22.06.25 Avyakt Bapdada Odia Murli 15.12.2005 Om Shanti Madhuban
“ଏବେ ସ୍ନେହ ଏବଂ
ସହଯୋଗର ରୂପରେଖା ସାମ୍ନାକୁ ଆଣ, ସମସ୍ତଙ୍କୁ ଗୁଣ ଏବଂ ଶକ୍ତିର ଉପହାର ଦିଅ”
ଆଜି ପରମାତ୍ମା ପିତା
ନିଜର ଚାରିଆଡର ପରମାତ୍ମ ସ୍ନେହର ଅଧିକାରୀ ପିଲାମାନଙ୍କୁ ଦେଖୁଛନ୍ତି । ଏହି ପରମାତ୍ମ ସ୍ନେହ
ସାରା ବିଶ୍ୱରେ କୋଟି କୋଟି ଆତ୍ମାଙ୍କ ଭିତରେ କାହାକୁ କାହାକୁ ହିଁ ପ୍ରାପ୍ତ ହୋଇଥାଏ । ଏହି
ପରମାତ୍ମ ସ୍ନେହ ନିଃସ୍ୱାର୍ଥ ସ୍ନେହ ଅଟେ କାହିଁକି ନା ଏକମାତ୍ର ପରମାତ୍ମା ପିତା ହିଁ ନିରାକାର
ଏବଂ ନିରଂହକାରୀ ଅଟନ୍ତି । ମନୁଷ୍ୟ ଆତ୍ମା ଶରୀରଧାରୀ ହୋଇଥିବା କାରଣରୁ କୌଣସି ନା କୌଣସି
ସ୍ୱାର୍ଥର ବଶୀଭୂତ ନିଶ୍ଚିତ ହୋଇଥାଏ, କିନ୍ତୁ କେବଳ ପରମାତ୍ମା ପିତା ହିଁ ନିଜର ପିଲାମାନଙ୍କୁ
ଏହିଭଳି ନିଃସ୍ୱାର୍ଥ ସ୍ନେହ ଦେଇଥାଆନ୍ତି । ତେବେ ପରମାତ୍ମ ସ୍ନେହ ବ୍ରାହ୍ମଣ ଜୀବନର ବିଶେଷ
ଆଧାର ଅଟେ ଏବଂ ବ୍ରାହ୍ମଣମାନଙ୍କ ପାଇଁ ଜୀବଦାନ ଅଟେ । ଯଦି ବ୍ରାହ୍ମଣ ଜୀବନରେ ପରମାତ୍ମ ସ୍ନେହର
ଅନୁଭବ କମ୍ ଅଛି ତେବେ ସ୍ନେହ ବିନା ଜୀବନ ରୁଖା-ସୁଖା ହୋଇଥାଏ, ରମଣିକ ଜୀବନ ହୋଇପାରେ ନାହିଁ ।
କେବଳ ପରମାତ୍ମ ସ୍ନେହ ହିଁ ଜୀବନରେ ସର୍ବଦା ସାଥୀରେ ମଧ୍ୟ ରହିଥାଏ ଏବଂ ସର୍ବଦା ସହଯୋଗୀ ମଧ୍ୟ
ହୋଇଥାଏ । ଯେଉଁଠି ପରମାତ୍ମ ସ୍ନେହ ରହିଛି ଏବଂ ସଂଗ ରହିଛି ସେଠାରେ ସବୁ କିଛି ବହୁତ ସହଜ ଏବଂ
ସରଳ ହୋଇଯାଇଥାଏ, ମେହନତର ଅନୁଭବ ହୋଇନଥାଏ । ଏହିଭଳି ଅନୁଭବ ତ ଅଛି ନା! ଯେଉଁମାନେ
ପରମାତ୍ମାଙ୍କର ପ୍ରିୟ ଆତ୍ମା ସେମାନେ କେବେ ବି କୌଣସି ବ୍ୟକ୍ତି ବା ସାଧନର ଆକର୍ଷଣରେ ଆସିପାରିବେ
ନାହିଁ । କାହିଁକି ନା ପରମାତ୍ମ ଆକର୍ଷଣ, ପରମାତ୍ମ ସ୍ନେହ ଏଭଳି ଅନୁଭବ କରାଇଥାଏ ଯାହାକି ସ୍ନେହ
ଥିବା କାରଣରୁ ସେମାନେ ସର୍ବଦା ଲବଲୀନ ସ୍ଥିତିରେ ରହିଥାଆନ୍ତି । ଯାହାକୁ ଲୋକମାନେ ପରମାତ୍ମାଙ୍କ
ସହିତ ଲୀନ ହୋଇଯିବା ଭାବି ନେଇଛନ୍ତି । ତେବେ ପରମାତ୍ମାଙ୍କ ସହିତ କେହି ଲୀନ ହୁଅନ୍ତି ନାହିଁ
କିନ୍ତୁ ପରମାତ୍ମ ସ୍ନେହରେ ଲବଲୀନ ହୋଇଯାଆନ୍ତି ।
ବାପଦାଦା ଆଜି ଚାରିଆଡର ପିଲାମାନଙ୍କୁ ଦେଖୁଛନ୍ତି । ପରମାତ୍ମାଙ୍କର ପ୍ରିୟ ପାତ୍ର ତ ସମସ୍ତେ ଅଟ
କିନ୍ତୁ ଗୋଟିଏ ହେଲା ଲଭଲୀ ଅର୍ଥାତ୍ ଗେହ୍ଲା ସନ୍ତାନ ଆଉ ଗୋଟିଏ ହେଲା - ଲବଲୀନ ଅର୍ଥାତ୍
ସ୍ନେହରେ ବୁଡି ରହିଥିବା ଗେହ୍ଲା ସନ୍ତାନ । ତେଣୁ ସମସ୍ତେ ନିଜେ ନିଜକୁ ପଚାର ଯେ ଲଭଲୀ ତ ସମସ୍ତେ
ଅଟନ୍ତି କିନ୍ତୁ ମୁଁ ଲବଲୀନ ଅବସ୍ଥାରେ କେତେ ସମୟ ରହୁଛ? ତେବେ ଲବଲୀନ ପିଲାମାନଙ୍କର ଲକ୍ଷଣ ହେଲା
ସେମାନେ ସର୍ବଦା ପରମାତ୍ମା ପିତାଙ୍କର ଆଜ୍ଞା ଅନୁସାରେ ସହଜରେ ଚାଲିଥାଆନ୍ତି । କେବଳ ଆଜ୍ଞା
ଅନୁସାରେ ଚାଲନ୍ତି ନାହିଁ ଆହୁରି ନିଜର ଦେହଅଭିମାନକୁ ମଧ୍ୟ ଆହୁତି ଦେଇଥାଆନ୍ତି । କାହିଁକିନା
ସ୍ନେହରେ ନିଜକୁ ଆହୁତି ଦେବା କିଛି କଷ୍ଟକର ନୁହେଁ । ତେବେ ସବୁଠାରୁ ପ୍ରଥମ ଆଜ୍ଞା ହେଲା ଯୋଗୀ
ହୁଅ, ପବିତ୍ର ହୁଅ । ବାବାଙ୍କର ପିଲାମାନଙ୍କ ପ୍ରତି ସ୍ନେହ ଥିବା କାରଣରୁ ପିଲାମାନଙ୍କର ମେହନତ
କରିବା ବାବା ଦେଖି ପାରୁ ନାହାଁନ୍ତି କାହିଁକି ନା ବାବା ଜାଣିଛନ୍ତି ପିଲାମାନେ ୬୩ ଜନ୍ମ ଧରି
ବହୁତ ମେହନତ କରିଆସିଛନ୍ତି । ତେଣୁ ବର୍ତ୍ତମାନର ଏହି ଅଲୌକିକ ଜନ୍ମ ମେହନତରୁ ମୁକ୍ତ ହୋଇ
ଅତିନ୍ଦ୍ରିୟ ସୁଖର ମଉଜ କରିବା ସମୟ ଅଟେ । ତେବେ ସମସ୍ତେ ମଉଜ କରୁଛ, ନା ମେହନତ କରିବାକୁ ପଡୁଛି
। ତେବେ ସ୍ନେହରେ ଆଜ୍ଞାକାରୀ ହୋଇ ଚାଲିବାରେ ମେହନତ ଲାଗି ନଥାଏ । ଯଦି ମେହନତ କରିବାକୁ ପଡୁଛି
ତେବେ ସ୍ନେହର ପରିମାଣ କମ୍ ଅଛି । କେଉଁଠି ନା କେଉଁଠି ସ୍ନେହରେ କିଛି ନା କିଛି ଲିକେଜ୍ ଅର୍ଥାତ୍
ଛିଦ୍ର ଅଛି । ତେବେ ଦୁଇଟି କଥାର ଲିକେଜ ହିଁ ମେହନତ କରାଇଥାଏ - ଗୋଟିଏ ହେଲା ପୁରୁଣା ସଂସାରର
ଆକର୍ଷଣ ଯେଉଁଥିରେ ସମ୍ବନ୍ଧ, ପଦାର୍ଥ ଆଦି ସବୁ କିଛି ଆସିଯାଉଛି ଏବଂ ଦ୍ୱିତୀୟଟି ହେଲା ପୁରୁଣା
ସଂସ୍କାରର ଆକର୍ଷଣ । ଯେହେତୁ ଏହି ପୁରୁଣା ସଂସାର ଏବଂ ପୁରୁଣା ସଂସ୍କାର ନିଜ ଆଡକୁ ଆକର୍ଷିତ
କରିଦେଉଛି ତେଣୁ ପରମାତ୍ମ ସ୍ନେହର ପରିମାଣ କମ୍ ହୋଇଯାଉଛି । ଏବେ ଚେକ୍ କର ଯେ ମୁଁ ଏହି ଦୁଇଟି
ଲିକେଜଠାରୁ ମୁକ୍ତ ଅଟେ ତ? ମନେ ପକାଅ ତୁମ ଆତ୍ମାମାନଙ୍କର ଅନାଦି ଏବଂ ଆଦି ସଂସ୍କାର କ’ଣ ଥିଲା
ତଥା ବର୍ତ୍ତମାନ ଅନ୍ତିମ ସମୟରେ ବ୍ରାହ୍ମଣ ଜୀବନର ସଂସ୍କାର କ’ଣ ଅଟେ? ଅନାଦି ସଂସ୍କାର ମଧ୍ୟ
ଶ୍ରେଷ୍ଠ, ଆଦି ସଂସ୍କାର ଏବଂ ଅନ୍ତିମ ସମୟର ସଂସ୍କାର ମଧ୍ୟ ଶ୍ରେଷ୍ଠ ଅଟେ । ଏହି ସବୁ ପୁରୁଣା
ସଂସ୍କାର ଗୁଡିକ ମଝି ସମୟର ହିଁ ଅଟେ । ନା ଅନାଦି ଅଟେ, ନା ଆଦି ଅଟେ, ନା ଅନ୍ତ ସମୟର ସଂସ୍କାର
ଅଟେ । କିନ୍ତୁ ସମସ୍ତଙ୍କର ଲକ୍ଷ କ’ଣ ଅଟେ? ଯେକୌଣସି ପିଲାକୁ ପଚାର ସେ ଗୋଟିଏ ହିଁ ଉତ୍ତର ଦେବ,
ତାହା ହେଲା ବାବାଙ୍କ ସମାନ ହେବା । ଏହା ଠିକ୍ ଅଟେ ନା! ଯଦି ଠିକ୍ ତେବେ ହାତ ଉଠାଅ । ଏହି
ଲକ୍ଷ୍ୟ ପକ୍କା ଅଟେ ତ? ନା ମଝିରେ ମଝିରେ ଲକ୍ଷ୍ୟ ବଦଳିଯାଉଛି?
ତେଣୁ ବାବା ପିଲାମାନଙ୍କୁ ପଚାରୁଛନ୍ତି ଯେ ବାବା ଏବଂ ଦାଦା ଉଭୟଙ୍କର ସମାନ ସଂସ୍କାର କ’ଣ ଅଟେ?
ବାବା ସର୍ବଦା ପ୍ରତ୍ୟେକ ଆତ୍ମାଙ୍କ ପ୍ରତି ଉଦାରଚିତ୍ତ ରହି ଆସିଛନ୍ତି । ପ୍ରତ୍ୟେକ ଆତ୍ମା ପ୍ରତି
ସ୍ନେହ ଏବଂ ସମ୍ମାନ ସ୍ୱରୂପରେ ସହଯୋଗୀ ହୋଇ ଆସିଛନ୍ତି । ଏହିଭଳି ନିଜେ ମଧ୍ୟ ନିଜକୁ ପ୍ରତ୍ୟେକ
ଆତ୍ମା ପ୍ରତି ସହଯୋଗୀ ଅନୁଭବ କରୁଛ ତ? ଯଦି କିଏ ସହଯୋଗ ଦେବ ତେବେ ମୁଁ ସହଯୋଗୀ ହେବି, ଏହା ନୁହେଁ,
ସ୍ନେହ ଦେଲେ ଯାଇ ସେହ୍ନୀ ହେବି, ଏହା ନୁହେଁ । ଯେପରି ବ୍ରହ୍ମାବାବା ପ୍ରତ୍ୟେକ ସନ୍ତାନ ପ୍ରତି
ସହଯୋଗୀ ହୋଇଥିଲେ, ସ୍ନେହୀ ହୋଇଥିଲେ ସେହିଭଳି ସମସ୍ତଙ୍କର ସଦା ସ୍ନେହୀ ଏବଂ ସଦା ସହଯୋଗୀ ହୁଅ,
ଏହାକୁ କୁହାଯାଏ ସମାନ ହେବା । ଯଦି କୌଣସି ପିଲାକୁ ନିଜର ସଂସ୍କାର ପରିବର୍ତ୍ତନ କରିବା ପାଇଁ
ମେହନତ କରିବାକୁ ପଡୁଛି ତେବେ ତା’ର କାରଣ କ’ଣ? ବ୍ରହ୍ମାବାବା ମଧ୍ୟ ନିଜ ଉପରେ ବିଶେଷ ଧ୍ୟାନ
ଦେଉଥିଲେ କିନ୍ତୁ ମେହନତ କରିନଥିଲେ । ତେବେ ସଂସ୍କାର ପରିବର୍ତ୍ତନରେ ମେହନତର କାରଣ ହେଲା ଲଭଲୀ
ହୋଇଯାଇଛ କିନ୍ତୁ ଲବଲୀନ ହୋଇ ନାହଁ ।
ବାପଦାଦା ତ ସବୁ ପିଲାଙ୍କୁ ଲଭଲୀ ଅର୍ଥାତ୍ ଗେହ୍ଳା ସନ୍ତାନ ମନେ କରୁଛନ୍ତି, ସମସ୍ତଙ୍କୁ
ଜାଣିଛନ୍ତି, ସମସ୍ତଙ୍କର ଜନ୍ମ ଜାତକକୁ ଜାଣିଛନ୍ତି ପୁଣି ବି କ’ଣ କହିବେ? ଗେହ୍ଳା ସନ୍ତାନ ଅଟ ।
ବାପଦାଦା ସବୁ ପିଲାଙ୍କୁ ଗୋଟିଏ ପାଠପଢା, ଗୋଟିଏ ହିଁ ପାଳନା, ଗୋଟିଏ ବରଦାନ ସବୁବେଳେ ଦେଉଛନ୍ତି
। ଯଦିଓ ଜାଣିଛନ୍ତି ଯେ ଇଏ ଶେଷ ନମ୍ବରର ଦାନା ଅଟେ ପୁଣି ବି ବାପଦାଦା କୌଣସି ପିଲାର ଅବଗୁଣ ବା
ଦୋଷ ଦୁର୍ବଳତାକୁ ସଂକଳ୍ପରେ ମଧ୍ୟ ରଖି ନ ଥାଆନ୍ତି । ଗେହ୍ଲା ଅଟେ, ସିକିଲଧା ଅଟେ, ମିଠା ମିଠା
ଅଟେ.... ଏହିଭଳି ଦୃଷ୍ଟିରେ ଏବଂ ମନୋବୃତ୍ତିରେ ଦେଖନ୍ତି କାହିଁକି ନା ବାପଦାଦା ଜାଣିଛନ୍ତି
ଏହିଭଳି ମନୋବୃତ୍ତି ଏବଂ ଶ୍ରେଷ୍ଠ ଦୃଷ୍ଟି ଦ୍ୱାରା ଦୁର୍ବଳ ଆତ୍ମା ମଧ୍ୟ ମହାବୀର ହୋଇଯିବ ।
ସେହିପରି ତୁମେମାନେ ମଧ୍ୟ ନିଜର ଶ୍ରେଷ୍ଠ ବୃତ୍ତି ଏବଂ ଶୁଭଭାବନା, ଶୁଭକାମନା ଦ୍ୱାରା କାହାକୁ
ବି ପରିବର୍ତ୍ତନ କରିପାରିବ । ଯେବେକି ତୁମେମାନେ ଚାଲେଞ୍ଚ କରିଛ ଯେ ପ୍ରକୃତିକୁ ମଧ୍ୟ
ପରିବର୍ତ୍ତନ କରି ଦେଖାଇବୁ ତେବେ କ’ଣ ଆତ୍ମାମାନଙ୍କୁ ପରିବର୍ତ୍ତନ କରିପାରିବ ନାହିଁ! ଯଦି
ପ୍ରକୃତିଜିତ୍ ମଧ୍ୟ ହୋଇପାରୁଛ ତେବେ କ’ଣ ଆତ୍ମା ନିଜର ଶ୍ରେଷ୍ଠ ଭାବନା ଦ୍ୱାରା କଲ୍ୟାଣର କାମନା
ଦ୍ୱାରା ଅନ୍ୟ ଆତ୍ମାକୁ ପରିବର୍ତ୍ତନ କରିପାରିବ ନାହିଁ ।
ଏବେ ତ ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି ନା, ତେଣୁ ନୂଆ ବର୍ଷରେ ସମସ୍ତ ବେହଦର ବ୍ରାହ୍ମଣ
ପରିବାର ଭିତରେ ପରସ୍ପର ପ୍ରତି ନିଜର ଶୁଭଭାବନା ଦ୍ୱାରା ଏବଂ ଶ୍ରେଷ୍ଠ କାମନା ଦ୍ୱାରା ସମସ୍ତେ
ପରସ୍ପରକୁ ପରିବର୍ତ୍ତନ କରିବାରେ ସହଯୋଗୀ ହୁଅ, ଚାହେଁ ଦୁର୍ବଳ ହୋଇଥାଉ ପଛକେ, କାହିଁକି ନା
ଜାଣିଛ ଯେ ଏହାର ସଂସ୍କାରରେ ଏହି ଦୁର୍ବଳତା ରହିଛି କିନ୍ତୁ ତୁମେ ନିଜର ସ୍ନେହ ଏବଂ ସହଯୋଗର
ଶକ୍ତି ଦ୍ୱାରା ସହଯୋଗୀ ହୁଅ । ପରସ୍ପର ସହିତ ସହଯୋଗର ହାତ ମିଳାଅ । ତେବେ ଏହିଭଳି ସହଯୋଗର ହାତ
ମିଳାଇବାର ଦୃଶ୍ୟ ଏଭଳି ହୋଇଯିବ ଯେପରି ସ୍ନେହର ସହିତ ବା ସହଯୋଗର ଭାବନାର ସହିତ ହାତରେ ହାତ
ମିଶାଇ ମାଳା ତିଆରି କରନ୍ତି । ତେଣୁ କାହାକୁ ଶିକ୍ଷା ଦିଅ ନାହିଁ । ସ୍ନେହଭରା ସହଯୋଗ ଦିଅ ।
କାହାଠାରୁ ନିଆରା ହୁଅ ନାହିଁ କିମ୍ବା ଆଡେଇ ହୁଅ ନାହିଁ, ବରଂ ସାହାରା ହୁଅ କାହିଁକି ନା
ତୁମମାନଙ୍କର ସ୍କାରକୀ ବିଜୟ ମାଳା ଅଟେ । ପ୍ରତ୍ୟେକ ଦାନା ଆଉ ଗୋଟିଏ ଦାନାର ସାଥୀ ସହଯୋଗୀ
ଅଟନ୍ତି, ତେବେ ଯାଇ ମାଳାର ଚିତ୍ର ତିଆରି ହୋଇପାରିଛି ।
ତେବେ ସମସ୍ତେ ବାପଦାଦାଙ୍କୁ ପଚାରୁଛନ୍ତି ଯେ ଏହି ନୂତନ ବର୍ଷରେ ଆମକୁ କ’ଣ କରିବାର ଅଛି?
ସନ୍ଦେଶ ଦେବାର କାର୍ଯ୍ୟ ତ ବହୁତ କରିଲିଣି, କରୁଛ ମଧ୍ୟ ଏବଂ କରି ଚାଲିଥିବ । ଏବେ ସନ୍ଦେଶବାହକ
ମାନଙ୍କର ସହଯୋଗର ଏବଂ ସ୍ନେହର ରୂପରେଖା ବିଶ୍ୱ ସମ୍ମୁଖକୁ ଆଣ । ମହାଦାନୀ ହୁଅ, ନିଜର ଗୁଣ
ଗୁଡିକର ସହଯୋଗୀ ହୁଅ ଏବଂ ଅନ୍ୟମାନଙ୍କୁ ମଧ୍ୟ ସହଯୋଗୀ କର । ଏହିଭଳି ନିଜର ଗୁଣ ଗୁଡିକର, ଏମିତି
ତ ସବୁ ଗୁଣ ପରମାତ୍ମାଙ୍କର ହିଁ ଅଟେ, ପୁଣି ବି ଯେଉଁ ଗୁଣ ଗୁଡିକୁ ତୁମେମାନେ ନିଜ ଭିତରେ ଧାରଣ
କରିଛ, ସେହି ଗୁଣର ଶକ୍ତି ଦ୍ୱାରା ସେମାନଙ୍କର ଦୁର୍ବଳତାକୁ ଦୂର କର । ଏହିଭଳି କରିପାରିବ?
କରିପାରିବ ନା ମୁଶକିଲ୍ ଅଟେ? ଟୀଚରମାନେ କୁହ, କରିପାରିବ ତ? କରିପାରିବ ନା କରିବାକୁ ପଡିବ?
କରିବାକୁ ହିଁ ପଡିବ । କେହି ଯେପରି ଦୁର୍ବଳ ନ ରୁହନ୍ତୁ କାହିଁକି ନା କୋଟିକ ଭିତରେ କେହି ଅଟ
ନା! ଚାହେଁ ଶେଷ ଦାନା ବି ହୋଇଥାଉ କିନ୍ତୁ କୋଟିକ ଭିତରେ କେହି ଅଟେ ନା! ତୁମମାନଙ୍କର ଉପାଧି
ହେଉଛି ମାଷ୍ଟର ସର୍ବଶକ୍ତିବାନ । ତେଣୁ ସର୍ବଶକ୍ତିବାନର କର୍ତ୍ତବ୍ୟ କ’ଣ? ଶକ୍ତିର ଲେଣ-ଦେଣ
କରିବା । ତେଣୁ ବାବାଙ୍କଠାରୁ ମିଳିଥିବା ଗୁଣ ଗୁଡିକୁ ପରସ୍ପର ଭିତରେ ଦେବା ନେବା କର । ଏହିଭଳି
ସହଯୋଗର ଉପହାର ଜଣେ ଅନ୍ୟଜଣଙ୍କୁ ଦିଅ । ନୂଆବର୍ଷରେ ପରସ୍ପରକୁ ଉପହାର ଦେଇଥାଆନ୍ତି ନା! ତେଣୁ
ଏହି ବର୍ଷ ପରସ୍ପରକୁ ଗୁଣର ଉପହାର ଦିଅ । ଯଦି କଲ୍ୟାଣର ଭାବନା ରଖିବ ତେବେ ଯେପରି ଭାଷଣ କରି
ବାଣୀ ଦ୍ୱାରା ସନ୍ଦେଶ ଦେଉଛ ନା ସେହିପରି ନିଜର କଲ୍ୟାଣର ଭାବନା ଦ୍ୱାରା, କଲ୍ୟାଣର ବୃତ୍ତି
ଦ୍ୱାରା, କଲ୍ୟାଣର ବାୟୁମଣ୍ଡଳ ଦ୍ୱାରା ଏହିସବୁ ଗୁଣର ଉପହାର ଦିଅ, ଶକ୍ତିର ଉପହାର ଦିଅ ।
ଦୁର୍ବଳକୁ ସହଯୋଗ କରିବା, ଏହା ହିଁ ହେଉଛି ଯଥା ସମୟରେ ଉପହାର ଦେବା । ତଳେ ପଡିଥିବା ଲୋକକୁ ଆଉ
ତଳକୁ ପକାଅ ନାହିଁ । ଉପରକୁ ଚଢାଅ । ଇଏ ଏହିଭଳି, ଇଏ ଏହିଭଳି..... ନା । ଇଏ ପ୍ରଭୁଙ୍କର
ସ୍ନେହର ପାତ୍ର ଅଟେ । କୋଟିକ ଭିତରେ କେହି ଅଟେ, ବିଶେଷ ଆତ୍ମା ଅଟେ, ବିଜୟୀ ହେବାବାଲା ଆତ୍ମା
ଅଟେ, ଏହିଭଳି ଦୃଷ୍ଟି ରଖ । ଏବେ ନିଜର ବୃତ୍ତି, ଦୃଷ୍ଟି ଏବଂ ବାୟୁମଣ୍ଡଳକୁ ପରିବର୍ତ୍ତନ କର ।
କିଛି ନା କିଛି ନବୀନତା କରିବା ଦରକାର ନା! ଦୁର୍ବଳତା ଗୁଡିକୁ ଦେଖୁଥିଲେ ମଧ୍ୟ ଦେଖ ନାହିଁ,
ଉମଙ୍ଗ-ଉତ୍ସାହ ଦିଅ, ସହଯୋଗ ଦିଅ । ଯଦି ଏହିଭଳି ବ୍ରାହ୍ମଣ ସଂଗଠନ ପ୍ରସ୍ତୁତ କରିବ ତେବେ
ବାପଦାଦା ବିଜୟର ତାଳି ବଜାଇବେ । ତୁମେମାନେ ମଧ୍ୟ ବାରମ୍ବାର ତାଳି ବଜାଉଛ ନା, ସେହିପରି ବାପଦାଦା
ମଧ୍ୟ ଅଭିନନ୍ଦନ, ବଧାଇ ଏବଂ ଶୁଭେଚ୍ଛାର ତାଳି ବଜାଇବେ । ତୁମେମାନେ ମଧ୍ୟ ବାବାଙ୍କ ସାଥୀରେ ତାଳି
ମାରିବ ନା! ଏବେ ତାଳି ବଜାଇ ଦେଲ ଭଲ କରିଲ କିନ୍ତୁ ବିଶ୍ୱ ସମ୍ମୁଖରେ ତାଳି ବାଜିବା ଦରକାର ।
ସମସ୍ତଙ୍କ ମୁଖରୁ ଏହି ଶବ୍ଦ ବାହାରିବା ଦରକାର, ଆମର ଇଷ୍ଟ ଦେବ, ଇଷ୍ଟଦେବୀ ଆସିଗଲେ । ଆମର
ପୂଜ୍ୟ ଆସିଗଲେ, ଲକ୍ଷ୍ୟ ତ ପକ୍କା ଅଟେ ନା! କ’ଣ ଲକ୍ଷ୍ୟ ପକ୍କା ଅଟେ ତ, କରିବାକୁ ହିଁ ହେବ? ନା
ଦେଖିବା, ପ୍ଳାନ୍ କରିବା! କରିବାକୁ ହିଁ ହେବ, ପ୍ଳାନ୍ କ’ଣ କରିବୁ, କରିବାକୁ ହିଁ ହେବ । ଏବେ ତ
ସମସ୍ତେ ଅପେକ୍ଷା କରିରହିଛନ୍ତି, ଏବେ ସେମାନଙ୍କର ଅପେକ୍ଷାକୁ ସମାପ୍ତ କର । ପ୍ରତ୍ୟକ୍ଷ ହେବାର
ବ୍ୟବସ୍ଥା କର । ଦେଖ ପ୍ରକୃତି ମଧ୍ୟ ଏବେ କେତେ ରାଗିଗଲାଣି, ତେଣୁ ପ୍ରକୃତିକୁ ମଧ୍ୟ ଶାନ୍ତ
କରିଦିଅ । ତୁମେମାନେ ଯଦି ପ୍ରତ୍ୟକ୍ଷ ହୋଇଯିବ ତେବେ ବିଶ୍ୱରେ ଶାନ୍ତି ଆପେ ଆପେ ହୋଇଯିବ । ଆଚ୍ଛା!
ଆଜିକାଲି ସାରା ବିଶ୍ୱରେ ବିଶେଷ କରି ଦୁଇଟି କଥା ଚାଲିଛି - ଗୋଟିଏ ହେଲା ବ୍ୟାୟାମ ଆଉ ଗୋଟିଏ
ହେଲା ଭୋଜନ ଉପରେ ଧ୍ୟାନ । ତେବେ ତୁମେମାନେ ଏହି ଦୁଇଟି କଥା କ’ଣ କରୁଛ? ତୁମମାନଙ୍କର ବ୍ୟାୟାମ
କ’ଣ? ଶାରୀରିକ ବ୍ୟାୟାମ ତ ସମସ୍ତେ କରୁଛନ୍ତି କିନ୍ତୁ ତୁମେମାନେ ମନର ବାୟ୍ୟାମ କର । ଏବେ ଏବେ
ବ୍ରାହ୍ମଣ, ବ୍ରାହ୍ମଣରୁ ଫରିସ୍ତା ଏବଂ ଫରିସ୍ତାରୁ ଦେବତା । ଏହିଭଳି ମାନସୀକ ଡ୍ରିଲ୍ର ଅଭ୍ୟାସ
ସର୍ବଦା କରୁଥାଅ, ଏବଂ ଶୁଦ୍ଧ ଭୋଜନ ହେଲା ମନର ଶୁଦ୍ଧ ସଂକଳ୍ପ । ଯଦି ବ୍ୟର୍ଥ ସଂକଳ୍ପ,
ନକାରାତ୍ମକ ସଂକଳ୍ପ ଚାଲୁଛି, ତେବେ ଏହା ମନର ଅଶୁଦ୍ଧ ଭୋଜନ ଅଟେ । ତେଣୁ ମନ ଭିତରେ ସର୍ବଦା
ଶୁଦ୍ଧ ସଂକଳ୍ପ ଚାଲୁଥାଉ । ଏହି ଦୁଇଟି ଯାକ କରିବା ଜଣା ଅଛି ତ! ଯେତେ ସମୟ ଇଚ୍ଛା ସେତେ ସମୟ
ଶୁଦ୍ଧ ସଂକଳ୍ପର ସ୍ୱରୂପ ହୋଇଯାଅ । ଆଚ୍ଛା!
ଚାରିଆଡର ପରମାତ୍ମ ସ୍ନେହର ଅଧିକାରୀ ବିଶେଷ ଆତ୍ମାମାନଙ୍କୁ ସର୍ବଦା ପରସ୍ପରର ସହଯୋଗୀ ହେଉଥିବା
ବାବାଙ୍କର ସ୍ନେହୀ ଏବଂ ସହଯୋଗୀ ଆତ୍ମାମାନଙ୍କୁ, ସର୍ବଦା ବିଜୟୀ ଅଟୁ ଏବଂ ବିଜୟର ପତାକା ସାରା
ବିଶ୍ୱରେ ଉଡାଇବାକୁ ହେବ, ଏହି ଲକ୍ଷ୍ୟକୁ ବାସ୍ତବ ରୂପରେ କାର୍ଯ୍ୟକାରୀ କରୁଥିବା ବିଜୟୀ
ପିଲାମାନଙ୍କୁ, ସର୍ବଦା ଏହି ପୁରୁଣା ସଂସାର ଏବଂ ସଂସ୍କାରର ଆକର୍ଷଣ ଠାରୁ ଉର୍ଦ୍ଧ୍ୱରେ ରହୁଥିବା
ପିତାଙ୍କ ସମାନ ପିଲାମାନଙ୍କୁ ଦିଲାରାମ ବାବାଙ୍କର ଦିଲ୍ର ସହିତ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ନମସ୍ତେ ।
ଦାଦିଜୀଙ୍କ ସହିତ ସାକ୍ଷାତ:- ବହୁତ ଭଲ ପାର୍ଟ କରୁଛ । ତୁମକୁ ଦେଖି ସମସ୍ତଙ୍କୁ ଫରିସ୍ତା ଜୀବନ
ମନେ ପଡୁଛି । ନ୍ୟାରା ଏବଂ ପ୍ୟାରା ।
ଗୁଜୁରାଟର ମୁଖ୍ୟ ୧୩ ଜଣ ଭଉଣୀଙ୍କୁ:- ଭଲ ଭଲ ମହାବୀର ଅଟନ୍ତି । ମହାବୀର ମାନଙ୍କର କାମ ହେଲା
ନିଜେ ବିଜୟୀ ହୋଇ ଅନ୍ୟମାନଙ୍କୁ ବିଜୟୀ କରିବା । ତେବେ ସମସ୍ତେ ଭଲ ସେବା କରୁଛନ୍ତି ଏବଂ ଆଗକୁ
ମଧ୍ୟ ସେବା ହୋଇଚାଲିଥିବ । ବାପଦାଦା ପିଲାମାନଙ୍କର ଉମଙ୍ଗ-ଉତ୍ସାହକୁ ଦେଖି ଖୁସି ହେଉଛନ୍ତି ।
ଗୁଜୁରାଟରେ ବହୁତ ଭଲ ପ୍ରସାର କରୁଛ, ଆଗକୁ ଆହୁରି ମଧ୍ୟ ପ୍ରସାର କରିଚାଲିବ । ବାପଦାଦାଙ୍କୁ ସବୁ
ପିଲା ଆଶାର ଦୀପ ଭଳି ଲାଗୁଛନ୍ତି । ଭଲ ଅଟ । ତୁମର ସଂଗଠନ ମଧ୍ୟ ଭଲ ଅଟେ । ସମସ୍ତଙ୍କର ବିଶେଷତା
ରହିଛି । ଆଚ୍ଛା! ଖୁସିରେ ଅଛ ଏବଂ ଖୁସି ବାଣ୍ଟୁଛ । (ସରଳା ଦିଦି ପଚାରୁଛନ୍ତି) ଦାଦୀ ମାଳା
ଭିତରେ କାହାକୁ ରଖିଛନ୍ତି) ତୁମେ କ’ଣ ଭାବୁଛ? ମୁଁ ତ ନିଶ୍ଚିତ ଥିବି ନା, ଏହିଭଳି ଭାବୁଛ ତ?
ଥୋଡା ବହୁତ ପରସ୍ପରକୁ ସହଯୋଗ ଦେଇ ଆଉ ଯାହା ବି କମୀ ରହିଥିବ ତାକୁ ସମାପ୍ତ କରିଦିଅ । ସମସ୍ତେ
ବାପ ସମାନ ହେବାବାଲା ହିଁ ଅଟନ୍ତି । (ନବୀନତା କ’ଣ କରିବୁ) ଶୁଣାଇଲୁ ନା - ଗୋଟିଏ ଗୋଟିଏ
ସେଣ୍ଟର କମ୍ ସେ କମ୍ ଜଣେ ଜଣେ ୱାରିସ୍ କ୍ୱାଲିଟୀ ଆତ୍ମା ବାହାର କର । ତେଣୁ ଏହି ବର୍ଷ
ସେମାନଙ୍କୁ ସାଥୀରେ ଦେଇ ଆସିବ । ୨୧ ଜଣ ୱାରିସ୍ଙ୍କୁ ନେଇ କରି ଆସ । ଏହିଭଳି ଆରମ୍ଭ କର ।
ପ୍ରଥମ ନମ୍ବରରେ ଆସ । ସମସ୍ତେ ହଁ କରୁଛନ୍ତି । ତେବେ ୱାରିସ୍ ଅର୍ଥାତ୍ ଉତ୍ତରାଧିକାରୀ ଆତ୍ମାର
ଯୋଗ୍ୟତା ତ ଜାଣିଛ ନା! ସେମାନଙ୍କୁ ବାବାଙ୍କର ହିଁ କରିବ, ନିଜର ତ କରିବ ନାହିଁ ନା । ଆଚ୍ଛା!
ଓମ୍ ଶାନ୍ତି ।
ଗୁଜୁରାଟର ହିଁ ସେବା ତେଣୁ ଗୁଜୁରାଟବାଲା ହିଁ ମିଳନ କରିବାକୁ ଆସିଛନ୍ତି :- ଯେଉଁମାନେ ବି
ଗୁଜୁରାଟବାଲା ଅଛ, ଚାହେଁ ମିଶିବା ପାଇଁ ଆସି ଥାଅ, ସେବା କରିବା ପାଇଁ ଆସିଥାଅ ସମସ୍ତେ ହାତ
ଉଠାଅ । ବହୁତ ଅଛନ୍ତି, ବହୁତ ଭଲ କଥା । ଭଲ ସୁଯୋଗ ନେଇଛ । ଗୁଜୁରାଟକୁ ବାପଦାଦା କହୁଛନ୍ତି,
ସିନ୍ଧୀରେ କହିଥାଆନ୍ତି “ଯୋ ଚୁଲ୍ ପର ୱହ ଦିଲ୍ ପର” । ତେବେ ସବୁଠାରୁ ନିକଟରୁ ନିକଟ ହେଲା
ଗୁଜୁରାଟ । ଯିଏ ଅତି ନିକଟରେ ଥାଏ ତା’କୁ କହିଥାଆନ୍ତି “ଶଡପନ୍ଦ ପର” ଅର୍ଥାତ୍ ବିଲ୍କୁଲ୍
ନିକଟତମ ଅଟେ, ଡାକିବା ମାତ୍ରକେ ପହଞ୍ଚିଯାଉଥିବ । ତେବେ ଗୁଜୁରାଟ ବାଲା ଏହିଭଳି ସଦା ପ୍ରସ୍ତୁତ
ଅଟନ୍ତି ନା - ଯେବେ ବି ଡକାଯିବ ଆସିଯାଉଥିବ, ଠିକ୍ ଅଛି ନା? ପରିବାରକୁ ଦେଖିବ ନାହିଁ ସେମାନେ
କ’ଣ କରିବେ ପୁଣି ବି ଆସିଯିବ? ତେବେ ସଦାପ୍ରସ୍ତୁତ ଅଟ । ଭଲ କଥା, ଗୁଜୁରାଟ ସାକାର
ବ୍ରହ୍ମାବାବାଙ୍କର ପ୍ରେରଣାରେ ସ୍ଥାପନ ହୋଇଛି । ଗୁଜୁରାଟ ଗୁଜୁରାଟକୁ ନିମନ୍ତ୍ରଣ ଦେଇନଥିଲା,
ବ୍ରହ୍ମାବାବା ହିଁ ଗୁଜୁରାଟରେ ସେବାକେନ୍ଦ୍ର ଖୋଲିଛନ୍ତି । ତେଣୁ ଗୁଜୁରାଟ ଉପରେ ବିଶେଷ କରି
ବ୍ରହ୍ମାବାବାଙ୍କର ଦୃଷ୍ଟି ପଡିଛି । ଏହାଛଡା ଗୁଜୁରାଟ ପୁରୁଷାର୍ଥ ମଧ୍ୟ କରିଛି, ଭଲ ଭଲ ସେଣ୍ଟର
ସବୁ ଖୋଲିଛନ୍ତି । କେତେ ସେଣ୍ଟର ଅଛି? (୩୦୦ ସେବାକେନ୍ଦ୍ର, ଉପସେବାକେନ୍ଦ୍ର ଅଛି ଏବଂ ତିନି
ହଜାର ଗୀତା ପାଠଶାଳା ଅଛି) ଆଚ୍ଛା, ସବୁଠାରୁ ଅଧିକ ସେଣ୍ଟର କେଉଁଠାରେ ଅଛି? (ମୁମ୍ବାଇ-ମହାରାଷ୍ଟ୍ରର)
ଆଚ୍ଛା - ମହାରାଷ୍ଟ୍ରବାଲା ଆସିଛନ୍ତି? (ଆଜି ଆସି ନାହାଁନ୍ତି) ଗୁଜୁରାଟବାଲା ସେବା ତ ବହୁତ
କରୁଛନ୍ତି, ଗୁଜୁରାଟର ବିସ୍ତାର ମଧ୍ୟ ଭଲ ଅଛି । ଏବେ କ’ଣ କରିବ? ବିସ୍ତାର ତ ହୋଇଯାଇଛି, ଭଲ
ବିସ୍ତାର ମଧ୍ୟ କରିଛ, ଏବେ ଗୁଜୁରାଟ ବାଲା ନମ୍ବର ୱାନ ୱାରିସ୍ ଆତ୍ମା ବାହାର କରନ୍ତୁ । ଅତି କମ୍ରେ
ଯେଉଁମାନେ ବଡ ବଡ ସେବାକେନ୍ଦ୍ର ସବୁ ଅଛନ୍ତି, ଯେଉଁମାନେ ପୁରୁଣା ୱାରିସ୍ ସବୁ ଅଛନ୍ତି, ସେମାନେ
ତ ନିଶ୍ଚିତ ଅଛନ୍ତି, କିନ୍ତୁ କୌଣସି ନୂଆ ୱାରିସ୍ ବାହାର କର । ଆଚ୍ଛା ଠିକ୍ ଅଛି ଜଣେ ଜଣେ ତ
ବାହାର କର, କାହିଁକି ନା ମାଳାର ଦାନା ସେହିମାନେ ହିଁ ହେବେ ଯେଉଁମାନେ ୱାରିସ୍ କ୍ୱାଲିଟୀ
ହୋଇଥିବେ । ତେଣୁ ମାଳା ତ ପ୍ରସ୍ତୁତ କରିବାକୁ ପଡିବ ନା । ୧୬୧୦୮ ର ମାଳା ମଧ୍ୟ ରହିଛି । ଏବେ
ଯଦି ବାପଦାଦା କହିବେ ୧୦୮ର ମାଳା ତିଆରି ହୋଇପାରିବ? (ଦାଦୀଜୀ କହିଲେ ହୋଇପାରିବ) ପ୍ରସ୍ତୁତ ଅଛ
ତ? ୧୦୮ର ମାଳା ପ୍ରସ୍ତୁତ ହୋଇଗଲାଣି? (ହଁ ବାବା ପ୍ରସ୍ତୁତ ଅଛୁ) ଆଚ୍ଛା ନାମ ଲେଖି ଦେଖାଇବ ।
ଯଦି ପ୍ରସ୍ତୁତ ହୋଇଗଲାଣି ତେବେ ବହୁତ ଭଲ କଥା, ସେଥିପାଇଁ ଅଭିନନ୍ଦନ । ଆଚ୍ଛା ୧୬ ହଜାରର ମାଳା,
ଅଧା ପର୍ଯ୍ୟନ୍ତ ହୋଇଛି? (ଅଧାଠାରୁ ମଧ୍ୟ ଅଧିକ ହୋଇଯାଇଛି) । ଭଲ କଥା ନା । ଦେଖ ଗୁପ୍ତ ରୂପରେ
ତିଆରି ହେଉଛି କିନ୍ତୁ ତୁମର ଦାଦି ତାକୁ ଦେଖି ନେଇଛନ୍ତି । ଭଲ କଥା । ଏବେ ସମସ୍ତେ ତୁମକୁ
ପଚାରିବେ ଯେ ମାଳରେ ମୋ’ର ନାମ ଅଛି ତ? ଭଲ କଥା । ଏହିଭଳି ଶୁଭଭାବନା, ଶୁଭ ଆଶା ମାଳାକୁ
ପ୍ରସ୍ତୁତ କରିଦେଇଥାଏ । ଏବେ ତ ସମସ୍ତେ ଶୁଣିଲ ନା ନିଜେ ନିଜକୁ ଚେକ୍ କରିବ ଯେ ମୁଁ ସେହି
ମାଳାରେ ରହିବା ପାଇଁ ସଦା ପ୍ରସ୍ତୁତ ଅଟେ ତ? ଆଚ୍ଛା ! ଆଉ କ’ଣ କରିବାର ଅଛି?
ହାର୍ଟ ପେସେଣ୍ଟମାନଙ୍କର କ୍ୟାଡ ଗ୍ରୃପ ମଧ୍ୟ ଆସିଛି:- ବହୁତ ଭଲ । ଏହା ମଧ୍ୟ ପ୍ରଚାର ପ୍ରସାର
କରିବାର ବହୁତ ଭଲ ସାଧନ ଅଟେ, କାହିଁକି ନା ବାସ୍ତବିକ ପ୍ରମାଣ ଦେଖୁଛନ୍ତି ନା! ଏହା ଛଡା ବିନା
ଖର୍ଚ୍ଚରେ କେବଳ ମେଡିଟେସନ୍ ଦ୍ୱାରା ହାର୍ଟ ରୋଗ ଭଲ ହେବା ସମସ୍ତଙ୍କୁ ବହୁତ ଭଲ ଲାଗୁଛି । ଏବେ
ଧୀରେ ଧୀରେ ଏହାର ବୃଦ୍ଧି କରିଚାଲ । ଶୁଣିବାକୁ ମିଳୁଛି, ପିଲାମାନେ ମଧ୍ୟ କରୁଛନ୍ତି ଏବଂ ସଫଳତା
ମଧ୍ୟ ମିଳୁଛି ଏବଂ ଆଗକୁ ଆହୁରି ମିଳିବ । ବାକି ବାପଦାଦା ଏହି କାର୍ଯ୍ୟ ପାଇଁ ନିମିତ୍ତ ହୋଇଥିବା
ଆତ୍ମାମାନଙ୍କୁ ଅଭିନନ୍ଦନ ଦେଉଛନ୍ତି । ଅଫିସିୟଲ୍ ଭାବରେ ସରକାରଙ୍କ ପାଖରେ ମଧ୍ୟ ସମାଚାର
ପହଞ୍ଚୁଛି ଏବଂ ଏହି ସମାଚାର ଆଗକୁ ଆହୁରି ଅଧିକ ବ୍ୟାପିଯିବ । ତେଣୁ ମେଡିଟେସନ୍ର ମହତ୍ୱ ବଢି
ବଢିଚାଲିବ, ବାକି ବାପଦାଦାଙ୍କୁ ଏହି ବିଧି ପସନ୍ଦ ଅଟେ । ଆଚ୍ଛା!
ବରଦାନ:-
ମନର ମୌନ ଦ୍ୱାରା
ସେବାର ନୂଆ ନୂଆ ଉଦ୍ଭାବନ ବାହାର କରୁଥିବା ସିଦ୍ଧି ସ୍ୱରୁପ ଆତ୍ମା ହୁଅ ।
ପ୍ରଥମେ ପ୍ରଥମେ ଯେପରି
ମୌନବ୍ରତ ରଖିଥିଲ ଯାହଦ୍ୱାରା ସମସ୍ତେ ବହୁତ ଫ୍ରି ରହୁଥିଲ ଏବଂ ସମୟ ବଞ୍ଚିଯାଉଥିଲା, ସେହିଭଳି
ଏବେ ମନର ମୌନ ରଖ ଯାହାଦ୍ୱାରା ବ୍ୟର୍ଥ ସଂକଳ୍ପ ଆସିବ ହିଁ ନାହିଁ । ମୁଖର ମଉନ ବ୍ରତ ରଖିଲେ
ଯେପରି ମୁଖରୁ ଶବ୍ଦ ବାହାରେ ନାହିଁ ସେହିପରି ବ୍ୟର୍ଥ ସଂକଳ୍ପ ମଧ୍ୟ ଉତ୍ପନ୍ନ ନ ହେଉ, ତେବେ
କୁହାଯିବ ମନର ମଉନ, ତାହା ହେଲେ ସମୟ ମଧ୍ୟ ବଞ୍ଚିଯିବ । ଏହିଭଳି ମନର ମଉନ ଦ୍ୱାରା ସେବାର ଏଭଳି
ନୂଆ ନୂଆ ଉଦ୍ଭାବନ ବାହାରିବ ଯାହାକି ସାଧନା କମ୍ ଏବଂ ସିଦ୍ଧି ଅଧିକ ମିଳିବ । ଯେପରି ବିଜ୍ଞାନର
ସାଧନ ଗୋଟିଏ ସେକେଣ୍ଡରେ ବିଧି ପ୍ରାପ୍ତ କରାଇ ଦେଉଛି ସେହିପରି ଏହି ଶାନ୍ତିର ସାଧନ ଦ୍ୱାରା
ଗୋଟିଏ ସେକେଣ୍ଡରେ ବିଧି ପ୍ରାପ୍ତ ହୋଇଯିବ ।
ସ୍ଲୋଗାନ:-
ଯେଉଁମାନେ ନିଜେ
ସର୍ବଦା ସମର୍ପିତ ସ୍ଥିତିରେ ରହିଥାଆନ୍ତି, ସମସ୍ତଙ୍କର ସହଯୋଗ ମଧ୍ୟ ସେମାନଙ୍କ ନିକଟରେ ସମର୍ପିତ
ହୋଇଥାଏ ।
ଅବ୍ୟକ୍ତ ଇଶାରା:-
ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ । ଅନେକ ପ୍ରକାରର ବ୍ୟକ୍ତି, ବସ୍ତୁ
ତଥା ଅନେକ ପ୍ରକାରର ବୈଭବର ସମ୍ପର୍କରେ ଆସୁଥିଲେ ମଧ୍ୟ ଆତ୍ମିକ ଭାବ ଏବଂ ଅନାସକ୍ତ ଭାବକୁ ଧାରଣ
କର । ଏହିସବୁ ବୈଭବ ଏବଂ ବସ୍ତୁଗୁଡିକ ଅନାସକ୍ତ ଆତ୍ମା ନିକଟରେ ଦାସୀ ରୂପରେ ଉପସ୍ଥିତ ରହିଥାନ୍ତି
ଏବଂ ଆସକ୍ତ ଭାବବାଲା ଆତ୍ମା ନିକଟରେ ଚୁମ୍ବକ ଭଳି ଆକର୍ଷିତ କରିଥାଆନ୍ତି ।