23.02.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହି
ସଂଗମଯୁଗ ଚଢତି କଳା ଅର୍ଥାତ୍ ଉତ୍ଥାନର ଯୁଗ ଅଟେ, ଏଥିରେ ସମସ୍ତଙ୍କର କଲ୍ୟାଣ ହୋଇଥାଏ ସେଥିପାଇଁ
କୁହାଯାଏ ଚଢତି କଳା ତେରେ ଭାନେ ସର୍ବକା ଭଲା ଅର୍ଥାତ୍ ତୁମର ଉତ୍ଥାନ ହେଲେ ସାରା ବିଶ୍ୱର
କଲ୍ୟାଣ ହୋଇଥାଏ ।”
ପ୍ରଶ୍ନ:-
ବାବା ସମସ୍ତ
ବ୍ରାହ୍ମଣ ପିଲାମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଦେଉଛନ୍ତି - କାହିଁକି?
ଉତ୍ତର:-
କାହିଁକି ନା ବାବା କହୁଛନ୍ତି ତୁମେ ସନ୍ତାନମାନେ ମନୁଷ୍ୟରୁ ଦେବତା ହେଉଛ । ତୁମେମାନେ ଏବେ
ରାବଣର ଜଞ୍ଜିରରୁ ଅର୍ଥାତ୍ ଅନେକ ପ୍ରକାରର ବନ୍ଧନରୁ ମୁକ୍ତ ହେଉଛ, ତୁମେ ସ୍ୱର୍ଗର ରାଜପଦ
ପ୍ରାପ୍ତ କରୁଛ, ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେଉଛ କିନ୍ତୁ ମୁଁ ନୁହେଁ ସେଥିପାଇଁ ବାବା
ତୁମମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଦେଉଛନ୍ତି । ତୁମେ ଆତ୍ମାମାନେ ପତଙ୍ଗ ଅଟ, ତୁମର ଡୋର ମୋ
ହାତରେ ଅଛି । ମୁଁ ତୁମକୁ ସ୍ୱର୍ଗର ମାଲିକ କରୁଛି ।
ଗୀତ:-
ଆଖିର ୱହ ଦିନ
ଆୟା ଆଜ...
ଓମ୍ ଶାନ୍ତି ।
ଏହି ଅମର କଥା କିଏ ଶୁଣାଉଛନ୍ତି? ଅମର କଥା କୁହ, ସତ୍ୟ ନାରାୟଣଙ୍କ କଥା କୁହ ବା ତିଜରୀରେ କଥା
କୁହ - ଏହି ତିନୋଟି ମୁଖ୍ୟ କଥା ଅଟେ । ଏବେ ତୁମେ କାହା ସମ୍ମୁଖରେ ବସିଛ ଏବଂ କିଏ ତୁମକୁ
ଶୁଣାଉଛନ୍ତି? ସତସଙ୍ଗ ତ ବ୍ରହ୍ମାବାବା ମଧ୍ୟ ବହୁତ କରିଛନ୍ତି । ସେଠାକୁ ତ ଯେକେହି ବି
ଯାଇପାରିବେ । କହିବେ ଅମୁକ ସାଧୁଙ୍କ ପାଖକୁ ଯାଉଛୁ ବା ଶିବାନନ୍ଦଙ୍କ ପାଖକୁ ଯାଉଛୁ । ଭାରତରେ ତ
ଅନେକ ସତସଙ୍ଗ ରହିଛି । ଗଳି-ଗଳିରେ ସତସଙ୍ଗ ଅଛି । ମାତାମାନେ ମଧ୍ୟ ଶାସ୍ତ୍ର ପୁରାଣ ଅଧ୍ୟୟନ କରି
ସତସଙ୍ଗ କରୁଛନ୍ତି । ତେବେ ସେହି ସବୁ ସତସଙ୍ଗମାନଙ୍କରେ ମନୁଷ୍ୟମାନଙ୍କୁ ଶୁଣାଉଥିବାର ଦେଖିବାକୁ
ମିଳିଥାଏ, କିନ୍ତୁ ଏଠାରେ ତ ଆଶ୍ଚର୍ଯ୍ୟଜନକ କଥା ହେଉଛି । ତୁମମାନଙ୍କ ବୁଦ୍ଧିରେ କିଏ ଅଛନ୍ତି?
ପରମାତ୍ମା । ତୁମେ କହୁଛ ଏବେ ବାବା ଆମ ସମ୍ମୁଖକୁ ଆସିଛନ୍ତି । ନିରାକାର ବାବା ଆମକୁ ପାଠ
ପଢାଉଛନ୍ତି । ଲୋକମାନେ କହିବେ ଈଶ୍ୱର ତ ନାମ ରୂପରୁ ଅଲଗା ଅଟନ୍ତି । ବାବା ବୁଝାଉଛନ୍ତି ନାମ
ରୂପରୁ ଅଲଗା କୌଣସି ବସ୍ତୁ ନ ଥାଏ । ତୁମେ ପିଲାମାନେ ଜାଣିଛ ଏଠାରେ କୌଣସି ସାକାର ମନୁଷ୍ୟ ପାଠ
ପଢାଉ ନାହାଁନ୍ତି କିନ୍ତୁ ଆଉ କେଉଁଠିକୁ ବି ଯାଅ, ସାରା ବିଶ୍ୱରେ ଶରୀରଧାରୀ ମନୁଷ୍ୟ ହିଁ ପାଠ
ପଢାଇଥା’ନ୍ତି । କିନ୍ତୁ ଏଠାରେ ତ ପରମପିତା ପରମାତ୍ମା ପାଠ ପଢାଉଛନ୍ତି, ଯାହାଙ୍କୁ ନିରାକାର
ଈଶ୍ୱର ପିତା କୁହାଯାଏ, ସେହି ନିରାକାର ପିତା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ପାଠ ପଢାଉଛନ୍ତି
। ଏହା ବିଲ୍କୁଲ୍ ନୂଆ କଥା ଅଟେ । କିନ୍ତୁ ତୁମେମାନେ ଜନ୍ମ ଜନ୍ମ ଯେଉଁ କଥା ସବୁ ଶୁଣି-ଶୁଣି
ଆସିଛ, ଇଏ ଅମୁକ ପଣ୍ଡିତ ଅଥବା ଗୁରୁ ଅଟନ୍ତି । ଏହିଭଳି ଅନେକାନେକ ନାମ ରହିଛି । ଭାରତ ତ ବହୁତ
ବଡ । ଯିଏ ବି ଯାହା କିଛି ଶିଖାଉଛନ୍ତି ବା ବୁଝାଉଛନ୍ତି ସିଏ ମଧ୍ୟ ମନୁଷ୍ୟ ହିଁ ଅଟନ୍ତି ଏବଂ
ଯେଉଁମାନେ ଶୁଣୁଛନ୍ତି ବା ଶିଷ୍ୟ ହୋଇଛନ୍ତି ସେମାନେ ମଧ୍ୟ ମନୁଷ୍ୟ ଅଟନ୍ତି । ଅନେକ ପ୍ରକାରର
ମନୁଷ୍ୟ ଅଛନ୍ତି । କହନ୍ତି ଅମୁକ ଗୁରୁ ପ୍ରବଚନ ଦେଉଛନ୍ତି ତେବେ ସର୍ବଦା ଶରୀରର ହିଁ ନାମ
ନିଆଯାଇଥାଏ । ଭକ୍ତିମାର୍ଗରେ ମଧ୍ୟ ସେହି ନିରାକାରଙ୍କୁ ଡାକିଥା’ନ୍ତି, ହେ ପତିତପାବନ ଆସ । ସେ
ହିଁ ଆସି ପିଲାମାନଙ୍କୁ ବୁଝାଉଛନ୍ତି । ତୁମେ ପିଲାମାନେ ଜାଣିଛ ଯେ, ପ୍ରତି କଳ୍ପରେ ସାରା ଦୁନିଆ
ଯେତେବେଳେ ପତିତ ହୋଇଯାଏ ସେତେବେଳେ ଏକମାତ୍ର ନିରାକାର ବାବା ହିଁ ଆସି ପାବନ କରନ୍ତି । ଏଠାରେ
ତୁମେ ଯେଉଁ ସନ୍ତାନମାନେ ଅଛ, ତୁମମାନଙ୍କ ଭିତରେ ମଧ୍ୟ କେହି କେହି କଞ୍ଚା ଅର୍ଥାତ୍ ସଂଶୟବୁଦ୍ଧି,
କେହି-କେହି ପକ୍କା ଅର୍ଥାତ୍ ନିଶ୍ଚୟବୁଦ୍ଧି ଅଛନ୍ତି କାହିଁକି ନା ଅଧାକଳ୍ପ ହେବ ତୁମେମାନେ
ଦେହ-ଅଭିମାନୀ ହୋଇ ରହିଆସିଛ । ଏବେ ଏହି ଗୋଟିଏ ଜନ୍ମରେ ତୁମମାନଙ୍କୁ ଦେହୀ-ଅଭିମାନୀ ହେବାକୁ
ପଡିବ । ତୁମ ଶରୀରରେ ଥିବା ଆତ୍ମାକୁ ହିଁ ପରମାତ୍ମା ବୁଝାଉଛନ୍ତି । ଆତ୍ମା ହିଁ ସଂସ୍କାର ଧାରଣ
କରିଥାଏ । ଆତ୍ମା ହିଁ ଇନ୍ଦ୍ରିୟମାନଙ୍କ ଦ୍ୱାରା କହିଥାଏ ଯେ, ମୁଁ ଅମୁକ ଅଟେ । କିନ୍ତୁ
ବର୍ତ୍ତମାନ ଆତ୍ମ-ଅଭିମାନୀ ତ କେହି ବି ନୁହଁନ୍ତି । ବାବା ବୁଝାଉଛନ୍ତି ଏହି ଭାରତରେ ଯେଉଁମାନେ
ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ କୁଳର ଥିଲେ ସେହିମାନେ ହିଁ ବର୍ତ୍ତମାନ ଏଠାକୁ ଆସି ବ୍ରାହ୍ମଣ ହେବେ,
ପୁଣି ସେହିମାନେ ହିଁ ଦେବତା ହେବେ । ମନୁଷ୍ୟମାନେ ଦେହ-ଅଭିମାନୀ ହୋଇ ରହିବାରେ ଅଭ୍ୟସ୍ତ
ହୋଇଯାଇଛନ୍ତି, ଦେହୀ-ଅଭିମାନୀ ହୋଇ ରହିବା ଯେପରି ଭୁଲି ଯାଇଛନ୍ତି ସେଥିପାଇଁ ବାବା ବାରମ୍ବାର
କହୁଛନ୍ତି, ପିଲାମାନେ ଦେହୀ-ଅଭିମାନୀ ହୁଅ । ଆତ୍ମା ହିଁ ଭିନ୍ନ-ଭିନ୍ନ ଶରୀର ଧାରଣ କରି ପାର୍ଟ
କରିଥାଏ । ଏସବୁ ହେଲା ତାର ଅଙ୍ଗ ପ୍ରତ୍ୟଙ୍ଗ । ବାବା ପିଲାମାନଙ୍କୁ କହୁଛନ୍ତି ମନମନାଭବ । ବାକି
କେବଳ ଗୀତା ପଢିଲେ କ’ଣ କୌଣସି ରାଜ୍ୟ-ଭାଗ୍ୟ ମିଳିପାରିବ କି? ବାବା ତୁମକୁ ବର୍ତ୍ତମାନ
ତ୍ରିକାଳଦର୍ଶୀ କରୁଛନ୍ତି । ଦେଖ, ଏଥିରେ ରାତି-ଦିନର ଫରକ ରହିଛି । ବାବା ବୁଝାଉଛନ୍ତି ମୁଁ
ତୁମକୁ ରାଜଯୋଗ ଶିଖାଉଛି । ଶ୍ରୀକୃଷ୍ଣ ତ ସତ୍ୟଯୁଗର ରାଜକୁମାର ଥିଲେ । ଯେଉଁମାନେ ସୂର୍ଯ୍ୟବଂଶୀ
ଦେବୀ-ଦେବତା ଥିଲେ ସେମାନଙ୍କ ଭିତରେ କୌଣସି ଜ୍ଞାନ ନ ଥିଲା । ଏହି ଜ୍ଞାନ ତ ପ୍ରାୟଃ ଲୋପ
ହୋଇଯିବ । ଏହି ଜ୍ଞାନ ତ କେବଳ ସଦ୍ଗତି ପାଇଁ ହିଁ ଉଦ୍ଦିଷ୍ଟ । ସତ୍ୟଯୁଗରେ ତ କେହି ବି
ଦୁର୍ଗତିରେ ନ ଥା’ନ୍ତି । ତାହା ତ ସତ୍ୟଯୁଗ, ଏବେ କଳିଯୁଗ । ଭାରତରେ ପ୍ରଥମେ ସୂର୍ଯ୍ୟବଂଶୀମାନେ
୮ ଜନ୍ମ ନେଇଥା’ନ୍ତି ପୁଣି ଚନ୍ଦ୍ରବଂଶୀମାନେ ୧୨ ଜନ୍ମ ନେଇଥା’ନ୍ତି । ବର୍ତ୍ତମାନର ଏହି ଗୋଟିଏ
ଜନ୍ମ ତୁମର ସବୁଠାରୁ ଉତ୍ତମ ଜନ୍ମ ଅଟେ । ତୁମେମାନେ ହେଲ ପ୍ରଜାପିତା ବ୍ରହ୍ମା ମୁଖବଂଶାବଳୀ ।
ଏହା ହେଲା ସର୍ବୋତ୍ତମ ଧର୍ମ । ଦେବତା ଧର୍ମକୁ ସର୍ବୋତ୍ତମ ଧର୍ମ କୁହାଯିବ ନାହିଁ । ବ୍ରାହ୍ମଣ
ଧର୍ମ ସବୁଠାରୁ ଶ୍ରେଷ୍ଠ ଧର୍ମ । ଦେବତାମାନେ ତ କେବଳ ପ୍ରାରବ୍ଧ ଭୋଗ କରିଥା’ନ୍ତି ।
ଆଜିକାଲି ଅନେକ ସମାଜସେବୀ ଅଛନ୍ତି । କିନ୍ତୁ ତୁମମାନଙ୍କର ହେଲା ଆତ୍ମିକ ସେବା, ସେମାନଙ୍କର
ଶାରୀରିକ ସେବା । ଏହି ସେବା କଳ୍ପରେ ଥରେ ମାତ୍ର ହୋଇଥାଏ । ପୂର୍ବ କାଳରେ ଏହି ସବୁ
ସମାଜସେବୀମାନେ ନ ଥିଲେ । ରାଜା-ରାଣୀମାନେ ରାଜ୍ୟ ଚଳାଉଥିଲେ । ସତ୍ୟଯୁଗରେ ଦେବୀ-ଦେବତାମାନେ
ଥିଲେ । ତୁମେ ହିଁ ପୂଜ୍ୟ ଥିଲ ପୁଣି ପୂଜାରୀ ହେଲ । ଲକ୍ଷ୍ମୀ-ନାରାୟଣ ଦ୍ୱାପର ଯୁଗରେ ଯେତେବେଳେ
ବାମ ମାର୍ଗକୁ ଚାଲିଯାଆନ୍ତି, ସେତେବେଳେ ମନ୍ଦିର ତିଆରି କରନ୍ତି । ପ୍ରଥମେ-ପ୍ରଥମେ ଶିବଙ୍କର
ମନ୍ଦିର ତିଆରି କରନ୍ତି । ସିଏ ହିଁ ହେଉଛନ୍ତି ସମସ୍ତଙ୍କର ସଦ୍ଗତି ଦାତା ତେଣୁ ତାଙ୍କର
ନିଶ୍ଚିତ ପୂଜା ହେବା ଦରକାର । ଶିବବାବା ହିଁ ଆତ୍ମାମାନଙ୍କୁ ନିର୍ବିକାରୀ କରିଥିଲେ ନା ।
ସେଥିପାଇଁ ଶିବବାବାଙ୍କ ପରେ ପୁଣି ଦେବୀ-ଦେବତାମାନଙ୍କର ପୂଜା ଆରମ୍ଭ ହୁଏ । ତୁମେମାନେ ହିଁ
ପୂଜ୍ୟ ଥିଲ ପୁଣି ପୂଜାରୀ ହୋଇଛ । ବାବା ହିଁ ବୁଝାଉଛନ୍ତି - ଚକ୍ରକୁ ସବୁବେଳେ ମନେ ପକାଅ । ୮୪
ଜନ୍ମର ସିଢିରେ ତଳକୁ ଖସି ଖସି ଏକଦମ ତଳକୁ ଖସିଯାଇଛ । ଏବେ ତୁମର ଉନ୍ନତିର କଳା ହେଉଛି ।
କୁହାଯାଏ ଯେତେବେଳେ ତୁମର ଉପରକୁ ଚଢିବାର ସମୟ ଆସେ ସେତେବେଳେ ସମସ୍ତଙ୍କର କଲ୍ୟାଣ ହୋଇଥାଏ ।
ମୁଁ ବର୍ତ୍ତମାନ ସାରା ଦୁନିଆର ମନୁଷ୍ୟମାନଙ୍କର ଉନ୍ନତି କଳା କରାଉଛି । ପତିତ-ପାବନ ଆସି
ସମସ୍ତଙ୍କୁ ପବିତ୍ର କରୁଛନ୍ତି । ଯେତେବେଳେ ସତ୍ୟଯୁଗ ଥିଲା ସେତେବେଳେ ତୁମର ଉନ୍ନତିର କଳା ଥିଲା,
ବାକି ସବୁ ଆତ୍ମାମାନେ ମୁକ୍ତିଧାମରେ ଥିଲେ ।
ବାବା ଆସି ବୁଝାଉଛନ୍ତି ମିଠା-ମିଠା ପିଲାମାନେ ମୋର ଜନ୍ମ ଭାରତରେ ହିଁ ହେଉଛି । ଶିବବାବା
ଆସିଥିଲେ ବୋଲି ଶାସ୍ତ୍ରରେ ଗାୟନ ମଧ୍ୟ ଅଛି, ବର୍ତ୍ତମାନ ପୁନର୍ବାର ଆସିଛନ୍ତି । ଏହାକୁ ରାଜସ୍ୱ
ଅଶ୍ୱମେଧ ଅବିନାଶୀ ରୁଦ୍ର ଜ୍ଞାନ ଯଜ୍ଞ କୁହାଯାଉଛି । ସ୍ୱରାଜ୍ୟ ପ୍ରାପ୍ତ କରିବା ପାଇଁ ଏହି
ଯଜ୍ଞ ରଚନା କରାଯାଇଛି । ପୂର୍ବରୁ ମଧ୍ୟ ଏଥିରେ ବିଘ୍ନ ପଡିଥିଲା ଏବଂ ବର୍ତ୍ତମାନ ମଧ୍ୟ ପଡୁଛି ।
ମାତାମାନଙ୍କ ଉପରେ ଅତ୍ୟାଚାର ହେଉଛି । କହୁଛନ୍ତି ବାବା ଆମକୁ ଏହି ବିକାରୀ ପୁରୁଷମାନେ ଉଲଗ୍ନ
କରୁଛନ୍ତି । ଆମକୁ ପବିତ୍ର ରହିବାକୁ ଦେଉନାହାଁନ୍ତି । ବାବା ଆପଣ ଆମର ରକ୍ଷା କରନ୍ତୁ ।
ଶାସ୍ତ୍ରରେ ମଧ୍ୟ ଦେଖାଯାଇଛି ଦ୍ରୌପଦୀଙ୍କର ରକ୍ଷା ହୋଇଥିଲା । ଏବେ ତୁମେ ୨୧ ଜନ୍ମ ପାଇଁ ବେହଦ
ବାବାଙ୍କଠାରୁ ବର୍ସା ନେବା ପାଇଁ ଆସିଛ । ଏହି ଯୋଗର ଯାତ୍ରାରେ ରହି ନିଜକୁ ପବିତ୍ର କରୁଛ । ପୁଣି
ଯଦି ବିକାରୀ ହେବ ତେବେ ସତ୍ୟାନାଶ ହୋଇଯିବ, ଏକଦମ ତଳକୁ ଖସିଯିବ । ସେଥିପାଇଁ ବାବା କହୁଛନ୍ତି,
ପବିତ୍ର ନିଶ୍ଚିତ ରହିବାକୁ ହେବ । ଯେଉଁମାନେ କଳ୍ପ ପୂର୍ବରୁ ପବିତ୍ର ହୋଇଥିଲେ ସେହିମାନେ ହିଁ
ପବିତ୍ରତାର ପ୍ରତିଜ୍ଞା କରିବେ, ପୁଣି କେହି ତ ପବିତ୍ର ରହିପାରିବେ ଆଉ କେହି ରହିପାରିବେ ନାହିଁ
। ମୁଖ୍ୟ କଥା ହେଲା ଯୋଗ । ଯଦି ଯୋଗ କରିବ, ପବିତ୍ର ରହିବ ଏବଂ ସ୍ୱଦର୍ଶନ ଚକ୍ର ଘୂରାଉ ଥିବ ତେବେ
ଯାଇ ଉଚ୍ଚପଦ ପାଇବ । ବିଷ୍ଣୁଙ୍କର ଦୁଇଟି ରୂପ ଲକ୍ଷ୍ମୀ-ନାରାୟଣ ସେଠାରେ ରାଜ୍ୟ କରିଥା’ନ୍ତି ନା
। କିନ୍ତୁ ବିଷ୍ଣୁଙ୍କୁ ଯେଭଳି ଶଙ୍ଖ, ଚକ୍ର ଆଦି ଦେଇ ଦେଇଛନ୍ତି ସେ ସବୁ ଦେବତାମାନଙ୍କର ନ ଥିଲା
। ଲକ୍ଷ୍ମୀ-ନାରାୟଣଙ୍କର ମଧ୍ୟ ନ ଥିଲା । ବିଷ୍ଣୁ ତ ସୂକ୍ଷ୍ମଲୋକରେ ଥା’ନ୍ତି, ତାଙ୍କୁ
ସୃଷ୍ଟିଚକ୍ରର ଜ୍ଞାନର ଆବଶ୍ୟକତା ନାହିଁ । ସେଠାରେ ଇଙ୍ଗିତ ଦ୍ୱାରା ସବୁ କାର୍ଯ୍ୟ ଚାଲେ । ଏବେ
ତୁମେ ଜାଣିଛ ଯେ ଆମେ ଶାନ୍ତିଧାମର ନିବାସୀ ଅଟୁ । ତାହା ହେଲା ନିରାକାରୀ ଦୁନିଆ । ତେବେ ଆତ୍ମା
କି ପ୍ରକାରର ଜିନିଷ ତାହା ମଧ୍ୟ କୌଣସି ମନୁଷ୍ୟ ଜାଣିନାହାଁନ୍ତି । କହିଦେଉଛନ୍ତି ଆତ୍ମା ହିଁ
ପରମାତ୍ମା । ଆତ୍ମା ପାଇଁ କହୁଛନ୍ତି ଗୋଟିଏ ଚମକୁଥିବା ତାରା ଅଟେ, ଯିଏକି ଭ୍ରୃକୁଟୀ ମଝିରେ
ରହିଛି । ତାଙ୍କୁ ଏହି ଆଖି ଦ୍ୱାରା ଦେଖାଯାଇପାରିବ ନାହିଁ । ହୁଏତ କେହି କେତେ ବି ଚେଷ୍ଟା କରୁ,
କାଚ ବାକ୍ସ ଇତ୍ୟାଦିରେ ବନ୍ଦ କରି ରଖୁ ଯେ ଦେଖିବା ଆତ୍ମା କିପରି ବାହାରୁଛି? ଚେଷ୍ଟା କରୁଛନ୍ତି
କିନ୍ତୁ କାହାକୁ ବି ଜଣାପଡୁନାହିଁ, ଆତ୍ମା କ’ଣ ଜିନିଷ ଏବଂ କିପରି ବାହାରିଯାଉଛି? ବାକି କେବଳ
ଏତିକି କହୁଛନ୍ତି ଯେ ଆତ୍ମା ତାରକା ସଦୃଶ ଅଟେ । ଦିବ୍ୟଦୃଷ୍ଟି ବିନା ତାକୁ ଦେଖାଯାଇପାରିବ ନାହିଁ
। ଭକ୍ତିମାର୍ଗରେ ଅନେକଙ୍କୁ ସାକ୍ଷାତ୍କାର ହୋଇଥାଏ । ଗୀତାରେ ବର୍ଣ୍ଣିତ ଅଛି ଯେ, ଅର୍ଜୁନଙ୍କୁ
ଅଖଣ୍ଡ ଜ୍ୟୋତିର ସାକ୍ଷାତ୍କାର ହୋଇଥିଲା । ଅର୍ଜୁନ କହିଲେ ମୁଁ ସହନ କରିପାରୁନାହିଁ । ବାବା
ବୁଝାଉଛନ୍ତି ଆତ୍ମା ଏଭଳି କୌଣସି ତେଜମୟ ବସ୍ତୁ ନୁହେଁ । ଯେତେବେଳେ ଆତ୍ମା ଆସି ଶରୀରରେ ପ୍ରବେଶ
କରୁଛି ସେତେବେଳେ କ’ଣ କିଛି ଜଣା ପଡୁଛି କି? ଏବେ ତୁମେମାନେ ମଧ୍ୟ ଜାଣୁଛ ଯେ, ବାବା କିପରି
ପ୍ରବେଶ କରି ଶୁଣାଉଛନ୍ତି । ଆତ୍ମା ହିଁ ଆସି କଥା କହୁଛି । ଏସବୁ ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ
ଅଛି, ଏଥିରେ କାହାର ଶକ୍ତିର କଥା ନାହିଁ । ଆତ୍ମା ଶରୀର ଛାଡି ଯାଇ ନ ଥାଏ । ଏସବୁ ସାକ୍ଷାତ୍କାରର
କଥା, ଏହା କେତେ ଆଶ୍ଚର୍ଯ୍ୟଜନକ କଥା ନା । ବାବା ଆସି କହୁଛନ୍ତି - ମୁଁ ମଧ୍ୟ ସାଧାରଣ ଶରୀରରେ
ପ୍ରବେଶ କରୁଛି । ଆତ୍ମାକୁ ମଧ୍ୟ ଡାକିଥା’ନ୍ତି ନା । ଆଗରୁ ଆତ୍ମାମାନଙ୍କୁ ଡାକି ସେମାନଙ୍କୁ ଭଲ
ମନ୍ଦ ପଚାରୁଥିଲେ । ଏବେ ତ ତମୋପ୍ରଧାନ ହୋଇଗଲେଣି । ବାବା ମଧ୍ୟ ଏଥିପାଇଁ ଆସୁଛନ୍ତି ଯେ ମୁଁ
ଯାଇ ପତିତମାନଙ୍କୁ ପବିତ୍ର କରିବି । ୮୪ ଜନ୍ମର ଗାୟନ ମଧ୍ୟ ରହିଛି । ତେବେ ବୁଝିବା ଦରକାର ଯେ
ଯେଉଁମାନେ ପ୍ରଥମରୁ ଆସିଛନ୍ତି ସେହିମାନେ ହିଁ ୮୪ ଜନ୍ମ ନେଇଥିବେ । ସେମାନେ ତ ଲକ୍ଷ ଲକ୍ଷ ବର୍ଷ
କହିଦେଉଛନ୍ତି । ଏବେ ବାବା ବୁଝାଉଛନ୍ତି, ମୁଁ ତୁମକୁ ସ୍ୱର୍ଗକୁ ପଠାଇଥିଲି । ସେଠାରେ ତୁମେ
ରାଜ୍ୟ କରୁଥିଲ । ତୁମ ଭାରତବାସୀମାନଙ୍କୁ ସ୍ୱର୍ଗକୁ ପଠାଇଥିଲି । ସଂଗମଯୁଗରେ ରାଜଯୋଗ ଶିଖାଇଥିଲି
। ବାବା କହୁଛନ୍ତି ମୁଁ କଳ୍ପର ସଂଗମଯୁଗରେ ଆସୁଛି । ଗୀତାରେ ପୁଣି ଯୁଗେ-ଯୁଗେ ଆସୁଛନ୍ତି ବୋଲି
ଲେଖି ଦେଇଛନ୍ତି ।
ଏବେ ତୁମେମାନେ ଜାଣୁଛ ଯେ, ଆମେ କିପରି ୮୪ ଜନ୍ମର ସିଢି ଚଢୁଛୁ ପୁଣି ଓହ୍ଲାଉଛୁ । ଉତ୍ଥାନର କଳା
ପୁଣି ପତନର କଳା ହୋଇଥାଏ । ଏବେ ଏହି ସଂଗମଯୁଗ ହେଲା ସମସ୍ତଙ୍କର ଉତ୍ଥାନର ଯୁଗ, ଯେଉଁ ଯୁଗରେ
ସମସ୍ତଙ୍କର ଉତ୍ଥାନ ହୋଇଥାଏ । ସମସ୍ତେ ଏବେ ଉପରକୁ ଅର୍ଥାତ୍ ମୁକ୍ତିଧାମକୁ ଚାଲିଯିବେ କିନ୍ତୁ
ତୁମେମାନେ ପୁନର୍ବାର ପାର୍ଟ କରିବା ପାଇଁ ଆସିବ । ସତ୍ୟଯୁଗରେ ଅନ୍ୟ କୌଣସି ଧର୍ମ ନ ଥିଲା । ତାକୁ
କୁହାଯାଏ ନିର୍ବିକାରୀ ଦୁନିଆ । ପରେ ପୁଣି ଦେବୀ-ଦେବତାମାନେ ବାମମାର୍ଗକୁ ଯାଇ ଯଥା ରାଜାରାଣୀ
ତଥା ପ୍ରଜା ସମସ୍ତେ ବିକାରୀ ହୋଇଯାନ୍ତି । ବାବା ବୁଝାଉଛନ୍ତି, ହେ ଭାରତବାସୀ ତୁମେମାନେ
ନିର୍ବିକାରୀ ଦୁନିଆରେ ଥିଲ । ଏବେ ହେଲା ବିକାରୀ ଦୁନିଆ । ଏଠାରେ ଅନେକ ଧର୍ମ ଅଛି କିନ୍ତୁ
ଏକମାତ୍ର ଦେବୀ-ଦେବତା ଧର୍ମ ନାହିଁ । ତେବେ ନିଶ୍ଚିତ ଭାବରେ ଯେତେବେଳେ ସେହି ଧର୍ମ ନ ଥିବ
ସେତେବେଳେ ତ ସ୍ଥାପନା ହେବ । ବାବା କହୁଛନ୍ତି ମୁଁ ଆସି ବ୍ରହ୍ମା ଦ୍ୱାରା ଆଦି ସନାତନ
ଦେବୀ-ଦେବତା ଧର୍ମର ସ୍ଥାପନା କରୁଛି । ତେବେ ସ୍ଥାପନା ତ ଏହିଠାରେ ହିଁ କରିବେ ନା ।
ସୂକ୍ଷ୍ମଲୋକରେ ତ କରିବେ ନାହିଁ । ଲେଖାଯାଇଛି ଯେ, ବ୍ରହ୍ମାଙ୍କ ଦ୍ୱାରା ଆଦି ସନାତନ ଦେବୀ ଦେବତା
ଧର୍ମର ରଚନା କରାଯାଉଛି । ବର୍ତ୍ତମାନ ତୁମମାନଙ୍କୁ ପବିତ୍ର କୁହାଯିବ ନାହିଁ । ତୁମେମାନେ
ପୁରୁଷାର୍ଥ କରି ପବିତ୍ର ହେଉଛ । ସେଥିପାଇଁ ସମୟ ତ ଲାଗିବ ନା । ପତିତରୁ ପାବନ କିପରି ହେଲେ ଏକଥା
କୌଣସି ଶାସ୍ତ୍ରରେ ନାହିଁ । ବାସ୍ତବରେ ମହିମା ତ ଏକମାତ୍ର ବାବାଙ୍କର ହିଁ ଅଟେ । ସେହି ବାବାଙ୍କୁ
ଭୁଲିବା କାରଣରୁ ହିଁ ଅନାଥ ହୋଇଯାଇଛନ୍ତି ଏବଂ ଲଢେଇ ଝଗଡା କରିବାରେ ଲାଗିଛନ୍ତି । ପୁଣି
କହୁଛନ୍ତି ସମସ୍ତେ ମିଶି କିପରି ଏକ ହୋଇ ରହିବା । ସମସ୍ତେ ଭାଇ-ଭାଇ ଅଟନ୍ତି ନା । ବାବା ତ
ଅନୁଭବୀ ଅଟନ୍ତି । ଭକ୍ତି ମଧ୍ୟ ଇଏ ବହୁତ କରିଛନ୍ତି । ସବୁଠାରୁ ଅଧିକ ଗୁରୁ ମଧ୍ୟ କରିଛନ୍ତି ।
ଏବେ ଶିବବାବା କହୁଛନ୍ତି ଏ ସମସ୍ତଙ୍କୁ ଛାଡ । ଏବେ ମୁଁ ତୁମକୁ ମିଳିଯାଇଛି । ସମସ୍ତଙ୍କର ସଦ୍ଗତି
ଦାତା ଏକମାତ୍ର ସତ୍ ଶ୍ରୀ ଅକାଳ ବୋଲି କହିଥା’ନ୍ତି ନା । କିନ୍ତୁ ଏହାର ଅର୍ଥ କିଛି ବୁଝି
ନାହାଁନ୍ତି । ଶାସ୍ତ୍ର ତ ବହୁତ ପଢୁଛନ୍ତି । ବାବା ବୁଝାଉଛନ୍ତି ଏବେ ସମସ୍ତେ ପତିତ ଅଟନ୍ତି ପୁଣି
ଦୁନିଆ ପବିତ୍ର ହୋଇଯିବ । ଭାରତ ଅବିନାଶୀ ଅଟେ । ଏକଥା କାହାକୁ ଜଣାନାହିଁ । ଭାରତର କେବେ ବି
ବିନାଶ ହୁଏ ନାହିଁ କି କେବେ ପ୍ରଳୟ ମଧ୍ୟ ହୁଏ ନାହିଁ । କିନ୍ତୁ ଏଭଳି ଦେଖାଇଛନ୍ତି ଯେ,
ଶ୍ରୀକୃଷ୍ଣ ଔଷତଥ୍ ପତ୍ର ଉପରେ ସାଗରରେ ଭାସି ଭାସି ଆସିଥିଲେ - ତେବେ ଔଷତଥ୍ ପତ୍ର ଉପରେ ତ
ଶିଶୁଟିଏ ଆସିପାରିବ ନାହିଁ । ବାବା ବୁଝାଉଛନ୍ତି ସତ୍ୟଯୁଗରେ ତୁମେମାନେ ଗର୍ଭରୁ ବହୁତ ଆରାମରେ
ଜନ୍ମ ନେବ । ସେଠାରେ ଗର୍ଭ ମହଲ କୁହାଯାଏ । ଏଠାରେ ହେଲା ଗର୍ଭଜେଲ୍ । ସତ୍ୟଯୁଗରେ ହେଲା ଗର୍ଭ
ମହଲ । ଆତ୍ମାକୁ ପୂର୍ବରୁ ହିଁ ସାକ୍ଷାତ୍କାର ହୋଇଯାଏ, ଏହି ଶରୀର ଛାଡି ଆଉ ଗୋଟିଏ ଶରୀର ନେବାକୁ
ହେବ । ସେଠାରେ ସମସ୍ତେ ଆତ୍ମ-ଅଭିମାନୀ ରହିଥା’ନ୍ତି । ମନୁଷ୍ୟ ତ ନା ରଚୟିତାଙ୍କୁ, ନା ରଚନାର
ଆଦି-ମଧ୍ୟ-ଅନ୍ତକୁ ଜାଣିଛନ୍ତି । ଏବେ ତୁମେ ଜାଣିଛ, ବାବା ହେଲେ ଜ୍ଞାନର ସାଗର । ତୁମେମାନେ
ମାଷ୍ଟର ସାଗର । ତୁମେ ମାତାମାନେ ଜ୍ଞାନର ନଦୀ ଅଟ ଏବଂ ଗୋପ ଅର୍ଥାତ୍ ଭାଇମାନେ ହେଲେ ଜ୍ଞାନ
ମାନସରୋବର । ଏମାନେ ଜ୍ଞାନ ନଦୀ ଅଟନ୍ତି । ତୁମେମାନେ ହେଲ ସରୋବର । ପ୍ରବୃତ୍ତିମାର୍ଗ ମଧ୍ୟ
ଦରକାର ନା । ତୁମମାନଙ୍କର ପବିତ୍ର ଗୃହସ୍ଥ ଆଶ୍ରମ ଥିଲା । ଏବେ ପତିତ ଗୃହସ୍ଥ ଅଟେ । ବାବା
କହୁଛନ୍ତି ଏକଥା ସର୍ବଦା ମନେ ରଖ ଯେ ମୁଁ ଆତ୍ମା । ଏକମାତ୍ର ବାବାଙ୍କୁ ହିଁ ସ୍ମରଣ କରିବାକୁ
ହେବ । ବାବା ଆଜ୍ଞା ଦେଇଛନ୍ତି, କୌଣସି ଦେହଧାରୀକୁ ସ୍ମରଣ କର ନାହିଁ । ଏହି ଆଖି ଦ୍ୱାରା ଯାହା
କିଛି ଦେଖୁଛ ତାହା ସବୁ ସମାପ୍ତ ହୋଇଯିବ ସେଥିପାଇଁ ବାବା କହୁଛନ୍ତି ମନମନାଭବ, ଅର୍ଥାତ୍ ନିଜକୁ
ଆତ୍ମା ମନେ କରି ମୋତେ ମନେ ପକାଅ, ମଧ୍ୟାଜୀଭବ ଅର୍ଥାତ୍ ସ୍ୱର୍ଗ ଦୁନିଆକୁ ମନେ ପକାଅ । ଏହି
ପୁରୁଣା ଦୁନିଆ ରୂପି ଶ୍ମଶାନକୁ ଭୁଲିଯାଅ । ମାୟାର ତୋଫାନ ତ ବହୁତ ଆସିବ, ସେ ସବୁକୁ ଡରିବାର
ନାହିଁ । ତୋଫାନ ତ ବହୁତ ଆସିବ କିନ୍ତୁ କର୍ମଇନ୍ଦ୍ରିୟମାନଙ୍କ ଦ୍ୱାରା କୌଣସି ଭୁଲ୍ କର୍ମ
କରିବାର ନାହିଁ । ତୋଫାନ ସେତେବେଳେ ଆସିଥାଏ ଯେତେବେଳେ ତୁମେ ବାବାଙ୍କୁ ଭୁଲିଯାଇଥାଅ । ଏହି
ଯୋଗର ଯାତ୍ରା ଥରେ ମାତ୍ର ହୋଇଥାଏ । ସେସବୁ ହେଲା ମୃତ୍ୟୁ ଲୋକର ଯାତ୍ରା କିନ୍ତୁ ଏହା ଅମରଲୋକକୁ
ଯାତ୍ରା । ସେଥିପାଇଁ ବାବା କହୁଛନ୍ତି କୌଣସି ବି ଦେହଧାରୀଙ୍କୁ ମନେ ପକାଅ ନାହିଁ ।
ପିଲାମାନେ, ଶିବଜୟନ୍ତୀ ଉପଲକ୍ଷେ କେତେ ଅଭିନନ୍ଦନ ବାର୍ତ୍ତା ପଠାଉଛନ୍ତି । ବାବା କହୁଛନ୍ତି ତତ୍ତ୍ୱମ୍
ଅର୍ଥାତ୍ ମୁଁ ମଧ୍ୟ ତୁମକୁ ଅଭିନନ୍ଦନ ଦେଉଛି । ତୁମେ ପିଲାମାନଙ୍କୁ ମଧ୍ୟ ବାବା ଅଭିନନ୍ଦନ
ଦେଉଛନ୍ତି । ବାସ୍ତବରେ ତୁମମାନଙ୍କୁ ହିଁ ଅଭିନନ୍ଦନ ମିଳିବା ଉଚିତ୍ କାରଣ ମନୁଷ୍ୟରୁ ଦେବତା
ତୁମେମାନେ ହିଁ ହେଉଛ । ତେବେ ଯେଉଁମାନେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବେ ସେମାନଙ୍କୁ ଅଧିକ
ନମ୍ବର ଏବଂ ଭଲ ପଦ ମିଳିବ । ବାବା ତୁମମାନଙ୍କୁ ଅଭିନନ୍ଦନ ଦେଉଛନ୍ତି ଯେ, ଏବେ ତୁମେମାନେ ରାବଣର
ଜଞ୍ଜିରରୁ ମୁକ୍ତିପାଉଛ । ସମସ୍ତ ଆତ୍ମାମାନେ ପତଙ୍ଗ ସଦୃଶ ଅଟନ୍ତି । ସମସ୍ତଙ୍କର ଡୋର ବାବାଙ୍କ
ହାତରେ ଅଛି । ସେ ହିଁ ସମସ୍ତଙ୍କୁ ଘରକୁ ନେଇଯିବେ । କାରଣ ସିଏ ହିଁ ସମସ୍ତଙ୍କର ସଦ୍ଗତି ଦାତା
ଅଟନ୍ତି । କିନ୍ତୁ ତୁମେମାନେ ସ୍ୱର୍ଗର ରାଜ୍ୟପଦ ପାଇବା ପାଇଁ ପୁରୁଷାର୍ଥ କରୁଛ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସମ୍ମାନର
ସହିତ ଉତ୍ତୀର୍ଣ୍ଣ ହେବା ପାଇଁ ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ, କୌଣସି ଦେହଧାରୀକୁ
ନୁହେଁ । ଏହି ଆଖି ଦ୍ୱାରା ଯାହା କିଛି ଦେଖାଯାଉଛି, ସେ ସବୁକୁ ଦେଖୁଥିଲେ ମଧ୍ୟ ଦେଖିବାର ନାହିଁ
।
(୨) ଆମେମାନେ ଅମରଲୋକ
ଅର୍ଥାତ୍ ସତ୍ୟଯୁଗ ଅଭିମୁଖେ ଯାତ୍ରା କରୁଛେ, ସେଥିପାଇଁ ମୃତ୍ୟୁଲୋକ ଅର୍ଥାତ୍ କଳିଯୁଗର କୌଣସି
କଥା ଆମର ମନେ ନ ରହିବା ଦରକାର, ଏହି କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କୌଣସି ପ୍ରକାରର ବିକର୍ମ ନ
ହେଉ ସେଥିପ୍ରତି ଧ୍ୟାନ ଦେବା ଦରକାର ।
ବରଦାନ:-
ନିଜର ଶିକ୍ଷା
ସ୍ୱରୂପ ସ୍ଥିତି ଦ୍ୱାରା ଶିକ୍ଷା ଦେଉଥିବା ଶିକ୍ଷା ସମ୍ପନ୍ନ ଯୋଗ୍ୟ ଶିକ୍ଷକ ହୁଅ ।
ଯୋଗ୍ୟ ଶିକ୍ଷକ ତାଙ୍କୁ
କୁହାଯିବ ଯିଏ ନିଜର ଶିକ୍ଷା ସ୍ୱରୂପ ସ୍ଥିତି ଦ୍ୱାରା ଶିକ୍ଷା ଦେଉଥିବ । ସେମାନଙ୍କର ସ୍ୱରୂପ
ହିଁ ଶିକ୍ଷା ସମ୍ପନ୍ନ ହୋଇଥିବ । ସେମାନଙ୍କର ଦେଖିବା, ଚାଲିବା-ବୁଲିବାରେ ମଧ୍ୟ କାହାକୁ ଶିକ୍ଷା
ମିଳୁଥିବ । ଯେପରି ସାକାର ରୂପରେ ବ୍ରହ୍ମାବାବାଙ୍କୁ ପ୍ରତିପାଦରେ, ପ୍ରତ୍ୟେକ କର୍ମରେ, ଶିକ୍ଷକ
ରୂପରେ ବାସ୍ତବିକ ଭାବରେ ଦେଖିଛ, ଯାହାକୁ ଅନ୍ୟ ଶବ୍ଦରେ ଚରିତ୍ର କୁହାଯାଉଛି । କାହାକୁ ବାଣୀ
ଦ୍ୱାରା ଶିକ୍ଷା ଦେବା ତ ଅତି ସାଧାରଣ କଥା କିନ୍ତୁ ଏବେ ସମସ୍ତେ ଅନୁଭବ କରିବାକୁ ଚାହୁଁଛନ୍ତି ।
ତେଣୁ ନିଜର ଶ୍ରେଷ୍ଠ କର୍ମ ଏବଂ ଶ୍ରେଷ୍ଠ ସଂକଳ୍ପର ଶକ୍ତି ଦ୍ୱାରା ଅନୁଭବ କରାଅ ।
ସ୍ଲୋଗାନ:-
ସଂକଳ୍ପର ସିଦ୍ଧି
ପ୍ରାପ୍ତ କରିବା ପାଇଁ ସର୍ବଦା ଆତ୍ମ ଶକ୍ତିରେ ଉଡୁଥାଅ ।
ଅବ୍ୟକ୍ତ ଈଶାରା:- ଏକତା
ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।
ସଂଗଠନକୁ ଏକତାର ସୂତ୍ରରେ
ଗୁନ୍ଥିବା ପାଇଁ ବାଣୀର ଶକ୍ତି ଉପରେ ବିଶେଷ ଧ୍ୟାନ ଦିଅ । ତୁମର ବାଣୀ ସର୍ବଦା ନିର୍ମଳ ହେଉ ।
ସେଥିପାଇଁ କମ୍ କଥା କୁହ, ଏବଂ ମିଠା କଥା କୁହ । ସମ୍ମାନଜନକ କଥା ହିଁ କୁହ ।ଏବେ ପର୍ଯ୍ୟନ୍ତ
ସାଧାରଣ କଥାବାର୍ତ୍ତା ଅଧିକ କରୁଛ କିନ୍ତୁ ଏବେ ଅଲୌକିକ ଭାଷା ଏବଂ ଫରିସ୍ତାମାନଙ୍କ ଭଳି ଭାଷା
କୁହ । ତୁମର ପ୍ରତ୍ୟେକ କଥା ମଧୁରତା ସମ୍ପନ୍ନ ହେଉ । ଏବେ ଏହି କଥା ଉପରେ ବିଶେଷ ଧ୍ୟାନ ଦିଅ
ତେବେ ଯାଇ ପ୍ରତ୍ୟକ୍ଷତା ହେବ ।