22.06.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ଏଠାକୁ ପରିବର୍ତ୍ତନ ହେବା ପାଇଁ ଆସିଛ, ତୁମକୁ ଆସୁରୀ ଗୁଣ ଗୁଡିକୁ ପରିବର୍ତ୍ତନ କରି
ଦୈବୀ ଗୁଣ ଧାରଣ କରିବାକୁ ହେବ କାରଣ ଏହା ଦେବତା ହେବାର ପାଠପଢା ।”
ପ୍ରଶ୍ନ:-
ତୁମେ ପିଲାମାନେ
କେଉଁ ପାଠପଢା ବାବାଙ୍କଠାରୁ ହିଁ ପଢୁଛ, ଯାହାକୁ ଅନ୍ୟ କେହି ପଢାଇ ପାରିବେ ନାହିଁ ?
ଉତ୍ତର:-
ମନୁଷ୍ୟରୁ ଦେବତା ହେବାର ପାଠପଢା, ଅପବିତ୍ରରୁ ପବିତ୍ର ହୋଇ ନୂଆ ଦୁନିଆକୁ ଯିବାର ପାଠ ଏକମାତ୍ର
ବାବାଙ୍କ ବ୍ୟତୀତ ଅନ୍ୟ କେହି ବି ପଢାଇ ପାରିବେ ନାହଁ । ବାବା ହିଁ ସହଜ ଜ୍ଞାନ ଏବଂ ରାଜଯୋଗର
ପାଠପଢା ଦ୍ୱାରା ପବିତ୍ର ପ୍ରବୃତ୍ତି ମାର୍ଗର ସ୍ଥାପନା କରୁଛନ୍ତି ।
ଓମ୍ ଶାନ୍ତି ।
ବାବା ବସି
ପିଲାମାନଙ୍କୁ ବୁଝାଉଛନ୍ତି । ବାସ୍ତବରେ ଉଭୟ ତ ପିତା ଅଟନ୍ତି, ଜଣେ ଅଲୌକିକ ଏବଂ ଅନ୍ୟ ଜଣେ
ପାରଲୌକିକ । ସିଏ ମଧ୍ୟ ପିତା ଅଟନ୍ତି ଇଏ ମଧ୍ୟ ପିତା ଅଟନ୍ତି । ତେବେ ଅବିନାଶୀ ପାରଲୌକିକ ବାବା
ହିଁ ଏଠାକୁ ଆସି ଆମକୁ ରାଜଯୋଗର ପାଠ ପଢାଉଛନ୍ତି । ପିଲାମାନେ ଜାଣିଛନ୍ତି ଆମେ ନୂଆ ଦୁନିଆ
ସତ୍ୟଯୁଗ ପାଇଁ ପାଠ ପଢୁଛୁ, ଏପରି ପାଠପଢା କେଉଁଠି ପଢା ହୋଇ ନ ଥାଏ । ତୁମେମାନେ ସତସଙ୍ଗ ତ
ବହୁତ କରିଛ କାରଣ ତୁମେ ସବୁ ଭକ୍ତ ଥିଲ ନା । ନିଶ୍ଚିତ ଭାବରେ ତୁମେ ଗୁରୁ କରିଛ ଏବଂ ଶାସ୍ତ୍ର
ମଧ୍ୟ ଅଧ୍ୟୟନ କରିଛ । କିନ୍ତୁ ଏବେ ବାବା ଆସି ତୁମକୁ ଜାଗ୍ରତ କରୁଛନ୍ତି । ବାବା କହୁଛନ୍ତି -
ଏବେ ଏହି ପୁରୁଣା ଦୁନିଆ ପରିବର୍ତ୍ତନ ହେବ, ମୁଁ ତୁମର ଶିକ୍ଷକ ହୋଇ ନୂଆ ଦୁନିଆ ପାଇଁ ପାଠ
ପଢାଉଛି । କୌଣସି ଗୁରୁଙ୍କୁ ଶିକ୍ଷକ କୁହାଯାଇ ପାରିବ ନାହିଁ, ସ୍କୁଲରେ ଶିକ୍ଷକ ପାଠ ପଢାଇଥାନ୍ତି,
ଯେଉଁ ପାଠପଢା ଦ୍ୱାରା ଉଚ୍ଚ ପଦ ପାଇଥା’ନ୍ତି । କିନ୍ତୁ ସେମାନେ ଏହି ଦୁନିଆରେ ପଦ ପାଇବା ପାଇଁ
ପାଠ ପଢାଉଛନ୍ତି । ଏବେ ତୁମେ ଜାଣୁଛ ଆମେ ଯେଉଁ ପାଠ ପଢୁଛୁ, ତାହା ନୂଆ ଦୁନିଆ ପାଇଁ, ସେଥିପାଇଁ
ତାକୁ ସୁବର୍ଣ୍ଣ ଦୁନିଆ ବୋଲି କୁହାଯାଇଥାଏ ନା । ଏକଥା ତୁମେ ଜାଣିଛ ଯେ, ଏବେ ଆମକୁ ଆସୁରୀ ଗୁଣକୁ
ପରିବର୍ତ୍ତନ କରି ଦୈବୀଗୁଣ ଧାରଣ କରିବାକୁ ହେବ । ଏଠାକୁ ତୁମେ ପରିବର୍ତ୍ତନ ହେବା ପାଇଁ ଆସିଛ ।
ତେବେ ଶ୍ରେଷ୍ଠ ଚରିତ୍ରର ହିଁ ମହିମା କରାଯାଇଥାଏ । ଦେବତାମାନଙ୍କ ସମ୍ମୁଖରେ ଯାଇ କହୁଛନ୍ତି,
ଆପଣ ବହୁତ ଶ୍ରେଷ୍ଠ ଅଟନ୍ତି, ଆମେ ନୀଚ୍ଚ । ତୁମକୁ ଏବେ ଲକ୍ଷ୍ୟ-ଉଦ୍ଦେଶ୍ୟ ମିଳିଛି । ବାବା
ଭବିଷ୍ୟତ ନୂଆ ଦୁନିଆ ସ୍ଥାପନା କରିବା ସହିତ ତୁମକୁ ପାଠ ମଧ୍ୟ ପଢାଉଛନ୍ତି । ସେଠାରେ ତ ବିକାରର
କୌଣସି କଥା ରହିବ ନାହିଁ । କାରଣ ତୁମେ ରାବଣ ଉପରେ ବିଜୟପ୍ରାପ୍ତ କରୁଛ । ରାବଣ ରାଜ୍ୟରେ ତ ହିଁ
ସମସ୍ତେ ବିକାରୀ ଅଟନ୍ତି । ସେଠାରେ ଯେପରି ରାଜା ରାଣୀ, ପ୍ରଜା ମଧ୍ୟ ସେହିପରି ହେବେ,
ବର୍ତ୍ତମାନ ତ ପଞ୍ଚାୟତି ରାଜ୍ୟ ଚାଲିଛି । ତା’ ପୂର୍ବରୁ ରାଜା ରାଣୀମାନଙ୍କର ରାଜ୍ୟ ଥିଲା,
କିନ୍ତୁ ସେମାନେ ମଧ୍ୟ ପତିତ ଥିଲେ । ପତିତ ରାଜାମାନଙ୍କ ମହଲରେ ମଧ୍ୟ ମନ୍ଦିର ଥିଲା । ସେମାନେ
ନିର୍ବିକାରୀ ଦେବତାମାନଙ୍କୁ ପୂଜା କରୁଥିଲେ । ଜାଣିଥିଲେ ଏହି ଦେବତାମାନେ ଅତୀତରେ ଥିଲେ,
ବର୍ତ୍ତମାନ ସେମାନଙ୍କର ରାଜ୍ୟ ନାହିଁ । ବାବା ଆତ୍ମାମାନଙ୍କୁ ପବିତ୍ର କରିବା ସଂଗେ ସଂଗେ ସ୍ମୃତି
ଦେଉଛନ୍ତି ଯେ, ତୁମେ ସବୁ ଦେବତାମାନେ ଶରୀରଧାରୀ ଥିଲ । ତୁମର ଆତ୍ମା ଏବଂ ଶରୀର ଉଭୟ ପବିତ୍ର
ଥିଲା । ଏବେ ପୁଣି ବାବା ଆସି ପତିତରୁ ପାବନ କରୁଛନ୍ତି, ସେଥିପାଇଁ ହିଁ ତୁମେମାନେ ଏଠାକୁ ଆସିଛ
।
ବାବା ଅଧ୍ୟାଦେଶ ଜାରି
କରୁଛନ୍ତି - ପିଲାମାନେ, କାମ ମହାଶତ୍ରୁ ଅଟେ । ଏହା ତୁମକୁ ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଉଛି । ଏବେ
ତୁମକୁ ଗୃହସ୍ଥରେ ରହି ପବିତ୍ର ହେବାକୁ ପଡିବ । ଏପରି ନୁହେଁ ଯେ, ଦେବୀ-ଦେବତାମାନେ ପରସ୍ପରକୁ
ସ୍ନେହ କରୁ ନ ଥିବେ କିନ୍ତୁ ସେଠାରେ ବିକାରୀ ଦୃଷ୍ଟି ରହି ନ ଥାଏ, ସମସ୍ତେ ନିର୍ବିକାରୀ ହୋଇ
ରହିଥା’ନ୍ତି । ବାବା ମଧ୍ୟ କହୁଛନ୍ତି, ତୁମେ ଗୃହସ୍ଥରେ ରହି ମଧ୍ୟ ପଦ୍ମଫୁଲ ସମାନ ପବିତ୍ର ହୁଅ
। ନିଜର ଭବିଷ୍ୟତ ଏଭଳି ଗଢିବାକୁ ହେବ, ଯେପରି ତୁମେ ପବିତ୍ର ଯୋଡି ଥିଲ । ପ୍ରତ୍ୟେକ ଆତ୍ମା
ଭିନ୍ନ-ଭିନ୍ନ ନାମ-ରୂପ ନେଇ ଅଭିନୟ କରି ଆସୁଛନ୍ତି । ବର୍ତ୍ତମାନ ଏହା ତୁମର ଅନ୍ତିମ ଜନ୍ମର
ଅଭିନୟ । ପବିତ୍ରତା ପାଇଁ ବହୁତ ଦ୍ୱନ୍ଦ୍ୱରେ ପଡୁଛନ୍ତି କହୁଛନ୍ତି - କ’ଣ କରିବୁ, କିପରି ଏକତ୍ର
ରହି ପବିତ୍ର ରହିବୁ । ଏକତ୍ର ହୋଇ ରହିବା ଅର୍ଥ କ’ଣ ? ବିଦେଶରେ ଯେତେବେଳେ ସେମାନେ ବୁଢା
ହୋଇଯାଆନ୍ତି ସେତେବେଳେ ସେମାନେ ସାଥୀ ହୋଇ ରହିବେ ତଥା ପରସ୍ପରର ସେବା କରିବା ପାଇଁ ବିବାହ
କରିଥା’ନ୍ତି । ଏହିଭଳି ବହୁତ ଅଛନ୍ତି ଯିଏକି ବ୍ରହ୍ମଚାରୀ ହୋଇ ରହିବାକୁ ପସନ୍ଦ କରୁଛନ୍ତି ।
ସନ୍ନ୍ୟାସୀମାନଙ୍କର କଥା ତ ଅଲଗା, ଗୃହସ୍ଥୀମାନେ ମଧ୍ୟ ବହୁତ ଅଛନ୍ତି ଯେଉଁମାନେ କି ବିବାହ
କରିବାକୁ ପସନ୍ଦ କରୁନାହାନ୍ତିଁ । ବିବାହ କରିବା ପୁଣି ପିଲାଛୁଆଙ୍କ ଦାୟିତ୍ୱ ସମ୍ଭାଳିବା, ଏଭଳି
ଜାଲ କାହିଁକି ବିଛାଇବା ଯେଉଁଥିରେ ନିଜେ ଛନ୍ଦି ହୋଇଯିବା । ଏହିଭଳି ମଧ୍ୟ ଅନେକ ଏଠାକୁ ଆସୁଛନ୍ତି
। ୪୦ ବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚାରୀ ରହିଥା’ନ୍ତି, ଏହା ପରେ କ’ଣ ବିବାହ କରିବେ କି! ସେମାନେ
ସ୍ୱତନ୍ତ୍ର ରହିବାକୁ ପସନ୍ଦ କରନ୍ତି । ତେଣୁ ବାବା ସେମାନଙ୍କୁ ଦେଖି ଖୁସି ହେଉଛନ୍ତି । ଏମାନେ
ତ ବନ୍ଧନମୁକ୍ତ ଅଟନ୍ତି, ବାକି ରହିଲା ଶରୀରର ବନ୍ଧନ, କିନ୍ତୁ ଏଥିରେ ଦେହ ସହିତ ଦେହର ସମସ୍ତ
ସମ୍ବନ୍ଧକୁ ଭୁଲି ଏକମାତ୍ର ବାବାଙ୍କୁ ମନେପକାଇବାକୁ ହେବ । ଏଠାରେ କୌଣସି ଦେହଧାରୀ
ଯୀଶୁଖ୍ରୀଷ୍ଟ ଆଦିଙ୍କୁ ମନେପକାଇବାର ନାହିଁ, ନିରାକାର ଶିବ ତ ଦେହଧାରୀ ନୁହଁନ୍ତି । ତାଙ୍କର
ନାମ ଶିବ । ଶିବଙ୍କର ମନ୍ଦିର ମଧ୍ୟ ରହିଛି । ଆତ୍ମାକୁ ୮୪ ଜନ୍ମର ଅଭିନୟ ମିଳିଛି । ଏହା ହେଉଛି
ଅବିନାଶୀ ଡ୍ରାମା, ଏଥିରେ କିଛି ବି ପରିବର୍ତ୍ତନ ହୋଇପାରିବ ନାହିଁ ।
ତୁମେମାନେ ଜାଣିଛ,
ପ୍ରଥମେ-ପ୍ରଥମେ ଆମର ଧର୍ମ ଶ୍ରେଷ୍ଠ ଥିଲା, କର୍ମ ମଧ୍ୟ ଶ୍ରେଷ୍ଠ ଥିଲା, ଯାହାକି ଏବେ ଭ୍ରଷ୍ଟ
ହୋଇଯାଇଛି । ଏପରି ନୁହେଁ ଯେ ଦେବତା ଧର୍ମ ହିଁ ସମାପ୍ତ ହୋଇଯାଇଛି । ଗାୟନ ମଧ୍ୟ କରୁଛନ୍ତି
ଦେବତାମାନେ ସର୍ବଗୁଣ ସମ୍ପନ୍ନ ଥିଲେ । ଲକ୍ଷ୍ମୀ-ନାରାୟଣ ଉଭୟେ ପବିତ୍ର ଥିଲେ, ପବିତ୍ର
ପ୍ରବୃତ୍ତି ମାର୍ଗ ଥିଲା । ଏବେ ଅପବିତ୍ର ପ୍ରବୃତ୍ତି ମାର୍ଗ ହୋଇଯାଇଛି । ୮୪ ଜନ୍ମରେ
ଭିନ୍ନ-ଭିନ୍ନ ନାମ-ରୂପ ପରିବର୍ତ୍ତନ ହେବାରେ ଲାଗିଛି । ବାବା କହୁଛନ୍ତି - ମିଠା ମିଠା
ସନ୍ତାନମାନେ, ତୁମେ ନିଜର ଜନ୍ମକୁ ଜାଣି ନାହଁ, ମୁଁ ତୁମକୁ ୮୪ ଜନ୍ମର କାହାଣୀ ଶୁଣାଉଛି । ତେଣୁ
ନିଶ୍ଚିତ ଭାବରେ ପ୍ରଥମ ଜନ୍ମରୁ ବୁଝାଇବାକୁ ହେବ । ତୁମେ ପବିତ୍ର ଥିଲ, ଏବେ ବିକାରୀ ହୋଇଯାଇଛ,
ତେଣୁ ଦେବତାମାନଙ୍କ ଆଗରେ ଯାଇ ନତମସ୍ତକ ହେଉଛ । ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କ ଆଗରେ,
ବୌଦ୍ଧମାନେ ବୁଦ୍ଧଙ୍କ ଆଗରେ, ଶିଖମାନେ ଗୁରୁନାନକଙ୍କ ଆଗରେ ନତମସ୍ତକ ହେଉଛନ୍ତି । ଏଥିରୁ
ଜଣାପଡିଥାଏ ଯେ ଇଏ କେଉଁ ଧର୍ମର ଅଟନ୍ତି । ତୁମ ପାଇଁ ତ କହିଥା’ନ୍ତି ଏମାନେ ହିନ୍ଦୁ ଅଟନ୍ତି ।
ତେବେ ଆଦି ସନାତନ ଦେବୀ-ଦେବତା ଧର୍ମ କେଉଁ ଆଡେ ଗଲା । ଏ କଥା କେହି ଜାଣି ନାହାଁନ୍ତି । ସେହି
ଧର୍ମ ପ୍ରାୟ ଲୋପ ହୋଇଯାଇଛି । ଭାରତରେ ତ ଅସରନ୍ତି ଚିତ୍ର ତିଆରି କରିଛନ୍ତି, ମନୁଷ୍ୟମାନଙ୍କର ତ
ଅନେକ ମତ ରହିଛି । ଶିବଙ୍କର ମଧ୍ୟ ବହୁତ ନାମ ରଖିଦେଇଛନ୍ତି, ବାସ୍ତବରେ ତାଙ୍କର ଗୋଟିଏ ନାମ -
ଶିବ । ଏମିତି ନୁହେଁ ଯେ, ସିଏ ପୁର୍ନଜନ୍ମ ନେଉଛନ୍ତି ତେଣୁ ତାଙ୍କର ନାମ ବଦଳିଯାଉଛି । ନାଁ ।
ମନୁଷ୍ୟମାନଙ୍କର ଅନେକ ମତ, ତେଣୁ ଅନେକ ନାମ ରଖି ଦେଇଛନ୍ତି । ଶ୍ରୀନାଥ ଦ୍ୱାରକୁ ଗଲେ ସେଠାରେ
ମଧ୍ୟ ଏହି ଲକ୍ଷ୍ମୀ-ନାରାୟଣଙ୍କର ମୂର୍ତ୍ତି ରହିଛି । ଜଗନ୍ନାଥଙ୍କ ମନ୍ଦିରରେ ମଧ୍ୟ ସେହି
ମୂର୍ତ୍ତି ଅଛି । କେବଳ ଭିନ୍ନ-ଭିନ୍ନ ନାମ ରଖିଦେଇଛନ୍ତି । ତୁମେ ସୂର୍ଯ୍ୟବଂଶୀ ଥିବା ସମୟରେ
କୌଣସି ପୂଜା ଆଦି କରୁ ନ ଥିଲ । ତୁମେ ସାରା ବିଶ୍ୱରେ ରାଜତ୍ୱ କରୁଥିଲ, ବହୁତ ସୁଖୀ ଥିଲ । ତୁମେ
ଶ୍ରୀମତ ଆଧାରରେ ସେହି ଶ୍ରେଷ୍ଠ ରାଜ୍ୟର ସ୍ଥାପନା କରିଥିଲ । ତାକୁ ସୁଖଧାମ କୁହାଯାଉଛି । ଆଉ
କେହି ଏଭଳି କହିବେ ନାହିଁ ଯେ, ଆମକୁ ବାବା ପାଠ ପଢାଉଛନ୍ତି । ମନୁଷ୍ୟରୁ ଦେବତା କରୁଛନ୍ତି ।
ଏହାର ଚିତ୍ର ମଧ୍ୟ ଅଛି ତେଣୁ ନିଶ୍ଚିନ୍ତ ଭାବରେ ଏହିମାନଙ୍କର ହିଁ ରାଜ୍ୟ ଥିଲା । ସେଠାରେ
କିଲ୍ଲା ଅର୍ଥାତ୍ ଦୁର୍ଗ ରହିବ ନାହିଁ । ନିରାପତ୍ତା ପାଇଁ ହିଁ କିଲ୍ଲା ତିଆରି କରାଯାଇଥାଏ ।
ଦେବୀ-ଦେବତାମାନଙ୍କ ରାଜ୍ୟରେ କିଲ୍ଲା ଅର୍ଥାତ୍ ଦୁର୍ଗ ନ ଥାଏ । କାରଣ ସେଠାରେ ଅନ୍ୟ କୌଣସି
ଆକ୍ରମଣକାରୀ ଶତ୍ରୁ ନ ଥିଲେ । ଏବେ ତୁମେ ଜାଣୁଛ ଆମେ ସେହି ଦେବୀ-ଦେବତା ଧର୍ମକୁ ଟ୍ରାନ୍ସଫର
ହେଉଛୁ । ଏଥିପାଇଁ ତୁମେ ରାଜଯୋଗର ଶିକ୍ଷା ନେଉଛ । ତେଣୁ ତୁମକୁ ହିଁ ରାଜତ୍ତ୍ୱ ମିଳିବ ।
ଭଗବାନୁବାଚ - ମୁଁ ତୁମକୁ ରାଜାମାନଙ୍କର ରାଜା କରିଦେଉଛି । ଏବେ ତ କେହି ରାଜା-ରାଣୀ ନାହାଁନ୍ତି
। କେତେ ଲଢେଇ-ଝଗଡା ଆଦି ହୋଇ ଚାଲିଛି । ଏହା ହେଲା କଳିଯୁଗ, ଲୌହ ଦୁନିଆ । ତୁମେ ସତ୍ୟଯୁଗ,
ସୁବର୍ଣ୍ଣ ଦୁନିଆରେ ଥିଲ । ଏବେ ପୁଣି ତୁମେ ପୁରୁଷୋତ୍ତମ ସଙ୍ଗମଯୁଗରେ ଅଛ । ବାବା ତୁମକୁ ପ୍ରଥମ
ନମ୍ବରକୁ ନେଇଯାଉଛନ୍ତି । ସମସ୍ତଙ୍କର କଲ୍ୟାଣ କରୁଛନ୍ତି । ତୁମେମାନେ ଜାଣିଛ ଆମର କଲ୍ୟାଣ ମଧ୍ୟ
ହେଉଛି । ଆମେ ହିଁ ନିଶ୍ଚିତ ଭାବରେ ପ୍ରଥମେ ପ୍ରଥମେ ସତ୍ୟଯୁଗରେ ଆସିବୁ । ବାକି ଯେଉଁ ସବୁ
ଧର୍ମର ଆତ୍ମାମାନେ ଅଛନ୍ତି ସେମାନେ ସମସ୍ତେ ଶାନ୍ତିଧାମକୁ ଚାଲିଯିବେ । ବାବା କହୁଛନ୍ତି -
ସମସ୍ତଙ୍କୁ ପବିତ୍ର ମଧ୍ୟ ହେବାକୁ ପଡିବ । ତୁମେମାନେ ପବିତ୍ର ଦେଶର ନିବାସୀ, ଯାହାକୁ
ନିର୍ବାଣଧାମ କୁହାଯାଉଛି । ବାଣୀରୁ ଉର୍ଦ୍ଧ୍ୱରେ କେବଳ ଅଶରୀରୀ ଆତ୍ମାମାନେ ହିଁ ରହିଥା’ନ୍ତି ।
ବାବା ତୁମକୁ ଏବେ ବାଣୀରୁ ଉର୍ଦ୍ଧ୍ୱକୁ ନେଇଯାଉଛନ୍ତି । ଏପରି କେହି କହିପାରିବେ ନାହିଁ ଯେ ମୁଁ
ତୁମକୁ ନିର୍ବାଣଧାମ, ଶାନ୍ତିଧାମକୁ ନେଇଯାଉଛି । ସନ୍ନ୍ୟାସୀମାନେ କହୁଛନ୍ତି ଆମେ ବ୍ରହ୍ମରେ ଲୀନ
ହୋଇଯିବୁ । ତୁମେମାନେ ଜାଣିଛ ଏହା ତମଃପ୍ରଧାନ ଦୁନିଆ, ଏଠାରେ ତୁମକୁ ଭଲ ଲାଗିବ ନାହିଁ ।
ସେଥିପାଇଁ ନୂଆ ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶ କରିବା ପାଇଁ ଭଗବାନଙ୍କୁ ଆସିବାକୁ
ପଡୁଛି । ଶିବଜୟନ୍ତୀ ମଧ୍ୟ ଏହିଠାରେ ହିଁ ପାଳନ କରୁଛନ୍ତି । ତେବେ ସିଏ ଆସି କ’ଣ କରୁଛନ୍ତି ?
କେହି କହିପାରିବେ କି! ଜୟନ୍ତୀ ପାଳନ କରୁଛନ୍ତି ତେବେ ନିଶ୍ଚିତ ଭାବରେ ସିଏ ଆସୁଛନ୍ତି ନା । ଏହି
ଶରୀର ରୂପୀ ରଥରେ ବିରାଜମାନ ହୋଇଥାନ୍ତି, କିନ୍ତୁ ସେମାନେ ଘୋଡା ଗାଡିର ରଥ ଦର୍ଶାଇଛନ୍ତି । ବାବା
କହୁଛନ୍ତି - ମୁଁ କେଉଁ ରଥରେ ବିରାଜମାନ କରୁଛି ଏ କଥା ପିଲାମାନଙ୍କୁ କହୁଛି । ଏହି ଜ୍ଞାନ ପୁଣି
ପ୍ରାୟଃ ଲୋପ ହୋଇଯାଉଛି । ଏହି ବ୍ରହ୍ମାଙ୍କର ୮୪ ଜନ୍ମର ଅନ୍ତିମ ଜନ୍ମରେ ବାବାଙ୍କୁ ଆସିବାକୁ
ପଡୁଛି । ଏହି ଜ୍ଞାନ କେହି ବି ଦେଇ ପାରିବେ ନାହିଁ । ଜ୍ଞାନ ହେଲା ଦିନ, ଭକ୍ତି ହେଲା ରାତି ।
ତେବେ ସମସ୍ତେ ତଳକୁ ଖସିବାରେ ଲାଗିଛନ୍ତି । ଭକ୍ତିର କେତେ ଆଡମ୍ବର ରହିଛି । କେତେ କୁମ୍ଭମେଳା,
ଅମୁକ ମେଳା ଆଦି ଲାଗୁଛି । ଏପରି କେହି ବି କହୁନାହାଁନ୍ତି ଯେ, ଏବେ ତୁମକୁ ପବିତ୍ର ହୋଇ ନୂଆ
ଦୁନିଆକୁ ଯିବାକୁ ହେବ । ବାବା ହିଁ କହୁଛନ୍ତି - ବର୍ତ୍ତମାନ ସଙ୍ଗମଯୁଗ । ମୁଁ ତୁମକୁ କଳ୍ପ
ପୂର୍ବରୁ ଯେଉଁ ପାଠପଢାଇଥିଲି ସେହି ପାଠ ପଢାଉଛି । ତୁମେମାନେ ହିଁ ମନୁଷ୍ୟରୁ ଦେବତା ହୋଇଥିଲ ।
ଗାୟନ ମଧ୍ୟ ରହିଛି ମନୁଷ୍ୟ ସେ ଦେବତା କିୟେ ..... ତେବେ ନିଶ୍ଚିତ ଭାବରେ ବାବା ହିଁ ଏପରି କରିବେ
ନା । ତୁମେମାନେ ଜାଣିଛ, ଆମେ ଅପବିତ୍ର ଗୃହସ୍ଥ ଧର୍ମର ଥିଲୁ, ଏବେ ବାବା ଆସି ପୁଣି ପବିତ୍ର
ପ୍ରବୃତ୍ତିମାର୍ଗୀ କରୁଛନ୍ତି । ତୁମେ ବହୁତ ଉଚ୍ଚପଦ ପାଉଛ । ସର୍ବୋଚ୍ଚ ବାବା ଆମକୁ କେତେ
ଶ୍ରେଷ୍ଠ କରୁଛନ୍ତି । ବାବାଙ୍କର ମତକୁ ହିଁ ଶ୍ରୀ ଶ୍ରୀ ଅର୍ଥାତ୍ ଶେଷ୍ଠରୁ ଶ୍ରେଷ୍ଠ ମତ
କୁହାଯାଉଛି । ତେଣୁ ବର୍ତ୍ତମାନ ଆମେ ଶ୍ରେଷ୍ଠ ହେଉଛୁ । କିନ୍ତୁ ଶ୍ରୀ ଶ୍ରୀର ଅର୍ଥକୁ
ଜାଣିନାହାଁନ୍ତି । ଏହି ଉପାଧି ଏକମାତ୍ର ଶିବବାବାଙ୍କର, କିନ୍ତୁ ଗୁରୁମାନେ ନିଜକୁ ଶ୍ରୀ ଶ୍ରୀ
ବୋଲି କହିଦେଉଛନ୍ତି । ଭକ୍ତମାନେ ମାଳା ଗଡାଉଛନ୍ତି ନା । ପ୍ରକୃତରେ ମାଳା ହେଉଛି ୧୦୮ ଦାନାର
କିନ୍ତୁ ଭକ୍ତିମାର୍ଗରେ ୧୬୧୦୮ ଦାନାର ମାଳା ତିଆରି କରିଦେଇଛନ୍ତି । ପ୍ରଥମ ଆଠଜଣ ଅର୍ଥାତ୍ ଚାରି
ଯୋଡି ଏବଂ ଶିବବାବା ମଧ୍ୟ ଅଛନ୍ତି । ପ୍ରଥମ ଆଠ ଜଣଙ୍କୁ ଅଷ୍ଟ ରତ୍ନ କୁହାଯାଉଛି ଏବଂ ନବମ ରତ୍ନ
ମୋର ପ୍ରତୀକ । ଏମାନଙ୍କୁ ଏହିଭଳି ଶ୍ରେଷ୍ଠ ବାବା ହିଁ କରୁଛନ୍ତି । ତୁମେ ବାବାଙ୍କ ଦ୍ୱାରା
ପାରସ ବୁଦ୍ଧି ହେଉଛ, ରେଙ୍ଗୁନରେ ଗୋଟିଏ ପୋଖରୀ ଅଛି, କହୁଛନ୍ତି ସେଥିରେ ସ୍ନାନ କରିଲେ ପରୀ
ହୋଇଯାଆନ୍ତି । ବାସ୍ତବରେ ଏହା ହେଲା ଜ୍ଞାନ ସ୍ନାନ, ଯାହା ଦ୍ୱାରା ତୁମେମାନେ ଦେବତା ହୋଇଯାଉଛ ।
ବାକି ସେ ସବୁ ହେଲା ଭକ୍ତିମାର୍ଗର କଥା । ଏମିତି ତ କେବେ ହୋଇପାରିବ ନାହିଁ ଯେ, ପାଣିରେ ସ୍ନାନ
କରିଲେ କେହି ପରୀ ହୋଇଯିବେ । ଏ ସବୁ ହେଲା ଭକ୍ତିମାର୍ଗ । କ’ଣ କ’ଣ ସବୁ କଥା ଶୁଣାଉଛନ୍ତି ।
କିଛି ହେଲେ ବି ବୁଝୁନାହାଁନ୍ତି । ଏବେ ତୁମେମାନେ ଜାଣିଛ ଦିଲୱାଡା, ଗୁରୁ ଶିଖର ଆଦି
ତୁମମାନଙ୍କର ହିଁ ସ୍ମାରକୀ ଅଟେ । ବାବା ବହୁତ ଉଚ୍ଚରେ ରହୁଛନ୍ତି ନା । ତୁମେମାନେ ଜାଣିଛ, ବାବା
ଏବଂ ଆମେ ଆତ୍ମାମାନେ ଯେଉଁଠାରେ ନିବାସ କରୁଛୁ , ତାହା ହେଲା ବ୍ରହ୍ମଲୋକ । ସୂକ୍ଷ୍ମଲୋକ ତ କେବଳ
ସାକ୍ଷାତ୍କାର ପାଇଁ ରହିଛି । ତାହା କୌଣସି ଦୁନିଆ ନୁହେଁ । ସୂକ୍ଷ୍ମଲୋକ ବା ବ୍ରହ୍ମଲୋକ ପାଇଁ
ଏକଥା କୁହାଯାଇପାରିବ ନାହିଁ ଯେ, ବିଶ୍ୱ ଇତିହାସ ପୁନରାବୃତ୍ତି ହେଉଛି । ବିଶ୍ୱ ତ ଗୋଟିଏ । ଏହି
ବିଶ୍ୱର ଇତିହାସର ହିଁ ପୁନରାବୃତ୍ତି ହେଉଛି ବୋଲି କୁହାଯାଉଛି । ମନୁଷ୍ୟମାନେ କହୁଛନ୍ତି ବିଶ୍ୱରେ
ଶାନ୍ତି ସ୍ଥାପନା ହେଉ କିନ୍ତୁ ଏକଥା ଜାଣି ନହାଁନ୍ତି, ଯେ ଆତ୍ମାର ସ୍ୱଧର୍ମ ହିଁ ଶାନ୍ତି । ବାକି
ଜଙ୍ଗଲରେ କ’ଣ ଶାନ୍ତି ମିଳିପାରିବ କି । ତୁମମାନଙ୍କୁ ସୁଖ ଏବଂ ବାକି ସମସ୍ତଙ୍କୁ ଶାନ୍ତି
ମିଳିଯାଉଛି । ଯିଏବି ଆସୁଛନ୍ତି ପ୍ରଥମେ ଶାନ୍ତିଧାମକୁ ଯାଇ ପୁଣି ସୁଖଧାମକୁ ଆସିବେ । କେହି କେହି
କହୁଛନ୍ତି ଆମେ ଜ୍ଞାନ ଗ୍ରହଣ କରିବୁ ନାହିଁ, ଅନ୍ତିମ ସମୟରେ ଆସିବୁ ବାକି ଏତେ ସମୟ ମୁକ୍ତିଧାମରେ
ରହିବୁ । ଏହା ତ ଭଲ କଥା, ବହୁତ ସମୟ ମୁକ୍ତିରେ ରହିବ । ଏଠାରେ ଗୋଟିଏ-ଦୁଇଟି ଜନ୍ମ ନେବେ । ତେବେ
ଏହା କ’ଣ? ଯେପରି ମଶା ଜନ୍ମ ହୋଇ ପୁଣି ମରି ଯାଇଥା’ନ୍ତି । ଗୋଟିଏ ଜନ୍ମରେ କ’ଣ ସୁଖ ଅଛି । ଏଭଳି
ଜନ୍ମ ତ କୌଣସି କାମକୁ ନୁହେଁ, ଯେପରି କୌଣସି ପାର୍ଟ ହିଁ ନାହିଁ । ତୁମର ପାର୍ଟ ତ ବହୁତ ଉଚ୍ଚ ।
ତୁମ ଭଳି ସୁଖ କେହି ଭୋଗ କରିପାରିବେ ନାହିଁ, ସେଥିପାଇଁ ପୁରୁଷାର୍ଥ କରିବା ଦରକାର । କରୁଛ ମଧ୍ୟ,
କଳ୍ପ ପୂର୍ବରୁ ମଧ୍ୟ ପୁରୁଷାର୍ଥ କରିଥିଲ । ନିଜର ପୁରୁଷାର୍ଥ ଅନୁସାରେ ପ୍ରାଲବ୍ଧ ପାଇଛ ।
ପୁରୁଷାର୍ଥ ବିନା ତ ପ୍ରାଲବ୍ଧ ପାଇପାରିବ ନାହିଁ । ତେଣୁ ପୁରୁଷାର୍ଥ ନିଶ୍ଚିତ ଭାବରେ କରିବାକୁ
ହେବ । ବାବା କହୁଛନ୍ତି - ଏହିଭଳି ହିଁ ଡ୍ରାମା ରଚନା କରାଯାଇଛି । ତୁମର ପୁରୁଷାର୍ଥ ମଧ୍ୟ
ଡ୍ରାମାନୁସାରେ ହେବ । ନଚେତ୍ ପୁରୁଷାର୍ଥ କରିପାରିବ ନାହିଁ । ତୁମକୁ ନିଶ୍ଚିତ ଭାବରେ
ପୁରୁଷାର୍ଥ କରିବାକୁ ପଡିବ । ପୁରୁଷାର୍ଥ ବିନା କିଛି ହୋଇପାରିବ ନାହିଁ । ଯଦି ତୁମକୁ କାଶ ହେଉଛି
ତେବେ ତାହା ସ୍ୱତଃ କିପରି ଠିକ୍ ହେବ ? ଔଷଧ ନେବାର ପୁରୁଷାର୍ଥ କରିବାକୁ ପଡିବ । କେହି କେହି
ଏହିଭଳି ଡ୍ରାମା ଉପରେ ଛାଡି ଦେଉଛନ୍ତି, କହୁଛନ୍ତି ଯାହା ଡ୍ରାମାରେ ଥିବ ହେବ । ଏହିଭଳି ଓଲଟା
ଜ୍ଞାନ ବୁଦ୍ଧିରେ ରଖିବା ଉଚିତ ନୁହେଁ । ଏହିଭଳି ମାୟା ହିଁ ବିଘ୍ନ ପକାଇଥାଏ । ପିଲାମାନେ
ପାଠପଢାକୁ ଛାଡି ଦେଇଥା’ନ୍ତି, ଏହାକୁ କୁହାଯାଉଛି - ମାୟାଠାରୁ ହାରିବା । ଏହା ଯୁଦ୍ଧ ଅଟେ ନା ।
ତେଣୁ ଏହା ମଧ୍ୟ ଜବରଦସ୍ତ ଅଟେ । ଆଚ୍ଛା -
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଶ୍ରେଷ୍ଠ
ରାଜ୍ୟ ସ୍ଥାପନ କରିବା ପାଇଁ ଶ୍ରୀମତରେ ଚାଲି ବାବାଙ୍କର ସହଯୋଗୀ ହେବାକୁ ପଡିବ । ଯେପରି
ଦେବତାମାନେ ନିର୍ବିକାରୀ ଅଟନ୍ତି, ସେହିପରି ଗୃହସ୍ଥ ବ୍ୟବହାରରେ ରହି ନିର୍ବିକାରୀ ହେବାକୁ ପଡିବ
। ଘର ଗୃହସ୍ଥକୁ ପବିତ୍ର କରିବାକୁ ହେବ ।
(୨) ଡ୍ରାମାର ଜ୍ଞାନକୁ
ଓଲଟା ରୂପରେ ବ୍ୟବହାର କରିବାର ନାହିଁ । ଡ୍ରାମା ବୋଲି କହି ବସି ଯିବାର ନାହିଁ । ପାଠପଢା ଉପରେ
ପୂରା ପୂରା ଧ୍ୟାନ ଦେବାକୁ ହେବ ଏବଂ ପୁରୁଷାର୍ଥ ଦ୍ୱାରା ନିଜର ଶ୍ରେଷ୍ଠ ପ୍ରାରବ୍ଧ ଜମା କରିବାକୁ
ହେବ ।
ବରଦାନ:-
କମଳ ପୁଷ୍ପର
ସଂକେତକୁ ବୁଦ୍ଧିରେ ରଖି ନିଜକୁ ଦୃଷ୍ଟାନ୍ତ ମନେ କରୁଥିବା ନ୍ୟାରା ଏବଂ ପ୍ୟାରା ହୁଅ ।
ପ୍ରବୃତ୍ତି ଅର୍ଥାତ୍ ଘର
ଗୃହସ୍ଥରେ ରହୁଥିବା ଆତ୍ମାମାନଙ୍କର ସଙ୍କେତ ବା ପ୍ରତୀକ ହେଲା “କମଳପୁଷ୍ପ” । ତେଣୁ ତୁମେମାନେ
କମଳପୁଷ୍ପ ଭଳି ହୁଅ ଏବଂ ପ୍ରତ୍ୟେକ ଆଜ୍ଞାକୁ ପାଳନ କର । ଯଦି ଆଜ୍ଞାକୁ ପାଳନ କରିପାରିବ ନାହିଁ
ତେବେ କମଳପୁଷ୍ପ ଭଳି ମଧ୍ୟ ହୋଇପାରିବ ନାହିଁ । ତେଣୁ କମଳପୁଷ୍ପର ପ୍ରତୀକକୁ ବୁଦ୍ଧିରେ ରଖି
ନିଜକୁ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ, ମନେ କରି ଚାଲ । ସେବା କରୁଥିଲେ ମଧ୍ୟ ନ୍ୟାରା ଅର୍ଥାତ୍
ସମସ୍ତଙ୍କଠାରୁ ଭିନ୍ନ ହୁଅ, ତା’ପରେ ସମସ୍ତଙ୍କର ପ୍ରିୟ ହୁଅ କାହିଁକି ନା ସ୍ନେହ ମଧ୍ୟ କେବେ
କେବେ ମୋହର ଆକର୍ଷଣରେ ପରିବର୍ତ୍ତିତ ହୋଇଯାଏ, ସେଥିପାଇଁ କୌଣସି ବି ସେବା କର କିନ୍ତୁ ନିଆରା
ହୁଅ ଏବଂ ପ୍ରିୟ ହୁଅ ।
ସ୍ଲୋଗାନ:-
ସ୍ନେହର
ଛତ୍ରଛାୟା ଭିତରକୁ ମାୟା ଆସିପାରିବ ନାହିଁ ।