21.11.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମକୁ
ଏବେ ଶିକ୍ଷକ ହୋଇ ସମସ୍ତଙ୍କୁ ମନ ବଶୀକରଣ ମନ୍ତ୍ର ଶୁଣାଇବାକୁ ହେବ, ଏହା ତୁମ ସମସ୍ତ
ସନ୍ତାନମାନଙ୍କର କର୍ତ୍ତବ୍ୟ ଅଟେ ।”
ପ୍ରଶ୍ନ:-
ବାବା କେଉଁ
ସନ୍ତାନମାନଙ୍କର କିଛି ବି ସ୍ୱୀକାର କରନ୍ତି ନାହିଁ?
ଉତ୍ତର:-
ଯାହାଙ୍କ ଭିତରେ ଅହଂକାର ଥାଏ ଯେ ମୁଁ ଏତେ ଦେଉଛି, ମୁଁ ଏତିକି ସାହାଯ୍ୟ କରିପାରିବି, ବାବା
ସେମାନଙ୍କର କିଛି ବି ସ୍ୱୀକାର କରନ୍ତି ନାହିଁ । ବାବା କହୁଛନ୍ତି ମୋ ହାତରେ ଚାବି ଅଛି । ଇଚ୍ଛା
କଲେ ତ ମୁଁ କାହାକୁ ଗରୀବ କରିପାରିବି କିମ୍ବା ସାହୁକାର କରିପାରିବି । ଏହି ରହସ୍ୟ ମଧ୍ୟ
ଡ୍ରାମାରେ ନିଧାର୍ଯ୍ୟ ଅଛି । ଯେଉଁମାନଙ୍କର ଆଜି ଧନବାନ ହେବାର ଗର୍ବ ରହିଛି ସେମାନେ କାଲି ଗରୀବ
ହୋଇଯାଇଥା’ନ୍ତି ଏବଂ ଗରୀବ ସନ୍ତାନମାନେ ବାବାଙ୍କ କାର୍ଯ୍ୟରେ ନିଜର ଗୋଟିଏ, ଗୋଟିଏ ପଇସା ସଫଳ
କରି ଧନବାନ ହୋଇଯାଇଥା’ନ୍ତି ।
ଓମ୍ ଶାନ୍ତି ।
ଏହା ତ ଆତ୍ମିକ
ସନ୍ତାନମାନେ ଜାଣିଛନ୍ତି ଯେ ବାବା ଆସିଛନ୍ତି ଆମକୁ ନୂଆ ଦୁନିଆର ସମ୍ପତ୍ତି ଦେବା ପାଇଁ ।
ପିଲାମାନଙ୍କର ମଧ୍ୟ ଏହି ନିଶ୍ଚୟ ପକ୍କା ରହିଛି ନା କି ଯେତେ ଆମେ ବାବାଙ୍କୁ ସ୍ମରଣ କରିବା ସେତେ
ପବିତ୍ର ହେବା । ଯେତେ ଆମେ ଭଲ ଶିକ୍ଷକ ହେବା ସେତେ ଉଚ୍ଚପଦ ପାଇବା । ବାବା ତୁମକୁ ଶିକ୍ଷକ ରୂପରେ
ପଢ଼ାଇବା ଶିଖାଉଛନ୍ତି । ତୁମକୁ ପୁଣି ଅନ୍ୟମାନଙ୍କୁ ଶିଖାଇବାକୁ ହେବ । ତୁମେ ଶିକ୍ଷାଦାତା
ଶିକ୍ଷକ ନିଶ୍ଚୟ ହେଉଛ ବାକି ତୁମେ କାହାର ଗୁରୁ ହୋଇପାରିବ ନାହିଁ, କେବଳ ଶିକ୍ଷକ ହୋଇ ପାରିବ ।
ଗୁରୁ ତ ଏକମାତ୍ର ସଦ୍ଗୁରୁ ହିଁ ଅଟନ୍ତି, ସିଏ ହିଁ ଶିଖାଉଛନ୍ତି । ସମସ୍ତଙ୍କର ସତଗୁରୁ ଜଣେ
ହିଁ ଅଟନ୍ତି । ସେ ଆମକୁ ତାଙ୍କ ଭଳି ଶିକ୍ଷକ କରୁଛନ୍ତି । ତୁମେ ସମସ୍ତଙ୍କୁ ଶିକ୍ଷା ଦେଇ
ମନମନାଭବର ରାସ୍ତା ବତାଉଛ । ବାବା ତୁମକୁ ଏହି କର୍ତ୍ତବ୍ୟ କରିବାକୁ ଦେଇଛନ୍ତି କି ମୋତେ
ମନେପକାଅ ଏବଂ ଅନ୍ୟମାନଙ୍କର ଶିକ୍ଷକ ମଧ୍ୟ ହୁଅ । ତୁମେ ଯଦି କାହାକୁ ବାବାଙ୍କ ପରିଚୟ ଦେଲ ତ
ତେବେ ତାଙ୍କର ମଧ୍ୟ କର୍ତ୍ତବ୍ୟ ହେଉଛି ବାବାଙ୍କୁ ୟାଦ କରିବା । ଶିକ୍ଷକ ରୂପରେ ସୃଷ୍ଟି ଚକ୍ରର
ଜ୍ଞାନ ଦେବାକୁ ପଡ଼ୁଛି । ବାବାଙ୍କୁ ନିଶ୍ଚୟ ମନେ ପକାଇବାକୁ ହେବ । ବାବାଙ୍କ ୟାଦ ଦ୍ୱାରା ହିଁ
ପାପ କଟିବ । ପିଲାମାନେ ଜାଣିଛନ୍ତି ଯେ ଆମେ ହେଉଛୁ ପାପ ଆତ୍ମା, ସେଥିପାଇଁ ବାବା ସମସ୍ତଙ୍କୁ
କହୁଛନ୍ତି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ତୁମର ପାପ କଟିଯିବ । ବାବା ହିଁ
ପତିତ-ପାବନ ଅଟନ୍ତି । ଉପାୟ ବତାଉଛନ୍ତି - ମଧୁର ସନ୍ତାନମାନେ, ତୁମର ଆତ୍ମା ପତିତ ହୋଇଯାଇଛି,
ଯେଉଁ କାରଣରୁ ଶରୀର ମଧ୍ୟ ପତିତ ହୋଇଯାଇଛି । ପ୍ରଥମେ ତୁମେ ପବିତ୍ର ଥିଲ, ଏବେ ତୁମେ ଅପବିତ୍ର
ହୋଇଯାଇଛ । ବାବା ପତିତରୁ ପବିତ୍ର ହେବାର ବହୁତ ସହଜ ଉପାୟ ବତାଉଛନ୍ତି । ବାବାଙ୍କୁ ୟାଦ କଲେ
ତୁମେ ପବିତ୍ର ହୋଇଯିବ । ଉଠିବା, ବସିବା, ଚାଲିବା ସମୟରେ ବାବାଙ୍କୁ ୟାଦ କର । ଲୋକମାନେ ଗଙ୍ଗା
ସ୍ନାନ କରୁଥିବାରୁ ଗଙ୍ଗାକୁ ମନେପକାଇଥାନ୍ତି । ଭାବୁଛନ୍ତି ଗଙ୍ଗା ପତିତପାବନୀ ଅଟେ । ଗଙ୍ଗାକୁ
ସ୍ମରଣ କରି କରି ପବିତ୍ର ହୋଇଯିବୁ । କିନ୍ତୁ ବାବା କହୁଛନ୍ତି ଏହାଦ୍ୱାରା କେହି ବି ପବିତ୍ର
ହୋଇପାରିବେ ନାହିଁ । ପାଣି ଦ୍ୱାରା କିପରି ପବିତ୍ର ହେବେ । ବାବା କହୁଛନ୍ତି ମୁଁ ହେଉଛି
ପତିତ-ପାବନ । ହେ ସନ୍ତାନମାନେ, ଦେହ ସହିତ ଦେହର ସବୁ ଧର୍ମ ଛାଡ଼ି ମୋତେ ମନେ ପକାଇବା ଦ୍ୱାରା
ତୁମେ ପବିତ୍ର ହୋଇ ପୁନର୍ବାର ନିଜ ଘର ମୁକ୍ତିଧାମକୁ ଚାଲିଯିବ । ସାରା କଳ୍ପ ଘରକୁ ଭୁଲିଯାଇଥିଲ
। ପୁରା କଳ୍ପରେ ବାବାଙ୍କୁ କେହି ବି ଜାଣି ନ ଥା’ନ୍ତି । ଏହି ମୁଖ ଦ୍ୱାରା ଥରେ ମାତ୍ର ବାବା
ନିଜେ ଆସି ନିଜର ପରିଚୟ ଦେଉଛନ୍ତି । ଏହି ମୁଖର କେତେ ମହିମା ରହିଛି । ଗୌମୁଖ କହୁଛନ୍ତି ନା ।
ଗାଈ ତ ହେଉଛି ପଶୁ, ବାସ୍ତବରେ ଏହା ହେଉଛି ମନୁଷ୍ୟର କଥା ।
ତୁମେ ଜାଣିଛ ଇଏ ବ୍ରହ୍ମା
ହେଉଛନ୍ତି ବଡ଼ ମାତା । ଯେଉଁ ମାତା ଦ୍ୱାରା ଶିବବାବା ତୁମ ସନ୍ତାନଙ୍କୁ ପୋଷ୍ୟ କରୁଛନ୍ତି । ତୁମେ
ଏବେ ବାବା-ବାବା କହିବାରେ ଲାଗିଛ । ବାବା ମଧ୍ୟ କହୁଛନ୍ତି ଏହି ୟାଦର ଯାତ୍ରା ଦ୍ୱାରା ହିଁ ତୁମର
ପାପ କଟିବ । ପିଲାକୁ ନିଜର ବାପା କଥା ମନେ ପଡ଼ିଥାଏ ନା । ତାଙ୍କର ଚେହେରା ଆଦି ମନରେ ରହିଯାଏ ।
ତୁମେ ସନ୍ତାନମାନେ ଜାଣିଛ ଯେପରି ଆମେ ଆତ୍ମା ଅଟୁ ସେହିପରି ସେ ପରମାତ୍ମା ଅଟନ୍ତି । ରୂପରେ ଆଉ
କୌଣସି ଫରକ ନାହିଁ । ଶରୀରର ସମ୍ବନ୍ଧରେ ଚେହେରା ଆଦି ତ ଅଲଗା ଅଲଗା ହୋଇଥାଏ, ବାକି ଆତ୍ମା ତ
ଏକାପରି ହିଁ ଅଟେ । ଯେପରି ଆମେ ଆତ୍ମା ଅଟୁ, ସେହିପରି ବାବା ମଧ୍ୟ ପରମାତ୍ମା ଅଟନ୍ତି । ତୁମେ
ଜାଣିଛ - ବାବା ପରମଧାମରେ ରୁହନ୍ତି, ଆମେ ଆତ୍ମାମାନେ ମଧ୍ୟ ପରମଧାମରେ ରହୁଥିଲୁ । ବାବାଙ୍କ
ଆତ୍ମା ଏବଂ ଆମ ଆତ୍ମା ମଧ୍ୟରେ ଆଉ କିଛି ଫରକ ନାହିଁ । ବାବା ଯେପରି ବିନ୍ଦୁ ଅଟନ୍ତି ସେହିପରି
ଆମେ ମଧ୍ୟ ବିନ୍ଦୁ ଅଟୁ । ଏହି ଜ୍ଞାନ ଆଉ କାହା ପାଖରେ ନାହିଁ । ତୁମକୁ ହିଁ ବାବା ବତାଇଛନ୍ତି ।
ବାବାଙ୍କ ବିଷୟରେ ମଧ୍ୟ କ’ଣ କ’ଣ ସବୁ କହିଦେଉଛନ୍ତି । ସର୍ବବ୍ୟାପୀ ଅଟନ୍ତି, ପଥର ଗୋଡ଼ି ଭିତରେ
ଅଛନ୍ତି, ଯାହାକୁ ଯାହା ଆସୁଛି କହିଦେଉଛନ୍ତି । ଡ୍ରାମା ଅନୁସାରେ ଭକ୍ତିମାର୍ଗରେ ବାବାଙ୍କ ନାମ,
ରୂପ, ଦେଶ, କାଳକୁ ଭୁଲି ଯାଇଥା’ନ୍ତି । ତୁମେ ମଧ୍ୟ ଭୁଲିଯାଇଥାଅ । ଆତ୍ମା ନିଜର ପିତାଙ୍କୁ
ଭୁଲିଯାଉଛି । ପିଲା ଯଦି ବାପକୁ ଭୁଲିଗଲା ତେବେ ବାକି କ’ଣ ଜାଣିବ ଅର୍ଥାତ୍ ବାବାଙ୍କୁ ନ ଜାଣିବା
କାରଣରୁ ସମସ୍ତେ ଅନାଥ ହୋଇଯାଇଛନ୍ତି । ବାପାକୁ ମନେ ହିଁ ପକାଉନାହାଁନ୍ତି । ପିତାଙ୍କର ଅଭିନୟକୁ
ମଧ୍ୟ ଜାଣିନାହାଁନ୍ତି । ନିଜକୁ ମଧ୍ୟ ଭୁଲିଯାଉଛନ୍ତି । ତୁମେ ଭଲ ଭାବରେ ଜାଣିଛ, ବାସ୍ତବରେ ଆମେ
ଭୁଲି ଯାଇଥିଲୁ । ଆମେ ପୂର୍ବରୁ ଏହିଭଳି ଦେବୀ-ଦେବତା ଥିଲୁ । ଏବେ ଜୀବଜନ୍ତୁଠାରୁ ମଧ୍ୟ ହୀନ
ହୋଇଗଲୁଣି । ମୁଖ୍ୟ କଥା ହେଲା ଆମେ ନିଜର ଆତ୍ମାକୁ ହିଁ ଭୁଲିଯାଇଛୁ । ଏବେ କିଏ ଜଣାଇବ । କୌଣସି
ଜୀବ ଆତ୍ମା ଏ କଥା ଜାଣି ନ ଥିବେ ଯେ ଆତ୍ମା କ’ଣ, କିପରି ସମସ୍ତ ପାର୍ଟ ବଜାଉଛୁ? ଆମେ ସମସ୍ତେ
ଭାଇ, ଭାଇ ଅଟୁ । ଏହି ଜ୍ଞାନ ଆଉ କାହା ପାଖରେ ନାହିଁ । ବର୍ତ୍ତମାନ ସମଗ୍ର ସୃଷ୍ଟି ହିଁ
ତମଃପ୍ରଧାନ ହୋଇଗଲାଣି । ଜ୍ଞାନ ନାହିଁ । ତୁମ ପାଖରେ ଏବେ ଜ୍ଞାନ ଅଛି, ବୁଦ୍ଧିରେ ଆସୁଛି ଆମେ
ଆତ୍ମା ଏତେ ସମୟ ଧରି ନିଜର ପିତାଙ୍କର ଗ୍ଲାନି କରିଆସିଛୁ । ଗ୍ଲାନି କରିବା ଦ୍ୱାରା ବାବାଙ୍କଠାରୁ
ଦୂରେଇ ଯାଇଛୁ । ଡ୍ରାମାର ପ୍ଲାନ ଅନୁସାରେ ସିଡ଼ି ତଳକୁ ଓହ୍ଲାଇ ଚାଲିଛନ୍ତି । ମୂଳ କଥା ହେଉଛି
ବାବାଙ୍କୁ ୟାଦ କରିବା । ବାବା ଆଉ କୌଣସି କଷ୍ଟ ଦେଉନାହାଁନ୍ତି । ପିଲାମାନଙ୍କୁ କେବଳ ବାବାଙ୍କୁ
ୟାଦ କରିବାର କଷ୍ଟ ଦେଉଛନ୍ତି । ବାପ କ’ଣ କେବେ ପିଲାଙ୍କୁ କୌଣସି କଷ୍ଟ ଦେଇପାରିବେ କି! ଏହା ତ
ନିୟମ କହୁନାହିଁ । ବାବା କହୁଛନ୍ତି ମୁଁ କୌଣସି କଷ୍ଟ ଦେଉନାହିଁ । କୌଣସି ପିଲା କିଛି ପ୍ରଶ୍ନ
ଆଦି ପରାରିଲେ ମୁଁ କହୁଛି, ଏହି କଥାରେ ସମୟ ନଷ୍ଟ କାହିଁକି କରୁଛ? ବାବାଙ୍କୁ ମନେପକାଅ । ମୁଁ
କେବଳ ଆସିଛି ତୁମକୁ ସାଥିରେ ନେଇଯିବା ପାଇଁ, ସେଥିପାଇଁ ତୁମକୁ ୟାଦର ଯାତ୍ରା ଦ୍ୱାରା ପବିତ୍ର
ହେବାକୁ ପଡ଼ିବ । ବାସ୍ ମୁଁ ହିଁ ତୁମର ପତିତପାବନ ପିତା ଅଟେ । ବାବା ଉପାୟ ବତାଉଛନ୍ତି - ଯେ
କୌଣସି ସ୍ଥାନକୁ ଗଲେ ମଧ୍ୟ ବାବାଙ୍କୁ ୟାଦ କରିବାକୁ ହେବ । ୮୪ ଜନ୍ମର ଚକ୍ରର ରହସ୍ୟ ମଧ୍ୟ ବାବା
ବୁଝାଇ ଦେଇଛନ୍ତି । ଏବେ ନିଜକୁ ଯାଞ୍ଚ କରିବାକୁ ହେବ - କେତେ ପର୍ଯ୍ୟନ୍ତ ଆମେ ବାବାଙ୍କୁ ୟାଦ
କରୁଛୁ । ବାସ୍ ଆଉ କୌଣସି ବିଚାର କରିବା ଅନୁଚିତ୍ । ଏହା ତ ବହୁତ ସହଜ ଅଟେ । ବାବାଙ୍କୁ ୟାଦ
କରିବାକୁ ହେବ । ପିଲା ଟିକେ ବଡ଼ ହୋଇଗଲେ ସ୍ୱତଃ ନିଜର ମାତା, ପିତାଙ୍କୁ ମନେ ପକାଇଥାଏ । ତୁମେ
ମଧ୍ୟ ଭାବ ଆମେ ଆତ୍ମା ବାବାଙ୍କର ସନ୍ତାନ, କଷ୍ଟ କରି ୟାଦ କାହିଁକି କରିବାକୁ ପଡ଼ୁଛି! କାହିଁକିନା
ଆମ ଉପରେ ଯେଉଁ ପାପ ଚଢ଼ି ରହିଛି, ତାହା ଏହି ୟାଦ ଦ୍ୱାରା ହିଁ ଭସ୍ମ ହେବ । ସେଇଥି ପାଇଁ ଗାୟନ
ମଧ୍ୟ ରହିଛି ଏକ ସେକେଣ୍ଡରେ ଜୀବନମୁକ୍ତି । ଜୀବନମୁକ୍ତିର ଆଧାର ପାଠପଢ଼ା ଉପରେ ନିର୍ଭର କରେ ଏବଂ
ମୁକ୍ତିର ଆଧାର ୟାଦ ଉପରେ ରହିଛି । ଯେତେ ତୁମେ ବାବାଙ୍କୁ ୟାଦ କରିବ ଏବଂ ପାଠପଢ଼ା ପ୍ରତି ଧ୍ୟାନ
ଦେବ ସେତେ ଉଚ୍ଚ ନମ୍ବରର ପଦ ପାଇବ । ନିଜର କାମଧନ୍ଦା ମଧ୍ୟ କର, ବାବା କିଛି ମନା କରୁନାହାଁନ୍ତି
। ଧନ୍ଦା ଆଦି ଯାହା ତୁମେ କରୁଛ ତାହା ତୁମର ଦିନ ରାତି ମନେ ରହୁଛି ନା । ତେଣୁ ଏବେ ବାବା ଏହି
ରୁହାନୀ ଧନ୍ଦା ଦେଉଛନ୍ତି କି ନିଜକୁ ଆତ୍ମା ଭାବି ମୋତେ ମନେପକାଅ ଏବଂ ୮୪ର ଚକ୍ରକୁ ୟାଦ କର ।
ମୋତେ ୟାଦ କରିବା ଦ୍ୱାରା ହିଁ ତୁମେ ସତ୍ତ୍ୱପ୍ରଧାନ ହୋଇଯିବ । ଏ କଥା ମଧ୍ୟ ବୁଝୁଛ ଯେ, ଏବେ
ଶରୀର ପୁରୁଣା ହୋଇଯାଇଛି ପୁଣି ସତ୍ତ୍ୱପ୍ରଧାନ ନୂଆ ଶରୀର ମିଳିବ । ନିଜ ବୁଦ୍ଧିରେ ଏହି ସାରାଂଶକୁ
ମନେ ରଖିବାକୁ ହେବ, ଯାହାଦ୍ୱାରା ବହୁତ ଫାଇଦା ହେବ । ଯେପରି ସ୍କୁଲରେ ବହୁତ ବିଷୟ ଥିଲେ ମଧ୍ୟ
ଇଂରାଜୀରେ ଭଲ ନମ୍ବର ରହିଥାଏ, କାହିଁକିନା ଇଂରାଜୀ ହେଉଛି ମୁଖ୍ୟ ଭାଷା । ପୂର୍ବରୁ
ଇଂରେଜମାନଙ୍କର ଶାସନ ଥିଲା ସେଥିପାଇଁ ଏହି ଭାଷା ମଧ୍ୟ ଅଧିକ ପ୍ରଚଳିତ । ଏବେ ମଧ୍ୟ ଭାରତ ବାସୀ
ଧାରୁଆ ଅଟନ୍ତି । ଏଠାରେ କେହି କେତେ ବି ଧନବାନ୍ ହୋଇଥାନ୍ତୁ କିନ୍ତୁ ବୁଦ୍ଧିରେ ଏକଥା ତ ଅଛି ନା
ଆମ ରାଜ୍ୟର ମୁଖ୍ୟମାନେ କରଜଦାର ଅଟନ୍ତି ଅର୍ଥାତ୍ ଆମେ ଭାରତବାସୀ ଋଣଗ୍ରସ୍ତ ଅଟୁ । ପ୍ରଜା ମଧ୍ୟ
ନିଶ୍ଚୟ କହିବେ ନା ଆମେ କରଜଦାର ଅଟୁ । ଏ କଥା ମଧ୍ୟ ବୁଝିବା ଦରକାର । ଯେତେବେଳେ କି ତୁମେ
ରାଜତ୍ତ୍ୱ ସ୍ଥାପନ କରୁଛ ଏବଂ ତୁମେ ଜାଣିଛ ଯେ ଆମେ ଏହି ସବୁ କରଜରୁ ମୁକ୍ତ ହୋଇ ସାଲବେଣ୍ଟ
ଅର୍ଥାତ୍ ଧନବାନ ହେଉଛୁ ପୁଣି ଅଧାକଳ୍ପ ଆମେ କାହାଠାରୁ କରଜ କରିବୁ ନାହିଁ । କରଜଦାର ପତିତ
ଦୁନିଆର ମାଲିକ ଅଟନ୍ତି । ଏବେ ମଧ୍ୟ ଆମେ କରଜଦାର ବି ଅଟୁ, ଆଉ ପତିତ ଦୁନିଆର ମାଲିକ ମଧ୍ୟ ଅଟୁ
। ଗାୟନ କରୁଛନ୍ତି ନା ଆମର ଭାରତ ବର୍ତ୍ତମାନ ଏହିପରି ଅଟେ ।
ତୁମେ ଜାଣିଛ ଆମେ ବହୁତ
ସାହୁକାର ଥିଲୁ ସ୍ୱର୍ଗର ରାଜକୁମାର, ରାଜକୁମାରୀ ଥିଲୁ । ଏ କଥା ମନେ ରହୁଛି । ଆମେ ଏପରି
ବିଶ୍ୱର ମାଲିକ ଥିଲୁ । ଏବେ ବିଲ୍କୁଲ୍ କରଜଦାର ଓ ପତିତ ହୋଇଯାଇଛୁ । ଏହି ଖେଳର ଫଳାଫଳ ବାବା
ବତାଉଛନ୍ତି । ଫଳାଫଳ କ’ଣ ହେଲା । ଏହା ତୁମ ପିଲାମାନଙ୍କର ସ୍ମୃତି ଆସୁଛି । ସତ୍ୟଯୁଗରେ ଆମେ
କେତେ ସାହୁକାର ଥିଲୁ, କିଏ ତୁମକୁ ସାହୁକାର କରାଇଥିଲେ? ପିଲାମାନେ କହୁଛନ୍ତି - ବାବା, ଆପଣ ଆମକୁ
କେତେ ସାହୁକାର କରାଇଥିଲେ । ଏକମାତ୍ର ବାବା ହିଁ ସାହୁକାର କରାଇଥା’ନ୍ତି । ଦୁନିଆ ଏହିସବୁ କଥାକୁ
ଜାଣିନାହିଁ । ଲକ୍ଷ ଲକ୍ଷ ବର୍ଷ କହିଦେଇଥିବାରୁ ସବୁ ଭୁଲିଯାଇଛନ୍ତି, କିଛି ହେଲେ ଜାଣିନାହାଁନ୍ତି
। ତୁମେ ଏବେ ସବୁ କିଛି ଜାଣିଗଲଣି । ଆମେ ପଦମାପଦମ ସାହୁକାର ଥିଲୁ । ବହୁତ ପବିତ୍ର ଥିଲୁ, ବହୁତ
ସୁଖୀ ଥିଲୁ । ସେଠାରେ ମିଛ ପାପ ଆଦି କିଛି ନ ଥାଏ । ସମଗ୍ର ବିଶ୍ୱ ଉପରେ ତୁମେ ବିଜୟୀ ହୋଇଥିଲ ।
ଗାୟନ ମଧ୍ୟ ରହିଛି ଯେ ଶିବବାବା ଆପଣ ଯାହା ଦେଉଛନ୍ତି ତାହା କେହି ଦେଇପାରିବେ ନାହିଁ । ଅନ୍ୟ
କାହାର ଶକ୍ତି ନାହିଁ ଯେ ଅଧାକଳ୍ପ ପାଇଁ ସୁଖ ଦେଇପାରିବେ । ବାବା କହୁଛନ୍ତି ଭକ୍ତିମାର୍ଗରେ
ମଧ୍ୟ ତୁମର ବହୁତ ସୁଖ ଅସରନ୍ତି ଧନ ରହିଥିଲା । କେତେ ହୀରା ଲୀଳା ଥିଲା, ଯାହା ପୁଣି ପଛକୁ
ଆସୁଥିବା ଆତ୍ମାମାନଙ୍କ ହାତକୁ ଚାଲିଯାଇଥାଏ । ଏବେ ତ ସେ ଜିନିଷ ସବୁ ଦେଖିବାକୁ ମଧ୍ୟ ମିଳୁନାହିଁ
। ତୁମେ ଫରକ ଦେଖୁଛନା । ତୁମେ ହିଁ ପୂଜ୍ୟ ଦେବୀ-ଦେବତା ଥିଲ ପୁଣି ତୁମେ ହିଁ ପୂଜାରୀ ହେଉଛ ।
ନିଜେ ହିଁ ପୂଜ୍ୟ, ନିଜେ ହିଁ ପୂଜାରୀ । ବାବା କୌଣସି ପୂଜାରୀ ହେଉନାହାଁନ୍ତି କିନ୍ତୁ ତୁମ
ପୂଜାରୀମାନଙ୍କର ଦୁନିଆକୁ ଆସୁଛନ୍ତି ନା । ବାବା ତ ସଦାପୂଜ୍ୟ ଅଟନ୍ତି । ବାବା କେବେହେଲେ ପୂଜାରୀ
ହେଉନାହାଁନ୍ତି, ତାଙ୍କର ଧନ୍ଦା ହେଉଛି ପୂଜାରୀରୁ ପୂଜ୍ୟ କରିବା । ରାବଣର କାମ ହେଉଛି ତୁମକୁ
ପୂଜାରୀ କରିବା । ଏ କଥା ଦୁନିଆରେ କାହାକୁ ଜଣାନାହିଁ । ତୁମେ ମଧ୍ୟ ଭୁଲିଯାଇଥିଲ । ପ୍ରତ୍ୟହ
ବାବା ବୁଝାଉଛନ୍ତି । ବାବାଙ୍କ ହାତରେ ଅଛି - ଇଚ୍ଛା କଲେ କାହାକୁ ସାହୁକାର କରିପାରିବେ କାହାକୁ
ଗରୀବ କରିପାରିବେ । ବାବା କହୁଛନ୍ତି ଯିଏ ସାହୁକାର ଅଛନ୍ତି ତାଙ୍କୁ ଗରୀବ ନିଶ୍ଚୟ ହେବାକୁ ପଡ଼ିବ,
ହେବେ ମଧ୍ୟ । ତାଙ୍କର ଏହିପରି ପାର୍ଟ ରହିଛି । ସେମାନେ କେବେହେଲେ ଜ୍ଞାନରେ ଚାଲିପାରିବେ ନାହିଁ
। ଧନବାନ୍ଙ୍କର ବହୁତ ଅହଂକାର ରହିଥାଏ ନା - ମୁଁ ଅମୁକ ଅଟେ, ଏତେ ସବୁ ଜିନିଷ ମୋ ପାଖରେ ଅଛି ।
ଗର୍ବ ଭାଙ୍ଗିବା ପାଇଁ ବାବା କହୁଛନ୍ତି - ଏମାନେ ଦେବାକୁ ଆସିଲେ ବାବା କହିବେ ଦରକାର ନାହିଁ ।
ଏସବୁ ତୁମେ ନିଜ ପାଖରେ ରଖ । ଯେତେବେଳେ ଆବଶ୍ୟକ ହେବ ତ ନେଇନେବୁ କାହିଁକି ନା ଦେଖନ୍ତି - ଏ
ଆତ୍ମା କୌଣସି କାମର ନୁହେଁ, ନିଜର ଗର୍ବ ରହିଛି । ତେଣୁ ନେବା ଅଥବା ନ ନେବା ଏ ସବୁ ବାବାଙ୍କ
ହାତରେ ଅଛି ନା । ବାବା ପଇସା କ’ଣ କରିବେ, ଦରକାର ନାହିଁ । ଏ ସବୁ ଘର ତ ତୁମମାନଙ୍କ ପାଇଁ ତିଆରି
ହେଉଛି, ତୁମକୁ ତ’ ଆସି ବାବାଙ୍କୁ ଦେଖା କରି ପୁଣି ନିଜ ସେବାସ୍ଥାନକୁ ଫେରିଯିବାର ଅଛି । ସର୍ବଦା
ତ ରହିବାର ନାହିଁ । ପଇସାର କ’ଣ ଦରକାର । ଏଠାରେ କୌଣସି ସେନାବାହିନୀ ଅଥବା ତୋପ ଆଦିର ତ
ଆବଶ୍ୟକତା ନାହିଁ । ତୁମେ ବିଶ୍ୱର ମାଲିକ ହେଉଛ । ତୁମେ ଏବେ ଯୁଦ୍ଧ ଭୂମିରେ ଅଛ, ବାବାଙ୍କୁ ୟାଦ
କରିବା ବିନା ତୁମେ ଆଉ କିଛି ହେଲେ କରୁନାହଁ । ବାବା ନିର୍ଦ୍ଦେଶ ଦେଉଛନ୍ତି ମୋତେ ୟାଦ କଲେ ଯାଇ
ଏତେ ଶକ୍ତି ମିଳିବ । ତୁମର ଏହି ଧର୍ମ ବହୁତ ସୁଖଦାୟୀ ଅଟେ । ବାବା ହେଉଛନ୍ତି ସର୍ବଶକ୍ତିମାନ୍ ।
ତୁମେ ତାଙ୍କର ସନ୍ତାନ ହୋଇଛ । ୟାଦର ଯାତ୍ରା ଉପରେ ହିଁ ସବୁ କିଛି ନିର୍ଭର କରୁଛି । ଏଠାରେ ତୁମେ
ଶୁଣୁଛ ପୁଣି ତା’ଉପରେ ମନ୍ଥନ ଚାଲୁଛି । ଯେପରି ଗାଈ ଖାଦ୍ୟ ଖାଇ ପୁଣି ପାକୁଳି କରିଥାଏ । ତାର
ପାଟି ସବୁବେଳେ ଚାଲୁଥାଏ । ତୁମକୁ ମଧ୍ୟ କହୁଛନ୍ତି ଜ୍ଞାନର କଥା ଉପରେ ଖୁବ୍ ବିଚାର କର ।
ବାବାଙ୍କୁ ଆମେ କ’ଣ ପଚାରିବା । ବାବା ତ କହୁଛନ୍ତି ମନମନାଭବ, ଯାହାଦ୍ୱାରା ତୁମେ ସତ୍ତ୍ୱପ୍ରଧାନ
ହେଉଛ, ଏହି ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି ।
ତୁମେ ଜାଣିଛ - ସର୍ବଗୁଣ
ସମ୍ପନ୍ନ, ୧୬ କଳା ସଂପୂର୍ଣ୍ଣ ହେବାକୁ ପଡ଼ିବ । ଏହା ସ୍ୱତଃ ପ୍ରବୃତ୍ତ ଭାବରେ ମନ ଭିତରେ ରହିବା
ଦରକାର । କାହାର ଗ୍ଲାନି ଅଥବା ପାପକର୍ମ ଆଦି କିଛି ବି କର ନାହିଁ । ତୁମକୁ କୌଣସି ବି ଓଲଟା
କର୍ମ କରିବା ଉଚିତ୍ ନୁହେଁ । ଦେବୀ-ଦେବତାମାନେ ହେଉଛନ୍ତି ନମ୍ବରୱାନ । ପୁରୁଷାର୍ଥ ଦ୍ୱାରା ଏତେ
ଉଚ୍ଚପଦ ପାଇଛନ୍ତି ନା । ତାଙ୍କ ନିମନ୍ତେ ଗାୟନ କରାଯାଇଥାଏ ଅହିଂସା ପରମୋ ଦେବୀ-ଦେବତା ଧର୍ମ ।
କାହାକୁ ମାରିବା ଏହା ହିଂସା ହେଲା ନା । ବାବା ବୁଝାଉଥିବାରୁ ପିଲାମାନେ ମଧ୍ୟ ନିଜକୁ ଅନ୍ତର୍ମୁଖୀ
ହୋଇ ନିଜକୁ ଦେଖିବା ଦରକାର, ଆମର ଅବସ୍ଥା କିପରି ରହିଛି? ବାବାଙ୍କୁ ଆମେ ୟାଦ କରୁଛୁ? କେତେ ସମୟ
ୟାଦ କରୁଛୁ? ମନ ଏତେ ଲାଗିରହୁ ଯେ ବାବାଙ୍କର ସ୍ମୃତି କେବେ ବିସ୍ମୃତି ନ ହେଉ । ଏବେ ବେହଦର ବାବା
କହୁଛନ୍ତି ତୁମେ ଆତ୍ମାମାନେ ମୋର ସନ୍ତାନ ଅଟ । ତାହା ପୁଣି ତୁମେ ଅନାଦି ସନ୍ତାନ ଅଟ । ଦୁନିଆର
ପ୍ରେମିକ, ପ୍ରେମିକାଙ୍କର ୟାଦ ହେଉଛି ଶାରୀରିକ । ଯେପରି ସାକ୍ଷାତ୍କାର ହୋଇଥାଏ, ପୁଣି
ଉଭେଇଯାଆନ୍ତି ସେହିପରି ସେମାନେ ମଧ୍ୟ ଜଣେ ଅନ୍ୟ ଜଣଙ୍କର ସମ୍ମୁଖକୁ ଆସିଯାଇଥାଆନ୍ତି । ସେହି
ଖୁସୀରେ ହିଁ ସେମାନେ ଖାଇଥାନ୍ତି ପିଇଥାନ୍ତି ୟାଦ କରୁଥାନ୍ତି । ତୁମର ଏହି ୟାଦରେ ତ ବହୁତ ବଳ
ଅଛି । ଏକମାତ୍ର ବାବାଙ୍କୁ ହିଁ ୟାଦ କରୁଥାଅ । ଆଉ ତୁମର ମଧ୍ୟ ନିଜର ଭବିଷ୍ୟତ ମନେ ପଡ଼ିଯିବ ।
ବିନାଶର ସାକ୍ଷାତ୍କାର ମଧ୍ୟ ହେବ । ଆଗକୁ ଗଲେ ଜଲ୍ଦି ଜଲ୍ଦି ବିନାଶର ସାକ୍ଷାତ୍କାର ହେବ ।
ପୁଣି ତୁମେ କହିପାରିବ ଯେ ଏବେ ବିନାଶ ନିଶ୍ଚିତ ହେବ । ବାବାଙ୍କୁ ମନେପକାଅ । ବାବା ସବୁ କିଛି
ତ୍ୟାଗ କରିଦେଲେ ନା । ଯେପରି କିଛି ହେଲେ ବି ଶେଷ ସମୟରେ ମନେ ନ ପଡୁ । ଏବେ ଆମେ ନିଜର
ରାଜଧାନୀକୁ ଯିବୁ । ନୁଆ ଦୁନିଆକୁ ନିଶ୍ଚୟ ଯିବାକୁ ହେବ । ଯୋଗବଳ ଦ୍ୱାରା ସବୁ ପାପକୁ ଭସ୍ମ
କରିବାକୁ ପଡ଼ିବ, ଏଥିରେ ହିଁ ବହୁତ ମେହନତ କରିବାକୁ ପଡ଼ିବ । ଘଡ଼ି ଘଡ଼ି ବାବାଙ୍କୁ ଭୁଲିଯାଉଛନ୍ତି
କାହିଁକିନା ଏହା ବହୁତ ସୂକ୍ଷ୍ମ ଜିନିଷ । ସର୍ପ ଏବଂ ଭ୍ରମରୀର ଯାହାକିଛି ଉଦାହରଣ ଦେଉଛନ୍ତି, ସେ
ସବୁ ବର୍ତ୍ତମାନ ସମୟର କଥା । ଭ୍ରମରୀ ଚମତ୍କାର କରିଥାଏ ନା । ତା’ ଠାରୁ ତୁମର ଚମତ୍କାରୀ ଅଧିକ
। ବାବା ଲେଖୁଛନ୍ତି ନା - ଜ୍ଞାନର ଭୁଁ-ଭୁଁ କରିଚାଲ । ଶେଷରେ ଜାଗ୍ରତ ହୋଇଯିବେ । ଯିବେ କୁଆଡ଼େ
। ତୁମ ପାଖକୁ ହିଁ ଆସିବେ । ତୁମ ସହିତ ମିଶି ଚାଲିବେ । ତୁମର ନାମ ବିଖ୍ୟାତ ହୋଇଯିବ । ଏବେ ତ
ତୁମେ ଅଳ୍ପ ସଂଖ୍ୟାରେ ଅଛ ନା । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଜ୍ଞାନର
ଖୁବ୍ ବିଚାର ସାଗର ମନ୍ଥନ କରିବାକୁ ହେବ । ଯାହା ସବୁ ଶୁଣୁଛ ତାକୁ ଚିନ୍ତନ ମନ୍ଥନ କରିବାକୁ ହେବ
। ଅନ୍ତର୍ମୁଖୀ ହୋଇ ନିଜକୁ ଦେଖିବାକୁ ହେବ କି ବାବାଙ୍କ ସହିତ ମୋର ମନପ୍ରାଣ ଏମିତି ଲାଗିଯାଇଛି
ଯେ ଯାହାକି କେବେ ବି ଭୁଲି ହେବ ନାହିଁ ।
(୨) କୌଣସି ପ୍ରକାରର
ପ୍ରଶ୍ନ ଆଦି ପଚାରିବାରେ ନିଜର ସମୟ ନଷ୍ଟ ନ କରି ଯୋଗର ଯାତ୍ରା ଦ୍ୱାରା ନିଜକୁ ପବିତ୍ର କରିବାକୁ
ହେବ । ଅନ୍ତିମ ସମୟରେ ଏକମାତ୍ର ବାବାଙ୍କର ସ୍ମୃତି ବିନା ଆଉ କୌଣସି ବି ବିଚାର ନ ଆସୁ - ଏହାର
ଅଭ୍ୟାସ ଏବେଠାରୁ ହିଁ କରିବାକୁ ହେବ ।
ବରଦାନ:-
ଦୃଢ ସଂକଳ୍ପ
ରୂପୀ ବ୍ରତ ଦ୍ୱାରା ମନୋବୃତ୍ତିକୁ ପରିବର୍ତ୍ତନ କରୁଥିବା ମହାନ ଆତ୍ମା ଭବ ।
ମହାନ ହେବାର ମୁଖ୍ୟ
ଆଧାର ହେଲା “ପବିତ୍ରତା” । ଏହି ପବିତ୍ରତା ରୂପୀ ବ୍ରତକୁ ପ୍ରତିଜ୍ଞା ରୂପରେ ଧାରଣ କରିବା
ଅର୍ଥାତ୍ ମହାନ ଆତ୍ମା ହେବା । ତେବେ ଯେ କୌଣସି ଦୃଢ ସଂକଳ୍ପ ରୂପୀ ବ୍ରତ ମନୋବୃତ୍ତିକୁ
ପରିବର୍ତ୍ତନ କରିଦେଇଥାଏ । ତେଣୁ ପବିତ୍ରତାର ବ୍ରତକୁ ଧାରଣ କରିବା ଅର୍ଥାତ୍ ନିଜର ମନୋବୃତ୍ତିକୁ
ଶ୍ରେଷ୍ଠ କରିବା । ବ୍ରତ ରଖିବା ଅର୍ଥାତ୍ ସ୍ଥୂଳ ରୀତିରେ ନିବୃତ୍ତ ରହିବା ବା ମନ ଭିତରେ ପକ୍କା
ସଂକଳ୍ପ ନେବା । ତେଣୁ ପବିତ୍ର ହେବାର ବ୍ରତ ନେବା ଅର୍ଥାତ୍ ଆମେ ଆତ୍ମା ଭାଇ ଭାଇ ଅଟୁ - ଏହିଭଳି
ଭାତୃତ୍ୱ ଭାବର ମନୋବୃତ୍ତି ନିର୍ମାଣ କରିବା । ଏହି ମନୋବୃତ୍ତି ଦ୍ୱାରା ହିଁ ବ୍ରାହ୍ମଣ ଆତ୍ମା
ମହାନ ହୋଇପାରିଛନ୍ତି ।
ସ୍ଲୋଗାନ:-
ଯଦି ବ୍ୟର୍ଥଠାରୁ
ଦୂରେଇ ରହିବାକୁ ଚାହୁଁଛ ତେବେ ମୁଖରେ ଦୃଢ ସଂକଳ୍ପର ବୋତାମ ଲଗାଇଦିଅ ।