21.06.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଦେବତା ହେବା ପୂର୍ବରୁ ତୁମକୁ ବ୍ରାହ୍ମଣ ନିଶ୍ଚିତ ହେବାକୁ ପଡିବ, ବ୍ରହ୍ମା ମୁଖବଂଶୀ ସନ୍ତାନମାନେ ହିଁ ସଚ୍ଚା ବ୍ରାହ୍ମଣ ଅଟନ୍ତି ଯେଉଁମାନେ କି ରାଜଯୋଗର ପାଠପଢା ଦ୍ୱାରା ଦେବତା ହେଉଛନ୍ତି ।”

ପ୍ରଶ୍ନ:-
ଅନ୍ୟ ସମସ୍ତ ସତସଙ୍ଗଠାରୁ ତୁମର ଏହି ସତସଙ୍ଗଟି କେଉଁ କଥା ପାଇଁ ଭିନ୍ନ ଅଟେ?

ଉତ୍ତର:-
ଅନ୍ୟ ସବୁ ସତସଙ୍ଗରେ କୌଣସି ଲକ୍ଷ୍ୟ ବା ଉଦ୍ଦେଶ୍ୟ ନ ଥାଏ ବରଂ ସେଠାରେ ଧନ-ଦୌଲତ ସବୁ କିଛି ହରାଇ ଏଣେ-ତେଣେ ଘୂରିବାକୁ ପଡେ, କିନ୍ତୁ ଏହି ସତସଙ୍ଗରେ ତୁମକୁ ଏଣେ-ତେଣେ ଘୂରିବାର ଆବଶ୍ୟକତା ନାହିଁ । ଏହା ସତ୍‌ସଙ୍ଗ ସହିତ ସ୍କୁଲ ମଧ୍ୟ ଅଟେ । ସ୍କୁଲରେ ପାଠ ପଢିବାକୁ ପଡେ ଏଣେ ତେଣେ ଯିବାକୁ ପଡେ ନାହିଁ । ପାଠପଢା ଅର୍ଥାତ୍ ରୋଜଗାର । ଯେତେ ଯେତେ ତୁମେମାନେ ନିଜେ ପାଠପଢାକୁ ଜୀବନରେ ଧାରଣ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଧାରଣା କରାଇବ ସେତେ ରୋଜଗାର କରିପାରିବ । ଏହି ସତସଙ୍ଗକୁ ଆସିବା ଅର୍ଥ ଲାଭ ହିଁ ଲାଭ ।

ଓମ୍ ଶାନ୍ତି ।
ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି, ଆତ୍ମିକ ସନ୍ତାନମାନେ ଏହି କାନ ଦ୍ୱାରା ଶୁଣୁଛନ୍ତି । ଅବିନାଶୀ ବାବା ପିଲାମାନଙ୍କୁ କହୁଛନ୍ତି - ନିଜକୁ ଆତ୍ମା ନିଶ୍ଚୟ କର । ଏହିକଥା ବାରମ୍ବାର ଶୁଣିବା ଦ୍ୱାରା ବୁଦ୍ଧିର ଅସ୍ଥିରତା ବନ୍ଦ ହୋଇଯିବ । ବୁଦ୍ଧି ସ୍ଥିର ହୋଇଯିବ । ନିଜକୁ ଆତ୍ମା ମନେକରି ବସିଯିବ । ପିଲାମାନେ ଜାଣିଛନ୍ତି ଏଠାକୁ ଆମେ ଦେବତା ହେବା ପାଇଁ ଆସିଛୁ । ଆମେମାନେ ବାବାଙ୍କର ପୋଷ୍ୟ ସନ୍ତାନ, ଏଠାରେ ଆମେ ବ୍ରାହ୍ମଣମାନେ ପାଠ ପଢ଼ୁଛୁ । କ’ଣ ପଢ଼ୁଛୁ? ପାଠପଢ଼ି ବ୍ରାହ୍ମଣରୁ ଦେବତା ହେଉଛୁ । ଯେପରି ପିଲା କଲେଜ ଗଲେ ବୁଝିଯାଆନ୍ତି ଯେ ମୁଁ ପାଠ ପଢ଼ି ଇଞ୍ଜିନିୟର, ଡାକ୍ତର ଆଦି ହେବି, ସେଠାରେ ବସିବା କ୍ଷଣି ବୁଝିଯିବେ ଯେ ମୁଁ ଅମୁକ ହେବି । ତୁମେମାନେ ମଧ୍ୟ ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣ ହୋଇଛ ତେଣୁ ତୁମେମାନେ ମଧ୍ୟ ଜାଣିଛ ଯେ, ଆମେ ବ୍ରାହ୍ମଣ ହିଁ ଦେବତା ହେବୁ । ଗାୟନ ମଧ୍ୟ ରହିଛି - ମନୁଷ୍ୟ ସେ ଦେବତା... କିନ୍ତୁ କିଏ ହେଉଛନ୍ତି? ସବୁ ହିନ୍ଦୁ ତ’ ଦେବତା ହେଉନାହାନ୍ତି । ବାସ୍ତବରେ ହିନ୍ଦୁ କୌଣସି ଧର୍ମ ନୁହେଁ । ଆଦି ସନାତନ କୌଣସି ହିନ୍ଦୁ ଧର୍ମ ନୁହେଁ । କାହାକୁ ବି ପଚାର ହିନ୍ଦୁ ଧର୍ମ କିଏ ସ୍ଥାପନ କରିଥିଲେ? ତେବେ ଦ୍ୱନ୍ଦରେ ପଡିଯିବେ । ଏହି ନାମ ଅଜ୍ଞାନତା ବଶତଃ ରଖିଦେଇଛନ୍ତି । ହିନ୍ଦୁସ୍ଥାନ ନିବାସୀ ନିଜକୁ ହିନ୍ଦୁ କହିଦେଉଛନ୍ତି । ବାସ୍ତବରେ ଏହାର ନାମ ଭାରତ, ହିନ୍ଦୁସ୍ଥାନ ନୁହେଁ । ସେଥିପାଇଁ ଭାରତ ଖଣ୍ଡ କୁହାଯାଇଥାଏ, ହିନ୍ଦୁସ୍ଥାନ ଖଣ୍ଡ ନୁହେଁ । ତେବେ ଏହାର ନାମ ହିଁ ହେଉଛି ଭାରତ । ତେବେ ସେମାନଙ୍କୁ ଏ କଥା ମଧ୍ୟ ଜଣାନାହିଁ ଯେ ଏହା କେଉଁ ଖଣ୍ଡ । ଅପବିତ୍ର ହୋଇଥିବା କାରଣରୁ ନିଜକୁ ଦେବତା ବୋଲି କହିପାରୁ ନାହାନ୍ତି । ଦେବୀ-ଦେବତାମାନେ ପବିତ୍ର ଥିଲେ, ବର୍ତ୍ତମାନ ସେହି ଧର୍ମ ନାହିଁ । ଅନ୍ୟ ସବୁ ଧର୍ମ ରହିଛି - ବୁଦ୍ଧ ଦେବଙ୍କର ବୌଦ୍ଧ ଧର୍ମ, ଇବ୍ରାହମ୍‌ଙ୍କର ଇସ୍‌ଲାମ ଧର୍ମ, ଯୀଶୁ ଖ୍ରୀଷ୍ଟଙ୍କର ଖ୍ରୀଷ୍ଟିୟାନ ଧର୍ମ ବାକି ହିନ୍ଦୁ ଧର୍ମର ତ’ କେହି ନାହାଁନ୍ତି । ଏହି ହିନ୍ଦୁସ୍ଥାନ ନାମ ବିଦେଶୀମାନେ ରଖିଦେଇଛନ୍ତି । ଏମାନେ ପତିତ ହେବା କାରଣରୁ ନିଜକୁ ଦେବତା ଧର୍ମର ବୋଲି ଭାବୁନାହାଁନ୍ତି । ବାବା ବୁଝାଇଛନ୍ତି ଆଦି ସନାତନ ଦେବୀ-ଦେବତା ଧର୍ମ ପୁରୁଣାରୁ ପୁରୁଣା ଅଟେ । ଆରମ୍ଭରେ କେଉଁ ଧର୍ମ ଥିଲା? ଦେବୀ ଦେବତା ଧର୍ମ । ତେବେ ଏହାକୁ ହିନ୍ଦୁ ଧର୍ମ ବୋଲି କୁହାଯାଇ ପାରିବ ନାହିଁ । ଏବେ ତୁମେ ବ୍ରହ୍ମାଙ୍କର ପୋଷ୍ୟ ସନ୍ତାନ ବ୍ରାହ୍ମଣ ହୋଇଗଲ । ତୁମେ ବ୍ରାହ୍ମଣରୁ ଦେବତା ହେବା ପାଇଁ ପାଠ ପଢୁଛ । ଏପରି ନୁହେଁ, ହିନ୍ଦୁରୁ ଦେବତା ହେବା ପାଇଁ ପଢ଼ୁଛ । ତୁମେ ବ୍ରାହ୍ମଣରୁ ଦେବତା ହେଉଛ । ଏହାକୁ ଭଲ ଭାବରେ ଧାରଣ କରିବାକୁ ହେବ । ଏବେ ଦେଖ ଢ଼େର ଧର୍ମ ରହିଛି । ଆହୁରି ମଧ୍ୟ ଅନେକ ଧର୍ମ ବୃଦ୍ଧି ହୋଇ ଚାଲିଛି । ଯେବେ ବି କେଉଁଠାରେ ଭାଷଣ ଆଦି କରୁଛ ଏହି କଥା ବୁଝାଇବା ବହୁତ ଭଲ । ବର୍ତ୍ତମାନ କଳିଯୁଗ, ସବୁ ଧର୍ମ ଏବେ ତମଃପ୍ରଧାନ ହୋଇଯାଇଛି । ଚିତ୍ର ଉପରେ ବୁଝାଇଲେ ସେମାନଙ୍କର ଗର୍ବ ଭାଙ୍ଗିଯିବ - ମୁଁ ଅମୁକ ଅଟେ, ଏହା ଅଟେ... । ଏହା ଦ୍ୱାରା ବୁଝିଯିବେ ଯେ, ଆମେ ତ’ ତମଃପ୍ରଧାନ ଅଟୁ । ପ୍ରଥମେ ପ୍ରଥମେ ବାବାଙ୍କର ପରିଚୟ ଦିଅ ପୁଣି ଦେଖିବ ଏହି ପୁରୁଣା ଦୁନିଆ ବଦଳିଯିବ । ଦିନକୁ ଦିନ ଚିତ୍ର ମଧ୍ୟ ଶୋଭନୀୟ ହୋଇ ଚାଲିଛି । ଯେପରି ସ୍କୁଲ୍‌ରେ ପିଲାମାନଙ୍କ ବୁଦ୍ଧିରେ ନକ୍‌ସା ରହିଥାଏ ନା । ସେହିପରି ତୁମ ବୁଦ୍ଧିରେ ମଧ୍ୟ ଏହା ରହିବା ଦରକାର । ଏହା ନମ୍ବରୱାନ୍ ମ୍ୟାପ୍ ଅଟେ, ଉପରେ ତ୍ରିମୂର୍ତ୍ତି ଚିତ୍ର ମଧ୍ୟ ରହିଛି । ସୃଷ୍ଟିଚକ୍ରରେ ସତ୍ୟଯୁଗ ଏବଂ କଳିଯୁଗ ଉଭୟ ରହିଛି । ଏବେ ଆମେ ପୁରୁଷୋତ୍ତମ ସଙ୍ଗମ ଯୁଗରେ ଅଛୁ । ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ । ବର୍ତ୍ତମାନ ଆଦି ସନାତନ ଦେବୀ ଦେବତା ଧର୍ମ ସ୍ଥାପନ ହେଉଛି । ତୁମେମାନେ ହେଉଛ ଆଦି ସନାତନ ଦେବୀ-ଦେବତା ଧର୍ମର ଆତ୍ମା । ବାସ୍ତବରେ ହିନ୍ଦୁ ଧର୍ମର ବୋଲି କିଛି ନାହିଁ । ଯେପରି ସନ୍ନ୍ୟାସୀମାନେ ବ୍ରହ୍ମ, ରହିବାର ସ୍ଥାନକୁ ଈଶ୍ୱର ଭାବି ନେଇଛନ୍ତି, ସେହିଭଳି ହିନ୍ଦୁସ୍ଥାନର ନିବାସୀ ନିଜକୁ ହିନ୍ଦୁ ଧର୍ମକୁ ବୋଲି ଭାବି ନେଇଛନ୍ତି । ସେମାନଙ୍କର ଏବଂ ତୁମମାନଙ୍କ ମଧ୍ୟରେ ବହୁତ ଫରକ ରହିଛି । ଦେବୀ-ଦେବତାଙ୍କ ନାମ ବହୁତ ଉଚ୍ଚ ଅଟେ । କଥାରେ କହନ୍ତି ଇଏ ଯେପରି ଜଣେ ଦେବତା ଅଟନ୍ତି । ଯାହାଙ୍କ ଭିତରେ ଭଲ ଗୁଣ ରହିଥାଏ ତାଙ୍କୁ କହିଥା’ନ୍ତି - ଏହାଙ୍କ ଭିତରେ ଦେବତୁଲ୍ୟ ଗୁଣ ରହିଛି ।

ତୁମେମାନେ ଜାଣୁଛ - ଏହି ରାଧା କୃଷ୍ଣ ହିଁ ସ୍ୱୟଂବର ପରେ ଲକ୍ଷ୍ମୀ-ନାରାୟଣ ହେଉଛନ୍ତି, ତାଙ୍କୁ ବିଷ୍ଣୁ ବୋଲି କୁହାଯାଉଛି । ଚିତ୍ର ସମସ୍ତଙ୍କର ଅଛି କିନ୍ତୁ କେହି ଜାଣିନାହାନ୍ତି । ତୁମମାନଙ୍କୁ ଏବେ ବାବା ବୁଝାଉଛନ୍ତି, ବାବାଙ୍କୁ ହିଁ ସମସ୍ତେ ମନେପକାଉଛନ୍ତି । ଏଭଳି କୌଣସି ମନୁଷ୍ୟ ନ ଥିବେ ଯାହାଙ୍କ ମୁଖରେ ଭଗବାନ ଶବ୍ଦ ନ ଥିବ, ତେବେ ଭଗବାନଙ୍କୁ ନିରାକାର ବୋଲି କୁହାଯାଉଛି । କିନ୍ତୁ ନିରାକାରର ଅର୍ଥକୁ ମଧ୍ୟ କେହି ବୁଝୁନାହାନ୍ତି । ଏବେ ତୁମେ ସବୁକିଛି ଜାଣୁଛ ତେଣୁ ପଥର ବୁଦ୍ଧିରୁ ପାରସ ବୁଦ୍ଧି ହୋଇଯାଉଛ । ଏହି ଜ୍ଞାନ କେବଳ ଭାରତବାସୀମାନଙ୍କ ପାଇଁ ଉଦ୍ଧିଷ୍ଟ, ଏମିତି ନୁହେଁ କି ଅନ୍ୟ ଧର୍ମର ଆତ୍ମାମାନଙ୍କ ପାଇଁ । ବାକି ତୁମେ ବୁଝାଇ ପାରିବ ଯେ, ଏତେ ସବୁ ବୃଦ୍ଧି କିପରି ହେଉଛି ଏବଂ ଅନ୍ୟ ସବୁ ରାଷ୍ଟ୍ର କିପରି ଆସିବାରେ ଲାଗିଲା । ସେଠାରେ ତ’ (ସ୍ୱର୍ଗରେ) ଭାରତ ବିନା ଅନ୍ୟ କୌଣସି ଦେଶ ରହିବ ନାହିଁ । ଏବେ ସେହି ଗୋଟିଏ ଧର୍ମ ନାହିଁ, ବାକି ସବୁ ଅଛି । ଏଥିପାଇଁ ବରଗଛର ଉଦାହରଣ ଠିକ୍ ଅଟେ । ବର୍ତ୍ତମାନ ଆଦି ସନାତନ ଦେବୀ-ଦେବତା ଧର୍ମର ମୂଳଦୁଆ ନାହିଁ ବାକି ଆଉ ସବୁ ଅଛି । ତେବେ କହିବେ ସେଠାରେ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ହିନ୍ଦୁ ଧର୍ମ ନ ଥିଲା । ତୁମେ ଏବେ ବ୍ରାହ୍ମଣ ହୋଇଛ । ଦେବତା ହେବା ପାଇଁ ହେଲେ ବର୍ତ୍ତମାନ ବ୍ରାହ୍ମଣ ନିଶ୍ଚିତ ହେବାକୁ ପଡିବ । ଶୂଦ୍ର ବର୍ଣ୍ଣ ବ୍ରାହ୍ମଣ ବର୍ଣ୍ଣ ବୋଲି କୁହାଯାଇଥାଏ, ଶୂଦ୍ର ସାମ୍ରାଜ୍ୟ କୁହାଯାଏ ନାହିଁ । ଏବେ ରାଜା ରାଣୀ ଅଛନ୍ତି, କିନ୍ତୁ ପ୍ରଥମେ ଦେବୀ-ଦେବତା ମହାରାଜା ମହାରାଣୀ ଥିଲେ । ଏଠାରେ ହିନ୍ଦୁ ମହାରାଜା ମହାରାଣୀ ଅଛନ୍ତି । ଭାରତ ତ ଗୋଟିଏ ଦେଶ ଥିଲା, ତେବେ ସେମାନେ ଅଲଗା ଅଲଗା କିପରି ହୋଇ ଗଲେ? ତେବେ ସେମାନଙ୍କର ଚିହ୍ନ ବର୍ଣ୍ଣ ହିଁ ଗୁପ୍ତ କରିଦେଇଛନ୍ତି, କେବଳ ଚିତ୍ର ରହିଛି । ନମ୍ବରୱାନ୍ ହେଲେ ସୂର୍ଯ୍ୟବଂଶୀ, ରାମକୁ ସୂର୍ଯ୍ୟବଂଶୀ କୁହାଯିବ ନାହିଁ । ଏବେ ତୁମେ ସୂର୍ଯ୍ୟବଂଶୀ ହେବା ପାଇଁ ଆସିଛ ଚନ୍ଦ୍ରବଂଶୀ ନୁହେଁ । ଏହା ରାଜଯୋଗ ଅଟେ ନା । ତୁମ ବୁଦ୍ଧିରେ ଅଛି ଆମେ ଏହିଭଳି ଲକ୍ଷ୍ମୀ ନାରାୟଣ ହେବୁ । ଆମର ଆନ୍ତରିକ ଖୁସି ରହୁଛି ଯେ - ମହାରାଜା-ମହାରାଣୀ କରିବା ପାଇଁ ବାବା ଆମକୁ ପାଠ ପଢ଼ାଉଛନ୍ତି । ଏହା ହିଁ ସତ୍ୟ ନାରାୟଣଙ୍କର ସତ୍ୟ ସତ୍ୟ କଥା । ଆଗରୁ ଜନ୍ମ ଜନ୍ମାନ୍ତର ତୁମେ ସତ୍ୟ ନାରାୟଣଙ୍କର କଥା ଶୁଣି ଆସିଛ । କିନ୍ତୁ ତାହା କୌଣସି ସତ୍ୟ କଥା ନ ଥିଲା । ଭକ୍ତିମାର୍ଗରେ କେବେ ମନୁଷ୍ୟରୁ ଦେବତା ହୋଇପାରିବ ନାହିଁ । କେହି ବି ମୁକ୍ତି-ଜୀବନମୁକ୍ତି ପାଇପାରିବେ ନାହିଁ । ତେବେ ସବୁ ମନୁଷ୍ୟମାନେ ନିଶ୍ଚିତ ଭାବରେ ମୁକ୍ତି ଜୀବନମୁକ୍ତିକୁ ପ୍ରାପ୍ତ କରୁଛନ୍ତି । କିନ୍ତୁ ଏବେ ସମସ୍ତେ ବନ୍ଧନରେ ଅଛନ୍ତି । ଉପରୁ ଆଜି ମଧ୍ୟ ଆତ୍ମା ଆସିଲେ ଜୀବନମୁକ୍ତିରେ ଆସିବେ ଜୀବନ ବନ୍ଧନରେ ନୁହେଁ । ଅଧା ସମୟ ଜୀବନମୁକ୍ତି, ଅଧା ସମୟ ଜୀବନ ବନ୍ଧନରେ ଆସିବେ । ଏହିଭଳି ଖେଳ ରଚନା ହୋଇଛି । ଏହି ଅବିନାଶୀ ଖେଳର ଆମେ ସମସ୍ତେ ଅଭିନେତା, ଏଠାକୁ ଆସିଛୁ ଅଭିନୟ କରିବା ପାଇଁ । ଆମେ ଆତ୍ମାମାନେ ଏଠାକାର ବାସିନ୍ଦା ନୋହୁଁ । ଆମେ କିଭଳି ଏଠାକୁ ଆସୁଛୁ - ଏ ସବୁ କଥା ବାବା ବୁଝାଉଛନ୍ତି । ଅନେକ ଆତ୍ମାମାନେ ଏହିଠାରେ ହିଁ ପୁନର୍ଜନ୍ମ ନେଇ ଚାଲିଛନ୍ତି । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସାରା ବିଶ୍ୱର ଇତିହାସ ଭୂଗୋଳ ଏବେ ତୁମମାନଙ୍କର ବୁଦ୍ଧିରେ ରହିଛି । ପୂର୍ବରୁ ତୁମେମାନେ ମଧ୍ୟ ତୁଚ୍ଛ ବୁଦ୍ଧି ଥିଲ । ଏବେ ବାବା ତୁମକୁ ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତର ରହସ୍ୟ ଶୁଣାଉଛନ୍ତି । ତୁମେ ଗରିବ, ସାଧାରଣ ଆତ୍ମା । ତୁମେମାନେ ହିଁ ସବୁକିଛି ଜାଣୁଛ । ତୁମମାନଙ୍କର ବୁଦ୍ଧି ଏବେ ସ୍ୱଚ୍ଛ ହେଉଛି, ପବିତ୍ରକୁ ସ୍ୱଚ୍ଛ କୁହାଯାଇଥାଏ । ତୁଚ୍ଛ ବୁଦ୍ଧିମାନେ ଅପବିତ୍ର ଅଟନ୍ତି । ଏବେ ଦେଖ ତୁମେ କ’ଣ ହେଉଛ! ସ୍କୁଲ୍‌ମାନଙ୍କରେ ମଧ୍ୟ ପାଠପଢ଼ା ଆଧାରରେ ଉଚ୍ଚ ପଦ ପ୍ରାପ୍ତ କରିଥା’ନ୍ତି । ତୁମର ପାଠପଢା ମଧ୍ୟ ସବୁଠାରୁ ଉଚ୍ଚ, ଯାହା ଦ୍ୱାରା ତୁମେ ରାଜ ପଦ ପ୍ରାପ୍ତ କରୁଛ । ଦୁନିଆରେ ତ’ ଦାନ ପୁଣ୍ୟ କରିବା ଦ୍ୱାରା ରାଜାଙ୍କ ଘରେ ଜନ୍ମ ନେଇଥା’ନ୍ତି ପୁଣି ରାଜା ହୋଇଥା’ନ୍ତି, କିନ୍ତୁ ତୁମେ ଏହି ପାଠପଢ଼ା ଦ୍ୱାରା ରାଜା ହେଉଛ । ବାବା କହୁଛନ୍ତି - ମୁଁ ତୁମମାନଙ୍କୁ ରାଜଯୋଗ ଶିଖାଉଛି । ବାବାଙ୍କ ବ୍ୟତୀତ ଆଉ କେହି ରାଜଯୋଗ ଶିଖାଇ ପାରିବେ ନାହିଁ । ବାବା ହିଁ ତୁମକୁ ରାଜଯୋଗର ପାଠ ପଢ଼ାଉଛନ୍ତି । ତୁମେ ପୁଣି ଅନ୍ୟମାନଙ୍କୁ ବୁଝାଉଛ । ପତିତରୁ ପାବନ କରିବା ପାଇଁ ବାବା ଆମମାନଙ୍କୁ ରାଜଯୋଗ ଶିଖାଉଛନ୍ତି । ନିଜକୁ ଆତ୍ମା ମନେକରି ନିରାକାର ବାବାଙ୍କୁ ମନେପକାଇଲେ ତୁମେ ପବିତ୍ର ହୋଇଯିବ ଏବଂ ଚକ୍ରକୁ ଜାଣିବା ଦ୍ୱାରା ସତ୍ୟଯୁଗରେ ତୁମେ ଚକ୍ରବର୍ତ୍ତୀ ରାଜା ହୋଇଯିବ । ଏହି କଥାକୁ ବୁଝାଇବା ବହୁତ ସହଜ । ଏବେ ଦେବତା ଧର୍ମର କେହି ବି ନାହାନ୍ତି । ସମସ୍ତେ ଅନ୍ୟ ସବୁ ଧର୍ମକୁ ଚାଲିଯାଇଛନ୍ତି । ତୁମେ ଯାହାକୁ ବି ବୁଝାଉଛ ପ୍ରଥମେ ପ୍ରଥମେ ବାବାଙ୍କର ପରିଚୟ ଦିଅ । ବାବା ବୁଝାଉଛନ୍ତି - ଅନ୍ୟ ଧର୍ମକୁ କେତେ ସବୁ ଚାଲିଯାଇଛନ୍ତି । ବୌଦ୍ଧି, ମୁସଲମାନ ଆଦି ଢ଼େର ହୋଇଗଲେଣି । ତରବାରୀର ବଳରେ ମଧ୍ୟ ବହୁତ ମୁସଲମାନ ହୋଇଯାଇଛନ୍ତି । ବହୁତ ବୌଦ୍ଧି ମଧ୍ୟ ହୋଇଯାଇଛନ୍ତି । ଥରେ ମାତ୍ର ଭାଷଣ କରିବା ଦ୍ୱାରା ହଜାର ହଜାର ବୌଦ୍ଧି ହୋଇ ଗଲେ । ଖ୍ରୀଷ୍ଟିୟାନମାନେ ମଧ୍ୟ ଏଠାକୁ ଆସି ଏହିଭଳି ଭାଷଣ କରୁଛନ୍ତି । ସବୁଠାରୁ ଅଧିକ ଜନସଂଖ୍ୟା ବର୍ତ୍ତମାନ ସମୟରେ ଖ୍ରୀଷ୍ଟୀୟାନମାନଙ୍କର । ଏବେ ତୁମ ପିଲାମାନଙ୍କ ବୁଦ୍ଧିରେ ସାରା ସୃଷ୍ଟିର ଚକ୍ର ଘୂରୁଛି । ସେଥିପାଇଁ ବାବା କହୁଛନ୍ତି - ତୁମେ ହେଉଛ ସ୍ୱଦର୍ଶନ ଚକ୍ରଧାରୀ । କିନ୍ତୁ ଶାସ୍ତ୍ରରେ ବିଷ୍ଣୁଙ୍କ ହାତରେ ସ୍ୱଦର୍ଶନ ଚକ୍ର ଦେଖାଇଛନ୍ତି, ମନୁଷ୍ୟମାନେ ଏକଥା ଜାଣିନାହାନ୍ତି ଯେ ବିଷ୍ଣୁଙ୍କୁ କାହିଁକି ଦେଇଛନ୍ତି? ସ୍ୱଦର୍ଶନ ଚକ୍ରଧାରୀ କୃଷ୍ଣ ଅଥବା ନାରାୟଣଙ୍କୁ କହୁଛନ୍ତି । ଏ କଥା ମଧ୍ୟ ବୁଝାଇବା ଦରକାର ଯେ, ସେମାନଙ୍କ ଭିତରେ କ’ଣ ସମ୍ପର୍କ ରହିଛି । ଏହି ତିନି ଜଣ ଏକ ଅଟନ୍ତି । ବାସ୍ତବରେ ଏହି ସ୍ୱଦର୍ଶନ ଚକ୍ର ତୁମ ବ୍ରାହ୍ମଣମାନଙ୍କ ପାଇଁ ଉଦ୍ଦିଷ୍ଟ । ତୁମେ ଏହି ଜ୍ଞାନ ଦ୍ୱାରା ହିଁ ସ୍ୱଦର୍ଶନ ଚକ୍ରଧାରୀ ହେଉଛ । ବାକି ସ୍ୱଦର୍ଶନ ଚକ୍ର କୌଣସି ମାରିବା କାଟିବା ପାଇଁ ନୁହେଁ । ଏସବୁ ଜ୍ଞାନର କଥା । ତୁମେ ଯେତେ ଜ୍ଞାନର ଚକ୍ର ଘୂରାଇବ, ସେତେ ତୁମର ପାପ ଭସ୍ମ ହେବ । ବାକି ମୁଣ୍ଡ କାଟିବାର କୌଣସି କଥା ନାହିଁ । ଏହି ଚକ୍ର କୌଣସି ହିଂସାର ଚକ୍ର ନୁହେଁ । ଏହି ଚକ୍ର ତୁମକୁ ଅହିଂସକ କରାଉଛି । କେଉଁ କଥାକୁ କେଉଁଠିକୁ ନେଇଯାଇଛନ୍ତି । ଏ କଥା ବାବାଙ୍କ ବ୍ୟତୀତ କେହି ବୁଝାଇ ପାରିବେ ନାହିଁ ।

ତୁମେ ମିଠା ମିଠା ପିଲାମାନେ ଅସରନ୍ତି ଖୁସିରେ ରହୁଛ । ଏବେ ତୁମେ ଜାଣୁଛ ଯେ, ଆମେ ସମସ୍ତେ ହେଲେ ଜଣେ ଜଣେ ଆତ୍ମା । ପ୍ରଥମେ ତୁମେ ନିଜକୁ ଏବଂ ନିଜ ଘରକୁ ଭୁଲି ଯାଇଥିଲ । ଆତ୍ମାକୁ ତ’ ଆତ୍ମା ବୋଲି ହିଁ କହୁଛନ୍ତି କିନ୍ତୁ ପରମାତ୍ମାଙ୍କୁ ସର୍ବବ୍ୟାପୀ ବୋଲି କହିଦେଉଛନ୍ତି । ଆତ୍ମାର ପିତାଙ୍କର କେତେ ଗ୍ଳାନୀ କରିଦେଇଛନ୍ତି । ତଥାପି ବି ବାବା ଆସି ଆତ୍ମାମାନଙ୍କୁ ଜ୍ଞାନ ଦେଉଛନ୍ତି । ତେଣୁ ଆତ୍ମାମାନଙ୍କ ପାଇଁ କେବେ କହିବେ ନାହିଁ ଯେ, ମାଟି-ଗୋଡି, କୋଣ ଅନୁକୋଣରେ ଅଛନ୍ତି । ଜୀବଜନ୍ତୁଙ୍କ କଥା ତ’ ଅଲଗା । ମନୁଷ୍ୟମାନେ ହିଁ ପାଠ ପଢ଼ିଥା’ନ୍ତି । ଏବେ ତୁମେ ଜାଣୁଛ, ଆମେ ଏତେ ଜନ୍ମ ଏହିଭଳି ଏହିଭଳି ହେଉଛେ । ଆମେ ଏବେ ୮୪ ଜନ୍ମ ପୂରା କରିଛୁ, ୮୪ ଲକ୍ଷ ନୁହେଁ । ମନୁଷ୍ୟମାନେ କେତେ ଅଜ୍ଞାନ ଅନ୍ଧକାରରେ ଅଛନ୍ତି ସେଥିପାଇଁ କୁହାଯାଉଛି - ଜ୍ଞାନ ସୂର୍ଯ୍ୟ ପ୍ରଗଟା... । ଅଧାକଳ୍ପ ଦ୍ୱାପରଯୁଗ ଏବଂ କଳିଯୁଗରେ ଅନ୍ଧକାର, ଅଧାକଳ୍ପ ସତ୍ୟଯୁଗ-ତ୍ରେତାରେ ଆଲୋକିତ ହେଉଛି । ଏହା ଦିନ ଏବଂ ରାତି, ଆଲୋକ ଏବଂ ଅନ୍ଧକାରର ଜ୍ଞାନ । ଏହା ବେହଦର କଥା । ଅଧାକଳ୍ପ ଅନ୍ଧକାରରେ ତୁମେ କେତେ ଠୋକର ଖାଇଛ, ଏଣେ ତେଣେ ବହୁତ ବୁଲିଛ । ସ୍କୁଲ୍‌ରେ ଯେଉଁମାନେ ପଢ଼ନ୍ତି ତାଙ୍କୁ ଏତେତେଣେ ବୁଲିବା କୁହାଯାଏ ନାହିଁ । ସତ୍‌ସଙ୍ଗ ପାଇଁ ମନୁଷ୍ୟ କେତେ ଏଣେତେଣେ ବୁଲୁଛନ୍ତି । ଏହାଦ୍ୱାରା କିଛି ବି ଆମଦାନୀ ହୋଇ ନ ଥାଏ, ଆହୁରି କ୍ଷତି ହୋଇଥାଏ, ସେଥିପାଇଁ ଏହାକୁ ଏତେତେଣେ ଘୂରି ବୁଲିବା କୁହାଯାଉଛି । ବୁଲି ବୁଲି ସବୁ ଧନ-ଦୌଲତ ଆଦି ହରାଇ କାଙ୍ଗାଳ ହୋଇଯାଇଛନ୍ତି । ବର୍ତ୍ତମାନ ଏହି ପାଠପଢ଼ାରେ ଯିଏ ଯେତେ ଯେତେ ଭଲ ଭାବରେ ଧାରଣ କରିବେ ଏବଂ କରାଇବେ, ଏହା ଦ୍ୱାରା ଲାଭ ହିଁ ଲାଭ ହେବ । ବ୍ରାହ୍ମଣ ହୋଇଗଲ ଅର୍ଥାତ୍ ଲାଭ ହିଁ ଲାଭ । ତୁମେ ଜାଣିଛ ଆମେ ବ୍ରାହ୍ମଣ ହିଁ ସ୍ୱର୍ଗବାସୀ ହେଉଛୁ । ସ୍ୱର୍ଗବାସୀ ତ ସମସ୍ତେ ହେବେ । କିନ୍ତୁ ତୁମେ ଏଥିରେ ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରୁଛ ।

ବର୍ତ୍ତମାନ ତୁମ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା । ତୁମେ ନିଜେ କହୁଛ - ବାବା, ଆମକୁ ବାନପ୍ରସ୍ଥକୁ ଅର୍ଥାତ୍ ପବିତ୍ର ଦୁନିଆକୁ ନେଇଚାଲ, ତାହା ହେଉଛି ଆତ୍ମାମାନଙ୍କର ଦୁନିଆ । ସେହି ନିରାକାରୀ ଦୁନିଆ କେତେ ଛୋଟ । ଏଠାରେ ତ’ ଚଲାବୁଲା କରିବା ପାଇଁ ବଡ ଜାଗା ରହିଛି । ସେଠାରେ ଏ ସବୁ କଥା ନାହିଁ, ସେଠାରେ ଶରୀର ନାହିଁ କି କୌଣସି ପାର୍ଟ ନାହିଁ । ସେଠାରେ ଆତ୍ମାମାନେ କେବଳ ତାରକା ସମାନ ରହିଥା’ନ୍ତି । ଏହା ପ୍ରକୃତି ଅଟେ ନା । ସୂର୍ଯ୍ୟ, ଚନ୍ଦ୍ର, ତାରାମାନେ କିପରି ରହିଛନ୍ତି । ସେହିପରି ଆତ୍ମାମାନେ ମଧ୍ୟ ବ୍ରହ୍ମ ତତ୍ତ୍ୱରେ ସ୍ୱାଭାବିକ ଭାବରେ ରହିଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଜ୍ଞାନକୁ ସ୍ମରଣ କରି ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡିବ, ସ୍ୱଦର୍ଶନ ଚକ୍ରକୁ ଘୂରାଇ ସମସ୍ତ ପାପକୁ ଖଣ୍ଡନ କରିବା ସହିତ ଡବଲ ଅହିଂସକ ହେବାକୁ ପଡିବ ।

(୨) ନିଜର ବୁଦ୍ଧିକୁ ସ୍ୱଚ୍ଛ ଏବଂ ପବିତ୍ର କରି ଏହି ରାଜଯୋଗର ପାଠ ପଢିବାକୁ ହେବ ଏବଂ ଉଚ୍ଚ ପଦ ପାଇବାକୁ ହେବ । ମନ ଭିତରେ ସର୍ବଦା ଏହି ଖୁସି ରହିଥାଉ ଯେ, ଆମେ ସତ୍ୟ ନାରାୟଣଙ୍କ ବିଷୟରେ ସତ୍ୟ ଜ୍ଞାନ ଶୁଣି ମନୁଷ୍ୟରୁ ଦେବତା ହେଉଛୁ ।

ବରଦାନ:-
ମନ ବୁଦ୍ଧିକୁ ନିଜର ଆଦେଶ ଅନୁସାରେ ବିଧିପୂର୍ବକ କାର୍ଯ୍ୟରେ ଲଗାଉଥିବା ନିରନ୍ତର ଯୋଗୀ ହୁଅ ।

ନିରନ୍ତର ଯୋଗୀ ଅର୍ଥାତ୍ ସ୍ୱରାଜ୍ୟ ଅଧିକାରୀ ହେବାର ବିଶେଷ ସାଧନ ହେଲା ମନ ଏବଂ ବୁଦ୍ଧି । ଏହାର ମନ୍ତ୍ର ହେଲା ମନମନାଭବ, ଏହି ଯୋଗକୁ ବୁଦ୍ଧିଯୋଗ ମଧ୍ୟ କୁହାଯାଏ । ତେଣୁ ଏହି ଦୁଇଟି ବିଶେଷ ଆଧାର ସ୍ତମ୍ଭ ଯଦି ନିଜର ଅଧିକାରରେ ଥିବ ଅର୍ଥାତ୍ ତୁମର ଆଦେଶ ଅନୁସାରେ ବିଧିପୂର୍ବକ କାର୍ଯ୍ୟ କରୁଥିବ, ଯେଉଁ ସଂକଳ୍ପ ଯେତେବେଳେ କରିବାକୁ ଚାହିଁବ କରିପାରୁଥିବ, ଯେଉଁଠାରେ ବି ବୁଦ୍ଧିକୁ ଲଗାଇବାକୁ ଚାହିଁବ ଲଗାଇ ପାରୁଥିବ, ବୁଦ୍ଧି ତୁମକୁ ଅର୍ଥାତ୍ ନିଜର ରାଜାକୁ ଏଣେ ତେଣେ ଭଟକାଉ ନ ଥିବ, ତେବେ କୁହାଯିବ ନିରନ୍ତର ଯୋଗୀ ।

ସ୍ଲୋଗାନ:-
ନିଜେ ମାଷ୍ଟର ବିଶ୍ୱ ଶିକ୍ଷକ ହୁଅ, ସମୟକୁ ନିଜର ଶିକ୍ଷକ କର ନାହିଁ ।