22.09.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ନିଜ
ହୃଦୟରେ ହାତ ରଖି ନିଜେ ନିଜକୁ ପଚାର ଯେ ବାବା ଯାହା ଶୁଣାଉଛନ୍ତି କ’ଣ ଆମେ ସବୁ ପୂର୍ବରୁ
ଜାଣିଥିଲୁ, ଯାହା ଶୁଣିଛ ତାକୁ ଅର୍ଥ ସହିତ ବୁଝି ଖୁସୀରେ ରୁହ ।”
ପ୍ରଶ୍ନ:-
ତୁମର ଏହି
ବ୍ରାହ୍ମଣ ଧର୍ମରେ ସବୁଠାରୁ ଅଧିକ ଶକ୍ତି ରହିଛି - ତାହା କ’ଣ ଏବଂ କିପରି?
ଉତ୍ତର:-
ତୁମର ଏହି ବ୍ରାହ୍ମଣ ଧର୍ମ ଏପରି ଅଟେ ଯାହାକି ଶ୍ରୀମତ ଆଧାରରେ ସାରା ବିଶ୍ୱର ସଦ୍ଗତି କରିଦେଉଛି
। ବ୍ରାହ୍ମଣମାନେ ହିଁ ସାରା ବିଶ୍ୱକୁ ଶାନ୍ତ କରି ଦେଉଛନ୍ତି । ତୁମେ ବ୍ରାହ୍ମଣ କୁଳ ଭୂଷଣ
ଆତ୍ମାମାନେ ଦେବତାମାନଙ୍କଠାରୁ ମଧ୍ୟ ଉଚ୍ଚ ଅଟ, ତୁମକୁ ବାବାଙ୍କ ଦ୍ୱାରା ଏହି ଶକ୍ତି ମିଳିଛି ।
ତୁମେ ବ୍ରାହ୍ମଣମାନେ ହିଁ ବାବାଙ୍କର ସହଯୋଗୀ ହେଉଛ, ତୁମମାନଙ୍କୁ ହିଁ ସବୁଠାରୁ ବଡ଼ ପୁରସ୍କାର
ମିଳୁଛି । ତୁମେ ବ୍ରହ୍ମାଣ୍ଡ ଏବଂ ବିଶ୍ୱ ଉଭୟର ମଧ୍ୟ ମାଲିକ ହେଉଛ ।
ଓମ୍ ଶାନ୍ତି ।
ଅନେକ ଦିନରୁ
ଦୂରେଇ ଯାଇ ପୁଣି ଫେରି ଆସିଥିବା ଆଦରର ମଧୁର ଆତ୍ମିକ ସନ୍ତାନମାନଙ୍କ ପ୍ରତି ଆତ୍ମିକ ପିତା ବସି
ବୁ୍ଝାଉଛନ୍ତି । ଆତ୍ମିକ ସନ୍ତାନମାନେ ଜାଣିଛନ୍ତି ଯେ ଆତ୍ମିକ ପିତା ପ୍ରତ୍ୟେକ ୫ ହଜାର ବର୍ଷ
ପରେ ନିଶ୍ଚୟ ଥରେ ମାତ୍ର ଆସିଥା’ନ୍ତି । ‘କଳ୍ପ’ର ନାମ ରଖି ଦେଇଥିବାରୁ ତାହା କହିବାକୁ ପଡ଼ୁଛି ।
ଏହି ଡ଼୍ରାମା ଅଥବା ସୃଷ୍ଟିର ଆୟୁଷ ୫ ହଜାର ବର୍ଷ, ଏହି କଥା ଏକମାତ୍ର ବାବା ବସି ବୁଝାଉଛନ୍ତି ।
ଏ କଥା କେବେ କୌଣସି ମନୁଷ୍ୟ ମୁଖରୁ ଶୁଣିପାରିବ ନାହିଁ । ତୁମେ ଆତ୍ମିକ ସନ୍ତାନମାନେ ବସିଛ ।
ତୁମେ ଜାଣିଛ ଯେ ବାସ୍ତବରେ ଆମ ସମସ୍ତ ଆତ୍ମାମାନଙ୍କର ପିତା ସେ ଜଣେ ଅଟନ୍ତି । ବାବା ହିଁ ବସି
ପିଲାମାନଙ୍କୁ ନିଜର ପରିଚୟ ଦେଉଛନ୍ତି ଯାହା କୌଣସି ମନୁଷ୍ୟ ମାତ୍ର ଜାଣିନାହାଁନ୍ତି । କାହାକୁ
ହେଲେ ଜଣାନାହିଁ ଭଗବାନ ଅଥବା ଈଶ୍ୱର କିଏ ଯାହାଙ୍କୁ କି ଗଡ଼ ଫାଦର ପିତା ବୋଲି କହୁଛନ୍ତି ତେଣୁ
ବହୁତ ସ୍ନେହ ରହିବା ଦରକାର । ସିଏ ବେହଦର ବାବା ଅଟନ୍ତି ତେଣୁ ତାଙ୍କଠାରୁ ସମ୍ପତ୍ତି ମଧ୍ୟ
ନିଶ୍ଚୟ ମିଳୁଥିବ । ଇଂରାଜୀରେ ସୁନ୍ଦର ଭାବେ କହୁଛନ୍ତି - ହେଭେନ୍ଲି ଗଡ୍ ଫାଦର ଅର୍ଥାତ୍
ଈଶ୍ୱର ଆମର ସ୍ୱର୍ଗୀୟ ପିତା । ସ୍ୱର୍ଗ ନୂଆ ଦୁନିଆକୁ କୁହାଯାଏ ଏବଂ ନର୍କ ପୁରୁଣା ଦୁନିଆକୁ
କୁହାଯାଏ । କିନ୍ତୁ ସ୍ୱର୍ଗକୁ କେହି ଜାଣି ନାହାଁନ୍ତି । ସନ୍ନ୍ୟାସୀମାନେ ତ ମାନୁନାହାଁନ୍ତି ।
ସେମାନେ କେବେ ଏପରି କହିବେ ନାହିଁ ଯେ ପିତା ସ୍ୱର୍ଗର ରଚୟିତା ଅଟନ୍ତି । ସ୍ୱର୍ଗର ରଚୟିତା
ଈଶ୍ୱର ପିତା - ଏହି କଥା ବହୁତ ମଧୁର । ସ୍ୱର୍ଗ ମଧ୍ୟ ପ୍ରସିଦ୍ଧ ଅଟେ । ତୁମମାନଙ୍କ ବୁଦ୍ଧିରେ
ସ୍ୱର୍ଗ ଏବଂ ନର୍କର ସମସ୍ତ ଚକ୍ର ଓ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଘୂରୁଛି, ଯେଉଁମାନେ କି
ସେବା ଯୋଗ୍ୟ ଅଟ । ସମସ୍ତେ ତ ଏକରସ ସେବାଧାରୀ ହେଉନାହାଁନ୍ତି ।
ତୁମେ ପୁନର୍ବାର ନିଜର
ରାଜଧାନୀ ସ୍ଥାପନ କରୁଛ । ତୁମେ ଆତ୍ମିକ ସନ୍ତାନମାନେ କହୁଛ ଯେ ଆମେ ବାବାଙ୍କର ଶ୍ରେଷ୍ଠରୁ
ଶ୍ରେଷ୍ଠ ମତରେ ଚାଲୁଛୁ । ସର୍ବୋଚ୍ଚ ବାବାଙ୍କର ଏହା ଶ୍ରୀମତ ଅଟେ । ଶ୍ରୀମତ୍ ଭଗବତ୍ ଗୀତାର
ମଧ୍ୟ ଗାୟନ ରହିଛି । ଏହା ହେଲା ପ୍ରଥମ ନମ୍ବରର ଶାସ୍ତ୍ର । ବାବାଙ୍କ ନାମ ଶୁଣିବା ମାତ୍ରେ ହିଁ
ତୁରନ୍ତ ସ୍ୱର୍ଗର ସମ୍ପତ୍ତି ମନେ ପଡ଼ିଯାଉଛି । ଏହି ଦୁନିଆରେ କେହି ହେଲେ ଜାଣିନାହିଁନ୍ତି ଯେ
ଈଶ୍ୱର ପିତାଙ୍କଠାରୁ କ’ଣ ମିଳୁଛି । ପ୍ରାଚୀନ ଯୋଗ ଅକ୍ଷର କହୁଛନ୍ତି । କିନ୍ତୁ ବୁଝୁନାହାଁନ୍ତି
ଯେ ପ୍ରାଚୀନ ଯୋଗ କିଏ ଶିଖାଇଥିଲେ? ସେମାନେ ତ ଶ୍ରୀକୃଷ୍ଣ ହିଁ କହିବେ, କାହିଁକିନା ଗୀତାରେ
ଶ୍ରୀକୃଷ୍ଣଙ୍କ ନାମ ଲେଖିଦେଇଛନ୍ତି । ଏବେ ତୁମେ ବୁଝୁଛ ବାବା ହିଁ ରାଜଯୋଗ ଶିଖାଇଥିଲେ, ଯାହା
ଦ୍ୱାରା ସମସ୍ତେ ମୁକ୍ତି-ଜୀବନମୁକ୍ତି ପ୍ରାପ୍ତ କରିଥା’ନ୍ତି । ଏକଥା ମଧ୍ୟ ବୁଝୁଛ ଯେ ଭାରତକୁ
ହିଁ ଶିବବାବା ଆସିଥିଲେ, ତାଙ୍କର ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି କିନ୍ତୁ ଗୀତାରେ ତାଙ୍କର ନାମ
ଗୁପ୍ତ କରିଦେଇଥିବାରୁ ମହିମା ମଧ୍ୟ ଗୁପ୍ତ ହୋଇଯାଇଛି । ଯାହାଙ୍କଠାରୁ ସାରା ଦୁନିଆକୁ
ସୁଖ-ଶାନ୍ତି ମିଳୁଛି, ସେହି ପିତାଙ୍କୁ ଭୁଲିଯାଇଛନ୍ତି । ଏହାକୁ “ଏକ ମହାନ୍ ଭୁଲ୍ର ନାଟକ”
କୁହାଯାଉଛି । ସବୁଠାରୁ ବଡ଼ ଭୁଲ୍ ହେଉଛି - ବାବାଙ୍କୁ ଜାଣିନାହାଁନ୍ତି । କେବେ କହୁଛନ୍ତି ସେ
ନାମ ରୂପରୁ ଅଲଗା ପୁଣି କହୁଛନ୍ତି କଚ୍ଛ-ମତ୍ସ୍ୟ ଅବତାର ଅଟନ୍ତି । ମାଟି-ଗୋଡ଼ିରେ ଅଛନ୍ତି । ଭୁଲ
ଉପରେ ଭୁଲ ହୋଇଚାଲିଛି । ସିଡ଼ି ତଳକୁ ଓହ୍ଲାଇ ଚାଲିଛନ୍ତି । କଳା କମ୍ ହୋଇଚାଲିଛି, ତମଃପ୍ରଧାନ
ହୋଇଚାଲିଛନ୍ତି । ଡ଼୍ରାମାର ପ୍ଲାନ ଅନୁସାରେ ଯେଉଁ ବାବା ସ୍ୱର୍ଗର ରଚୟିତା ଅଟନ୍ତି, ଯିଏ ଭାରତକୁ
ସ୍ୱର୍ଗର ମାଲିକ କରାଇଥିଲେ, ତାଙ୍କୁ ମାଟି-ଗୋଡ଼ି ଭିତରେ ଅଛନ୍ତି ବୋଲି କହିଦେଉଛନ୍ତି । ଏବେ ବାବା
ବୁଝାଉଛନ୍ତି ତୁମେ ସିଡ଼ି କିପରି ଓହ୍ଲାଇ ଆସିଛ, କିଛି ହେଲେ କାହାକୁ ଜଣା ନାହିଁ । ପଚାରୁଛନ୍ତି,
ଡ଼୍ରାମା କ’ଣ? ଏହି ଦୁନିଆ କେବେଠାରୁ ତିଆରି ହୋଇଛି? ନୂଆ ସୃଷ୍ଟି କେବେ ଥିଲା, ପଚାରିଲେ
କହୁଛନ୍ତି ଲକ୍ଷେ ବର୍ଷ ପୂର୍ବରୁ । ଭାବୁଛନ୍ତି ପୁରୁଣା ଦୁନିଆ ତ ଏବେ ବହୁତ ବର୍ଷ ବାକି ରହିଛି,
ଏହାକୁ ଅଜ୍ଞାନ ଅନ୍ଧକାର କୁହାଯାଏ ନା । ଗାୟନ ରହିଛି ଜ୍ଞାନ ଅଞ୍ଜନ ସତ୍ଗୁରୁ ଦେଲେ, ଅଜ୍ଞାନ
ଅନ୍ଧକାର ବିନାଶ । ତୁମେ ବୁଝୁଛ ରଚୟିତା ବାବା ନିଶ୍ଚୟ ସ୍ୱର୍ଗ ହିଁ ରଚନା କରିବେ । ବାବା ହିଁ
ଆସି ନର୍କକୁ ସ୍ୱର୍ଗ କରାଉଛନ୍ତି । ରଚୟିତା ବାବା ହିଁ ଆସି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ
ଶୁଣାଉଛନ୍ତି । ବାବା ଅନ୍ତିମ ସମୟରେ ହିଁ ଆସୁଛନ୍ତି । ସମୟ ତ ଲାଗୁଛି ନା । ଏ କଥା ମଧ୍ୟ
ପିଲାମାନଙ୍କୁ ବୁଝାଯାଉଛି ଯେ ଜ୍ଞାନରେ ଏତେ ସମୟ ଲାଗୁ ନାହିଁ, ଯେତେ ଯୋଗର ଯାତ୍ରାରେ ଲାଗୁଛି ।
୮୪ ଜନ୍ମର କାହାଣୀ ତ ଯେପରି ଏକ କାହାଣୀ ଅଟେ, ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ କାହାର ରାଜ୍ୟ
ଥିଲା, ସେହି ରାଜ୍ୟ କୁଆଡେ ଗଲା?
ତୁମ ପିଲାମାନଙ୍କ ପାଖରେ
ଏବେ ସମସ୍ତ ଜ୍ଞାନ ରହିଛି । ତୁମେ କେତେ ସାଧାରଣ ଅଟ, ଅଜାମିଳ ପରି ପାପୀ, ଅହଲ୍ୟା, କୁବ୍ଜା ଓ
ଶବରୀମାନଙ୍କୁ ବାବା କେତେ ଶ୍ରେଷ୍ଠ କରୁଛନ୍ତି । ବାବା ବୁଝାଉଛନ୍ତି - ତୁମେ କ’ଣ ଥିଲ କ’ଣ
ହୋଇଯାଇଛ । ବାବା ଆସି ବୁଝାଉଛନ୍ତି - ପୁରୁଣା ଦୁନିଆର ଅବସ୍ଥା ଏବେ ଦେଖ କ’ଣ ହେଲାଣି? ମନୁଷ୍ୟ
କିଛି ହେଲେ ବି ଜାଣି ନାହାଁନ୍ତି ଯେ ସୃଷ୍ଟିର ଚକ୍ର କିପରି ଘୂରୁଛି? ବାବା କହୁଛନ୍ତି ତୁମେ ନିଜ
ହୃଦୟରେ ହାତ ରଖି ପଚାର - ଆଗରୁ ଏ ସବୁ କିଛି ଜାଣିଥିଲ? କିଛି ବି ଜାଣି ନ ଥିଲ । ଏବେ ଜାଣୁଛ ଯେ
ବାବା ପୁନର୍ବାର ଆସି ଆମକୁ ବିଶ୍ୱର ବାଦଶାହୀ ଦେଉଛନ୍ତି । କାହାରି ବୁଦ୍ଧିରେ ନ ଥିବ ଯେ ବିଶ୍ୱର
ବାଦଶାହୀ କ’ଣ । ବିଶ୍ୱ ଅର୍ଥ ସାରା ଦୁନିଆ । ତୁମେ ଜାଣିଛ ଯେ ବାବା ଆମକୁ ଏପରି ରାଜ୍ୟ ଦେଉଛନ୍ତି
ଯାହାକୁ ଅଧାକଳ୍ପ ପର୍ଯ୍ୟନ୍ତ ଆମଠାରୁ କେହି ଛଡାଇ ନେଇ ପାରିବେ ନାହିଁ । ତେଣୁ ପିଲାମାନଙ୍କୁ
କେତେ ଖୁସି ହେବା ଦରକାର । ବାବାଙ୍କଠାରୁ ଆମେ କେତେ ଥର ରାଜ୍ୟ ନେଇଛନ୍ତି । ବାବା ସତ୍ୟ ଅଟନ୍ତି,
ସତ୍ୟ ଶିକ୍ଷକ, ସତ୍ଗୁରୁ ମଧ୍ୟ ଅଟନ୍ତି । ଏ କଥା ଆମେ କେବେ ହେଲେ ଶୁଣି ନାହୁଁ । ଏବେ ଅର୍ଥ
ସହିତ ତୁମେ ବୁଝୁଛ । ତୁମେ ସନ୍ତାନ ଅଟ, ବାବାଙ୍କୁ ତ ମନେ ପକାଇପାରିବ । ଆଜିକାଲି ଛୋଟ ବୟସରୁ
ମଧ୍ୟ ଗୁରୁ କରୁଛନ୍ତି । ଗୁରୁଙ୍କ ଚିତ୍ର କରି ଗଳାରେ ପକାଉଛନ୍ତି ଅଥବା ଘରେ ରଖୁଛନ୍ତି । ଏଠାରେ
ତ ଆଶ୍ଚର୍ଯ୍ୟ ଯେ - ପିତା, ଶିକ୍ଷକ, ସତଗୁରୁ ସବୁ ଜଣେ ଅଟନ୍ତି । ବାବା କହୁଛନ୍ତି ମୁଁ ସାଥିରେ
ନେଇଯିବି । ତୁମକୁ ଯଦି ପଚାରିବେ କ’ଣ ପଢୁଛ? କୁହ, ଆମେ ନୂଆ ଦୁନିଆରେ ରାଜତ୍ୱ ପ୍ରାପ୍ତ କରିବା
ପାଇଁ ରାଜଯୋଗର ପାଠ ପଢୁଛୁ । ଏହା ହେଉଛି ରାଜଯୋଗ । ଯେପରି ବାରିଷ୍ଟର ପାଠ ପଢିଲେ ନିଶ୍ଚୟ
ବୁଦ୍ଧିର ଯୋଗ ବାରିଷ୍ଟର ଆଡକୁ ଯିବ । ଶିକ୍ଷକଙ୍କୁ ନିଶ୍ଚୟ ମନେ ପକାଇବେ ନା । ତୁମେ କହୁଛ ଆମେ
ସ୍ୱର୍ଗର ରାଜତ୍ୱ ପ୍ରାପ୍ତ କରିବା ପାଇଁ ପଢୁଛୁ । କିଏ ପଢାଉଛନ୍ତି? ଶିବବାବା ଭଗବାନ ପଢାଉଛନ୍ତି
। ତାଙ୍କର ତ ନାମ ଗୋଟିଏ ଯାହା ଚାଲି ଆସିଛି । ରଥର ନାମ ତ ନାହିଁ । ମୋର ନାମ ହେଲା ଶିବ । ପିତା
ଶିବ ଏବଂ ରଥ ବ୍ରହ୍ମା ବୋଲି କୁହାଯିବ । ବର୍ତ୍ତମାନ ତୁମେ ଜାଣୁଛ ଏହା କେତେ ଆଶ୍ଚର୍ଯ୍ୟର କଥା,
ଶରୀର ତ ଜଣଙ୍କର ଅଟେ । ଏହାଙ୍କୁ ଭାଗ୍ୟଶାଳୀ ରଥ କାହିଁକି କହୁଛନ୍ତି? କାରଣ ଶିବବାବାଙ୍କର
ପ୍ରବେଶତା ହେଉଛି, ତେବେ ନିଶ୍ଚୟ ଦୁଇଟି ଆତ୍ମା ହେଲେ । ଏକଥା ମଧ୍ୟ ତୁମେ ଜାଣିଛ ଆଉ କାହାର
ଖିଆଲରେ ବି ଆସିପାରିବ ନାହିଁ । ଦେଖାଉଛନ୍ତି ଭଗୀରଥ ଗଙ୍ଗା ଆଣିଥିଲେ । କ’ଣ ପାଣି ଆଣିଥିଲେ? ଏବେ
ତୁମେ ବାସ୍ତବରେ ଦେଖୁଛ - କ’ଣ ଆଣିଛନ୍ତି, କିଏ ଆଣିଛନ୍ତି? କିଏ ପ୍ରବେଶ କରିଛନ୍ତି? ବାବା
କରିଛନ୍ତି ନା । ମନୁଷ୍ୟ ମଧ୍ୟରେ ତ ପାଣି ପ୍ରବେଶ କରିପାରିବ ନାହିଁ । ଜଟାରୁ ପାଣି ବାହାରି
ପାରିବ ନାହିଁ । ଏକଥା ଉପରେ ମନୁଷ୍ୟ କେବେ ବିଚାର ବି କରୁ ନାହାଁନ୍ତି । କୁହାଯାଏ ରିଲିଜନ୍ ଇଜ୍
ମାଇଟ୍ ଅର୍ଥାତ୍ ଧର୍ମରେ ଶକ୍ତି ରହିଛି । କୁହ, ସବୁଠାରୁ ଅଧିକ କେଉଁ ଧର୍ମରେ ଶକ୍ତି ରହିଛି? (ବ୍ରାହ୍ମଣ
ଧର୍ମରେ) ହଁ ଏହା ଠିକ୍, ଯାହା କିଛି ଶକ୍ତି ଅଛି ବ୍ରାହ୍ମଣ ଧର୍ମରେ ଅଛି, ଆଉ କୌଣସି ଧର୍ମରେ
ଏତେ ଶକ୍ତି ନାହିଁ । ତୁମେ ଏବେ ବ୍ରାହ୍ମଣ ଅଟ । ବ୍ରାହ୍ମଣଙ୍କୁ ବାବାଙ୍କଠାରୁ ଶକ୍ତି ମିଳୁଛି,
ଯାହା ଫଳରେ ତୁମେ ବିଶ୍ୱର ମାଲିକ ହେଉଛ । ତୁମମାନଙ୍କଠାରେ କେତେ ବଡ ଶକ୍ତି ରହିଛି । ତୁମେ ନିଜକୁ
ବ୍ରାହ୍ମଣ ଧର୍ମର ବୋଲି କହୁଛ । ଏକଥା କାହାର ବୁଦ୍ଧିରେ ଆସିବ ନାହିଁ । ଯଦିଓ ବିରାଟ ରୂପର
ଚିତ୍ର କରିଛନ୍ତି କିନ୍ତୁ ତାକୁ ଅଧା କରିଛନ୍ତି । ମୁଖ୍ୟ ରଚୟିତା ଏବଂ ତାଙ୍କର ପ୍ରଥମ ରଚନାକୁ
କେହି ଜାଣି ନାହାଁନ୍ତି । ବାବା ହେଉଛନ୍ତି ରଚୟିତା, ପୁଣି ବ୍ରାହ୍ମଣ ହେଲେ ଚୁଟୀ ଅର୍ଥାତ୍
ସବୁଠାରୁ ଶ୍ରେଷ୍ଠ, ଏଥିରେ ଶକ୍ତି ରହିଛି । ବାବାଙ୍କୁ କେବଳ ମନେ ପକାଇବା ଦ୍ୱାରା ଶକ୍ତି
ମିଳିଥାଏ । ପିଲାମାନେ ତ ନିଶ୍ଚୟ କ୍ରମଅନୁସାରେ ହେବେ ନା । ତୁମେ ଏହି ଦୁନିଆରେ ସର୍ବୋତ୍ତମ
ବ୍ରାହ୍ମଣ କୁଳ ଭୂଷଣ ଅଟ । ଦେବତାମାନଙ୍କ ଠାରୁ ମଧ୍ୟ ଉଚ୍ଚ ଅଟ । ତୁମକୁ ଏବେ ଶକ୍ତି ମିଳୁଛି ।
ବ୍ରାହ୍ମଣ ଧର୍ମରେ ସବୁଠାରୁ ଅଧିକ ଶକ୍ତି ରହିଛି । ବ୍ରାହ୍ମଣ କ’ଣ କରୁଛନ୍ତି? ସାରା ବିଶ୍ୱକୁ
ଶାନ୍ତ କରିଦେଉଛନ୍ତି । ତୁମର ଧର୍ମ ଏତେ ଶ୍ରେଷ୍ଠ ଅଟେ ଯାହାକି ଶ୍ରୀମତର ଆଧାରରେ ସମସ୍ତଙ୍କର ସଦ୍ଗତି
କରିଦେଉଛ । ସେଥିପାଇଁ ବାବା କହୁଛନ୍ତି ମୁଁ ତୁମକୁ ନିଜଠାରୁ ମଧ୍ୟ ଉଚ୍ଚ କରାଉଛି । ତୁମେ
ବ୍ରହ୍ମାଣ୍ଡ ଏବଂ ବିଶ୍ୱ ଉଭୟର ମାଲିକ ହେଉଛ । ସାରା ବିଶ୍ୱ ଉପରେ ତୁମେମାନେ ରାଜତ୍ୱ କରିବ । ଏବେ
ଗାୟନ କରୁଛନ୍ତି ନା - ଭାରତ ଆମର ଦେଶ । କେବେ ମହିମାର ଗୀତ ଗାଉଛନ୍ତି, କେବେ ପୁଣି କହୁଛନ୍ତି
ଭାରତର ଅବସ୍ଥା କ’ଣ ହେଲାଣି... । ଜାଣିନାହାଁନ୍ତି ଯେ ଭାରତ ଏତେ ଉଚ୍ଚ କେବେ ଥିଲା ! ମନୁଷ୍ୟ ତ
ଭାବୁଛନ୍ତି ସ୍ୱର୍ଗ ବା ନର୍କ ଏହିଠାରେ ଅଛି, ଯାହା ପାଖରେ ଧନ, ମୋଟର ଆଦି ଅଛି, ସେ ସ୍ୱର୍ଗରେ
ଅଛନ୍ତି । ଏକଥା ବୁଝୁ ନାହାଁନ୍ତି ଯେ ନୂଆ ଦୁନିଆକୁ ହିଁ ସ୍ୱର୍ଗ କୁହାଯାଉଛି । ଏଠାରେ ସବୁ କିଛି
ଶିଖିବାକୁ ହେବ । ବିଜ୍ଞାନର କୌଶଳ ପୁଣି ସେଠାରେ ବି କାମରେ ଆସିବ । ଏହି ବିଜ୍ଞାନ ମଧ୍ୟ ସେଠାରେ
ସୁଖ ଦେବ । ଏଠାରେ ତ ଏ ସବୁଥିରେ ଅଳ୍ପକାଳର ସୁଖ ରହିଛି । ସେଠାରେ ତୁମ ପାଇଁ ସବୁ ସ୍ଥାୟୀ ସୁଖ
ରହିବ । ଏଠାରେ ସବୁ ଶିଖିବାକୁ ହେବ ଯାହା ଫଳରେ ସଂସ୍କାର ନେଇଯିବ । କୌଣସି ନୂଆ ଆତ୍ମା ଆସିବେ
ନାହିଁ ଶିଖିବା ପାଇଁ । ଏଠାକାର ସନ୍ତାନମାନେ ବିଜ୍ଞାନର କୌଶଳ ଶିଖି ସେଠାକୁ ଯିବେ । ବହୁତ
ହୁସିଆର ହୋଇ ଯିବେ । ସମସ୍ତ ସଂସ୍କାର ନେଇ ଯିବେ ପୁଣି ସେଠାରେ କାମରେ ଆସିବ । ଏବେ ଅଳ୍ପକାଳର
ସୁଖ ରହିଛି । ପୁଣି ଏହି ବମ୍ ଆଦି ସମସ୍ତଙ୍କୁ ଖଲାସ (ମୁକ୍ତ) କରିଦେବ । ମୃତ୍ୟୁ ବିନା ଶାନ୍ତିର
ରାଜ୍ୟ କିପରି ହେବ । ଏଠାରେ ତ ଅଶାନ୍ତିର ରାଜ୍ୟ ରହିଛି । ତୁମମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ
ଅଛନ୍ତି, ଯିଏ ବୁଝୁଛନ୍ତି ଯେ, ଆମେ ପ୍ରଥମେ ନିଜ ଘରକୁ ଯିବୁ ପୁଣି ସୁଖଧାମକୁ ଆସିବୁ । ବାବା
ସୁଖ ଦୁନିଆକୁ ଆସିବେ ହିଁ ନାହିଁ । ବାବା କହୁଛନ୍ତି ମୋତେ ମଧ୍ୟ ବାନପ୍ରସ୍ଥ ରଥ ଦରକାର ନା ।
ଭକ୍ତିମାର୍ଗରେ ମଧ୍ୟ ସମସ୍ତଙ୍କର ମନୋକାମନା ପୂର୍ଣ୍ଣ କରିଆସିଛି । ସନ୍ଦେଶୀମାନଙ୍କୁ ମଧ୍ୟ
ଦେଖାଇଛି - କିପରି ଭକ୍ତମାନେ ତପସ୍ୟା ପୂଜା ଆଦି କରୁଛନ୍ତି, ଦେବୀମାନଙ୍କୁ ସଜାଇ, ପୂଜା ଆଦି କରି
ପୁଣି ସମୁଦ୍ରରେ ବୁଡାଇ ଦେଉଛନ୍ତି । କେତେ ଖର୍ଚ୍ଚ ହେଉଛି । ସେମାନଙ୍କୁ ପଚାର ଏହା କେବେଠାରୁ
ଆରମ୍ଭ ହୋଇଛି? ତେବେ କହିବେ ପରମ୍ପରାରୁ ଚାଲିଆସୁଛି । କେତେ ଭ୍ରମିତ ହୋଇଚାଲିଛନ୍ତି । ଏହି ସବୁ
ମଧ୍ୟ ଡ୍ରାମା ଅଟେ ।
ବାବା ବାରମ୍ବାର
ସନ୍ତାନମାନଙ୍କୁ ବୁଝାଉଛନ୍ତି - ମୁଁ ତୁମକୁ ବହୁତ ମଧୁର କରିବାକୁ ଆସିଛି । ଏହି ଦେବୀ-ଦେବତାମାନେ
କେତେ ଦୈବୀଗୁଣଧାରୀ ମଧୁର ଅଟନ୍ତି । ଏବେ ତ ମନୁଷ୍ୟ କେତେ କଟୁ (ଦୁଃଖଦାୟୀ) ହୋଇଯାଇଛନ୍ତି ।
ଯିଏ ବାବାଙ୍କର ବହୁତ ସହଯୋଗୀ ଥିଲେ, ତାଙ୍କର ହିଁ ପୂଜା କରୁଛନ୍ତି । ତୁମମାନଙ୍କର ମଧ୍ୟ ପୂଜା
ହେଉଛି, ଉଚ୍ଚ ପଦ ମଧ୍ୟ ତୁମେମାନେ ପ୍ରାପ୍ତ କରୁଛ । ବାବା ନିଜେ କହୁଛନ୍ତି ମୁଁ ତୁମକୁ ନିଜଠାରୁ
ମଧ୍ୟ ଉଚ୍ଚ କରାଉଛି । ଭଗବାନଙ୍କର ଶ୍ରୀମତ ସବୁଠାରୁ ଉଚ୍ଚ ଅଟେ । ଗୀତାରେ ମଧ୍ୟ ଶ୍ରୀମତ
ପ୍ରସିଦ୍ଧ ଅଟେ । ଶ୍ରୀକୃଷ୍ଣ ତ ବର୍ତ୍ତମାନ ବାବାଙ୍କଠାରୁ ଈଶ୍ୱରୀୟ ସମ୍ପତ୍ତି ନେଉଛନ୍ତି ।
ଶ୍ରୀକୃଷ୍ଣଙ୍କ ଆତ୍ମାର ରଥରେ ବାବା ପ୍ରବେଶ କରିଛନ୍ତି । ଏହା କେତେ ବିସ୍ମୟକର କଥା । ଏକଥା କେବେ
କାହାରି ବୁଦ୍ଧିରେ ଆସିବ ନାହିଁ । ବୁଝିଥିବା ଆତ୍ମାଙ୍କୁ ମଧ୍ୟ ବୁଝାଇବାରେ ବହୁତ ପରିଶ୍ରମ
କରିବାକୁ ପଡୁଛି । ବାବା କେତେ ଭଲ ଭାବରେ ପିଲାମାନଙ୍କୁ ବୁଝାଉଛନ୍ତି । ବାବା ଲେଖୁଛନ୍ତି ତୁମେ
ସର୍ବୋତ୍ତମ ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ ଅଟ । ତୁମେ ଉଚ୍ଚ ସେବା କରୁଥିବାରୁ ଏହି
ପୁରସ୍କାର ମିଳୁଛି । ତୁମେ ବାବାଙ୍କର ସହଯୋଗୀ ହେଉଛ ତେଣୁ ତୁମମାନଙ୍କୁ ପୁରୁଷାର୍ଥର
କ୍ରମଅନୁସାରେ ପୁରସ୍କାର ମିଳୁଛି । ତୁମମାନଙ୍କ ଭିତରେ ବହୁତ ଶକ୍ତି ରହିଛି । ତୁମେ ମନୁଷ୍ୟ
ମାନଙ୍କୁ ସ୍ୱର୍ଗର ମାଲିକ କରାଇପାରିବ । ତୁମେ ଆତ୍ମିକ ସେନା ଅଟ । ତୁମେ ବ୍ୟାଜ୍ ନ ଲଗାଇଲେ
ଲୋକମାନେ କିପରି ବୁଝିବେ ଯେ ତୁମେ ମଧ୍ୟ ରୁହାନୀ ମିଲେଟ୍ରୀ ଅଟ । ମିଲେଟ୍ରୀମାନେ ସର୍ବଦା ବ୍ୟାଜ୍
ଲଗାଇଥାନ୍ତି । ଶିବବାବା ନୂଆ ଦୁନିଆର ରଚୟିତା ଅଟନ୍ତି । ସେଠାରେ ଏହି ଦେବତାମାନଙ୍କର ରାଜ୍ୟ
ଥିଲା, ଏବେ ନାହିଁ । ପୁଣି ବାବା ମନମନାଭବ କହୁଛନ୍ତି । ଦେହ ସହିତ ସବୁ ସମ୍ବନ୍ଧ ତୁଟାଇ ମୋତେ
ମନେ ପକାଇଲେ ଶ୍ରୀକୃଷ୍ଣଙ୍କ ରାଜବଂଶରେ ଆସିଯିବ । ଏଥିରେ ଲଜ୍ଜାର କୌଣସି କଥା ହିଁ ନାହିଁ ।
କେବଳ ବାବାଙ୍କ ସ୍ମୃତିରେ ରୁହ । ବାବା ବ୍ରହ୍ମାଙ୍କ ନିମନ୍ତେ ମଧ୍ୟ ବତାଉଛନ୍ତି ଯେ ଇଏ
ନାରାୟଣଙ୍କ ପୂଜା କରୁଥିଲେ, ନାରାୟଣଙ୍କ ମୂର୍ତ୍ତି ସାଥିରେ ରଖୁଥିଲେ । ଚଲାବୁଲା କରିବା ସମୟରେ
ତାଙ୍କୁ ଦେଖୁଥିଲେ । ଏବେ ତୁମ ପିଲାମାନଙ୍କ ପାଖରେ ଜ୍ଞାନ ଅଛି, ବ୍ୟାଜ୍ ତ ନିଶ୍ଚୟ ଲାଗି ରହିବା
ଉଚିତ୍ । ତୁମେ ହେଉଛ ନରକୁ ନାରାୟଣ କରିବାବାଲା । ରାଜଯୋଗ ମଧ୍ୟ ତୁମେ ହିଁ ଶିଖାଉଛ । ନରରୁ
ନାରାୟଣ କରିବାର ସେବା କରୁଛ । ତେଣୁ ନିଜକୁ ଦେଖିବା ଉଚିତ୍ ଯେ ମୋ ଭିତରେ କୌଣସି ଅବଗୁଣ ନାହିଁ
ତ ?
ତୁମେମାନେ ବାପଦାଦାଙ୍କ
ନିକଟକୁ ଆସିଛ, ବାବା ହେଉଛନ୍ତି ଶିବବାବା, ଦାଦା ହେଉଛନ୍ତି ତାଙ୍କର ରଥ । ବାପା ନିଶ୍ଚୟ ରଥ
ଦ୍ୱାରା ହିଁ ମିଶିବେ ନା । ବାବାଙ୍କ ପାଖକୁ ରିଫ୍ରେସ୍ ହେବା ପାଇଁ ଆସୁଛନ୍ତି ନା । ସମ୍ମୁଖରେ
ବସିବା ଦ୍ୱାରା ମନେ ପଡୁଛନ୍ତି । ବାବା ଘରକୁ ଫେରାଇ ନେବା ପାଇଁ ଆସିଛନ୍ତି । ବାବା ସମ୍ମୁଖରେ
ବସିଛନ୍ତି ତେଣୁ ଅଧିକ ମନେ ପଡିବା ଉଚିତ୍ । ନିଜର ଯୋଗର ଯାତ୍ରାକୁ ସେଠାରେ ଘର ପରିବାରରେ ରହି
ମଧ୍ୟ ତୁମେ ପ୍ରତ୍ୟହ ବଢାଇ ପାରିବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜକୁ
ଦେଖିବା ଉଚିତ୍ ଯେ ମୋ ଭିତରେ କୌଣସି ଅବଗୁଣ ନାହିଁ ତ! ମୁଁ ଦେବତାମାନଙ୍କ ଭଳି ମଧୁର ହେଲିଣି?
(୨) ବାବାଙ୍କର
ଶ୍ରେଷ୍ଠରୁ ଶ୍ରେଷ୍ଠ ମତରେ ଚାଲି ନିଜ ରାଜଧାନୀ ସ୍ଥାପନ କରିବାକୁ ହେବ । ଯୋଗ୍ୟ ସେବାଧାରୀ ହେବା
ପାଇଁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ, ସ୍ୱର୍ଗ ଏବଂ ନର୍କର ଜ୍ଞାନକୁ ବୁଦ୍ଧିରେ ଚିନ୍ତନ
ମନ୍ଥନ କରିବାକୁ ହେବ ।
ବରଦାନ:-
ଈଶ୍ୱରୀୟ
ସେବାଧାରୀର ସ୍ମୃତି ଦ୍ୱାରା ସହଜ ସ୍ମୃତିର ଅନୁଭବ କରୁଥିବା ସହଜଯୋଗୀ ହୁଅ ।
ଈଶ୍ୱରୀୟ ସେବାଧାରୀର
ଅର୍ଥ ହେଲା ଈଶ୍ୱର ଅର୍ଥାତ୍ ବାବା ଯେଉଁ ସେବା ଦେଇଛନ୍ତି ସେହି ସେବାରେ ସର୍ବଦା ତତ୍ପର ହୋଇ
ରହୁଥିବା ଆତ୍ମା । ସର୍ବଦା ଏହି ନିଶା ରହିଥାଉ ଯେ ସ୍ୱୟଂ ପରମାତ୍ମା ମୋତେ ସେବା ଦେଇଛନ୍ତି ତେବେ
କାର୍ଯ୍ୟ କରିବା ସମୟରେ ଯିଏ କାର୍ଯ୍ୟ ଦେଇଛନ୍ତି ତାଙ୍କୁ କେବେ ବି ଭୁଲିଯାଇପାରିବ ନାହିଁ । ତେଣୁ
କର୍ମଣା ସେବା କରିବା ସମୟରେ ମଧ୍ୟ ଏହି ସ୍ମୃତି ରହୁ ଯେ ବାବାଙ୍କର ନିର୍ଦ୍ଦେଶ ଅନୁସାରେ ସେବା
କରୁଛି, ତାହା ଦ୍ୱାରା ସହଜରେ ମନେ ପକାଇବାର ଅନୁଭବ କରି ସହଜଯୋଗୀ ହୋଇଯିବ ।
ସ୍ଲୋଗାନ:-
ଯଦି ସର୍ବଦା
ଈଶ୍ୱରୀୟ ବିଦ୍ୟାର୍ଥୀ ଜୀବନର ସ୍ମୃତି ରହିବ ତେବେ ମାୟା ନିକଟକୁ ଆସିପାରିବ ନାହିଁ ।
ଅବ୍ୟକ୍ତ ଈଶାରା:- ଏବେ
ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।
ସ୍ଥାପନା କାର୍ଯ୍ୟରେ
ନିମିତ୍ତ ହୋଇଥିବା ଆତ୍ମାମାନେ ଯେତେଯେତେ ଜ୍ୱାଳା ରୂପ ଧାରଣ କରିବେ ସେହି ଅନୁସାରେ ବିନାଶର
ଜ୍ୱାଳା ପ୍ରତ୍ୟକ୍ଷ ହେବାକୁ ଲାଗିବ । ସଂଗଠିତ ରୂପରେ ଜ୍ୱାଳା ସ୍ୱରୂପର ଯୋଗ ହିଁ ବିଶ୍ୱର
ବିନାଶର କାର୍ଯ୍ୟକୁ ସମ୍ପନ୍ନ କରିବ, ଏଥିପାଇଁ ପ୍ରତ୍ୟେକ ସେବାକେନ୍ଦ୍ରରେ ବିଶେଷ ଭାବରେ ଯୋଗର
କାର୍ଯ୍ୟକ୍ରମ ଚାଲିବା ଦରକାର, ତାହା ହେଲେ ବିନାଶର ଜ୍ୱାଳାକୁ ପଙ୍ଖା ମିଳିଯିବ ଅର୍ଥାତ୍ ଯୋଗ
ଅଗ୍ନି ଦ୍ୱାରା ବିନାଶର ଅଗ୍ନି ଜଳିବ, ଜ୍ୱାଳା ଦ୍ୱାରା ଜ୍ୱାଳା ପ୍ରଜ୍ୱଳିତ ହେବ ।