23.01.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ମୁଖ୍ୟତଃ ଦୁଇଟି କଥା ସମସ୍ତଙ୍କୁ ବୁଝାଇବାକୁ ହେବ - ଗୋଟିଏ ହେଲା ବାବାଙ୍କୁ ମନେ ପକାଅ, ଦ୍ୱିତୀୟରେ ୮୪ ଜନ୍ମର ଚକ୍ରକୁ ଜାଣ ତେବେ ସବୁ ପ୍ରଶ୍ନ ସମାପ୍ତ ହୋଇଯିବ ।”

ପ୍ରଶ୍ନ:-
ବାବାଙ୍କ ମହିମାରେ କେଉଁ ଶବ୍ଦ ଆସୁଛି ଯାହା ଶ୍ରୀକୃଷ୍ଣଙ୍କ ମହିମାରେ ଆସୁନାହିଁ?

ଉତ୍ତର:-
ବୃକ୍ଷପତି ଏକମାତ୍ର ବାବା ହିଁ ଅଟନ୍ତି, ଶ୍ରୀକୃଷ୍ଣଙ୍କୁ ବୃକ୍ଷପତି କୁହାଯିବ ନାହିଁ । ପିତାଙ୍କର ପିତା ଅଥବା ପତିମାନଙ୍କର ପତି ଏକମାତ୍ର ନିରାକାରଙ୍କୁ ହିଁ କୁହାଯାଉଛି, ଶ୍ରୀକୃଷ୍ଣଙ୍କୁ ନୁହେଁ । ତେଣୁ ଉଭୟଙ୍କର ମହିମା ଅଲଗା-ଅଲଗା ବୋଲି ସ୍ପଷ୍ଟ କର ।

ପ୍ରଶ୍ନ:-
ତୁମ ସନ୍ତାନମାନଙ୍କୁ ପ୍ରତ୍ୟେକ ଗ୍ରାମରେ କେଉଁ ଡେଙ୍ଗୁରା ପିଟାଇବାକୁ ହେବ?

ଉତ୍ତର:-
ସବୁ ଗାଁରେ ଡେଙ୍ଗୁରା ପିଟାଇ ଦିଅ ଯେ ମନୁଷ୍ୟରୁ ଦେବତା, ନର୍କବାସୀରୁ ସ୍ୱର୍ଗବାସୀ କିପରି ହୋଇପାରିବ, ଏଠାରେ ଆସି ବୁଝ । ସୃଷ୍ଟିର ସ୍ଥାପନା, ବିନାଶ ଏବଂ ପାଳନା କିପରି ହେଉଛି, ତାହା ମଧ୍ୟ ଆସି ବୁଝ ।

ଗୀତ:-
ତୁହ୍ମି ହୋ ମାତା, ପିତା ତୁହ୍ମି ହୋ...

ଓମ୍ ଶାନ୍ତି ।
ଏହି ଗୀତର ଶେଷରେ ଯେଉଁ ଲାଇନ୍ ଆସୁଛି - ତୁହ୍ମି ନୟିଆ (ତୁମେ ହିଁ ନୌକା), ତୁହ୍ମି ଖିବୈୟା (ତୁମେ ହିଁ ନାଉରୀ)... ଏହା ଭୁଲ୍ ଅଟେ । ଯେପରି ନିଜେ ପୂଜ୍ୟ, ନିଜେ ପୂଜାରୀ କହିଥା’ନ୍ତି - ଏହା ମଧ୍ୟ ସେହିପରି ହୋଇଯାଉଛି । ଯେଉଁମାନେ ଜ୍ଞାନବାନ ସନ୍ତାନ ହୋଇଥିବେ ସେମାନେ ତୁରନ୍ତ ଏହି ଗୀତ ବନ୍ଦ କରିଦେବେ, କାହିଁକି ନା ଏହା ଦ୍ୱାରା ବାବାଙ୍କର ଅପମାନ ହେଉଛି । ଏବେ ତୁମ ସନ୍ତାନମାନଙ୍କୁ ତ ଜ୍ଞାନ ମିଳିଛି, ଅନ୍ୟ ମନୁଷ୍ୟମାନଙ୍କର ଏହି ଜ୍ଞାନ ନାହିଁ । ତୁମକୁ ମଧ୍ୟ ଏବେ ହିଁ ମିଳୁଛି । ପୁଣି କେବେ ମିଳିବ ହିଁ ନାହିଁ । ଗୀତାର ଭଗବାନଙ୍କର ଜ୍ଞାନ ପୁରୁଷୋତ୍ତମ ହେବା ପାଇଁ ମିଳୁଛି, ଏତିକି ହିଁ ବୁଝୁଛନ୍ତି । କିନ୍ତୁ କେବେ ମିଳୁଛି, କିପରି ମିଳୁଛି, ଏ କଥା ଭୁଲିଯାଇଛନ୍ତି । ଗୀତା ହିଁ ହେଉଛି ଧର୍ମ ସ୍ଥାପନାର ଶାସ୍ତ୍ର, ଆଉ କୌଣସି ଶାସ୍ତ୍ର ଧର୍ମ ସ୍ଥାପନା ନିମନ୍ତେ ନାହିଁ । ଶାସ୍ତ୍ର ଅକ୍ଷର ମଧ୍ୟ ଭାରତରେ ହିଁ ବ୍ୟବହାର ହେଉଛି । ଗୀତା ହିଁ ହେଉଛି ସର୍ବ ଶାସ୍ତ୍ରମୟୀ ଶିରୋମଣୀ । ବାକି ଅନ୍ୟ ସବୁ ଧର୍ମ ତ ପଛରେ ଆସିଥା’ନ୍ତି । ତାଙ୍କୁ ଶିରୋମଣୀ କୁହାଯିବ ନାହିଁ । ପିଲାମାନେ ଜାଣିଛନ୍ତି ବୃକ୍ଷପତି ହେଉଛନ୍ତି ଏକମାତ୍ର ବାବା । ସେ ଆମର ପିତା ଅଟନ୍ତି, ପତି ବି ଅଟନ୍ତି ଏବଂ ସମସ୍ତଙ୍କର ପିତା ମଧ୍ୟ ଅଟନ୍ତି । ତାଙ୍କୁ ପତିମାନଙ୍କର ପତି ଓ ପିତାମାନଙ୍କର ପିତା କୁହାଯାଇଥାଏ । ଏହି ମହିମା ଏକ ନିରାକାରଙ୍କର ହିଁ ଗାନ କରାଯାଉଛି । କୃଷ୍ଣଙ୍କର ଏବଂ ନିରାକାର ବାବାଙ୍କର ମହିମାର ତୁଳନା କରାଯାଇଥାଏ । ଶ୍ରୀକୃଷ୍ଣ ତ ହେଉଛନ୍ତି ନୂଆ ଦୁନିଆର ରାଜକୁମାର । ସେ ପୁଣି ପୁରୁଣା ଦୁନିଆରେ ସଂଗମଯୁଗରେ ରାଜଯୋଗ କିପରି ଶିଖାଇବେ । ଏବେ ପିଲାମାନେ ବୁଝୁଛନ୍ତି ଆମକୁ ଭଗବାନ ପଢାଉଛନ୍ତି । ତୁମେ ପାଠପଢି ଏହିଭଳି ଦେବୀ-ଦେବତା ହେଉଛ । ପରେ ପୁଣି ଏହି ଜ୍ଞାନ ରହିବ ନାହିଁ । ପ୍ରାୟଃ ଲୋପ ହୋଇଯିବ । ବାକି ଅଟାରେ ଲୁଣ ଅର୍ଥାତ୍ କେବଳ ଚିତ୍ର ହିଁ ରହିଯାଇଥାଏ । ବାସ୍ତବରେ କାହାର ଚିତ୍ର ଯଥାର୍ଥ ତ ନାହିଁ । ପ୍ରଥମେ ପ୍ରଥମେ ବାବାଙ୍କର ପରିଚୟ ମିଳିଗଲେ ତେବେ ତୁମେ କହିବ ଏହା ତ ଭଗବାନ ବୁଝାଉଛନ୍ତି । ସେ ତ ସ୍ୱତଃ ହିଁ ବୁଝାଇବେ । ତୁମକୁ ପ୍ରଶ୍ନ ପଚାରିବାର ଆବଶ୍ୟକତା ନାହିଁ! ପ୍ରଥମେ ବାବାଙ୍କୁ ତ ଜାଣ ।

ବାବା ଆତ୍ମାମାନଙ୍କୁ କହୁଛନ୍ତି - ମୋତେ ମନେ ପକାଅ । ବାସ୍‌, ଦୁଇଟି କଥା ମନେ ରଖ । ବାବା କହୁଛନ୍ତି ମୋତେ ୟାଦ କର ଏବଂ ୮୪ ଜନ୍ମର ଚକ୍ରକୁ ୟାଦ କର, ବାସ୍ । ଏହି ଦୁଇଟି ମୁଖ୍ୟ କଥା ହିଁ ବୁଝାଇବାକୁ ହେବ । ବାବା କହୁଛନ୍ତି ତୁମେ ନିଜର ଜନ୍ମକୁ ଜାଣି ନାହଁ । ବ୍ରାହ୍ମଣ ସନ୍ତାନମାନଙ୍କୁ ହିଁ କହୁଛନ୍ତି, ଆଉ ତ କେହି ବୁଝି ହିଁ ପାରିବେ ନାହିଁ । ପ୍ରଦର୍ଶନୀରେ ଦେଖ କେତେ ଭିଡ ଲାଗିଯାଉଛି । ଭାବୁଛନ୍ତି, ଏତେ ମନୁଷ୍ୟ ଯାଉଛନ୍ତି, ତେବେ ନିଶ୍ଚୟ କିଛି ଦେଖିବାର ଜିନିଷ ରହିଛି । ପଶି ଆସିଥା’ନ୍ତି । ଜଣ-ଜଣଙ୍କୁ ବସି ବୁଝାଇଲେ ତ ପାଟି ଥକିଯିବ । ତେଣୁ କ’ଣ କରିବା ଦରକାର? ପ୍ରଦର୍ଶନୀ ମାସ ସାରା ଚାଲିଲେ କହିପାରିବ - ଆଜି ଭିଡ ଅଛି, କାଲି, ପହରି ଦିନ ଆସନ୍ତୁ - ତାହା ବି ମଧ୍ୟ ଯାହାଙ୍କର ପଢିବାର ଇଚ୍ଛା ଥିବ ଅଥବା ମନୁଷ୍ୟରୁ ଦେବତା ହେବାକୁ ଚାହୁଁଥିବେ, ତାଙ୍କୁ ବୁଝାଇବା ଉଚିତ୍ । ଏକମାତ୍ର ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ଅଥବା ବ୍ୟାଜ୍ ଦେଖାଇବା ଉଚିତ୍ । ବାବାଙ୍କ ଦ୍ୱାରା ଏହି ବିଷ୍ଣୁପୁରୀର ମାଲିକ ହୋଇପାରିବ, ଏବେ ଭିଡ ଅଛି ତେଣୁ ସେଣ୍ଟରକୁ ଆସନ୍ତୁ । ଠିକଣା ତ ଲେଖାଯାଇଛି ନା । ବାକି ଏହିପରି ଯଦି କହିଦେଲ - ଏହା ସ୍ୱର୍ଗ, ଏହା ନର୍କ, ଏଥିରୁ ମନୁଷ୍ୟ କ’ଣ ବୁଝିବେ? ତାଙ୍କର ସମୟ ନଷ୍ଟ ହୋଇଥାଏ । ଏପରି ତ ଚିହ୍ନି ହେବ ନାହିଁ ଯେ, ଇଏ ବଡ ଲୋକ, ସାହୁକାର ଅଥବା ଗରୀବ ଅଟନ୍ତି? ଆଜିକାଲି ଏପରି ପୋଷାକ ଆଦି ପିନ୍ଧୁଛନ୍ତି ଯେ କେହି ବି ବୁଝିପାରିବେ ନାହିଁ । ପ୍ରଥମେ ତ ବାବାଙ୍କର ପରିଚୟ ଦେବାକୁ ହେବ । ବାବା ସ୍ୱର୍ଗର ସ୍ଥାପନକାରୀ ଅଟନ୍ତି । ଏବେ ଏହିପରି ହେବାକୁ ପଡିବ । ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି । ବାବା କହୁଛନ୍ତି ମୁଁ ହେଉଛି ସର୍ବୋଚ୍ଚ । ମୋତେ ୟାଦ କର । ଏହା ହେଉଛି ବଶୀକରଣ ମନ୍ତ୍ର । ବାବା କହୁଛନ୍ତି ମୋତେ ୟାଦ କଲେ ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ବିଷ୍ଣୁପୁରୀକୁ ଆସିଯିବ ଏତିକି ତ ନିଶ୍ଚିତ ବୁଝାଇବା ଦରକାର । ଅତି କମ୍‌ରେ ୮-୧୦ ଦିନ ପ୍ରଦର୍ଶନୀକୁ ରଖିବା ଦରକାର । ତୁମେ ଗାଁ-ଗାଁରେ ଡେଙ୍ଗୁରା ପିଟିଦିଅ ଯେ ମନୁଷ୍ୟରୁ ଦେବତା, ନର୍କବାସୀରୁ ସ୍ୱର୍ଗବାସୀ କିପରି ହେବ, ଆସି ବୁଝ । ସ୍ଥାପନା, ବିନାଶ କିପରି ହେଉଛି, ଆସି କରି ବୁଝ । ଉପାୟ ତ ବହୁତ ରହିଛି ।

ତୁମେ ପିଲାମାନେ ଜାଣିଛ ସତ୍ୟଯୁଗ ଏବଂ କଳିଯୁଗ ମଧ୍ୟରେ ରାତି-ଦିନର ଫରକ ରହିଛି । ବ୍ରହ୍ମାଙ୍କର ଦିନ ଏବଂ ବ୍ରହ୍ମାଙ୍କର ରାତ୍ରୀ କୁହାଯାଏ । ବ୍ରହ୍ମାଙ୍କ ଦିନ ଅର୍ଥାତ୍ ବିଷ୍ଣୁଙ୍କର ଦିନ, ବିଷ୍ଣୁଙ୍କର ଦିନ ଅର୍ଥାତ୍ ବ୍ରହ୍ମାଙ୍କର ଦିନ । କଥା ଏକ ହିଁ ଅଟେ । ବ୍ରହ୍ମା ଏବଂ ବିଷ୍ଣୁ ଉଭୟଙ୍କର ୮୪ ଜନ୍ମ । କେବଳ ଏହି ସଂଗମ ଜନ୍ମର ଫରକ ପଡିଯାଉଛି । ଏହି କଥା ତାଙ୍କ ବୁଦ୍ଧିରେ ପୁରାଇବାକୁ ହେବ । ଜୀବନରେ ଜ୍ଞାନର ଧାରଣା ନ ଥିଲେ କାହାକୁ କିପରି ବୁଝାଇବ? ଏହା ବୁଝାଇବା ତ ବହୁତ ସହଜ ଅଟେ । କେବଳ ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ଆଗରେ ହିଁ ଏହି ପଏଣ୍ଟସ୍ ଶୁଣାଅ । ବାବାଙ୍କ ଦ୍ୱାରା ଏହି ପଦ ପାଇବାକୁ ହେବ, ନର୍କର ବିନାଶ ସମ୍ମୁଖରେ ଉପସ୍ଥିତ । ଲୋକମାନେ ତ ନିଜର ମାନବ ମତ ହିଁ ଶୁଣାଇବେ । ଏଠାରେ ତ ରହିଛି ଈଶ୍ୱରୀୟ ମତ, ଯାହା ଆମ ଆତ୍ମାମାନଙ୍କୁ ଈଶ୍ୱରଙ୍କଠାରୁ ମିଳିଛି । ନିରାକାର ଆତ୍ମାମାନଙ୍କୁ ନିରାକାର ପରମାତ୍ମାଙ୍କର ମତ ମିଳୁଛି । ବାକି ସବୁ ହେଉଛି ମାନବ ମତ । ରାତି-ଦିନର ଫରକ ରହିଛି ନା । ସନ୍ନ୍ୟାସୀ, ଉଦାସୀ ଆଦି କେହି ବି ଏହି ଜ୍ଞାନ ଦେଇପାରିବେ ନାହିଁ । ଈଶ୍ୱରୀୟ ମତ ଥରେ ମାତ୍ର ମିଳୁଛି । ଯେତେବେଳେ ଈଶ୍ୱର ଆସୁଛନ୍ତି ସେତେବେଳେ ତାଙ୍କ ମତ ଦ୍ୱାରା ଆମେ ଏପରି ଲକ୍ଷ୍ମୀ-ନାରାୟଣ ହେଉଛୁ । ସିଏ ଆସୁ ହିଁ ଛନ୍ତି ଦେବୀ-ଦେବତା ଧର୍ମର ସ୍ଥାପନା କରିବା ପାଇଁ । ଏହି ପଏଣ୍ଟସ୍ ଅର୍ଥାତ୍ ଜ୍ଞାନର କଥା ମଧ୍ୟ ଧାରଣା କରିବା ଉଚିତ୍‌, ଯାହା ସମୟ ବେଳେ କାମରେ ଆସିବ । ମୁଖ୍ୟ କଥା ଅଳ୍ପରେ ବୁଝାଇ ଦେଲେ ମଧ୍ୟ ଯଥେଷ୍ଟ । ଏକମାତ୍ର ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ଉପରେ ବୁଝାଇ ଦେବା ମଧ୍ୟ ଯଥେଷ୍ଟ । ଏହା ହେଉଛି ଲକ୍ଷ୍ୟ-ଉଦ୍ଦେଶ୍ୟର ଚିତ୍ର, ଭଗବାନ ଏହି ନୂଆ ଦୁନିଆ ରଚନା କରିଛନ୍ତି । ଭଗବାନ ହିଁ ପୁରୁଷୋତ୍ତମ ସଂଗମଯୁଗରେ ଏମାନଙ୍କୁ ପଢାଇଥିଲେ । ଏହି ପୁରୁଷୋତ୍ତମ ସଂଗମଯୁଗ ବିଷୟରେ କାହାକୁ ଜଣା ନାହିଁ । ତେଣୁ ପିଲାମାନଙ୍କୁ ଏହି ସବୁ କଥା ଶୁଣି କେତେ ଖୁସି ହେବା ଉଚିତ୍ । ଶୁଣି କରି ପୁଣି ଶୁଣାଇବାରେ ଆହୁରି ଖୁସି ମିଳିଥାଏ । ସେବା କରୁଥିବା ଆତ୍ମାଙ୍କୁ ହିଁ ବ୍ରାହ୍ମଣ କୁହାଯିବ । ତୁମ ନିକଟରେ ସତ୍ୟ ଗୀତା ରହିଛି । ବ୍ରାହ୍ମଣମାନଙ୍କ ମଧ୍ୟରେ ବି ବଡ ସାନ ଥା’ନ୍ତି ନା । କେହି କେହି ବ୍ରାହ୍ମଣ ତ ବହୁତ ନାମୀଗ୍ରାମୀ ହୋଇଥା’ନ୍ତି, ବହୁତ ରୋଜଗାର କରିଥା’ନ୍ତି । ଆଉ କାହାକୁ ତ ଖାଇବାକୁ ମଧ୍ୟ ମୁସ୍‌କିଲ୍‌ରେ ମିଳିଥାଏ । କେତେକ ବ୍ରାହ୍ମଣ ତ ଲକ୍ଷପତି ଅଟନ୍ତି । ବଡ ଖୁସିରେ ନିଶାରେ କହିଥା’ନ୍ତି ଆମେ ବ୍ରାହ୍ମଣ କୂଳର ଅଟୁ । ସତ୍ୟ-ସତ୍ୟ ବ୍ରାହ୍ମଣ କୁଳ ବିଷୟରେ ତ ଜଣା ହିଁ ନାହିଁ । ବ୍ରାହ୍ମଣମାନଙ୍କୁ ଉତ୍ତମ ବୋଲି କୁହାଯାଏ, ସେଥିପାଇଁ ତ ବ୍ରାହ୍ମଣମାନଙ୍କୁ ଖୁଆଇଥା’ନ୍ତି । ଦେବତା, କ୍ଷତ୍ରୀୟ, କିମ୍ବା ବୈଶ୍ୟ, ଶୂଦ୍ର ଧର୍ମବାଲାଙ୍କୁ କେବେ ଖୁଆନ୍ତି ନାହିଁ । ବ୍ରାହ୍ମଣଙ୍କୁ ହିଁ ଖୁଆଇଥା’ନ୍ତି ସେଥିପାଇଁ ବାବା କହୁଛନ୍ତି - ତୁମେ ବ୍ରାହ୍ମଣମାନଙ୍କୁ ଭଲ ଭାବରେ ବୁଝାଅ । ବ୍ରାହ୍ମଣମାନଙ୍କର ମଧ୍ୟ ସଂଗଠନ ରହିଥାଏ, ତାର ସନ୍ଧାନ କରି ସେଠାରେ ପହଞ୍ଚିବା ଦରକାର । ବ୍ରାହ୍ମଣ ତ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହେବା ଉଚିତ୍‌, ଆମେ ତାଙ୍କର ସନ୍ତାନ ଅଟୁ । ବ୍ରହ୍ମା କାହାର ସନ୍ତାନ, ତାହା ମଧ୍ୟ ବୁଝାଇବା ଦରକାର । ଯାଞ୍ଚ କରିବା ଦରକାର କି କେଉଁଠି-କେଉଁଠି ତାଙ୍କର ସଂଗଠନ ମାନ ରହିଛି । ତୁମେ ବହୁତଙ୍କର କଲ୍ୟାଣ କରିପାରିବ । ବାନପ୍ରସ୍ଥି ସ୍ତ୍ରୀମାନଙ୍କର ମଧ୍ୟ ସଭା ରହିଥାଏ । ବାବାଙ୍କୁ କେହି ସମାଚାର ଦେଉ ନାହାଁନ୍ତି କି ଆମେ କୁଆଡେ-କୁଆଡେ ଯାଇଛୁ? ସାରା ଜଙ୍ଗଲ ଭରି ହୋଇ ରହିଛି, ତୁମେ ଯେଉଁ ସ୍ଥାନକୁ ଯିବ ଶିକାର କରି ଆସିବ, ଅର୍ଥାତ୍ ସାରା ସଂସାର ପଡିଛି ଯେଉଁଠାକୁ ବି ଯାଇ ସନ୍ଦେଶ ଦେଇପାରିବ । ପ୍ରଜା ତିଆରି କରିବା ସହ, ରାଜା ମଧ୍ୟ ତିଆରି କରିପାରିବ । ଢେର ସେବା ରହିଛି । ସନ୍ଧ୍ୟା ୫ଟା ବେଳେ ଛୁଟି ମିଳୁଛି । ଲିଷ୍ଟରେ ନୋଟ୍ କରିଦେବା ଦରକାର - ଆଜି ଏହି ଏହି ସ୍ଥାନକୁ ଯିବୁ, କାଲି ଏହି ସ୍ଥାନକୁ ଯିବୁ । ବାବା ଉପାୟ ତ ବହୁତ ବତାଉଛନ୍ତି । ବାବା ପିଲାମାନଙ୍କ ସହିତ ହିଁ କଥା ହେଉଛନ୍ତି । ଏହି ନିଶ୍ଚୟ ପକ୍କା ହେବା ଦରକାର ଯେ ମୁଁ ହେଉଛି ଆତ୍ମା । ବାବା (ପରମାତ୍ମା) ଆମକୁ ଶୁଣାଉଛନ୍ତି, ଧାରଣ ଆମକୁ କରିବାକୁ ହେବ । ଯେପରି ଶାସ୍ତ୍ର ଅଧ୍ୟୟନ କରି ସଂସ୍କାର ସାଥିରେ ନେଇ ଯାଇଥା’ନ୍ତି । ତେଣୁ ପରଜନ୍ମରେ ସେହି ସଂସ୍କାର ଦୃଶ୍ୟମାନ ହୋଇଥାଏ । କୁହାଯାଏ - ସଂସ୍କାର ନେଇ କରି ଆସିଛନ୍ତି । ଯିଏ ବହୁତ ଶାସ୍ତ୍ର ପଢିଥା’ନ୍ତି ତାଙ୍କୁ ଶାସ୍ତ୍ରର ଅଧକାରୀ କୁହାଯାଇଥାଏ । ସେମାନେ ନିଜକୁ ସର୍ବଶକ୍ତିବାନ ବୋଲି ଭାବିବେ ନାହିଁ । ଏହା ହେଉଛି ଖେଳ, ଯାହାକୁ ବାବା ହିଁ ବୁଝାଉଛନ୍ତି, ଏହା କିଛି ନୂଆ କଥା ନୁହେଁ । ଡ୍ରାମା ପ୍ରସ୍ତୁତ ହୋଇ ରହିଛି, ଯାହାକୁ ବୁଝିବାକୁ ହେବ । ମନୁଷ୍ୟ ଏକଥା ବୁଝିନାହାଁନ୍ତି ଯେ ଏହା ହେଉଛି ପୁରୁଣା ଦୁନିଆ । ବାବା କହୁଛନ୍ତି ମୁଁ ଆସିଯାଇଛି । ମହାଭାରତ ଲଢ଼େଇ ସମ୍ମୁଖରେ ଦଣ୍ଡାୟମାନ । ମନୁଷ୍ୟ ଅଜ୍ଞାନ ଅନ୍ଧକାରରେ ଶୋଇ ରହିଛନ୍ତି । ଭକ୍ତିକୁ ଅଜ୍ଞାନ ବୋଲି କୁହାଯାଏ । ଜ୍ଞାନର ସାଗର ତ ବାବା ହିଁ ଅଟନ୍ତି । ଯିଏ ବହୁତ ଭକ୍ତି କରିଥା’ନ୍ତି, ସେ ହେଉଛନ୍ତି ଭକ୍ତିର ସାଗର । ଭକ୍ତମାଳା ମଧ୍ୟ ରହିଛି ନା । ଭକ୍ତମାଳାର ମଧ୍ୟ ନାମ ଏକତ୍ର କରିବା ଦରକାର । ଭକ୍ତମାଳା ଦ୍ୱାପରରୁ କଳିଯୁଗ ପର୍ଯ୍ୟନ୍ତ ହିଁ ରହିବ । ପିଲାମାନଙ୍କର ବହୁତ ଖୁସୀ ରହିବା ଉଚିତ୍ । ବହୁତ ଖୁସି ସେହିମାନଙ୍କୁ ମିଳିବ ଯିଏ ସାରା ଦିନ ସେବା କରୁଥିବେ ।

ବାବା ବୁଝାଇଛନ୍ତି ମାଳା ତ ବହୁତ ଲମ୍ବା ହୋଇଥାଏ, ହଜାର-ହଜାର ସଂଖ୍ୟାରେ ରହିଥାଏ । ଯାହାକୁ କିଏ କେଉଁଠୁ, କିଏ କେଉଁଠୁ ଟାଣିଥା’ନ୍ତି । କିଛି ତ’ ଥିବ ନା, ଯେଉଁଥିପାଇଁ ଏତେ ବଡ ମାଳା ତିଆରି କରିଛନ୍ତି । ମୁଖ ଦ୍ୱାରା ରାମ ରାମ କହି ଚାଲିଥା’ନ୍ତି, ଏ କଥା ମଧ୍ୟ ପଚାରିବା ଦରକାର - ରାମ ରାମ କହି କାହାକୁ ୟାଦ କରୁଛନ୍ତି? ତୁମେ କୌଣସି ବି ସତ୍‌ସଙ୍ଗ ଆଦିକୁ ଯାଇ ସେମାନଙ୍କ ଗହଣରେ ମଧ୍ୟ ବସିପାରିବ । ହନୁମାନଙ୍କର ଉଦାହରଣ ମଧ୍ୟ ରହିଛି ନା - ଯେଉଁଠି ସତ୍‌ସଙ୍ଗ ହେଉଥିଲା, ସେଠାରେ ଜୋତା ରଖିବା ସ୍ଥାନରେ ଯାଇ ବସୁଥିଲେ । ତୁମକୁ ମଧ୍ୟ ସୁଯୋଗ ନେବା ଉଚିତ୍ । ତୁମେ ବହୁତ ସେବା କରିପାରିବ । ସେବାରେ ସଫଳତା ସେତେବେଳେ ମିଳିବ ଯେବେ ଜ୍ଞାନର ବିଷୟବସ୍ତୁ ବୁଦ୍ଧିରେ ରହିଥିବ, ଜ୍ଞାନରେ ମସ୍ତ ହୋଇଥିବେ । ସେବାର ଅନେକ ଯୁକ୍ତି ରହିଛି । ରାମାୟଣ, ଭାଗବତ ଆଦିର ମଧ୍ୟ ବହୁତ କଥା ଅଛି, ଯାହା ଉପରେ ତୁମେ ଦୃଷ୍ଟି ଦେଇପାରିବ । କେବଳ ଅନ୍ଧଶ୍ରଦ୍ଧାରେ ବସି ସତ୍‌ସଙ୍ଗ କରିବା ଉଚିତ୍ ନୁହେଁ । କୁହ, ଆମେ ତ ଆପଣଙ୍କର କଲ୍ୟାଣ କରିବାକୁ ଚାହୁଁଛୁ । ଦୁନିଆର ଭକ୍ତି ବିଲ୍‌କୁଲ୍ ଅଲଗା ଏବଂ ଏହି ଜ୍ଞାନ ଅଲଗା । ଜ୍ଞାନ ତ ଏକମାତ୍ର ଜ୍ଞାନେଶ୍ୱର ବାବା ହିଁ ଦେଉଛନ୍ତି । ସେବା ତ ବହୁତ ରହିଛି, କେବଳ ଏହି କଥା କୁହ ଯେ ସର୍ବୋଚ୍ଚ କିଏ? ସର୍ବୋଚ୍ଚ ଏକ ଭଗବାନ ହିଁ ଅଟନ୍ତି, ସମ୍ପତ୍ତି ମଧ୍ୟ ତାଙ୍କଠାରୁ ମିଳିଥାଏ । ବାକି ତ ସମସ୍ତେ ହେଲେ ରଚନା । ପିଲାମାନଙ୍କର ସେବାର ସଉକ ରହିବା ଦରକାର । ତୁମକୁ ରାଜତ୍ତ୍ୱ କରିବାକୁ ହେଲେ ପ୍ରଜା ମଧ୍ୟ ତିଆରି କରିବାକୁ ପଡିବ । ଏହି ମହାମନ୍ତ୍ର କିଛି କମ୍ ନୁହେଁ - ବାବାଙ୍କୁ ୟାଦ କର ତେବେ “ଅନ୍ତ ମତି ସୋ ଗତି” (ଅନ୍ତିମ ସ୍ମୃତି ଅନୁସାରେ ପୁନର୍ଜନ୍ମ) ହୋଇଯିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବା ତୁମକୁ ଯେଉଁ ବଶୀକରଣ ମନ୍ତ୍ର ଦେଇଛନ୍ତି, ତା’କୁ ସମସ୍ତଙ୍କୁ ମନେପକାଇ ଦେବାକୁ ହେବ । ସେବା କରିବାର ଭିନ୍ନ ଭିନ୍ନ ଉପାୟ ରଚିବାକୁ ହେବ । ଭିଡ ଭିତରେ ଜ୍ଞାନ ବୁଝାଇ ନିଜର ସମୟ ବରବାଦ କରିବା ଅନୁଚିତ୍ ।

(୨) ଜ୍ଞାନର ପଏଣ୍ଟ ଗୁଡିକୁ ବୁଦ୍ଧିରେ ରଖି ଜ୍ଞାନର ମସ୍ତିରେ ଅର୍ଥାତ୍ ନିଶାରେ ରହିବାକୁ ହେବ । ହନୁମାନଙ୍କ ପରି ସତ୍‌ସଙ୍ଗ ଗୁଡିକରେ ଯାଇ ବସିବାକୁ ପଡିବ ଏବଂ ସେମାନଙ୍କର ସେବା କରିବାକୁ ହେବ । ଖୁସିରେ ରହିବା ପାଇଁ ଦିନ ସାରା ସେବା କରିବାକୁ ହେବ ।

ବରଦାନ:-
“ମୁଁ“ ଏବଂ “ମୋର” ପଣିଆକୁ ବଳି ଚଢାଉଥିବା ସମ୍ପୂର୍ଣ୍ଣ ମହାବଳୀ ହୁଅ ।

କୌଣସି ବି ବିନାଶୀ ବ୍ୟକ୍ତି ବା ବୈଭବ ପ୍ରତି ଯଦି ଆକର୍ଷଣ ରହିଛି ତେବେ ଏହାକୁ ହିଁ ମୋ’ର ପଣିଆ କୁହାଯାଏ । ଏହିଭଳି ମୋ’ର ପଣିଆକୁ ଏବଂ ମୁଁ କରୁଛି, ମୁଁ ହିଁ କରିଛି... ଏହିଭଳି ମୁଁ ପଣିଆକୁ ସମ୍ପୂର୍ଣ୍ଣ ରୂପରେ ସମର୍ପଣ କରୁଥିବା ଅର୍ଥାତ୍ ବଳି ଚଢାଉଥିବା ଆତ୍ମା ହିଁ ମହାବଳୀ ଅଟେ । ଯେତେବେଳେ ଏହି ବିନାଶୀ ମୁଁ-ମୁଁ ପଣିଆ ସମର୍ପଣ ହୋଇଯିବ, ସେତେବେଳେ ଯାଇ ସମ୍ପୂର୍ଣ୍ଣ ବା ବାବାଙ୍କ ସମାନ ହୋଇପାରିବ । ମୁଁ କରୁଛି - ନା, ବାବା କରାଉଛନ୍ତି, ବାବା ମୋତେ ଚଲାଉଛନ୍ତି । ଯେ କୌଣସି କଥାରେ ମୁଁ ଶବ୍ଦ କହିବା ପରିବର୍ତ୍ତେ ସ୍ୱାଭାବିକ ଭାବରେ ମୁଖରୁ “ବାବା” ଶବ୍ଦ ହିଁ ବାହାରୁ, ମୁଁ ଶବ୍ଦ ନୁହେଁ ।

ସ୍ଲୋଗାନ:-
ସଂକଳ୍ପରେ ଏଭଳି ଦୃଢତାକୁ ଧାରଣ କର ଯାହା ଦ୍ୱାରା ଭାବିବା ଏବଂ କରିବା ସମାନ ହୋଇଯିବ ।

ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର

(୨୩) ସମୟ ଅନୁସାରେ ମାନସିକ ସେବା ଏବଂ ବାଣୀର ସେବା ଏବେ ଏକାଠି ମିଳିତ ଭାବରେ କର । ତେବେ ବାଣୀ ଦ୍ୱାରା ସେବା କରିବା ସହଜ ଅଟେ, କିନ୍ତୁ ମାନସିକ ସେବା କରିବା ପାଇଁ ବିଶେଷ ଧ୍ୟାନ ଦେବାକୁ ପଡିବ ସେଥିପାଇଁ ସର୍ବ ଆତ୍ମାଙ୍କ ପ୍ରତି ମନ ଭିତରେ ଶୁଭଭାବନା, ଶୁଭକାମନାର ସଂକଳ୍ପ ରହୁ । ବାଣୀରେ ଯଦି ମଧୁରତା, ସନ୍ତୁଷ୍ଟତା ଏବଂ ସରଳତା ରୂପକ ନବୀନତା ଥିବ ତେବେ ସହଜରେ ସଫଳତା ମିଳିବାକୁ ଲାଗିବ ।