24.09.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମେ
ଯେତେ ସମୟ ବାବାଙ୍କ ସ୍ମୃତିରେ ରହିବ ସେତିକି ସମୟ କେବଳ ରୋଜଗାର ହିଁ ରୋଜଗାର ଜମା ହେବ, ଯୋଗ
ଦ୍ୱାରା ହିଁ ତୁମେମାନେ ବାବାଙ୍କର ନିକଟତର ହୋଇପାରିବ ।”
ପ୍ରଶ୍ନ:-
ଯେଉଁ ପିଲାମାନେ
ଯୋଗଯୁକ୍ତ ସ୍ଥିତିରେ ରହିପାରନ୍ତି ନାହିଁ ସେମାନଙ୍କୁ କେଉଁ କଥାରେ ଲଜ୍ୟା ଲାଗିଥାଏ?
ଉତ୍ତର:-
ସେମାନଙ୍କୁ ନିଜର ଯୋଗର ଚାର୍ଟ ରଖିବା ପାଇଁ ଲଜ୍ୟା ଲାଗିଥାଏ । ଭାବନ୍ତି ଯଦି ସବୁ ସଠିକ୍ ରୂପେ
ଲେଖି ଦେବି ତେବେ ବାବା କ’ଣ କହିବେ! କିନ୍ତୁ ସତ୍ୟତା ପୂର୍ବକ ଚାର୍ଟ ଲେଖିବାରେ ହିଁ
ପିଲାମାନଙ୍କର କଲ୍ୟାଣ ରହିଛି । ଚାର୍ଟ ଲେଖିବାରେ ହିଁ ବହୁତ ଫାଇଦା ରହିଛି । ତେଣୁ ବାବା
କହୁଛନ୍ତି - ପିଲାମାନେ, ଏଥିରେ ଲଜ୍ୟା କର ନାହିଁ ।
ଓମ୍ ଶାନ୍ତି ।
ଆତ୍ମିକ ପିତା
ବସି ପିଲାମାନଙ୍କୁ ବୁଝାଉଛନ୍ତି । ଏବେ ତୁମେମାନେ ୧୫ ମିନିଟ୍ ପୂର୍ବରୁ ଆସି ବାବାଙ୍କର ସ୍ମୃତିରେ
ବସୁଛ । ଏଠାରେ ତୁମର ଆଉ କୌଣସି କାମ ନାହିଁ । କେବଳ ବାବାଙ୍କର ସ୍ମୃତିରେ ବସୁଛ । ଭକ୍ତିମାର୍ଗରେ
ବାବାଙ୍କର କୌଣସି ପରିଚୟ ନାହିଁ । ଏଠାରେ ତୁମମାନଙ୍କୁ ବାବାଙ୍କର ପରିଚୟ ମିଳିଛି । ବାବା
କହୁଛନ୍ତି ମୋତେ ମନେ ପକାଅ । ମୁଁ ତ ସବୁ ପିଲାମାନଙ୍କର ପିତା । ବାବାଙ୍କୁ ମନେ ପକାଇଲେ ବର୍ସା
ସ୍ୱତଃ ମନେ ପଡିବା ଦରକାର । ତୁମେମାନେ ତ ଛୋଟ ପିଲା ନୁହଁ ନା । ଯଦିଓ ଲେଖୁଛନ୍ତି ଯେ ଆମେ ୫
ମାସର ବା ୨ ମାସର ପିଲା ଅଟୁ କିନ୍ତୁ ତୁମର କର୍ମେନ୍ଦ୍ରିୟ ତ ବଡ ଅଟେ ନା । ବାବା ବୁଝାଉଛନ୍ତି -
ଏଠାରେ ବାବା ଏବଂ ବର୍ସାର ସ୍ମୃତିରେ ବସିବାକୁ ହେବ । ତୁମେମାନେ ଜାଣିଛ, ଆମେ ନରରୁ ନାରାୟଣ
ହେବାର ପୁରୁଷାର୍ଥରେ ତତ୍ପର ଅଛୁ ବା ସ୍ୱର୍ଗକୁ ଯିବା ପାଇଁ ପୁରୁଷାର୍ଥ କରୁଛୁ । ତେବେ ପିଲାମାନେ
ନୋଟ୍ କରିବା ଦରକାର - ଆମେ ଏଠାରେ ବସି-ବସି କେତେ ସମୟ ବାବାଙ୍କୁ ସ୍ମରଣ କରିଲୁ? ଲେଖିବା ଦ୍ୱାରା
ବାବା ବୁଝିଯିବେ । ଏପରି ନୁହେଁ କି - ପ୍ରତ୍ୟେକ କେତେ ସମୟ ଯୋଗରେ ରହୁଛନ୍ତି ସେକଥା ତ ବାବାଙ୍କୁ
ଜଣା ଅଛି? ଏହା ତ ପ୍ରତ୍ୟେକ ନିଜର ଚାର୍ଟରୁ ବୁଝିପାରିବେ - ଆମେ ବାବାଙ୍କର ସ୍ମୃତିରେ ଥିଲୁ ଅଥବା
ବୁଦ୍ଧି ଅନ୍ୟ କେଉଁ ଆଡେ ଚାଲିଯାଇଥିଲା? ଏ କଥା ମଧ୍ୟ ତୁମମାନଙ୍କ ବୁଦ୍ଧିରେ ଅଛି ଯେ, ଏବେ ବାବା
ଆସିବେ, ତେବେ ଏହା ମଧ୍ୟ ଯୋଗ ହେଲା ନା । କେତେ ସମୟ ମନେ ପକାଇଲ, ସେମାନେ ଚାର୍ଟରେ ସତ-ସତ କଥା
ଲେଖିବେ । ମିଛ କଥା ଲେଖିଲେ ଆହୁରି ୧୦୦ ଗୁଣା ପାପ ଚଢିବ ଏବଂ କ୍ଷତି ହେବ, ସେଥିପାଇଁ ସତ୍ୟ
ଲେଖିବାକୁ ହେବ- ତୁମେମାନେ ଯେତେ ୟାଦ କରିବ ସେତେ ତୁମର ବିକର୍ମ ବିନାଶ ହେବ । ତୁମେ ଏ କଥା
ମଧ୍ୟ ଜାଣିଛ ଯେ ଆମେ ବାବାଙ୍କର ନିକଟତର ହେଉଛୁ । ଶେଷରେ ଯେତେବେଳେ ଆମର ଯୋଗ ପୂରା ହୋଇଯିବ
ସେତେବେଳେ ଆମେ ବାବାଙ୍କ ପାଖକୁ ଚାଲିଯିବୁ । ପୁଣି କେହି ତୁରନ୍ତ ନୂଆ ଦୁନିଆକୁ ଆସି ଅଭିନୟ
କରିବେ, ଆଉ କେହି ସେହିଠାରେ (ପରମଧାମରେ) ହିଁ ବସି ରହିବେ । ସେଠାରେ କୌଣସି ପ୍ରକାରର ସଂକଳ୍ପ
ଆସିବ ନାହିଁ । ତାହା ହେଉଛି ମୁକ୍ତିଧାମ, ଦୁଃଖ-ସୁଖରୁ ନିଆରା । ସୁଖଧାମକୁ ଯିବା ପାଇଁ ତୁମେମାନେ
ଏବେ ପୁରୁଷାର୍ଥ କରୁଛ । ତୁମେମାନେ ଯେତେ ଯୋଗ କରିବ ସେତେ ବିକର୍ମ ବିନାଶ ହେବ । ଯୋଗର ଚାର୍ଟ
ରଖିବା ଦ୍ୱାରା ଜ୍ଞାନର ଧାରଣା ମଧ୍ୟ ଭଲ ହେବ । ଚାର୍ଟ ରଖିବା ଦ୍ୱାରା ଫାଇଦା ହିଁ ହେବ । ବାବା
ଜାଣିଛନ୍ତି, ଯୋଗ କରୁ ନାହାଁନ୍ତି ତେଣୁ ଚାର୍ଟ ଲେଖିବା ପାଇଁ ଲଜ୍ଜ୍ୟା ଲାଗୁଛି । କାଳେ ବାବା
କ’ଣ କହିବେ, ମୁରଲୀରେ ଶୁଣାଇ ଦେବେ । ବାବା କହୁଛନ୍ତି - ଏଥିରେ ଲଜ୍ଜ୍ୟାର କୌଣସି କଥା ନାହିଁ ।
ନିଜକୁ ନିଜେ ସମସ୍ତେ ଜାଣିଛନ୍ତି ଯେ-ଆମେ ଯୋଗ କରୁଛୁ ନା ନାହିଁ ? କଲ୍ୟାଣକାରୀ ବାବା ତ
ବୁଝାଉଛନ୍ତି, ନୋଟ୍ କରିଲେ କଲ୍ୟାଣ ହେବ । ଯେ ପର୍ଯ୍ୟନ୍ତ ବାବା ମୁରଲୀ ଶୁଣାଇବା ପାଇଁ ନ
ଆସିଛନ୍ତି, ସେତିକି ସମୟ ତୁମର ଯୋଗର ଚାର୍ଟ କେତେ ରହିଲା? ଫରକ ଦେଖିବା ଉଚିତ୍ । ପ୍ରିୟ ବସ୍ତୁକୁ
ବହୁତ ମନେ ପକାଇ ଥାଆନ୍ତି ନା । ୟାଦ କରାଯାଇଥାଏ । କୁମାର-କୁମାରୀମାନଙ୍କର ନିର୍ବନ୍ଧ ହୋଇଗଲେ
ମନରେ ପରସ୍ପରଙ୍କର ସ୍ମୃତି ରହିଯାଇଥାଏ । ପୁଣି ବିବାହ ହୋଇଗଲେ ସ୍ମୃତି ପକ୍କା ହୋଇଯାଇଥାଏ ।
ପରସ୍ପରକୁ ନ ଦେଖିଲେ ମଧ୍ୟ ଜାଣିଯାଆନ୍ତି ଯେ, ଆମର ନିର୍ବନ୍ଧ ହୋଇଛି । ଏବେ ତୁମେମାନେ ଜାଣିଛ
ଯେ ଶିବବାବା ଆମର ଅବିନାଶୀ ପିତା ଅଟନ୍ତି । ଯଦିଓ ତୁମେମାନେ ଦେଖିନାହଁ କିନ୍ତୁ ବୁଦ୍ଧି ଦ୍ୱାରା
ଜାଣୁଛ, ଯଦି ବାବା ନାମ-ରୂପରୁ ନିଆରା ଅଟନ୍ତି ତେବେ ତୁମେମାନେ ପୂଜା କାହାର କରୁଛ? ମନେ କାହିଁକି
ପକାଉଛ? ନାମ-ରୂପରୁ ଅଲଗା ଅନ୍ତହୀନ ତ କୌଣସି ପଦାର୍ଥ ହୋଇପାରିବ ନାହିଁ । ନିଶ୍ଚିତ ଭାବେ
ବସ୍ତୁକୁ ଦେଖି ତାହାର ବର୍ଣ୍ଣନା କରାଯାଏ । ଆକାଶକୁ ମଧ୍ୟ ଦେଖୁଛନ୍ତି ନା, ତେଣୁ ଏହାକୁ
ଅନ୍ତହୀନ ବୋଲି କହିପାରିବା ନାହିଁ । ଭକ୍ତିମାର୍ଗରେ ଭଗବାନଙ୍କୁ ‘ହେ ଭଗବାନ’ ବୋଲି କହି ସ୍ମରଣ
କରିଥା’ନ୍ତି ତେବେ ଏହାକୁ କ’ଣ ଅନ୍ତହୀନ ବୋଲି କୁହାଯିବ କି? ‘ହେ ଭଗବାନ’ କହିବା ଦ୍ୱାରା
ତୁରନ୍ତ ତାଙ୍କର ସ୍ମୃତି ଆସିଯାଉଛି ତେଣୁ ନିଶ୍ଚିତ ଭାବରେ କିଛି ଅଛି, ଆତ୍ମାକୁ ମଧ୍ୟ ଅନୁଭବ
କରିହୁଏ କିନ୍ତୁ ଏହା ଦେଖାଯାଏ ନାହିଁ ।
ସେହିପରି ସବୁ
ଆତ୍ମାମାନଙ୍କର ପିତା ମଧ୍ୟ ଏକ ଅଟନ୍ତି, ତାଙ୍କୁ ସମସ୍ତେ ଜାଣିଛନ୍ତି । ତୁମେମାନେ ଜାଣିଛ - ବାବା
ଆସି ପାଠ ମଧ୍ୟ ପଢାଉଛନ୍ତି । ଆଗରୁ ଏ କଥା ଜଣା ନ ଥିଲା ଯେ ସିଏ ପାଠ ବି ପଢାଉଛନ୍ତି । ଗୀତାରେ
କୃଷ୍ଣଙ୍କର ନାମ ଲେଖିଦେଇଛନ୍ତି । କୃଷ୍ଣଙ୍କୁ ତ ଏହି ଆଖି ଦ୍ୱାରା ଦେଖି ହେଉଛି । ତାଙ୍କୁ ତ
ଅନ୍ତହୀନ ନାମ-ରୂପରୁ ଅଲଗା ବୋଲି କୁହାଯିବ ନାହିଁ । କୃଷ୍ଣ କେବେ ହେଲେ କହିବେ ନାହିଁ ଯେ-ମୋତେ
ମନେପକାଅ, ସିଏ ତ ଆମ ସମ୍ମୁଖରେ ଅଛନ୍ତି । ତାଙ୍କୁ ଆମେ ବାବା ବୋଲି ମଧ୍ୟ କହିପାରିବା ନାହିଁ ।
ମାତାମାନେ କୃଷ୍ଣଙ୍କୁ ଛୋଟ ପିଲା ଭାବି ନିଜର କୋଳରେ ବସାଇଥା’ନ୍ତି । ଜନ୍ମାଷ୍ଟମୀରେ ଛୋଟ
କୃଷ୍ଣଙ୍କୁ ଦୋଳିରେ ଝୁଲାଇଥା’ନ୍ତି । ତେବେ ସିଏ କ’ଣ ସର୍ବଦା ଏହିପରି ଛୋଟ ହୋଇ ରହିଥା’ନ୍ତି
କି! ପୁଣି ରାସ ବିଳାସ ମଧ୍ୟ କରୁଛନ୍ତି । ତେବେ ନିଶ୍ଚିତ ଭାବରେ ସିଏ ବଡ ହୋଇଥିବେ, ତା’ପରେ କ’ଣ
ହେଲା ସିଏ କୁଆଡେ ଗଲେ, ଏ କଥା କେହି ଜାଣି ନାହାଁନ୍ତି । ସର୍ବଦା ଛୋଟ ଶରୀର ତ ରହିବ ନାହିଁ ନା
। କିଛି ବି ଖିଆଲ କରି ନ ଥା’ନ୍ତି । ପୂଜା କରିବାର ପ୍ରଥା ମଧ୍ୟ ପ୍ରଚଳିତ ଅଛି । ଜ୍ଞାନ ତ କାହା
ପାଖରେ ବି ନାହିଁ । ଦେଖାଉଛନ୍ତି କୃଷ୍ଣ କଂସପୁରୀରେ ଜନ୍ମ ନେଇଥିଲେ । କିନ୍ତୁ ଏଠାରେ କଂସପୁରୀର
କୌଣସି କଥା ହିଁ ନାହିଁ । ଏହି କଥା ଉପରେ କାହାର ବି ବିଚାର ଆସୁ ନାହିଁ । ଭକ୍ତମାନେ କୁହନ୍ତି
କୃଷ୍ଣ ଏଠାରେ ହାଜିର ଅଛନ୍ତି ତେଣୁ ତାଙ୍କୁ ସ୍ନାନ କରାଇ ଖୁଆଉଛନ୍ତି, କିନ୍ତୁ ସିଏତ କିଛି
ଖାଆନ୍ତି ନାହିଁ । ମୂର୍ତ୍ତିକୁ ସମ୍ମୁଖରେ ରଖି ନିଜେ ଖାଇଦେଉଛନ୍ତି । ଏହା ମଧ୍ୟ ଭକ୍ତିମାର୍ଗ
ହେଲା ନା । ଶ୍ରୀନାଥ ଜୀଙ୍କ ପାଖରେ ଏତେ ଭୋଗ ଲଗାଉଛନ୍ତି, କିନ୍ତୁ ସିଏ ତ କିଛି ବି
ଖାଉନାହାଁନ୍ତି, ଏମାନେ ନିଜେ ଖାଇଯାଉଛନ୍ତି । ଦେବୀମାନଙ୍କ ପୂଜାରେ ମଧ୍ୟ ଏହିଭଳି କରିଥା’ନ୍ତି
। ନିଜେ ଦେବୀ ତିଆରି କରି ତାଙ୍କର ପୂଜା ଆଦି କରି ପୁଣି ବୁଡାଇ ଦେଉଛନ୍ତି । ଗହଣା ଆଦି ଖୋଲି ରଖି
ଦିଅନ୍ତି, ଲୋକ ଗହଳି ମଧ୍ୟରେ କେହି କେହି ଗହଣା ମଧ୍ୟ ନେଇଯା’ନ୍ତି । ପ୍ରାୟତଃ ଦେବୀମାନଙ୍କର
ହିଁ ଅଧିକ ପୂଜା ହୋଇଥାଏ । ଲକ୍ଷ୍ମୀ ଏବଂ ଦୁର୍ଗା ଉଭୟଙ୍କର ମୂର୍ତ୍ତି ତିଆରି କରନ୍ତି । ବଡ
ମମ୍ମା ମଧ୍ୟ ଏଠାରେ ବସିଛନ୍ତି ନା, ଯାହାଙ୍କୁ ବ୍ରହ୍ମପୁତ୍ରା ମଧ୍ୟ କହୁଛନ୍ତି । ଜାଣୁଛନ୍ତି ନା
ଏହି ଜନ୍ମର ଏବଂ ଭବିଷ୍ୟ ରୂପର ପୂଜା କରୁଛନ୍ତି । ଏହି ଡ୍ରାମା କେତେ ଆଶ୍ଚର୍ଯ୍ୟ ଜନକ ଅଟେ ।
ଏଭଳି କଥା ଶାସ୍ତ୍ରରେ ନାହିଁ । ଏହା ବାସ୍ତବିକ କଥା । ତୁମମାନଙ୍କ ପାଖରେ ଏବେ ଜ୍ଞାନ ଅଛି ।
ତୁମେ ଜାଣୁଛ ଆତ୍ମାମାନଙ୍କର ହିଁ ସବୁଠାରୁ ଅଧିକ ଚିତ୍ର ତିଆରି କରାଯାଇଛି । ଯେତେବେଳେ
ରୁଦ୍ରଯଜ୍ଞ ରଚନା କରିଥା’ନ୍ତି ଲକ୍ଷ-ଲକ୍ଷ ଶାଳଗ୍ରାମ ତିଆରି କରିଥା’ନ୍ତି । ଦେବୀମାନଙ୍କର କେବେ
ଲକ୍ଷ-ଲକ୍ଷ ଚିତ୍ର ତିଆରି କରି ନ ଥା’ନ୍ତି । ଯେତିକି ପୂଜାରୀ ଥା’ନ୍ତି ସେତିକି ଦେବୀମାନଙ୍କର
ଚିତ୍ର ତିଆରି କରିଥା’ନ୍ତି । ସେମାନେ ଗୋଟିଏ ସମୟରେ ଲକ୍ଷ-ଲକ୍ଷ ଶାଳୀଗ୍ରାମ ତିଆରି କରିଥା’ନ୍ତି
। ସେମାନଙ୍କର କୌଣସି ନିର୍ଦ୍ଧିଷ୍ଟ ଦିନ ନ ଥାଏ । କୌଣସି ମୂହୁର୍ତ୍ତ ଆଦି ହୋଇ ନ ଥାଏ । ଯେପରି
ଦେବୀମାନଙ୍କର ପୂଜା ନିଦ୍ଧିଷ୍ଟ ସମୟରେ ହୋଇଥାଏ । ସେଠ ଲୋକଙ୍କର ଯେତେବେଳେ ରୁଦ୍ର ବା ଶାଳଗ୍ରାମ
ରଚନା କରିବାର ଖିଆଲ ଆସିଥାଏ ସେତେବେଳେ ବ୍ରାହ୍ମଣମାନଙ୍କୁ ଡକାଇଥା’ନ୍ତି । ଏକମାତ୍ର ବାବାଙ୍କୁ
ହିଁ ରୁଦ୍ର କୁହାଯାଉଛି ପୁଣି ତାଙ୍କ ସହିତ ଢେର ଶାଳଗ୍ରାମ ତିଆରି କରିଥା’ନ୍ତି । ସେଠ ଲୋକମାନେ
ହିଁ କହିଥାନ୍ତି ଏତିକି ଶାଳିଗ୍ରାମ ତିଆରି କର । ତାଙ୍କର କୌଣସି ନିଦ୍ଧିଷ୍ଟ ତିଥି ତାରିଖ ନ ଥାଏ
। ଏପରି ବି ନୁହେଁ ଯେ, ଶିବ ଜୟନ୍ତୀରେ ହିଁ ରୂଦ୍ର ପୂଜା କରିଥା’ନ୍ତି । ନା । ପ୍ରାୟତଃ ଶୁଭଦିନ
ଗୁରୁବାରରେ ହିଁ ପୂଜା କରିଥା’ନ୍ତି । ଦୀପାବଳୀରେ ଲକ୍ଷ୍ମୀଙ୍କର ଚିତ୍ର ଥାଳିରେ ରଖି ତାଙ୍କର
ପୂଜା କରିଥା’ନ୍ତି । ତା’ ପରେ ପୁଣି ରଖି ଦେଇଥା’ନ୍ତି । ଇଏ ହେଉଛନ୍ତି ମହାଲକ୍ଷ୍ମୀ, ଯୁଗଳ
ଅଟନ୍ତି ନା । ମନୁଷ୍ୟମାନେ ଏହି କଥାକୁ ଜାଣିନାହାଁନ୍ତି । ଲକ୍ଷ୍ମୀଙ୍କୁ ପଇସା କେଉଁଠାରୁ ମିଳିବ?
ସେଥିପାଇଁ ଯୁଗଳ ଥିବା ଦରକାର ନା । ତେଣୁ ଏହି ଲକ୍ଷ୍ମୀ-ନାରାୟଣ ଯୁଗଳ ଅଟନ୍ତି । କିନ୍ତୁ ନାମ
ମହାଲକ୍ଷ୍ମୀ ରଖି ଦେଉଛନ୍ତି । ଦେବୀମାନେ କେବେ ଥିଲେ, ମହାଲକ୍ଷ୍ମୀ କେବେ ଆସିଥିଲେ? ଏ ସବୁ କଥା
ମନୁଷ୍ୟମାନେ ଜାଣିନାହାଁନ୍ତି । ତୁମକୁ ଏବେ ବାବା ଆସି ସବୁକଥା ବୁଝାଉଛନ୍ତି । ତୁମମାନଙ୍କ ଭିତରୁ
ମଧ୍ୟ ସମସ୍ତଙ୍କର ସମାନ ଧାରଣା ହେଉନାହିଁ । ବାବା ଏତେ ସବୁକଥା ବୁଝାଇ କହୁଛନ୍ତି ଶିବବାବା ମନେ
ଅଛନ୍ତି? ବର୍ସା ମନେ ଅଛି? ଏହା ହିଁ ମୂଳକଥା ଅଟେ । ଭକ୍ତିମାର୍ଗରେ କେତେ ପଇସା ନଷ୍ଟ କରୁଛନ୍ତି
। ଏଠାରେ ତୁମର ପଇସାଟିଏ ମଧ୍ୟ ନଷ୍ଟ ହେଉନାହିଁ । ତୁମେମାନେ ଧନବାନ ହେବା ପାଇଁ ସେବା କରୁଛ ।
ଭକ୍ତିମାର୍ଗରେ ତ ବହୁତ ପଇସା ଖର୍ଚ୍ଚ କରି କରି ଧନହୀନ ହୋଇଯାଇଛନ୍ତି । ତାଙ୍କର ସବୁକିଛି ମାଟିରେ
ମିଶିଯାଉଛି । କେତେ ଫରକ ରହିଛି । ଏହି ସମୟରେ ଯାହା କିଛି କରୁଛନ୍ତି ତାହା ଈଶ୍ୱରୀୟ ସେବାରେ
ଶିବବାବାଙ୍କୁ ହିଁ ଦେଉଛନ୍ତି । ଶିବବାବା ତ ଖାଉନାହାଁନ୍ତି । ତୁମେମାନେ ହିଁ ଖାଉଛ । ତୁମେ
ବ୍ରାହ୍ମଣମାନେ ମଝିରେ ନିମିତ୍ତ ହୋଇଛ । ବ୍ରହ୍ମାଙ୍କୁ ମଧ୍ୟ ଦେଉନାହିଁ, ଶିବବାବାଙ୍କୁ ହିଁ
ଦେଉଛ । କହୁଛନ୍ତି ବାବା ଆପଣଙ୍କ ପାଇଁ ଧୋତି, କୁର୍ତ୍ତା ଆଣିଛି । ବାବା କହୁଛନ୍ତି - ଏହାଙ୍କୁ
ଦେବା ଦ୍ୱାରା ତୁମର କିଛି ବି ଜମା ହେବ ନାହିଁ । ଜମା ସେତେବେଳେ ହୋଇଥାଏ ଯେତେବେଳେ ତୁମେ
ଶିବବାବାଙ୍କୁ ସ୍ମରଣ କରି ଏହାଙ୍କୁ ଦେଇଥାଅ । ଏ କଥା ତ ତୁମେମାନେ ଜାଣିଛ ଶିବାବାବାଙ୍କର
ସମ୍ପତ୍ତି ଦ୍ୱାରା ହିଁ ଆମର ପାଳନା ହେଉଛି । ବାବାଙ୍କୁ ପଚାରିବା ଦରକାର ନାହିଁ ଯେ କ’ଣ ପଠାଇବୁ?
ଇଏ ତ ନେବେ ନାହିଁ । ଯଦି ତୁମେ ବ୍ରହ୍ମାଙ୍କୁ ମନେ ପକାଇ କୌଣସି ଜିନିଷ ଦେବ ତେବେ ତୁମର ଜମା
ହେବ ନାହିଁ । ବ୍ରହ୍ମାବାବା ମଧ୍ୟ ଶିବବାବାଙ୍କର ସମ୍ପତ୍ତିରୁ ନେଉଛନ୍ତି, ତେବେ ଶିବବାବା ହିଁ
ମନେ ପଡିବେ ନା । ତୁମଠାରୁ କାହିଁକି ନେବେ । ବି.କେ.ଙ୍କୁ ଦେବା ମଧ୍ୟ ଭୁଲ ଅଟେ । ବାବା
ବୁଝାଇଛନ୍ତି ତୁମେ କାହାଠାରୁ କୌଣସି ଜିନିଷ ନେଇ ପିନ୍ଧିଲେ ତାଙ୍କ କଥା ହିଁ ମନେ ରହିବ । ଯଦି
କିଛି ସାଧାରଣ ଜିନିଷ ହୋଇଥିବ ତେବେ ଏତେ ମନେ ପଡିବ ନାହିଁ ଯଦି ଭଲ ଜିନିଷ ହୋଇଥିବ ତେବେ ଆହୁରି
ମନେ ପଡିବ ଇଏ ଆମକୁ ଦେଇଥିଲେ । ତେବେ ସେମାନଙ୍କର କିଛି ବି ଜମା ହୁଏ ନାହିଁ । ଏହାଦ୍ୱାରା ବହୁତ
କ୍ଷତି ହେଉଛି ନା । ଶିବବାବା କହୁଛନ୍ତି ମୋତେ ମନେପକାଅ, ମୋର ପୋଷକ ଆଦି ଦରକାର ନାହିଁ । ପୋଷାକ
ଆଦି ପିଲାମାନଙ୍କର ଆବଶ୍ୟକ ସେମାନେ ଶିବବାବାଙ୍କର ଭଣ୍ଡାରରୁ ପିନ୍ଧିବେ, ମୋର ତ ଶରୀର ନାହିଁ ।
ଏମାନେ ଶିବବାବାଙ୍କର ଭଣ୍ଡାରରୁ ନେବାର ହକଦାର ଅଟନ୍ତି । ରାଜତ୍ୱ ପାଇବାର ମଧ୍ୟ ହକଦାର ଅଟନ୍ତି
। ବାପ ଘରେ ହିଁ ପିଲାମାନେ ଖାଇବା ପିଇବା କରିଥା’ନ୍ତି ନା । ତୁମେ ମଧ୍ୟ ସେବା କରି ନିଜର
ରୋଜଗାର କରୁଛ । ଯେତେ ଅଧିକ ସେବା କରିବ ସେତେ ରୋଜଗାର କରିବ । ଶିବବାବାଙ୍କ ଭଣ୍ଡାରରୁ ହିଁ ତୁମେ
ଖାଉଛ-ପିଉଛ । ଯଦି ତାଙ୍କୁ ନ ଦେବ ତେବେ ତୁମର ଜମା ହେବ ନାହିଁ । ତେଣୁ ଶିବବାବାଙ୍କୁ ହିଁ
ଦେବାକୁ ପଡିଥାଏ । କହୁଛନ୍ତି ବାବା ଆମେ ଆପଣଙ୍କ ଦ୍ୱାରା ହିଁ ଭବିଷ୍ୟତ ୨୧ ଜନ୍ମ ପାଇଁ ପଦମାପଦମ
ପତି ହେବୁ । ପଇସା ତ ନଷ୍ଟ ହୋଇଯିବ ସେଥିପାଇଁ ସମର୍ଥ ବାବାଙ୍କୁ ଆମେ ଦେଉଛୁ । ବାବା ସମର୍ଥ
ଅଟନ୍ତି ନା । ୨୧ ଜନ୍ମ ପାଇଁ ବାବା ଆମକୁ ଦେଉଛନ୍ତି । ପରୋକ୍ଷରେ ମଧ୍ୟ ଈଶ୍ୱରଙ୍କ ଅର୍ଥେ
ଦେଇଥାନ୍ତି ନା । ପରୋକ୍ଷରେ ଏତେ ସାମର୍ଥ୍ୟ ନଥାଏ । ବର୍ତ୍ତମାନ ବାବା ସମ୍ମୁଖରେ ଅଛନ୍ତି ତେଣୁ
ଏଥିରେ ବହୁତ ସାମର୍ଥ୍ୟ ରହିଛି । ୱାର୍ଲଡ ଅଲମାଇଟ୍ ଅଥରିଟୀ ଏହି ସମୟରେ ସମ୍ମୁଖରେ ଅଛନ୍ତି ।
ଈଶ୍ୱରଙ୍କ ନାମରେ କିଛି
ଦାନ-ପୁଣ୍ୟ କଲେ ତା’ଦ୍ୱାରା ଅଳ୍ପ କାଳ ପାଇଁ କିଛି ମିଳିଯାଇଥାଏ । ଏଠାରେ ବାବା ତୁମମାନଙ୍କୁ
ବୁଝାଉଛନ୍ତି - ମୁଁ ସମ୍ମୁଖରେ ଅଛି । ମୁଁ ହିଁ ଦାତା ଅଟେ । ଏହି ବ୍ରହ୍ମା ମଧ୍ୟ ନିଜର ସବୁ କିଛି
ଦେଇ ସାରା ବିଶ୍ୱର ରାଜତ୍ୱ ନେଇଛନ୍ତି ନା । ଏକଥା ମଧ୍ୟ ତୁମେମାନେ ଜାଣିଛ - ଏହି ସାକାର
ବ୍ରହ୍ମାଙ୍କର ହିଁ ଅବ୍ୟକ୍ତ ରୂପର ସାକ୍ଷାତ୍କାର ହେଉଛି । ଏହାଙ୍କ ଶରୀରରେ ଶିବବାବା ଆସି
ପିଲାମାନଙ୍କ ସହିତ କଥା ହେଉଛନ୍ତି । କେବେ ବି ଖିଆଲ କରିବା ଉଚିତ୍ ନୁହେଁ ଯେ ଆମେ
ମନୁଷ୍ୟମାନଙ୍କଠାରୁ ନେବୁ । କୁହ, ଶିବବାବାଙ୍କ ଭଣ୍ଡାରକୁ ପଠାଇ ଦିଅ, ୟାଙ୍କୁ ଦେଲେ କିଛି
ମିଳିବ ନାହିଁ । ଆହୁରି କ୍ଷତି ହୋଇଯିବ । ଯଦି ଗରୀବ ହୋଇଥିବେ ତେବେ ୩-୪ ଟଙ୍କାର କୌଣସି ଜିନିଷ
ତୁମକୁ ଦେବେ, ତା’ ଅପେକ୍ଷା ଶିବବାବଙ୍କ ଭଣ୍ଡାରରେ ପକାଇଲେ ଏହା ପଦମର ଜମା ହୋଇଯିବ । ତେଣୁ
ନିଜର କ୍ଷତି କରିବା ଉଚିତ ନୁହେଁ । ପୂଜା ପ୍ରାୟତଃ ଦେବୀମାନଙ୍କର ହୋଇଥାଏ, କାହିଁକି ନା ଖାସ
ତୁମେ ଦେବୀମାନେ ହିଁ ଜ୍ଞାନ ଦେବା ପାଇଁ ନିମିତ୍ତ ହେଉଛ । ଯଦିଓ ଭାଇମାନେ ବୁଝାଉଛନ୍ତି କିନ୍ତୁ
ପ୍ରାୟତଃ ମାତାମାନେ ହିଁ ବ୍ରାହ୍ମଣୀ ହୋଇ ରାସ୍ତା ବତାଇଥା’ନ୍ତି । ସେଥିପାଇଁ ଦେବୀମାନଙ୍କର
ଅଧିକ ନାମ ରହିଛି । ଦେବୀମାନଙ୍କର ହିଁ ବହୁତ ପୂଜା ହୋଇଥାଏ । ଏ କଥା ମଧ୍ୟ ତୁମେମାନେ ଜାଣିଛ,
ଆମେ ଅଧାକଳ୍ପ ପୂଜ୍ୟ ଥିଲୁ । ପ୍ରଥମେ ସମ୍ପୂର୍ଣ୍ଣ ରୂପେ ପୂଜ୍ୟ ଥିଲୁ ପୁଣି ସେମି ପୂଜ୍ୟ,
କାହିଁକି ନା ଦୁଇ କଳା କମ୍ ହୋଇଯାଉଛି । ତ୍ରେତାରେ ହିଁ ରାମଙ୍କର ବଂଶାବଳୀ କୁହାଯିବ । ସେମାନେ
ତ ଲକ୍ଷ-ଲକ୍ଷ ବର୍ଷର କଥା ବୋଲି କହିଦେଉଛନ୍ତି । ତେଣୁ ଏହାର କୌଣସି ହିସାବ କରାଯାଇପାରିବ ନାହିଁ
। ଭକ୍ତିମାର୍ଗୀ ଆତ୍ମାଙ୍କ ବୁଦ୍ଧି ଓ ତୁମମାନଙ୍କ ବୁଦ୍ଧି ମଧ୍ୟରେ କେତେ ରାତି-ଦିନର ଫରକ ରହିଛି
। ତୁମର ଈଶ୍ୱରୀୟ ବୁଦ୍ଧି, ସେମାନଙ୍କର ରାବଣ ବୁଦ୍ଧି ଅଟେ । ତୁମମାନଙ୍କ ବୁଦ୍ଧିରେ ଅଛି ଯେ, ଏହି
ଚକ୍ର ୫ ହଜାର ବର୍ଷର ଅଟେ । ଯାହାକି ଘୂରି ଚାଲିଛି । ଯେଉଁମାନେ ରାତ୍ରିରେ ଅଛନ୍ତି ସେମାନେ
ଲକ୍ଷ-ଲକ୍ଷ ବର୍ଷ କହୁଛନ୍ତି, ଯେଉଁମାନେ ଦିନରେ ଅଛନ୍ତି ସେମାନେ ୫ ହଜାର ବର୍ଷ ବୋଲି କହୁଛନ୍ତି
। ଅଧାକଳ୍ପ ହେବ ଭକ୍ତି ମାର୍ଗରେ ତୁମେମାନେ ଅସତ୍ୟ କଥା ଶୁଣି ଆସିଛ । ସତ୍ୟଯୁଗରେ ଏପରି କୌଣସି
କଥା ହେବ ନାହିଁ । ସେଠାରେ ତ ବର୍ସା ମିଳିଥାଏ । ଏବେ ତୁମମାନଙ୍କୁ ପ୍ରତ୍ୟକ୍ଷରେ ମତ ମିଳୁଛି ।
ଶ୍ରୀମତ ଭଗବତ ଗୀତା ଅଟେ ନା । ଆଉ କୌଣସି ଶାସ୍ତ୍ରର ନାମ ଶ୍ରୀମଦ୍ ରଖାଯାଇ ନାହିଁ । ପ୍ରତ୍ୟେକ
୫ ହଜାର ବର୍ଷ ପରେ ପୁରୁଷୋତ୍ତମ ସଙ୍ଗମ ଯୁଗ, ଗୀତାର ଯୁଗ ଆସିଥାଏ । ଲକ୍ଷ-ଲକ୍ଷ ବର୍ଷର କଥା ତ
ହୋଇପାରିବ ନାହିଁ । କେବେ କେହି ଆସିଲେ ତାଙ୍କୁ ସଙ୍ଗମ ଯୁଗ ବିଷୟରେ ବୁଝାଅ । ବେହଦର ବାବା
ରଚୟିତା ଅର୍ଥାତ ନିଜର ଏବଂ ରଚନାର ସମସ୍ତ ପରିଚୟ ଦେଉଛନ୍ତି, ତଥାପି ବି କହୁଛନ୍ତି - ଆଚ୍ଛା,
ବାବାଙ୍କୁ ମନେ ପକାଅ, ଯଦି ଆଉ କିଛି ଧାରଣା କରିପାରୁ ନାହଁ ତେବେ ନିଜକୁ ଆତ୍ମା ଭାବି ବାବାଙ୍କୁ
ମନେ ପକାଅ । ପବିତ୍ର ତ ହେବାର ହିଁ ଅଛି । ଯଦି ବାବାଙ୍କଠାରୁ ସମ୍ପତ୍ତି ନେଉଛ ତେବେ ଦୈବୀଗୁଣ
ମଧ୍ୟ ଧାରଣା କରିବାକୁ ହେବ । ଆଚ୍ଛା!
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ୨୧ ଜନ୍ମର
ରୋଜଗାର ଜମା କରିବା ପାଇଁ ନିଜର ସବୁକିଛି ସିଧାସଳଖ ଈଶ୍ୱରୀୟ ସେବାରେ ଜମା କରିବାକୁ ହେବ । ନିଜେ
ନିମିତ୍ତ ହୋଇ ଶିବବାବାଙ୍କ ନାମରେ ସେବା କରିବାକୁ ହେବ ।
(୨) ଯେତେ ସମୟ ଯୋଗରେ
ବସୁଛ ସେତିକି ସମୟ ବୁଦ୍ଧି କେଉଁ କେଉଁ ଆଡେ ଯାଉଛି - ତାହା ଚେକ୍ କରିବାକୁ ହେବ । ନିଜର
ସଚ୍ଚା-ସଚ୍ଚା ଚାର୍ଟ ରଖିବାକୁ ହେବ । ନରରୁ ନାରାୟଣ ହେବା ପାଇଁ ବାବା ଏବଂ ବର୍ସା ଅର୍ଥାତ୍
ବାବାଙ୍କର ସମ୍ପତ୍ତିର ସ୍ମୃତିରେ ରହିବାକୁ ହେବ ।
ବରଦାନ:-
ବିସ୍ମୃତିର
ଦୁନିଆରୁ ବାହାରି ସ୍ମୃତି ସ୍ୱରୂପ ସ୍ଥିତିରେ ରହି ହୀରୋ ପାର୍ଟ କରିବାବାଲା ବିଶେଷ ଆତ୍ମା ଭବ ।
ଏହି ସଂଗମଯୁଗ ହେଉଛି
ସ୍ମୃତିର ଏବଂ କଳିଯୁଗ ବିସ୍ମୃତିର ଯୁଗ । ତୁମେ ସମସ୍ତେ ବିସ୍ମୃତିର ଦୁନିଆରୁ ବାହାରି ଆସିଛ ।
ତେବେ ଯେଉଁମାନେ ସ୍ମୃତି ସ୍ୱରୂପ ଅଟନ୍ତି ସେହିମାନେ ହିଁ ହୀରୋପାର୍ଟ କରୁଥିବା ବିଶେଷ ଆତ୍ମା
ଅଟନ୍ତି । ଏହି ସମୟରେ ତୁମେମାନେ ଡବଲ ହୀରୋ ଅଟ, ଗୋଟିଏ ହେଲା ହୀରା ତୁଲ୍ୟ ମୂଲ୍ୟବାନ ହୋଇଛ ଏବଂ
ଦ୍ୱିତୀୟରେ ସୃଷ୍ଟି ନାଟକରେ ତୁମମାନଙ୍କର ହୀରୋ ପାର୍ଟ ରହିଛି । ତେଣୁ ତୁମ ହୃଦୟରେ ସର୍ବଦା ଏହି
ଗୀତ ବାଜୁଥାଉ ଯେ ”ବାଃ ମୋ’ର ଶ୍ରେଷ୍ଠ ଭାଗ୍ୟ ବାଃ” ଯେପରି ନିଜର ହଦ୍ର ଅର୍ଥାତ୍ ଲୌକିକ
କର୍ମ-ଧନ୍ଦା ସର୍ବଦା ମନେ ରହୁଛି ସେହିଭଳି ଏହି ଅବିନାଶୀ କର୍ତ୍ତବ୍ୟକୁ ମଧ୍ୟ ମନେ ରଖ ଯେ “ମୁଁ
ଶ୍ରେଷ୍ଠ ଆତ୍ମା ଅଟେ” ତେବେ କୁହାଯିବ ବିଶେଷ ଆତ୍ମା ।
ସ୍ଲୋଗାନ:-
ସାହସ ରୂପୀ
ପ୍ରଥମ ପାଦ ଯଦି ଆଗକୁ ବଢାଇବ, ତେବେ ବାବାଙ୍କର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ।