21.11.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ଏବେ ଈଶ୍ୱରୀୟ ସେବାରେ ଉପସ୍ଥିତ ଅଛ, ତୁମମାନଙ୍କୁ ସମସ୍ତଙ୍କୁ ସୁଖର ରାସ୍ତା ବତାଇବାକୁ ହେବ, ବୃତ୍ତି ପ୍ରାପ୍ତ କରିବା ଭଳି ପୁରୁଷାର୍ଥ କରିବାକୁ ପଡିବ ।”

ପ୍ରଶ୍ନ:-
ତୁମମାନଙ୍କ ବୁଦ୍ଧିରେ ଯେବେ ଜ୍ଞାନର ଭଲ ଧାରଣା ହୋଇଯାଏ ତେବେ କେଉଁ ଡର ବାହାରିଯାଏ?

ଉତ୍ତର:-
ଭକ୍ତିମାର୍ଗରେ ଯେଉଁ ଭୟ ରହିଥାଏ ଯେ ଗୁରୁଙ୍କ ଦ୍ୱାରା ଆମକୁ କୌଣସି ଅଭିଶାପ ନ ମିଳୁ, ଏହି ଭୟ ଜ୍ଞାନରେ ଆସିବା ଦ୍ୱାରା, ଜ୍ଞାନର ଧାରଣା କରିବା ଦ୍ୱାରା ସମାପ୍ତ ହୋଇଯାଏ କାହିଁକି ନା ଜ୍ଞାନ ମାର୍ଗରେ କେହି ଅଭିଶାପ ଦେଇପାରିବେ ନାହିଁ । ରାବଣ ଅଭିଶାପ ଦିଏ, ବାବା ସମ୍ପତ୍ତି ଦେଇଥା’ନ୍ତି । ରିଦ୍ଧି-ସିଦ୍ଧି ଶିଖିଥିବା ଲୋକେ ଏପରି ହଇରାଣ କରିବାର ବା ଦୁଃଖ ଦେବାର କାମ କରିଥା’ନ୍ତି, ଜ୍ଞାନ ମାର୍ଗରେ ତ ତୁମେ ପିଲାମାନେ ସମସ୍ତଙ୍କୁ ସୁଖ ଦେଉଛ ।

ଓମ୍ ଶାନ୍ତି ।
ମଧୁର ଆତ୍ମିକ ସନ୍ତାନମାନଙ୍କ ପ୍ରତି ଆତ୍ମିକ ପିତା ବସି ବୁଝାଉଛନ୍ତି । ତୁମେ ସମସ୍ତେ ପ୍ରଥମେ ଆତ୍ମା ଅଟ । ଏହି ନିଶ୍ଚୟ ପକ୍କା ରଖିବାକୁ ହେବ । ପିଲାମାନେ ଜାଣିଛନ୍ତି ଯେ ଆମେ ଆତ୍ମାମାନେ ପରମଧାମରୁ ଆସୁଛୁ, ଏଠାରେ ଶରୀର ନେଇ ଅଭିନୟ କରିବା ପାଇଁ । ଆତ୍ମା ହିଁ ଅଭିନୟ କରୁଛି । ମନୁଷ୍ୟ ଭାବୁଛନ୍ତି ଶରୀର ହିଁ ଅଭିନୟ କରିଥାଏ । ଏହା ହେଉଛି ସବୁଠାରୁ ବଡ ଭୁଲ୍ । ଯେଉଁ କାରଣରୁ ଆତ୍ମାକୁ କେହି ଜାଣି ନାହାଁନ୍ତି । ଏହି ଆବାଗମନ ଚକ୍ରରେ ଆମେ ଆତ୍ମାମାନେ ଯିବା-ଆସିବା କରୁଛୁ - ଏହି କଥାକୁ ଭୁଲିଯାଇଛନ୍ତି ସେଥିପାଇଁ ବାବାଙ୍କୁ ଆସି ଆତ୍ମ-ଅଭିମାନୀ କରାଇବାକୁ ପଡୁଛି । ଏହି କଥା ମଧ୍ୟ କେହି ଜାଣି ନାହାଁନ୍ତି । ବାବା ହିଁ ବୁଝାଉଛନ୍ତି, ଆତ୍ମା କିପରି ଅଭିନୟ କରୁଛି । ମନୁଷ୍ୟ ସର୍ବାଧିକ ୮୪ ଜନ୍ମରୁ ଆରମ୍ଭ କରି ସର୍ବନିମ୍ନ ଏକ ବା ଦୁଇ ଜନ୍ମ ନେଇଥାଏ । ଆତ୍ମାକୁ ପୁନର୍ଜନ୍ମ ତ ନେବାକୁ ହିଁ ପଡିବ । ଏଥିରୁ ପ୍ରମାଣିତ ହେଉଛି, ଅଧିକ ସମୟ ଅଭିନୟ କରୁଥିବା ଆତ୍ମା ବହୁତ ପୁନର୍ଜନ୍ମ ନେଇଥାଏ । କମ ସମୟ ଅଭିନୟ କରୁଥିବା ଆତ୍ମା କମ୍ ପୁନର୍ଜନ୍ମ ନେଉଛନ୍ତି । ଯେପରି ନାଟକରେ କାହାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଭିନୟ ରହିଥାଏ । ଆଉ କାହର ଅଳ୍ପ ଅଭିନୟ ରହିଥାଏ । ଏକଥା କୌଣସି ମନୁଷ୍ୟ ଜାଣି ନାହାଁନ୍ତି । ଆତ୍ମା ନିଜକୁ ହିଁ ଜାଣିନାହଁ ତ ନିଜର ପିତାଙ୍କୁ କିପରି ଜାଣିବ । ଆତ୍ମାର କଥା ଅଟେ ନା । ବାବା ହେଉଛନ୍ତି ଆତ୍ମାମାନଙ୍କର ପିତା । ଶ୍ରୀକୃଷ୍ଣ ତ ଆତ୍ମାମାନଙ୍କର ପିତା ନୁହଁନ୍ତି । କୃଷ୍ଣଙ୍କୁ ନିରାକାର ତ କୁହାଯିବ ନାହିଁ । ସାକାରରେ ହିଁ ତାଙ୍କୁ ଜାଣି ହୋଇଥାଏ । ଆତ୍ମା ତ ସମସ୍ତଙ୍କ ଭିତରେ ରହିଛି । ପ୍ରତ୍ୟେକ ଆତ୍ମାରେ ଅଭିନୟ ତ ନିଧାର୍ଯ୍ୟ ହୋଇ ରହିଛି । ଏସବୁ କଥା ତୁମମାନଙ୍କ ମଧ୍ୟରେ ପୁରୁଷାର୍ଥର କ୍ରମ ଅନୁସାରେ ଜାଣିଛନ୍ତି ଯେଉଁମାନେ କି ବୁଝାଇପାରିବେ । ଏବେ ତୁମେ ପିଲାମାନେ ଜାଣୁଛ ଯେ ଆମେ ଆତ୍ମାମାନେ କିପରି ୮୪ ଜନ୍ମ ନେଉଛୁ । ଏପରି ନୁହେଁ ଯେ ଆତ୍ମା ହିଁ ପରମାତ୍ମା । ନା, ବାବା ବୁଝାଇଛନ୍ତି - ଆମେ ଆତ୍ମା ପ୍ରଥମେ ଦେବତା ହେଉଛୁ । ଏବେ ପତିତ ତମୋପ୍ରଧାନ ହୋଇଛୁ । ପୁଣି ସତ୍ତ୍ୱପ୍ରଧାନ ପବିତ୍ର ହେବାକୁ ପଡିବ । ଯେବେ ସୃଷ୍ଟି ପୁରୁଣା ହୋଇଯାଏ ତେବେ ବାବା ଆସିଥାନ୍ତି । ବାବା ଆସି ପୁରୁଣାକୁ ନୂଆ କରିଥାନ୍ତି । ନୂଆ ସୃଷ୍ଟି ସ୍ଥାପନ କରିଥାନ୍ତି । ନୂଆ ଦୁନିଆରେ ହିଁ ଆଦି ସନାତନ ଦେବୀ ଦେବତା ଧର୍ମ ଥାଏ । ସେମାନଙ୍କ ନିମନ୍ତେ ହିଁ କୁହାଯିବ ପ୍ରଥମେ କଳିଯୁଗୀ ଶୂଦ୍ରଧର୍ମୀ ଥିଲେ । ଏବେ ପ୍ରଜାପିତା ବ୍ରହ୍ମାଙ୍କର ମୁଖ ବଂଶାବଳୀ ହୋଇ ବ୍ରାହ୍ମଣ ହୋଇଛ । ବ୍ରାହ୍ମଣ କୁଳରେ ଆସୁଛ । ବ୍ରାହ୍ମଣ କୁଳର ରାଜବଂଶ ହୋଇ ନ ଥାଏ । ବ୍ରାହ୍ମଣ କୁଳ ରାଜତ୍ୱ କରି ନ ଥାନ୍ତି । ବର୍ତ୍ତମାନ ଭାରତରେ ନା ବ୍ରାହ୍ମଣ କୁଳ ରାଜତ୍ୱ କରୁଛନ୍ତି ନା ଶୂଦ୍ରକୁଳ ରାଜତ୍ୱ କରୁଛନ୍ତି । ଉଭୟଙ୍କର ରାଜତ୍ୱ ନାହିଁ । ତଥାପି ମଧ୍ୟ ପ୍ରଜାଙ୍କ ଉପରେ ପ୍ରଜାର ରାଜ୍ୟ ତ ଚାଲୁଛି । ତୁମ ବ୍ରାହ୍ମଣମାନଙ୍କର କୌଣସି ରାଜ୍ୟ ନାହିଁ । ତୁମେମାନେ ଛାତ୍ର ହୋଇ ପାଠ ପଢୁଛ । ବାବା ତୁମକୁ ହିଁ ବୁଝାଉଛନ୍ତି । ଏହି ୮୪ ଜନ୍ମର ଚକ୍ର କିପରି ଘୂରୁଛି । ସତ୍ୟଯୁଗ, ତ୍ରେତା... ପୁଣି ହେଉଛି ସଂଗମଯୁଗ । ଏହି ସଂଗମଯୁଗର ଶ୍ରେଷ୍ଠ ମହିମା ପରି କୌଣସି ଯୁଗର ମହିମା ନାହିଁ । ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ । ସତ୍ୟଯୁଗରୁ ତ୍ରେତାକୁ ଆସୁଛନ୍ତି । ଦୁଇ କଳା କମ୍ ହୋଇଯାଉଛି ତେଣୁ ତାଙ୍କର କ’ଣ ମହିମା କରାଯିବ! ତଳକୁ ଖସିବାର ମହିମା କରାଯାଇନଥାଏ । କଳିଯୁଗକୁ ପୁରୁଣା ଦୁନିଆ କୁହାଯାଉଛି । ଏବେ ନୂଆ ଦୁନିଆ ସ୍ଥାପନ ହେବାକୁ ଯାଉଛି, ଯେଉଁଠି ଦେବୀ-ଦେବତାମାନଙ୍କର ରାଜ୍ୟ ହେବ । ସେମାନେ ପୁରୁଷୋତ୍ତମ ଥିଲେ । ପୁଣି କଳା କମ୍ ହୋଇ କନିଷ୍ଠ, ଶୂଦ୍ର ବୁଦ୍ଧି ହୋଇଯାଉଛନ୍ତି । ସେମାନଙ୍କୁ ପଥରବୁଦ୍ଧି ମଧ୍ୟ କୁହାଯାଉଛି । ଏପରି ପଥରବୁଦ୍ଧି ହୋଇଯାଉଛନ୍ତି ଯେ, ଯାହାଙ୍କର ପୂଜା କରୁଛନ୍ତି, ତାଙ୍କର ଜୀବନ କାହାଣୀକୁ ମଧ୍ୟ ଜାଣି ନାହାଁନ୍ତି । ପିଲାମାନେ ଯଦି ବାବାଙ୍କର ଜୀବନକୁ ନ ଜାଣିବେ ତେବେ ସମ୍ପତ୍ତି କିପରି ମିଳିବ । ଏବେ ତୁମେ ପିଲାମାନେ ବାବାଙ୍କର ଜୀବନକୁ ଜାଣୁଛ । ତାଙ୍କଠାରୁ ତୁମକୁ ସମ୍ପତ୍ତି ମିଳୁଛି । ବେହଦ ପିତାଙ୍କୁ ମନେ ପକାଉଛ । ତୁମେ ମାତ-ପିତା... ଗାୟନ କରୁଛ ତେବେ ନିଶ୍ଚୟ ବାବା ଆସିଥିବେ ତେବେ ଅସରନ୍ତି ସୁଖ ଦେଇଥିବେ ନା । ବାବା କହୁଛନ୍ତି - ମୁଁ ଆସିଛି, ତୁମମାନଙ୍କୁ ଅସରନ୍ତି ସୁଖ ଦେବା ପାଇଁ । ପିଲାମାନଙ୍କ ବୁଦ୍ଧିରେ ଏହି ଜ୍ଞାନ ଭଲ ଭାବରେ ରହିବା ଦରକାର ସେଥିପାଇଁ ତୁମେ ସ୍ୱଦର୍ଶନ ଚକ୍ରଧାରୀ ହେଉଛ । ତୁମକୁ ଏବେ ଜ୍ଞାନର ତୃତୀୟ ନେତ୍ର ମିଳିଛି । ତୁମେ ଜାଣିଛ ଆମେ ପୁନର୍ବାର ଦେବତା ହେଉଛୁ । ଏବେ ଶୂଦ୍ରରୁ ବ୍ରାହ୍ମଣ ହୋଇଛୁ । କଳିଯୁଗୀ ବ୍ରାହ୍ମଣମାନେ ମଧ୍ୟ ଅଛନ୍ତି ନା । ଲୌକିକ ବ୍ରାହ୍ମଣମାନେ ଜାଣି ନାହାଁନ୍ତି ଯେ ଆମର ଧର୍ମ ଅଥବା କୁଳ କେବେ ସ୍ଥାପନ ହେଲା, କାହିଁକି ନା ସେମାନେ ହେଉଛନ୍ତି କଳିଯୁଗୀ । ତୁମେ ଏବେ ସିଧାସଳଖ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହୋଇଛ ଏବଂ ସମସ୍ତଙ୍କଠାରୁ ଉଚ୍ଚ କୋଟିର ବ୍ରାହ୍ମଣ ଅଟ । ବାବା ଆସି ତୁମକୁ ପାଠ ପଢାଇବାର ସେବା, ପାଳନ ପୋଷଣର ସେବା ଏବଂ ଆତ୍ମାକୁ ସଜାଇବାର ସେବା କରୁଛନ୍ତି । ତୁମେମାନେ ମଧ୍ୟ ଈଶ୍ୱରୀୟ ସେବାରେ ରହିଛ । ଈଶ୍ୱର ପିତା ମଧ୍ୟ କହୁଛନ୍ତି - ମୁଁ ସମସ୍ତ ସନ୍ତାନମାନଙ୍କର ସେବା କରିବାକୁ ଆସିଛି । ପିଲାମାନଙ୍କୁ ସୁଖର ରାସ୍ତା ବତାଇବାକୁ ହେବ । ବାବା କହୁଛନ୍ତି ଏବେ ଘରକୁ ଚାଲ । ମନୁଷ୍ୟ ମୁକ୍ତି ନିମନ୍ତେ ଭକ୍ତି କରୁଛନ୍ତି । ନିଶ୍ଚିତ ଜୀବନରେ ବନ୍ଧନ ରହିଛି । ବାବା ଆସି ଏହି ଦୁଃଖରୁ ମୁକ୍ତ କରୁଛନ୍ତି । ତୁମେ ଜାଣିଛ ଲୋକମାନେ ତ୍ରାହି-ତ୍ରାହି କରିବେ । ହାହାକାର ପରେ ଜୟଜୟକାର ହେବ । ଏବେ ତୁମ ବୁଦ୍ଧିରେ ଅଛି - ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଆଦି ହେବ କେତେ ହାୟ-ହାୟ କରିବେ । ୟୁରୋପବାସୀ ଯାଦବ ମଧ୍ୟ ଅଛନ୍ତି, ବାବା ବୁଝାଉଛନ୍ତି - ୟୁରୋପବାସୀଙ୍କୁ ଯାଦବ କୁହାଯାଉଛି । ଦେଖାଉଛନ୍ତି ପେଟରୁ ମୁସଳ ବାହାରିଥିଲା ଏବଂ ଅଭିଶାପ ଦେଲେ । କିନ୍ତୁ ଅଭିଶାପ ଆଦିର ତ କଥା ହିଁ ନାହିଁ । ଏହା ତ ଡ୍ରାମା ଅଟେ । ବାବା ସମ୍ପତ୍ତି ଦେଉଛନ୍ତି, ରାବଣ ଅଭିଶାପ ଦେଉଛି । ଏହା ଏକ ଖେଳ କରାଯାଇଛି, ବାକି ଅଭିଶାପ ଅନ୍ୟ ମନୁଷ୍ୟମାନେ ଦିଅନ୍ତି । ପୁଣି ସେହି ଅଭିଶାପରୁ ମୁକ୍ତ କରିବା ପାଇଁ ମଧ୍ୟ ଥାଆନ୍ତି । ଗୁରୁ ଗୋସାଇଁ ଆଦିଙ୍କୁ ମଧ୍ୟ ମନୁଷ୍ୟମାନେ ଡରିଥାନ୍ତି, ଯେପରି କୌଣସି ଅଭିଶାପ ନ ଦିଅନ୍ତୁ । ବାସ୍ତବରେ ଜ୍ଞାନ ମାର୍ଗରେ ଅଭିଶାପ କେହି ଦେଇପାରିବେ ନାହିଁ । ଜ୍ଞାନମାର୍ଗ ଏବଂ ଭକ୍ତିମାର୍ଗରେ ଅଭିଶାପର କୌଣସି କଥା ନାହିଁ । ଯେଉଁମାନେ ରିଦ୍ଧି-ସିଦ୍ଧି ଆଦି ଶିଖିଥା’ନ୍ତି, ସେମାନେ ଅଭିଶାପ ଦେଇଥାନ୍ତି, ଲୋକମାନଙ୍କୁ ବହୁତ ଦୁଃଖୀ କରିଦେଇଥାନ୍ତି, ପଇସା ମଧ୍ୟ ବହୁତ ରୋଜଗାର କରିଥାନ୍ତି । ଭକ୍ତମାନେ ଏଭଳି କାମ କରନ୍ତି ନାହିଁ ।

ବାବା ଏକଥା ମଧ୍ୟ ବୁଝାଇଛନ୍ତି - ସଂଗମ ସହିତ ପୁରୁଷୋତ୍ତମ ଅକ୍ଷର ନିଶ୍ଚୟ ଲେଖ । ତ୍ରିମୂର୍ତ୍ତି ଏବଂ ପ୍ରଜାପିତା ଅକ୍ଷର ମଧ୍ୟ ନିଶ୍ଚୟ ଲେଖିବାକୁ ହେବ କାହିଁକି ନା ବହୁତଙ୍କର ବ୍ରହ୍ମା ନାମ ମଧ୍ୟ ରହିଛି । ପ୍ରଜାପିତା ଅକ୍ଷର ଲେଖିଲେ ବୁଝିବେ ସାକାରରେ ପ୍ରଜାପିତା ଅଟନ୍ତି । କେବଳ ବ୍ରହ୍ମା ଲେଖିବା ଦ୍ୱାରା ସୂକ୍ଷ୍ମବତନବାସୀ ଭାବି ନେଉଛନ୍ତି । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ଭଗବାନ କହିଦେଉଛନ୍ତି । ପ୍ରଜାପିତା କହିଲେ ବୁଝାଇ ପାରିବ ଯେ - ପ୍ରଜାପିତା ଏଠାରେ ଅଛନ୍ତି, ସେ ସୂକ୍ଷ୍ମବତନରେ କିପରି ରହିପାରିବେ । ବିଷ୍ଣୁଙ୍କୁ ବ୍ରହ୍ମାଙ୍କ ନାଭିରୁ ବାହାରିବାର ଦର୍ଶାଯାଇଛି । ତୁମକୁ ମଧ୍ୟ ଜ୍ଞାନ ମିଳିଛି । ନାଭି ଆଦିର କୌଣସି କଥା ହିଁ ନାହିଁ । ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା କିପରି ହେଉଛନ୍ତି । ସାରା ଚକ୍ରର ଜ୍ଞାନ ତୁମେ ଏହି ଚିତ୍ରଗୁଡିକ ଦ୍ୱାରା ବୁଝାଇପାରିବ । ବିନା ଚିତ୍ରରେ ବୁଝାଇବାରେ ପରିଶ୍ରମ ଲାଗିବ । ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ପୁଣି ବ୍ରହ୍ମା ହେଉଛନ୍ତି । ଲକ୍ଷ୍ମୀ-ନାରାୟଣ ୮୪ ଜନ୍ମର ଚକ୍ର ପୁରା କରି ପୁଣି ବ୍ରହ୍ମା-ସରସ୍ୱତୀ ହେଉଛନ୍ତି । ବାବା ପୂର୍ବରୁ ନାମ ଦେଇଛନ୍ତି, ଭଟ୍ଟୀ ହେବା ସମୟରେ ନାମ ଦେଇଥିଲେ । ପୁଣି କେତେକ ଯଜ୍ଞ ଛାଡି ଚାଲିଗଲେ, ସେଥିପାଇଁ ବୁଝାଉଛନ୍ତି ବ୍ରାହ୍ମଣଙ୍କର ମାଳା ହୋଇପାରିବ ନାହିଁ କାହିଁକି ନା ବ୍ରାହ୍ମଣ ହେଉଛନ୍ତି ପୁରୁଷାର୍ଥୀ । ସ୍ଥିତି ଦୋଳାୟମାନ ହେଉଛି । ଗ୍ରହଚାରୀ ବସି ଯାଉଛି । ବାବା ହୀରା ବ୍ୟବସାୟୀ ଥିଲେ । ମୋତି ଆଦିର ମାଳା କିପରି ହେଉଛି, ଅନୁଭବୀ ଅଟନ୍ତି । ବ୍ରାହ୍ମଣଙ୍କର ମାଳା ଶେଷରେ ତିଆରି ହେଉଛି । ଆମେ ବ୍ରାହ୍ମଣ ଦୈବୀଗୁଣ ଧାରଣ କରି ଦେବତା ହେଉଛୁ । ପୁଣି ସିଡି ଓହ୍ଲାଇବାକୁ ହେବ । ନଚେତ୍ ୮୪ ଜନ୍ମ କିପରି ନେବା । ୮୪ ଜନ୍ମର ହିସାବରୁ ହିଁ ଏହା ବାହାରି ପାରିବ । ତୁମର ଅଧା ସମୟ ଅଭିନୟ ପରେ ଅନ୍ୟ ଧର୍ମାବଲମ୍ବୀମାନେ ଆସୁଛନ୍ତି । ମାଳା ତିଆରି କରିବାରେ ବହୁତ ମେହନତ ଲାଗୁଛି । ବହୁତ ଯତ୍ନର ସହିତ ମୋତିଗୁଡିକୁ ଟେବୁଲ୍ ଉପରେ ରଖାଯାଇଥାଏ ଯେପରି ହଲି ନଯାଉ । ପୁଣି ଛୁଞ୍ଚିରେ ଗଳାଯାଇଥାଏ । ଠିକ୍ ନ ହେଲେ ପୁଣି ମାଳାକୁ ଭାଙ୍ଗିବାକୁ ପଡିଥାଏ । ଏହା ବହୁତ ବଡ ମାଳା ଅଟେ । ତୁମେ ଜାଣିଛ - ନୂଆ ଦୁନିଆ ପାଇଁ ଆମେ ପାଠ ପଢୁଛୁ । ବାବା ବୁଝାଉଛନ୍ତି ସ୍ଲୋଗାନ ତିଆରି କର - ଆମେ ଶୂଦ୍ରରୁ ବ୍ରାହ୍ମଣ, ବ୍ରାହ୍ମଣରୁ ଦେବତା କିପରି ହେଉଛୁ, ଆସି ବୁଝ । ଏହି ଚକ୍ରକୁ ଜାଣିବା ଦ୍ୱାରା ତୁମେ ଚକ୍ରବର୍ତ୍ତୀ ରାଜା ହେବ । ସ୍ୱର୍ଗର ମାଲିକ ହୋଇଯିବ । ଏପରି ସ୍ଲୋଗାନ ତିଆରି କରି ପିଲାମାନଙ୍କୁ ଶିଖାଇବା ଉଚିତ୍ । ବାବା ବହୁତ ଯୁକ୍ତି ବତାଉଛନ୍ତି । ବାସ୍ତବରେ ତୁମର ହିଁ ମୂଲ୍ୟବାନ ଜୀବନ ଅଟେ । ତୁମକୁ ହିରୋ ହିରୋଇନ୍‌ର ଅଭିନୟ ମିଳୁଛି । ତୁମେ ହୀରାତୁଲ୍ୟ ହେଉଛ ପୁଣି ୮୪ ଜନ୍ମର ଚକ୍ର ଲଗାଇ କଉଡି ସଦୃଶ ହୋଇଯାଉଛ । ଯେବେକି ବର୍ତ୍ତମାନ ତୁମକୁ ହୀରାତୁଲ୍ୟ ଜନ୍ମ ମିଳୁଛି, ତେବେ କଉଡି ପଛରେ କାହିଁକି ପଡିଛ । ଏପରି ନୁହେଁ ଯେ, ଘରଦ୍ୱାର ଛାଡିବାକୁ ପଡିବ । ବାବା କହୁଛନ୍ତି ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ପବିତ୍ର ରୁହ ଏବଂ ସୃଷ୍ଟି ଚକ୍ରର ଜ୍ଞାନକୁ ଜାଣି ଦୈବୀଗୁଣ ମଧ୍ୟ ଧାରଣ କର, ତେବେ ତୁମେ ହୀରା ତୁଲ୍ୟ ହୋଇଯିବ । ବାସ୍ତବରେ ଭାରତ ୫ ହଜାର ବର୍ଷ ପୂର୍ବରୁ ହୀରାତୁଲ୍ୟ ଥିଲା । ଏହା ହେଉଛି ତୁମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ରକୁ ବହୁତ ମହତ୍ତ୍ୱ ଦେବା ଉଚିତ୍ । ତୁମକୁ ପ୍ରଦର୍ଶନୀ ମିୟୁଜିୟମ୍ ଆଦିରେ ବହୁତ ସେବା କରିବାକୁ ହେବ । ବିହଙ୍ଗ ମାର୍ଗର ସେବା ବିନା ତୁମେ ପ୍ରଜା କିପରି ତିଆରି କରିବ? ଭଲେ ଏହି ଜ୍ଞାନକୁ ଶୁଣିଛନ୍ତି କିନ୍ତୁ ବିରଳ କେହି ଉଚ୍ଚ ପଦ ପାଉଛନ୍ତି । ତାଙ୍କ ନିମନ୍ତେ କୁହାଯାଉଛି କୋଟିଏରେ କେହି ଜଣେ । ବୃତ୍ତି ମଧ୍ୟ କେହି ବିରଳ ନେଇଥା’ନ୍ତି ନା । ସ୍କୁଲରେ ୪୦-୫୦ ପିଲାଙ୍କ ମଧ୍ୟରୁ କେହି ଜଣେ ବୃତ୍ତି ନେଇଥାନ୍ତି, କେହି ପାଖାପାଖି ରହିଥିଲେ ତାଙ୍କୁ ମଧ୍ୟ ଦେଇଥାନ୍ତି । ଏହା ମଧ୍ୟ ସେହିପରି ଅଟେ । ପାଖାପାଖି ତ ବହୁତ ଅଛନ୍ତି । ୮ ଦାନା ମଧ୍ୟ କ୍ରମାନ୍ୱୟରେ ରହିଛନ୍ତି । ସେମାନେ ପ୍ରଥମେ ରାଜଗଦିରେ ବସିବେ । ପୁଣି କଳା କମ୍ ହୋଇଯିବ । ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ହେଉଛି ନମ୍ବରୱାନ୍ । ତାଙ୍କର ମଧ୍ୟ ରାଜବଂଶ ଚାଲୁଛି, କିନ୍ତୁ କେବଳ ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ହିଁ ଦିଆଯାଇଛି । ଏଠାରେ ତୁମେ ଜାଣୁଛ ଚିତ୍ର ତ ବଦଳି ଚାଲିଛି । ଚିତ୍ର ଦେବାରେ କି ଲାଭ । ନାମ, ରୂପ, ଦେଶ, କାଳ ସବୁ ବଦଳି ଯାଇଥାଏ ।

ମିଠା ମିଠା ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ବାବା ବସି ବୁଝାଉଛନ୍ତି । କଳ୍ପ ପୂର୍ବରୁ ମଧ୍ୟ ବାବା ବୁଝାଇଥିଲେ । ଏପରି ନୁହେଁ, ଶ୍ରୀକୃଷ୍ଣ ହିଁ ଗୋପ-ଗୋପୀମାନଙ୍କୁ ଶୁଣାଇଥିଲେ । ଶ୍ରୀକୃଷ୍ଣଙ୍କର କେହି ଗୋପ-ଗୋପୀ ନ ଥା’ନ୍ତି । ନା ତାଙ୍କୁ ଜ୍ଞାନ ଶିଖା ଯାଇଥାଏ । ସେ ସତ୍ୟଯୁଗର ରାଜକୁମାର, ସେଠାରେ କିପରି ରାଜଯୋଗ ଶିଖାଇ ପତିତରୁ ପାବନ କରାଇବେ । ଏବେ ତୁମେ ନିଜର ପିତାଙ୍କୁ ମନେ ପକାଅ । ବାବା ପୁଣି ଶିକ୍ଷକ ମଧ୍ୟ ଅଟନ୍ତି । ଶିକ୍ଷକଙ୍କୁ ଛାତ୍ର କେବେ ହେଲେ ଭୁଲି ପାରିବେ ନାହିଁ । ବାପାକୁ ପିଲାମାନେ ଅଥବା ଗୁରୁଙ୍କୁ ଅନୁଗାମୀମାନେ କେବେ ଭୁଲିପାରିବେ ନାହିଁ । ପିତା ତ ଜନ୍ମରୁ ହିଁ ଥାନ୍ତି । ଶିକ୍ଷକ ୫ ବର୍ଷ ପରେ ମିଳିଥାନ୍ତି । ପୁଣି ବାନପ୍ରସ୍ଥରେ ଗୁରୁ ମିଳିଥାନ୍ତି । ଜନ୍ମରୁ ହିଁ ଗୁରୁ କରିବାରେ ତ କୌଣସି ଫାଇଦା ନାହିଁ । ଗୁରୁଙ୍କ କୋଳକୁ ଯାଇ ତା ପରଦିନ ମରିଗଲେ ଗୁରୁ କ’ଣ କରିପାରିବେ? ଗାୟନ କରନ୍ତି ସତ୍‌ଗୁରୁ ବିନା ଗତି ନାହିଁ । ସତ୍‌ଗୁରୁକୁ ଛାଡି ସେମାନେ ପୁଣି ଗୁରୁ କହି ଦେଉଛନ୍ତି । ଗୁରୁ ତ ଢେର ଅଛନ୍ତି, ବାବା କହୁଛନ୍ତି-ପିଲାମାନେ, ତୁମକୁ କୌଣସି ଦେହଧାରୀ ଗୁରୁ ଆଦି କରିବାର ଆବଶ୍ୟକତା ନାହିଁ । ତୁମେ କାହାକୁ ବି କିଛି ମାଗିବା ଅନୁଚିତ୍ । କୁହାଯାଏ - ମାଗିବାଠାରୁ ମରିବା ଭଲ । ସମସ୍ତଙ୍କର ଚିନ୍ତା ରହିଥାଏ ଆମେ କିପରି ନିଜର ପଇସା ଟ୍ରାନ୍‌ସଫର କରିବୁ । ପରଜନ୍ମ ପାଇଁ ସେମାନେ ଈଶ୍ୱର ଅର୍ଥେ ଦାନ ପୁଣ୍ୟ କରୁଥିବାରୁ ତାର ପ୍ରତିଦାନ ସ୍ୱରୂପ ଏହି ପୁରୁଣା ସୃଷ୍ଟିରେ ଅଳ୍ପ କାଳ ପାଇଁ ମିଳିଥାଏ । ଏଠାରେ ତୁମର ଟ୍ରାନ୍‌ସଫର ହେଉଛି ନୂଆ ଦୁନିଆକୁ, ତାହା ମଧ୍ୟ ୨୧ ଜନ୍ମ ନିମନ୍ତେ । ତନ-ମନ-ଧନ ପ୍ରଭୁଙ୍କ ଆଗରେ ଅର୍ପଣ କରିବାକୁ ହେବ । ତାହା ମଧ୍ୟ ସେ ଯେତେବେଳେ ସମ୍ମୁଖକୁ ଆସିବେ ଯେବେ ଅର୍ପଣ କରିବା ନା । ପ୍ରଭୁଙ୍କୁ କେହି ଜାଣି ନ ଥିବାରୁ ଗୁରୁ କରୁଛନ୍ତି । ଧନ ଆଦି ଗୁରୁଙ୍କ ଆଗରେ ଅର୍ପଣ କରିଦେଇଥାନ୍ତି । ଯଦି କାହାର ଉତ୍ତରାଧିକାରୀ ନ ଥାନ୍ତି ତେବେ ସବୁକିଛି ଗୁରୁଙ୍କୁ ଦେଇ ଦେଇଥାନ୍ତି । ଆଜିକାଲି ବିଧି ପୂର୍ବକ ଈଶ୍ୱର ଅର୍ଥେ କେହି ଦେଉନାହାଁନ୍ତି । ବାବା ବୁଝାଉଛନ୍ତି - ମୁଁ ଦୀନବନ୍ଧୁ ଅଟେ, ସେଥିପାଇଁ ମୁଁ ଭାରତକୁ ହିଁ ଆସୁଛି । ତୁମକୁ ଆସି ବିଶ୍ୱର ମାଲିକ କରୁଛି । ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ କେତେ ଫରକ ରହିଛି । ସେମାନେ କିଛି ହେଲେ ଜାଣି ନାହାଁନ୍ତି । କେବଳ କହିଦେଉଛନ୍ତି ଆମେ ଈଶ୍ୱର ଅର୍ପଣ କରିଦେଉଛୁ । ଏ ସବୁ କିଛି ଅଜ୍ଞାନତା ଅଟେ । ତୁମକୁ ଏବେ ଜ୍ଞାନ ମିଳୁଥିବାରୁ ତୁମେ ଅଜ୍ଞାନରୁ ଜ୍ଞାନୀ ହେଉଛ । ବୁଦ୍ଧିରେ ଏହି ଜ୍ଞାନ ଅଛି ଯେ - ବାବା ତ କମାଲ କରୁଛନ୍ତି । ନିଶ୍ଚୟ ବେହଦ ବାବାଙ୍କଠାରୁ ବେହଦର ସମ୍ପତ୍ତି ହିଁ ମିଳିବା ଉଚିତ୍ । ବାବାଙ୍କଠାରୁ ତୁମେ ସମ୍ପତ୍ତି ନେଉଛ କେବଳ ଦାଦା (ବ୍ରହ୍ମାବାବା)ଙ୍କ ଦ୍ୱାରା । ଦାଦା ମଧ୍ୟ ବାବାଙ୍କ ଠାରୁ ସମ୍ପତ୍ତି ନେଉଛନ୍ତି । ସମ୍ପତ୍ତି ଦାତା ଜଣେ ହିଁ ଅଟନ୍ତି । ତାଙ୍କୁ ହିଁ ମନେ ପକାଇବାକୁ ହେବ । ବାବା କହୁଛନ୍ତି ପିଲାମାନେ, ମୁଁ ଏହାଙ୍କର ବହୁତ ଜନ୍ମର ଅନ୍ତରେ ଆସୁଛି, ଏହାଙ୍କ ଶରୀରରେ ପ୍ରବେଶ କରି ଏହାଙ୍କୁ ମଧ୍ୟ ପବିତ୍ର କରୁଛି । ଯାହାଦ୍ୱାରା ଇଏ ଫରିସ୍ତା ହୋଇଯାଉଛନ୍ତି । ବ୍ୟାଜ୍ ମାଧ୍ୟମରେ ତୁମେ ବହୁତ ସେବା କରିପାରିବ । ତୁମର ଏହି ବ୍ୟାଜ୍ ଅର୍ଥ ସହିତ ଅଟେ । ଏହା ତ ଜୀବଦାନ ଦେଉଥିବା ଚିତ୍ର ଅଟେ । ଏହାର ମୂଲ୍ୟ ବିଷୟରେ କାହାକୁ ବି ଜଣାନାହିଁ । ବାବାଙ୍କୁ ସର୍ବଦା ବଡ ଚିତ୍ର ପସନ୍ଦ ଆସିଥାଏ କାହିଁକି ନା ଯିଏ ହେଲେ ମଧ୍ୟ ଦୂରରୁ ପଢିପାରିବେ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କଠାରୁ ବେହଦର ସମ୍ପତ୍ତି ନେବା ପାଇଁ ସିଧାସଳଖ ନିଜର ତନ-ମନ-ଧନ ଈଶ୍ୱରଙ୍କ ନିକଟରେ ଅର୍ପଣ କରିବାରେ ବୁଦ୍ଧିମାନ ହେବାକୁ ପଡିବ । ନିଜର ସବୁ କିଛି ୨୧ ଜନ୍ମ ପାଇଁ ଟ୍ରାନ୍ସଫର ଅର୍ଥାତ୍ ସ୍ଥାନାନ୍ତରିତ କରିବାକୁ ପଡିବ ।

(୨) ଯେପରି ବାବା ଆମକୁ ପାଠ ପଢାଇବାର, ପାଳନା ଦେବାର ଏବଂ ଶୃଙ୍ଗାର କରିବାର ସେବା କରୁଛନ୍ତି, ସେହିପରି ବାବାଙ୍କ ସମାନ ସେବା କରିବାକୁ ହେବ । ସମସ୍ତଙ୍କୁ ଜୀବନ ବନ୍ଧନରୁ ମୁକ୍ତ କରି ଜୀବନମୁକ୍ତିକୁ ନେଇଯିବାକୁ ହେବ ।

ବରଦାନ:-
ଜ୍ଞାନ ରୂପୀ କଳସ ଧାରଣ କରି ତୃଷାର୍ତ୍ତ ଆତ୍ମାମାନଙ୍କର ତୃଷା ନିବାରଣ କରୁଥିବା ଅମୃତ କଳସଧାରୀ ଭବ ।

ବର୍ତ୍ତମାନ ଅଧିକାଂଶ ଆତ୍ମାମାନେ ପ୍ରକୃତିର ଅଳ୍ପକାଳର ସାଧନ ଗୁଡିକଠାରୁ, ଆତ୍ମିକ ଶାନ୍ତି ପ୍ରାପ୍ତ କରିବା ପାଇଁ ଉଦ୍ଧିଷ୍ଟ ଥିବା ଅଳ୍ପଜ୍ଞ ସ୍ଥାନଗୁଡିକଠାରୁ ପରମାତ୍ମ ମିଳନ କରାଇବାର ଠିକାଦାର ମାନଙ୍କଠାରୁ ଥକିଗଲେଣି, ନିରାଶ ହୋଇଗଲେଣି । ଭାବୁଛନ୍ତି ସତ୍ୟ ଆଉ କିଛି ଅଛି, ସେମାନେ ପ୍ରାପ୍ତି ତୃଷାର୍ତ୍ତ ଅଟନ୍ତି । ଏହିଭଳି ତୃଷାର୍ତ୍ତ ଆତ୍ମାମାନଙ୍କୁ ଆତ୍ମିକ ପରିଚୟର, ପରମାତ୍ମ ପରିଚୟ ଯଥାର୍ଥ ବୁନ୍ଦାଟିଏ ମଧ୍ୟ ତୃପ୍ତ ଆତ୍ମା କରିଦେବ । ସେଥିପାଇଁ ଜ୍ଞାନ ରୂପୀ କଳସ ଧାରଣ କରି ତୃଷାର୍ତ୍ତ ଆତ୍ମାମାନଙ୍କର ତୃଷା ନିବାରଣ କର । ଅମୃତ କଳସ ସର୍ବଦା ସାଥୀରେ ରହିଥାଉ । ନିଜେ ଅମର ହୁଅ ଏବଂ ଅମର କର ।

ସ୍ଲୋଗାନ:-
ଯଦି ଆଡଜଷ୍ଟ ହେବାର କଳାକୁ ନିଜର ଲକ୍ଷ୍ୟ ରୂପେ ଗ୍ରହଣ କରିନେବ, ତେବେ ସହଜରେ ସମ୍ପୂର୍ଣ୍ଣ ହୋଇଯିବ ।

ଅବ୍ୟକ୍ତ ଈଶାରା:- ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ ।

ଅଶରୀରୀ ହେବା ପାଇଁ ଏକତ୍ରି କରଣର ଶକ୍ତି ଅତି ଆବଶ୍ୟକ ଅଟେ । ନିଜର ଦେହ ଅଭିମାନର ସଂକଳ୍ପକୁ, ଦେହର ଦୁନିଆର ପରିସ୍ଥିତି ଗୁଡିକର ସଂକଳ୍ପକୁ ଏକତ୍ରିତ କରିବାକୁ ହେବ । କେବଳ ଘରକୁ ଯିବାର ସଂକଳ୍ପ ବ୍ୟତୀତ ଅନ୍ୟ କୌଣସି ବି ସଂକଳ୍ପର ବିସ୍ତାର ନ ହେଉ - କେବଳ ଏହି ଗୋଟିଏ ସଂକଳ୍ପ ରହୁ ଯେ ଏବେ ଖୁବ୍ ଶୀଘ୍ର ଘରକୁ ଯିବାକୁ ହେବ । ଅନୁଭବ କର ଯେ ମୁଁ ଆତ୍ମା ଏହି ଆକାଶ ତତ୍ୱଠାରୁ ମଧ୍ୟ ପରପାରିକୁ ଉଡି କରିଯାଉଛି । ଏଥିପାଇଁ ଏବେ ଠାରୁ ଅକାଳତଖତ୍‌ନସୀନ ହେବାର ଅଭ୍ୟାସକୁ ବଢାଅ ।