24.01.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ତୁମମାନଙ୍କୁ ଯେଉଁ ପାଠ ପଢାଉଛନ୍ତି ତା’କୁ ବୁଦ୍ଧିରେ ରଖି ସମସ୍ତଙ୍କୁ ସେହି ପାଠ ପଢାଇବାକୁ ହେବ
। ପ୍ରତ୍ୟେକଙ୍କୁ ବାବାଙ୍କର ଏବଂ ସୃଷ୍ଟିଚକ୍ରର ପରିଚୟ ଦେବାକୁ ହେବ” ।
ପ୍ରଶ୍ନ:-
ଆତ୍ମା
ସତ୍ୟଯୁଗରେ ମଧ୍ୟ ଅଭିନୟ କରିଥାଏ ଏବଂ କଳିଯୁଗରେ ମଧ୍ୟ କରିଥାଏ କିନ୍ତୁ ସେଥିରେ ଅନ୍ତର କ’ଣ ଥାଏ?
ଉତ୍ତର:-
ସତ୍ୟଯୁଗରେ ଯେତେବେଳେ ଅଭିନୟ କରିଥାଏ, ସେତେବେଳେ କୌଣସି ପାପ କର୍ମ ହୋଇ ନ ଥାଏ, ସେଠାରେ
ପ୍ରତ୍ୟେକ କର୍ମ ଅକର୍ମ ହୋଇଯାଏ କାରଣ ସେଠାରେ ରାବଣ ନାହିଁ, କିନ୍ତୁ କଳିଯୁଗରେ ଯେତେବେଳେ
ଅଭିନୟ କରିଥାଏ, ସେତେବେଳେ ପ୍ରତ୍ୟେକ କର୍ମ, ବିକର୍ମ ଅଥବା ପାପ ହୋଇଯାଏ କାରଣ ଏଠାରେ ବିକାର ଅଛି
। ଏବେ ତୁମେ ସଂଗମଯୁଗରେ ଅଛ । ତୁମକୁ ସମସ୍ତ ଜ୍ଞାନ ଜଣା ଅଛି ।
ଓମ୍ ଶାନ୍ତି ।
ବର୍ତ୍ତମାନ ଏକଥା ତ ପିଲାମାନେ ଜାଣିଛନ୍ତି ଯେ ଆମେ ବାବାଙ୍କ ସମ୍ମୁଖରେ ବସିଛୁ । ବାବା ମଧ୍ୟ
ଜାଣିଛନ୍ତି - ପିଲାମାନେ ମୋ ସମ୍ମୁଖରେ ବସିଛନ୍ତି । ଏକଥା ମଧ୍ୟ ତୁମେମାନେ ଜାଣିଛ - ବାବା
ଆମମାନଙ୍କୁ ଯେଉଁ ଶିକ୍ଷା ଦେଉଛନ୍ତି, ତାକୁ ଅନ୍ୟମାନଙ୍କୁ ମଧ୍ୟ ଦେବାକୁ ହେବ । ପ୍ରଥମେ-ପ୍ରଥମେ
ତ ବାବାଙ୍କର ହିଁ ପରିଚୟ ଦେବାକୁ ହେବ କାହିଁକି ନା ସମସ୍ତେ ବାବାଙ୍କୁ ଏବଂ ବାବାଙ୍କର ଶିକ୍ଷାକୁ
ଭୁଲି ଯାଇଛନ୍ତି । ଏବେ ଯାହା କିଛି ବାବା ପଢାଉଛନ୍ତି ଏହି ପାଠପଢା ପୁଣି ୫ ହଜାର ବର୍ଷ ପରେ
ମିଳିବ । ଏହି ଜ୍ଞାନ କାହା ପାଖରେ ନାହିଁ । ତେବେ ମୁଖ୍ୟ କଥା ହେଲା ବାବାଙ୍କର ପରିଚୟ । ପୁଣି
ଏକଥା ମଧ୍ୟ ବୁଝାଇବାକୁ ହେବ ଯେ ଆମେ ସମସ୍ତେ ଭାଇ-ଭାଇ ଅଟୁ । ସାରା ଦୁନିଆରେ ଯେଉଁ ସବୁ
ଆତ୍ମାମାନେ ଅଛନ୍ତି, ସମସ୍ତେ ପରସ୍ପର ଭାଇ-ଭାଇ ଅଟନ୍ତି । ସମସ୍ତେ ଏହି ଶରୀର ଦ୍ୱାରା ନିଜକୁ
ମିଳିଥିବା ଅଭିନୟ କରୁଛନ୍ତି । ଏବେ ତ ବାବା ଆସିଛନ୍ତି ନୂଆ ଦୁନିଆକୁ ନେଇଯିବା ପାଇଁ, ଯାହାକୁ
ସ୍ୱର୍ଗ କୁହାଯାଏ । କିନ୍ତୁ ଏବେ ଆମେ ସମସ୍ତେ ଭାଇମାନେ ପତିତ, କେହି ଜଣେ ହେଲେ ପବିତ୍ର
ନୁହଁନ୍ତି । ଏକମାତ୍ର ବାବା ହିଁ ସମସ୍ତ ପତିତମାନଙ୍କୁ ପବିତ୍ର କରିଥା’ନ୍ତି । ଏହା ପତିତ ବିକାରୀ,
ଭ୍ରଷ୍ଟାଚାରୀ ରାବଣର ଦୁନିଆ ଅଟେ । ରାବଣର ଅର୍ଥ ହିଁ ହେଉଛି ୫ ବିକାର ସ୍ତ୍ରୀ ଭିତରେ, ୫ ବିକାର
ପୁରୁଷ ଭିତରେ । ବାବା ବହୁତ ସାଧାରଣ ଭାବରେ ବୁଝାଉଛନ୍ତି । ତୁମେମାନେ ମଧ୍ୟ ଏହିପରି
ବୁଝାଇପାରିବ । ତେବେ ପ୍ରଥମେ ପ୍ରଥମେ ଏକଥା ବୁଝାଅ ଯେ ସିଏ ହେଉଛନ୍ତି ଆମ ସମସ୍ତ ଆତ୍ମାଙ୍କର
ପିତା । ଆମେ ସମସ୍ତେ ଭାଇ-ଭାଇ ଅଟୁ । ସେମାନଙ୍କୁ ପଚାର ଏକଥା ଠିକ ତ? ପୁଣି ତାଙ୍କୁ କୁହ, ଏ କଥା
ନୋଟ୍ କର ଆମେ ସମସ୍ତେ ଭାଇ-ଭାଇ ଅଟୁ । ଆମର ପିତା ମଧ୍ୟ ଜଣେ ଅଟନ୍ତି, ଆମ ସମସ୍ତ ଆତ୍ମାଙ୍କର ସେ
ହେଉଛନ୍ତି ପରମ ଆତ୍ମା, ତାଙ୍କୁ ଫାଦର (ପିତା) କୁହାଯାଉଛି । ଏହି କଥାକୁ ଭଲ ଭାବରେ ସେମାନଙ୍କ
ବୁଦ୍ଧିରେ ଧାରଣ କରାଅ ତେବେ ସର୍ବବ୍ୟାପୀର ଜ୍ଞାନ ପ୍ରଥମରୁ ହିଁ ବୁଦ୍ଧିରୁ ବାହାରିଯିବ । ତାଙ୍କୁ
ଅଲଫ ଅର୍ଥାତ୍ ଈଶ୍ୱରଙ୍କ ବିଷୟରେ ପ୍ରଥମେ ପଢାଇବାକୁ ହେବ । କୁହ, ଏହି କଥା ଭଲ ଭାବରେ ବସି ଲେଖ
। ଆଗରୁ ସର୍ବବ୍ୟାପୀ କହୁଥିଲି, ଏବେ ଜାଣୁଛି ଯେ ଈଶ୍ୱର ସର୍ବବ୍ୟାପୀ ନୁହଁନ୍ତି । ଆମେ ସମସ୍ତେ
ଭାଇ-ଭାଇ ଅଟୁ । ଆତ୍ମାମାନେ କହିଥା’ନ୍ତି - ଗଡ ଫାଦର, ପରମପିତା । ପ୍ରଥମେ ସମସ୍ତଙ୍କୁ ଏହି
ନିଶ୍ଚୟ କରାଇବାକୁ ହେବ ଯେ ଆମେ ସମସ୍ତେ ଆତ୍ମା, ପରମାତ୍ମା ନୋହୁଁ । ନା ଆମ ଭିତରେ ପରମାତ୍ମା
ବ୍ୟାପକ ଅଟନ୍ତି । ସମସ୍ତଙ୍କ ମଧ୍ୟରେ ଆତ୍ମା ବ୍ୟାପକ ଅଟେ । ଆତ୍ମା ଶରୀର ଆଧାରରେ ପାର୍ଟ
କରିଥାଏ, ସମସ୍ତଙ୍କୁ ଏହି କଥା ଉପରେ ନିଶ୍ଚୟ କରାଅ । ଆଚ୍ଛା, ପୁଣି ସେହି ପିତା ସୃଷ୍ଟିର
ଆଦି-ମଧ୍ୟ-ଅନ୍ତର ଜ୍ଞାନ ମଧ୍ୟ ଶୁଣାଉଛନ୍ତି, ଆଉ ତ କେହି ବି ଜାଣି ନାହାଁନ୍ତି ଯେ ଏହି
ସୃଷ୍ଟିଚକ୍ରର ଆୟୁଷ କେତେ । ବାବା ହିଁ ଶିକ୍ଷକ ରୂପରେ ବସି ଜ୍ଞାନ ବୁଝାଉଛନ୍ତି । ଏହା ତ
ଲକ୍ଷ-ଲକ୍ଷ ବର୍ଷର କଥା ନୁହେଁ । ଏହି ଚକ୍ର ଅନାଦି ଏବଂ ସଠିକ ଭାବେ ପୂର୍ବ ପ୍ରସ୍ତୁତ ଅଟେ,
ଏହାକୁ ଜାଣିବାକୁ ପଡିବ । ସତ୍ୟଯୁଗ-ତ୍ରେତାଯୁଗ ବିତିଯାଇଛି, ଏକଥା ଲେଖି ରଖ । ସେହି ଦୁଇ ଯୁଗକୁ
ସ୍ୱର୍ଗ ଏବଂ ସେମି ସ୍ୱର୍ଗ ବୋଲି କୁହାଯାଏ । ଯେଉଁଠାରେ ଦେବୀ-ଦେବତାମାନଙ୍କର ରାଜ୍ୟ ଚାଲିଥାଏ,
ତାହା ସତ୍ୟଯୁଗ ୧୬ କଳା ସମ୍ପନ୍ନ ଦୁନିଆ ଏବଂ ତ୍ରେତାଯୁଗ ୧୪ କଳା । ପୁଣି ଧୀରେ ଧୀରେ କଳା କମି
କମି ଯାଏ । ଦୁନିଆ ପୁରୁଣା ତ ନିଶ୍ଚିତ ହେବ ନା । ସତ୍ୟଯୁଗର ସମୟ ବହୁତ ପ୍ରଭାବଶାଳୀ ଅଟେ । ନାମ
ହିଁ ହେଉଛି ସ୍ୱର୍ଗ, ହେଭେନ୍, ନୂଆ ଦୁନିଆ.... ଯାହାର ମହିମା କରିବାକୁ ହିଁ ହେବ । ନୂଆ
ଦୁନିଆରେ ଏକମାତ୍ର ଆଦି ସନାତନ ଦେବୀଦେବତା ଧର୍ମ ହିଁ ଥିଲା । ପ୍ରଥମେ ବାବାଙ୍କର ପରିଚୟ ତା’ପରେ
ଚକ୍ରର ପରିଚୟ ଦିଆଯାଇଥାଏ । ଏହି କଥା ଉପରେ ନିଶ୍ଚୟ କରାଇବା ପାଇଁ ତୁମ ପାଖରେ ଚିତ୍ର ମଧ୍ୟ ଅଛି
। ଏହି ସୃଷ୍ଟିର ଚକ୍ର ଘୂରିଚାଲିଛି । ସତ୍ୟ ଯୁଗରେ ଲକ୍ଷ୍ମୀ-ନାରାୟଣଙ୍କର ଏବଂ ତ୍ରେତା ଯୁଗରେ
ରାମ-ସୀତାଙ୍କର ରାଜ୍ୟ ଥିଲା । ଏହିଭଳି ଅଧାକଳ୍ପ ଅର୍ଥାତ୍ ଦୁଇଯୁଗ ବିତିଗଲା ପରେ ପୁଣି
ଦ୍ୱାପର-କଳିଯୁଗ ଆସିଥାଏ । ଦ୍ୱାପର ଯୁଗରୁ ରାବଣର ରାଜ୍ୟ ଆରମ୍ଭ ହେଲା ଯେଉଁ ସମୟରେ ଦେବତାମାନେ
ବାମମାର୍ଗକୁ ଚାଲିଯାଇଥା’ନ୍ତି, ତେଣୁ ବିକାରର ପରମ୍ପରା ଆରମ୍ଭ ହୋଇଯାଇଥାଏ । ସତ୍ୟଯୁଗ, ତ୍ରେତା
ଯୁଗରେ ସମସ୍ତେ ନିର୍ବିକାରୀ ରହିଥା’ନ୍ତି ଏବଂ ସେତେବେଳେ ଏକମାତ୍ର ଆଦି ସନାତନ ଦେବୀ-ଦେବତା
ଧର୍ମ ଥାଏ । ଯାହାର ଚିତ୍ର ମଧ୍ୟ ଦେଖାଇବାକୁ ହେବ ଏବଂ ମୌଖିକରେ ମଧ୍ୟ ବୁଝାଇବାକୁ ହେବ । ବାବା
ଟିଚର ହୋଇ ଆମକୁ ଏହିଭଳି ପାଠ ପଢାଉଛନ୍ତି । ବାବା ନିଜର ପରିଚୟ ନିଜେ ଆସି ଦେଉଛନ୍ତି, ସେ ନିଜେ
କହୁଛନ୍ତି ମୁଁ ପତିତମାନଙ୍କୁ ପାବନ କରିବା ପାଇଁ ଆସୁଛି ତେଣୁ ମୋର ଶରୀର ନିଶ୍ଚିତ ଆବଶ୍ୟକ । ନ
ହେଲେ କଥା କିପରି କହିବି । ମୁଁ ଚୈତନ୍ୟ ଅଟେ, ସତ୍ୟ ଏବଂ ଅମର ଅଟେ । ଆତ୍ମା ସତ୍ୱ, ରଜୋ, ତମୋରେ
ଆସିଥାଏ । ଆତ୍ମା ହିଁ ପାବନ ଏବଂ ପତିତ ହୋଇଥାଏ ସେଥିପାଇଁ କୁହାଯାଏ ପତିତ ଆତ୍ମା, ପବିତ୍ର ଆତ୍ମା
। ତେବେ ଆତ୍ମାରେ ହିଁ ସମସ୍ତ ସଂସ୍କାର ରହିଛି । ଅତୀତର କର୍ମ ବା ବିକର୍ମର ସଂସ୍କାର ଆତ୍ମା ନେଇ
ଆସିଥାଏ । ସତ୍ୟଯୁଗରେ ବିକର୍ମ ହୋଇ ହିଁ ନ ଥାଏ । ସେଠାରେ ମଧ୍ୟ କର୍ମ କରିଥା’ନ୍ତି, ଆତ୍ମା
ପାର୍ଟ କରିଥାଏ କିନ୍ତୁ ସେହି କର୍ମ ଅକର୍ମ ହୋଇଥାଏ । ଗୀତାରେ ମଧ୍ୟ ଏହି ଶବ୍ଦ ଲେଖାଅଛି କିନ୍ତୁ
ଏହାର ଅର୍ଥକୁ ବାସ୍ତବିକ ଭାବରେ ଏବେ ତୁମେମାନେ ବୁଝୁଛ । ଜାଣିଛ ଯେ, ବାବା ଏବେ ଆସିଛନ୍ତି
ପୁରୁଣା ଦୁନିଆକୁ ବଦଳାଇ, ନୂଆ ଦୁନିଆ ତିଆରି କରିବା ପାଇଁ । ଯେଉଁଠି କର୍ମ ଅକର୍ମ ହୋଇଯାଏ ତାକୁ
ହିଁ ସତ୍ୟଯୁଗ କୁହାଯାଏ ଏବଂ ଯେଉଁଠାରେ ସବୁ କର୍ମ ବିକର୍ମ ହୋଇଯାଏ, ତାକୁ କଳିଯୁଗ କୁହାଯାଏ ।
ତୁମେମାନେ ଏବେ ସଂଗମଯୁଗରେ ଅଛ । ବାବା ଉଭୟ ପାର୍ଶ୍ଵର କଥା ବୁଝାଉଛନ୍ତି । ସତ୍ୟଯୁଗ ଏବଂ
ତ୍ରେତାଯୁଗ ତ ପବିତ୍ର ଦୁନିଆ ଅଟେ, ସେଠାରେ କୌଣସି ପାପ କର୍ମ ହୁଏ ନାହିଁ । ଯେତେବେଳେ ରାବଣ
ରାଜ୍ୟ ଆରମ୍ଭ ହୁଏ ସେତେବେଳେ ହିଁ ପାପ କର୍ମ ହୋଇଥାଏ । ସେଠାରେ ବିକାରର ନାମ ନ ଥାଏ ।
ରାମରାଜ୍ୟ ଏବଂ ରାବଣ ରାଜ୍ୟର ଚିତ୍ର ତ ତୁମ ସମ୍ମୁଖରେ ଅଛି । ବାବା ବୁଝାଉଛନ୍ତି ଏହା ପାଠପଢା
ଅଟେ । ବାବାଙ୍କ ବ୍ୟତୀତ ଆଉ କେହି ଜାଣିନାହାଁନ୍ତି । ଏହି ପାଠପଢା ତ ତୁମମାନଙ୍କ ବୁଦ୍ଧିରେ
ରହିବା ଦରକାର । ବାବା ମଧ୍ୟ ମନେ ପଡିଥା’ନ୍ତି ଏବଂ ଚକ୍ର ମଧ୍ୟ ବୁଦ୍ଧିରେ ଆସିଯାଇଥାଏ । ଗୋଟିଏ
ସେକେଣ୍ଡରେ ସବୁ କିଛି ମନେ ପଡିଯାଇଥାଏ କିନ୍ତୁ ବର୍ଣ୍ଣନା କରିବା ପାଇଁ ସମୟ ଲାଗେ । ଏହି
ଜ୍ଞାନର ତିନିଟି ଫାଉଣ୍ଟେନ୍ (ଉତ୍ସ) ରହିଛି । ସୃଷ୍ଟିରୂପି ବୃକ୍ଷ ଏହିପରି ଅଟେ, ବୀଜ ଅର୍ଥାତ୍
ବାବା ଏବଂ କଳ୍ପ ବୃକ୍ଷ ଗୋଟିଏ ସେକେଣ୍ଡରେ ମନେ ପଡିଯିବ । ଏହି ବୀଜ ଅମୁକ ବୃକ୍ଷର ଅଟେ, ଏଥିରେ
ଏହିଭଳି ଫଳ ଫଳିଥାଏ । ଏହି ମନୁଷ୍ୟ ସୃଷ୍ଟି ରୂପୀ ବେହଦର ବୃକ୍ଷ କିପରି ଅଟେ, ଏହାର ରହସ୍ୟକୁ
ତୁମେମାନେ ବୁଝାଉଛ । ବାବା ପିଲାମାନଙ୍କୁ ସବୁ କିଛି ବୁଝାଉଛନ୍ତି - ଅଧାକଳ୍ପ ପର୍ଯ୍ୟନ୍ତ କିପରି
ଦୈବୀ ରାଜବଂଶ ଚାଲେ, ପୁଣି ରାବଣ ରାଜ୍ୟ ଆରମ୍ଭ ହୁଏ, ଯେଉଁମାନେ ସତ୍ୟଯୁଗୀ ତ୍ରେତାଯୁଗୀ ଥା’ନ୍ତି,
ସେହିମାନେ ହିଁ ପୁଣି ଦ୍ୱାପରଯୁଗୀ ହୋଇଯା’ନ୍ତି । ବୃକ୍ଷର ବୃଦ୍ଧି ହୋଇ ଚାଲେ । ଅଧାକଳ୍ପ ପରେ
ପୁଣି ରାବଣର ରାଜ୍ୟ ଆରମ୍ଭ ହୁଏ, ସମସ୍ତେ ବିକାରୀ ହୋଇଯା’ନ୍ତି । ବାବାଙ୍କଠାରୁ ଯେଉଁ ସମ୍ପତ୍ତି
ମିଳିଥିଲା, ତାହା ଅଧାକଳ୍ପ ପର୍ଯ୍ୟନ୍ତ ଭୋଗ କଲେ । ବାବା ଜ୍ଞାନ ଶୁଣାଇ ଯେଉଁ ସମ୍ପତ୍ତି ଦେଇଥିଲେ,
ଯାହାର ପ୍ରାରବ୍ଧ ସ୍ୱରୂପ ସତ୍ୟଯୁଗ ତ୍ରେତା ଯୁଗରେ ସୁଖ ଭୋଗ କରିଲ । ତାକୁ ସୁଖଧାମ, ସତ୍ୟଯୁଗ
କୁହାଯାଏ । ସେଠାରେ କୌଣସି ଦୁଃଖ ହିଁ ନ ଥାଏ । ବାବା କେତେ ସରଳ ଭାବରେ ବୁଝାଉଛନ୍ତି । ତୁମେ
ଜଣକୁ ବୁଝାଅ ବା ଅନେକଙ୍କୁ ବୁଝାଅ - କିନ୍ତୁ ବୁଝାଇବା ସମୟରେ ଏହିଭଳି ଧ୍ୟାନ ଦେବାକୁ ପଡିବ,
ବୁଝୁଛନ୍ତି ନା କେବଳ ହଁ ହଁ କରୁଛନ୍ତି? ତାଙ୍କୁ କୁହ ସବୁ କଥା ନୋଟ କରୁଥାଅ । କୌଣସି କଥାରେ
ସନ୍ଦେହ ଥିଲେ ପଚାର । ଯେଉଁ କଥା କେହି ଜାଣିନାହାଁନ୍ତି, ସେହି କଥା ଆମେ ବୁଝାଉଛୁ । ତୁମେ ତ
କିଛି ବି ଜାଣିନାହଁ, ତେଣୁ ପଚାରିବ କ’ଣ?
ବାବା ତ ଏହି ଅବିନାଶୀ କଳ୍ପବୃକ୍ଷର ରହସ୍ୟକୁ ବୁଝାଉଛନ୍ତି । ଏହି ଜ୍ଞାନକୁ ଏବେ ତୁମେମାନେ
ବୁଝୁଛ । ବାବା ବୁଝାଉଛନ୍ତି ତୁମେ ୮୪ ଜନ୍ମର ଚକ୍ରରେ କିପରି ଆସୁଛ । ଏକଥାକୁ ଭଲ ଭାବରେ ନୋଟ୍
କର ପୁଣି ଏହା ଉପରେ ଭଲ ଭାବରେ ବିଚାର କର । ଯେପରି ଶିକ୍ଷକ ରଚନା ଲେଖିବାକୁ ଦେଇଥା’ନ୍ତି ତେବେ
ଛାତ୍ରମାନେ ଘରକୁ ଯାଇ ଭଲ ଭାବରେ ଅଭ୍ୟାସ କରି ଆସିଥା’ନ୍ତି ନା । ତୁମେ ମଧ୍ୟ ଏହି ଜ୍ଞାନକୁ
ଯେତେବେଳେ ଅନ୍ୟମାନଙ୍କୁ ଦେଉଛ ତାଙ୍କୁ ଦେଖ କ’ଣ ହେଉଛି । ବାରମ୍ବାର ତାଙ୍କୁ ପଚାରୁଥାଅ ।
ଗୋଟିଏ ଗୋଟିଏ କଥାକୁ ଭଲ ଭାବରେ ବୁଝାଅ । ପିତା ଏବଂ ଶିକ୍ଷକଙ୍କର କର୍ତ୍ତବ୍ୟ ବିଷୟରେ ବୁଝାଇ
ପୁଣି ଗୁରୁଙ୍କର କର୍ତ୍ତବ୍ୟ ଉପରେ ବୁଝାଅ । ତାଙ୍କୁ ଏଇଥି ପାଇଁ ଡାକିଛନ୍ତି, ଆସି ଆମ ଭଳି
ପତିତମାନଙ୍କୁ ପବିତ୍ର କର । ଆତ୍ମା ପବିତ୍ର ହେଲେ ହିଁ ପବିତ୍ର ଶରୀର ମିଳିଥାଏ । ଯେମିତି ସୁନା
ସେମିତି ଗହଣା ହୋଇଥାଏ । ଯଦି ୨୪ କ୍ୟାରେଟର ସୁନା ଖାଦ ନ ମିଶାଇ ଗହଣା ତିଆରି କରିବ, ତେବେ ତାହା
ସତ୍ତ୍ୱପ୍ରଧାନ ହେବ । ଖାଦ ମିଶିବା କାରଣରୁ ତମୋପ୍ରଧାନ ହୋଇଯାଇଛି । ପ୍ରଥମେ-ପ୍ରଥମେ ଭାରତ ୨୪
କ୍ୟାରେଟ୍ ପକ୍କା ସୁନାର ଚଢେଇ ଥିଲା ଅର୍ଥାତ୍ ସତ୍ତ୍ୱପ୍ରଧାନ ନୂଆ ଦୁନିଆ ଥିଲା, ଯାହାକି ଏବେ
ତମୋପ୍ରଧାନ ହୋଇଯାଇଛି । ଏହି କଥା ବାବା ହିଁ ବୁଝାଉଛନ୍ତି, ଅନ୍ୟ କୌଣସି ମନୁଷ୍ୟ ଗୁରୁମାନେ ଏ
କଥା ଜାଣିନାହାଁନ୍ତି । ସମସ୍ତେ ତାଙ୍କୁ ଡାକୁଛନ୍ତି ଏଠାକୁ ଆସି ଆମକୁ ପବିତ୍ର କର । ତେବେ ତାହା
ତ ଗୁରୁଙ୍କର କର୍ତ୍ତବ୍ୟ । ବାନପ୍ରସ୍ଥ ଅବସ୍ଥାରେ ଗୁରୁ କରିଥା’ନ୍ତି । ବାଣୀରୁ ଉର୍ଦ୍ଧ୍ୱସ୍ଥାନ
ତ ନିରାକାରୀ ଦୁନିଆ ଅଟେ, ଯେଉଁଠାରେ ଆତ୍ମାମାନେ ରହିଥାନ୍ତି । ଏହା ହେଲା ସାକାରୀ ଦୁନିଆ ।
ଉଭୟଙ୍କର ଏହା ମିଳନ ସ୍ଥଳ ଅଟେ । ସେଠାରେ ତ ଶରୀର ନାହିଁ । ତେଣୁ ସେଠାରେ କୌଣସି କର୍ମ ହୁଏ ନାହିଁ
। ବାବାଙ୍କ ପାଖରେ ତ ସମ୍ପୂର୍ଣ୍ଣ ଜ୍ଞାନ ଅଛି । ଡ୍ରାମା ପ୍ଲାନ ଅନୁସାରେ ତାଙ୍କୁ ନଲେଜଫୁଲ
ଅର୍ଥାତ୍ ଜ୍ଞାନର ଭଣ୍ଡାର କୁହାଯାଏ । ସେ ଚୈତନ୍ୟ ସତ୍-ଚିତ୍-ଆନନ୍ଦ ସ୍ୱରୂପ, ତେଣୁ ତାଙ୍କୁ
ଜ୍ଞାନର ସାଗର କୁହାଯାଉଛି । ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ, ଜ୍ଞାନର ସାଗର ଶିବବାବା ।
ତାଙ୍କର ନାମ ସର୍ବଦା ଶିବ ହିଁ ଅଟେ । ବାକି ସମସ୍ତ ଆତ୍ମା ଏଠାକୁ ପାର୍ଟ କରିବାକୁ ଆସିଥା’ନ୍ତି
। ତେଣୁ ଭିନ୍ନ-ଭିନ୍ନ ନାମ ଧାରଣ କରିଥା’ନ୍ତି । ସମସ୍ତେ ବାବାଙ୍କୁ ଡାକୁଛନ୍ତି କିନ୍ତୁ
ସେମାନଙ୍କୁ ବାବାଙ୍କ ବିଷୟରେ କିଛି ବି ଜଣା ନାହିଁ । ନିଶ୍ଚିତ କେହି ଭାଗ୍ୟଶାଳୀ ରଥ ମଧ୍ୟ ଥିବ,
ଯାହାଙ୍କ ଭିତରେ ବାବା ପ୍ରବେଶ କରି ତୁମକୁ ନୂଆ ଦୁନିଆକୁ ନେଇଯିବେ । ତେବେ ବାବା ବୁଝାଉଛନ୍ତି,
ମିଠା ମିଠା ପିଲାମାନେ, ମୁଁ ତାଙ୍କ ଶରୀରରେ ଆସୁଛି ଯିଏ ବହୁତ ଜନ୍ମର ଅନ୍ତିମ ଅବସ୍ଥାରେ ଅଛନ୍ତି
ଏବଂ ପୁରା ୮୪ ଜନ୍ମ ନେଉଛନ୍ତି । ମୋତେ ସେହି ଭାଗ୍ୟଶାଳୀ ରଥରେ ଆସିବାକୁ ପଡୁଛି । ପ୍ରଥମ
ନମ୍ବରରେ ତ ଶ୍ରୀକୃଷ୍ଣ ଅଛନ୍ତି । ସିଏ ହେଲେ ନୂଆ ଦୁନିଆର ମାଲିକ । ପୁଣି ସେ ହିଁ ତଳକୁ
ଖସୁଛନ୍ତି । ସୁବର୍ଣ୍ଣଯୁଗରୁ ରୌପ୍ୟ, ତାମ୍ର ଏବଂ ଲୌହଯୁଗରେ ଆସି ପହଞ୍ଚିଛନ୍ତି । ଏବେ ତୁମେ
ପୁଣି ଲୌହ ଅବସ୍ଥାରୁ ସୁବର୍ଣ୍ଣ ଅବସ୍ଥାକୁ ଯାଉଛ । ବାବା କହୁଛନ୍ତି କେବଳ ମୋତେ ଅର୍ଥାତ୍ ନିଜର
ପିତାଙ୍କୁ ମନେ ପକାଅ । ଯାହାଙ୍କ ମଧ୍ୟରେ ପ୍ରବେଶ କରିଛି ତାଙ୍କ ଆତ୍ମାରେ ତ ଟିକିଏ ହେଲେ ଜ୍ଞାନ
ନ ଥିଲା । ମୁଁ ଏହାଙ୍କ ଶରୀର ରୂପୀ ରଥରେ ପ୍ରବେଶ କରୁଛି ସେଥିପାଇଁ ଏହାଙ୍କୁ ଭାଗ୍ୟଶାଳୀ ରଥ
କୁହାଯାଉଛି । ନଚେତ୍ ସବୁଠାରୁ ଉଚ୍ଚ ତ ଏହି ଲକ୍ଷ୍ମୀ-ନାରାୟଣ ଅଟନ୍ତି, ତେଣୁ ୟାଙ୍କ ଭିତରେ
ପ୍ରବେଶ କରିବା ଉଚିତ୍ । କିନ୍ତୁ ଏମାନଙ୍କ ଶରୀରରେ ପରମାତ୍ମା ପ୍ରବେଶ କରନ୍ତି ନାହିଁ ।
ସେଥିପାଇଁ ସେମାନଙ୍କୁ ଭାଗ୍ୟଶାଳୀ ରଥ କୁହାଯାଏ ନାହିଁ । ମୋତେ ରଥରେ ଆସି ପତିତମାନଙ୍କୁ ପବିତ୍ର
କରିବାକୁ ପଡିଥାଏ, ତେଣୁ ସେହି ରଥ ମଧ୍ୟ ନିଶ୍ଚିତ କଳିଯୁଗୀ ତମୋପ୍ରଧାନ ହୋଇଥିବ ନା । ବାବା ନିଜେ
ଆସି କହୁଛନ୍ତି ମୁଁ ବହୁତ ଜନ୍ମର ଅନ୍ତିମ ସମୟରେ ଆସୁଛି । ଗୀତାରେ ମଧ୍ୟ ସଠିକ୍ ଅକ୍ଷର ଲେଖା ଅଛି
। ଗୀତାକୁ ହିଁ ସର୍ବ ଶାସ୍ତ୍ରମୟୀ ଶିରୋମଣୀ କୁହାଯାଏ । ଏହି ସଂଗମ ଯୁଗରେ ହିଁ ବାବା ଆସି
ବ୍ରାହ୍ମଣ କୁଳ ଏବଂ ଦେବତା କୁଳର ସ୍ଥାପନା କରୁଛନ୍ତି । ବହୁତ ଜନ୍ମର ଅନ୍ତିମ ସମୟରେ ଅର୍ଥାତ୍
ସଂଗମଯୁଗରେ ହିଁ ବାବା ଆସିଥା’ନ୍ତି । ବାବା କହୁଛନ୍ତି ଏହି ସୃଷ୍ଟିର ମୁଁ ବୀଜରୂପ ଅଟେ ।
ଶ୍ରୀକୃଷ୍ଣ ତ ସତ୍ୟଯୁଗର ନିବାସୀ ଅଟନ୍ତି । ତାଙ୍କୁ ଅନ୍ୟ ସ୍ଥାନରେ ତ କେହି ଦେଖିପାରିବେ ନାହିଁ
। ପୁନର୍ଜନ୍ମରେ ତ ନାମ, ରୂପ, ଦେଶ, କାଳ ସବୁକିଛି ବଦଳି ଯାଇଥାଏ । ଚରିତ୍ର ମଧ୍ୟ ବଦଳି ଯାଇଥାଏ
। ପ୍ରଥମେ ଛୋଟ ପିଲା ଅବସ୍ଥାରେ ସୁନ୍ଦର ଦେଖାଯା’ନ୍ତି, ପୁଣି ବଡ ହୋଇଥା’ନ୍ତି ଏବଂ
ବୃଦ୍ଧାବସ୍ଥାରେ ଶରୀର ତ୍ୟାଗ କରି ପୁନର୍ବାର ଶିଶୁ ଶରୀର ଧାରଣ କରିଥା’ନ୍ତି । ଏହା ପୂର୍ବ
ପ୍ରସ୍ତୁତ ଖେଳ ଯାହାକି ଡ୍ରାମାରେ ନିଧାର୍ଯ୍ୟ ଅଛି । ଯେତେବେଳେ ସିଏ ଅନ୍ୟ ଶରୀର ଧାରଣ କରିବେ
ତାଙ୍କୁ ଆଉ ଶ୍ରୀକୃଷ୍ଣ କୁହାଯିବ ନାହିଁ । ଅନ୍ୟ ନୂଆ ଶରୀରର ନାମ ମଧ୍ୟ ନୂଆ ରଖାଯିବ । ସମୟ,
ଶାରୀରିକ ଆକୃତି, ତିଥି, ତାରିଖ ସବୁ କିଛି ବଦଳିଯାଏ । ସେଥିପାଇଁ ବିଶ୍ୱର ଇତିହାସ-ଭୂଗୋଳର
ଅବିକଳ ପୁନରାବୃତ୍ତି ହୁଏ ବୋଲି କୁହାଯାଏ । ତେବେ ଏହି ଡ୍ରାମାର ପୁନରାବୃତ୍ତି ହୋଇ ଚାଲିଛି ।
ସତ୍ତ୍ୱ, ରଜୋ, ତମୋରେ ଆସିବାକୁ ହିଁ ପଡୁଛି । ସୃଷ୍ଟିର ନାମ, ଯୁଗର ନାମ, ସବୁ କିଛି ବଦଳି ଯାଉଛି
। ବର୍ତ୍ତମାନ ଏହା ହେଲା ସଂଗମଯୁଗ । ମୁଁ ଏହି ସଂଗମଯୁଗରେ ହିଁ ଆସିଥାଏ । ମୁଁ ତୁମକୁ ସାରା
ଦୁନିଆର ପ୍ରକୃତ ଇତିହାସ-ଭୁଗୋଳ ଶୁଣାଇଥାଏ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯାହା କିଛି ହେଉଛି ଆଉ
କେହି ବି ଜାଣିନାହାଁନ୍ତି । ସତ୍ୟଯୁଗର ଆୟୁଷ କେତେ ଥିଲା, ଏକଥା ଜାଣି ନାହାଁନ୍ତି ସେଥିପାଇଁ
ଲକ୍ଷ ଲକ୍ଷ ବର୍ଷ ବୋଲି କହି ଦେଉଛନ୍ତି । ଏବେ ତୁମ ବୁଦ୍ଧିରେ ସମସ୍ତ ଜ୍ଞାନ ଅଛି । ତୁମକୁ ଭିତରେ
ଭିତରେ ଏହି କଥା ପକ୍କା କରିବାକୁ ହେବ ଯେ, ବାବା ପିତା, ଶିକ୍ଷକ ଏବଂ ସଦଗୁରୁ ଅଟନ୍ତି, ଯିଏକି
ଆମକୁ ପୁନର୍ବାର ସତ୍ତ୍ୱପ୍ରଧାନ ହେବା ପାଇଁ ବହୁତ ଭଲ ଉପାୟ ବତାଉଛନ୍ତି । ଗୀତାରେ ମଧ୍ୟ ରହିଛି,
ଦେହ ସହିତ ଦେହର ସବୁ ଧର୍ମକୁ ଛାଡି ନିଜକୁ ଆତ୍ମା ମନେ କର । ବର୍ତ୍ତମାନ ନିଜ ଘରକୁ ନିଶ୍ଚିତ
ଫେରିବାକୁ ହେବ । ଭକ୍ତିମାର୍ଗରେ ଭଗବାନଙ୍କ ପାଖକୁ ଯିବା ପାଇଁ କେତେ ମେହନତ କରିଥା’ନ୍ତି । ତାହା
ମୁକ୍ତିଧାମ ଅଟେ, ଯେଉଁଠି ସମସ୍ତେ କର୍ମରୁ ମୁକ୍ତ ଥା’ନ୍ତି । ଆମେ ସମସ୍ତେ ସେହି ନିରାକାରୀ
ଦୁନିଆରେ ଯାଇ ରହିବା । ଆତ୍ମାର ପାର୍ଟ ସରିଗଲା ଅର୍ଥାତ୍ ପାର୍ଟରୁ ମୁକ୍ତ ହୋଇଗଲା । ସମସ୍ତେ
ଚାହୁଁଛନ୍ତି ଆମକୁ ମୁକ୍ତି ମିଳୁ । କିନ୍ତୁ ମୋକ୍ଷ ତ କାହାକୁ ମିଳିପାରିବ ନାହିଁ । ଏହି ଡ୍ରାମା
ଅନାଦି ଅବିନାଶୀ ଅଟେ । ଯଦି କେହି କହନ୍ତି ଯେ, ଏହି ଆବାଗମନର ପାର୍ଟ ମୋତେ ପସନ୍ଦ ନୁହେଁ ତେବେ
ଏଥିରେ କେହି କିଛି କରିପାରିବେ ନାହିଁ । ଏହା ଅନାଦି ଡ୍ରାମା ପୂର୍ବପ୍ରସ୍ତୁତ ଅଟେ । ଏଥିରୁ କେହି
ଜଣେ ବି ମୋକ୍ଷକୁ ପ୍ରାପ୍ତ କରିପାରିବେ ନାହିଁ । ଦୁନିଆରେ ଅନେକ ପ୍ରକାରର ମନୁଷ୍ୟ ମତ ରହିଛି ।
ଏହା ହେଲା ଶ୍ରୀମତ, ଶ୍ରେଷ୍ଠ କରିବା ପାଇଁ । ମନୁଷ୍ୟକୁ ଶ୍ରେଷ୍ଠ କୁହାଯିବ ନାହିଁ ।
ଦେବତାମାନଙ୍କୁ ଶ୍ରେଷ୍ଠ କୁହାଯାଏ । ସେମାନଙ୍କ ଆଗରେ ସମସ୍ତେ ନତମସ୍ତକ ହୋଇଥା’ନ୍ତି । ତେବେ
ସେମାନେ ଶ୍ରେଷ୍ଠ ହେଲେ ନା । ଶ୍ରୀକୃଷ୍ଣ ହେଲେ ଦେବତା ଯିଏକି ବୈକୁଣ୍ଠର ରାଜକୁମାର ଅଟନ୍ତି ।
ସିଏ ପୁଣି ଏଠାକୁ କିପରି ଆସିବେ । ନା ସିଏ ଗୀତା ଶୁଣାଇଛନ୍ତି । ଶିବଙ୍କ ପାଖକୁ ଯାଇ କହିଥା’ନ୍ତି
ଆମକୁ ମୁକ୍ତି ଦିଅ । ସିଏ ତ କେବେ ବି ଜୀବନମୁକ୍ତ ବା ଜୀବନ ବନ୍ଧନରେ ଆସନ୍ତି ହିଁ ନାହିଁ
ସେଥିପାଇଁ ତାଙ୍କୁ ଡାକୁଛନ୍ତି ମୁକ୍ତି ଦିଅ । ଜୀବନମୁକ୍ତି ମଧ୍ୟ ସିଏ ଦେଇଥା’ନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଆମେ ସମସ୍ତେ
ଆତ୍ମା ରୂପରେ ଭାଇ-ଭାଇ ଅଟୁ, ଏହି ପାଠକୁ ପକ୍କା କରିବାକୁ ହେବ ଏବଂ କରାଇବାକୁ ମଧ୍ୟ ହେବ ।
ନିଜର ସଂସ୍କାରକୁ ଯୋଗବଳ ଦ୍ୱାରା ସମ୍ପୂର୍ଣ୍ଣ ପବିତ୍ର କରିବାକୁ ହେବ ।
(୨) ୨୪ କ୍ୟାରେଟ ଖାଣ୍ଟି
ସୁନା ଅର୍ଥାତ୍ ସତ୍ତ୍ୱପ୍ରଧାନ ହେବା ପାଇଁ କର୍ମ-ଅକର୍ମ-ବିକର୍ମର ଗୁହ୍ୟ ଗତିକୁ ବୁଦ୍ଧିରେ ରଖି
ଏବେ କୌଣସି ପ୍ରକାରର ବିକର୍ମ କରିବାର ନାହିଁ ।
ବରଦାନ:-
ବିଚଳିତ ହେବାର
ନୃତ୍ୟ କରିବା ଛାଡି ଖୁସିର ନୃତ୍ୟ କରୁଥିବା ମାଷ୍ଟର ନଲେଜଫୁଲ ହୁଅ ।
ଯେଉଁ ପିଲାମାନେ ମାଷ୍ଟର
ନଲେଜଫୁଲ ଅର୍ଥାତ୍ ଜ୍ଞାନବାନ ଅଟନ୍ତି, ସେମାନେ କେବେ ହେଲେ ବିଚଳିତ ହେବାର ନୃତ୍ୟ କରିପାରିବେ
ନାହିଁ । ଗୋଟିଏ ସେକେଣ୍ଡରେ ତଳକୁ ଆସିଯିବା, ଆଉ ଗୋଟିଏ ସେକେଣ୍ଡରେ ଉପରକୁ ଉଠିଯିବା ଏବେ ଏହିଭଳି
ସଂସ୍କାରକୁ ପରିବର୍ତ୍ତନ କର, ତାହା ହେଲେ ବହୁତ ତୀବ୍ରଗତିରେ ଯାଇପାରିବ । କେବଳ ପ୍ରାପ୍ତ
କରିଥିବା କ୍ଷମତାକୁ, ଜ୍ଞାନକୁ, ପରିବାରର ସହଯୋଗକୁ ବ୍ୟବହାର କର, ବାବାଙ୍କର ହାତରେ ହାତ ଦେଇ
ଚାଲୁଥାଅ, ତେବେ ଖୁସିର ନୃତ୍ୟ କରିବାକୁ ଲାଗିବ, ବିଚଳିତ ହେବାର ନୃତ୍ୟ ହୋଇପାରିବ ନାହିଁ ।
କିନ୍ତୁ ଯେତେବେଳେ ମାୟାର ହାତ ଧରିନେଉଛ, ସେତେବେଳେ ସେହିଭଳି ନୃତ୍ୟ ହେଉଛି ।
ସ୍ଲୋଗାନ:-
ଯେଉଁମାନଙ୍କର
ସଂକଳ୍ପ ଏବଂ କର୍ମ ମହାନ ଅଟେ, ସେହିମାନେ ହିଁ ମାଷ୍ଟର ସର୍ବଶକ୍ତିମାନ ଅଟନ୍ତି ।
ଅବ୍ୟକ୍ତ ଈଶାରା:- ଏହି
ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।
ଯଦି ମାଷ୍ଟର
ତ୍ରିକାଳଦର୍ଶୀ ହୋଇ ପ୍ରତ୍ୟେକ କର୍ମ କରିବ, ସଂକଳ୍ପ କରିବ ବା କଥା କହିବ ତେବେ କୌଣସି ବି କର୍ମ
ବ୍ୟର୍ଥ ବା ଅନର୍ଥ ବାଲା ହୋଇପାରିବ ନାହିଁ । ତ୍ରିକାଳଦର୍ଶୀ ଅର୍ଥାତ୍ ସାକ୍ଷୀ ପଣିଆର ସ୍ଥିତିରେ
ସ୍ଥିତ ହୋଇ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା ଯଦି କର୍ମ କରିବ, ତେବେ କର୍ମର ବଶୀଭୂତ ହେବ ନାହିଁ,
ବରଂ କର୍ମଠାରୁ ଏବଂ କର୍ମର ବନ୍ଧନଠାରୁ ମୁକ୍ତ ହୋଇ ନିଜର ଉଚ୍ଚ ସ୍ଥିତିକୁ ପ୍ରାପ୍ତ କରିନେବ ।