22.01.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହା
ଅନାଦି ପୂର୍ବ-ପ୍ରସ୍ତୁତ ଡ୍ରାମା ଅଟେ, ଏହା ବହୁତ ସୁନ୍ଦର ଭାବରେ ପ୍ରସ୍ତୁତ ହୋଇଛି । ଏହାର
ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତକୁ ତୁମେ ସନ୍ତାନମାନେ ଭଲ ଭାବରେ ଜାଣିଛ ।”
ପ୍ରଶ୍ନ:-
କେଉଁ ଆକର୍ଷଣ
ଆଧାରରେ ସବୁ ଆତ୍ମାମାନେ ତୁମ ନିକଟକୁ ଆକର୍ଷିତ ହୋଇ ଆସିବେ?
ଉତ୍ତର:-
ପବିତ୍ରତା ଏବଂ ଯୋଗର ଆକର୍ଷଣ ଆଧାରରେ । ଏହା ଦ୍ୱାରା ହିଁ ତୁମର ବୃଦ୍ଧି ହୋଇ ଚାଲିବ । ଆଗକୁ ଗଲେ
ଆତ୍ମାମାନେ ବାବାଙ୍କୁ ତୁରନ୍ତ ଜାଣିଯିବେ, ଦେଖିବେ ଏତେ ଗୁଡିଏ ଆତ୍ମା ବାବାଙ୍କଠାରୁ ସମ୍ପତ୍ତି
ନେଉଛନ୍ତି ତେଣୁ ବହୁତ ଆତ୍ମା ଆସିବେ । ଯେତେ ଯେତେ ବିଳମ୍ବ ହେବ ସେତେ ସେତେ ତୁମ ମଧ୍ୟରେ
ଆକର୍ଷଣ ବୃଦ୍ଧି ପାଇଥିବ ।
ଓମ୍ ଶାନ୍ତି ।
ରୁହାନୀ
ସନ୍ତାନମାନଙ୍କୁ ଏ କଥା ତ ଜଣା ଅଛି ଯେ ଆମେ ଆତ୍ମାମାନେ ପରମଧାମରୁ ଆସିଛୁ - ବୁଦ୍ଧିରେ ଅଛି ନା
। ଯେବେ ସମସ୍ତ ଆତ୍ମାମାନେ ପରମଧାମରୁ ଆସି ଏଠାରେ ପହଞ୍ଚି ଯିବେ, ବାକି ଅଳ୍ପ ସେଠାରେ ଥିବେ ସେହି
ସମୟରେ ବାବା ଆସିଥା’ନ୍ତି । ଏବେ ତୁମ ସନ୍ତାନମାନଙ୍କୁ କାହାକୁ ବି ବୁଝାଇବା ବହୁତ ସହଜ ହେଉଛି ।
ଦୂରଦେଶର ବାସିନ୍ଦା ବାବା ସବୁଠାରୁ ପଛରେ ଆସୁଛନ୍ତି । ବାବା ଆସିବା ସମୟରେ ପରମଧାମରେ ବାକି
ଅଳ୍ପ ଆତ୍ମା ରହୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଜନସଂଖ୍ୟା ବୃଦ୍ଧି ହୋଇ ଚାଲିଛି ନା । ଏ
କଥା ମଧ୍ୟ ଜାଣିଛ - ବାବାଙ୍କୁ କେହି ହେଲେ ବି ଜାଣି ନାହାଁନ୍ତି ତେବେ ପୁଣି ରଚନାର
ଆଦି-ମଧ୍ୟ-ଅନ୍ତକୁ କିପରି ଜାଣିବେ । ଏହା ବେହଦର ଡ୍ରାମା ଅଟେ ନା । ତେଣୁ ଡ୍ରାମାର
ଅଭିନେତାମାନଙ୍କୁ ଡ୍ରାମା ବିଷୟରେ ଜଣାଥିବା ଦରକାର । ଯେପରି ଦୁନିଆରେ ହେଉଥିବା ନାଟକର
ଅଭିନେତାଙ୍କୁ ମଧ୍ୟ ଜଣାଥାଏ - ଅମୁକ ଅମୁକଙ୍କୁ ଏହି ପାର୍ଟ ମିଳିଛି । ଯେଉଁ ଘଟଣା ଅତୀତ ହୋଇଯାଏ
ତା’ର ହିଁ ପୁଣି ଛୋଟ ଡ୍ରାମା ତିଆରି କରାଯାଏ । ଭବିଷ୍ୟତର ତ କରିପାରିବେ ନାହିଁ । ଘଟି ଯାଇଥିବା
ଘଟଣାକୁ ଆଧାର କରି ଆଉ କିଛି କାହାଣୀ ମିଶାଇ ଡ୍ରାମା ପ୍ରସ୍ତୁତ କରିଥା’ନ୍ତି, ତାକୁ ହିଁ
ସମସ୍ତଙ୍କୁ ଦେଖାଇଥା’ନ୍ତି । ଭବିଷ୍ୟତକୁ ତ ଜାଣି ହିଁ ନାହାଁନ୍ତି । ଏବେ ତୁମେ ଜାଣୁଛ ବାବା
ଆସିଛନ୍ତି, ସ୍ଥାପନା ହେଉଛି, ଆମେ ବର୍ସା ପାଉଛୁ । ଯିଏ ଯିଏ ଆସୁଛନ୍ତି, ଦେବୀ-ଦେବତା ପଦ ପାଇବା
ପାଇଁ ସେମାନଙ୍କୁ ଆମେ ରାସ୍ତା ବତାଉଛୁ । ଏହି ଦେବତାମାନେ ଏତେ ଶ୍ରେଷ୍ଠ କିପରି ହେଲେ? ଏ କଥା
ମଧ୍ୟ କାହାକୁ ଜଣା ନାହିଁ । ବାସ୍ତବରେ ମୂଳଧର୍ମ ଆଦି ସନାତନ ତ ଦେବୀ-ଦେବତା ଧର୍ମ ହିଁ ଅଟେ ।
ନିଜର ଧର୍ମକୁ ଭୁଲି ଯାଇଥିବାରୁ କହିଦେଉଛନ୍ତି - ଆମ ପାଇଁ ତ ସବୁ ଧର୍ମ ସମାନ ।
ଏବେ ତୁମେ ସନ୍ତାନମାନେ
ଜାଣୁଛ ବାବା ଆମକୁ ପଢାଉଛନ୍ତି । ବାବାଙ୍କ ନିର୍ଦ୍ଦେଶ ଅନୁସାରେ ହିଁ ଚିତ୍ର ଆଦି ତିଆରି
କରାଯାଉଛି । ବାବା ଦିବ୍ୟ ଦୃଷ୍ଟି ଦ୍ୱାରା ଚିତ୍ର ତିଆରି କରାଉଥିଲେ । କେହି ତ ପୁଣି ନିଜର
ବୁଦ୍ଧି ଦ୍ୱାରା ମଧ୍ୟ ତିଆରି କରୁଛନ୍ତି । ପିଲାମାନଙ୍କୁ ଏକଥା ମଧ୍ୟ ବୁଝାଯାଉଛି କି ଏକଥା
ନିଶ୍ଚୟ ଲେଖ ଯେ ପାର୍ଟଧାରୀ ଅଭିନେତା ତ ସମସ୍ତେ ଅଟନ୍ତି କିନ୍ତୁ ରଚୟିତା ନିର୍ଦ୍ଦେଶକ ଆଦିଙ୍କୁ
ଜାଣି ନାହାଁନ୍ତି । ବାବା ଏବେ ନୂଆ ଧର୍ମର ସ୍ଥାପନା କରୁଛନ୍ତି । ପୁରୁଣା ଦୁନିଆରୁ ନୂଆ ଦୁନିଆ
ହେଉଛି । ଏହା ମଧ୍ୟ ବୁଦ୍ଧିରେ ରହିବା ଉଚିତ୍ । ପୁରୁଣା ଦୁନିଆରେ ହିଁ ବାବା ଆସି ତୁମକୁ
ବ୍ରାହ୍ମଣ କରାଉଛନ୍ତି । ବ୍ରାହ୍ମଣ ହିଁ ପୁଣି ଦେବତା ହେବେ । ଦେଖ କେତେ ଭଲ ଯୁକ୍ତି ରହିଛି ।
ଭଲେ ଏହା ହେଉଛି ଅନାଦି ପୂର୍ବ-ପ୍ରସ୍ତୁତ ଡ୍ରାମା । କିନ୍ତୁ ଡ୍ରାମା ବହୁତ ସୁନ୍ଦର ଭାବେ ତିଆରି
କରାଯାଇଛି । ବାବା କହୁଛନ୍ତି ତୁମକୁ ଗହନରୁ ଗହନ କଥା ପ୍ରତିଦିନ ଶୁଣାଉଛି । ଯେବେ ବିନାଶ ଆରମ୍ଭ
ହେବ ସେତେବେଳେ ତୁମ ସନ୍ତାନମାନଙ୍କୁ ଅତୀତର ସମସ୍ତ ଇତିହାସ ଜଣା ପଡିଯିବ । ପୁଣି ସତ୍ୟଯୁଗକୁ ଗଲେ
ଅତୀତର ଇତିହାସ କିଛି ହେଲେ ମନେ ରହିବ ନାହିଁ । ତୁମେ ବାସ୍ତବରେ ଅଭିନୟ କରି ଚାଲିଛ । ଅତୀତର କଥା
କାହାକୁ ଶୁଣାଇବ? ଏହି ଲକ୍ଷ୍ମୀ-ନାରାୟଣ ଅତୀତକୁ ବିଲ୍କୁଲ୍ ଜାଣି ନାହାଁନ୍ତି, ତୁମ ବୁଦ୍ଧିରେ
ତ ଅତୀତ, ବର୍ତ୍ତମାନ, ଭବିଷ୍ୟତ - ସବୁ କିଛି ରହିଛି । କିପରି ବିନାଶ ହେବ, କିପରି ରାଜତ୍ତ୍ୱ
ହେବ, କିପରି ମହଲ ତିଆରି କରିବେ? ହେବ ତ ନିଶ୍ଚୟ ନା । ସ୍ୱର୍ଗର ଦୃଶ୍ୟ ହିଁ ଅଲଗା ଅଟେ ।
ଯେତେ-ଯେତେ ଅଭିନୟ କରି ଚାଲିବ ସବୁ କଥା ସ୍ପଷ୍ଟ ଜଣା ପଡିଯିବ । ଏହାକୁ କୁହାଯାଉଛି - ଖୁନେ
ନାହେକ ଅର୍ଥାତ୍ ନିର୍ଦ୍ଦୋଷୀ ହତ୍ୟାର ଖେଳ । ବିନା ଦୋଷରେ କ୍ଷତି ହୋଇଥାଏ ନା । ଭୂମିକମ୍ପ
ହେଉଛି, କେତେ କ୍ଷତି ହେଉଛି । ବମ୍ ଫୋପାଡୁଛନ୍ତି, ଏହା ବିନା ଦୋଷରେ ହେଲା ନା । ଏଥିରେ କେହି
କ’ଣ କିଛି କରିଥାଆନ୍ତି କି? ଯେଉଁମାନଙ୍କର ବିଶାଳ ବୁଦ୍ଧି ସେମାନେ ବୁଝୁଛନ୍ତି - ବାସ୍ତବରେ
ବିନାଶ ହୋଇଥିଲା । ନିଶ୍ଚୟ ମରାମରୀ ହୋଇଥିଲା । ଏପରି ଖେଳ ମଧ୍ୟ ତିଆରି କରୁଛନ୍ତି । ଏକଥା ତ
ବୁଝି ବି ପାରିବେ । କେଉଁ ସମୟରେ କାହାର ବୁଦ୍ଧିରେ ଆସିଯାଇଥାଏ । (ଅତୀତ ଘଟଣାର ନାଟକ ତିଆରି
କରିବା ପାଇଁ) । ତୁମେ ତ ପ୍ରତ୍ୟକ୍ଷ ରୂପରେ ଅଛ । ତୁମେ ସେହି ରାଜଧାନୀର ମାଲିକ ମଧ୍ୟ ହେଉଛ ।
ତୁମେ ଜାଣିଛ ବର୍ତ୍ତମାନ ସେହି ନୂଆ ଦୁନିଆକୁ ନିଶ୍ଚୟ ଯିବାକୁ ହେବ । ଯେଉଁମାନେ ବ୍ରାହ୍ମଣ
ହେଉଛନ୍ତି, ବ୍ରହ୍ମାଙ୍କ ଦ୍ୱାରା ଅଥବା ବ୍ରହ୍ମାକୁମାର-କୁମାରୀମାନଙ୍କ ଦ୍ୱାରା ଜ୍ଞାନ ନେଉଛନ୍ତି
ତେବେ ସେମାନେ ସ୍ୱର୍ଗ ଦୁନିଆରେ ଆସିଯାଇଥାଆନ୍ତି । ନିଜର ଘର-ଗୃହସ୍ଥରେ ରହୁଛନ୍ତି ନା ।
ଅନେକଙ୍କ ସହ ପରିଚୟ ତ ହୋଇପାରିବ ନାହିଁ । ସେଣ୍ଟରକୁ ଅନେକ ଆସୁଛନ୍ତି । ସମସ୍ତଙ୍କୁ କ’ଣ ମନେ
ରଖିହେବ । କେତେ ବ୍ରାହ୍ମଣ ରହିଛନ୍ତି, ବୃଦ୍ଧି ହୋଇ-ହୋଇ ଅଗଣିତ ହୋଇଯିବେ । ସଠିକ୍ ହିସାବ
ବାହାର କରିପାରିବ ନାହିଁ । ରାଜାଙ୍କୁ କ’ଣ ଜଣାଥାଏ କି ସଠିକ୍ ରୂପେ ମୋ’ର କେତେ ପ୍ରଜା ରହିଛନ୍ତି
। ଯଦିଓ ଜନଗଣନା ଆଦି କରୁଛନ୍ତି ତଥାପି ମଧ୍ୟ ଫରକ ରହୁଛି । ତେବେ ତୁମ ପରି, ଇଏ ମଧ୍ୟ ଛାତ୍ର
ଅଟନ୍ତି । ତୁମ ସମସ୍ତ ଭାଇମାନଙ୍କୁ ଏକମାତ୍ର ବାବାଙ୍କୁ ୟାଦ କରିବାକୁ ହେବ । ଛୋଟ ପିଲାମାନଙ୍କୁ
ମଧ୍ୟ ଶିଖାଯାଉଛି କି - ବାବା-ବାବା କୁହ । ଏ କଥା ମଧ୍ୟ ତୁମେ ଜାଣିଛ ଆଗକୁ ଗଲେ ବାବାଙ୍କୁ
ତୁରନ୍ତ ଜାଣିଯିବେ । ଦେଖିବେ ଏତେ ଢେର ପିଲାମାନେ ବାବାଙ୍କ ଠାରୁ ସମ୍ପତ୍ତି ନେଉଛନ୍ତି, ତେଣୁ
ବହୁତ ଆସିବେ । ଯେତେ ଡେରି ହେବ ସେତେ ତୁମ ପ୍ରତି ଆକର୍ଷିତ ହେବେ । ପବିତ୍ର ହେବା ଦ୍ୱାରା
ଆକର୍ଷଣ କରିବାର ଶକ୍ତି ଆସିଥାଏ, ଯେତେ ଯୋଗଯୁକ୍ତ ହୋଇ ରହିବ ସେତେ ଅନ୍ୟମାନେ ତୁମ ଆଡକୁ
ଆକର୍ଷିତ ହେବେ । ବାବା ମଧ୍ୟ ଆକର୍ଷିତ କରୁଛନ୍ତି ନା । ବହୁତ ବୃଦ୍ଧି ହୋଇ ଚାଲିବ । ସେଥିପାଇଁ
ଉପାୟ ମଧ୍ୟ ରଚନା କରାଯାଉଛି । ଗୀତାର ଭଗବାନ କିଏ? କୃଷ୍ଣଙ୍କୁ ମନେ ପକାଇବା ତ ବହୁତ ସହଜ ଅଟେ ।
ସେ ତ ସାକାର ରୂପଧାରୀ ଅଟନ୍ତି ନା । ନିରାକାର ବାବା କହୁଛନ୍ତି ମୋତେ ୟାଦ କର - ଏହି କଥା ଉପରେ
ହିଁ ସବୁ କିଛି ଆଧାରିତ । ସେଥିପାଇଁ ବାବା କହିଥିଲେ ଏହି କଥା ଉପରେ ସମସ୍ତଙ୍କଠାରୁ ମତାମତ
ଲେଖାଇ ନିଅ । ବଡ-ବଡ ତାଲିକା (ଯେଉଁଥିରେ ଗୀତାର ଭଗବାନ ନିରାକାର ବୋଲି ଲେଖା ହୋଇଥିବ) ଦେଖିଲେ
ମନୁଷ୍ୟମାନଙ୍କୁ ଜଣା ପଡିବ ।
ତୁମେ ବ୍ରାହ୍ମଣମାନେ
ଯେବେ ପକ୍କା ନିଶ୍ଚୟ ବୁଦ୍ଧି ହୋଇଯିବ ସେତେବେଳେ, ବ୍ରାହ୍ମଣ ପରିବାରର ବୃଦ୍ଧି ହୋଇ ଚାଲିବ ।
ମାୟାର ତୋଫାନ ମଧ୍ୟ ଶେଷ ପର୍ଯ୍ୟନ୍ତ ଆସୁଥିବ । ବିଜୟ ପାଇଗଲେ ନା ପୁରୁଷାର୍ଥ ରହିବ, ନାଁ ମାୟା
ରହିବ । ୟାଦରେ ହିଁ ବହୁତ ହାରିଥା’ନ୍ତି । ଯୋଗଯୁକ୍ତ ସ୍ଥିତିରେ ତୁମେ ଯେତେ ମଜବୁତ ହେବ ସେତେ
ମାୟାଠାରୁ ହାରିବ ନାହିଁ । ଏଠାରେ ରାଜଧାନୀ ସ୍ଥାପନ ହେଉଛି । ପିଲାମାନଙ୍କର ନିଶ୍ଚୟ ଅଛି
ସତ୍ୟଯୁଗରେ ଆମର ରାଜତ୍ତ୍ୱ ହେବ ତେବେ ଆମେ ହୀରା-ଜବାହାର କେଉଁଠୁ ଆଣିବୁ! ଖଣି ସବୁ କିପରି
ଭରପୁର ହେବ! ଏ ସବୁ ଥିଲା ତ ନିଶ୍ଚୟ ନା । ଏଥିରେ ଦ୍ୱନ୍ଦ୍ୱରେ ପଡିବାର ତ କୌଣସି କଥା ହିଁ ନାହିଁ
। ଯାହା ହେବାର ଥିବ ତାକୁ ପ୍ରାକ୍ଟିକାଲ୍ରେ ବା ସ୍ଥୂଳ ରୂପରେ ଦେଖିବା । ସ୍ୱର୍ଗ ତ ନିଶ୍ଚୟ
ହେବ । ଯିଏ ଭଲ ଭାବରେ ପଢୁଛନ୍ତି, ତାଙ୍କର ନିଶ୍ଚୟ ରହିବ ଯେ ଆମେ ଯାଇ ଭବିଷ୍ୟତରେ ରାଜକୁମାର
ହେବୁ । ହୀରା-ଜବାହାରର ମହଲ ହେବ । ଏହି ନିଶ୍ଚୟ ମଧ୍ୟ ସେବାଯୋଗ୍ୟ ସନ୍ତାନମାନଙ୍କର ହିଁ ହେବ ।
ଯେଉଁମାନେ କମ୍ ପଦ ପାଇବେ, ତାଙ୍କର କେବେ ଏପରି ଖିଆଲ ଆସିବ ବି ନାହିଁ ଯେ ଆମେ ମହଲ ଆଦି କିପରି
ତିଆରି କରିବୁ । ଯିଏ ବହୁତ ସେବା କରିବେ ସେମାନେ ହିଁ ମହଲରେ ରହିବେ ନା । ଦାସ-ଦାସୀମାନେ ତ
ତାଙ୍କ ସେବା ପାଇଁ ପ୍ରସ୍ତୁତ ରହିଥିବେ । ସେବାଯୋଗ୍ୟ ସନ୍ତାନମାନଙ୍କର ହିଁ ଏପରି ଖିଆଲ ଆସିବ ।
ପିଲାମାନେ ମଧ୍ୟ ଜାଣିଛନ୍ତି କେଉଁମାନେ ଭଲ ସେବା କରୁଛନ୍ତି । ନ ପଢିଲାବାଲା ଭାବିଥା’ନ୍ତି ଆମେ
ତ ପାଠୁଆଙ୍କର ବୋଝ ଉଠାଇବୁ । ଯେପରି ଏହି ବ୍ରହ୍ମାବାବା ଅଟନ୍ତି, ବାବାଙ୍କର ଖିଆଲ ରହିଥାଏ ନା ।
ବୁଢା ଏବଂ ବାଳକ ଏକ ସମାନ ଅଟନ୍ତି, ସେଥିପାଇଁ ବ୍ରହ୍ମାଙ୍କର ଚାଲିଚଳନ ମଧ୍ୟ ଛୋଟ ପିଲା ସଦୃଶ
ହେଉଥିଲା । ଶିବବାବାଙ୍କର ତ ଏକମାତ୍ର ପାର୍ଟ ରହିଛି - ପିଲାମାନଙ୍କୁ ପଢାଇବା, ଶିଖାଇବା । ବିଜୟ
ମାଳାର ଦାନା ହେବାକୁ ହେଲେ ପୁରୁଷାର୍ଥର ବହୁତ ଆବଶ୍ୟକତା ରହିଛି । ବହୁତ ମଧୁର ହେବାକୁ ପଡିବ ।
ଶ୍ରୀମତକୁ ପାଳନ କଲେ ହିଁ ଶ୍ରେଷ୍ଠ ହେବ । ଏହା ତ ବୁଝିବାର କଥା ନା । ବାବା କହୁଛନ୍ତି ମୁଁ ଯାହା
ଶୁଣାଉଛି ତା ଉପରେ ବିଚାର କର । ଆଗକୁ ଗଲେ ତୁମକୁ ଆହୁରି ମଧ୍ୟ ସାକ୍ଷାତ୍କାର ହୋଇ ଚାଲିବ ।
ନିକଟତ୍ତର ହେଲେ ଅଧିକ ଅଧିକ ମନେ ପଡିବ । ନିଜ ରାଜଧାନୀରୁ ଫେରିବାର ୫ ହଜାର ବର୍ଷ ହୋଇଗଲାଣି ।
୮୪ ଜନ୍ମର ଚକ୍ର ଲଗାଇ ଆସିଛୁ । ଯେପରି ଭାସ୍କୋଡାଗାମାଙ୍କ ପାଇଁ କୁହନ୍ତି - ବିଶ୍ୱର ଚକ୍ର
ଲଗାଇଥିଲେ । ତୁମେ ଏହି ବିଶ୍ୱରେ ୮୪ ଜନ୍ମର ଚକ୍ର ଲଗାଇଛ । ସେ ଜଣେ ଭାସ୍କୋଡାଗାମା ଯାଇଥିଲେ ନା
। ଇଏ ମଧ୍ୟ ଜଣେ ଅଟନ୍ତି ଯିଏ ତୁମକୁ ୮୪ ଜନ୍ମର ରହସ୍ୟ ବୁଝାଉଛନ୍ତି । ବଂଶାବଳୀ ଚାଲିଥାଏ ନା ।
ତେଣୁ ନିଜକୁ ଦେଖିବା ଉଚିତ୍ - ମୋ ପାଖରେ କୌଣସି ଦେହ-ଅଭିମାନ ନାହିଁ ତ? ନାରାଜ ହୋଇଯାଉ ନାହିଁ
ତ? କେବେ ବିଗିଡି ଯାଉ ନାହିଁ ତ?
ତୁମେ ଯୋଗ ବଳରେ ରହିଥିବ,
ଶିବବାବାଙ୍କୁ ୟାଦ କରୁଥିବ ତେବେ ତୁମକୁ କେହି ଚାପୁଡା ଆଦି ମାରିପାରିବେ ନାହିଁ । ଯୋଗବଳ ହିଁ
ଢାଲ ଅଟେ । କେହି କିଛି କରିପାରିବେ ନାହିଁ । ଯଦି କେହି ଆଘାତ ପ୍ରାପ୍ତ ହେଉଛନ୍ତି ତେବେ ନିଶ୍ଚୟ
ଦେହ-ଅଭିମାନ ରହିଛି । ଦେହୀ-ଅଭିମାନୀକୁ କେହି ଆଘାତ ଦେଇପାରିବେ ନାହିଁ । ନିଜର ହିଁ ଭୁଲ୍
ହୋଇଥାଏ । ବିବେକ ଏପରି କହୁଛି-ଦେହୀ-ଅଭିମାନୀକୁ କେହି କିଛି ଆଘାତ ଦେଇପାରିବେ ନାହିଁ ।
ସେଥିପାଇଁ ଦେହୀ-ଅଭିମାନୀ ହେବାର ଚେଷ୍ଟା କରିବା ଦରକାର । ସମସ୍ତଙ୍କୁ ସନ୍ଦେଶ ମଧ୍ୟ ଦେବାକୁ
ପଡିବ । ଭଗବାନୁବାଚ, ମନମନାଭବ । କେଉଁ ଭଗବାନ? ଏହା ମଧ୍ୟ ତୁମ ସନ୍ତାନମାନଙ୍କୁ ବୁଝାଇବାକୁ ହେବ
। ବାସ୍ ଏହି ଗୋଟିଏ କଥାରେ ହିଁ ତୁମର ବିଜୟ ହେବ । ସାରା ଦୁନିଆରେ ମନୁଷ୍ୟମାନଙ୍କର ବୁଦ୍ଧିରେ
କୃଷ୍ଣ ଭଗବାନୁବାଚ ରହିଛି । ଯେବେ ତୁମେ ବୁଝାଉଛ ତେବେ କହୁଛନ୍ତି - ବାସ୍ତବରେ ଏହି କଥା ହିଁ
ଠିକ୍ ଅଟେ । କିନ୍ତୁ ଯେବେ ତୁମ ପରି ବୁଝିବେ ସେବେ କହିବେ ବାବା ଯାହା ଶିଖାଉଛନ୍ତି ତାହା ଠିକ୍
ଅଟେ । କୃଷ୍ଣ କ’ଣ ଏପରି କହିପାରିବେ କି - ମୁଁ ଏପରି ଅଟେ ଯେ, ମୋତେ କେହି ଜାଣିପାରିବେ ନାହିଁ
। କୃଷ୍ଣଙ୍କୁ ତ ସମସ୍ତେ ଜାଣିନେବେ । ଏପରି ମଧ୍ୟ ନୁହେଁ ଯେ କୃଷ୍ଣଙ୍କ ଶରୀରରେ ଭଗବାନ କହୁଛନ୍ତି
। ନାଁ । କୃଷ୍ଣ ତ ସତ୍ୟଯୁଗରେ ହିଁ ରହିବେ । ସେଠାକୁ କିପରି ଭଗବାନ ଆସିବେ? ଭଗବାନ ତ
ପୁରୁଷୋତ୍ତମ ସଂଗମଯୁଗରେ ହିଁ ଆସୁଛନ୍ତି । ତେଣୁ ତୁମେ ପିଲାମାନେ ଅନେକଙ୍କ ଠାରୁ ମତାମତ ସଂଗ୍ରହ
କରିଚାଲ । ତୁମର ଏହିପରି ବଡ ତାଲିକା ଛପା ହେବା ଦରକାର । ଯେଉଁଥିରେ ସମସ୍ତଙ୍କର ଲେଖା ଥିବ ।
ଯେବେ ଦେଖିବେ ଯେ ଏତେ ଲୋକ ଏହିପରି ଲେଖିଛନ୍ତି ତେବେ ନିଜେ ମଧ୍ୟ ଲେଖିବେ । ପୁଣି ତୁମ ପାଖରେ
ବହୁତଙ୍କର ଲେଖା ହୋଇଯିବ, ଯେ ଗୀତାର ଭଗବାନ କିଏ? ଉପରେ ମଧ୍ୟ ଲେଖାଯାଇଥିବା ଦରକାର ଯେ ଉଚ୍ଚରୁ
ଉଚ୍ଚ ବାବା ହିଁ ଅଟନ୍ତି, କୃଷ୍ଣ ତ ଉଚ୍ଚରୁ ଉଚ୍ଚ ନୁହଁନ୍ତି । ସେ କହିପାରିବେ ନାହିଁ କି ମୋତେ
ୟାଦ କର । ବ୍ରହ୍ମାଙ୍କଠାରୁ ମଧ୍ୟ ଉଚ୍ଚରୁ ଉଚ୍ଚ ଭଗବାନ ଅଟନ୍ତି ନା । ଏହା ହିଁ ହେଉଛି ମୁଖ୍ୟ
କଥା ଯାହା ଦ୍ୱାରା ସମସ୍ତଙ୍କର ଅହଂକାର ତୁଟିଯିବ ଅର୍ଥାତ୍ ପରାଜୟ ହେବ ।
ବାବା ଏପରି କହୁ
ନାହାଁନ୍ତି କି ଏହିଠାରେ ବସି ରୁହ । ନାଁ, ସତଗୁରୁଙ୍କୁ ନିଜର କରି ପୁଣି ନିଜ ଘରେ ଯାଇ ରୁହ ।
ଆରମ୍ଭରେ ତ ତୁମର ଭଟ୍ଟୀ (ସାମୁହିକ ଯୋଗାଭ୍ୟାସ) କରିବାର ଥିଲା । ଶାସ୍ତ୍ରରେ ମଧ୍ୟ ଭଟ୍ଟୀର କଥା
ଅଛି କିନ୍ତୁ ଭଟ୍ଟୀ କାହାକୁ କୁହାଯାଏ, ଏ କଥା କେହି ଜାଣି ନାହାଁନ୍ତି । ଇଟାର ଭାଟ୍ଟୀ ହୋଇଥାଏ
। ସେଥିରୁ କେହି ପକ୍କା, କେହି ଦରପୋଡା ବାହାରିଥାଏ । ଏଠାରେ ଦେଖ ସୁନା ନାହିଁ, ବାକି
ପଥର-ଠିକ୍କର ରହିଛି । ପୁରୁଣା ଜିନିଷର ବହୁତ ମାନ ରହିଛି । ଶିବବାବାଙ୍କର, ଦେବତାଙ୍କର ମାନ
ମଧ୍ୟ ଅଛି ନା । ସତ୍ୟଯୁଗରେ ତ ମାନର କୌଣସି କଥା ନାହିଁ । ସେଠାରେ ପୁରୁଣା ଜିନିଷ କେହି ଖୋଜିବେ
ନାହିଁ । ସେଠାରେ ପେଟ ଭରପୁର ରହିବ ଅର୍ଥାତ୍ ସବୁ ଆବଶ୍ୟକତା ଭରପୁର ଥିବ ତେଣୁ କୌଣସି ଜିନିଷ
ଖୋଜିବାର ଆବଶ୍ୟକତା ନ ଥିବ । ତୁମକୁ କିଛି ଖୋଳା ଖୋଳି କରିବାକୁ ପଡିବ ନାହିଁ, ଦ୍ୱାପରଯୁଗ ପରେ
ଖୋଳିବା ଆରମ୍ଭ କରିବେ । ଘର ଆଦି ତିଆରି କରିବା ସମୟରେ ଯଦି ମାଟି ତଳୁ କିଛି ବାହାରି ପଡୁଛି ତେବେ
ଭାବୁଛନ୍ତି ମାଟି ତଳେ କିଛି ଅଛି । ସତ୍ୟଯୁଗରେ ତୁମକୁ କୌଣସି ଚିନ୍ତା ରହିବ ନାହିଁ । ସେଠାରେ ତ
ସୁନା ହିଁ ସୁନା ରହିବ । ସୁନାର ଇଟ୍ଟା ମିଳିବ, କଳ୍ପ ପୂର୍ବରୁ ଯାହା ହୋଇଥିଲା, ଯାହା
ନିଧାର୍ଯ୍ୟ ଅଛି ତାହାର ହିଁ ସାକ୍ଷାତ୍କାର ହେଉଛି । ଆତ୍ମାମାନଙ୍କୁ ଆବାହନ କରାଯାଉଛି, ଏହା
ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ଏଥିରେ ଦ୍ୱନ୍ଦ୍ୱରେ ପଡିବାର କୌଣସି କଥା ନାହିଁ ।
ସେକେଣ୍ଡ ପରେ ସେକେଣ୍ଡ ଅଭିନୟ ଚାଲୁଛି, ପୁଣି ଗୁପ୍ତ ହୋଇଯାଉଛି । ଏହା ହେଉଛି ପାଠପଢା ।
ଭକ୍ତିମାର୍ଗରେ ତ ଅନେକ ଚିତ୍ର ରହିଛି । ତୁମର ଏହି ସବୁ ଚିତ୍ର ଅର୍ଥ ସହିତ ଅଟେ । ତୁମ ପାଖରେ
ବିନା ଅର୍ଥରେ କୌଣସି ଚିତ୍ର ନାହିଁ । ଯେ ପର୍ଯ୍ୟନ୍ତ ତୁମେ କାହାକୁ ବୁଝାଇ ନାହଁ ସେ ପର୍ଯ୍ୟନ୍ତ
କେହି ବୁଝିପାରିବେ ନାହିଁ । ବୁଝାଇଲାବାଲା ବୁଦ୍ଧିମାନ ଜ୍ଞାନସାଗର ଏକମାତ୍ର ବାବା ହିଁ ଅଟନ୍ତି
। ଏବେ ତୁମକୁ ଈଶ୍ୱରୀୟ ମତ ମିଳୁଛି । ତୁମେ ଈଶ୍ୱରୀୟ କୁଟୁମ୍ବ ଅଥବା କୂଳର ଅଟ । ଈଶ୍ୱର ଆସି
କୁଟୁମ୍ବ ଅର୍ଥାତ୍ ରାଜବଂଶ ହିଁ ସ୍ଥାପନା କରୁଛନ୍ତି । ଏବେ ତୁମ ପାଖରେ କୌଣସି ରାଜତ୍ୱ ନାହିଁ ।
ରାଜଧାନୀ ଥିଲା, ଏବେ ନାହିଁ । ଦେବୀ-ଦେବତାଙ୍କର ଧର୍ମର ମଧ୍ୟ ନିଶ୍ଚୟ ଅଛି ।
ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ରାଜତ୍ୱ ଅଛି ନା । ଗୀତା ଜ୍ଞାନ ଦ୍ୱାରା ବ୍ରାହ୍ମଣ କୁଳର ସ୍ଥାପନା
ହେଉଛି, ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ କୁଳର ମଧ୍ୟ ସ୍ଥାପନା ହେଉଛି । ବାକି ଆଉ କୌଣସି କୁଳର
ସ୍ଥାପନା ହୋଇପାରିବ ନାହିଁ । ତୁମେ ପିଲାମାନେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଗଲଣି । ଆଗରୁ ତ
ବୁଝିଥିଲ ଯେ ବହୁତ ବଡ ପ୍ରଳୟ ହୁଏ । ଦେଖାଇଥା’ନ୍ତି ପ୍ରଳୟ ପରେ ଅଶ୍ୱତଥ୍ ଉପରେ ଶ୍ରୀକୃଷ୍ଣ
ସମୁଦ୍ରରେ ଭାସି ଭାସି ଆସୁଛନ୍ତି । ପ୍ରଥମ ନମ୍ବରରେ ତ ଶ୍ରୀକୃଷ୍ଣ ହିଁ ଜନ୍ମ ନେଉଛନ୍ତି ନା ।
ବାକି ସାଗରର କଥା ନୁହେଁ, ଏବେ ତୁମ ସନ୍ତାନମାନଙ୍କର ବୁଦ୍ଧିକୁ ବହୁତ ଭଲ ଜ୍ଞାନ ମିଳିଛି ।
ସେହିମାନଙ୍କୁ ଖୁସୀ ମିଳିବ ଯେଉଁମାନେ ଆତ୍ମିକ ପାଠ ଭଲ ଭାବରେ ପଢୁଥିବେ । ଯେଉଁମାନେ ଭଲ ଭାବରେ
ପଢୁଛନ୍ତି ସେହିମାନେ ହିଁ ସମ୍ମାନର ସହିତ ପାସ୍ ହୋଇଥାଆନ୍ତି । ଯଦି କାହା ସହିତ ମନ ଲାଗିଥିବ
ତେବେ ପାଠପଢା ସମୟରେ ମଧ୍ୟ ତାଙ୍କ କଥା ମନେ ପଡିବ । ବୁଦ୍ଧି ତାଙ୍କ ପାଖକୁ ଚାଲିଯିବ ସେଥିପାଇଁ
ପାଠପଢା ସର୍ବଦା ବ୍ରହ୍ମଚର୍ଯ୍ୟରେ ହୋଇଥାଏ । ଏଠାରେ ତୁମକୁ ବୁଝାଯାଉଛି ଏକମାତ୍ର ବାବାଙ୍କ
ବ୍ୟତୀତ ଆଉ କେଉଁଠାକୁ ବୁଦ୍ଧି ଯିବା ଉଚିତ୍ ନୁହେଁ । କିନ୍ତୁ ବାବା ଜାଣିଛନ୍ତି ବହୁତଙ୍କର
ପୁରୁଣା ଦୁନିଆ ମନେ ପଡୁଛି । ପୁଣି ଏଠାରେ ବସି ଥାଇ ମଧ୍ୟ ଶୁଣୁ ହିଁ ନାହାଁନ୍ତି ।
ଭକ୍ତିମାର୍ଗରେ ମଧ୍ୟ ଏହିପରି ହୋଇଥାଏ । ସତ୍ସଙ୍ଗରେ ବସି ମଧ୍ୟ ବୁଦ୍ଧି କୁଆଡେ କୁଆଡେ ଚାଲିଯାଏ
। ଏହା ତ ବହୁତ କଡା ପରୀକ୍ଷା ଅଟେ । କେହି ତ ଏଠାରେ ବସିଥିଲେ ମଧ୍ୟ ଯେମିତି ଶୁଣୁ ହିଁ
ନାହାଁନ୍ତି । କେତେକ ସନ୍ତାନମାନେ ତ ଖୁସୀ ହୋଇଥାଆନ୍ତି । ସମ୍ମୁଖରେ ଖୁସିରେ ଝୁଲିଥାନ୍ତି ।
ବୁଦ୍ଧି ବାବାଙ୍କ ସହିତ ରହିଲେ ଅନ୍ତ ମତି ସୋ ଗତି ଅର୍ଥାତ୍ ଅନ୍ତିମ ସ୍ମୃତି ଅନୁସାରେ
ପୁର୍ନଜନ୍ମ ହୋଇଯିବ । ସେଥିପାଇଁ ବହୁତ ଭଲ ପୁରୁଷାର୍ଥ କରିବାକୁ ହେବ । ଏଠାରେ ତ ତୁମକୁ ବହୁତ
ଧନ ମିଳୁଛି । ଆଚ୍ଛା —
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବିଜୟ
ମାଳାର ଦାନା ହେବା ପାଇଁ ବହୁତ ଭଲ ପୁରୁଷାର୍ଥ କରିବାକୁ ହେବ, ବହୁତ ବହୁତ ମିଠା ହେବାକୁ ପଡିବ,
ଶ୍ରୀମତ ଅନୁସାରେ ଚାଲିବାକୁ ପଡିବ ।
(୨) ନିରାପଦରେ ରହିବା
ପାଇଁ ଏକମାତ୍ର ଯୋଗ ହିଁ ଢାଲ ସଦୃଶ ଅଟେ, ସେଥିପାଇଁ ଯୋଗବଳ ଜମା କରିବାକୁ ହେବ । ଦେହୀ-ଅଭିମାନୀ
ହେବା ପାଇଁ ସଂପୂର୍ଣ୍ଣ ଚେଷ୍ଟା କରବାକୁ ପଡିବ ।
ବରଦାନ:-
“ବିଶେଷ” ଶବ୍ଦର
ସ୍ମୃତି ଦ୍ୱାରା ସମ୍ପୂର୍ଣ୍ଣତାର ଲକ୍ଷ୍ୟକୁ ପ୍ରାପ୍ତ କରୁଥିବା ସ୍ୱପରିବର୍ତ୍ତକ ହୁଅ ।
ସର୍ବଦା ଏହି କଥା
ସ୍ମୃତିରେ ରହୁ ଯେ ମୁଁ ଏକ ବିଶେଷ ଆତ୍ମା ଅଟେ ବିଶେଷ କାର୍ଯ୍ୟ ପାଇଁ ନିମିତ୍ତ ଅଟେ ଏବଂ ବିଶେଷତା
ଦେଖାଇବାବାଲା ଅଟେ । ତେଣୁ ଏହି ‘ବିଶେଷ’ ଶବ୍ଦକୁ ବିଶେଷ ଭାବରେ ମନେ ରଖ - କଥା କହିବା ମଧ୍ୟ
ବିଶେଷ, ଦେଖିବା ମଧ୍ୟ ବିଶେଷ, କର୍ମ କରିବା ମଧ୍ୟ ବିଶେଷ, ଭାବିବା ମଧ୍ୟ ବିଶେଷ । ଏହିଭଳି
ପ୍ରତ୍ୟେକ କଥାରେ ଏହି ବିଶେଷ ଶବ୍ଦକୁ ସ୍ମୃତିରେ ଆଣିବା ଦ୍ୱାରା ସହଜରେ ସ୍ୱପରିବର୍ତ୍ତକ ତଥା
ବିଶ୍ୱ ପରିବର୍ତ୍ତକ ହୋଇପାରିବ ଏବଂ ସମ୍ପୂର୍ଣ୍ଣତାର ସ୍ଥିତିକୁ ପ୍ରାପ୍ତ କରିବାର ଯେଉଁ ଲକ୍ଷ୍ୟ
ରଖିଛ ତା’କୁ ମଧ୍ୟ ସହଜରେ ପ୍ରାପ୍ତ କରିପାରିବ ।
ସ୍ଲୋଗାନ:-
ବିଘ୍ନ ଗୁଡିକୁ
ଦେଖି ଭୟଭୀତ ହେବା ପରିବର୍ତ୍ତେ ପରୀକ୍ଷା ମନେ କରି ସେଗୁଡିକୁ ଅତିକ୍ରମ କରିଯାଅ ।
ନିଜର ଶକ୍ତିଶାଳୀ
ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର
(୨୨) ଏବେ ନିଜର ମାନସୀକ
ସେବାର ମାନକୁ ବୃଦ୍ଧି କର ଯାହାଦ୍ୱାରା ମୂଲ୍ୟବାନ ଆତ୍ମାମାନେ ପାଖକୁ ଆସିବେ, ଏଥିରେ ଡବଲ ସେବା
ଲୁଚି ରହିଛି - ନିଜର ମଧ୍ୟ ସେବା ଏବଂ ଅନ୍ୟମାନଙ୍କର ମଧ୍ୟ ସେବା ହୋଇଯିବ, ନିଜ ପାଇଁ ଅଲଗା
ମେହନତ କରିବା ପାଇଁ ପଡିବ ନାହିଁ ଏବଂ ଏଭଳି ଅନୁଭବ ହେବ ଯେପରି କୌଣସି ପ୍ରାରବ୍ଧ ପ୍ରାପ୍ତ ହେଉଛି
। ତେବେ ବର୍ତ୍ତମାନ ସମୟର ଶ୍ରେଷ୍ଠ ପ୍ରାରବ୍ଧ ହେଲା - ସର୍ବଦା ନିଜେ ସର୍ବ ପ୍ରାପ୍ତିରେ
ସମ୍ପନ୍ନ ରହିବା ଏବଂ ସମସ୍ତଙ୍କୁ ସର୍ବ ପ୍ରାପ୍ତିରେ ସମ୍ପନ୍ନ କରିବା ।