23.11.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଦେହୀ ଅଭିମାନୀ ହୋଇ ସେବା କର ତେବେ, ପ୍ରତ୍ୟେକ ପଦକ୍ଷେପରେ ସଫଳତା ମିଳି ଚାଲିବ ।”

ପ୍ରଶ୍ନ:-
କେଉଁ ସ୍ମୃତିରେ ରହିଲେ ଦେହ-ଅଭିମାନ ଆସିବ ନାହିଁ?

ଉତ୍ତର:-
ସର୍ବଦା ସ୍ମୃତି ରହୁ ଯେ, ମୁଁ ଈଶ୍ୱରୀୟ ସେବାଧାରୀ ଅଟେ । ସେବକକୁ କେବେହେଲେ ଦେହ-ଅଭିମାନ ଆସି ନ ଥାଏ । ଯେତେ ଯେତେ ଯୋଗରେ ରହିବ ସେତେ ସେତେ ଦେହ-ଅଭିମାନ ତୁଟି ଚାଲିବ ।

ପ୍ରଶ୍ନ:-
ଦେହ-ଅଭିମାନୀମାନଙ୍କୁ ଡ୍ରାମା ଅନୁସାରେ କେଉଁ ଦଣ୍ଡ ମିଳିଥାଏ?

ଉତ୍ତର:-
ସେମାନଙ୍କ ବୁଦ୍ଧିରେ ଏହି ଜ୍ଞାନ ଧାରଣ ହୋଇ ନ ଥାଏ । ଧନୀ ଲୋକମାନଙ୍କ ପାଖରେ ଧନ ଥିବା କାରଣରୁ ଦେହ-ଅଭିମାନ ରହିଥାଏ ସେଥିପାଇଁ ସେମାନେ ଏହି ଜ୍ଞାନକୁ ବୁଝିପାରନ୍ତି ନାହିଁ, ଏହି ଦଣ୍ଡ ସେମାନଙ୍କୁ ମିଳିଥାଏ । କିନ୍ତୁ ଗରୀବ ଲୋକମାନେ ସହଜରେ ବୁଝି ଯାଇଥା’ନ୍ତି ।

ଓମ୍ ଶାନ୍ତି ।
ଆତ୍ମାର ପିତା ପରମାତ୍ମା ଶିବବାବା ବ୍ରହ୍ମାଙ୍କ ଦ୍ୱାରା ରାୟ ଦେଉଛନ୍ତି । କହୁଛନ୍ତି, ତୁମେମାନେ ମୋତେ ମନେ ପକାଇଲେ ଏହିପରି ହୋଇଯିବ । ସତ୍ତ୍ୱପ୍ରଧାନ ହୋଇ ନିଜର ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ । ଏକଥା କେବଳ ତୁମକୁ କହୁନାହାଁନ୍ତି ଏହା ତ ସମଗ୍ର ଭାରତ ତଥା ବିଦେଶରେ ମଧ୍ୟ ସମସ୍ତଙ୍କ ପାଖକୁ ଯିବ । ବହୁତଙ୍କୁ ସାକ୍ଷାତ୍‌କାର ହେବ । କାହାର ସାକ୍ଷାତ୍‌କାର ହେବା ଦରକାର? ଏହାକୁ ମଧ୍ୟ ବୁଦ୍ଧି ଦ୍ୱାରା ଜାଣିବାକୁ ହେବ । ବାବା ବ୍ରହ୍ମାଙ୍କ ଦ୍ୱାରା ହିଁ ସାକ୍ଷାତ୍‌କାର କରାଇ କହୁଛନ୍ତି - ଯଦି ରାଜକୁମାର ହେବାକୁ ଚାହୁଁଛ ତେବେ ବ୍ରହ୍ମା ଅଥବା ବ୍ରାହ୍ମଣମାନଙ୍କ ପାଖକୁ ଯାଅ । ଇଉରୋପବାସୀ ମଧ୍ୟ ଏହି କଥାକୁ ବୁଝିବାକୁ ଚାହୁଁଛନ୍ତି । ଭାରତ ଯେତେବେଳେ ସ୍ୱର୍ଗ ଥିଲା ସେତେବେଳେ କାହାର ରାଜ୍ୟ ଥିଲା? ଏହିକଥା ସଂପୂର୍ଣ୍ଣ ରୂପେ କେହି ଜାଣିନାହାଁନ୍ତି । ଭାରତ ହିଁ ହେଭେନ୍ ଅର୍ଥାତ୍ ସ୍ୱର୍ଗ ଥିଲା । ଏବେ ତୁମେ ସମସ୍ତଙ୍କୁ ବୁଝାଉଛ । ଏହା ହେଉଛି ସହଜ ରାଜଯୋଗ, ଯାହାଦ୍ୱାରା ଭାରତ ସ୍ୱର୍ଗ ଅଥବା ହେଭେନ୍ ହେଉଛି । ତଥାପି ବି ବିଦେଶୀମାନଙ୍କର କିଛି ବୁଦ୍ଧି ଭଲ । ସେମାନେ ତୁରନ୍ତ ବୁଝିଯିବେ । ତେଣୁ ଏବେ ସେବାଧାରୀ ସନ୍ତାନମାନଙ୍କୁ କ’ଣ କରିବାକୁ ହେବ? ତାଙ୍କୁ ହିଁ ନିର୍ଦ୍ଦେଶ ଦେବାକୁ ପଡୁଛି । ପିଲାମାନଙ୍କୁ ପ୍ରାଚୀନ ରାଜଯୋଗ ଶିଖାଇବାକୁ ହେବ । ତୁମମାନଙ୍କ ପାଖକୁ ମିୟ୍ୟୁଜିୟମ ପ୍ରଦର୍ଶନୀ ଆଦି ଦେଖିବାକୁ ବହୁତ ଆସୁଛନ୍ତି । ମତାମତ ଲେଖୁଛନ୍ତି ଯେ ଏମାନେ ବହୁତ ଭଲ କାର୍ଯ୍ୟ କରୁଛନ୍ତି । କିନ୍ତୁ ନିଜେ ବୁଝିପାରୁ ନାହାଁନ୍ତି । ସାମାନ୍ୟ କିଛି ଅନୁଭବ ହେଉଛି ତେଣୁ ଆସୁଛନ୍ତି, ତଥାପି ଗରୀବମାନେ ନିଜର ଭଲ ଭାଗ୍ୟ ଗଢିବେ ଏବଂ ବୁଝିବା ପାଇଁ ପୁରୁଷାର୍ଥ କରିବେ । ସାହୁକାରମାନେ ତ ପୁରୁଷାର୍ଥ କରିବେ ନାହିଁ । ସେମାନଙ୍କର ବହୁତ ଦେହ-ଅଭିମାନ ରହିଛି ନା । ତେଣୁ ଡ୍ରାମା ଅନୁସାରେ ଯେମିତିକି ବାବା ଦଣ୍ଡ ଦେଇଛନ୍ତି । ତଥାପି ବି ତାଙ୍କ ଦ୍ୱାରା ପ୍ରଚାର କରାଇବାକୁ ପଡୁଛି । ବିଦେଶୀମାନେ ମଧ୍ୟ ଏହି ଜ୍ଞାନ ଶୁଣିବାକୁ ଚାହୁଁଛନ୍ତି । ସେମାନେ ଏହି ଜ୍ଞାନ ଶୁଣି ବହୁତ ଖୁସୀ ହୋଇଯିବେ । ଗଭର୍ଣ୍ଣମେଣ୍ଟ ଅଫିସର୍ ମାନଙ୍କ ପାଇଁ କେତେ ମେହନତ କରୁଛନ୍ତି, କିନ୍ତୁ ତାଙ୍କୁ ଫୁରସତ ହିଁ ନାହିଁ । ତାଙ୍କୁ ଘରେ ବସି ସାକ୍ଷାତ୍କାର ହେଲେ ମଧ୍ୟ ବୁଦ୍ଧିରେ ଆସିବ ନାହିଁ । ତେଣୁ ପିଲାମାନଙ୍କୁ ବାବା ରାୟ ଦେଉଛନ୍ତି, ଭଲ-ଭଲ ମତାମତ ଏକତ୍ର କରି ଏକ ଭଲ ପୁସ୍ତିକା କରିବା ଉଚିତ୍ । ସେମାନେ ରାୟ ଦେଇପାରିବେ ଦେଖନ୍ତୁ, ସମସ୍ତଙ୍କୁ ତାହା କେତେ ଭଲ ଲାଗୁଛି । ବିଲାତବାସୀ ଅଥବା ଭାରତବାସୀ ମଧ୍ୟ ସହଜ ରାଜଯୋଗ ଜାଣିବାକୁ ଚାହୁଁଛନ୍ତି । ସ୍ୱର୍ଗର ଦେବୀ-ଦେବତାମାନଙ୍କର ରାଜତ୍ୱ ସହଜ ରାଜଯୋଗ ଦ୍ୱାରା ଭାରତକୁ ଯାହା ପ୍ରାପ୍ତ ହେଉଛି ତାହାକୁ କାହିଁକି ମ୍ୟୁଜିୟମ୍ (ସଂଗ୍ରହାଳୟ) ଗଭର୍ଣ୍ଣମେଣ୍ଟ ହାଉସ ଭିତରେ ନ ଲଗାଇବ । ଯେଉଁଠାରେ କନଫରେନ୍ସ ଆଦି ହୋଇଥାଏ । ଏହି ବିଚାର ପିଲାମାନଙ୍କର ଚାଲିବା ଉଚିତ୍ । ତେବେ ଏଥିପାଇଁ ସମୟ ଲାଗିବ । ବୁଦ୍ଧି ଏତେ ଜଲଦି ନରମ ହେବ ନାହିଁ । ବୁଦ୍ଧିରେ ଗଡରେଜ୍‌ର ତାଲା ପଡିଛି । ଏବେ ପ୍ରଚାର ହୋଇଗଲେ ରିଭୋଲିୟୁସନ୍ (ବିପ୍ଲବ) ହୋଇଯିବ । ହଁ, ନିଶ୍ଚିତ ହେବ । କୁହ, ଗଭର୍ଣ୍ଣମେଣ୍ଟ ହାଉସରେ ବି ମିୟ୍ୟୁଜିୟମ ରହିଲେ ବହୁତ ବିଦେଶୀ ଆସି ଦେଖିବେ । ସନ୍ତାନମାନଙ୍କର ବିଜୟ ତ ନିଶ୍ଚୟ ହେବ । ତେଣୁ ଖିଆଲ ଚାଲିବା ଉଚିତ୍ । କିନ୍ତୁ ବାସ୍ତବରେ ଯିଏ ଦେହୀ-ଅଭିମାନୀ ସେହିମାନଙ୍କର ହିଁ ଏପରି ଖିଆଲ ଆସିବ ଯେ କ’ଣ-କ’ଣ କରିବାକୁ ହେବ । ଯାହାଦ୍ୱାରା ବିଚରାମାନଙ୍କୁ ଜଣା ପଡିବ ଏବଂ ଏମାନେ ବାବାଙ୍କଠାରୁ ବର୍ସା ନେବେ । ଆମେ ଲେଖୁଛୁ ମଧ୍ୟ ବିନା କୌଣସି ଖର୍ଚ୍ଚରେ.. ତେଣୁ ଯେଉଁ ଭଲ-ଭଲ ସନ୍ତାନମାନେ ଆସୁଛନ୍ତି, ସେମାନେ ରାୟ ଦେଉଛନ୍ତି । ଡେପୁଟୀ ପ୍ରାଇମିନିଷ୍ଟର ଉଦ୍‌ଘାଟନ କରିବାକୁ ଆସୁଛନ୍ତି ପୁଣି ପ୍ରାଇମିନିଷ୍ଟର, ପ୍ରେସିଡେଣ୍ଟ ମଧ୍ୟ ଆସିବେ, କାହିଁକି ନା ତାଙ୍କୁ ମଧ୍ୟ ଯାଇ କହିବେ ଯେ, ଏହା ତ ୱାଣ୍ଡରଫୁଲ ଜ୍ଞାନ ଅଟେ । ପ୍ରକୃତ ଶାନ୍ତି ତ ଏହିପରି ସ୍ଥାପନ ହେବ । ମନକୁ ପାଉଛି । ଏହି ଜ୍ଞାନ ମଧ୍ୟ ମନକୁ ପାଇଲା ଭଳି ଅଟେ । ଆଜି ଭଲ ନ ଲାଗିଲେ କାଲି ତ ଭଲ ଲାଗିବ । ବାବା କହୁଛନ୍ତି ବଡ-ବଡ ଲୋକମାନଙ୍କ ପାଖକୁ ଯାଅ । ଆଗକୁ ଯାଇ ସେମାନେ ମଧ୍ୟ ବୁଝିବେ । ମନୁଷ୍ୟମାନଙ୍କର ବୁଦ୍ଧି ତମଃପ୍ରଧାନ ହୋଇଯାଇଛି ତେଣୁ ଓଲଟା କାମ କରୁଛନ୍ତି । ଦିନକୁ ଦିନ ଆହୁରି ତମଃପ୍ରଧାନ ହୋଇଯାଉଛନ୍ତି ।

ତୁମେମାନେ ବୁଝାଇବା ପାଇଁ ଚେଷ୍ଟା କରୁଛ ଯେ ଏହି ବିକାରୀ ଧନ୍ଦା ବନ୍ଦ କର, ନିଜର ଉନ୍ନତି କର । ବାବା ପବିତ୍ର ଦେବତା କରିବା ପାଇଁ ଆସିଛନ୍ତି । ଏମିତି ସେ ଦିନ ମଧ୍ୟ ଆସିବ ଯେତେବେଳେ ଗଭର୍ଣ୍ଣମେଣ୍ଟ ହାଉସ୍‌ରେ ମଧ୍ୟ ମିୟୁଜିୟମ ହେବ । କୁହ, ଆମେ ଖର୍ଚ୍ଚ ତ ନିଜ ନିଜର କରୁଛୁ । ଗଭର୍ଣ୍ଣମେଣ୍ଟ ତ’ କେବେ ପଇସା ଦେବ ନାହିଁ । ତୁମେ କୁହ ଆମେମାନେ ନିଜର ଖର୍ଚ୍ଚରେ ପ୍ରତ୍ୟେକ ଗଭର୍ଣ୍ଣମେଣ୍ଟ ହାଉସରେ ମିୟୁଜିୟମ ଲଗାଇ ପାରିବୁ । ଗୋଟିଏ ବଡ ଗଭର୍ଣ୍ଣମେଣ୍ଟ ହାଉସରେ ହୋଇଗଲେ, ପୁଣି ସବୁଠାରେ ହୋଇଯିବ । ସେହିଭଳି ବୁଝାଇବାବାଲା ମଧ୍ୟ ହେବା ଦରକାର । ତାଙ୍କୁ କହିବା ଦରକାର ଆପଣମାନେ କୌଣସି ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରନ୍ତୁ, ଯେଉଁ ସମୟରେ କେହି ଆସି ଆପଣମାନଙ୍କୁ ରାସ୍ତା ବତାଇ ପାରିବେ । ବିନା ଖର୍ଚ୍ଚରେ ଜୀବନ ଗଢିବାର ରାସ୍ତା ବତାଇବେ, ଏହିଭଳି ଆଗକୁ ସେବା ହେବ । କିନ୍ତୁ ବାବା ପିଲାମାନଙ୍କ ଦ୍ୱାରା ହିଁ ଜଣାଇ ଦେଉଛନ୍ତି । ଭଲ-ଭଲ ସନ୍ତାନମାନେ ଯିଏକି ନିଜକୁ ମହାବୀର ଭାବୁଛନ୍ତି ତାଙ୍କୁ ହିଁ ମାୟା ଧରିନେଉଛି । ତୁମର ଲକ୍ଷ୍ୟ ବହୁତ ଉଚ୍ଚ ତେଣୁ ବହୁତ ସାବଧାନ ହୋଇ ଚାଲିବାକୁ ହେବ । ଏହା କୌଣସି ସାଧାରଣ ବକ୍‌ସିଙ୍ଗ୍ ନୁହେଁ । ସବୁଠାରୁ ବଡ ବକ୍‌ସିଙ୍ଗ୍ । ଏହା ରାବଣକୁ ଜିତିବାର ଯୁଦ୍ଧ ଭୂମି ଅଟେ । ଟିକିଏ ହେଲେ ଦେହ-ଅଭିମାନ ଯେପରି ନ ଆସୁ ‘ମୁଁ ଏପରି ସେବା କରୁଛି, ସେହିପରି କରୁଛି...’ । ଆମେ ତ’ ଈଶ୍ୱରୀୟ ସେବାଧାରୀ ଅଟୁ । ଆମକୁ ସନ୍ଦେଶ ଦେବାକୁ ହେବ, ଏଥିରେ ବହୁତ ଗୁପ୍ତ ମେହନତ ରହିଛି । ତୁମେ ଜ୍ଞାନ ଏବଂ ଯୋଗବଳ ଦ୍ୱାରା ନିଜକୁ ବୁଝାଉଛ । ଏଥିରେ ଗୁପ୍ତ ରହି ବିଚାର ସାଗର ମନ୍ଥନ କଲେ ନିଶା ଚଢିବ । ଏହିପରି ସ୍ନେହର ସହିତ ବୁଝାଇବାକୁ ହେବ, ବେହଦ ବାବାଙ୍କର ସମ୍ପତ୍ତି ପ୍ରତି କଳ୍ପରେ ଭାରତବାସୀମାନଙ୍କୁ ମିଳୁଛି । ୫ ହଜାର ବର୍ଷ ପୂର୍ବରୁ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଏବେ ତ ଏହାକୁ ବେଶ୍ୟାଳୟ କୁହାଯାଉଛି । ସତ୍ୟଯୁଗ ହେଉଛି ଶିବାଳୟ । ତାହା ହେଲା ଶିବବାବାଙ୍କର ସ୍ଥାପନା, ଏହା ରାବଣର ସ୍ଥାପନା । ଏଥିରେ ରାତି-ଦିନର ଫରକ ରହିଛି । ପିଲାମାନେ ଅନୁଭବ କରୁଛନ୍ତି, ବାସ୍ତବରେ ଆମେ କ’ଣ ହୋଇଯାଇଥିଲୁ । ଏବେ ବାବା ନିଜ ସମାନ କରୁଛନ୍ତି । ମୂଳ କଥା ହେଉଛି ଦେହୀ-ଅଭିମାନୀ ହେବା । ଦେହୀ-ଅଭିମାନୀ ହୋଇ ବିଚାର କରିବାକୁ ହେବ ଯେ ଆଜି ଆମକୁ ଅମୁକ ପ୍ରାଇମିନିଷ୍ଟରକୁ ଯାଇ ବୁଝାଇବାକୁ ହେବ । ତାଙ୍କୁ ଦୃଷ୍ଟି ଦେଲେ ସାକ୍ଷାତ୍‌କାର ହୋଇପାରେ । ତୁମେ ଦୃଷ୍ଟି ଦେଇପାରିବ । ଯଦି ଦେହୀ-ଅଭିମାନୀ ହୋଇ ରହିବ ତେବେ ତୁମର ବ୍ୟାଟେରୀ ଭରପୁର ହୋଇଯିବ । ଦେହୀ-ଅଭିମାନୀ ହୋଇ, ନିଜକୁ ଆତ୍ମା ଭାବି ବାବାଙ୍କ ସହିତ ଯୋଗ ଲଗାଇଲେ ବ୍ୟାଟେରୀ ଭରପୁର ହୋଇଯିବ । ଗରୀବମାନେ ତୁରନ୍ତ ନିଜର ବ୍ୟାଟେରୀ ଭରିପାରିବେ, କାହିଁକି ନା ସେମାନେ ବାବାଙ୍କୁ ବହୁତ ମନେ ପକାଇଥା’ନ୍ତି । ଯଦିଓ ଜ୍ଞାନ ଭଲ ଥାଇ ଯଦି, ଯୋଗ କମ୍ କରିବ ତେବେ ବ୍ୟାଟେରୀ ଭରିପାରିବେ ନାହିଁ କାରଣ ଦେହର ଅହଂକାର ବହୁତ ଅଛି, ଯୋଗ କିଛି ହେଲେ ନାହିଁ । ସେଥିପାଇଁ ଜ୍ଞାନ ବାଣରେ ତୀକ୍ଷ୍ମତା ଆସୁନାହିଁ । ଖଣ୍ଡାରେ ମଧ୍ୟ ଧାର ରହିଥାଏ । ଖଣ୍ଡା ୧୦ ଟଙ୍କାର ମଧ୍ୟ ଅଛି, ୫୦ ଟଙ୍କାର ମଧ୍ୟ ଅଛି । ଗୁରୁ ଗୋବିନ୍ଦ ସିଂହଙ୍କର ଖଣ୍ଡାର ଗାୟନ ରହିଛି, ଏଥିରେ ହିଂସାର କୌଣସି କଥା ନାହିଁ । ଦେବତାମାନେ ହେଲେ ଡବଲ ଅହିଂସକ । ଆଜି ଭାରତ ଏପରି ହୋଇଯାଇଛି, କିନ୍ତୁ କାଲି ଭାରତ ଏହିପରି ହେବ । ତେଣୁ ପିଲାମାନେ କେତେ ଖୁସି ହେବା ଦରକାର । କାଲି ଆମେ ରାବଣ ରାଜ୍ୟରେ ଥିଲେ ତେଣୁ ନାକେଦମ୍ ହେଉଥିଲେ । ଆଜି ଆମେ ପରମପିତା ପରମାତ୍ମାଙ୍କ ସହିତ ରହିଛୁ ।

ଏବେ ତୁମେମାନେ ଈଶ୍ୱରୀୟ ପରିବାରର ଅଟ । ସତ୍ୟଯୁଗରେ ତୁମେମାନେ ଦୈବୀ ପରିବାରର ହେବ । ଏବେ ସ୍ୱୟଂ ଭଗବାନ୍ ଆମକୁ ପାଠ ପଢାଉଛନ୍ତି, ଆମକୁ ଭଗବାନ୍‌ଙ୍କର କେତେ ସ୍ନେହ ମିଳୁଛି । ଅଧାକଳ୍ପ ରାବଣର ସ୍ନେହ ମିଳିବା ଦ୍ୱାରା ମାଙ୍କଡ ସଦୃଶ ହୋଇଯାଇଛୁ । ଏବେ ବେହଦ ବାବାଙ୍କର ସ୍ନେହ ମିଳିବା ଦ୍ୱାରା ଦେବତା ହେଉଛୁ । ଏହା ୫ ହଜାର ବର୍ଷର କଥା । ସେମାନେ ଲକ୍ଷ ଲକ୍ଷ ବର୍ଷ ଲେଖି ଦେଇଛନ୍ତି । ଇଏ (ବ୍ରହ୍ମା) ମଧ୍ୟ ତୁମ ସଦୃଶ ପୂଜାରୀ ଥିଲେ । ଉପରେ କଳ୍ପବୃକ୍ଷର ଶେଷ ଭାଗରେ ଛିଡା ହୋଇଛନ୍ତି । ସତ୍ୟଯୁଗରେ ତୁମର କେତେ ଅସରନ୍ତି ଧନ ଥିଲା । ଭକ୍ତି ମାର୍ଗରେ ଯେଉଁ ମନ୍ଦିର କରିଥିଲ ସେଥିରେ ମଧ୍ୟ ଅସରନ୍ତି ଧନ ଥିଲା, ଯାହାକୁ ମୋଗଲମାନେ ଆସି ଲୁଟି ନେଲେ । ମନ୍ଦିର ଆହୁରି ମଧ୍ୟ ଥିବ । ପ୍ରଜାମାନଙ୍କର ମଧ୍ୟ ମନ୍ଦିର ଥିବ, ପ୍ରଜା ତ ଅଧିକ ଧନବାନ ହୋଇଥା’ନ୍ତି । ପ୍ରଜାମାନଙ୍କଠାରୁ ରାଜାମାନେ ମଧ୍ୟ କରଜ କରିଥା’ନ୍ତି । ତେବେ ଏହା ବହୁତ ଖରାପ ଦୁନିଆ ଅଟେ । ସବୁଠାରୁ ଖରାପ ସ୍ଥାନ ହେଉଛି କଲିକତା । ଏହାକୁ ପରିବର୍ତ୍ତନ କରିବା ପାଇଁ ତୁମକୁ ମେହନତ କରିବାକୁ ପଡିବ । ଯିଏ କରିବ ସିଏ ପାଇବ । ଯଦି ଦେହ-ଅଭିମାନ ଆସିଲା ତେବେ ତଳକୁ ଖସିଲ । ମନମନାଭବର ଅର୍ଥକୁ କେହି ବି ବୁଝିନାହାଁନ୍ତି । କେବଳ ଶ୍ଲୋକ କଣ୍ଠସ୍ଥ କରିଦେଉଛନ୍ତି । ଜ୍ଞାନ ତ କେବଳ ତୁମ ବ୍ରାହ୍ମଣମାନଙ୍କ ବ୍ୟତୀତ ଆଉ କାହା ପାଖରେ ନାହିଁ । କେହି ମଠ, ପନ୍ଥବାଲୀ ଦେବତା ହୋଇପାରିବେ ନାହିଁ । ପ୍ରଜାପିତା ବ୍ରହ୍ମା କୁମାର-କୁମାରୀମାନେ ବ୍ରାହ୍ମଣ ହେବା ବିନା ଦେବତା କିପରି ହେବେ । ଯିଏ କଳ୍ପ ପୂର୍ବରୁ ହୋଇଥିଲେ ସେହିମାନେ ହିଁ ପୁଣି ହେବେ । କିନ୍ତୁ ସମୟ ଲାଗିବ । ବୃକ୍ଷ ବଡ ହୋଇଗଲେ ପୁଣି ବଢିଚାଲିବ । ପିମ୍ପୁଡି ମାର୍ଗରୁ ବିହଙ୍ଗ ମାର୍ଗ ହେବ (ମନ୍ଥର ଗତିରୁ ତୀବ୍ର ଗତିରେ ବଢିଚାଲିବ) । ବାବା ବୁଝାଉଛନ୍ତି - ମଧୁର ସନ୍ତାନମାନେ, ବାବାଙ୍କୁ ମନେ ପକାଅ ଏବଂ ସ୍ୱଦର୍ଶନ ଚକ୍ର ଘୂରାଅ । ଏବେ ତୁମ ବୁଦ୍ଧିରେ ପୁରା ୮୪ ଚକ୍ରର ଜ୍ଞାନ ରହିଛି । ତୁମେ ବ୍ରାହ୍ମଣ ହିଁ ପୁଣି ଦେବତା ଏବଂ କ୍ଷତ୍ରିୟ କୂଳର ହେଉଛ । ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀର ଅର୍ଥକୁ ମଧ୍ୟ କେହି ବୁଝିନାହାଁନ୍ତି । ଏବେ ମେହନତ କରି ବୁଝାଯାଉଛି । ତଥାପି ଯଦି ବୁଝୁ ନାହାଁନ୍ତି, ତେବେ ବୁଝିବାକୁ ହେବ ଯେ, ଏବେ ସମୟ ହୋଇନାହିଁ । ତଥାପି ମଧ୍ୟ ଆସୁଛନ୍ତି । ଭାବୁଛନ୍ତି ବାହାରେ ବ୍ରହ୍ମାକୁମାରୀମାନଙ୍କର ଏପରି ନାମ ରହିଛି । ଭିତରକୁ ଆସି ଦେଖିଲେ କହୁଛନ୍ତି ଏମାନେ ବହୁତ ଭଲ କାମ କରୁଛନ୍ତି । ଏମାନେ ତ ମନୁଷ୍ୟମାନଙ୍କର ଚରିତ୍ରକୁ ସୁଧାରୁଛନ୍ତି । ଦେବତାମାନଙ୍କର ଚରିତ୍ର ଦେଖ କିପରି । ସଂପୂର୍ଣ୍ଣ ନିର୍ବିକାରୀ... ବାବା କହୁଛନ୍ତି କାମ ମହାଶତ୍ରୁ ଅଟେ । ଏହି ୫ ଭୂତ କାରଣରୁ ହିଁ ତୁମର ଚରିତ୍ର ବିଗିଡିଯାଇଛି । ଯେଉଁ ସମୟରେ ବାବା ବୁଝାଉଛନ୍ତି ସେହି ସମୟରେ ଭଲ ହୋଇଯାଉଛନ୍ତି ପୁଣି, ବାହାରକୁ ଯିବା ମାତ୍ରକେ ସବୁ କିଛି ଭୁଲିଯାଉଛନ୍ତି । ସେଥିପାଇଁ କୁହାଯାଏ “ସୌ ସୌ କରେ ଶୃଙ୍ଗାର”... । ବାବା କୌଣସି ଗାଳି ଦେଉନାହାଁନ୍ତି, ବୁଝାଉଛନ୍ତି । କହୁଛନ୍ତି ନିଜର ଚାଲିଚଳଣୀକୁ ଦିବ୍ୟ କର, କ୍ରୋଧରେ ଆସି କାହିଁକି ଗର୍ଜନ କରୁଛ । ସ୍ୱର୍ଗରେ କ୍ରୋଧ ରହିବ ନାହିଁ । ଲୌକିକ ପିତା ଯେତେବେଳେ ବି କିଛି ଶିକ୍ଷା-ସାବଧାନୀ ଦେଉଥିଲେ ବା ସମ୍ମୁଖରେ କିଛି ବୁଝାଉଥିଲେ କେବେ ହେଲେ କ୍ରୋଧ ଆସୁ ନ ଥିଲା । ବାବା ସବୁକିଛି ରିଫାଇନ୍ କରି ବୁଝାଉଛନ୍ତି । କାଇଦା ଅନୁସାରେ ଡ୍ରାମା ଚାଲିଛି । ଡ୍ରାମାରେ କୌଣସି ଭୁଲ ନାହିଁ । ଏହା ଅନାଦି ଅବିନାଶୀ ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ଯେଉଁ ଅଭିନୟ ଭଲ ହେଉଛି, ତାହା ପୁଣି ୫ ହଜାର ବର୍ଷ ପରେ ହେବ । କେହି କେହି କହୁଛନ୍ତି ଏହି ପାହାଡ ଭାଙ୍ଗିଗଲା, ପୁଣି କିପରି ହେବ । ଏହି ନାଟକକୁ ଦେଖ, ମହଲ ଭାଙ୍ଗିଯାଉଛି ପୁଣି ପୁନରାବୃତ୍ତି ହେଲେ ସେହିପରି ତିଆରି ହୋଇଥିବା ମହଲ ଦେଖିବାକୁ ମିଳିବ । ଏହା ଅବିକଳ ପୁନରାବୃତ୍ତି ହୋଇ ଚାଲିଛି । ଏହି କଥାକୁ ବୁଝିବା ନିମନ୍ତେ ମଧ୍ୟ ବ୍ରେନ୍ (ବୁଦ୍ଧି) ଆବଶ୍ୟକ । ଏ କଥା କାହାର ବୁଦ୍ଧିରେ ସ୍ୱୀକାର କରିବା ବହୁତ ମୁସକିଲ୍ ହେଉଛି । ଏହା ଏହି ବିଶ୍ୱର ଇତିହାସ-ଭୂଗୋଳ ଅଟେ ନା । ରାମରାଜ୍ୟରେ ଏହି ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା, ତାଙ୍କର ହିଁ ପୂଜା ହେଉଛି । ବାବା ବୁଝାଉଛନ୍ତି - ତୁମେ ହିଁ ପୂଜ୍ୟ ପୁଣି ତୁମେ ହିଁ ପୂଜାରୀ ହେଉଛ । “ହମ ସୋ”ର ଅର୍ଥକୁ ମଧ୍ୟ ପିଲାମାନଙ୍କୁ ବୁଝାଯାଇଛି । ହମ ସୋ ଦେବତା ହମ ସୋ କ୍ଷତ୍ରିୟ... ବାଜୋଲୀ ଅଟେ ନା । ଏହାକୁ ଭଲ ଭାବରେ ବୁଝି ପୁଣି ଅନ୍ୟମାନଙ୍କୁ ବୁଝାଇବାକୁ ଚେଷ୍ଟା କର । ବାବା ଏପରି କହୁନାହାଁନ୍ତି କି କାମଧନ୍ଦା ଛାଡିଦିଅ । ନାଁ । କେବଳ ସତ୍ତ୍ୱପ୍ରଧାନ ହେବାକୁ ପଡିବ, ବିଶ୍ୱର ଇତିହାସ-ଭୂଗୋଳର ରହସ୍ୟକୁ ନିଜେ ବୁଝି ଅନ୍ୟମାନଙ୍କୁ ମଧ୍ୟ ବୁଝାଅ । ମୂଳ କଥା ହେଉଛି ମନ୍‌ମନାଭବ । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ସତ୍ତ୍ୱପ୍ରଧାନ ହୋଇଯିବ । ସେଥିପାଇଁ ଯୋଗର ଯାତ୍ରା ନମ୍ବରୱାନ ଅଟେ । ବାବା କହୁଛନ୍ତି - ମୁଁ ସବୁ ସନ୍ତାନମାନଙ୍କୁ ସାଥିରେ ନେଇଯିବି । ସତ୍ୟଯୁଗରେ କେତେ କମ୍ ମନୁଷ୍ୟ ରହିବେ । କଳିଯୁଗରେ କେତେ ଢେର ମନୁଷ୍ୟ ଅଛନ୍ତି । କିଏ ସମସ୍ତଙ୍କୁ ଘରକୁ ନେଇଯିବ? ଏତେ ବଡ ଜଙ୍ଗଲକୁ କିଏ ସଫା କରିଥିଲା? ବାଗବାନ୍ (ବଗିଚାର ମାଲିକ), ଖିବେୟା (ନାଉରିଆ) ବାବାଙ୍କୁ ହିଁ କୁହାଯାଉଛି । ସିଏ ହିଁ ଦୁଃଖରୁ ମୁକୁଳାଇ ସେପାରିକୁ ନେଇଯାଉଛନ୍ତି । ଏହି ପାଠପଢା କେତେ ମିଠା ଲାଗୁଛି କାହିଁକି ନା ଜ୍ଞାନ ହେଉଛି ରୋଜଗାରର ପନ୍ଥା । ସ୍ରଷ୍ଟାଙ୍କଠାରୁ ତୁମକୁ ଅମାପ ସମ୍ପତ୍ତି ମିଳୁଛି । ଭକ୍ତିରେ କିଛି ହେଲେ ମିଳେ ନାହିଁ । ଏଠାରେ ପାଦ ତଳେ ପଡିବାର କୌଣସି କଥା ହିଁ ନାହିଁ । ସେମାନେ ତ ଗୁରୁଙ୍କ ଆଗରେ ଶୋଇଯାଆନ୍ତି । ବାବା ଏଥିରୁ ମୁକୁଳାଇ ଦେଉଛନ୍ତି । ତେବେ ଏହିଭଳି ବାବାଙ୍କୁ ବହୁତ ମନେ ପକାଇବା ଉଚିତ୍ । ସେ ଆମର ପିତା, ଏ କଥା ବୁଝିସାରିଛ ନା । ବାବାଙ୍କଠାରୁ ବର୍ସା ନିଶ୍ଚୟ ମିଳୁଛି । ସେହି ଖୁସି ମଧ୍ୟ ରହୁଛି । ଲେଖୁଛନ୍ତି, ଆମକୁ ସାହୁକାରଙ୍କ ପାଖକୁ ଯିବାକୁ ଲଜ୍ଜ୍ୟା ଲାଗୁଛି, ଆମେ ଗରୀବ । ବାବା କହୁଛନ୍ତି ଗରୀବ ହେଲେ ଆହୁରି ଭଲ । ସାହୁକାର ହୋଇଥିଲେ ଏଠାକୁ ଆସି ନ ଥାନ୍ତ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସର୍ବଦା ଏହି ଖୁସି ଅଥବା ନିଶାରେ ରହିବାକୁ ହେବ ଯେ ବର୍ତ୍ତମାନ ଆମେ ଈଶ୍ୱରୀୟ ପରିବାରର ଅଟୁ, ସ୍ୱୟଂ ଭଗବାନ ଆମକୁ ପାଠ ପଢାଉଛନ୍ତି, ତାଙ୍କର ସ୍ନେହ ଆମକୁ ହିଁ ମିଳୁଛି, ଯେଉଁ ସ୍ନେହ ଦ୍ୱାରା ଆମେ ଦେବତା ହେବାକୁ ଯାଉଛୁ ।

(୨) ଏହି ପୂର୍ବ ପ୍ରସ୍ତୁତ ଡ୍ରାମାକୁ ଆକ୍ୟୁରେଟ୍ ଅର୍ଥାତ୍ ଠିକ୍ ଭାବେ ବୁଝିବା ଉଚିତ୍‌, କାରଣ ଏଥିରେ କୌଣସି ଭୁଲ୍ ହୋଇପାରିବ ନାହିଁ । ଏଥିରେ ଯେଉଁ ସବୁ ଅଭିନୟ ହେଉଛି ତାହାର ପୁଣି ପୁନରାବୃତ୍ତି ହେବ । ଏହି କଥାକୁ ଭଲ ମନରେ ବୁଝିକରି ଚାଲିବା ଦ୍ୱାରା କେବେ ବି କ୍ରୋଧ ଆସିବ ନାହିଁ ।

ବରଦାନ:-
ତୋଫାନକୁ ତୋଫା ଅର୍ଥାତ୍ ଉପହାର ମନେ କରି ସହଜରେ ଅତିକ୍ରମ କରୁଥିବା ସମ୍ପୂର୍ଣ୍ଣ ଏବଂ ସମ୍ପନ୍ନ ଭବ ।

ଯେହେତୁ ସମସ୍ତେ ସମ୍ପୂର୍ଣ୍ଣ ଏବଂ ସମ୍ପନ୍ନ ହେବାର ଲକ୍ଷ୍ୟ ରଖିଛ ତେଣୁ ଛୋଟ ଛୋଟ କଥାରେ ବିଚଳିତ ହୁଅ ନାହିଁ । ମୂର୍ତ୍ତି ହେବାକୁ ଯାଉଛ ତେଣୁ କିଛିଟା ହାତୁଡି ପ୍ରହାର ତ ନିଶ୍ଚିତ ଲାଗିବ । ତେବେ ଯିଏ ଯେତିକି ଆଗରେ ରହିଥାଏ ତାକୁ ସବୁଠାରୁ ଅଧିକ ତୋଫାନକୁ ଅତିକ୍ରମ କରିବାକୁ ପଡିଥାଏ, କିନ୍ତୁ ସେହି ତୋଫାନ ସେମାନଙ୍କୁ ତୋଫା ଭଳି ଅନୁଭବ ହୋଇଥାଏ । ତେଣୁ ଏହି ତୋଫାନ ମଧ୍ୟ ଅନୁଭବୀ ହେବାର ଉପହାର ପାଲଟିଯାଏ ସେଥିପାଇଁ ବିଘ୍ନକୁ ସର୍ବଦା ସ୍ୱାଗତ କର ଏବଂ ଅନୁଭବୀ ମୂରତ ହୋଇ ଆଗକୁ ବଢିଚାଲ ।

ସ୍ଲୋଗାନ:-
ଯଦି ଅବହେଳା ପଣିଆକୁ ସମାପ୍ତ କରିବାକୁ ଚାହୁଁଛ ତେବେ ସ୍ୱଚିନ୍ତନରେ ରହିବା ସହିତ ସ୍ୱର ଅର୍ଥାତ୍ ନିଜର ଚେକିଂଗ୍ କର ।