23.03.25    Avyakt Bapdada     Odia Murli    02.11.2004     Om Shanti     Madhuban


“ସ୍ୱ ଉପକାରୀ ହୋଇ ଅପକାରୀର ମଧ୍ୟ ଉପକାର କର, ସର୍ବଶକ୍ତି, ସର୍ବଗୁଣ ସମ୍ପନ୍ନ ସମ୍ମାନଦାତା ହୁଅ”


ଆଜି ସ୍ନେହର ସାଗର ନିଜର ଚାରିଆଡର ସ୍ନେହୀ ପିଲାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି । ଚାହେଁ ସାକାର ରୂପରେ ସମ୍ମୁଖରେ ବସିଛନ୍ତି, ଚାହେଁ ସ୍ଥୂଳ ରୂପରେ ଦୂରରେ ଅଛନ୍ତି କିନ୍ତୁ ସ୍ନେହ ସମସ୍ତଙ୍କୁ ବାବାଙ୍କ ପାଖରେ ବସିଥିବାର ଅନୁଭବ କରାଉଛି । ପ୍ରତ୍ୟେକ ସନ୍ତାନକୁ ସ୍ନେହ ହିଁ ବାବାଙ୍କୁ ସମ୍ମୁଖରେ ଥିବାର ଅନୁଭବ କରାଉଛି । ତୁମେମାନେ ମଧ୍ୟ ବାବାଙ୍କର ସ୍ନେହରେ ଆସି ସମ୍ମୁଖରେ ପହଞ୍ଚି ଯାଇଛ । ବାପଦାଦା ଦେଖୁଛନ୍ତି ଯେ ପ୍ରତ୍ୟେକ ସନ୍ତାନର ହୃଦୟରେ ବାପଦାଦାଙ୍କ ପ୍ରତି ସ୍ନେହ ସମାହିତ ଅଟେ । ସମସ୍ତଙ୍କ ଦିଲ୍‌ରେ “ମେରା ବାବା” - ଏହି ସ୍ନେହର ଗୀତ ବାଜୁଛି । ସ୍ନେହ ହିଁ ଦେହ ଏବଂ ଦେହର ସମ୍ବନ୍ଧଠାରୁ ଅଲଗା କରିଦେଉଛି । ସ୍ନେହ ହିଁ ମାୟାଜିତ୍ କରିଦେଉଛି । ଯେଉଁଠାରେ ଦିଲ୍‌ର ସ୍ନେହ ରହିଛି ସେଠାରେ ମାୟା ଦୂରରୁ ହିଁ ପଳାଇଯାଉଛି । ତେଣୁ ସ୍ନେହର ବିଷୟରେ ସବୁ ପିଲା ପାସ୍ ଅଟନ୍ତି । ଗୋଟିଏ ହେଲା ସ୍ନେହ, ଦ୍ୱିତୀୟଟି ହେଲା ସର୍ବଶକ୍ତିମାନ ବାବାଙ୍କ ଦ୍ୱାରା ସର୍ବ ଶକ୍ତି ରୂପୀ ସମ୍ପତ୍ତି ।

ତେବେ ଆଜି ବାପଦାଦା ଗୋଟିଏ ପଟେ ତ ସ୍ନେହକୁ ଦେଖୁଛନ୍ତି, ଅନ୍ୟ ପଟେ ଶକ୍ତି ସେନାର ଶକ୍ତିଗୁଡିକୁ ମଧ୍ୟ ଦେଖୁଛନ୍ତି । ତେବେ ଯେତିକି ସ୍ନେହ ସମାହିତ ଅଟେ, ସେତିକି ସର୍ବଶକ୍ତି ଗୁଡିକ ସମାହିତ ଅଟେ ତ? ବାପଦାଦା ସବୁ ପିଲାଙ୍କୁ ଏକାଭଳି ସର୍ବଶକ୍ତିଗୁଡିକୁ ଦେଇଛନ୍ତି ଏବଂ ମାଷ୍ଟର ସର୍ବଶକ୍ତିମାନ କରିଛନ୍ତି । କାହାକୁ ସର୍ବଶକ୍ତିବାନ, କାହାକୁ ଶକ୍ତିବାନ କରି ନାହାଁନ୍ତି । ତୁମେମାନେ ମଧ୍ୟ ନିଜର ସ୍ୱମାନ ମାଷ୍ଟର ସର୍ବଶକ୍ତିବାନ ବୋଲି କହୁଛ । ତେଣୁ ବାପଦାଦା ଚାରିଆଡର ପିଲାମାନଙ୍କୁ ପଚାରୁଛନ୍ତି ଯେ, ସମସ୍ତେ ନିଜ ଭିତରେ ସର୍ବ ଶକ୍ତିଗୁଡିକୁ ଅନୁଭବ କରୁଛ ତ? ସର୍ବ ଶକ୍ତି ଗୁଡିକ ଉପରେ ସର୍ବଦା ଅଧିକାର ରହିଛି ତ? ତେବେ ସର୍ବଶକ୍ତିଗୁଡିକ ବାପଦାଦାଙ୍କର ସମ୍ପତ୍ତି ଅଟେ । ତେଣୁ ନିଜର ସମ୍ପତ୍ତି ଉପରେ ଅଧିକାର ଅଛି ତ? କ’ଣ କହୁଛ ଅଧିକାର ଅଛି ତ? ଟୀଚରମାନେ କୁହ - ଅଧିକାର ଅଛି ତ? ଭାବିଚିନ୍ତି କୁହ । କ’ଣ ପାଣ୍ଡବ ମାନଙ୍କର ଅଧିକାର ଅଛି ତ? ସର୍ବଦା ରହିଛି ନା କେବେ କେବେ ରହୁଛି? ଯେଉଁ ସମୟରେ ଯେଉଁ ଶକ୍ତିର ଆବଶ୍ୟକତା ପଡୁଛି, ତୁମ ଶକ୍ତି ସେନାର ଆଦେଶ ଅନୁସାରେ ସେହି ଶକ୍ତି ହାଜର ହୋଇଯାଉଛି ତ? ସମୟ ଅନୁସାରେ ଜୀ ହଜୁର କହି ହାଜର ହେଉଛି ତ? ଚିନ୍ତା କର, ଦେଖ, ଅଧିକାରୀ ଆଦେଶ ଦେବ ଏବଂ ଶକ୍ତିଗୁଡିକ ଜୀ ହଜୁର କହି ହାଜର ହେଉଥିବେ, ଯେଉଁ ଶକ୍ତିକୁ ଆହ୍ୱାନ କର, ଯେପରି ସମୟ, ଯେପରି ପରିସ୍ଥିତି ସେହିଭଳି ଶକ୍ତିଗୁଡିକୁ କାର୍ଯ୍ୟରେ ଲଗାଇ ପାରୁଥିବ, ଏହିଭଳି ଅଧିକାରୀ ଆତ୍ମା ଅଟ ତ? କାହିଁକି ନା ବାବା ତୁମମାନଙ୍କୁ ସମ୍ପତ୍ତି ଦେଇଛନ୍ତି ଯାହାକୁ ତୁମେମାନେ ନିଜର କରିନେଇଛ । କ’ଣ ନିଜର କରିନେଇଛ ନା! ତେବେ ନିଜର ବସ୍ତୁ ଉପରେ ହିଁ ଅଧିକାର ରହିଥାଏ । ଯେଉଁ ସମୟରେ ଯେଉଁ ବିଧି ଅନୁସାରେ ଆବଶ୍ୟକତା ଥିବ ସେହି ସମୟରେ କାର୍ଯ୍ୟରେ ଲାଗିଯାଉଥିବ । ଧରିନିଅ ସମାହିତ କରିବାର ଶକ୍ତିର ଆବଶ୍ୟକତା ଅଛି ଏବଂ ତୁମେ ତାକୁ ଆଦେଶ ଦେଉଛ ତେବେ ସେ ତୁମର ଆଦେଶକୁ ପାଳନ କରି ଜୀ ହାଜୀର ହୋଇଯାଉଛି ତ? ଯଦି ହେଉଛି ତେବେ ମୁଣ୍ଡ ହଲାଅ, ହାତ ହଲାଅ । କେବେ କେବେ ହାଜର ହେଉଛି, ନା ସବୁବେଳେ ହାଜର ହେଉଛି? ତେବେ ସମାହିତ କରିବାର ଶକ୍ତି ଯଦିଓ ହାଜର ହେଉଛି, କିନ୍ତୁ ୧୦ ଥର ସମାହିତ କରି ନେବା ପରେ ୧୧ ଥରକୁ ଟିକିଏ ତଳ ଉପର ହେଉ ନାହିଁ ତ? ତେଣୁ ସବୁବେଳେ ଏବଂ ସହଜରେ ହାଜର ହୋଇଯାଉଥିବ, ସମୟ ବିତିଯିବା ପରେ ହାଜର ହେଉ ନ ଥିବ । ମୁଁ କରିବାକୁ ଚାହୁଁ ନ ଥିଲି ଯେ କିନ୍ତୁ ହୋଇଗଲା - ସେଭଳି ହେଉ ନ ଥିବ, ତେବେ କୁହାଯିବ ସର୍ବଶକ୍ତିର ଅଧିକାରୀ । ତେବେ ଏହିଭଳି ଅଧିକାର ବାପଦାଦା ତ ସମସ୍ତଙ୍କୁ ଦେଇଛନ୍ତି କିନ୍ତୁ ଦେଖିବାକୁ ମିଳୁଛି ଯେ ସର୍ବଦା ଅଧିକାରୀ ହୋଇ ରହିବାରେ ପିଲାମାନେ କ୍ରମାନ୍ୱୟରେ ଆସିଯାଉଛନ୍ତି । ତେବେ ସର୍ବଦା ହେଉଥିବ ଏବଂ ସହଜ ହେଉଥିବ, ସ୍ୱାଭାବିକ ହୋଇଥିବ ଏବଂ ସ୍ୱଭାବରେ ପରିଣତ ହୋଇଯାଇଥିବ, ଏହାର ବିଧି ହେଲା - ଯେପରି ବାବାଙ୍କୁ ହଜୁର ମଧ୍ୟ କୁହାଯାଉଛି, କହୁଛନ୍ତି ହଜୁର ହାଜୀର ଅଟନ୍ତି । ହାଜୀର ହଜୁର ମଧ୍ୟ କହିଥାଆନ୍ତି, ତେଣୁ ଯେଉଁ ସନ୍ତାନ ହଜୁର ବାବାଙ୍କର ପ୍ରତ୍ୟେକ ଶ୍ରୀମତ ଅନୁସାରେ ହାଜୀର ହଜୁର କରିଚାଲିଥାଏ ତା ନିକଟରେ ସର୍ବଶକ୍ତିଗୁଡିକ ମଧ୍ୟ ହଜୁର ହାଜୀର କରିଥାଆନ୍ତି । ପ୍ରତ୍ୟେକ ଆଜ୍ଞାରେ ଜୀ ହାଜୀର, ପ୍ରତି ପାଦରେ ଜୀ ହାଜୀର । ଯଦି ପ୍ରତ୍ୟେକ ଶ୍ରୀମତରେ ଜୀ ହାଜୀର ନୁହେଁ ତେବେ ପ୍ରତ୍ୟେକ ଶକ୍ତି ମଧ୍ୟ ସବୁ ସମୟରେ ହାଜୀର ହଜୁର କରିପାରିବେ ନାହିଁ । ଯଦି କେବେ କେବେ ବାବାଙ୍କର ଶ୍ରୀମତ ବା ଆଜ୍ଞାର ପାଳନ କରୁଛ ତେବେ ଶକ୍ତିଗୁଡିକ ମଧ୍ୟ କେବେ କେବେ ତୁମ ନିକଟରେ ହାଜୀର ହେବାର ଆଦେଶ ପାଳନ କରିବେ । ସେହି ସମୟରେ ତୁମେ ଅଧିକାରୀ ପରିବର୍ତ୍ତେ ଅଧୀନ ହୋଇଯାଇଥାଅ । ତେଣୁ ବାପଦାଦା ଏହି ଫଳାଫଳ ଚେକ୍ କରି କ’ଣ ଦେଖିଲେ? ପିଲାମାନେ କ୍ରମାନ୍ୱୟ ଅନୁସାରେ ଅଛନ୍ତି । ସମସ୍ତେ ନମ୍ବରୱାନ ନୁହଁନ୍ତି, ନମ୍ବରୱାର ଅର୍ଥାତ୍ କ୍ରମ ଅନୁସାରେ ଅଛନ୍ତି ଏବଂ ସଦା ସହଜ ମଧ୍ୟ ନୁହେଁ । କେବେ କେବେ ସହଜ ହୋଇଯାଉଛି, ଆଉ କେବେ କେବେ ଟିକିଏ ମୁଶକିଲ୍‌ରେ ଶକ୍ତିଗୁଡିକ ଆସି ହାଜିର ହେଉଛନ୍ତି ।

ତେବେ ବାପଦାଦା ପ୍ରତ୍ୟେକ ସନ୍ତାନକୁ ବାପ୍ ସମାନ ଅର୍ଥାତ୍ ନିଜ ସମାନ ଦେଖିବାକୁ ଚାହୁଁଛନ୍ତି । କ୍ରମାନ୍ୱୟ ଅନୁସାରେ ଦେଖିବାକୁ ଚାହୁଁ ନାହାଁନ୍ତି ଏବଂ ତୁମମାନଙ୍କର ଲକ୍ଷ୍ୟ ମଧ୍ୟ ରହିଛି ବାବାଙ୍କ ସମାନ ହେବାର । କ’ଣ ସମାନ ହେବାର ଲକ୍ଷ୍ୟ ଅଛି, ନା କ୍ରମାନ୍ୱୟରେ ରହିବାର ଲକ୍ଷ୍ୟ ଅଛି? ଯଦି ପଚାରଯିବ ତେବେ ସମସ୍ତେ କହିବେ ମୋତେ ସମାନ ହେବାର ଅଛି । ତେଣୁ ଚେକ୍ କର - ପ୍ରଥମେ ସର୍ବଶକ୍ତିଗୁଡିକ ଅଛି ତ? ସର୍ବ ଉପରେ ବିଶେଷ ଗୁରୁତ୍ୱ ଦିଅ । ସର୍ବଗୁଣ ଅଛି ତ! ବାବାଙ୍କ ସମାନ ସ୍ଥିତି ଅଛି ତ? କେବେ ନିଜର ସ୍ଥିତି ଆଉ କେବେ ପରର ସ୍ଥିତି ଅର୍ଥାତ୍ ପରିସ୍ଥିତି ବିଜୟ ପ୍ରାପ୍ତ କରୁନାହିଁ ତ ଅର୍ଥାତ୍ ପରିସ୍ଥିତି ତୁମକୁ ହରାଇ ଦେଉ ନାହିଁ ତ? କେବେ କେବେ ପରିସ୍ଥିତି ଯଦି ବିଜୟ ପ୍ରାପ୍ତ କରିନେଉଛି ତେବେ ତା’ର କାରଣ ତ ଜାଣିଛ ନା? ଯଦି ସ୍ୱସ୍ଥିତି ଦୁର୍ବଳ ହୋଇଥିବ ତେବେ ପରିସ୍ଥିତି ଆକ୍ରମଣ କରିପାରିବ କିନ୍ତୁ ସର୍ବଦା ସ୍ୱସ୍ଥିତି ବିଜୟୀ ହେଉଥିବ, ତା’ର ଆଧାର ହେଲା - ସର୍ବଦା ସ୍ୱମାନ ଏବଂ ସମ୍ମାନର ସନ୍ତୁଳନ । ତେବେ ସ୍ୱମାନଧାରୀ ଆତ୍ମା ସର୍ବଦା ସ୍ୱତଃ ହିଁ ସମ୍ମାନ ଦେବାବାଲା ଦାତା ହୋଇଥାଆନ୍ତି । ବାସ୍ତବରେ କାହାକୁ ବି ସମ୍ମାନ ଦେବା ଅର୍ଥ ଦେବା ନୁହେଁ ନେବା ଅଟେ । ସମସ୍ତଙ୍କୁ ସମ୍ମାନ ଦେଉଥିବା ଆତ୍ମା ସମସ୍ତଙ୍କ ଦିଲ୍‌ରେ ସ୍ୱତଃ ହିଁ ମାନନୀୟ ହୋଇଯାଆନ୍ତି । ବ୍ରହ୍ମାବାବାଙ୍କୁ ତ ଦେଖିଛ । ଆଦିଦେବ ହୋଇଥିଲେ ମଧ୍ୟ, ସୃଷ୍ଟି ନାଟକର ପ୍ରଥମ ଆତ୍ମା ହୋଇଥିଲେ ମଧ୍ୟ ସର୍ବଦା ପିଲାମାନଙ୍କୁ ସମ୍ମାନ ଦେଉଥିଲେ । ନିଜଠାରୁ ମଧ୍ୟ ଅଧିକ ପିଲାମାନଙ୍କୁ ଅନ୍ୟ ଆତ୍ମାମାନଙ୍କଠାରୁ ସମ୍ମାନ ପ୍ରାପ୍ତ କରାଉଥିଲେ । ସେଥିପାଇଁ ପ୍ରତ୍ୟେକ ସନ୍ତାନର ହୃଦୟରେ ବ୍ରହ୍ମାବାବା ମାନନୀୟ ହୋଇଥିଲେ । ତେବେ ଏହା ସମ୍ମାନ ଦେବାବାଲା ନା ପାଇବା ହେଲା? କାରଣ କାହାକୁ ସମ୍ମାନ ଦେବା ଅର୍ଥ ଅନ୍ୟର ହୃଦୟରେ ହାର୍ଦ୍ଦିକ ସ୍ନେହର ମଞ୍ଜି ପୋତିଦେବା । ବିଶ୍ୱ ସମ୍ମୁଖରେ ମଧ୍ୟ ବିଶ୍ୱ କଲ୍ୟାଣକାରୀ ଆତ୍ମା ରୂପରେ ତୁମକୁ ସେତେବେଳେ ଅନୁଭବ କରିବେ ଯେତେବେଳେ ତୁମେ ଆତ୍ମାମାନଙ୍କୁ ସ୍ନେହର ସହିତ ସମ୍ମାନ ଦେବ ।

ତେବେ ବାପଦାଦା ବର୍ତ୍ତମାନ ସମୟରେ ପରସ୍ପରକୁ ସମ୍ମାନ ଦେବାର ଆବଶ୍ୟକତାକୁ ଅନୁଭବ କରିଲେ । ତେବେ ସମ୍ମାନ ଦେବାବାଲା ହିଁ ବିଧାତା ଆତ୍ମା ହୋଇଯାଆନ୍ତା । ସମ୍ମାନ ଦେବାବାଲା ହିଁ ବାପଦାଦାଙ୍କର ଶ୍ରୀମତ (ଶୁଭଭାବନା, ଶୁଭକାମନା)କୁ ମାନିବାବାଲା ଆଜ୍ଞାକାରୀ ସନ୍ତାନ ଅଟନ୍ତି । ତେବେ ଅନ୍ୟମାନଙ୍କୁ ସମ୍ମାନ ଦେବା ହିଁ ଈଶ୍ୱରୀୟ ପରିବାରର ହାର୍ଦ୍ଦିକ ସ୍ନେହ ଦେବା । ତେବେ ସମସ୍ତଙ୍କୁ ସମ୍ମାନ ଦେବାବାଲା ସ୍ୱମାନରେ ସହଜରେ ସ୍ଥିତ ହୋଇପାରିବ । କାହିଁକି ଜାଣିଛ? ସେ ଯେଉଁ ଆତ୍ମାମାନଙ୍କୁ ସମ୍ମାନ ଦେଇଥାଏ, ସେହି ଆତ୍ମାମାନଙ୍କ ଦ୍ୱାରା ତାଙ୍କୁ ଯେଉଁ ଆନ୍ତରିକ ଆଶୀର୍ବାଦ ମିଳିଥାଏ, ସେହି ଆଶୀର୍ବାଦ ଗୁଡିକର ଭଣ୍ଡାର ସହଜରେ ଏବଂ ସ୍ୱତଃ ଭାବରେ ସ୍ୱମାନକୁ ସ୍ମରଣ କରାଇଦେଇଥାଏ, ସେଥିପାଇଁ ବାପଦାଦା ଚାରିଆଡର ପିଲାମାନଙ୍କୁ ବିଶେଷ ଭାବରେ ଧ୍ୟାନ ଆକର୍ଷଣ କରାଉଛନ୍ତି - ସମ୍ମାନ ଦାତା ହୁଅ ।

ବାପଦାଦାଙ୍କ ପାଖକୁ ଯେଉଁ ସନ୍ତାନ ଯେମିତି ଅବସ୍ଥାରେ ଆସିଛି, ଦୁର୍ବଳ ଆତ୍ମା ମଧ୍ୟ ଆସିଛି, ସଂସ୍କାରର ବଶୀଭୂତ ହୋଇଥିବା ପିଲା ମଧ୍ୟ ଆସିଛି, ପାପର ବୋଝ ନେଇ ମଧ୍ୟ ଆସିଛି, କଡା ସଂସ୍କାରକୁ ନେଇ କରି ମଧ୍ୟ ଆସିଛି, ବାପଦାଦା ପ୍ରତ୍ୟେକ ସନ୍ତାନକୁ କେଉଁ ଦୃଷ୍ଟିରେ ଦେଖିଥିଲେ! ମୋର ସିକିଲଧା ଗେହ୍ଲା ସନ୍ତାନ ଅଟେ, ଈଶ୍ୱରୀୟ ପରିବାରର ସଦସ୍ୟ ଅଟେ । ତେବେ ବାପଦାଦା ସମସ୍ତଙ୍କୁ ସମ୍ମାନ ଦେଇଛନ୍ତି, ସେଥିପାଇଁ ତୁମେମାନେ ସ୍ୱମାନଧାରୀ ହୋଇଯାଇଛ । ତେଣୁ ଫଲୋ ଫାଦର କର । ଯଦି ସହଜରେ ସର୍ବଗୁଣ ସମ୍ପନ୍ନ ହେବାକୁ ଚାହୁଁଛ ତେବେ ସମ୍ମାନ ଦାତା ହୁଅ । ବୁଝିଲ ତ! ସହଜ ଅଟେ ନା! କ’ଣ ସହଜ ନା ମୁଶକିଲ? ଟୀଚରମାନେ କ’ଣ ଭାବୁଛ, ସହଜ ଅଟେ? କାହାକୁ ସମ୍ମାନ ଦେବା ସହଜ, କାହାକୁ କଷ୍ଟକର ଅଟେ, ନା ସମସ୍ତଙ୍କୁ ସମ୍ମାନ ଦେବା ସହଜ? ତୁମମାନଙ୍କର ଉପାଧି ହେଲା ସର୍ବଉପକାରୀ । ଅପକାର କରିବାବାଲାର ମଧ୍ୟ ଉପକାରୀ ଅଟ । ତେଣୁ ଚେକ୍ କର - ସର୍ବ ଉପକାରୀର ସ୍ମୃତି, ବୃତ୍ତି, ଦୃଷ୍ଟି ରହୁଛି ତ? ତେବେ ଅନ୍ୟର ଉପକାର କରିବା ଅର୍ଥ ନିଜର ଉପକାର କରିବା । ତେଣୁ କ’ଣ କରିବ? ସମ୍ମାନ ତ ଦେବାର ଅଛି ନା! ଅଲଗା ଅଲଗା କଥାରେ ଧାରଣା କରିବା ପାଇଁ ଯେଉଁ ମେହନତ କରିବାକୁ ପଡୁଛି ସେଥିରୁ ମଧ୍ୟ ମୁକ୍ତ ହୋଇଯିବ, କାହିଁକି ନା ବାପଦାଦା ଦେଖୁଛନ୍ତି ସମୟର ଗତି ତୀବ୍ର ହୋଇଚାଲିଛି । ସମୟ ତୁମକୁ ଅପେକ୍ଷା କରିଛି, ତେଣୁ ତୁମମାନଙ୍କୁ ସବୁ ବ୍ୟବସ୍ଥା କରିବା ପାଇଁ ହେବ । ସମୟର ଅପେକ୍ଷାକୁ ସମାପ୍ତ କରାଇବାକୁ ହେବ । ସେଥିପାଇଁ ବ୍ୟବସ୍ଥା କ’ଣ କରିବ, ଜାଣିଛ? ନିଜର ସମ୍ପୂର୍ଣ୍ଣତା ଏବଂ ସମ୍ପନ୍ନତାର ଗତିକୁ ତୀବ୍ର କରିବାକୁ ହେବ । କରୁଛୁ ନୁହେଁ । ଗତିକୁ ଚେକ୍ କର - ତୀବ୍ରଗତି ଅଛି ତ?

ବାକି ସ୍ନେହ ଆଧାରରେ ନୂଆ ନୂଆ ପିଲାମାନେ ମଧ୍ୟ ପହଞ୍ଚି ଯାଇଛନ୍ତି । ବାପଦାଦା ନୂଆ ନୂଆ ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି । ଯେଉଁମାନେ ପ୍ରଥମ ଥର ଆସିଛ ସେମାନେ ହାତ ଉଠାଅ । ବହୁତ ଅଛନ୍ତି, ବାବାଙ୍କର ଘର, ତୁମ ନିଜର ଘର, ଆସିଛ ଭଲ କରିଛ, ସେଥିପାଇଁ ଅଭିନନ୍ଦନ । ଆଚ୍ଛା!

ସେବାର ଟର୍ଣ୍ଣ (ପାଳୀ) କର୍ଣ୍ଣାଟକର :- କର୍ଣ୍ଣାଟକବାଲା ଉଠ । ସେବାର ସୁବର୍ଣ୍ଣ ସୁଯୋଗ ପାଇଛ ତେଣୁ ଅଭିନନ୍ଦନ । ଦେଖ ପ୍ରଥମ ପାଳି ସେବା ନେଇଛ ତେଣୁ ପ୍ରଥମ ସ୍ଥାନ ହୋଇ ରହିବ ନା! ପୁରୁଷାର୍ଥରେ, ବିଜୟୀ ହେବାରେ ସବୁଥିରେ ପ୍ରଥମ ନମ୍ବର ନେବାବାଲା ହୁଅ । ଦ୍ୱିତୀୟ ନମ୍ବର ନେବାର ନାହିଁ, ପ୍ରଥମ ନମ୍ବର । ସାହସ ଅଛି ତ! ଅଛି ସାହସ? ତେବେ ସାହସ ତୁମର ଏବଂ ହଜାର ଗୁଣା ସାହାଯ୍ୟ ବାବାଙ୍କର । ଭଲ ସୁଯୋଗ ନେଇଛ । ନିଜର ପୁଣ୍ୟର ଖାତା ବହୁତ ବହୁତ ଜମା କରିନେଲ । ଆଚ୍ଛା! କର୍ଣ୍ଣାଟକ ମେଗା ପ୍ରୋଗ୍ରାମ କରିଛି ତ? କରିନାହିଁ, କାହିଁକି କରିନାହିଁ? କର୍ଣ୍ଣାଟକକୁ ସବୁଥିରେ ପ୍ରଥମ ନମ୍ବର ନେବା ଦରକାର (ବାଙ୍ଗାଲୋରରେ କରିବୁ) ଆଚ୍ଛା, ଯେଉଁମାନେ ବି ବଡ ପ୍ରୋଗ୍ରାମ କରିଛ ସେମାନେ ଉଠ । ଏବେ ସୁଦ୍ଧା କେତେ ପ୍ରୋଗ୍ରାମ ହୋଇ ସାରିଲାଣି? ତେବେ ବାପଦାଦା ବଡ କାର୍ଯ୍ୟକ୍ରମ ପାଇଁ ବଡ ଅଭିନନ୍ଦନ ଦେଉଛନ୍ତି । ତେବେ ଜୋନ୍ ଗୁଡିକର ସଂଖ୍ୟା କେତେ ହେଲାଣି! ସବୁ ଜୋନ୍‌କୁ ତ ମୋଗା ପ୍ରୋଗ୍ରାମ କରିବା ଉଚିତ୍ କାହିଁକି ନା ତୁମ ସହରରେ ଆଉ କେହି ଉଲୁଗୁଣା ଦେବେ ନାହିଁ । ବଡ କାର୍ଯ୍ୟକ୍ରମରେ ତୁମେ ପ୍ରଚାର ପ୍ରସାର ମଧ୍ୟ ବଡ ଧରଣର କରୁଛ ନା, ଚାହେଁ ସମ୍ବାଦପତ୍ର ଦ୍ୱାରା ବା ଅନ୍ୟାନ୍ୟ ମିଡିଆ ଦ୍ୱାରା, ଚାହେଁ ପୋଷ୍ଟର, ହୋଡିଙ୍ଗ୍ ଆଦି ଭିନ୍ନ ଭିନ୍ନ ଉପାୟ ଆପଣାଉଛ ତେଣୁ ଉଲୁଗୁଣା କମ୍ ହୋଇଯାଉଛି । ବାପଦାଦାଙ୍କୁ ଏହି ସେବା ପସନ୍ଦ ଅଟେ କିନ୍ତୁ.... ଟିକିଏ କିନ୍ତୁ ରହିଯାଉଛି । ପ୍ରୋଗ୍ରାମ ତ ବଡ ବଡ କରୁଛ ସେଥିପାଇଁ ଅଭିନନ୍ଦନ କିନ୍ତୁ ପ୍ରତ୍ୟେକ ପ୍ରୋଗ୍ରାମରୁ ଅତି କମ୍‌ରେ ୧୦୮ର ମାଳା ତ ପ୍ରସ୍ତୁତ ହେବା ଦରକାର ନା ଅର୍ଥାତ୍ ୧୦୮ ଜଣ ତ ବାହାରିବା ଦରକାର, ତାହା କେଉଁଠି ହେଉଛି? ଅତି କମ୍‌ରେ ୧୦୮ ଅଧିକରୁ ଅଧିକ ୧୬ ହଜାର । ତେବେ ଏତେ ସବୁ ଶକ୍ତି ଲଗାଇଲେ, ଏତେ ସମ୍ପତ୍ତି ଅର୍ଥାତ୍ ଧନ ମଧ୍ୟ ଲଗାଇଲ, ତେଣୁ ତା’ର ଫଳ ସ୍ୱରୂପ ଅତି କମ୍‌ରେ ୧୦୮ ଜଣ ତ ବାହାରିବା ଦରକାର ନା । ସମସ୍ତଙ୍କର ଠିକଣା ତ ତୁମ ପାଖରେ ରହିବା ଦରକାର ନା । ତେବେ ସେହି ମେଗା ପ୍ରୋଗ୍ରାମକୁ ଯେଉଁମାନେ ସାଥୀରେ ଆଣିଛନ୍ତି ସେମାନଙ୍କ ପାଖରେ ତାଙ୍କ ମାନଙ୍କର ପରିଚୟ ତ ନିଶ୍ଚିତ ଅଛି, ତେଣୁ ସେମାନଙ୍କୁ ପୁନର୍ବାର ପାଖକୁ ଡାକିବା ଦରକାର । ଏମିତି ନୁହେଁ ଯେ ଆମେ ତ କରିଦେଲୁ । କିନ୍ତୁ ଯାହାବି କାର୍ଯ୍ୟ କରାଯାଉଛି ତା’ର ଫଳାଫଳ ତ ମିଳିବା ଦରକାର ନା । ତେଣୁ ସବୁ ବଡ ପ୍ରୋଗ୍ରାମ କରିବାବାଲାଙ୍କୁ ବାପଦାଦାଙ୍କୁ ଏହିଭଳି ଫଳାଫଳ ଦେବାକୁ ହେବ । ଚାହେଁ ଭିନ୍ନ ଭିନ୍ନ ସେଣ୍ଟରକୁ ଯାଅ, ବା ଯେଉଁ ସହରରେ ହୋଇଥିବ ସେଠାକୁ ଯାଅ କିନ୍ତୁ ଫଳାଫଳ ମିଳିବା ଦରକାର । ଠିକ୍ ଅଛି ନା, ହୋଇ ତ ପାରିବ ନା! ଯଦି ଟିକିଏ ଧ୍ୟାନ ଦେବ ତେବେ ବାହାରି ଆସିବେ, ୧୦୮ ତ କିଛି ବି ନୁହେଁ । କିନ୍ତୁ ବାପଦାଦା ଫଳାଫଳ ଦେଖିବାକୁ ଚାହୁଁଛନ୍ତି । ଅତି କମ୍‌ରେ ଷ୍ଟୁଡେଣ୍ଟ ତ ହୁଅନ୍ତୁ । ସହଯୋଗୀ ହେବାରେ ଆଗକୁ ତ ବଢନ୍ତୁ । ତେଣୁ କିଏ କିଏ କେତେ ଆତ୍ମାଙ୍କୁ ବାହାର କରୁଛନ୍ତି ତାହା ଏହି ସିଜିନ୍ ଭିତରେ ବାପଦାଦା ଦେଖିବାକୁ ଚାହୁଁଛନ୍ତି । ଠିକ୍ ଅଛି ନା? କ’ଣ ପାଣ୍ଡବମାନେ ଠିକ୍ କଥା ନା? ତେବେ ଦେଖିବା ନମ୍ବରୱାନ କିଏ ହେଉଛି? ଯେତିକି ବି ବାହାରନ୍ତୁ କିନ୍ତୁ ବାହାର କର ନିଶ୍ଚିତ । ଏଥିରେ କ’ଣ ହେଉଛି ନା କାର୍ଯ୍ୟକ୍ରମ ତ ହୋଇଯାଉଛି କିନ୍ତୁ ଆଗକୁ ଯେଉଁଭଳି ସମ୍ପର୍କ ରଖିବା କଥା ସେଥିପ୍ରତି ଧ୍ୟାନ କମ୍ ହୋଇଯାଉଛି ଆଉ ଷ୍ଟୁଡେଣ୍ଟ ବାହାର କରିବା ମଧ୍ୟ କୌଣସି ମୁଶକିଲ୍ କାମ ନୁହେଁ । ବାକି ବାପଦାଦା ପିଲାମାନଙ୍କର ସାହସକୁ ଦେଖି ଖୁସି ଅଛନ୍ତି । ବୁଝିଲ ତ! ଆଚ୍ଛା! ଆଚ୍ଛା - ଏବେ ସମସ୍ତେ ଗୋଟିଏ ସେକେଣ୍ଡ ଭିତରେ ଗୋଟିଏ ସେକେଣ୍ଡ ଗୋଟିଏ ମିନିଟ୍ ନୁହେଁ, ଗୋଟିଏ ସେକେଣ୍ଡ ଭିତରେ “ମୁଁ ଫରିସ୍ତା ଏବଂ ଦେବତା ଅଟେ” ଏହି ମାନସୀକ ବ୍ୟାୟାମ ଗୋଟିଏ ସେକେଣ୍ଡରେ ଅନୁଭବ କର । ଏହିଭଳି ଏକ ସେକେଣ୍ଡର ଡ୍ରିଲ୍ ସାରା ଦିନ ଭିତରେ ବାରମ୍ବାର କର । ଯେପରି ଶାରୀରିକ ଡ୍ରିଲ୍ ଶରୀରକୁ ଶକ୍ତିଶାଳୀ କରୁଛି ସେହିଭଳି ଏହି ମନର ଡ୍ରିଲ୍ ମନକୁ ଶକ୍ତିଶାଳୀ କରିଦେବ । ମୁଁ ଫରିସ୍ତା ଅଟେ, ଏହି ପୁରୁଣା ଦୁନିଆ, ପୁରୁଣା ଦେହ, ପୁରୁଣା ଦେହର ସଂସ୍କାରଠାରୁ ଅଲଗା ଫରିସ୍ତା ଆତ୍ମା ଅଟେ । ଆଚ୍ଛା!

ଚାରିଆଡର ଅତି ସ୍ନେହୀ, ସର୍ବଦା ସ୍ନେହର ସାଗରରେ ଲବଲୀନ ଆତ୍ମାମାନଙ୍କୁ, ସଦା ସର୍ବଶକ୍ତିର ଅଧିକାରୀ ଶ୍ରେଷ୍ଠ ଆତ୍ମାମାନଙ୍କୁ, ସଦା ବାବାଙ୍କ ସମାନ ହେଉଥିବା ବାବାଙ୍କର ପ୍ରିୟ ଆତ୍ମାମାନଙ୍କୁ, ସର୍ବଦା ସ୍ୱମାନରେ ରହୁଥିବା, ସମସ୍ତଙ୍କୁ ସମ୍ମାନ ଦେଉଥିବା ଏବଂ ସମସ୍ତଙ୍କର ମାନନୀୟ ହେଉଥିବା ଆତ୍ମାମାନଙ୍କୁ, ସଦା ସର୍ବ ଉପକାରୀ ଆତ୍ମାମାନଙ୍କୁ ବାପଦାଦାଙ୍କର ହାର୍ଦ୍ଦିକ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ହାର୍ଦ୍ଦିକ ଆଶୀର୍ବାଦ ସ୍ୱୀକାର ହେଉ ଏବଂ ଏହା ସହିତ ବିଶ୍ୱର ମାଲିକ ଆତ୍ମାମାନଙ୍କୁ ନମସ୍ତେ ।

ଦାଦୀଜୀଙ୍କ ସହିତ:- ସମ୍ମାନ ଦେବାରେ ନମ୍ବରୱାନ ପାସ୍ ଅଟ । ବହୁତ ଭଲ ଲାଗୁଛି ସବୁ ଦାଦୀମାନଙ୍କ ଉପସ୍ଥିତିରେ ମଧୁବନର ଶୋଭା ବଢିଯାଉଛି । (ସଭା ଆଡକୁ ଦେଖି) ଏମାନଙ୍କୁ ଦାଦୀମାନଙ୍କର ଉପସ୍ଥିତିର ଶୋଭା ଭଲ ଲାଗୁଛି । ଯେପରି ଦାଦୀମାନଙ୍କର ଉପସ୍ଥିତି ଦ୍ୱାରା ମଧୁବନ ଶୋଭାୟମାନ ହୋଇଯାଉଛି, ସେହିପରି ତୁମେମାନେ ଯଦିଓ ଦାଦି ନୁହେଁ କିନ୍ତୁ ଦୀଦୀମାନେ ଏବଂ ଦାଦାମାନେ ତ ଅଟ ନା । ତେଣୁ ସବୁ ଦୀଦୀମାନଙ୍କୁ ଏବଂ ସବୁ ଦାଦାମାନଙ୍କୁ, ଏହି କଥା ଭାବିବାର ଅଛି ଏବଂ କରିବାର ଅଛି ମଧ୍ୟ, ଯେଉଁଠି ବି ରହୁଛ ସେହି ସ୍ଥାନର ଶୋଭା ବୃଦ୍ଧି ହୋଇଯାଉ । ଯେପରି ଦାଦିମାନଙ୍କ ଦ୍ୱାରା ଶୋଭା ବୃଦ୍ଧି ହୋଇଯାଉଛି, ସେହିପରି ସବୁ ସ୍ଥାନରେ ଶୋଭାବର୍ଦ୍ଧନ ହେଉ, କାହିଁକି ନା ଦାଦୀମାନଙ୍କ ପଛକୁ ତୁମେ ଦୀଦୀମାନେ ତ ଅଛ ନା, ତୁମେମାନେ ମଧ୍ୟ କିଛି କମ୍ ନୁହେଁ । ତେଣୁ ଦାଦୀମାନେ ମଧ୍ୟ ଅଛନ୍ତି ଏବଂ ଦାଦାମାନେ ମଧ୍ୟ ଅଛନ୍ତି, ତେଣୁ କୌଣସି ବି ସେଣ୍ଟରରେ ନିରୁସତା ରହିବା ଉଚିତ୍ ନୁହେଁ । ଶୋଭନୀୟ ହେବା ଉଚିତ୍ । ତୁମେ ସମସ୍ତେ ବିଶ୍ୱରେ ଶୋଭାବର୍ଦ୍ଧନକାରୀ ଆତ୍ମା ଅଟ । ତେଣୁ ଯେଉଁ ସ୍ଥାନରେ ବି ରହୁଛ ତାହା ଆକର୍ଷଣୀୟ ସ୍ଥାନ ଦେଖାଯାଉ । ଠିକ୍ କଥା ନା! କାହିଁକି ନା ଦୁନିଆରେ ବିନାଶୀ ସୌନ୍ଦର୍ଯ୍ୟ ବହୁତ ରହିଛି କିନ୍ତୁ ତୁମ ଜଣ ଜଣଙ୍କ ଦ୍ୱାରା ଅବିନାଶୀ ଶୋଭା ବା ସୌନ୍ଦର୍ଯ୍ୟର ବୃଦ୍ଧି ହେଉଛି । ଯଦି ନିଜେ ସର୍ବଦା ଖୁସିର, ଶାନ୍ତିର ଅବିନାଶୀ ସୁଖର ସୌନ୍ଦର୍ଯ୍ୟରେ ସୁଶୋଭିତ ହୋଇ ରହିବ ତେବେ ତୁମର ସ୍ଥାନ ମଧ୍ୟ ଶୋଭାୟମାନ ହୋଇଯିବ କାହିଁକି ନା ସ୍ଥିତି ଆଧାରରେ ସ୍ଥାନରେ ମଧ୍ୟ ଶ୍ରେଷ୍ଠ ବାୟୁମଣ୍ଡଳ ସୃଷ୍ଟି ହୋଇଥାଏ । ତେଣୁ ସମସ୍ତଙ୍କୁ ଏହି କଥା ଚେକ୍ କରିବାର ଅଛି ଯେ ମୁଁ ଯେଉଁଠି ରହୁଛି ସେଠାରେ ସୌନ୍ଦର୍ଯ୍ୟ ଅଛି ତ? ଉଦାସୀ ନାହିଁ ତ? ସମସ୍ତେ ଖୁସିରେ ନାଚୁଛନ୍ତି ତ? କ’ଣ ଏହା ଠିକ୍ କଥା ନା? ତୁମେ ଦୀଦୀମାନଙ୍କର ତ କାମ ହିଁ ଏହା ଅଟେ, ଦାଦାମାନଙ୍କର ତ କାମ ହିଁ ଏହା ଅଟେ, ତେଣୁ ଦୀଦୀ ଏବଂ ଦାଦାମାନଙ୍କୁ ଅନୁକରଣ କର । ଆଚ୍ଛା!

ସବୁଆଡର ଯେଉଁ ସବୁ ସ୍ନେହୀ ପିଲାମାନେ ବାପଦାଦାଙ୍କୁ ଦିଲ୍‌ର ସହିତ ମନେ ପକାଉଛନ୍ତି ବା ପତ୍ର ଦ୍ୱାରା ଇମେଲ୍ ଦ୍ୱାରା ଶୁଭେଚ୍ଛାବାର୍ତ୍ତା ପଠାଇଛନ୍ତି ସେହି ପିଲାମାନଙ୍କୁ ବାପଦାଦା ଦୂରରେ ଦେଖୁ ନାହାଁନ୍ତି ବରଂ ହୃଦୟ ସିଂହାସନ ଉପରେ ବସିଥିବାର ଦେଖୁଛନ୍ତି । ସବୁଠାରୁ ନିକଟ ସ୍ଥାନ ଦିଲ୍ ଅର୍ଥାତ୍ ହୃଦୟ ଅଟେ ନା!

ତେଣୁ ବାପଦାଦା ଦିଲ୍‌ର ସହିତ ଶୁଭେଚ୍ଛା ପଠାଇଥିବା ପିଲାମାନଙ୍କୁ ଆଉ କୌଣସି ଶୁଭେଚ୍ଛାବାର୍ତ୍ତା ପଠାଉ ନାହାଁନ୍ତି କାରଣ ସେମାନେ ତ ବାବାଙ୍କ ସ୍ମୃତିରେ ହିଁ ଅଛନ୍ତି ଏବଂ ସେମାନଙ୍କୁ ବାବା ନିଜର ହୃଦୟ ସିଂହାସନର ଅଧିକାରୀ ରୂପରେ ଦେଖୁଛନ୍ତି ଏବଂ ଏହି ବରଦାନ ପ୍ରତ୍ୟୁତ୍ତର ରୂପରେ ଦେଉଛନ୍ତି - ଦୂରରେ ରହି ମଧ୍ୟ ନମ୍ବରୱାନ ତୀବ୍ର ପୁରୁଷାର୍ଥୀ ଭବ ।

ବରଦାନ:-
ଅବହେଳାପଣିଆର ନିଦ୍ରାକୁ ଛାଡପତ୍ର ଦେଉଥିବା ନିଦ୍ରାଜିତ୍‌, ଚକ୍ରବର୍ତ୍ତୀ ଭବ ।

ସାକ୍ଷାତ୍‌କାର ମୂରତ ହୋଇ ଭକ୍ତମାନଙ୍କୁ ସାକ୍ଷାତ୍‌କାର କରାଇବା ପାଇଁ ଅଥବା ଚକ୍ରବର୍ତ୍ତୀ ହେବା ପାଇଁ ନିଦ୍ରାଜିତ ହୁଅ । ଯେତେବେଳେ ଭୁଲିଯାଉଛ ଯେ ଏହା ବିନାଶ କାଳ ଅଟେ ସେତେବେଳେ ଅବହେଳା ପଣିଆର ନିଦ ଆସିଯାଉଛି । ତେଣୁ ଭକ୍ତମାନଙ୍କର ଡାକରା ଶୁଣ, ଦୁଃଖୀ ଆତ୍ମାମାନଙ୍କର ଦୁଃଖର ଚିତ୍କାର ଶୁଣ, ତୃଷାର୍ତ୍ତ ଆତ୍ମାମାନଙ୍କର ପ୍ରାର୍ଥନାର ଶବ୍ଦ ଶୁଣ - ତା’ ହେଲେ କେବେ ବି ଅବହେଳା ପଣିଆର ନିଦ ଆସିବ ନାହିଁ । ତେଣୁ ଏବେ ସର୍ବଦା ଜାଗ୍ରତ ଜ୍ୟୋତି ହୋଇ ଅବହେଳା ପଣିଆର ନିଦ୍ରାକୁ ଛାଡପତ୍ର ଦିଅ ଏବଂ ସାକ୍ଷାତ୍‌କାର ମୂରତ ହୁଅ ।

ସ୍ଲୋଗାନ:-
ଶରୀର ଅର୍ଥାତ୍ ତନ-ମନ-ଧନ ଏବଂ ମନ-ବାଣୀ-କର୍ମ ଯେଉଁଥିରେ ବି ବାବାଙ୍କର କର୍ତ୍ତବ୍ୟରେ ସହଯୋଗୀ ହେଲେ ଆପେ ଆପେ ସହଜଯୋଗୀ ହୋଇଯିବ ।

ଅବ୍ୟକ୍ତ ଈଶାରା:- ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ (୨୩) ଯେପରି ବାବାଙ୍କୁ “ଗଡ୍ ଇଜ୍ ଟ୍ରୁଥ’’ କହିଥାଆନ୍ତି, ତେଣୁ ସତ୍ୟତା ହିଁ ବାବାଙ୍କୁ ପ୍ରିୟ ଅଟେ । ଗାୟନ ମଧ୍ୟ ରହିଛି ସଚ୍ଚେ ଦିଲ୍ ପର ସାହେବ ରାଜୀ ଅର୍ଥାତ୍ ସଚ୍ଚା ହୃଦୟବାନ ଆତ୍ମାମାନଙ୍କର ଉପରେ ସାହେବ ଅର୍ଥାତ୍ ବାବା ଖୁସି ଥାଆନ୍ତି । ତେଣୁ ହୃଦୟ ସିଂହାସନ ଅଧିକାରୀ ଯୋଗ୍ୟ ସେବାଧାରୀ ପିଲାମାନଙ୍କର ସମ୍ବନ୍ଧ-ସମ୍ପର୍କରେ, ସଂକଳ୍ପ ଏବଂ ବାଣୀରେ ସତ୍ୟତା ଏବଂ ସ୍ୱଚ୍ଛତା ଦେଖାଯାଉଥିବ ଏବଂ ସେମାନଙ୍କର ପ୍ରତ୍ୟେକ ସଂକଳ୍ପ ପ୍ରତ୍ୟେକ ବାଣୀ ସତ୍ୟ ହୋଇଥିବ ।