24.05.26    Avyakt Bapdada     Odia Murli    28.02.2010     Om Shanti     Madhuban


“ଦେହଭାନର ମୁଁ-ମୁଁର ହୋଲୀ ଜଳାଇ ପରମାତ୍ମ ସଙ୍ଗର ରଙ୍ଗରେ ହୋଲୀ ପାଳନ କର”
 


ଆଜି ହୋଲୀଏଷ୍ଟ ଅର୍ଥାତ୍ ପରମ ପବିତ୍ର ପିତା ନିଜର ହୋଲୀ ଅର୍ଥାତ୍ ପବିତ୍ର ପିଲାମାନଙ୍କ ସହିତ ହୋଲୀ ପର୍ବ ପାଳନ କରିବା ପାଇଁ ଆସିଛନ୍ତି । ଚାରିଆଡର ପିଲାମାନେ ଦୂର ଦୂରାନ୍ତରରୁ ଆସି ବାବାଙ୍କର ସ୍ନେହରେ ବାବାଙ୍କର ହୃଦୟରେ ସମାହିତ ହୋଇଯାଇଛନ୍ତି । ବାପଦାଦା ଚାରିଆଡର ପିଲାମାନଙ୍କର ମସ୍ତକରେ ଭାଗ୍ୟର ତାରକା ଚମକୁଥିବାର ଦେଖୁଛନ୍ତି । ଏତେ ବଡ ଭାଗ୍ୟ ସାରା କଳ୍ପ ଭିତରେ ଆଉ କାହାର ବି ନଥାଏ । କେବଳ ଏହି ସଙ୍ଗମଯୁଗର ପ୍ରାପ୍ତିର ଆଧାରରେ ତୁମେ ପିଲାମାନେ ହିଁ ଏତେ ଶ୍ରେଷ୍ଠ ଏବଂ ପବିତ୍ର ହେଉଛ ଯାହାକି ଭବିଷ୍ୟତରେ ତୁମେମାନେ ଡବଲ ପବିତ୍ର ହେଉଛ । ଆତ୍ମା ମଧ୍ୟ ପବିତ୍ର ଏବଂ ଶରୀର ମଧ୍ୟ ପବିତ୍ର । ସାରା କଳ୍ପ ଭିତରେ ଚକ୍ର ଲଗାଇ ଦେଖ କୌଣସି ଧର୍ମାତ୍ମା ମଧ୍ୟ ଡବଲ ପବିତ୍ର ହୋଇ ନାହାଁନ୍ତି । ତୁମେ ପିଲାମାନେ ଡବଲ ପବିତ୍ର ମଧ୍ୟ ହେଉଛ ଏବଂ ଡବଲ ପବିତ୍ରତାର ଫଳ ସ୍ୱରୂପ ଡବଲ ମୁକୁଟଧାରୀ ମଧ୍ୟ ହେଉଛ ।

ଆଜି ତ ସମସ୍ତେ ହୋଲୀ ପର୍ବ ପାଳନ କରୁଛନ୍ତି କିନ୍ତୁ ତୁମେମାନେ ଏହି ସମୟରେ ଯେଉଁଭଳି ଡବଲ ହୋଲୀ ଅର୍ଥାତ୍ ଡବଲ ପବିତ୍ର ହେଉଛ ତା’ର ସ୍ମାରକୀ ଭାବରେ ଭକ୍ତମାନେ ମଧ୍ୟ ଉତ୍ସବ ରୂପରେ ହୋଲୀ ପର୍ବ ପାଳନ କରୁଛନ୍ତି । ତୁମମାନଙ୍କର ହିଁ ଜୀବନର ପ୍ରତ୍ୟେକ ପଦକ୍ଷେପର ଅର୍ଥାତ୍ କର୍ମର ମହତ୍ୱକୁ ସେମାନେ ଉତ୍ସବ ରୂପରେ ପାଳନ କରୁଛନ୍ତି । ତୁମେମାନେ ଏହି ସଙ୍ଗମଯୁଗରେ ପ୍ରତ୍ୟେକ ଦିନ ପ୍ରତି ପାଦରେ ଉମଙ୍ଗ ଏବଂ ଉତ୍ସାହରେ ରହୁଛ, ତେଣୁ ତୁମମାନଙ୍କର ଏହି ଉମଙ୍ଗ-ଉତ୍ସାହର ସ୍ମାରକୀ ଭାବରେ ସେମାନେ ଉତ୍ସବ ଗୁଡିକ ପାଳନ କରୁଛନ୍ତି । ତେବେ ତୁମମାନଙ୍କ ଭିତରେ ଏତେ ଉମଙ୍ଗ-ଉତ୍ସାହ କାହିଁକି ରହୁଛି? କାହିଁକିନା ତୁମେମାନେ ପରମାତ୍ମାଙ୍କର ସଙ୍ଗର ରଙ୍ଗରେ ହୋଲୀ ପର୍ବ ପାଳନ କରୁଛ । ତେଣୁ ତୁମମାନଙ୍କର ପ୍ରତ୍ୟେକ ପଦକ୍ଷେପକୁ ଅର୍ଥାତ୍ କର୍ମକୁ ସେମାନେ ଉତ୍ସବ ରୂପରେ ପାଳନ କରୁଛନ୍ତି । ଏବେ ତ ହୋଲୀ ପର୍ବରେ ପ୍ରଥମେ ଜଳାଉଛନ୍ତି ତା’ପରେ ପାଳନ କରୁଛନ୍ତି । ତୁମେମାନେ ମଧ୍ୟ ସଙ୍ଗମ ଯୁଗରେ ପ୍ରଥମେ ନିଜର ପୁରୁଣା ସ୍ୱଭାବ ସଂସ୍କାରକୁ ଯୋଗ ଅଗ୍ନିରେ ଜଳାଉଛ କାହିଁକିନା ନିଜର ପୁରୁଣା ସଂସ୍କାରଗୁଡିକ ନ ଜଳାଇବା ପର୍ଯ୍ୟନ୍ତ ପରମାତ୍ମ ସଙ୍ଗର ରଙ୍ଗ ଲାଗିପାରିବ ନାହିଁ, କି ପରମାତ୍ମ ମିଳନ ହୋଇପାରିବ ନାହିଁ । ତେଣୁ ତୁମେମାନେ ଯୋଗଅଗ୍ନି ଦ୍ୱାରା ପ୍ରଥମେ ନିଜର ଖରାପ ସଂସ୍କାରକୁ ଜଳାଇଛ ତା’ପରେ ପରମାତ୍ମ ସଙ୍ଗର ରଙ୍ଗରେ ରଞ୍ଜିତ ହୋଇଛ । ତେଣୁ ଆଜିକାଲି ଜଳାଉଛନ୍ତି ମଧ୍ୟ ଏବଂ ରଙ୍ଗ ମଧ୍ୟ ଲଗାଉଛନ୍ତି । କିନ୍ତୁ ତୁମମାନଙ୍କର ଆଧ୍ୟାତ୍ମିକ ରୂପକୁ ସ୍ଥୂଳ ରୂପ ଦେଇ ଦେଇଛନ୍ତି । ସେମାନେ ସ୍ଥୂଳ ନିଆଁ ଜଳାଉଛନ୍ତି, ସ୍ଥୁଳ ରଙ୍ଗ ଲଗାଉଛନ୍ତି କାହିଁକିନା ବର୍ତ୍ତମାନ ସମସ୍ତେ ଦେହାଭିମାନୀ ମନୋବୃତ୍ତିରେ ଅଛନ୍ତି । ତେବେ ତୁମେମାନେ ହୋଲୀ ଅର୍ଥାତ୍ ପବିତ୍ର ହେଉଛ କିନ୍ତୁ ସେମାନେ ହୋଲୀ ପର୍ବ ପାଳନ କରୁଛନ୍ତି । ସାରା କଳ୍ପ ଭିତରେ କେହି ବି ଏଭଳି ଆଧ୍ୟାତ୍ମିକ ହୋଲୀ ପାଳନ କରି ଡବଲ ହୋଲୀ ହେଉ ନାହାଁନ୍ତି । ତେଣୁ ତୁମେ ସମସ୍ତେ ଯେଉଁମାନେ ବି ଯେଉଁଠାରୁ ବି ଆସିଛ ଏଠାକୁ ପରମାତ୍ମ ସଙ୍ଗର ହୋଲୀ ପାଳନ କରିବା ପାଇଁ ଆସିଛ । ତୁମେମାନେ ହୋଲୀ ଶବ୍ଦର ଅର୍ଥକୁ କହୁଛ ଯାହା ହୋଇଗଲା ବା ବିତିଗଲା ଅର୍ଥାତ୍ ହୋ ଲୀ । ତେଣୁ ଡ୍ରାମା ଅନୁସାରେ ଯାହା ସବୁ ବିତିଯାଇଛି, ତାକୁ କୁହାଯାଉଛି ହୋ ଲୀ ଅର୍ଥାତ୍ ଯାହା ବିତିଗଲା ତାକୁ ଭୁଲିଯାଅ । କୌଣସି ବି ବ୍ୟର୍ଥ କଥା ମନକୁ ଆଣ ନାହିଁ କାରଣ ତାହା ତ ଘଟିସାରିଛି । କ’ଣ ଏହିଭଳି ହୋଲୀ ପାଳନ କରୁଛ ତ? ତୁମେ ସମସ୍ତେ ହୋଲୀ ଅର୍ଥାତ୍ ପବିତ୍ର ହେବାର ପୂର୍ଣ୍ଣ ରୂପରେ ପୁରୁଷାର୍ଥ କରି ପବିତ୍ରତାକୁ ଧାରଣ କରିଛ, ସେଥିପାଇଁ ଭବିଷ୍ୟତରେ ତୁମମାନଙ୍କର ଡବଲ ପବିତ୍ରତାର ସଂକେତ ରୂପରେ ଡବଲ ମୁକୁଟ ଦେଖାଉଛନ୍ତି । ତେଣୁ ଆଜିର ଦିନରେ ତୁମେ ସମସ୍ତେ ଏଠାରେ କ’ଣ ଜଳାଇ କରି ଯିବ? ବାପଦାଦା ଦେଖୁଛନ୍ତି ଯେ ଜନ୍ମଦିନର ମେଳାରେ ବାପଦାଦା ଯେଉଁ ହୋମୱାର୍କ ଦେଇଥିଲେ - କ୍ରୋଧକୁ ଜନ୍ମଦିବସର ଉପହାର ରୂପରେ ଦେଇ ଦିଅ, ତେବେ ତା’ର ଫଳାଫଳ ବାପଦାଦାଙ୍କ ପାଖରେ ଆଜି ଅଳ୍ପ କିଛି ପିଲାଙ୍କର ପହଞ୍ଚିଛି । ବାପଦାଦା ଦେଖିଲେ ଯେ କେଉଁଠି କେଉଁଠି ପିଲାମାନେ ଏଥିପ୍ରତି ଧ୍ୟାନ ମଧ୍ୟ ଦେଇଛନ୍ତି । ତେଣୁ ତୁମେମାନେ ମଧ୍ୟ ନିଜ ନିଜର ଫଳାଫଳକୁ ଚେକ୍ କରିଥିବ, ତେବେ ଯେଉଁମାନେ ବି ଆଜି ଏଠାରେ ବସିଛନ୍ତି ଏବଂ ନିଜର ଫଳାଫଳକୁ ଚେକ୍ କରିଛନ୍ତି ସେମାନଙ୍କ ଭିତରୁ ଯେଉଁମାନେ କ୍ରୋଧକୁ କଣ୍ଟ୍ରୋଲ କରିପାରିଛନ୍ତି ଏବଂ ସଫଳତାର ଅନୁଭବ କରିଛନ୍ତି ସେମାନେ ହାତ ଉଠାଅ, ବିଦେଶୀମାନେ ମଧ୍ୟ ହାତ ଉଠାଅ । (ସମସ୍ତ ଉଠାଇଲେ) ଆଚ୍ଛା, ଅଭିନନ୍ଦନ । ଏହା ଦ୍ୱାରା ତୁମେ ସମସ୍ତେ ନିଜ ଭିତରେ ସାହସ ରଖିଛ ଏବଂ ସାହସର ଫଳ ମଧ୍ୟ ପ୍ରାପ୍ତ ହୋଇ ପାରିବ, ଏହାକୁ ଅନୁଭବ କରିଲ । ତେବେ କ’ଣ ଏହି ଅନୁଭବକୁ ଯଦି ଆଗକୁ ମଧ୍ୟ ଲକ୍ଷ୍ୟ ରଖି ବାରମ୍ବାର ଚେକିଙ୍ଗ୍ କରିବା ସହିତ ଆହୁରି ଆଗକୁ ବଢାଇବାକୁ ଚାହିଁବ ତେବେ କ’ଣ ଏହା ସମ୍ଭବ ହୋଇପାରିବ? କ’ଣ ଭାବୁଛ? ସମ୍ଭବ ହୋଇପାରିବ? ଆଗକୁ ବି ହୋଇପାରିବ? ତା’ହେଲେ ହାତ ଉଠାଅ? ଆଚ୍ଛା, ହୋଇପାରିବ ତ? ଟୀଚରମାନେ କୁହ ହୋଇପାରିବ? ପାଣ୍ଡବମାନେ କୁହ ହୋଇପାରିବ? ଆଚ୍ଛା । ସମ୍ଭବ ହୋଇପାରିବ । ନା, ହେବା ସୁନିଶ୍ଚିତ ଅଟେ । ଆଚ୍ଛା ତାଳି ବଜାଅ । ଆଚ୍ଛା! ଏବେ ତ ଅଧିକ ଦିନ ମଧ୍ୟ ହୋଇନାହିଁ । କିନ୍ତୁ ଏବେ ପ୍ରତି ତିନି ମାସ ପରେ ଆଜିଠାରୁ ତିନି ମାସ ପର୍ଯ୍ୟନ୍ତ ବିଶେଷ ଧ୍ୟାନ ଦେଇ କ୍ରୋଧ ରୂପକ ଟେନ୍‌ସନ୍‌କୁ ସମାପ୍ତ କରିପାରିବ? କରିପାରିବ? ତେବେ ହାତ ଉଠାଅ । ଆଚ୍ଛା!

ଏହା ତ ବହୁତ ଭଲ ଖୁସିର ଖବର, କାହିଁକି ଜାଣିଛ? କ୍ରୋଧର କାରଣ କ’ଣ ହୋଇଥାଏ? କ୍ରୋଧର ବୀଜ କ’ଣ ହୋଇଥାଏ? ତୁମେମାନେ ସର୍ବଦା ନିଜର ଭବିଷ୍ୟତର ସ୍ୱରୂପକୁ ନିଜ ସମ୍ମୁଖରେ ରଖ । ତୁମମାନଙ୍କର ଭବିଷ୍ୟତର ସ୍ୱରୂପ କେତେ ଭଲ ସଜବାଜ ହୋଇଥିବା ହର୍ଷିତ ଚେହେରା! ଏବଂ ବାପଦାଦାଙ୍କୁ ମଧ୍ୟ ଦେଖ, ସେଥିରେ ମଧ୍ୟ ବ୍ରହ୍ମାବାବାଙ୍କୁ ସମ୍ମୁଖକୁ ଆଣ, କାହିଁକି ଜାଣିଛ? ଶିବବାବା ତ ନିରାକାର ହିଁ ଅଟନ୍ତି କିନ୍ତୁ ବ୍ରହ୍ମାବାବା ତ ତୁମମାନଙ୍କ ଭଳି ସାକାର ରୂପଧାରୀ ଅଟେ, ତୁମମାନଙ୍କ ଭଳି ଦାୟିତ୍ୱର ମୁକୁଟ ପିନ୍ଧିଥିଲେ ମଧ୍ୟ ସର୍ବଦା ଖୁସିବାସିଆ ହର୍ଷିତ ଚେହେରା ଦେଖାଯାଉଥିଲା, କାହିଁକିନା ଏହିସବୁ ବିକାର ଗୁଡିକ ଉପରେ ବିଜୟ ପ୍ରାପ୍ତ କରି ଶରୀରରେ ଥାଇ ମଧ୍ୟ, କାର୍ଯ୍ୟ ବ୍ୟବହାର କରୁଥିଲେ ମଧ୍ୟ ତୁମମାନଙ୍କ ଆଗରେ ଦୃଷ୍ଟାନ୍ତ ହୋଇ ରହିଥିଲେ । କ’ଣ ବ୍ରହ୍ମାବାବାଙ୍କ ଠାରୁ ‌ତୁମମାନଙ୍କର ଦାୟିତ୍ୱ ଅଧିକ ଅଛି କି? ବ୍ରହ୍ମାବାବାଙ୍କର ଦାୟିତ୍ୱ ତୁଳନାରେ ତୁମମାନଙ୍କର ଦାୟିତ୍ୱ ତ କିଛି ବି ନୁହେଁ ଏବଂ ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ଦେଖିଲ ଯେ କର୍ମାତୀତ ଭାଇବ୍ରେଶନ ଦ୍ୱାରା ଅବ୍ୟକ୍ତ ଫରିସ୍ତା ହୋଇଗଲେ, ତେଣୁ ଏବେ ବାପଦାଦାଙ୍କୁ ଦେଇଥିବା ଉପହାରକୁ ତ ଫେରାଇ ନେବ ନାହିଁ ନା । ବାପଦାଦା ଜାଣିଛନ୍ତି ଯେ ପିଲାମାନେ ଯେତେବେଳେ କାର୍ଯ୍ୟ ବ୍ୟବହାରରେ ଆସୁଛନ୍ତି ତେବେ କେଉଁଠି କେଉଁଠି ସେହିଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଯାଉଛି । ତେଣୁ କେତେ ଜଣ ତାଙ୍କର ଫଳାଫଳରେ ମଧ୍ୟ ଲେଖିଛନ୍ତି ଯେ ବେଳେ ବେଳେ ପାଟି ବଡ ହୋଇଯାଉଛି, ମାନସୀକ ସ୍ଥିତିରେ ଟିକିଏ ତୀବ୍ରତା ଆସିଯାଉଛି, କିନ୍ତୁ ଯେତେବେଳେ ଏହିଭଳି କଥା ସାମ୍‌ନାକୁ ଆସୁଛି ସେତିକିବେଳେ ତ ବିଜୟୀ ହେବା ପାଇଁ ସୁଯୋଗ ମିଳୁଛି ନା । ତେବେ କଥା ଗୁଡିକ ବା ପରିସ୍ଥିତି ଗୁଡିକର କାମ ହେଲା ଆସିବା କିନ୍ତୁ ତୁମମାନଙ୍କର ଜ୍ଞାନ କହୁଛି ସବୁ କଥାକୁ ଅତିକ୍ରମ କରି ବିଜୟୀ ହେବା । କ’ଣ ପସନ୍ଦ ତ? କ୍ରୋଧକୁ ବିଦାୟ ଦେବ ତ, ସବୁ ଦିନ ପାଇଁ ନା ତିନି ମାସ ପାଇଁ? କେତେ ସମୟ ପାଇଁ ସାହସ ରଖିଛ? ଯେଉଁମାନେ ଭାବିଛନ୍ତି ସବୁ ଦିନ ପାଇଁ କ୍ରୋଧଜିତ୍ ହେବା କଷ୍ଟକର ନୁହେଁ, ନିଶ୍ଚିତ ହେବୁ, ସେମାନେ ହାତ ଉଠାଅ । ହେବୁ ସୁନିଶ୍ଚିତ । ଆଚ୍ଛା! ବାପଦାଦା ଖୁସି ହେଉଛନ୍ତି କାହିଁକି ଜାଣିଛ? ତୁମମାନଙ୍କର ଶେଷ ଜନ୍ମରେ ମଧ୍ୟ ତୁମର ମହିମା କ’ଣ ଗାୟନ କରୁଛନ୍ତି? ତୁମମାନଙ୍କର ଦେବତା ରୂପ ଆଗରେ ତୁମର ମହିମା ସର୍ବଗୁଣ ସମ୍ପନ୍ନ, ସମ୍ପୂର୍ଣ୍ଣ ନିର୍ବିକାରୀ.... ଏହିଭଳି ଗାୟନ କରୁଛନ୍ତି ନା । ତେଣୁ ତୁମମାନଙ୍କର ଏହିଭଳି ହେବାର ସଙ୍ଗମଯୁଗୀ ପାର୍ଟର ହିଁ ଗାୟନ ହେଉଛି । ତେଣୁ ବାପଦାଦାଙ୍କର ଦିଲ୍ ଭିତରେ ଗୋଟିଏ ବିଶେଷ ଆଶା ରହିଛି, ତାହା କ’ଣ ଶୁଣାଇବୁ ତ? ମୁଣ୍ଡ ହଲାଅ, ଶୁଣାଇବୁ ତ? ବାପଦାଦା ଏବେଠାରୁ ପ୍ରତ୍ୟେକ ସନ୍ତାନକୁ ସର୍ବଦା ପ୍ରସ୍ଫୁଟିତ ହୋଇ ରହିଥିବା ଗୋଲାପ ଫୁଲଭଳି ଦେଖିବାକୁ ଚାହୁଁଛନ୍ତି । ସର୍ବଦା ଖୁସିବାସିଆ ଚେହେରା ଏବଂ ସୌଭାଗ୍ୟଶାଳୀ ଜୀବନ । ତେଣୁ ପରିସ୍ଥିତିର କାମ ହେଲା ଆସିବା, ଏକଥା ମଧ୍ୟ ବୁଝିନିଅ । ପରିସ୍ଥିତି ତ ନିଶ୍ଚିତ ଆସିବ କିନ୍ତୁ ଆମର କାମ ହେଲା ଲକ୍ଷ୍ୟକୁ ଲକ୍ଷଣରେ ପରିଣତ କରିବା । ଏଥିରେ ଭୟ କରିବାର କିଛି ନାହିଁ । ଯେପରି ଏବେ କହୁଛନ୍ତି ବ୍ରହ୍ମାକୁମାରୀମାନେ ପବିତ୍ରତାର ବହୁତ ପାଠ ପଢାଉଛନ୍ତି, ସେହିପରି ଏକଥା ମଧ୍ୟ ପ୍ରସିଦ୍ଧ ହୋଇଯାଉ ଯେ ବ୍ରହ୍ମାକୁମାରୀମାନେ କ୍ରୋଧମୁକ୍ତ ମଧ୍ୟ କରୁଛନ୍ତି କାହିଁକିନା କ୍ରୋଧଠାରୁ ମୁକ୍ତ ହେବା ପାଇଁ ସମସ୍ତେ ଚାହୁଁଛନ୍ତି । ଟେନ୍‌ଶନ୍‌ରେ ଆସି ଯାଉଛନ୍ତି ନା! ତେଣୁ ସମସ୍ତେ କ୍ରୋଧଠାରୁ ମୁକ୍ତ ହେବା ପାଇଁ ଚାହୁଁଛନ୍ତି କିନ୍ତୁ ସେମାନଙ୍କୁ ବିଧି ଜଣା ନାହିଁ । ଯେପରି ପବିତ୍ର ହେବା ପାଇଁ ଅସମ୍ଭବ ମନେ କରୁଥିଲେ କିନ୍ତୁ ଏବେ ତୁମ ସମସ୍ତଙ୍କର ଅନୁଭବ ଆଧାରରେ ଜାଣୁଛନ୍ତି ଯେ ସମ୍ଭବ ହୋଇପାରିବ । ସେହିପରି ଏବେ ଏହି ବର୍ଷ କ୍ରୋଧ ମୁକ୍ତ ହେବାର ବାତାବରଣ ସୃଷ୍ଟି କର । କ୍ରୋଧ ଉପରେ ମଧ୍ୟ ବିଜୟ ପ୍ରାପ୍ତ କରିପାରିବ, କୌଣସି କଷ୍ଟକର କଥା ନୁହେଁ । ଏହିଭଳି ଦୃଷ୍ଟାନ୍ତ ହେବା ଭଳି ଅନୁଭବ ଷ୍ଟେଜ ଉପରେ ଶୁଣାଅ । ବାପଦାଦା ଦେଖୁଛନ୍ତି ଯେ ବହୁତ ପିଲା କର୍ମଧନ୍ଦା କରୁଥିଲେ ମଧ୍ୟ କ୍ରୋଧ ଜିତ୍ ହୋଇଛନ୍ତି । ଏହିଭଳି ଦୃଷ୍ଟାନ୍ତ ତୁମର ବ୍ରାହ୍ମଣ ପରିବାର ଭିତରେ ମଧ୍ୟ ଅଛି । ତେଣୁ ଏହି ବର୍ଷ କ’ଣ ସବୁ କରିବ? ହୋଲୀ ପାଳନ କରିବା ପାଇଁ ଆସିଛ ନା! ତେବେ ହୋଲୀ ପର୍ବରେ କ’ଣ କରିଥାଆନ୍ତି? କିଛି ନା କିଛି ଜଳାଇଥାଆନ୍ତି ନା! ତେଣୁ ଆଜିର ହୋଲୀରେ ତୁମୋମନେ କ’ଣ ଜଳାଇବ? କ୍ରୋଧ ପାଇଁ ତ ସଂକଳ୍ପ କରିଦେଲ, ଏହାକୁ ପକ୍କା କରିବ ତ! କିନ୍ତୁ ବାପଦାଦା ଦେଖୁଛନ୍ତି ଯେ ଟେନ୍‌ଶନ୍‌ରେ ଆସିବାର ମୁଖ୍ୟ କାରଣ ହେଲା ଦେହଅଭିମାନର ମୁଁ “ଶବ୍ଦ” । ଦେହଭାନର “ମୁଁ,” ଗୋଟିଏ ହେଲା ମୁଁ ଆତ୍ମା ଅଟେ । ଏହା ମଧ୍ୟ “ମୁଁ” ଅଟେ, କିନ୍ତୁ ଦେହଭାନ୍ ଯୁକ୍ତ ମୁଁ ଶବ୍ଦ ଅଭିମାନ ଯୁକ୍ତ ମଧ୍ୟ ହୋଇଥାଏ, ଅପମାନଯୁକ୍ତ ମଧ୍ୟ ହୋଇଥାଏ ଏବଂ ନିରାଶାଯୁକ୍ତ ମଧ୍ୟ ହୋଇଥାଏ, ଯାହାକି ତଳକୁ ଖସାଇ ଦେଇଥାଏ । ତେଣୁ ଆଜି କ୍ରୋଧଜିତ୍ ହେବାରେ ଆଗକୁ ବଢିବା ପାଇଁ ଦେହ-ଅଭିମାନର ମୁଁ କୁ ଯୋଗ ଅଗ୍ନିରେ ଜଳାଇଦିଅ । ଅନେକ ମୁଁ ମୁଁ କୁ ଜଳାଅ ଏବଂ ଗୋଟିଏ ମୁଁ ଆତ୍ମା ଅଟେ, ଏହି ମୁଁ ଶବ୍ଦକୁ ପକ୍କା କର । ଆସ ସବୁ “ମୁଁ” ଗୁଡିକୁ ଆଜି ଯୋଗ ଅଗ୍ନିରେ ଜଳାଇ କରିଯାଅ । ଅନେକ ଗୁଡିଏ ମୁଁ ଅଛି ନା । ତେଣୁ ଆଜି ଏଗୁଡିକୁ ଜଳାଇବାର ହୋଲୀ ପାଳନ କରିବା! କାହିଁକିନା କ୍ରୋଧର କାରଣ ବହୁତ କ୍ଷେତ୍ରରେ ଟେନ୍‌ଶନ୍ ହିଁ ହୋଇଥାଏ । ତେଣୁ ଏହି “ମୁଁ” କୁ ସମାପ୍ତ କରିବା ପାଇଁ ଆଜି ନିଜ ଭିତରେ ସଂକଳ୍ପ ନିଅ । ଜଳାଇବାକୁ ହିଁ ହେବ କାହିଁକିନା ଏହା ମଧ୍ୟ ବୋଝ ଅଟେ ନା । ତେବେ ଟ୍ରେନ୍‌ରେ ଯାଅ କି ପ୍ଳେନରେ ଯାଆ କିନ୍ତୁ ଏହି ବୋଝକୁ ଏଠାରେ ଜଳାଇକରି ଯାଅ । କ’ଣ ଜଳାଇପାରିବ ତ? ଯେଉଁମାନେ ଭାବୁଛନ୍ତି ପିଲାମାନଙ୍କର ସାହସ ଆଧାରରେ ବାବାଙ୍କର ସାହାଯ୍ୟ ନିଶ୍ଚିତ ମିଳିବ, ତେଣୁ ବିଜୟ ମଧ୍ୟ ଆମ ସାଥୀରେ ଅଛି, ଯେଉଁମାନେ ଏହିଭଳି ଭାବୁଛନ୍ତି ଯେ ମୋତେ ବିଜୟୀ ହେବାକୁ ହିଁ ପଡିବ, ସେମାନେ ହାତ ଉଠାଅ । ହେବାକୁ ହିଁ ପଡିବ, ଆଚ୍ଛା ।

ଆଜି ଯେଉଁ ଭି.ଆଇ.ପି. ମାନେ ଆସିଛନ୍ତି ସେମାନେ ମଧ୍ୟ ହାତ ଉଠାଉଛନ୍ତି । ଯେଉଁ ସବୁ ଭି.ଆଇ.ପି. ମାନେ ଆସିଛନ୍ତି ସେମାନେ ଉଠ, ଛିଡା ହୋଇ ଯାଅ । ହାତ ଉଠାଉଛନ୍ତି । ତାଳି ତ ବଜାଅ । କ’ଣ ବିଜୟୀ ହେବ ତ? ଦେଖ । ଯେଉଁମାନେ ବି ବିଜୟୀ ହେବେ, ସେମାନଙ୍କୁ ଜଣ ଜଣଙ୍କୁ ବାପଦାଦା ମାଳା ପିନ୍ଧାଉଛନ୍ତି ଅଭିନନ୍ଦନ, ଅଭିନନ୍ଦନ । ଆଚ୍ଛା! ଏବେ ଯେଉଁ ସବୁ ଭି.ଆଇ.ପି. ମାନେ ଆସିଛନ୍ତି, ସେମାନେ ସମସ୍ତେ ସାହସବାଲା ଅଟନ୍ତି, ସେଥିପାଇଁ ବାପଦାଦା ବରଦାନ ଦେଉଛନ୍ତି । ଏହି ସମୟରେ ତୁମେ ଯେଉଁମାନେ ବି ଗୋଟିଏ ଜନ୍ମ ପାଇଁ କୌଣସି ବି କାର୍ଯ୍ୟରେ ଭି.ଆଇ.ପି. ହୋଇଛ କିନ୍ତୁ ବାପଦାଦା ତୁମ ଭଳି ସାହସୀ ପିଲାମାନଙ୍କୁ ଏବେ ଆଉ ଭି.ଆଇ.ପି. କହିବେ ନାହିଁ, ବଚ୍ଚେ ବଚ୍ଚେ କହିବେ । ବାପଦାଦା ଏହି ବରଦାନ ଦେଉଛନ୍ତି ଏବଂ ଗ୍ୟାରେଣ୍ଟି ମଧ୍ୟ ଦେଉଛନ୍ତି ଯେ ତୁମେ ସମସ୍ତେ ୨୧ ଜନ୍ମ ପର୍ଯ୍ୟନ୍ତ ଭି.ଆଇ.ପି. ହେବ । ସେଠାରେ ଏହି ସବୁ ଇଲେକ୍‌ଶନ୍ ସିଲେକ୍‌ଶନ୍ ଇତ୍ୟାଦି ଚାଲିବ ନାହିଁ । ତେଣୁ ସମସ୍ତେ କେବଳ ଗୋଟିଏ କଥାକୁ ଛାଡିବ ନାହିଁ, ଯେପରି ଏବେ ସମ୍ବନ୍ଧ-ସମ୍ପର୍କ ହିସାବରେ ଆସିଛି ସେହିପରି ଏହି ବ୍ରାହ୍ମଣ ପରିବାର ସହିତ ସମ୍ପର୍କକୁ କେବେ ବି ଛାଡିବ ନାହିଁ । ଯେତେ ଅଧିକ କନେକଶନ୍ ରଖିବ ସେତିକି ତୁମର ରିଲେଶନ୍ ଅର୍ଥାତ୍ ସମ୍ବନ୍ଧ ଅଧିକ ପକ୍କା ହେବ ଏବଂ ବାବାଙ୍କର ବରଦାନକୁ ନିଶ୍ଚିତ ପ୍ରାପ୍ତ କରିନେବ । କ’ଣ ମଞ୍ଜୁର ଅଟେ ତ? କନେକ୍‌ଶନ୍ ରଖିବା ମଞ୍ଜୁର ଅଟେ ତ? ହାତ ଉଠାଅ । ଆଚ୍ଛା (ବାପଦାଦା ଗୋଟିଏ ଫୁଲର ମାଳା ଉଠାଇ ଆଗକୁ ବଢାଇଲେ) ଏହି ମାଳାକୁ ତୁମେ ସମସ୍ତେ ପିନ୍ଧିବ ।

ତୁମେ ସମସ୍ତେ ନୂଆ ପିଲାମାନେ ବା ପ୍ରକୃତ ସୁନା ପିଲାମାନେ ସର୍ବଦା ବାବାଙ୍କର ଆଜ୍ଞାକାରୀ ଅଟ ନା! ତେଣୁ ଆଜି ଏହି ମୁଁ କୁ ଜଳାଇ କରି ଯାଅ । ଯେଉଁମାନେ ପ୍ରଥମ ଥର ପାଇଁ ଆସିଛ ସେମାନେ ଉଠ । ଆଚ୍ଛା! ବାପଦାଦା ପ୍ରଥମ ଥର ପାଇଁ ଆସିଥିବା ପିଲାମାନଙ୍କୁ ପଦ୍ମ୍‌ଗୁଣା ଅଭିନନ୍ଦନ ଦେଉଛନ୍ତି । କିନ୍ତୁ ଏବେ ଯେପରି ପ୍ରଥମ ଥର ପାଇଁ ଆସିଛ ସେହିପରି ପ୍ରଥମ ନମ୍ବର ଅର୍ଥାତ୍ ପ୍ରଥମ ଶ୍ରେଣୀରେ ଆସ, ପ୍ରଥମ ନମ୍ବର ତ ନିଧାର୍ଯ୍ୟ ଅଟେ କିନ୍ତୁ ଫାଷ୍ଟ ଡିଭିଜନ୍‌ରେ ଆସିପାରିବ, କ’ଣ ସାହସ ଅଛି ତ? ଯାହାଙ୍କ ଭିତରେ ସାହସ ଅଛି ସେମାନେ ହାତ ଉଠାଅ । ଦେଖ, ଭାବିଚିନ୍ତି ହାତ ଉଠାଅ । ଆଚ୍ଛା! ତେବେ ଲକ୍ଷ୍ୟ ରଖ ଯେ ଆମେ ଲାଷ୍ଟରେ ଆସିଛୁ କିନ୍ତୁ ଫାଷ୍ଟ ଅର୍ଥାତ୍ ତୀବ୍ରଗତିରେ ଆଗକୁ ବଢିବୁ କାହିଁକିନା ସମୟ ଉପରେ କୌଣସି ଭରସା ନାହିଁ । ଏବେ ଯାହା କରିବାର ଅଛି ତୀବ୍ର ପୁରୁଷାର୍ଥୀ ହୋଇ କରିନିଅ କାହିଁକିନା ବହୁତ ସମୟର ପୁରୁଷାର୍ଥକୁ ତୁମମାନଙ୍କୁ ଅଳ୍ପ ସମୟ ଭିତରେ ପୂରା କରିବାକୁ ପଡିବ ତେଣୁ ସାହସ ଅଛି ତ? ଅଛି ସାହସ? ହାତ ଉଠାଅ । ଦେଖ ତୁମମାନଙ୍କର ଫଟୋ ଉଠୁଛି । ବାପଦାଦା ଏହିଭଳି ସାହସୀ ପିଲାମାନଙ୍କୁ ଅଭିନନ୍ଦନ ଦେଉଛନ୍ତି ଯେ ତୁମମାନଙ୍କର ସାହସ ଆଧାରରେ ବାବାଙ୍କର ସାହାଯ୍ୟ ନିଶ୍ଚିତ ମିଳିବ । କିନ୍ତୁ ସାହସକୁ କେବେ ବି ଛାଡିବାର ନାହିଁ । ନିଜର ଭାଗ୍ୟର ତାରକାକୁ ସର୍ବଦା ଚମକାଉଥାଉ କାହିଁକିନା ଏହି ଜନ୍ମର ତୀବ୍ର ପୁରୁଷାର୍ଥ, ପୁରୁଷାର୍ଥ ନୁହେଁ, ତୀବ୍ର ପୁରୁଷାର୍ଥ, ଅନେକ ଜନ୍ମର ଭାଗ୍ୟ ତିଆରି କରିବ ସେଥିପାଇଁ ସାହସକୁ କେବେ ବି ଛାଡିବାର ନାହିଁ । କଥା ତ ଅନେକ ପ୍ରକାରର ଆସିବ କିନ୍ତୁ କଥା ମହାବୀର ନୁହେଁ, ତୁମେମାନେ ସର୍ବଶକ୍ତିବାନଙ୍କର ସନ୍ତାନ ଅଟ, ତୁମ ଆଗରେ କୌଣସି କଥା ଅର୍ଥାତ୍ ସମସ୍ୟାଗୁଡିକ କ’ଣ ଅଟେ, ତେଣୁ କଥା ତ ଆସିବ ଏବଂ ଚାଲିଯିବ । ତେଣୁ ଯିଏ ଚାଲିଯିବ ତା’ ପଛରେ ନିଜର ଭାଗ୍ୟକୁ ହରାଅ ନାହିଁ । ଆଚ୍ଛା, ବସି ପଡ । ତେଣୁ ସମସ୍ତଙ୍କୁ ବାପଦାଦା ସ୍ନେହର ସହିତ ଅଭିନନ୍ଦନ ଦେଉଛନ୍ତି, କେଉଁ କଥା ପାଇଁ? ଯେହେତୁ ସାହସ ରଖିଛ, ତେଣୁ ବାପଦାଦା ପ୍ରତ୍ୟେକ ସନ୍ତାନର ସାହାସଯୁକ୍ତ ସଂକଳ୍ପ ପାଇଁ ଖୁସି ଅଛନ୍ତି । ତେଣୁ ଏବେ ହୋଲୀ ପାଳନ କରିଲ ତ । ଜଳାଇବାର ହୋଲୀ ତ ପାଳନ କରିଲ ଏବଂ ପରମାତ୍ମ ସଙ୍ଗର ରଙ୍ଗର ହୋଲୀ ମଧ୍ୟ ପାଳନ କରିଲ । ଜଳାଇଲ ମଧ୍ୟ ଏବଂ ପାଳନ ମଧ୍ୟ କରିଲ । ଏବେ ବାପଦାଦା ସବୁ ପିଲାଙ୍କୁ ଗୋଟିଏ ଡ୍ରିଲ୍ କରାଇବାକୁ ଚାହୁଁଛନ୍ତି କାହିଁକିନା ଚାରିଆଡର ପରିସ୍ଥିତି ଗୁଡିକ, କେଉଁଠି କିପରି କେଉଁଠି କିପରି ପରିସ୍ଥିତି ରହିଛି, ଏହିଭଳି ଚାରିଆଡର ପରିସ୍ଥିତି ଗୁଡିକ ଭିତରେ ତୁମେମାନେ ଗୋଟିଏ ସେକେଣ୍ଡ ଭିତରେ ଏକାଗ୍ର ହୋଇପାରିବ? ଏହିଭଳି ଅଭ୍ୟାସ ନିଜ ଭିତରେ ଅନୁଭବ କରୁଛ ତ? ବା ଧରିନିଅ ଯେଉଁ ସମୟରେ ତୁମ ଭିତରେ କାରଣେ ଅକାରଣେ କୌଣସି ଗୋଟିଏ କଥା ପ୍ରତି ବ୍ୟର୍ଥ ସଂକଳ୍ପର ତୋଫାନ ଆସିଗଲା, ଏହିଭଳି ସମୟରେ ତୁମେ ନିଜର ମନ ବୁଦ୍ଧିକୁ ଏକାଗ୍ର କରିପାରିବ? ଏହିଭଳି ଏକାଗ୍ରତାର ଶକ୍ତିର ଡ୍ରିଲ୍ ସେହିଭଳି ସମୟରେ କରି ଦେଖିଛ? ଯଦି ଏହିଭଳି ସମୟରେ ଗୋଟିଏ ସେକେଣ୍ଡ ଭିତରେ ଏକାଗ୍ରତାର ଶକ୍ତି କାର୍ଯ୍ୟକାରୀ ହୋଇପାରୁ ନାହିଁ ତେବେ ଆଗକୁ ଗଲେ ତ ଏହଭଳି ପରିସ୍ଥିତି ବାରମ୍ବାର ଆସିବ । ତେଣୁ ଆଜି ବାପଦାଦା ଗୋଟିଏ ସେକେଣ୍ଡ ଭିତରେ ଫୁଲଷ୍ଟପ ଅର୍ଥାତ୍ ଏକାଗ୍ରତାର ଅଭ୍ୟାସ ଉପରେ ଧ୍ୟାନ ଆକର୍ଷଣ କରାଇବାକୁ ଚାହୁଁଛନ୍ତି କାହିଁକିନା ପ୍ରକୃତି ତା’ର ଭିନ୍ନ ଭିନ୍ନ ରଙ୍ଗ ଦେଖାଇବା ଆରମ୍ଭ କରିଦେଲାଣି । ଚାରିଆଡେ କ’ଣ କ’ଣ ସବୁ ଘଟିବାରେ ଲାଗଛି ତାହା ତ ତୁମେମାନେ ଅଧିକ ଜାଣିଛ । ତେବେ ଏହିଭଳି ମନ ବୁଦ୍ଧିକୁ ଭଟକାଇବା ଭଳି କଥା ସବୁ ଆସିବ ନିଶ୍ଚିତ, ତେଣୁ ଏବେ ଏହିଭଳି ଅଭ୍ୟାସ କର ଯେ ନିଜର ମନ ବୁଦ୍ଧିକୁ ଗୋଟିଏ ସେକେଣ୍ଡ ଭିତରେ ପରମଧାମରେ ସ୍ଥିତ କରିପାରୁଥିବ । ଏବେ ନିଜକୁ ଫରିସ୍ତା ସ୍ୱରୂପରେ ସ୍ଥିତ କର, ଏବେ ନିଜକୁ ମୁଁ ବ୍ରାହ୍ମଣ ମାଷ୍ଟର ସର୍ବଶକ୍ତିବାନ ସ୍ଥିତିରେ ଅଛି, ଏହିଭଳି ମାଷ୍ଟର ସର୍ବଶକ୍ତିବାନ ସ୍ଥିତିରେ ସ୍ଥିତି ହୋଇଯାଅ । (ବାପଦାଦା ଡ୍ରିଲ୍ କରାଇଲେ) ଏହିଭଳି ଅଭ୍ୟାସ ସାରା ଦିନ ଭିତରେ ଯେତେବେଳେ ବି ସମୟ ମିଳୁଛି, ବାରମ୍ବାର ମନକୁ ଏକାଗ୍ର କରିଦେଖ । ଯାହା ଚାହିଁବ, ଯେଉଁଠି ଚାହିଁବ ସେଠାରେ ମନ ଏକାଗ୍ର ହୋଇଯାଉଥିବ । ପୁରୁଷାର୍ଥ କରିବା ପାଇଁ ଗୋଟିଏ ମିନିଟ୍ ମଧ୍ୟ ନ ଲାଗୁ, ଗୋଟିଏ ସେକେଣ୍ଡରେ ଫୁଲ ଷ୍ଟପ, କାହିଁକିନା ଏହିଭଳି ହଲଚଲ୍ ସମୟର ଏବେ ପ୍ରସ୍ତୁତି ଚାଲିଛି, ସେଥିପାଇଁ ନିଜର ମାଇଣ୍ଡ ଅର୍ଥାତ୍ ମନକୁ କଣ୍ଟ୍ରୋଲ୍ କର - ମନ ମୋର ଅଟେ, ମୁଁ ମନ ନୁହେଁ, ମୋ’ର ମନ, ତେଣୁ ମୋ’ର ଉପରେ ମୁଁର କଣ୍ଟ୍ରୋଲ୍ ଅଛି ତ? ଏହି ଡ୍ରିଲ୍ ବହୁତ ଆବଶ୍ୟକ ଅଟେ ।

ତେବେ ଏଠାକୁ ଆସିଥିବା ପ୍ରତ୍ୟେକ ସନ୍ତାନ ବାପଦାଦାଙ୍କୁ ପ୍ରିୟ ଅଟନ୍ତି, କାହିଁକି ଜାଣିଛ? ଯେପରିବି ହୋଇଥାଅ ନା କାହିଁକି ବାପଦାଦା ପ୍ରତ୍ୟେକ ସନ୍ତାନକୁ କୋଟିକ ଭିତରେ କେହି ଆତ୍ମା ରୂପରେ ଦେଖୁଛନ୍ତି । ଯଦିଓ ପୁରୁଷାର୍ଥ କରିବାରେ ଦୁର୍ବଳ ହୋଇଥାଉ କିନ୍ତୁ ବାବାଙ୍କର ପ୍ରିୟ ହୋଇଯାଇଛି । ଦିଲ୍‌ର ସହିତ କହୁଛି ମେରା ବାବା ସେଥିପାଇଁ ବାବାଙ୍କର ମଧ୍ୟ ଅତି ପ୍ରିୟ ଅଟେ । କେବଳ ବାପଦାଦା ଗୋଟିଏ କଥାକୁ ପୁନର୍ବାର ମନେ ପକାଇ ଦେଉଛନ୍ତି ଯେ ନିଜର ଚେହେରା ସର୍ବଦା ଖୁସିବାସିଆ ଦେଖାଯାଉ ଏବଂ ଖୁସିରେ ସର୍ବଦା ଚମକୁଥାଉ । କଥା ଚାଲିଯାଉ କିନ୍ତୁ ଖୁସି ନଯାଉ । ସଙ୍ଗମଯୁଗରେ ଖୁସି ପରମାତ୍ମାଙ୍କର ଉପହାର ଅଟେ । ତେବେ ହୋଲୀର ଅର୍ଥ ହେଲା ଯଦି ସେଭଳି କୌଣସି କଥା ଆସୁଛି, ତେବେ ଏହି କଥା ମନେ ପକାଇବ ଯେ ମୁଁ ହୋଲୀ ପାଳନ କରି ଆସିଛି, ଯାହା ଘଟିଗଲା ଅର୍ଥାତ୍ ହୋ ଲୀ, କିନ୍ତୁ ଖୁସି ନଯାଉ । ପରମାତ୍ମାଙ୍କର ଉପହାର ବା ସମ୍ପତ୍ତି ହେଲା ଖୁସି ।

ବାପଦାଦା ସବୁବେଳେ କହୁଛନ୍ତି ଯେ ଏହି ସ୍ଳୋଗାନକୁ ସର୍ବଦା ମନେ ରଖିଥାଅ - ଖୁସିରେ ରହିବାକୁ ହେବ ଏବଂ ଖୁସି ବାଣ୍ଟିବାକୁ ହେବ । ଯେତେ ବାଣ୍ଟିବ ସେତେ ବଢିବ ଏବଂ ତୁମର ଖୁସିବାସିଆ ଚେହେରା ଚାଲିବା ବୁଲିବା ସମୟରେ ମଧ୍ୟ ଆପେ ଆପେ ସେବା କରିଚାଲିବ । ଯିଏବି ଦେଖିବ ସେ ଏହି କଥା ଭାବିବ ଯେ ୟାଙ୍କୁ କ’ଣ ମିଳିଛି । ତେବେ ଆଜି ହୋଲୀର ଦିଲ୍ ଖୁସ୍ ମିଠେଇ ହେଲା ଖୁସି । ସମସ୍ତେ ଖାଇଲ ତ? ତେବେ ସବୁବେଳେ ଖାଉଥାଅ । ଏଥିରେ କୌଣସି ବେମାରୀ ହେବ ନାହିଁ । ଆଚ୍ଛା!

ବାପଦାଦା ପୁଣି ଥରେ କହୁଛନ୍ତି ଯେ ସ୍ୱ ପୁରୁଷାର୍ଥ ଉପରେ ଧ୍ୟାନ ଦିଅ, ସ୍ୱପୁରୁଷାର୍ଥ ଦ୍ୱାରା ସ୍ୱଉନ୍ନତି ଏବଂ ସେବାର ଉନ୍ନତି ଉଭୟ ଆଡକୁ ଧ୍ୟାନ ଦେଇଚାଲ, ନିଜେ ଆଗକୁ ବଢିଚାଲ ଏବଂ ସବୁବେଳେ ଉଡୁଥାଅ, ଉଡାଉ ଥାଅ, ଆଚ୍ଛା!

ଚାରିଆଡର ବାପଦାଦାଙ୍କର ସ୍ନେହରେ ସମାହିତ ହୋଇଥିବା ଯୋଗରେ ତଥା ସେବାରେ ଆଗକୁ ଆଗକୁ ବଢିଚାଲିଥିବା ଏବଂ ଅନ୍ୟମାନଙ୍କୁ ବଢାଇ ଚାଲୁଥିବା, ଅମୃତବେଳାକୁ ସବୁଠାରୁ ଭଲ କରୁଥିବା ଏବଂ ମାନସୀକ ସେବା ଦ୍ୱାରା ଦୟାଶୀଳ, କୃପାଳୁ ହୋଇ ଆତ୍ମାମାନଙ୍କୁ କିଛି ନା କିଛି ଆଞ୍ଜୁଳୀ ଦେଉଥିବା ପିଲାମାନେ ନିଜର ଏହି ବିଧିକୁ ଆଗକୁ ବଢାଇଚାଲ । ବାପଦାଦା ଦେଖୁଛନ୍ତି ଯେ ପ୍ରତ୍ୟେକ ସନ୍ତାନ ଉମଙ୍ଗ-ଉତ୍ସାହରେ ତ ରହୁଛ କିନ୍ତୁ ଏବେ ସେଥିରେ ଆଉ କ’ଣ ଯୋଡିବ? ସର୍ବଦା ଶବ୍ଦକୁ ଯୋଡିଦିଅ । କେବେ କେବେ ଶବ୍ଦକୁ ଡିକ୍ସିନାରୀରୁ ବାହାର କରିଦିଅ । ତେବେ ଚାରିଆଡର ପିଲାମାନେ ହୋଲୀ ମଧ୍ୟ ପାଳନ କରିଲେ, ଜଳାଇଲେ ମଧ୍ୟ ଏବଂ ସଙ୍ଗର ରଙ୍ଗ ମଧ୍ୟ ଲଗାଇଲେ, ବିତିଯାଇଥିବା କଥାକୁ ଭୁଲିଯିବାର ହୋଲୀ ମଧ୍ୟ ପାଳନ କରିଲେ, ସେଥିପାଇଁ ବାପଦାଦା ଚାରିଆଡର ପିଲାମାନଙ୍କୁ ହୃଦୟର ସମ୍ମୁଖରେ ଦେଖିବା ସହିତ ପଦ୍ମାପଦ୍ମଗୁଣା ସ୍ନେହ ସମ୍ପନ୍ନ ଶୁଭେଚ୍ଛା ମଧ୍ୟ ଦେଉଛନ୍ତି । ସବୁ ପିଲାମାନଙ୍କୁ ସମସ୍ତେ ।

ବରଦାନ:-
ସର୍ବଦା ଆଜ୍ଞା ରୂପକ ତିଳକକୁ ଧାରଣ କରି ପ୍ରଥମ ସ୍ଥାନର ପୁରସ୍କାର ପ୍ରାପ୍ତ କରୁଥିବା ଆଜ୍ଞାକାରୀ ଭବ ।

ଯେଉଁ ପିଲାମାନଙ୍କର ମସ୍ତକରେ ଆଜ୍ଞାକାରୀତାର ତିଳକ ଲାଗି ରହିଛି, ଗୋଟିଏ ସଂକଳ୍ପ ମଧ୍ୟ ଆଜ୍ଞା ନ ଥାଇ କରନ୍ତି ନାହିଁ ସେମାନଙ୍କୁ ଫାଷ୍ଟ ପ୍ରାଇଜ୍ ପ୍ରାପ୍ତ ହୋଇଥାଏ । ଯେପରି ସୀତାକୁ ରେଖା ମଧ୍ୟରେ ରହିବାର ଆଜ୍ଞା ମିଳିଥିଲା, ସେହିପରି ପ୍ରତ୍ୟେକ ପାଦ ଉଠାଇବା ସମୟରେ ବା ପ୍ରତ୍ୟେକ ସଂକଳ୍ପ କରିବା ସମୟରେ ବାବାଙ୍କର ଆଜ୍ଞାର ସୀମା ରେଖା ଭିତରେ ରୁହ ଯାହାଦ୍ୱାରା ସର୍ବଦା ସୁରକ୍ଷିତ ରହିବ । କୌଣସି ପ୍ରକାରର ରାବଣର ସଂସ୍କାର ଆକ୍ରମଣ କରିପାରିବ ନାହିଁ ଏବଂ ସମୟ ମଧ୍ୟ ବ୍ୟର୍ଥରେ ଯିବ ନାହିଁ ।

ସ୍ଲୋଗାନ:-
କାହା ପ୍ରତି ବି ଯଦି ମୋହ ରହିଥିବ ତେବେ ସେହି ମୋହ ତୁମର ପୁରୁଷାର୍ଥରେ ଅବହେଳା ପଣିଆ ନିଶ୍ଚିତ ଆଣିବ ।

ଅବ୍ୟକ୍ତ ଈଶାରା:- ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର । ସର୍ବଦା ଜଣଙ୍କର ସ୍ମୃତିରେ ରହି ନିଜର ଏକରସ ସ୍ଥିତି ନିର୍ମାଣ କର ତାହା ହେଲେ ୧-୧-୧ରେ ଆସିଯିବ । ବାହାରେ ରହୁଥିଲେ ମଧ୍ୟ ଏହି ପାଠକୁ ପକ୍କା କର ଯେ - “ସୀ ଫାଦର, ଫଲୋ ଫାଦର”, ଯାହାଦ୍ୱାରା କେବେ ବି କୌଣସି ପରିସ୍ଥିତିରେ ଟଳମଳ ହେବ ନାହିଁ, ବ୍ରହ୍ମାବାବାଙ୍କ ସାମନାକୁ ଯେତେ ବି ପରିସ୍ଥିତି ଆସିଥିଲା କିନ୍ତୁ ସେ କୌଣସି ପରିସ୍ଥିତିକୁ ନ ଦେଖି ଏକମାତ୍ର ବାବାଙ୍କୁ ହିଁ ଦେଖିଥିଲେ, ସେଥିପାଇଁ ନମ୍ବରୱାନ ହୋଇଗଲେ । ତେଣୁ ନିଜର ପିତାଙ୍କୁ ଅନୁକରଣ କର ।