23.05.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ରାବଣ
ତୁମକୁ ବହୁତ କଷ୍ଟ ଦେଇଛି, ଏବେ ତୁମର କଷ୍ଟକୁ ଦୂର କରିବା ପାଇଁ ଭକ୍ତମାନଙ୍କର ରକ୍ଷକ ଭଗବାନ
ଆସିଛନ୍ତି” ।
ପ୍ରଶ୍ନ:-
ସୁପୁତ୍ର
ସନ୍ତାନମାନଙ୍କର ମୁଖ୍ୟ ଦୁଇଟି ଲକ୍ଷଣ ଶୁଣାଅ?
ଉତ୍ତର:-
ସୁସନ୍ତାନମାନେ ସର୍ବଦା ମାତା-ପିତା ଅର୍ଥାତ୍ ବ୍ରହ୍ମା-ସରସ୍ୱତୀଙ୍କୁ ଅନୁସରଣ କରି ସିଂହାସନର
ଅଧିକାରୀ ହେବେ । ପୁରୁଷାର୍ଥରେ ଲାଗି ପଡିବେ । (୨) ସେମାନଙ୍କର ପିତାଙ୍କ ପ୍ରତି ସଚ୍ଚା ସ୍ନେହ
ଥିବ । ସଚ୍ଚା ସ୍ନେହ ଥିବା ପିଲାମାନେ ସର୍ବଦା ଶ୍ରୀମତରେ ଚାଲିବେ । ଯଦି ଭିତରେ ସତ୍ୟତା ନାହିଁ,
ତେବେ ବାବାଙ୍କ ସ୍ମୃତିରେ ରହି ପାରିବେ ନାହିଁ ।
ଗୀତ:-
ଭୋଳାନାଥ ସେ
ନିରାଲା ....
ଓମ୍ ଶାନ୍ତି ।
ମଧୁର ସନ୍ତାନମାନେ ଏହି ଭକ୍ତି ମାର୍ଗର ଗୀତ ଶୁଣିଲେ । ଭକ୍ତ ଏହି ଗୀତର ଅର୍ଥକୁ ଜାଣନ୍ତି ନାହିଁ
। ତୁମେ ଭଗବାନଙ୍କ ସନ୍ତାନ ହୋଇଛ । ଭଗବାନ ଭକ୍ତମାନଙ୍କର ରକ୍ଷକ ଅଟନ୍ତି । ତୁମେ ମଧ୍ୟ
ଭକ୍ତମାନଙ୍କର ରକ୍ଷକ ଅଟ । ଭକ୍ତମାନଙ୍କର ରକ୍ଷା କରୁଛ । କେଉଁ ବିପତ୍ତି ପଡିଛି, ଯାହା ଦ୍ୱାରା
ଭକ୍ତ ରକ୍ଷା ପାଇବା ପାଇଁ ଭଗବାନଙ୍କୁ ଡାକୁଛନ୍ତି? ଭକ୍ତମାନଙ୍କୁ ରାବଣ ବହୁତ ଦୁଃଖ ଦେଉଛି ।
ରାବଣ ସମ୍ପ୍ରଦାୟ ଦୁଃଖରେ ପୀଡିତ ହୋଇଛନ୍ତି । ତେଣୁ ଭୋଳାନାଥଙ୍କୁ ମନେପକାଉଛନ୍ତି । ସିଏ
ହେଉଛନ୍ତି ରାବଣ ସମ୍ପ୍ରଦାୟ, ଇଏ ହେଉଛନ୍ତି ରାମ ସମ୍ପ୍ରଦାୟ । ଭକ୍ତମାନଙ୍କୁ ଏହା ଜଣା ହିଁ ନାହିଁ
ଯେ ଆମର ରକ୍ଷକ କିଏ? ଯଦିଓ ଗାୟନ କରିଥା’ନ୍ତି, ଭୋଳାନାଥ ରକ୍ଷକ ଅଟନ୍ତି । କିନ୍ତୁ କିପରି ରକ୍ଷା
କରନ୍ତି, ଏହା ଜାଣନ୍ତି ନାହିଁ । ତୁମେ ପିଲାମାନେ ଏବେ ଜାଣୁଛ ଯେ ଭୋଳାନାଥ ଶିବବାବା ହିଁ ବିଗିଡି
ଯାଇଥିବା କଥାକୁ ଠିକ୍ କରୁଛନ୍ତି । ଦୁନିଆକୁ ତ ଏହା ଜଣା ନାହିଁ ଯେ ଭଗବାନ କାହାକୁ କୁହାଯାଏ ।
ଯଦି ଭଗବାନଙ୍କ ପରିଚୟ ଥା’ନ୍ତା, ତେବେ ତାଙ୍କର ରଚନାର ଆଦି-ମଧ୍ୟ-ଅନ୍ତକୁ ମଧ୍ୟ ଜାଣି ଥା’ନ୍ତେ
। ନା ଭଗବାନଙ୍କୁ ଜାଣିଛନ୍ତି, ନା ରଚନାର ପରିଚୟ ଅଛି । ତେଣୁ ଏହିପରି ମନୁଷ୍ୟ ସମ୍ପ୍ରଦାୟକୁ
ଅନ୍ଧ କୁହାଯାଏ । ଅନ୍ୟ ପଟରେ ତୁମେ ଅଛ, ଯାହାଙ୍କୁ ଦିବ୍ୟ ଦୃଷ୍ଟି ମିଳିଛି । ତୁମର ନାମ ହେଉଛି
ବ୍ରହ୍ମାକୁମାର-କୁମାରୀ । ବୋର୍ଡ ଉପରେ ମଧ୍ୟ ନାମ ଲେଖା ହୋଇଛି - ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ
ବିଦ୍ୟାଳୟ । କେବଳ ବ୍ରହ୍ମାକୁମାରୀ ହୋଇ ପାରିବେ ନାହିଁ । ପ୍ରଜାପିତା ବ୍ରହ୍ମା ଅଛନ୍ତି ନା ।
ପିତାଙ୍କ ପାଖରେ ପୁଅ ଏବଂ ଝିଅ ଉଭୟ ଥାଆନ୍ତି । ପ୍ରଜାପିତା ବ୍ରହ୍ମାଙ୍କର ହିଁ ଏତେ ଢେର ସନ୍ତାନ
ହୋଇ ପାରିବେ । ତେବେ ବୁଝିବା ଦରକାର, ଇଏ ବେହଦର ପିତା ଅଟନ୍ତି । ଏହା ମଧ୍ୟ ଜାଣିଛନ୍ତି,
ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କ ରଚୟିତା ବାବା ହିଁ ଅଟନ୍ତି, ଯାହାଙ୍କୁ ନିରାକାର କୁହାଯାଏ । ଇଏ
ବେହଦର ପିତା ହୋଇଗଲେ । ଏହା ମଧ୍ୟ ଜାଣିଛ, ପରମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ରଚନା
କରୁଛନ୍ତି । ସମସ୍ତ ରଚନା ଏହାଙ୍କର, ସବୁ ମନୁଷ୍ୟ ବାସ୍ତବରେ ଶିବବଂଶୀ ଅଟନ୍ତି । ଏବେ ତୁମେ
ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହୋଇଛ । ଏହା ହେଉଛି ନୂଆ ରଚନା । ପରମପିତା ପରମାତ୍ମା
ବ୍ରହ୍ମାଙ୍କ ଦ୍ୱାରା ରଚନା କରୁଛନ୍ତି, ତେଣୁ ତୁମକୁ ବ୍ରହ୍ମାକୁମାର-ବ୍ରହ୍ମାକୁମାରୀ କୁହାଯାଉଛି
। ଏତେ ବେହଦର ସନ୍ତାନ ଅଛନ୍ତି, ତେବେ ନିଶ୍ଚୟ ବେହଦର ସମ୍ପତ୍ତି ନେଉଥିବେ । ସନ୍ତାନମାନେ
ଜାଣିଛନ୍ତି, ଆମ ବ୍ରହ୍ମାକୁମାର-କୁମାରୀମାନଙ୍କୁ ଶିବବାବା ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି ।
ଶିବବାବା କହୁଛନ୍ତି ତୁମେ ମୋର ସନ୍ତାନ ଅଟ । ତୁମେ ଆତ୍ମାମାନେ ମଧ୍ୟ ନିରାକାର ଥିଲ । କିନ୍ତୁ
ଜ୍ଞାନ ତ’ ସାକାରରେ ଦରକାର ନା । ତୁମେ ଜାଣିଛ, ଆମେ ଆଦି ସନାତନ ଦେବୀ-ଦେବତା ଧର୍ମର ଥିଲୁ, ଏଇଠି
ବ୍ରହ୍ମାଙ୍କ ଦ୍ୱାରା ରଚନା ହେଉଛି । ଶିବଜୟନ୍ତୀ ମଧ୍ୟ ଏଇଠି ପାଳନ କରାଯାଉଛି । ଏଇ ମଗଧ ଦେଶରେ
ହିଁ ଜନ୍ମ ନେଇଛନ୍ତି । ବାବା କହୁଛନ୍ତି, ଏହି ଦେଶ ବହୁତ ପବିତ୍ର ସ୍ୱର୍ଗ ଥିଲା । ଏବେ ଏହାକୁ
ନର୍କ, ମଗଧ ଦେଶ ବୋଲି କୁହାଯାଉଛି । ପୁଣି ସ୍ୱର୍ଗ ହେବାର ଅଛି । ତୁମ୍ଭମାନଙ୍କ ବୁଦ୍ଧିରେ ଅଛି
ଶିବବାବା ଆମକୁ ପୁନର୍ବାର ରାଜଯୋଗ ଶିଖାଇ ପବିତ୍ର କରୁଛନ୍ତି । ଗାୟନ ମଧ୍ୟ କରନ୍ତି
ଭକ୍ତମାନଙ୍କର ରକ୍ଷକ ପତିତ ପାବନ ଭଗବାନ ଅଟନ୍ତି । ଭକ୍ତମାନେ ହିଁ ଡାକୁଛନ୍ତି । ପତିତ ହୋଇ
ମଧ୍ୟ ନିଜକୁ ପତିତ ଭାବୁ ନାହାଁନ୍ତି । ବାବା ବୁଝାଉଛନ୍ତି - ତୁମେ ସମସ୍ତେ ପତିତ ଅଟ । ପାବନ
ଦୁନିଆ ସତ୍ୟଯୁଗକୁ, ପତିତ ଦୁନିଆ କଳିଯୁଗକୁ କୁହାଯାଏ । ବାବା ତୁମକୁ ସବୁ ସଠିକ୍ କଥା ବତାଉଛନ୍ତି
। ଲକ୍ଷ-ଲକ୍ଷ ବର୍ଷର କିଛି ଜିନିଷ ନ ଥାଏ । ମନୁଷ୍ୟ ଘୋର ଅନ୍ଧକାରରେ ଅଛନ୍ତି, ଭାବୁଛନ୍ତି -
କଳିଯୁଗ ତ ଏବେ ଛୋଟ ପିଲା ଅଟେ, ଆଉ ତୁମେ ଜାଣୁଛ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ । ଅନ୍ଧକାର ଏବଂ
ଆଲୋକର ବର୍ଣ୍ଣନା ସଙ୍ଗମରେ ହିଁ କରାଯାଏ । ଏବେ ତୁମେ ଘୋର ପ୍ରକାଶକୁ ଆସିଛ । ତୁମେ ସତ୍ୟଯୁଗରେ
ଏହି ବର୍ଣ୍ଣନା କରିପାରିବ ନାହିଁ । ଏଇ ଜ୍ଞାନ ସେଠାରେ ରହିବ ନାହିଁ । ଏହି ସମୟରେ ବାବା ବସି
ସନ୍ତାନମାନଙ୍କୁ ବୁଝାଉଛନ୍ତି, ତୁମେ ସତ୍ୟଯୁଗରେ ସୂର୍ଯ୍ୟବଂଶୀ କୁଳର ଥିଲ ପୁଣି ଅନ୍ତ ସମୟରେ ଆସି
ଶୁଦ୍ରବଂଶୀ କୁଳର ହୋଇଛ । ପୁଣି ଏବେ ବ୍ରାହ୍ମଣ ବଂଶୀ ହୋଇଛ । ଏବେ ତୁମେ ହେଉଛ ସର୍ବୋତ୍ତମ
ବ୍ରାହ୍ମଣ କୁଳର, ତୁମେ ହେଉଛ ସର୍ବୋଚ୍ଚ । ଏହା ଈଶ୍ୱରୀୟ କୁଳ ଅଟେ ନା । ବାବାଙ୍କ ପାଖକୁ ଆସିଲେ,
ବାବା ପଚାରନ୍ତି - କାହା ପାଖକୁ ଆସିଛ? ତେବେ କହନ୍ତି ପିତାଙ୍କ ପାଖକୁ । ଦୁଇଜଣ ପିତା ଅଛନ୍ତି -
ଜଣେ ଲୌକିକ, ଅନ୍ୟ ଜଣେ ପାରଲୌକିକ । ସବୁ ଶାଳଗ୍ରାମଙ୍କର ପିତା ଏକ ଶିବ ଅଟନ୍ତି । ତୁମ ବୁଦ୍ଧିରେ
ଏହି କଥା ରହିଛି । ଆମେ ଜଣେ ପିତାଙ୍କର ସନ୍ତାନ, ଯାହାଙ୍କ ଠାରୁ ସମ୍ପତ୍ତି ନେଉଛୁ । ନିରାକାର
ବାବା ସମ୍ପତ୍ତି ତ’ ସାକାରଙ୍କ ଦ୍ୱାରା ହିଁ ଦେବେ ନା । ବାବା ନିଜେ କହୁଛନ୍ତି - ମୁଁ ସାଧାରଣ
ଶରୀରରେ ଆସି ପ୍ରବେଶ କରୁଛି । ବାବା ଏବେ ପିଲାମାନଙ୍କୁ କହୁଛନ୍ତି, ପିଲାମାନେ ଦେହୀ-ଅଭିମାନୀ
ହୁଅ । ନିଜକୁ ଆତ୍ମା ମନେ କର । ଏଇ ଦେହ ବିନାଶୀ, ଆତ୍ମା ଅବିନାଶୀ ଅଟେ । ଆତ୍ମାକୁ ହିଁ ୮୪
ଜନ୍ମ ନେବାକୁ ପଡେ, ଦେହକୁ ନୁହେଁ । ଦେହ ତ ବଦଳିଯାଇଥାଏ, ପୁଣି ଅଲଗା ମିତ୍ର-ସମ୍ବନ୍ଧି
ମିଳିଥାନ୍ତି । ଏବେ ଆତ୍ମାକୁ ବେହଦର ପିତା ପରମପିତା ପରମାତ୍ମାଙ୍କ ଠାରୁ ସମ୍ପତ୍ତି ନେବାର ଅଛି
। ତୁମେ ହିଁ ଶୁଣି ଧାରଣ କରୁଛ । ତୁମ ଆତ୍ମାରେ ସଂସ୍କାର ଅଛି । ଆତ୍ମାରେ ହିଁ ସଂସ୍କାର ରହିଥାଏ
। ଏପରି ନୁହେଁ ଯେ ସଂସ୍କାର ଶରୀରରେ ରହୁଛି ବୋଲି କୁହାଯିବ । ନା, ତୁମ ଆତ୍ମାର ସଂସ୍କାର
ତମୋପ୍ରଧାନ ହୋଇଯାଇଛି । ଏବେ ତାହାକୁ ପରିବର୍ତ୍ତନ କରିବାର ଅଛି । ଯାହାକୁ କାୟା କଳ୍ପତରୁ ବୋଲି
କୁହାଯାଏ । କାୟା କଳ୍ପ ବୃକ୍ଷ ସମାନ ହୁଏ । ଦୀର୍ଘାୟୁ ହୋଇଥା’ନ୍ତି । ତୁମେ ଜାଣିଛ - ଏଠାରେ
ଅଳ୍ପାୟୁ ହୋଇଥା’ନ୍ତି । ଛୋଟ ଆୟୁଷରେ ମଧ୍ୟ ଅକାଳ ମୃତ୍ୟୁ ହୋଇଯାଏ । ଏବେ ତୁମେ କାଳ ଉପରେ ବିଜୟୀ
ହେଉଛ । ସେଠାରେ କାଳ କେବେ ଖାଏ ନାହିଁ । ଅକାଳରେ କେବେ ଶରୀର ଛାଡିବେ ନାହିଁ । ତୁମେ ଜାଣିଛ -
ଏବେ ଏହି ଶରୀର ବୁଢା ହୋଇଯାଇଛି, ଏହାକୁ ଛାଡି ନୂଆ ନେବାର ଅଛି । ଶରୀର ଛାଡିବା ବେଳେ ମଧ୍ୟ ବାଜା
ବାଜେ, ଜନ୍ମ ନେବା ବେଳେ ମଧ୍ୟ ବାଜା ବାଜିଥାଏ । ସେଠାରେ କାନ୍ଦିବାର କଥା ହିଁ ନ ଥାଏ । ତୁମକୁ
ଭ୍ରମରୀର ଦୃଷ୍ଟାନ୍ତ ମଧ୍ୟ ବୁଝାଯାଇଛି । ତୁମେ ହେଉଛ ବ୍ରାହ୍ମଣ-ବ୍ରାହ୍ମଣୀ । ବ୍ରାହ୍ମଣୀ ଏବଂ
ଭ୍ରମରୀର ରାଶି ମିଶିଯାଏ । ଯେଉଁ କାମ ଭ୍ରମରୀ କରେ, ତାହା ତୁମେ ମଧ୍ୟ କରୁଛ । ଆଶ୍ଚର୍ଯ୍ୟର କଥା
ନା । ଭ୍ରମରୀର, କଇଁଛର, ସର୍ପର ଦୃଷ୍ଟାନ୍ତ, ଏହା ସବୁ ଶାସ୍ତ୍ରରେ ଅଛି । ସନ୍ନ୍ୟାସୀମାନେ ମଧ୍ୟ
ଏହି ଦୃଷ୍ଟାନ୍ତ ଦିଅନ୍ତି । ଏବେ ତୁମେ ପିଲାମାନେ ଏସବୁ କଥା ବାବାଙ୍କ ଦ୍ୱାରା ବୁଝୁଛ । ତାହା
ହେଲା ଭକ୍ତି ମାର୍ଗ । ବର୍ତ୍ତମାନ ଅତୀତର ଗାୟନ କରାଯାଉଛି, ଏହାର ପୁଣି ପରେ ଗାୟନ ହେବ । ଏହି
ସମୟରେ ହିଁ ବାବା ଏଇ ଶରୀରରେ ଆସୁଛନ୍ତି, ବ୍ରହ୍ମାଙ୍କୁ ଭଗବାନ କୁହାଯାଏ ନାହିଁ । ତେବେ ଏହା
ପୁଣି ଅନ୍ଧଶ୍ରଦ୍ଧା ହୋଇଯିବ । ଏପରି ମଧ୍ୟ ମନୁଷ୍ୟ ଅଛନ୍ତି, ଯିଏ ରାମଙ୍କୁ, କୃଷ୍ଣଙ୍କୁ ଭଗବାନ
ବୋଲି ଭାବନ୍ତି । କୃଷ୍ଣ, ରାମଙ୍କୁ ମଧ୍ୟ ସର୍ବବ୍ୟାପୀ କହୁଛନ୍ତି । କେହି କୃଷ୍ଣ ପନ୍ଥୀ, କେହି
ରାଧେ ପନ୍ଥୀ ଥାଆନ୍ତି । ରାଧେ ପନ୍ଥୀବାଲା କହିବେ, ସର୍ବତ୍ର ରାଧେ ହିଁ ରାଧେ ଅଛନ୍ତି । କୃଷ୍ଣ
ପନ୍ଥୀବାଲା କହିବେ ଯେଉଁଠି ଦେଖ କୃଷ୍ଣ ହିଁ କୃଷ୍ଣ ଅଛନ୍ତି । ରାମ ପନ୍ଥୀ ରାମ ହିଁ ରାମ ଅଛନ୍ତି
ବୋଲି କହିବେ । ଭାବନ୍ତି ଯେ ରାମ, କୃଷ୍ଣଙ୍କ ଠାରୁ ବଡ କାହିଁକି ନା ରାମଙ୍କୁ ତ୍ରେତା ଯୁଗରେ ଏବଂ
କୃଷ୍ଣଙ୍କୁ ଦ୍ୱାପର ଯୁଗରେ ଦେଖାଇଛନ୍ତି । କେତେ ଅଜ୍ଞାନ ଅଟେ । ଏବେ ବାବା ତୁମ୍ଭମାନଙ୍କୁ
ବୁଝାଉଛନ୍ତି । କେତେ ଢେର ବ୍ରହ୍ମାକୁମାର-କୁମାରୀମାନେ ଅଛନ୍ତି, ତେବେ ନିଶ୍ଚୟ ବେହଦର ପିତା
ମଧ୍ୟ ଥିବେ । ତୁମେ କାହାକୁ ମଧ୍ୟ ପଚାରି ପାରିବ, କେବେ ପ୍ରଜାପିତା ବ୍ରହ୍ମାଙ୍କର ନାମ ଶୁଣିଛ?
ବାବା ସ୍ୱର୍ଗର ରଚନା କରୁଛନ୍ତି । ଗାୟନ ମଧ୍ୟ କରାଯାଏ ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣଙ୍କର ରଚନା
ହେଉଛି । ଯେ ପର୍ଯ୍ୟନ୍ତ ତୁମେ ବ୍ରହ୍ମାଙ୍କର ମୁଖ ବଂଶାବଳୀ ହୋଇ ନାହଁ, ସେ ପର୍ଯ୍ୟନ୍ତ ଦାଦାଙ୍କ
ଠାରୁ ସମ୍ପତ୍ତି ନେଇ ପାରିବ ନାହିଁ । ବେହଦର ସନ୍ତାନମାନେ ବେହଦର ସମ୍ପତ୍ତି ବାବାଙ୍କ ଠାରୁ
ନେଉଛନ୍ତି । ଆଗରୁ ନିଶ୍ଚୟ ନେଇଥିଲେ । ନିଶ୍ଚୟ ସ୍ୱର୍ଗବାସୀ ହୋଇଥିଲେ । ଏବେ ନର୍କବାସୀ
ହୋଇଯାଇଛନ୍ତି, ଏବେ ପୁଣି ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ପରମପିତା ପରମାତ୍ମା ବିଷ୍ଣୁପୁରୀ
ଅର୍ଥାତ୍ ସ୍ୱର୍ଗ ରଚନା କରୁଛନ୍ତି । କେତେ ସହଜ ଅଟେ । ଶିବବାବା ପଚାରୁଛନ୍ତି - ତୁମ ପାଖରେ ଏହି
ଜ୍ଞାନ ପୂର୍ବରୁ ଥିଲା? ବ୍ରହ୍ମାଙ୍କ ଆତ୍ମା ହିଁ କହୁଛି - ମୋ ପାଖରେ ଏହି ଜ୍ଞାନ ନ ଥିଲା । ମୁଁ
ମଧ୍ୟ ବିଷ୍ଣୁଙ୍କ ପୁଜାରୀ ଥିଲି, ଯିଏ ପୂଜ୍ୟ ଥିଲେ, ସେମାନେ ଏବେ ଆସି ପୂଜାରୀ ହୋଇଛନ୍ତି । ଏବେ
ପୁଣି ବାବା ଆସି ପୂଜାରୀରୁ ପୂଜ୍ୟ ଦେବତା କରୁଛନ୍ତି । ତୁମେମାନେ ମନ ଭିତରେ ବହୁତ ଖୁସି ହେବା
ଉଚିତ୍ ଯେ ବର୍ତ୍ତମାନ ପରମପିତା ପରମାତ୍ମା ପୁନଃ ଆସି ଆମକୁ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି ।
ମନୁଷ୍ୟ, ମନୁଷ୍ୟକୁ ପୋଷ୍ୟ କରିଥା’ନ୍ତି ନା । ବହୁତ ମନୁଷ୍ୟ ଅଛନ୍ତି, ଯାହାଙ୍କର ନିଜର ସନ୍ତାନ
ନ ଥା’ନ୍ତି, ତେଣୁ ପୋଷ୍ୟ କରିଥାନ୍ତି । ଏବେ ବାବା ଜାଣିଛନ୍ତି - ମୋର ସନ୍ତାନମାନେ ସମସ୍ତେ
ରାବଣର ହୋଇ ଯାଇଛନ୍ତି, ତେଣୁ ମୋତେ ଆସି ପୁନର୍ବାର ପୋଷ୍ୟ କରିବାକୁ ପଡିବ । ତେଣୁ ବ୍ରହ୍ମାଙ୍କ
ଦ୍ୱାରା ନିଜର ସନ୍ତାନମାନଙ୍କୁ ପୋଷ୍ୟ କରୁଛନ୍ତି । ଏହିପରି ପୋଷ୍ୟ କରିବା କେତେ ଆଶ୍ଚର୍ଯ୍ୟଜନକ
କଥା । ତୁମେ ହିଁ ଜାଣିଛ ଶିବବାବା ଆମକୁ ବ୍ରହ୍ମାଙ୍କ ଦ୍ୱାରା ପୋଷ୍ୟ କରିଛନ୍ତି । ଶିବବାବା
କହୁଛନ୍ତି - ମୁଁ ତୁମ୍ଭମାନଙ୍କୁ ବେହଦ ସୁଖର ସମ୍ପତ୍ତି ଦେବା ପାଇଁ ପୋଷ୍ୟ କରିଛି । ଏହି
ବ୍ରହ୍ମା ତ’ ସୁଖର ସମ୍ପତ୍ତି ଦେଇ ପାରିବେ ନାହିଁ । ଏହି ପ୍ରଜାପିତା ବ୍ରହ୍ମା ମଧ୍ୟ ମନୁଷ୍ୟ
ଅଟନ୍ତି ନା । କୌଣସି ମନୁଷ୍ୟ ଏହି ଜ୍ଞାନ ଦେଇପାରିବେ ନାହିଁ । ଜ୍ଞାନର ସାଗର ନିରାକାର ପରମପିତା
ପରମାତ୍ମା ହିଁ ଏହି ଜ୍ଞାନ ଦେଉଛନ୍ତି । ବ୍ରହ୍ମାଙ୍କୁ ଅଥବା ବିଷ୍ଣୁଙ୍କୁ ଜ୍ଞାନ ସାଗର କୁହାଯାଏ
ନାହିଁ । ଏଇ ତିନି ଜଣଙ୍କର ମହିମା ଅଲଗା । ଜ୍ଞାନର ସାଗର, ପତିତ-ପାବନ ଏକମାତ୍ର ବାବା ହିଁ
ଅଟନ୍ତି । ସାରା ଦୁନିଆର ମନୁଷ୍ୟ ତାଙ୍କୁ ହିଁ ଡାକୁଛନ୍ତି । ଇଂରାଜୀରେ ମଧ୍ୟ କହନ୍ତି - ସିଏ
ଲିବରେଟ୍ର ଅର୍ଥାତ୍ ମୁକ୍ତିଦାତା ଅଟନ୍ତି । ଯାହାଙ୍କ ଠାରୁ ଦୁଃଖ ମିଳେ, ତାଙ୍କ ଠାରୁ ମୁକ୍ତ
କରାଯାଇଥାଏ । ବାବା ମଧ୍ୟ ଏଠାକୁ ଆସି ରାବଣଠାରୁ ଆମକୁ ମୁକ୍ତ କରୁଛନ୍ତି । ରାବଣରାଜ୍ୟ ମଧ୍ୟ
ଏଇଠି ହୋଇଛି । ଏଇଠି ହିଁ ରାବଣକୁ ଜଳାଉଛନ୍ତି । ଜଳାଇ ପୁଣି କହୁଛନ୍ତି, ସୁନାର ଲଙ୍କା ଲୁଟିବାକୁ
ଯାଉଛୁ । ତାଙ୍କୁ ତ କିଛି ଜଣା ନାହିଁ ଯେ ରାବଣ କେଉଁ ସମୟର ଶତ୍ରୁ । ଭାବୁଛନ୍ତି ଯେ ରାମଙ୍କ
ସୀତା ଚୋରି ହେଲା । ଏକଥା ବୁଝନ୍ତି ନାହିଁ ଯେ ଆମେ ହେଉଛୁ ସମସ୍ତେ ସୀତା । ଆମେ ରାବଣର ଜେଲ୍ରେ
ପଡି ଯାଇଛୁ । ଏହି ଜ୍ଞାନ କାହା ପାଖରେ ବି ନାହିଁ, ଖାଲି ବସି କାହାଣୀ ଶୁଣାନ୍ତି । ଶିବବାବା
କହୁଛନ୍ତି - ମୁଁ ଦୂର ଦେଶର ନିବାସୀ, ଏଇ ପର ଦେଶକୁ ଆସିଛି । ଏଇ ପତିତ ଦୁନିଆ ହେଉଛି ପୁରୁଣା,
ରାବଣର ଦୁନିଆ । ଡାକୁଛନ୍ତି ମଧ୍ୟ ହେ ବାବା ଆସ, ଆମେ ପତିତ ହୋଇ ଯାଇଛୁ । ବାବା କହୁଛନ୍ତି, ମୋତେ
ପବିତ୍ର କରିବା ପାଇଁ ଏହି ପତିତ ଦୁନିଆକୁ ଆସିବାକୁ ପଡୁଛି । ମୋତେ ସେହି ଶରୀରରେ ଆସିବାକୁ
ହୁଏ,ଯିଏ ପ୍ରଥମ ନମ୍ବରରେ ପବିତ୍ର ଥିଲେ, ଯିଏ ସୁନ୍ଦର ଥିଲେ ସିଏ ଏବେ ଶ୍ୟାମଳ ହୋଇଯାଇଛନ୍ତି ।
କେତେ ବିଚିତ୍ର କଥା । ଶ୍ରୀକୃଷ୍ଣଙ୍କୁ ଶ୍ୟାମ-ସୁନ୍ଦର କାହିଁକି କୁହାଯାଏ, ଏହା କାହାକୁ ଜଣା
ନାହିଁ । କ’ଣ କେବଳ ଶ୍ରୀକୃଷ୍ଣଙ୍କୁ ସର୍ପ ଦଂଶନ କଲା? ସତ୍ୟଯୁଗରେ କ’ଣ ସର୍ପ ଆଦି ଥାଆନ୍ତି ।
ବାବା କହୁଛନ୍ତି - ଏହି ଅନ୍ତିମ ଜନ୍ମରେ ମୋ ପାଇଁ ପବିତ୍ର ହୁଅ, ତେବେ ପବିତ୍ର ଦୁନିଆର ମାଲିକ
ହେବ । କେବଳ ମୋତେ ମନେପକାଅ ଆଉ ପବିତ୍ର ହୁଅ । ଅଲ୍ଫ ଅର୍ଥାତ୍ ବାବାଙ୍କୁ ମନେପକାଅ - ତେବେ ବେ
ବାଦଶାହୀ ତୁମର । ଏହା ହେଉଛି ସହଜ ରାଜଯୋଗ, ସହଜ ରାଜତ୍ତ୍ୱ । ସନ୍ତାନ ଜନ୍ମ ହେଲା ଆଉ
ସମ୍ପତ୍ତିର ଅଧିକାରୀ ହେଲା । ଏଠାରେ ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ଆମେ ପିତାଙ୍କର ହୋଇଛୁ,
ତେଣୁ ସ୍ୱର୍ଗର ରାଜ୍ୟଭାଗ୍ୟର ଆମେ ହକ୍ଦାର ଅଟୁ । ଏବେ ବାବା କହୁଛନ୍ତି - ସତ୍ତ୍ୱପ୍ରଧାନରୁ
ତୁମେ ତମୋପ୍ରଧାନ ହୋଇ ଯାଇଛ । ପୁଣି ସତ୍ତ୍ୱପ୍ରଧାନ ହେବାର ଅଛି । ଯୋଗ ଏବଂ ଜ୍ଞାନ ଶିଖାଇବାରେ
ଗୋଟିଏ ସେକେଣ୍ଡ ଲାଗେ । ସନ୍ତାନ ଜନ୍ମ ହେଲା ତ’ ନିଶ୍ଚୟ ଅଧିକାରୀ ହେଲା । ତୁମେ ବାବାଙ୍କର
ହୋଇଛ, ତେବେ ରାଜଧାନୀର ସମ୍ପତ୍ତି ତୁମର । କିନ୍ତୁ ରାଜା-ରାଣୀ ତ’ ସମସ୍ତେ ହେବେ ନାହିଁ । ଏହା
ହେଉଛି ରାଜଯୋଗ । ରାଜା, ରାଣୀ, ପ୍ରଜା, ସାହୁକାର, ଗରୀବ, ସବୁ ଦରକାର, ସେଇଥିପାଇଁ ରୁଦ୍ରମାଳା
ମଧ୍ୟ ତିଆରି ହୋଇଛି, ଯାହାକୁ ଭକ୍ତି ମାର୍ଗରେ ଜପ କରନ୍ତି । ତୁମେ ଜାଣିଛ, ଆମେ ରାଜଯୋଗ
ଶିଖିବାକୁ ଆସିଛୁ । ମାତା-ପିତାଙ୍କୁ ଅନୁକରଣ କରି ସର୍ବପ୍ରଥମେ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ହେବା
। ସିଏ ସୁସନ୍ତାନ ଅଟେ, ଯିଏ ମାତା-ପିତାଙ୍କୁ ଅନୁକରଣ କରି ସିଂହାସନର ଅଧିକାରୀ ହୁଅନ୍ତି । ତେଣୁ
ଖୁବ୍ ପୁରୁଷାର୍ଥ କରିବା ଉଚିତ୍ । ବାବା କହୁଛନ୍ତି - ମୋତେ ମନେପକାଅ, କିନ୍ତୁ ମନେ ପକାଉ
ନାହାଁନ୍ତି, ଶ୍ରୀମତ ପାଳନ କରୁ ନାହାଁନ୍ତି । ନିଜ ଭିତରେ ସତ୍ୟତା ନାହିଁ । ହୃଦୟ ନିର୍ମଳ ଥିଲେ,
ଶ୍ରୀମତ ପାଳନ କରିବେ, ବାବାଙ୍କୁ ମନେପକାଉଥିବେ । ଶ୍ରୀମତ ପାଳନ କଲେ ହିଁ ତୁମକୁ ଜେଜେବାପାଙ୍କ
ଠାରୁ ସମ୍ପତ୍ତି ମିଳିବ । ବ୍ରହ୍ମା ସ୍ୱର୍ଗର ସମ୍ପତ୍ତି ଦେଇ ପାରିବେ ନାହିଁ । ଜେଜେବାପାଙ୍କ
ସମ୍ପତ୍ତିରେ ନାତିମାନଙ୍କର ଅଧିକାର ଥାଏ । ବାପାଙ୍କର ସମ୍ପତ୍ତିରେ ସନ୍ତାନମାନେ ଭାଗୀଦାରି
ହୁଅନ୍ତି, ତେଣୁ ହକ୍ଦାର ଅଟନ୍ତି । ଏଠାରେ ତୁମକୁ ଶିବବାବାଙ୍କଠାରୁ ସମ୍ପତ୍ତି ମିଳୁଛି ।
ଜ୍ଞାନ ରତ୍ନ ମଧ୍ୟ ତାଙ୍କ ଠାରୁ ହିଁ ମିଳୁଛି ।
ତୁମେ ଜାଣୁଛ - ଆମେ ବ୍ରାହ୍ମଣ ହିଁ ପୁନଃ ଦେବୀ-ଦେବତା ହେବୁ । ଜଗତ ଅମ୍ବା କିଏ? ବାବା
ବୁଝାଉଛନ୍ତି ଇଏ ବ୍ରାହ୍ମଣୀ ଥିଲେ, ଜ୍ଞାନ-ଜ୍ଞାନେଶ୍ୱରୀ ଥିଲେ, ପୁଣି ରାଜ-ରାଜେଶ୍ୱରୀ ହେଉଛନ୍ତି
। ତୁମେ ମଧ୍ୟ ଏହିପରି ହେଉଛ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଆତ୍ମାରେ
ଯେଉଁ ତମୋପ୍ରଧାନତାର ସଂସ୍କାର ଅଛି, ତାହାକୁ ଯୋଗ ବଳ ଦ୍ୱାରା ପରିବର୍ତ୍ତନ କରିବାକୁ ହେବ ।
ସତ୍ତ୍ୱପ୍ରଧାନ ହେବାକୁ ପଡିବ ।
(୨) ବାବାଙ୍କ ଠାରୁ
ରାଜ୍ୟଭାଗ୍ୟର ସମ୍ପତ୍ତି ନେବା ପାଇଁ ସର୍ବଦା ସୁସନ୍ତାନ ହୋଇ ଶ୍ରୀମତ ପାଳନ କରିବାକୁ ହେବ ।
ସଚ୍ଚା ବାବାଙ୍କ ସହିତ ସଚ୍ଚା ହୋଇ ରହିବାକୁ ହେବ । ମାତା-ପିତାଙ୍କୁ ସମ୍ପୂର୍ଣ୍ଣ ଅନୁକରଣ
କରିବାକୁ ପଡିବ । ସଦାସର୍ବଦା ଜ୍ଞାନ ରତ୍ନ ଦାନ ଦେବାକୁ ହେବ ।
ବରଦାନ:-
ନିଜର
ପରିବର୍ତ୍ତନ ଦ୍ୱାରା ନିରନ୍ତର ବିଜୟର ଅନୁଭୂତି କରୁଥିବା ସଚ୍ଚା ସେବାଧାରୀ ଭବ ।
ଯେପରି ନିରନ୍ତର ଯୋଗୀ
ହୋଇଛ ସେହିପରି ନିରନ୍ତର ବିଜୟୀ ମଧ୍ୟ ହୁଅ, ତାହା ହେଲେ ସଚ୍ଚା ସେବାଧାରୀ ହୋଇଯିବ କାହିଁକିନା
ବିଜୟୀ ଆତ୍ମା ଯେତେବେଳେ ପ୍ରତ୍ୟେକ ସଂକଳ୍ପରେ, ପ୍ରତି ପାଦରେ ବିଜୟର ଅନୁଭବ କରିଥାଏ ସେତେବେଳେ
ତା’ର ପରିବର୍ତ୍ତନ ଦେଖି ଅନେକ ଆତ୍ମାଙ୍କର ସେବା ସ୍ୱତଃ ହୋଇଥାଏ । ତାଙ୍କର ନୟନ ଆତ୍ମ-ଅଭିମାନୀ
ସ୍ଥିତିର ଅନୁଭବ କରାଇଥାଏ, ତା’ର ଚାଲିଚଳନ ବାବାଙ୍କର ଚରିତ୍ରର ସାକ୍ଷାତ୍କାର କରାଇଥାଏ, ମସ୍ତକ
ଦ୍ୱାରା ମସ୍ତକମଣୀର ସାକ୍ଷାତ୍କାର ହୋଇଥାଏ । ଏହିଭଳି ନିଜର ଅବ୍ୟକ୍ତ ଚେହେରା ଦ୍ୱାରା ସେବା
କରୁଥିବା ବିଶେଷ ଆତ୍ମାମାନଙ୍କୁ ହିଁ ସଚ୍ଚା ସେବାଧାରୀ କୁହାଯାଏ ।
ସ୍ଲୋଗାନ:-
ଗୁଣ ବା
ବିଶେଷତାଗୁଡିକ ଦାତାଙ୍କର ଦାନ ଅଟେ, ତେଣୁ ଦାତାଙ୍କୁ ଦେଖ ବ୍ୟକ୍ତିଙ୍କୁ ନୁହେଁ ।
ଅବ୍ୟକ୍ତ ଈଶାରା:-
ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।
ଆତ୍ମିକ ସ୍ଥିତିରେ
ରହିବାର ଅଭ୍ୟାସ ଦ୍ୱାରା ଯଦି ବାୟୁମଣ୍ଡଳକୁ ଆଧ୍ୟାତ୍ମିକ କରିଦେବ ତେବେ ଅନ୍ୟ ସବୁ କଥାଗୁଡିକ
ସ୍ୱତଃ ହିଁ ଠିକ୍ ହୋଇଯିବ, ସମସ୍ତେ ଏକମତ ଏବଂ ଏକରସ ହୋଇଯିବେ, ତା’ପରେ ମାୟା ମଧ୍ୟ ଆସିବ ନାହିଁ
କାହିଁକିନା ବାୟୁମଣ୍ଡଳ ଶକ୍ତିଶାଳୀ ହୋଇଯିବ । ବାୟୁମଣ୍ଡଳକୁ ଶକ୍ତିଶାଳୀ କରିବା ପାଇଁ ଯୋଗର
କାର୍ଯ୍ୟକ୍ରମ ରଖ ଏବଂ ନିଜର ଉନ୍ନତି ପାଇଁ ପରସ୍ପର ଭିତରେ ଜ୍ଞାନର ବାର୍ତ୍ତାଳାପର କ୍ଲାସ୍ ରଖ,
ସ୍ନେହ ମିଳନ କର । ଧାରଣାର କ୍ଲାସ କରାଅ, ତାହା ହେଲେ ସଫଳତା ମିଳିଯିବ ।