22.05.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଦାନ ଦେବା କାର୍ଯ୍ୟ ପ୍ରଥମେ ନିଜ ଘରୁ ଆରମ୍ଭ ହୁଏ, ଯେଉଁମାନେ ଦେବୀ ଦେବତା ଧର୍ମର ଅଟନ୍ତି ଅର୍ଥାତ୍ ଶିବଙ୍କର ବା ଦେବୀ-ଦେବତାମାନଙ୍କର ପୂଜାରୀ ଅଟନ୍ତି, ସେହିମାନଙ୍କୁ ହିଁ ପ୍ରଥମେ ପ୍ରଥମେ ଜ୍ଞାନ ଦିଅ ।

ପ୍ରଶ୍ନ:-
ବାବାଙ୍କର କେଉଁ କର୍ତ୍ତବ୍ୟ କେହି ବି ମନୁଷ୍ୟ କରିପାରିବେ ନାହିଁ ଏବଂ କାହିଁକି?

ଉତ୍ତର:-
ସାରା ବିଶ୍ୱରେ ଶାନ୍ତି ସ୍ଥାପନ କରିବାର କର୍ତ୍ତବ୍ୟ ଏକମାତ୍ର ବାବାଙ୍କର ହିଁ ଅଟେ । କୌଣସି ମନୁଷ୍ୟ, ବିଶ୍ୱରେ ଶାନ୍ତି ସ୍ଥାପନ କରିପାରିବ ନାହିଁ କାରଣ ସମସ୍ତେ ବିକାରୀ ଅଟନ୍ତି । ଶାନ୍ତି ସ୍ଥାପନା ସେତେବେଳେ ହୋଇପାରିବ ଯେତେବେଳେ ସମସ୍ତେ ବାବାଙ୍କୁ ଜାଣିବେ ଏବଂ ପବିତ୍ର ହେବେ । ବାବାଙ୍କୁ ନ ଜାଣିବା କାରଣରୁ ସମସ୍ତେ ଅନାଥ ହୋଇଯାଇଛନ୍ତି ।

ଗୀତ:-
ମରନା ତେରୀ ଗଲି ମେଁ...

ଓମ୍ ଶାନ୍ତି ।
ଓମ୍ ଶାନ୍ତିର ଅର୍ଥ ମଧ୍ୟ ଘଡିକୁ ଘଡି ବତାଇବାକୁ ପଡିବ କାରଣ ଓମ୍ ଶାନ୍ତିର ଅର୍ଥ କେହି ଜାଣିନାହାନ୍ତି । ଯେପରି ଘଡିକୁ ଘଡି କହିବାକୁ ପଡୁଛି - ମନମନାଭବ ଅର୍ଥାତ୍ ବେହଦର ବାବାଙ୍କୁ ମନେ ପକାଅ । ଓମ୍‌ର ଅର୍ଥ ଭଗବାନ ବୋଲି କହିଦେଉଛନ୍ତି । ବାବା କହୁଛନ୍ତି - ଓମ୍ ଅର୍ଥାତ୍ ମୁଁ ଆତ୍ମା, ଏହା ମୋର ଶରୀର । ପରମପିତା ପରମାତ୍ମା ମଧ୍ୟ କହୁଛନ୍ତି ଓମ୍ । ମୁଁ ମଧ୍ୟ ଆତ୍ମା, ପରମଧାମରେ ରହୁଛି । ତୁମେ ଆତ୍ମାମାନେ ଜନ୍ମ-ମୃତ୍ୟୁର ଚକ୍ରରେ ଆସୁଛ, ମୁଁ ଆସୁନାହିଁ । ହଁ, ମୁଁ ନିଶ୍ଚିତ ସାକାରରେ ଆସୁଛି, ତୁମମାନଙ୍କୁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ସାରାଂଶ ବୁଝାଇବା ପାଇଁ । ଅନ୍ୟ କେହି ଏହା ବୁଝାଇପାରିବେ ନାହିଁ । ଯଦି ନିଶ୍ଚୟ ହେଉ ନାହିଁ ତେବେ ସାରା ଦୁନିଆରେ ଖୋଜିବା ଦରକାର ଯେ ଅନ୍ୟ କେହି ଅଛନ୍ତି ଯିଏକି ନିଜର ଏବଂ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେଉଛନ୍ତି । ପରମପିତା ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କେହି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟ ବତାଇପାରିବେ ନାହିଁ, କେହି ରାଜଯୋଗ ଶିଖାଇ ପାରିବେ ନାହିଁ । ପତିତମାନଙ୍କୁ ପାବନ କରିପାରିବେ ନାହିଁ । ଯେଉଁମାନେ ଦେବୀ ଦେବତାମାନଙ୍କ ପୂଜାରୀ ଅଟନ୍ତି ପ୍ରଥମେ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କର । ଆଦି ସନାତନ ଦେବୀ ଦେବତା ଧର୍ମର ଆତ୍ମାମାନେ ହିଁ ପୂରା ୮୪ ଜନ୍ମ ନେଇଛନ୍ତି, ସେମାନେ ଭଲ ଭାବରେ ବୁଝିପାରିବେ । ପରେ ଯେଉଁମାନେ ଆସୁଛନ୍ତି, ସେମାନେ ୮୪ ଜନ୍ମ ନେବେ ନାହିଁ । ଏହା ସେହିମାନେ ଶୁଣିବେ ଯିଏକି ଦେବତାମାନଙ୍କର ପୂଜାରୀ ହୋଇଥିବେ ଏବଂ ଗୀତା ପଢ଼ୁଥିବେ । ଗୀତାରେ କେବଳ ଏହି ଭୁଲ୍ କରିଦେଇଛନ୍ତି ଯେ ଭଗବାନଙ୍କ ବଦଳରେ ଶ୍ରୀକୃଷ୍ଣଙ୍କର ନାମ ରଖିଦେଇଛନ୍ତି । ତେବେ ଗୀତାପାଠୀ ମାନଙ୍କୁ ବୁଝାଇବା ଦରକାର । ପଚାରିବା ଦରକାର - ପରମପିତା ପରମାତ୍ମା ଶିବଙ୍କ ସହ ଆପଣଙ୍କର ସମ୍ବନ୍ଧ କ’ଣ? ତାଙ୍କୁ ତ ଭଗବାନ କୁହାଯିବ । ଶ୍ରୀକୃଷ୍ଣ ତ’ ଦୈବୀଗୁଣଧାରୀ, ତାଙ୍କର ଦୈବୀ ରାଜଧାନୀ ଥିଲା, ସେଠାରେ ସମସ୍ତେ ଦୈବୀଗୁଣଯୁକ୍ତ ଦେବତା ଥିଲେ । ଏବେ ସେହିମାନେ ହିଁ ପୂଜ୍ୟରୁ ପୂଜାରୀ ହୋଇଯାଇଛନ୍ତି । ସେଥିପାଇଁ ଚେଷ୍ଟା କରି ପ୍ରଥମେ ଆଦି ସନାତନ ଦେବୀ-ଦେବତା ଧର୍ମର ଆତ୍ମାଙ୍କୁ ଉଠାଇବା ଦରକାର । ଦାନ ଦେବା କାର୍ଯ୍ୟ ପ୍ରଥମେ ନିଜ ଘରୁ ଆରମ୍ଭ ହୁଏ । ଯେଉଁମାନେ ଶିବଙ୍କ ପୂଜାରୀ ସେମାନଙ୍କୁ ମଧ୍ୟ ବୁଝାଇବା ଦରକାର । ଶିବ ନିଶ୍ଚିତ ଆସନ୍ତି ସେଥିପାଇଁ ତ’ ତାଙ୍କର ଜୟନ୍ତୀ ପାଳନ କରୁଛନ୍ତି, ସିଏ ପରମପିତା ପରମାତ୍ମା ଅଟନ୍ତି । ନିଶ୍ଚିତ ଆସି ରାଜଯୋଗ ଶିଖାଉଥିବେ, ଅନ୍ୟ କୌଣସି ମନୁଷ୍ୟ ରାଜଯୋଗ ଶିଖାଇପାରିବେ ନାହିଁ । ଶ୍ରୀକୃଷ୍ଣଙ୍କୁ ବା ବ୍ରହ୍ମାଙ୍କୁ ଭଗବାନ କୁହାଯିବ ନାହିଁ । ସମସ୍ତଙ୍କର ସଦ୍‌ଗତିଦାତା ଏକମାତ୍ର ବାବା ହିଁ ଅଟନ୍ତି, ସେ ଜ୍ଞାନର ସାଗର ହେବା କାରଣରୁ ସମସ୍ତଙ୍କର ଶିକ୍ଷକ ମଧ୍ୟ ଅଟନ୍ତି । ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଇତିହାସ ଭୂଗୋଳ ଅନ୍ୟ କେହି ଜାଣି ନାହାଁନ୍ତି । ବାବା କହୁଛନ୍ତି ମୋତେ ଜ୍ଞାନର ସାଗର, ଚୈତନ୍ୟ ବୀଜରୂପ ମଧ୍ୟ କୁହାଯାଏ । ଏହି ଯେଉଁ ଓଲଟା ବୃକ୍ଷ ରହିଛି, ତା’ର ଆଦି-ମଧ୍ୟ-ଅନ୍ତର ଜ୍ଞାନ ସେହି ବୀଜ ଅର୍ଥାତ୍ ବାବାଙ୍କ ପାଖରେ ଅଛି ସେଥିପାଇଁ ମୋତେ ଜ୍ଞାନର ସାଗର, ସର୍ବଶକ୍ତିର ଅଧିକାରୀ ବୋଲି କହିଥାନ୍ତି । କାହାର ଅଧିକାରୀ? ସବୁ ବେଦ, ଶାସ୍ତ୍ର, ଗ୍ରନ୍ଥ ଆଦି ସବୁକିଛି ଜାଣିଛନ୍ତି ଏବଂ ତୁମମାନଙ୍କୁ ବୁଝାଉଛନ୍ତି । ଦୁନିଆରେ ଶାସ୍ତ୍ରଜ୍ଞମାନେ କହୁଛନ୍ତି କଳ୍ପର ଆୟୁଷ ଲକ୍ଷ-ଲକ୍ଷ ବର୍ଷ । କିନ୍ତୁ ତାହା ତ ହୋଇପାରିବ ନାହିଁ । ଏହା ବିଭିନ୍ନ ଧର୍ମର ମନୁଷ୍ୟ ସୃଷ୍ଟିରୂପୀ ବୃକ୍ଷ, ଏହାର ଆୟୁଷ ଭାଗବତରେ ଲମ୍ବା ଚଉଡା କରି ଲେଖିଦେଇଛନ୍ତି । ଭାଗବତ ତ କୌଣସି ଧର୍ମଶାସ୍ତ୍ର ନୁହେଁ । ଗୀତା ଧର୍ମଶାସ୍ତ୍ର ଅଟେ, ସେଥିରୁ ଦେବୀ ଦେବତା ଧର୍ମର ସ୍ଥାପନା ହେଲା । ବାକି ଭାଗବତ, ମହାଭାରତ ଆଦିରୁ କୌଣସି ଧର୍ମ ସ୍ଥାପନ ହୋଇ ନାହିଁ । ସେଥିରେ ତ’ ଶ୍ରୀକୃଷ୍ଣଙ୍କର ଜୀବନ କାହାଣୀର ଇତିହାସ ଲେଖି ଦେଇଛନ୍ତି । ବାବା ବୁଝାଉଛନ୍ତି ପିଲାମାନେ - ତୁମେ ଦେବୀ ଦେବତା ଧର୍ମର ଆତ୍ମାଙ୍କୁ ବୁଝାଅ ଯେ ତୁମେମାନେ ୮୪ ଜନ୍ମ ନେଇଛ । ସତ୍ୟଯୁଗରେ କେବଳ ଭାରତ ହିଁ ଥିଲା ଅନ୍ୟ କୌଣସି ଧର୍ମ ନ ଥିଲା । ଭାରତ ହିଁ ସ୍ୱର୍ଗ ଥିଲା । ଭାରତ ହିଁ ସର୍ବୋଚ୍ଚ ବୋଲି ଗାୟନ ହେଉଛି ଏବଂ ଏହା ପରମପିତା ପରମାତ୍ମା ଶିବଙ୍କର ଜନ୍ମସ୍ଥାନ ଅଟେ ଯିଏକି ଆସି ପତିତମାନଙ୍କୁ ପାବନ କରୁଛନ୍ତି । ଶିବଙ୍କର ପୂଜା ମଧ୍ୟ ଏହିଠାରେ ହେଉଛି, ଏଠାରେ ଜୟନ୍ତୀ ମଧ୍ୟ ପାଳନ କରାଯାଉଛି । ନିଶ୍ଚିତ ସିଏ ପତିତ ଦୁନିଆକୁ ହିଁ ଆସିଥିବେ । ସମସ୍ତେ ଡାକୁଛନ୍ତି - ହେ ପତିତ ପାବନ ଆସ । ଭାରତ ପାବନ ଥିଲା ପୁଣି ୮୪ ଜନ୍ମର ଚକ୍ର ପୂର୍ଣ୍ଣ ହୋଇଛି । ଯେଉଁମାନେ ପାବନ ସ୍ୱର୍ଗବାସୀ ଥିଲେ, ଏବେ ସେହିମାନେ ନର୍କବାସୀ ପତିତ ହୋଇଯାଇଛନ୍ତି । ଶିବବାବା ପାବନ କରୁଛନ୍ତି, ରାବଣ ପତିତ କରିଦେଇଛି । ବର୍ତ୍ତମାନ ରାବଣରାଜ୍ୟ ଚାଲିଛି । ପ୍ରତ୍ୟେକ ନର-ନାରୀଙ୍କ ଭିତରେ ୫ ବିକାର ଭରି ହୋଇ ରହିଛି । ସତ୍ୟଯୁଗରେ କୌଣସି ବିକାର ନ ଥିଲା । ସମସ୍ତେ ନିର୍ବିକାରୀ ଥିଲେ, ଏବେ ପତିତ ହୋଇଯାଇଛନ୍ତି ସେଥିପାଇଁ ତ’ ଡାକୁଛନ୍ତି - ବାବା ଆସ, ଆସି ଆମକୁ ପୁଣି ଥରେ ପାବନ କର । ସତ୍ୟଯୁଗରେ ଆମେ ହିଁ ପାବନ ଥିଲୁ, ୨୧ ଜନ୍ମ ରାମରାଜ୍ୟରେ ଥିଲୁ । ଏବେ ରାବଣରାଜ୍ୟ ଚାଲିଛି, ସମସ୍ତେ ବିକାରୀ ହୋଇଯାଇଛନ୍ତି । ବାବା କହୁଛନ୍ତି - କାମ ବିକାର ମହାଶତ୍ରୁ ଅଟେ । ଏହା ତୁମକୁ ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଉଛି । ଏବେ ଏହା ଉପରେ ବିଜୟ ପ୍ରାପ୍ତ କରି ପାବନ ହୁଅ । ତୁମେ ଜନ୍ମ ଜନ୍ମାନ୍ତର ପାପ କରି ଆସିଛ । ବର୍ତ୍ତମାନ ସବୁଠାରୁ ଅଧିକ ତମୋପ୍ରଧାନ ହୋଇ ଯାଇଛ, ଦ୍ୱାପର ଯୁଗରୁ ହିଁ ଆତ୍ମାରେ ଖାଦ ମିଶି ମିଶି ଆସିଛି । ପ୍ରଥମେ ସୁବର୍ଣ୍ଣଯୁଗୀ ଥିଲ ପୁଣି ରୌପ୍ୟଯୁଗୀ ତା’ପରେ ତାମ୍ର... ଖାଦ ମିଶି-ମିଶି ସିଢି଼ରେ ତଳକୁ ଖସି ଖସି ଆସିଲ । ଏହା ଭାରତର ହିଁ କଥା । ସତ୍ୟଯୁଗରେ ୮ ଜନ୍ମ, ତ୍ରେତା ଯୁଗରେ ୧୨ ଜନ୍ମ ତା’ପରେ ସେହି ଭାରତବାସୀ ଚନ୍ଦ୍ରବଂଶୀ, ବୈଶ୍ୟବଂଶୀ... ହୁଅନ୍ତି । ଆତ୍ମା ଅପବିତ୍ର ହୋଇଯାଏ । ବାବା କହୁଛନ୍ତି ମୁଁ ଆସି କଳ୍ପ-କଳ୍ପ ଭାରତକୁ ସ୍ୱର୍ଗ କରୁଛି, ରାବଣ ପୁଣି ନର୍କ କରିଦେଉଛି, ଏହି ଡ୍ରାମା ପୂର୍ବ ନିର୍ମିତ ଅଟେ । ବାବା ବୁଝାଉଛନ୍ତି ଜ୍ଞାନର ସାଗର ତ’ ଶିବବାବା ଅଟନ୍ତି ନା । ସର୍ବୋଚ୍ଚ ଶିବବାବା ହେଉଛନ୍ତି ସମସ୍ତଙ୍କର ପୂଜ୍ୟ । ପ୍ରଥମେ ପ୍ରଥମେ ତାଙ୍କର ହିଁ ପୂଜା ହୋଇଥାଏ । ସିଏ ହେଉଛନ୍ତି ବେହଦର ବାବା । ନିଶ୍ଚିତ ତାଙ୍କଠାରୁ ବେହଦର ସମ୍ପତ୍ତି ମିଳୁଛି । ଭାରତବାସୀ ଭୁଲିଯାଇଛନ୍ତି ଯେ, ଭଗବାନ ଏକମାତ୍ର ନିରାକାରଙ୍କୁ ହିଁ କୁହାଯାଏ । ତାଙ୍କୁ ମନୁଷ୍ୟମାନେ ମନେପକାଉଛନ୍ତି । ଏପରି ନୁହେଁ ଯେ ସମସ୍ତେ ଭଗବାନ ହିଁ ଭଗବାନ ଅଟନ୍ତି । ଗୋଟିଏ ପଟେ ଭଗବାନଙ୍କୁ ମନେ ପକାଉଛନ୍ତି, ଅନ୍ୟ ପଟେ ତାଙ୍କର ଗ୍ଲାନି ମଧ୍ୟ କରୁଛନ୍ତି । ଗୋଟିଏ ପଟେ କହୁଛନ୍ତି ସର୍ବବ୍ୟାପୀ ଅଟନ୍ତି ଅନ୍ୟ ପଟେ କହୁଛନ୍ତି ପତିତ ପାବନ ଆସ । ବାବା ଆସି ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣମାନଙ୍କୁ ବୁଝାଉଛନ୍ତି । ଏବେ ତୁମେ ବ୍ରାହ୍ମଣ ଚୁଟୀ ଅର୍ଥାତ୍ ସର୍ବୋଚ୍ଚ ଅଟ । ବ୍ରାହ୍ମଣମାନଙ୍କ ଉପରେ ହେଲେ ଶିବ । ବିରାଟ ରୂପରେ ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର ଦେଖାଇଥା’ନ୍ତି । ବ୍ରାହ୍ମଣମାନଙ୍କର ନାମ ହିଁ ନାହିଁ କାରଣ ଦେଖୁଛନ୍ତି ବ୍ରାହ୍ମଣମାନେ ତ’ ବିକାରୀ ହୋଇଯାଇଛନ୍ତି । ତେବେ ସେମାନଙ୍କୁ ଦେବତାମାନଙ୍କଠାରୁ ଉତ୍ତମ କିପରି କହିବା । ବାବା ବୁଝାଉଛନ୍ତି ସେମାନେ ଗାୟନ କରୁଛନ୍ତି ବ୍ରାହ୍ମଣ ଦେବୀ ଦେବତାୟ ନମଃ । ସଠିକ୍ ଭାବରେ କେହି ଜାଣିନାହାଁନ୍ତି ଯେ ଏମାନଙ୍କର ରାଜ୍ୟ କେବେ ଥିଲା? ସ୍ୱର୍ଗ କେଉଁଠୁ ଆସିଲା? ଏବେ ତୁମେ ବୁଝୁଛ ବାବା ଆସି ବ୍ରହ୍ମାଙ୍କ ଦ୍ୱାରା ସ୍ୱର୍ଗର ସ୍ଥାପନା କରାଉଛନ୍ତି, ଶଙ୍କରଙ୍କ ଦ୍ୱାରା ନର୍କର ବିନାଶ କରାଉଛନ୍ତି । ମହାଭାରତ ଯୁଦ୍ଧ ମଧ୍ୟ ଲାଗିଥିଲା ନା, ଯାହା ଦ୍ୱାରା ସ୍ୱର୍ଗର ଗେଟ୍ ଖୋଲିଥିଲା । ଗାୟନ କରୁଛନ୍ତି କିନ୍ତୁ କିଛି ବି ବୁଝୁ ନାହାଁନ୍ତି । ଏକଥା ମଧ୍ୟ ଦେଖାଉଛନ୍ତି ଯେ ଏହି ରୁଦ୍ର ଜ୍ଞାନ ଯଜ୍ଞରୁ ବିନାଶ ଜ୍ୱାଳା ପ୍ରଜ୍ଜ୍ୱଳିତ ହୋଇଥିଲା । ବାସ୍ତବରେ ଏବେ ସେହି କାର୍ଯ୍ୟ ଚାଲୁଛି । ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଲଢ଼େଇ ହୋଇଥିଲା ତେବେ ଯାଇ ପତିତ ଦୁନିଆର ବିନାଶ ହୋଇଥିଲା । ଗୀତା ଜ୍ଞାନ ଶୁଣାଇବାବେଳେ କହିଥାନ୍ତି ସେନାବାହିନୀ ୩ଟି ଥିଲା - ୟୁରୋପବାସୀ ଯାଦବ ସେନା ଯେଉଁମାନେ ବିଜ୍ଞାନ ଦ୍ୱାରା ମୁସଳ ଅର୍ଥାତ୍ କ୍ଷେପଣାସ୍ତ୍ର ନିର୍ମାଣ କରିଛନ୍ତି । ଗୀତାକୁ ପୁରା ୫ ହଜାର ବର୍ଷ ହୋଇଗଲା । ବାବା ବୁଝାଉଛନ୍ତି ଏହି ୩ଟି ସେନା ଏବେ ମଧ୍ୟ ଅଛନ୍ତି । ଗାୟନ ଅଛି - ବିନାଶ କାଳରେ ବିପରୀତ ବୁଦ୍ଧି ଅର୍ଥାତ୍ ପରମପିତା ପରମାତ୍ମାଙ୍କଠାରୁ ବିପରୀତ ବୁଦ୍ଧି । ତାଙ୍କୁ କେହି ଜାଣି ହିଁ ନାହାନ୍ତି, ତୁମ ଛଡା ଅନ୍ୟ କାହାର ତାଙ୍କ ପ୍ରତି ପ୍ରୀତି ନାହିଁ । ସମସ୍ତଙ୍କର ବିନାଶ କାଳରେ ବିପରୀତ ବୁଦ୍ଧି ଅଟେ । ବାକି ତୁମେ ପାଣ୍ଡବମାନଙ୍କର ପ୍ରିତି ବୁଦ୍ଧି ଅଟେ । ତୁମେ ଶିବବାବାଙ୍କୁ ମନେ ପକାଉଛ । ଜାଣିଛ ଶିବବାବା ଆମକୁ ୨୧ ଜନ୍ମର ସମ୍ପତ୍ତି ଦେବାକୁ ଆସିଛନ୍ତି । ତୁମର ପ୍ରୀତ ବୁଦ୍ଧି ଶିବବାବାଙ୍କ ସାଥିରେ ଅଛି । ବାକି ତ’ କେହି ବାବାଙ୍କୁ ଜାଣି ହିଁ ନାହାନ୍ତି ତେବେ ୩ଟି ସେନା ହେଲେ ନା । ତୁମେ ହେଉଛ ପାଣ୍ଡବ ସେନା । ଏହା ତ ବିନାଶ କାଳ ହିଁ ଅଟେ । ତୁମେ ଜାଣିଛ ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ । ଶିବବାବା କହୁଛନ୍ତି ତୁମେ ପବିତ୍ର ହେଲେ ଯାଇ ନୂଆ ଦୁନିଆର ମାଲିକ ହେବ । ସତ୍ୟଯୁଗରେ ଏକମାତ୍ର ଦେବୀ ଦେବତା ଧର୍ମ ଥିଲା ଅନ୍ୟ କୌଣସି ଧର୍ମ ନ ଥିଲା । ଏବେ ଅନ୍ୟ ସବୁ ଧର୍ମ ଅଛି ବାକି ଆଦି ସନାତନ ଦେବୀ ଦେବତା ଧର୍ମ ନାହିଁ । ନିଜକୁ କେହି ଦେବୀ ଦେବତା ବୋଲି ଭାବୁନାହାଁନ୍ତି । କହୁଛନ୍ତି ଆମେ ତ’ ପତିତ । ଦେବତାମାନଙ୍କ ଆଗରେ ମହିମା କରୁଛନ୍ତି - ତୁମେ ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ ଅଟ । ନିଜକୁ କହୁଛନ୍ତି ମୁଁ ବିକାରୀ । ମୁଁ ନିର୍ଗୁଣ ମୋଠାରେ କିଛି ଗୁଣ ନାହିଁ । ବାବାଙ୍କୁ ମନେପକାଉଛନ୍ତି । ତୁମକୁ ମଧ୍ୟ ଏକମାତ୍ର ବାବାଙ୍କୁ ମନେପକାଇବାର ଅଛି । ବାବାଙ୍କ ସ୍ମୃତି ବିନା ପାବନ ହୋଇପାରିବ ନାହିଁ କି ଉଚ୍ଚପଦ ମଧ୍ୟ ପାଇପାରିବ ନାହିଁ । ଅପବିତ୍ର ଦୁନିଆର ଯେତେବେଳେ ବିନାଶ ହେବ ତେବେ ଯାଇ ଦୁନିଆରେ ଶାନ୍ତି ହେବ । ମନୁଷ୍ୟ ଚେଷ୍ଟା କରୁଛନ୍ତି, ଭାରତରେ ଏବଂ ସାରା ଦୁନିଆରେ ଶାନ୍ତି ହେଉ । କିନ୍ତୁ ତାହା ତ’ ଏକମାତ୍ର ବାବାଙ୍କର କର୍ତ୍ତବ୍ୟ । ମନୁଷ୍ୟମାନେ ତ’ ବିକାରୀ ଅଟନ୍ତି । ସେମାନେ ବିଶ୍ୱରେ ଶାନ୍ତି କିପରି ସ୍ଥାପନ କରିପାରିବେ । ଘରେ ଘରେ ତ ଝଗଡା ଚାଲିଛି । ବାବାଙ୍କୁ ନ ଜାଣିବା କାରଣରୁ ବିଲ୍‌କୁଲ୍ ଅନାଥ ହୋଇଯାଇଛନ୍ତି । ସତ୍ୟଯୁଗରେ ସମ୍ପୂର୍ଣ୍ଣ ପବିତ୍ରତା, ସୁଖ, ଶାନ୍ତି ଥିଲା । ଏବେ ପୁଣି ବାବା ସେହି ପବିତ୍ରତା, ସୁଖ-ଶାନ୍ତି ସ୍ଥାପନ କରୁଛନ୍ତି ଯାହାକି ଅନ୍ୟ କେହି କରିପାରୁ ନାହାଁନ୍ତି । ଭାରତବାସୀ ଏବେ ନର୍କବାସୀ ଅଟନ୍ତି । ଯେତେବେଳେ ସ୍ୱର୍ଗରେ ଥିଲେ ସ୍ୱର୍ଗରେ ହିଁ ପୁନର୍ଜନ୍ମ ନେଉଥିଲେ । ଏବେ ପତିତ ଅଟନ୍ତି, ତେଣୁ ପତିତପାବନ ବାବାଙ୍କୁ ମନେ ପକାଉଛନ୍ତି । ଏବେ ପିଲାମାନେ ଜାଣିଛନ୍ତି - ପାରଲୌକିକ ପିତାଙ୍କ ସ୍ମୃତି ଦ୍ୱାରା ହିଁ ବିକର୍ମ ବିନାଶ ହେବ । ଲୌକିକ ପିତାଙ୍କଠାରୁ ହଦର ସମ୍ପତ୍ତି ମିଳିଥାଏ । ପାରଲୌକିକ ବେହଦର ବାବାଙ୍କଠାରୁ ତୁମେ ବେହଦର ସମ୍ପତ୍ତି ନେଉଛ । ଏସବୁ ହେଲା ବୁଝିବାର କଥା । ଏହା କୌଣସି ସତ୍‌ସଙ୍ଗ ନୁହେଁ । ତାହା ଭକ୍ତିମାର୍ଗ, ଏହା ଜ୍ଞାନମାର୍ଗ ।

ତୁମକୁ ଖୁସି ଲାଗୁଛି ଯେ ବାବା ଆମକୁ ସ୍ୱର୍ଗବାସୀ କରୁଛନ୍ତି । ଯେଉଁମାନେ କଳ୍ପ ପୂର୍ବରୁ ସ୍ୱର୍ଗବାସୀ ହୋଇଥିଲେ, ସେମାନେ ଏବେ ହେବେ । ବ୍ରାହ୍ମଣ ନ ହୋଇ କେହି ଦେବତା ହୋଇପାରିବେ ନାହିଁ । ଏ ସବୁ ବୁଝିବାର କଥା । ଏବେ ତ ଭାରତରେ କୌଣସି କଳା ହିଁ ନାହିଁ । ଏକଥା କାହାକୁ ବି ଜଣାପଡୁନାହିଁ । ସମସ୍ତେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି, ତୁମକୁ ବାବା ଏବେ ସଜାଗ କରିଛନ୍ତି । ତୁମେ ଏଠାକୁ ସ୍ୱର୍ଗବାସୀ ହେବା ପାଇଁ ଆସିଛ । ବାବାଙ୍କ ବ୍ୟତୀତ ଅନ୍ୟ କେହି ତୁମକୁ ସ୍ୱର୍ଗବାସୀ କରିପାରିବେ ନାହିଁ । ସତ୍ୟଯୁଗକୁ ସ୍ୱର୍ଗ କୁହାଯାଏ । କଳିଯୁଗକୁ ନର୍କ କୁହାଯାଏ । ଯେପରି ରାଜା ରାଣୀ ସେହିପରି ପ୍ରଜା ହୋଇଥାନ୍ତି । ଏବେ ତ ସମସ୍ତେ ବିକାରରୁ ଜନ୍ମ ନେଉଛନ୍ତି, ଦେବତାମାନେ କେବେହେଲେ ବିକାରରୁ ପୁନର୍ଜନ୍ମ ନିଅନ୍ତି ନାହିଁ । ପିଲାମାନେ ବର୍ତ୍ତମାନ ବାବାଙ୍କ ସହିତ ପବିତ୍ର ହୋଇ ରହିବାର ପ୍ରତିଜ୍ଞା କରୁଛନ୍ତି କିନ୍ତୁ ଚାଲୁ ଚାଲୁ ହାରିଯାଉଛନ୍ତି, ତେଣୁ କରିଥିବା ରୋଜଗାର ସବୁ ସମାପ୍ତ ହୋଇଯାଉଛି । ବହୁତ ଜୋରରେ ଆଘାତ ମଧ୍ୟ ଲାଗିଥାଏ । ଆଶ୍ଚର୍ଯ୍ୟ ଭାବରେ ଶୁଣନ୍ତି, ଅନ୍ୟକୁ କୁହନ୍ତି କିନ୍ତୁ ତା’ପରେ ନିଜେ ହାତ ଛାଡି ଚାଲି ଯାଆନ୍ତି । ଯଦିଓ ସାକ୍ଷାତ୍କାର କରନ୍ତି କିନ୍ତୁ ସାକ୍ଷାତ୍କାରରେ ମାୟା ବହୁତ ପ୍ରବେଶ କରିଥାଏ । ଯେପରି ରେଡିଓରେ କୌଣସି କଥା କାହାକୁ ଶୁଣାଇ ନ ଦେବା ପାଇଁ ମଝିରେ ଗଡ୍‌ବଡ କରିଦେଇଥା’ନ୍ତି । ଏଠାରେ ମଧ୍ୟ ସେହିପରି ହୋଇଥାଏ । ଯୋଗରେ ମାୟା ବିଘ୍ନ ପକାଇଥାଏ । ସାରା ପରିଶ୍ରମ ଯୋଗ କରିବାରେ ହିଁ ହୋଇଥାଏ । ଭାରତର ପ୍ରାଚୀନ ଯୋଗର ଗାୟନ ରହିଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏକମାତ୍ର ବାବାଙ୍କ ସହିତ ଆନ୍ତରିକ ସ୍ନେହ ରଖି ସଚ୍ଚା-ସଚ୍ଚା ପାଣ୍ଡବ ହେବାର ଅଛି । ମୃତ୍ୟୁ ସମ୍ମୁଖରେ ଉପସ୍ଥିତ, ସେଥିପାଇଁ ଏବେ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହେବାର ଅଛି ।

(୨) କାମ ମହାଶତ୍ରୁ ଅଟେ, ଯିଏକି ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଇଥାଏ, ତାହା ଉପରେ ବିଜୟ ପ୍ରାପ୍ତ କରି ପବିତ୍ର ହେବାକୁ ପଡିବ, ଯୋଗବଳ ଦ୍ୱାରା ବିକାରର ଖାଦକୁ ବାହାର କରି ଆତ୍ମାକୁ ସୁବର୍ଣ୍ଣଯୁଗୀ କରିବାକୁ ହେବ ।

ବରଦାନ:-
ମରଜୀବା ଜନ୍ମର ସ୍ମୃତି ଦ୍ୱାରା କର୍ମବନ୍ଧନକୁ କର୍ମ ସମ୍ବନ୍ଧରେ ପରିବର୍ତ୍ତନ କରୁଥିବା ପରୋପକାରୀ ଭବ ।

ଲୌକିକ କର୍ମ ବନ୍ଧନର ସମ୍ବନ୍ଧ ଏବେ ମରଜୀବା ଜନ୍ମ କାରଣରୁ ଶ୍ରୀମତ ଆଧାରରେ ସେବାର ସମ୍ବନ୍ଧର ଆଧାର ହୋଇଯାଇଛି । ଏବେ ଆଉ କର୍ମବନ୍ଧନ ନୁହେଁ ସେବାର ସମ୍ବନ୍ଧ ପାଲଟି ଯାଇଛି । ତେବେ ସେବାର ସମ୍ବନ୍ଧ ଭିତରେ ଯଦି ଭିନ୍ନ ଭିନ୍ନ ସଂସ୍କାରରେ ଆତ୍ମା ମାନଙ୍କର ଜ୍ଞାନକୁ ଧାରଣ କରି ଚାଲିବ, ତେବେ ବନ୍ଧନ ଦ୍ୱାରା ବ୍ୟତିବ୍ୟସ୍ତ ହେବ ନାହିଁ । କିନ୍ତୁ ଅତିଶୟ ପାପାତ୍ମା, ଅପକାରୀ ଆତ୍ମାଙ୍କ ପ୍ରତି ଘୃଣା ପରିବର୍ତ୍ତେ, ଦୟାଶୀଳ ହୋଇ କଲ୍ୟାଣର ଭାବନା ରଖି, ସେବାର ସମ୍ବନ୍ଧ ମନେ କରି ଯଦି ସେବା କରିବ ତେବେ ନାମୀଗ୍ରାମୀ ବିଶ୍ୱ କଲ୍ୟାଣକାରୀ ବା ପରୋପକାରୀ ରୂପରେ ତୁମର ଗାୟନ ହେବ ।

ସ୍ଲୋଗାନ:-
ସମୟ ବା ପରିସ୍ଥିତି ଅନୁସାରେ ଯଦି ବୈରାଗ୍ୟ ଆସୁଛି, ତେବେ ଏହା ମଧ୍ୟ ଅଳ୍ପକାଳର ବୈରାଗ୍ୟ ଅଟେ, ତେଣୁ ସଦାକାଳର ବୈରାଗୀ ହୁଅ ।

ଅବ୍ୟକ୍ତ ଈଶାରା:- ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।

ଯେ କୌଣସି ପ୍ରକାରର ବିଘ୍ନ ବା ସମସ୍ୟା ଅଥବା ମାୟାର ଆକ୍ରମଣ, ଆକ୍ରମଣ ନୁହେଁ ବରଂ ଖେଳ ଭଳି ଅନୁଭବ ହେଉ, କାରଣ ଖେଳ ମନେ କରିବା ଦ୍ୱାରା ତା’କୁ ଖୁସି-ଖୁସିରେ ଅତିକ୍ରମ କରିପାରିବ ଏବଂ ଅବସ୍ଥା ମଧ୍ୟ ଏକରସ ରହିବ । କିନ୍ତୁ ଏହାକୁ ଯଦି ମାୟାର ଆକ୍ରମଣ ମନେ କରିବ, ତେବେ ବିଚଳିତ ମଧ୍ୟ ହେବ ଏବଂ ହଲଚଲ୍‌ରେ ମଧ୍ୟ ଆସିଯିବ । ତେଣୁ ମାୟାର କାମ ହେଲା ଆସିବା ଏବଂ ତୁମର କାମ ହେଲା ତା’ ଉପରେ ବିଜୟୀ ହେବା ।