22.10.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ଯେତେବେଳେ କାହାକୁ ବି ବୁଝାଉଛ ବା ଭାଷଣ କରୁଛ ସେତେବେଳେ ବାବା-ବାବା କହି କହି ବୁଝାଅ,
ବାବାଙ୍କର ମହିମା କର ତେବେ ତୀର ଲାଗିବ ।”
ପ୍ରଶ୍ନ:-
ବାବା ଭାରତବାସୀ
ସନ୍ତାନମାନଙ୍କୁ ବିଶେଷ ଭାବରେ କେଉଁ ପ୍ରଶ୍ନ ପଚାରୁଛନ୍ତି?
ଉତ୍ତର:-
ତୁମେ ଭାରତବାସୀ ସନ୍ତାନମାନେ ଯେଉଁମାନେ କି ଏତେ ସାହୁକାର ଥିଲ, ସର୍ବଗୁଣ ସମ୍ପନ୍ନ ୧୬ କଳା
ସମ୍ପୂର୍ଣ୍ଣ ଦେବତା ଧର୍ମର ଥିଲ, ପବିତ୍ର ଥିଲ, କାମ ବିକାରର ବଶୀଭୂତ ହେଉ ନ ଥିଲ, ବହୁତ ଧନବାନ୍
ଥିଲ, ପୁଣି ତୁମେମାନେ ଏତେ ଦେବାଳିଆ କିପରି ହେଲ - କାରଣ କ’ଣ ଜାଣିଛ? ପିଲାମାନେ, ତୁମେ ଗୋଲାମ
କିପରି ହୋଇଗଲ? ଏତେ ସବୁ ଧନ ସମ୍ପତ୍ତି କେଉଁଠି ହରାଇଦେଲ? ବିଚାର କର, ତୁମେ ପବିତ୍ରରୁ ପତିତ
କିପରି ହୋଇଗଲ? ତୁମେ ସନ୍ତାନମାନେ ମଧ୍ୟ ଏହିପରି କଥା ସବୁ ବାବା-ବାବା କହି ଅନ୍ୟମାନଙ୍କୁ ବୁଝାଅ
- ତେବେ ସହଜରେ ବୁଝିଯିବେ ।
ଓମ୍ ଶାନ୍ତି ।
ଓମ୍ ଶାନ୍ତି
କହିବା ଦ୍ୱାରା ମଧ୍ୟ ବାବା ନିଶ୍ଚୟ ସ୍ମୃତିରେ ଆସିବା ଦରକାର । ବାବାଙ୍କର ପ୍ରଥମ-ପ୍ରଥମ କହିବା
କଥା ହେଉଛି ମନମନାଭବ । ନିଶ୍ଚୟ ଆଗରୁ ବି କହିଛନ୍ତି ତେଣୁ ଏବେ ମଧ୍ୟ କହୁଛନ୍ତି ନା । ତୁମେ
ସନ୍ତାନମାନେ ବାବାଙ୍କୁ ଜାଣିଛ, ଯେତେବେଳେ କୌଣସି ସଭାକୁ ଭାଷଣ କରିବାକୁ ଯାଉଛ, ସେହି ଲୋକମାନେ
ତ ବାବାଙ୍କୁ ଜାଣି ନାହାଁନ୍ତି । ତେଣୁ ତାଙ୍କୁ ମଧ୍ୟ ଏହିପରି କହିବା ଦରକାର ଯେ ଶିବବାବା
କହୁଛନ୍ତି, ସେ ହିଁ ପତିତ-ପାବନ ଅଟନ୍ତି । ତେଣୁ ନିଶ୍ଚିତ ପବିତ୍ର କରିବା ପାଇଁ ହିଁ ଏଠାକୁ ଆସି
ବୁଝାଉଛନ୍ତି । ଯେପରି ବାବା ଏଠାରେ ତୁମକୁ କହୁଛନ୍ତି - ହେ ପିଲାମାନେ, ତୁମକୁ ସ୍ୱର୍ଗର ମାଲିକ
କରିଥିଲି ତୁମେ ଆଦି ସନାତନ ଦେବୀ-ଦେବତା ଧର୍ମାବଲମ୍ବୀ ବିଶ୍ୱର ମାଲିକ ଥିଲ, ସେହିପରି ତୁମେମାନେ
ମଧ୍ୟ କହିବା ଉଚିତ୍ ଯେ ବାବା ଏହିଭଳି କହୁଛନ୍ତି । ଏହିପରି କାହାର ଭାଷଣର ସମାଚାର ଆସିନାହିଁ ।
ଶିବବାବା କହୁଛନ୍ତି ମୋତେ ଉଚ୍ଚରୁ ଉଚ୍ଚ ମାନୁଛ, ପତିତ-ପାବନ ବୋଲି ମଧ୍ୟ ମାନୁଛ, ମୁଁ ଭାରତକୁ
ରାଜଯୋଗ ଶିଖାଇବାକୁ ଆସୁଛି, କହୁଛି ମୋତେ ମନେ ପକାଅ, ମୁଁ ଉଚ୍ଚରୁ ଉଚ୍ଚ ବାବା, ମୋତେ ମନେ ପକାଅ
କାହିଁକି ନା ବାବା ଦାତା ଅଟନ୍ତି । ବାସ୍ତବରେ ଭାରତରେ ତୁମେମାନେ ବିଶ୍ୱର ମାଲିକ ଥିଲ ନା ।
ସେଠାରେ ଅନ୍ୟ କୌଣସି ଧର୍ମ ନ ଥିଲା । ବାବା ଆମକୁ ବୁଝାଉଛନ୍ତି ଆମେ ପୁଣି ଆପଣମାନଙ୍କୁ ବୁଝାଉଛୁ
। ବାବା କହୁଛନ୍ତି ତୁମେ ଭାରତବାସୀ କେତେ ସାହୁକାର ଥିଲ । ସର୍ବଗୁଣ ସମ୍ପନ୍ନ ୧୬ କଳା
ସମ୍ପୂର୍ଣ୍ଣ ଦେବତା ଧର୍ମର ଥିଲ, ତୁମେ ପବିତ୍ର ଥିଲ, ସେଠାରେ କାମ ବିକାର ନ ଥିଲା । ବହୁତ
ଧନବାନ୍ ଥିଲ । ପୁଣି ବାବା କହୁଛନ୍ତି ତୁମେ ଏତେ ଦେବାଳିଆ କିପରି ହୋଇଗଲ - କାରଣ କ’ଣ, ସେ
ବିଷୟରେ ଜଣା ଅଛି? ତୁମେ ବିଶ୍ୱର ମାଲିକ ଥିଲ । ଏବେ ତୁମେ କାହିଁକି ବିଶ୍ୱର ଗୋଲାମ ହୋଇଛ?
ସମସ୍ତଙ୍କଠାରୁ କରଜ ନେଇଚାଲିଛ । ଏତେ ସବୁ ପଇସା କୁଆଡେ ଗଲା । ବାବାଙ୍କ ସଦୃଶ ତୁମେ ମଧ୍ୟ ଭାଷଣ
କଲେ ବହୁତ ଆକର୍ଷିତ ହେବେ । ତୁମେମାନେ ବାବାଙ୍କୁ ସ୍ମରଣ କରୁ ନ ଥିବାରୁ କାହାକୁ ତୀର ଲାଗୁ ନାହିଁ
। ସେହି ଶକ୍ତି ମିଳୁନାହିଁ । ନଚେତ୍ ତୁମର ଏହିଭଳି ଭାଷଣ ଥରେ ଶୁଣିଲେ ଚତ୍ମକାର ହୋଇ ଯିବ ।
ଶିବବାବା ବୁଝାଉଛନ୍ତି ଭଗବାନ ତ ଜଣେ ଅଟନ୍ତି । ଯିଏକି ଦୁଃଖହର୍ତ୍ତା ସୁଖକର୍ତ୍ତା, ନୂଆ ଦୁନିଆର
ସ୍ଥାପନକର୍ତ୍ତା ଅଟନ୍ତି । ଏହି ଭାରତରେ ହିଁ ସ୍ୱର୍ଗ ଥିଲା । ହୀରା-ନୀଳାର ମହଲ ଥିଲା, ଗୋଟିଏ
ହିଁ ରାଜ୍ୟ ଥିଲା । ସମସ୍ତେ କ୍ଷୀର ଖଣ୍ଡ ହୋଇ (ମିଳିମିଶି) ରହୁଥିଲେ । ଯେପରି ବାବାଙ୍କର ମହିମା
ଅସରନ୍ତି ଅଟେ, ସେହିପରି ଭାରତର ମହିମା ମଧ୍ୟ ଅସରନ୍ତି ଅଟେ । ଭାରତର ମହିମା ଶୁଣି ସମସ୍ତେ ଖୁସି
ହେବେ । ବାବା ସନ୍ତାନମାନଙ୍କୁ ପଚାରୁଛନ୍ତି - ଏତେ ଧନ ସମ୍ପତ୍ତି କେଉଁଠି ହରାଇ ଦେଲ?
ଭକ୍ତିମାର୍ଗରେ ତୁମେ କେତେ ଖର୍ଚ୍ଚ କରିଆସିଛ । କେତେ ମନ୍ଦିର ଆଦି ତିଆରି କରୁଛ । ବାବା
କହୁଛନ୍ତି ଖିଆଲ କର - ତୁମେ ପବିତ୍ରରୁ ପତିତ କିପରି ହୋଇଛ? କହୁଛନ୍ତି ମଧ୍ୟ ନା - ବାବା ଦୁଃଖରେ
ତୁମକୁ ସ୍ମରଣ କରୁଛୁ, ସୁଖରେ କରୁ ନାହୁଁ । କିନ୍ତୁ ତୁମକୁ କିଏ ଦୁଃଖୀ କରାଉଛି? ଘଡିକୁ ଘଡି
ବାବାଙ୍କର ନାମ ନେଇଚାଲ । ତୁମେ ବାବାଙ୍କର ସନ୍ଦେଶ ଦେଉଛ । ବାବା କହୁଛନ୍ତି - ମୁଁ ତ ସ୍ୱର୍ଗ,
ଶିବାଳୟ ସ୍ଥାପନ କରିଥିଲି, ସ୍ୱର୍ଗରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ନା । ତୁମେ ଏକଥା
ମଧ୍ୟ ଭୁଲିଯାଇଛ । ତୁମକୁ ଏକଥା ମଧ୍ୟ ଜଣାନାହିଁ ଯେ ରାଧା-କୃଷ୍ଣ ହିଁ ସ୍ୱୟଂବର ପରେ
ଲକ୍ଷ୍ମୀ-ନାରାୟଣ ହେଉଛନ୍ତି । ଶ୍ରୀକୃଷ୍ଣ ଯିଏକି ବିଶ୍ୱର ମାଲିକ ଥିଲେ, ତାଙ୍କଠାରେ କଳଙ୍କ
ଲଗାଇ ଦେଇଛ, ମୋତେ ମଧ୍ୟ କଳଙ୍କିତ କରୁଛ । ମୁଁ ତୁମର ସଦ୍ଗତିଦାତା, ତୁମେ ମୋତେ କୁକୁର, ବିଲେଇ,
କୋଣ-ଅନୁକୋଣରେ ଅଛି ବୋଲି କହିଦେଉଛ । ବାବା କହୁଛନ୍ତି ତୁମେ ଏବେ କେତେ ପତିତ ହୋଇଯାଇଛ । ବାବା
କହୁଛନ୍ତି ମୁଁ ହେଉଛି ସମସ୍ତଙ୍କର ସଦ୍ଗତି ଦାତା ପତିତ-ପାବନ । ତୁମେ ପୁଣି ପତିତ-ପାବନୀ
ଗଙ୍ଗାକୁ କହିଦେଉଛ । ମୋ ସହିତ ଯୋଗ ନ ଲଗାଇବା ଦ୍ୱାରା ତୁମେ ଆହୁରି ହିଁ ପତିତ ହୋଇଯାଇଛ । ମୋତେ
ସ୍ମରଣ କଲେ ତୁମର ବିକର୍ମ ବିନାଶ ହେବ । ଘଡିକୁ ଘଡି ବାବାଙ୍କୁ ସ୍ମରଣ କରି ତାଙ୍କ ନାମ ନେଇ
ବୁଝାଇଲେ ଶିବବାବା ମନେ ରହିବେ । କୁହ, ଆମେ ବାବାଙ୍କର ମହିମା କରୁଛୁ, ବାବା ନିଜେ କହୁଛନ୍ତି
ମୁଁ କିପରି ସାଧାରଣ ପତିତ ଶରୀରରେ ବହୁତ ଜନ୍ମର ଅନ୍ତିମ ସମୟରେ ଆସୁଛି । ଏହାଙ୍କର ହିଁ ବହୁତ
ଜନ୍ମ ଅଟେ । ବର୍ତ୍ତମାନ ଇଏ ମୋର ହୋଇଥିବାରୁ ଏହି ରଥ ଦ୍ୱାରା ତୁମକୁ ବୁଝାଉଛି । ଇଏ ନିଜର
ଜନ୍ମକୁ ଜାଣି ନାହାଁନ୍ତି । ଇଏ ହେଉଛନ୍ତି ଭାଗୀରଥ, ଏହାଙ୍କର ମଧ୍ୟ ବାନପ୍ରସ୍ଥ ଅବସ୍ଥାରେ ମୁଁ
ଆସୁଛି । ଶିବବାବା ଏହିପରି ବୁଝାଉଛନ୍ତି । ଏପରି ଭାଷଣ କାହାର ଶୁଣି ନାହିଁ । ବାବାଙ୍କର ତ ନାମ
ହିଁ ନେଉ ନାହାଁନ୍ତି । ସାରା ଦିନ ବାବାଙ୍କୁ ତ ବିଲକୁଲ୍ ତ ମନେ ହିଁ ପକାଉ ନାହାଁନ୍ତି ।
ପରଦର୍ଶନ, ପରଚିନ୍ତନରେ ଲାଗି ରହୁଛନ୍ତି ଏବଂ ଲେଖୁଛନ୍ତି ଯେ ମୁଁ ଏହିପରି ଭାଷଣ କଲି । ମୁଁ
ଏହିପରି ବୁଝାଇଲି । ବାବା ବୁଝିପାରୁଛନ୍ତି ଯେ ବର୍ତ୍ତମାନ ତ ତୁମେ ହେଉଛ ପିମ୍ପୁଡି । ବୁଢୀଆଣୀ
ବି ହୋଇନାହଁ, ଆଉ ଅହଂକାର କେତେ ରହୁଛି । ବୁଝୁ ନାହାଁନ୍ତି ଯେ ଶିବବାବା ବ୍ରହ୍ମାଙ୍କ ଦ୍ୱାରା
କହୁଛନ୍ତି । ଶିବବାବାଙ୍କୁ ତୁମେମାନେ ଭୁଲିଯାଉଛ । ବ୍ରହ୍ମାଙ୍କ ଉପରେ ତୁରନ୍ତ ବିଗିଡିଯାଉଛନ୍ତି
। ବାବା କହୁଛନ୍ତି - ତୁମେ ମୋତେ ହିଁ ମନେ ପକାଅ, ତୁମର ମୋ ସହିତ କାମ ରହିଛି । ମୋତେ ମନେ
ପକାଉଛ ନା । କିନ୍ତୁ ତୁମକୁ ବି ଜଣା ନାହିଁ ଯେ ବାବା କିଏ, କେବେ ଆସୁଛନ୍ତି । ଗୁରୁମାନେ ତୁମକୁ
କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ ବୋଲି କହୁଛନ୍ତି ଏବଂ ବାବା କହୁଛନ୍ତି କଳ୍ପ ୫ ହଜାର ବର୍ଷର ଅଟେ
। ପୁରୁଣା ଦୁନିଆ ପୁଣି ନୂଆ ହେବ । ନୂଆ ପୁଣି ପୁରୁଣା ହୋଇଛି । ଏବେ ନୂଆ ଦିଲ୍ଲୀ କେଉଁଠି ଅଛି?
ଦିଲ୍ଲୀ ତ ଯେବେ ପରିସ୍ତାନ ହେବ ତେବେ ଯାଇ ନୂଆ ଦିଲ୍ଲୀ କୁହାଯିବ । ନୂଆ ଦୁନିଆରେ ନୂଆ ଦିଲ୍ଲୀ
ଯମୁନା କୂଳରେ ଥିଲା । ସେଠାରେ ଲକ୍ଷ୍ମୀ-ନାରାୟଣଙ୍କର ମହଲ ଥିଲା । ପରିସ୍ତାନ ଥିଲା । ଏବେ
କବରସ୍ଥାନ ହେବାକୁ ଯାଉଛି, ସବୁ ପୋତି ହୋଇଯିବ, ସେଥିପାଇଁ ବାବା କହୁଛନ୍ତି - ମୁଁ ସବୁଠାରୁ
ଉଚ୍ଚ ବାବା, ମୋତେ ସ୍ମରଣ କଲେ ପବିତ୍ର ହେବ । ସର୍ବଦା ଏହିପରି ବାବା-ବାବା କହି କହି ବୁଝାଅ ।
ବାବାଙ୍କର ନାମ ନେଉ ନ ଥିବାରୁ ତୁମ କଥା କେହି ଶୁଣୁ ନାହାଁନ୍ତି । ବାବାଙ୍କ ସ୍ମୃତି ନ ଥିବାରୁ
ତୁମଠାରେ ଶକ୍ତି ଭରୁ ନାହିଁ । ଦେହ-ଅଭିମାନରେ ତୁମେ ଆସିଯାଉଛ । ମାଡ ଖାଉଥିବା ବନ୍ଧନଯୁକ୍ତ
ମାତାମାନେ ତୁମଠାରୁ ଅଧିକ ଯୋଗଯୁକ୍ତ ହୋଇ ରହୁଛନ୍ତି, କେତେ ଡାକୁଛନ୍ତି । ବାବା କହୁଛନ୍ତି ତୁମେ
ସମସ୍ତେ ହେଉଛ ଦ୍ରୌପଦୀ । ଏବେ ତୁମକୁ ନଗ୍ନ ହେବାରୁ ବଞ୍ଚାଉଛି । ଏପରି ମାତାମାନେ ମଧ୍ୟ ଅଛନ୍ତି
ଯାହାଙ୍କୁ କଳ୍ପ ପୂର୍ବରୁ ପୁତନା ନାମ ଦିଆଯାଇଥିଲା । ତୁମେ ଭୁଲିଯାଇଛ ।
ବାବା କହୁଛନ୍ତି ଭାରତ
ଶିବାଳୟ ଥିବା ସମୟରେ ତାକୁ ସ୍ୱର୍ଗ କୁହାଯାଉଥିଲା । ଏଠାରେ ପୁଣି ଯାହାଙ୍କ ପାଖରେ ଘର, ବିମାନ
ଆଦି ରହିଛି ସେମାନେ ଭାବୁଛନ୍ତି ଆମେ ସ୍ୱର୍ଗରେ ଅଛୁ । କେତେ ମୁଢମତି ଅଟନ୍ତି । ପ୍ରତ୍ୟେକ କଥାରେ
କୁହ ବାବା କହୁଛନ୍ତି । ଏହି ହଠଯୋଗୀମାନେ ତୁମକୁ ମୁକ୍ତି ଦେଇପାରିବେ ନାହିଁ । ଯେତେବେଳେ
ସମସ୍ତଙ୍କର ସଦ୍ଗତି ଦାତା ଜଣେ ଅଟନ୍ତି ପୁଣି ଗୁରୁ କ’ଣ ପାଇଁ କରୁଛ? କ’ଣ ତୁମେ ସନ୍ନ୍ୟାସୀ
ହେବ ନା ହଠଯୋଗ ଶିଖି ବ୍ରହ୍ମରେ ଲୀନ ହେବ? ଲୀନ ତ କେହି ହୋଇପାରିବେ ନାହିଁ । ସମସ୍ତଙ୍କୁ ଅଭିନୟ
କରିବାକୁ ହେବ । ସମସ୍ତ ଅଭିନେତା ଅବିନାଶୀ ଅଟନ୍ତି । ଏହା ଅନାଦି ଅବିନାଶୀ ଡ୍ରାମା, ମୋକ୍ଷ
କାହାକୁ କିପରି ମିଳିପାରିବ । ବାବା କହୁଛନ୍ତି ମୁଁ ଏହି ସାଧୁମାନଙ୍କର ମଧ୍ୟ ଉଦ୍ଧାର କରିବାକୁ
ଆସୁଛି । ପୁଣି ଗଙ୍ଗା କିପରି ପତିତ-ପାବନୀ ହୋଇପାରିବ । ତୁମେ ମୋତେ ପତିତ-ପାବନ କହୁଛ ନା ।
ତୁମର ମୋ ସହିତ ଯୋଗ ତୁଟିବା ଦ୍ୱାରା ଏହିପରି ଅବସ୍ଥା ହୋଇଛି । ଏବେ ପୁଣି ମୋ ସହିତ ଯୋଗ ଲଗାଅ
ତେବେ ବିକର୍ମ ବିନାଶ ହେବ । ମୁକ୍ତିଧାମରେ ପବିତ୍ର ଆତ୍ମାମାନେ ରହିଥା’ନ୍ତି । ବର୍ତ୍ତମାନ ତ
ସାରା ଦୁନିଆ ପତିତ ହୋଇଯାଇଛି । ପବିତ୍ର ଦୁନିଆ ବିଷୟରେ ତୁମକୁ ଜଣା ହିଁ ନାହିଁ । ତୁମେ ସମସ୍ତେ
ପୂଜାରୀ ଅଟ, କେହି ଜଣେ ହେଲେ ବି ପୂଜ୍ୟ ନାହାଁନ୍ତି । ତୁମେ ବାବାଙ୍କ ନାମ ନେଇ ସମସ୍ତଙ୍କୁ
ଜାଗ୍ରତ କରିପାରିବ । ଯେଉଁ ବାବା ବିଶ୍ୱର ମାଲିକ କରାଉଛନ୍ତି- ତାଙ୍କର ତୁମେ ଗ୍ଲାନି କରୁଛ ।
ଶ୍ରୀକୃଷ୍ଣ ଛୋଟ ପିଲା, ସର୍ବଗୁଣ ସମ୍ପନ୍ନ ସେ ଏପରି ଧନ୍ଦା ବସି କିପରି କରିବେ । ଆଉ ଶ୍ରୀକୃଷ୍ଣ
ସମସ୍ତଙ୍କର ପିତା କିପରି ହୋଇପାରିବେ । ଭଗବାନ ତ କେବଳ ଜଣେ ଅଟନ୍ତି ନା । ଯେ ପର୍ଯ୍ୟନ୍ତ ମୋର
ଶ୍ରୀମତରେ ନ ଚାଲିଛ ସେ ପର୍ଯ୍ୟନ୍ତ କଳଙ୍କି କିପରି ଛାଡିବ । ତୁମେମାନେ ସମସ୍ତଙ୍କୁ ପୂଜା କରି
କରି ତୁମର ଅବସ୍ଥା କ’ଣ ହୋଇଯାଇଛି, ସେଥିପାଇଁ ପୁଣି ମୋତେ ଆସିବାକୁ ପଡୁଛି । ତୁମେ କେତେ ଧର୍ମ
ଭ୍ରଷ୍ଟ, କର୍ମ ଭ୍ରଷ୍ଟ ହୋଇଯାଇଛ । କୁହ ହିନ୍ଦୁ ଧର୍ମ କେବେ କିଏ ସ୍ଥାପନ କରିଥିଲେ? ଏହିପରି
ଆହ୍ୱାନ କରି ଭାଷଣ କର । ତୁମର ଘଡିକୁ ଘଡି ବାବା ମନେ ହିଁ ପଡୁ ନାହାଁନ୍ତି । କେବେ-କେବେ କେହି
ଲେଖୁଛନ୍ତି ଯେ ମୋ ଭିତରେ ବାବା ଆସି ଭାଷଣ କଲେ । ବାବା ବହୁତ ସାହାଯ୍ୟ କରୁଛନ୍ତି । ତୁମେ ଯୋଗର
ଯାତ୍ରାରେ ନ ରହିବାରୁ ପିମ୍ପୁଡି ମାର୍ଗର ସେବା କରୁଛ । ବାବାଙ୍କ ନାମ ନେବ ତେବେ ଯାଇ କାହାକୁ
ତୀର ଲାଗିବ । ବାବା ବୁଝାଉଛନ୍ତି ପିଲାମାନେ ତୁମେ ହିଁ ଅଲରାଉଣ୍ଡର ୮୪ ଜନ୍ମର ଚକ୍ର ଲଗାଇଛ ତେଣୁ
ତୁମକୁ ହିଁ ଆସି ବୁଝାଇବାକୁ ହେବ । ମୁଁ ଭାରତରେ ହିଁ ଆସୁଛି । ଯିଏ ପୂଜ୍ୟ ଥିଲେ ସେହିମାନେ
ପୂଜାରୀ ହେଉଛନ୍ତି । ମୁଁ ତ ପୂଜ୍ୟ ପୂଜାରୀ ହେଉ ନାହିଁ ।
“ବାବା କହୁଛନ୍ତି, ବାବା
କହୁଛନ୍ତି’’ ଏହି ଧୁନ୍ ଲାଗି ରହିବା ଉଚିତ୍ । ତୁମେ ଏହିପରି ଭାଷଣ କରିବାର ଶୁଣିଲେ ଯାଇ ବୁଝିବି
ଯେ ତୁମେ ଚିଣ୍ଟିରୁ ମକୋଡା ଅର୍ଥାତ୍ ପିମ୍ପୁଡିରୁ ବୁଢୀଆଣି ହୋଇଛ । ବାବା କହୁଛନ୍ତି ମୁଁ ତୁମକୁ
ପାଠ ପଢାଉଛି, ତୁମେ କେବଳ ମୋତେ ମନେ ପକାଅ । ଏହି ରଥ ଦ୍ୱାରା ତୁମକୁ କହୁଛି ଯେ କେବଳ ମୋତେ ମନେ
ପକାଅ । ଏହି ରଥକୁ ବି ମନେ ପକାଅ ନାହିଁ । ବାବା ଏପରି କହୁଛନ୍ତି, ବାବା ଏପରି ବୁଝାଉଛନ୍ତି,
ତୁମେ ଏପରି କହି ଦେଖ ତୁମର କେତେ ପ୍ରଭାବ ବାହାରୁଛି । ବାବା କହୁଛନ୍ତି ଦେହ ସହିତ ସବୁ
ସମ୍ବନ୍ଧରୁ ବୁଦ୍ଧିର ଯୋଗ ତୁଟାଇଦିଅ । ନିଜ ଦେହକୁ ବି ଛାଡିଦେଲ ବାକି ଆତ୍ମା ରହିଲା । ନିଜକୁ
ଆତ୍ମା ଭାବି ମୋତେ ମନେ ପକାଅ । କେହି କେହି କହୁଛନ୍ତି “ଅହମ୍ ବ୍ରହ୍ମସ୍ମି” ମାୟାର ଆମେ ମାଲିକ
ଅଟୁ । ବାବା କହୁଛନ୍ତି ତୁମେ ଏକଥା ମଧ୍ୟ ଜାଣିନାହଁ ଯେ ମାୟା କାହାକୁ କୁହାଯାଉଛି ଏବଂ ସମ୍ପତ୍ତି
କାହାକୁ କୁହାଯାଉଛି । ତୁମେ ଧନକୁ ମାୟା କହିଦେଉଛ । ଏହିପରି ଭାବେ ତୁମେ ବୁଝାଇପାରିବ । ବହୁତ
ଭଲ-ଭଲ ସନ୍ତାନମାନେ ମୁରଲୀ ମଧ୍ୟ ପଢୁ ନାହାଁନ୍ତି । ବାବାଙ୍କୁ ସ୍ମରଣ କରୁ ନ ଥିବାରୁ ତୀର
ଲାଗୁନାହିଁ କାହିଁକି ନା ଯୋଗର ବଳ ମିଳୁ ନାହିଁ । ଯୋଗ ଦ୍ୱାରା ବଳ ମିଳିଥାଏ । ଯେଉଁ ଯୋଗବଳ
ଦ୍ୱାରା ତୁମେ ବିଶ୍ୱର ମାଲିକ ହେଉଛ । ତୁମେ ପ୍ରତ୍ୟେକ କଥାରେ ବାବାଙ୍କର ନାମ ନେଲେ କେବେ କେହି
କିଛି କହିପାରିବେ ନାହିଁ । ସମସ୍ତଙ୍କର ଭଗବାନ ପିତା ତ ଜଣେ । ଏପରି ନୁହେଁ କି ସମସ୍ତେ ଭଗବାନ
ଅଟନ୍ତି? କହୁଛନ୍ତି ଆମେ ଅମୁକ ସନ୍ନ୍ୟାସୀଙ୍କର ଅନୁଗାମୀ ଅଟୁ । ସେ ସନ୍ନ୍ୟାସୀ, ତୁମେ ଗୃହସ୍ଥି
ପୁଣି ତୁମେ ଅନୁଗାମୀ କିପରି ହେଲ? ଗାୟନ ମଧ୍ୟ କରୁଛନ୍ତି ମିଛ ମାୟା, ମିଛ କାୟା, ମିଛ ସବୁ
ସଂସାର । ସତ୍ୟ ତ ହେଉଛନ୍ତି ଏକମାତ୍ର ବାବା । ସେ ନ ଆସିବା ପର୍ଯ୍ୟନ୍ତ ଆମେ ସଚ୍ଚା ହୋଇପାରିବା
ନାହିଁ । ମୁକ୍ତି-ଜୀବନମୁକ୍ତି ଦାତା ଜଣେ ଅଟନ୍ତି । ବାକି କେହି ମୁକ୍ତି ଦେଉ ନାହାଁନ୍ତି
ଯାହାଦ୍ୱାରା କି ଆମେ ତାଙ୍କର ହେବୁ । ବାବା କହୁଛନ୍ତି ଏହା ମଧ୍ୟ ଡ୍ରାମାରେ ଥିଲା । ଏବେ
ସାବଧାନ ହୋଇଯାଅ ଆଖି ଖୋଲ । ବାବା ଏପରି କହୁଛନ୍ତି,ଏକଥା କହିବା ଦ୍ୱାରା ତୁମେ ମୁକ୍ତ ହୋଇଯିବ ।
ତୁମ ସାଥିରେ କେହି ଯୁକ୍ତିତର୍କ କରିବେ ନାହିଁ । ତ୍ରିମୂର୍ତ୍ତି ଶିବ ବାବା କହିବାକୁ ହେବ, କେବଳ
ଶିବ ନୁହେଁ । ତ୍ରିମୂର୍ତ୍ତିକୁ କିଏ ରଚନା କରିଛନ୍ତି? ବ୍ରହ୍ମାଦ୍ୱାରା କିଏ ସ୍ଥାପନା କରାଉଛନ୍ତି?
ବ୍ରହ୍ମା କ’ଣ ସୃଷ୍ଟିକର୍ତ୍ତା? ଏପରି ନିଶାର ସହିତ କୁହ, ତେବେ ଯାଇ କାମ କରିପାରିବ । ନଚେତ୍
ଦେହ-ଅଭିମାନରେ ରହି ଭାଷଣ କରୁଛ ।
ବାବା ବୁଝାଉଛନ୍ତି ଏହା
ଅନେକ ଧର୍ମର କଳ୍ପ ବୃକ୍ଷ ଅଟେ । ପ୍ରଥମେ ହେଉଛି ଦେବୀ-ଦେବତା ଧର୍ମ । ଏବେ ସେହି ଦେବତା ଧର୍ମ
କୁଆଡେ ଗଲା? ଲକ୍ଷ-ଲକ୍ଷ ବର୍ଷ କହିଦେଉଛନ୍ତି, କିନ୍ତୁ ଏହା ତ ୫ ହଜାର ବର୍ଷର କଥା । ତୁମେ
ତାଙ୍କର ମନ୍ଦିର ମଧ୍ୟ ତିଆରି କରିଚାଲିଛ । ଦେଖାଉଛନ୍ତି ପାଣ୍ଡବ ଏବଂ କୌରବଙ୍କର ଲଢେଇ ଲାଗିଥିଲା
। ପାଣ୍ଡବମାନେ ପାହାଡ ଉପରୁ ପଡି ମୃତ୍ୟୁବରଣ କଲେ ପୁଣି କ’ଣ ହେଲା? ମୁଁ କିପରି ହିଂସା କରିବି ।
ମୁଁ ତ ତୁମକୁ ଅହିଂସକ ବୈଷ୍ଣବ କରୁଛି । କାମରୂପୀ କଟୁରୀ ଦ୍ୱାରା ଆଘାତ ନ କରିବା, ଏହାକୁ ହିଁ
ବୈଷ୍ଣବ କହୁଛନ୍ତି । ସେମାନେ ହେଲେ ବିଷ୍ଣୁଙ୍କର ବଂଶାବଳୀ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସେବାରେ
ସଫଳତା ପ୍ରାପ୍ତ କରିବା ପାଇଁ ଅହଂକାରକୁ ଛାଡି ପ୍ରତ୍ୟେକ କଥାରେ ବାବାଙ୍କର ନାମ ଉଚ୍ଚାରଣ
କରିବାକୁ ହେବ । ଯୋଗଯୁକ୍ତ ସ୍ଥିତିରେ ରହି ସେବା କରିବା ଉଚିତ୍ । ପରଦର୍ଶନ-ପରଚିନ୍ତନରେ ନିଜର
ସମୟ ନଷ୍ଟ କରିବାର ନାହିଁ ।
(୨) ସଚ୍ଚା-ସଚ୍ଚା
ବୈଷ୍ଣବ ହେବାକୁ ପଡିବ । କୌଣସି ପ୍ରକାରର ହିଂସା କରିବାର ନାହିଁ । ଦେହ ସହିତ ସବୁ ସମ୍ବନ୍ଧରୁ
ବୁଦ୍ଧିଯୋଗ ତୁଟାଇ ଦେବାକୁ ହେବ ।
ବରଦାନ:-
ହାଁ ଜୀ କରିବାର
ଧାରଣା ଦ୍ୱାରା ସେବାକ୍ଷେତ୍ରରେ ମହାନ ହେଉଥିବା ସମସ୍ତଙ୍କର ଆଶୀର୍ବାଦର ପାତ୍ର ହୁଅ ।
ଯେ କୌଣସି ସେବାକୁ ଖୁସି
ଏବଂ ଉମଙ୍ଗ-ଉତ୍ସାହରେ କରିବା ସହିତ ସର୍ବଦା ଏହି ଧ୍ୟାନ ରହିଥାଉ ଯେ ଯାହା ବି ସେବା କରୁଛ
ତାହାଦ୍ୱାରା ସମସ୍ତଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହେବା ଦରକାର କାହିଁକି ନା ଯେଉଁଠାରେ
ଆଶୀର୍ବାଦ ମିଳୁଥିବ ସେଠାରେ ମେହନତ କରିବା ପାଇଁ ପଡିବ ନାହିଁ । ତେଣୁ ଏହି ଲକ୍ଷ୍ୟ ରଖ ଯେ
ଯେଉଁମାନଙ୍କ ସମ୍ପର୍କରେ ଆସୁଛ ସେମାନଙ୍କଠାରୁ ଆଶୀର୍ବାଦ ନେଇଚାଲ । ତେବେ ସବୁ କଥାରେ ହାଁ ଜୀ
କରିବା ଅର୍ଥାତ୍ ଆଜ୍ଞାକାରୀ ହେବାର ଧାରଣା ହିଁ ଆଶୀର୍ବାଦ ନେବାର ସାଧନ ଅଟେ । କେହି ଯଦି ଭୁଲ୍
ମଧ୍ୟ କହୁଛି ବା କରୁଛି ତେବେ ତାକୁ ଭୁଲ୍ ବୋଲି କହି ଆଘାତ ଦେବା ପରିବର୍ତ୍ତେ ସାହାରା ଦେଇ
ଶକ୍ତିଶାଳୀ କର, ତା’ର ସହଯୋଗୀ ହୁଅ ତେବେ ତା’ଠାରୁ ମଧ୍ୟ ସନ୍ତୁଷ୍ଟତା ରୂପୀ ଆଶୀର୍ବାଦ ମିଳିବ ।
ଯେଉଁମାନେ ଆଶୀର୍ବାଦ ନେବାରେ ମହାନ ହୋଇଥାଆନ୍ତି ସେମାନେ ସ୍ୱତଃ ହିଁ ମହାନ ହୋଇଯାଆନ୍ତି ।
ସ୍ଲୋଗାନ:-
ହାର୍ଡୱାର୍କର
ଅର୍ଥାତ୍ କଠିନ ପରିଶ୍ରମୀ ହେବା ସହିତ ନିଜର ସ୍ଥିତିକୁ ମଧ୍ୟ ହାର୍ଡ ଅର୍ଥାତ୍ ମଜବୁତ କରିବାର
ଲକ୍ଷ୍ୟ ରଖ ।
ଅବ୍ୟକ୍ତ ଈଶାରା:- ନିଜ
ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।
ଯୋଗର ପ୍ରୟୋଗ କରିବାର
ଅର୍ଥ ହେଲା ନିଜର ଶୁଦ୍ଧ ସଂକଳ୍ପର ପ୍ରୟୋଗ ନିଜର ଶରୀର ଉପରେ, ମନ ଉପରେ, ସଂସ୍କାର ଉପରେ ଅନୁଭବ
କରି ଆଗକୁ ବଢିଚାଲିବା । ଏଥିରେ ଅନ୍ୟ କାହାକୁ ଦେଖ ନାହିଁ । ଇଏ କ’ଣ କରୁଛି, ଇଏ ତ ଏଭଳି
କରୁନାହିଁ... । ପୁରୁଣାମାନେ କରୁଛନ୍ତି ନା ନାହିଁ - ଏସବୁ ଦେଖ ନାହିଁ । ପ୍ରଥମେ ମୁଁ ଏହି
ଅନୁଭବରେ ଆଗକୁ ଚାଲିଯିବ କାହିଁକି ନା ଏହା ନିଜର ଆନ୍ତରିକ ପୁରୁଷାର୍ଥର କଥା । ଯେତେବେଳେ ଏହିଭଳି
ବ୍ୟକ୍ତିଗତ ରୂପରେ ଏହି ପ୍ରୟୋଗ କରିବାରେ ଲାଗିପଡିବ ଏବଂ ତା’କୁ ବୃଦ୍ଧି କରିଚାଲିବ ସେତେବେଳେ
ହିଁ ପ୍ରତ୍ୟେକଙ୍କର ଶାନ୍ତିର ଶକ୍ତିର ପ୍ରଭାବ ସଂଗଠିତ ରୂପରେ ବିଶ୍ୱ ଉପରେ ପଡିବ ।