22.02.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମକୁ
ବାବା ଯାହା ଶୁଣାଉଛନ୍ତି, ତାହା ହିଁ ଶୁଣ, କୌଣସି ଆସୁରୀ କଥା ଶୁଣ ନାହିଁ, କୁହ ନାହିଁ, ହିଅର
ନୋ ଇଭିଲ୍, ସି ନୋ ଇଭିଲ୍...” ।
ପ୍ରଶ୍ନ:-
ତୁମମାନଙ୍କୁ
ବାବାଙ୍କ ଦ୍ୱାରା କେଉଁ ନିଶ୍ଚୟ ହୋଇଯାଇଛି?
ଉତ୍ତର:-
ବାବା ତୁମକୁ ନିଶ୍ଚୟ କରାଉଛନ୍ତି କି ମୁଁ ତୁମର ବାବା, ଟିଚର, ସତ୍ଗୁରୁ ବି ଅଟେ, ତୁମେ ଏଇ
ସ୍ମୃତିରେ ରହିବା ପାଇଁ ପୁରୁଷାର୍ଥ କର । କିନ୍ତୁ ମାୟା ତୁମକୁ ଏହା ହିଁ ଭୁଲାଇ ଦେଉଛି ।
ଅଜ୍ଞାନ କାଳରେ ତ ମାୟାର କଥା ନାହିଁ ।
ପ୍ରଶ୍ନ:-
କେଉଁ ଚାର୍ଟ
ରଖିବାରେ ବିଶାଳ ବୁଦ୍ଧି ଦରକାର?
ଉତ୍ତର:-
ନିଜକୁ ଆତ୍ମା
ଭାବି ବାବାଙ୍କୁ କେତେ ସମୟ ମନେ ପକାଇଲ - ଏହି ଚାର୍ଟ ରଖିବାରେ ବଡ ବିଶାଳ ବୁଦ୍ଧି ଦରକାର ।
ଦେହୀ-ଅଭିମାନୀ ହୋଇ ବାବାଙ୍କୁ ମନେ ପକାଅ ତେବେ ବିକର୍ମ ବିନାଶ ହୋଇଯିବ ।
ଓମ୍ ଶାନ୍ତି ।
ବିଦ୍ୟାର୍ଥୀମାନେ
ଜାଣିଛନ୍ତି ଯେ ଶିକ୍ଷକ ଆସିଛନ୍ତି । ଏ କଥା ମଧ୍ୟ ଜାଣିଛନ୍ତି କି ସେ ବାବା ବି ଅଟନ୍ତି, ଶିକ୍ଷକ
ବି ଅଟନ୍ତି, ଏବଂ ସୁପ୍ରିମ୍ ସତଗୁରୁ ମଧ୍ୟ ଅଟନ୍ତି । ଏ କଥା ସନ୍ତାନମାନଙ୍କ ସ୍ମୃତିରେ ଅଛି
କିନ୍ତୁ ପୁରୁଷାର୍ଥର କ୍ରମ ଅନୁସାରେ । ନିୟମ କହୁଛି - ଯେବେ ଥରେ ଜାଣିଗଲ ଯେ ବାବା ଆମର ଶିକ୍ଷକ
ଅଥବା ପିତା, ଗୁରୁ ଅଟନ୍ତି ତେବେ ପୁଣି ଭୁଲି ପାରିବ ନାହିଁ । କିନ୍ତୁ ଏଠାରେ ମାୟା ଭୁଲାଇ ଦେଉଛି
। ଅଜ୍ଞାନ କାଳରେ ମାୟା କେବେ ବି ଭୁଲାଏ ନାହିଁ । ସନ୍ତାନମାନେ କେବେ ବି ଭୁଲି ପାରିବେ ନାହିଁ
ଯେ ଇଏ ଆମର ବାବା, ଏହା ତାଙ୍କର କର୍ତ୍ତବ୍ୟ । ସନ୍ତାନମାନଙ୍କ ଭିତରେ ଖୁସୀ ରହିଥାଏ, ଆମେ
ବାବାଙ୍କ ସମ୍ପତ୍ତିର ମାଲିକ ଅଟୁ । ଲୌକିକ ଦୁନିଆରେ ଯଦିଓ ନିଜେ ପାଠପଢି ଥାଆନ୍ତି ତଥାପି
ପିତାଙ୍କର ସମ୍ପତ୍ତି ମଧ୍ୟ ମିଳିଥାଏ ନା । ଏଠାରେ ତୁମେ ସନ୍ତାନମାନେ ବି ପଢୁଛ ଏବଂ ତୁମକୁ
ବାବାଙ୍କର ସମ୍ପତ୍ତି ମିଳୁଛି ମଧ୍ୟ । ତୁମେ ଏବେ ରାଜଯୋଗ ଶିଖୁଛ । ବାବାଙ୍କ ଦ୍ୱାରା
ତୁମମାନଙ୍କର ନିଶ୍ଚୟ ହୋଇ ଚାଲିଛି - ଆମେ ବାବାଙ୍କର ଅଟୁ, କେବଳ ବାବା ହିଁ ସଦ୍ଗତିର ରାସ୍ତା
ବତାଇଥା’ନ୍ତି ସେଇଥିପାଇଁ ସେ ସତ୍ଗୁରୁ ମଧ୍ୟ ଅଟନ୍ତି । ଏହି କଥା ଭୁଲିଯିବା ଉଚିତ୍ ନୁହେଁ ।
ଯାହା ବାବା ଶୁଣାଉଛନ୍ତି ତାହାକୁ ହିଁ ଶୁଣିବା ଦରକାର । ଏଇ ଯେଉଁ ମାଙ୍କଡର ଖେଳନା ଦେଖାଉଛନ୍ତି
- ଖରାପ କଥା ଶୁଣ ନାହିଁ, ଖରାପ କଥା ଦେଖ ନାହିଁ... ବାସ୍ତବରେ ଏହା ହେଉଛି ମନୁଷ୍ୟମାନଙ୍କର କଥା
। ବାବା କହୁଛନ୍ତି ଆସୁରୀ କଥା କୁହ ନାହିଁ, ଶୁଣ ନାହିଁ, ଦେଖ ନାହିଁ । ହିଅର ନୋ ଇବିଲ୍... ଏହା
ଉପରେ ପ୍ରଥମେ ମାଙ୍କଡର ମୂର୍ତ୍ତି ତିଆରି କରୁଥିଲେ । ଏବେ ତ ମନୁଷ୍ୟମାନଙ୍କର ମଧ୍ୟ ମୂର୍ତ୍ତି
ତିଆରି କରୁଛନ୍ତି । ତୁମ ପାଖରେ ନଳିନୀ ଝିଅର ତିଆରି ଚିତ୍ର ରହିଛି । ତେଣୁ ତୁମେ ବାବାଙ୍କର
ଗ୍ଲାନିର କଥା ଶୁଣ ନାହିଁ । ବାବା କହୁଛନ୍ତି ମନୁଷ୍ୟମାନେ ମୋର କେତେ ଗ୍ଲାନି କରୁଛନ୍ତି । ତୁମକୁ
ଜଣା ଅଛି - ଯଦି କୃଷ୍ଣଙ୍କର ଭକ୍ତମାନେ ଶ୍ରୀକୃଷ୍ଣଙ୍କ ଆଗରେ ଧୂପ ଜଳାଇଥା’ନ୍ତି ତେବେ ରାମଙ୍କର
ଭକ୍ତମାନେ ନାକ ବନ୍ଦ କରିଦେଇଥା’ନ୍ତି । ଜଣଙ୍କୁ – ଅନ୍ୟ ଜଣଙ୍କର ବାସ୍ନା ମଧ୍ୟ ଭଲ ଲାଗୁ ନାହିଁ
। ପରସ୍ପର ମଧ୍ୟରେ ଯେମିତି ଶତ୍ରୁ ହୋଇଯାଉଛନ୍ତି । ବର୍ତ୍ତମାନ ତୁମେ ହେଉଛ ରାମବଂଶୀ । କିନ୍ତୁ
ଏହି ଦୁନିଆ ହେଉଛି ରାବଣ ବଂଶୀ । ଏଠାରେ ଧୂପର କଥା ନାହିଁ । ତୁମେ ଜାଣିଛ ବାବାଙ୍କୁ ସର୍ବବ୍ୟାପୀ
କହିବା ଦ୍ୱାରା କ’ଣ ଗତି ହୋଇଯାଇଛି! ଭଗବାନ ମାଟି, ଗୋଡିରେ ମଧ୍ୟ ରହିଛନ୍ତି ଏଭଳି କହିବା ଦ୍ୱାରା
ମନୁଷ୍ୟମାନଙ୍କର ବୁଦ୍ଧି ପଥର ହୋଇଯାଇଛି । ବେହଦର ବାବା ଯିଏକି ତୁମକୁ ବେହଦର ବର୍ସା ଦେଉଛନ୍ତି,
ତାଙ୍କର କେତେ ଗ୍ଲାନୀ କରୁଛନ୍ତି । ତେବେ ବର୍ତ୍ତମାନ ଏହି ଜ୍ଞାନ ତ କାହା ଭିତରେ ନାହିଁ ।
ବର୍ତ୍ତମାନ ମନୁଷ୍ୟ ଭିତରେ ଯେଉଁ ଜ୍ଞାନ ଅଛି ତାହା ଜ୍ଞାନ ରତ୍ନ ନୁହେଁ, କିନ୍ତୁ ପଥର ଅଟେ । ଏବେ
ତୁମମାନଙ୍କୁ ବାବାଙ୍କୁ ମନେ ପକାଇବାକୁ ହେବ । ବାବା କହୁଛନ୍ତି ମୁଁ ଯାହା ଯେମିତି ଅଟେ, ଯଥାର୍ଥ
ରୀତି ମୋତେ କେହି ଜାଣି ନାହାଁନ୍ତି । ସନ୍ତାନମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ରହିଛନ୍ତି ।
ତେବେ ବାବାଙ୍କୁ ଯଥାର୍ଥ ରୀତି ମନେପକାଇବାକୁ ହେବ । ସେ ମଧ୍ୟ ଅତି ସୂକ୍ଷ୍ମ ବିନ୍ଦୁ ଅଟନ୍ତି,
ତାଙ୍କ ଭିତରେ ଏହି ସବୁ ପାର୍ଟ ଭରି ହୋଇ ରହିଛି । ତେବେ ବାବାଙ୍କୁ ଯଥାର୍ଥ ରୂପେ ଜାଣି ତାଙ୍କୁ
ସେହି ରୂପରେ ମନେ ପକାଇବାକୁ ପଡିବ, ନିଜକୁ ଆତ୍ମ ନିଶ୍ଚୟ କରିବାକୁ ପଡିବ । ଯଦିଓ ଆମେ ସମସ୍ତେ
ତାଙ୍କର ସନ୍ତାନ ଅଟୁ କିନ୍ତୁ ଏମିତି ନୁହେଁ ଯେ ବାବାଙ୍କର ଆତ୍ମା ବଡ, ଆମର ଆତ୍ମା ଛୋଟ । ନା,
ଯଦିଓ ବାବା ନଲେଜଫୁଲ୍ କିନ୍ତୁ ଆତ୍ମା କିଛି ଛୋଟ ବଡ ହୋଇପାରିବ ନାହିଁ । ତୁମର ଆତ୍ମାରେ ମଧ୍ୟ
ଜ୍ଞାନ ରହୁଛି କିନ୍ତୁ ତାହା ନମ୍ବରବାର । ସ୍କୁଲମାନଙ୍କରେ ମଧ୍ୟ ବିଦ୍ୟାର୍ଥୀମାନେ କ୍ରମାନୁସାରେ
ପାସ୍ ହୋଇଥା’ନ୍ତି ନା । ଶୂନ କାହାର ନମ୍ବର ହୋଇ ନ ଥାଏ । କିଛି ନା କିଛି ନମ୍ବର ନିଶ୍ଚିତ
ପାଇଥା’ନ୍ତି । ବାବା କହୁଛନ୍ତି ମୁଁ ତୁମକୁ ଯେଉଁ ଜ୍ଞାନ ଶୁଣାଉଛି, ଏହା ପ୍ରାୟଃ ଲୋପ ହୋଇଯାଉଛି
। କିନ୍ତୁ ଚିତ୍ର ଅଛି, ଶାସ୍ତ୍ର ମଧ୍ୟ ରଚନା କରିଛନ୍ତି । ବାବା ତୁମ ଆତ୍ମାମାନଙ୍କୁ କହୁଛନ୍ତି
ହିଅର ନୋ ଇବିଲ୍... ଏହି ଆସୁରୀ ଦୁନିଆକୁ କାହିଁକି ଦେଖିବା । ଏହି ଛି-ଛି ଦୁନିଆରୁ ଆଖି ବନ୍ଦ
କରିନେବାକୁ ହେବ । ବର୍ତ୍ତମାନ ଆତ୍ମାର ସ୍ମୃତି ଆସିଛି, ଏହା ହେଉଛି ପୁରୁଣା ଦୁନିଆ । ଏଥିସହିତ
କାହିଁକି କନେକ୍ସନ୍ ରଖିବା, ଆତ୍ମାର ସ୍ମୃତି ଆସିଛି ଯେ ଏହି ଦୁନିଆକୁ ଦେଖି ମଧ୍ୟ ଦେଖିବାର
ନାହିଁ । ନିଜର ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଇବାକୁ ହେବ । ଆତ୍ମାକୁ ଜ୍ଞାନର ତୃତୀୟ
ନେତ୍ର ମିଳିଛି ତେଣୁ ଏ ସବୁ କଥାକୁ ସ୍ମରଣ କରିବାକୁ ପଡିବ । ଭକ୍ତିମାର୍ଗରେ ମଧ୍ୟ ସକାଳୁ ସକାଳୁ
ଉଠି ମାଳା ଗଡାଇଥା’ନ୍ତି । ସକାଳର ମୂହୁର୍ତ୍ତକୁ ବହୁତ ଭଲ ମୂହୁର୍ତ୍ତ ବୋଲି ଭାବିଥା’ନ୍ତି । ଏହି
ମୂହୁର୍ତ୍ତ ବ୍ରାହ୍ମଣଙ୍କର ମୂହୁର୍ତ୍ତ ଅଟେ । ବ୍ରହ୍ମାଭୋଜନର ମଧ୍ୟ ମହିମା ରହିଛି ।
ବ୍ରହ୍ମଭୋଜନ ନୁହେଁ, ବ୍ରହ୍ମା ଭୋଜନ । ତୁମକୁ ମଧ୍ୟ ବ୍ରହ୍ମାକୁମାରୀ ବଦଳରେ ବ୍ରହ୍ମକୁମାରୀ
କହିଦେଉଛନ୍ତି, କିଛି ବି ବୁଝୁ ନାହାଁନ୍ତି । ବ୍ରହ୍ମାଙ୍କର ସନ୍ତାନ ତ ବ୍ରହ୍ମାକୁମାର-କୁମାରୀ
ହେବେ ନା । ବ୍ରହ୍ମ ତ ତତ୍ତ୍ୱ ଅଟେ, ତାହାହେଲା ରହିବାର ଠିକଣା, ତା’ର କି ମହିମା ହେବ । ବାବା
ସନ୍ତାନମାନଙ୍କୁ ଉଲୁଗୁଣା ଦେଉଛନ୍ତି - ପିଲାମାନେ, ତୁମେମାନେ ଗୋଟିଏ ପଟେ ପୂଜା କରୁଛ, ଅନ୍ୟ ପଟେ
ପୁଣି ସମସ୍ତଙ୍କର ଗ୍ଲାନି କରୁଛ । ଏହିପରି ଗ୍ଲାନି କରି-କରି ତମଃପ୍ରଧାନ ହୋଇଯାଇଛ । ତେବେ
ତୁମମାନଙ୍କୁ ତମଃପ୍ରଧାନ ମଧ୍ୟ ନିଶ୍ଚୟ ହେବାକୁ ପଡିବ, କାରଣ ଚକ୍ର ରିପିଟ୍ ହେବ । ଯେବେ କେହି
ବଡ ଲୋକ ଆସୁଛନ୍ତି ତେବେ ତାଙ୍କୁ ଚକ୍ର ଉପରେ ବୁଝାଇବାକୁ ପଡିବ । ଏହି ଚକ୍ର ୫ ହଜାର ବର୍ଷର, ଏହା
ଉପରେ ବହୁତ ଧ୍ୟାନ ଦେବାକୁ ପଡିବ । ରାତି ପରେ ଦିନ ନିଶ୍ଚୟ ହେବ ହିଁ ହେବ । ଏପରି କେବେ ବି
ହୋଇପାରିବ ନାହିଁ ଯେ ରାତି ପରେ ଦିନ ହେବ ନାହିଁ । କଳିଯୁଗ ପରେ ସତ୍ୟଯୁଗ ନିଶ୍ଚୟ ଆସିବ । ଏହି
ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ହୋଇଥାଏ ।
ବାବା ବୁଝାଉଛନ୍ତି -
ମିଠା-ମିଠା ସନ୍ତାନମାନେ, ନିଜକୁ ଆତ୍ମା ନିଶ୍ଚୟ କର, ଆତ୍ମା ହିଁ ସବୁ କିଛି କରିଥାଏ, ଆତ୍ମା
ହିଁ ପାର୍ଟ କରିଥାଏ । କିନ୍ତୁ ଏହା କାହାକୁ ମଧ୍ୟ ଜଣା ନାହିଁ ଯେ ଯଦି ଆମେ ପାର୍ଟଧାରୀ ଅଟୁ ତେଣୁ
ନାଟକର ଆଦି-ମଧ୍ୟ-ଅନ୍ତକୁ ନିଶ୍ଚୟ ଜାଣିବା ଦରକାର । ଯଦି ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି
ହେଉଛି ତେବେ ଏହାକୁ ଡ୍ରାମା ହିଁ କୁହାଯିବ ନା । ଯାହା ଅତୀତ ହୋଇଯାଇଛି ତାହା ସେକେଣ୍ଡ ବାଇ
ସେକେଣ୍ଡ ରିପିଟ୍ ହେବ । ଏହି କଥାକୁ ଅନ୍ୟ କେହି ବି ବୁଝିପାରିବେ ନାହିଁ । ଯେଉଁମାନଙ୍କର ଖୁବ
କମ୍ ବୁଦ୍ଧି ସେମାନେ ସବୁବେଳେ ଫେଲ୍ ହୋଇଥା’ନ୍ତି, ତେବେ ଏଥିପାଇଁ ଶିକ୍ଷକ ମଧ୍ୟ କ’ଣ କରିପାରିବେ!
ଶିକ୍ଷକଙ୍କୁ କହିବେ କି, ଆପଣ କୃପା ବା ଆର୍ଶୀବାଦ କରନ୍ତୁ । ଏହା ମଧ୍ୟ ପାଠପଢା ଅଟେ । ଏହି ଗୀତା
ପାଠଶାଳାରେ ସ୍ୱୟଂ ଭଗବାନ ରାଜଯୋଗ ଶିଖାଉଛନ୍ତି । କଳିଯୁଗ ପରିବର୍ତ୍ତନ ହୋଇ, ସତ୍ୟଯୁଗ ନିଶ୍ଚୟ
ହେବ । ଡ୍ରାମା ଅନୁସାରେ ବାବାଙ୍କୁ ମଧ୍ୟ ଆସିବାକୁ ପଡିବ । ବାବା କହୁଛନ୍ତି ମୁଁ କଳ୍ପର
ସଂଗମଯୁଗରେ ଆସୁଛି, ଏଭଳି ଅନ୍ୟ କେହି ବି କହିପାରିବେ ନାହିଁ ଯେ ମୁଁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର
ଜ୍ଞାନ ଶୁଣାଇବାକୁ ଆସିଛି । ନିଜକୁ ଶିବୋହମ୍ କହୁଛନ୍ତି, ତା’ଦ୍ୱାରା କ’ଣ ହେଲା । ଶିବବାବା ତ
ଆସୁଛନ୍ତି ହିଁ ପାଠ ପଢାଇବା ପାଇଁ, ସହଜ ରାଜଯୋଗ ଶିଖାଇବା ପାଇଁ । କୌଣସି ସାଧୁ-ସନ୍ଥ ଆଦିଙ୍କୁ
ଶିବ ଭଗବାନ କୁହାଯାଇ ପାରିବ ନାହିଁ । ଏମିତି ତ ବହୁତ ଅଛନ୍ତି ଯେଉଁମାନେ କହୁଛନ୍ତି - ମୁଁ
କୃଷ୍ଣ ଅଟେ, ଆମେ ଲକ୍ଷ୍ମୀ-ନାରାୟଣ ଅଟୁ । ଏବେ ଦେଖ କେଉଁଠି ଶ୍ରୀକୃଷ୍ଣ ସତ୍ୟଯୁଗର ରାଜକୁମାର,
କେଉଁଠି ଏହି କଳିଯୁଗୀ ପତିତ ମନୁଷ୍ୟ । ଏମିତି କହିବେ ନାହିଁ କି ଏହାଙ୍କ ଠାରେ (ଶ୍ରୀକୃଷ୍ଣ)
ଭଗବାନ ଅଛନ୍ତି । ତୁମେମାନେ ମନ୍ଦିରରେ ଯାଇ ପଚାରିପାରିବ - ଏମାନେ ତ ସତ୍ୟଯୁଗରେ ରାଜତ୍ୱ
କରୁଥିଲେ ଏବେ ସେମାନେ କୁଆଡେ ଗଲେ? ସତ୍ୟଯୁଗ ପରେ ନିଶ୍ଚୟ ତ୍ରେତା, ଦ୍ୱାପର, କଳିଯୁଗ ହେଉଛି ।
ସତ୍ୟଯୁଗରେ ସୂର୍ଯ୍ୟବଂଶୀ ରାଜ୍ୟ ଥିଲା, ତ୍ରେତାରେ ଚନ୍ଦ୍ରବଂଶୀ... ଏହି ସବୁ ଜ୍ଞାନ
ତୁମମାନଙ୍କର ବୁଦ୍ଧିରେ ହିଁ ରହିଛି । ଏତେ ବ୍ରହ୍ମାକୁମାର-କୁମାରୀ ଅଛନ୍ତି, ତେଣୁ ନିଶ୍ଚିତ
ଭାବରେ ପ୍ରଜାପିତା ମଧ୍ୟ ଥିବେ । ପୁଣି ଏକଥା ମଧ୍ୟ କୁହାଯାଏ ଯେ ବ୍ରହ୍ମାଙ୍କ ଦ୍ୱାରା ମନୁଷ୍ୟ
ସୃଷ୍ଟି ରଚନା କରିଥା’ନ୍ତି । କ୍ରିଏଟର୍ ବ୍ରହ୍ମାଙ୍କୁ କୁହାଯାଏ ନାହିଁ । ସିଏ ପୁଣି ହେଉଛନ୍ତି
ଗଡ୍ ଫାଦର । କେମିତି ସୃଷ୍ଟି ରଚନା କରନ୍ତି ତାହା ବାବା ସମ୍ମୁଖରେ ବସି ବୁଝାଉଛନ୍ତି, ଏହି
ଶାସ୍ତ୍ର ସବୁ ତ ପରେ ରଚନା କରୁଛନ୍ତି । ଯେପରି ଯୀଶୁଖ୍ରୀଷ୍ଟ ଯାହା ବୁଝାଇଲେ, ପରେ ତାହା
ବାଇବେଲ୍ ନାମରେ ନାମିତ ହେଲା ଯାହାର ଗାୟନ ଏବେ ମଧ୍ୟ ହେଉଛି । ଏକମାତ୍ର ଶିବବାବା ହିଁ
ସମସ୍ତଙ୍କର ସଦ୍ଗତିଦାତା, ମୁକ୍ତିଦାତା ପତିତ-ପାବନ ବୋଲି ଗାୟନ ରହିଛି, ସେଥିପାଇଁ ହିଁ ସମସ୍ତେ
ମନେ ପକାଉଛନ୍ତି ଏବଂ କହୁଛନ୍ତି ହେ ଗଡ୍ ଫାଦର ରହମ ବା ଦୟା କର । ଫାଦର କେବଳ ଜଣେ ହିଁ
ହୋଇଥା’ନ୍ତି । ଇଏ ହେଉଛନ୍ତି ସାରା ବିଶ୍ୱର ପିତା । ମନୁଷ୍ୟମାନଙ୍କୁ ଜଣା ନାହିଁ କି ସମସ୍ତ
ଦୁଃଖରୁ ମୁକ୍ତି କିଏ ଦେଇଥା’ନ୍ତି? ବର୍ତ୍ତମାନ ସୃଷ୍ଟି ବି ପୁରୁଣା, ମନୁଷ୍ୟ କି ପୁରୁଣା
ତମଃପ୍ରଧାନ ଅଟନ୍ତି । ଏହା ହେଉଛି ଆଇରନ୍ ଏଜଡ୍ ୱାର୍ଲଡ୍ । ଏହିଠାରେ ହିଁ ସ୍ୱର୍ଣ୍ଣିମ ଦୁନିଆ
ଥିଲା, ପୁଣି ଭବିଷ୍ୟତରେ ନିଶ୍ଚୟ ହେବ । ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ, ବିଶ୍ୱଯୁଦ୍ଧ ହେବ,
ଅନେକ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେଉଛି । ବର୍ତ୍ତମାନ ସମୟ ହିଁ ସେହି ସମୟ ଅଟେ ନା । ମନୁଷ୍ୟ
ସୃଷ୍ଟି କେତେ ବୃଦ୍ଧି ହୋଇ ଯାଇଛି ।
ତୁମେ ତ କହି ଚାଲିଛ -
ଭଗବାନ ଆସିଛନ୍ତି । ତୁମେ ସନ୍ତାନମାନେ ସମସ୍ତଙ୍କୁ ଚ୍ୟାଲେଞ୍ଜ ଦେଉଛ କି ବର୍ତ୍ତମାନ
ବ୍ରହ୍ମାଙ୍କ ଦ୍ୱାରା ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା ହେଉଛି । ଡ୍ରାମା ଅନୁସାରେ ସବୁ
ଶୁଣି ଚାଲିଛ । ଦୈବୀଗୁଣ ମଧ୍ୟ ଧାରଣ କରୁଛ । ତୁମେ ଜାଣିଛ ଆମ ଭିତରେ କିଛି ଗୁଣ ନ ଥିଲା ।
ନମ୍ବରୱାନ୍ ଅବଗୁଣ ହେଉଛି - କାମ ବିକାରର, ଯିଏକି ବହୁତ ହଇରାଣ କରୁଛି । ମାୟାର କୁସ୍ତି ଚାଲୁଛି
। ନ ଚାହିଁଲେ ମଧ୍ୟ ମାୟାର ତୋଫାନ ତଳକୁ ଖସେଇ ଦେଉଛି । ଏବେ ସମସ୍ତେ ଆଇରନ୍ ଏଜଡ୍ ଅଟନ୍ତି ନା ।
କଳାମୁହଁ କରି ଦେଉଛନ୍ତି । ଶ୍ୟାମଳ ମୁହଁ କୁହାଯିବ ନାହିଁ । ଶାସ୍ତ୍ରରେ ଅଛି ଶ୍ରୀକୃଷ୍ଣଙ୍କୁ
ସର୍ପ ଦଂଶନ କରିଲା ତେଣୁ ଶ୍ୟାମଳ ହୋଇଗଲେ । ଇଜ୍ଜତ ରଖିବା ପାଇଁ ଶ୍ୟାମଳ ବୋଲି କହି ଦେଇଛନ୍ତି ।
କଳା ମୁହଁ ଦେଖାଇଲେ ଇଜ୍ଜତ ଚାଲିଯିବ । ତେବେ ଦୂରଦେଶ ଅର୍ଥାତ୍ ନିରାକାରୀ ଦେଶରୁ ମୁଶାଫିର
ଶିବବାବା ଆସୁଛନ୍ତି । ଆଇରନ୍ ଏଜଡ୍ ଦୁନିଆ, କଳା (ପତିତ) ଶରୀରରେ ଆସି ଏହାଙ୍କୁ ମଧ୍ୟ ଗୋରା (ପବିତ୍ର)
କରୁଛନ୍ତି । ଏବେ ବାବା କହୁଛନ୍ତି ତୁମକୁ ପୁଣି ସତ୍ତ୍ୱପ୍ରଧାନ ହେବାକୁ ପଡିବ । ସେଥିପାଇଁ ମୋତେ
ମନେ ପକାଅ ତେବେ ବିକର୍ମ ବିନାଶ ହୋଇଯିବ ଏବଂ ତୁମେମାନେ ବିଷ୍ଣୁପୁରୀର ମାଲିକ ହୋଇଯିବ । ଏହି
ଜ୍ଞାନର କଥାକୁ ବୁଝିବାକୁ ହେବ । ବାବା ରୂପ ବି ଅଟନ୍ତି ତ ବସନ୍ତ ମଧ୍ୟ ଅଟନ୍ତି । ଜ୍ୟୋର୍ତିମୟ
ବିନ୍ଦୁ ରୂପ ଅଟନ୍ତି । ତାଙ୍କଠାରେ ଜ୍ଞାନ ମଧ୍ୟ ରହିଛି । ସିଏ ନାମ-ରୂପରୁ ତ ଅଲଗା ନୁହଁନ୍ତି ।
ତାଙ୍କର ରୂପ କ’ଣ, ଏହି ଦୁନିଆରେ କେହି ବି ଜାଣି ନାହାଁନ୍ତି । ବାବା ତୁମକୁ ବୁଝାଉଛନ୍ତି, ମୋତେ
ମଧ୍ୟ ଆତ୍ମା କହୁଛନ୍ତି କିନ୍ତୁ ସାଧାରଣ ଆତ୍ମା ନୁହେଁ ପରମାତ୍ମା ବୋଲି କହୁଛନ୍ତି । ପରମ ଯୁକ୍ତ
ଆତ୍ମା ଅର୍ଥାତ୍ ପରମାତ୍ମା କୁହାଯାଉଛି । ସେ ବାବା ବି ଅଟନ୍ତି ତ ଶିକ୍ଷକ ମଧ୍ୟ ଅଟନ୍ତି ।
ତାଙ୍କୁ ନଲେଜଫୁଲ୍ ମଧ୍ୟ କୁହାଯାଇଥାଏ । କିନ୍ତୁ ମନୁଷ୍ୟମାନେ ଭାବୁଛନ୍ତି ନଲେଜ୍ଫୁଲ୍ ଅର୍ଥାତ୍
ସମସ୍ତଙ୍କର ହୃଦୟକୁ ଜାଣିଲାବାଲା । ଯଦି ପରମାତ୍ମା ସର୍ବବ୍ୟାପୀ ଅଟନ୍ତି ତେବେ ସମସ୍ତେ ନଲେଜଫୁଲ
ହୋଇଗଲେ । ତେବେ ସେହି ଜଣଙ୍କୁ ହିଁ କାହିଁକି କହୁଛନ୍ତି? ମନୁଷ୍ୟମାନଙ୍କର ବୁଦ୍ଧି କେତେ ତୁଚ୍ଛ
ହୋଇଯାଇଛି । ଜ୍ଞାନଯୁକ୍ତ କଥାକୁ ବିଲ୍କୁଲ୍ ବୁଝି ପାରୁ ନାହାଁନ୍ତି । ବାବା ଜ୍ଞାନ ଏବଂ
ଭକ୍ତିର ପାର୍ଥକ୍ୟକୁ ବୁଝାଉଛନ୍ତି - ପ୍ରଥମେ ଜ୍ଞାନ ଦିନ ସତ୍ୟଯୁଗ-ତ୍ରେତାଯୁଗ, ପୁଣି
ଦ୍ୱାପର-କଳିଯୁଗ ରାତି । ଜ୍ଞାନ ଦ୍ୱାରା ସଦ୍ଗତି ହୋଇଥାଏ । ରାଜଯୋଗର ଜ୍ଞାନକୁ ହଠଯୋଗୀମାନେ
ବୁଝିପାରିବେ ନାହିଁ । ଗୃହସ୍ଥୀମାନେ ମଧ୍ୟ ବୁଝାଇ ପାରିବେ ନାହିଁ, କାହିଁକି ନା ଅପବିତ୍ର ଅଟନ୍ତି
। ତେବେ ରାଜଯୋଗ କିଏ ଶିଖାଇବେ? ଯିଏକି ତୁମମାନଙ୍କୁ କହୁଛନ୍ତି ମାମେକମ୍ ୟାଦ କର ଅର୍ଥାତ୍ ମୋତେ
ମନେ ପକାଅ ତେବେ ବିକର୍ମ ବିନାଶ ହୋଇଯିବ । ନିବୃତ୍ତି ମାର୍ଗର ଧର୍ମ ହିଁ ଅଲଗା ଅଟେ, ସେମାନେ
ପ୍ରବୃତ୍ତି ମାର୍ଗର ଜ୍ଞାନ କିପରି ଶୁଣାଇ ପାରିବେ । ଏଠାରେ ସମସ୍ତେ କହୁଛନ୍ତି - ଗଡ୍ ଫାଦର ଇଜ୍
ଟ୍ରୁଥ୍ । ଏକମାତ୍ର ବାବା ହିଁ ସତ୍ୟ ଶୁଣାଇଥା’ନ୍ତି । ଏବେ ଆତ୍ମାକୁ ବାବାଙ୍କର ସ୍ମୃତି ଆସିଛି
ସେଥିପାଇଁ ଆମେ ବାବାଙ୍କୁ ମନେ ପକାଉଛୁ ଏବଂ କହୁଛୁ ଯେ ଏଠାକୁ ଆସି ନରରୁ ନାରାୟଣ ହେବାର
ସତ୍ୟ-ସତ୍ୟ କଥା ଶୁଣାଅ, ତେଣୁ ମୁଁ ତୁମକୁ ଏବେ ସତ୍ୟନାରାୟଣଙ୍କର କଥା ଶୁଣାଉଛି ନା । ଆଗେ ତୁମେ
ମିଥ୍ୟା କଥା ଶୁଣୁଥିଲ । ଏବେ ତୁମେ ସତ୍ୟ କଥା ଶୁଣୁଛ । ମିଥ୍ୟା କଥା ଶୁଣି ଶୁଣି କେହି ନାରାୟଣ
ତ ହୋଇପାରିବେ ନାହିଁ ତେବେ ତାକୁ ପୁଣି ସତ୍ୟ ନାରାୟଣଙ୍କର କଥା ବୋଲି କିପରି କୁହାଯାଇ ପାରିବ?
ମନୁଷ୍ୟ କାହାକୁ ନରରୁ ନାରାୟଣ କରିପାରିବେ ନାହିଁ । ବାବା ହିଁ ସ୍ୱର୍ଗର ମାଲିକ କରୁଛନ୍ତି ଏବଂ
ବାବା ଆସୁଛନ୍ତି ମଧ୍ୟ କେବଳ ଭାରତକୁ । କିନ୍ତୁ କେବେ ଆସୁଛନ୍ତି, ଏ କଥା କେହି ଜାଣି ନାହାଁନ୍ତି
। ଶିବ ଏବଂ ଶଙ୍କରଙ୍କୁ ଏକାଠି ମିଶାଇ ଏକ କାହାଣୀ କରିଦେଇଛନ୍ତି । ଶିବପୁରାଣ ମଧ୍ୟ ଅଛି ।
କହୁଛନ୍ତି ଗୀତା କୃଷ୍ଣଙ୍କର ତେବେ ତ ଶିବ ପୁରାଣ ବଡ ହୋଇଗଲା । ବାସ୍ତବ ଜ୍ଞାନ ଗୀତାରେ ଅଛି ।
ଭଗବାନୁବାଚ - ମନମନାଭବ । ଏହି ମନମନାଭବର ଶବ୍ଦ ଗୀତା ଶାସ୍ତ୍ର ବ୍ୟତୀତ ଅନ୍ୟ କୌଣସି ଶାସ୍ତ୍ରରେ
ନାହିଁ । ଗାୟନ ମଧ୍ୟ କରାଯାଏ ସର୍ବଶାସ୍ତ୍ରମୟୀ ଶିରୋମଣୀ ଗୀତା । ଶ୍ରେଷ୍ଠ ମତ ହେଉଛି ହିଁ
ଭଗବାନଙ୍କର । ତେବେ ପ୍ରଥମେ-ପ୍ରଥମେ ଏହା କହିବା ଦରକାର ଯେ ଆମେ କହୁଛୁ ଅଳ୍ପ କେତେ ବର୍ଷ ଭିତରେ
ନୂଆ ଶ୍ରେଷ୍ଠାଚାରୀ ଦୁନିଆର ସ୍ଥାପନା ହୋଇଯିବ । ବର୍ତ୍ତମାନ ହେଉଛି ଭ୍ରଷ୍ଟାଚାରୀ ଦୁନିଆ ।
ଶ୍ରେଷ୍ଠାଚାରୀ ଦୁନିଆରେ କେତେ ଅଳ୍ପ ମନୁଷ୍ୟ ରହିବେ । ଏବେ କେତେ ଅଧିକ ମନୁଷ୍ୟ ଅଛନ୍ତି ।
ସେଥିପାଇଁ ବିନାଶ ସମ୍ମୁଖରେ ଦଣ୍ଡାୟମାନ । ବାବା ରାଜଯୋଗ ଶିଖାଉଛନ୍ତି । ବର୍ସା ବାବାଙ୍କଠାରୁ
ମିଳିଥାଏ । ତାହା ମଧ୍ୟ ବାବାଙ୍କୁ ହିଁ ମାଗିଥା’ନ୍ତି । ଯଦି କାହାର ଧନ ଅଧିକ ଥିବ, ସନ୍ତାନ ଥିବ,
ତେବେ କହିବେ ଆମକୁ ଭଗବାନ ଦେଇଛନ୍ତି । ତେଣୁ ଭଗବାନ ଏକ ହେଲେ ନା, ତେବେ ପୁଣି ସବୁଥିରେ ଭଗବାନ
କେମିତି ରହିପାରିବେ? ଏବେ ଆତ୍ମାମାନଙ୍କୁ ବାବା କହୁଛନ୍ତି ମୋତେ ମନେ ପକାଅ । ଆତ୍ମା କହୁଛି ଆମକୁ
ପରମାତ୍ମା ଜ୍ଞାନ ଦେଇଛନ୍ତି ଯାହା ପୁଣି ଆମେ ଆତ୍ମା ଭାଇମାନଙ୍କୁ ଦେଉଛୁ । ନିଜକୁ ଆତ୍ମା ଭାବି
ବାବାଙ୍କୁ କେତେ ସମୟ ମନେ ପକାଇଲେ, ଏହି ଚାର୍ଟ ରଖିବାରେ ବଡ ବିଶାଳ ବୁଦ୍ଧି ଦରକାର ।
ଦେହୀ-ଅଭିମାନୀ ହୋଇ ବାବାଙ୍କୁ ମନେ ପକାଇବାକୁ ପଡିବ, ତେବେ ଯାଇ ବିକର୍ମ ବିନାଶ ହେବ । ଜ୍ଞାନ ତ
ବହୁତ ସହଜ, ବାକି ଆତ୍ମା ଭାବି ବାବାଙ୍କୁ ମନେ ପକାଇ ନିଜର ଉନ୍ନତି କରିବାକୁ ପଡିବ । କିନ୍ତୁ
ଏହିଭଳି ଚାର୍ଟ କେହି କ୍ୱଚିତ୍ ରଖିଥା’ନ୍ତି । ଦେହୀ-ଅଭିମାନୀ ହୋଇ ବାବାଙ୍କର ସ୍ମୃତିରେ ରହିଲେ
କେବେ ବି କାହାକୁ ଦୁଃଖ ଦେଇପାରିବ ନାହିଁ । ବାବା ଆସୁଛନ୍ତି ହିଁ ସମସ୍ତଙ୍କୁ ସୁଖ ଦେବା ପାଇଁ,
ତେଣୁ ସନ୍ତାନମାନଙ୍କୁ ମଧ୍ୟ ସମସ୍ତଙ୍କୁ ସୁଖ ଦେବାକୁ ପଡିବ । କେବେ ବି କାହାକୁ ଦୁଃଖ ଦେବା
ଉଚିତ୍ ନୁହେଁ । ବାବାଙ୍କର ସ୍ମୃତି ଦ୍ୱାରା ହିଁ ସବୁ ଭୂତ ଚାଲିଯିବ, ସେଥିପାଇଁ ବହୁତ ଗୁପ୍ତ
ପରିଶ୍ରମ କରିବାକୁ ହେବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ଆସୁରୀ
ଛି-ଛି ଦୁନିଆରୁ ନିଜର ଆଖି ବନ୍ଦ କରି ନେବା ଉଚିତ୍ । ଏହା ହେଉଛି ପୁରୁଣା ଦୁନିଆ, ସେଥିପାଇଁ ଏହି
ଦୁନିଆ ସହିତ କୌଣସି ସମ୍ପର୍କ ରଖିବାର ନାହିଁ, ଏହାକୁ ଦେଖୁଥିଲେ ମଧ୍ୟ ଦେଖିବାର ନାହିଁ ।
(୨) ଏହି ବେହଦ ଡ୍ରାମାରେ
ଆମେ ସମସ୍ତେ ପାର୍ଟଧାରୀ । ଏହାର ଦୃଶ୍ୟ ପ୍ରତି ମୂହୁର୍ତ୍ତରେ ପୁନରାବୃତ୍ତି ହୋଇ ଚାଲିଛି, ଯାହା
ଅତୀତ ହୋଇଯାଇଛି ତାହାର ପୁଣି ପୁନରାବୃତ୍ତି ହେବ । ଏହାକୁ ସ୍ମୃତିରେ ରଖି ପ୍ରତ୍ୟେକ କଥାରେ ପାସ୍
ହେବାକୁ ପଡିବ । ବିଶାଳ ବୁଦ୍ଧି ହେବାକୁ ପଡିବ ।
ବରଦାନ:-
ରିୟଲଟୀ ଅର୍ଥାତ୍
ବାସ୍ତବିକତା ଦ୍ୱାରା ରୟାଲଟୀ ଅର୍ଥାତ୍ ରାଜକୀୟତାର ପ୍ରତ୍ୟକ୍ଷ ରୂପ ଦେଖାଉଥିବା ସାକ୍ଷାତ୍କାର
ମୂରତ ହୁଅ ।
ଏବେ ଏଭଳି ସମୟ ଆସିବାକୁ
ଯାଉଛି ଯାହାକି ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା ପ୍ରତ୍ୟକ୍ଷ ରୂପରେ ନିଜର ରିୟଲଟୀ ଦ୍ୱାରା ରୟାଲଟୀର
ସାକ୍ଷାତ୍କାର କରାଇବେ, କାରଣ ପ୍ରତ୍ୟକ୍ଷତା ସମୟରେ ମାଳାର ଦାନାର ନମ୍ବର ଏବଂ ଭବିଷ୍ୟତ ରାଜ୍ୟର
ସ୍ୱରୂପ, ଉଭୟ ପ୍ରତ୍ୟକ୍ଷ ହେବ । ଏବେ ଯେଉଁଭଳି ପରସ୍ପର ସହିତ ରେସ୍ କରୁ କରୁ କିଛିଟା ରିସ୍
ଅର୍ଥାତ୍ ଈର୍ଷା ରୂପକ ଧୂଳିର ପରଦା ଚମକୁଥିବା ହୀରା ଗୁଡିକୁ ଲୁଚାଇ ଦେଇଥାଏ । ଅନ୍ତିମ ସମୟରେ
ଏହି ପରଦା ହଟିଯିବ ପୁଣି ଲୁଚି ଯାଇଥିବା ହୀରା ନିଜର ପ୍ରତ୍ୟକ୍ଷ ସମ୍ପନ୍ନ ସ୍ୱରୂପରେ ପରିଚିତ
ହେବେ । ରାଜପରିବାରର ସଦସ୍ୟମାନେ ଏବେଠାରୁ ହିଁ ନିଜର ରାଜକୀୟତାର ପ୍ରଦର୍ଶନ କରିବେ ଅର୍ଥାତ୍
ନିଜର ଭବିଷ୍ୟତ ପଦକୁ ସ୍ପଷ୍ଟ କରିବେ, ସେଥିପାଇଁ ନିଜର ବାସ୍ତବିକ ସ୍ୱରୂପ ଦ୍ୱାରା ରାଜକୀୟତାର
ସାକ୍ଷାତ୍କାର କରାଅ ।
ସ୍ଲୋଗାନ:-
କୌଣସି ବିଧି
ଦ୍ୱାରା ବ୍ୟର୍ଥକୁ ସମାପ୍ତ କରି ସମର୍ଥକୁ ପ୍ରତ୍ୟକ୍ଷ କର ।