21.08.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ମିଠାରୁ ମିଠା ସାକାରିନ୍ ଅଟନ୍ତି । ସେଥିପାଇଁ ଆଉ ସବୁକଥା ଛାଡି ସେହି ବାବାଙ୍କୁ ମନେ ପକାଇଲେ ସାକାରିନ୍ ଭଳି ମିଠା ହୋଇଯିବ । ’’

ପ୍ରଶ୍ନ:-
ତୁମେମାନେ ବାବାଙ୍କ ଦ୍ୱାରା ଶ୍ରୀମତ ପ୍ରାପ୍ତ କରି ନିଜ ଭିତରେ କେଉଁ ସଂସ୍କାର ଭରୁଛ ?

ଉତ୍ତର:-
ଭବିଷ୍ୟତରେ ବିନା ମନ୍ତ୍ରୀରେ ସାରା ବିଶ୍ୱ ଉପରେ ରାଜତ୍ୱ କରିବାର । ଭବିଷ୍ୟତରେ ରାଜଧାନୀ ଚଳାଇବାର ଶ୍ରୀମତ ନେବା ପାଇଁ ହିଁ ତୁମେମାନେ ଏଠାକୁ ଆସିଛ । ବାବା ତୁମକୁ ଏପରି ଶ୍ରୀମତ ଦେଉଛନ୍ତି, ଯାହାକି ଅଧାକଳ୍ପ ପର୍ଯ୍ୟନ୍ତ କାହାର ରାୟ ଅର୍ଥାତ୍ ପରାମର୍ଶ ନେବାର ଆବଶ୍ୟକତା ନାହିଁ । ରାୟ ସେହିମାନଙ୍କୁ ନେବାକୁ ପଡିଥାଏ ଯାହାଙ୍କର ବୁଦ୍ଧି ଦୁର୍ବଳ ଥାଏ ।

ଗୀତ:-
ତୁହ୍ମି ହୋ ମାତା...

ଓମ୍ ଶାନ୍ତି ।
ମଧୁର ସନ୍ତାନମାନେ ଗୀତ ଶୁଣିଲେ । ଏକଥା କିଏ କହିଲେ ଯେ ମଧୁର ରୁହାନୀ ସନ୍ତାନମାନେ? ନିଶ୍ଚୟ ରୁହାନୀ ବାବା ହିଁ କହିପାରିବେ । ମଧୁର ସନ୍ତାନମାନେ ଏବେ ସମ୍ମୁଖରେ ବସିଛନ୍ତି ଓ ବହୁତ ସ୍ନେହର ସହିତ ବାବା ବୁଝାଉଛନ୍ତି । ତୁମେ ଜାଣିଛ ଯେ ରୁହାନୀ ବାବାଙ୍କ ବ୍ୟତୀତ ସମସ୍ତଙ୍କୁ ସୁଖ ଶାନ୍ତି ଦେଇ ଦୁଃଖରୁ ମୁକ୍ତ କରିବା ପାଇଁ ସାରା ଦୁନିଆରେ ଆଉ କେହି ନାହାଁନ୍ତି, ସେଥିପାଇଁ ଦୁଃଖରେ ବାବାଙ୍କୁ ମନେ ପକାଇ ଚାଲିଛନ୍ତି । ତୁମେ ପିଲାମାନେ ସମ୍ମୁଖରେ ବସିଛ । ଜାଣିଛ ଯେ ବାବା ଆମକୁ ସୁଖଧାମର ଯୋଗ୍ୟ କରାଉଛନ୍ତି । ସର୍ବଦା ସୁଖଧାମର ମାଲିକ କରାଉଥିବା ବାବାଙ୍କ ସମ୍ମୁଖକୁ ତୁମେ ଆସିଛ । ଏବେ ଜାଣୁଛ ସମ୍ମୁଖରେ ଶୁଣିବା ଓ ଦୂରରେ ରହି ଶୁଣିବାରେ ବହୁତ ଅନ୍ତର ରହିଛି । ମଧୁବନରେ ତୁମେ ସମ୍ମୁଖକୁ ଆସୁଛ, ମଧୁବନ ପ୍ରସିଦ୍ଧ ଅଟେ । ମଧୁବନ, ବୃନ୍ଦାବନରେ ସେମାନେ ଶ୍ରୀକୃଷ୍ଣଙ୍କ ଚିତ୍ର ଦେଖାଇଛନ୍ତି । କିନ୍ତୁ ଶ୍ରୀକୃଷ୍ଣ ତ ନାହାଁନ୍ତି । ଏଠାରେ ନିରାକାର ବାବା ତୁମ ସହିତ ମିଶୁଛନ୍ତି । ତୁମକୁ ନିଜକୁ ଘଡିକୁ ଘଡି ଆତ୍ମା ନିଶ୍ଚୟ କରିବାକୁ ପଡିବ । ମୁଁ ଆତ୍ମା ବାବାଙ୍କଠାରୁ ବର୍ସା ନେଉଛି । ସାରା କଳ୍ପରେ ଏହା ଏକମାତ୍ର ସମୟ । ଏହା କଳ୍ପର ସୁନେଲୀ ସଙ୍ଗମଯୁଗ ଅଟେ । ଏହାର ନାମ ରଖାଯାଇଛି - ପୁରୁଷୋତ୍ତମ । ଏହା ହିଁ ସଙ୍ଗମଯୁଗ ଅଟେ, ଯେଉଁଠି ସବୁ ମନୁଷ୍ୟ ମାତ୍ରକେ ଉତ୍ତମ ହେଉଛନ୍ତି । ଏବେ ତ ସବୁ ମନୁଷ୍ୟମାନଙ୍କର ଆତ୍ମା ତମୋପ୍ରଧାନ ହୋଇଯାଇଛି, ଯାହା ପୁଣି ଏବେ ସତ୍ତ୍ୱପ୍ରଧାନ ହେଉଛି । ସତ୍ତ୍ୱପ୍ରଧାନ ହେବା ଦ୍ୱାରା ମନୁଷ୍ୟ ଉତ୍ତମ ହେଉଛନ୍ତି । ତମୋପ୍ରଧାନ ହେବା ଦ୍ୱାରା ମନୁଷ୍ୟ କନିଷ୍ଠ ହେଉଛନ୍ତି । ତେଣୁ ଆତ୍ମାମାନଙ୍କୁ ବାବା ବସି ସମ୍ମୁଖରେ ବୁଝାଉଛନ୍ତି । ସମସ୍ତ ଅଭିନୟ ଆତ୍ମା ହିଁ କରୁଛି, ଶରୀର ନୁହେଁ । ଆତ୍ମା ଓ ଶରୀର ଉଭୟର ମିଳନ ହେଲେ ଅଭିନୟ ଚାଲିଥାଏ । ତୁମ ବୁଦ୍ଧିରେ ଆସିଯାଉ ଯେ ମୁଁ ଆତ୍ମା ପ୍ରକୃତରେ ନିରାକାରୀ ଦୁନିଆ ଅଥବା ଶାନ୍ତିଧାମର ବାସିନ୍ଦା ଅଟେ, ଏକଥା କେହି ବି ଜାଣିନାହାଁନ୍ତି । ନା ନିଜେ ବୁଝିଛନ୍ତି, ନା ଅନ୍ୟକୁ ବୁଝାଇପାରୁଛନ୍ତି । ତୁମ ବୁଦ୍ଧିର ତାଲା ଏବେ ଖୋଲିଯାଇଛି, ତୁମେ ଜାଣିଛ ବାସ୍ତବରେ ଆତ୍ମାମାନେ ପରମଧାମରେ ରହୁଛନ୍ତି । ତାହା ନିରାକାରୀ ଦୁନିଆ । ଏହା ସାକାରୀ ଦୁ୍‌ନିଆ । ଏଠାରେ ଆମେ ସମସ୍ତେ ଆତ୍ମା ଅଭିନେତା ଅଟୁ । ପ୍ରଥମେ-ପ୍ରଥମେ ଆମେ ଅଭିନୟ କରିବାକୁ ଆସିଥାଉ । ପୁଣି କ୍ରମାନୁସାରେ ଆସୁଛନ୍ତି ଓ ଯାଉଛନ୍ତି । ସବୁ ଅଭିନେତା ଏକା ସଙ୍ଗେ ଆସନ୍ତି ନାହିଁ । ଭିନ୍ନ ଭିନ୍ନ ପ୍ରକାରର ଅଭିନେତା ଆସନ୍ତି ଓ ଯାଆନ୍ତି । ନାଟକ ପୂରା ହେଲେ ସମସ୍ତେ ଏକତ୍ର ହୋଇଥାଆନ୍ତି । ଏବେ ତୁମକୁ ପରିଚୟ ମିଳିଛି, ଆତ୍ମା ପ୍ରକୃତରେ ଶାନ୍ତିଧାମର ବାସିନ୍ଦା ଅଟେ - ଏଠାକୁ ଅଭିନୟ କରିବାକୁ ଆସୁଛି । ବାବା ସବୁ ସମୟରେ ଅଭିନୟ କରିବାକୁ ଆସୁ ନାହାଁନ୍ତି । ଆମେ ହିଁ ଅଭିନୟ କରି-କରି ତମୋପ୍ରଧାନ ହୋଇଯାଉଛୁ । ଏବେ ତୁମକୁ ବାବାଙ୍କ ସମ୍ମୁଖରେ ମୁରଲୀ ଶୁଣିବା ଦ୍ୱାରା ବହୁତ ମଜା ଲାଗୁଛି । ନିଜେ ମୁରଲୀ ପଢିଲେ, ଏତେ ମଜା ଆସେ ନାହିଁ । ତୁମେ ଏଠାରେ ସମ୍ମୁଖରେ ଅଛ ନା । ତେବେ ପ୍ରଥମେ ସତ୍ୟଯୁଗୀ ଆଦି ସନାତନ ଦେବୀ-ଦେବତା ଧର୍ମାବଲମ୍ବୀମାନେ ହିଁ ଆସିଥା’ନ୍ତି । ତୁମେ ଜାଣିଛ ଭାରତ ଦେବୀ-ଦେବତାମାନଙ୍କର ସ୍ଥାନ ଥିଲା, ଏବେ ନାହିଁ । ଚିତ୍ର ଦେଖୁଛ, ତେଣୁ ସେମାନେ ନିଶ୍ଚୟ ଥିଲେ । ପ୍ରଥମେ-ପ୍ରଥମେ ତ ଆମେ ଦେବୀ-ଦେବତା ଥିଲୁ, ନିଜର ଅଭିନୟକୁ ତ ମନେ ରଖିବ ନା ଭୁଲିଯିବ? ବାବା କହୁଛନ୍ତି - ତୁମେ ଏହି ପାର୍ଟ କରିଛ, ଏହା ହେଉଛି ଡ୍ରାମା । ନୂଆ ଦୁନିଆ ପୁଣି ପୁରୁଣା ହେଉଛି । ପ୍ରଥମେ ପ୍ରଥମେ ଉପରୁ ଯେଉଁ ଆତ୍ମାମାନେ ଆସିଥା’ନ୍ତି, ସେମାନେ ଗୋଲଡେନ୍ ଏଜ୍ (ସତ୍ୟଯୁଗ)ରେ ଆସିଥାଆନ୍ତି । ଏସବୁ କଥା ଏବେ ତୁମ ବୁଦ୍ଧିରେ ଅଛି । ସତ୍ୟଯୁଗ ଆଦିରେ ତୁମେମାନେ ହିଁ ଅଭିନୟ କରିବା ପାଇଁ ଆସିଥିଲ । ତୁମେ ବିଶ୍ୱର ମାଲିକ ମହାରାଜା-ମହାରାଣୀ ଥିଲ । ତୁମର ରାଜଧାନୀ ଥିଲା । ଏବେ ତ ରାଜଧାନୀ ନାହିଁ । ଏବେ ତୁମେ ଶିଖୁଛ, ଆମେ ରାଜତ୍ୱ କିପରି ଚଲାଇବୁ, ସେଠାରେ ମନ୍ତ୍ରୀ ରହିବେ ନାହିଁ । ରାୟ ଦେବାବାଲାର ଆବଶ୍ୟକତା ନାହିଁ । ସେମାନେ ତ ଶ୍ରୀମତ ଦ୍ୱାରା ଶ୍ରେଷ୍ଠରୁ ଶ୍ରେଷ୍ଠ ହୋଇଯାଉଛନ୍ତି । ତେଣୁ ଆଉ କାହାର ରାୟ ନେବାର ଆବଶ୍ୟକତା ନାହିଁ । ଯଦି କାହାଠାରୁ ରାୟ ନିଅନ୍ତି, ତେବେ ବୁଝାଯିବ ଏହାଙ୍କ ବୁଦ୍ଧି କମ ଅଛି । ବର୍ତ୍ତମାନ ମିଳୁଥିବା ଶ୍ରୀମତ ସତ୍ୟଯୁଗରେ ମଧ୍ୟ ସ୍ଥାୟୀ ରହିବ । ଏବେ ତୁମର ଆତ୍ମା ସତେଜ ହେଉଛି । ଏବେ ତୁମ ସନ୍ତାନମାନଙ୍କୁ ଦେହୀ-ଅଭିମାନୀ ହେବାକୁ ପଡିବ । ଶାନ୍ତିଧାମରୁ ଆସି ଏହି ସ୍ଥୂଳବତନରେ ତୁମେମାନେ ଟକି ହୋଇ କଥାବାର୍ତ୍ତା କରୁଛ । କଥାବାର୍ତ୍ତା କରିବା ବିନା କର୍ମ ହୋଇ ପାରିବ ନାହିଁ । ଏହା ବହୁତ ବୁଝାଇବାର କଥା । ଯେପରି ବାବାଙ୍କ ପାଖରେ ସମସ୍ତ ଜ୍ଞାନ ରହିଛି, ସେହିପରି ତୁମ ଆତ୍ମାରେ ମଧ୍ୟ ଏବେ ସମସ୍ତ ଜ୍ଞାନ ରହିଛି । ଆତ୍ମା କହୁଛି ମୁଁ ଗୋଟିଏ ଶରୀର ଛାଡି, ସଂସ୍କାର ଅନୁସାରେ ଆଉ ଗୋଟିଏ ଶରୀର ନେଉଛି । ପୁନର୍ଜନ୍ମ ମଧ୍ୟ ନିଶ୍ଚୟ ହେଉଛି । ଆତ୍ମାକୁ ଯେଉଁ ପାର୍ଟ ବି ମିଳିଛି ସେ ଅଭିନୟ କରି ଚାଲିଛି ଓ ସଂସ୍କାର ଅନୁସାରେ ପର ଜନ୍ମ ନେଉଛି । ଦିନକୁ ଦିନ ଆତ୍ମାର ପବିତ୍ରତାର ମାତ୍ରା କମ୍ ହୋଇଯାଉଛି । ପତିତ ଅକ୍ଷର ଦ୍ୱାପର ପରେ କାମରେ ଆଣୁଛନ୍ତି, ତଥାପି ଅଳ୍ପ ଫରକ ନିଶ୍ଚୟ ପଡୁଛି । ତୁମେ ନୂଆ ଘର ତିଆରି କର, ଏକ ମାସ ପରେ ନିଶ୍ଚୟ କିଛି ଫରକ ପଡିବ ।

ଏବେ ତୁମେ ଜାଣୁଛ ବାବା ଆମକୁ ବର୍ସା ଅର୍ଥାତ୍ ସମ୍ପତ୍ତି ଦେଉଛନ୍ତି । ବାବା କହୁଛନ୍ତି - ମୁଁ ତୁମକୁ ସ୍ୱର୍ଗର ସମ୍ପତ୍ତି ଦେବା ପାଇଁ ଆସିଛି । ଯିଏ ଯେତେ ପୁରୁଷାର୍ଥ କରିବେ, ସିଏ ସେତେ ପଦ ପାଇବେ । ବାବାଙ୍କ ପାଖରେ କୌଣସି ଅନ୍ତର ନାହିଁ । ବାବା ଜାଣିଛନ୍ତି ଆମ ଆତ୍ମାମାନଙ୍କୁ ପଢାଉଛନ୍ତି । ପ୍ରତ୍ୟେକ ଆତ୍ମା ନିଜ ପାଇଁ ପୁରୁଷାର୍ଥ କରୁଛନ୍ତି । ମେଲ୍ ଫିମେଲ୍ ଅର୍ଥାତ୍ ପୁରୁଷ-ସ୍ତ୍ରୀର ଦୃଷ୍ଟି ଏଠାରେ ରହେ ନାହିଁ । ତୁମେ ସବୁ ପିଲାମାନେ ଅବିନାଶୀ ପିତାଙ୍କଠାରୁ ସମ୍ପତ୍ତି ନେଉଛ । ସମସ୍ତ ଆତ୍ମା ଭାଇ-ଭାଇ ଅଟନ୍ତି ଯାହାଙ୍କୁ ବାବା ପାଠ ପଢାଇ, ସ୍ୱର୍ଗର ସମ୍ପତ୍ତି ଦେଉଛନ୍ତି । ବାବା ହିଁ ଆତ୍ମିକ ସନ୍ତାନମାନଙ୍କୁ କହୁଛନ୍ତି ହେ ଗେହ୍ଲା ମଧୁର ବିଚ୍ଛେଦୀ ସନ୍ତାନମାନେ ତୁମେ ବହୁତ ସମୟରୁ ଅଭିନୟ କରି କରି ଏବେ ପୁଣି ଆସିଛ ନିଜର ବର୍ସା ଅର୍ଥାତ୍ ସ୍ୱର୍ଗର ରାଜ୍ୟ ଭାଗ୍ୟ ନେବା ପାଇଁ । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ହୋଇ ରହିଛି । ପ୍ରାରମ୍ଭରୁ ପାର୍ଟ ନିଧାର୍ଯ୍ୟ ହୋଇ ରହିଛି । ତୁମେ ଆକ୍ଟର ପାର୍ଟ କରି ଅଭିନୟ କରି ଚାଲିଛ । ଆତ୍ମା ଅବିନାଶୀ, ଏଥିରେ ଅବିନାଶୀ ପାର୍ଟ ଭରି ରହିଛି । ଶରୀର ତ ପରିବର୍ତ୍ତନ ହୋଇଚାଲିଥାଏ । ବାକି ଆତ୍ମା କେବଳ ପବିତ୍ରରୁ ଅପବିତ୍ର ହୋଇଥାଏ । ସତ୍ୟଯୁଗରେ ହୋଇଥା’ନ୍ତି ପବିତ୍ର । ଏହାକୁ ପତିତ ଦୁନିଆ କୁହାଯାଉଛି । ଏବେ ସୁଖଧାମ ସ୍ଥାପନ ହେଉଛି । ବାକି ସବୁ ଆତ୍ମାମାନେ ମୁକ୍ତିଧାମରେ ରହିବେ । ବର୍ତ୍ତମାନ ଏହି ଅବିନାଶୀ ନାଟକ ସମ୍ପୂର୍ଣ୍ଣ ହେବାକୁ ଯାଉଛି । ସବୁ ଆତ୍ମା ମଶା ସଦୃଶ ଯିବେ । ବର୍ତ୍ତମାନ ପତିତ ଦୁନିଆରେ କୌଣସି ବି ଆତ୍ମା ଆସିଲେ, ତାଙ୍କର କ’ଣ ମୂଲ୍ୟ ରହିବ । ବାସ୍ତବରେ ସେମାନଙ୍କର ମୂଲ୍ୟ ଅଛି ଯେଉଁମାନେ ପ୍ରଥମେ-ପ୍ରଥମେ ନୂଆ ଦୁନିଆକୁ ଆସିଥା’ନ୍ତି । ନୂଆ ଦୁନିଆ ଥିଲା ତାହା ପୁଣି ପୁରୁଣା ହୋଇଛି । ନୂଆ ଦୁନିଆରେ ଦେବତାମାନେ ଥିଲେ, ସେଠାରେ ଦୁଃଖର ଚିହ୍ନବର୍ଣ୍ଣ ନ ଥିଲା । ଏଠାରେ ତ ଅସରନ୍ତି ଦୁଃଖ ରହିଛି । ବାବା ଆସି ଦୁଃଖର ପୁରୁଣା ଦୁନିଆରୁ ମୁକ୍ତ କରୁଛନ୍ତି । ଏହି ପୁରୁଣା ଦୁନିଆ ନିଶ୍ଚୟ ବଦଳିବ । ଯେପରି ଦିନ ପରେ ରାତି, ରାତି ପରେ ଦିନ ହୋଇଥାଏ । ତୁମେମାନେ ଜାଣୁଛ ଆମେ ନିଶ୍ଚିତ ସତ୍ୟଯୁଗର ମାଲିକ ହେବୁ, ତେଣୁ ଆମେ କାହିଁକି ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ନ ପକାଇବୁ । କିଛି ପରିଶ୍ରମ ତ କରିବାକୁ ପଡିବ । ରାଜତ୍ୱ ପାଇବା ସହଜ ନୁହେଁ, ବାବାଙ୍କୁ ମନେ ପକାଇବାକୁ ହେବ । ଏହା ମାୟାର ୱାଣ୍ଡର ଯାହାକି ଘଡ଼ିକୁ ଘଡି ତୁମକୁ ଭୁଲାଇ ଦେଉଛି । ଏଥିପାଇଁ ଉପାୟ କରିବା ଦରକାର । ଏପରି ନୁହେଁ ମୋର ହେବା ଦ୍ୱାରା ମୋର ସ୍ମୃତି ସ୍ଥାୟୀ ହୋଇଯିବ । ତା’ହେଲେ ଆଉ ପୁରୁଷାର୍ଥ କ’ଣ କରିବ । ନାଁ, ବଞ୍ଚିଥିବା ପର୍ଯ୍ୟନ୍ତ ପୁରୁଷାର୍ଥ କରିବାକୁ ପଡିବ । ଜ୍ଞାନ ଅମୃତ ପିଇବାକୁ ହେବ । ଏକଥା ମଧ୍ୟ ଜାଣିଛ ଯେ ଏହା ଆମର ଅନ୍ତିମ ଜନ୍ମ । ଏହି ଶରୀରର ଅଭିମାନକୁ ଛାଡି ଦେହୀ-ଅଭିମାନୀ ହେବାକୁ ପଡିବ । ଘର ସଂସାରରେ ମଧ୍ୟ ରହିବାକୁ ହେବ, ପୁରୁଷାର୍ଥ ନିଶ୍ଚୟ କରିବାକୁ ହେବ । କେବଳ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ । ତ୍ୱମେବ ମାତାଶ୍ଚ ପିତା ... ଏସବୁ ହେଲା ଭକ୍ତି ମାର୍ଗର ମହିମା । ତୁମକୁ କେବଳ ଏକମାତ୍ର ଆଲ୍ଲା ବା ଈଶ୍ୱର ପିତାଙ୍କୁ ମନେ ପକାଇବାକୁ ହେବ । କେବଳ ମୁଁ ହିଁ ସାକାରିନ୍ ଭଳି ମିଠା ଅଟେ, ତୁମେମାନେ ମଧ୍ୟ ସବୁ ବ୍ୟର୍ଥ କଥାକୁ ଛାଡି ବହୁତ ମିଠା ସାକାରିନ୍ ଭଳି ହୋଇଯାଅ । ଏବେ ତୁମର ଆତ୍ମା ତମୋପ୍ରଧାନ ହୋଇଯାଇଛି । ତାକୁ ସତ୍ତ୍ୱପ୍ରଧାନ କରିବା ପାଇଁ ଯୋଗର ଯାତ୍ରାରେ ରୁହ । ସମସ୍ତଙ୍କୁ ଏହି କଥା କୁହ ବାବାଙ୍କଠାରୁ ସୁଖର ସମ୍ପତ୍ତି ନିଅ । ସତ୍ୟଯୁଗରେ ସୁଖ ରହିଥାଏ । ବାବା ହିଁ ସୁଖଧାମ ସ୍ଥାପନ କରୁଛନ୍ତି, ବାବାଙ୍କୁ ମନେ ପକାଇବା ବହୁତ ସହଜ ଅଟେ, କିନ୍ତୁ ମାୟାର ଅପୋଜିସନ୍ ଅର୍ଥାତ୍ ବିରୋଧ ବହୁତ ରହିଛି, ତେଣୁ ଚେଷ୍ଟା କରି ମୋତେ ମନେ ପକାଇଲେ ଖାଦ ବାହାରିଯିବ । ଗୋଟିଏ ସେକେଣ୍ଡରେ ଜୀବନମୁକ୍ତିର ଗାୟନ ରହିଛି ।

ଏହି ଡ୍ରାମାରେ ପ୍ରତ୍ୟେକଙ୍କୁ ନିଜର ପାର୍ଟ ରିପିଟ୍ କରିବାକୁ ହେବ । ଏହି ଡ୍ରାମା ଭିତରେ ସବୁଠାରୁ ଅଧିକ ପାର୍ଟ ଆମର ରହିଛି । ସୁଖ ମଧ୍ୟ ସବୁଠାରୁ ଅଧିକ ଆମକୁ ମିଳିବ । ବାବା କହୁଛନ୍ତି ତୁମର ଦେବୀ-ଦେବତା ଧର୍ମ ବହୁତ ସୁଖଦାୟୀ ଅଟେ । ଆଉ ବାକି ସମସ୍ତେ ହିସାବ କିତାବ ଚୁକ୍ତ କରି ଶାନ୍ତିଧାମ ଚାଲିଯିବେ । ଅଧିକ ବିସ୍ତାରକୁ ଆମେ କାହିଁକି ଯିବା । ବାବା ଆସୁ ହିଁ ଛନ୍ତି ସମସ୍ତଙ୍କୁ ଘରକୁ ନେଇଯିବା ପାଇଁ । ମଶା ସଦୃଶ ସମସ୍ତଙ୍କୁ ନେଇଯିବେ । ଏହି ଶରୀର ଶେଷ ହୋଇଯିବ । ବାକି ଅବିନାଶୀ ଆତ୍ମା ତା’ର ହିସାବ-କିତାବ ଚୁକ୍ତ କରି ଚାଲିଯିବ । ଏପରି ନୁହେଁ ଯେ ଆତ୍ମା ନିଆଁରେ ପୋଡିଲେ ପବିତ୍ର ହେବ । ଆତ୍ମାକୁ ବାବାଙ୍କ ସ୍ମୃତି ରୂପୀ ଯୋଗ ଦ୍ୱାରା ପବିତ୍ର ହେବାକୁ ପଡିବ । ଏହା ଯୋଗ ଅଗ୍ନି ଅଟେ । ସେମାନେ ପୁଣି ଏହାକୁ ନାଟକ ରୂପ ଦେଇ ଦେଇଛନ୍ତି - ସୀତା ଅଗ୍ନିକୁ ପାର କଲେ । ଅଗ୍ନିରେ କ’ଣ କେବଳ ଜଣେ ସୀତାଙ୍କୁ ପାରି ହେବାକୁ ହେବ । ବାବା ବୁଝାଉଛନ୍ତି - ତୁମେ ସବୁ ସୀତାମାନେ ବର୍ତ୍ତମାନ ପତିତ ଅଟ, ରାବଣ ରାଜ୍ୟରେ ରହିଛ । ବର୍ତ୍ତମାନ ଏକ ବାବାଙ୍କୁ ମନେ ପକାଇ ତୁମକୁ ପାବନ ହେବାର ଅଛି । ରାମ ଜଣେ ହିଁ ଅଟନ୍ତି । ଅଗ୍ନି ଅକ୍ଷର ଶୁଣିବା ଦ୍ୱାରା ଭାବୁଛନ୍ତି ନିଆଁକୁ ପାରି କଲେ । କେଉଁଠି ଯୋଗ ଅଗ୍ନି, କେଉଁଠି ଏ ସ୍ଥୁଳ ଅଗ୍ନି । ଆତ୍ମା ପରମାତ୍ମାଙ୍କ ସହିତ ଯୋଗ ରଖିବା ଦ୍ୱାରା ପତିତରୁ ପାବନ ହେବ । ଯୋଗ ଅଗ୍ନି ଏବଂ ସ୍ଥୁଳ ଅଗ୍ନି ମଧ୍ୟରେ ରାତି ଦିନର ଅନ୍ତର ରହିଛି । ସବୁ ଆତ୍ମାମାନେ ସୀତା ଅଟନ୍ତି । ରାବଣ ଜେଲରେ ଶୋକ ବାଟିକାରେ ଅଛନ୍ତି । ଏଠାକାର ସୁଖ ତ କାକ ବିଷ୍ଠା ସମାନ ଅଟେ । ସ୍ୱର୍ଗର ସୁଖ ଅସରନ୍ତି ଅଟେ । ତେଣୁ ପିଲାମାନେ ଜ୍ଞାନ ରତ୍ନରେ ଝୋଲି ଭରିବା ଉଚିତ୍ । କୌଣସି ପ୍ରକାରର ସଂଶୟ ଆସିବା ଅନୁଚିତ୍ । ଦେହ-ଅଭିମାନ ଆସିଲେ ପୁଣି ଅନେକ ପ୍ରକାରର ପ୍ରଶ୍ନ ଉଠିଥାଏ । ତା’ପରେ ବାବା ଯେଉଁ ସେବା ଦିଅନ୍ତି, ତାକୁ କରନ୍ତି ନାହିଁ । ମୂଳ କଥା ହେଉଛି ଆମକୁ ପତିତରୁ ପାବନ ହେବାକୁ ପଡିବ । ଅନ୍ୟ କୌଣସି ସଂକଳ୍ପ କରିବାର ଆବଶ୍ୟକତା ନାହିଁ । ଏହା ହେଉଛି ପତିତ ଦୁନିଆ, ତାହା ହେଲା ପାବନ ଦୁନିଆ । ମୁଖ୍ୟ କଥା ହେଉଛି କିପରି ପବିତ୍ର ହେବା । ପାବନ କିଏ କରାଇବେ, ଏକଥା କିଛି ଜାଣିନାହାଁନ୍ତି । ଯଦି ସେମାନଙ୍କୁ ପତିତ କୁହାଯିବ, ତେବେ ବିଗିଡି ଯିବେ । ନିଜକୁ କେହି ବିକାରୀ ବୋଲି ଭାବୁ ନାହାଁନ୍ତି, କହିଥାନ୍ତି ସମସ୍ତେ ତ ଗୃହସ୍ଥି ଥିଲେ - ରାମ-ସୀତା , ଲକ୍ଷ୍ମୀ-ନାରାୟଣଙ୍କର ମଧ୍ୟ ପିଲା ଥିଲେ ନା । ସେଠାରେ ପୁଣି ତ ପିଲା ଜନ୍ମ ହେବେ, ଏକଥା ଭୁଲି ଯାଇଛନ୍ତି ଯେ ତାକୁ ନିର୍ବିକାରୀ ଦୁନିଆ କୁହାଯାଏ । ତାହା ହେଲା ଶିବାଳୟ ।

ବାବା ତୁମ ସନ୍ତାନମାନଙ୍କୁ କେତେ ଉପାୟ ବତାଉଛନ୍ତି । ଶିବବାବା ହେଉଛନ୍ତି ପିତା, ଶିକ୍ଷକ, ଗୁରୁ ଯିଏ ସମସ୍ତଙ୍କୁ ସଦ୍‌ଗତି ଦେଉଛନ୍ତି । ଦୁନିଆରେ ତ ଯଦି ଜଣେ ଗୁରୁଙ୍କର ଦେହାନ୍ତ ହୋଇଯାଏ, ତାହା ହେଲେ ଗୁରୁଙ୍କର ଗଦି ବା ସ୍ଥାନ ତାଙ୍କର ସନ୍ତାନକୁ ଦେଇଥା’ନ୍ତି । ତେବେ ସେ ଗୁରୁ କିପରି କାହାର ସଦ୍‌ଗତି କରିପାରିବେ । ସମସ୍ତଙ୍କର ସଦ୍‌ଗତି ଦାତା ହେଉଛନ୍ତି ଜଣେ । ରାବଣ ରାଜ୍ୟରେ ହେଉଛି ଦୁର୍ଗତି, ରାମରାଜ୍ୟ ହେଉଛି ସଦ୍‌ଗତି । ବାବା ସମସ୍ତଙ୍କୁ ପାବନ କରି ନେଇଯାଇଥାଆନ୍ତି, ପୁଣି କେହି ତୁରନ୍ତ ପତିତ ହୋଇ ଯାଆନ୍ତି ନାହିଁ, କ୍ରମାନ୍ୱୟରେ ନିମ୍ନଗାମୀ ହୋଇଥାଆନ୍ତି । ସତ୍ତ୍ୱପ୍ରଧାନରୁ ସତୋ-ରଜୋ-ତମୋ ... ତୁମ ବୁଦ୍ଧିରେ ୮୪ ଜନ୍ମର ଚକ୍ର ରହିଛି । ତୁମେ ବର୍ତ୍ତମାନ ଯେପରି ଲାଇଟ ହାଉସ ଅର୍ଥାତ୍ ଆଲୋକର ସ୍ତମ୍ଭ ଅଟ । ଜ୍ଞାନ ଦ୍ୱାରା ଏହି ଚକ୍ରକୁ ଜାଣିଗଲଣି ଯେ ଏହା କିପରି ଘୂରୁଛି । ଏବେ ତୁମ ସନ୍ତାନମାନଙ୍କୁ ଅନ୍ୟ ସମସ୍ତଙ୍କୁ ରାସ୍ତା ବତାଇବାକୁ ହେବ । ତୁମେ ସମସ୍ତେ ସେନା ଅଟ । ତୁମେ ରାସ୍ତା ବତାଉଥିବା ପାଇଲ୍‌ଟ ଅଟ । ସମସ୍ତଙ୍କୁ କୁହ - ଏବେ ଶାନ୍ତିଧାମ, ସୁଖଧାମକୁ ମନେ ପକାଅ । କଳିଯୁଗ ଦୁଃଖଧାମକୁ ଭୁଲିଯାଅ । ଆମେ ତୁମକୁ ବହୁତ ଭଲ ରାସ୍ତା ବତାଉଛୁ, ପତିତ-ପାବନ ଜଣେ ନିରାକାର ବାବା ଅଟନ୍ତି । ତାଙ୍କୁ ମନେ ପକାଇବା ଦ୍ୱାରା ତୁମେ ପାବନ ହୋଇଯିବ । ତୁମ ଆତ୍ମା ଉପରେ ଚଢିଥିବା ପାପ ଧୋଇଯିବ । ଭଗବାନୁବାଚ ମନମନାଭବ । ଶିବ ଭଗବାନୁବାଚ-ବିନାଶ କାଳେ ବିପରୀତ ବୁଦ୍ଧି ବିନଶ୍ୟନ୍ତୀ ଓ ବିନାଶ କାଳେ ପରମପିତା-ପରମାତ୍ମାଙ୍କ ସହିତ ପ୍ରୀତି ବୁଦ୍ଧି ବିଜୟନ୍ତୀ । ତୁମର ଯେତେ ପ୍ରୀତି ବୁଦ୍ଧି ହେବ, ସେତେ ଉଚ୍ଚ ପଦ ପାଇବ । ଦେହ-ଅଭିମାନରେ ଆସିଲେ ଏତେ ଉଚ୍ଚ ପଦ ପାଇପାରିବ ନାହିଁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଜ୍ଞାନ ରତ୍ନରେ ନିଜର ବୁଦ୍ଧି ରୁପି ଝୁଲାମୁଣି ଭରିବାକୁ ହେବ । ଜ୍ଞାନରେ କୌଣସି ପ୍ରକାରର ସଂଶୟ ଉଠାଇବା ଅନୁଚିତ୍ । ଯେତେ ସମ୍ଭବ ବାବାଙ୍କୁ ମନେ ପକାଇବାର ପୁରୁଷାର୍ଥ କରି ପାବନ ହେବାକୁ ପଡିବ । ବାକି ଅନେକ ପ୍ରକାରର ପ୍ରଶ୍ନ ଉଠାଇବା ଅନୁଚିତ୍ ।

(୨) କେବଳ ଏକ ବାବାଙ୍କ ସହିତ ସଚ୍ଚା ପ୍ରୀତି ରଖି ବାବାଙ୍କ ଭଳି ମିଠା ସାକାରିନ୍ ହେବାକୁ ପଡିବ ।

ବରଦାନ:-
ସର୍ବଦା ଜ୍ଞାନ-ସୂର୍ଯ୍ୟଙ୍କର ସମ୍ମୁଖରେ ରହୁଥିବା ଅନ୍ତର୍ମୁଖୀ, ସ୍ୱମାନଧାରୀ ଭବ ।

ଯେପରି ସୂର୍ଯ୍ୟକୁ ସମ୍ମୁଖରେ ଦେଖିଲେ ସୂର୍ଯ୍ୟର କିରଣ ନିଶ୍ଚିତ ପଡିବ, ସେହିପରି ଯେଉଁ ପିଲାମାନେ ଜ୍ଞାନସୂର୍ଯ୍ୟ ବାବାଙ୍କର ସମ୍ମୁଖରେ ସର୍ବଦା ରହିଥାଆନ୍ତି, ସେମାନେ ଜ୍ଞାନସୂର୍ଯ୍ୟଙ୍କର ସର୍ବଗୁଣ ଗୁଡିକର କିରଣ ନିଜ ଉପରେ ଅନୁଭବ କରିଥା’ନ୍ତି । ସେମାନଙ୍କର ମୁଖମଣ୍ଡଳରେ ଅନ୍ତର୍ମୁଖତାର ଝଲକ ଏବଂ ସଂଗମଯୁଗର ବା ଭବିଷ୍ୟତର ସର୍ବସ୍ୱମାନ ଗୁଡିକର ଫଲକ ଅର୍ଥାତ୍ ଆତ୍ମିକ ନିଶା ଦେଖିବାକୁ ମିଳିଥାଏ । ଏଥିପାଇଁ ସର୍ବଦା ସ୍ମୃତିରେ ରହୁ ଯେ ଏହା ଅନ୍ତିମ ଘଡି ଅଟେ । ଯେ କୌଣସି ସମୟରେ ଏହି ଶରୀରର ବିନାଶ ହୋଇପାରେ ସେଥିପାଇଁ ସର୍ବଦା ପ୍ରୀତିବୁଦ୍ଧି ହୋଇ ଜ୍ଞାନ ସୂର୍ଯ୍ୟଙ୍କର ସମ୍ମୁଖରେ ରହି ଅନ୍ତର୍ମୁଖତାର ବା ସ୍ୱମାନର ଅନୁଭୂତିରେ ରହିବାକୁ ହେବ ।

ସ୍ଲୋଗାନ:-
ସର୍ବଦା ଉଡିବାର କଳାର ଉଡି ଚାଲିବା ହିଁ ଜଞ୍ଜାଳ ରୂପକ ପାହାଡକୁ ଅତିକ୍ରମ କରିବା ।

ଅବ୍ୟକ୍ତ ଈଶାରା:- ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।

ପବିତ୍ରତା ହିଁ ମହାନତା ଅଟେ, ଏହା ହିଁ ହେଉଛି ଯୋଗୀ ଜୀବନର ଆଧାର । ଯଦି ଟିକିଏ ବି ଅଂଶ ମାତ୍ରାରେ ସଂକଳ୍ପରେ ମଧ୍ୟ କୌଣସି ପ୍ରକାରର ଅପବିତ୍ରତା ରହିଥିବ, ତେବେ ପବିତ୍ର ପିତାଙ୍କର ସ୍ମୃତି, ସେ ଯିଏ ଅଟନ୍ତି, ଯେପରି ଅଟନ୍ତି ସେହିପରି ଆସିପାରିବ ନାହିଁ । ସେଥିପାଇଁ ସଂକଳ୍ପରେ ମଧ୍ୟ ଅପବିତ୍ରତାର ଅଂଶକୁ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ହୁଅ । ସର୍ବଦା ଏହି ସ୍ମୃତି ରହୁ ଯେ ମୁଁ ପୂଜ୍ୟ ଆତ୍ମା ଏହି ଶରୀର ରୂପକ ମନ୍ଦିରରେ ବିରାଜମାନ ଅଟେ ।