ଯେ, ମୋତେ ପଲକରେ ଲୁଚାଇ ରଖ । ପ୍ରିୟ ଜିନିଷକୁ ନୟନର ପିତୁଳା, ପ୍ରାଣପ୍ରିୟ ବୋଲି
କହିଥା’ନ୍ତି ନା । ଏଇ ବାପା ତ ବହୁତ ପ୍ରିୟ ଅଟନ୍ତି କିନ୍ତୁ ଗୁପ୍ତ । ସେଥିପାଇଁ ତାଙ୍କ ପ୍ରତି
ଏତେ ସ୍ନେହ ରହିବା ଉଚିତ୍, ଯାହାକି ନ କହିଲେ ଭଲ । ବାବାଙ୍କୁ ତ ତୁମମାନଙ୍କୁ ନୟନର ପଲକରେ
ଲୁଚାଇ ରଖିବା ଉଚିତ୍ । ପଲକ ଅର୍ଥାତ୍ ଏହି ଆଖିର ପଲକ ନୁହେଁ । ବାବାଙ୍କୁ ତ ବୁଦ୍ଧିରେ ମନେ
ରଖିବାକୁ ହେବ । ପରମପ୍ରିୟ ନିରାକାର ଶିବବାବା ଆମମାନଙ୍କୁ ପାଠ ପଢାଉଛନ୍ତି । ସିଏ ଜ୍ଞାନର ସାଗର,
ସୁଖର ସାଗର, ସ୍ନେହର ସାଗର ଅଟନ୍ତି । ତେଣୁ ଏଭଳି ପରମପ୍ରିୟ ବାବାଙ୍କ ସହିତ କେତେ ସ୍ନେହ ରହିବା
ଦରକାର । ବାବା ତୁମମାନଙ୍କର କେତେ ନିଷ୍କାମ ସେବା କରୁଛନ୍ତି । ଏହି ପତିତ ଶରୀରରେ ପ୍ରବେଶ କରି
ତୁମମାନଙ୍କୁ ହୀରା ସଦୃଶ କରୁଛନ୍ତି । କେତେ ମିଠା ବାବା ଅଟନ୍ତି । ତେଣୁ ତୁମେମାନଙ୍କୁ ମଧ୍ୟ
ଏହିଭଳି ମିଠା ହେବା ଉଚିତ୍ । କେତେ ନିରଂହକାର ହୋଇ ବାବା ତୁମ ସନ୍ତାନମାନଙ୍କର ସେବା କରୁଛନ୍ତି
। ତୁମମାନଙ୍କୁ ମଧ୍ୟ ସେତିକି ସେବା କରିବା ଉଚିତ୍ । ଶ୍ରୀମତ ଅନୁସାରେ ଚାଲିବା ଉଚିତ୍ । ଯଦି
କେଉଁଠି ବି ନିଜର ମତ ଚଲାଇବ, ତେବେ ନିଜର ଭାଗ୍ୟରେ ତାଲା ପଡିଯିବ । ତୁମେ ବ୍ରାହ୍ମଣମାନେ
ଈଶ୍ୱରୀୟ ସନ୍ତାନ ଅଟ । ବ୍ରହ୍ମାଙ୍କର ସନ୍ତାନ ହିସାବରେ ପରସ୍ପର ଭାଇ-ଭଉଣୀ ଅଟ । ଈଶ୍ୱରଙ୍କର
ନାତି ଏବଂ ନାତୁଣୀ ଅଟ । ତାଙ୍କଠାରୁ ଏବେ ବର୍ସା ନେଉଛ । ତେବେ ଯେଉଁମାନେ ଯେତେ ପୁରୁଷାର୍ଥ
କରିବେ ସେମାନେ ସେତେ ଉଚ୍ଚ ପଦ ପାଇବେ । ଏହି ମାର୍ଗରେ ସାକ୍ଷୀ ହୋଇ ରହିବାର ମଧ୍ୟ ବହୁତ ଅଭ୍ୟାସ
ଦରକାର । ବାବା କହୁଛନ୍ତି, ମିଠା ସନ୍ତାନମାନେ, ହେ ଆତ୍ମାମାନେ, ମୋତେ ମନେ ପକାଅ । ଭୁଲ୍ ଚୁକରେ
ମଧ୍ୟ ବାବାଙ୍କ ବିନା ଅନ୍ୟ କାହାକୁ ମନେ ପକାଇବା ଉଚିତ୍ ନୁହେଁ । ତୁମେମାନେ ପ୍ରତିଜ୍ଞା କରିଛ,
ବାବା ମୋର ତ ଏକମାତ୍ର ଆପଣ ହିଁ ନିଜର ଅଟନ୍ତି, ଆଉ କେହି ନୁହଁନ୍ତି । ମୁଁ ଆତ୍ମା ଆପଣଙ୍କର,
ମୋର ପିତା ପରମାତ୍ମା ଅଟନ୍ତି । ଆପଣଙ୍କଠାରୁ ହିଁ ସମ୍ପତ୍ତି ନେବାକୁ ହେବ । ଆପଣଙ୍କଠାରୁ ହିଁ
ରାଜଯୋଗର ଶିକ୍ଷା ନେଉଛୁ, ଯାହାଦ୍ୱାରା ଆମକୁ ସତ୍ୟଯୁଗର ରାଜ୍ୟଭାଗ୍ୟ ମିଳୁଛି ।
ମଧୁର ସନ୍ତାନମାନେ, ତୁମେ ଜାଣିଛ, ଏହି ଡ୍ରାମା ଅନାଦି ଅଟେ । ଏଠାରେ ହାରିବା ଏବଂ ବିଜୟୀ ହେବାର
ଖେଳ ଚାଲେ । ଏଠାରେ ଯାହାବି ହେଉଛି ଏକଦମ୍ ସଠିକ୍ ହେଉଛି । ଯେହେତୁ ଡ୍ରାମାର ରଚୟିତାଙ୍କୁ ଏହି
ଡ୍ରାମା ପସନ୍ଦ ତେଣୁ ରଚୟିତାଙ୍କର ସନ୍ତାନମାନଙ୍କୁ ମଧ୍ୟ ଏହି ଡ୍ରାମା ନିଶ୍ଚିତ ପସନ୍ଦ ହେଉଥିବ
। ଏହି ଡ୍ରାମାରେ ବାବା ଥରେ ମାତ୍ର ମନ ପ୍ରାଣ ଦେଇ ପିଲାମାନଙ୍କର ସେବା କରିବା ପାଇଁ ଆସୁଛନ୍ତି
। ବାବାଙ୍କୁ ତ ସବୁ ସନ୍ତାନ ବହୁତ ପ୍ରିୟ ଅଟନ୍ତି । ତୁମେମାନେ ଜାଣିଛ, ସତ୍ୟଯୁଗରେ ମଧ୍ୟ ସମସ୍ତେ
ପରସ୍ପରକୁ ବହୁତ ସ୍ନେହ କରିଥା’ନ୍ତି । ସେଠାରେ ପଶୁମାନଙ୍କ ଭିତରେ ମଧ୍ୟ ବହୁତ ସ୍ନେହ ରହିଥାଏ ।
ଏଭଳି କୌଣସି ପଶୁ ରହିବେ ନାହିଁ ଯାହାଙ୍କର ପରସ୍ପର ଭିତରେ ସ୍ନେହ ରହିବ ନାହିଁ । ତେଣୁ ତୁମ
ସନ୍ତାନମାନଙ୍କୁ ଏହିଠାରେ ହିଁ ମାଷ୍ଟର ସ୍ନେହର ସାଗର ହେବାକୁ ପଡିବ । ଯଦି ଏହିଠାରେ ସ୍ନେହର
ସାଗର ହେବ, ତେବେ ସେହି ସଂସ୍କାର ଅବିନାଶୀ ହୋଇଯିବ । ବାବା କହୁଛନ୍ତି, ଅବିକଳ କଳ୍ପ ପୂର୍ବ ଭଳି
ତୁମମାନଙ୍କୁ ପୁଣି ଥରେ ସ୍ନେହୀ କରିବା ପାଇଁ ମୁଁ ଏଠାକୁ ଆସିଛି । ବାବା ଯଦି କେବେ କୌଣସି
ସନ୍ତାନମାନଙ୍କୁ କ୍ରୋଧର ବଶ ହୋଇ କଥା କହୁଥିବାର ଶୁଣନ୍ତି ତେବେ ତାଙ୍କୁ ଶିକ୍ଷା ଦେବାକୁ ଯାଇ
କହନ୍ତି, ପିଲାମାନେ କ୍ରୋଧ କରିବା ଭଲ କଥା ନୁହେଁ । ଏହାଦ୍ୱାରା ତୁମେ ନିଜେ ମଧ୍ୟ ଦୁଃଖୀ ହେବ
ଏବଂ ଅନ୍ୟକୁ ମଧ୍ୟ ଦୁଃଖୀ କରିବ । ବାବା ତ ସଦାକାଳର ସୁଖଦାତା ଅଟନ୍ତି । ତେଣୁ ପିଲାମାନଙ୍କୁ
ମଧ୍ୟ ବାବାଙ୍କ ସମାନ ହେବାକୁ ପଡିବ । କେବେ ବି ଜଣେ ଅନ୍ୟ ଜଣଙ୍କୁ ଦୁଃଖ ଦେବା ଉଚିତ୍ ନୁହେଁ ।
ତୁମେମାନେ ଜାଣିଛ ଶିବବାବା ହେଲେ ସୁବହ କା ସାଇଁ.... ଅର୍ଥାତ୍ ସଂଗମ ସମୟରେ ଆସି କଳିଯୁଗୀ
ରାତିକୁ ସତ୍ୟଯୁଗ ଦିନ ଅଥବା ସକାଳ କରିଥା’ନ୍ତି । ସାରା ବିଶ୍ୱର ପିତାଙ୍କୁ ସାଇଁ ବୋଲି କୁହାଯାଏ
। ସେହି ଜଣେ ହିଁ ସାଇଁବାବା ଅର୍ଥାତ୍ ଭୋଳାନାଥ ଶିବବାବା ଅଟନ୍ତି । ତାଙ୍କର ନାମ ହିଁ ହେଲା
ଭୋଳାନାଥ, ଯିଏକି ସରଳ, ନିଷ୍କପଟ ମାତାମାନଙ୍କର ମଥାରେ ଜ୍ଞାନର କଳସ ରଖିଥା’ନ୍ତି । ସେହିମାନଙ୍କୁ
ହିଁ ବିଶ୍ୱର ମାଲିକ କରୁଛନ୍ତି । ସେଥିପାଇଁ ବାବା କେତେ ସହଜ ଉପାୟ ବତାଉଛନ୍ତି । କେତେ ସ୍ନେହର
ସହିତ ତୁମମାନଙ୍କର ଜ୍ଞାନ ଦ୍ୱାରା ପାଳନା କରୁଛୁ । କହୁଛନ୍ତି, ଆତ୍ମାକୁ ପବିତ୍ର କରିବା ପାଇଁ
ଯୋଗର ଯାତ୍ରାରେ ରହିବାକୁ ହେବ । ଯୋଗର ସ୍ନାନ କରିବାକୁ ହେବ । ଜ୍ଞାନକୁ ପାଠପଢା କୁହାଯାଉଛି ।
ଯୋଗ ସ୍ନାନ ଦ୍ୱାରା ପାପ ଭସ୍ମ ହୋଇଥାଏ । ନିଜକୁ ଆତ୍ମ ନିଶ୍ଚୟ କରିବାର ଅଭ୍ୟାସ କରୁଥାଅ, ତେବେ
ଏହି ଦେହର ଅହଂକାର ବିଲ୍କୁଲ୍ ସମାପ୍ତ ହୋଇଯିବ । ଯୋଗବଳ ଦ୍ୱାରା ହିଁ ଆତ୍ମାକୁ ପବିତ୍ର
ସତ୍ତ୍ୱପ୍ରଧାନ ହୋଇ ବାବାଙ୍କ ପାଖକୁ ଯିବାକୁ ହେବ । କିନ୍ତୁ କେହି କେହି ଏ କଥାକୁ ମଧ୍ୟ ଭଲ
ଭାବରେ ବୁଝୁନାହାଁନ୍ତି । ନିଜର ପ୍ରକୃତ ଚାର୍ଟ ବାବାଙ୍କୁ ଜଣାଉ ନାହାଁନ୍ତି । ଅଧାକଳ୍ପ ହେବ ଏହି
ମିଥ୍ୟା ଦୁନିଆରେ ରହି ରହି ମିଥ୍ୟା ଯେପରି ମନ ଭିତରେ ଘର କରି ନେଇଛି । ସତ୍ୟତା ସହିତ ନିଜର
ପ୍ରକୃତ ଚାର୍ଟ ଲେଖି ବାବାଙ୍କୁ ଜଣାଇବା ଦରକାର । ଚେକ୍ କରିବା ଦରକାର ଯେ, ମୁଁ ୪୫ ମିନିଟ୍
ବାବାଙ୍କ ସ୍ମୃତିରେ ବସିଲି, ସେହି ସମୟ ଭିତରେ କେତେ ସମୟ ନିଜକୁ ଆତ୍ମିକ ସ୍ଥିତିରେ ସ୍ଥିତ କରି
ବାବାଙ୍କୁ ମନେ ପକାଇଲି! କାହା କାହାକୁ ସତ୍ୟ କହିବା ପାଇଁ ଲଜ୍ଜ୍ୟା ଆସୁଛି । ଏ କଥା ତ ତୁରନ୍ତ
ଶୁଣାଇଥା’ନ୍ତି ଯେ, ମୁଁ ଏତେ ସେବା କରିଲି, ଏତେ ଜଣଙ୍କୁ ଜ୍ଞାନ ଶୁଣାଇଲି କିନ୍ତୁ ଯୋଗର ଚାର୍ଟ
କେମିତି ରହିଲା, ସେ କଥା ସତ୍ୟ ଶୁଣାଉ ନାହାଁନ୍ତି । ଯୋଗଯୁକ୍ତ ହୋଇ ନ ରହିବା କାରଣରୁ କାହାକୁ
ତୁମର ତୀର ଲାଗୁନାହିଁ । ଜ୍ଞାନ ରୂପକ ଖଣ୍ଡାରେ ଧାର ଆସୁନାହିଁ । କେହି କେହି କହୁଛନ୍ତି ମୁଁ ତ
ନିରନ୍ତର ଯୋଗଯୁକ୍ତ ହୋଇ ରହୁଛି । କିନ୍ତୁ ବାବା କହୁଛନ୍ତି ସେହି ଅବସ୍ଥା ଏବେ ଆସିନାହିଁ ।
ନିରନ୍ତର ଯୋଗଯୁକ୍ତ ହୋଇ ରହିଲେ କର୍ମାତୀତ ଅବସ୍ଥା ହୋଇଯିବ । ଜ୍ଞାନର ପରାକାଷ୍ଠା ଦେଖାଦେବ
କିନ୍ତୁ ଏଥିପାଇଁ ବହୁତ ମେହନତ କରିବାକୁ ହେବ । ସାରା ବିଶ୍ୱର ମାଲିକ କ’ଣ ଏମିତି ହୋଇଯିବ କି!
ସେଥିପାଇଁ ଏକ ବାବାଙ୍କ ବ୍ୟତୀତ ଅନ୍ୟ କାହାର ସ୍ମୃତି ଯେପରି ନ ରହୁ । ନିଜର ଦେହର ସ୍ମୃତି ମଧ୍ୟ
ନ ରହୁ । ଶେଷ ସମୟରେ ତୁମମାନଙ୍କର ଏହି ଅବସ୍ଥା ହେବ । ଏହି ଯୋଗର ଯାତ୍ରା ଦ୍ୱାରା ହିଁ ତୁମର
ରୋଜଗାର ଜମା ହେବ । ଯଦି ଶରୀର ଛାଡିଦେଲ ତେବେ ତ ରୋଜଗାର ଜମା କରିପାରିବ ନାହିଁ । ଯଦିଓ ଆତ୍ମା
ସଂସ୍କାର ନେଇଯିବ କିନ୍ତୁ ଶିକ୍ଷକ ତ ନିଶ୍ଚିତ ଦରକାର ନା ଯିଏକି ସବୁକିଛି ମନେପକାଇଦେବେ । ଏବେ
ବାବା ତୁମମାନଙ୍କୁ ବାରମ୍ବାର ମନେ ପକାଇ ଦେଉଛନ୍ତି । ଏଭଳି ବହୁତ ସନ୍ତାନ ଅଛନ୍ତି ଯେଉଁମାନେ ଘର
ଗୃହସ୍ଥରେ ରହି, ଚାକିରୀ ଆଦି କରି ମଧ୍ୟ ଭବିଷ୍ୟତରେ ଉଚ୍ଚ ପଦ ପାଇବା ପାଇଁ ନିଜର ଅବିନାଶୀ
ରୋଜଗାର ଜମା କରିଚାଲିଛନ୍ତି । ନିଜର ସ୍ଥୁଳ ଧନକୁ କିପରି ସଫଳ କରିବୁ ସେଥିପାଇଁ ବାବାଙ୍କଠାରୁ
ରାୟ ନେଉଛନ୍ତି । ବାବା କହୁଛନ୍ତି ସେଣ୍ଟର ଖୋଲ ଯାହା ଦ୍ୱାରା ଅନେକଙ୍କର କଲ୍ୟାଣ ହେବ । ଯେପରି
ମନୁଷ୍ୟମାନେ ଦାନ ପୁଣ୍ୟ କରିଥା’ନ୍ତି, ଯାହାର ଫଳ ତାଙ୍କୁ ପରବର୍ତ୍ତୀ ଜନ୍ମରେ ମିଳିଥାଏ ।
ସେହିପରି ତୁମମାନଙ୍କୁ ମଧ୍ୟ ଭବିଷ୍ୟତ ୨୧ ଜନ୍ମ ପାଇଁ ରାଜ୍ୟଭାଗ୍ୟ ମିଳୁଛି । ତୁମର ଏହା ହେଲା
ପ୍ରଥମ ନମ୍ବରର ବ୍ୟାଙ୍କ, ଯେଉଁଠି ଚାରିଅଣା ରଖିଲେ ଭବିଷ୍ୟତରେ ହଜାରେ ଟଙ୍କା ହୋଇଯିବ । ପଥର
ମଧ୍ୟ ସୁନା ହୋଇଯିବ । ତୁମର ପ୍ରତ୍ୟେକ ଜିନିଷ ସେଠାରେ ପାରସ ହୋଇଯିବ । ବାବା କହୁଛନ୍ତି, ମଧୁର
ସନ୍ତାନମାନେ ଯଦି ଉଚ୍ଚପଦ ପାଇବାକୁ ଚାହୁଁଛ, ତେବେ ମାତାପିତାଙ୍କୁ ପୁରା ପୁରା ଅନୁକରଣ କର ଏବଂ
ନିଜର କର୍ମେନ୍ଦ୍ରିୟଗୁଡିକୁ ନିୟନ୍ତ୍ରଣରେ ରଖ । ଯଦି କର୍ମେନ୍ଦ୍ରିୟକୁ ବଶୀଭୂତ କରିପାରୁ ନାହୁଁ
ଚଳଣିକୁ ଠିକ୍ କରିପାରୁ ନାହୁଁ ତେବେ ଉଚ୍ଚ ପଦରୁ ବଞ୍ଚିତ ହୋଇଯିବ । ସେଥିପାଇଁ ନିଜର ଚଳଣିକୁ
ପ୍ରଥମେ ସୁଧାରିବାକୁ ହେବ । ଅଧିକ ଆଶା ବା ଆକାଂକ୍ଷା ରଖିବା ଉଚିତ୍ ନୁହେଁ ।
ବାବା ତୁମମାନଙ୍କୁ କେତେ ଜ୍ଞାନରେ ସୁସଜ୍ଜିତ କରି ସତ୍ୟଯୁଗର ମହାରାଜା ମହାରାଣୀ କରୁଛନ୍ତି ।
ଏଥିରେ ସହନଶୀଳତାର ଗୁଣ ବହୁତ ଆବଶ୍ୟକ । ନିଜର ଦେହ ପ୍ରତି ଏତେ ଅଧିକ ମୋହ ରଖିବା ଉଚିତ୍ ନୁହେଁ
। ସେଥିପାଇଁ ଯୋଗବଳ ଦ୍ୱାରା କାମ ହାସଲ କରିବାକୁ ହେବ । ବାବାଙ୍କୁ କେତେ ବି କାଶ ଆଦି ହେଉଛି
ତଥାପି ମଧ୍ୟ ସବୁବେଳେ ସେ ସେବାରେ ତତ୍ପର ରହୁଛନ୍ତି । ଜ୍ଞାନ ଏବଂ ଯୋଗ ଦ୍ୱାରା ତୁମମାନଙ୍କୁ
ସୁସଜ୍ଜିତ କରି ସତ୍ୟଯୁଗକୁ ଯିବା ପାଇଁ ଯୋଗ୍ୟ କରୁଛନ୍ତି । ତୁମେମାନେ ଏବେ ଈଶ୍ୱରୀୟ କୋଳରେ,
ମାତାପିତାଙ୍କ କୋଳରେ ବସିଛ । ବାବା ତୁମମାନଙ୍କୁ ବ୍ରହ୍ମାଙ୍କ ମୁଖ କମଳ ଦ୍ୱାରା ଜନ୍ମ ଦେଉଛନ୍ତି,
ତେଣୁ ସିଏ ଆମର ମାଆ ହୋଇଗଲେ । ପରନ୍ତୁ ତୁମର ବୁଦ୍ଧି ପୁଣି ବି ଶିବବାବାଙ୍କ ଆଡକୁ ଯାଇଥାଏ ।
ତୁମେ ମାତା ପିତା ଆମେ ଆପଣଙ୍କର ବାଳକ .... । ତୁମମାନଙ୍କୁ ସର୍ବଗୁଣ ସମ୍ପନ୍ନ ଏହିଠାରେ ହିଁ
ହେବାକୁ ପଡିବ । ସେଥିପାଇଁ ମାୟାଠାରୁ ବାରମ୍ବାର ହାରିଯିବା ଉଚିତ୍ ନୁହେଁ । ବାବା ବୁଝାଉଛନ୍ତି
ମିଠା ମିଠା ସନ୍ତାନମାନେ ନିଜକୁ ଆତ୍ମା ମନେ କର । ନିଜକୁ ଏହିଭଳି ବୁଝାଇବାର ଅଭ୍ୟାସ କଲେ ବହୁତ
ମିଠା ଲାଗିବ । ଆମେ କ’ଣ ଥିଲୁ, ବର୍ତ୍ତମାନ କ’ଣ ହେବାକୁ ଯାଉଛୁ ।
ଏହି ଡ୍ରାମା ବହୁତ ଆଶ୍ଚର୍ଯ୍ୟଜନକ ଭାବେ ପ୍ରସ୍ତୁତ ହୋଇଛି ଯାହାକି ଏବେ ତୁମେ ଜାଣୁଛ । ଯଦି
ଏତିକି ମନେ ଅଛି ଯେ, ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ ତେବେ ବି ନିଶ୍ଚୟ ହୋଇଯାଉଛି କି ଆମକୁ
ସତ୍ୟଯୁଗକୁ ଯିବାର ଅଛି, ବର୍ତ୍ତମାନ ସଂଗମଯୁଗରେ ଅଛୁ । ପୁଣି ଯିବାକୁ ହେବ ନିଜର ଘରକୁ, ତେଣୁ
ପବିତ୍ର ତ ନିଶ୍ଚିତ ହେବାକୁ ପଡିବ । ମନ ଭିତରେ ବହୁତ ଖୁସି ରହିବା ଦରକାର । ଓହୋ! ବେହଦର ପିତା
କହୁଛନ୍ତି ମିଠା ମିଠା ପିଲାମାନେ ବାବାଙ୍କୁ ମନେ ପକାଇଲେ ତୁମେ ସତ୍ତ୍ୱପ୍ରଧାନ ହୋଇଯିବ ।
ବିଶ୍ୱର ମାଲିକ ହୋଇଯିବ । ବାବା ପିଲାମାନଙ୍କୁ ବହୁତ ସ୍ନେହ କରୁଛନ୍ତି । ଏପରି ନୁହେଁ ଯେ କେବଳ
ଶିକ୍ଷକ ରୂପେ ପାଠ ପଢାଇ ଘରକୁ ଚାଲିଯିବେ । ଇଏ ତ ପିତା ବି ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି ।
ତୁମମାନଙ୍କୁ ପଢାଉଛନ୍ତି ମଧ୍ୟ । ୟାଦର ଯାତ୍ରା ବି ଶିଖାଉଛନ୍ତି ।
ଏପରି ବିଶ୍ୱର ମାଲିକ କରାଇଲାବାଲା, ପତିତରୁ ପବିତ୍ର କରାଇଲାବାଲା ବାବାଙ୍କ ସହିତ ବହୁତ ସ୍ନେହ
ରହିବା ଦରକାର । ସକାଳୁ-ସକାଳୁ ଉଠିବା ସଙ୍ଗେ ସଙ୍ଗେ ପୂର୍ବରୁ ପ୍ରଥମେ ଶିବବାବାଙ୍କୁ ଗୁଡ୍
ମର୍ଣ୍ଣିଙ୍ଗ୍ କରିବା ଉଚିତ୍ । ଗୁଡ୍ ମର୍ଣ୍ଣିଙ୍ଗ୍ ଅର୍ଥାତ୍ ବାବାଙ୍କୁ ମନେ ପକାଇଲେ ବହୁତ
ଖୁସିବେ ରହିବ । ନିଜକୁ ପଚାରିବା ଦରକାର ସକାଳୁ ଉଠି ବେହଦର ପିତାଙ୍କୁ ମନେ ପକାଉଛି ।
ମନୁଷ୍ୟମାନେ ତ ସକାଳୁ ଭକ୍ତି କରୁଛନ୍ତି ନା! ଭକ୍ତି ବହୁତ ସ୍ନେହପୂର୍ବକ କରିଥାଆନ୍ତି । ପରନ୍ତୁ
ବାବା ଜାଣିଛନ୍ତି କେହି କେହି ପିଲା ହୃଦୟର ସହିତ ମନେ ପକାଉନାହାଁନ୍ତି । ସକାଳୁ ଉଠି ବାବାଙ୍କୁ
ଗୁଡ୍ ମର୍ଣ୍ଣିଙ୍ଗ୍ କରିଲେ, ଜ୍ଞାନର ଚିନ୍ତନ ମନ୍ଥନ କଲେ ଖୁସୀର ପାରା ଚଢିବ । ବାବାଙ୍କୁ ଗୁଡ୍ମର୍ଣ୍ଣିଙ୍ଗ୍
ନ କଲେ ପାପର ବୋଝ କିପରି କଟିବ! ମୁଖ୍ୟ ହେଉଛି ଯୋଗ । ସେଥିରେ ତୁମମାନଙ୍କର ଭବିଷ୍ୟତ ପାଇଁ ବହୁତ
ବଡ ରୋଜଗାର ହୋଇଥାଏ । କଳ୍ପ-କଳ୍ପାନ୍ତର ଏହି ରୋଜଗାର କାମରେ ଆସିବ ଧୈର୍ଯ୍ୟ, ଗମ୍ଭୀରତାର ସହିତ
ବାବାଙ୍କୁ ମନେ ପକାଇବାକୁ ହେବ । ମୋଟାମୋଟି ଭାବରେ ପିଲାମାନେ କହିଥାଆନ୍ତି ଆମେ ବାବାଙ୍କୁ ବହୁତ
ମନେ ପକାଉଛୁ ପରନ୍ତୁ ଆକ୍ୟୁରେଟ୍ (ସଠିକ୍) ରୂପେ ମନେପକାଇବାରେ ବହୁତ ମେହନତ ରହିଛି । ଯିଏ
ବାବାଙ୍କୁ ବହୁତ ମନେ ପକାଇଥାଆନ୍ତି ତାଙ୍କୁ କରେଣ୍ଟ (ଶକ୍ତି) ଅଧିକ ମିଳିଥାଏ କାରଣ ୟାଦରେ ୟାଦ
ମିଳିଥାଏ । ଜ୍ଞାନ ଏବଂ ଯୋଗ ଦୁଇଟି ଜିନିଷ ଅଟେ । ଯୋଗର ସବ୍ଜେକ୍ଟ ଅଲଗା । ବହୁତ କଡା ବିଷୟ ।
ଯୋଗ ଦ୍ୱାରା ହିଁ ଆତ୍ମା ସତ୍ତ୍ୱପ୍ରଧାନ ହୋଇଥାଏ । ଯୋଗ ବ୍ୟତୀତ ଆତ୍ମା ସତ୍ତ୍ୱପ୍ରଧାନ ହେବା,
ଅସମ୍ଭବ । ଅତି ସ୍ନେହରେ ବାବାଙ୍କୁ ମନେ ପକାଇଲେ ଅଟୋମେଟିକାଲୀ ଶକ୍ତି ମିଳିବ, ସୁସ୍ଥ ହୋଇଯିବେ
। ବାବାଙ୍କ ୟାଦରେ ଆୟୁ ମଧ୍ୟ ବଢିଥାଏ । ପିଲାମାନେ ବାବାଙ୍କୁ ମନେ ପକାଇଲେ, ବାବା ମଧ୍ୟ
ସର୍ଚ୍ଚଲାଇଟ୍ ଦେଇଥାଆନ୍ତି । ବାବା ପିଲାମାନଙ୍କୁ ବହୁତ ଶ୍ରେଷ୍ଠ ସମ୍ପତ୍ତି ଦେଇଥାଆନ୍ତି ।
ଆଚ୍ଛା!
ମିଠା ମିଠା ସିକିଲଧେ, ନୟନର ନୁର ପିଲାମାନଙ୍କୁ ମାତା-ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କୁ
ବହୁତ ଧୈର୍ଯ୍ୟ, ଗମ୍ଭୀରତା ଏବଂ ବୁଦ୍ଧିମାନ ହୋଇ ମନେ ପକାଇବାକୁ ହେବ । ୟାଦ ଆକ୍ୟୁରେଟ୍ (ସଠିକ୍)
ହେଲେ ବାବାଙ୍କ ଠାରୁ ଶକ୍ତି ମିଳିବ, ଆୟୁ ବଢିବ, ସୁସ୍ଥ ହୋଇଯିବ ।
(୨) ଉଚ୍ଚ ପଦ ପାଇବାକୁ
ହେଲେ ନିଜର ଚଳଣିକୁ ସୁଧାରିବାକୁ ହେବ, ଅଧିକ ଆଶା ରଖିବାର ନାହିଁ । କର୍ମେନ୍ଦ୍ରିୟ ଉପରେ ପୁରା
ନିୟନ୍ତ୍ରଣ ରଖିବାକୁ ହେବ, ମାତା-ପିତାଙ୍କୁ ପୁରା-ପୁରା ଅନୁକରଣ କରିବାକୁ ହେବ ।
ବରଦାନ:-
ଫଲୋ ଫାଦର ଏବଂ
ସି ଫାଦରର ମହାମନ୍ତ୍ର ଦ୍ୱାରା ନିଜର ସ୍ଥିତିକୁ ଏକରସ କରୁଥିବା ଶ୍ରେଷ୍ଠ ପୁରୁଷାର୍ଥୀ ଭବ ।
ସି ଫାଦର ଅର୍ଥାତ୍
ପିତାଙ୍କୁ ଦେଖ ଏବଂ ଫଲୋ ଫାଦର ଅର୍ଥାତ୍ ପିତାଙ୍କୁ ଅନୁକରଣ କର”- ଏହି ମନ୍ତ୍ରକୁ ସର୍ବଦା
ସମ୍ମୁଖରେ ରଖିବା ସହିତ ଉତ୍ଥାନର କାର୍ଯ୍ୟରେ ଆଗକୁ ବଢିଚାଲ ଏବଂ ଉଡିଚାଲ । କେବେ ବି କୌଣସି
ଆତ୍ମାକୁ ଦେଖ ନାହିଁ, କାହିଁକି ନା ଆତ୍ମାମାନେ ସମସ୍ତେ ପୁରୁଷାର୍ଥୀ ଅଟନ୍ତି, ପୁରୁଷାର୍ଥୀଙ୍କ
ଭିତରେ ଭଲ ମଧ୍ୟ ଅଛି ଏବଂ କିଛି ନା କିଛି କମୀ ମଧ୍ୟ ଅଛି, କେହି ବି ସମ୍ପନ୍ନ ନୁହଁନ୍ତି
ସେଥିପାଇଁ ଫଲୋ ଫାଦର ନା କି ବ୍ରଦର ସିଷ୍ଟର । ତେଣୁ ଯେପରି ବାବା ଏକରସ ଅଟନ୍ତି, ସେହିପରି
ତାଙ୍କୁ ଅନୁକରଣ କରିବାବାଲା ମଧ୍ୟ ସ୍ୱତଃ ଏକରସ ହୋଇଯିବେ ।
ସ୍ଲୋଗାନ:-
ପରଚିନ୍ତନର
ପ୍ରଭାବରେ ନ ଆସି ଶୁଭ ଚିନ୍ତନ କରୁଥିବା ଶୁଭଚିନ୍ତକମଣୀ ହୁଅ ।
ଅବ୍ୟକ୍ତ ଈଶାରା:- ଏହି
ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।
ଯେପରି ଅନ୍ୟ ସବୁ ସ୍ଥୁଳ
ବସ୍ତୁଗୁଡିକୁ ଯେବେ ଇଚ୍ଛା ତେବେ ଗ୍ରହଣ କର, ଯେବେ ଇଚ୍ଛା ଛାଡି ଦିଅ, ସେହିପରି ଦୈହିକ ଚେତନାକୁ
ଯେବେ ଇଚ୍ଛା ସେବେ ତ୍ୟାଗ କରି ଦେହୀ-ଅଭିମାନୀ ହୋଇଯାଅ - ଏହି ଅଭ୍ୟାସ ସେତିକି ସରଳ ହେଉ, ଯେତିକି
କୌଣସି ବସ୍ତୁ ଧରିବା ଏବଂ ଛାଡିବା ସହଜ ହୋଇଥାଏ । ରଚୟିତା ଯେବେ ଇଚ୍ଛା ସେବେ ରଚନାର ଆଧାର
ନେଉଥିବ ଏବଂ ଯେବେ ଇଚ୍ଛା ସେବେ ରଚନାର ଆଧାରକୁ ଛାଡି ପାରୁଥିବ । ଯେବେ ଇଚ୍ଛା ନିଆରା
ହୋଇପାରୁଥିବ ଏବଂ ଯେବେ ଇଚ୍ଛା ପ୍ରିୟ ମଧ୍ୟ ହୋଇପାରୁଥିବ ସେତିକି ବନ୍ଧନ ମୁକ୍ତ ହୁଅ ।