23.09.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ମନ ଭିତରେ ରାତି-ଦିନ ବାବା-ବାବା ସ୍ମରଣ ଚାଲି ଥାଉ ତେବେ ଅପାର ଖୁସି ରହିବ, ବୁଦ୍ଧିରେ ରହିବ ବାବା ଆମକୁ କୁବେରର ସମ୍ପତ୍ତି ଦେବା ପାଇଁ ଆସିଛନ୍ତି ।”

ପ୍ରଶ୍ନ:-
ବାବା କେଉଁ ପିଲାମାନଙ୍କୁ ଅନେଷ୍ଟଫୁଲ ଅର୍ଥାତ୍ ସଚ୍ଚୋଟ ସନ୍ତାନ ବୋଲି କହୁଛନ୍ତି, ସେମାନଙ୍କର ଲକ୍ଷଣ ଶୁଣାଅ?

ଉତ୍ତର:-
ଅନେଷ୍ଟ ଫୁଲ ସେହିମାନେ ଅଟନ୍ତି ଯେଉଁମାନେ କେବେ ବି ମାୟାର ବଶୀଭୂତ ହୁଅନ୍ତି ନାହିଁ । ମାୟାର ଖିଟ୍‌ପିଟ୍‌ରେ ଆସନ୍ତି ନାହିଁ । ଏହିଭଳି ସଚ୍ଚୋଟ ସନ୍ତାନମାନେ ଶେଷରେ ଆସିଥିଲେ ମଧ୍ୟ ତୀବ୍ରଗତିରେ ଆଗକୁ ବଢିବାର ପୁରୁଷାର୍ଥ କରିଥାଆନ୍ତି । ସେମାନେ ପୁରୁଣାମାନଙ୍କଠାରୁ ମଧ୍ୟ ଆଗକୁ ଯିବାର ଲକ୍ଷ୍ୟ ରଖିଥାଆନ୍ତି, ନିଜର ଅବଗୁଣକୁ ବାହାର କରିବା ପାଇଁ ସର୍ବଦା ପୁରୁଷାର୍ଥ କରୁଥାଆନ୍ତି । ସେମାନେ ଅନ୍ୟମାନଙ୍କର ଅବଗୁଣକୁ ଦେଖନ୍ତି ନାହିଁ ।

ଓମ୍ ଶାନ୍ତି ।
ଶିବଭଗବାନୁବାଚ । ସିଏ ହେଲେ ଆତ୍ମିକ ପିତା କାହିଁକି ନା ଶିବ ତ ପରମ ଆତ୍ମା ନା । ବାବା ତ ପ୍ରତିଦିନ ନୂଆ-ନୂଆ କଥା ବୁଝାଉଛନ୍ତି । ଗୀତା ଶୁଣାଇଲା ବାଲା ସନ୍ନ୍ୟାସୀ ଆଦି ବହୁତ ଅଛନ୍ତି, ସେମାନେ ବାବାଙ୍କୁ ମନେ ପକାଇ ପାରିବେ ନାହିଁ । ‘ବାବା’’ ଶବ୍ଦ କେବେ ବି ସେମାନଙ୍କ ମୁଖରୁ ବାହାରି ପାରିବ ନାହିଁ, ଏହି ଶବ୍ଦ ହେଉଛି ଗୃହସ୍ଥମାର୍ଗର ମନୁଷ୍ୟମାନଙ୍କ ପାଇଁ । ସେମାନେ ତ ନିବୃତ୍ତିମାର୍ଗୀ, ସେମାନେ କେବଳ ବ୍ରହ୍ମକୁ ହିଁ ମନେ ପକାଇଥା’ନ୍ତି । ମୁଖ ଦ୍ୱାରା ସେମାନେ କେବେ ବି ଶିବବାବା ବୋଲି କହିବେ ନାହିଁ, ଏକଥା ତୁମେ ଚାହିଁଲେ ପରୀକ୍ଷା କରି ଦେଖିପାରିବ । ଧରିନିଅ ବଡ-ବଡ ବିଦ୍ୱାନ ସନ୍ନ୍ୟାସୀ ଚିନ୍ମୟାନନ୍ଦ ଆଦି ଗୀତା ଶୁଣାଉଛନ୍ତି । ଏପରି ନୁହେଁ ଯେ ସେମାନେ ଗୀତାର ଭଗବାନ ଶ୍ରୀକୃଷ୍ଣଙ୍କୁ ଭାବି ତାଙ୍କ ସହିତ ଯୋଗ ଲାଗାଇପାରିବେ । ନାଁ । ତେଣୁ ସେମାନେ ବ୍ରହ୍ମ ସହିତ ଯୋଗ ଲଗାଉଥିବା ବ୍ରହ୍ମଜ୍ଞାନୀ ବା ତତ୍ତ୍ୱଜ୍ଞାନୀ ଅଟନ୍ତି । କୃଷ୍ଣଙ୍କୁ କେବେ କେହି ବାବା ବୋଲି କହିବେ, ଏହା ହୋଇପାରିବ ନାହିଁ । ଶ୍ରୀକୃଷ୍ଣ ଗୀତା ଶୁଣାଉଥିବା ବାବା ତ ନୁହଁନ୍ତି ନା । ଶିବଙ୍କୁ ସମସ୍ତେ ବାବା ବୋଲି କହୁଛନ୍ତି କାହିଁକି ନା ସିଏ ସବୁ ଆତ୍ମାମାନଙ୍କର ପିତା । ପରମପିତା ପରମାତ୍ମା କହି ସବୁ ଆତ୍ମାମାନେ ତାଙ୍କୁ ଡାକୁଛନ୍ତି । ସିଏ ହେଉଛନ୍ତି ସୁପ୍ରିମ, ପରମ କାରଣ ସିଏ ପରମଧାମ ନିବାସୀ । ତୁମେ ମଧ୍ୟ ସମସ୍ତେ ପରମଧାମରେ ରହୁଛ କିନ୍ତୁ ତାଙ୍କୁ ପରମ ଆତ୍ମା ବୋଲି କୁହାଯାଉଛି । ସିଏ କେବେ ପୁନର୍ଜନ୍ମରେ ଆସୁ ନାହାଁନ୍ତି । ସିଏ ନିଜେ କହୁଛନ୍ତି ମୋର ଜନ୍ମ ଦିବ୍ୟ ଅଲୌକିକ । ଏହିଭଳି ରଥରେ ପ୍ରବେଶ କରି ବିଶ୍ୱର ମାଲିକ ହେବାର ଯୁକ୍ତି ବତାଇବେ, ଏପରି ଆଉ କେହି କରିପାରିବେ ନାହିଁ । ସେଥିପାଇଁ ବାବା କହୁଛନ୍ତି - ମୁଁ ଯିଏ ଯେଉଁପରି ମୋତେ କେହି ବି ଜାଣିନାହାଁନ୍ତି । ମୁଁ ଯେତେବେଳେ ନିଜର ପରିଚୟ ଦିଏ ମୋତେ ସେତେବେଳେ ହିଁ ଜାଣିପାରନ୍ତି । ଯେଉଁମାନେ ଏହି ବ୍ରହ୍ମ ଅଥବା ତତ୍ତ୍ୱକୁ ଭଗବାନ ବୋଲି ମାନୁଛନ୍ତି ସେମାନେ ପୁଣି କୃଷ୍ଣଙ୍କୁ ନିଜର ପିତା ବୋଲି କିପରି ମାନିବେ, ଆତ୍ମାମାନେ ତ ସମସ୍ତେ ମୋର ସନ୍ତାନ ନା, ତେବେ କୃଷ୍ଣଙ୍କୁ ସମସ୍ତେ ପିତା ବୋଲି କିପରି କହିବେ ! କ’ଣ ଏପରି କହିବେ କି କୃଷ୍ଣ ସମସ୍ତଙ୍କର ପିତା, ଆମେ ସବୁ ପରସ୍ପର ଭାଇ ଭାଇ । ଏପରି ବି ନୁହେଁ ଯେ, କୃଷ୍ଣ ସର୍ବବ୍ୟାପୀ । ସମସ୍ତେ କ’ଣ କୃଷ୍ଣ ହୋଇ ପାରିବେ କି ! ଯଦି ସମସ୍ତେ କୃଷ୍ଣ ହୋଇଯିବେ, ତେବେ ତାଙ୍କର ପିତା ମଧ୍ୟ ଥିବା ଦରକାର । ମନୁଷ୍ୟମାନେ ବହୁତ କଥା ଭୁଲିଯାଇଛନ୍ତି । ବାବାଙ୍କୁ ଜାଣିନାହାଁନ୍ତି ତେଣୁ କହୁଛନ୍ତି ମୋତେ କୋଟିକରେ କେହି ଜଣେ ଜଣେ ଜାଣୁଛନ୍ତି । କୃଷ୍ଣଙ୍କୁ ତ କେହି ବି ଜାଣିପାରିବେ । ବିଦେଶୀମାନେ ମଧ୍ୟ ତାଙ୍କୁ ଜାଣିଛନ୍ତି, ଲର୍ଡ କୃଷ୍ଣ ବୋଲି କହୁଛନ୍ତି ନା । ଏହାର ଚିତ୍ର ମଧ୍ୟ ଅଛି, କିନ୍ତୁ ବାସ୍ତବ ଚିତ୍ର ନାହିଁ । ଭାରତବାସୀଙ୍କଠାରୁ ଶୁଣୁଛନ୍ତି, ତାଙ୍କର ପୂଜା ବହୁତ ହେଉଛି, ତେଣୁ ଗୀତାରେ ଲେଖି ଦେଇଛନ୍ତି - କୃଷ୍ଣ ଭଗବାନୁବାଚ । ତେବେ ଭଗବାନଙ୍କୁ କ’ଣ ଲର୍ଡ ବୋଲି କୁହାଯାଏ କି, ଲର୍ଡ କୃଷ୍ଣ ବୋଲି କୁହାଯାଏ ନା । ଲର୍ଡର ଉପାଧି ବାସ୍ତବରେ ବଡ ଲୋକମାନଙ୍କୁ ମିଳିଥାଏ । କିନ୍ତୁ ଏହି ଉପାଧି ତ ଏବେ ସମସ୍ତଙ୍କୁ ଦେଉଛନ୍ତି, ଏହାକୁ ହିଁ କୁହାଯାଉଛି ଅନ୍ଧେରେ ନଗରୀ..... ଯେ କୌଣସି ପତିତ ମନୁଷ୍ୟକୁ ଲର୍ଡ ବୋଲି କହିଦେଉଛନ୍ତି । କେଉଁଠି ଆଜିର ଏହି ପତିତ ମନୁଷ୍ୟ ଏବଂ କେଉଁଠି ଶିବ ବା ଶ୍ରୀକୃଷ୍ଣ । ବାବା କହୁଛନ୍ତି ମୁଁ ତୁମମାନଙ୍କୁ ଯେଉଁ ଜ୍ଞାନ ଦେଉଛି ତାହା ପୁଣି ଲୁପ୍ତ ହୋଇଯାଉଛି । ମୁଁ ହିଁ ଆସି ନୂଆ ଦୁନିଆ ସ୍ଥାପନ କରୁଛି । ଜ୍ଞାନ ମଧ୍ୟ ମୁଁ ବର୍ତ୍ତମାନ ହିଁ ଦେଉଛି । ମୁଁ ଜ୍ଞାନ ଦେଲେ ହିଁ ପିଲାମାନେ ଶୁଣିବେ, ମୋ ବିନା ଏହି ଜ୍ଞାନ ଆଉ କେହି ଶୁଣାଇ ପାରିବେ ନାହିଁ । କାରଣ କେହି ଜାଣି ହିଁ ନାହାଁନ୍ତି ।

କ’ଣ ସନ୍ନ୍ୟାସୀମାନେ ଶିବବାବାଙ୍କୁ ମନେ ପକାଇ ପାରିବେ? ସେମାନେ କହି ମଧ୍ୟ ପାରିବେ ନାହିଁ ଯେ, ନିରାକାର ଈଶ୍ୱରଙ୍କୁ ମନେ ପକାଅ । ଏ କଥା କେବେ ଶୁଣିଛ? ବହୁତ ପାଠ-ଶାଠ ପଢିଥିବା ପିଲାମାନେ ମଧ୍ୟ ବୁଝୁନାହାଁନ୍ତି । ଏବେ ବାବା ବୁଝାଉଛନ୍ତି କୃଷ୍ଣ ଭଗବାନ ନୁହଁନ୍ତି । ମନୁଷ୍ୟମାନେ ତ ତାଙ୍କୁ ହିଁ ଭଗବାନ ବୋଲି କହୁଛନ୍ତି । କେତେ ଫରକ ରହିଛି । ବାବା ତ ପିଲାମାନଙ୍କୁ ବସି ରାଜଯୋଗର ପାଠ ପଢାଉଛନ୍ତି । ତେଣୁ ସିଏ ଆମର ପିତା, ଶିକ୍ଷକ, ଗୁରୁ ମଧ୍ୟ ଅଟନ୍ତି । ଶିବବାବା ସମସ୍ତଙ୍କୁ ବସି ବୁଝାଉଛନ୍ତି । ନ ବୁଝିବା କାରଣରୁ ତ୍ରୀମୂର୍ତ୍ତି ଚିତ୍ରରେ ଶିବଙ୍କୁ ରଖୁନାହାଁନ୍ତି । ବ୍ରହ୍ମାଙ୍କୁ ରଖୁଛନ୍ତି, ଯାହାଙ୍କୁ ପ୍ରଜାପିତା ବ୍ରହ୍ମା ବୋଲି କହୁଛନ୍ତି । ଯିଏକି ପ୍ରଜା ରଚନା କରୁଛନ୍ତି କିନ୍ତୁ ତାଙ୍କୁ ଭଗବାନ ବୋଲି କୁହାଯାଇ ପାରିବ ନାହିଁ । ଭଗବାନ କେବେ ପ୍ରଜା ରଚନା କରନ୍ତି ନାହିଁ । ସବୁ ଆତ୍ମାମାନେ ତ ଭଗବାନଙ୍କର ସନ୍ତାନ ଅଟନ୍ତି । ପୁଣି କାହା ଦ୍ୱାରା ପ୍ରଜା ରଚନା କରୁଛନ୍ତି, ତୁମକୁ କିଏ ପୋଷ୍ୟ କରୁଛନ୍ତି? ବ୍ରହ୍ମାଙ୍କ ଦ୍ୱାରା ବାବା ପୋଷ୍ୟ କରିଛନ୍ତି । ଯେବେ ବ୍ରାହ୍ମଣ ହେବ ତେବେ ଯାଇ ଦେବତା ହେବ ନା । ଏହି କଥା ତ ତୁମେମାନେ କେବେ ଶୁଣି ନାହିଁ । ପ୍ରଜାପିତାଙ୍କର ମଧ୍ୟ ନିଶ୍ଚିତ ଭାବରେ ପାର୍ଟ ରହିଛି । ଅଭିନୟ ଦରକାର ନା । ନଚେତ ଏତେ ପ୍ରଜା କେଉଁଠାରୁ ଆସିବେ । ଦୈହିକ ବଂଶାବଳୀ ତ ହୋଇପାରିବେ ନାହିଁ । ଦୈହିକ ବଂଶାବଳୀ ବ୍ରାହ୍ମଣ କୁହନ୍ତି - ଆମର ସାଙ୍ଗିଆ ବ୍ରାହ୍ମଣ । ନାମ ତ ସମସ୍ତଙ୍କର ଅଲଗା-ଅଲଗା ରହିଛି । ପ୍ରଜାପିତା ବ୍ରହ୍ମା ବୋଲି ସେତେବେଳେ କହୁଛନ୍ତି ଯେତେବେଳେ ଶିବବାବା ଏହାଙ୍କର ଶରୀରରେ ପ୍ରବେଶ କରୁଛନ୍ତି । ତେବେ ଏହା ନୂଆ କଥା ନା । ବାବା ନିଜେ କହୁଛନ୍ତି - ମୋତେ କେହି ଜାଣିନାହାଁନ୍ତି, ସୃଷ୍ଟିଚକ୍ରକୁ ମଧ୍ୟ ଜାଣିନାହାଁନ୍ତି । ସେଥିପାଇଁ ରୁଷି-ମୁନି ସବୁ ନେତି-ନେତି ବୋଲି କହିଆସୁଛନ୍ତି । ସେମାନେ ନା ପରମାତ୍ମାଙ୍କୁ ନା ପରମାତ୍ମାଙ୍କର ରଚନାକୁ ଜାଣିଛନ୍ତି । ବାବା କହୁଛନ୍ତି - ଯେତେବେଳେ ମୁଁ ଆସି ନିଜର ପରିଚୟ ଦେବି ତେବେ ଜାଣିବେ । ଏହି ଦେବତାମାନେ କ’ଣ ସେଠାରେ ଜାଣିପାରିବେ ଯେ - ଆମେ ଏହି ରାଜ୍ୟ କିପରି ପାଇଛୁ ? ସେମାନଙ୍କ ପାଖରେ କୌଣସି ଜ୍ଞାନ ରହିବ ନାହିଁ । ପଦ ପାଇ ଗଲେ ପୁଣି ଜ୍ଞାନର ଆବଶ୍ୟକତା ନାହିଁ । ଜ୍ଞାନ ଦରକାର ସତ୍‌ଗତି ପାଇଁ । ଏମାନେ ତ ସଦ୍‌ଗତି ପ୍ରାପ୍ତ କରିସାରିଛନ୍ତି । ଏହା ବହୁତ ଗୁହ୍ୟ କଥା । ଏହି କଥାକୁ ବୁଦ୍ଧିମାନମାନେ ହିଁ ବୁଝିପାରିବେ । ବାକି ଯେଉଁ ବୁଢୀ-ବୁଢୀ ମାତାମାନେ ଅଛନ୍ତି, ତାଙ୍କ ପାଖରେ ଏତେ ବୁଦ୍ଧି ତ ନାହିଁ, ତାହା ମଧ୍ୟ ଡ୍ରାମାର ପ୍ଳାନ ଅନୁସାରେ ପ୍ରତ୍ୟେକଙ୍କର ନିଜସ୍ୱ ପାର୍ଟ ରହିଛି । ଏପରି କେବେ କୁହାଯାଇପାରିବ ନାହିଁ ଯେ - ହେ ଈଶ୍ୱର ବୁଦ୍ଧି ଦିଅ । ଯଦି ସମସ୍ତଙ୍କୁ ମୁଁ ଏକାପରି ବୁଦ୍ଧି ଦେବି ତେବେ ସମସ୍ତେ ନାରାୟଣ ହୋଇଯିବେ । ତେବେ ସମସ୍ତେ କ’ଣ ଜଣଙ୍କ ଉପରେ ଜଣେ ସିଂହାସନରେ ବସିବେ କି! ହଁ ଲକ୍ଷ୍ମୀ-ନାରାୟଣ ହେବାର ଲକ୍ଷ୍ୟ-ଉଦ୍ଦେଶ୍ୟ ରହିଛି । ସମସ୍ତେ ପୁରୁଷାର୍ଥ କରୁଛନ୍ତି ନରରୁ ନାରାୟଣ ହେବା ପାଇଁ, ତେବେ ପୁରୁଷାର୍ଥ ଅନୁସାରେ ହେବେ ନା । ଯଦି ସମସ୍ତେ ନାରାୟଣ ହେବା ପାଇଁ ହାତ ଉଠାଇବେ - ତେବେ ବାବାଙ୍କୁ ହସ ଲାଗିବ ନା । ସମସ୍ତେ ଏକାଭଳି କିପରି ହେବେ! କ୍ରମାନୁସାରେ ତ ହେବେ ନା । ନାରାୟଣ ପ୍ରଥମ, ଦ୍ୱିତୀୟ, ତୃତୀୟ, ଯେପରି ଏଡ୍‌ୱାର୍ଡ ପ୍ରଥମ, ଦ୍ୱିତୀୟ, ତୃତୀୟ ହୋଇଥା’ନ୍ତି ନା । ଯଦିଓ ଲକ୍ଷ୍ୟ-ଉଦ୍ଦେଶ୍ୟ ରହିଛି, କିନ୍ତୁ ନିଜେ ତ ଜାଣିପାରିବେ ନା - ମୋର ଚଳଣି ଏପରି, ମୁଁ କି ପଦ ପାଇବି ? ପୁରୁଷାର୍ଥ ତ ନିଶ୍ଚିତ ଭାବରେ କରିବାକୁ ହେବ । ବାବା କ୍ରମାନୁସାରେ ଫୁଲ ନେଇ ଆସୁଛନ୍ତି, କ୍ରମାନୁସାରେ ଫୁଲ ଦେଇ ମଧ୍ୟ ପାରିବେ କିନ୍ତୁ ଏପରି କରୁନାହାଁନ୍ତି । ନିରାଶ ହୋଇଯିବେ । ବାବା ଜାଣିଛନ୍ତି, ଦେଖୁଛନ୍ତି କିଏ ଅଧିକ ସେବା କରୁଛନ୍ତି । କିଏ ଭଲ ଫୁଲ । ଶେଷରେ କ୍ରମାନୁସାରେ ହିଁ ଆସିବେ ବହୁତ ପୁରୁଣା ମଧ୍ୟ ବସିଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ ନୂଆମାନେ ବହୁତ ଭଲ ଭଲ ଫୁଲ ଅଟନ୍ତି । ବାବା କହୁଛନ୍ତି-ଇଏ ନମ୍ବରୱାନ ଅନେଷ୍ଟ ଫୁଲ, ଏହାଙ୍କ ଭିତରେ କୌଣସି କଳିତକରାଳ କରିବାର ବା ଈର୍ଷା ଆଦିର ସଂସ୍କାର ନାହିଁ । ଅନେକଙ୍କ ଭିତରେ କିଛି ନା କିଛି ଦୋଷ ଦୁର୍ବଳତା ରହିଛି ସମ୍ପୁର୍ଣ୍ଣ ତ କାହାକୁ କୁହାଯାଇ ପାରିବ ନାହିଁ । ଷୋହଳ କଳା ସମ୍ପୂର୍ଣ୍ଣ ହେବା ପାଇଁ ବହୁତ ମେହେନତ କରିବାକୁ ପଡିବ । ବର୍ତ୍ତମାନ କେହି ସମ୍ପୂର୍ଣ୍ଣ ହୋଇପାରିବେ ନାହିଁ । ଏବେ ତ ବହୁତ ଭଲ ଭଲ ସନ୍ତାନମାନଙ୍କ ଭିତରେ ମଧ୍ୟ ଈର୍ଷା ରହିଛି । ଦୁର୍ବଳତା ସମସ୍ତଙ୍କ ପାଖରେ ରହିଛି ନା । ବାବା ଜାଣିଛନ୍ତି ସମସ୍ତେ କେଉଁ ପ୍ରକାରର ପୁରୁଷାର୍ଥ କରୁଛନ୍ତି । ଦୁନିଆବାଲା କ’ଣ ଜାଣିବେ । ସେମାନେ ତ କିଛି ହେଲେ ବୁଝୁନାହାଁନ୍ତି । ବହୁତ କମ୍ ବୁଝୁଛନ୍ତି । ଗରୀବମାନେ ତୁରନ୍ତ ବୁଝିଯାଉଛନ୍ତି । ଏହି ରାଜଯୋଗର ପାଠପଢାଇବା ପାଇଁ ବେହଦର ବାବା ଆସିଛନ୍ତି । ଏବେ ବାବାଙ୍କୁ ମନେପକାଇଲେ ଆମର ପାପ କଟିଯିବ, ଆମେ ବାବାଙ୍କ ପାଖକୁ ଆସିଛୁ, ବାବାଙ୍କଠାରୁ ନୂଆ ଦୁନିଆର ବର୍ସା ନିଶ୍ଚିତ ମିଳିବ । ତେବେ କ୍ରମାନୁସାରେ ତ ନିଶ୍ଚିତ ରହିବେ - ୧୦୦ରୁ ଆରମ୍ଭ କରି ୧ ନମ୍ବର ପର୍ଯ୍ୟନ୍ତ କିନ୍ତୁ ବାବାଙ୍କୁ ଜାଣିଗଲେ, ଟିକିଏ ବି ଜ୍ଞାନ ଶୁଣିଲେ ତେବେ ସ୍ୱର୍ଗରେ ନିଶ୍ଚିତ ଆସିବେ । ୨୧ ଜନ୍ମ ପର୍ଯ୍ୟନ୍ତ ସ୍ୱର୍ଗରେ ଆସିବା କୌଣସି କମ୍ କଥା କି! ଏପରି ନୁହେଁ ଯେ, କାହାର ମୃତ୍ୟୁ ହେଲେ କହିବେ ୨୧ ଜନ୍ମ ପାଇଁ ସ୍ୱର୍ଗକୁ ଗଲା । ସ୍ୱର୍ଗ ଅଛି କେଉଁଠି । କେତେ ଭ୍ରାନ୍ତ ଧାରଣାରେ ଅଛନ୍ତି । ବଡ-ବଡ ଲୋକମାନେ ମଧ୍ୟ କହୁଛନ୍ତି ଅମୁକ ସ୍ୱର୍ଗକୁ ଗଲା । ସ୍ୱର୍ଗ କାହାକୁ କହୁଛନ୍ତି? ଅର୍ଥ କିଛି ହେଲେ ବୁଝୁନାହାଁନ୍ତି । ଏକଥା କେବଳ ତୁମେ ହିଁ ଜାଣିଛ । ତୁମେ ମଧ୍ୟ ମନୁଷ୍ୟ, କିନ୍ତୁ ତୁମେ ହେଉଛ ବ୍ରାହ୍ମଣ । ତୁମେ ନିଜକୁ ବ୍ରାହ୍ମଣ ବୋଲି କହୁଛ । ତୁମ ବ୍ରାହ୍ମଣମାନଙ୍କର କେବଳ ଜଣେ ବାପଦାଦା ଅଛନ୍ତି । ତୁମେ ସନ୍ନ୍ୟାସୀମାନଙ୍କୁ ମଧ୍ୟ ପଚାରିପାରିବ ଯେ, ଏହି ଯେଉଁ ମହାବାକ୍ୟ ବା ଭଗବାନୁବାଚ ରହିଛି କି ଦେହ ସହିତ ଦେହର ସବୁ ଧର୍ମକୁ ଛାଡି ମୋତେ ମନେପକାଅ - କ’ଣ ଏକଥା କୃଷ୍ଣ କହୁଛନ୍ତି, ମୋତେ ମନେ ପକାଅ? ତୁମେ କ’ଣ କୃଷ୍ଣଙ୍କୁ ମନେ ପକାଉଛ କି ? ସେମାନେ କେବେ ବି ହଁ କହିପାରିବେ ନାହିଁ । ତେବେ ସେହିଠାରେ ହିଁ ତୁମର ଜ୍ଞାନ ପ୍ରସିଦ୍ଧ ହୋଇଯିବା କଥା । କିନ୍ତୁ ଯେହେତୁ ବିଚାରି ମାତା କନ୍ୟାମାନେ ଜ୍ଞାନ ଶୁଣାଇବା ପାଇଁ ଯାଉଛନ୍ତି, ସେମାନେ କ’ଣ ଜାଣିବେ ତେଣୁ ସେମାନେ ନିଜର ଶିଷ୍ୟମାନଙ୍କ ଆଗରେ ତାଙ୍କ ଉପରେ କ୍ରୋଧିତ ହୋଇଯାଉଛନ୍ତି । ଋଷିମାନଙ୍କ ଭିତରେ ଦୁର୍ବାଷା ଋଷିଙ୍କର ନାମ ମଧ୍ୟ ଅଛି ନା । ତାଙ୍କ ପାଖରେ ବହୁତ ଅହଂକାର ଥିଲା, ବହୁତ ଶିଷ୍ୟ ମଧ୍ୟ ଥିଲେ । କିନ୍ତୁ ବର୍ତ୍ତମାନ ଭକ୍ତିର ରାଜ୍ୟ, ତେଣୁ ତାଙ୍କୁ ପଚାରିବା ପାଇଁ କାହା ପାଖରେ ଶକ୍ତି ହିଁ ନାହିଁ । ନଚେତ ତାଙ୍କୁ କହିପାରିବ ଯେ ତୁମେମାନେ ତ ଶିବାବାବାଙ୍କର ପୂଜା କରୁଛ । ବାସ୍ତବରେ ଭଗବାନ କାହାକୁ କୁହାଯିବ? କ’ଣ ମାଟି ଗୋଡିରେ ଭଗବାନ ଅଛନ୍ତି? ଆଗକୁ ଗଲେ ଏହି ସବୁ କଥାକୁ ବୁଝିବେ? ଏବେ ସେମାନଙ୍କର କେତେ ନିଶା ରହିଛି । ସମସ୍ତେ ତ ପୂଜାରୀ ଅଟନ୍ତି । ପୂଜ୍ୟ ବୋଲି କାହାକୁ କୁହାଯାଇପାରିବ ନାହିଁ ।

ବାବା କହୁଛନ୍ତି ମୋତେ କ୍ୱଚିତ୍ କେହି କେହି ଜାଣିଛନ୍ତି । ମୁଁ ଯିଏ, ଯେପରି - ତୁମମାନଙ୍କ ଭିତରୁ ମଧ୍ୟ କ୍ୱଚିତ୍ କେହି କେହି ସଂପୂର୍ଣ୍ଣ ରୂପେ ଜାଣିଛନ୍ତି, ଯେଉଁମାନେ ଜାଣିଛନ୍ତି ସେମାନେ ବହୁତ ଆନ୍ତରିକ ଖୁସିରେ ରହୁଛନ୍ତି । ଏ କଥା ତ ତୁମେମାନେ ଜାଣିଛ ନା - ବାବା ହିଁ ଆମକୁ ସ୍ୱର୍ଗର ରାଜତ୍ୱ ଦେଉଛନ୍ତି । ତୁମମାନଙ୍କୁ କୁବେର ସମ୍ପତ୍ତି ମିଳୁଛି । ଆହ୍ଲା ଅବଲଦୀନର ଖେଳ ମଧ୍ୟ ଦେଖାଉଛନ୍ତି ନା । ଶବ୍ଦ କଲେ ଧନ ରତ୍ନ ବାହାରି ଆସୁଥିଲା, ଏହିଭଳି ଅନେକ କାହାଣୀ ମାନ ରହିଛି । ଖୁଦା ଦୋସ୍ତ ନାମକ ରାଜା, କ’ଣ କରୁଥିଲେ ତା’ ଉପରେ ମଧ୍ୟ କାହାଣୀ ଅଛି । ସେଥିରେ ଦେଖାଇଛନ୍ତି ଗୋଟିଏ ପୋଲ ଥିଲା, ଯାହା ଉପରେ ଅତିକ୍ରମ କରୁଥିବା ବ୍ୟକ୍ତିକୁ ଖୁଦା ଦୋସ୍ତ ଗୋଟିଏ ଦିନ ପାଇଁ ରାଜସିଂହାସନର ଅଧିକାରୀ କରି ବିଦା, ଏସବୁ ହେଲା କାହାଣୀ । ଏବେ ବାବା ବୁଝାଉଛନ୍ତି ଖୁଦା ତୁମମାନଙ୍କର ସାଥୀ, ଏହାଙ୍କ ଶରୀରରେ ପ୍ରବେଶ କରି ତୁମ ସହିତ ଖାଉଛନ୍ତି, ପିଉଛନ୍ତି, ଖେଳୁଛନ୍ତି । ଶିବବାବା ଏବଂ ବ୍ରହ୍ମାବାବାଙ୍କର ରଥ ଗୋଟିଏ, ତେବେ ନିଶ୍ଚିତ ଭାବରେ ଖେଳି ମଧ୍ୟ ପାରିବେ ନା । ବ୍ରହ୍ମାବାବା ବାବାଙ୍କୁ ମନେ ପକାଇ ପକାଇ ଖେଳୁଛନ୍ତି କାରଣ ଉଭୟ ଗୋଟିଏ ଶରୀରରେ ଅଛନ୍ତି ନା - ବାବା ଏବଂ ଦାଦା । କିନ୍ତୁ ଏହି କଥାକୁ କେହି ହେଲେ ବି ବୁଝିପାରୁ ନାହାଁନ୍ତି । କହୁଛନ୍ତି ରଥ ଚଢି ଆସିଲେ, ତେଣୁ ସେମାନେ ପୁଣି ଘୋଡା ଗାଡିର ରଥ ତିଆରି କରିଦେଇଛନ୍ତି । ଏପରି ବି କୁହାଯାଇପାରିବ ନାହିଁ ଯେ, କୃଷ୍ଣଙ୍କ ଭିତରେ ଶିବବାବା ପ୍ରବେଶ କରି ଜ୍ଞାନ ଦେଉଛନ୍ତି । ସେମାନେ କୃଷ୍ଣ ଭଗବାନୁବାଚ ବୋଲି କହିଦେଉଛନ୍ତି । ବ୍ରହ୍ମା ଭଗବାନୁବାଚ ବୋଲି ତ କହିପାରିବେ ନାହିଁ । ନା । ଇଏ ହେଉଛନ୍ତି ରଥ । ଶିବ ଭଗବାନୁବାଚ, ବାବା ବସି ତୁମମାନଙ୍କୁ ନିଜର ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ପରିଚୟର ଅବଧି ବତାଉଛନ୍ତି । ଯାହା କେହି ବି ଜାଣିନାହାଁନ୍ତି । ଯେଉଁମାନେ ବୁଦ୍ଧିମାନ ଅଟନ୍ତି ସେମାନେ ବୁଦ୍ଧି ଦ୍ୱାରା କାମ ହାସଲ କରିବେ । ସନ୍ନ୍ୟାସୀମାନଙ୍କର ତ ସନ୍ନ୍ୟାସ କରିବାର ଅଛି, ତୁମେ ମଧ୍ୟ ଶରୀର ସହିତ ସବୁ କିଛି ସନ୍ନ୍ୟାସ କରୁଛ । ଏହା ଆମର ପୁରୁଣା ଶରୀର, ଆମକୁ ତ ନୂଆ ଦୁନିଆକୁ ଯିବାକୁ ହେବ । ଆମେ ଆତ୍ମାମାନେ ଏଠାକାର ବାସିନ୍ଦା ନୋହୁଁ । ଏଠାକୁ ଆମେ କେବଳ ଅଭିନୟ କରିବା ପାଇଁ ଆସିଛୁ । ଆମେ ସବୁ ପରମଧାମର ନିବାସୀ ଅଟୁ । ଏକଥା ମଧ୍ୟ ତୁମେମାନେ ହିଁ ଜାଣିଛ ଯେ, ସେଠାକାର ନିରାକାର ବୃକ୍ଷ କିପରି । ସବୁ ଆତ୍ମାମାନେ ସେଠାରେ ରହିଥା’ନ୍ତି । ଏହା ଅନାଦି ଡ୍ରାମା ରଚନା କରାଯାଇଛି । କେତେ କୋଟି-କୋଟି ଜୀବାତ୍ମା ଅଛନ୍ତି । ଏତେ ସବୁ କେଉଁଠାରେ ରହୁଛନ୍ତି? ନିରାକାରୀ ଦୁନିଆରେ । ବାକି ଏହି ତାରାକାମାନେ ଆତ୍ମା ନୁହଁନ୍ତି । ମନୁଷ୍ୟମାନେ ତ ଏହି ତାରାକମାନଙ୍କୁ ମଧ୍ୟ ଦେବତା ବୋଲି କହି ଦେଉଛନ୍ତି, କିନ୍ତୁ ସିଏ କୌଣସି ଦେବତା ନୁହଁନ୍ତି । ଜ୍ଞାନର ସୂର୍ଯ୍ୟ ତ ଶିବବାବାଙ୍କୁ ହିଁ କୁହାଯିବ । ତାଙ୍କୁ କ’ଣ ଦେବତା ବୋଲି କୁହାଯିବ କି! ଶାସ୍ତ୍ରରେ ତ କ’ଣ-କ’ଣ ସବୁ ଲେଖିଦେଇଛନ୍ତି । ଏ ସବୁ ଭକ୍ତିମାର୍ଗର ସାମଗ୍ରୀ, ଯାହା ଦ୍ୱାରା ତୁମେ ତଳକୁ-ତଳକୁ ଖସିଆସିଛ । ୮୪ ଜନ୍ମ ନେଲେ ନିଶ୍ଚିତ ତଳକୁ ହିଁ ଖସିବ ନା । ବର୍ତ୍ତମାନ ଏହା ହେଉଛି କଳିଯୁଗ ଦୁନିଆ । ସତ୍ୟଯୁଗକୁ ସ୍ୱର୍ଣ୍ଣିମ ଦୁନିଆ କୁହାଯାଉଛି । ସେଠାରେ କିଏ ରହିଥାନ୍ତି? ଦେବତାମାନେ । ସେମାନେ ଏବେ କୁଆଡେ ଗଲେ - ଏକଥା କେହି ଜାଣିନାହାଁନ୍ତି । ଜାଣିଛନ୍ତି ଯେ ପୁନର୍ଜନ୍ମ ନେଉଛନ୍ତି । ବାବା ବୁଝାଉଛନ୍ତି ପୁନର୍ଜନ୍ମ ନେଇ-ନେଇ ଦେବତାରୁ ପରିବର୍ତ୍ତନ ହୋଇ ହିନ୍ଦୁ ହୋଇଯାଇଛନ୍ତି । ପତିତ ହୋଇଯାଇଛନ୍ତି ନା । ଆଉ କାହାର ବି ଧର୍ମ ପରିବର୍ତ୍ତନ ହେଉନାହିଁ । ଏହାଙ୍କର ଧର୍ମ କାହିଁକି ପରିବର୍ତ୍ତନ ହେଉଛି - କାହାକୁ ଜଣା ନାହିଁ । ବାବା କହୁଛନ୍ତି ସମସ୍ତେ ଧର୍ମଭ୍ରଷ୍ଟ କର୍ମଭ୍ରଷ୍ଟ ହୋଇଯାଇଛନ୍ତି । ଦେବୀ-ଦେବତା ଥିବା ସମୟରେ ପବିତ୍ର ଯୋଡି ଥିଲେ । ପୁଣି ରାବଣ ରାଜ୍ୟରେ ତୁମେ ଅପବିତ୍ର ହୋଇଯାଇଛ । ତେଣୁ ତୁମକୁ ଦେବୀ-ଦେବତା କୁହାଯାଇପାରିବ ନାହିଁ । ସେଥିପାଇଁ ତୁମର ନାମ ହିନ୍ଦୁ ରହିଛି । ଦେବୀ-ଦେବତା ଧର୍ମ କୃଷ୍ଣ ସ୍ଥାପନ କରିନଥିଲେ । ନିଶ୍ଚିତ ଭାବରେ ଶିବବାବା ଆସି ସ୍ଥାପନ କରିଥିଲେ । ଶିବ ଜୟନ୍ତୀ, ଶିବରାତ୍ରୀ ମଧ୍ୟ ପାଳନ କରାଯାଉଛି କିନ୍ତୁ ସିଏ ଆସି କ’ଣ କରିଥିଲେ, ଏ କଥା କାହାକୁ ଜଣାନାହିଁ । ଗୋଟିଏ ଶିବ ପୁରାଣ ମଧ୍ୟ ଅଛି, ବାସ୍ତବରେ ଶିବଙ୍କର ଏକମାତ୍ର ଗୀତା ହିଁ ରହିଛି, ଯାହାକି ଶିବବାବା ଶୁଣାଇଥିଲେ, ଅନ୍ୟ କୌଣସି ଶାସ୍ତ୍ର ନାହିଁ । ତୁମେମାନେ କୌଣସି ପ୍ରକାରର ହିଂସା କରୁନାହଁ । ତୁମର କୌଣସି ଶାସ୍ତ୍ର ରଚନା ହେଉନାହିଁ । ତୁମେମାନେ ନୂଆ ଦୁନିଆକୁ ଚାଲିଯିବ । ସତ୍ୟଯୁଗରେ କୌଣସି ପ୍ରକାରର ଶାସ୍ତ୍ର ଗୀତା ଆଦି ରହିବ ନାହିଁ । ସେଠାରେ କିଏ ପଢିବେ । ସେମାନେ କହୁଛନ୍ତି ଏହି ବେଦଶାସ୍ତ୍ର ଆଦି ପରମ୍ପରାରୁ ଚାଲି ଆସୁଛି । କାରଣ ସେମାନେ କିଛି ବି ଜାଣି ନାହାଁନ୍ତି । ସ୍ୱର୍ଗରେ କୌଣସି ଶାସ୍ତ୍ର ଆଦି ରହିବ ନାହିଁ । ବାବା ଦେବତା କରିଦେଲେ, ସମସ୍ତଙ୍କର ସଦ୍‌ଗତି ହୋଇଗଲା ପୁଣି ଶାସ୍ତ୍ର ପଢିବା କ’ଣ ଦରକାର! ତେଣୁ ସେଠାରେ ଶାସ୍ତ୍ର ରହିବ ନାହିଁ । ଏବେ ବାବା ତୁମମାନଙ୍କୁ ଜ୍ଞାନର ଚାବି ଦେଉଛନ୍ତି, ଯାହା ଦ୍ୱାରା ତୁମର ବୁଦ୍ଧିର ତାଲା ଖୋଲୁଛି । ପୂର୍ବରୁ ତାଲା ଏକଦମ୍ ବନ୍ଦଥିଲା, ତୁମେମାନେ କିଛି ବି ବୁଝୁ ନ ଥିଲ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କାହା ପ୍ରତି ବି ଈର୍ଷା କରିବାର ନାହିଁ । ନିଜର ଦୋଷ ଦୁର୍ବଳତାକୁ ବାହାର କରି ସମ୍ପୂର୍ଣ୍ଣ ହେବାର ପୁରୁଷାର୍ଥ କରିବାକୁ ହେବ । ପାଠପଢା ଦ୍ୱାରା ଉଚ୍ଚ ପଦ ପାଇବାକୁ ହେବ ।

(୨) ଶରୀର ସହିତ ସବୁ କିଛି ସନ୍ନ୍ୟାସ କରିବାକୁ ହେବ । କୌଣସି ପ୍ରକାରର ହିଂସା କରିବାର ନାହିଁ । ମନ ଭିତରେ ଅହଂକାର ରଖିବାର ନାହିଁ ।

ବରଦାନ:-
ଅବିନାଶୀ ଏବଂ ବେହଦର ଅଧିକାରର ଖୁସି ବା ନିଶା ଦ୍ୱାରା ସଦା ନିଶ୍ଚିନ୍ତ ଭବ ।

ଦୁନିଆରେ ବହୁତ ମେହନତ କରି ଅଧିକାର ପ୍ରାପ୍ତ କରିଥାଆନ୍ତି କିନ୍ତୁ ତୁମମାନଙ୍କୁ ବିନା ମେହନତରେ ଅଧିକାର ମିଳିଗଲା । ସନ୍ତାନ ହେବା ଅର୍ଥ ଅଧିକାର ପ୍ରାପ୍ତ କରିଥାଆନ୍ତି କିନ୍ତୁ ତୁମମାନଙ୍କୁ ବିନା ମେହନତରେ ଅଧିକାର ମିଳିଗଲା । ସନ୍ତାନ ହେବା ଅର୍ଥ ଅଧିକାର ନେବା । “ବାଃରେ ମୁଁ ଶ୍ରେଷ୍ଠ ଅଧିକାରୀ ଆତ୍ମା”, ଯଦି ଏହିଭଳି ବେହଦର ଅଧିକାରର ଖୁସି ଏବଂ ନିଶାରେ ରହିବ ତେବେ ସର୍ବଦା ନିଶ୍ଚିନ୍ତ ରହିବ । ଏହି ଅବିନାଶୀ ଅଧିକାର ସୁନିଶ୍ଚିତ ଅଟେ । ତେବେ ଯେଉଁଠାରେ ନିଶ୍ଚିତତା ଥାଏ ସେଠାରେ ନିଶ୍ଚିନ୍ତତା ମଧ୍ୟ ଥାଏ । ତେଣୁ ନିଜର ସବୁ ଦାୟିତ୍ୱଗୁଡିକୁ ବାବାଙ୍କୁ ସମର୍ପି ଦିଅ ତେବେ ସବୁ ଚିନ୍ତାରୁ ମୁକ୍ତ ହୋଇଯିବ ।

ସ୍ଲୋଗାନ:-
ଯେଉଁମାନେ ଉଦାରଚିତ୍ତ, ବିଶାଳ ହୃଦୟବାନ୍ ଅଟନ୍ତି, ସେହିମାନେ ହିଁ ଏକତାର ମୂଳଦୁଆ ଅଟନ୍ତି ।