23.07.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମମାନଙ୍କୁ ଯଥା ସମୟରେ ନିଜର ଘରକୁ ଫେରିଯିବାକୁ ହେବ ସେଥିପାଇଁ ବାବାଙ୍କୁ ମନେ ପକାଇବାର ସମୟକୁ
ବଢାଇଚାଲ, ଏହି ଦୁଃଖଧାମକୁ ଭୁଲି ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଅ ।”
ପ୍ରଶ୍ନ:-
କେଉଁ ଏକ ଗୁଢ
ରହସ୍ୟ ତୁମେ ଲୋକମାନଙ୍କୁ ଶୁଣାଇଲେ ସେମାନଙ୍କ ବୁଦ୍ଧିରେ ହଲଚଲ୍ ସୃଷ୍ଟି ହେବ?
ଉତ୍ତର:-
ସେମାନଙ୍କୁ ଶୁଣାଅ ଯେ, ଆତ୍ମା ଏତେ ଛୋଟ ବିନ୍ଦୁ ହେଲେ ମଧ୍ୟ ସେଥିରେ ଅବିନାଶୀ ପାର୍ଟ ଭରି ହୋଇ
ରହିଛି, ଯାହା ଆତ୍ମା ଅଭିନୟ କରିଚାଲିଛି । କେବେହେଲେ ଥକିଯାଉନାହିଁ । ଏଥିରୁ ମୋକ୍ଷ କାହାକୁ
ମିଳିପାରିବ ନାହିଁ । ମନୁଷ୍ୟମାନେ ତ ଅତ୍ୟଧିକ ଦୁଃଖକୁ ଦେଖି କହୁଛନ୍ତି ଏଥିରୁ ମୋକ୍ଷ ମିଳିଗଲେ
ଭଲ ହୁଅନ୍ତା, କିନ୍ତୁ ଅବିନାଶୀ ଆତ୍ମା ପାର୍ଟ ନ କରି ରହିପାରିବ ନାହିଁ । ଏହି କଥାକୁ ଶୁଣି
ସେମାନଙ୍କ ଭିତରେ ହଲ୍ଚଲ୍ ସୃଷ୍ଟି ହେବ ।
ଓମ୍ ଶାନ୍ତି ।
ମିଠା ମିଠା
ଆତ୍ମିକ ପିଲାମାନଙ୍କୁ ବାବା ବୁଝାଉଛନ୍ତି, ଏଠାରେ ତ’ ଆତ୍ମିକ ସନ୍ତାନମାନେ ଅଛନ୍ତି । ବାବା
ପ୍ରତ୍ୟେକ ଦିନ ବୁଝାଉଛନ୍ତି । ବାସ୍ତବରେ ଏହି ଦୁନିଆରେ ଗରିବମାନେ କେତେ ଦୁଃଖୀ, ବନ୍ୟା ଆଦି
ହେଲେ ଗରିବମାନେ ଦୁଃଖୀ ହୋଇଥା’ନ୍ତି । ତାଙ୍କର ଆସବାବପତ୍ରର ଅବସ୍ଥା କ’ଣ ହୋଇଥାଏ । ତେଣୁ ଦୁଃଖ
ତ’ ହୋଇଥାଏ ନା । ଅସରନ୍ତି ଦୁଃଖ ହୋଇଥାଏ । ସାହୁକାରମାନେ ସୁଖୀ କିନ୍ତୁ ଏହା ଅଳ୍ପକ୍ଷଣ ପାଇଁ ।
ସାହୁକାରମାନେ ମଧ୍ୟ ରୋଗରେ ପଡୁଛନ୍ତି, ମୃତ୍ୟୁବରଣ ମଧ୍ୟ କରୁଛନ୍ତି, ଆଜି ଅମୁକର ମୃତ୍ୟୁ ହେଲା,
ଆଜି ଏହା ହେଲା । ଆଜି ପ୍ରେସିଡେଣ୍ଟ ଅଛନ୍ତି, କାଲି ପୁଣି ଗଳି ଛାଡିବାକୁ ପଡୁଛି । ଘେରାଉ କରି
ତାଙ୍କୁ ତଡି ଦେଉଛନ୍ତି, ତେବେ ଏହା ମଧ୍ୟ ଦୁଃଖ ଅଟେ ନା । ବାବା କହୁଛନ୍ତି - ଦୁଃଖର ତାଲିକା
ମଧ୍ୟ ବାହାର କର, ଏହି ଦୁଃଖଧାମରେ କି କି ପ୍ରକାରର ଦୁଃଖ ଅଛି । ତୁମେମାନେ ସୁଖଧାମକୁ ମଧ୍ୟ
ଜାଣିଛ, ଦୁନିଆର ମନୁଷ୍ୟମାନେ କିଛି ବି ଜାଣିନାହାଁନ୍ତି । ସେମାନେ ଦୁଃଖଧାମ ସୁଖଧାମର ତୁଳନା
କରିପାରିବେ ନାହିଁ । ବାବା କହୁଛନ୍ତି - ତୁମେ ସବୁକିଛି ଜାଣିଛ, ଏ କଥା ସମସ୍ତେ ମାନିବେ ଯେ,
ବାସ୍ତବରେ ଏମାନେ ସତ୍ୟ କହୁଛନ୍ତି । ଏଠାରେ ଯାହାଙ୍କ ପାଖରେ ବଡ ବଡ ଘର ଅଛି, ଉଡାଜାହାଜ ଆଦି ଅଛି,
ସେମାନେ ଭାବୁଛନ୍ତି କଳିଯୁଗ ଆହୁରି ୪୦ ହଜାର ବର୍ଷ ଚାଲିବ । ପରେ ସତ୍ୟଯୁଗ ଆସିବ । ତେବେ ଏମାନେ
ଘୋର ଅନ୍ଧକାର ଭିତରେ ଅଛନ୍ତି ନା । ତେଣୁ ସେମାନଙ୍କୁ ଜ୍ଞାନ ଦେବାକୁ ହେବ, ଆଉ ବାକି ଅଳ୍ପ ସମୟ
ଅଛି । ସେମାନେ ଲକ୍ଷ ଲକ୍ଷ ବର୍ଷ କହୁଛନ୍ତି, କିନ୍ତୁ ତୁମେ ୫ ହଜାର ବର୍ଷ ବୋଲି ପ୍ରମାଣ ଦେଇ
କହୁଛ । ୫ ହଜାର ବର୍ଷ ପରେ ପୁଣି ଏହି ସୃଷ୍ଟିରୂପି ଚକ୍ରର ପୁନରାବୃତ୍ତି ହୋଇଥାଏ । ଦୁଃଖଧାମରେ
ରୋଗ ଆଦି ସବୁ ହେଉଛି । ତୁମେ ଅଳ୍ପ କିଛି ମୁଖ୍ୟ କଥା ଲେଖି ଦିଅ । ସ୍ୱର୍ଗରେ ଦୁଃଖର ନାମ ମଧ୍ୟ
ରହିବ ନାହିଁ । ବାବା ବୁଝାଉଛନ୍ତି - ଏବେ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ । ବର୍ତ୍ତମାନ ସେହି
ଗୀତାର ଅଧ୍ୟାୟ ଚାଲିଛି । ତେବେ ନିଶ୍ଚିତ ଭାବରେ ଏହି ସଙ୍ଗମଯୁଗରେ ହିଁ ସତ୍ୟଯୁଗର ସ୍ଥାପନା ହେବ
। ବାବା କହୁଛନ୍ତି - ମୁଁ ତୁମମାନଙ୍କୁ ରାଜାମାନଙ୍କର ରାଜା କରୁଛି । ତେବେ ସେ ନିଶ୍ଚିତ
ସତ୍ୟଯୁଗରେ କରାଇବ ନା । ବାବା ଭଲ ଭାବରେ ବୁଝାଉଛନ୍ତି ।
ଏବେ ଆମେ ସୁଖଧାମକୁ ଯାଉଛୁ, ବାବା ହିଁ ନେଇ ଯାଉଛନ୍ତି । ଯିଏ ବାବାଙ୍କୁ ନିରନ୍ତର ମନେପକାଉଛନ୍ତି
ସିଏ ଉଚ୍ଚ ପଦ ପାଇବେ, ସେଥିପାଇଁ ବାବା ଉପାୟ ବତାଉଛନ୍ତି । ତେଣୁ ତୁମେ ଯୋଗର ତୀବ୍ରତାକୁ ବଢ଼ାଅ
। କୁମ୍ଭମେଳାକୁ ମଧ୍ୟ ଠିକ୍ ସମୟରେ ଯିବାକୁ ପଡିଥାଏ । ତୁମକୁ ମଧ୍ୟ ଠିକ୍ ସମୟରେ ଯିବାର ଅଛି ।
ଏପରି ନୁହେଁ ଯେ, ଜଲ୍ଦି ଜଲ୍ଦି ଯାଇ ପହଞ୍ଚିଯିବ । ନା, ଜଲ୍ଦି କରିବା ଆମ ହାତରେ ନାହିଁ ।
ଏହା ତ’ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ସମସ୍ତ ମହିମା ଡ୍ରାମାର ରହିଛି । ଏଠାରେ କେତେ
ଦୁଃଖଦାୟୀ ଜୀବଜନ୍ତୁ ଅଛନ୍ତି । ସତ୍ୟଯୁଗରେ ଏମାନେ ରହିବେ ନାହିଁ । ତେଣୁ ମନରେ ବିଚାର ଆସିବା
ଦରକାର, ସେଠାରେ ଏହି ସବୁ ଜିନିଷ ରହିବ । ସତ୍ୟଯୁଗର କଥା ତ’ ମନେପଡୁଛି ନା । ବାବା ହିଁ
ସତ୍ୟଯୁଗର ସ୍ଥାପନା କରୁଛନ୍ତି । ଅନ୍ତିମ ସମୟରେ ସଂକ୍ଷେପରେ ସମସ୍ତ ଜ୍ଞାନ ବୁଦ୍ଧିରେ ଆସିଯିବ ।
ଯେପରି ବୀଜ କେତେ ଛୋଟ, ବୃକ୍ଷ କେତେ ବଡ ହୋଇଥାଏ । ତାହା ଜଡ, ଇଏ ଚୈତନ୍ୟ ବୀଜ । ଏହାଙ୍କ ବିଷୟରେ
କେହି ଜାଣିନାହାନ୍ତି, ସେମାନେ କଳ୍ପର ଆୟୁଷକୁ ଲମ୍ବା ଚଉଡା କରିଦେଇଛନ୍ତି । ଭାରତ ହିଁ ଅଧିକ
ସୁଖ ଏବଂ ଅଧିକ ଦୁଃଖ ପାଉଛି । ରୋଗ ଆଦି ମଧ୍ୟ ଭାରତରେ ଅଧିକ ହେଉଛି । ଏଠାରେ ମଶା, ମାଛି ସଦୃଶ
ମନୁଷ୍ୟ ମୃତ୍ୟୁ ମୁଖରେ ପଡୁଛନ୍ତି, କାହିଁକିନା ଏଠାରେ ଆୟୁଷ କମ୍ । ଏଠାକାର ଝାଡୁଦାର ଅର୍ଥାତ୍
ମେହେନ୍ତର ଏବଂ ବିଦେଶରେ ମେହେନ୍ତରମାନଙ୍କ ମଧ୍ୟରେ କେତେ ଅନ୍ତର ରହିଛି । ସମସ୍ତ ନୂଆ ନୂଆ
ଉଦ୍ଭାବନ ବିଦେଶରୁ ହିଁ ଏଠାକୁ ଆସୁଛି । ସତ୍ୟଯୁଗର ନାମ ହିଁ ହେଉଛି ସ୍ୱର୍ଗ । ସେଠାରେ ସବୁ
ଜିନିଷ ସତ୍ତ୍ୱପ୍ରଧାନ ହେବ, ତୁମକୁ ସେସବୁର ସାକ୍ଷାତ୍କାର ମଧ୍ୟ ହେବ । ବର୍ତ୍ତମାନ ଏହା
ସଙ୍ଗମଯୁଗ, ଯେତେବେଳେ କି ବାବା ବସି ବୁଝାଉଛନ୍ତି । ଏହିଭଳି ବୁଝାଉଥିବେ ଏବଂ ନୂଆ ନୂଆ କଥା
ଶୁଣାଉଥିବେ । ବାବା କହୁଛନ୍ତି - ମୁଁ ତୁମକୁ ଦିନକୁ ଦିନ ଗୁହ୍ୟ ଗୁହ୍ୟ ରହସ୍ୟ ସବୁ ଶୁଣାଉଛି ।
ଆଗରୁ କ’ଣ ଜଣାଥିଲା ଯେ, ବାବା ଏଭଳି ବିନ୍ଦୁ ସ୍ୱରୂପ ଏବଂ ତାଙ୍କ ଭିତରେ ସୃଷ୍ଟିକୁ ପରିବର୍ତ୍ତନ
କରିବାର ଅବିନାଶୀ ପାର୍ଟ ଭରି ହୋଇ ରହିଛି । ତୁମେମାନେ ମଧ୍ୟ ଅଭିନୟ କରିଆସୁଛ । ଯଦି ତୁମେ ଏକଥା
କାହାକୁ କହିବ ତେବେ ସେମାନଙ୍କ ବୁଦ୍ଧି ହଲଚଲ୍ ହୋଇଯିବ ଏବଂ ଭାବିବେ ଯେ, ଇଏ କ’ଣ କହୁଛନ୍ତି, ଏତେ
ଛୋଟ ବିନ୍ଦୁ ଆତ୍ମାରେ ସମସ୍ତ ପାର୍ଟ ଭରି ହୋଇ ରହିଛି, ଯାହାକି ଅଭିନୟ କରି ଚାଲିଛି, କେବେ ବି
ଥକିଯାଉନାହିଁ । ଏ କଥା କାହାକୁ ବି ଜଣାନାହିଁ । ଏବେ ତୁମେମାନେ ବୁଝିପାରୁଛ ଯେ, ଅଧାକଳ୍ପ ସୁଖ,
ଅଧାକଳ୍ପ ଦୁଃଖ ରହିଛି । ବହୁତ ଦୁଃଖ ଦେଖି ମନୁଷ୍ୟ କହୁଛନ୍ତି - ଏଥିରୁ ମୋକ୍ଷ ପାଇଗଲେ ଭଲ ।
ଯେତେବେଳେ ତୁମେ ସୁଖ ଏବଂ ଶାନ୍ତିରେ ରହିବ ସେତେବେଳେ କ’ଣ ଏପରି କହିବ! ଏହି ସବୁ ଜ୍ଞାନ ଏବେ
ତୁମମାନଙ୍କ ବୁଦ୍ଧିରେ ଅଛି । ଯେପରି ବାବା ଏହି ସୃଷ୍ଟିରୂପୀ ବୃକ୍ଷର ବୀଜ, ତେଣୁ ତାଙ୍କ ଭିତରେ
ସମସ୍ତ ବୃକ୍ଷର ଜ୍ଞାନ ରହିଛି । ସାରା କଳ୍ପ ବୃକ୍ଷର ମଡେଲ୍ ଦେଖାଇଛନ୍ତି ନା । ସେଠାରେ କ’ଣ
ଦେଖାଇପାରିବେ । ତେଣୁ ବୁଦ୍ଧିରେ ସମସ୍ତ ଜ୍ଞାନ ଆସିଯାଉଛି, ତେବେ ତୁମେମାନେ କେତେ ବିଶାଳ ବୁଦ୍ଧି
ହେବା ଦରକାର । ତୁମମାନଙ୍କୁ କେତେ ବୁଝାଇବାକୁ ପଡୁଛି । ଅମୁକ ଅମୁକ ଏତେ ସମୟ ପରେ ପୁଣି ଅଭିନୟ
କରିବା ପାଇଁ ଆସୁଛନ୍ତି, ଏହା କେତେ ବଡ ଡ୍ରାମା, ଏହି ଡ୍ରାମାକୁ ତ’ କେବେ କେହି ଦେଖିପାରିବେ
ନାହିଁ, ଅସମ୍ଭବ । ଦିବ୍ୟ ଦୃଷ୍ଟି ଦ୍ୱାରା ତ’ ଭଲ ଜିନିଷ ଦେଖାଯାଇଥାଏ । ଗଣେଷ, ହନୁମାନ ଏମାନେ
ହେଲେ ଭକ୍ତିମାର୍ଗର । କିନ୍ତୁ ମନୁଷ୍ୟମାନଙ୍କ ଭାବନା ରହିଛି ତେଣୁ ଛାଡି ପାରୁନାହାଁନ୍ତି । ଏବେ
ତୁମମାନଙ୍କୁ ପୁରୁଷାର୍ଥ କରି କଳ୍ପ ପୂର୍ବ ଭଳି ପଦ ପାଇବା ପାଇଁ ପଢ଼ିବାକୁ ପଡିବ । ତୁମେମାନେ
ଜାଣିଛ, ପ୍ରତ୍ୟେକଙ୍କୁ ପୁନର୍ଜନ୍ମ ନେବାକୁ ପଡିବ । ଶିଢ଼ିରେ କିପରି ତଳକୁ ଓହ୍ଲାଉଛନ୍ତି । ଏକଥା
ତ’ ପିଲାମାନେ ଜାଣିଗଲେଣି । ଯେଉଁମାନେ ନିଜେ ଜାଣିଛନ୍ତି ସେମାନେ ଅନ୍ୟକୁ ବୁଝାଇବାରେ ଲାଗିପଡିବେ
। କଳ୍ପ ପୂର୍ବରୁ ମଧ୍ୟ ଏହିପରି କରିଥିବେ । ଏହିଭଳି ମ୍ୟୁଜିୟମ ତିଆରି କରି କଳ୍ପ ପୂର୍ବରୁ ମଧ୍ୟ
ପିଲାମାନଙ୍କୁ ଶିଖାଇଥିବେ । ଏହିଭଳି ପୁରୁଷାର୍ଥ କରୁଛନ୍ତି ଏବଂ ଆଗକୁ ମଧ୍ୟ କରୁଥିବେ । ଏହା
ଡ୍ରାମାରେ ନିର୍ଦ୍ଧାରିତ ଅଛି । ଏହିଭଳି ଦିନକୁ ଦିନ ବୃଦ୍ଧି ହୋଇଚାଲିବ । ଗଳି ଗଳି ଘରେ ଘରେ ଏହି
ସ୍କୁଲ୍ ହେବ । ଏହା କେବଳ ଧାରଣା କରିବାର କଥା । ସମସ୍ତଙ୍କୁ କୁହ ତୁମର ଦୁଇଜଣ ପିତା ଅଛନ୍ତି,
ତେବେ ସେମାନଙ୍କ ଭିତରୁ ବଡ କିଏ? ଯାହାଙ୍କୁ ସମସ୍ତେ ଡାକୁଛନ୍ତି କୃପା କର, ଦୟା କର । ବାବା
କହୁଛନ୍ତି - ମାଗିଲେ କିଛି ବି ମିଳିବ ନାହିଁ । ମୁଁ ତୁମକୁ ରାସ୍ତା ବତାଇ ଦେଇଛି । ମୁଁ ରାସ୍ତା
ବତାଇବା ପାଇଁ ହିଁ ଆସିଛି । ତୁମ ବୁଦ୍ଧିରେ ପୁରା ବୃକ୍ଷର ଜ୍ଞାନ ରହିଛି ।
ବାବା କେତେ ମେହେନତ କରୁଛନ୍ତି । ବାକି ବହୁତ କମ୍ ସମୟ ଅଛି । ବାବା କହୁଛନ୍ତି - ମୋର ସେବାଧାରୀ
ସନ୍ତାନ ଦରକାର । ଘରେ ଘରେ ଗୀତା ପାଠଶାଳା ହେବା ଉଚିତ୍ । ଅନ୍ୟ କିଛି ଚିତ୍ର ଆଦି ନ ରଖି କେବଳ
ବାହାରେ ଲେଖିଦିଅ । ଏହି ବ୍ୟାଜ୍ ହିଁ ତୁମ ପାଇଁ ଚିତ୍ର । ଅନ୍ତିମ ସମୟରେ ଏହି ବ୍ୟାଜ୍ ହିଁ
ତୁମର କାମରେ ଆସିବ । ଏହା ଈଶାରାର କଥା, ବର୍ତ୍ତମାନ ଜଣାପଡିଯାଉଛି ଯେ, ଅବିନାଶୀ ବାବା ସ୍ୱର୍ଗ
ହିଁ ରଚନା କରିବେ । ତେଣୁ ତୁମେ ଯେତେ ବାବାଙ୍କୁ ମନେପକାଇବ, ତେବେ ଯାଇ ସ୍ୱର୍ଗକୁ ଯାଇପାରିବ ନା
। ଏକଥା ତ ତୁମେ ଜାଣିଛ ଯେ ଆମେ ପତିତ, ଯୋଗ ଦ୍ୱାରା ହିଁ ପବିତ୍ର ହେବୁ । ପବିତ୍ର ହେବାର ଅନ୍ୟ
କୌଣସି ଉପାୟ ନାହିଁ । ସ୍ୱର୍ଗ ହେଉଛି ପବିତ୍ର ଦୁନିଆ, ସ୍ୱର୍ଗର ମାଲିକ ହେବାକୁ ହେଲେ ପବିତ୍ର
ନିଶ୍ଚିତ ହେବାକୁ ପଡିବ । ତେବେ ଯେଉଁମାନେ ସ୍ୱର୍ଗକୁ ଯିବେ ସେମାନେ ନର୍କରେ କିପରି ଘାଣ୍ଟି ହେବେ,
ସେଥିପାଇଁ କୁହାଯାଉଛି ମନମନାଭବ । ତେଣୁ ବେହଦର ବାବାଙ୍କୁ ମନେ ପକାଅ ତେବେ ଅନ୍ତିମ ମତି ଅନୁସାରେ
ତୁମର ଗତି ହେବ । ଯେଉଁମାନେ ସ୍ୱର୍ଗକୁ ଯିବେ ସେମାନେ କ’ଣ ବିକାରୀ ହୋଇପାରିବେ କି! ଭକ୍ତମାନେ
ଏତେ ବିକାରୀ ହୋଇ ନ ଥା’ନ୍ତି । ସନ୍ନ୍ୟାସୀ ମଧ୍ୟ ଏପରି କହିବେ ନାହିଁ ଯେ, ପବିତ୍ର ହୁଅ,
କାହିଁକିନା ସେମାନେ ନିଜେ ବିବାହ କରାଇଥା’ନ୍ତି । ସେମାନେ ଗୃହସ୍ଥିମାନଙ୍କୁ କୁହନ୍ତି - ମାସରେ
ଥରେ ବିକାରରେ ଯାଅ । ବ୍ରହ୍ମଚାରୀମାନଙ୍କୁ ଏପରି କହିବେ ନାହିଁ ଯେ, ତୁମେ ବିବାହ କରନାହିଁ ।
ଏଠାକୁ ଆସି କେହି କେହି ଗନ୍ଧର୍ବ ବିବାହ କରୁଛନ୍ତି ପୁଣି ପରଦିନ ସବୁ ଖେଳ ସମାପ୍ତ । ମାୟା ବହୁତ
ଆକର୍ଷିତ କରିଥାଏ । ଏବେ ହିଁ ପବିତ୍ର ହେବାର ପୁରୁଷାର୍ଥ କରିବାକୁ ହେବ, ତେବେ ଯାଇ ପ୍ରାରବ୍ଧ
ମିଳିବ । ସେଠାରେ ତ’ ରାବଣ ରାଜ୍ୟ ହିଁ ନାହିଁ । ତେଣୁ ବିକାରୀ ବିଚାରଧାରା ହିଁ ରହିବ ନାହିଁ ।
ରାବଣ ହିଁ ବିକାରୀ କରାଇଥାଏ । ଶିବବାବା ନିର୍ବିକାରୀ କରୁଛନ୍ତି । ଏ କଥା ମଧ୍ୟ ମନେ ରଖିବାକୁ
ହେବ । ଘରେ ଘରେ କ୍ଲାସ୍ ହେବ, ସମସ୍ତେ ବୁଝାଇ ପାରିବେ । ଘରେ ଘରେ ଗୀତା ପାଠଶାଳା କରି
ଘରବାଲାଙ୍କୁ ସୁଧାରିବାକୁ ହେବ । ଏହିଭଳି ବୃଦ୍ଧି ହୋଇ ଚାଲିବ । ସାଧାରଣ ଏବଂ ଗରିବ ଯେପରି
ସମସାଥୀ ଅଟନ୍ତି । ବଡ ବଡ ଲୋକମାନଙ୍କୁ ଛୋଟ ଛୋଟ ଲୋକମାନଙ୍କ ସତ୍ସଙ୍ଗକୁ ଆସିବା ପାଇଁ ମଧ୍ୟ
ଲଜ୍ଜା ଲାଗିବ, କାହିଁକିନା ଶୁଣିଛନ୍ତି ଏଠାରେ ଜାଦୁ ଅଛି, ଭାଇ ଭଉଣୀ କରିଦେଉଛନ୍ତି । ଆରେ, ଏହା
ତ’ ଭଲ କଥା ନା । ଗୃହସ୍ଥରେ କେତେ ଜଞ୍ଜାଳ ରହିଛି । କେତେ ଦୁଃଖୀ ହେଉଛନ୍ତି । ଏହା ହେଉଛି
ଦୁଃଖର ଦୁନିଆ । ଏଠାରେ ଅସରନ୍ତି ଦୁଃଖ ରହିଛି ପୁଣି ସେଠାରେ ଅସରନ୍ତି ସୁଖ ମଧ୍ୟ ରହିବ ।
ତୁମେମାନେ ତାଲିକା କରିବା ପାଇଁ ଚେଷ୍ଟା କର । ୨୫-୩୦ ମୁଖ୍ୟ ମୁଖ୍ୟ ଦୁଃଖର ତାଲିକା ବାହାର କର ।
ବେହଦର ବାବାଙ୍କଠାରୁ ବର୍ସା ପାଇବା ପାଇଁ କେତେ ପୁରୁଷାର୍ଥ କରିବା ଦରକାର । ବାବା ଏହି ରଥ
ଦ୍ୱାରା ଆମକୁ ବୁଝାଉଛନ୍ତି, ଏହି ଦାଦା ମଧ୍ୟ ଛାତ୍ର ଅଟନ୍ତି । ସବୁ ଦେହଧାରୀ ଏଠାରେ ଛାତ୍ର
ଅଟନ୍ତି । କେବଳ ଶିକ୍ଷାଦାତା ଶିକ୍ଷକ ବିଦେହୀ ଅଟନ୍ତି । ବାବା ତୁମକୁ ମଧ୍ୟ ବିଦେହୀ କରୁଛନ୍ତି
। ସେଥିପାଇଁ ବାବା କହୁଛନ୍ତି - ଶରୀରର ଅଭିମାନକୁ ଛାଡି ଚାଲ । ଏହି ଘର ଆଦି କିଛି ବି ରହିବ ନାହିଁ
। ସେଠାରେ ସବୁକିଛି ନୂଆ ମିଳିବ, ଅନ୍ତିମ ସମୟରେ ତୁମକୁ ବହୁତ ସାକ୍ଷାତ୍କାର ହେବ । ତୁମେମାନେ
ଜାଣିଛ ଯେ, ଅନ୍ୟ ଆଡେ ଅଟୋମିକ୍ (ଆଣିବିକ) ବୋମା ଦ୍ୱାରା ବିନାଶ ଆରମ୍ଭ ହୋଇଯିବ । ଏଠାରେ ରକ୍ତର
ନଦୀ ବହିବ, ଏଥିପାଇଁ ସମୟ ଲାଗିବ । ଏଠାରେ ବହୁତ ଖରାପ ମୃତ୍ୟୁ ହେବ । ଭାରତ ଅବିନାଶୀ ରାଷ୍ଟ୍ର,
ନକ୍ସାରେ ଦେଖ ହିନ୍ଦୁସ୍ଥାନ ଯେପରି ଏକ କୋଣରେ ରହିଛି । ଡ୍ରାମା ଅନୁସାରେ ତା’ର ପ୍ରଭାବ ଏଠାରେ
ପଡିବ ନାହିଁ, ଏଠାରେ ରକ୍ତର ନଦୀ ବୋହିବ, ଯାହାର ବର୍ତ୍ତମାନ ପ୍ରସ୍ତୁତି ଚାଲିଛି । ହୋଇପାରେ
ଅନ୍ତିମ ସମୟରେ ତାଙ୍କୁ ବୋମା ଲୋନ୍ରେ ମଧ୍ୟ ଦେବେ । ବାକି ସେହି ବୋମା ଯାହାକି ପକାଇବା ଦ୍ୱାରା
ଦୁନିଆ ସମାପ୍ତ ହୋଇଯାଏ, ତାକୁ କଣ ଧାର ସୂତ୍ରରେ ଦେବେ । କମ୍ ମାନର ବୋମା ଦେବେ । କାମର ଜିନିଷ
କ’ଣ କାହାକୁ ଦିଆଯାଏ କି! ବିନାଶ ତ’ ନିଶ୍ଚିତ ଭାବରେ କଳ୍ପ ପୂର୍ବ ଭଳି ହେବ । ଏଥିରେ ନୂଆ କଥା
କିଛି ନାହିଁ । ଯାହା ଦ୍ୱାରା ଅନେକ ଧର୍ମର ବିନାଶ, ଏକ ଧର୍ମର ସ୍ଥାପନା ହେବ, କିନ୍ତୁ ଭାରତର
କେବେ ବିନାଶ ହେବ ନାହିଁ । କିଛି ତ’ ରହିବେ ନିଶ୍ଚିତ, ଯଦି ସବୁ ମରିଯିବେ ତେବେ ପ୍ରଳୟ ହୋଇଯିବ
। ଦିନକୁ ଦିନ ତୁମର ବୁଦ୍ଧି ବିଶାଳ ହୋଇଚାଲିବ । ଆଗକୁ ପାଠପଢା ପ୍ରତି ତୁମମାନଙ୍କର ବହୁତ
ସମ୍ମାନ ରହିବ । ଏବେ ପିଲାମାନେ, ଏତେ ସମ୍ମାନ ଦେଉନାହାଁନ୍ତି ସେଥିପାଇଁ ଏତେ କମ୍ ପାସ୍
ହେଉଛନ୍ତି । ବୁଝିପାରୁ ନାହାଁନ୍ତି ଯେ, କେତେ ଦଣ୍ଡ ଭୋଗ କରିବାକୁ ପଡିବ ପୁଣି ସ୍ୱର୍ଗ ଦୁନିଆରେ
ଡେରିରେ ଆସିବେ । ବିକାରୀ ହୋଇ ଯଦି ତଳକୁ ଖସିଲ ତେବେ ପୁଣି କରିଥିବା ରୋଜଗାର ମଧ୍ୟ ସମାପ୍ତ
ହୋଇଯିବ । ପୁଣି ସେହି ପତିତକୁ ପତିତ ହୋଇ ରହିଯିବ । ପୁଣି ଆଉ ଉପରକୁ ଉଠିପାରିବେ ନାହିଁ ।
ବାବାଙ୍କ ହାତ ଛାଡି କେତେ ଚାଲିଯାଉଛନ୍ତି, ଆହୁରି ମଧ୍ୟ ଯିବାବାଲା ଅଛନ୍ତି । ନିଜେ ଜାଣିଛନ୍ତି
ଯେ, ଏହି ସମୟରେ ଶରୀର ତ୍ୟାଗ କଲେ ଆମର ଗତି କ’ଣ ହେବ! ଏ ସବୁ ବୁଦ୍ଧିର କଥା ନା । ବାବା
କହୁଛନ୍ତି ତୁମେମାନେ ହେଉଛ ଶାନ୍ତି ସ୍ଥାପନକର୍ତ୍ତା, ଯଦି ତୁମ ଭିତରେ ଅଶାନ୍ତି ଆସିବ ତେବେ
ପଦଭ୍ରଷ୍ଟ ହୋଇଯିବ । ତେଣୁ କାହାକୁ ବି ଦୁଃଖ ଦେବା ଉଚିତ୍ ନୁହେଁ । ବାବା କେତେ ସ୍ନେହରେ
ସମସ୍ତଙ୍କୁ ବଚ୍ଚେ-ବଚ୍ଚେ କହି କଥାବାର୍ତ୍ତା କରୁଛନ୍ତି । ଶିବବାବା ବେହଦର ପିତା ନା । ସାରା
ଦୁନିଆର ଜ୍ଞାନ ଏହାଙ୍କ ଭିତରେ ଅଛି, ସେଥିପାଇଁ ତ’ ବୁଝାଉଛନ୍ତି । ଏହି ଦୁନିଆରେ କେତେ ପ୍ରକାରର
ଦୁଃଖ ରହିଛି । ଢ଼େର ଦୁଃଖର କଥା ତୁମେ ଲେଖିପାରିବ । ଯେତେବେଳେ ତୁମେ ଏହି କଥାକୁ ପ୍ରମାଣିତ କରି
ସମସ୍ତଙ୍କୁ କହିବ ସେତେବେଳେ ବୁଝିଯିବେ ଯେ, କଥା ତ’ ବିଲ୍କୁଲ୍ ଠିକ୍ । ଏହି ଅସରନ୍ତି ଦୁଃଖକୁ
ବାବାଙ୍କ ବ୍ୟତୀତ କେହି ଦୂର କରିପାରିବେ ନାହିଁ । ଯଦି ତୁମ ପାଖରେ ଦୁଃଖର ତାଲିକା ଥିବ ତେବେ
କିଛି ଲୋକ ବୁଝିବେ, ଆଉ କିଛି ଲୋକ ଶୁଣି ନ ଶୁଣିଲା ଭଳି ରହିବେ । ସେଥିପାଇଁ ଗାୟନ କରାଯାଉଛି,
ରିଡ୍ କ୍ୟା ଜାନେ ସାଜ ସେ... ଅର୍ଥାତ୍ ମେଣ୍ଢାକୁ ଗୀତ ଶୁଣାଇବା ଯାହା ସେମାନଙ୍କୁ ଜ୍ଞାନ
ଶୁଣାଇବା ସେଇଆ । ବାବା ବୁଝାଉଛନ୍ତି - ତୁମକୁ ଏହି ଭଳି ଫୁଲ ସମାନ ହେବାକୁ ପଡିବ । ତୁମ ପାଖରେ
କୌଣସି ଅଶାନ୍ତି, ଦୁର୍ଗନ୍ଧ ରହିବା ଉଚିତ୍ ନୁହେଁ । ଯେଉଁମାନେ ଦେହ-ଅଭିମାନୀ, ସେମାନେ ଅଶାନ୍ତି
ସୃଷ୍ଟି କରିଥା’ନ୍ତି, ତାଙ୍କଠାରୁ ଦୂରରେ ରହିବା ଉଚିତ୍, ଛୁଇଁବା ମଧ୍ୟ ଉଚିତ୍ ନୁହେଁ । ଆଚ୍ଛା!
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯେପରି
ଶିକ୍ଷକ ବିଦେହୀ, ତାଙ୍କର କୌଣସି ଦେହ-ଅଭିମାନ ନାହିଁ, ସେହିଭଳି ବିଦେହୀ ହେବାକୁ ପଡିବ । ଶରୀରର
ଅଭିମାନକୁ ଧୀରେ ଧୀରେ ଭୁଲିଯିବାକୁ ହେବ । ବିକାରୀ ଦୃଷ୍ଟିକୁ ପରିବର୍ତ୍ତନ କରି ପବିତ୍ର କରିବାକୁ
ହେବ ।
(୨) ନିଜର ବୁଦ୍ଧିକୁ
ବିଶାଳ କରିବାକୁ ହେବ । ଦଣ୍ଡରୁ ମୁକ୍ତ ହେବା ପାଇଁ ବାବାଙ୍କର ବା ପାଠପଢାର ସମ୍ମାନ ରଖିବାକୁ
ହେବ । କେବେ ବି କାହାକୁ ଦୁଃଖ ଦେବାର ନାହିଁ କି ଅଶାନ୍ତି ସୃଷ୍ଟି କରିବାର ନାହିଁ ।
ବରଦାନ:-
ବ୍ରାହ୍ମଣ
ଜୀବନର ସ୍ୱାଭାବିକ ଗୁଣ ଦ୍ୱାରା ପଥରକୁ ମଧ୍ୟ ପାଣି କରିଦେଉଥିବା ମାଷ୍ଟର ପ୍ରେମର ସାଗର ହୁଅ ।
ଯେପରି ଦୁନିଆର ଲୋକମାନେ
କୁହନ୍ତି ସ୍ନେହ ପଥରକୁ ମଧ୍ୟ ପାଣି କରିଦିଏ, ସେହିପରି ତୁମ ବ୍ରାହ୍ମଣମାନଙ୍କର ସ୍ୱାଭାବିକ ଗୁଣ
ହେଲା ମାଷ୍ଟର ପ୍ରେମର ସାଗର । ତୁମମାନଙ୍କ ପାଖରେ ଆତ୍ମିକ ସ୍ନେହ ଏବଂ ପରମାତ୍ମ ସ୍ନେହର ଏଭଳି
ଶକ୍ତି ରହିଛି ଯାହା ଆଧାରରେ ତୁମେମାନେ ଭିନ୍ନ ଭିନ୍ନ ପ୍ରକାରର ନେଚରକୁ ଅର୍ଥାତ୍
ସ୍ୱଭାବ-ସଂସ୍କାରକୁ ପରିବର୍ତ୍ତନ କରିଦେଇପାରିବ । ଯେପରି ସ୍ନେହର ସାଗର ବାବା ନିଜର ସ୍ନେହ
ସ୍ୱରୂପର ଅନାଦି ନେଚର ଦ୍ୱାରା ତୁମମାନଙ୍କୁ ନିଜର କରିନେଇଛନ୍ତି । ସେହିଭଳି ତୁମେମାନେ ମଧ୍ୟ
ମାଷ୍ଟର ସ୍ନେହର ସାଗର ହୋଇ ବିଶ୍ୱର ଆତ୍ମାମାନଙ୍କୁ ସଚ୍ଚା, ନିଃସ୍ୱାର୍ଥ ଆତ୍ମିକ ସ୍ନେହ ଦିଅ,
ଯାହା ଦ୍ୱାରା ସେମାନଙ୍କର ନେଚର ପରିବର୍ତ୍ତନ ହୋଇଯିବ ।
ସ୍ଲୋଗାନ:-
ଯଦି ନିଜର
ବିଶେଷତା ଗୁଡିକୁ ସ୍ମୃତିରେ ରଖି ସେଗୁଡିକୁ ସେବାରେ ଲଗାଇବ ତେବେ ସର୍ବଦା ଉଡିବାର କଳାରେ ଉଡି
ଚାଲିବ ।