23.06.24    Avyakt Bapdada     Odia Murli    19.03.20     Om Shanti     Madhuban


“ନିର୍ମାଣ ଏବଂ ନିର୍ମାନର ସନ୍ତୁଳନ ଦ୍ୱାରା ଆଶୀର୍ବାଦର ଖାତା ଜମା କର”


ଆଜି ବାପଦାଦା ନିଜର ହୋଲୀ ହ୍ୟାପୀ ଅର୍ଥାତ୍ ପବିତ୍ର ଏବଂ ସୁଖୀ ହଂସମାନଙ୍କର ସଭାକୁ ଆସିଛନ୍ତି । ଚାରିଆଡେ କେବଳ ହୋଲୀହଂସମାନେ ହିଁ ଦେଖାଯାଉଛନ୍ତି । ହୋଲୀହଂସ ମାନଙ୍କର ବିଶେଷତାକୁ ମଧ୍ୟ ତୁମେ ସମସ୍ତେ ଭଲ ଭାବରେ ଜାଣିଛ । ହୋଲୀ ହ୍ୟାପୀ ହଂସ ଅର୍ଥାତ୍ ସର୍ବଦା ସ୍ୱଚ୍ଛ ଏବଂ ନିର୍ମଳ ହୃଦୟ । ଏହିଭଳି ହୋଲୀହଂସମାନଙ୍କର ସ୍ୱଚ୍ଛ ଏବଂ ନିର୍ମଳ ହୃଦୟ ହୋଇଥିବା କାରଣରୁ ସେମାନଙ୍କର ପ୍ରତ୍ୟେକ ଶୁଭ ଆଶାଗୁଡିକ ସହଜରେ ପୂରଣ ହୋଇଥାଏ । ସେଥିପାଇଁ ସେମାନେ ସର୍ବଦା ତୃପ୍ତ ଆତ୍ମା ହୋଇଥାଆନ୍ତି । ସେମାନେ ଯାହା ବି ଶ୍ରେଷ୍ଠ ସଂକଳ୍ପ କରନ୍ତି ତାହା ତୁରନ୍ତ ପୂରଣ ହୋଇଯାଏ । ସେଥିପାଇଁ ମେହନତ କରିବାକୁ ପଡେ ନାହିଁ । ଜାଣିଛ କାହିଁକି? ବାପଦାଦାଙ୍କର ସବୁଠାରୁ ପାଖାପାଖି ଏବଂ ସବୁଠାରୁ ପ୍ରିୟ ହେଉଛନ୍ତି ନିର୍ମଳ ହୃଦୟବାନ ଆତ୍ମାମାନେ । ସେମାନେ ସର୍ବଦା ବାପଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ହୋଇଥାଆନ୍ତି, ସେମାନଙ୍କର ସବୁ ଶ୍ରେଷ୍ଠ ସଂକଳ୍ପ ଗୁଡିକ ପୂରଣ ହୋଇଯାଉଥିବ କାରଣରୁ ସେମାନଙ୍କର ବୃତ୍ତି ଅର୍ଥାତ୍ ବିଚାରରେ, ଦୃଷ୍ଟିରେ, ବାଣୀରେ ତଥା ସମ୍ବନ୍ଧ-ସମ୍ପର୍କରେ ସର୍ବଦା ଏକାଭଳି ସରଳତା ଏବଂ ସ୍ପଷ୍ଟତା ଦେଖାଯାଇଥାଏ ଅର୍ଥାତ୍ ଅନୁଭବ ହୋଇଥାଏ । ତେବେ ସରଳତାର ଲକ୍ଷଣ ହେଲା - ଦିଲ୍‌, ଦିମାଗ ବୋଲ୍ ଅର୍ଥାତ୍ ମନ-ବୁଦ୍ଧି ଏବଂ ବାଣୀ ଏକ ସମାନ । ଦିଲ୍ ଭିତରେ ଗୋଟିଏ କଥା ବାଣୀରେ ଆଉ ଗୋଟିଏ କଥା - ଏହା ସରଳତାର ଲକ୍ଷଣ ନୁହେଁ । ସରଳ ସ୍ୱଭାବର ଅର୍ଥ ହେଲା ସର୍ବଦା ନିର୍ମାଣଚିତ୍ତ ନିରହଂକାରୀ ତଥା ନିଃସ୍ୱାର୍ଥ ଭାବନା । ତେଣୁ ହୋଲୀହଂସ ମାନଙ୍କର ବିଶେଷତା ହେଲା - ସର୍ବଦା ସରଳ ଚିତ୍ତ, ସରଳ ବାଣୀ, ସରଳ ବୃତ୍ତି ଏବଂ ସରଳ ଦୃଷ୍ଟି ।

ବାପଦାଦା ଏହି ବର୍ଷ ସବୁ ପିଲାଙ୍କ ଭିତରେ ଦୁଇଟି ବିଶେଷତା ଚାଲିଚଳନରେ ଏବଂ ଚେହେରାରେ ଦେଖିବାକୁ ଚାହୁଁଛନ୍ତି । ସମସ୍ତେ ପଚାରୁଛନ୍ତି ନା - ଆଗକୁ କ’ଣ କରିବାକୁ ହେବ? ଏହି ସିଜିନ୍ ପରେ ଅର୍ଥାତ୍ ବାବା ମିଳନ କାର୍ଯ୍ୟକ୍ରମ ପରେ ବିଶେଷ ଭାବରେ କ’ଣ କରିବାକୁ ହେବ? ସମସ୍ତେ ଭାବୁଛନ୍ତି ନା - ଆଗକୁ କ’ଣ ହେବାକୁ ଯାଉଛି? ଆଗକୁ କ’ଣ କରିବାକୁ ପଡିବ! ସେବାକ୍ଷେତ୍ରରେ ତ ଅଧିକାଂଶ ପିଲାମାନେ ଯଥା ଶକ୍ତି ହିସାବରେ ବହୁତ ଭଲ ପ୍ରଗତି କରିଛନ୍ତି, ଆଗକୁ ବଢିଛନ୍ତି । ବାପଦାଦା ସେହି ଉନ୍ନତି ପାଇଁ ଅଭିନନ୍ଦନ ମଧ୍ୟ ଦେଉଛନ୍ତି - ବହୁତ ଭଲ, ବହୁତ ଭଲ, ବହୁତ ଭଲ । ଏଥି ସହିତ ଫଳାଫଳ ରୂପରେ ଗୋଟିଏ କଥା ଦେଖିବାକୁ ମିଳିଲା ଯେ ..... କ’ଣ ଶୁଣାଇ ଦେବା? ଟୀଚରମାନେ କୁହନ୍ତୁ ଶୁଣାଇବା, ଡବଲ ବିଦେଶୀ ମାନେ କୁହନ୍ତୁ, ଶୁଣାଇ ଦେବା? ପାଣ୍ଡବମାନେ କ’ଣ କହୁଛନ୍ତି? ସମସ୍ତେ ହାତ ଉଠାଅ ତେବେ ଯାଇ ଶୁଣାଇବୁ, ନଚେତ୍ ଶୁଣାଇବୁ ନାହିଁ । (ସମସ୍ତେ ହାତ ଉଠାଇଲେ) ବହୁତ ଭଲ । ଗୋଟିଏ କଥା କ’ଣ ଦେଖିଲୁ? ଯେହେତୁ ଆଜି ବତନରେ ବାପଦାଦାଙ୍କର ପରସ୍ପର ଭିତରେ ବାର୍ତ୍ତାଳାପ ଚାଲିଥିଲା, ତେବେ ବାର୍ତ୍ତାଳାପ କିପରି କରିବେ? ଉଭୟ ପରସ୍ପର ସହିତ କିପରି ବାର୍ତ୍ତାଳାପ କରିବେ? ଯେପରି ଏହି ସାକାର ଦୁନିଆରେ ତୁମେମାନେ ମନୋଆକ୍ଟିଙ୍ଗ୍ ଅର୍ଥାତ୍ ଏକକ ଅଭିନୟ କରୁଛ ନା! ସେଥିରେ ବହୁତ ଭଲ ଭଲ ଅଭିନୟ କରୁଛ । ତେବେ ତୁମମାନଙ୍କର ସାକାରୀ ଦୁନିଆରେ ତ ଗୋଟିଏ ଆତ୍ମା ଦୁଇ ଜଣଙ୍କର ମଧ୍ୟ ପାର୍ଟ କରିପାରୁଛି କିନ୍ତୁ ବାପଦାଦା ଦୁଇ ଜଣ ଆତ୍ମା ଗୋଟିଏ ସୂକ୍ଷ୍ମ ଶରୀରରେ ଅଛନ୍ତି । ତେଣୁ ଫରକ ହୋଇଗଲା ନା! ତେଣୁ ବହୁତ ମଜା ଲାଗିବା ଭଳି କଥା ହେଲା ନା ।

ତେଣୁ ଆଜି ବାପଦାଦାଙ୍କର ବାର୍ତ୍ତାଳାପ ଚାଲିଥିଲା - କେଉଁ କଥା ଉପରେ ଚାଲିଥିଲା ଜାଣିଛ? ତୁମେମାନେ ତ ଜାଣିଛ ଯେ ବ୍ରହ୍ମାବାବାଙ୍କ ନିକଟରେ କେଉଁ କଥାର ବହୁତ ଆଗ୍ରହ ରହିଛି? ଏହା ତ ଭଲ ଭାବରେ ଜାଣିଛ ନା? ବ୍ରହ୍ମାବାବାଙ୍କର ଇଚ୍ଛା - ଶୀଘ୍ର ଶୀଘ୍ର ପରିବର୍ତ୍ତନ ହୋଇଯାଉ । ତେଣୁ ଶିବବାବା ବ୍ରହ୍ମାବାବାଙ୍କୁ କହିଲେ - ବିନାଶ ବା ପରିବର୍ତ୍ତନ କରିବା ତ ଗୋଟିଏ ତାଳି ବି ନୁହେଁ, ଗୋଟିଏ ଚୁଟକୀର କଥା । କିନ୍ତୁ ତୁମେ ପ୍ରଥମେ ୧୦୮ ନ ହେଲେ ବି ତା’ର ଅଧା ମାଳା ତ ତିଆରି କରି ଦେଖାଅ । ଏଥିରେ ବ୍ରହ୍ମାବାବା ଉତ୍ତର କ’ଣ ଦେଇଥିବେ କୁହ ତ? (ପ୍ରସ୍ତୁତ ହେଉଛନ୍ତି) ଆଚ୍ଛା – ଅଧା ମାଳା ମଧ୍ୟ ପ୍ରସ୍ତୁତ ହୋଇନାହିଁ? ପୂରା ମାଳାର କଥା ଏବେ ଛାଡି ଦିଅ, ଅଧା ମାଳା ପ୍ରସ୍ତୁତ ହୋଇଗଲାଣି କି? (ସମସ୍ତେ ହସୁଛନ୍ତି) ହସିବା ଅର୍ଥ କିଛି ଅଛି! ଯେଉଁମାନେ କହୁଛନ୍ତି ଅଧା ମାଳା ପ୍ରସ୍ତୁତ ହୋଇଗଲାଣି ସେମାନେ ଗୋଟିଏ ହାତ ଉଠାଅ । କ’ଣ ପ୍ରସ୍ତୁତ ହୋଇଗଲାଣି? ବହୁତ ଅଳ୍ପ ଅଛନ୍ତି । ଏବେ ଯେଉଁମାନେ ଭାବୁଛ ଯେ ମାଳା ପ୍ରସ୍ତୁତ ହେଉଛି ସେମାନେ ହାତ ଉଠାଅ । ତେବେ ଅଧିକାଂଶ ପିଲା କହୁଛନ୍ତି ପ୍ରସ୍ତୁତ ହେଉଛି ଏବଂ ଅଳ୍ପ ପିଲା କହୁଛନ୍ତି ହୋଇଗଲାଣି । ଯେଉଁମାନେ କହୁଛନ୍ତି ଅଧା ମାଳା ପ୍ରସ୍ତୁତ ହୋଇଗଲାଣି ସେମାନଙ୍କୁ ବାପଦାଦା କହୁଛନ୍ତି ତୁମେମାନେ ନିଜର ନାମ ଲେଖି କରିଦିଅ । ବହୁତ ଭଲ କଥା ନା! କେବଳ ବାପଦାଦା ହିଁ ଦେଖିବେ ଆଉ କେହି ଦେଖିବେ ନାହିଁ, ବନ୍ଦ ଥିବ । ବାପଦାଦା ଦେଖିବେ ଯେ ଏହିଭଳି ଭଲ ଭଲ ଆଶାବାଦୀ ରତ୍ନ କେଉଁମାନେ ଅଛନ୍ତି । କାରଣ ବାପଦାଦା ମଧ୍ୟ ଭାବୁଛନ୍ତି ହୋଇଯିବା ଦରକାର । ତେଣୁ ଏମାନଙ୍କଠାରୁ ନାମ ସବୁ ରଖିବ, ଫଟୋ ମଧ୍ୟ ଉଠାଇ ରଖ ।

ତେବେ ବ୍ରହ୍ମାବାବା କ’ଣ ଉତ୍ତର ଦେଇଥିବେ? ତୁମେମାନେ ତ ଭଲ ଭଲ ଉତ୍ତର ଦେଲ । ବ୍ରହ୍ମାବାବା କହିଲେ ବାସ୍‌-କେବଳ ଏତିକି ସମୟ ଦରକାର, ଯାହାକି ଆପଣ ଚୁଟକୀ ବଜାଇବା ମାତ୍ରେ ସେମାନେ ପ୍ରସ୍ତୁତ ହୋଇଯିବେ । ତେବେ ଏହା ତ ଭଲ କଥା ନା! ତେଣୁ ଶିବବାବା କହିଲେ - ଆଚ୍ଛା, ତେବେ କ’ଣ ପୂରା ମାଳା ପ୍ରସ୍ତୁତ ହୋଇଯାଇଛି? ଅଧା ମାଳାର ତ ଉତ୍ତର ମିଳିଯାଇଛି, କିନ୍ତୁ ପୂରା ମାଳା ପାଇଁ ପଚାରିବାରୁ କହିଲେ ସେଥିପାଇଁ ଆଉ ଟିକିଏ ସମୟ ଦରକାର । ଏହିଭଳି ବାର୍ତ୍ତାଳାପ ଚାଲିଥିଲା । ତେବେ ଆଉ କିଛି ସମୟ କାହିଁକି ଦରକାର? ବାର୍ତ୍ତାଳାପ ପରେ ତ ପ୍ରଶ୍ନ ଉତ୍ତର ହିଁ ଚାଲିଥାଏ ନା । ଆଉ କିଛି ସମୟ କାହିଁକି ଦରକାର? ବିଶେଷ କମୀ କ’ଣ ଅଛି ଯେଉଁଥିପାଇଁ ଅଧାମାଳା ମଧ୍ୟ ଅଟକି ରହିଛି? ତା’ପରେ ସବୁ ଅଞ୍ଚଳର ପିଲାମାନଙ୍କୁ ଆଗ ପଛ ହିସାବରେ ପ୍ରକଟ କରି ଚାଲିଲେ, ଯେପରି ତୁମମାନଙ୍କର ଜୋନ୍ ସବୁ ଅଛି ନା, ସେହିପରି ଜୋନ୍ ଗୁଡିକ ତ ବହୁତ ବଡ ବଡ ଅଟେ ନା, ତେଣୁ ଗୋଟିଏ ଗୋଟିଏ ବିଶେଷ ସହରମାନଙ୍କୁ ବତନରେ ପ୍ରକଟ କରାଇଲେ ଅର୍ଥାତ୍ ସୂକ୍ଷ୍ମ ରୂପରେ ସମ୍ମୁଖରେ ଉପସ୍ଥିତ କରାଇଲେ ଏବଂ ସମସ୍ତଙ୍କର ଚେହେରାକୁ ଦେଖି ଚାଲିଲେ । ପିଲାମାନଙ୍କୁ ଦେଖି ଦେଖି ବ୍ରହ୍ମବାବା କହିଲେ ଯଦି ଗୋଟିଏ ବିଶେଷତାକୁ ଏବେ ସବୁ ପିଲା ଶୀଘ୍ର ଶୀଘ୍ର ଧାରଣ କରିନେବେ ତେବେ ମାଳା ପ୍ରସ୍ତୁତ ହୋଇଯିବ । ତେବେ ତାହା କେଉଁ ବିଶେଷତା? ବ୍ରହ୍ମାବାବା କହିଲେ ପିଲାମାନେ ସେବା କ୍ଷେତ୍ରରେ ଯେତିକି ଉନ୍ନତି କରିଛନ୍ତି ବା ସେବା କରି ମଧ୍ୟ ଆଗକୁ ବଢିଛନ୍ତି ତାହା ବହୁତ ଭଲ କିନ୍ତୁ ସେଥିରେ ଗୋଟିଏ କଥାର ସନ୍ତୁଳନ କମ୍ ଅଛି । ତାହା ହେଲା ନିର୍ମାଣର କାର୍ଯ୍ୟ କରିବାରେ ତ ବହୁତ ଭଲ ଆଗକୁ ବଢିଯାଇଛନ୍ତି କିନ୍ତୁ ନିର୍ମାଣ କରିବା ସହିତ ନିର୍ମାନ – ତାହା ହେଲା ନିର୍ମାଣ ଏବଂ ଏହା ହେଲା ନିର୍ମାନ, କେବଳ ମାତ୍ରାର ଅନ୍ତର ରହିଛି । କିନ୍ତୁ ନିର୍ମାଣ କରିବା ସହିତ ନିର୍ମାନ ହେବା ଅର୍ଥାତ୍ ନିରଂହକାରୀ ହେବା - ଏହି ଦୁଇଟିର ସନ୍ତୁଳନ ରଖିବାରେ ଅନ୍ତର ରହୁଛି । ସେବାର ଉନ୍ନତିରେ ନିର୍ମାନତା ପରିବର୍ତ୍ତେ କେବେ କେବେ, କେଉଁଠି କେଉଁଠି ସ୍ୱ-ଅଭିମାନ ମଧ୍ୟ ମିଶିଯାଉଛି । ଯେତିକି ଯେତିକି ସେବା କରିବାରେ ଆଗକୁ ବଢୁଛନ୍ତି ସେହି ଅନୁସାରେ ବୃତ୍ତିରେ ଅର୍ଥାତ୍ ବିଚାରରେ, ଦୃଷ୍ଟିରେ, ବାଣୀରେ, ଚାଲି-ଚଳନରେ ନିର୍ମାନତା ଦେଖାଯିବା ଦରକାର, ଏହାର ସନ୍ତୁଳନ ଅର୍ଥାତ୍ ବାଲାନ୍ସ ରଖିବା ମଧ୍ୟ ଦରକାର । ଏବେ ପର୍ଯ୍ୟନ୍ତ ସବୁ ସମ୍ବନ୍ଧ-ସମ୍ପର୍କ ବାଲାଙ୍କଠାରୁ ଯେଉଁଭଳି ବ୍ଲେସିଙ୍ଗ୍ ଅର୍ଥାତ୍ ଆଶୀର୍ବାଦ ମିଳିବା ଦରକାର ତାହା ମିଳୁ ନାହିଁ । ତେଣୁ ଯିଏ ଯେତେ ବି ଭଲ ପୁରୁଷାର୍ଥ କରୁଥାନ୍ତୁ ନା କାହିଁକି, ପୁରୁଷାର୍ଥ କରିବା ତ ଭଲ କଥା କିନ୍ତୁ ପୁରୁଷାର୍ଥ ସହିତ ଯଦି ଆଶୀର୍ବାଦର ଖାତା ଜମା ନାହିଁ ତେବେ ଦାତାପଣିଆର ସ୍ଥିତି ବା ଦୟାଶୀଳ ହେବାର ସ୍ଥିତିର ଅନୁଭୂତି ହୋଇପାରିବ ନାହିଁ । ତେଣୁ ସମସ୍ତଙ୍କ ପାଇଁ ଆବଶ୍ୟକ - ସ୍ୱପୁରୁଷାର୍ଥ ସହିତ ବାପଦାଦା ତଥା ପରିବାରର ଛୋଟ ବଡ ସମସ୍ତଙ୍କର ଆଶୀର୍ବାଦ । ଏହିଭଳି ଆଶୀର୍ବାଦ ଜମା କରିବା ଅର୍ଥ ପୁଣ୍ୟର ଖାତା ଜମା କରିବା । ଏହା ତୁମର ଅନ୍ତିମ ଫଳାଫଳର ନମ୍ବର ବୃଦ୍ଧି କରାଇଥାଏ । ତେଣୁ ତୁମେ ଯେତେ ବି ସେବା କରୁଥାଅ, ନିଜର ସେବା କରିବାର ନିଶାରେ ଆଗକୁ ଆଗକୁ ବଢି ଚାଲିଥାଅ କିନ୍ତୁ ବାପଦାଦା ସବୁ ପିଲାଙ୍କ ଭିତରେ ଏହି ବିଶେଷତା ଦେଖିବାକୁ ଚାହିୁଁଛନ୍ତି ଯେ ସେବା ସହିତ ନିର୍ମାନତା ଏବଂ ମେଳାପୀ ସ୍ୱଭାବ ଏହି ଦୁଇଟି ପୁଣ୍ୟର ଖାତା ଜମା ହେବା ବହୁତ ବହୁତ ଆବଶ୍ୟକ । ପରେ ଆଉ କହିବ ନାହିଁ ଯେ ମୁଁ ତ ବହୁତ ସେବା କରିଛି, ମୁଁ ତ ଏହି ସେବା କରିଛି, ସେହି ସେବା କରିଛି, ଅମୁକ ସେବା କରିଛି କିନ୍ତୁ ମୋ’ ନମ୍ବର ପଛରେ କାହିଁକି ରହିଲା? ସେଥିପାଇଁ ବାପଦାଦା ପ୍ରଥମରୁ ହିଁ ସୂଚନା ଦେଇ ଦେଉଛନ୍ତି ଯେ ବର୍ତ୍ତମାନ ସମୟରେ ଏହି ପୁଣ୍ୟର ଖାତା ବହୁତ ବହୁତ ଜମା କର । ଏମିତି ଭାବ ନାହିଁ ଯେ ଇଏ ତ ଏହିଭଳି ହିଁ ଅଟେ, ଇଏ ତ ବଦଳିବାର ହିଁ ନାହିଁ । ଯେବେକି ପ୍ରକୃତିକୁ ବଦଳାଇ ଦେଇପାରୁଛ, ପ୍ରକୃତି ସହିତ ତ ନିଜକୁ ଖାପ ଖୁଆଇ ଚାଲୁଛ ନା? ତେବେ କ’ଣ ବ୍ରାହ୍ମଣ ଆତ୍ମାକୁ ଆଡଜଷ୍ଟ କରିପାରିବ ନାହିଁ? ତେଣୁ ବିରୋଧି ଆତ୍ମା ସହିତ ମଧ୍ୟ ନିଜକୁ ଖାପ ଖୁଆଇ ଚାଲ - ଏହା ହିଁ ହେଉଛି ନିର୍ମାଣ ଏବଂ ନିର୍ମାନର ସନ୍ତୁଳନ । ଶୁଣିଲ ତ!

ଶେଷରେ ହୋମ୍‌ୱାର୍କ ଅର୍ଥାତ୍ ଘରେ ପ୍ରସ୍ତୁତ କରିବା ପାଇଁ ପାଠ ତ ଦିଆଯିବ ନା! କିଛି ତ ହୋମୱାର୍କ ମିଳିବ ନା! ତେଣୁ ବାପଦାଦା ଆସନ୍ତା ସିଜିନ୍‌କୁ ମଧ୍ୟ ଆସିବେ କିନ୍ତୁ.... କିଛିଟା ସର୍ତ୍ତ ନିଶ୍ଚିତ ରଖିବେ । ଦେଖ ସାକାରରେ ପାର୍ଟ ମଧ୍ୟ ଚାଲିଲା, ଅବ୍ୟକ୍ତ ପାର୍ଟ ମଧ୍ୟ ଚାଲୁଛି । ଏତେ ସମୟ ଅବ୍ୟକ୍ତ ପାର୍ଟ ଚାଲିବ ବୋଲି ସ୍ୱପ୍ନରେ ମଧ୍ୟ ନ ଥିଲା । ତେଣୁ ଉଭୟ ପାର୍ଟ ଡ୍ରାମା ଅନୁସାରେ ଚାଲିଲା । ଏବେ କୌଣସି ତ ସର୍ତ୍ତ ରଖିବାକୁ ପଡିବ ନା ନାହିଁ? ଏଥିରେ ତୁମମାନଙ୍କର ବିଚାର କ’ଣ? କ’ଣ ଏହିଭଳି ଚାଲୁଥିବ? କାହିଁକି ଜାଣିଛ! ଆଜି ବତନରେ ଆସନ୍ତା କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ପ୍ରଶ୍ନ ଉଠିଥିଲା । ତେବେ ବାପଦାଦାଙ୍କର ବାର୍ତ୍ତାଳାପ ଭିତରେ ଏହି କଥା ମଧ୍ୟ ଉଠିଲା ଯେ ଡ୍ରାମାରେ ଏହିଭଳି ପାର୍ଟ ମଧ୍ୟ ଆଉ କେତେ ଦିନ ଚାଲିବ? ଏହାର କୌଣସି ଶେଷ ତାରିଖ ଅଛି ନା ନାହିଁ? (ଡେରାଡୁନ୍‌ର ପ୍ରେମ ଭଉଣୀଙ୍କୁ) ଜନ୍ମପତ୍ରୀ ଶୁଣାଅ, ଆଉ କେତେ ଦିନ ଚାଲିବ? ଏବେ ଏହି ପ୍ରଶ୍ନ ଉଠୁଛି, ଆଉ କେତେ ଦିନ? କିନ୍ତୁ....... କିନ୍ତୁ ପାଇଁ ଛଅ ମାସ ସମୟ ତ ଅଛି ନା! ୬ ମାସ ପରେ ଯାଇ ଆଉ ଗୋଟିଏ ସିଜିନ୍ ଆରମ୍ଭ ହେବ । ତେଣୁ ବାପଦାଦା ଫଳାଫଳ ଦେଖିବାକୁ ଚାହୁଁଛନ୍ତି । ସମ୍ପୂର୍ଣ୍ଣ ସ୍ୱଚ୍ଛ ହୃଦୟ, କୌଣସି ପ୍ରକାରର ପୁରୁଣା ସ୍ୱଭାବ ସଂସ୍କାରର, ଅଭିମାନ ବା ଅପମାନର ଅନୁଭବର ଦାଗ ମଧ୍ୟ ନ ଥିବ ।

ବାପଦାଦାଙ୍କ ପାଖରେ ଦିଲ୍‌ର ଫଟୋ ଉଠାଇବାର ମେସିନ୍ ମଧ୍ୟ ଅଛି । ଏଠାରେ ଏକ୍ସରେ ମେସିନ୍‌ରେ ଏହି ସ୍ଥୂଳ ଦିଲ୍ ଦେଖାଯାଉଛି ନା! ତେଣୁ ବତନରେ ମଧ୍ୟ ସୂକ୍ଷ୍ମ ଦିଲ୍ ଅର୍ଥାତ୍ ମନର ଫଟୋ ବହୁତ ସ୍ୱଷ୍ଟ ଭାବରେ ଦେଖିହୁଏ । କେତେ ପ୍ରକାରର ଛୋଟ ବଡ ଦାଗ ଏବଂ ଅବହେଳା ପଣିଆର ଚିତ୍ର ସ୍ପଷ୍ଟ ଭାବରେ ଦେଖି ହେଉଛି । ଆଜି ହୋଲୀ ପାଳନ କରିବା ପାଇଁ ଆସିଛ ନା! ଶେଷ ପାଳି ହୋଇଥିବା କାରଣରୁ ପ୍ରଥମରୁ ହିଁ ହୋମ୍ ୱାର୍କ ଶୁଣାଇ ଦେଲୁ କିନ୍ତୁ ହୋଲୀର ଅର୍ଥ ତୁମେମାନେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଉଛ ଯେ ହୋଲୀ ପାଳନ କରିବା ଅର୍ଥ ବିତିଯାଇଥିବା କଥାକୁ ଭୁଲିଯିବା । ହୋଲୀ ପାଳନ କରିବା ଅର୍ଥ ଦିଲ୍‌ରେ ଛୋଟ-ବଡ କୌଣସି ପ୍ରକାରର ଦାଗ ନ ରହିବା, ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ସର୍ବପ୍ରାପ୍ତି ସମ୍ପନ୍ନ ହୃଦୟ । ବାପଦାଦା ତ ପୂର୍ବରୁ ମଧ୍ୟ ଶୁଣାଇ ଦେଇଛନ୍ତି ଯେ ବାପଦାଦାଙ୍କର ପିଲାମାନଙ୍କ ସହିତ ସ୍ନେହ ଥିବା କାରଣରୁ ଗୋଟିଏ କଥା ତାଙ୍କୁ ଆଦୌ ଭଲ ଲାଗୁ ନାହିଁ । ତାହା ହେଲା - ପିଲାମାନେ ମେହନତ ବହୁତ କରୁଛନ୍ତି । ଯଦି କେବଳ ହୃଦୟ ସ୍ୱଚ୍ଛ ହୋଇଯିବ ତେବେ କୌଣସି ମେହନତ କରିବାକୁ ପଡିବ ନାହିଁ, ଦିଲାରାମ୍ ବାବା ସର୍ବଦା ତୁମର ଦିଲ୍‌ରେ ସମାହିତ ହୋଇ ରହିବେ ଏବଂ ତୁମେମାନେ ମଧ୍ୟ ସର୍ବଦା ଦିଲାରାମଙ୍କର ଦିଲ୍‌ରେ ସମାହିତ ହୋଇ ରହିବ । ଯଦି ହୃଦୟରେ ସର୍ବଦା ବାବା ବିରାଜମାନ ଥିବେ ତେବେ ମାୟା କୌଣସି ରୂପରେ, ଚାହେଁ ସ୍ୱପ୍ନ ରୂପରେ, ଚାହେଁ ରାଜକୀୟ ରୂପରେ, ଚାହେଁ ମୋଟା ରୂପରେ, କୌଣସି ରୂପରେ ମାୟା ଆସି ପାରିବ ନାହିଁ । ସ୍ୱପ୍ନରେ ବା ସଂକଳ୍ପରେ ମଧ୍ୟ ମାୟା ଆସି ପାରିବ ନାହିଁ । ତେବେ ମେହନତରୁ ମୁକ୍ତ ହୋଇଯବ ନା! ବାପଦାଦା ତ ପିଲାମାନଙ୍କୁ ସଂକଳ୍ପରେ ମଧ୍ୟ ମେହନତରୁ ମୁକ୍ତ ଦେଖିବାକୁ ଚାହୁଁଛନ୍ତି । କାରଣ ମେହନତ ମୁକ୍ତ ଆତ୍ମା ହିଁ ଜୀବନମୁକ୍ତ ସ୍ଥିତିର ଅନୁଭବ କରିପାରିବ । ତେଣୁ ହୋଲୀ ପାଳନ କରିବାର ଅର୍ଥ ହେଲା ମେହନତ ମୁକ୍ତ ଏବଂ ଜୀବନମୁକ୍ତ ଅନୁଭୂତିରେ ରହିବା । ଏବେ ବାପଦାଦା ମାନସୀକ ଶକ୍ତି ଆଧାରରେ ସେବାକୁ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି । ବାଣୀ ଦ୍ୱାରା ସେବା କରିବା ତ ହୋଇ ଆସୁଛି ଏବଂ ଆଗକୁ ମଧ୍ୟ ହୋଇ ଚାଲିବ କିନ୍ତୁ ଏଥିରେ ସମୟ ଅଧିକ ଲାଗୁଛି । ଯେହେତୁ ସମୟ କମ୍ ଅଛି, ସେବା ଏବେ ମଧ୍ୟ ବହୁତ ବାକି ରହିଛି । ସେବାର ଫଳାଫଳ ତ ତୁମେମାନେ ଶୁଣାଇଲ । ଏବେ ପର୍ଯ୍ୟନ୍ତ ୧୦୮ର ମାଳା ମଧ୍ୟ ପ୍ରସ୍ତୁତ କରିପାରି ନାହଁ । ୧୬ ହଜାର, ପୁଣି ୯ ଲକ୍ଷ - ଏହା ତ ବହୁତ ଦୂରର କଥା । ଏଥିପାଇଁ ତୀବ୍ରବେଗୀ ବିଧି ଆପଣାଇବାକୁ ହେବ । ତେଣୁ ପ୍ରଥମେ ନିଜର ମନୋବୃତ୍ତିକୁ ଶ୍ରେଷ୍ଠ ଏବଂ ସ୍ୱଚ୍ଛ କର । ଗୋଟିଏ ସେକେଣ୍ଡ ମଧ୍ୟ ବ୍ୟର୍ଥରେ ନ ଯାଉ । ଏବେ ପର୍ଯ୍ୟନ୍ତ ମଧ୍ୟ ଅଧିକାଂଶ ପିଲାଙ୍କର ବ୍ୟର୍ଥ ସଂକଳ୍ପ କିଛି ପରିମାଣରେ ଚାଲୁଛି । ଅଶୁଦ୍ଧ ନୁହେଁ କିନ୍ତୁ ବ୍ୟର୍ଥ ସଂକଳ୍ପ ଚାଲୁଛି ସେଥିପାଇଁ ମାନସିକ ସେବା ବା ସଂକଳ୍ପ ଶକ୍ତି ଦ୍ୱାରା ସେବା ତୀବ୍ରଗତିରେ ହୋଇପାରୁ ନାହିଁ । ତେଣୁ ଏବେ ହୋଲୀ ପାଳନ କରିବା ଅର୍ଥ ନିଜର ମାନସିକ ବୃତ୍ତିକୁ ବ୍ୟର୍ଥ ଠାରୁ, ବ୍ୟର୍ଥ ସଂକଳ୍ପ ଠାରୁ ମଧ୍ୟ ହୋଲୀ କରିବା ।

ତେବେ ସମସ୍ତେ ହୋଲୀ ପାଳନ କରିଲ ତ? ପାଳନ କରିବା ଅର୍ଥ ହୋଇଯିବା । ଦୁନିଆରେ ଲୋକମାନେ ତ ଭିନ୍ନ ଭିନ୍ନ ରଙ୍ଗ ଦ୍ୱାରା ହୋଲୀ ପାଳନ କରୁଛନ୍ତି, କିନ୍ତୁ ବାପଦାଦା ସବୁ ପିଲାଙ୍କ ଉପରେ ଦିବ୍ୟ ଗୁଣର, ଦିବ୍ୟ ଶକ୍ତିର, ଜ୍ଞାନ ଗୋଲାପର ରଙ୍ଗ ଲଗାଉଛନ୍ତି ।

ଆଜି ବତନରେ ଆହୁରି ମଧ୍ୟ ସମାଚାର ଥିଲା । ଗୋଟିଏ ହେଲା ବାର୍ତ୍ତାଳାପର କଥା ଯାହାକୁ ଶୁଣାଇ ଦେଲୁ, ଦ୍ୱିତୀୟରେ ଏହି କଥା ଥିଲା ଯେ - ଯେଉଁମାନେ ବି ତୁମର ଭଲ ଭଲ ସେବା ସାଥୀମାନେ ଆଡଭାନ୍ସ ପାଟୀରେ ଆଗୁଆ ଯାଇଛନ୍ତି ସେମାନଙ୍କର ଆଜି ସୂକ୍ଷ୍ମବତନରେ ହୋଲୀ ପାଳନ କରିବାରେ ଦିନ ଥିଲା । ତୁମମାନଙ୍କ ମନ ଭିତରେ ମଧ୍ୟ ସେଭଳି କୌଣସି ପର୍ବପର୍ବାଣି ଆସିଲେ ମନେ ତ ପଡୁଛି ନା । ଦାଦୀମାନଙ୍କ କଥା, ସଖିମାନଙ୍କ କଥା, ପାଣ୍ଡବ ମାନଙ୍କ କଥା ମନେ ତ ପଡୁଛି ନା । ତେଣୁ ଆଡଭାନ୍ସ ପାର୍ଟୀର ମଧ୍ୟ ବହୁତ ବଡ ସଂଗଠନ ହୋଇଗଲାଣି । ଯଦି ସମସ୍ତଙ୍କର ନାମର ତାଲିକା ବାହାର କରିବ ତେବେ ବହୁତ ବଡ ହୋଇଯିବ । ତେଣୁ ବତନରେ ଆଜି ସବୁ ପ୍ରକାରରେ ଆତ୍ମାମାନେ ହୋଲୀ ପାଳନ କରିବା ପାଇଁ ଆସିଥିଲେ । ସମସ୍ତେ ନିଜ ନିଜର ପୁରୁଷାର୍ଥର ପ୍ରାରବ୍ଧ ଅନୁସାରେ ଭିନ୍ନ ଭିନ୍ନ ପାର୍ଟ କରୁଛନ୍ତି । ତେବେ ଆଡଭାନ୍ସ ପାର୍ଟିର କାର୍ଯ୍ୟ ତ ଏବେ ପର୍ଯ୍ୟନ୍ତ ଗୁପ୍ତରେ ଚାଲିଛି । ତୁମେମାନେ ଭାବୁଛ ନା ସେମାନେ କ’ଣ କରୁଛନ୍ତି? ସେମାନେ ତୁମମାନଙ୍କୁ ଆବାହନ କରୁଛନ୍ତି ଯେ ଯଥା ଶୀଘ୍ର ସମ୍ପୂର୍ଣ୍ଣ ହୋଇ ଦିବ୍ୟ ଜନ୍ମ ଦ୍ୱାରା ନୂତନ ଦୁନିଆର ନିମିତ୍ତ ହୁଅ । ତେବେ ସେମାନେ ନିଜ ନିଜର ପାର୍ଟରେ ଖୁସି ଅଛନ୍ତି । ଏକଥା ତାଙ୍କର ସ୍ମୃତିରେ ନାହିଁ ଯେ ଆମେ ସଂଗମ ଯୁଗରୁ ଆସିଛୁ । ଦିବ୍ୟତା ଅଛି, ପବିତ୍ରତା ଅଛି, ପରମାତ୍ମ ଲଗନ ଅଛି କିନ୍ତୁ ଜ୍ଞାନ ସ୍ପଷ୍ଟ ଭାବରେ ପ୍ରକଟ ନୁହେଁ । ନିଆରା ପଣିଆ ମଧ୍ୟ ଅଛି, କିନ୍ତୁ ଜ୍ଞାନ ଯଦି ସ୍ପଷ୍ଟ ଭାବରେ ପ୍ରକଟ ହୋଇଯିବ ତେବେ ସମସ୍ତେ ମଧୁବନକୁ ତ ଧାଇଁ ଆସିବେ ନା । କିନ୍ତୁ ସେମାନଙ୍କର ପାର୍ଟ ମଧ୍ୟ ଭିନ୍ନ ଅଟେ, ଜ୍ଞାନର ଶକ୍ତି ସେମାନଙ୍କ ପାଖରେ ଅଛି । ଶକ୍ତି କମ୍ ହୋଇ ନାହିଁ । ନିରନ୍ତର ମର୍ଯ୍ୟାଦା ପୂର୍ବକ ଘରର ବାତାବରଣ, ମାତା-ପିତାଙ୍କର ସନ୍ତୁଷ୍ଟତା ଏବଂ ସ୍ଥୂଳ ସାଧନ ଗୁଡିକ ମଧ୍ୟ ପ୍ରାପ୍ତ ଅଟେ । ମର୍ଯ୍ୟାଦାରେ ଘରର ବାତାବରଣ, ମାତା-ପିତାଙ୍କର ସନ୍ତୁଷ୍ଟତା ଏବଂ ସବୁ ସ୍ଥୁଳ ସାଧନ ଗୁଡିକ ମଧ୍ୟ ପ୍ରାପ୍ତ ଅଟେ । ମର୍ଯ୍ୟାଦାରେ ମଧ୍ୟ ବହୁତ ପକ୍କା ଅଟନ୍ତି । କ୍ରମାନ୍ୱୟରେ ତ ଅଛନ୍ତି କିନ୍ତୁ ବିଶେଷ ଆତ୍ମାମାନେ ପକ୍କା ଅଟନ୍ତି । ଅନୁଭବ କରୁଛନ୍ତି ଯେ ଆମର ପୂର୍ବଜନ୍ମ ଏବଂ ବର୍ତ୍ତମାନର ପୁନର୍ଜନ୍ମ ମହାନ ଥିଲା ଏବଂ ରହିବ । ଚେହେରା ମଧ୍ୟ ଅଧିକାଂଶ ଆତ୍ମାଙ୍କର ଗୋଟିଏ ରାଜକୀୟ ପରିବାରର ତୃପ୍ତ ଆତ୍ମା ଭଳି, ହର୍ଷିତ ଏବଂ ଭରପୁର ଆତ୍ମାଙ୍କ ଭଳି, ଦିବ୍ୟଗୁଣ ସମ୍ପନ୍ନ ଆତ୍ମାଙ୍କ ଭଳି ଦେଖାଯାଉଛି । ଏସବୁ ତ ହେଲା ସେମାନଙ୍କ ବିଷୟରେ ସମାଚାର କିନ୍ତୁ ବତନରେ କ’ଣ ହେଲା? ସେମାନେ ହୋଲୀ କିପରି ପାଳନ କରିଲେ? ତୁମେମାନେ ମଧ୍ୟ ଦେଖିଥିବ ଯେ ହୋଲୀ ଦିନ ଭିନ୍ନ ଭିନ୍ନ ରଙ୍ଗର ଶୁଖିଲା ରଙ୍ଗର ଥାଳୀ ସବୁ ଭରପୂର କରି ରଖିଥାଆନ୍ତି । ତେଣୁ ବତନରେ ମଧ୍ୟ ଶୁଖିଲା ରଙ୍ଗ ଭଳି ବହୁତ ସୂକ୍ଷ୍ମ ଚମକଦାର ହୀରା ସବୁ ଥିଲା କିନ୍ତୁ ସେଗୁଡିକ ଓଜନିଆ ନ ଥିଲା, ଯେପରି ରଙ୍ଗକୁ ହାତରେ ଧରିଲେ ହାଲୁକା ଲାଗିଥାଏ ନା! ସେହିଭଳି ଭିନ୍ନ ରଙ୍ଗର ହୀରାର ଥାଳୀ ସବୁ ଭରପୁର ହୋଇ ରହିଥିଲା । ତେଣୁ ଯେତେବେଳେ ସମସ୍ତେ ଆସିଗଲେ, ତେବେ ବତନରେ ସମସ୍ତଙ୍କର ସ୍ୱରୂପ କ’ଣ ଜାଣିଛ? ପ୍ରକାଶମୟ ସ୍ୱରୂପ ହୋଇଥାଏ ନା! ଦେଖିଛ ନା! ତେଣୁ ଆଲୋକର ପ୍ରକାଶମୟ କାୟା ତ ପୂର୍ବରୁ ହିଁ ଚମକୁଥାଏ । ତେଣୁ ବାପଦାଦା ସମସ୍ତଙ୍କୁ ନିଜ ନିଜର ସଂଗମଯୁଗୀ ଶରୀରରେ ପ୍ରକଟ କରାଇଲେ । ଯେତେବେଳେ ସଂଗମଯୁଗୀ ଶରୀରରେ ପ୍ରକଟ ହୋଇଗଲେ ସେତେବେଳେ ପରସ୍ପର ହସିତ ବହୁତ ମିଳନ କରିବାରେ ଲାଗିପଡିଲେ । ଆଡଭାନ୍ସ ପାର୍ଟୀର ଜନ୍ମର କଥା ସବୁ ଭୁଲିଗଲେ ଏବଂ ସଂଗମଯୁଗର କଥା ସବୁ ମନେ ପଡିଗଲା । ତେବେ ତୁମେମାନେ ବୁଝିପାରୁଥିବ ପରସ୍ପର ସହିତ ଯେତେବେଳେ ସଂଗମଯୁଗର କଥାବାର୍ତ୍ତା କରିଥାଆନ୍ତି ସେତେବେଳେ କେତେ ଖୁସି ହୋଇଯାଆନ୍ତି ତେଣୁ ବହୁତ ଖୁସି ମନରେ ପରସ୍ପର ସହିତ ଖୁସିର ଆଦାନ ପ୍ରଦାନ କରିଥିଲେ । ବାପଦାଦା ମଧ୍ୟ ଦେଖିଲେ ଯେ ଏମାନେ ବହୁତ ଖୁସି ହେଉଛନ୍ତି ତେଣୁ ଏମାନଙ୍କୁ ମିଶିବାକୁ ଦିଆଯାଉ । ପରସ୍ପରକୁ ନିଜ ଜୀବନର ବହୁତ କାହାଣୀ ସବୁ ଶୁଣାଇବାକୁ ଲାଗିଥିଲେ, ବାବା ଏହିଭଳି କହୁଥିଲେ, ବାବା ଏହିଭଳି ମୋତେ ସ୍ନେହ ଦେଉଥିଲେ, ଏହିଭଳି ଶିକ୍ଷା ଦେଇଥିଲେ ଆଦି ଆଦି । ବାବା ଏହିଭଳି କହୁଛନ୍ତି, ସେହିଭଳି କହୁଛନ୍ତି..... ବାବା, ବାବା, ବାବା ଶବ୍ଦ ହିଁ ଥିଲା । କିଛି ସମୟ ପରେ ପୁଣି କ’ଣ ହେଲା ଜାଣିଛ? ସମସ୍ତଙ୍କର ସଂସ୍କାର ବିଷୟରେ ତ ତୁମକୁ ଜଣା ଅଛି । ତେଣୁ ସମସ୍ତଙ୍କ ଭିତରେ ସବୁଠାରୁ ମଜାଳିଆ ସ୍ୱଭାବ ବାଲା ଏହି ଗ୍ରୃପ୍‌ରେ କିଏ ଥିଲା ଜାଣିଛ? (ଦୀଦୀ ଏବଂ ଚନ୍ଦ୍ରମଣୀ ଦାଦୀ) ତେଣୁ ଦୀଦୀ ପ୍ରଥମେ ଉଠିଲେ, ଚନ୍ଦ୍ରମଣୀ ଦାଦୀଙ୍କର ହାତ ଧରି ରାସ କରିବା ଆରମ୍ଭ କରିଦେଲେ ଏବଂ ଦୀଦୀ ଯେପରି ଏଠାରେ ମଧ୍ୟ ନିଶାରେ ଆସିଯାଉଥିଲେ ଅର୍ଥାତ୍ ଭାବ ବିହ୍ୱଳ ହୋଇଯାଇଥିଲେ ସେହିପରି ନିଶାରେ ଖୁବ୍ ରାସ କରିଲେ । ମମ୍ମାଙ୍କୁ ମଝିରେ ରଖି ତାଙ୍କ ଚାରି ପାଖରେ ଚକ୍ର ଲଗାଇ ନୃତ୍ୟ କରିଥିଲେ । ପରସ୍ପର ସହିତ ଲୁଚକାଳୀ ଖେଳିଲେ ଏବଂ ବହୁତ ଖେଳ ଖେଳିଲେ । ବାପଦାଦା ମଧ୍ୟ ଏସବୁ ଦେଖି ବହୁତ ହସିଛନ୍ତି । ଯେହେତୁ ହୋଲୀ ପାଳନ କରିବାକୁ ଆସିଛନ୍ତି ତେଣୁ ଖେଳନ୍ତୁ । କିଛି ସମୟ ପରେ ସମସ୍ତେ ବାପଦାଦାଙ୍କ ବାହୁରେ ସମାହିତ ହୋଇଗଲେ ଏବଂ ସମସ୍ତେ ପୂରାପୂରି ଲବଲୀନ ହୋଇଗଲେ । ତା’ପରେ ବାପଦାଦା ସମସ୍ତଙ୍କ ଉପରେ ଭିନ୍ନ ଭିନ୍ନ ରଙ୍ଗର ଯେଉଁ ହୀରା ସବୁ ଥିଲା, ବହୁତ ସୂକ୍ଷ୍ମ ଗୁଣ୍ଡ ସଦୃଶ ଥିଲା । କିନ୍ତୁ ସେଥିରେ ଚମକ୍ ବହୁତ ଥିଲା, ବାପଦାଦା ତାକୁ ସମସ୍ତଙ୍କ ଉପରେ ଛିଞ୍ଚି ଥିଲେ । ତେବେ ଶରୀର ତ ସମସ୍ତଙ୍କର ପୂର୍ବରୁ ହିଁ ଚମକ୍‌ଦାର ଥିଲା, ତା’ ଉପରେ ଏହିଭଳି ଭିନ୍ନ ଭିନ୍ନ ରଙ୍ଗର ହୀରାଗୁଡିକ ପଡିବା ଦ୍ୱାରା ସମସ୍ତେ ଯେପରି ବହୁତ ସୁଶୋଭିତ ହୋଇ ଉଠିଲେ । ନାଲି, ନୀଳ, ହଳଦୀ..... ଯେଉଁ ସବୁ ସାତ ରଙ୍ଗ କହୁଛ ନା । ସେଥିରେ ସାତଟିଯାକ ରଙ୍ଗର ହୀରା ଥିଲା । ତେବେ ସମସ୍ତେ ଏଭଳି ଚମକ୍‌ଦାର ହୋଇଗଲେ ଯାହାକି ସତ୍ୟଯୁଗରେ ମଧ୍ୟ ଏଭଳି ଡ୍ରେସ୍ ନ ଥିବ । ଆରମ୍ଭରୁ ତ ସମସ୍ତେ ଖୁସି ମଉଜରେ ହିଁ ଥିଲେ, ପୁଣି ପରସ୍ପର ଉପରେ ରଙ୍ଗ ଲଗାଇବାରେ ଲାଗି ପଡିଲେ । ମଜାଳିଆ ଭଉଣୀମାନେ ମଧ୍ୟ ବହୁତ ଥିଲେ ନା । ତେଣୁ ସମସ୍ତେ ବହୁତ ବହୁତ ମଜା କରିଲେ । ତେବେ ମଉଜ ପରେ ପୁଣି କ’ଣ ହୁଏ? ବାପଦାଦା ଆଗୁଆ ଭାବରେ ସମସ୍ତଙ୍କୁ ଭୋଗ ଖୁଆଇଥିଲେ, ତୁମେମାନେ ତ କାଲି ଭୋଗ ଲଗାଇବ ନା! କିନ୍ତୁ ବାପଦାଦା ମଧୁବନର ଏବଂ ସଂଗମଯୁଗର ଭିନ୍ନ ଭିନ୍ନ ଭୋଗ ସମସ୍ତଙ୍କୁ ଖୁଆଇଥିଲେ ତେବେ ସେଥିରେ ବିଶେଷ କରି ହୋଲୀର ଭୋଗ କ’ଣ ହୋଇଥିବ (ଗେୱର ଜଲିପି) ତୁମେମାନେ ଗୋଲାପ ଫୁଲକୁ ତେଲରେ ଛାଣି ସେଥିରେ ଟୋଲୀ ତିଆରି କରୁଛ ନା! ତେଣୁ ସଂଗମଯୁଗର ହିଁ ଭିନ୍ନ ଭିନ୍ନ ଭୋଗ ଲଗାଯାଇଥିଲା । ତେଣୁ ତୁମମାନଙ୍କ ପୂର୍ବରୁ ସେମାନଙ୍କୁ ଭୋଗ ମିଳିଗଲା, ତୁମକୁ ତ କାଲି ମିଳିବ । ଆଚ୍ଛା! ତେବେ ସାର କଥା ହେଲା ଖୁବ୍ ନାଚିଲେ, ଗାଇଲେ ଏବଂ ପାଳନ କରିଲେ । ସମସ୍ତେ ମିଶି ବାଃ ବାବା, ମେରା ବାବା, ମିଠା ବାବା ଗୀତ ଗାଇଲେ । ତେବେ ନାଚିଲେ, ଗାଇଲେ, ଖାଇଲେ ଏବଂ ଶେଷରେ କ’ଣ ହୁଏ, ବଧାଇ ଅର୍ଥାତ୍ ଅଭିନନ୍ଦନ ଦେବା ଏବଂ ବିଦାଇ ଅର୍ଥାତ ବିଦାୟ ଦେବା । ତେଣୁ ତୁମେମାନେ ମଧ୍ୟ ପାଳନ କରିଲ, ନା କେବଳ ଶୁଣିଲ? ତେଣୁ ପ୍ରଥମେ ସମସ୍ତେ ଫରିସ୍ତା ହୋଇ ପ୍ରକାଶମୟ କାୟାଧାରୀ ହୋଇଯାଅ । କ’ଣ ହୋଇପାରିବ, ନା ନାହିଁ? ମୋ’ର ଶରୀର ଟିକିଏ ମୋଟା ଅଛି, ତାହା ନୁହେଁ । ଗୋଟିଏ ସେକେଣ୍ଡରେ ଚମକୁଥିବା ଡବଲ ଲାଇଟ୍‌ର ସ୍ୱରୂପ ହୋଇଯାଅ । ହୋଇପାରିବ? ବିଲ୍‌କୁଲ୍‌ ଫରିସ୍ତା (ବାପଦାଦା ସମସ୍ତଙ୍କୁ ଡ୍ରିଲ୍ କରାଇଲେ)

ଏବେ ନିଜ ଉପରେ ଭିନ୍ନ ଭିନ୍ନ ରଙ୍ଗର ଚମକୁଥିବା ହୀରା ଶରୀର ଉପରେ ପକାଅ ଏବଂ ସର୍ବଦା ଏହିପରି ଦିବ୍ୟଗୁଣର ରଙ୍ଗରେ, ସର୍ବଶକ୍ତିର ରଙ୍ଗରେ, ଜ୍ଞାନ ରଙ୍ଗରେ ନିଜକୁ ରଞ୍ଜିତ କରି ରଖ ଏବଂ ସବୁଠାରୁ ବଡ ରଙ୍ଗ ହେଲା ବାପଦାଦାଙ୍କର ସଂଗର ରଙ୍ଗରେ ସର୍ବଦା ନିଜକୁ ରଙ୍ଗ କରୁଥାଅ ଏବଂ ଏହିଭଳି ଅମର ହୋଇ ରହିଥାଅ । ଆଚ୍ଛା!

ଏହିଭଳି ଦେଶ ବିଦେଶର ଫରିସ୍ତା ସ୍ୱରୂପ ପିଲାମାନଙ୍କୁ, ସର୍ବଦା ସ୍ୱଚ୍ଛ ହୃଦୟବାନ ପ୍ରାପ୍ତି ସମ୍ପନ୍ନ ପିଲାମାନଙ୍କୁ, ସଚ୍ଚା ହୋଲୀ ପାଳନ କରିବା ଅର୍ଥାତ୍ ହୋଲୀର ଅର୍ଥ ସହିତ ଚିତ୍ରକୁ ମଧ୍ୟ ପ୍ରତ୍ୟକ୍ଷ ରୂପରେ ଧାରଣ କରୁଥିବା ପିଲାମାନଙ୍କୁ, ସର୍ବଦା ନିର୍ମାଣ ଏବଂ ନିର୍ମାନର ସନ୍ତୁଳନ ରଖୁଥିବା ପିଲାମାନଙ୍କୁ, ସର୍ବଦା ଆଶୀର୍ବାଦ ରୂପକ ପୂଣ୍ୟର ଖାତା ଜମା କରୁଥିବା ପିଲାମାନଙ୍କୁ ବହୁତ ବହୁତ ପଦ୍ମଗୁଣା ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।

ବରଦାନ:-
ମଧୁରତା ଦ୍ୱାରା ବାବାଙ୍କର ସମୀପତାର ସାକ୍ଷାତ୍‌କାର କରାଉଥିବା ମହାନ ଆତ୍ମା ହୁଅ ।

ଯେଉଁ ପିଲାମାନଙ୍କର ସଂକଳ୍ପରେ ମଧ୍ୟ ମଧୁରତା, ବାଣୀରେ ମଧ୍ୟ ମଧୁରତା ଏବଂ କର୍ମରେ ମଧ୍ୟ ମଧୁରତା ଭରି ରହିଛି ସେହିମାନେ ହିଁ ବାବାଙ୍କର ପାଖାପାଖି ଅଟନ୍ତି । ସେଥିପାଇଁ ବାବା ମଧ୍ୟ ସେମାନଙ୍କୁ ପ୍ରତିଦିନ କହୁଛନ୍ତି - ମିଠା ମିଠା ସନ୍ତାନମାନେ ଏବଂ ପିଲାମାନେ ମଧ୍ୟ କହୁଛନ୍ତି - ମିଠା ମିଠା ବାବା, ତେଣୁ ଏହିଭଳି ପ୍ରତିଦିନର ମଧୁର ବାଣୀ ପିଲାମାନଙ୍କୁ ମଧୁରତା ସମ୍ପନ୍ନ କରିଦେଉଛି । ଏହିଭଳି ମଧୁରତାକୁ ପ୍ରତ୍ୟକ୍ଷ କରୁଥିବା ଶ୍ରେଷ୍ଠ ଆତ୍ମାମାନେ ହିଁ ମହାନ ଅଟନ୍ତି । କାରଣ ମଧୁରତା ହିଁ ମହାନତା ଅଟେ । ଯଦି ମଧୁରତା ନାହିଁ ତେବେ ମହାନତାର ଅନୁଭବ ମଧ୍ୟ ହୋଇ ପାରିବ ନାହିଁ ।

ସ୍ଲୋଗାନ:-
ଯେକୌଣସି କାର୍ଯ୍ୟକୁ ଡବଲ ଲାଇଟ୍ ସ୍ଥିତିରେ ସ୍ଥିତ ହୋଇ କରିବା ଦ୍ୱାରା ମନୋରଞ୍ଚନର ଅନୁଭବ କରିପାରିବ ।