23.07.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମକୁ ବାବାଙ୍କ ଭଳି ସଚ୍ଚା-ସଚ୍ଚା ପୈଗମ୍ବର ଅଥବା ମେସେଞ୍ଜର (ବାର୍ତ୍ତାବହ) ହେବାକୁ ପଡିବ, ସମସ୍ତଙ୍କୁ ଘରକୁ ଫେରିବାର ସନ୍ଦେଶ ଦେବାକୁ ହେବ ।”

ପ୍ରଶ୍ନ:-
ଆଜିକାଲି ମନୁଷ୍ୟମାନଙ୍କର ବୁଦ୍ଧି ସାରାଦିନ କେଉଁଆଡେ ଘୂରୁଛି?

ଉତ୍ତର:-
ଫେସନ ଆଡକୁ । ମନୁଷ୍ୟମାନଙ୍କୁ ଆକର୍ଷିତ କରିବା ପାଇଁ ଅନେକ ପ୍ରକାରର ଫେସନ କରୁଛନ୍ତି । ଏହିସବୁ ଫେସନ କରିବା ଫଟୋ ଚିତ୍ରରୁ ହିଁ ଶିଖିଛନ୍ତି । ଭାବୁଛନ୍ତି ପାର୍ବତୀ ମଧ୍ୟ ଏହିପରି ଫେସନ କରୁଥିଲେ, କେଶକୁ ଶୃଙ୍ଗାର କରୁଥିଲେ । ବାବା କହୁଛନ୍ତି ତୁମମାନଙ୍କୁ ଏହି ପତିତ ଦୁନିଆରେ ଫେସନ କରିବାର ନାହିଁ । ତୁମକୁ ତ ମୁଁ ଏଭଳି ଦୁନିଆକୁ ନେଇଯାଉଛି ଯେଉଁଠି ପ୍ରାକୃତିକ ସୌନ୍ଦର୍ଯ୍ୟ ରହିବ । ଫେସନ କରିବାର ଆବଶ୍ୟକତା ନ ଥିବ ।

ଗୀତ:-
ତୁହ୍ମି ହୋ ମାତା ପିତା....

ଓମ୍ ଶାନ୍ତି ।
ପିଲାମାନେ ଗୀତ ଶୁଣିଲେ । ଯେତେବେଳେ ମହିମା ଗାୟନ କରିଥାନ୍ତି ତେବେ ବୁଦ୍ଧି ଉପରକୁ ଚାଲିଯାଇଥାଏ । ଆତ୍ମା ହିଁ ବାବାଙ୍କୁ କହୁଛି, ସିଏ ହିଁ ନାଉରିଆ, ପତିତ-ପାବନ ଅଥବା ସଚ୍ଚା ସଚ୍ଚା ସନ୍ଦେଶବାହକ ଅଟନ୍ତି । ବାବା ଆସି ଆତ୍ମାମାନଙ୍କୁ ସନ୍ଦେଶ ଦେଉଛନ୍ତି । ଅନ୍ୟ ଯାହାକୁ ମେସେଞ୍ଜର ଅଥବା ପୈଗମ୍ବର କହୁଛନ୍ତି ସେମାନଙ୍କ ମଧ୍ୟରୁ କେହି ଛୋଟ, କେହି ବଡ଼ ହୋଇଥାନ୍ତି । ବାସ୍ତବରେ ସେମାନେ ମେସେଜ ଅଥବା ସନ୍ଦେଶ ଦେଉନାହାଁନ୍ତି । ଏହିପରି ମିଛ ମହିମା କରିଦେଇଛନ୍ତି । ପିଲାମାନେ ଜାଣିଛନ୍ତି ଯେ ଏକମାତ୍ର ବାବାଙ୍କ ବିନା ଏହି ମନୁଷ୍ୟ ସୃଷ୍ଟିରେ ଆଉ କାହାର ମହିମା ନାହିଁ । ସବୁଠାରୁ ଅଧିକ ମହିମା ଏହି ଲକ୍ଷ୍ମୀ-ନାରାୟଣଙ୍କର ରହିଛି କାହିଁକି ନା ଏମାନେ ହେଲେ ନୂଆ ଦୁନିଆର ମାଲିକ । ଏକଥା ବି ଭାରତବାସୀ ଜାଣିଛନ୍ତି । ଦୁନିଆ ଲୋକେ କେବଳ ଏତିକି ଜାଣିଛନ୍ତି ଯେ ଭାରତ ପ୍ରାଚୀନ ଦେଶ ଅଟେ । ଭାରତରେ ହିଁ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା । ଶ୍ରୀକୃଷ୍ଣଙ୍କୁ ମଧ୍ୟ ଭଗବାନ ବୋଲି କହିଦେଉଛନ୍ତି । ଭାରତବାସୀ ଏହାଙ୍କୁ ଭଗବାନ-ଭଗବତୀ କହୁଛନ୍ତି କିନ୍ତୁ ଏକଥା କେହି ଜାଣିନାହାଁନ୍ତି ଯେ ଏହି ଭଗବାନ-ଭଗବତୀ ସତ୍ୟଯୁଗରେ ରାଜତ୍ୱ କରୁଥିଲେ । ଭଗବାନ ଦେବୀ-ଦେବତାମାନଙ୍କର ରାଜ୍ୟ ସ୍ଥାପନ କରିଥିଲେ । ବୁଦ୍ଧି ମଧ୍ୟ କହୁଛି ଯେ ଆମେ ଭଗବାନଙ୍କର ସନ୍ତାନ ଅଟୁ, ତେଣୁ ଆମେ ବି ଭଗବାନ-ଭଗବତୀ ହେବା ଦରକାର । ସମସ୍ତେ ଜଣଙ୍କର ସନ୍ତାନ ଅଟନ୍ତି ନା । କିନ୍ତୁ ତାଙ୍କୁ ଭଗବାନ-ଭଗବତୀ କହିପାରିବାନାହିଁ । ତାଙ୍କୁ ଦେବୀ-ଦେବତା ବୋଲି କୁହାଯିବ । ଏହିସବୁ କଥା ବାବା ବସି ବୁଝାଉଛନ୍ତି । ଭାରତବାସୀ କହୁଛନ୍ତି ଆମେ ଭାରତବାସୀ ପ୍ରଥମେ ନୂଆ ଦୁନିଆରେ ଥିଲୁ । ନୂଆ ଦୁନିଆ ତ ସମସ୍ତେ ଚାହୁଁଛନ୍ତି । ବାପୁଜୀ ମଧ୍ୟ ନୂଆ ଦୁନିଆ, ନୂଆ ରାମରାଜ୍ୟ ଚାହୁଁଥିଲେ । କିନ୍ତୁ ରାମରାଜ୍ୟର ଅର୍ଥ ବିଲ୍‌କୁଲ୍ ହିଁ ଜାଣି ନାହାଁନ୍ତି । ଆଜିକାଲି ମନୁଷ୍ୟମାନଙ୍କର ନିଜର କେତେ ଅହଂକାର ରହିଛି । କଳିଯୁଗରେ ସମସ୍ତେ ପଥର ବୁଦ୍ଧି ଅଟନ୍ତି, ସତ୍ୟଯୁଗରେ ପାରସବୁଦ୍ଧି ହେବେ । କିନ୍ତୁ ଏକଥା କେହି ବୁଝିପାରୁ ନାହାଁନ୍ତି । ଭାରତ ହିଁ ସତ୍ୟଯୁଗରେ ପାରସବୁଦ୍ଧି ଥିଲା । ଏବେ କଳିଯୁଗରେ ପଥରବୁଦ୍ଧି ହୋଇଯାଇଛି । ମନୁଷ୍ୟ ତ ଏହାକୁ ହିଁ ସ୍ୱର୍ଗ ବୋଲି ଭାବୁଛନ୍ତି । କହୁଛନ୍ତି ସ୍ୱର୍ଗରେ ବିମାନ ଥିଲା, ବଡ-ବଡ ମହଲା ଥିଲା, ବର୍ତ୍ତମାନ ତ ସେ ସବୁକିଛି ଏଠାରେ ଅଛି । ବିଜ୍ଞାନର କେତେ ବୃଦ୍ଧି ହୋଇ ଚାଲିଛି, ଏହାଦ୍ୱାରା କେତେ ସୁଖ ମିଳୁଛି । କେତେ ଫେସନ ଆଦି କରୁଛନ୍ତି । ସାରା ଦିନ ବୁଦ୍ଧି ଫେସନ ପଛରେ ହିଁ ପଡିଛି । କୃତ୍ରିମ ସୁନ୍ଦର ହେବା ପାଇଁ କେଶକୁ କେତେ ସଜାଉଛନ୍ତି । କେତେ ପଇସା ଖର୍ଚ୍ଚ କରୁଛନ୍ତି । ଏହିସବୁ ଫେସନ ଫଟୋ ଚିତ୍ରରୁ ଶିଖିଛନ୍ତି । ଭାବୁଛନ୍ତି ପାର୍ବତୀଙ୍କ ଭଳି ଆମେ ନିଜର କେଶ ସଜାଉଛୁ । ଏସବୁ ଅନ୍ୟକୁ ଆକର୍ଷିତ କରିବା ପାଇଁ ହିଁ କରୁଛନ୍ତି । ଆଗରୁ ପାର୍ସୀ ଲୋକମାନଙ୍କର ସ୍ତ୍ରୀମାନେ ମୁହଁରେ କଳା ରଙ୍ଗର ଜାଲି ପିନ୍ଧୁଥିଲେ ଯେପରି କେହି ଦେଖି, ଆକର୍ଷିତ ନ ହୋଇଯାଆନ୍ତୁ । ଏହାକୁ ପତିତ ଦୁନିଆ କୁହାଯାଉଛି ।

ଗାଉଛନ୍ତି ତୁହ୍ମି ହୋ ମାତା ପିତା ତୁହ୍ମି ହୋ.... କିନ୍ତୁ ଏହା କାହାକୁ କହିବା ଦରକାର? ମାତା-ପିତା କିଏ- ଏକଥା ବି ଜାଣିନାହାଁନ୍ତି । ମାତା-ପିତା ନିଶ୍ଚୟ ବର୍ସା ଦେଇଥିବେ । ବାବା ତୁମ ପିଲାମାନଙ୍କୁ ସୁଖର ବର୍ସା ଦେଇଥିଲେ । କହୁଛନ୍ତି ମଧ୍ୟ ବାବା ଆମେ ତ ଆପଣଙ୍କ ବିନା ଆଉ କାହାଠାରୁ ଶୁଣିବୁ ନାହିଁ । ଏବେ ତୁମେ ଜାଣୁଛ ଶିବବାବାଙ୍କର ମହିମା ଗାୟନ କରାଯାଉଛି । ବ୍ରହ୍ମାଙ୍କ ଆତ୍ମା ମଧ୍ୟ ନିଜେ କହୁଛି - ଆମେ ହିଁ ପବିତ୍ର ଥିଲୁ, ଏବେ ପତିତ ହୋଇ ଯାଇଛୁ । ବ୍ରହ୍ମାଙ୍କର ସନ୍ତାନମାନେ ମଧ୍ୟ ଏହିପରି କହିବେ, ଆମେ ବ୍ରହ୍ମା କୁମାର-କୁମାରୀମାନେ ହିଁ ଦେବୀ-ଦେବତା ଥିଲୁ, ପୁଣି ୮୪ ଜନ୍ମର ଅନ୍ତ ସମୟରେ ପତିତ ହୋଇଛୁ । ଯିଏ ପ୍ରଥମ ନମ୍ବର ପବିତ୍ର ଥିଲେ, ସିଏ ପ୍ରଥମ ନମ୍ବର ପତିତ ହୋଇଛନ୍ତି । ଯେପରି ବାପା ସେହିପରି ପିଲାମାନେ । ଇଏ ନିଜେ ମଧ୍ୟ କହୁଛନ୍ତି, ଶିବବାବା ମଧ୍ୟ କହୁଛନ୍ତି ମୁଁ ଆସୁଛି - ଏହାଙ୍କର ବହୁତ ଜନ୍ମର ଶେଷ ଜନ୍ମରେ । ଯିଏକି ପ୍ରଥମ ନମ୍ବରରେ ପୂଜ୍ୟ ଲକ୍ଷ୍ମୀ-ନାରାୟଣଙ୍କ ବଂଶାବଳୀର ଥିଲେ । ବର୍ତ୍ତମାନ ହେଲା ସଂଗମ ଯୁଗ, ତୁମେ କଳିଯୁଗରେ ଥିଲ, ଏବେ ସଂଗମଯୁଗୀ ହୋଇଛ । ବାବା ସଂଗମଯୁଗରେ ହିଁ ଆସୁଛନ୍ତି, ଡ୍ରାମା ଅନୁସାରେ ପିଲାମାନଙ୍କର ମଧ୍ୟ ବୃଦ୍ଧି ହୋଇ ଚାଲିଛି । ଏବେ ପିଲାମାନଙ୍କୁ ଜ୍ଞାନ ମିଳିଛି । ଆମେ ହିଁ ଦେବତା ଥିଲୁ ପୁଣି କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର ହୋଇଛୁ । ସାରା ଚକ୍ରକୁ ତୁମେ ଭଲ ଭାବରେ ଜାଣିଛ । ଆମେ ୮୪ ଜନ୍ମ ନେଇଛୁ, ଏହା ତ ବହୁତ ସହଜ । ଅନେକଙ୍କ ବୁଦ୍ଧିରେ ଏକଥା ମଧ୍ୟ ରହୁନାହିଁ । ଛାତ୍ରମାନେ କ୍ରମଅନୁସାରେ ତ ରହିଥାନ୍ତି ନା । ଡାହାଣ ପଟୁ ଆରମ୍ଭ କରିଥାନ୍ତି ଫାଷ୍ଟକ୍ଲାସ୍‌, ସେକେଣ୍ଡ କ୍ଳାସ୍‌, ଥାର୍ଡ କ୍ଲାସ୍ । କନ୍ୟାମାନେ ନିଜେ କହୁଛନ୍ତି ଯେ ଆମର ବୁଦ୍ଧି ଥାର୍ଡକ୍ଲାସ୍ ଅଟେ । ଆମେ କାହାକୁ ବୁଝାଇପାରିବୁ ନାହିଁ । ମନ ତ ବହୁତ ହେଉଛି କିନ୍ତୁ କହିପାରିବୁ ନାହିଁ, ବାବା କ’ଣ କରିବୁ? ଏହା ହେଲା ନିଜ କର୍ମର ହିସାବ-କିତାବ । ଏବେ ବାବା କହୁଛନ୍ତି - ମୁଁ ତୁମକୁ କର୍ମ-ଅକର୍ମ-ବିକର୍ମ ଗତିର ଜ୍ଞାନ ଶୁଣାଉଛି । କର୍ମ ତ କରିବାକୁ ହେବ, ଏକଥା ତୁମେମାନେ ଜାଣିଛ । ଥାର୍ଡକ୍ଲାସ ବୁଦ୍ଧିବାଲା ଏହି କଥାକୁ ବୁଝିପାରିବେ ନାହିଁ । ଏହା ହେଉଛି ରାବଣରାଜ୍ୟ, କିନ୍ତୁ ଏକଥା କେହି ବି ଜାଣିନାହାଁନ୍ତି । ରାବଣ ରାଜ୍ୟରେ ମନୁଷ୍ୟ ବିକର୍ମ ହିଁ କରିବେ, ତେଣୁ ତଳକୁ ହିଁ ଖସିବେ । ଦୁଃଖର ଦୁନିଆରେ ହିଁ ଗୁରୁ କରିଥାନ୍ତି । ସଦ୍‌ଗତି ପାଇବା ପାଇଁ ଗୁରୁ କରୁଛନ୍ତି ଯେ ସେ ଆମକୁ ମୁକ୍ତିକୁ ନେଇଯିବେ । ତାହା ହେଲା ନିର୍ବାଣଧାମ - ବାଣୀରୁ ଉର୍ଦ୍ଧ୍ୱସ୍ଥାନ, ମନୁଷ୍ୟ ନିଜକୁ ବାନପ୍ରସ୍ଥୀ କହୁଛନ୍ତି । ଏହା ତ କଥାକୁ ମାତ୍ର ହିଁ କହୁଛନ୍ତି । ବାନପ୍ରସ୍ଥୀମାନଙ୍କର ମଧ୍ୟ ସଭା ହୋଇଥାଏ । ସବୁ ସମ୍ପତ୍ତି ଆଦି ପିଲାମାନଙ୍କୁ ଦେଇ ଯାଇ ଗୁରୁଙ୍କ ପାଖରେ ରହିଥାନ୍ତି । ଖାଇବା-ପିଇବା ଆଦି ତ ନିଶ୍ଚିତ ପିଲାମାନେ ହିଁ ଦେବେ । କିନ୍ତୁ ବାନପ୍ରସ୍ଥର ଅର୍ଥ କେହି ବି ବୁଝିପାରୁ ନାହାଁନ୍ତି । କାହାରି ବୁଦ୍ଧିରେ ଏକଥା ଆସୁନାହିଁ ଯେ ଆମକୁ ନିର୍ବାଣଧାମକୁ ଯିବାକୁ ହେବ । ନିଜ ଘରକୁ ଯିବାକୁ ହେବ । ସେମାନେ ନିର୍ବାଣ ଧାମକୁ ଘର ବୋଲି ଭାବୁନାହାଁନ୍ତି । ସେମାନେ ଭାବୁଛନ୍ତି - ଜ୍ୟୋତି ଜ୍ୟୋତିରେ ମିଶିଯିବ । ନିର୍ବାଣଧାମ ରହିବାର ସ୍ଥାନ ଅଟେ । ଆଗରୁ ୬୦ ବର୍ଷ ପରେ ବାନପ୍ରସ୍ଥ ନେଉଥିଲେ, ଏହା ଯେପରି ନିୟମ ଥିଲା । ବର୍ତ୍ତମାନ ବି ଏହିପରି କରୁଛନ୍ତି । ଏବେ ତୁମେ ବୁଝାଇପାରିବ ବାଣୀରୁ ଉର୍ଦ୍ଧ୍ୱକୁ ତ କେହି ଯାଇପାରିବେନାହିଁ । ସେଥିପାଇଁ ବାବାଙ୍କୁ ହିଁ ଡାକୁଛନ୍ତି, ହେ ପତିତ-ପାବନ ବାବା ଆସ, ଆମକୁ ପବିତ୍ର କରାଇ ଘରକୁ ନେଇଚାଲ । ମୁକ୍ତିଧାମ ଆତ୍ମାମାନଙ୍କ ଘର । ତୁମମାନଙ୍କୁ ସତ୍ୟଯୁଗ ପାଇଁ ହିଁ ବୁଝାଯାଇଛି - ସେଠାରେ କିଏ ରହୁଛନ୍ତି! କିପରି ବୃଦ୍ଧି ହେଉଛି! ଆଦମଶୁମାରୀ (ଜନସଂଖ୍ୟା) ବିଷୟରେ କେହି ହେଲେ ଜାଣିନାହାଁନ୍ତି । ରାମରାଜ୍ୟରେ ଜନସଂଖ୍ୟା କେତେ ହେବ! ପିଲାମାନେ କିପରି ଜନ୍ମ ନେବେ! କିଛି ହେଲେ ବି ବୁଝୁନାହାଁନ୍ତି । କେହି ବି ବିଦ୍ୱାନ, ଆଚାର୍ଯ୍ୟ, ପଣ୍ଡିତ ନାହାଁନ୍ତି, ଯିଏକି ଏହି ଡ୍ରାମାର ଚକ୍ରକୁ ବୁଝାଇପାରିବେ । ୮୪ ଲକ୍ଷର ଚକ୍ର କିପରି ହୋଇପାରିବ! କେତେ ଭୁଲ୍ କଥା ଅଟେ । ବିଲ୍‌କୁଲ୍ ସୂତା ହିଁ ଅଡୁଆ ହୋଇଯାଇଛି । ବାବା ବୁଝାଉଛନ୍ତି ଏବେ ତୁମେ ଜାଣୁଛ ବାବା କର୍ମ-ଅକର୍ମ-ବିକର୍ମର ସମସ୍ତ ରହସ୍ୟ ବୁଝାଇଛନ୍ତି । ସତ୍ୟଯୁଗରେ ତୁମର କର୍ମ, ଅକର୍ମ ହୋଇଯିବ । ସେଠାରେ କୌଣସି ଖରାପ କର୍ମ ହେବ ନାହିଁ, ସେଥିପାଇଁ କର୍ମ ଅକର୍ମ ହୋଇଯାଉଛି । ଏଠାରେ ମନୁଷ୍ୟ ଯାହା କର୍ମ କରୁଛନ୍ତି ତାହା ବିକର୍ମ ହୋଇଯାଉଛି ।

ତୁମେମାନେ ଜାଣୁଛ ଯେ ଛୋଟ ବଡ ସମସ୍ତଙ୍କର, ସାରା ଦୁନିଆର ଏବେ ବାନପ୍ରସ୍ଥ ଅବସ୍ଥା ଅଟେ । ସମସ୍ତେ ବାଣୀରୁ ଉର୍ଦ୍ଧ୍ୱକୁ ଯିବେ । କହୁଛନ୍ତି ହେ ପତିତ-ପାବନ ଆସ, ଆମକୁ ଆସି ପତିତରୁ ପାବନ କରାଅ । କିନ୍ତୁ ଯେ ପର୍ଯ୍ୟନ୍ତ ପବିତ୍ର ନୂଆ ଦୁନିଆ ସ୍ଥାପନ ନ ହୋଇଛି, ଏହିଠାରେ ପତିତ ଦୁନିଆରେ କେହି ପବିତ୍ର ହୋଇ ରହିପାରିବେ ନାହିଁ । ଏବେ ଯେଉଁ ପତିତ ଦୁନିଆ ଅଛି, ତାହା ବିନାଶ ହୋଇଯିବ । ତୁମେ ଜାଣିଛ ଯେ ଆମକୁ ପୁଣି ନୂଆ ଦୁନିଆକୁ ଯିବାକୁ ହେବ । ତେବେ କିପରି ଯିବ? ଏହି ସବୁ ଜ୍ଞାନ ତୁମେ ଜାଣିଛ । ଏହା ହେଲା ନୂଆ ଜ୍ଞାନ, ନୂଆ ଦୁନିଆ, ଅମରଲୋକ ଅଥବା ପବିତ୍ର ଦୁନିଆ ପାଇଁ । ତୁମେ ଏବେ ସଂଗମଯୁଗରେ ବସିଛ । ଏକଥା ବି ଜାଣିଛ ଯେଉଁ ମନୁଷ୍ୟମାନେ ଅଛନ୍ତି, ସେମାନେ ବ୍ରାହ୍ମଣ ନୁହଁନ୍ତି, ସେମାନେ କଳିଯୁଗରେ ଅଛନ୍ତି । ଆମେ ସମସ୍ତେ ସଂଗମଯୁଗରେ ଅଛୁ । ଆମେ ସତ୍ୟଯୁଗକୁ ଯାଉଛୁ, ବାସ୍ତବରେ ଏହା ହେଉଛି ସଂଗମଯୁଗ । ତାହା ସ୍ୱର୍ଗ ଅଟେ । ତାକୁ ସଂଗମ କୁହାଯିବ ନାହିଁ । ବର୍ତ୍ତମାନ ହେଉଛି ସଂଗମ । ଏହି ସଂଗମଯୁଗ ସବୁଠାରୁ ଛୋଟ । ଏହାକୁ ଲିପ୍ ଯୁଗ କୁହାଯାଉଛି, ଯେଉଁଠାରେ ମନୁଷ୍ୟ ପାପ ଆତ୍ମାରୁ ଧର୍ମାତ୍ମା ହେଉଛନ୍ତି, ସେଥିପାଇଁ ଏହାକୁ ଧର୍ମର ଯୁଗ କୁହାଯାଏ । କଳିଯୁଗରେ ସମସ୍ତ ମନୁଷ୍ୟ ଅଧର୍ମୀ ଅଟନ୍ତି । ସତ୍ୟଯୁଗରେ ତ ସମସ୍ତେ ଧର୍ମାତ୍ମା ହେବେ । ଭକ୍ତିମାର୍ଗର କେତେ ବଡ ପ୍ରଭାବ ରହିଛି । ପଥରର ମୂର୍ତ୍ତି ତିଆରି କରୁଛନ୍ତି, ଯାହାକୁ ଦେଖିବା ଦ୍ୱାରା ମନ ଖୁସି ହୋଇଯାଉଛି । ତାହା ହେଲା ପଥରର ପୂଜା । ଶିବଙ୍କ ମନ୍ଦିରକୁ କେତେ ଦୂର-ଦୂର ପର୍ଯ୍ୟନ୍ତ ଯାଉଛନ୍ତି ପୂଜା କରିବା ପାଇଁ । ଶିବଙ୍କ ଚିତ୍ର ତ ଘରେ ମଧ୍ୟ ରଖିପାରିବ । ପୁଣି ଏତେ ଦୂର-ଦୂରକୁ କାହିଁକି ଯାଉଛନ୍ତି । ଏହି ଜ୍ଞାନ ଏବେ ବୁଦ୍ଧିରେ ଆସିଛି । ଏବେ ତୁମର ଆଖି ଖୋଲିଛି, ବୁଦ୍ଧିର ଦ୍ୱାର ଖୋଲିଛି । ବାବା ଜ୍ଞାନ ଦେଉଛନ୍ତି । ପରମପିତା ପରମାତ୍ମା ଏହି ମନୁଷ୍ୟ ସୃଷ୍ଟିର ବୀଜରୂପ, ଜ୍ଞାନର ସାଗର, ଜ୍ଞାନର ଭଣ୍ଡାର ଅଟନ୍ତି । ଆତ୍ମା ମଧ୍ୟ ଏହି ଜ୍ଞାନକୁ ଧାରଣ କରୁଛି । ଆତ୍ମା ହିଁ ରାଷ୍ଟ୍ରପତି ଆଦି ହେଉଛି । ମନୁଷ୍ୟମାନେ ଦେହ ଅଭିମାନୀ ହୋଇଥିବାରୁ ଦେହର ହିଁ ମହିମା କରୁଛନ୍ତି । ଏବେ ତୁମେ ଜାଣୁଛ ଆତ୍ମା ହିଁ ସବୁ କିଛି କରୁଛି । ତୁମେ ଆତ୍ମା ୮୪ ଜନ୍ମର ଚକ୍ର ଲଗାଇ ବିଲ୍‌କୁଲ୍ ଦୁର୍ଗତିକୁ ପ୍ରାପ୍ତ କରିଛ । ଏବେ ଆମେ ଆତ୍ମା ବାବାଙ୍କୁ ଜାଣୁଛୁ, ବାବାଙ୍କଠାରୁ ବର୍ସା ନେଉଛୁ । ଆତ୍ମାକୁ ଶରୀର ତ ନିଶ୍ଚିତ ଧାରଣ କରିବାକୁ ହେବ । ଶରୀର ବିନା ଆତ୍ମା କିପରି କଥା କହିବ! କିପରି ଶୁଣିବ! ବାବା କହୁଛନ୍ତି - ମୁଁ ନିରାକାର ଅଟେ । ମୁଁ ମଧ୍ୟ ଶରୀରର ଆଧାର ନେଉଛି । ତୁମେ ଜାଣିଛ ଶିବବାବା ଏହି ବ୍ରହ୍ମାଙ୍କ ଶରୀର ଦ୍ୱାରା ଆମକୁ ଜ୍ଞାନ ଶୁଣାଉଛନ୍ତି । ଏହି କଥା ତୁମେ ବ୍ରହ୍ମାକୁମାର କୁମାରୀମାନେ ହିଁ ବୁଝାଉଛ । ତୁମକୁ ଏବେ ଜ୍ଞାନ ମିଳୁଛି । ବ୍ରହ୍ମାଙ୍କ ଦ୍ୱାରା ଆଦି ସଦାତନ ଦେବୀ-ଦେବତା ଧର୍ମର ସ୍ଥାପନା ହେଉଛି । ସେହି ବାବା ରାଜଯୋଗ ଶିଖାଉଛନ୍ତି, ଏଥିରେ ଦ୍ୱନ୍ଦ୍ୱର କୌଣସି କଥା ନାହିଁ । ଶିବବାବା ଆମକୁ ବୁଝାଉଛନ୍ତି ପୁଣି ଆମେ ଅନ୍ୟମାନଙ୍କୁ ବୁଝାଉଛୁ । ଆମକୁ ଜ୍ଞାନ ଶୁଣାଇଲାବାଲା ମଧ୍ୟ ଶିବବାବା ହିଁ ଅଟନ୍ତି । ଏବେ ତୁମେ କହୁଛ ଆମେ ପତିତରୁ ପାବନ ହେଉଛୁ । ବାବା ବୁଝାଉଛନ୍ତି ଏହା ହିଁ ପତିତ ଦୁନିଆ, ରାବଣର ରାଜ୍ୟ ଅଟେ । ରାବଣ ପାପ ଆତ୍ମା କରାଉଛି । ଏକଥା ଆଉ କେହି ବି ଜାଣିନାହାଁନ୍ତି । ଯଦିଓ ରାବଣର ପିତୁଳା ଜଳାଉଛନ୍ତି କିନ୍ତୁ କିଛି ବି ବୁଝୁନାହାଁନ୍ତି । ସୀତାଙ୍କୁ ରାବଣ ନେଇଗଲା, ଏହିପରି କଲା... କେତେ କଥା ସବୁ ଲେଖିଛନ୍ତି । ଯେବେ ବସି କଥା ଶୁଣୁଛନ୍ତି ତେବେ କାନ୍ଦି ପକାଉଛନ୍ତି । ସେ ସବୁ ହେଲା ଦନ୍ତ (ମନଗଢା) କଥା । ବାବା ଆମକୁ ବିକର୍ମାଜିତ୍ କରାଇବା ପାଇଁ ବୁଝାଉଛନ୍ତି । କହୁଛନ୍ତି କେବଳ ମୋତେ ମନେ ପକାଅ । କେଉଁଠାରେ ବି ବୁଦ୍ଧି ଲଗାଅ ନାହିଁ । ଶିବବାବା ଆମକୁ ନିଜର ପରିଚୟ ଦେଇଛନ୍ତି । ପତିତ-ପାବନ ବାବା ଆସି ନିଜର ପରିଚୟ ଦେଉଛନ୍ତି । ଏବେ ତୁମେ ଜାଣୁଛ ଯେ ବାବା କେତେ ମିଠା ଅଟନ୍ତି, ଯିଏ ଆମକୁ ସ୍ୱର୍ଗର ମାଲିକ କରାଉଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କର୍ମ-ଅକର୍ମ ଏବଂ ବିକର୍ମର ଗତିକୁ ଜାଣି ଶ୍ରେଷ୍ଠ କର୍ମ କରିବାକୁ ହେବ । ଜ୍ଞାନ ଦାନ କରି ଧର୍ମାତ୍ମା ହେବାକୁ ପଡିବ ।

(୨) ଏହା ବାନପ୍ରସ୍ଥ ଅବସ୍ଥା ଅଟେ - ଏହି ଅନ୍ତିମ ଘଡିରେ ପାବନ ହୋଇ ପାବନ ଦୁନିଆକୁ ଯିବାକୁ ହେବ । ପାବନ ହେବାର ସନ୍ଦେଶ ସମସ୍ତଙ୍କୁ ଦେବାକୁ ହେବ ।

ବରଦାନ:-
ପାସ୍ ୱିଥ୍ ଅନର ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବା ପାଇଁ ସମସ୍ତଙ୍କ ଦ୍ୱାରା ସନ୍ତୁଷ୍ଟତାର ପାସ୍‌ପୋର୍ଟ ପ୍ରାପ୍ତ କରୁଥିବା ସନ୍ତୁଷ୍ଟମଣୀ ଭବ ।

ଯେଉଁ ପିଲାମାନେ ନିଜେ ନିଜ ଉପରେ, ନିଜର ପୁରୁଷାର୍ଥରେ ବା ସେବାରେ, ବ୍ରାହ୍ମଣ ପରିବାର ସହିତ ସମ୍ପର୍କ ରଖିବାରେ ସର୍ବଦା ସନ୍ତୁଷ୍ଟ ରହିଥାଆନ୍ତି, ସେହିମାନଙ୍କୁ ହିଁ ସନ୍ତୁଷ୍ଟମଣୀ କୁହାଯାଏ । ସବୁ ଆତ୍ମାମାନଙ୍କ ସହିତ ସମ୍ପର୍କ ରଖିବାରେ ନିଜକୁ ସନ୍ତୁଷ୍ଟ ରଖିବା ବା ସମସ୍ତଙ୍କୁ ସନ୍ତୁଷ୍ଟ କରିବା - ଏଥିରେ ଯେଉଁମାନେ ବିଜୟୀ ହୋଇଥାଆନ୍ତି ସେହିମାନେ ହିଁ ବିଜୟ ମାଳାରେ ଆସିଥାଆନ୍ତି । ତେବେ ପାସ୍ ୱିଥ୍ ଅନର ହେବା ପାଇଁ ସମସ୍ତଙ୍କ ଦ୍ୱାରା ସନ୍ତୁଷ୍ଟତାର ପାସ୍‌ପୋର୍ଟ ମିଳିବା ଦରକାର । ଏହି ପାସ୍‌ପୋର୍ଟକୁ ନେବା ପାଇଁ କେବଳ ସହନ କରିବାର ବା ସମାହିତ କରିବାର ଶକ୍ତିକୁ ଧାରଣ କର ।

ସ୍ଲୋଗାନ:-
ଦୟାଶୀଳ ହୋଇ ସେବା ଦ୍ୱାରା ନିରାଶ ଏବଂ କ୍ଲାନ୍ତ ଆତ୍ମାମାନଙ୍କୁ ସାହାରା ଦିଅ ।

ଅବ୍ୟକ୍ତ ଈଶାରା:- ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।

ଶକ୍ତିଶାଳୀ ଯୋଗ ପାଇଁ ସଚ୍ଚା ହାର୍ଦ୍ଦିକ ସ୍ନେହ ଆବଶ୍ୟକ । ସଚ୍ଚା ଦିଲ୍‌ବାଲା ପିଲାମାନେ ଗୋଟିଏ ସେକେଣ୍ଡ ଭିତରେ ବିନ୍ଦୁ ହୋଇ ବିନ୍ଦୁ ସ୍ୱରୂପ ବାବାଙ୍କୁ ମନେ ପକାଇପାରିବେ । ସଚ୍ଚା ଦିଲ୍‌ବାଲା ପିଲାମାନେ ସଚ୍ଚା ସାହେବଙ୍କୁ ରାଜି ଅର୍ଥାତ୍ ସନ୍ତୁଷ୍ଟ କରୁଥିବା କାରଣରୁ ବାବାଙ୍କଠାରୁ ବିଶେଷ ଆଶୀର୍ବାଦ ପ୍ରାପ୍ତ କରିଥାଆନ୍ତି, ଯାହାଦ୍ୱାରା ସେମାନେ ଅତି ସହଜରେ ଗୋଟିଏ ସଂକଳ୍ପରେ ସ୍ଥିତ ହୋଇ ଜ୍ୱାଳା ସ୍ୱରୂପର ଯୋଗର ଅନୁଭବ କରିପାରିବେ, ଏବଂ ଶକ୍ତିଶାଳୀ ପ୍ରକମ୍ପନ ବିଚ୍ଛୁରିତ କରିପାରିବେ । ସତ୍ୟତା କାରଣରୁ ସେମାନଙ୍କର ବୁଦ୍ଧି ମଧ୍ୟ ସମୟ ଅନୁସାରେ ଯୁକ୍ତିଯୁକ୍ତ ଏବଂ ଯଥାର୍ଥ କାର୍ଯ୍ୟ କରାଇଥାଏ । ସେମାନଙ୍କ ଦ୍ୱାରା କୌଣସି ବି ଓଲଟା କାର୍ଯ୍ୟ ହୋଇପାରିବ ନାହିଁ ।