24.01.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ଏକମାତ୍ର ବାବାଙ୍କର ନିର୍ଦ୍ଦେଶ ଅନୁସାରେ ଚାଲ ତେବେ ବାବା ତୁମର ସମସ୍ତ ଦାୟିତ୍ୱ ବହନ କରିବେ । ବାବାଙ୍କର ନିର୍ଦ୍ଦେଶ ହେଲା ଚାଲିବା-ବୁଲିବା ସମୟରେ ମୋତେ ମନେ ପକାଅ ।”

ପ୍ରଶ୍ନ:-
ଯେଉଁମାନେ ବହୁତ ଭଲ ଗୁଣବାନ ସନ୍ତାନ ଅଟନ୍ତି ସେମାନଙ୍କର ମୁଖ୍ୟ ଲକ୍ଷଣଗୁଡିକ କ’ଣ ହୋଇଥିବ?

ଉତ୍ତର:-
ସେମାନେ କଣ୍ଟାକୁ ଫୁଲ କରିବାର ସେବା ବହୁତ ଭଲ ଭାବରେ କରୁଥିବେ । କାହାକୁ ବି କଣ୍ଟା ଲଗାଇବେ ନାହିଁ, କେବେ ବି ପରସ୍ପର ମଧ୍ୟରେ ଲଢେଇ-ଝଗଡା କରିବେ ନାହିଁ । କାହାକୁ ବି ଦୁଃଖ ଦେବେ ନାହିଁ । ଦୁଃଖ ଦେବା ମଧ୍ୟ କଣ୍ଟା ଫୁଟାଇବା ସହିତ ସମାନ ।

ଗୀତ:-
ୟହ ବକ୍ତ ଯା ରହା ହେ...

ଓମ୍ ଶାନ୍ତି ।
ମିଠା-ମିଠା ସିକିଲଧେ ଆତ୍ମିକ ସନ୍ତାନମାନେ ପୁରୁଷାର୍ଥର କ୍ରମାନୁସାରେ ଏହି ଗୀତର ଅର୍ଥ ବୁଝିଲେ । କ୍ରମାନୁସାରେ ଏଇଥିପାଇଁ କୁହାଯାଉଛି ଯେ କେହି ତ ଅତି ଉତ୍ତମ ଭାବରେ ବୁଝୁଛନ୍ତି କେହି ମଧ୍ୟମ ଓ କେହି ସାଧାରଣ ଭାବେ ବୁଝୁଛନ୍ତି । ପ୍ରତ୍ୟେକଙ୍କର ବୁଝିବା ମଧ୍ୟ ଭିନ୍ନ ଭିନ୍ନ ଅଟେ । ପ୍ରତ୍ୟେକଙ୍କର ନିଶ୍ଚୟବୁଦ୍ଧି ମଧ୍ୟ ନିଜସ୍ୱ ଅଟେ । ବାବା ତ ବୁଝାଇ ଚାଲିଛନ୍ତି, ଏପରି ଭାବ ଯେ ଶିବବାବା ହିଁ ଏହାଙ୍କ ଦ୍ୱାରା ନିର୍ଦ୍ଦେଶ ଦେଉଛନ୍ତି । ତୁମେ ଅଧାକଳ୍ପ ଆସୁରୀ ନିର୍ଦ୍ଦେଶ ଅନୁଯାୟୀ ଚାଲି ଆସିଲ, ବର୍ତ୍ତମାନ ଏହିପରି ନିଶ୍ଚୟ କର ଯେ ଆମେ ଈଶ୍ୱରୀୟ ନିର୍ଦ୍ଦେଶରେ ଚାଲିଲେ ଜୀବନ ନୌକା ପାର ହୋଇପାରିବ । ଯଦି ଈଶ୍ୱରଙ୍କ ନିର୍ଦ୍ଦେଶ ନ ଭାବି ମନୁଷ୍ୟ ଅର୍ଥାତ୍ ବ୍ରହ୍ମାଙ୍କ ନିର୍ଦ୍ଦେଶ ଭାବିଲ ତେବେ ଦ୍ୱନ୍ଦ୍ୱରେ ପଡିଯିବ । ବାବା କହୁଛନ୍ତି - ମୋ ନିର୍ଦ୍ଦେଶ ଅନୁଯାୟୀ ଚାଲିଲେ ହିଁ ମୁଁ ଉତ୍ତରଦାୟୀ ରହିବି । ଏହାଙ୍କ ଦ୍ୱାରା ଯାହା କିଛି ବି ହେଉଛି, ତାଙ୍କର କାର୍ଯ୍ୟକଳାପର ମୁଁ ହିଁ ଉତ୍ତରଦାୟୀ ଅଟେ, ତାକୁ ମୁଁ ଠିକ୍ କରିବି । ତୁମେ କେବଳ ମୋ ନିର୍ଦ୍ଦେଶରେ ଚାଲ । ଯେଉଁମାନେ ଭଲ ଭାବରେ ୟାଦ କରିବେ ସେହିମାନେ ହିଁ ନିର୍ଦ୍ଦେଶ ଅନୁସାରେ ଚାଲିବେ । ପାଦେ-ପାଦେରେ ଈଶ୍ୱରଙ୍କର ନିର୍ଦ୍ଦେଶ ଭାବି ଚାଲିଲେ କେବେ କ୍ଷତି ହେବ ନାହିଁ । ନିଶ୍ଚୟରେ ହିଁ ବିଜୟ ରହିଛି । ଅନେକ ପିଲା ଏହି କଥାକୁ ବୁଝୁ ନାହାଁନ୍ତି । ଅଳ୍ପ କିଛି ଜ୍ଞାନ ବୁଝିଗଲେ ପୁଣି ଦେହ ଅଭିମାନ ଆସିଯାଇଥାଏ । ଯୋଗର ଶକ୍ତି ବହୁତ କମ୍ ଅଛି । ଜ୍ଞାନ ତ ହେଉଛି ଇତିହାସ-ଭୂଗୋଳକୁ ଜାଣିବା, ଏହା ତ ସହଜ ଅଟେ । ଏଠାରେ ମଧ୍ୟ ମନୁଷ୍ୟ କେତେ ବିଜ୍ଞାନ ଆଦି ପଢୁଛନ୍ତି । ଏହି ପାଠପଢା ତ କେତେ ସହଜ ଅଟେ, ବାକି ଯୋଗଯୁକ୍ତ ହୋଇ ରହିବା ପାଇଁ ପରିଶ୍ରମ କରିବାକୁ ପଡିଥାଏ ।

ଯଦି କେହି କହୁଛନ୍ତି ଯେ ବାବା ମୁଁ ଯୋଗରେ ବହୁତ ମସ୍ତ ରହୁଛି, ତେବେ ବାବା ମାନିବେ ନାହିଁ । ବାବା ପ୍ରତ୍ୟେକଙ୍କର ଚଳଣିକୁ ଦେଖୁଛନ୍ତି । ଯେଉଁ ପିଲାମାନେ ବାବାଙ୍କୁ ୟାଦ କରୁଥିବେ ସେ ବହୁତ ସ୍ନେହୀ ହୋଇଥିବେ । ୟାଦ କରୁ ନାହାଁନ୍ତି ସେଥିପାଇଁ ହିଁ ଓଲଟା-ସିଧା କାମ ହେଉଛି । ବହୁତ ରାତି-ଦିନର ଫରକ ରହିଛି । ବର୍ତ୍ତମାନ ତୁମେ ଏହି ସିଡିର ଚିତ୍ରକୁ ମଧ୍ୟ ଭଲ ଭାବରେ ବୁଝାଇପାରିବ । ବର୍ତ୍ତମାନ ଦୁନିଆ କଣ୍ଟାର ଜଙ୍ଗଲ ହୋଇଯାଇଛି । ଏହା ବଗିଚା ନୁହେଁ । ଏ କଥା ସ୍ପଷ୍ଟ ଭାବରେ ବୁଝାଇବା ଉଚିତ୍ ଯେ ଭାରତ ଫୁଲର ବଗିଚା ଥିଲା । ବଗିଚାରେ କ’ଣ କେବେ ଜଙ୍ଗଲୀ ଜୀବଜନ୍ତୁ ରହିଥା’ନ୍ତି କି? ସେଠାରେ ତ ଦେବୀ-ଦେବତା ରହିଥା’ନ୍ତି । ବାବା ତ ହାଇଏଷ୍ଟ ଅଥରିଟୀ ଅର୍ଥାତ୍ ସର୍ବୋଚ୍ଚ ଅଧକାରୀ ଅଟନ୍ତି ଆଉ ପୁଣି ଏହି ପ୍ରଜାପିତା ବ୍ରହ୍ମା ମଧ୍ୟ ହାଇଏଷ୍ଟ ଅଥରିଟୀ ଅଟନ୍ତି । ଏହି ଦାଦା ଅର୍ଥାତ୍ ଶିବବାବା ସବୁଠାରୁ ବଡ ଅଥରିଟୀ ଅଟନ୍ତି । ଶିବ ଏବଂ ପ୍ରଜାପିତା ବ୍ରହ୍ମା । ଆତ୍ମାମାନେ ହେଉଛନ୍ତି ଶିବବାବାଙ୍କର ସନ୍ତାନ ପୁଣି ସାକାରରେ ଆମେ ଭାଇ-ଭଉଣୀ ସବୁ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଅଟୁ । ଇଏ ବ୍ରହ୍ମା ସମସ୍ତଙ୍କର ଗ୍ରେଟ୍‌-ଗ୍ରେଟ୍ ଗ୍ରାଣ୍ଡ ଫାଦର ଅର୍ଥାତ୍ ଆଦିପିତା ଅଟନ୍ତି । ଏହିଭଳି ହାଇଏଷ୍ଟ ଅଥରିଟୀଙ୍କ ନିମନ୍ତେ ଆମକୁ ଘର ଦରକାର । ଏହିପରି ତୁମେ ସରକାରଙ୍କୁ ପତ୍ର ଲେଖ ପୁଣି ଦେଖ ତାଙ୍କ ବୁଦ୍ଧିରେ କିଛି ଆସୁଛି କି ନାହିଁ ।

ଶିବବାବା ଏବଂ ପ୍ରଜାପିତା ବ୍ରହ୍ମା, ଆତ୍ମାମାନଙ୍କର ପିତା ଏବଂ ସମସ୍ତ ମନୁଷ୍ୟ ମାତ୍ରଙ୍କର ପିତା । ବୁଝାଇବା ନିମନ୍ତେ ଏହି ପଏଣ୍ଟ ବହୁତ ଭଲ । କିନ୍ତୁ ପିଲାମାନେ ସଂପୂର୍ଣ୍ଣ ରୂପେ ବୁଝାଉ ନାହାଁନ୍ତି । ଭୁଲିଯାଉଛନ୍ତି, ଜ୍ଞାନର ଅହଂକାର ଚଢିଯାଉଛି । ଯେମିତି କି ବାପଦାଦାଙ୍କ ଉପରେ ମଧ୍ୟ ବିଜୟ ପ୍ରାପ୍ତ କରିନେଉଛନ୍ତି । ଏହି ଦାଦା କହୁଛନ୍ତି, ମୋ କଥା ଭଲେ ନ ଶୁଣ । ସର୍ବଦା ଭାବ ଶିବବାବା ବୁଝାଉଛନ୍ତି, ତାଙ୍କର ମତରେ ଚାଲ । ଈଶ୍ୱର ସିଧାସଳଖ ମତ ଦେଉଛନ୍ତି କି ଏହା-ଏହା କର, ମୁଁ ଉତ୍ତରଦାୟୀ ଅଟେ । ଈଶ୍ୱରୀୟ ମତରେ ଚାଲ । ବ୍ରହ୍ମା ତ ଈଶ୍ୱର ନୁହଁନ୍ତି, ତୁମକୁ ଈଶ୍ୱରଙ୍କ ପାଖରୁ ପଢିବାକୁ ହେବ ନା । ସର୍ବଦା ଭାବ ଯେ ଏହି ନିର୍ଦ୍ଦେଶ ଈଶ୍ୱର ଦେଉଛନ୍ତି । ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ଭାରତର ହିଁ ମନୁଷ୍ୟ ଥିଲେ । ଏମାନେ ମଧ୍ୟ ସମସ୍ତେ ମନୁଷ୍ୟ ଅଟନ୍ତି । କିନ୍ତୁ ଏମାନେ ଶିବାଳୟ ସ୍ୱର୍ଗରେ ରହୁଥିଲେ ସେଥିପାଇଁ ସମସ୍ତେ ତାଙ୍କୁ ନମସ୍କାର କରୁଛନ୍ତି । କିନ୍ତୁ ପିଲାମାନେ ପୂରା ବୁଝାଉ ନାହାଁନ୍ତି, ନିଜର ଅହଂକାରର ନିଶା ଚଢିଯାଉଛି । ତ୍ରୁଟି ତ ଅନେକଙ୍କର ରହିଛି ନା । ସଂପୂର୍ଣ୍ଣ ଯୋଗଯୁକ୍ତ ହେଲେ ଯାଇ ବିକର୍ମ ବିନାଶ ହେବ । ବିଶ୍ୱର ମାଲିକ ହେବା କ’ଣ ମାଉସୀ ଘର କଥା କି! ବାବା ଦେଖୁଛନ୍ତି, ମାୟା ଏକଦମ୍ ନାକରୁ ଧରି ନାଳରେ ପକାଇ ଦେଉଛି । ବାବାଙ୍କ ୟାଦରେ ତ ବହୁତ ଖୁସିରେ ପ୍ରଫୁଲ୍ଲିୁତ ରହିବା ଉଚିତ୍ । ସମ୍ମୁଖରେ ଲକ୍ଷ୍ୟ ଉଦ୍ଦେଶ୍ୟ ରହିଛି, ଆମେ ଏହି ଲକ୍ଷ୍ମୀ-ନାରାୟଣଙ୍କ ସଦୃଶ ହେଉଛୁ । ଏହା ଭୁଲିଯିବା କାରଣରୁ ଖୁସିର ନିଶା ଚଢୁ ନାହିଁ । କହୁଛନ୍ତି ଆମକୁ ନିଷ୍ଠାରେ ବସାଅ । ବାହାରେ ଆମେ ୟାଦରେ ରହିପାରୁ ନାହୁଁ । ବାବାଙ୍କୁ ମନେ ପକାଉ ନାହାଁନ୍ତି ସେଥିପାଇଁ କେବେ-କେବେ ଶିବବାବା ମଧ୍ୟ ପ୍ରୋଗ୍ରାମ ପଠାଇ ଦେଉଛନ୍ତି ଅର୍ଥାତ୍ ସନ୍ଦେଶୀଙ୍କ ଦ୍ୱାରା ନିର୍ଦ୍ଦେଶ ଦେଉଛନ୍ତି । କିନ୍ତୁ ୟାଦରେ ବସୁ ନାହାଁନ୍ତି, ବୁଦ୍ଧି ଏଣେ-ତେଣେ ଭଟକୁଛି । ବାବା ନିଜର ଉଦାହରଣ ଦେଉଛନ୍ତି - ନାରାୟଣଙ୍କର କେତେ ପକ୍କା ଭକ୍ତ ଥିଲି, ଯେଉଁ ଆଡେ ଗଲେ ମଧ୍ୟ ସାଥିରେ ନାରାୟଣଙ୍କର ଚିତ୍ର ରହୁଥିଲା । ତଥାପି ବି ପୂଜା ସମୟରେ ବୁଦ୍ଧି ଏଣେ-ତେଣେ ପଳାଇଯାଉଥିଲା । ଏଥିରେ ମଧ୍ୟ ସେହିପରି ହେଉଛି । ବାବା କହୁଛନ୍ତି ଚାଲି-ବୁଲି ବାବାଙ୍କୁ ୟାଦ କର କିନ୍ତୁ ଅନେକ କହୁଛନ୍ତି - ସମ୍ମୁଖରେ ବସି ଭଉଣୀ ନିଷ୍ଠା କରନ୍ତୁ ଅର୍ଥାତ୍ ଆମକୁ ଦୃଷ୍ଟି ଦେଇ ଯୋଗ କରିବାରେ ସହଯୋଗ ଦିଅନ୍ତୁ । ନିଷ୍ଠାର ତ କୌଣସି ଅର୍ଥ ହିଁ ନାହିଁ । ବାବା ସର୍ବଦା କହୁଛନ୍ତି ଶିବବାବାଙ୍କୁ ମନେ ପକାଅ, ଅନେକ ପିଲେ ଯୋଗରେ ବସି-ବସି ଧ୍ୟାନରେ ଚାଲିଯାଉଛନ୍ତି । ନା ଜ୍ଞାନ, ନା ୟାଦ ରହୁଛି । ନଚେତ୍ ପୁଣି ଢୁଳାଇବାରେ ଲାଗି ପଡିଥା’ନ୍ତି, ଅନେକଙ୍କର ଅଭ୍ୟାସ ହୋଇଗଲାଣି । ଏହା ତ ଅଳ୍ପକାଳର ଶାନ୍ତି ମିଳିଗଲା ଅର୍ଥାତ୍ ବାକି ସାରାଦିନ ଅଶାନ୍ତି ରହୁଛି । ଚାଲି-ବୁଲି ବାବାଙ୍କୁ ୟାଦ ନ କଲେ ପାପର ବୋଝ ଓହ୍ଲାଇବ କିପରି? ଅଧାକଳ୍ପର ବୋଝ ରହିଛି । ଏଥିରେ ହିଁ ବହୁତ ପରିଶ୍ରମ କରିବାକୁ ପଡିବ । ନିଜକୁ ଆତ୍ମା ଭାବ ଏବଂ ବାବାଙ୍କୁ ୟାଦ କର । ଯଦିଓ ବାବାଙ୍କ ପାଖକୁ ଅନେକ ସନ୍ତାନ ଲେଖିକରି ପଠାଉଛନ୍ତି - ଏତେ ସମୟ ୟାଦରେ ରହିଲୁ କିନ୍ତୁ ବାସ୍ତବରେ ସେତିକି ସମୟ ୟାଦ ରହୁନାହିଁ । ଚାର୍ଟକୁ ଭଲ ଭାବେ ବୁଝୁ ହିଁ ନାହାଁନ୍ତି । ବାବା ବେହଦର ପିତା ଅଟନ୍ତି । ପତିତ-ପାବନ ଅଟନ୍ତି ସେଥିପାଇଁ ଖୁସିରେ ରହିବା ଉଚିତ୍ । ଏପରି ଭାବ ନାହିଁ ଯେ, ଆମେ ତ ଶିବବାବାଙ୍କର ଅଟୁ ନା । ଏଭଳି ବି ଅନେକ ଅଛନ୍ତି, ଯେଉଁମାନେ ଭାବୁଛନ୍ତି ଆମେ ତ ବାବାଙ୍କର ଅଟୁ କିନ୍ତୁ ୟାଦ ବିଲ୍‌କୁଲ୍ କରୁ ନାହାଁନ୍ତି । ଯଦି ୟାଦ କରୁଛନ୍ତି ତ ପୁଣି ପ୍ରଥମ ନମ୍ବରରେ ଆସିବା ଦରକାର । କାହାକୁ ବୁଝାଇବା ପାଇଁ ମଧ୍ୟ ବହୁତ ଭଲ ବୁଦ୍ଧି ଦରକାର । ଆମେ ତ ଭାରତର ମହିମା କରୁଛୁ । ନୂଆ ଦୁନିଆରେ ଆଦି ସନାତନ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା । ଏବେ ହେଉଛି ପୁରୁଣା ଦୁନିଆ ଆଇରନ୍ ଏଜଡ୍ ହୋଇଯାଇଛି । ତାହା ହେଉଛି ସୁଖଧାମ, ଏହା ହେଉଛି ଦୁଃଖଧାମ । ଭାରତରେ ସୁବର୍ଣ୍ଣ ଯୁଗ ଥିବା ସମୟରେ ଏହି ଦେବତାମାନଙ୍କର ରାଜ୍ୟ ଥିଲା । କହୁଛନ୍ତି ଆମେ କିପରି ଜାଣିବୁ ଯେ ଏମାନଙ୍କର ରାଜ୍ୟ ଥିଲା? ଏହି ଜ୍ଞାନ ବହୁତ ଆଶ୍ଚର୍ଯ୍ୟଜନକ ଅଟେ । ଯାହାଙ୍କ ଭାଗ୍ୟରେ ଯାହା ଅଛି, ଯିଏ ଯେତିକି ପୁରୁଷାର୍ଥ କରୁଛନ୍ତି ତାହା ତ ଦେଖିବାକୁ ମିଳୁଛି । ତୁମେ ଚାଲିଚଳଣିରୁ ଜାଣୁଛ, କଳିଯୁଗୀମାନେ ମଧ୍ୟ ମନୁଷ୍ୟ ଅଟନ୍ତି ତ ସତ୍ୟଯୁଗୀମାନେ ମଧ୍ୟ ମନୁଷ୍ୟ ହିଁ ଅଟନ୍ତି । ପୁଣି ତାଙ୍କ ଆଗରେ ଯାଇ କାହିଁକି ମୁଣ୍ଡ ନୁଆଁଉଛନ୍ତି? ଏମାନଙ୍କୁ ସ୍ୱର୍ଗର ମାଲିକ କହୁଛନ୍ତି ନା । କେହି ମରିଗଲେ କୁହନ୍ତି ତ ଅମୁକ ସ୍ୱର୍ଗବାସୀ ହେଲା, ଏକଥା ମଧ୍ୟ ବୁଝିପାରୁ ନାହାଁନ୍ତି । ବର୍ତ୍ତମାନ ତ ସମସ୍ତେ ନର୍କବାସୀ ଅଟନ୍ତି । ନିଶ୍ଚିତ ଏହିଠାରେ ହିଁ ପୁନର୍ଜନ୍ମ ନେବେ । ବାବା ପ୍ରତ୍ୟେକଙ୍କର ଚଳଣିରୁ ବୁଝିଯାଉଛନ୍ତି । ବାବାଙ୍କୁ କେତେ ସାଧାରଣ ଭାବରେ କାହା-କାହା ସହିତ କଥା ହେବାକୁ ପଡୁଛି । ସମ୍ଭାଳିବାକୁ ପଡୁଛି । ବାବା କେତେ ସ୍ପଷ୍ଟ କରି ବୁଝାଉଛନ୍ତି । ବୁଝୁଛନ୍ତି ବି କଥା ତ ପୂରା ଠିକ୍ ଅଟେ । ତଥାପି ବି କାହିଁକି ବଡ ବଡ କଣ୍ଟା ସଦୃଶ ହୋଇଯାଉଛନ୍ତି । ପରସ୍ପରକୁ ଦୁଃଖ ଦେବା କାରଣରୁ କଣ୍ଟା ସଦୃଶ ହୋଇଯାଉଛନ୍ତି, ଅଭ୍ୟାସ ଛାଡୁ ହିଁ ନାହାଁନ୍ତି । ଏବେ ବାଗବାନ ଅର୍ଥାତ୍ ବଗିଚାର ମାଲିକ ବାବା ଫୁଲର ବଗିଚା ଲଗାଉଛନ୍ତି । କଣ୍ଟାରୁ ଫୁଲ କରି ଚାଲିଛନ୍ତି । ଏହା ହିଁ ତାଙ୍କର ଧନ୍ଦା ଅଟେ । ଯିଏ ନିଜେ ହିଁ କଣ୍ଟା ହୋଇଥିବେ ସେ ଫୁଲ କିପରି ତିଆରି କରି ପାରିବେ? ପ୍ରଦର୍ଶନୀରେ ବୁଝାଇବା ପାଇଁ ମଧ୍ୟ ବହୁତ ଚାଲାକ ଚତୁର ପିଲାଙ୍କୁ ବୁଝାଇ ସୁଝାଇ ପଠାଇବାକୁ ପଡିଥାଏ ।

ଭଲ ଗୁଣବାନ୍ ସନ୍ତାନ ସେହିମାନେ ଯିଏ କଣ୍ଟାକୁ ଫୁଲ କରିବାର ସେବା କରିଥା’ନ୍ତି । କାହାକୁ ବି କଣ୍ଟା ଲଗାନ୍ତି ନାହିଁ ଅର୍ଥାତ୍ କାହାକୁ ଦୁଃଖ ଦେଇ ନ ଥା’ନ୍ତି । କେବେ ବି ପରସ୍ପର ମଧ୍ୟରେ ଲଢେଇ ଝଗଡା କରି ନ ଥା’ନ୍ତି । ତୁମେ ପିଲାମାନେ ବହୁତ ସଠିକ୍ ରୂପେ ବୁଝାଉଛ । ଏଥିରେ କାହାକୁ ଅପମାନିତ କରିବାର କୌଣସି କଥା ହିଁ ନାହିଁ । ଆଗକୁ ଶିବଜୟନ୍ତୀ ମଧ୍ୟ ଆସୁଛି । ତୁମେ ବହୁତ ସ୍ଥାନରେ ପ୍ରଦର୍ଶନୀ କରି ସନ୍ଦେଶ ଦେଇଚାଲ । ଛୋଟ-ଛୋଟ ପ୍ରଦର୍ଶନୀ ଲଗାଇ ମଧ୍ୟ ବୁଝାଇପାରିବ । ଗୋଟିଏ ସେକେଣ୍ଡରେ ସ୍ୱର୍ଗବାସୀ ହୁଅ ଅଥବା ପତିତ ଭ୍ରଷ୍ଟାଚାରୀରୁ ପବିତ୍ର ଶ୍ରେଷ୍ଠାଚାରୀ ହୁଅ । ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ପ୍ରାପ୍ତ କର । ଜୀବନମୁକ୍ତିର ଅର୍ଥ ମଧ୍ୟ ବୁଝୁନାହାଁନ୍ତି । ତୁମେ ମଧ୍ୟ ବର୍ତ୍ତମାନ ବୁଝୁଛ । ବାବାଙ୍କ ଦ୍ୱାରା ସମସ୍ତଙ୍କୁ ମୁକ୍ତି ଜୀବନମୁକ୍ତି ମିଳୁଛି । କିନ୍ତୁ ଡ୍ରାମାର ଜ୍ଞାନକୁ ମଧ୍ୟ ଜାଣିବାକୁ ପଡିବ । ସ୍ୱର୍ଗକୁ ସବୁ ଧର୍ମର ଆତ୍ମା ତ ଆସିବେ ନାହିଁ । ସେମାନେ ପୁଣି ନିଜ-ନିଜର ବିଭାଗକୁ ଚାଲିଯିବେ । ପୁଣି ନିଜ ନିଜ ସମୟରେ ଆସି ଧର୍ମ ସ୍ଥାପନା କରିବେ । କଳ୍ପବୃକ୍ଷର ଚିତ୍ରରେ କେତେ କ୍ଲିଅର ଭାବରେ ବୁଝାଯାଇଛି । ଏକମାତ୍ର ସଦଗୁରୁଙ୍କ ବିନା ଅନ୍ୟ କେହି ସଦ୍‌ଗତିଦାତା ହୋଇପାରିବେ ନାହିଁ । ବାକି ଭକ୍ତି ଶିଖାଇବା ପାଇଁ ତ ଢେର ଗୁରୁ ଅଛନ୍ତି । ସଦ୍‌ଗତି ପାଇଁ କୌଣସି ମନୁଷ୍ୟ ଗୁରୁ ହୋଇପାରିବେ ନାହିଁ । କିନ୍ତୁ ବୁଝାଇବା ପାଇଁ ମଧ୍ୟ ବୁଦ୍ଧି ଦରକାର । ଏଥିରେ ବୁଦ୍ଧି ଦ୍ୱାରା କାମ କରିବାକୁ ପଡିଥାଏ । ଡ୍ରାମାର ଖେଳ କିପରି ଆଶ୍ଚର୍ଯ୍ୟଜନକ ଅଟେ । ତୁମମାନଙ୍କ ମଧ୍ୟରେ ବି ବହୁତ କମ୍ ଅଛନ୍ତି ଯେଉଁମାନେ ଏହି ନିଶାରେ ରହୁଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ରାତ୍ରି କ୍ଳାସ୍ (୧୮-୩-୬୮)

ବାସ୍ତବରେ ତୁମମାନଙ୍କୁ ଶାସ୍ତ୍ରଗୁଡିକରେ ବାଦ-ବିଦାବରେ ଯିବାର ଦରକାର ନାହିଁ । ମୁଳ କଥା ହେଲା ୟାଦ, ଏବଂ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ବୁଝିବାକୁ ହେବ । ଚକ୍ରବର୍ତ୍ତୀ ରାଜା ହେବାକୁ ପଡିବ । ଏହି ଚକ୍ରକୁ ବୁଝିବାକୁ ହେବ, ଏହାର ଗାୟନ ହେଉଛି ଏକ ସେକେଣ୍ଡରେ ଜୀବନମୁକ୍ତି । ତୁମ ସନ୍ତାନମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ଭକ୍ତି ଅଧାକଳ୍ପ ଚାଲୁଛି । ଟିକିଏ ବି ଜ୍ଞାନ ନ ଥିବ । ଜ୍ଞାନ ରହିଛି ବାବାଙ୍କ ନିକଟରେ । ବାବାଙ୍କ ଦ୍ୱାରା ଜାଣିବାକୁ ହେବ । ବାବା ହେଉଛନ୍ତି ଅସାଧାରଣ ତେଣୁ କୋଟିକରେ ଗୋଟିଏ ବାହାରୁଛନ୍ତି । ଦୁନିଆରେ ଟିଚର୍ସ ମାନେ ଏପରି କହିବେ ନାହିଁ । ଏଠାରେ କହୁଛନ୍ତି ଯେ ମୁଁ ହେଉଛି ପିତା-ଶିକ୍ଷକ-ସଦ୍‌ଗୁରୁ । ମନୁଷ୍ୟମାନେ ଶୁଣି ଆଶ୍ଚର୍ଯ୍ୟ ହେବେ । ଭାରତକୁ ମଦରକଣ୍ଟ୍ରି କୁହାଯାଏ କାରଣ ଅମ୍ବାଙ୍କର ବହୁତ ନାମ ରହିଛି । ଅମ୍ବାଙ୍କର ବହୁତ ମେଳା ଲାଗୁଛି, ଅମ୍ବା ଅକ୍ଷର ବହୁତ ମିଠା । ମା’ ଛୋଟ ପିଲାଙ୍କୁ ବହୁତ ସ୍ନେହ କରିଥା’ନ୍ତି ନା କାରଣ ମା ଖୁଆଇଥାଏ, ପିଆଇଥାଏ ସମ୍ଭାଳିଥାଏ । ଏବେ ଅମ୍ବାଙ୍କର ବାବା ବି ଦରକାର ନା । ଇଏ ତ (ଅମ୍ବା) ପୋଷ୍ୟ ଅଟନ୍ତି ନା । ତାଙ୍କର ସ୍ୱାମୀ ତ ନାହାଁନ୍ତି । ଏହା ନୂଆ କଥା ନା! ପ୍ରଜାପିତା ବ୍ରହ୍ମା ତ ନିଶ୍ଚିତ ପୋଷ୍ୟ କରିଛନ୍ତି । ଏସବୁ କଥା ବାବା ଆସି ବୁଝାଉଛନ୍ତି । ଅମ୍ବାଙ୍କର ବହୁତ ମେଳା ଲାଗିଥାଏ, ପୂଜା ହୋଇଥାଏ କାରଣ ସେ ବହୁତ ସେବା କରିଛନ୍ତି । ମମ୍ମା ଯେତେ ପଢାଇଛନ୍ତି ସେତିକି ଆଉ କେହି ପଢାଇ ପାରିବେ ନାହିଁ । ମମ୍ମାଙ୍କର ବହୁତ ନାଁ ରହିଛି । ମେଳା ମଧ୍ୟ ବହୁତ ବଡ ଲାଗିଥାଏ । ଏବେ ତୁମେ ସନ୍ତାନମାନେ ଜାଣୁଛ ଯେ ବାବା ହିଁ ଆସି ରଚନାର ଆଦି-ମଧ୍ୟ-ଅନ୍ତର ସାରା ଜ୍ଞାନ ବୁଝାଉଛନ୍ତି । ତୁମେମାନେ ବାବାଙ୍କ ଘରକୁ ମଧ୍ୟ ଜାଣିଛ । ବାବାଙ୍କ ପ୍ରତି ସ୍ନେହ ଅର୍ଥାତ୍ ଘର (ପରମଧାମ) ପ୍ରତି ସ୍ନେହ । ଏହି ଜ୍ଞାନ ଏବେ ତୁମକୁ ମିଳୁଛି । ଏହି ପାଠପଢାରେ ବହୁତ ମାର୍କସ ଜମା ହୋଇଥାଏ ତେଣୁ କେତେ ଖୁସି ହେବା ଦରକାର । ତୁମେମାନେ ହେଉଛ ବହୁତ ସାଧାରଣ । ଦୁନିଆରେ କାହାକୁ ଜଣାନାହିଁ ଯେ ବାବା ଆସି ଜ୍ଞାନ ଶୁଣାଉଛନ୍ତି । ବାବା ଆସି ନୂଆ ନୂଆ କଥା ପିଲାମାନଙ୍କୁ ବୁଝାଉଛନ୍ତି । ବେହଦର ପାଠପଢା ଦ୍ୱାରା ହିଁ ନୂଆ ଦୁନିଆ ହୋଇଥାଏ । ପୁରୁଣା ଦୁନିଆରୁ ବୈରାଗ୍ୟ ଆସିଥାଏ । ତୁମ ସନ୍ତାନମାନଙ୍କ ଭିତରେ ଜ୍ଞାନର ଖୁସି ରହିଥାଏ । ବାବାଙ୍କୁ ଏବଂ ଘରକୁ ମନେ ପକାଇବାକୁ ହେବ । ସମସ୍ତଙ୍କୁ ଘରକୁ ଯିବାକୁ ହେବ । ବାବା ତ ସମସ୍ତଙ୍କୁ କହୁଛନ୍ତି ନା - ମୁଁ ତୁମମାନଙ୍କୁ ମୁକ୍ତି-ଜୀବନମୁକ୍ତିର ସମ୍ପତ୍ତି ଦେବା ପାଇଁ ଆସିଛି । ପୁଣି ବି ତୁମେମାନେ ଭୁଲିଯାଉଛ! ମୁଁ ତୁମର ବେହଦର ପିତା ଅଟେ । ରାଜଯୋଗ ଶିଖାଇବା ପାଇଁ ଆସିଛି । କ’ଣ ତୁମେମାନେ ଶ୍ରୀମତରେ ଚାଲିବ ନାହିଁ? ନ ହେଲେ ବହୁତ କ୍ଷତି ହେବ । ଏହା ହେଉଛି ବେହଦର କ୍ଷତି । ବାବାଙ୍କ ହାତ ଛାଡିବ ଅର୍ଥାତ୍ ରୋଜଗାରରେ କ୍ଷତି ହୋଇଯିବ । ଆଚ୍ଛା ଗୁଡ୍ ନାଇଟ୍ । ଓମ୍ ଶାନ୍ତି ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏକମାତ୍ର ବାବାଙ୍କୁ ମନେ ପକାଇ ବହୁତ ବହୁତ ସ୍ନେହୀ ହେବାକୁ ପଡିବ । ଚାଲିବା ବୁଲିବା ସମୟରେ କର୍ମ କରିବା ସମୟରେ ଯୋଗଯୁକ୍ତ ସ୍ଥିତିରେ ରହିବାର ଅଭ୍ୟାସ କରିବାକୁ ହେବ । ବାବାଙ୍କର ସ୍ମୃତିରେ ରହିବା ସହିତ ଖୁସିରେ ପ୍ରଫୁଲ୍ଲିତ ହୋଇ ରହିବାକୁ ହେବ ।

(୨) ପ୍ରତ୍ୟେକ ପାଦରେ ଈଶ୍ୱରୀୟ ନିର୍ଦ୍ଦେଶ ଅନୁସାରେ ଚାଲି ସବୁ କାର୍ଯ୍ୟ କରିବାକୁ ହେବ । ନିଜର ମଗରୁରୀ ଅର୍ଥାତ୍ ଦେହ-ଅଭିମାନର ନିଶା ଦେଖାଇବାର ନାହିଁ । କୌଣସି ବି ଓଲଟା-ସିଧା କାମ କରିବାର ନାହିଁ । କେବେ ହେଲେ ସଂଶୟବୁଦ୍ଧି ହେବାର ନାହିଁ ।

ବରଦାନ:-
ସାଧାରଣ କର୍ମ କରୁଥିଲେ ମଧ୍ୟ ଉଚ୍ଚ ସ୍ଥିତିରେ ସ୍ଥିତ ରହୁଥିବା ସର୍ବଦା ଡବଲ ଲାଇଟ୍ ଆତ୍ମା ହୁଅ ।

ଯେପରି ବାବା ସାଧାରଣ ମନୁଷ୍ୟ ଶରୀର ଧାରଣ କରୁଛନ୍ତି, ଯେପରି ତୁମେମାନେ କଥାବାର୍ତ୍ତା କରୁଛ ସେହିପରି ହିଁ କଥାବାର୍ତ୍ତା କରୁଛନ୍ତି, ସେହିପରି ହିଁ ଚାଲୁଛନ୍ତି, ତେଣୁ ତାଙ୍କର କର୍ମ ଯଦିଓ ସାଧାରଣ ଅଟେ କିନ୍ତୁ ସ୍ଥିତି ସର୍ବଦା ଉଚ୍ଚରେ ରହୁଛି, ସେହିପରି ତୁମମାନଙ୍କର ସ୍ଥିତି ମଧ୍ୟ ସର୍ବଦା ଉଚ୍ଚରେ ରହିଥାଉ । ଡବଲ ଲାଇଟ୍ ହୋଇ ଉଚ୍ଚ ସ୍ଥିତିରେ ସ୍ଥିତ ରହି ଯେ କୌଣସି ସାଧାରଣ କର୍ମ କର ଏବଂ ସର୍ବଦା ଏହି କଥା ସ୍ମୃତିରେ ରହିଥାଉ ଯେ ଅବତାର ହୋଇ ଶ୍ରେଷ୍ଠ କର୍ମ କରିବା ପାଇଁ ମୁଁ ଏହି ସୃଷ୍ଟି ଉପରେ ଅବତରିତ ହୋଇଛି, ତେବେ ସାଧାରଣ କର୍ମଗୁଡିକ ଅଲୌକିକ କର୍ମରେ ପରିବର୍ତ୍ତିତ ହୋଇଯିବ ।

ସ୍ଲୋଗାନ:-
ଆତ୍ମିକ ଦୃଷ୍ଟି ଏବଂ ବୃତ୍ତିର ଅଭ୍ୟାସ କରୁଥିବା ଆତ୍ମାମାନେ ପବ୍ରିତତାକୁ ସହଜରେ ଧାରଣ କରିପାରିବେ ।

ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର

(୨୪) ଯେତେ ଯେତେ ନିଜକୁ ମାନସିକ ସେବା କରିବାରେ ବ୍ୟସ୍ତ ରଖିବ ସେତିକି ସହଜରେ ମାୟାଜିତ୍ ହୋଇଯିବ । କେବଳ ନିଜ ପ୍ରତି ଭାବୁକ ହୁଅ ନାହିଁ କିନ୍ତୁ ଅନ୍ୟମାନଙ୍କୁ ମଧ୍ୟ ନିଜର ଶୁଭଭାବନା ଏବଂ ଶୁଭକାମନା ଦ୍ୱାରା ପରିର୍ତ୍ତନ କରିବାର ସେବା କର । ଭାବନା ଏବଂ ଜ୍ଞାନ, ସ୍ନେହ ଏବଂ ଯୋଗ - ଉଭୟର ସନ୍ତୁଳନ ରହିବା ଦରକାର । କଲ୍ୟାଣକାରୀ ତ ଅଟ କିନ୍ତୁ ଏବେ ବେହଦ ବିଶ୍ୱର କଲ୍ୟାଣକାରୀ ହୁଅ ।