24.07.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବାବାଙ୍କଠାରୁ ହୋଲ୍ସେଲ୍ ବ୍ୟବସାୟ କରିବା ଶିଖ, ହୋଲ୍ସେଲ୍ ବ୍ୟବସାୟ ହେଲା ମନମନାଭବ, ଏକମାତ୍ର
ବାବାଙ୍କୁ ମନେ ପକାଇବା ଏବଂ ଅନ୍ୟମାନଙ୍କୁ ମନେ ପକାଇ ଦେବା, ଏହା ବ୍ୟତୀତ ଅନ୍ୟ ସବୁ କଥା ହେଉଛି
ରିଟେଲ୍ ଅର୍ଥାତ୍ ଖୁଚୁରା ।”
ପ୍ରଶ୍ନ:-
ବାବା ନିଜ ଘରକୁ
କେଉଁ ଭଳି ପିଲାମାନଙ୍କୁ ସ୍ୱାଗତ କରିବେ?
ଉତ୍ତର:-
ଯେଉଁ ପିଲାମାନେ ଭଲ ଭାବରେ ବାବାଙ୍କର ମତରେ ଚାଲୁଛନ୍ତି, ଅନ୍ୟ କାହାକୁ ବି ମନେ ପକାଉ ନାହାଁନ୍ତି,
ଦେହ ସହିତ ଦେହର ସର୍ବ ସମ୍ବନ୍ଧରୁ ବୁଦ୍ଧିର ଯୋଗ ତୁଟାଇ ଜଣଙ୍କର ସ୍ମୃତିରେ ରହୁଛନ୍ତି, ଏହିଭଳି
ପିଲାମାନଙ୍କୁ ବାବା ନିଜ ଘରେ ସ୍ୱାଗତ କରିବେ । ବାବା ଏବେ ପିଲାମାନଙ୍କୁ ଫୁଲ ଭଳି କରୁଛନ୍ତି ଏବଂ
ଫୁଲ ଭଳି ପିଲାମାନଙ୍କୁ ହିଁ ନିଜ ଘରେ ସ୍ୱାଗତ କରିଥା’ନ୍ତି ।
ଓମ୍ ଶାନ୍ତି ।
ପିଲାମାନେ ତୁମକୁ
ନିଜର ପିତା, ଶାନ୍ତିଧାମ ଏବଂ ସୁଖଧାମର ସ୍ମୃତିରେ ବସିବାକୁ ହେବ । ଆତ୍ମାକୁ କେବଳ ବାବାଙ୍କୁ
ହିଁ ମନେ ପକାଇବାକୁ ହେବ ଏବଂ ଏହି ଦୁଃଖଧାମକୁ ଭୁଲିଯିବାକୁ ହେବ । ବାବା ଏବଂ ପିଲାମାନଙ୍କର ଏହା
ହେଲା ମଧୁର ସମ୍ବନ୍ଧ । ଏତେ ମଧୁର ସମ୍ବନ୍ଧ ଆଉ କୌଣସି ପିତାଙ୍କ ସହିତ ହୋଇପାରିବ ନାହିଁ ।
ପ୍ରଥମ ସମ୍ବନ୍ଧ ପିତାଙ୍କ ସହିତ, ପରେ ପୁଣି ଶିକ୍ଷକ ଏବଂ ଗୁରୁଙ୍କ ସହିତ ହୋଇଥାଏ । ବର୍ତ୍ତମାନ
ଏଠାରେ ଏକମାତ୍ର ଶିବବାବା ତିନି ରୂପରେ ଅଛନ୍ତି । ଏ କଥା ମଧ୍ୟ ବୁଦ୍ଧିରେ ମନେରହୁ । ତେବେ ଏହା
ମଧ୍ୟ ଖୁସିର କଥା ନା । ଆମକୁ ଏକମାତ୍ର ବାବା ମିଳିଛନ୍ତି, ଯିଏକି ବହୁତ ସହଜ ରାସ୍ତା ବତାଉଛନ୍ତି
। ଏବେ ତୁମେ ବାବାଙ୍କୁ, ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଅ, ଏହି ଦୁଃଖଧାମକୁ ଭୁଲିଯାଅ ।
କେଉଁଆଡେ ବି ଯାଅ । ଯେତେ ବି ବୁଲାବୁଲି କର କିନ୍ତୁ ବୁଦ୍ଧିରେ ତୁମର ଏହି କଥା ମନେରହୁ । ଏଠାରେ
ତ’ କୌଣସି ଗୋରଖ ଧନ୍ଦା ଆଦି ନାହିଁ, ତୁମେ ଏଠାରେ ଘରେ ବସିଛ । ବାବା ତୁମକୁ କେବଳ ତିନୋଟି ଶବ୍ଦ
ମନେପକାଇବାକୁ କହୁଛନ୍ତି । ବାସ୍ତବରେ ଏହା ଗୋଟିଏ ଶବ୍ଦ, ବାବାଙ୍କୁ ମନେ ପକାଅ । ବାବାଙ୍କୁ ମନେ
ପକାଇଲେ ସୁଖଧାମ ଏବଂ ଶାନ୍ତିଧାମ ଉଭୟ ବର୍ସା ମନେପଡିଯାଉଛି । ଦାତା ତ’ ଏକମାତ୍ର ବାବା ହିଁ
ଅଟନ୍ତି । ଯେତେ ବାବାଙ୍କୁ ମନେ ପକାଇବ ସେତେ ଖୁସିର ନିଶା ଚଢ଼ିବ । ତୁମମାନଙ୍କର ଖୁସି ତ’
ପ୍ରସିଦ୍ଧ ଅଟେ, ପିଲାମାନଙ୍କ ବୁଦ୍ଧିରେ ଅଛି ଯେ - ବାବା ଆମକୁ ଘରେ ସ୍ୱାଗତ କରିବେ, କିନ୍ତୁ
ସେହିମାନଙ୍କୁ କରିବେ ଯେଉଁମାନେ ଭଲ ଭାବରେ ବାବାଙ୍କର ମତ ଅନୁସାରେ ଚାଲିବେ, ବାବାଙ୍କ ବ୍ୟତୀତ
ଅନ୍ୟ କାହାକୁ ବି ମନେ ପକାଇବେ ନାହିଁ । ସେଥିପାଇଁ ଦେହ ସହିତ ଦେହର ସର୍ବ ସମ୍ବନ୍ଧଗୁଡିକରୁ
ବୁଦ୍ଧିଯୋଗ ତୁଟାଇ ମୋତେ ମନେପକାଇବାକୁ ହେବ । ଭକ୍ତିମାର୍ଗରେ ତ’ ତୁମେ ବହୁତ ସେବା କରିଛ କିନ୍ତୁ
ଘରକୁ ଯିବାର ରାସ୍ତା ଜାଣି ନ ଥିଲ । ଏବେ ବାବା କେତେ ସହଜ ରାସ୍ତା ବତାଉଛନ୍ତି, କେବଳ ଏତିକି ମନେ
ରଖ - ବାବା, ପିତା ଏବଂ ଶିକ୍ଷକ ମଧ୍ୟ ଅଟନ୍ତି ଏବଂ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ
ଶୁଣାଉଛନ୍ତି, ଯାହାକି ଆଉ କେହି ବୁଝାଇ ପାରିବେ ନାହିଁ । ବାବା କହୁଛନ୍ତି - ଏବେ ତୁମକୁ ଘରକୁ
ଯିବାକୁ ହେବ । ପୁଣି ପ୍ରଥମେ ପ୍ରଥମେ ସତ୍ୟଯୁଗକୁ ଆସିବ । ଏବେ ଏହି ବିକାରୀ ଦୁନିଆରୁ ସମସ୍ତଙ୍କୁ
ଯିବାକୁ ହେବ । ଯଦିଓ ଏଠାରେ ବସିଛ କିନ୍ତୁ ଏଠାରୁ ଏବେ ଗଲ କି ଗଲ । ବାବା ମଧ୍ୟ ଖୁସି ହେଉଛନ୍ତି,
ତୁମେମାନେ ବାବାଙ୍କୁ ବହୁତ ସମୟରୁ ନିମନ୍ତ୍ରଣ କରିଥିଲ । ବାବା କହୁଛନ୍ତି ମୁଁ ତୁମକୁ ସୁନ୍ଦର
କରି ଅର୍ଥାତ୍ ସମ୍ପୂର୍ଣ୍ଣ ପବିତ୍ର କରି ଶାନ୍ତିଧାମରେ ରିସିଭ୍ (ସ୍ୱାଗତ)କରିବି । ପୁଣି ତୁମେ
କ୍ରମାନୁସାରେ ନିଜର ରାଜଧାନୀକୁ ଚାଲିଯିବ । ଏହା କେତେ ସହଜ ନା । ତେବେ ଏଭଳି ବାବାଙ୍କୁ ଭୁଲିବା
ଉଚିତ୍ ନୁହେଁ । କଥା ତ’ ବହୁତ ମିଠା ଏବଂ ସରଳ । କେବଳ ଗୋଟିଏ ପୁରୁଷାର୍ଥ କରିବାକୁ ହେବ, ଅଲଫକୁ
ମନେ ପକାଇବାକୁ ହେବ । ଯଦିଓ ବିସ୍ତାର କରି ବୁଝାଉଛନ୍ତି କିନ୍ତୁ ପରିଶେଷରେ କହୁଛନ୍ତି, କେବଳ
ଅଲଫଙ୍କୁ ମନେ ପକାଅ, ଅନ୍ୟ କାହାକୁ ନୁହେଁ । ତୁମେ ଏକମାତ୍ର ପ୍ରେମିକଙ୍କର ଜନ୍ମ ଜନ୍ମାନ୍ତରର
ପ୍ରେମିକା ଅଟ । ଗାୟନ କରି ଆସିଛ - ବାବା ଆପଣ ଆସିଲେ ଆମେ ଆପଣଙ୍କର ହିଁ ହୋଇ ରହିବୁ ।
ବର୍ତ୍ତମାନ ସିଏ ହିଁ ଆସିଛନ୍ତି ତେଣୁ କେବଳ ତାଙ୍କର ହିଁ ହୋଇ ରହିବା ଦରକାର ନା ।
ନିଶ୍ଚୟବୁଦ୍ଧିମାନେ ହିଁ ବିଜୟୀ ହୋଇଥାନ୍ତି । ତେବେ ତୁମେ ରାବଣ ଉପରେ ହିଁ ବିଜୟୀ ହେବ ଏବଂ
ରାମରାଜ୍ୟକୁ ଆସିବ । କଳ୍ପ କଳ୍ପ ତୁମେ ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ । ପ୍ରଥମେ ବ୍ରାହ୍ମଣ
ହେଉଛ ପୁଣି ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ । ରାମରାଜ୍ୟ ଉପରେ ତୁମର ଅଧିକାର ରହିଛି ।
ବାବାଙ୍କର ପରିଚୟ ପାଇଲ ଏବଂ ରାମରାଜ୍ୟ ଉପରେ ତୁମର ଅଧିକାର ହୋଇଗଲା । ବାକି ଉଚ୍ଚ ପଦ ପାଇବା
ପାଇଁ ପୁରୁଷାର୍ଥ କରିବାକୁ ହେବ, ବିଜୟ ମାଳାରେ ତୁମକୁ ଆସିବାକୁ ହେବ, ଏହା ବହୁତ ବଡ ବିଜୟମାଳା
। ରାଜା ହୋଇଗଲେ ତୁମକୁ ସବୁକିଛି ମିଳିଯିବ । ଦାସ ଦାସୀମାନେ ମଧ୍ୟ ସେଠାରେ କ୍ରମାନୁସାରେ
ହୋଇଥା’ନ୍ତି । ସମସ୍ତେ ଏକା ଭଳି ହୋଇ ନ ଥା’ନ୍ତି । କେହି କେହି ତ’ରାଜା-ରାଣୀଙ୍କର ବହୁତ ନିକଟରେ
ରହିଥା’ନ୍ତି, ରାଜାରାଣୀ ଯାହା ଖାଇଥା’ନ୍ତି, ଯାହା କିଛି ଭଣ୍ଡାରରେ ତିଆରି ହୋଇଥାଏ ସେ ସବୁ ସେହି
ଦାସ ଦାସୀମାନଙ୍କୁ ମଧ୍ୟ ମିଳିଥାଏ, ଯାହାକୁ କି ୩୬ ପ୍ରକାରର ଭୋଜନ ବୋଲି କୁହାଯାଇଥାଏ ।
ରାଜାମାନଙ୍କୁ ହିଁ ପଦମପତି କୁହାଯାଏ, ପ୍ରଜାମାନଙ୍କୁ ପଦମପତି କୁହାଯିବ ନାହିଁ । ଯଦିଓ ସେଠାରେ
ଧନର କୌଣସି ଚିନ୍ତା ରହିବ ନାହିଁ କିନ୍ତୁ ଏହି ଚିହ୍ନ ଦେବତାମାନଙ୍କୁ ହିଁ ଦିଆଯାଇଛି । ତୁମେ
ଯେତେ ବାବାଙ୍କୁ ମନେ ପକାଇବ ସୂର୍ଯ୍ୟବଂଶରେ ଆସିବ, ତୁମକୁ ନୂଆ ଦୁନିଆରେ ଆସିବାକୁ ହେବ ନା ।
ତୁମକୁ ତ’ ମହାରାଜା ମହାରାଣୀ ହେବାକୁ ପଡିବ । ବାବା ଆମକୁ ନରରୁ ନାରାୟଣ ହେବାର ଜ୍ଞାନ ଦେଉଛନ୍ତି,
ଯାହାକୁ ରାଜଯୋଗ କୁହାଯାଉଛି । ଭକ୍ତିମାର୍ଗର ଶାସ୍ତ୍ର ମଧ୍ୟ ତୁମେ ସବୁଠାରୁ ଅଧିକ ପଢ଼ିଛ ।
ସବୁଠାରୁ ଅଧିକ ଭକ୍ତି ତୁମେମାନେ କରିଛ । ତେଣୁ ଏବେ ବାବାଙ୍କ ସହିତ ତୁମର ମିଳନ ହେଉଛି । ବାବା
ତ’ ବହୁତ ସହଜ ଏବଂ ସିଧା ସଳଖ ରାସ୍ତା ବତାଉଛନ୍ତି ଯେ ତୁମେମାନେ ମୋତେ ମନେପକାଅ । ବାବା ତୁମକୁ
ମୋର ପିଲାମାନେ ବୋଲି ସମ୍ବୋଧନ କରି ବୁଝାଉଛନ୍ତି । ବାବା ପିଲାମାନଙ୍କ ପାଖରେ ସମ୍ପୂର୍ଣ୍ଣ
ସମର୍ପଣ ହୋଇଯାଉଛନ୍ତି । ଯେହେତୁ ପିଲାମାନେ ମୋର ଉତ୍ତରାଧିକାରୀ ତେଣୁ ତାଙ୍କ ଉପରେ ସମର୍ପଣ
ହେବାକୁ ପଡିବ ନା । ତୁମେମାନେ ମଧ୍ୟ କହିଥିଲ ବାବା ଆପଣ ଆସିଲେ ଆମେ ଆପଣଙ୍କ ପାଖରେ ସମର୍ପିତ
ହୋଇଯିବୁ । ତନ(ଶରୀର)-ମନ-ଧନ ସହିତ ସମର୍ପିତ ହୋଇଯିବୁ । ତୁମେ ଥରେ ମାତ୍ର ସମର୍ପିତ ହେଉଛ, ବାବା
୨୧ ଥର ହେବେ । ବାବା ପିଲାମାନଙ୍କୁ ସବୁ କଥା ମନେପକାଇ ଦେଉଛନ୍ତି । ବାବା ଜାଣିଛନ୍ତି, ସବୁ
ପିଲାମାନେ ପୁରୁଷାର୍ଥର କ୍ରମାନୁସାରେ ନିଜ ନିଜର ଭାଗ୍ୟ ନେବା ପାଇଁ ଆସୁଛନ୍ତି । ବାବା କହୁଛନ୍ତି,
ମିଠେ ବଚ୍ଚେ, ବିଶ୍ୱର ରାଜତ୍ୱ ମୋର ସମ୍ପତ୍ତି ଅଟେ । ଏବେ ତୁମେ ଯେତେ ପୁରୁଷାର୍ଥ କରିପାରିବ
କରିନିଅ । ତୁମେ ଯେତେ ପୁରୁଷାର୍ଥ କରିବ ସେତେ ଉଚ୍ଚ ପଦ ପାଇବ । ପ୍ରଥମ ନମ୍ବରରୁ ତୁମେ ଏବେ ପୁଣି
ଶେଷ ନମ୍ବରକୁ ଆସିଯାଇଛ । ପୁଣି ଥରେ ପ୍ରଥମ ନମ୍ବରକୁ ନିଶ୍ଚିତ ଭାବରେ ଯିବ । ତେବେ ପୁରୁଷାର୍ଥ
ଉପରେ ହିଁ ସବୁକିଛି ନିର୍ଭର କରୁଛି । ବାବା ପିଲାମାନଙ୍କୁ ଘରକୁ ନେଇଯିବା ପାଇଁ ଆସିଛନ୍ତି, ତେଣୁ
ତୁମେ ନିଜକୁ ଆତ୍ମା ମନେକରି ବାବାଙ୍କୁ ମନେପକାଅ ତେବେ ପାପ କଟିଯିବ । ତାହା କାମ ଅଗ୍ନି, ଏହା
ହେଉଛି ଯୋଗ ଅଗ୍ନି । କାମ ଅଗ୍ନିରେ ଜଳି ଜଳି ତୁମେ କଳା ହୋଇଯାଇଛ । ବିଲ୍କୁଲ୍ ପାଉଁଶ ହୋଇଯାଇଛ
। ଏବେ ମୁଁ ଆସି ତୁମକୁ ଜାଗ୍ରତ କରୁଛି । ବିଲ୍କୁଲ୍ ସହଜ ଭାବରେ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ
ହେବାର ଉପାୟ ବତାଉଛି । ମୁଁ ଆତ୍ମା ଅଟେ । ଏତେ ସମୟ ଦେହ ଅଭିମାନରେ ରହିବା କାରଣରୁ ତୁମର ବୁଦ୍ଧି
ଭ୍ରଷ୍ଟ ହୋଇଯାଇଛି । ଏବେ ତୁମେ ଦେହୀ ଅଭିମାନୀ ହୋଇ ବାବାଙ୍କୁ ମନେପକାଅ । ଏବେ ଆମକୁ ଘରକୁ
ଯିବାକୁ ହେବ, ବାବା ଆମକୁ ନେଇଯିବା ପାଇଁ ଆସିଛନ୍ତି । ତୁମେ ନିମନ୍ତ୍ରଣ ଦେଇଥିଲ ତେଣୁ ବାବା
ଆସିଛନ୍ତି । ବାବା ପତିତମାନଙ୍କୁ ପବିତ୍ର କରି ପଣ୍ଡା ହୋଇ ସବୁ ଆତ୍ମାମାନଙ୍କୁ ଘରକୁ ନେଇଯିବେ ।
ଆତ୍ମାକୁ ହିଁ ଯାତ୍ରା କରିବାକୁ ହେବ ।
ତୁମେମାନେ ପାଣ୍ଡବ ସମ୍ପ୍ରଦାୟ, ପାଣ୍ଡବମାନଙ୍କର ରାଜ୍ୟ ନ ଥିଲା । କୌରବମାନଙ୍କର ରାଜ୍ୟ ଥିଲା ।
ଏଠାରେ ତ’ ବର୍ତ୍ତମାନ ରାଜତ୍ୱ ମଧ୍ୟ ସମାପ୍ତ ହୋଇଗଲାଣି । ଏବେ ଭାରତର ଅବସ୍ଥା କେତେ ଖରାପ
ହୋଇଗଲାଣି । ତୁମେ ପୂଜ୍ୟ ଦେବତାମାନେ ବିଶ୍ୱର ମାଲିକ ଥିଲ, ଏବେ ପୂଜାରୀ ହୋଇଯାଇଛ । ତେଣୁ ଏବେ
କେହି ବି ବିଶ୍ୱର ମାଲିକ ନାହାନ୍ତି । ବିଶ୍ୱର ମାଲିକ କେବଳ ଦେବୀ-ଦେବତାମାନେ ହିଁ ହେଉଛନ୍ତି ।
ମନୁଷ୍ୟ ଚାହୁଁଛନ୍ତି ବିଶ୍ୱରେ ଶାନ୍ତି ହେଉ, ତୁମେ ସେମାନଙ୍କୁ ପଚାର ବିଶ୍ୱରେ ଶାନ୍ତି କାହାକୁ
କହୁଛ? ବିଶ୍ୱରେ ଶାନ୍ତି କେବେ ଥିଲା? ବିଶ୍ୱର ଇତିହାସ-ଭୂଗୋଳ ପୁନରାବୃତ୍ତି ହୋଇଚାଲିଛି । ଏହି
ଚକ୍ର ଘୂରିଚାଲିଛି । ତେବେ କୁହ ବିଶ୍ୱରେ ଶାନ୍ତି କେବେ ଥିଲା? ତୁମେ କେଉଁ ପ୍ରକାରର ଶାନ୍ତି
ଚାହୁଁଛ? ଏକଥା କେହି କହିପାରିବେ ନାହିଁ । ବାବା ବୁଝାଉଛନ୍ତି, ବିଶ୍ୱରେ ଶାନ୍ତି ତ’ ସ୍ୱର୍ଗରେ
ଥିଲା, ଯାହାକୁ ପାରାଡାଇଜ୍ କୁହାଯାଉଥିଲା । ଖ୍ରୀଷ୍ଟିୟାନମାନେ କହୁଛନ୍ତି ବାସ୍ତବରେ
ଖ୍ରୀଷ୍ଟଙ୍କର ଆସିବାର ୩ ହଜାର ବର୍ଷ ପୂର୍ବରୁ ଭାରତରେ ପାରାଡାଇଜ୍ ଥିଲା । ସେମାନେ ନା
ପାରସବୁଦ୍ଧି ହେଉଛନ୍ତି ନା ପଥରବୁଦ୍ଧି ହେଉଛନ୍ତି, ଭାରତବାସୀ ହିଁ ପାରସବୁଦ୍ଧି ଏବଂ ପଥରବୁଦ୍ଧି
ହେଉଛନ୍ତି । ନୂଆ ଦୁନିଆକୁ ହେଭେନ୍ (ସ୍ୱର୍ଗ) କୁହାଯାଏ, ପୁରୁଣା ଦୁନିଆକୁ ସ୍ୱର୍ଗ କୁହାଯିବ
ନାହିଁ । ପିଲାମାନଙ୍କୁ ବାବା ସ୍ୱର୍ଗ ଏବଂ ନର୍କର ରହସ୍ୟ ବୁଝାଇଛନ୍ତି, ତାହା ହେଲା ବିସ୍ତାରର
କଥା । ସାରାଂଶରେ କେବଳ ଗୋଟିଏ କଥା ବୁଝାଉଛନ୍ତି - ମୋତେ ମନେ ପକାଅ । ବେହଦ ବାବାଙ୍କଠାରୁ ହିଁ
ବେହଦର ବର୍ସା ମିଳିଥାଏ । ଏହା ମଧ୍ୟ ପୁରୁଣା କଥା ଅଟେ, ୫ ହଜାର ବର୍ଷ ପୂର୍ବରୁ ଭାରତରେ ସ୍ୱର୍ଗ
ଥିଲା । ବାବା ପିଲାମାନଙ୍କୁ ସତ୍ୟ କାହାଣୀ ଶୁଣାଉଛନ୍ତି । ସତ୍ୟନାରାୟଣଙ୍କର କଥା, ତିଜରୀର କଥା,
ଅମରକଥା ତ’ ପ୍ରସିଦ୍ଧ ଅଟେ । ତୁମକୁ ମଧ୍ୟ ଜ୍ଞାନର ତୃତୀୟ ନେତ୍ର ମିଳୁଛି । ଏହାକୁ ତିଜରୀର କଥା
କୁହାଯାଉଛି । ସେମାନେ ତ ଭକ୍ତିର ପୁସ୍ତକ ରଚନା କରିଛନ୍ତି । ଏବେ ତୁମମାନଙ୍କୁ ସବୁ କଥା ଭଲ
ଭାବରେ ବୁଝାଯାଉଛି । ବିସ୍ତାର ଏବଂ ସାରାଂଶ ରହିଥାଏ ନା । ବାବା ଏତେ ଜ୍ଞାନ ଶୁଣାଉଛନ୍ତି ଯେ
ସାଗରକୁ କାଳି କରିଦିଅ ତେବେ ବି ଅନ୍ତ ପାଇପାରିବ ନାହିଁ - ଏହା ହେଲା ବିସ୍ତାରର କଥା । ସାରାଂଶରେ
କହୁଛନ୍ତି କେବଳ ମନମନାଭବ । ଶବ୍ଦ ତ’ ଗୋଟିଏ, କିନ୍ତୁ ଏହାର ଅର୍ଥକୁ ମଧ୍ୟ ତୁମେ ବୁଝୁଛ ଆଉ କେହି
ବୁଝାଇ ପାରିବେ ନାହିଁ । ବାବା ସଂସ୍କୃତରେ ଜ୍ଞାନ ଦେଉନାହାଁନ୍ତି । ଯେପରି ରାଜା ହୋଇଥା’ନ୍ତି
ସେ ସେହିପରି ନିଜର ଭାଷା ଚଳାଇଥା’ନ୍ତି । ଆମର ଭାଷା ତ’ ଏକମାତ୍ର ହିନ୍ଦି ହିଁ ହେବ । ତେବେ
ସଂସ୍କୃତ କାହିଁକି ଶିଖିବା ଦରକାର । ଭାଷା ଶିଖିବା ପାଇଁ କେତେ ପଇସା ଖର୍ଚ୍ଚ କରୁଛନ୍ତି ।
ତୁମ ପାଖକୁ କେହି ବି ଆସିଲେ ତାଙ୍କୁ କୁହ ବାବା କହୁଛନ୍ତି ମୋତେ ମନେପକାଅ ତେବେ ତୁମକୁ
ଶାନ୍ତିଧାମ-ସୁଖଧାମର ବର୍ସା ମିଳିବ । ଯଦି ଏହି କଥା ବୁଝିବାର ଅଛି ତେବେ ଏଠାକୁ ଆସି ବୁଝ । ବାକି
ଆମ ପାଖରେ ଆଉ କିଛି କଥା ନାହିଁ । ବାବା ଅଲଫ ହିଁ ଏ କଥା ଅନ୍ୟମାନଙ୍କୁ ବୁଝାଉଛନ୍ତି,
ଅଲଫଙ୍କଠାରୁ ହିଁ ସମ୍ପତ୍ତି ମିଳିଥାଏ । ତୁମେ ବାବାଙ୍କୁ ମନେ ପକାଅ ତେବେ ପାପ ନାଶ ହୋଇଯିବ ଏବଂ
ତୁମେ ପୁଣି ପବିତ୍ର ହୋଇ ଶାନ୍ତିଧାମକୁ ଚାଲିଯିବ । ଏ କଥା ମଧ୍ୟ କହୁଛନ୍ତି ଯେ ଆମକୁ ଶାନ୍ତି
ଦିଅ । ବାସ୍ତବରେ ବାବା ହିଁ ଶାନ୍ତିର ସାଗର ଅଟନ୍ତି ତେଣୁ ତାଙ୍କୁ ହିଁ ସମସ୍ତେ ମନେପକାଉଛନ୍ତି
। ବାବା ଯେଉଁ ସ୍ୱର୍ଗ ସ୍ଥାପନ କରୁଛନ୍ତି ତାହା ତ’ ଏହିଠାରେ ହିଁ ହୋଇଥାଏ । ସୂକ୍ଷ୍ମଲୋକରେ କିଛି
ବି ନାହିଁ । ତାହା ତ’ କେବଳ ସାକ୍ଷାତ୍କାରର କଥା । ତୁମମାନଙ୍କୁ ଏବେ ସେହିଭଳି ଫରିସ୍ତା ହେବାକୁ
ପଡିବ ଏବଂ ଏହିଠାରେ ହିଁ ହେବାକୁ ପଡିବ । ଫରିସ୍ତା ହୋଇ ତୁମେ ପୁଣି ଘରକୁ ଚାଲିଯିବ । ରାଜଧାନୀର
ସମ୍ପତ୍ତି ତୁମକୁ ବାବାଙ୍କଠାରୁ ମିଳୁଛି । ସମ୍ପତ୍ତି ଅର୍ଥାତ୍ ଶାନ୍ତି ଏବଂ ସୁଖ ଉଭୟ ମିଳୁଛି ।
ବାବାଙ୍କ ବ୍ୟତୀତ ଆଉ କାହାକୁ ବି ସାଗର ବୋଲି କୁହାଯାଇପାରିବ ନାହିଁ । ବାବା ଯିଏକି ଜ୍ଞାନର
ସାଗର ସିଏ ହିଁ ସମସ୍ତଙ୍କର ସଦ୍ଗତି କରିପାରିବେ । ବାବା ପଚାରୁଛନ୍ତି, ମୁଁ ତୁମର ପିତା,
ଶିକ୍ଷକ, ଗୁରୁ ହୋଇ ସଦ୍ଗତି କରୁଛି, ପୁଣି ତୁମର ଦୁର୍ଗତି କିଏ କରୁଛି? ରାବଣ । ଏହା ହେଉଛି
ଦୁର୍ଗତି ଏବଂ ସଦ୍ଗତିର ଖେଳ । କେହି ଯଦି ଦ୍ୱନ୍ଦ୍ୱରେ ପଡୁଛନ୍ତି ତେବେ ପଚାରିପାରିବେ ।
ଭକ୍ତିମାର୍ଗରେ ଢ଼େର ପ୍ରଶ୍ନ ଉଠିଥାଏ, ଜ୍ଞାନମାର୍ଗରେ ପ୍ରଶ୍ନର କୌଣସି କଥା ନାହିଁ, ଶାସ୍ତ୍ରରେ
ତ’ ଶିବବାବାଙ୍କଠାରୁ ଆରମ୍ଭ କରି ଦେବତାମାନଙ୍କର ମଧ୍ୟ କେତେ ଗ୍ଳାନୀ କରିଦେଇଛନ୍ତି, କାହାକୁ ବି
ଛାଡିନାହାଁନ୍ତି । ଡ୍ରାମାରେ ଏସବୁ ନିଧାର୍ଯ୍ୟ ଅଛି, ପୁଣି ମଧ୍ୟ ସେହିଭଳି ହେବ । ବାବା
କହୁଛନ୍ତି ଏହି ଦେବୀ-ଦେବତା ଧର୍ମ ବହୁତ ସୁଖଦାୟୀ ଅଟେ । ଏହା ପରେ ପୁଣି ଏହି ଦୁଃଖ ରହିବ ନାହିଁ
। ବାବା ତୁମକୁ କେତେ ବୁଦ୍ଧିମାନ କରୁଛନ୍ତି । ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ବୁଦ୍ଧିମାନ ଥିଲେ
ନା, ସେଥିପାଇଁ ତ’ ବିଶ୍ୱର ମାଲିକ ହୋଇଥିଲେ । ଅଜ୍ଞାନୀ ତ’ ବିଶ୍ୱର ମାଲିକ ହୋଇପାରିବେ ନାହିଁ ।
ପ୍ରଥମେ ତୁମେମାନେ କଣ୍ଟା ସମାନ ଥିଲ, ଏବେ ଫୁଲ ହେଉଛ ସେଥିପାଇଁ ବାବା ଗୋଲାପ ଫୁଲ ଆଣି କହୁଛନ୍ତି,
ତୁମକୁ ଏହିଭଳି ଫୁଲ ହେବାକୁ ପଡିବ । ବାବା ନିଜେ ଆସି ଫୁଲର ବଗିଚା କରୁଛନ୍ତି । ପୁଣି ରାବଣ
ଆସୁଛି କଣ୍ଟାର ଜଙ୍ଗଲ କରିବା ପାଇଁ । ଏହା କେତେ ସ୍ପଷ୍ଟ କଥା । ଏହିସବୁ କଥାକୁ ସ୍ମରଣ କରିବାକୁ
ହେବ । କେବଳ ଜଣଙ୍କୁ ମନେପକାଇବାକୁ ହେବ, ସେଥିରେ ସବୁକିଛି ସମାହିତ ହୋଇ ରହିଛି । ଆମକୁ
ବାବାଙ୍କଠାରୁ ସମ୍ପତ୍ତି ମିଳୁଛି । ଏହା ବହୁତ ବଡ ସମ୍ପତ୍ତି, ଶାନ୍ତିର ସମ୍ପତ୍ତି ମଧ୍ୟ ମିଳୁଛି
କାହିଁକିନା ସିଏ ହିଁ ଶାନ୍ତିର ସାଗର ଅଟନ୍ତି । ଲୌକିକ ପିତାଙ୍କର କେବେ ହେଲେ ଏଭଳି ମହିମା
ହୋଇପାରିବ ନାହିଁ । ଶ୍ରୀକୃଷ୍ଣ ସବୁଠାରୁ ପ୍ରିୟ, ପ୍ରଥମେ ପ୍ରଥମେ ସିଏ ହିଁ ଜନ୍ମ ନେଉଛନ୍ତି,
ସେଥିପାଇଁ ତାଙ୍କୁ ସବୁଠାରୁ ଅଧିକ ସ୍ନେହ କରୁଛନ୍ତି । ବାବା ପିଲାମାନଙ୍କୁ ହିଁ ସାରା ଘରର
ସମାଚାର ଦେଉଛନ୍ତି । ବାବା ମଧ୍ୟ ପକ୍କା ବ୍ୟାପାରୀ ଅଟନ୍ତି, ବହୁତ କମ୍ ଅଛନ୍ତି ଯେଉଁମାନେ
ବାବାଙ୍କ ସହ ଏଭଳି ବ୍ୟାପାର କରିବେ । ମୁସ୍କିଲ୍ରେ କେହି କେହି ହୋଲ୍ସେଲ୍ ବ୍ୟାପରୀ
ହୋଇଥା’ନ୍ତି । ତୁମେ ହୋଲ୍ସେଲ୍ ବ୍ୟାପାରୀ ଅଟ ନା । ବାବାଙ୍କୁ ମନେ ପକାଇ ଚାଲିଛ । କେହି ପୁଣି
ରିଟେଲ୍ରେ ସୌଦା କରି ଭୁଲିଯାଉଛନ୍ତି । ବାବା କହୁଛନ୍ତି - ତୁମେ ମୋତେ ନିରନ୍ତର ମନେ ପକାଇଚାଲ
। ବର୍ସା ମିଳିଗଲେ ପୁଣି ମନେ ପକାଇବାର ଆବଶ୍ୟକତା ପଡିବ ନାହିଁ । ଲୌକିକ ସମ୍ବନ୍ଧରେ ବାପା ବୁଢା
ହୋଇଗଲେ କେହି କେହି ପିଲା ଶେଷ ପର୍ଯ୍ୟନ୍ତ ମଧ୍ୟ ବାପାଙ୍କର ସହାୟକ ହୋଇଥା’ନ୍ତି । ଆଉ କେହି ତ’
ସମ୍ପତ୍ତି ମିଳିବା ପରେ ତାକୁ ଉଡେଇ ଶେଷ କରିଦେଇଥା’ନ୍ତି । ବାବା ସବୁକଥାର ଅନୁଭବୀ ଅଟନ୍ତି ।
ସେଥିପାଇଁ ତ’ ବାବା ଏହାଙ୍କୁ ନିଜର ରଥ କରିଛନ୍ତି । ଦାରିଦ୍ର୍ୟ, ସାହୁକାରୀ ସବୁଥିରେ ଇଏ
ଅନୁଭବୀ ଅଟନ୍ତି । ଡ୍ରାମା ଅନୁସାରେ ଇଏ ବାବାଙ୍କର ଏକମାତ୍ର ରଥ । ଏହା କେବେ ହେଲେ
ପରିବର୍ତ୍ତିତ ହୋଇପାରିବ ନାହିଁ । ଡ୍ରାମା ହିଁ ଏହିଭଳି ରଚନା ହୋଇଛି, ଏଥିରେ କେବେ ପରିବର୍ତ୍ତନ
ହୋଇପାରିବ ନାହିଁ । ବାବା ସବୁକଥା ହୋଲ୍ସେଲ୍ ଏବଂ ରିଟେଲ୍ରେ ବୁଝାଇ ପୁଣି ଶେଷରେ କହିଦେଉଛନ୍ତି
ମନମନାଭବ, ମଧ୍ୟାଜୀ ଭବ । ମନମନାଭବ ଶବ୍ଦରେ ସବୁକିଛି ସମାହିତ ହୋଇ ରହିଛି । ଏହା ବହୁତ ଉଚ୍ଚ
ସମ୍ପତ୍ତି, ଏହା ଦ୍ୱାରା ହିଁ ନିଜର ଝୁଲା (ମୁଣି) ଭରପୁର ହେଉଛି । ଗୋଟିଏ ଗୋଟିଏ ଅବିନାଶୀ
ଜ୍ଞାନ ରତ୍ନର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା । ତୁମେ ଏବେ ପଦମାପଦମ ଭାଗ୍ୟଶାଳୀ ହେଉଛ । ବାବା ତ’
ଖୁସି, ଦୁଃଖ ଉଭୟରୁ ନିଆରା । କେବଳ ସାକ୍ଷୀ ହୋଇ ଡ୍ରାମାକୁ ଦେଖୁଛନ୍ତି । ତୁମେମାନେ ଅଭିନୟ
କରୁଛ । ବାବା କହୁଛନ୍ତି ମୁଁ ଅଭିନୟ କରି ମଧ୍ୟ ସାକ୍ଷୀ । ମୁଁ ଜନ୍ମ ମରଣରେ ଆସୁନାହିଁ । ଆଉ ତ’
କେହି ଏଥିରୁ ମୁକ୍ତ ହୋଇପାରିବେ ନାହିଁ, ମୋକ୍ଷ କାହାକୁ ବି ମିଳିପାରିବ ନାହିଁ । ଏହା ଅନାଦି
ପୂର୍ବ ପ୍ରସ୍ତୁତ ଡ୍ରାମା ଏବଂ ତାହା ମଧ୍ୟ ୱାଣ୍ଡରଫୁଲ୍ (ଆଶ୍ଚର୍ଯ୍ୟଜନକ) । ଏତେ ଛୋଟ ଆତ୍ମାରେ
କେତେ ଅଭିନୟ ଭରି ହୋଇ ରହିଛି । ଏହି ଅବିନାଶୀ ଡ୍ରାମାର କେବେ ବିନାଶ ହେଉନାହିଁ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବା ଯେପରି
ପିଲାମାନଙ୍କ ଉପରେ ସମର୍ପଣ ହେଉଛନ୍ତି, ସେହିପରି ତନ(ଶରୀର)-ମନ-ଧନ ସହିତ ଥରେ ମାତ୍ର ବାବାଙ୍କ
ଉପରେ ସମର୍ପିତ ହୋଇ ୨୧ ଜନ୍ମର ସମ୍ପତ୍ତି ନେବାକୁ ହେବ ।
(୨) ବାବା ଯେଉଁ ଅବିନାଶୀ
ଏବଂ ଅମୂଲ୍ୟ ସମ୍ପତ୍ତି ଦେଉଛନ୍ତି ସେଥିରେ ନିଜର ଅଣ୍ଟି ସଦାସର୍ବଦା ଭରପୁର ରଖିବାକୁ ହେବ ।
ସର୍ବଦା ଏହି ଖୁସି ବା ନିଶାରେ ରହିବାକୁ ହେବ ଯେ ମୁଁ ପଦ୍ମାପଦ୍ମ ଭାଗ୍ୟଶାଳୀ ଅଟେ ।
ବରଦାନ:-
ବ୍ରାହ୍ମଣ
ଜୀବନରେ ସମ୍ପତ୍ତି ଏବଂ ବ୍ୟକ୍ତିତ୍ୱର ଅନୁଭବ କରୁଥିବା ଏବଂ କରାଉଥିବା ବିଶେଷ ଆତ୍ମା ଭବ ।
ବାପଦାଦା ସମସ୍ତ
ବ୍ରାହ୍ମଣ ପିଲାମାନଙ୍କୁ ସ୍ମରଣ କରାଇ ଦେଉଛନ୍ତି ଯେ ତୁମେମାନେ ବ୍ରାହ୍ମଣ ହୋଇଯାଇଛ, ତେଣୁ ଏହା
ତୁମର ଅହୋ ସୌଭାଗ୍ୟ! କିନ୍ତୁ ବ୍ରାହ୍ମଣ ଜୀବନର ସମ୍ପତ୍ତି ଅର୍ଥାତ୍ ପ୍ରପର୍ଟି ସନ୍ତୁଷ୍ଟତା ଅଟେ
ଏବଂ ପର୍ସନାଲିଟୀ ଅର୍ଥାତ୍ ବ୍ୟକ୍ତିତ୍ୱ ପ୍ରସନ୍ନତା ଅଟେ । ତେଣୁ ଏହିଭଳି ଅନୁଭବରୁ କେବେହେଲେ
ବଞ୍ଚିତ ହୋଇ ରୁହ ନାହିଁ, କାରଣ ତୁମେମାନେ ଅଧକାରୀ ଅଟେ । ଯେବେକି ଦାତା, ବରଦାତା ଖୋଲା ଦିଲ୍ରେ
ସର୍ବପ୍ରାପ୍ତି ରୂପୀ ସମ୍ପତ୍ତି ଦେଉଛନ୍ତି ତେଣୁ ତାକୁ ଅନୁଭବ କର ଏବଂ ଅନ୍ୟମାନଙ୍କୁ ମଧ୍ୟ
ଅନୁଭବୀ କରାଅ ତେବେ କୁହାଯିବ ବିଶେଷ ଆତ୍ମା ।
ସ୍ଲୋଗାନ:-
ଶେଷ ସମୟ ବିଷୟରେ
ଭାବିବା ପରିବର୍ତ୍ତେ ଶେଷ ସମୟରେ ସ୍ଥିତି କିପରି ହେବା ଦରକାର ସେ ବିଷୟରେ ଚିନ୍ତା କର ।