24.06.24 Morning Odia Murli Om Shanti BapDada Madhuban
ପବିତ୍ରତା ରୂପକ ଗୁଣକୁ
ଧାରଣ କରି ନିର୍ଦ୍ଦେଶକଙ୍କର ନିର୍ଦ୍ଦେଶ ଅନୁସାରେ ଚାଲୁଥାଅ ତେବେ ଦୈବୀ ରାଜଧାନୀରେ ଆସିଯିବ ।
(ପ୍ରାତଃ କ୍ଳାସରେ
ଶୁଣାଇବା ପାଇଁ ଜଗଦମ୍ବା ମା’ଙ୍କର ମଧୁର ମହାବାକ୍ୟ)
ଓମ୍ ଶାନ୍ତି ।
ଏହି ଦୁନିଆକୁ
ନାଟକ ମଧ୍ୟ କୁହାଯିବ । ଡ୍ରାମା କୁହନ୍ତୁ, ନାଟକ କୁହନ୍ତୁ ବା ଖେଳ କୁହନ୍ତୁ, ଏକା କଥା । ତେବେ
ସବୁ ନାଟକରେ କେବଳ ଗୋଟିଏ ହିଁ କାହାଣୀ ଥାଏ । କିନ୍ତୁ ସେଥିରେ ବହୁତ ଛୋଟ ଛୋଟ ଅନ୍ୟାନ୍ୟ
ପ୍ରସଙ୍ଗ ସବୁ ଥାଏ । ହେଲେ ମୁଖ୍ୟ କାହାଣୀ ଗୋଟିଏ ହିଁ ଥାଏ । ସେହିଭଳି ଏହା ମଧ୍ୟ ଅବିନାଶୀ ବିଶ୍ୱ
ନାଟକ ଅଟେ । ଏହାକୁ ବିଶ୍ୱ ନାଟକ କୁହାଯିବ, ଯେହେତୁ ଆମେ ସମସ୍ତେ ଅଭିନେତା, ତେଣୁ ଆମକୁ ନାଟକ
ସମ୍ବନ୍ଧରେ ସବୁ କିଛି ଜଣାଥିବା ଦରକାର ଯେ - କାହାଣୀ କିପରି ଆରମ୍ଭ ହେଉଛି, ଆମମାନଙ୍କର ଅଭିନୟ
କେବେଠାରୁ ଆରମ୍ଭ ହେଉଛି ଏବଂ ସମ୍ପୂର୍ଣ୍ଣ କେବେ ହେବ । ଏହି ନାଟକରେ କେଉଁ ସମୟରେ କେଉଁ କେଉଁ
ଅଭିନେତାମାନଙ୍କୁ କିଭଳି ଅଭିନୟ ମିଳିଛି ଏବଂ ଏହାର ନିର୍ଦ୍ଦେଶକ ଏବଂ ରଚୟିତା କିଏ? ତଥା ଏହି
ନାଟକରେ ହୀରେ-ହୀରୋଇନ୍ର ଅଭିନୟ କାହାକୁ ମିଳିଛି - ଏହି ସବୁ କଥାର ଜ୍ଞାନ ରହିବା ଦରକାର । ତେବେ
କେବଳ ନାଟକ ବୋଲି କହିଲେ ତ କାମ ଚଳିବ ନାହିଁ । ଯଦି ଏହା ଏକ ନାଟକ ତେବେ ଆମେ ସମସ୍ତେ ଏହି
ନାଟକର ଅଭିନେତା ଏବଂ ଅଭିନେତ୍ରୀ ଅଟୁ । ଯଦି ଡ୍ରାମାର କୌଣସି ଅଭିନେତାକୁ ପଚରାଯିବ, ଯେ ଏହି
ନାଟକର କାହାଣୀ କ’ଣ? ଏହା କେଉଁଠାରୁ ଆରମ୍ଭ ହେଉଛି ଏବଂ କେଉଁଠି ଶେଷ ହେଉଛି? ତେବେ କହିବେ ଯେ
ମୁଁ ସେ ସମ୍ବନ୍ଧରେ କିଛି ବି ଜାଣି ନାହିଁ ତାହା ହେଲେ ତାଙ୍କୁ କ’ଣ କୁହାଯିବ? ତେବେ ଯାହାକୁ
ଏତିକି ମଧ୍ୟ ଜଣା ନାହିଁ କିନ୍ତୁ ସେ ନିଜକୁ ଅଭିନେତା ବୋଲି କହୁଛି । ଅଭିନେତାକୁ ତ ସବୁ କଥା
ଜଣାଥିବା ଦରକାର ନା! ନାଟକ ଆରମ୍ଭ ହୋଇଛି ଅର୍ଥାତ୍ ତା’ର ସମାପ୍ତି ମଧ୍ୟ ନିଶ୍ଚିତ ହେବ । ଏଭଳି
ନୁହେଁ ଯେ ଯଦି ଆରମ୍ଭ ହୋଇଛି ତେବେ ସବୁଦିନ ପାଇଁ ଚାଲୁଥିବ । ତେଣୁ ଏହି ସବୁ କଥାକୁ ବୁଝିବାକୁ
ହେବ ଯେ ଏହି ଅବିନାଶୀ ନାଟକର ରଚୟିତା ହିଁ ଜାଣିଛନ୍ତି ଯେ, ଏହି ନାଟକ କିପରି ଆରମ୍ଭ ହୋଇଛି,
ଏଥିରେ ମୁଖ୍ୟ ଅଭିନେତା କିଏ ଅଟନ୍ତି ଏବଂ ସେମାନଙ୍କ ମଧ୍ୟରୁ ହୀରୋ-ହୀରୋଇନ୍ର ଅଭିନୟ କାହାର?
ଏହି ସବୁ କଥାକୁ ବାବା ଆସି ବୁଝାଉଛନ୍ତି ।
ଯେଉଁମାନେ ପ୍ରତିଦିନ
କ୍ଲାସ୍କୁ ଆସୁଛନ୍ତି, ସେମାନେ ଏହି ଜ୍ଞାନକୁ ଶୁଣୁଛନ୍ତି ଏବଂ ବୁଝି ମଧ୍ୟ ପାରୁଛନ୍ତି, ତେଣୁ
ସେମାନେ ଜାଣିଛନ୍ତି ଯେ ଏହି ନାଟକର ଆଉ ନିର୍ଦ୍ଦେଶକ ଏବଂ ରଚୟିତା କିଏ? ତେବେ ପରମପିତା
ପରମାତ୍ମାଙ୍କୁ ହିଁ ରଚୟିତା କୁହାଯିବ ଏବଂ ସିଏ ମୁଖ୍ୟ ଅଭିନେତା ମଧ୍ୟ ଅଟନ୍ତି ତେବେ ତାଙ୍କର
ଅଭିନୟ କ’ଣ? ସେ ନାଟକର ନିର୍ଦ୍ଦେଶକ ଅଟନ୍ତି । ସିଏ କଳ୍ପରେ ଥରେ ମାତ୍ର ଆସି ଅଭିନୟ କରିଥା’ନ୍ତି
ଏବଂ ବର୍ତ୍ତମାନ ନିର୍ଦ୍ଦେଶକ ରୂପରେ ଅଭିନୟ କରୁଛନ୍ତି । ସିଏ କହୁଛନ୍ତି ଏହି ନାଟକର ଆରମ୍ଭ ମୁଁ
କରୁଛି, କିନ୍ତୁ କିପରି କରୁଛି? ପବିତ୍ର ସତ୍ୟଯୁଗୀ ଦୁନିଆ ଯାହାକୁ ନୂଆ ଦୁନିଆ କୁହାଯାଉଛି, ସେହି
ନୂଆ ଦୁନିଆର ରଚନା ମୁଁ କରୁଛି । ଏବେ ଯେଉଁମାନେ ନିର୍ଦ୍ଦେଶକଙ୍କର ନିର୍ଦ୍ଦେଶ ଅନୁସାରେ
ପବିତ୍ରତାକୁ ଧାରଣ କରୁଛନ୍ତି ସେମାନେ ସମସ୍ତେ ପବିତ୍ର ହୋଇଯାଉଛନ୍ତି ଯାହାଙ୍କ ଦ୍ୱାରା ଅନେକ
ଜନ୍ମର ଚକ୍ର ଚାଲିବ । ବାବା ବୁଝାଉଛନ୍ତି - ଏବେ ଯେଉଁମାନେ ପବିତ୍ର ହେବେ ସେମାନେ ପରବର୍ତ୍ତୀ
ଜନ୍ମରେ ଦୈବୀ ରାଜଧାନୀରେ ଆସିବେ । ସେହି ରାଜ୍ୟ ସୂର୍ଯ୍ୟବଂଶୀ ଓ ଚନ୍ଦ୍ରବଂଶୀ ଅଭିନେତାମାନଙ୍କର
ଦ୍ୱାରା ଦୁଇଯୁଗ ପର୍ଯ୍ୟନ୍ତ ଚାଲିଥାଏ ଏବଂ ସେମାନଙ୍କର ଅଭିନୟ ଶେଷ ହେବା ପରେ ସେମାନେ ଟିକିଏ
ତଳକୁ ଖସୁଛନ୍ତି ଅର୍ଥାତ୍ ବାମମାର୍ଗକୁ ଯାଉଛନ୍ତି, ତା’ପରେ ପୁଣି ଅନ୍ୟ ଧର୍ମର ସମୟ ଆସୁଛି ।
ଇବ୍ରାହିମ୍, ବୁଦ୍ଧ ଏବଂ ଯୀଶୁଖ୍ରୀଷ୍ଟ ପ୍ରଭୃତି ସବୁ ଧର୍ମସ୍ଥାପକମାନେ କ୍ରମାନୁସାରେ ଆସୁଛନ୍ତି
ଏବଂ ନିଜ ନିଜର ଧର୍ମ ସ୍ଥାପନ କରୁଛନ୍ତି ।
ତେବେ ଦେଖ ନାଟକର କାହାଣୀ
କେଉଁଠାରୁ ଆରମ୍ଭ ହୋଇ କେଉଁଠି ଶେଷ ହେଉଛି । କିନ୍ତୁ ମଝିରେ ଅନ୍ୟାନ୍ୟ ପ୍ରସଙ୍ଗ ଗୁଡିକ ମଧ୍ୟ
କିପରି ଚାଲୁଛି ଅର୍ଥାତ୍ ଅନ୍ୟ ଧର୍ମସ୍ଥାପକମାନେ କିପରି ଆସୁଛନ୍ତି, ଯାହାର ସବୁ ବୃତ୍ତାନ୍ତ ବାବା
ବୁଝାଉଛନ୍ତି । ଏବେ ଏହି ନାଟକ ପୁରା ହେବାକୁ ଯାଉଛି । ଦୁନିଆର ବିନାଶୀ ନାଟକ ଗୁଡିକ ତ ତିନି
ଘଣ୍ଟାରେ ଶେଷ ହୋଇଯାଉଛି କିନ୍ତୁ ଏହି ନାଟକ ଶେଷ ହେବା ପାଇଁ ୫ ହଜାର ବର୍ଷ ଲାଗୁଛି । ତେବେ ଏହା
ଶେଷ ହେବା ପାଇଁ ଏବେ ଆଉ ଅଳ୍ପ ବର୍ଷ ବାକି ଅଛି, ଯାହାର ପ୍ରସ୍ତୁତି ଚାଲିଛି । ତେବେ ଏହି ନାଟକ
ଏବେ ପୁରା ହୋଇ ପୁଣି ପୁନରାବୃତ୍ତି ହେବ, ତେଣୁ ନାଟକର ସବୁ ବୃତ୍ତାନ୍ତ ବୁଦ୍ଧିରେ ରହିବା
ଆବଶ୍ୟକ ଏବଂ ଏହାକୁ ହିଁ ଜ୍ଞାନ କୁହାଯାଉଛି । ଦେଖ ବାବା ଆସି ନୂଆ ଭାରତ ବା ନୂଆ ଦୁନିଆର
ସ୍ଥାପନା କରୁଛନ୍ତି । ଭାରତ ଯେତେବେଳେ ନୂଆ ଥିଲା, ସେତେବେଳେ ଦୁନିଆ ଏତେ ବଡ ନ ଥିଲା । ଏବେ
ଭାରତ ପୁରୁଣା ହୋଇଯାଇଛି ତେଣୁ ଦୁନିଆ ମଧ୍ୟ ପୁରୁଣା ହୋଇଯାଇଛି । ଏବେ ବାବା ଆସି ଭାରତ ଯାହାକି
ଅବିନାଶୀ ଭୂଖଣ୍ଡ ଥିଲା, ପ୍ରାଚୀନ ଦେଶ ଥିଲା, ତେବେ ଏହାକୁ ଦେଶ କୁହାଯାଉଛି କାରଣ ଅନ୍ୟ
ଦେଶମାନଙ୍କ ଭଳି ଏହା ମଧ୍ୟ ଏକ ଛୋଟିଆ ସ୍ଥାନ ହୋଇଯାଇଛି । କିନ୍ତୁ ବାସ୍ତବରେ ସାରା ପୃଥିବୀରେ
ସେତେବେଳେ କେବଳ ଭାରତ ହିଁ ଥିଲା, ଯାହାକୁ ପ୍ରାଚୀନ ଭାରତ କୁହାଯାଉଛି । ଯାହାର ଗାୟନ ସୁନାର
ଚଢେଇ ରୂପରେ ରହିଛି । ସାରା ପୃଥିବୀରେ କେବଳ ଭାରତ ହିଁ ରାଜ୍ୟ ଥିଲା । ସେତେବେଳେ ଏକ ରାଜ୍ୟ ଏକ
ଧର୍ମ ଥିଲା ଏବଂ ସମ୍ପୂର୍ଣ୍ଣ ସୁଖ-ଶାନ୍ତି ଥିଲା ଯାହାକି ଏବେ ନାହିଁ । ସେଥିପାଇଁ ବାବା
କହୁଛନ୍ତି - ଏବେ ଏହାର ବିନାଶ ହେବ ଏବଂ ପୁନର୍ବାର ଏକ ରାଜ୍ୟ ଏକ ଧର୍ମର ସ୍ଥାପନା ହେବ । ସେହି
ପ୍ରାଚୀନ ଏବଂ ନୂଆ ଭାରତ, ନୂଆ ଦୁନିଆର ରଚନା ମୁଁ କରୁଛି । ବୁଝିଲ! ଯେଉଁ ଦୁନିଆରେ କୌଣସି ଦୁଃଖ
ରହିବ ନାହିଁ, କୌଣସି ରୋଗ ଆଦି ହେବ ନାହିଁ ଏବଂ ଅକାଳମୃତ୍ୟୁ ମଧ୍ୟ ହେବ ନାହିଁ ତେବେ ଏହିଭଳି
ଜୀବନ ପାଇବା ପାଇଁ ହେଲେ ତୁମମାନଙ୍କୁ ପୁରୁଷାର୍ଥ କରିବାକୁ ହେବ । ବିନା ପରିଶ୍ରମରେ କ’ଣ
ମିଳିଯିବ କି! କିଛି ତ ମେହନତ କରିବାକୁ ହେବ ନା । ବୀଜ ବୁଣିଲେ ତ ପାଇବ ନା । ଯଦି ବୀଜ ବୁଣିବ
ନାହିଁ ତେବେ ପାଇବ କିପରି? ଏହି କର୍ମକ୍ଷେତ୍ରରେ ତ କର୍ମର ବୀଜ ବୁଣିବାକୁ ହିଁ ହେବ । ଯେଉଁମାନେ
ଯେତିକି ବୀଜ ବୁଣିବେ ସେମାନେ ସେତିକି ପାଇବେ ତେବେ ବାବା କର୍ମର ବୀଜ ବୁଣିବା ଶିଖାଉଛନ୍ତି ।
ଯେପରି ଚାଷ କରିବା ଶିଖାଇଥାଆନ୍ତି ନା, ମଞ୍ଜି କିପରି ବୁଣାଯିବ । କିପରି ତା’ର ଯତ୍ନ ନେବ ।
ତା’ର ମଧ୍ୟ ଟ୍ରେନିଂ ଦେଉଛନ୍ତି । ସେହିପରି ବାବା ମଧ୍ୟ ଆମମାନଙ୍କୁ ଏବେ କର୍ମର ଚାଷ କରିବା ପାଇଁ
କର୍ମରୂପୀ ବୀଜ କିପରି ବୁଣିବା ତା’ର ଟ୍ରେନିଂ ଦେଉଛନ୍ତି । ନିଜର କର୍ମକୁ ବହୁତ ଶ୍ରେଷ୍ଠ କର ।
ଭଲ ବୀଜ ବୁଣ ତେବେ ବହୁତ ଭଲ ଫଳ ମିଳିବ । ଯେତେବେଳେ କର୍ମ ଭଲ ହେବ ତା’ର ଫଳ ମଧ୍ୟ ଭଲ ମିଳିବ ।
ଯଦି କର୍ମ ରୂପୀ ବୀଜରେ ଶକ୍ତି ନ ଥିବ, ଖରାପ କର୍ମର ବୀଜ ବୁଣିଥିବ ତେବେ ଫଳ କ’ଣ ମିଳିବ? ତେଣୁ
ତୁମେମାନେ ନିଜର କର୍ମର ଫଳ ଖାଉଛ ଏବଂ କାନ୍ଦୁଛ, କାରଣ ସେଥିରେ ଦୁଃଖ, ଅଶାନ୍ତି ଭରି ରହିଛି ।
ସର୍ବଦା କିଛି ନା କିଛି ରୋଗ ବ୍ୟାଧି ଲାଗି ରହିଛି । ଏହି ସବୁ କଥାଗୁଡିକ ମନୁଷ୍ୟମାନଙ୍କୁ ଦୁଃଖୀ
କରୁଛି । ସେଥିପାଇଁ ବାବା କହୁଛନ୍ତି - ଏବେ ମୁଁ ତୁମମାନଙ୍କର କର୍ମକୁ ଶ୍ରେଷ୍ଠ କରୁଛି । ଯଦି
ବୀଜ ଉଚ୍ଚ କୋଟୀର ହୋଇଥିବ ତେବେ ତାକୁ ପୋତିଲେ ସେଥିରୁ ଉତ୍ତମ ଫଳ ମିଳିବ । ଯଦି ବୀଜ ହିଁ ଖରାପ
ହୋଇଥିବ ତେବେ ଭଲ ଫଳ ତ ମିଳିପାରିବ ନାହିଁ । ତେଣୁ ଆମମାନଙ୍କର କର୍ମର ମାନ ଅତି ଉଚ୍ଚ ହେବା
ଦରକାର । ସେଥିପାଇଁ ବାବା ଆମର କର୍ମର ବୀଜକୁ ଉଚ୍ଚ ମାନର କରୁଛନ୍ତି । ଯଦି ବୀଜ ଉଚ୍ଚ ମାନର
ହୋଇଥିବ ତେବେ ତାକୁ ପୋତିଲେ ବହୁତ ଭଲ ଫଳ ମିଳିବ । ତେଣୁ ଆମର କର୍ମ ମଧ୍ୟ ବହୁତ ଭଲ ହେବା ଦରକାର
ନା । ତେଣୁ ବାବା ଆମର କର୍ମ ରୂପୀ ବୀଜକୁ ବହୁତ ଉଚ୍ଚ କୋଟିର କରାଉଛନ୍ତି । ତେଣୁ ଯଦି ଶ୍ରେଷ୍ଠ
ମାନର ବୀଜ ପୋତିବ ତେବେ ଶ୍ରେଷ୍ଠ ଫଳ ମିଳିବ । ତେଣୁ ନିଜର କର୍ମରୂପୀ ବୀଜକୁ ଶ୍ରେଷ୍ଠ କର ଏବଂ
ଭଲ ଭାବରେ ପୋତିବା ଶିଖ । ଏହି ସବୁ କଥାକୁ ବୁଝି ପୁରୁଷାର୍ଥ କର ।
ଆଚ୍ଛା - ଏବେ ତୁମେମାନେ
ଦୁଇ ମିନିଟ୍ ପାଇଁ ଶାନ୍ତିର ଅନୁଭବ କର । ଶାନ୍ତିର ଅର୍ଥ ହେଲା ମୁଁ ଆତ୍ମା ଶାନ୍ତ ସ୍ୱରୂପ ।
ପ୍ରଥମେ ଆମେ ସମସ୍ତେ ଶାନ୍ତିଧାମରେ ବହୁତ ଶାନ୍ତିରେ ଥିଲେ ଅର୍ଥାତ୍ ନୀରବ ରହୁଥିଲେ । ତାପରେ
ସାକାର ଦୁନିଆକୁ ଆସି ବାଣୀର ବ୍ୟବହାର କରିଲେ । ଏବେ ବାବା କହୁଛନ୍ତି - ଏହି ଦେହ ଏବଂ ଦେହର
ସମ୍ବନ୍ଧର ଆସକ୍ତିକୁ ତ୍ୟାଗ କର । ସେଥିରୁ ଅନାସକ୍ତ ହୋଇଯାଅ । ହେ ପରମାତ୍ମ ସନ୍ତାନମାନେ ମୋତେ
ମନେ ପକାଅ ଏବଂ ମୋ’ର ଧାମକୁ ଚାଲିଆସ । । ଏବେ ଘରକୁ ଯିବା ପାଇଁ ପ୍ରସ୍ତୁତ ହୁଅ, ଆସିବା କଥା
ଚିନ୍ତା କର ନାହିଁ କାରଣ ତୁମର ଅନ୍ତିମ ସ୍ଥିତି ଅନୁସାରେ ତୁମର ଗତି ନିଧାର୍ଯ୍ୟ ହେବ । ତେଣୁ ଏବେ
କାହା ସହିତ ମୋହ ରଖ ନାହିଁ । ନିଜର ଶରୀର ପ୍ରତି ମଧ୍ୟ ମମତା ରଖ ନାହିଁ । ଜୀବନରେ ଏବେ ନିଜର
ଧାରଣାକୁ ଏହିଭଳି ରଖିବାକୁ ହେବ । ଆଚ୍ଛା ଏବେ ଶାନ୍ତିରେ ବସ । ଚାଲିବା ବୁଲିବା ସମୟରେ ମଧ୍ୟ
ଶାନ୍ତିରେ ରହିବାର ଅଭ୍ୟାସ କର । କଥାବାର୍ତ୍ତା କରିବା ସମୟରେ ମଧ୍ୟ ଶାନ୍ତି । କଥାବାର୍ତ୍ତା
କରିବା ସମୟରେ କିପରି ଶାନ୍ତିରେ ରହିବାକୁ ହୁଏ ଜାଣିଛ? କଥାବାର୍ତ୍ତା କରିବା ସମୟରେ ମଧ୍ୟ ଆମର
ବୁଦ୍ଧିରେ ରହୁ ଯେ - ମୁଁ ଏକ ଆତ୍ମା, ପରମ ପବିତ୍ର ଆତ୍ମା, ଶାନ୍ତ ସ୍ୱରୂପ ଆତ୍ମା ଏକଥା ମନେ
ରଖିବା ଦରକାର । କଥାବାର୍ତ୍ତା କରିବା ସମୟରେ ମଧ୍ୟ ଏହି ଜ୍ଞାନ ବୁଦ୍ଧିରେ ରହିବା ଦରକାର ଯେ -
ମୁଁ ଆତ୍ମା ଏହି କର୍ମଇନ୍ଦ୍ରିୟ ଦ୍ୱାରା କଥା କହୁଛି, ଏହି ଆଖିର ଆଧାର ନେଇ ଦେଖୁଛି । ତେଣୁ
ଯେତେବେଳେ ଯାହାର ଆବଶ୍ୟକତା ଅଛି ତା’ର ଆଧାର ନେଇ କର୍ମ କର । ଯାହାର ଆବଶ୍ୟକତା ଅଛି ତା’ର ଆଧାର
ନେଇ କାମ କର । ଯଦି ଏହିଭଳି ଅଭ୍ୟାସ ରହିବ ତେବେ ବହୁତ ଖୁସିରେ ରହିବ । ତୁମ ଦ୍ୱାରା କୌଣସି
ଖରାପ କର୍ମ ହେବ ନାହିଁ । ଆଚ୍ଛା!
ବାପଦାଦା ଏବଂ ମା’ଙ୍କର
ମିଠା ମିଠା ବହୁତ ଭଲ, ତଥା ସର୍ବଦା ଶାନ୍ତ ସ୍ୱରୂପର ଅନୁଭୂତି କରୁଥିବା ସନ୍ତାମାନଙ୍କ ପ୍ରତି
ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଗୁଡମର୍ଣ୍ଣିଂ । ଆଚ୍ଛା!
ସନ୍ଦେଶୀଙ୍କର ଶରୀର
ଦ୍ୱାରା ସର୍ବଶକ୍ତିର ଅଧିକାରୀ ପିତାଙ୍କର ମାତେଶ୍ୱରୀଙ୍କ ପ୍ରତି ଉଚ୍ଚାରିତ ମହାବାକ୍ୟ:
ହେ ମୋର ଶିରୋମଣୀ ରାଧେ
ତୁମେ ନିଶିଦିନ ମୋ ସଦୃଶ ଏହି ଦିବ୍ୟ କର୍ତ୍ତବ୍ୟରେ ତତ୍ପର ରହୁଛ ଅର୍ଥାତ୍ ଶୁଦ୍ଧ ସ୍ୱରୂପ
ବୈଷ୍ଣବ ଅଟ, ଶୁଦ୍ଧ ସେବା କରୁଛ ସେଥିପାଇଁ ତୁମେ ସାକ୍ଷାତ୍ ମୋର ସ୍ୱରୂପ ଅଟ । ଯେଉଁମାନେ ନିଜର
ପିତାଙ୍କ ପାଦ ଚିହ୍ନରେ ପାଦ ରଖି ଚାଲନ୍ତି ନାହିଁ, ସେମାନଙ୍କଠାରୁ ମୁଁ ବିଲ୍କଲ୍ ଦୂରେଇ ରହେ,
କାରଣ ସନ୍ତାନମାନେ ପିତାଙ୍କ ସମାନ ଅବଶ୍ୟ ହେବା ଉଚିତ୍ । ନିୟମ କାନୁନ ବାବା ଏବେ ସ୍ଥାପନ
କରୁଛନ୍ତି ତାହା ସତ୍ୟଯୁଗ ଠାରୁ ତ୍ରେତୟା ଯୁଗ ପର୍ଯ୍ୟନ୍ତ ଚାଲୁଛି । ସେଠାରେ ଯେପରି ପିତା
ସେହିପରି ସନ୍ତାନ ହେବେ । ଦ୍ୱାପର କଳିଯୁଗରେ ଯେପରି ପିତା ସେହିପରି ସନ୍ତାନ ହେବେ ନାହିଁ । ତେଣୁ
ଏବେ ତୁମମାନଙ୍କୁ ବାବାଙ୍କ ସମାନ ହେବା ପାଇଁ ପରିଶ୍ରମ କରିବାକୁ ପଡୁଛି । କିନ୍ତୁ ସତ୍ୟଯୁଗରେ
ଯେପରି ପିତା ସେହିପରି ସନ୍ତାନ, ଏହିଭଳି ନିୟମ ରହିଛି । ଯେଉଁ ଅନାଦି ନିୟମ ସ୍ୱୟଂ ଈଶ୍ୱର ପିତା
ଏହି ସଂଗମ ଯୁଗରେ ପ୍ରତ୍ୟକ୍ଷ ହୋଇ ସ୍ଥାପନ କରୁଛନ୍ତି ।
(୨) ମଧୁର ମାଳୀଙ୍କର
ମଧୁର ମିଠା ଦିବ୍ୟ ପୁରୁଷାର୍ଥୀ କନ୍ୟା, ଏବେ ତୁମକୁ ବହୁତ ରମଣୀକ ମିଠା ହେବାକୁ ପଡିବ ଏବଂ
ଅନ୍ୟମାନଙ୍କୁ ମଧ୍ୟ ତୁମ ସଦୃଶ କରିବାକୁ ହେବ । ଏବେ ସାରା ବିଶ୍ୱର ରାଜ୍ୟ କରିବାର ଭାଗ୍ୟର
ଚାବୀକୁ ସେକେଣ୍ଡରେ ପ୍ରାପ୍ତ କରିବା ଏବଂ କରାଇବା ତୁମ ହାତରେ ଅଛି । ଦେଖ ସର୍ବଶକ୍ତିମାନ ପିତା
ପ୍ରତ୍ୟେକ ଜୀବ ଏବଂ ପ୍ରାଣୀମାନଙ୍କର ମାଲିକ ଯେବେକି ପ୍ରତ୍ୟକ୍ଷରେ ଏହି କର୍ମକ୍ଷେତ୍ରକୁ
ଆସିଛନ୍ତି ତେଣୁ ସାରା ସୃଷ୍ଟି ସୁଖଧାମ ହୋଇଯାଉଛି । ଏବେ ସେହି ଜୀବ ଅଥବା ପ୍ରାଣୀଙ୍କର ମାଲିକ
ଅବ୍ୟକ୍ତ ରୂପରେ ସୃ୍ଷ୍ଟିକୁ ପରିଚାଳିତ କରୁଛନ୍ତି, କିନ୍ତୁ ସିଏ ଯେହେତୁ ପ୍ରତ୍ୟକ୍ଷ ରୂପରେ
ଦେହ ଧାରଣ କରି ମାଲିକ ରୂପେ ଏହି କର୍ମକ୍ଷେତ୍ରକୁ ଆସୁଛନ୍ତି ସେଥିପାଇଁ ସତ୍ୟଯୁଗ ଏବଂ ତ୍ରେତୟା
ଯୁଗର ସବୁ ଜୀବ ପ୍ରାଣୀମାନେ ସୁଖୀ ହୋଇଯାଉଛନ୍ତି । ସେଠାରେ ସତ୍ୟତାର ଦରବାର ଲାଗୁଛି । ଯେଉଁମାନେ
ଏବେ ଈଶ୍ୱରୀୟ ସୁଖ ପ୍ରାପ୍ତ କରିବା ପାଇଁ ପୁରୁଷାର୍ଥ କରୁଛନ୍ତି, ସେମାନଙ୍କୁ ସେଠାରେ ସଦାକାଳର
ସୁଖ ପ୍ରାପ୍ତ ହେଉଛି । ବର୍ତ୍ତମାନ ସବୁ ଜୀବ ପ୍ରାଣୀମାନଙ୍କୁ କାହାକୁ ସୁଖର ଦାନ ମିଳୁନାହିଁ
କାରଣ ପୁରୁଷାର୍ଥ ହିଁ ପ୍ରାଲବ୍ଧକୁ ପ୍ରାପ୍ତ କରାଇଥାଏ । କିନ୍ତୁ ବର୍ତ୍ତମାନ ଯେଉଁମାନଙ୍କର
ଈଶ୍ୱରଙ୍କର ସହିତ ଯୋଗ ରହିଛି ସେମାନଙ୍କୁ ଈଶ୍ୱରଙ୍କ ଦ୍ୱାରା ଭବିଷ୍ୟତରେ ସୁଖର ଦାନ ମିଳିଯାଉଛି
।
(୩) ଆହାଃ! ତୁମେ ସେହି
ଶକ୍ତି ଅଟ ଯିଏକି ନିଜର ଈଶ୍ୱରୀୟ ଶକ୍ତିର ରଙ୍ଗ ଦେଖାଇ ଏହି ଆସୁରୀ ଦୁନିଆକୁ ବିନାଶ କରି ଦୈବୀ
ଦୁନିଆର ସ୍ଥାପନା କରୁଛ । ତା’ ପରେ ଅନ୍ୟ ସବୁ ଶକ୍ତିମାନଙ୍କର ମହିମା ହେଉଛି । ଏବେ ସେହି ଶକ୍ତି
ତୁମ ଭିତରେ ଭରପୁର ହେଉଛି । ତେଣୁ ସର୍ବଦା ନିଜର ଈଶ୍ୱରୀୟ ଶକ୍ତି ଏବଂ ଆତ୍ମିକ ନିଶାରେ ରୁହ ତେବେ
ଅପାର ଖୁସିରେ ରହିବ, ସର୍ବଦା ହର୍ଷିତ ରହିବ । ତେଣୁ ତୁମକୁ ନିଶା ରହିବା ଦରକାର ଯେ, ମୁଁ କିଏ?
ମୋର କେତେ ସୌଭାଗ୍ୟ? ମୋର ପଦବୀ କେତେ ବଡ? ଏବେ ତୁମେ ପ୍ରଥମେ ନିଜର ସ୍ୱରାଜ୍ୟକୁ ପ୍ରାପ୍ତ କରୁଛ
ପୁଣି ସତ୍ୟଯୁଗରେ ଯୁବରାଜ ହେବ । ତେଣୁ ତୁମର କେତେ ନିଶା ରହିବା ଦରକାର । ତେଣୁ ନିଜର ଭାଗ୍ୟକୁ
ଦେଖି ଖୁସିରେ ରୁହ । ନିଜର ଭାଗ୍ୟକୁ ଦେଖ, ତୁମକୁ କେତେ ବଡ ଲଟେରୀ ମିଳୁଛି । ଆହାଃ ତୁମର କେତେ
ବଡ ଭାଗ୍ୟ ଯେଉଁ ଭାଗ୍ୟ ଦ୍ୱାରା ତୁମକୁ ବୈକୁଣ୍ଠର ଲଟେରୀ ମିଳିଯାଉଛି! ବୁଝିଲ, ପରମ ସୌଭାଗ୍ୟଶାଳୀ
ଦୈବୀ ଫୁଲ ଝିଅ ।
(୪) ଏହି କଲ୍ୟାଣକାରୀ
ସଂଗମଯୁଗରେ ସ୍ୱୟଂ ନିରାକାର ପରମାତ୍ମା ସାକାର ରୂପରେ ଆସି ଈଶ୍ୱରୀୟ ଫେକ୍ଟ୍ରି ଖୋଲିଛନ୍ତି ।
ଯେଉଁଠି କୌଣସି ବି ମନୁଷ୍ୟ ନିଜର ବିନାଶୀ ମୂଲ୍ୟହୀନ ଜିନିଷକୁ ଦେଇ ଅବିନାଶୀ ଜ୍ଞାନ ରତ୍ନ
ନେଇପାରିବ । ଏହି ଅବିନାଶୀ ଜ୍ଞାନରତ୍ନର କିଣାବିକା ବହୁତ ସୂକ୍ଷ୍ମ, ଯାହାକୁ ବୁଦ୍ଧି ଦ୍ୱାରା
କିଣିବାକୁ ହେବ । ଏହା କୌଣସି ସ୍ଥୂଳ ବସ୍ତୁ ନୁହେଁ ଯେ, ଏହି ସ୍ଥୂଳ ନେତ୍ରରେ ଦେଖିପାରିବ । ଏହା
ଅତି ଗୁହ୍ୟ ଏବଂ ଗୁପ୍ତ ହୋଇଥିବା କାରଣରୁ ଏହାକୁ ତୁମଠାରୁ କେହି ବି ଲୁଟି ନେଇପାରିବେ ନାହିଁ ।
ଏହି ସର୍ବୋତ୍ତମ ଜ୍ଞାନ ରୂପକ ସମ୍ପତ୍ତିକୁ ପ୍ରାପ୍ତ କରିବା ଦ୍ୱାରା ବହୁତ ନିଃସଂକଳ୍ପ ଏବଂ
ସୁଖଦାୟକ ଅବସ୍ଥା ରହିଥାଏ । ଯେପର୍ଯ୍ୟନ୍ତ କେହି ଏହି ଅବିନାଶୀ ଜ୍ଞାନ ରତ୍ନକୁ କ୍ରୟ କରିନାହିଁ
ସେପର୍ଯ୍ୟନ୍ତ ନିଶ୍ଚିନ୍ତ, ନିଃସଂକଳ୍ପ ରହିପାରିବ ନାହିଁ । ସେଥିପାଇଁ ଏହି ଅବିନାଶୀ ଜ୍ଞାନ
ରତ୍ନର ରୋଜଗାର ଜମା କରି ନିଜର ବୁଦ୍ଧି ରୂପୀ ସିନ୍ଦୁକରେ ରଖି ସବୁ ଦିନ ପାଇଁ ନିଶ୍ଚିନ୍ତ ରୁହ ।
ବିନାଶୀ ଧନରେ ତ ଦୁଃଖ ସମାହିତ ହୋଇ ରହିଛି କିନ୍ତୁ ଅବିନାଶୀ ଧନରେ ସୁଖ ସମାହିତ ଅଟେ ।
(୫) ଯେପରି ସୂର୍ଯ୍ୟ
ସାଗରର ଜଳକୁ ଶୋଷି ନେଉଛି ଏବଂ ଉଚ୍ଚ ଉଚ୍ଚ ପାହାଡରେ ବର୍ଷା କରୁଛି ସେହିପରି ଏହା ମଧ୍ୟ ସ୍ୱୟଂ
ଈଶ୍ୱରଙ୍କ ଦ୍ୱାରା ବର୍ଷା ବରଷୁଛି । ଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ ଅଛି, ଶିବଙ୍କ ଜଟାରୁ ଗଙ୍ଗା
ବାହାରିଛି । ବାସ୍ତବରେ ବର୍ତ୍ତମାନ ବ୍ରହ୍ମାଙ୍କ ମୁଖ ଦ୍ୱାରା ଜ୍ଞାନ ଅମୃତର ଧାରା ପ୍ରବାହିତ
ହେଉଛି ଯାହାକୁ ହିଁ ଅବିନାଶୀ ଈଶ୍ୱରୀୟ ଧାରା କୁହାଯାଉଛି । ଯାହା ଦ୍ୱାରା ତୁମେ ଭଗୀରଥ
ପୁତ୍ରମାନେ ପବିତ୍ର ହୋଇ, ଅମର ହୋଇଯାଉଛ । ଏହା ରାଜମୁକୁଟଧାରୀ କରାଇବାର ବିଚିତ୍ର ମଣ୍ଡଳୀ ଅଟେ
। ଏଠାକୁ ଯେଉଁ ନର-ନାରୀମାନେ ଆସିବେ ସେମାନେ ମୁକୁଟଧାରୀ ହୋଇଯିବେ । ଦୁନିଆକୁ ମଧ୍ୟ ମଣ୍ଡଳୀ
କୁହାଯାଏ । ମଣ୍ଡଳ ଅର୍ଥାତ୍ ସ୍ଥାନ । ତେବେ ଏହି ମଣ୍ଡଳୀ ଏବେ କେଉଁଥିରେ ସ୍ଥିତ ଅଛି? ଓଁ ଆକାରରେ
ଅର୍ଥାତ୍ ନିଜର ସ୍ୱଧର୍ମରେ, କିନ୍ତୁ ସାରା ଦୁନିଆ ନିଜର ସ୍ୱଧର୍ମକୁ ଭୁଲି ପ୍ରକୃତିର ଧର୍ମରେ
ଅଭ୍ୟସ୍ତ ହୋଇଯାଇଛନ୍ତି । ତୁମେ ଶକ୍ତି ସ୍ୱରୂପା ପ୍ରକୃତିକୁ ଭୁଲି ନିଜର ସ୍ୱଧର୍ମରେ ସ୍ଥିତ
ହୋଇଛ ।
(୬) ଏହି ଦୁନିଆର ସମସ୍ତ
ମନୁଷ୍ୟ ନିରାକାର ଈଶ୍ୱରଙ୍କୁ ମନେ ପକାଉଛନ୍ତି, ଯାହାଙ୍କୁ ଏହି ଆଖି ଦ୍ୱାରା ଦେଖି ମଧ୍ୟ
ନାହାଁନ୍ତି ତଥାପି ମଧ୍ୟ ତାଙ୍କ ପ୍ରତି କେତେ ସ୍ନେହ ରହୁଛି ସେଥିପାଇଁ କହୁଛନ୍ତି - ହେ ଈଶ୍ୱର
ମୋତେ ତୁମ ଭିତରେ ଲୀନ କରିଦିଅ । କିନ୍ତୁ ଦେଖ ଏହା କେତେ ଆଶ୍ଚର୍ଯ୍ୟର କଥା ଯାହାକି ବର୍ତ୍ତମାନ
ସ୍ୱୟଂ ଈଶ୍ୱର ସାକାର ରୂପରେ ପ୍ରତ୍ୟକ୍ଷ ହୋଇଛନ୍ତି କିନ୍ତୁ ତାଙ୍କୁ ଚିହ୍ନିପାରୁ ନାହାଁନ୍ତି ।
ଯେଉଁମାନେ ଈଶ୍ୱରଙ୍କର ଅତି ପ୍ରିୟ ଭକ୍ତ ସେମାନେ କହୁଛନ୍ତି - ଯେଉଁଠି ଦେଖୁଛି ସେଇଠି କେବଳ ତୁମେ
ହିଁ ତୁମେ । ବାସ୍ତବରେ ସେମାନେ ଦେଖନ୍ତି ନାହିଁ କିନ୍ତୁ ବୁଦ୍ଧିରେ ସେହିଭଳି ଅନୁଭବ କରନ୍ତି ଯେ
ଈଶ୍ୱର ସବୁଠାରେ ଅଛନ୍ତି । ତୁମେମାନେ ଅନୁଭବ ଆଧାରରେ କହୁଛ ଯେ - ସ୍ୱୟଂ ନିରାକାର ଈଶ୍ୱର
ପ୍ରତ୍ୟକ୍ଷରେ ସାକାର ରୂପ ନେଇ ଏହି ଧରାପୃଷ୍ଠରେ ଅବତରଣ କରିଛନ୍ତି ଏବଂ କହୁଛନ୍ତି ତୁମେମାନେ
ସହଜରେ ଆସି ମୋ ସହିତ ମିଶିପାରିବ । କିନ୍ତୁ କେହି କେହି ମୋ’ର ସନ୍ତାନମାନେ ମଧ୍ୟ ପ୍ରଭୁ
ପିତାଙ୍କର ସାକାର ରୂପକୁ ଜାଣିପାରୁ ନାହାଁନ୍ତି । ସେମାନଙ୍କୁ ନିରାକାର ରୂପ ବହୁତ ମିଠା ଲାଗୁଛି
। କିନ୍ତୁ ସେହି ନିରାକାର ଯିଏକି ବର୍ତ୍ତମାନ ସାକାର ରୂପରେ ପ୍ରତ୍ୟକ୍ଷ ଅଟନ୍ତି, ଯଦି ତାଙ୍କୁ
ଏବେ ଜାଣିଯିବେ ତେବେ କେତେ ପ୍ରାପ୍ତି ନ କରିପାରିବେ କାରଣ ପ୍ରାପ୍ତି କେବଳ ସାକାର ରୂପ ଦ୍ୱାରା
ହିଁ ହୋଇଥାଏ । ବାକି ଯେଉଁମାନେ ଈଶ୍ୱରଙ୍କୁ ନିରାକାର ବୋଲି ଭାବୁଛନ୍ତି ଏବଂ ସେହି ଦୃଷ୍ଟିରେ
ଦେଖୁଛନ୍ତି, ସେମାନଙ୍କୁ କିଛି ପ୍ରାପ୍ତି ହେଉନାହିଁ । ସେମାନେ ହେଲେ ଭକ୍ତ । ସେମାନଙ୍କର କୌଣସି
ଜ୍ଞାନ ନାହିଁ । ଏବେ ଯେଉଁମାନେ ପ୍ରଭୁ ପିତାଙ୍କୁ ସାକାର ରୂପରେ ଜାଣୁଛନ୍ତି ସେମାନେ ହେଲେ
ଜ୍ଞାନୀ ତେବେ ଯେଉଁମାନେ ସର୍ବ ଦୈବୀଗୁଣର ସୁଗନ୍ଧରେ ଭରପୁର ସୁନ୍ଦର ଫୁଲ ହୋଇ ନିଜର ପିତାଙ୍କ
ଉପରେ ନିଜର ଜୀବନକୁ ବଳୀ ଚଢାଇ ଦେଉଛନ୍ତି ସେମାନଙ୍କୁ ଜନ୍ମ-ଜନ୍ମାନ୍ତର ପାଇଁ ସମ୍ପୂର୍ଣ୍ଣ ଦୈବୀ
ତଥା ଦିବ୍ୟ ସୁନ୍ଦର ଶରୀର ପ୍ରାପ୍ତ ହୋଇଯାଉଛି ।
(୭) ନିଜକୁ ଜାଣିବା
ଦ୍ୱାରା ତୁମେ ଠିକ୍-ଭୁଲ୍ ଏବଂ ସତ୍ୟ-ଅସତ୍ୟର ଅନ୍ତରକୁ ଜାଣିପାରୁଛ । ଏହି ଈଶ୍ୱରୀୟ ଜ୍ଞାନ
ଦ୍ୱାରା ବାଣୀରେ ସତ୍ୟତା ଆସିଯାଏ ଯାହା ଦ୍ୱାରା କୌଣସି ସଙ୍ଗ ଦୋଷ ଲାଗିପାରିବ ନାହିଁ ।
ସଙ୍ଗଦୋଷର ଛାଇ ସେମାନଙ୍କ ଉପରେ ପଡୁଛି ଯେଉଁମାନେ ଅଜ୍ଞାନତାର ବଶବର୍ତ୍ତୀ ଅଟନ୍ତି ।
ବର୍ତ୍ତମାନର ଦୁନିଆ ହିଁ ଅସତ୍ୟ ଅଟେ ତେଣୁ କାହାର କାହା କଥା ଉପରେ ଭରୋଷା ନାହିଁ ସେଥିପାଇଁ
ଲେଖେଇ ରଖୁଛନ୍ତି କାରଣ ମନୁଷ୍ୟ ମାନଙ୍କର ବଚନ ଅସତ୍ୟତା ହୋଇଯାଉଛି । ଯଦି ସତ୍ୟତା ଥାଆନ୍ତା ତେବେ
ତାହା ମହାବାକ୍ୟ ରୂପରେ ପୂଜନୀୟ ହୋଇଥାଆନ୍ତା । ଯେପରି ବାବାଙ୍କର ସତ୍ୟ ମହାବାକ୍ୟର ଶାସ୍ତ୍ର
ରଚନା ହୋଇଛି ଯାହାର ଗାୟନ ଏବଂ ପୂଜନ ହେଉଛି । ତାଙ୍କର ସତ୍ୟ ମହାବାକ୍ୟକୁ ଧାରଣ କରିବା ଦ୍ୱାରା
ଈଶ୍ୱରୀୟ ଗୁଣ ଆସିଯାଉଛି । କେବଳ ଏତିକି ନୁହେଁ ବରଂ କେହି କେହି ତ ପଢୁ ପଢୁ ଶ୍ରୀକୃଷ୍ଣଙ୍କର,
ବ୍ରହ୍ମାଙ୍କର ସାକ୍ଷାତ୍କାର ମଧ୍ୟ ପାଇ ଯାଉଛନ୍ତି ।
ଓହୋଃ! ପବିତ୍ର ହୃଦୟ
କମଳ, ପବିତ୍ର ହସ୍ତ କମଳ, ପବିତ୍ର ନୟନ କମଳଧାରୀ ଝିଅ ରାଧେ, ତୁମର ସାରା କାୟା ପରିବର୍ତ୍ତନ ହୋଇ
କମଳପୁଷ୍ପ ସମାନ କୋମଳ କଞ୍ଚନ ହୋଇଯାଇଛି । କିନ୍ତୁ ପ୍ରଥମେ ଯେତେବେଳେ ଆତ୍ମା କଞ୍ଚନ ହେଉଛି
ତା’ପରେ ସାରା ଶରୀର କଞ୍ଚନ ସମ ପବିତ୍ର ହୋଇଯାଉଛି । ଯେଉଁ ପବିତ୍ର କୋମଳ ଶରୀରରେ ବହୁତ ଆକର୍ଷଣ
ଭରି ରହିଛି । ତୁମେ ନିଜର ପରମ ଈଶ୍ୱର ପିତାଙ୍କ ଦ୍ୱାରା ଅଜ୍ଞାନର ତପତକୁ ନିର୍ବାପିତ କରି
ଜ୍ଞାନର ଆଲୋକକୁ ଜାଗ୍ରତ କରି ଅତି ଶୀତଳ ରୂପ ହୋଇଯାଇଛ । ନିଜେ ଶୀତଳ ରୂପ ହୋଇ ଅନ୍ୟ
ସାଥୀମାନଙ୍କୁ ମଧ୍ୟ ସେହିଭଳି ସଚ୍ଚା ଶୀତଳତା ପ୍ରଦାନ କରିବା ଅର୍ଥେ ଏହି କଲ୍ୟାଣକାରୀ ସୁଖଦାୟୀ
ସମୟରେ ନିମିତ୍ତ ହୋଇଛ । ତୁମର ଜଡଚିତ୍ର ଦ୍ୱାରା ମଧ୍ୟ ସାରା ଦୁନିଆକୁ ଶୀତଳତା ଏବଂ ଶାନ୍ତିର
ଦାନ ମିଳିଚାଲିଛି । ଏବେ ତୁମେ ସାରା ସୃଷ୍ଟିକୁ ଉଦ୍ଧାର କରି ଶେଷରେ ନିଜର ଦିବ୍ୟ ତେଜୋମୟ ରୂପ
ଦେଖାଇ ନୂଆ ଦୁନିଆ, ବୈକୁଣ୍ଠ, ସୁବର୍ଣ୍ଣ ବଗୀଚାରେ ଯାଇ ବିଶ୍ରାମ କରିବ । ଆଚ୍ଛା!
ବରଦାନ:-
ବାବା ଶବ୍ଦର
ଚାବୀ ଦ୍ୱାରା ସର୍ବ ସମ୍ପତ୍ତି ପ୍ରାପ୍ତ କରୁଥିବା ଭାଗ୍ୟବାନ ଆତ୍ମା ହୁଅ ।
ଯଦି ଅନ୍ୟ କୌଣସି ବି
ଜ୍ଞାନର ବିସ୍ତାରକୁ ଜାଣିପାରୁ ନାହଁ ବା କାହାକୁ ଶୁଣାଇ ପାରୁ ନାହଁ କିନ୍ତୁ ଏକମାତ୍ର “ବାବା”
ଶବ୍ଦକୁ ଯଦି ଦିଲ୍ର ସହିତ ମାନିଗଲ ଏବଂ କାହାକୁ ଶୁଣାଇ ଦେଲ ତେବେ ବିଶେଷ ଆତ୍ମା ହୋଇଯିବ,
ଦୁନିଆ ସମ୍ମୁଖରେ ମହାନ ଆତ୍ମା ରୂପରେ ଗାୟନ ଯୋଗ୍ୟ ହୋଇଯିବ, କାହିଁକି ନା ଏକମାତ୍ର “ବାବା”
ଶବ୍ଦ ସର୍ବ ସମ୍ପତ୍ତିର ବା ଭାଗ୍ୟର ଚାବୀ କାଠି ଏବଂ ଏହି ଚାବୀକୁ ବ୍ୟବହାର କରିବାର ବିଧି ହେଲା
ଦିଲ୍ର ସହିତ ଜାଣିବା ଏବଂ ମାନିବା । ଯଦି ଦିଲ୍ରେ ବାବା ବୋଲି କହିଲ ତେବେ ସଦାସର୍ବଦା
ସମ୍ପତ୍ତିର ଅନୁଭବ କରିପାରିବ ।
ସ୍ଲୋଗାନ:-
ଯଦି
ବାପଦାଦାଙ୍କ ସହିତ ସ୍ନେହ ଅଛି ତେବେ ସ୍ନେହ ବଦଳରେ ପୁରୁଣା ଦୁନିଆକୁ ଭୁଲିଯାଅ ।