24.07.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହି
ମହାଭାରତ ଲଢେଇରେ ପୁରୁଣା ସୃଷ୍ଟି ରୂପୀ ବୃକ୍ଷ ସମାପ୍ତ ହୋଇଯିବ, ସେଥିପାଇଁ ଲଢେଇ ପୂର୍ବରୁ
ବାବାଙ୍କଠାରୁ ସମ୍ପୂର୍ଣ୍ଣ ସମ୍ପତ୍ତି ନେଇଯାଅ ।”
ପ୍ରଶ୍ନ:-
ବାବାଙ୍କୁ
ମାତାମାନଙ୍କର ସଂଗଠନ ଆବଶ୍ୟକ କିନ୍ତୁ ଏହି ସଙ୍ଗଠନର ବିଶେଷତା କ’ଣ ହୋଇଥିବ?
ଉତ୍ତର:-
ଏପରି ସଙ୍ଗଠନ ଯେଉଁଥିରେ ସମସ୍ତେ ଦେହୀ-ଅଭିମାନୀ ହୋଇ ରହିବାର ପୂରା-ପୂରା ପୁରୁଷାର୍ଥ କରୁଥିବେ
। ଯେଉଁମାନଙ୍କର ପକ୍କା ନିଶା ରହିଥିବ ଯେ ଆମକୁ ପବିତ୍ର ହୋଇ ପବିତ୍ର ଦୁନିଆ ତିଆରି କରିବାକୁ
ହେବ, ତେଣୁ ପତିତ ହେବାର ନାହିଁ । ଏହିଭଳି ନଷ୍ଟମୋହା ଗ୍ରୁପ ହୋଇଥିବ ତେବେ କୌଣସି କମାଲ କରି
ଦେଖାଇବେ । କାହା ସହିତ ମୋହ ନ ଥିବ । ମୋହର ଆକର୍ଷଣ ବହୁତ କ୍ଷତି କରି ଦେଇଥାଏ ।
ଓମ୍ ଶାନ୍ତି ।
ମିଠା-ମିଠା ପିଲାମାନେ ଏହି କଥା ଜାଣିଛନ୍ତି ଯେ ମିଠା ବାବା ଆମକୁ ସ୍ୱର୍ଗବାସୀ କରାଇବା ପାଇଁ
ଏଠାକୁ ଆସିଛନ୍ତି । ଏକଥା ପିଲାମାନଙ୍କ ବୁଦ୍ଧିରେ ଅଛି । ପ୍ରତ୍ୟେକଙ୍କୁ ଏହି କଥା ବୁଝାଇବାକୁ
ହେବ ଯେ ଆତ୍ମା ଏହି ଯୋଗର ଯାତ୍ରା ଦ୍ୱାରା ପବିତ୍ର ହେଉଛି । ଏହା କେତେ ସହଜ ଉପାୟ, କେବଳ
ବାବାଙ୍କୁ ମନେ ପକାଇବାକୁ ହେବ । ପିଲାମାନେ ଜାଣିଛନ୍ତି ଯେ ବାବା ଗୋଟିଏ ସେକେଣ୍ଡରେ
ମୁକ୍ତି-ଜୀବନମୁକ୍ତିର ବର୍ସା ଦେଉଛନ୍ତି । ଏବେ ସମସ୍ତେ ଜୀବନବନ୍ଧନରେ ଅର୍ଥାତ୍ ରାବଣରାଜ୍ୟର
ବନ୍ଧନରେ ଅଛନ୍ତି । ଏହି କଥା ବାବା ଜାଣିଛନ୍ତି ଏବଂ ପିଲାମାନେ ଜାଣିଛନ୍ତି ଆଉ କେହି
ଜାଣିନାହାଁନ୍ତି । ତୁମମାନଙ୍କର ନିଶ୍ଚୟ ଅଛି ଯେ ବେହଦର ବାବାଙ୍କୁ ଆମେ ମନେ ପକାଉଛୁ, ତେଣୁ
ଆତ୍ମାକୁ ଅନ୍ତରରେ ବହୁତ ଖୁସି ହେବା ଉଚିତ୍ । ଯେଉଁ ବାବାଙ୍କୁ ଅଧା କଳ୍ପ ଧରି ମନେ ପକାଇ
ଆସୁଥିଲୁ ସେହି ବାବା ମିଳିଛନ୍ତି । ସମସ୍ତେ ଦୁଃଖରେ ବାବାଙ୍କୁ ସ୍ମରଣ କରିଥାନ୍ତି । ତୁମେ ମଧ୍ୟ
ସ୍ମରଣ କରୁଥିଲ, ଏବେ ତୁମେ ଦୁଃଖୀ ହୋଇ ସ୍ମରଣ କରୁନାହଁ । ଯାହାଙ୍କୁ ସାରା ଦୁନିଆ ସ୍ମରଣ କରୁଛି
- ସେହି ବାବା ଆସିଛନ୍ତି, ଏକଥା ତୁମେ ଜାଣିଛ । ବାବା ବାରମ୍ବାର ବୁଝାଉଛନ୍ତି - ଏଠାରେ ଯେବେ
ତୁମେ ବସୁଛ, ତେବେ ଏହିପରି ଭାବ ଯେ ଆମେ ଆତ୍ମା ଅଟୁ । ବାବା ପରମଧାମରୁ ଆସିଛନ୍ତି । କଳ୍ପ-କଳ୍ପ
ନିଜର ପ୍ରତିଜ୍ଞା ଅନୁସାରେ ଆସୁଛନ୍ତି । ବାବାଙ୍କର ଏହି ପ୍ରତିଜ୍ଞା କି ତୁମେ ଯେବେ ଡ଼ାକିବ ଏବଂ
ଅଧାକଳ୍ପ ଯେବେ ପୂରା ହେବ ତେବେ ମୋତେ ଆସିବାକୁ ପଡିଥାଏ । କଳିଯୁଗ ପରେ ସତ୍ୟଯୁଗ ଆସିବ ତେଣୁ
ମୋତେ ଆସିବାକୁ ପଡୁଛି । ଏକଥା କେବଳ ତୁମେମାନେ ଜାଣିଛ ଯେ ଏହା ହେଉଛି ସଙ୍ଗମଯୁଗ, ଏହି ସମୟରେ
ବାବା ଆସିଛନ୍ତି । ତୁମେମାନେ ମଧ୍ୟ ସେବା କରୁଛ, ଦିନକୁ ଦିନ ପରିଚୟ ଦେଇ ଚାଲିଛ, ବାବାଙ୍କର
ପରିଚୟ ସମସ୍ତଙ୍କୁ ମିଳିଯାଉଛି । ତୁମେ ଜାଣିଛ ଯେ ବେହଦର ବାବା ଶିବବାବା ଆମକୁ ପୁଣିଥରେ ବେହଦର
ବର୍ସା ଦେବାକୁ ଆସିଛନ୍ତି । ତୁମେ ବାବା-ବାବା କହୁଛ ନା । ଆମେ ଶିବବାବାଙ୍କ ପାଖକୁ ଆସିଛୁ ।
ଶିବବାବା ମଧ୍ୟ କହୁଛନ୍ତି ଯେ ମୁଁ କଳ୍ପ ପୂର୍ବପରି ସାଧାରଣ ଶରୀରରେ ଆସିଛି । ଏକଥା ଭୁଲିଯିବା
ଅନୁଚିତ୍ । ମାୟା ଏପରି ଯାହାକି ବାବାଙ୍କର ସ୍ମୃତି ଭୁଲାଇ ଦେଉଛି, ସେଥିପାଇଁ ବାବା ଆସି ପତିତରୁ
ପାବନ କରାଉଛନ୍ତି । ତୁମେ ଜାଣିଛ ଯେ ସମସ୍ତଙ୍କର ସଦଗତିଦାତା ଏକମାତ୍ର ହିଁ ସତଗୁରୁ ଅଟନ୍ତି ।
ଶିଖ୍ ଲୋକେ ଗାୟନ କରିଥାନ୍ତି ସତ୍ ଶ୍ରୀ ଅକାଳ, ପତିତ-ପାବନଙ୍କୁ ହିଁ ସତଗୁରୁ କୁହାଯାଉଛି ।
ଡ଼ାକୁଛନ୍ତି ମଧ୍ୟ ହେ ପତିତ-ପାବନ । ଆତ୍ମା ଡ଼ାକୁଛି । ଏବେ ତୁମେ ଜାଣୁଛ ଯେ ଆମେ ଏଠାକୁ ଆସିଛୁ
ସମ୍ମୁଖରେ ବାବାଙ୍କ ସହିତ ମିଶିବା ପାଇଁ । ବଡ଼-ବଡ଼ ଲୋକମାନେ ଯଦି କାହା ପାଖକୁ ମିଶିବାକୁ
ଯାଇଥାନ୍ତି, ତେବେ ତାଙ୍କର କେତେ ମହିମା ହୋଇଥାଏ । ତାଙ୍କର ଆତିଥ୍ୟ କରିବା ପାଇଁ ଖୁସିରେ
ବ୍ୟାଣ୍ଡ ବାଜା ଆଦି ବଜାଇଥାନ୍ତି । ଏହି ଗୁପ୍ତ ବେଶରେ କିଏ ଆସିଛନ୍ତି, ଏକଥା ତୁମେ ହିଁ ଜାଣିଛ
। ତାଙ୍କୁ ଦୂରଦେଶର ଯାତ୍ରୀ ବୋଲି କୁହାଯାଉଛି ।
ତୁମେ ଜାଣିଛ ଆମେ ଆତ୍ମାମାନେ ପରମଧାମରେ ରହିଥାଉ । ଏଠାକୁ ଯାତ୍ରୀ ହୋଇ ଅଭିନୟ କରିବାକୁ ଆସିଛୁ
। ଗୋଟି ଗୋଟି ଅକ୍ଷର ଯାହା ବାବା ବୁଝାଉଛନ୍ତି, ଦୁନିଆରେ କେହି ବି ଜାଣିନାହାଁନ୍ତି । ତୁମେ
ବାବାଙ୍କଠାରୁ ଶୁଣୁଛ । ତେଣୁ ଏହାକୁ ଭଲ ଭାବରେ ଧାରଣ କରିବା ଉଚିତ୍ । ବାବା ବୁଝାଉଛନ୍ତି ଏହି
କର୍ମ କ୍ଷେତ୍ରରେ ତୁମେ ସମସ୍ତେ ଯାତ୍ରୀ ଅଟ । ଆମେ ଶାନ୍ତିଧାମରେ ରହିଲାବାଲା ଅଟୁ ପୁଣି ଏହି ଟକି
(କଥାବାର୍ତ୍ତା କରୁଥିବା) ଦୁନିଆକୁ ଆସୁଛୁ । ଆମେ ଶାନ୍ତିଧାମର ଯାତ୍ରୀ, ୮୪ ଜନ୍ମର ଅଭିନୟ ଏଠାରେ
କରୁଛୁ । ବର୍ତ୍ତମାନ ଏହା ଶେଷ ସମୟ । ତେଣୁ ବାବା ଆସିଛନ୍ତି ପୁରୁଣା ସୃଷ୍ଟିକୁ ନୂଆ କରିବା ପାଇଁ
। ଏକଥା ମଧ୍ୟ ତୁମେ ଜାଣିଛ । ଏହାର ସଠିକ୍ ଚିତ୍ର ମଧ୍ୟ ରହିଛି, ଶିବବାବା ବ୍ରହ୍ମା ଦ୍ୱାରା ନୂଆ
ଦୁନିଆର ସ୍ଥାପନା କରୁଛନ୍ତି । ଏପରି ନୁହେଁ ଯେ ଶ୍ରୀକୃଷ୍ଣ ଦ୍ୱାରା, ବିଷ୍ଣୁଙ୍କ ଦ୍ୱାରା
ସ୍ଥାପନା କରୁଛନ୍ତି । ବାବା ଆସୁଛନ୍ତି ବ୍ରହ୍ମାଙ୍କ ଦ୍ୱାରା ସ୍ୱର୍ଗ ରଚନା କରିବା ପାଇଁ । ବାବା
ସାଧାରଣ ଶରୀରରେ ଆସିଛନ୍ତି । ଏହା ହେଉଛି ପତିତ ଦୁନିଆ, ଏଠାରେ ଜଣେ ମଧ୍ୟ ପବିତ୍ର ନାହାଁନ୍ତି ।
ପ୍ରଥମ ନମ୍ବରରେ ଆସୁଥିବା ଲକ୍ଷ୍ମୀ-ନାରାୟଣ ମଧ୍ୟ ପତିତ ହେଉଛନ୍ତି । ଯିଏ ପବିତ୍ର ଥିଲେ ସେ ସାରା
ବଂଶାବଳୀ ସହିତ ପତିତ ହୋଇଛନ୍ତି । ତୁମେ ଜାଣିଛ ଆମେ ଯେଉଁମାନେ ଦୈବୀ ଧର୍ମର ଥିଲୁ, ଏବେ ଶୁଦ୍ର
ଧର୍ମର ହୋଇଯାଇଛୁ । ଯଦିଓ ଆମେରିକାରେ ବଡ଼-ବଡ଼ ସାହୁକାର ରହୁଛନ୍ତି । କିନ୍ତୁ ସତ୍ୟଯୁଗ ତୁଳନାରେ
ଆମେରିକା କିଛି ମଧ୍ୟ ନୁହେଁ । ଏସବୁ ପଛରେ ହୋଇଛି । ଏହା ଅଳ୍ପ କାଳର ଆକର୍ଷଣ ଅଟେ । ବିନାଶ ତ
ହେବ ହିଁ ହେବ । ତେଣୁ ତୁମମାନଙ୍କର ବହୁତ ନିଶା ରହିବା ଉଚିତ୍ । ଯେଉଁ ବାବା ଆମକୁ ସ୍ୱର୍ଗର
ମାଲିକ କରାଉଛନ୍ତି, ତାଙ୍କୁ ଆମେ ପିଲାମାନେ ୟାଦ କରୁନାହୁଁ, ଏହା କେତେ ଆଶ୍ଚର୍ଯ୍ୟଜନକ କଥା ।
ମାୟା ମନେ ପକାଇବାକୁ ଦେଉନାହିଁ । ତୁମେମାନେ ଏବେ ଏହିପରି କହୁଛ ଯେ ବାବା ମାୟା ଆମକୁ ସ୍ମରଣ
କରିବାକୁ ଦେଉନାହିଁ । ଆରେ ବାବା, ଯିଏ ତୁମକୁ ୨୧ ଜନ୍ମ ପାଇଁ ସ୍ୱର୍ଗର ମାଲିକ କରାଉଛନ୍ତି,
ତାଙ୍କୁ ତୁମେ ମନେ ପକାଇପାରିବ ନାହିଁ? ପ୍ରଜା ମଧ୍ୟ ସ୍ୱର୍ଗର ମାଲିକ ହେଉଛନ୍ତି ନା । ସେଠାରେ
ସମସ୍ତେ ସୁଖୀ ରହିବେ । ଏବେ ତ ସମସ୍ତେ ଦୁଃଖୀ ଅଟନ୍ତି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଆଦିଙ୍କୁ
ରାତି ଦିନ ଚିନ୍ତା ଲାଗି ରହୁଛି । ଲଢେଇ ଆଦିରେ କେତେ ମରୁଛନ୍ତି । ତୁମେ ଜାଣିଛ ମହାଭାରତ ଲଢେଇ
ପ୍ରସିଦ୍ଧ ଅଟେ, କିନ୍ତୁ ସେଥିରେ କ’ଣ ହୋଇଥିଲା, ଏହା କାହାରି ବୁଦ୍ଧିରେ ନାହିଁ । ତୁମକୁ ବାବା
ସବୁକଥା ବୁଝାଇଛନ୍ତି । ମହାଭାରତ ଲଢେଇରେ ସମସ୍ତେ ମରିଗଲେ ! ଏହା କେତେ ବଡ଼ ମନୁଷ୍ୟ ସୃଷ୍ଟି ଅଟେ
। ଆତ୍ମାମାନଙ୍କର ମଧ୍ୟ ବୃକ୍ଷ ରହିଛି । ନୂଆ ଗଛ ବହୁତ ଛୋଟ ହୋଇଥାଏ, ପୁଣି ବୃଦ୍ଧି ହୋଇ
ଚାଲିଥାଏ । ତୁମେ ଜାଣିଛ ପ୍ରଥମେ ଯେବେ ଦୈବୀ ଧର୍ମ ଥିଲା ତ ବୃକ୍ଷ କେତେ ଛୋଟ ଥିଲା । ଆଦି
ସନାତନ ଦେବୀ ଦେବତା ଧର୍ମ ଥିଲା । ଏବେ କେତେ ଭିନ୍ନ-ଭିନ୍ନ ଧର୍ମ ରହିଛି । ଏହି ମହାଭାରତ ଲଢେଇ
ଦ୍ୱାରା ଏମାନଙ୍କର ବିନାଶ ହେବ । କିନ୍ତୁ ଏହି ଜ୍ଞାନ କାହା ପାଖରେ ନାହିଁ । ଯଦିଓ କହୁଛନ୍ତି ଯେ
ଏହା ସେହି ଲଢେଇ ଅଟେ କିନ୍ତୁ ଏହା ଦ୍ୱାରା କ’ଣ ହେବ, ଏକଥା ଜାଣିନାହାଁନ୍ତି । ତୁମେ ଏବେ ଆଲୋକରେ
ଅଛ । ଜାଣିଛ ଯେ ବିନାଶ ହେବ ନିଶ୍ଚୟ ସେଥିପାଇଁ ମହାଭାରତ ଲଢେଇ ପୂର୍ବରୁ ନିଜର ବର୍ସା ନେଇ ଯାଅ
। କଥା ତ ବହୁତ ସହଜ । ପବିତ୍ର ହୁଅ ଏବଂ ବାବାଙ୍କୁ ମନେ ପକାଅ । ବହୁତ କନ୍ୟାମାନଙ୍କ ଉପରେ
ଅତ୍ୟାଚାର ହେଉଛି । ପରସ୍ପରକୁ ବଞ୍ଚାଇବା ପାଇଁ ତୁମ ମାତାମାନଙ୍କର ସଙ୍ଗଠନ ରହିବା ଦରକାର ।
କିନ୍ତୁ ଦେହୀ-ଅଭିମାନୀ ନିଶ୍ଚୟ ହେବାକୁ ପଡ଼ିବ । ଆମକୁ ପବିତ୍ର ତ ନିଶ୍ଚୟ ହେବାକୁ ପଡିବ - ଏହି
ପକ୍କା ନିଶା ରହିବା ଦରକାର । ଏହିପରି ନିଶାରେ ରହିଲେ ହିଁ ବୁଝାଇପାରିବେ । ଆମକୁ ବାବାଙ୍କୁ ମନେ
ପକାଇବାକୁ ହେବ, ପବିତ୍ର ହେବାକୁ ପଡ଼ିବ । ଆମେ ସ୍ୱଦର୍ଶନ ଚକ୍ରଧାରୀ ଅଟୁ-ଏହି ନିଶା ରହିବା
ଦରକାର । ଆମେ ରଚୟିତା ବାବା ଏବଂ ରଚନାର ଚକ୍ରକୁ ଜାଣିଛୁ । ଏବେ ଆମକୁ ବାବାଙ୍କଠାରୁ ନୂଆ ଦୁନିଆ
ସତ୍ୟଯୁଗର ବର୍ସା ନେବାକୁ ହେବ । ଆମେ କିପରି ୮୪ ଜନ୍ମ ନେଉଛୁ , ଏହି କଥା ବୁଝାଇଚାଲ । ବାବା
କହୁଛନ୍ତି ମୋତେ ମନେ ପକାଅ ତେବେ ତୁମର ପାପ ନଷ୍ଟ ହୋଇଯିବ । ପବିତ୍ର ତ ନିଶ୍ଚୟ ହେବାକୁ ପଡ଼ିବ ।
ପାବନ ଅର୍ଥାତ୍ ପବିତ୍ର । କାମ ମହାଶତ୍ରୁ ଅଟେ । ଆମେ ୮୪ ଜନ୍ମର ଚକ୍ର ପୂରା କରିଛୁ, ଏବେ
ବାବାଙ୍କଠାରୁ ବର୍ସା ନେବାକୁ ହେବ । ବାବା କହୁଛନ୍ତି ମୋତେ ମନେ ପକାଅ ତେବେ ତୁମର ବିକର୍ମ
ବିନାଶ ହେବ । ଏଠାକୁ ତୁମେ ସତେଜ ହେବାକୁ ଆସୁଛ । ମୋତେ ମନେ ପକାଅ - ତୁମକୁ ୨୧ ଜନ୍ମର ବର୍ସା
ନେବାକୁ ହେବ । କାହା ପାଖରେ ମଧ୍ୟ ମୋହର ଆକର୍ଷଣ ରହିବା ଅନୁଚିତ୍ । ନଷ୍ଟମୋହା ହେବାକୁ ହିଁ
ପଡ଼ିବ । ଏହି ଶରୀର ପ୍ରତି ମଧ୍ୟ ମୋହ ନ ରହୁ । ଏହା ତ ପୁରୁଣା ଚମଡ଼ା । କିନ୍ତୁ ଏହାକୁ
ସମ୍ଭାଳିବାକୁ ହେବ, ଯାହା ଦ୍ୱାରା ପାଠ ପଢିପାରିବ । ଯଦି ଶରୀରକୁ କୌଣସି କଷ୍ଟ ହେଉଛି, ତେବେ
ତାକୁ ଆରୋଗ୍ୟ କରିବାକୁ ପଡିଥାଏ । ତୁମେ ଜାଣିଛ ଏହା ପୁରୁଣା ପଚାସଢ଼ା ଶରୀର ଅଟେ । ଏହାର କିଛି
ନା କିଛି ହୋଇ ଚାଲିଛି । ଆତ୍ମାକୁ ଦୁଃଖ ହୋଇଥାଏ । ଜାଣିଛ ଯେ ଏବେ ଏହି ଶରୀର ଛାଡ଼ିବାକୁ ହେବ ।
ଯୋଗବଳ ଦ୍ୱାରା ଏହାକୁ ସୁସ୍ଥ ରଖିବାକୁ ପଡ଼ିବ । ବାବାଙ୍କୁ ମନେ ପକାଇବାକୁ ପଡିବ । ନିଜକୁ ଆତ୍ମା
ମନେକରି ବାବାଙ୍କୁ ମନେ ପକାଇବାକୁ ହେବ, ବାସ୍ । ଆଉ କୌଣସି ଲୌକିକ ସମ୍ବନ୍ଧ ମଧ୍ୟ ସ୍ମୃତିରେ
ଆସିବା ଅନୁଚିତ୍ । ମୁଁ ଦେହ ନୁହେଁ ଆତ୍ମା ଅଟେ । ବାବା କହୁଛନ୍ତି ମୁଁ ତୁମ ଆତ୍ମାମାନଙ୍କୁ
ବର୍ସା ଦେବାକୁ ଆସିଛି । ଆତ୍ମା ପବିତ୍ର ହେଲେ ଶରୀର ମଧ୍ୟ ଭଲ ମିଳିବ ।
ତୁମେ ଜାଣିଛ ଏବେ ଆମର ଆତ୍ମା ପବିତ୍ର ହେବ । ଆମେ ପବିତ୍ର ଥିବା ସମୟରେ ଏହି
ଲକ୍ଷ୍ମୀ-ନାରାୟଣଙ୍କ ଭଳି ଥିଲୁ । ଏହି ଲକ୍ଷ୍ମୀ-ନାରାୟଣ ୮୪ ଜନ୍ମ ନେଇଛନ୍ତି । ସାରା
ସୂର୍ଯ୍ୟବଂଶୀ ବଂଶାବଳୀ ୮୪ ଜନ୍ମ ନେଇଛନ୍ତି । ଚନ୍ଦ୍ରବଂଶୀମାନଙ୍କ ପାଇଁ ୮୪ ଜନ୍ମ କୁହାଯିବ ନାହିଁ
। ହଁ, ଯେଉଁମାନେ ସୂର୍ଯ୍ୟବଂଶୀରେ ପ୍ରଥମେ-ପ୍ରଥମେ ଦାସ ଦାସୀ ହେଉଛନ୍ତି ସେମାନେ ପୁଣି ତ୍ରେତା
ଯୁଗରେ କିଛି ପଦ ପାଇବେ, ତାଙ୍କର ୮୪ ଜନ୍ମ କୁହାଯିବ । ରାଜା ରାଣୀ, ପ୍ରଜା, ଦାସ-ଦାସୀ ଯିଏ ବି
ସୂର୍ଯ୍ୟବଂଶୀରେ ଆସୁଛନ୍ତି ସେମାନେ ୮୪ ଜନ୍ମ ନେଉଛନ୍ତି । ଏହିପରି-ଏହିପରି ନିଜ ସହିତ କଥା ହେବା
ଉଚିତ୍ । ଆମେ ୮୪ ଜନ୍ମ କିପରି ନେଉଛୁ । ବିଚାର-ସାଗର ମନ୍ଥନ କରିବା ଉଚିତ୍ । ଯେତେ ସମ୍ଭବ ବାବା
ଏବଂ ବର୍ସାକୁ ମନେ ପକାଇଥାଅ । ଚଲାବୁଲା କରିବା ସମୟରେ ଭାବ ଯେ ଆମେ ବାବାଙ୍କର ସନ୍ତାନ ଅଟୁ ।
କେହି ମିଳିଲେ ତାଙ୍କୁ ବାବାଙ୍କ ପରିଚୟ ଦେବାକୁ ହେବ । ଏହି ଚିତ୍ରରେ ସମସ୍ତ ଜ୍ଞାନ ରହିଛି ।
ସବୁକିଛି ବତାଇବାକୁ ହେବ । ବାବା ବ୍ରହ୍ମାଙ୍କ ଶରୀରରେ ଆସିଛନ୍ତି । ଆମେ ସମସ୍ତେ
ବ୍ରହ୍ମାକୁମାର-କୁମାରୀ ଅଟୁ ନା । ଆମ ବି.କେ.ମାନଙ୍କୁ ସ୍ୱର୍ଗର ମାଲିକ କରାଇବା ପାଇଁ ବାବା
ଆସିଛନ୍ତି । ସବୁ ଆତ୍ମାମାନଙ୍କର ପିତା ଜଣେ ଅଟନ୍ତି । ଆମେ ବ୍ରହ୍ମାକୁମାର କୁମାରୀ ଅଟୁ ।
ନିଜ-ନିଜର କାର୍ଡ଼ ମଧ୍ୟ ଦେଖାଇପାରିବ । କୌଣସି ଅଫିସ୍ ଆଦିରେ ମଧ୍ୟ କାର୍ଡ଼ ଦିଅ, କିନ୍ତୁ
ବୁଝିପାରିବେ ନାହିଁ ଯେ ବି.କେ. କିଏ! ଅନେକ ପ୍ରକାରର ବିଘ୍ନ ଆସୁଛି । ଗଭର୍ଣ୍ଣମେଣ୍ଟକୁ ମଧ୍ୟ
ବୁଝାଯାଉଛି - ଏହା ଆମର ପରିବାର । ଏଠାରେ ଦାଦା (ଜେଜେବାପା) ଏବଂ ବାବା ଅଛନ୍ତି । ଜେଜେବାପାଙ୍କ
ଦ୍ୱାରା ଆମେ ବର୍ସା ନେଉଛୁ । ଏହି କଥା ସ୍ମୃତିରେ ରହିବା ଦ୍ୱାରା ଖୁସି ରହିବ, ସବୁ ସମ୍ପତ୍ତି ତ
ଜେଜେ ବାପାଙ୍କର ଅଟେ । ପୌତ୍ରର ହକ ରହିଛି, ସେଥିପାଇଁ ସଂପୂର୍ଣ୍ଣ ଭାଗ ବାଣ୍ଟି କରି ନେଇଥାନ୍ତି
।
ତୁମେ ମଧ୍ୟ ଜାଣିଛ ଶିବବାବାଙ୍କଠାରୁ ବ୍ରହ୍ମା ଦ୍ୱାରା ଆମେ ବର୍ସା ନେଉଛୁ । ଏହି କଥା ମନେ
ରଖିବାକୁ ହେବ । ପଢିବାକୁ ହେବ ପୁଣି ପଢାଇବାକୁ ହେବ । ପିଲାମାନଙ୍କର ପାଳନା କରିବା, ଏହା
ବାବାଙ୍କର କର୍ତ୍ତବ୍ୟ ଅଟେ । ଯେ ପର୍ଯ୍ୟନ୍ତ କୁମାର-କୁମାରୀ ସାବାଳକ ନ ହୋଇଛନ୍ତି ବାବାଙ୍କୁ
ତାଙ୍କର ଦାୟିତ୍ୱ ନେବାକୁ ହେବ । ପିଲାମାନଙ୍କର କାମ ହେଲା ପାଠ ପଢିବା । ନିଜ ଗୋଡ଼ରେ ଛିଡ଼ା ହେବା
ପାଇଁ ପାଠ ପଢିଥାନ୍ତି । ତୁମେ ଜାଣିଛ - ବାବା ଆମକୁ ୨୧ ଜନ୍ମ ପାଇଁ ପାଠ ପଢାଉଛନ୍ତି । ପୁଣି ଆମେ
ନିଜ ଗୋଡ଼ରେ ଛିଡ଼ା ହେବୁ । ଯେତେ ପଢିବା ସେତେ ଉଚ୍ଚ ପଦ ପାଇବା । ତୁମେ ନିଜେ କହୁଛ ଯେ ଆମେ ଏଠାକୁ
ଆସୁଛୁ ଶ୍ରୀ ଲକ୍ଷ୍ମୀ-ଅଥବା ଶ୍ରୀନାରାୟଣ ହେବା ପାଇଁ । ଏହା ସତ୍ୟ ନାରାୟଣଙ୍କର କଥା ଅଟେ ନା ।
କେହି ଜାଣିନାହାଁନ୍ତି ଯେ ଲକ୍ଷ୍ମୀ-ନାରାୟଣ ୮୪ ଜନ୍ମ କିପରି ନେଉଛନ୍ତି । ରାଧାଙ୍କର ଭକ୍ତ
ହୋଇଥିଲେ କହିବେ ରାଧା ଏହିଠାରେ ଅଛନ୍ତି । ଯେଉଁଆଡ଼େ ଦେଖୁଛୁ ରାଧା ହିଁ ରାଧା ଅଛନ୍ତି ।
ଶ୍ରୀକୃଷ୍ଣ ହିଁ ଶ୍ରୀକୃଷ୍ଣ ଅଛନ୍ତି, ଶିବ ହିଁ ଶିବ ଅଛନ୍ତି । ଏକଦମ୍ ଗୋଳ-ମାଳ କରିଦେଇଛନ୍ତି ।
ଈଶ୍ୱର, ରାଧା, ଶ୍ରୀକୃଷ୍ଣ ସମସ୍ତେ ସର୍ବବ୍ୟାପୀ ଅଟନ୍ତି । ଏମାନେ ସମସ୍ତେ ଈଶ୍ୱରଙ୍କ ରୂପ ।
ଭଗବାନ ଏହି ରୂପ ଧାରଣ କରିଛନ୍ତି । ଯେଉଁଆଡ଼େ ଦେଖୁଛୁ ତୁମେ ହିଁ ତୁମେ ଅଛ.. ବିଲ୍କୁଲ୍ ହିଁ
ଅଜ୍ଞାନୀ ହୋଇପଡ଼ିଛନ୍ତି । ଏହା ହେଉଛି ବିକାରୀ ପତିତ ଦୁନିଆ । ସତ୍ୟଯୁଗ ହେଉଛି ନର୍ବିକାରୀ
ପବିତ୍ର ଦୁନିଆ । ନିର୍ବିକାରୀ ଦୁନିଆର ଅର୍ଥ ହିଁ ହେଉଛି ସ୍ୱର୍ଗ । କହୁଛନ୍ତି ସେଠାରେ ପିଲାମାନେ
ତ ଅଛନ୍ତି ନା । ସେମାନେ କିପରି ଜନ୍ମ ହେବେ । ବାସ୍, ଏହି ପ୍ରଶ୍ନ ହିଁ ପଚାରିବେ । କହିବେ ପିଲା
ଜନ୍ମ ନ ହେଲେ ସୃଷ୍ଟି କିପରି ବଢିବ? ପ୍ରତ୍ୟେକ ବର୍ଷ ଜନଗଣନାର ହିସାବ ବାହାର କରାଯାଉଛି ଯେ କେତେ
ଅଧିକ ମନୁଷ୍ୟ ହୋଇଛନ୍ତି । ଏକଥା କହୁନାହାଁନ୍ତି ଯେ କେତେ ମଲେ । ତେଣୁ ପିଲାମାନଙ୍କୁ ପ୍ରଥମେ ତ
ନିଜର କଲ୍ୟାଣ କରିବାକୁ ହେବ । ମୁଁ ଆତ୍ମା ଅଟେ - ପ୍ରଥମେ ଏହି ନିଶ୍ଚୟ କର । ବାବାଙ୍କୁ ମନେ
ପକାଇବାକୁ ହେବ । ଅନ୍ତକାଳେ ଯିଏ ନାରାୟଣଙ୍କୁ ସ୍ମରଣ କରେ... ନାରାୟଣଙ୍କୁ ସ୍ମରଣ କରିବେ ଏହି
ଅକ୍ଷର ମିଛ ଲେଖିଛନ୍ତି । ଅନ୍ତକାଳେ ଯିଏ ଶିବବାବାଙ୍କୁ ସ୍ମରଣ କରିବେ... ଏହି ଚିନ୍ତାରେ ଯିଏ
ମରିବ ସେ ସ୍ୱର୍ଗର ନାରାୟଣ ହେବ । ଅନ୍ତକାଳେ ନାରାୟଣ କାହିଁକି କହୁଛନ୍ତି? ଭାବୁଛନ୍ତି
ଶ୍ରୀକୃଷ୍ଣ ଜ୍ଞାନ ଦେଇଥିଲେ, ତେବେ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରନ୍ତୁ ନା । ଶ୍ରୀକୃଷ୍ଣଙ୍କୁ
ସ୍ମରଣ କରୁଛନ୍ତି ନାରାୟଣଙ୍କ ବିଷୟରେ କେହି ଜାଣିନାହାଁନ୍ତି । ଶ୍ରୀକୃଷ୍ଣଙ୍କ ଜୟନ୍ତୀ ପାଳନ
କରୁଛନ୍ତି । ତେବେ ରାଧାଙ୍କର ଜୟନ୍ତୀ କାହିଁ? ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ ପାଳନ କରୁଛନ୍ତି,
ନାରାୟଣଙ୍କର କାହିଁ? ବିଶ୍ୱର ରାଜା-ରାଣୀ, ଲକ୍ଷ୍ମୀ-ନାରାୟଣଙ୍କ ବିଷୟରେ କେହି ଜାଣିନାହାଁନ୍ତି
। ପ୍ରଜାପିତା ବ୍ରହ୍ମାଙ୍କର ମୁଖବଂଶାବଳୀ ଥିବେ ନା! ସେମାନେ କୁଆଡ଼େ ଗଲେ! କହନ୍ତି ବ୍ରାହ୍ମଣ
ଦେବୀ-ଦେବତା ନମଃ । ବ୍ରହ୍ମାଙ୍କର ମୁଖବଂଶାବଳୀ ଥିଲେ ନା । ପିଲାମାନେ ଜାଣିଛନ୍ତି ଯେ
ବ୍ରହ୍ମାଙ୍କ ଦ୍ୱାରା ଶିବବାବା ବ୍ରାହ୍ମଣ ଧର୍ମ ସ୍ଥାପନ କରୁଛନ୍ତି । ବ୍ରାହ୍ମଣ ଧର୍ମ ବ୍ରହ୍ମା
ରଚନା କରିନାହାଁନ୍ତି କିନ୍ତୁ ଶିବବାବା ରଚନା କରିଛନ୍ତି । ଇଏ ତ ଏବେ ବ୍ରହ୍ମା ହୋଇଛନ୍ତି ।
ଆଚ୍ଛା —
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ପୁରୁଣା
ଶରୀରରେ ରହି ପାଠ ପଢି ୨୧ ଜନ୍ମ ପାଇଁ ରୋଜଗାର କରିବାକୁ ହେବ । ସେଥିପାଇଁ ଏହାର ଯତ୍ନ ନେବାକୁ
ହେବ । ବାକି ଏହା ପ୍ରତି ମୋହ ରହିବା ଅନୁଚିତ୍ ।
(୨) ଏପରି ଅଭ୍ୟାସ
କରିବାକୁ ହେବ ଯାହାକି ଅନ୍ତକାଳରେ ଏକମାତ୍ର ଶିବବାବା ହିଁ ସ୍ମୃତିରେ ରହୁଥିବେ ଅନ୍ୟ କୌଣସି
ପ୍ରକାରର ଚିନ୍ତନ କରିବାର ନାହିଁ । ନିଜର କଲ୍ୟାଣ କରିବାର ଅଛି ।
ବରଦାନ:-
ମାଷ୍ଟର
ନଲେଜଫୁଲ ଅର୍ଥାତ୍ ଜ୍ଞାନବାନ ଆତ୍ମା ହୋଇ ଅନଭିଜ୍ଞତାକୁ ସମାପ୍ତ କରୁଥିବା ଜ୍ଞାନ ସ୍ୱରୂପ,
ଯୋଗଯୁକ୍ତ ଭବ ।
ଯେଉଁମାନେ ମାଷ୍ଟର
ନଲେଜଫୁଲ ଆତ୍ମା ସେମାନଙ୍କ ଭିତରେ କୌଣସି ପ୍ରକାରର ଅନଭିଜ୍ଞତା ବା ଅଜ୍ଞାନତା ନ ଥାଏ, ସେମାନେ
ଏଭଳି କହି ନିଜକୁ ନିର୍ଦ୍ଦୋଷୀ କରିଦେଇପାରିବେ ନାହିଁ ଯେ ଏକଥା ମୋତେ ଜଣା ହିଁ ନ ଥିଲା ।
ଜ୍ଞାନ ସ୍ୱରୂପ ପିଲାମାନଙ୍କ ଭିତରେ କୌଣସି କଥାର ଅଜ୍ଞାନତା ରହିପାରିବ ନାହିଁ ଏବଂ ଯେଉଁମାନେ
ଯୋଗଯୁକ୍ତ ସ୍ଥିତିରେ ରହିଥାଆନ୍ତି, ସେମାନଙ୍କୁ ଅନୁଭବ ହୋଇଥାଏ ଯେପରି ପୂର୍ବରୁ ହିଁ ସବୁ କିଛି
ଜାଣିଛନ୍ତି । ସେମାନେ ଏକଥା ମଧ୍ୟ ଜାଣିଛନ୍ତି ଯେ ମାୟାର ପ୍ରହସନ ବା ଆକର୍ଷଣ କିଛି କମ୍ ନୁହେଁ,
ମାୟା ମଧ୍ୟ ବହୁତ ବହୁତ ଚମକଦାର ଅଟେ, ସେଥିପାଇଁ ତା’ଠାରୁ ମଧ୍ୟ ସୁରକ୍ଷିତ ରହିବାକୁ ହେବ,
ଯେଉଁମାନେ ସବୁ ରୂପରେ ମାୟାର ଜ୍ଞାନକୁ ବୁଝିଯାଇଥାଆନ୍ତି ସେମାନଙ୍କ ପାଇଁ ପରାଜିତ ହେବା ଅସମ୍ଭବ
ଅଟେ ।
ସ୍ଲୋଗାନ:-
ଯେଉଁମାନେ
ସର୍ବଦା ପ୍ରସନ୍ନଚିତ୍ତ ଅଟନ୍ତି, ସେମାନେ କେବେ ହେଲେ ପ୍ରଶ୍ନଚିତ୍ତ ହୋଇପାରିବେ ନାହିଁ ।
ଅବ୍ୟକ୍ତ ଈଶାରା:-
ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।
ଯୋଗରେ ସର୍ବଦା ଲାଇଟ୍
ହାଉସ୍ ଏବଂ ମାଇଟ୍ ହାଉସ୍ ସ୍ଥିତିର ଅନୁଭବ କର । ଜ୍ଞାନ ହେଲା ଲାଇଟ୍ ଅର୍ଥାତ୍ ଆଲୋକ ଏବଂ ଯୋଗ
ହେଲା ମାଇଟ୍ ଅର୍ଥାତ୍ ଶକ୍ତି । ଜ୍ଞାନ ଏବଂ ଯୋଗ - ଏହି ଦୁଇଟିଯାକ ଶକ୍ତି ଲାଇଟ୍ ମାଇଟ୍ରେ
ସମ୍ପନ୍ନ ହେବା ଦରକାର, ତେବେ କୁହାଯିବ ମାଷ୍ଟର ସର୍ବଶକ୍ତିବାନ । ଏହିଭଳି ଶକ୍ତିଶାଳୀ ଆତ୍ମାମାନେ
ଯେକୌଣସି ପରିସ୍ଥିତିକୁ ଗୋଟିଏ ସେକେଣ୍ଡ ଭିତରେ ଅତିକ୍ରମ କରିଯାଆନ୍ତି, ତାଙ୍କୁ ସମୟ ଲାଗେ ନାହିଁ
।