22.11.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବାଙ୍କ ଶ୍ରୀମତରେ ଚାଲିବା ହିଁ ବାବାଙ୍କୁ ସମ୍ମାନ ଦେବା, ମନ ମତରେ ଚାଲୁଥିବା ପିଲାମାନେ ହିଁ ବାବାଙ୍କୁ ଅସମ୍ମାନ କରିଥାନ୍ତି ।”

ପ୍ରଶ୍ନ:-
ଗୃହସ୍ଥିମାନଙ୍କୁ କେଉଁ ଗୋଟିଏ କଥା ପାଇଁ ବାବା ମନା କରୁନାହାଁନ୍ତି କିନ୍ତୁ ସେଥିପାଇଁ ଗୋଟିଏ ନିର୍ଦ୍ଦେଶ ଦେଉଛନ୍ତି - ତାହା କ’ଣ?

ଉତ୍ତର:-
ବାବା କହୁଛନ୍ତି - ପିଲାମାନେ, ଭଲେ ତୁମେ ସମସ୍ତଙ୍କ ସହ ସମ୍ପର୍କ ରଖ, ଯେ କୌଣସି ଚାକିରୀ ଆଦି ବି କର, ସମ୍ପର୍କରେ ତ ଆସିବାକୁ ପଡ଼ୁଛି, ଯଦି ରଙ୍ଗୀନ ବସ୍ତ୍ର ପିନ୍ଧିବାକୁ ପଡୁଛି ତେବେ ପିନ୍ଧ, ବାବା ମନା କରୁ ନାହାଁନ୍ତି । ବାବା କେବଳ ଗୋଟିଏ ନିର୍ଦ୍ଦେଶ ଦେଉଛନ୍ତି - ପିଲାମାନେ, ଦେହ ସହିତ ଦେହର ସବୁ ସମ୍ବନ୍ଧରୁ ମମତ୍ତ୍ୱ ତୁଟାଇ ମୋତେ ମନେ ପକାଅ ।

ଓମ୍ ଶାନ୍ତି ।
ଶିବବାବା ବସି ସନ୍ତାନମାନଙ୍କୁ ବୁଝାଉଛନ୍ତି ଅର୍ଥାତ୍ ନିଜ ସମାନ କରିବାର ପୁରୁଷାର୍ଥ କରାଉଛନ୍ତି । ଯେପରି ମୁଁ ଜ୍ଞାନର ସାଗର, ସେହିପରି ପିଲାମାନେ ମଧ୍ୟ ମାଷ୍ଟର ଜ୍ଞାନର ସାଗର ହୁଅନ୍ତୁ । ଏ କଥା ତ ମଧୁର ସନ୍ତାନମାନେ ଜାଣିଛନ୍ତି ଯେ ସମସ୍ତେ ଏକ ସମାନ ହୋଇପାରିବେ ନାହିଁ । ପ୍ରତ୍ୟେକଙ୍କୁ ନିଜ-ନିଜର ପୁରୁଷାର୍ଥ ତ କରିବାକୁ ହେବ । ସ୍କୁଲରେ ତ ବହୁତ ଛାତ୍ର ପଢିଥା’ନ୍ତି କିନ୍ତୁ ସମସ୍ତେ ଏକ ସମାନ ପାସ୍ ୱିଥ୍ ଅନର୍ସ (ସମ୍ମାନର ସହ ପାସ୍‌) ହୋଇ ପାରନ୍ତି ନାହିଁ । ତଥାପି ବି ଶିକ୍ଷକ ପୁରୁଷାର୍ଥ କରାଇଥାନ୍ତି । ତୁମେ ସନ୍ତାନମାନେ ବି ପୁରୁଷାର୍ଥ କରୁଛ । ବାବା ପଚାରୁଛନ୍ତି ତୁମେ କ’ଣ ହେବ? ସମସ୍ତେ କହୁଛନ୍ତି ଆମେ ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେବା ପାଇଁ ଆସିଛୁ । ଏ କଥା ତ ଠିକ୍ କିନ୍ତୁ ନିଜର କାର୍ଯ୍ୟକଳାପକୁ ମଧ୍ୟ ଦେଖ ନା । ବାବା ତ ଉଚ୍ଚରୁ ଉଚ୍ଚ ଅଟନ୍ତି । ସିଏ ଶିକ୍ଷକ ସହିତ ଗୁରୁ ମଧ୍ୟ ଅଟନ୍ତି । ଏହି ବାବାଙ୍କୁ କେହି ଜାଣି ନାହାଁନ୍ତି । ତୁମେ ସନ୍ତାନମାନେ ଜାଣିଛ ଶିବବାବା ଆମର ପିତା ବି ଅଟନ୍ତି, ଶିକ୍ଷକ ବି ଅଟନ୍ତି, ସତଗୁରୁ ବି ଅଟନ୍ତି । କିନ୍ତୁ ସିଏ ଯେପରି ଅଟନ୍ତି ତାଙ୍କୁ ସେହିପରି ଜାଣିବା ମଧ୍ୟ ମୁସ୍‌କିଲ୍ ଅଟେ । ବାବାଙ୍କୁ ଜାଣିଲେ, ଶିକ୍ଷକ ପଣିଆ ଭୁଲିଯିବେ, ପୁଣି ଗୁରୁପଣିଆ ଭୁଲିଯିବେ । ପିଲାମାନଙ୍କୁ ମଧ୍ୟ ବାବାଙ୍କର ସମ୍ମାନ ରଖିବାକୁ ହେବ । ସମ୍ମାନ କାହାକୁ କୁହାଯାଏ? ବାବା ଯେଉଁ ପାଠ ପଢ଼ାଉଛନ୍ତି, ତାକୁ ଭଲ ଭାବରେ ପଢିବା ଅର୍ଥାତ୍ ରିଗାର୍ଡ ରଖିବା । ବାବା ତ ବହୁତ ମିଠା ଅଟନ୍ତି । ତେଣୁ ସମସ୍ତେ ଆନ୍ତରିକ ଖୁସିରେ ଗଦ୍‌ଗଦ୍ ହେବା ଦରକାର । ଅମାପ ଖୁସିର ସ୍ଥିତି ରହିବା ଆବଶ୍ୟକ । ଏବେ ପ୍ରତ୍ୟେକେ ନିଜକୁ ପଚାରନ୍ତୁ - ଆମେ ଏପରି ଖୁସିରେ ଅଛୁ? ସମସ୍ତେ ତ ଏକାଭଳି ହୋଇପାରିବେ ନାହିଁ । ପାଠପଢ଼ାରେ ମଧ୍ୟ ବହୁତ ପାର୍ଥକ୍ୟ ରହିଛି । ସେହି (ଲୌକିକ ଦୁନିଆର) ସ୍କୁଲରେ ମଧ୍ୟ କେତେ ଫରକ ରହିଥାଏ । ସେଠାରେ ତ ସାଧାରଣ ଶିକ୍ଷକ ପଢ଼ାଇଥା’ନ୍ତି, ଇଏ ତ’ ଅସାଧାରଣ ଅଟନ୍ତି । ଏପରି ଶିକ୍ଷକ କେହି ନାହାଁନ୍ତି । ଏକଥା କାହାକୁ ଜଣା ହିଁ ନାହିଁ ଯେ ନିରାକାର ପିତା ଶିକ୍ଷକ ମଧ୍ୟ ହୋଇଥା’ନ୍ତି । ଭଲେ ଶ୍ରୀକୃଷ୍ଣଙ୍କର ନାମ ଲେଖି ଦେଇଛନ୍ତି କିନ୍ତୁ ତାଙ୍କୁ ଜଣା ହିଁ ନାହିଁ କି ସେ ସମସ୍ତଙ୍କର ପିତା କିପରି ହୋଇପାରିବେ । କୃଷ୍ଣ ତ ଦେବତା ଅଟନ୍ତି ନା । ଏମିତି ତ କୃଷ୍ଣ ନାମ ଅନେକଙ୍କର ଅଛି । କିନ୍ତୁ କୃଷ୍ଣ କହିବା ମାତ୍ରେ ହିଁ ଶ୍ରୀକୃଷ୍ଣଙ୍କର ଚିତ୍ର ସମ୍ମୁଖକୁ ଆସିଯାଉଛି । ସେ ତ ଦେହଧାରୀ ଅଟନ୍ତି ନା । ତୁମେ ଜାଣିଛ ଶିବବାବାଙ୍କର ଏ ଶରୀର ନୁହେଁ । ସିଏ ନିଜେ କହୁଛନ୍ତି - ମୁଁ ଏହି ଶରୀର ଧାର ନେଇଛି । ଇଏ ପୂର୍ବରୁ ବି ମନୁଷ୍ୟ ଥିଲେ, ଏବେ ବି ମନୁଷ୍ୟ ଅଛନ୍ତି । ଇଏ ଭଗବାନ ନୁହଁନ୍ତି । ଭଗବାନ ତ ଏକମାତ୍ର ନିରାକାର ହିଁ ଅଟନ୍ତି । ଏବେ ତୁମମାନଙ୍କୁ କେତେ ଗୁହ୍ୟ ରହସ୍ୟ ବୁଝାଯାଉଛି । କିନ୍ତୁ ନିରାକାରଙ୍କୁ ଯଥାର୍ଥ ଭାବରେ ପିତା ଏବଂ ଶିକ୍ଷକ ବୋଲି ଭାବିବା - ଏହା ବର୍ତ୍ତମାନ ହୋଇପାରିବ ନାହିଁ, ବାରମ୍ବାର ଭୁଲିଯାଇ ପାରିବେ । ଦେହଧାରୀଙ୍କ ଆଡ଼କୁ ବୁଦ୍ଧି ଚାଲିଯାଉଛି । କିନ୍ତୁ ଏହି ବାବା ହିଁ ପିତା, ଶିକ୍ଷକ, ସତଗୁରୁ ଅଟନ୍ତି - ଏହି ନିଶ୍ଚୟ, ବୁଦ୍ଧିରେ ଏବେ ସ୍ଥାୟୀ ଭାବରେ ରହୁ ନାହିଁ । ଏବେ ତ ଭୁଲି ଯାଉଛନ୍ତି । ବିଦ୍ୟାର୍ଥୀମାନେ କ’ଣ କେବେ ଶିକ୍ଷକଙ୍କୁ ଭୁଲିଯିବେ କି! ହଷ୍ଟେଲରେ ଯେଉଁମାନେ ରହିଥା’ନ୍ତି ସେମାନେ ତ କେବେ ବି ଭୁଲିପାରିବେ ନାହିଁ । ଯେଉଁ ବିଦ୍ୟାର୍ଥୀମାନେ ହଷ୍ଟେଲରେ ରହନ୍ତି ତାଙ୍କର ନିଶ୍ଚୟ ତ ପକ୍କା ହୋଇଥିବ ନା । ଏଠାରେ ତ ସେଭଳି ପକ୍କା ନିଶ୍ଚୟ ନାହିଁ । ପୁରୁଷାର୍ଥର କ୍ରମାନୁସାରେ ହଷ୍ଟେଲରେ ଯାଇ ରହିଥା’ନ୍ତି ତେବେ ବିଦ୍ୟାର୍ଥୀ ତ ନିଶ୍ଚିତ ଅଟନ୍ତି କିନ୍ତୁ ଏହି ନିଶ୍ଚୟ ପକ୍କା ନାହିଁ, ଜାଣିଛନ୍ତି ସମସ୍ତେ ନିଜ ନିଜର ପୁରୁଷାର୍ଥ ଅନୁସାରେ ପଦ ନେଉଛନ୍ତି । ସେହି ପାଠପଢ଼ାରେ ତ କେହି ବାରିଷ୍ଟର ହୋଇଥାଆନ୍ତି, ଇଞ୍ଜିନିୟର ହୋଇଥାଆନ୍ତି, ଡାକ୍ତର ହୋଇଥା’ନ୍ତି । ଏଠାରେ ତ ତୁମେ ବିଶ୍ୱର ମାଲିକ ହେଉଛ । ତେବେ ଏପରି ଛାତ୍ରଙ୍କର ବୁଦ୍ଧି କିପରି ହେବା ଦରକାର । ଚଳଣି, ବାର୍ତ୍ତାଳାପ କେତେ ଭଲ ହେବା ଦରକାର ।

ବାବା ବୁଝାଉଛନ୍ତି - ପିଲାମାନେ, ତୁମକୁ କେବେ ହେଲେ କାନ୍ଦିବାର ନାହିଁ । ତୁମେ ବିଶ୍ୱର ମାଲିକ ହେଉଛ, ତେଣୁ ଚିତ୍କାର କରିବା ବା କାନ୍ଦିବା ଉଚିତ୍ ନୁହେଁ । ଛାତି ବାଡ଼େଇ କାନ୍ଦିବା ଏହା ହେଉଛି ସବୁଠାରୁ ଉଚ୍ଚ କାନ୍ଦଣା । ବାବା ତ କହୁଛନ୍ତି ଜିନ୍ ରୋୟା ତିନ୍ ଖୋୟା ଅର୍ଥାତ୍ ଯିଏ କାନ୍ଦିଲା, ସିଏ ହରାଇଲା... ବିଶ୍ୱର ଉଚ୍ଚରୁ ଉଚ୍ଚ ରାଜତ୍ୱକୁ ହରାଇ ଦେଉଛନ୍ତି । କହୁଛନ୍ତି ଆମେ ନରରୁ ନାରାୟଣ ହେବାକୁ ଆସିଛୁ କିନ୍ତୁ ଚଳଣି କାହିଁ! ନମ୍ବରବାର ପୁରୁଷାର୍ଥ ଅନୁସାରେ ସମସ୍ତେ ପୁରୁଷାର୍ଥ କରୁଛନ୍ତି । କେହି ତ ଭଲ ଭାବରେ ପାସ୍ ହୋଇ ବାବାଙ୍କଠାରୁ ବୃତ୍ତି ନେଇ ନେଉଛନ୍ତି, କେହି ଫେଲ୍ ବି ହୋଇଯାଉଛନ୍ତି । କ୍ରମାନୁସାରେ ତ’ ରହିବେ । ତୁମମାନଙ୍କ ଭିତରେ ବି କେହି ପଢ଼ୁଛନ୍ତି, କେହି ପଢ଼ୁ ବି ନାହାଁନ୍ତି । ଯେପରି ଗାଁ ଲୋକମାନଙ୍କୁ ପଢ଼ିବାକୁ ଭଲ ଲାଗି ନ ଥାଏ । ଘାସ କାଟିବାକୁ କହିଲେ ଖୁସିରେ ଯିବେ । ତାକୁ ସେମାନେ ସ୍ୱତନ୍ତ୍ର ଜୀବନ ବୋଲି ଭାବିଥା’ନ୍ତି । ପଢ଼ିବାକୁ ବନ୍ଧନ ବୋଲି ଭାବିଥା’ନ୍ତି, ଏପରି ମଧ୍ୟ ବହୁତ ଅଛନ୍ତି । ସାହୁକାରମାନଙ୍କ ଭିତରେ ଜମିଦାର ବି କିଛି କମ୍ ନ ଥା’ନ୍ତି । ନିଜକୁ ସ୍ୱାଧୀନ ବୋଲି ଭାବି ବହୁତ ଖୁସିରେ ଭାବୁଥାଆନ୍ତି । ଚାକିରୀ ଶବ୍ଦ ତ କୁହାଯିବ ନାହିଁ ନା । ଅଫିସର ଇତ୍ୟାଦି ହେବା ପାଇଁ ତ ଚାକିରୀ କରିଥା’ନ୍ତି ନା । ଏବେ ବାବା ତୁମକୁ ବିଶ୍ୱର ମାଲିକ କରିବା ପାଇଁ ପାଠ ପଢ଼ାଉଛନ୍ତି । ଚାକିରୀ କରିବା ପାଇଁ ପଢ଼ାଉ ନାହାଁନ୍ତି । ତୁମେ ତ ଏହି ପାଠପଢ଼ା ଦ୍ୱାରା ବିଶ୍ୱର ମାଲିକ ହେବାକୁ ଯାଉଛ । ଏହା ବହୁତ ଉଚ୍ଚ ପାଠପଢ଼ା ଅଟେ । ତୁମେ ତ ବିଶ୍ୱର ମାଲିକ ବିଲ୍‌କୁଲ୍ ସ୍ୱାଧୀନ ହୋଇଯାଉଛ । ବାବା କେତେ ସାଧାରଣ । ଏହା ଏକମାତ୍ର ପାଠପଢ଼ା ଯାହା ଦ୍ୱାରା ତୁମେ ଏତେ ଉଚ୍ଚ ମହାରାଜା-ମହାରାଣୀ ହେଉଛ ତାହା ପୁଣି ପବିତ୍ର । ତୁମେ ତ କହୁଛ ଯେ କୌଣସି ଧର୍ମାବଲମ୍ବୀ ହେଲେ ମଧ୍ୟ, ଆସି ପଢ଼ନ୍ତୁ । ତେବେ ସେମାନେ ବୁଝିଯିବେ ଯେ ଏହି ପାଠପଢ଼ା ବହୁତ ଉଚ୍ଚ । ତୁମେ ବିଶ୍ୱର ମାଲିକ ହେଉଛ, ଏହି ପାଠ ତ ବାବା ପଢ଼ାଉଛନ୍ତି । ତୁମର ବୁଦ୍ଧି ଏବେ କେତେ ବିଶାଳ ହୋଇଯାଇଛି । ପୁରୁଷାର୍ଥର କ୍ରମାନୁସାରେ ହଦର ବୁଦ୍ଧିରୁ ବେହଦର ବୁଦ୍ଧିକୁ ଆସିଯାଇଛ । କେତେ ଖୁସୀ ରହୁଛି - ଆମେ ସମସ୍ତେ ଅନ୍ୟମାନଙ୍କୁ ବିଶ୍ୱର ମାଲିକ କରାଇବୁ । ବାସ୍ତବରେ ଚାକିରୀ ସେଠାରେ ମଧ୍ୟ କରିବେ, ଦାସ-ଦାସୀ, ଚାକର ଆଦି ତ ଦରକାର ନା । ପାଠୁଆଙ୍କର ଅପାଠୁଆମାନେ ବୋଝ ବୋହିବେ, ସେଥିପାଇଁ ବାବା କହୁଛନ୍ତି ଭଲ ଭାବରେ ପଢ଼ିଲେ ତୁମେ ଏହିପରି ହୋଇପାରିବ । କହୁଛନ୍ତି ମଧ୍ୟ ଆମେ ଏପରି ହେବୁ । କିନ୍ତୁ ନ ପଢ଼ିଲେ କ’ଣ ହେବେ । ନ ପଢ଼ିଲେ ବାବାଙ୍କୁ ମଧ୍ୟ ଏତେ ସମ୍ମାନର ସହିତ ମନେ ପକାଇ ପାରିବେ ନାହିଁ । ବାବା କହୁଛନ୍ତି ମୋତେ ତୁମେ ଯେତେ ମନେ ପକାଇବ ତୁମର ବିକର୍ମ ସେତେ ବିନାଶ ହେବ । ପିଲାମାନେ କହୁଛନ୍ତି ବାବା ଆପଣ ଯେପରି ଚଳାଇବେ, ବାବା ମଧ୍ୟ ଏହାଙ୍କ (ବ୍ରହ୍ମାଙ୍କ) ଦ୍ୱାରା ମତ ଦେବେ ନା । କିନ୍ତୁ ଏହାଙ୍କର ମତ ମଧ୍ୟ ଗ୍ରହଣ କରୁ ନାହାଁନ୍ତି, ତଥାପି ବି ସେହି ପୁରୁଣା ସଢ଼ିଯାଇଥିବା ଦୁନିଆର ମନୁଷ୍ୟମାନଙ୍କ ମତରେ ହିଁ ଚାଲୁଛନ୍ତି । ଦେଖୁଛନ୍ତି ମଧ୍ୟ ଶିବବାବା ଏହି ରଥ ଦ୍ୱାରା ମତ ଦେଉଛନ୍ତି ତଥାପି ବି ନିଜ ମତରେ ହିଁ ଚାଲୁଛନ୍ତି । ଯାହାକୁ ପଇସାକର କଉଡ଼ି ତୁଲ୍ୟ ମତ କହିବା, ସେହି ଅନୁସାରେ ଚାଲୁଛନ୍ତି । ରାବଣର ମତରେ ଚାଲି-ଚାଲି ଏହି ସମୟରେ କଉଡ଼ି ତୁଲ୍ୟ ହୋଇ ଯାଇଛନ୍ତି । ଏବେ ରାମ ଶିବବାବା ମତ ଦେଉଛନ୍ତି । ନିଶ୍ଚୟରେ ହିଁ ବିଜୟ ରହିଛି, ଏଥିରେ କେବେହେଲେ କ୍ଷତି ହେବ ନାହିଁ । କ୍ଷତିକୁ ମଧ୍ୟ ବାବା ଫାଇଦାରେ ବଦଳାଇ ଦେବେ କିନ୍ତୁ କେବଳ ନିଶ୍ଚୟବୁଦ୍ଧି ପିଲାମାନଙ୍କର । ସଂଶୟ ବୁଦ୍ଧି ପିଲାମାନେ ଭିତରେ ଭିତରେ ଅଣନିଶ୍ୱାସୀ ହୋଇଯିବେ । ନିଶ୍ଚୟବୁଦ୍ଧି ପିଲା କେବେ ଅଣନିଶ୍ୱାସୀ ହୁଅନ୍ତି ନାହିଁ କି କ୍ଷତିରେ ପଡ଼ନ୍ତି ନାହିଁ । ବାବା ନିଜେ ଗ୍ୟାରେଣ୍ଟି କରୁଛନ୍ତି - ଶ୍ରୀମତରେ ଚାଲିଲେ କେବେ ବି ଅକଲ୍ୟାଣ ହୋଇପାରିବ ନାହିଁ । ମନୁଷ୍ୟର ମତକୁ ଦେହଧାରୀ ମତ ବୋଲି କୁହାଯାଏ । ଏଠାରେ ତ ରହିଛି ହିଁ ମନୁଷ୍ୟ ମତ । ଗାୟନ ମଧ୍ୟ କରାଯାଏ - ମନୁଷ୍ୟ ମତ, ଈଶ୍ୱରୀୟ ମତ ଏବଂ ଦୈବୀ ମତ । ଏବେ ତୁମକୁ ଈଶ୍ୱରୀୟ ମତ ମିଳିଛି, ଯାହା ଦ୍ୱାରା ତୁମେ ମନୁଷ୍ୟରୁ ଦେବତା ହେଉଛ । ପୁଣି ସେଠାରେ ତ ସ୍ୱର୍ଗରେ ତୁମେ ସୁଖ ହିଁ ସୁଖ ପାଇବ । ସେଠାରେ କୌଣସି ଦୁଃଖର କଥା ନାହିଁ । ତାହା ମଧ୍ୟ ସ୍ଥାୟୀ ସୁଖ ହୋଇଯାଇଥାଏ । ବର୍ତ୍ତମାନ ତୁମକୁ ଅନୁଭବ କରିବାକୁ ହେବ, ଏବେ ଭବିଷ୍ୟତର ଫିଲିଙ୍ଗ୍ (ଅନୁଭବ) ଆସୁଛି ।

ବର୍ତ୍ତମାନ ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ, ଯେତେବେଳେ କି ତୁମକୁ ଶ୍ରୀମତ ମିଳୁଛି । ବାବା କହୁଛନ୍ତି ମୁଁ କଳ୍ପ-କଳ୍ପ, କଳ୍ପର ସଂଗମଯୁଗରେ ଆସୁଛି, ଏ କଥା ତୁମେ ଜାଣିଛ । ତୁମେମାନେ ତାଙ୍କ ମତରେ ଚାଲୁଛ । ବାବା କହୁଛନ୍ତି - ପିଲାମାନେ, ଗୃହସ୍ଥ ବ୍ୟବହାରରେ ଭଲେ ରୁହ, କିଏ କହୁଛି ତୁମେ ବସ୍ତ୍ର ଆଦି ବଦଳାଅ? ଯାହା କିଛି ବି ପିନ୍ଧ । ଅନେକଙ୍କର ସମ୍ପର୍କରେ ଆସିବାକୁ ପଡ଼ୁଛି । ରଙ୍ଗୀନ ବସ୍ତ୍ର ଆଦି ପିନ୍ଧିବା ପାଇଁ କେହି ମନା କରୁ ନାହାଁନ୍ତି । ଯେ କୌଣସି ବସ୍ତ୍ର ପିନ୍ଧ, ଏହା ସହିତ କୌଣସି ସମ୍ପର୍କ ନାହିଁ । ବାବା କହୁଛନ୍ତି ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଛାଡ଼ । ବାକି ସବୁ କିଛି ପିନ୍ଧ । କେବଳ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ, ଏହି ନିଶ୍ଚୟ ପକ୍କା କର । ଏ କଥା ମଧ୍ୟ ଜାଣିଛ ଆତ୍ମା ହିଁ ପତିତ ଏବଂ ପାବନ ହେଉଛି, ମହାତ୍ମାମାନଙ୍କୁ ମଧ୍ୟ ମହାନ୍ ଆତ୍ମା କହିବା, ମହାନ୍ ପରମାତ୍ମା କୁହାଯିବ ନାହିଁ । ଏଭଳି କହିବା ମଧ୍ୟ ଶୋଭା ପାଏ ନାହିଁ । ଏହା ବୁଝିବା ନିମନ୍ତେ କେତେ ସୁନ୍ଦର ଜ୍ଞାନ ଅଟେ । ସତଗୁରୁ, ସମସ୍ତଙ୍କର ସଦ୍‌ଗତି ଦାତା ତ ଜଣେ ହିଁ ବାବା ଅଟନ୍ତି । ସେଠାରେ କେବେହେଲେ ଅକାଳମୃତ୍ୟୁ ହୁଏ ନାହିଁ । ଏବେ ତୁମେ ଜାଣୁଛ ବାବା ଆମକୁ ପୁନର୍ବାର ଏହିପରି ଦେବତା କରୁଛନ୍ତି । ପୂର୍ବରୁ ଏହା ବୁଦ୍ଧିରେ ନ ଥିଲା । କଳ୍ପର ଆୟୁ କେତେ ଏକଥା ମଧ୍ୟ ଜାଣି ନ ଥିଲେ । ଏବେ ତ ଏ ସବୁର ସ୍ମୃତି ଆସିଛି । ଏ କଥା ମଧ୍ୟ ପିଲାମାନେ ବୁଝିଛନ୍ତି ଆତ୍ମାକୁ ହିଁ ପାପ ଆତ୍ମା ଏବଂ ପୁଣ୍ୟ ଆତ୍ମା କୁହାଯାଉଛି । ପାପ ପରମାତ୍ମା, କେବେହେଲେ କୁହାଯାଏ ନାହିଁ । ପୁଣି କେହି ଯଦି କହୁଛନ୍ତି ପରମାତ୍ମା ସର୍ବବ୍ୟାପୀ, ତେବେ ଏହା କେତେ ଅଜ୍ଞାନତା ଅଟେ । ଏ କଥା ବାବା ହିଁ ବସି ବୁଝାଉଛନ୍ତି । ଏବେ ତୁମେ ଜାଣୁଛ ବାବା ପ୍ରତି ୫ ହଜାର ବର୍ଷରେ ଥରେ ଆସି ପାପ ଆତ୍ମାମାନଙ୍କୁ ପୂଣ୍ୟ ଆତ୍ମା କରିଥା’ନ୍ତି । ଜଣଙ୍କୁ ନୁହେଁ, ସମସ୍ତ ସନ୍ତାନମାନଙ୍କୁ କରୁଛନ୍ତି । ବାବା କହୁଛନ୍ତି ମୁଁ ବେହଦର ପିତା ହିଁ ତୁମକୁ ଏପରି କରୁଛି । ତେବେ ନିଶ୍ଚୟ ପିଲାମାନଙ୍କୁ ଅବିନାଶୀ ସୁଖ ଦେବି । ସତ୍ୟଯୁଗରେ ପବିତ୍ର ଆତ୍ମାମାନେ ରହିଥା’ନ୍ତି । ରାବଣ ଉପରେ ବିଜୟ ପ୍ରାପ୍ତ କରିବା ଦ୍ୱାରା ହିଁ ତୁମେ ପୁଣ୍ୟ ଆତ୍ମା ହୋଇଯାଉଛ । ତୁମେ ଅନୁଭବ କରୁଛ, ମାୟା କେତେ ବିଘ୍ନ ପକାଉଛି । ଏକଦମ୍ ନାକରେ ଦମ୍ କରିଦେଉଛି । ତୁମେ ଜାଣୁଛ ମାୟା ସହିତ ଯୁଦ୍ଧ କିପରି ଚାଲୁଛି । ସେମାନେ ପୁଣି କୌରବ ଏବଂ ପାଣ୍ଡବମାନଙ୍କର ଯୁଦ୍ଧ, ସୈନ୍ୟବାହିନୀ ଆଦି କ’ଣ-କ’ଣ ବସି ଦେଖାଇଛନ୍ତି । ଏହି ଯୁଦ୍ଧ ବିଷୟରେ କାହାକୁ ଜଣା ନାହିଁ । ଏହା ହେଉଛି ଗୁପ୍ତ । ଏହାକୁ ତୁମେ ହିଁ ଜାଣିଛ । ମାୟା ସହିତ ଆମ ଆତ୍ମାମାନଙ୍କୁ ଯୁଦ୍ଧ କରିବାକୁ ହେବ । ବାବା କହୁଛନ୍ତି ତୁମର ସବୁଠାରୁ ବଡ଼ ଶତ୍ରୁ ହେଉଛି କାମ ବିକାର । ଯୋଗବଳ ଦ୍ୱାରା ତୁମେ ଏହା ଉପରେ ବିଜୟ ପ୍ରାପ୍ତ କରୁଛ । ଯୋଗ ବଳର ଅର୍ଥ ମଧ୍ୟ କେହି ବୁଝୁ ନାହାଁନ୍ତି । ଯେଉଁମାନେ ସତ୍ତ୍ୱପ୍ରଧାନ ଥିଲେ ସେହିମାନେ ତମଃପ୍ରଧାନ ହୋଇଛନ୍ତି । ବାବା ନିଜେ କହୁଛନ୍ତି ବହୁତ ଜନ୍ମର ଅନ୍ତିମରେ ମୁଁ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରୁଛି । ସେ ହିଁ ତମଃପ୍ରଧାନ ହେଉଛନ୍ତି, ତତ୍‌ତ୍ତ୍ୱମ୍ ଅର୍ଥାତ୍ ତୁମେ ମଧ୍ୟ ସେହିପରି ହେଉଛ । ବାବା ଜଣଙ୍କୁ କହୁ ନାହାଁନ୍ତି । କ୍ରମଅନୁସାରେ ସମସ୍ତଙ୍କୁ କହୁଛନ୍ତି । କିଏ-କିଏ କ୍ରମାନ୍ୱୟରେ ଅଛନ୍ତି, ଏହା ତୁମକୁ ଜଣା ଅଛି । ଆଗକୁ ଗଲେ ବହୁତ କଥା ଜଣାପଡ଼ିବ । ମାଳାର ସାକ୍ଷାତ୍‌କାର ତୁମକୁ କରାଇବି । ସ୍କୁଲ୍‌ରେ ଯେତେବେଳେ ଶ୍ରେଣୀର ପରିବର୍ତ୍ତନ ସମୟ ହୋଇଥାଏ ସେତେବେଳେ ସବୁ ଜଣା ପଡ଼ିଯାଏ ନା । ସମସ୍ତ ଫଳାଫଳ ବାହାରିଥାଏ ।

ବାବା ଜଣେ କନ୍ୟାକୁ ପଚାରିଲେ ତୁମ ପରୀକ୍ଷାର ପ୍ରଶ୍ନପତ୍ର କେଉଁଠୁ ଆସୁଛି? କହିଲା ଲଣ୍ଡନରୁ । ଏବେ ତୁମର ପେପର (ପ୍ରଶ୍ନପତ୍ର) କେଉଁଠାରୁ ବାହାରିବ? ଉପରୁ । ତୁମର ପେପର ଉପରୁ ଆସିବ । ସବୁ କିଛି ସାକ୍ଷାତ୍‌କାର କରିବ । ଏହା କେତେ ବିଚିତ୍ର ପାଠପଢ଼ା । କିଏ ପଢ଼ାଉଛନ୍ତି, କାହାକୁ ଜଣା ନାହିଁ । କୃଷ୍ଣ ଭଗବାନୁବାଚ ବୋଲି କହିଦେଉଛନ୍ତି । ପାଠପଢ଼ାରେ ସମସ୍ତେ କ୍ରମାନ୍ୱୟରେ ରହିଥା’ନ୍ତି । ତେବେ ଖୁସିରେ ମଧ୍ୟ କ୍ରମ ଅନୁସାରେ ରହୁଥିବେ । ଦୁନିଆରେ ଯେଉଁ ଗାୟନ ରହିଛି ଅତିନ୍ଦ୍ରିୟ ସୁଖ ଗୋପ-ଗୋପୀମାନଙ୍କୁ ପଚାର - ଏହା ଶେଷ ସମୟର କଥା । ବାବା ବୁଝାଇଛନ୍ତି, ଯଦିଓ ବାବା ଜାଣିଛନ୍ତି ଯେ ଏହି ସନ୍ତାନ କେବେହେଲେ ତଳକୁ ଖସିବ ନାହିଁ, କିନ୍ତୁ ତଥାପି ବି ଜଣାପଡୁ ନାହିଁ କ’ଣ ହେଉଛି । ପାଠ ହିଁ ପଢ଼ୁ ନାହାଁନ୍ତି, ଭାଗ୍ୟରେ ହିଁ ନାହିଁ । ତାଙ୍କୁ ଯଦି ଟିକିଏ ବି କୁହାଯିବ କି ତୁମେ ସେହି ଦୁନିଆରେ ଯାଇ ନିଜର ଘର ସଂସାର କର, ତେବେ ତୁରନ୍ତ ଚାଲିଯିବେ । କେଉଁଠାରୁ ବାହାରି କେଉଁଠାକୁ ଚାଲିଯାଉଛନ୍ତି । ତାଙ୍କର ଚଳଣି, ବାଣୀ, କାର୍ଯ୍ୟ ହିଁ ଏହିପରି ହୋଇଥାଏ । ଭାବିଥା’ନ୍ତି ଆମକୁ ଯଦି ଏତିକି ମିଳିବ ତେବେ ଆମେ ଯାଇ ଅଲଗା ରହିବୁ । ଚଳଣିରୁ ଜଣାପଡ଼ି ଯାଇଥାଏ । ଏହାର ଅର୍ଥ ନିଶ୍ଚୟ ନାହିଁ, ବାଧ୍ୟ ହୋଇ ରହିଛନ୍ତି । ବହୁତ ଅଛନ୍ତି ଯିଏ ଜ୍ଞାନର ‘ଗ’ ମଧ୍ୟ ଜାଣି ନାହାଁନ୍ତି । କେବେ ହେଲେ ପାଠ ପଢ଼ିବାକୁ ବସନ୍ତି ବି ନାହିଁ । ମାୟା ପଢ଼ିବାକୁ ଦିଏ ନାହିଁ । ଏହିପରି ସବୁ ସେଣ୍ଟର ମାନଙ୍କରେ ଅଛନ୍ତି । କେବେ ପଢ଼ିବା ପାଇଁ ଆସନ୍ତି ନାହିଁ । ଆଶ୍ଚର୍ଯ୍ୟ ଅଟେ ନା । ଜ୍ଞାନ କେତେ ଉଚ୍ଚ । ନିଜେ ଭଗବାନ ପାଠ ପଢ଼ାଉଛନ୍ତି । ବାବା କହୁଛନ୍ତି ଏଭଳି କାମ କର ନାହିଁ, କିନ୍ତୁ ମାନୁ ନାହାଁନ୍ତି । ନିଶ୍ଚୟ ଓଲଟା କାମ କରି ଦେଖାଇବେ । ରାଜଧାନୀ ସ୍ଥାପନ ହେଉଛି, ତେଣୁ ସେଥିରେ ତ ସବୁ ପ୍ରକାର ପଦର ଆବଶ୍ୟକତା ଅଛି ନା । ଉଚ୍ଚ ପଦରୁ ଆରମ୍ଭ କରି ନୀଚ୍ଚ ପଦବୀ ପର୍ଯ୍ୟନ୍ତ ସବୁ ହେଉଛନ୍ତି । ପଦବୀରେ ଫରକ ତ ରହିଥାଏ ନା । ଏଠାରେ ମଧ୍ୟ କ୍ରମ ଅନୁସାରେ ପଦବୀ ରହିଛି । କେବଳ କ’ଣ ଫରକ ଅଛି? ସେଠାରେ ଆୟୁ ବଡ଼ ଏବଂ ସୁଖ ରହିଥାଏ । ଏଠାରେ ଆୟୁ ଛୋଟ ଏବଂ ଦୁଃଖ ରହିଛି । ପିଲାମାନଙ୍କ ବୁଦ୍ଧିରେ ଏହି ସବୁ ୱାଣ୍ଡରଫୁଲ୍ (ଆଶ୍ଚର୍ଯ୍ୟ) କଥା ରହିଛି । କିପରି ଏହି ଡ୍ରାମା ତିଆରି କରାଯାଇଛି । ପୁଣି କଳ୍ପ-କଳ୍ପ ଆମେ ସେହି ପାର୍ଟ କରିବୁ । କଳ୍ପ-କଳ୍ପ ପାର୍ଟ ବଜାଇ ଚାଲିଛୁ । ଏତେ ଛୋଟ ଆତ୍ମାରେ କେତେ ପାର୍ଟ ଭରି ହୋଇ ରହିଛି । ସେହି ଫିଚର୍ସ (ଚେହେରା), ସେହି ଆକ୍ଟିଭିଟି (କାର୍ଯ୍ୟ କଳାପ)... ଏହି ସୃଷ୍ଟିର ଚକ୍ର ଘୁରି ଚାଲିଛି । ଏହା ପୂର୍ବ ପ୍ରସ୍ତୁତ....ଏହି ଚକ୍ରର ପୁଣି ବି ରିପିଟ୍ ହେବ । ପୁଣି ସତ୍ତ୍ୱପ୍ରଧାନ, ସତ୍ତ୍ୱ, ରଜଃ, ତମଃରେ ଆସିବେ । ଏଥିରେ ଦ୍ୱନ୍ଦ୍ୱର କୌଣସି କଥା ନାହିଁ । ଆଚ୍ଛା, ନିଜକୁ ଆତ୍ମା ବୋଲି ଭାବୁଛ? ଆତ୍ମାର ପିତା ହେଉଛନ୍ତି ଶିବବାବା ଏ କଥା ତ ବୁଝୁଛ ନା । ଯେଉଁମାନେ ସତ୍ତ୍ୱପ୍ରଧାନ ହେଉଛନ୍ତି, ସେହିମାନେ ପୁଣି ତମଃପ୍ରଧାନ ହୋଇଥାଆନ୍ତି ପୁଣି ବାବାଙ୍କୁ ମନେ ପକାଇଲେ ସତ୍ତ୍ୱପ୍ରଧାନ ହୋଇଯିବେ । ଏହା ତ ବହୁତ ଭଲ କଥା ନା । ବାସ୍‌, ଏତିକି କଥା ବୁଝାଇ ଦେବା ଦରକାର । କୁହ, ବେହଦର ବାବା ଏହି ସ୍ୱର୍ଗର ବର୍ସା ଦେଉଛନ୍ତି । ସେ ହିଁ ପତିତ-ପାବନ ଅଟନ୍ତି । ବାବା ଜ୍ଞାନ ଦେଉଛନ୍ତି । ଏଥିରେ ଶାସ୍ତ୍ର ଆଦିର କୌଣସି କଥା ହିଁ ନାହିଁ । ଆରମ୍ଭ ସମୟରେ ଶାସ୍ତ୍ର କେଉଁଠୁ ଆସିବ । ବହୁତ ହୋଇଗଲେ, ତା’ପରେ ଶାସ୍ତ୍ର ତିଆରି କରିଥା’ନ୍ତି । ସତ୍ୟଯୁଗରେ ଶାସ୍ତ୍ର ନ ଥାଏ । ପରମ୍ପରାରୁ କୌଣସି ଜିନିଷ ନ ଥାଏ । ନାମ-ରୂପ ତ ବଦଳିଯିବ । ଆଚ୍ଛା-

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କେବେ ହେଲେ ବି ଚିତ୍କାର କରି କନ୍ଦାକଟା କରିବାର ନାହିଁ । ବୁଦ୍ଧିରେ ରହୁ ଯେ ଆମେ ବିଶ୍ୱର ମାଲିକ ହେବୁ, ଆମର ଚଳଣି, କଥାବାର୍ତ୍ତା, ବହୁତ ମାର୍ଜିତ ହେବା ଉଚିତ୍ । କେବେ ହେଲେ ବି କାନ୍ଦିବା ଉଚିତ୍ ନୁହେଁ ।

(୨) ନିଶ୍ଚୟ ବୁଦ୍ଧି ହୋଇ ଏକମାତ୍ର ବାବାଙ୍କ ମତରେ ସଦାସର୍ବଦା ଚାଲିବାକୁ ହେବ, କେବେହେଲେ ଦ୍ୱନ୍ଦ୍ୱରେ ପଡ଼ିବା ଅଥବା ଅଣନିଶ୍ୱାସୀ ହେବା ଅର୍ଥାତ୍ ମାୟାଠାରୁ ଧୋକା ଖାଇବାର ନାହିଁ । ନିଶ୍ଚୟରେ ହିଁ ବିଜୟ ରହିଛି, ସେଥିପାଇଁ ନିଜର ପାଇପଇସାର ମୂଲ୍ୟହୀନ ମତ ଜାହିର କରିବାର ନାହିଁ ।

ବରଦାନ:-
ଯେ କୌଣସି ପରିସ୍ଥିତିରେ ଫୁଲଷ୍ଟପ୍ ଅର୍ଥାତ୍ ବିନ୍ଦୁ ଲଗାଇ ନିଜକୁ ପରିବର୍ତ୍ତନ କରୁଥିବା ସମସ୍ତଙ୍କର ଆଶୀର୍ବାଦର ପାତ୍ର ହୁଅ ।

ଯେ କୌଣସି ପରିସ୍ଥିତିରେ ଫୁଲଷ୍ଟପ୍ ସେତେବେଳେ ଲଗାଇପାରିବ ଯେତେବେଳେ ବିନ୍ଦୁ ସ୍ୱରୂପ ବାବା ଏବଂ ବିନ୍ଦୁ ସ୍ୱରୂପ ଆତ୍ମାର ସ୍ମୃତି ରହିଥିବ ଏବଂ ନିଜ ଭିତରେ ନିୟନ୍ତ୍ରଣ ଶକ୍ତି ଥିବ । ଯେଉଁ ପିଲାମାନେ ଯେ କୌଣସି ପରିସ୍ଥିତିରେ ନିଜକୁ ପରିବର୍ତ୍ତନ କରି ଫୁଲ୍‌ଷ୍ଟପ୍ ଲଗାଇବାରେ ପ୍ରଥମେ ନିଜକୁ ଆଗରେ ରଖିଥାଆନ୍ତି ସେମାନେ ଆଶୀର୍ବାଦ ପାଇବାର ପାତ୍ର ହୋଇଯାଆନ୍ତି । ସେମାନଙ୍କୁ ନିଜକୁ ନିଜଠାରୁ ମଧ୍ୟ ଆଶୀର୍ବାଦ ମିଳିଥାଏ ଅର୍ଥାତ୍ ଖୁସି ମିଳିଥାଏ ଏବଂ ବାବାଙ୍କ ଦ୍ୱାରା ତଥା ବ୍ରାହ୍ମଣ ପରିବାର ଦ୍ୱାରା ମଧ୍ୟ ଆଶୀର୍ବାଦ ମିଳିଥାଏ ।

ସ୍ଲୋଗାନ:-
ତୁମେମାନେ ଯେଉଁ ସବୁ ସଂକଳ୍ପ କରୁଛ ଯଦି ସେଥିରେ ମଝିରେ ମଝିରେ ଦୃଢତା ରୂପୀ ଷ୍ଟାମ୍ପ୍ ଲଗାଇ ଦେବ ତେବେ ସହଜରେ ବିଜୟୀ ହୋଇଯିବ ।