21.08.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ମିଠାରୁ ମିଠା ସାକାରିନ୍ ଅଟନ୍ତି । ସେଥିପାଇଁ ଆଉ ସବୁକଥା ଛାଡି ସେହି ବାବାଙ୍କୁ ମନେ ପକାଇଲେ
ସାକାରିନ୍ ଭଳି ମିଠା ହୋଇଯିବ । ’’
ପ୍ରଶ୍ନ:-
ତୁମେମାନେ
ବାବାଙ୍କ ଦ୍ୱାରା ଶ୍ରୀମତ ପ୍ରାପ୍ତ କରି ନିଜ ଭିତରେ କେଉଁ ସଂସ୍କାର ଭରୁଛ ?
ଉତ୍ତର:-
ଭବିଷ୍ୟତରେ ବିନା ମନ୍ତ୍ରୀରେ ସାରା ବିଶ୍ୱ ଉପରେ ରାଜତ୍ୱ କରିବାର । ଭବିଷ୍ୟତରେ ରାଜଧାନୀ
ଚଳାଇବାର ଶ୍ରୀମତ ନେବା ପାଇଁ ହିଁ ତୁମେମାନେ ଏଠାକୁ ଆସିଛ । ବାବା ତୁମକୁ ଏପରି ଶ୍ରୀମତ
ଦେଉଛନ୍ତି, ଯାହାକି ଅଧାକଳ୍ପ ପର୍ଯ୍ୟନ୍ତ କାହାର ରାୟ ଅର୍ଥାତ୍ ପରାମର୍ଶ ନେବାର ଆବଶ୍ୟକତା ନାହିଁ
। ରାୟ ସେହିମାନଙ୍କୁ ନେବାକୁ ପଡିଥାଏ ଯାହାଙ୍କର ବୁଦ୍ଧି ଦୁର୍ବଳ ଥାଏ ।
ଗୀତ:-
ତୁହ୍ମି ହୋ ମାତା...
ଓମ୍ ଶାନ୍ତି ।
ମଧୁର ସନ୍ତାନମାନେ ଗୀତ ଶୁଣିଲେ । ଏକଥା କିଏ କହିଲେ ଯେ ମଧୁର ରୁହାନୀ ସନ୍ତାନମାନେ? ନିଶ୍ଚୟ
ରୁହାନୀ ବାବା ହିଁ କହିପାରିବେ । ମଧୁର ସନ୍ତାନମାନେ ଏବେ ସମ୍ମୁଖରେ ବସିଛନ୍ତି ଓ ବହୁତ ସ୍ନେହର
ସହିତ ବାବା ବୁଝାଉଛନ୍ତି । ତୁମେ ଜାଣିଛ ଯେ ରୁହାନୀ ବାବାଙ୍କ ବ୍ୟତୀତ ସମସ୍ତଙ୍କୁ ସୁଖ ଶାନ୍ତି
ଦେଇ ଦୁଃଖରୁ ମୁକ୍ତ କରିବା ପାଇଁ ସାରା ଦୁନିଆରେ ଆଉ କେହି ନାହାଁନ୍ତି, ସେଥିପାଇଁ ଦୁଃଖରେ
ବାବାଙ୍କୁ ମନେ ପକାଇ ଚାଲିଛନ୍ତି । ତୁମେ ପିଲାମାନେ ସମ୍ମୁଖରେ ବସିଛ । ଜାଣିଛ ଯେ ବାବା ଆମକୁ
ସୁଖଧାମର ଯୋଗ୍ୟ କରାଉଛନ୍ତି । ସର୍ବଦା ସୁଖଧାମର ମାଲିକ କରାଉଥିବା ବାବାଙ୍କ ସମ୍ମୁଖକୁ ତୁମେ
ଆସିଛ । ଏବେ ଜାଣୁଛ ସମ୍ମୁଖରେ ଶୁଣିବା ଓ ଦୂରରେ ରହି ଶୁଣିବାରେ ବହୁତ ଅନ୍ତର ରହିଛି । ମଧୁବନରେ
ତୁମେ ସମ୍ମୁଖକୁ ଆସୁଛ, ମଧୁବନ ପ୍ରସିଦ୍ଧ ଅଟେ । ମଧୁବନ, ବୃନ୍ଦାବନରେ ସେମାନେ ଶ୍ରୀକୃଷ୍ଣଙ୍କ
ଚିତ୍ର ଦେଖାଇଛନ୍ତି । କିନ୍ତୁ ଶ୍ରୀକୃଷ୍ଣ ତ ନାହାଁନ୍ତି । ଏଠାରେ ନିରାକାର ବାବା ତୁମ ସହିତ
ମିଶୁଛନ୍ତି । ତୁମକୁ ନିଜକୁ ଘଡିକୁ ଘଡି ଆତ୍ମା ନିଶ୍ଚୟ କରିବାକୁ ପଡିବ । ମୁଁ ଆତ୍ମା
ବାବାଙ୍କଠାରୁ ବର୍ସା ନେଉଛି । ସାରା କଳ୍ପରେ ଏହା ଏକମାତ୍ର ସମୟ । ଏହା କଳ୍ପର ସୁନେଲୀ
ସଙ୍ଗମଯୁଗ ଅଟେ । ଏହାର ନାମ ରଖାଯାଇଛି - ପୁରୁଷୋତ୍ତମ । ଏହା ହିଁ ସଙ୍ଗମଯୁଗ ଅଟେ, ଯେଉଁଠି ସବୁ
ମନୁଷ୍ୟ ମାତ୍ରକେ ଉତ୍ତମ ହେଉଛନ୍ତି । ଏବେ ତ ସବୁ ମନୁଷ୍ୟମାନଙ୍କର ଆତ୍ମା ତମୋପ୍ରଧାନ ହୋଇଯାଇଛି,
ଯାହା ପୁଣି ଏବେ ସତ୍ତ୍ୱପ୍ରଧାନ ହେଉଛି । ସତ୍ତ୍ୱପ୍ରଧାନ ହେବା ଦ୍ୱାରା ମନୁଷ୍ୟ ଉତ୍ତମ ହେଉଛନ୍ତି
। ତମୋପ୍ରଧାନ ହେବା ଦ୍ୱାରା ମନୁଷ୍ୟ କନିଷ୍ଠ ହେଉଛନ୍ତି । ତେଣୁ ଆତ୍ମାମାନଙ୍କୁ ବାବା ବସି
ସମ୍ମୁଖରେ ବୁଝାଉଛନ୍ତି । ସମସ୍ତ ଅଭିନୟ ଆତ୍ମା ହିଁ କରୁଛି, ଶରୀର ନୁହେଁ । ଆତ୍ମା ଓ ଶରୀର
ଉଭୟର ମିଳନ ହେଲେ ଅଭିନୟ ଚାଲିଥାଏ । ତୁମ ବୁଦ୍ଧିରେ ଆସିଯାଉ ଯେ ମୁଁ ଆତ୍ମା ପ୍ରକୃତରେ ନିରାକାରୀ
ଦୁନିଆ ଅଥବା ଶାନ୍ତିଧାମର ବାସିନ୍ଦା ଅଟେ, ଏକଥା କେହି ବି ଜାଣିନାହାଁନ୍ତି । ନା ନିଜେ
ବୁଝିଛନ୍ତି, ନା ଅନ୍ୟକୁ ବୁଝାଇପାରୁଛନ୍ତି । ତୁମ ବୁଦ୍ଧିର ତାଲା ଏବେ ଖୋଲିଯାଇଛି, ତୁମେ ଜାଣିଛ
ବାସ୍ତବରେ ଆତ୍ମାମାନେ ପରମଧାମରେ ରହୁଛନ୍ତି । ତାହା ନିରାକାରୀ ଦୁନିଆ । ଏହା ସାକାରୀ ଦୁ୍ନିଆ
। ଏଠାରେ ଆମେ ସମସ୍ତେ ଆତ୍ମା ଅଭିନେତା ଅଟୁ । ପ୍ରଥମେ-ପ୍ରଥମେ ଆମେ ଅଭିନୟ କରିବାକୁ ଆସିଥାଉ ।
ପୁଣି କ୍ରମାନୁସାରେ ଆସୁଛନ୍ତି ଓ ଯାଉଛନ୍ତି । ସବୁ ଅଭିନେତା ଏକା ସଙ୍ଗେ ଆସନ୍ତି ନାହିଁ ।
ଭିନ୍ନ ଭିନ୍ନ ପ୍ରକାରର ଅଭିନେତା ଆସନ୍ତି ଓ ଯାଆନ୍ତି । ନାଟକ ପୂରା ହେଲେ ସମସ୍ତେ ଏକତ୍ର
ହୋଇଥାଆନ୍ତି । ଏବେ ତୁମକୁ ପରିଚୟ ମିଳିଛି, ଆତ୍ମା ପ୍ରକୃତରେ ଶାନ୍ତିଧାମର ବାସିନ୍ଦା ଅଟେ -
ଏଠାକୁ ଅଭିନୟ କରିବାକୁ ଆସୁଛି । ବାବା ସବୁ ସମୟରେ ଅଭିନୟ କରିବାକୁ ଆସୁ ନାହାଁନ୍ତି । ଆମେ ହିଁ
ଅଭିନୟ କରି-କରି ତମୋପ୍ରଧାନ ହୋଇଯାଉଛୁ । ଏବେ ତୁମକୁ ବାବାଙ୍କ ସମ୍ମୁଖରେ ମୁରଲୀ ଶୁଣିବା ଦ୍ୱାରା
ବହୁତ ମଜା ଲାଗୁଛି । ନିଜେ ମୁରଲୀ ପଢିଲେ, ଏତେ ମଜା ଆସେ ନାହିଁ । ତୁମେ ଏଠାରେ ସମ୍ମୁଖରେ ଅଛ
ନା । ତେବେ ପ୍ରଥମେ ସତ୍ୟଯୁଗୀ ଆଦି ସନାତନ ଦେବୀ-ଦେବତା ଧର୍ମାବଲମ୍ବୀମାନେ ହିଁ ଆସିଥା’ନ୍ତି ।
ତୁମେ ଜାଣିଛ ଭାରତ ଦେବୀ-ଦେବତାମାନଙ୍କର ସ୍ଥାନ ଥିଲା, ଏବେ ନାହିଁ । ଚିତ୍ର ଦେଖୁଛ, ତେଣୁ
ସେମାନେ ନିଶ୍ଚୟ ଥିଲେ । ପ୍ରଥମେ-ପ୍ରଥମେ ତ ଆମେ ଦେବୀ-ଦେବତା ଥିଲୁ, ନିଜର ଅଭିନୟକୁ ତ ମନେ
ରଖିବ ନା ଭୁଲିଯିବ? ବାବା କହୁଛନ୍ତି - ତୁମେ ଏହି ପାର୍ଟ କରିଛ, ଏହା ହେଉଛି ଡ୍ରାମା । ନୂଆ
ଦୁନିଆ ପୁଣି ପୁରୁଣା ହେଉଛି । ପ୍ରଥମେ ପ୍ରଥମେ ଉପରୁ ଯେଉଁ ଆତ୍ମାମାନେ ଆସିଥା’ନ୍ତି, ସେମାନେ
ଗୋଲଡେନ୍ ଏଜ୍ (ସତ୍ୟଯୁଗ)ରେ ଆସିଥାଆନ୍ତି । ଏସବୁ କଥା ଏବେ ତୁମ ବୁଦ୍ଧିରେ ଅଛି । ସତ୍ୟଯୁଗ
ଆଦିରେ ତୁମେମାନେ ହିଁ ଅଭିନୟ କରିବା ପାଇଁ ଆସିଥିଲ । ତୁମେ ବିଶ୍ୱର ମାଲିକ ମହାରାଜା-ମହାରାଣୀ
ଥିଲ । ତୁମର ରାଜଧାନୀ ଥିଲା । ଏବେ ତ ରାଜଧାନୀ ନାହିଁ । ଏବେ ତୁମେ ଶିଖୁଛ, ଆମେ ରାଜତ୍ୱ କିପରି
ଚଲାଇବୁ, ସେଠାରେ ମନ୍ତ୍ରୀ ରହିବେ ନାହିଁ । ରାୟ ଦେବାବାଲାର ଆବଶ୍ୟକତା ନାହିଁ । ସେମାନେ ତ
ଶ୍ରୀମତ ଦ୍ୱାରା ଶ୍ରେଷ୍ଠରୁ ଶ୍ରେଷ୍ଠ ହୋଇଯାଉଛନ୍ତି । ତେଣୁ ଆଉ କାହାର ରାୟ ନେବାର ଆବଶ୍ୟକତା
ନାହିଁ । ଯଦି କାହାଠାରୁ ରାୟ ନିଅନ୍ତି, ତେବେ ବୁଝାଯିବ ଏହାଙ୍କ ବୁଦ୍ଧି କମ ଅଛି । ବର୍ତ୍ତମାନ
ମିଳୁଥିବା ଶ୍ରୀମତ ସତ୍ୟଯୁଗରେ ମଧ୍ୟ ସ୍ଥାୟୀ ରହିବ । ଏବେ ତୁମର ଆତ୍ମା ସତେଜ ହେଉଛି । ଏବେ ତୁମ
ସନ୍ତାନମାନଙ୍କୁ ଦେହୀ-ଅଭିମାନୀ ହେବାକୁ ପଡିବ । ଶାନ୍ତିଧାମରୁ ଆସି ଏହି ସ୍ଥୂଳବତନରେ ତୁମେମାନେ
ଟକି ହୋଇ କଥାବାର୍ତ୍ତା କରୁଛ । କଥାବାର୍ତ୍ତା କରିବା ବିନା କର୍ମ ହୋଇ ପାରିବ ନାହିଁ । ଏହା
ବହୁତ ବୁଝାଇବାର କଥା । ଯେପରି ବାବାଙ୍କ ପାଖରେ ସମସ୍ତ ଜ୍ଞାନ ରହିଛି, ସେହିପରି ତୁମ ଆତ୍ମାରେ
ମଧ୍ୟ ଏବେ ସମସ୍ତ ଜ୍ଞାନ ରହିଛି । ଆତ୍ମା କହୁଛି ମୁଁ ଗୋଟିଏ ଶରୀର ଛାଡି, ସଂସ୍କାର ଅନୁସାରେ ଆଉ
ଗୋଟିଏ ଶରୀର ନେଉଛି । ପୁନର୍ଜନ୍ମ ମଧ୍ୟ ନିଶ୍ଚୟ ହେଉଛି । ଆତ୍ମାକୁ ଯେଉଁ ପାର୍ଟ ବି ମିଳିଛି ସେ
ଅଭିନୟ କରି ଚାଲିଛି ଓ ସଂସ୍କାର ଅନୁସାରେ ପର ଜନ୍ମ ନେଉଛି । ଦିନକୁ ଦିନ ଆତ୍ମାର ପବିତ୍ରତାର
ମାତ୍ରା କମ୍ ହୋଇଯାଉଛି । ପତିତ ଅକ୍ଷର ଦ୍ୱାପର ପରେ କାମରେ ଆଣୁଛନ୍ତି, ତଥାପି ଅଳ୍ପ ଫରକ
ନିଶ୍ଚୟ ପଡୁଛି । ତୁମେ ନୂଆ ଘର ତିଆରି କର, ଏକ ମାସ ପରେ ନିଶ୍ଚୟ କିଛି ଫରକ ପଡିବ ।
ଏବେ ତୁମେ ଜାଣୁଛ ବାବା ଆମକୁ ବର୍ସା ଅର୍ଥାତ୍ ସମ୍ପତ୍ତି ଦେଉଛନ୍ତି । ବାବା କହୁଛନ୍ତି - ମୁଁ
ତୁମକୁ ସ୍ୱର୍ଗର ସମ୍ପତ୍ତି ଦେବା ପାଇଁ ଆସିଛି । ଯିଏ ଯେତେ ପୁରୁଷାର୍ଥ କରିବେ, ସିଏ ସେତେ ପଦ
ପାଇବେ । ବାବାଙ୍କ ପାଖରେ କୌଣସି ଅନ୍ତର ନାହିଁ । ବାବା ଜାଣିଛନ୍ତି ଆମ ଆତ୍ମାମାନଙ୍କୁ
ପଢାଉଛନ୍ତି । ପ୍ରତ୍ୟେକ ଆତ୍ମା ନିଜ ପାଇଁ ପୁରୁଷାର୍ଥ କରୁଛନ୍ତି । ମେଲ୍ ଫିମେଲ୍ ଅର୍ଥାତ୍
ପୁରୁଷ-ସ୍ତ୍ରୀର ଦୃଷ୍ଟି ଏଠାରେ ରହେ ନାହିଁ । ତୁମେ ସବୁ ପିଲାମାନେ ଅବିନାଶୀ ପିତାଙ୍କଠାରୁ
ସମ୍ପତ୍ତି ନେଉଛ । ସମସ୍ତ ଆତ୍ମା ଭାଇ-ଭାଇ ଅଟନ୍ତି ଯାହାଙ୍କୁ ବାବା ପାଠ ପଢାଇ, ସ୍ୱର୍ଗର
ସମ୍ପତ୍ତି ଦେଉଛନ୍ତି । ବାବା ହିଁ ଆତ୍ମିକ ସନ୍ତାନମାନଙ୍କୁ କହୁଛନ୍ତି ହେ ଗେହ୍ଲା ମଧୁର
ବିଚ୍ଛେଦୀ ସନ୍ତାନମାନେ ତୁମେ ବହୁତ ସମୟରୁ ଅଭିନୟ କରି କରି ଏବେ ପୁଣି ଆସିଛ ନିଜର ବର୍ସା
ଅର୍ଥାତ୍ ସ୍ୱର୍ଗର ରାଜ୍ୟ ଭାଗ୍ୟ ନେବା ପାଇଁ । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ହୋଇ ରହିଛି ।
ପ୍ରାରମ୍ଭରୁ ପାର୍ଟ ନିଧାର୍ଯ୍ୟ ହୋଇ ରହିଛି । ତୁମେ ଆକ୍ଟର ପାର୍ଟ କରି ଅଭିନୟ କରି ଚାଲିଛ ।
ଆତ୍ମା ଅବିନାଶୀ, ଏଥିରେ ଅବିନାଶୀ ପାର୍ଟ ଭରି ରହିଛି । ଶରୀର ତ ପରିବର୍ତ୍ତନ ହୋଇଚାଲିଥାଏ ।
ବାକି ଆତ୍ମା କେବଳ ପବିତ୍ରରୁ ଅପବିତ୍ର ହୋଇଥାଏ । ସତ୍ୟଯୁଗରେ ହୋଇଥା’ନ୍ତି ପବିତ୍ର । ଏହାକୁ
ପତିତ ଦୁନିଆ କୁହାଯାଉଛି । ଏବେ ସୁଖଧାମ ସ୍ଥାପନ ହେଉଛି । ବାକି ସବୁ ଆତ୍ମାମାନେ ମୁକ୍ତିଧାମରେ
ରହିବେ । ବର୍ତ୍ତମାନ ଏହି ଅବିନାଶୀ ନାଟକ ସମ୍ପୂର୍ଣ୍ଣ ହେବାକୁ ଯାଉଛି । ସବୁ ଆତ୍ମା ମଶା ସଦୃଶ
ଯିବେ । ବର୍ତ୍ତମାନ ପତିତ ଦୁନିଆରେ କୌଣସି ବି ଆତ୍ମା ଆସିଲେ, ତାଙ୍କର କ’ଣ ମୂଲ୍ୟ ରହିବ ।
ବାସ୍ତବରେ ସେମାନଙ୍କର ମୂଲ୍ୟ ଅଛି ଯେଉଁମାନେ ପ୍ରଥମେ-ପ୍ରଥମେ ନୂଆ ଦୁନିଆକୁ ଆସିଥା’ନ୍ତି । ନୂଆ
ଦୁନିଆ ଥିଲା ତାହା ପୁଣି ପୁରୁଣା ହୋଇଛି । ନୂଆ ଦୁନିଆରେ ଦେବତାମାନେ ଥିଲେ, ସେଠାରେ ଦୁଃଖର
ଚିହ୍ନବର୍ଣ୍ଣ ନ ଥିଲା । ଏଠାରେ ତ ଅସରନ୍ତି ଦୁଃଖ ରହିଛି । ବାବା ଆସି ଦୁଃଖର ପୁରୁଣା ଦୁନିଆରୁ
ମୁକ୍ତ କରୁଛନ୍ତି । ଏହି ପୁରୁଣା ଦୁନିଆ ନିଶ୍ଚୟ ବଦଳିବ । ଯେପରି ଦିନ ପରେ ରାତି, ରାତି ପରେ
ଦିନ ହୋଇଥାଏ । ତୁମେମାନେ ଜାଣୁଛ ଆମେ ନିଶ୍ଚିତ ସତ୍ୟଯୁଗର ମାଲିକ ହେବୁ, ତେଣୁ ଆମେ କାହିଁକି
ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ନ ପକାଇବୁ । କିଛି ପରିଶ୍ରମ ତ କରିବାକୁ ପଡିବ ।
ରାଜତ୍ୱ ପାଇବା ସହଜ ନୁହେଁ, ବାବାଙ୍କୁ ମନେ ପକାଇବାକୁ ହେବ । ଏହା ମାୟାର ୱାଣ୍ଡର ଯାହାକି ଘଡ଼ିକୁ
ଘଡି ତୁମକୁ ଭୁଲାଇ ଦେଉଛି । ଏଥିପାଇଁ ଉପାୟ କରିବା ଦରକାର । ଏପରି ନୁହେଁ ମୋର ହେବା ଦ୍ୱାରା
ମୋର ସ୍ମୃତି ସ୍ଥାୟୀ ହୋଇଯିବ । ତା’ହେଲେ ଆଉ ପୁରୁଷାର୍ଥ କ’ଣ କରିବ । ନାଁ, ବଞ୍ଚିଥିବା
ପର୍ଯ୍ୟନ୍ତ ପୁରୁଷାର୍ଥ କରିବାକୁ ପଡିବ । ଜ୍ଞାନ ଅମୃତ ପିଇବାକୁ ହେବ । ଏକଥା ମଧ୍ୟ ଜାଣିଛ ଯେ
ଏହା ଆମର ଅନ୍ତିମ ଜନ୍ମ । ଏହି ଶରୀରର ଅଭିମାନକୁ ଛାଡି ଦେହୀ-ଅଭିମାନୀ ହେବାକୁ ପଡିବ । ଘର
ସଂସାରରେ ମଧ୍ୟ ରହିବାକୁ ହେବ, ପୁରୁଷାର୍ଥ ନିଶ୍ଚୟ କରିବାକୁ ହେବ । କେବଳ ନିଜକୁ ଆତ୍ମା ନିଶ୍ଚୟ
କରି ବାବାଙ୍କୁ ମନେ ପକାଅ । ତ୍ୱମେବ ମାତାଶ୍ଚ ପିତା ... ଏସବୁ ହେଲା ଭକ୍ତି ମାର୍ଗର ମହିମା ।
ତୁମକୁ କେବଳ ଏକମାତ୍ର ଆଲ୍ଲା ବା ଈଶ୍ୱର ପିତାଙ୍କୁ ମନେ ପକାଇବାକୁ ହେବ । କେବଳ ମୁଁ ହିଁ
ସାକାରିନ୍ ଭଳି ମିଠା ଅଟେ, ତୁମେମାନେ ମଧ୍ୟ ସବୁ ବ୍ୟର୍ଥ କଥାକୁ ଛାଡି ବହୁତ ମିଠା ସାକାରିନ୍ ଭଳି
ହୋଇଯାଅ । ଏବେ ତୁମର ଆତ୍ମା ତମୋପ୍ରଧାନ ହୋଇଯାଇଛି । ତାକୁ ସତ୍ତ୍ୱପ୍ରଧାନ କରିବା ପାଇଁ ଯୋଗର
ଯାତ୍ରାରେ ରୁହ । ସମସ୍ତଙ୍କୁ ଏହି କଥା କୁହ ବାବାଙ୍କଠାରୁ ସୁଖର ସମ୍ପତ୍ତି ନିଅ । ସତ୍ୟଯୁଗରେ
ସୁଖ ରହିଥାଏ । ବାବା ହିଁ ସୁଖଧାମ ସ୍ଥାପନ କରୁଛନ୍ତି, ବାବାଙ୍କୁ ମନେ ପକାଇବା ବହୁତ ସହଜ ଅଟେ,
କିନ୍ତୁ ମାୟାର ଅପୋଜିସନ୍ ଅର୍ଥାତ୍ ବିରୋଧ ବହୁତ ରହିଛି, ତେଣୁ ଚେଷ୍ଟା କରି ମୋତେ ମନେ ପକାଇଲେ
ଖାଦ ବାହାରିଯିବ । ଗୋଟିଏ ସେକେଣ୍ଡରେ ଜୀବନମୁକ୍ତିର ଗାୟନ ରହିଛି ।
ଏହି ଡ୍ରାମାରେ ପ୍ରତ୍ୟେକଙ୍କୁ ନିଜର ପାର୍ଟ ରିପିଟ୍ କରିବାକୁ ହେବ । ଏହି ଡ୍ରାମା ଭିତରେ
ସବୁଠାରୁ ଅଧିକ ପାର୍ଟ ଆମର ରହିଛି । ସୁଖ ମଧ୍ୟ ସବୁଠାରୁ ଅଧିକ ଆମକୁ ମିଳିବ । ବାବା କହୁଛନ୍ତି
ତୁମର ଦେବୀ-ଦେବତା ଧର୍ମ ବହୁତ ସୁଖଦାୟୀ ଅଟେ । ଆଉ ବାକି ସମସ୍ତେ ହିସାବ କିତାବ ଚୁକ୍ତ କରି
ଶାନ୍ତିଧାମ ଚାଲିଯିବେ । ଅଧିକ ବିସ୍ତାରକୁ ଆମେ କାହିଁକି ଯିବା । ବାବା ଆସୁ ହିଁ ଛନ୍ତି
ସମସ୍ତଙ୍କୁ ଘରକୁ ନେଇଯିବା ପାଇଁ । ମଶା ସଦୃଶ ସମସ୍ତଙ୍କୁ ନେଇଯିବେ । ଏହି ଶରୀର ଶେଷ ହୋଇଯିବ ।
ବାକି ଅବିନାଶୀ ଆତ୍ମା ତା’ର ହିସାବ-କିତାବ ଚୁକ୍ତ କରି ଚାଲିଯିବ । ଏପରି ନୁହେଁ ଯେ ଆତ୍ମା
ନିଆଁରେ ପୋଡିଲେ ପବିତ୍ର ହେବ । ଆତ୍ମାକୁ ବାବାଙ୍କ ସ୍ମୃତି ରୂପୀ ଯୋଗ ଦ୍ୱାରା ପବିତ୍ର ହେବାକୁ
ପଡିବ । ଏହା ଯୋଗ ଅଗ୍ନି ଅଟେ । ସେମାନେ ପୁଣି ଏହାକୁ ନାଟକ ରୂପ ଦେଇ ଦେଇଛନ୍ତି - ସୀତା ଅଗ୍ନିକୁ
ପାର କଲେ । ଅଗ୍ନିରେ କ’ଣ କେବଳ ଜଣେ ସୀତାଙ୍କୁ ପାରି ହେବାକୁ ହେବ । ବାବା ବୁଝାଉଛନ୍ତି - ତୁମେ
ସବୁ ସୀତାମାନେ ବର୍ତ୍ତମାନ ପତିତ ଅଟ, ରାବଣ ରାଜ୍ୟରେ ରହିଛ । ବର୍ତ୍ତମାନ ଏକ ବାବାଙ୍କୁ ମନେ
ପକାଇ ତୁମକୁ ପାବନ ହେବାର ଅଛି । ରାମ ଜଣେ ହିଁ ଅଟନ୍ତି । ଅଗ୍ନି ଅକ୍ଷର ଶୁଣିବା ଦ୍ୱାରା
ଭାବୁଛନ୍ତି ନିଆଁକୁ ପାରି କଲେ । କେଉଁଠି ଯୋଗ ଅଗ୍ନି, କେଉଁଠି ଏ ସ୍ଥୁଳ ଅଗ୍ନି । ଆତ୍ମା
ପରମାତ୍ମାଙ୍କ ସହିତ ଯୋଗ ରଖିବା ଦ୍ୱାରା ପତିତରୁ ପାବନ ହେବ । ଯୋଗ ଅଗ୍ନି ଏବଂ ସ୍ଥୁଳ ଅଗ୍ନି
ମଧ୍ୟରେ ରାତି ଦିନର ଅନ୍ତର ରହିଛି । ସବୁ ଆତ୍ମାମାନେ ସୀତା ଅଟନ୍ତି । ରାବଣ ଜେଲରେ ଶୋକ
ବାଟିକାରେ ଅଛନ୍ତି । ଏଠାକାର ସୁଖ ତ କାକ ବିଷ୍ଠା ସମାନ ଅଟେ । ସ୍ୱର୍ଗର ସୁଖ ଅସରନ୍ତି ଅଟେ ।
ତେଣୁ ପିଲାମାନେ ଜ୍ଞାନ ରତ୍ନରେ ଝୋଲି ଭରିବା ଉଚିତ୍ । କୌଣସି ପ୍ରକାରର ସଂଶୟ ଆସିବା ଅନୁଚିତ୍ ।
ଦେହ-ଅଭିମାନ ଆସିଲେ ପୁଣି ଅନେକ ପ୍ରକାରର ପ୍ରଶ୍ନ ଉଠିଥାଏ । ତା’ପରେ ବାବା ଯେଉଁ ସେବା ଦିଅନ୍ତି,
ତାକୁ କରନ୍ତି ନାହିଁ । ମୂଳ କଥା ହେଉଛି ଆମକୁ ପତିତରୁ ପାବନ ହେବାକୁ ପଡିବ । ଅନ୍ୟ କୌଣସି
ସଂକଳ୍ପ କରିବାର ଆବଶ୍ୟକତା ନାହିଁ । ଏହା ହେଉଛି ପତିତ ଦୁନିଆ, ତାହା ହେଲା ପାବନ ଦୁନିଆ ।
ମୁଖ୍ୟ କଥା ହେଉଛି କିପରି ପବିତ୍ର ହେବା । ପାବନ କିଏ କରାଇବେ, ଏକଥା କିଛି ଜାଣିନାହାଁନ୍ତି ।
ଯଦି ସେମାନଙ୍କୁ ପତିତ କୁହାଯିବ, ତେବେ ବିଗିଡି ଯିବେ । ନିଜକୁ କେହି ବିକାରୀ ବୋଲି ଭାବୁ
ନାହାଁନ୍ତି, କହିଥାନ୍ତି ସମସ୍ତେ ତ ଗୃହସ୍ଥି ଥିଲେ - ରାମ-ସୀତା , ଲକ୍ଷ୍ମୀ-ନାରାୟଣଙ୍କର ମଧ୍ୟ
ପିଲା ଥିଲେ ନା । ସେଠାରେ ପୁଣି ତ ପିଲା ଜନ୍ମ ହେବେ, ଏକଥା ଭୁଲି ଯାଇଛନ୍ତି ଯେ ତାକୁ
ନିର୍ବିକାରୀ ଦୁନିଆ କୁହାଯାଏ । ତାହା ହେଲା ଶିବାଳୟ ।
ବାବା ତୁମ ସନ୍ତାନମାନଙ୍କୁ କେତେ ଉପାୟ ବତାଉଛନ୍ତି । ଶିବବାବା ହେଉଛନ୍ତି ପିତା, ଶିକ୍ଷକ, ଗୁରୁ
ଯିଏ ସମସ୍ତଙ୍କୁ ସଦ୍ଗତି ଦେଉଛନ୍ତି । ଦୁନିଆରେ ତ ଯଦି ଜଣେ ଗୁରୁଙ୍କର ଦେହାନ୍ତ ହୋଇଯାଏ, ତାହା
ହେଲେ ଗୁରୁଙ୍କର ଗଦି ବା ସ୍ଥାନ ତାଙ୍କର ସନ୍ତାନକୁ ଦେଇଥା’ନ୍ତି । ତେବେ ସେ ଗୁରୁ କିପରି କାହାର
ସଦ୍ଗତି କରିପାରିବେ । ସମସ୍ତଙ୍କର ସଦ୍ଗତି ଦାତା ହେଉଛନ୍ତି ଜଣେ । ରାବଣ ରାଜ୍ୟରେ ହେଉଛି
ଦୁର୍ଗତି, ରାମରାଜ୍ୟ ହେଉଛି ସଦ୍ଗତି । ବାବା ସମସ୍ତଙ୍କୁ ପାବନ କରି ନେଇଯାଇଥାଆନ୍ତି, ପୁଣି
କେହି ତୁରନ୍ତ ପତିତ ହୋଇ ଯାଆନ୍ତି ନାହିଁ, କ୍ରମାନ୍ୱୟରେ ନିମ୍ନଗାମୀ ହୋଇଥାଆନ୍ତି ।
ସତ୍ତ୍ୱପ୍ରଧାନରୁ ସତୋ-ରଜୋ-ତମୋ ... ତୁମ ବୁଦ୍ଧିରେ ୮୪ ଜନ୍ମର ଚକ୍ର ରହିଛି । ତୁମେ ବର୍ତ୍ତମାନ
ଯେପରି ଲାଇଟ ହାଉସ ଅର୍ଥାତ୍ ଆଲୋକର ସ୍ତମ୍ଭ ଅଟ । ଜ୍ଞାନ ଦ୍ୱାରା ଏହି ଚକ୍ରକୁ ଜାଣିଗଲଣି ଯେ ଏହା
କିପରି ଘୂରୁଛି । ଏବେ ତୁମ ସନ୍ତାନମାନଙ୍କୁ ଅନ୍ୟ ସମସ୍ତଙ୍କୁ ରାସ୍ତା ବତାଇବାକୁ ହେବ । ତୁମେ
ସମସ୍ତେ ସେନା ଅଟ । ତୁମେ ରାସ୍ତା ବତାଉଥିବା ପାଇଲ୍ଟ ଅଟ । ସମସ୍ତଙ୍କୁ କୁହ - ଏବେ ଶାନ୍ତିଧାମ,
ସୁଖଧାମକୁ ମନେ ପକାଅ । କଳିଯୁଗ ଦୁଃଖଧାମକୁ ଭୁଲିଯାଅ । ଆମେ ତୁମକୁ ବହୁତ ଭଲ ରାସ୍ତା ବତାଉଛୁ,
ପତିତ-ପାବନ ଜଣେ ନିରାକାର ବାବା ଅଟନ୍ତି । ତାଙ୍କୁ ମନେ ପକାଇବା ଦ୍ୱାରା ତୁମେ ପାବନ ହୋଇଯିବ ।
ତୁମ ଆତ୍ମା ଉପରେ ଚଢିଥିବା ପାପ ଧୋଇଯିବ । ଭଗବାନୁବାଚ ମନମନାଭବ । ଶିବ ଭଗବାନୁବାଚ-ବିନାଶ କାଳେ
ବିପରୀତ ବୁଦ୍ଧି ବିନଶ୍ୟନ୍ତୀ ଓ ବିନାଶ କାଳେ ପରମପିତା-ପରମାତ୍ମାଙ୍କ ସହିତ ପ୍ରୀତି ବୁଦ୍ଧି
ବିଜୟନ୍ତୀ । ତୁମର ଯେତେ ପ୍ରୀତି ବୁଦ୍ଧି ହେବ, ସେତେ ଉଚ୍ଚ ପଦ ପାଇବ । ଦେହ-ଅଭିମାନରେ ଆସିଲେ
ଏତେ ଉଚ୍ଚ ପଦ ପାଇପାରିବ ନାହିଁ । ଆଚ୍ଛା
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଜ୍ଞାନ
ରତ୍ନରେ ନିଜର ବୁଦ୍ଧି ରୁପି ଝୁଲାମୁଣି ଭରିବାକୁ ହେବ । ଜ୍ଞାନରେ କୌଣସି ପ୍ରକାରର ସଂଶୟ ଉଠାଇବା
ଅନୁଚିତ୍ । ଯେତେ ସମ୍ଭବ ବାବାଙ୍କୁ ମନେ ପକାଇବାର ପୁରୁଷାର୍ଥ କରି ପାବନ ହେବାକୁ ପଡିବ । ବାକି
ଅନେକ ପ୍ରକାରର ପ୍ରଶ୍ନ ଉଠାଇବା ଅନୁଚିତ୍ ।
(୨) କେବଳ ଏକ ବାବାଙ୍କ
ସହିତ ସଚ୍ଚା ପ୍ରୀତି ରଖି ବାବାଙ୍କ ଭଳି ମିଠା ସାକାରିନ୍ ହେବାକୁ ପଡିବ ।
ବରଦାନ:-
ସର୍ବଦା
ଜ୍ଞାନ-ସୂର୍ଯ୍ୟଙ୍କର ସମ୍ମୁଖରେ ରହୁଥିବା ଅନ୍ତର୍ମୁଖୀ, ସ୍ୱମାନଧାରୀ ଭବ ।
ଯେପରି ସୂର୍ଯ୍ୟକୁ
ସମ୍ମୁଖରେ ଦେଖିଲେ ସୂର୍ଯ୍ୟର କିରଣ ନିଶ୍ଚିତ ପଡିବ, ସେହିପରି ଯେଉଁ ପିଲାମାନେ ଜ୍ଞାନସୂର୍ଯ୍ୟ
ବାବାଙ୍କର ସମ୍ମୁଖରେ ସର୍ବଦା ରହିଥାଆନ୍ତି, ସେମାନେ ଜ୍ଞାନସୂର୍ଯ୍ୟଙ୍କର ସର୍ବଗୁଣ ଗୁଡିକର କିରଣ
ନିଜ ଉପରେ ଅନୁଭବ କରିଥା’ନ୍ତି । ସେମାନଙ୍କର ମୁଖମଣ୍ଡଳରେ ଅନ୍ତର୍ମୁଖତାର ଝଲକ ଏବଂ ସଂଗମଯୁଗର
ବା ଭବିଷ୍ୟତର ସର୍ବସ୍ୱମାନ ଗୁଡିକର ଫଲକ ଅର୍ଥାତ୍ ଆତ୍ମିକ ନିଶା ଦେଖିବାକୁ ମିଳିଥାଏ । ଏଥିପାଇଁ
ସର୍ବଦା ସ୍ମୃତିରେ ରହୁ ଯେ ଏହା ଅନ୍ତିମ ଘଡି ଅଟେ । ଯେ କୌଣସି ସମୟରେ ଏହି ଶରୀରର ବିନାଶ
ହୋଇପାରେ ସେଥିପାଇଁ ସର୍ବଦା ପ୍ରୀତିବୁଦ୍ଧି ହୋଇ ଜ୍ଞାନ ସୂର୍ଯ୍ୟଙ୍କର ସମ୍ମୁଖରେ ରହି
ଅନ୍ତର୍ମୁଖତାର ବା ସ୍ୱମାନର ଅନୁଭୂତିରେ ରହିବାକୁ ହେବ ।
ସ୍ଲୋଗାନ:-
ସର୍ବଦା ଉଡିବାର
କଳାର ଉଡି ଚାଲିବା ହିଁ ଜଞ୍ଜାଳ ରୂପକ ପାହାଡକୁ ଅତିକ୍ରମ କରିବା ।
ଅବ୍ୟକ୍ତ ଈଶାରା:-
ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।
ପବିତ୍ରତା ହିଁ ମହାନତା
ଅଟେ, ଏହା ହିଁ ହେଉଛି ଯୋଗୀ ଜୀବନର ଆଧାର । ଯଦି ଟିକିଏ ବି ଅଂଶ ମାତ୍ରାରେ ସଂକଳ୍ପରେ ମଧ୍ୟ
କୌଣସି ପ୍ରକାରର ଅପବିତ୍ରତା ରହିଥିବ, ତେବେ ପବିତ୍ର ପିତାଙ୍କର ସ୍ମୃତି, ସେ ଯିଏ ଅଟନ୍ତି, ଯେପରି
ଅଟନ୍ତି ସେହିପରି ଆସିପାରିବ ନାହିଁ । ସେଥିପାଇଁ ସଂକଳ୍ପରେ ମଧ୍ୟ ଅପବିତ୍ରତାର ଅଂଶକୁ ସମାପ୍ତ
କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ହୁଅ । ସର୍ବଦା ଏହି ସ୍ମୃତି ରହୁ ଯେ ମୁଁ ପୂଜ୍ୟ ଆତ୍ମା ଏହି ଶରୀର
ରୂପକ ମନ୍ଦିରରେ ବିରାଜମାନ ଅଟେ ।