21.03.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମମାନଙ୍କୁ ନିଜର ଯୋଗବଳ ଦ୍ୱାରା ସାରା ସୃଷ୍ଟିକୁ ପବିତ୍ର କରିବାକୁ ପଡିବ, ତୁମେ ଯୋଗବଳ ଦ୍ୱାରା
ହିଁ ମାୟା ଉପରେ ବିଜୟ ପ୍ରାପ୍ତ କରି ବିଶ୍ୱ ବିଜୟୀ ହୋଇପାରିବ ।”
ପ୍ରଶ୍ନ:-
ବାବାଙ୍କର
ପାର୍ଟ ଅର୍ଥାତ୍ ଭୂମିକା କ’ଣ ? ସେହି ପାର୍ଟକୁ ତୁମେ ପିଲାମାନେ କେଉଁ ଆଧାରରେ ଜାଣିଲ?
ଉତ୍ତର:-
ବାବାଙ୍କର ପାର୍ଟ ହେଉଛି - ସମସ୍ତଙ୍କର ଦୁଃଖ ହରଣ କରି ସୁଖ ଦେବା ଏବଂ ରାବଣର ଜଞ୍ଜୀରରୁ ମୁକ୍ତ
କରିବା । ଯେତେବେଳେ ବାବା ଆସନ୍ତି, ସେତେବେଳେ ଭକ୍ତିର ରାତ୍ରି ପାହିଯାଏ । ବାବା ତୁମକୁ ନିଜର
ଏବଂ ନିଜର ସମ୍ପତ୍ତିର ପରିଚୟ ଦେଇଥା’ନ୍ତି । ତୁମେମାନେ କେବଳ ଏକମାତ୍ର ବାବାଙ୍କୁ ଜାଣିବା
ଦ୍ୱାରା ହିଁ ସବୁକିଛି ଜାଣି ଯାଉଛ ।
ଗୀତ:-
ତୁହ୍ମିଁ ହୋ
ମାତା ପିତା ତୁହ୍ମିଁ ହୋ.....
ଓମ୍ ଶାନ୍ତି ।
ପିଲାମାନେ ଓମ୍
ଶାନ୍ତିର ଅର୍ଥ ଭଲ ଭାବରେ ବୁଝିଛନ୍ତି । ବାବା ବୁଝାଇଛନ୍ତି ଆମେ ଆତ୍ମା, ଏହି ସୃଷ୍ଟି ଡ୍ରାମାରେ
ଆମର ମୁଖ୍ୟ ଅଭିନୟ ରହିଛି । କାହାର ଅଭିନୟ? ଆତ୍ମା ଶରୀର ଧାରଣ କରି ଅଭିନୟ କରିଥାଏ । ବାବା
ପିଲାମାନଙ୍କୁ ଏବେ ଆତ୍ମ-ଅଭିମାନୀ କରୁଛନ୍ତି । ଏତେ ସମୟ ଦେହ-ଅଭିମାନୀ ହୋଇ ରହିଥିଲ । ଏବେ
ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେପକାଇବାକୁ ହେବ । ଡ୍ରାମାର ନିୟମ ଅନୁସାରେ ଆମର ବାବା
ଆସିଛନ୍ତି ଏବଂ ଆସିଥା’ନ୍ତି ମଧ୍ୟ ରାତ୍ରି ସମୟରେ । କେବେ ଆସନ୍ତି - ତା’ର ତିଥି-ତାରିଖ କିଛି
ନାହିଁ । ତିଥି ତାରିଖ - ତାଙ୍କର ଥାଏ ଯିଏ ଲୌକିକ ଜନ୍ମ ନେଇଥା’ନ୍ତି । ଇଏ ତ ହେଲେ ପାରଲୌକିକ
ପିତା । ୟା’ଙ୍କର ଲୌକିକ ଜନ୍ମ ନାହିଁ । ଶ୍ରୀକୃଷ୍ଣଙ୍କର ଜନ୍ମର ତିଥି, ତାରିଖ, ସମୟ ଇତ୍ୟାଦି
ସବୁ ଅଛି । ବାବାଙ୍କର ତ ଦିବ୍ୟ ଜନ୍ମ କୁହାଯାଏ । ବାବା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି
କହୁଛନ୍ତି ଏହା ହେଉଛି ବେହଦର ଡ୍ରାମା । ସେଥିରେ ଅଧାକଳ୍ପ ହେଲା ରାତି, ଅର୍ଥାତ୍ ଯେତେବେଳେ ଘୋର
ଅନ୍ଧକାର ହୋଇଥାଏ ସେତେବେଳେ ମୁଁ ଆସିଥାଏ । ସେଥିରେ ତିଥି-ତାରିଖ କିଛି ନାହିଁ । ଏହି ସମୟରେ
ଭକ୍ତି ମଧ୍ୟ ତମଃପ୍ରଧାନ । ଅଧାକଳ୍ପ ହେଉଛି ବେହଦର ଦିନ । ବାବା ନିଜେ କହୁଛନ୍ତି, ମୁଁ ଏହାଙ୍କ
ଭିତରେ ପ୍ରବେଶ କରିଛି । ଗୀତାରେ ଅଛି ଭଗବାନୁବାଚ, କିନ୍ତୁ ଭଗବାନ କେବେ ମନୁଷ୍ୟ ହୋଇପାରିବେ
ନାହିଁ । କୃଷ୍ଣ ମଧ୍ୟ ଦୈବୀଗୁଣଯୁକ୍ତ ମନୁଷ୍ୟ ଅଟନ୍ତି । ଏହାକୁ ମନୁଷ୍ୟ ଲୋକ କୁହାଯାଏ । ଏହା
ଦେବଲୋକ ନୁହେଁ । ଗାୟନ ମଧ୍ୟ ଅଛି ବ୍ରହ୍ମା ଦେବତାୟ ନମଃ ...ସେମାନେ ହେଲେ ସୂକ୍ଷ୍ମଲୋକ ନିବାସୀ
। ପିଲାମାନେ ଜାଣନ୍ତି ସେଠାରେ ହାଡ-ମାଂସର ଶରୀର ନ ଥାଏ । ତାହା ହେଲା ସୂକ୍ଷ୍ମ ଶ୍ୱେତ ବର୍ଣ୍ଣର
ଛାୟା ଶରୀର । ଯେତେବେଳେ ଆତ୍ମା ବ୍ରହ୍ମଲୋକ (ଶାନ୍ତିଧାମ)ରେ ଥାଏ ସେତେବେଳେ ନା ସୂକ୍ଷ୍ମ ଶରୀର
ଥାଏ ନା ହାଡ ମାଂସର ଶରୀର ଥାଏ । ଏହି କଥାକୁ କୌଣସି ମନୁଷ୍ୟ ମାତ୍ର ଜାଣନ୍ତି ନାହିଁ । ଏ କଥା
ବାବା ହିଁ ଆସି ଶୁଣାଉଛନ୍ତି ଏବଂ ବ୍ରାହ୍ମଣମାନେ ହିଁ ଶୁଣିଥା’ନ୍ତି, ଆଉ କେହି ଶୁଣନ୍ତି ନାହିଁ
। ବ୍ରାହ୍ମଣ ବର୍ଣ୍ଣ ଭାରତରେ ହିଁ ଥାଏ । ତାହା ମଧ୍ୟ ସେତେବେଳେ ଥାଏ, ଯେତେବେଳେ ପରମପିତା
ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ ଧର୍ମର ସ୍ଥାପନା କରନ୍ତି । ତେବେ ୟା’ଙ୍କୁ
(ବ୍ରହ୍ମାଙ୍କୁ) ରଚୟିତା କୁହାଯିବ ନାହିଁ । ନୂଆ ରଚନା କେହି ରଚନ୍ତି ନାହିଁ । କେବଳ ନବୀକରଣ
କରନ୍ତି । ଡାକନ୍ତି ମଧ୍ୟ - ହେ ବାବା, ଏହି ପତିତ ଦୁନିଆରେ ଆସି ଆମକୁ ପାବନ କର । ଏବେ ବାବା
ତୁମମାନଙ୍କୁ ପବିତ୍ର କରୁଛନ୍ତି । ତୁମେ ପୁଣି ଯୋଗବଳ ଦ୍ୱାରା ଏହି ସୃଷ୍ଟିକୁ ପବିତ୍ର କରୁଛ ।
ମାୟା ଉପରେ ତୁମେ ବିଜୟ ପ୍ରାପ୍ତ କରି ଜଗତଜିତ ହେଉଛ । ଯୋଗବଳକୁ ବିଜ୍ଞାନର ବଳ ମଧ୍ୟ କୁହାଯାଏ ।
ରୁଷି ମୁନୀ ଆଦି ସମସ୍ତେ ଶାନ୍ତି ଚାହାଁନ୍ତି କିନ୍ତୁ ଶାନ୍ତିର ଅର୍ଥକୁ ଜାଣନ୍ତି ନାହିଁ । ଏଠାରେ
ତ ନିଶ୍ଚୟ ଅଭିନୟ କରିବାକୁ ହେବ ନା । ଶାନ୍ତିଧାମ ହେଲା ସୁଇଟ ସାଇଲେନ୍ସ ହୋମ (ମିଠା ଶାନ୍ତିର
ଘର) । ତୁମମାନଙ୍କୁ ଏବେ ଏକଥା ଜଣା ଅଛି ଯେ ଆମର ଘର ଶାନ୍ତିଧାମ ଅଟେ । ଏଠାକୁ ଆମେ ଅଭିନୟ
କରିବାକୁ ଆସିଛୁ । ବାବାଙ୍କୁ ମଧ୍ୟ ଡାକୁଛନ୍ତି - ହେ ପତିତପାବନ, ଦୁଃଖହର୍ତ୍ତା, ସୁଖକର୍ତ୍ତା
ଆସି, ଆମକୁ ଏହି ରାବଣର ଜଞ୍ଜୀରରୁ ମୁକ୍ତ କର । ଭକ୍ତି ହେଲା ରାତି, ଜ୍ଞାନ ହେଲା ଦିନ । ରାତି
ମୁର୍ଦାବାଦ ହୋଇ ପୁଣି ଜ୍ଞାନ ଜିନ୍ଦାବାଦ ହେବ । ଏହା ଦୁଃଖ ଓ ସୁଖର ଖେଳ । ତୁମେ ଜାଣିଛ ପ୍ରଥମେ
ଆମେ ସ୍ୱର୍ଗରେ ଥିଲେ ପୁଣି ଖସି-ଖସି ଆସି ତଳେ ନର୍କରେ ପଡିଛେ । କଳିଯୁଗ କେବେ ଖଲାସ ହେବ ପୁଣି
ସତ୍ୟଯୁଗ କେବେ ଆସିବ, ଏକଥା କେହି ଜାଣି ନାହାଁନ୍ତି । ଏବେ ତୁମେମାନେ ବାବାଙ୍କୁ ଜାଣିଯାଇଛ,
ତେଣୁ ବାବାଙ୍କ ଦ୍ୱାରା ସବୁ କିଛି ଜାଣିଯାଇଛ । ମନୁଷ୍ୟମାନେ ଭଗବାନଙ୍କୁ ଖୋଜିବା ପାଇଁ କେତେ
ଧକ୍କା ଖାଉଛନ୍ତି । କିନ୍ତୁ ବାବାଙ୍କୁ ଜାଣି ହିଁ ନାହାଁନ୍ତି । ଜାଣିବେ ସେତେବେଳେ, ଯେତେବେଳେ
ବାବା ଆସି ନିଜର ଓ ସମ୍ପତ୍ତିର (ସ୍ୱର୍ଗ ଦୁନିଆର) ପରିଚୟ ଦେବେ । ସମ୍ପତ୍ତି ବାବାଙ୍କଠାରୁ ମିଳେ
ମା’ଙ୍କ ଠାରୁ ନୁହେଁ । ୟା’ଙ୍କୁ (ବ୍ରହ୍ମାଙ୍କୁ) ମମ୍ମା ମଧ୍ୟ କୁହାଯାଉଛି, ପରନ୍ତୁ ୟାଙ୍କଠାରୁ
ବର୍ସା ମିଳେ ନାହିଁ । ତେଣୁ ୟା’ଙ୍କୁ ମଧ୍ୟ ମନେପକାଇବା ଉଚିତ୍ ନୁହେଁ । ବ୍ରହ୍ମା, ବିଷ୍ଣୁ,
ଶଙ୍କର ମଧ୍ୟ ଶିବଙ୍କର ସନ୍ତାନ - ଏ କଥା ମଧ୍ୟ କେହି ଜାଣନ୍ତି ନାହିଁ । ବେହଦ ସାରା ଦୁନିଆର
ରଚୟିତା ଏକମାତ୍ର ବାବା ହିଁ ଅଟନ୍ତି । ବାକି ସମସ୍ତେ ତାଙ୍କର ରଚନା ଅଥବା ହଦର ରଚୟିତା (ଅଳ୍ପ
କିଛି ସନ୍ତାନଙ୍କର ପିତା) ଅଟନ୍ତି । ଏବେ ତୁମ ପିଲାମାନଙ୍କୁ ବାବା କହୁଛନ୍ତି ମୋତେ ମନେପକାଅ,
ତେବେ ତୁମର ବିକର୍ମ ବିନାଶ ହେବ । ମନୁଷ୍ୟ ବାବାଙ୍କୁ ଜାଣି ନାହାଁନ୍ତି ତେବେ କାହାକୁ ମନେପକାଇବେ?
ତେଣୁ ବାବା କହୁଛନ୍ତି କେତେ ଅନାଥ ହୋଇଯାଇଛନ୍ତି । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି ।
ଭକ୍ତି ଏବଂ ଜ୍ଞାନ ଏହି
ଦୁଇଟି ମଧ୍ୟରୁ ସବୁଠାରୁ ଶ୍ରେଷ୍ଠ କର୍ମ ହେଲା - ଦାନ କରିବା । ଭକ୍ତି ମାର୍ଗରେ ଈଶ୍ୱରଙ୍କ
ଉଦ୍ଦେଶ୍ୟରେ ଦାନ କରନ୍ତି । କାହିଁକି? କିଛି କାମନା ତ ନିଶ୍ଚୟ ରହିଥାଏ । ଭାବିଥା’ନ୍ତି ଯେ,
ଯେପରି କର୍ମ କରିବା, ସେପରି ଫଳ ଆର ଜନ୍ମରେ ପାଇବା । ଏହି ଜନ୍ମରେ ଯେଉଁ କର୍ମ କରିବା ତା’ର ଫଳ
ପର ଜନ୍ମରେ ପାଇବା । ଜନ୍ମ ଜନ୍ମାନ୍ତର ତ ପାଇବା ନାହିଁ । କର୍ମର ଫଳ ଗୋଟିଏ ଜନ୍ମ ପାଇଁ ହିଁ
ମିଳିଥାଏ । ସବୁଠାରୁ ଭଲରୁ ଭଲ କର୍ମ ହେଲା ଦାନ କରିବା । ଦାନୀକୁ ପୂଣ୍ୟାତ୍ମା କୁହାଯାଏ ।
ଭାରତକୁ ମହାଦାନୀ କୁହାଯାଏ । ଭାରତରେ ଯେତେ ଦାନ ହୋଇଥାଏ ଏତେ ଆଉ କୌଣସି ସ୍ଥାନରେ ନାହିଁ । ବାବା
ମଧ୍ୟ ଏଠାକୁ ଆସି ପିଲାମାନଙ୍କୁ ଜ୍ଞାନର ଦାନ କରୁଛନ୍ତି । ପିଲାମାନେ ପୁଣି ବାବାଙ୍କୁ ଦାନ
କରୁଛନ୍ତି । କହିଥାନ୍ତି ବାବା ଆପଣ ଆସିବେ ତ ଆମେ ଆମର ଶରୀର-ମନ-ଧନ ସବୁ ଆପଣଙ୍କ ଜିମା କରିଦେବୁ
। ଆପଣଙ୍କ ଛଡା ଆମର ଆଉ କେହି ନାହାଁନ୍ତି । ବାବା ମଧ୍ୟ କହୁଛନ୍ତି ମୋ ପାଇଁ କେବଳ ତୁମେ
ପିଲାମାନେ ହିଁ ଅଛ । ମୋତେ କହୁଛନ୍ତି ହେବନ୍ଲି ଗଡ୍ ଫାଦର ଅର୍ଥାତ୍ ସ୍ୱର୍ଗର ରଚୟିତା । ମୁଁ
ଆସି ତୁମକୁ ସ୍ୱର୍ଗର ରାଜତ୍ୱ ଦେଉଛି । ପିଲାମାନେ ମୋ ଉଦ୍ଦେଶ୍ୟରେ ସବୁକିଛି ଦେଇ ଦେଉଛନ୍ତି,
କହୁଛନ୍ତି ବାବା ସବୁକିଛି ଆପଣଙ୍କର । ଭକ୍ତିମାର୍ଗରେ ମଧ୍ୟ କହୁଥିଲ - ବାବା, ଏ ସବୁକିଛି ହେଲା
ଆପଣଙ୍କର ଦାନ । ପୁଣି ସେ ସବୁ ଯେତେବେଳେ ଚାଲିଯାଏ, ତେବେ ଦୁଃଖି ହୋଇଯାଆନ୍ତି । ସେ ସବୁ ହେଲା
ଭକ୍ତିର ଅଳ୍ପକାଳର ସୁଖ । ବାବା ବୁଝାଉଛନ୍ତି ଭକ୍ତି ମାର୍ଗରେ ତୁମେ ମୋତେ ପରୋକ୍ଷରେ ଦାନ-ପୂଣ୍ୟ
କରୁଛ । ତା’ର ଫଳ ତ ତୁମକୁ ମିଳିଥାଏ । ଏବେ ଏହି ସମୟରେ ମୁଁ ତୁମକୁ କର୍ମ-ଅକର୍ମ-ବିକର୍ମର
ରହସ୍ୟ ବୁଝାଉଛି । ଭକ୍ତି ମାର୍ଗରେ ତୁମେ ଯେପରି କର୍ମ କରିଥାଅ, ତା’ର ଅଳ୍ପକାଳର ସୁଖ ମଧ୍ୟ ମୋ
ଦ୍ୱାରା ତୁମକୁ ମିଳିଥାଏ । ଏହିସବୁ କଥା ଦୁନିଆରେ କାହାକୁ ଜଣାନାହିଁ । ବାବା ହିଁ ଆସି କର୍ମର
ଗହନ ଗତି ସମ୍ବନ୍ଧରେ ବୁଝାଉଛନ୍ତି । ସତ୍ୟଯୁଗରେ କେବେ କେହି ଖରାପ କର୍ମ କରନ୍ତି ହିଁ ନାହିଁ ।
ତେଣୁ ସେଠାରେ ସର୍ବଦା ସୁଖ ହିଁ ସୁଖ ରହିଥାଏ । ସେଥିପାଇଁ ସୁଖଧାମ, ସ୍ୱର୍ଗକୁ ସମସ୍ତେ ମନେ
ପକାଇଥା’ନ୍ତି । ଏବେ ସମସ୍ତେ ନର୍କରେ ଅଛନ୍ତି । ତଥାପି ବି କହି ଦେଉଛନ୍ତି - ଅମୁକ ସ୍ୱର୍ଗକୁ
ଗଲା । ତେବେ ଆତ୍ମାକୁ ସ୍ୱର୍ଗ କେତେ ଭଲ ଲାଗୁଛି । ଆତ୍ମା ହିଁ କହୁଛି ନା - ଅମୁକ ସ୍ୱର୍ଗକୁ ଗଲା
। କିନ୍ତୁ ତମଃପ୍ରଧାନ ହୋଇଥିବା କାରଣରୁ ତାଙ୍କୁ କିଛି ଜଣାପଡେ ନାହିଁ ଯେ ସ୍ୱର୍ଗ କ’ଣ ନର୍କ
କ’ଣ ? ବେହଦର ବାବା କହୁଛନ୍ତି ତୁମେ ସବୁ କେତେ ତମୋପ୍ରଧାନ ହୋଇଯାଇଛ । କିନ୍ତୁ ଡ୍ରାମାକୁ ତ
କେହି ବି ଜାଣନ୍ତି ନାହିଁ । ବୁଝିଥା’ନ୍ତି ଯେ ସୃଷ୍ଟିର ଚକ୍ର ଘୂରୁଛି, ତେବେ ନିଶ୍ଚୟ ଅବିକଳ
ପୁନରାବୃତ୍ତି ହେବ ନା, କିନ୍ତୁ ସେମାନେ କେବଳ କଥାରେ କହିଦେଉଛନ୍ତି କିନ୍ତୁ କିଛି ବି ବୁଝି
ନାହାଁନ୍ତି । ଏବେ ଏହା ହେଲା ସଙ୍ଗମଯୁଗ । ଏହି ଗୋଟିଏ ସଙ୍ଗମଯୁଗର ହିଁ ଗାୟନ ରହିଛି । ଅଧାକଳ୍ପ
ଦେବତାମାନଙ୍କର ରାଜ୍ୟ ଚାଲିଥାଏ, ପୁଣି ସେହି ରାଜ୍ୟ କୁଆଡେ ଚାଲିଯାଏ । କିଏ ଜିତି ନିଏ ? ଏହା
ମଧ୍ୟ କାହାକୁ ଜଣାନାହିଁ । ବାବା କହୁଛନ୍ତି ରାବଣ ଜିତି ନେଉଛି । ସେମାନେ ପୁଣି ଦେବତା ଏବଂ
ଅସୁରମାନଙ୍କ ଭିତରେ ଲଢେଇ ଦେଖାଇ ଦେଇଛନ୍ତି ।
ଏବେ ବାବା ବୁଝାଉଛନ୍ତି
- ୫ ବିକାର ରୂପୀ ରାବଣ ଠାରୁ ହାରିଯାଉଛନ୍ତି ପୁଣି ରାବଣ ଉପରେ ବିଜୟ ମଧ୍ୟ ପ୍ରାପ୍ତ କରୁଛନ୍ତି
। ତୁମେ ତ ପୂଜ୍ୟ ଥିଲ ପୁଣି ପୂଜାରୀ ପତିତ ହୋଇଯାଉଛ, ତେଣୁ ରାବଣ ଠାରୁ ହାରିଯାଉଛ ନା । ଇଏ
ତୁମର ଶତ୍ରୁ ହୋଇଥିବା କାରଣରୁ ତୁମେ ସବୁବେଳେ ତାକୁ ଜଳାଇ ଆସିଛ । କିନ୍ତୁ ତୁମକୁ ଜଣାନାହିଁ ।
ଏବେ ବାବା ବୁଝାଉଛନ୍ତି ଯେ, ଏହି ରାବଣ ପାଇଁ ତୁମେମାନେ ପତିତ ହୋଇଯାଇଛ । ଏହି ବିକାରଗୁଡିକୁ
ହିଁ ମାୟା କୁହାଯାଏ । ମାୟାଜିତ୍, ଜଗତ୍ଜିତ୍ । ଏହି ରାବଣ ତୁମମାନଙ୍କର ସବୁଠାରୁ ପୁରୁଣା
ଶତ୍ରୁ ଅଟେ । ଏବେ ଶ୍ରୀମତ ଆଧାରରେ ତୁମେ ଏହି ୫ ବିକାର ଉପରେ ବିଜୟ ପ୍ରାପ୍ତ କରୁଛ । ବାବା ମାୟା
ଉପରେ ବିଜୟ ପ୍ରାପ୍ତ କରାଇବା ପାଇଁ ଆସିଛନ୍ତି । ଏହା ଏକ ଖେଳ ଅଟେ ନା । ମାୟାଠାରୁ ହାରିବାକୁ
ପରାଜୟ, ମାୟାଠାରୁ ଜିତିବାକୁ ବିଜୟ କୁହାଯାଏ । ଏକମାତ୍ର ବାବା ହିଁ ବିଜୟୀ କରାଉଛନ୍ତି,
ସେଥିପାଇଁ ତାଙ୍କୁ ସର୍ବଶକ୍ତିମାନ କୁହାଯାଏ । ରାବଣ ମଧ୍ୟ କମ୍ ଶକ୍ତିମାନ ନୁହେଁ । କିନ୍ତୁ ସେ
ଦୁଃଖ ଦିଏ ସେଥିପାଇଁ ତା’ର ଗାୟନ ନାହିଁ । ରାବଣ ହେଉଛି ବହୁତ ଶକ୍ତିଶାଳୀ । ତୁମର ରାଜତ୍ୱ ହିଁ
ଛଡାଇ ନେଉଛି । ଏବେ ତୁମେ ବୁଝିପାରୁଛ - ଆମେ କେମିତି ହାରୁଛୁ ପୁଣି କେମିତି ଜିତୁଛୁ? ଆତ୍ମା
ମଧ୍ୟ ଚାହୁଁଛି ମୋତେ ଶାନ୍ତି ଦରକାର । ମୁଁ ନିଜର ଘରକୁ ଯିବି । ଭକ୍ତମାନେ ଭଗବାନଙ୍କୁ
ମନେପକାଉଛନ୍ତି କିନ୍ତୁ ପଥର ବୁଦ୍ଧି ହୋଇଥିବା କାରଣରୁ ତାଙ୍କୁ ବୁଝିପାରୁ ନାହାଁନ୍ତି । ଭଗବାନ
ସମସ୍ତଙ୍କର ପିତା ଅଟନ୍ତି । ତେଣୁ ପିତାଙ୍କ ଠାରୁ ନିଶ୍ଚୟ ସମ୍ପତ୍ତି ମିଳୁଥିବ । ନିଶ୍ଚୟ ମିଳୁଛି
କିନ୍ତୁ କେବେ ମିଳୁଛି ପୁଣି କେମିତି ହରାଉଛନ୍ତି, ଏ କଥା କେହି ଜାଣି ନାହାଁନ୍ତି । ବାବା
କହୁଛନ୍ତି ମୁଁ ଏହି ବ୍ରହ୍ମାଙ୍କ ଶରୀରରେ ବସି ତୁମମାନଙ୍କୁ ବୁଝାଉଛି । ମୋତେ ମଧ୍ୟ
କର୍ମଇନ୍ଦ୍ରିୟ ଦରକାର ନା । ମୋର ତ ନିଜର କର୍ମଇନ୍ଦ୍ରିୟ ନାହିଁ । ସୂକ୍ଷ୍ମଲୋକରେ ମଧ୍ୟ
କର୍ମଇନ୍ଦ୍ରିୟ (ଶରୀର) ଅଛି । ଚାଲିବା ବୁଲିବା ଯେଭଳି ମୁବି ବାଇସ୍କୋପ (ନିର୍ବାକ ଚଳଚିତ୍ର)
ହୋଇଥାଏ । ଏହି ମୁଭୀ ଟକି ବାଇସ୍କୋପ (ସିନେମା) ବାହାରିଛି, ତେଣୁ ବାବାଙ୍କୁ ମଧ୍ୟ ବୁଝାଇବା ପାଇଁ
ସହଜ ହେଉଛି । ତାଙ୍କର ହେଲା ବାହୁବଳ । ତୁମର ହେଲା ଯୋଗବଳ । ସେମାନେ ଦୁଇ ଭାଇ ଯଦି ପରସ୍ପର
ମିଶିଯିବେ ତେବେ ବିଶ୍ୱ ଉପରେ ରାଜୁତି କରିପାରିବେ । କିନ୍ତୁ ଏବେ ତ ତାଙ୍କ ଭିତରେ ବିବାଦ ସୃଷ୍ଟି
ହୋଇଗଲାଣି । ତୁମମାନଙ୍କୁ ସାଇଲେନ୍ସର (ଶାନ୍ତିର) ଶୁଦ୍ଧ ଅହଂକାର ରହିବା ଦରକାର । ତୁମେ
ମନମନାଭବ ଆଧାରରେ ଶାନ୍ତିର ଶକ୍ତି ଦ୍ୱାରା ଜଗତ୍ଜିତ୍ ହୋଇଯାଉଛ । ସେମାନେ ହେଲେ ବିଜ୍ଞାନ
ଅଭିମାନୀ । ତୁମେ ହେଲ ଶାନ୍ତିର ଶୁଦ୍ଧ ଅଭିମାନୀ, ତୁମେମାନେ ନିଜକୁ ଆତ୍ମା ନିଶ୍ଚୟ କରି
ବାବାଙ୍କୁ ମନେପକାଉଛ । ଏହି ଯୋଗବଳ ଦ୍ୱାରା ତୁମେ ସତ୍ତ୍ୱପ୍ରଧାନ ହୋଇଯିବ । ବାବା ବହୁତ ସହଜ
ଉପାୟ ଶିଖାଉଛନ୍ତି । ତୁମେ ଜାଣିଛ ଶିବବାବା ଆମମାନଙ୍କୁ ପୁଣି ସ୍ୱର୍ଗର ବର୍ସା (ସମ୍ପତ୍ତି) ଦେବା
ପାଇଁ ଆସିଛନ୍ତି । ତୁମର ଯାହା କିଛି କଳିଯୁଗୀ କର୍ମବନ୍ଧନ ଅଛି, ବାବା କହୁଛନ୍ତି ତାକୁ ଭୁଲିଯାଅ
। ପାଞ୍ଚ ବିକାରକୁ ମଧ୍ୟ ମୋତେ ଦାନରେ ଦେଇଦିଅ । ତୁମେ ଯେଉଁ ମୋର-ମୋର କରି ଆସିଛ, ମୋ ସ୍ୱାମୀ,
ମୋର ଅମୁକ, ସେ ସବୁକୁ ଭୁଲିଯାଅ । ସବୁ କିଛି ଦେଖି ମଧ୍ୟ ସେଥିରୁ ମମତା ତୁଟାଇଦିଅ । ଏହି କଥା
ବାବା ସନ୍ତାନମାନଙ୍କୁ ହିଁ ବୁଝାଉଛନ୍ତି । ଯିଏ ବାବାଙ୍କୁ ଜାଣନ୍ତି ହିଁ ନାହିଁ ସେମାନେ ତ ଏହି
ଭାଷାକୁ ମଧ୍ୟ ବୁଝିପାରିବେ ନାହିଁ । ବାବା ଆସି ମନୁଷ୍ୟରୁ ଦେବତା କରୁଛନ୍ତି । ଦେବତାମାନେ
ସତ୍ୟଯୁଗରେ ହିଁ ଥା’ନ୍ତି । କଳିଯୁଗରେ ମନୁଷ୍ୟମାନେ ରହିଥା’ନ୍ତି । ଯାହାଙ୍କର ଏବେ ପର୍ଯ୍ୟନ୍ତ
ଚିହ୍ନ ଅର୍ଥାତ୍ ଚିତ୍ର ଅଛି । ମୋତେ ହିଁ କହିଥାନ୍ତି ପତିତପାବନ । ମୁଁ ତ ତଳକୁ ଖସେ ନାହିଁ ।
ତୁମେ କହୁଛ ଆମେ ପବିତ୍ର ଥିଲୁ ତଳକୁ ଖସି ଖସି ଏବେ ପତିତ ହୋଇଯାଇଛୁ । ଏବେ ଆପଣ ଆସି ପବିତ୍ର
କରନ୍ତୁ, ତେବେ ଆମେ ନିଜର ଘରକୁ ଯିବୁ । ଏହା ହେଲା ଆଧ୍ୟାତ୍ମିକ ଜ୍ଞାନ । ଏହା ଅବିନାଶୀ ଜ୍ଞାନ
ରତ୍ନ ଅଟେ ନା । ଏହା ହେଲା ନୂତନ ଜ୍ଞାନ । ଏବେ ତୁମକୁ ଏହି ଜ୍ଞାନ ଶିଖାଉଛି । ରଚୟିତା ଏବଂ
ରଚନାର ଆଦି, ମଧ୍ୟ, ଅନ୍ତର ରହସ୍ୟକୁ ବୁଝାଉଛି । ଏବେ ଏହା ତ ହେଲା ପୁରୁଣା ଦୁନିଆ । ଏଥିରେ
ତୁମର ଯିଏ ବି ମିତ୍ର-ସମ୍ବନ୍ଧୀ ଆଦି ଅଛନ୍ତି, ନିଜର ଦେହ ସହିତ ସମସ୍ତଙ୍କଠାରୁ ମମତା ତୁଟାଇ ଦିଅ
।
ଏବେ ତୁମେ ପିଲାମାନେ
ନିଜର ସବୁକିଛି ବାବାଙ୍କୁ ସମର୍ପିତ କରି ଦେଇଛ । ବାବା ପୁଣି ସ୍ୱର୍ଗର ବାଦଶାହୀ ୨୧ ଜନ୍ମ ପାଇଁ
ତୁମକୁ ସମର୍ପିତ କରି ଦେଉଛନ୍ତି । ଦେବା-ନେବା ତ ହୋଇଥାଏ ନା । ବାବା ତୁମକୁ ୨୧ ଜନ୍ମ ପାଇଁ
ରାଜ୍ୟଭାଗ୍ୟ ଦେଉଛନ୍ତି । ୨୧ ଜନ୍ମ, ୨୧ ପିଢୀର ଗାୟନ ଅଛି ନା ଅର୍ଥାତ୍ ୨୧ ଜନ୍ମ ପୁରା ଜୀବନ
ଚାଲିଥାଏ । ସେଠାରେ ମଝିରେ କେବେ କେହି ଶରୀର ତ୍ୟାଗ କରନ୍ତି ନାହିଁ । ଅକାଳ ମୃତ୍ୟୁ ହୁଏ ନାହିଁ
। ଏବେ ତୁମେ ଅମର ହୋଇ ଅମରପୁରୀର ମାଲିକ ହେଉଛ । ତୁମକୁ କେବେ କାଳ ଖାଇ ପାରିବ ନାହିଁ । ଏବେ
ତୁମେ ମରିବା ପାଇଁ ପୁରୁଷାର୍ଥ କରୁଛ । ବାବା କହୁଛନ୍ତି ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଛାଡି
ଏକମାତ୍ର ବାବାଙ୍କ ସହ ସର୍ବ ସମ୍ବନ୍ଧ ରଖିବାକୁ ହେବ । ଏବେ ଯିବାକୁ ହେବ ସୁଖର ସମ୍ବନ୍ଧକୁ ।
ତେଣୁ ଏହି ଦୁଃଖର ବନ୍ଧନକୁ ଭୁଲିବାର ପୁରୁଷାର୍ଥ କର । ସେଥିପାଇଁ ଗୃହସ୍ଥ ବ୍ୟବହାରରେ ରହି ମଧ୍ୟ
ପବିତ୍ର ହେବାକୁ ପଡିବ । ବାବା କହୁଛନ୍ତି କେବଳ ମୋତେ ମନେ ପକାଅ, ତା ସଙ୍ଗେ ସଙ୍ଗେ ଦୈବୀଗୁଣ
ମଧ୍ୟ ଧାରଣ କର । ତୁମକୁ ଏହି ଦେବତାମାନଙ୍କ ଭଳି ହେବାକୁ ପଡିବ । ଏହା ହେଲା ତୁମର ଲକ୍ଷ୍ୟ ଓ
ଉଦ୍ଦେଶ୍ୟ । ଏହି ଲକ୍ଷ୍ମୀ-ନାରାୟଣ ସ୍ୱର୍ଗର ମାଲିକ ଥିଲେ, ଏମାନେ କିପରି ରାଜ୍ୟ ପାଇଲେ, ପୁଣି
କୁଆଡେ ଗଲେ, ଏ କଥା କାହାକୁ ଜଣାନାହିଁ । ଏବେ ତୁମ ପିଲାମାନଙ୍କୁ ଦୈବୀଗୁଣ ଧାରଣ କରିବାକୁ ହେବ
। କାହାକୁ ଦୁଃଖ ଦେବା ଉଚିତ୍ ନୁହେଁ । ବାବା ହିଁ ଦୁଃଖହର୍ତ୍ତା, ସୁଖକର୍ତ୍ତା ଅଟନ୍ତି । ତେଣୁ
ତୁମକୁ ମଧ୍ୟ ସୁଖର ରାସ୍ତା ସମସ୍ତଙ୍କୁ ବତାଇବାକୁ ହେବ ଅର୍ଥାତ୍ ଅନ୍ଧର ଲାଠି ହେବାକୁ ପଡିବ ।
ଏବେ ବାବା ତୁମମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ଦେଇଛନ୍ତି । ତୁମେ ଜାଣିଛ ବାବା କେମିତି ଏଠାକୁ
ଆସି ଅଭିନୟ କରୁଛନ୍ତି । ଏବେ ବାବା ତୁମକୁ ଯେଉଁ ପାଠ ପଢାଉଛନ୍ତି ପୁଣି ତାହା ପ୍ରାୟଃ ଲୋପ
ହୋଇଯିବ । ଦେବତାମାନଙ୍କ ପାଖରେ ଏହି ଜ୍ଞାନ ନ ଥାଏ । ତୁମେ ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ
ହିଁ ରଚୟିତା ଏବଂ ରଚନାର ଜ୍ଞାନକୁ ଜାଣିଛ । ଆଉ କେହି ଜାଣିପାରିବେ ନାହିଁ । ଏହି
ଲକ୍ଷ୍ମୀ-ନାରାୟଣ ଆଦିଙ୍କ ଭିତରେ ଯଦି ଏହି ଜ୍ଞାନ ଥା’ନ୍ତା ତେବେ ପରମ୍ପରା ଅନୁସାରେ
ଚାଲିଥା’ନ୍ତା । ସେଠାରେ ଜ୍ଞାନର ଦରକାର ହିଁ ରହୁନାହିଁ କାରଣ ସେଠାରେ ସଦ୍ଗତି ଥାଏ । ଏବେ ତୁମେ
ସବୁକିଛି ବାବାଙ୍କୁ ଦାନ ଦେଇ ଦେଉଛ, ପୁଣି ବାବା ମଧ୍ୟ ତୁମକୁ ୨୧ ଜନ୍ମ ପାଇଁ ସବୁକିଛି ଦେଇ
ଦେଉଛନ୍ତି । ଏପରି ଦାନ କେବେ ହୁଏ ନାହିଁ । ତୁମେ ଜାଣିଛ ଆମେ ସର୍ବଂଶ (ବଂଶ ସହିତ) ଦେଉଛୁ -
ବାବା ଏ ସବୁ କିଛି ଆପଣଙ୍କର । ଆପଣ ହିଁ ମୋର ସବୁକିଛି । ତ୍ୱମେବ ମାତାଶ୍ଚ ପିତା .... ତେବେ
ମାତାପିତାର ଭୂମିକା ତ ପାଳନ କରୁଛନ୍ତି ନା, ପିଲାମାନଙ୍କୁ ଏଡାପ୍ଟ (ପୋଷ୍ୟ) ମଧ୍ୟ କରନ୍ତି ପୁଣି
ନିଜେ ହିଁ ପାଠ ପଢାନ୍ତି । ପୁଣି ନିଜେ ହିଁ ଗୁରୁ ହୋଇ ସମସ୍ତଙ୍କୁ ସାଥିରେ ନେଇଯାଆନ୍ତି ।
କୁହନ୍ତି ତୁମେମାନେ ମୋତେ ମନେ ପକାଅ ତେବେ ପବିତ୍ର ହୋଇଯିବ ପୁଣି ତୁମକୁ ସାଥିରେ ନେଇଯିବି ।
ସେଥିପାଇଁ ଏହି ଯଜ୍ଞ ରଚନା ହୋଇଛି । ଏହା ହେଲା ଶିବ ଜ୍ଞାନ ଯଜ୍ଞ, ଏଥିରେ ତୁମେ ତନ-ମନ-ଧନ ସବୁ
ସ୍ୱାହା କରିଦେଉଛ । ଖୁସି ଖୁସିରେ ସବୁ କିଛି ଅର୍ପଣ ହୋଇଯାଉଛି । ବାକି ଆତ୍ମା ରହିଯାଇଥାଏ ।
ବାବା, ବାସ୍ ଏବେ ମୁଁ ଆପଣଙ୍କ ଶ୍ରୀମତରେ ହିଁ ଚାଲିବି । ବାବା କହୁଛନ୍ତି ଗୃହସ୍ଥ ବ୍ୟବହାରରେ
ରହି ପବିତ୍ର ହେବାକୁ ପଡିବ । ୬୦ ବର୍ଷ ଆୟୁଷ ହେଲେ ବାନପ୍ରସ୍ଥି ନେବା ପାଇଁ ପ୍ରସ୍ତୁତି
କରିଥା’ନ୍ତି କିନ୍ତୁ ସେମାନେ କ’ଣ ପ୍ରକୃତରେ ବ୍ରହ୍ମଲୋକକୁ ଫେରି ଯିବାର ପ୍ରସ୍ତୁତି କରନ୍ତି!
ଏବେ ତୁମେ ସଦ୍ଗୁରୁଙ୍କଠାରୁ ମନମନାଭବର ମନ୍ତ୍ର ନେଉଛ । ଭଗବାନୁବାଚ - ତୁମେ ମୋତେ ମନେ ପକାଅ,
ତେବେ ତୁମର ବିକର୍ମ ବିନାଶ ହେବ । ସମସ୍ତଙ୍କୁ କୁହ ଯେ ଆପଣମାନଙ୍କର ସମସ୍ତଙ୍କର ଏହା ବାନପ୍ରସ୍ଥ
ଅବସ୍ଥା ଅଟେ । ତେଣୁ ଶିବବାବାଙ୍କୁ ମନେ ପକାଅ । ଏବେ ସମସ୍ତଙ୍କୁ ନିଜ ଘରକୁ ଫେରି ଯିବାକୁ ହେବ
। ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କଳିଯୁଗର
ସମସ୍ତ କର୍ମ ବନ୍ଧନକୁ ବୁଦ୍ଧିରୁ ଭୁଲି ୫ ବିକାରର ଦାନ କରି ଆତ୍ମାକୁ ସତ୍ତ୍ୱପ୍ରଧାନ କରିବାକୁ
ହେବ । କେବଳ ଶାନ୍ତିର ଶୁଦ୍ଧ ଅଭିମାନରେ ରହିବାକୁ ହେବ ।
(୨) ଏହି ରୁଦ୍ର ଯଜ୍ଞରେ
ଖୁସି ଖୁସିରେ ନିଜର ତନ-ମନ-ଧନ ସବୁକିଛି ଅର୍ପଣ କରି ସଫଳ କରିବାକୁ ହେବ ଏବଂ ଏହି ସମୟରେ ହିଁ
ନିଜର ସବୁ କିଛି ବାବାଙ୍କୁ ସମର୍ପି ଦେଇ ୨୧ ଜନ୍ମର ବାଦଶାହୀ ପ୍ରାପ୍ତ କରିବାକୁ ହେବ ।
ବରଦାନ:-
ରୋବ ଅର୍ଥାତ୍
ମାଲିକ ପଣିଆର ଅଂଶ ମାତ୍ରର ମଧ୍ୟ ତ୍ୟାଗ କରୁଥିବା ସ୍ୱମାନଧାରୀ ପୂଣ୍ୟ ଆତ୍ମା ଭବ ।
ସ୍ୱମାନଧାରୀ ପିଲାମାନେ
ସମସ୍ତଙ୍କୁ ସମ୍ମାନ ଦେଉଥିବା ଦାତା ହୋଇଥାଆନ୍ତି । ଦାତା ଅର୍ଥାତ୍ ଦୟାଶୀଳ । ସେମାନଙ୍କ ଭିତରେ
କେବେ ବି କାହା ପ୍ରତି ମାଲିକ ପଣିଆ ଭାବନା ରଖି ହୁକୁମ୍ ଚଲାଇବାର ସଂସ୍କାର ନ ଥାଏ । ଇଏ ଏମିତି
କାହିଁକି ହେଲା? ଏଭଳି କରିବା ଉଚିତ୍ ନୁହେଁ, ଏଭଳି ହେବା ଉଚିତ୍ ନୁହେଁ, ଜ୍ଞାନ କ’ଣ ଏମିତି
କହୁଛି କି.... ଏଗୁଡିକ ମଧ୍ୟ ସୂକ୍ଷ୍ମ ରୋବ୍ର ଅଂଶ ଅଟେ । କିନ୍ତୁ ସ୍ୱମାନଧାରୀ ପୂଣ୍ୟ
ଆତ୍ମାମାନେ ଖସିପଡିଥିବା ଆତ୍ମାକୁ ଉପରକୁ ଉଠାଇଥାଆନ୍ତି, ସେମାନଙ୍କୁ ସହଯୋଗୀ କରିଥାଆନ୍ତି ।
ସେମାନେ କେବେହେଲେ ଏଭଳି ସଂକଳ୍ପ ମଧ୍ୟ କରିପାରିବେ ନାହିଁ ଯେ ଇଏ ତ କର୍ମର ଫଳ ଭୋଗ କରୁଛି,
ଯେମିତି କରିଛି ସେମିତି ପାଉଛି... ଏହାକୁ ତ ତଳକୁ ଖସିବା ହିଁ ଦରକାର.... । ଏହିଭଳି ସଂକଳ୍ପ
ତୁମମାନଙ୍କ ଭିତରେ କେବେ ବି ଆସିପାରିବ ନାହିଁ ।
ସ୍ଲୋଗାନ:-
ସନ୍ତୁଷ୍ଟତା ଏବଂ
ପ୍ରସନ୍ନତାର ବିଶେଷତା ହିଁ ଉଡିବା କଳାର ଅନୁଭବ କରାଇଥାଏ ।
ଅବ୍ୟକ୍ତ ଈଶାରା:-
ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ
(୨୧) ସତ୍ୟତାର ଶକ୍ତିର
ଚିହ୍ନ ହେଲା ‘ନିର୍ଭୟତା’ । କୁହାଯାଏ “ ସଚ୍ ତୋ ବିଠୋ ନଚ୍” ଅର୍ଥାତ୍ ସତ୍ୟତାର ଶକ୍ତିରେ
ଶକ୍ତିଶାଳୀ ଆତ୍ମା ସର୍ବଦା ବେଫିକର ନିଶ୍ଚିନ୍ତ ହୋଇଥିବା କାରଣରୁ, ନିର୍ଭୟ ହୋଇଥିବା କାରଣରୁ
ଖୁସିରେ ନାଚୁଥାଏ । ଯଦି ନିଜର ସଂସ୍କାର ବା ସଂକଳ୍ପ କମ୍ଜୋର ହୋଇଥାଏ ତେବେ ସେହି କମ୍ଜୋରୀ
ହିଁ ମନର ସ୍ଥିତିକୁ ହଲଚଲ୍ କରିଥାଏ । ସେଥିପାଇଁ ପ୍ରଥମେ ନିଜର ସୂକ୍ଷ୍ମ କମ୍ଜୋରୀ ଗୁଡିକୁ
ଅବିନାଶୀ ରୁଦ୍ର ଯଜ୍ଞରେ ସ୍ୱାହା କରିଦିଅ ।