21.12.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ସଚ୍ଚା ରୋଜଗାର କରିବାର ପୁରୁଷାର୍ଥ ପ୍ରଥମେ ନିଜେ କର ତା’ପରେ ନିଜର ମିତ୍ର-ସମ୍ବନ୍ଧୀମାନଙ୍କୁ ମଧ୍ୟ କରାଅ, ଚ୍ୟାରିଟି ବିଗେନ୍ସ ଆଟ୍ ହୋମ୍ ଅର୍ଥାତ୍ ଦାନ ପୁଣ୍ୟ ନିଜ ଘରୁ ହିଁ ଆରମ୍ଭ ହୋଇଥାଏ ।”

ପ୍ରଶ୍ନ:-
ସୁଖ ଅଥବା ଶାନ୍ତି ପ୍ରାପ୍ତି କରିବାର ବିଧି କ’ଣ?

ଉତ୍ତର:-
ପବିତ୍ରତା । ଯେଉଁଠାରେ ପବିତ୍ରତା ରହିଛି ସେଠାରେ ସୁଖ ଶାନ୍ତି ରହିଛି । ବାବା ଆସି ପବିତ୍ର ସତ୍ୟଯୁଗୀ ଦୁନିଆର ସ୍ଥାପନା କରୁଛନ୍ତି । ସେଠାରେ ବିକାର ନ ଥାଏ । ଯେଉଁମାନେ ଦେବତାମାନଙ୍କର ପୂଜାରୀ ହୋଇଥିବେ ସେମାନେ ଏପରି ପ୍ରଶ୍ନ କେବେହେଲେ ପଚାରିବେ ନାହିଁ କି ବିକାର ବିନା ଦୁନିଆ କିପରି ଚାଲିବ? ଏବେ ତୁମକୁ ଶାନ୍ତିର ଦୁନିଆକୁ ଯିବାକୁ ହେବ, ତେଣୁ ଏହି ପତିତ ଦୁନିଆକୁ ଭୁଲିବାକୁ ହେବ । ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଇବାକୁ ହେବ ।

ଓମ୍ ଶାନ୍ତି ।
ଓମ୍ ଶାନ୍ତିର ଅର୍ଥ ତ ପିଲାମାନଙ୍କୁ ବୁଝାଯାଇଛି । ଶିବବାବା ମଧ୍ୟ ଓମ୍ ଶାନ୍ତି କହିପାରିବେ ତ ଶାଳଗ୍ରାମ ପିଲାମାନେ ମଧ୍ୟ କହିପାରିବେ । ଆତ୍ମା କହୁଛି ଓମ୍ ଶାନ୍ତି । ସନ୍ ଅଫ୍ ସାଇଲେନ୍ସ ଫାଦର ଅର୍ଥାତ୍ ଅବ୍ୟକ୍ତ ପିତାଙ୍କର ସନ୍ତାନ । ଶାନ୍ତି ନିମନ୍ତେ ଜଙ୍ଗଲ ଆଦିକୁ ଯାଇ କୌଣସି ଉପାୟ କରାଯାଏ ନାହିଁ । ଆତ୍ମା ତ ଅବ୍ୟକ୍ତ ହିଁ ଅଟେ । ପୁଣି ଉପାୟ କ’ଣ କରିବେ? ଏହା ବାବା ବସି ବୁଝାଉଛନ୍ତି । ସେହି ବାବାଙ୍କୁ ହିଁ କହିଥାନ୍ତି କି ଆମକୁ ସେଇଠାକୁ ନେଇଚାଲ, ଯେଉଁଠି ସୁଖ ଶାନ୍ତି ପାଇବୁ । ଶାନ୍ତି ଅଥବା ଏବଂ ସୁଖ ସବୁ ମନୁଷ୍ୟ ଚାହିଁଥା’ନ୍ତି । ପରନ୍ତୁ ସୁଖ ଏବଂ ଶାନ୍ତି ପୂର୍ବରୁ ତ ପବିତ୍ରତା ଦରକାର ନା । ପବିତ୍ରକୁ ପାବନ, ଅପବିତ୍ରକୁ ପତିତ କୁହାଯାଏ । ପତିତ ଦୁନିଆରେ ଡାକିଥା’ନ୍ତି, ଭଗବାନ ଆପଣ ଆସି ଆମକୁ ପବିତ୍ର ଦୁନିଆକୁ ନେଇଚାଲନ୍ତୁ । ସେ ହିଁ ହେଉଛନ୍ତି ପତିତ ଦୁନିଆରୁ ଉଦ୍ଧାର କରି ପାବନ ଦୁନିଆକୁ ନେଇଯିବାବାଲା । ସତ୍ୟଯୁଗରେ ପବିତ୍ରତା, କଳିଯୁଗରେ ହେଉଛି ଅପବିତ୍ରତା । ତାହା ହେଉଛି ପବିତ୍ର ଦୁନିଆ, ଏହା ହେଉଛି ପତିତ ଦୁନିଆ । ଏ କଥା ତ ପିଲାମାନେ ଜାଣିଛନ୍ତି ଯେ ଦୁନିଆର ବୃଦ୍ଧି ହୋଇ ଚାଲିଛି । ସତ୍ୟଯୁଗ ପବିତ୍ର ଦୁନିଆ ଅଟେ, ତେଣୁ ନିଶ୍ଚିତ ମନୁଷ୍ୟ କମ୍ ଥିବେ । ସେହି ଅଳ୍ପ ମନୁଷ୍ୟ କିଏ ହୋଇଥିବେ? ନିଶ୍ଚିତ ଭାବରେ ସତ୍ୟଯୁଗରେ ଦେବୀ-ଦେବତାମାନଙ୍କର ହିଁ ରାଜ୍ୟ ଥିଲା, ତାହାକୁ ହିଁ ଶାନ୍ତିର ଦୁନିଆ ଅଥବା ସୁଖଧାମ କୁହାଯାଏ । ଏହା ହେଉଛି ଦୁଃଖଧାମ । କେବଳ ଜଣେ ହିଁ ପରମପିତା ଅଟନ୍ତି ଯିଏ କି ଦୁଃଖଧାମକୁ ବଦଳାଇ ସୁଖଧାମ କରିଥା’ନ୍ତି । ସୁଖର ବର୍ସା ନିଶ୍ଚିତ ବାବା ହିଁ ଦେବେ । ଏବେ ସେହି ବାବା କହୁଛନ୍ତି ଦୁଃଖଧାମକୁ ଭୁଲିଯାଅ, ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଅ । ଏହାକୁ ହିଁ ମନମନାଭବ କୁହାଯାଏ । ବାବା ଆସି ପିଲାମାନଙ୍କୁ ସୁଖଧାମର ସାକ୍ଷାତ୍‌କାର କରାଉଛନ୍ତି । ଦୁଃଖଧାମର ବିନାଶ କରାଇ ଶାନ୍ତିଧାମକୁ ନେଇଯାଉଛନ୍ତି । ଏହି ଚକ୍ରକୁ ବୁଝିବାକୁ ହେବ । ୮୪ ଜନ୍ମ ନେବାକୁ ପଡିଥାଏ । ଯିଏ ପ୍ରଥମେ ସୁଖଧାମରେ ଆସୁଛନ୍ତି, ତାଙ୍କର ହେଉଛି ୮୪ ଜନ୍ମ, କେବଳ ଏତିକି କଥା ମନେପକାଇଲେ ମଧ୍ୟ ପିଲାମାନେ ସୁଖଧାମର ମାଲିକ ହୋଇପାରିବେ ।

ବାବା କହୁଛନ୍ତି ସନ୍ତାନମାନେ, ଶାନ୍ତିଧାମକୁ ମନେ ପକାଅ ଆଉ ପୁଣି ସମ୍ପତ୍ତିକୁ ଅର୍ଥାତ୍ ସୁଖଧାମକୁ ମନେ ପକାଅ । ପ୍ରଥମେ-ପ୍ରଥମେ ତୁମେ ଶାନ୍ତିଧାମକୁ ଯାଉଛ ତେଣୁ ନିଜକୁ ଶାନ୍ତିଧାମ, ବ୍ରହ୍ମାଣ୍ଡର ମାଲିକ ବୋଲି ଭାବ । ଚାଲିବା-ବୁଲିବା ବେଳେ ନିଜକୁ ସେଠାକାର ବାସିନ୍ଦା ଭାବିଲେ ଏହି ଦୁନିଆ ଭୁଲି ହୋଇଯିବ । ସତ୍ୟଯୁଗ ହେଉଛି ସୁଖଧାମ କିନ୍ତୁ ସମସ୍ତେ ତ ସତ୍ୟଯୁଗରେ ଆସିପାରିବେ ନାହିଁ । ଯିଏ ଦେବତାଙ୍କର ପୂଜାରୀ ହୋଇଥିବେ, ସିଏ ହିଁ ଏହି କଥାକୁ ବୁଝିବେ । ଏହା ହେଉଛି ଅବିନାଶୀ ରୋଜଗାର, ଯାହା ସତ୍ୟ ବାବା ହିଁ ଶିଖାଉଛନ୍ତି । ବାକି ସବୁ ହେଉଛି ବିନାଶୀ ରୋଜଗାର । ଅବିନାଶୀ ଜ୍ଞାନରତ୍ନର ରୋଜଗାରକୁ ହିଁ ସତ୍ୟ ରୋଜଗାର କୁହାଯାଏ, ବାକି ବିନାଶୀ ଧନ-ଦୌଲତ ହେଉଛି ମିଥ୍ୟା ରୋଜଗାର । ଦ୍ୱାପରରୁ ସେହି ମିଥ୍ୟା ରୋଜଗାର କରି ଆସିଛ । ଏହି ଅବିନାଶୀ ସତ୍ୟ ରୋଜଗାରର ପ୍ରାରବ୍ଧ ସତ୍ୟଯୁଗରୁ ଆରମ୍ଭ ହୋଇ ତ୍ରେତାରେ ପୁରା ହୋଇଥାଏ ଅର୍ଥାତ୍ ଅଧାକଳ୍ପ ଭୋଗ କରିଥାଅ । ପୁଣି ପରେ ମିଥ୍ୟା ଅର୍ଥାତ୍ ବିନାଶୀ ରୋଜଗାର ଆରମ୍ଭ ହୋଇଥାଏ, ଯେଉଁଥିରୁ ଅଳ୍ପକାଳର କ୍ଷଣ ଭଙ୍ଗୁର ସୁଖ ମିଳିଥାଏ । ଏହି ଅବିନାଶୀ ଜ୍ଞାନ ରତ୍ନ, ଜ୍ଞାନସାଗର ହିଁ ଦେଇଥା’ନ୍ତି । ସତ୍ୟ ରୋଜଗାର ସତ୍ୟ ବାବା ହିଁ କରାଇଥା’ନ୍ତି । ଭାରତ ସତ୍ୟଖଣ୍ଡ ଥିଲା, ଭାରତ ହିଁ ଏବେ ମିଥ୍ୟାଖଣ୍ଡ ହୋଇଯାଇଛି । ଅନ୍ୟ ଖଣ୍ଡ ବା ଦେଶଗୁଡିକୁ ସତ୍ୟଖଣ୍ଡ, ମିଥ୍ୟାଖଣ୍ଡ କୁହାଯିବ ନାହିଁ । ସତ୍ୟଖଣ୍ଡ ସ୍ଥାପନକାରୀ, ସେ ହିଁ ସତ୍ୟ ବାଦଶାହ ଅଟନ୍ତି । ସତ୍ୟ ହେଉଛନ୍ତି ଜଣେ ଗଡ୍ ଫାଦର, ବାକି ସବୁ ମିଥ୍ୟା ପିତା ଅଟନ୍ତି । ସତ୍ୟଯୁଗରେ ମଧ୍ୟ ସତ୍ୟପିତା ମିଳିଥାଆନ୍ତି କାହିଁକି ନା ସେଠାରେ ମିଥ୍ୟା ପାପ ନ ଥାଏ । ଏହା ହେଉଛି ହିଁ ପାପ ଆତ୍ମାମାନଙ୍କର ଦୁନିଆ, ତାହା ହେଉଛି ପୁଣ୍ୟ ଆତ୍ମାମାନଙ୍କର ଦୁନିଆ । ତେଣୁ ଏବେ ଏହି ସତ୍ୟ ରୋଜଗାର ପାଇଁ କେତେ ପୁରୁଷାର୍ଥ କରିବା ଦରକାର । ଯେଉଁମାନେ କଳ୍ପ ପୂର୍ବେ ରୋଜଗାର କରିଥିଲେ, ସେହିମାନେ ହିଁ କରିବେ । ପ୍ରଥମେ ନିଜେ ସତ୍ୟ ରୋଜଗାର କରି ପୁଣି ନିଜର ବାପଘର ଏବଂ ଶ୍ୱଶୁରଘରକୁ ସତ୍ୟ ରୋଜଗାର କରାଇବାକୁ ହେବ । ଚ୍ୟାରିଟି ବେଗେନ୍ସ ଆଟ୍ ହୋମ୍ ।

ଈଶ୍ୱର ସର୍ବବ୍ୟାପୀ ଅଟନ୍ତି, ଏହି ସିଦ୍ଧାନ୍ତକୁ ସ୍ୱୀକାର କରୁଥିବା ବ୍ୟକ୍ତି ଭକ୍ତି କରି ପାରିବେ ନାହିଁ । କାରଣ ଯଦି ସମସ୍ତେ ଭଗବାନଙ୍କର ରୂପ ଅଟନ୍ତି ପୁଣି ଭକ୍ତି କାହାର କରିବେ? ସେଥିପାଇଁ ଏହି ପଙ୍କରୁ ବାହାର କରିବା ପାଇଁ ମେହନତ କରିବାକୁ ପଡୁଛି । ସନ୍ନ୍ୟାସୀମାନେ ନିଜ ପରିବାରରୁ କିଭଳି ସେବା ଆରମ୍ଭ କରିପାରିବେ? ପ୍ରଥମତଃ ସିଏ ଘରଦ୍ୱାରର ସମାଚାର ଶୁଣାନ୍ତି ହିଁ ନାହିଁ । କୁହ, କାହିଁକି ଶୁଣାଉନାହଁ? ଜଣାପଡିବା ଦରକାର ନା । କହିବାରେ କ’ଣ ଅସୁବିଧା ଅଛି, ଅମୁକ ଘରର ଥିଲୁ ପୁଣି ସନ୍ନ୍ୟାସ ଧାରଣ କଲୁ! କିନ୍ତୁ ତୁମକୁ ପଚାରିଲେ ତୁମେ ତୁରନ୍ତ କହିଦେଇ ପାରିବ । ସନ୍ନ୍ୟାସୀଙ୍କର ଶିଷ୍ୟ ତ ବହୁତ ଅଛନ୍ତି । ସେ ଯଦି କହିବେ ଯେ ଭଗବାନ ଏକ ଅଟନ୍ତି ତେବେ ସମସ୍ତେ ତାଙ୍କୁ ପଚାରିବେ ତୁମକୁ ଏହି ଜ୍ଞାନ କିଏ ଶୁଣାଇଛନ୍ତି? ଯଦି କହିବେ ବି.କେ, ତେବେ ତାଙ୍କର ସାରା ଧନ୍ଦା ବନ୍ଦ ହୋଇଯିବ । ଏପରି କିଏ ନିଜର ଇଜ୍ଜତ ହରାଇବ? ପୁଣି କେହି ତାଙ୍କୁ ଖାଇବାକୁ ମଧ୍ୟ ଦେବେ ନାହିଁ, ସେଥିପାଇଁ ସନ୍ନ୍ୟାସୀମାନଙ୍କ ପାଇଁ ତ ବହୁତ କଷ୍ଟସାଧ୍ୟ ଅଟେ । ପ୍ରଥମେ ତ ନିଜର ମିତ୍ର-ସମ୍ବନ୍ଧୀମାନଙ୍କୁ ଜ୍ଞାନ ଦେଇ ତାଙ୍କୁ ଅବିନାଶୀ ରୋଜଗାର କରାଇବାକୁ ହେବ, ଯାହା ଦ୍ୱାରା ସେମାନେ ୨୧ ଜନ୍ମ ସୁଖ ପାଇ ପାରିବେ । କଥା ତ ବହୁତ ସହଜ ଅଟେ । କିନ୍ତୁ ଏତେ ସବୁ ଶାସ୍ତ୍ର, ମନ୍ଦିର ଆଦି ତିଆରି ହେବା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି ।

ପତିତ ଦୁନିଆରେ ରହୁଥିବା ଆତ୍ମା କହିଥାନ୍ତି ଯେ ଏବେ ପାବନ ଦୁନିଆକୁ ନେଇଚାଲ । ସତ୍ୟଯୁଗକୁ ୫୦୦୦ ବର୍ଷ ହେଲା । ସେମାନେ ତ କଳିଯୁଗର ଆୟୁକୁ ଲକ୍ଷ ଲକ୍ଷ ବର୍ଷ ବୋଲି କହିଦେଇଛନ୍ତି, ତେବେ ପୁଣି ମନୁଷ୍ୟ କିପରି ବୁଝିବେ କି ସୁଖଧାମ କେଉଁଠି ଅଛି? କେବେ ହେବ? ସେମାନେ ତ କହିଥାନ୍ତି ମହାପ୍ରଳୟ ହେଲେ ପୁଣି ସତ୍ୟଯୁଗ ହେବ । ପ୍ରଥମେ-ପ୍ରଥମେ ଶ୍ରୀକୃଷ୍ଣ ଅଙ୍ଗୁଳି ଚୁଚୁମି ଚୁଚୁମି ସାଗରରେ ଅଶ୍ୱତଥ୍ ପତ୍ରରେ ଆସିଥା’ନ୍ତି । କେଉଁଠାର କଥା କେଉଁଠାକୁ ନେଇଯାଇଛନ୍ତି! ଏବେ ବାବା ବ୍ରହ୍ମାଙ୍କ ଦ୍ୱାରା କହୁଛନ୍ତି ମୁଁ ସମସ୍ତ ବେଦ-ଶାସ୍ତ୍ରର ସାର ଶୁଣାଉଛି, ସେଥିପାଇଁ ବିଷ୍ଣୁଙ୍କର ନାଭି-କମଳରୁ ବ୍ରହ୍ମା ଦେଖାଇଛନ୍ତି ଏବଂ ବ୍ରହ୍ମାଙ୍କ ହାତରେ ଶାସ୍ତ୍ର ଦେଇଛନ୍ତି । ତେବେ ବ୍ରହ୍ମା ତ ନିଶ୍ଚିତ ଏହିଠାରେ ହିଁ ହେବେ । ସୂକ୍ଷ୍ମବତନରେ ତ ଶାସ୍ତ୍ର ନ ଥିବ ନା । ବ୍ରହ୍ମା ଏଠାରେ ହିଁ ରହିବା ଦରକାର । ବିଷ୍ଣୁ ଲକ୍ଷ୍ମୀ-ନାରାୟଣଙ୍କର ରୂପ ମଧ୍ୟ ଏହିଠାରେ ହିଁ ହୋଇଥାଏ । ବ୍ରହ୍ମା ହିଁ ବିଷ୍ଣୁ ହୋଇଥା’ନ୍ତି ପୁଣି ବିଷ୍ଣୁ ହିଁ ବ୍ରହ୍ମା ହୋଇଥାନ୍ତି । ଏବେ କୁହ ବ୍ରହ୍ମାରୁ ବିଷ୍ଣୁ ବାହାରିଛନ୍ତି ନା ବିଷ୍ଣୁରୁ ବ୍ରହ୍ମା ବାହାରିଛନ୍ତି? ଏହା ସବୁ ବୁଝିବାର କଥା । କିନ୍ତୁ ଏହି କଥାକୁ ସିଏ ହିଁ ବୁଝିବେ ଯିଏ ଭଲ ରୂପେ ପଢିବେ । ବାବା କହୁଛନ୍ତି ତୁମେ ଶରୀର ଛାଡିବା ପର୍ଯ୍ୟନ୍ତ ବୁଝିଚାଲିଥିବ । ତୁମେ ବିଲ୍‌କୁଲ୍ ଶତ ପ୍ରତିଶତ ନିର୍ବୁଦ୍ଧିଆ, କାଙ୍ଗାଳ ହୋଇଯାଇଛ । ତୁମେ ହିଁ ବୁଦ୍ଧିମାନ ଦେବୀ-ଦେବତା ଥିଲ, ଏବେ ପୁଣି ଥରେ ତୁମେ ଦେବୀ-ଦେବତା ହେଉଛ । ମନୁଷ୍ୟ ତ କରିପାରିବେ ନାହିଁ । ତୁମେ ହିଁ ଦେବତା ଥିଲ, ପୁଣି ୮୪ ଜନ୍ମ ନେଇ-ନେଇ ଏକଦମ୍ କଳାହୀନ ହୋଇଯାଇଛ । ତୁମେ ସୁଖଧାମରେ ବହୁତ ଶାନ୍ତିରେ ଥିଲ, ଏବେ ଅଶାନ୍ତିରେ ଅଛ । ତୁମେ ୮୪ ଜନ୍ମର ହିସାବ ବତାଇ ପାରିବ । ଇସ୍‌ଲାମୀ, ବୌଦ୍ଧୀ, ଶିଖ୍‌, ଇସାଇ ମଠ-ପନ୍ଥ ସମସ୍ତେ କେତେ ଜନ୍ମ ନେବେ? ଏହାର ହିସାବ ବାହାର କରିବା ତ ବହୁତ ସହଜ । ସ୍ୱର୍ଗର ମାଲିକ ତ ଭାରତବାସୀ ହିଁ ହେବେ । ଚାରା ଲାଗିଥାଏ ନା । ଏହା ହେଉଛି ବୁଝିବାର କଥା । ନିଜେ ବୁଝିଗଲେ ତ ପୁଣି ପ୍ରଥମେ-ପ୍ରଥମେ ନିଜର ମାତା-ପିତା, ଭାଇ-ଭଉଣୀଙ୍କୁ ଜ୍ଞାନ ଦେବାକୁ ପଡେ । ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ରହିବାକୁ ହେବ ପୁଣି ନିଜ ପରିବାରର ପ୍ରଥମେ ସେବା ଆରମ୍ଭ କରିବାକୁ ହେବ । ବାପଘର, ଶ୍ୱଶୁରଘରକୁ ଏହି ନଲେଜ ବା ଜ୍ଞାନ ଶୁଣାଇବାକୁ ପଡିବ । ବ୍ୟବସାୟରେ ମଧ୍ୟ ପ୍ରଥମେ ନିଜର ଭାଇମାନଙ୍କୁ ହିଁ ଭାଗୀଦାର କରିବାକୁ ପଡିଥାଏ । ଏଠାରେ ବି ଏହିପରି ହେଉଛି । ଗାୟନ ମଧ୍ୟ ରହିଛି କନ୍ୟା ସିଏ ଯିଏ ବାପଘର ଏବଂ ଶ୍ୱଶୂର ଘରର ଉଦ୍ଧାର କରିଥାଏ । ଅପବିତ୍ର ଉଦ୍ଧାର କରିପାରିବେ ନାହିଁ । ତେବେ କେଉଁ କନ୍ୟା? ଇଏ ବ୍ରହ୍ମାଙ୍କର କନ୍ୟା, ବ୍ରହ୍ମାକୁମାରୀ ଅଟନ୍ତି ନା । ଏଠାରେ ଆବୁରେ ଅଧରକୁମାରୀ, କୁମାରୀ କନ୍ୟାମାନଙ୍କର ମନ୍ଦିର ବି ତିଆରି ହୋଇଛି ନା । ଏଠାରେ ତୁମର ସ୍ମୃତି ଚିହ୍ନ ତିଆରି ହୋଇଛି । ଆମେ ପୁଣି ଆସିଛୁ ଭାରତକୁ ସ୍ୱର୍ଗ କରିବା ପାଇଁ । ଏହି ଦିଲୱାଡା ମନ୍ଦିର ବିଲ୍‌କୁଲ୍ ସଠିକ୍ ଭାବରେ ତିଆରି ହୋଇଛି, ଉପରେ ସ୍ୱର୍ଗ ଦେଖାଇଛନ୍ତି । ସ୍ୱର୍ଗ ତ ଏହି ମର୍ତ୍ତ୍ୟରେ ହିଁ ଅଛି । ରାଜଯୋଗର ତପସ୍ୟା ମଧ୍ୟ ଏହିଠାରେ ହିଁ ହୋଇଥାଏ । ଯେଉଁମାନଙ୍କର ମନ୍ଦିର ଅଛି ସେମାନେ ମଧ୍ୟ ଏହା ଜାଣିବା ଦରକାର ନା! ଏବେ ଭିତରେ ଜଗତପିତା ଜଗତଅମ୍ବା, ଆଦିଦେବ, ଆଦି ଦେବୀ ବସିଛନ୍ତି । ଆଚ୍ଛା, ଆଦିଦେବ କାହାର ସନ୍ତାନ ଅଟନ୍ତି? ଶିବବାବାଙ୍କର । ଅଧରକୁମାରୀ, କୁମାରୀ କନ୍ୟା ସମସ୍ତେ ରାଜଯୋଗରେ ବସିଛନ୍ତି । ବାବା କହୁଛନ୍ତି ମନମନାଭବ, ତେବେ ତୁମେ ବୈକୁଣ୍ଠର ମାଲିକ ହୋଇଯିବ । ମୁକ୍ତି, ଜୀବନମୁକ୍ତିଧାମକୁ ମନେ ପକାଅ । ଏହା ତୁମର ସନ୍ନ୍ୟାସ ଅଟେ, ଜୈନୀମାନଙ୍କର ସନ୍ନ୍ୟାସ କେତେ କଷ୍ଟସାଧ୍ୟ । କେଶ ଆଦି ଓପାଡିବାର ବହୁତ କଡା ପ୍ରଥା ରହିଛି । ଏହା ତ ହେଉଛି ସହଜ ରାଜଯୋଗ । ଏହା ମଧ୍ୟ ହେଉଛି ପ୍ରବୃତ୍ତିମାର୍ଗର । ଏହା ଡ୍ରାମାରେ ନିଧାର୍ଯ୍ୟ ହୋଇ ରହିଛି । କେହି ଜୈନ ମୁନି ଆସି ଯଦି ନିଜର ନୂଆ ଧର୍ମ ସ୍ଥାପନ କରିବେ ତେବେ ତାକୁ ଆଦି ସନାତନ ଦେବୀ-ଦେବତା ଧର୍ମ ତ କୁହାଯିବ ନାହିଁ ନା । ତାହା ତ ଏବେ ପ୍ରାୟଃ ଲୋପ ହୋଇଯାଇଛି । କେହି ଜଣେ ଜୈନ ଧର୍ମ ଆରମ୍ଭ କଲେ ପରେ ତାହା ବଢି ଚାଲିଲା । ଏହା ବି ଡ୍ରାମାରେ ରହିଛି । ଆଦିଦେବଙ୍କୁ ପିତା ଏବଂ ଜଗତଅମ୍ବାଙ୍କୁ ମାତା କୁହାଯିବ । ଏହା ତ ସମସ୍ତେ ଜାଣିଛନ୍ତି ଯେ ଆଦିଦେବ ବ୍ରହ୍ମା ଅଟନ୍ତି । ଆଦମ-ବିବି, ଏଡମ୍‌-ଇବ୍ ମଧ୍ୟ କହିଥାନ୍ତି । ଖ୍ରୀଷ୍ଟିୟାନ୍ ଲୋକମାନଙ୍କୁ କ’ଣ ଜଣାଅଛି ଏହି ଏଡମ୍ ଇବ୍ ଏବେ ତପସ୍ୟା କରୁଛନ୍ତି । ମନୁଷ୍ୟ ସୃଷ୍ଟିରୂପକ ବଂଶାବଳୀର ଇଏ ମୁଖ୍ୟ ଅଟନ୍ତି । ଏହି ରହସ୍ୟ ମଧ୍ୟ ବାବା ବସି ବୁଝାଉଛନ୍ତି । ବହୁତ ମନ୍ଦିର ଶିବଙ୍କର କିମ୍ବା ଲକ୍ଷ୍ମୀ-ନାରାୟଣଙ୍କର ରହିଛି ତେଣୁ ତାଙ୍କର ଜୀବନକାହାଣୀକୁ ମଧ୍ୟ ଜାଣିବା ଦରକାର ନା! ଏହା ମଧ୍ୟ ଜ୍ଞାନ ସାଗର ବାବା ହିଁ ବସି ବୁଝାଉଛନ୍ତି । ପରମପିତା ପରମାତ୍ମାଙ୍କୁ ହିଁ ନଲେଜଫୁଲ୍ ଜ୍ଞାନର ସାଗର, ଆନନ୍ଦର ସାଗର କୁହାଯାଇଥାଏ । ପରମାତ୍ମାଙ୍କର ଏପରି ମହିମା କୌଣସି ସାଧୁ-ସନ୍ଥ ଆଦି ଜାଣିନାହାଁନ୍ତି । ସେମାନେ ତ କହିଥାନ୍ତି ପରମାତ୍ମା ସର୍ବବ୍ୟାପୀ, ପୁଣି ମହିମା କାହାର କରିବେ? ପରମାତ୍ମାଙ୍କୁ ନ ଜାଣିବା କାରଣରୁ ହିଁ ପୁଣି ନିଜକୁ ଶିବୋହମ୍ ବୋଲି କହି ଦେଇଥା’ନ୍ତି । ନ ହେଲେ ପରମାତ୍ମାଙ୍କର ମହିମା କେତେ ମହାନ । ସେ ତ ହେଉଛନ୍ତି ମନୁଷ୍ୟ ସୃଷ୍ଟିର ବୀଜରୂପ । ମୁସଲମାନ ଲୋକମାନେ ମଧ୍ୟ କହିଥାନ୍ତି ଆମକୁ ଖୁଦା ଜନ୍ମ ଦେଇଛନ୍ତି, ତେଣୁ ଆମେ ହେଲୁ ରଚନା । ରଚନା, ରଚନାକୁ ସମ୍ପତ୍ତି ଦେଇପାରିବେ ନାହିଁ । ରଚନାକୁ ରଚୟିତାଙ୍କ ଠାରୁ ସମ୍ପତ୍ତି ମିଳିଥାଏ, ଏହି କଥାକୁ କେହି ବି ବୁଝୁ ନାହାଁନ୍ତି । ସେ ବୀଜରୂପ ସତ୍ୟ ଅଟନ୍ତି, ଚୈତନ୍ୟ ଅଟନ୍ତି, ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ତାଙ୍କଠାରେ ରହିଛି । ବୀଜ ବ୍ୟତୀତ ଆଦି-ମଧ୍ୟ-ଅନ୍ତର ଜ୍ଞାନ କୌଣସି ମନୁଷ୍ୟମାତ୍ରଙ୍କଠାରେ ରହିପାରିବ ନାହିଁ । ବୀଜ ଚୈତନ୍ୟ ଅଟନ୍ତି ତେବେ ନିଶ୍ଚିତ ନଲେଜ ତାଙ୍କଠାରେ ହିଁ ଥିବ । ସେ ହିଁ ଆସି ତୁମକୁ ସାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ନଲେଜ ବା ଜ୍ଞାନ ଦେଉଛନ୍ତି । ଏପରି ବୋର୍ଡ ଲଗାଇଦେବା ଦରକାର କି ଏହି ଚକ୍ରକୁ ଜାଣିଲେ ତୁମେ ସତ୍ୟଯୁଗର ଚକ୍ରବର୍ତ୍ତୀ ରାଜା ଅଥବା ସ୍ୱର୍ଗର ରାଜା ହୋଇଯିବ । କେତେ ସହଜ କଥା । ବାବା କହୁଛନ୍ତି ଯେ ପର୍ଯ୍ୟନ୍ତ ବଞ୍ଚିଛ, ମୋତେ ମନେ ପକାଅ । ମୁଁ ନିଜେ ତୁମକୁ ଏହି ବଶୀକରଣ ମନ୍ତ୍ର ଦେଉଛି । ଏବେ ତୁମକୁ ବାବାଙ୍କୁ ମନେ ପକାଇବାକୁ ହେବ । ବାବାଙ୍କୁ ମନେ ପକାଇବା ଦ୍ୱାରା ହିଁ ବିକର୍ମ ବିନାଶ ହେବ । ଏହି ସ୍ୱଦର୍ଶନ ଚକ୍ର ଘୂରିଲେ ମାୟାର ମୁଣ୍ଡ କଟିଯିବ । ମୁଁ ତୁମମାନଙ୍କର ଆତ୍ମାକୁ ପବିତ୍ର କରି ନେଇଯିବି ପୁଣି ତୁମେ ସତ୍ତ୍ୱପ୍ରଧାନ ଶରୀର ଧାରଣ କରିବ । ସେଠାରେ ବିକାର ନ ଥାଏ । କହିଥା’ନ୍ତି ବିକାର ବିନା ସୃଷ୍ଟି କିପରି ଚାଲିବ? କୁହ, ଆପଣ ବୋଧେ ଦେବତାଙ୍କ ପୂଜାରୀ ନୁହଁନ୍ତି । ଲକ୍ଷ୍ମୀ-ନାରାୟଣଙ୍କର ତ ମହିମା ଗାଇଥାନ୍ତି ଯେ ସମ୍ପୂର୍ଣ୍ଣ ନିର୍ବିକାରୀ ଅଟନ୍ତି । ଜଗଦମ୍ବା, ଜଗତପିତା ନିର୍ବିକାରୀ ଅଟନ୍ତି, ରାଜଯୋଗର ତପସ୍ୟା କରି ପତିତରୁ ପବିତ୍ର, ସ୍ୱର୍ଗର ମାଲିକ ହେଉଛନ୍ତି । ପୁଣ୍ୟ ଆତ୍ମା ହେବା ନିମନ୍ତେ ହିଁ ତପସ୍ୟା କରୁଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହି ପୁରୁଣା ଦୁନିଆକୁ ବୁଦ୍ଧିରୁ ଭୁଲିବା ପାଇଁ ଚାଲିବା ବୁଲିବା ସମୟରେ ନିଜକୁ ଶାନ୍ତିଧାମର ନିବାସୀ ମନେକରିବାକୁ ହେବ । ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଇ ସତ୍ୟ ଅର୍ଥାତ୍ ଅବିନାଶୀ ରୋଜଗାର କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ ।

(୨) ରାଜଯୋଗର ତପସ୍ୟା କରି ନିଜକୁ ପୁଣ୍ୟ ଆତ୍ମା କରିବାକୁ ହେବ । ମାୟାର ମୁଣ୍ଡ କାଟିବା ପାଇଁ ବୁଦ୍ଧିରେ ସ୍ୱଦର୍ଶନ ଚକ୍ର ସଦା ସର୍ବଦା ଘୂରାଇବାକୁ ହେବ ।

ବରଦାନ:-
ସମ୍ପନ୍ନତା ଦ୍ୱାରା ସର୍ବଦା ସନ୍ତୁଷ୍ଟତାର ଅନୁଭବ କରୁଥିବା ସମ୍ପତ୍ତିବାନ ଆତ୍ମା ଭବ ।

ଆତ୍ମାର ସ୍ୱରାଜ୍ୟର ସମ୍ପତ୍ତି ହେଲା ଜ୍ଞାନ, ଗୁଣ ଏବଂ ସର୍ବଶକ୍ତି । ଯେଉଁମାନେ ଏହି ସମସ୍ତ ଶକ୍ତିଗୁଡିକରେ ସମ୍ପନ୍ନ ସ୍ୱରାଜ୍ୟ ଅଧିକାରୀ ଅଟନ୍ତି ସେମାନେ ସର୍ବଦା ସନ୍ତୁଷ୍ଟ ଅଟନ୍ତି । ସେମାନଙ୍କ ନିକଟରେ ଅପ୍ରାପ୍ତିର ଚିହ୍ନ ବର୍ଣ୍ଣ ନ ଥାଏ । ତେବେ ସମସ୍ତ ବିନାଶୀ ଇଚ୍ଛା ଗୁଡିକର ଅବିଦ୍ୟାକୁ ହିଁ ସମ୍ପତ୍ତିବାନ କୁହାଯାଏ । ସେମାନେ ସର୍ବଦା ଦାତା ଅଟନ୍ତି, ମଙ୍ଗତା ଅର୍ଥାତ୍ ମାଗିବାବାଲା ଭିକାରୀ ନୁହଁନ୍ତି । ସେମାନେ ଅଖଣ୍ଡ ସୁଖ-ଶାନ୍ତିମୟ ସ୍ୱରାଜ୍ୟର ଅଧିକାରୀ ଅଟନ୍ତି । କୌଣସି ବି ପ୍ରକାରର ପରିସ୍ଥିତି ସେମାନଙ୍କର ଅଖଣ୍ଡ ଶାନ୍ତିକୁ ଖଣ୍ଡିତ କରିପାରିବ ନାହିଁ ।

ସ୍ଲୋଗାନ:-
ଜ୍ଞାନର ତୃତୀୟ ନେତ୍ର ଦ୍ୱାରା ତିନିକାଳ ଏବଂ ତିନିଲୋକକୁ ଜାଣିଥିବା ଆତ୍ମାମାନେ ହିଁ ମାଷ୍ଟର ଜ୍ଞାନବାନ ଅଟନ୍ତି ।