24.09.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ତୁମମାନଙ୍କର ବ୍ୟାଟେରୀକୁ ଚାର୍ଜ କରିବା ପାଇଁ ଆସିଛନ୍ତି, ଯେତେ ତୁମେ ବାବାଙ୍କ ସ୍ମୃତିରେ ରହିବ
ସେତେ ତୁମର ବ୍ୟାଟେରୀ ଚାର୍ଜ ହୋଇଚାଲିବ ।”
ପ୍ରଶ୍ନ:-
ତୁମର ସତ୍ୟର
ନାଆକୁ ତୋଫାନ କାହିଁକି ଲାଗୁଛି?
ଉତ୍ତର:-
କାହିଁକି ନା ବର୍ତ୍ତମାନ ସମୟରେ ବହୁତ ନକଲି ବା ମିଥ୍ୟାବାଦୀ ବାହାରିଛନ୍ତି । କେହି କେହି ନିଜକୁ
ଭଗବାନ କହୁଛନ୍ତି, ଆଉ କେହି ରିଦ୍ଧି-ସିଦ୍ଧି ଅର୍ଥାତ୍ ଯାଦୁବିଦ୍ୟା ଦେଖାଉଛନ୍ତି, ସେଥିପାଇଁ
ମନୁଷ୍ୟ ସତ୍ୟକୁ ପରଖି ପାରୁନାହାଁନ୍ତି । ସତ୍ୟର ନାଆକୁ ହଲଚଲ୍ କରିବାକୁ ଚେଷ୍ଟା କରୁଛନ୍ତି ।
କିନ୍ତୁ ତୁମେ ଜାଣିଛ ଯେ ଆମର ସତ୍ୟର ନାବ କେବେ ବି ବୁଡିପାରିବ ନାହିଁ । ଆଜି ଯେଉଁମାନେ ବିଘ୍ନ
ପକାଉଛନ୍ତି, ସେମାନେ କାଲିକୁ ବୁଝିଯିବେ ଯେ ସଦ୍ଗତିର ରାସ୍ତା ଏହିଠାରୁ ହିଁ ମିଳିବ ।
ସମସ୍ତଙ୍କ ନିମନ୍ତେ ଏହା ହିଁ ଏକମାତ୍ର ଦୋକାନ ।
ଓମ୍ ଶାନ୍ତି ।
ଏହା କୁହାଗଲା
ରୁହାନୀ ସନ୍ତାନମାନଙ୍କ ପ୍ରତି ଅଥବା ଆତ୍ମାମାନଙ୍କ ପ୍ରତି କାହିଁକି ନା ରୁହ ଅଥବା ଆତ୍ମା କାନ
ଦ୍ୱାରା ହିଁ ଶୁଣୁଛି । ଧାରଣା ଆତ୍ମାରେ ହିଁ ହୋଇଥାଏ । ବାବାଙ୍କ ଆତ୍ମାରେ ମଧ୍ୟ ଜ୍ଞାନ ଭରି
ହୋଇ ରହିଛି । ଏହି ଜନ୍ମରେ ହିଁ ତୁମ ପିଲାମାନଙ୍କୁ ଆତ୍ମ-ଅଭିମାନୀ ହେବାକୁ ପଡିବ ।
ଭକ୍ତିମାର୍ଗରେ ୬୩ ଜନ୍ମ ଦ୍ୱାପର ଯୁଗରୁ ତୁମେ ଦେହ-ଅଭିମାନରେ ରହୁଛ । ଆତ୍ମା କ’ଣ, ତୁମକୁ ଜଣା
ନ ଥିଲା । କିନ୍ତୁ ଆତ୍ମା ନିଶ୍ଚୟ ଅଛି । ଆତ୍ମା ହିଁ ଶରୀରରେ ପ୍ରବେଶ କରୁଛି । ଆତ୍ମାକୁ ହିଁ
ଦୁଃଖର ଅନୁଭୂତି ହେଉଛି । ପତିତ ଆତ୍ମା ଏବଂ ପାବନ ଆତ୍ମା ବୋଲି ମଧ୍ୟ କୁହାଯାଏ । ପତିତ ପରମାତ୍ମା
କେବେ ହେଲେ ଶୁଣି ନାହଁ । ସମସ୍ତଙ୍କ ଭିତରେ ଯଦି ପରମାତ୍ମା ଥାଆନ୍ତେ ତେବେ ପତିତ ପରମାତ୍ମା
ହୋଇଯିବ । ତେବେ ମୁଖ୍ୟ କଥା ହେଉଛି ଆତ୍ମ-ଅଭିମାନୀ ହେବା । ଆତ୍ମା କେତେ ଛୋଟ, ସେଥିରେ କେତେ
ଅଭିନୟ ଭରି ହୋଇ ରହିଛି, ଏ କଥା କାହାକୁ ବି ଜଣା ନାହିଁ । ତୁମେ ତ ନୂଆ କଥା ଶୁଣୁଛ । ଏହି ଯୋଗର
ଯାତ୍ରା ମଧ୍ୟ ବାବା ହିଁ ଶିଖାଉଛନ୍ତି, ଆଉ କେହି ଶିଖାଇ ପାରିବେ ନାହିଁ । ଏହିଥିରେ ହିଁ
ପରିଶ୍ରମ ରହିଛି । ତେଣୁ ପ୍ରତି ମୁହୁର୍ତ୍ତରେ ନିଜକୁ ଆତ୍ମା ବୋଲି ଭାବିବାକୁ ହେବ । ଯେପରି ଦେଖ
ଏହି ଏମରଜେନ୍ସି ଲାଇଟ୍ ଅର୍ଥାତ୍ ଜରୁରୀକାଳୀନ ବତୀ ଆସିଛି, ଯାହାକି ବ୍ୟାଟେରୀରେ ଚାଲୁଛି ।
ତା’କୁ ପୁଣି ଚାର୍ଜ କରିଥାନ୍ତି । ବାବା ହେଉଛନ୍ତି ସବୁଠାରୁ ବଡ ଶକ୍ତି । କେତେ ଢେର ଆତ୍ମାମାନେ
ରହିଛନ୍ତି । ସମସ୍ତଙ୍କୁ ସେହି କରେଣ୍ଟରୁ ନିଜକୁ ଚାର୍ଜ କରିବାକୁ ହେବ । ବାବା ହେଉଛନ୍ତି
ସର୍ବଶକ୍ତିମାନ୍ । ଯଦି ଆମେ ଆତ୍ମାମାନେ ତାଙ୍କ ସହିତ ଯୋଗ ନ ଲଗାଇବା ତେବେ ଆମର ବ୍ୟାଟେରୀ
ଚାର୍ଜ କିପରି ହେବ? ଡିସ୍ଚାର୍ଜ ହେବାରେ ସାରା କଳ୍ପ ଲାଗିଥାଏ । ଏବେ ପୁଣି ବ୍ୟାଟେରୀକୁ ଚାର୍ଜ
କରିବାକୁ ପଡୁଛି । ପିଲାମାନେ ଜାଣିଛନ୍ତି ଆମର ବ୍ୟାଟେରୀ ଡିସ୍ଚାର୍ଜ ହୋଇଗଲାଣି, ଏବେ ପୁଣି
ଚାର୍ଜ କରିବାକୁ ପଡିବ । ତେବେ କିପରି? ବାବା କହୁଛନ୍ତି ମୋ’ ସହିତ ଯୋଗ ଲଗାଅ । ଏହା ତ ବହୁତ
ସହଜ ବୁଝିବାର କଥା । ବାବା କହୁଛନ୍ତି ମୋ ସହିତ ବୁଦ୍ଧିଯୋଗ ଲଗାଇଲେ ତୁମ ଆତ୍ମାରେ ଶକ୍ତି
ଭରିଯିବ ଏବଂ ତୁମେ ସତ୍ତ୍ୱପ୍ରଧାନ ହୋଇଯିବ । ପାଠପଢା ତ ହେଉଛି ରୋଜଗାର । ଯୋଗ ଦ୍ୱାରା ତୁମେ
ପବିତ୍ର ହେଉଛ । ଦୀର୍ଘାୟୁ ହେଉଛ । ବ୍ୟାଟେରୀ ଚାର୍ଜ ହେଉଛି । ତେଣୁ ପ୍ରତ୍ୟେକେ ଦେଖିବା ଦରକାର
- କେତେ ବାବାଙ୍କୁ ମନେ ପକାଉଛନ୍ତି । ବାବାଙ୍କୁ ଭୁଲିବା ଦ୍ୱାରା ହିଁ ବ୍ୟାଟେରୀ ଡିସ୍ଚାର୍ଜ
ହେଉଛି, ବର୍ତ୍ତମାନ କାହାର ହେଲେ ସଚ୍ଚା ସମ୍ବନ୍ଧ ନାହିଁ । ତୁମ ସନ୍ତାନମାନଙ୍କର ହିଁ ସଚ୍ଚା
ସମ୍ବନ୍ଧ ରହିଛି । ବାବାଙ୍କ ସ୍ମୃତି ବିନା ଜ୍ୟୋତି କିପରି ଜାଗ୍ରତ ହେବ? ଜ୍ଞାନ ମଧ୍ୟ କେବଳ
ଏକମାତ୍ର ବାବା ହିଁ ଦେଇଥା’ନ୍ତି । ତୁମେ ଜାଣିଛ ଯେ ଜ୍ଞାନ ହେଉଛି ଦିନ ଏବଂ ଭକ୍ତି ହେଉଛି ରାତି
। ପୁଣି ରାତି ପ୍ରତି ବୈରାଗ୍ୟ ଆସୁଛି, ତା’ପରେ ଦିନ ଆରମ୍ଭ ହେଉଛି । ବାବା କହୁଛନ୍ତି ରାତିକୁ
ଭୁଲି ଏବେ ଦିନକୁ ମନେ ପକାଅ । ସ୍ୱର୍ଗ ହେଲା ଦିନ, ନର୍କ ରାତି ଅଟେ । ତୁମେ ଏବେ ଚୈତନ୍ୟରେ ଅଛ,
ଏହି ଶରୀର ତ ହେଉଛି ବିନାଶୀ । ମାଟିରେ ତିଆରି ହୋଇଛି ପୁଣି ମାଟିରେ ମିଶିଯାଉଛି । ଆତ୍ମା ତ
ଅବିନାଶୀ ଅଟେ ନା । ବାକି ବ୍ୟାଟେରୀ ଡିସ୍ଚାର୍ଜ ହୋଇଥାଏ । ଏବେ ତୁମେ କେତେ ବୁଦ୍ଧିମାନ ହେଉଛ
। ତୁମର ବୁଦ୍ଧି ଘରକୁ ଚାଲିଯାଉଛି । ସେଠାରୁ ଆମେ ଆସିଛୁ । ଏଠାରେ ସୂକ୍ଷ୍ମବତନ ବିଷୟରେ ତ ତୁମେ
ଜାଣିଗଲ । ସେଠାରେ ବିଷ୍ଣୁଙ୍କର ୪ ଭୂଜା ଦେଖାଉଛନ୍ତି । ଏଠାରେ ତ ୪ ଭୂଜା ହୁଏ ନାହିଁ । ଏ କଥା
କାହାରି ବୁଦ୍ଧିରେ ନ ଥିବ ଯେ ବ୍ରହ୍ମା-ସରସ୍ୱତୀ ପୁଣି ଲକ୍ଷ୍ମୀ-ନାରାୟଣ ହେଉଛନ୍ତି, ସେଥିପାଇଁ
ବିଷ୍ଣୁଙ୍କୁ ୪ ଭୂଜ ଦିଆଯାଇଛି । ବାବାଙ୍କ ବିନା କେହି ବୁଝାଇ ପାରିବେ ନାହିଁ । ଆତ୍ମାରେ ହିଁ
ସଂସ୍କାର ଭରିଥା’ନ୍ତି । ଆତ୍ମା ହିଁ ତମୋପ୍ରଧାନରୁ ପୁଣି ସତ୍ତ୍ୱପ୍ରଧାନ ହୋଇଥାଏ । ଆତ୍ମାମାନେ
ହିଁ ବାବାଙ୍କୁ ଡାକୁଛନ୍ତି - ବାବା ଆମେ ଡିସ୍ଚାର୍ଜ ହୋଇଯାଇଛୁ, ଏବେ ଆପଣ ଆସନ୍ତୁ ଆମକୁ ଚାର୍ଜ
ହେବାର ଅଛି । ଏବେ ବାବା କହୁଛନ୍ତି - ଯେତେ ମୋତେ ମନେ ପକାଇବ ସେତେ ତାକତ ଆସିବ । ବାବାଙ୍କ
ପ୍ରତି ବହୁତ ସ୍ନେହ ରହିବା ଉଚିତ୍ । ବାବା ଆମେ ଆପଣଙ୍କର, ଆପଣଙ୍କ ସହିତ ହିଁ ଘରକୁ ଯିବୁ ।
ଯେପରି ବାପଘରୁ ଶାଶୁଘର ଲୋକେ ନେଇଯାଇଥା’ନ୍ତି ନା । ଏଠାରେ ସଜାଇବା ପାଇଁ ତୁମକୁ ଦୁଇଜଣ ପିତା
ମିଳିଛନ୍ତି । ଶୃଙ୍ଗାର ମଧ୍ୟ ଭଲ ହେବା ଦରକାର ଅର୍ଥାତ୍ ସର୍ବଗୁଣ ସମ୍ପନ୍ନ ହେବା ଦରକାର । ନିଜକୁ
ପଚାରିବା ଉଚିତ୍, ମୋ ଭିତରେ କୌଣସି ଅବଗୁଣ ନାହିଁ ତ । ମନରେ ଯଦିଓ ତୋଫାନ ଆସୁଛି କିନ୍ତୁ
କର୍ମରେ କିଛି କରୁ ନାହିଁ ତ? କାହାକୁ ଦୁଃଖ ଦେଉନାହିଁ ତ? ବାବା ହେଉଛନ୍ତି ଦୁଃଖହର୍ତ୍ତା,
ସୁଖକର୍ତ୍ତା । ଆମେ ମଧ୍ୟ ସମସ୍ତଙ୍କୁ ସୁଖର ରାସ୍ତା ବତାଉଛୁ । ବାବା ବହୁତ ଉପାୟ ବତାଉଛନ୍ତି ।
ତୁମେ ତ ହେଉଛ ସେନା । ତୁମର ନାମ ହିଁ ହେଉଛି ପ୍ରଜାପିତା ବ୍ରହ୍ମାକୁମାର-କୁମାରୀ, କେହି ବି ଯଦି
ଭିତରକୁ ଆସୁଛନ୍ତି, ପ୍ରଥମେ ପ୍ରଥମେ ଏ କଥା ପଚାର ଯେ କେଉଁଠାରୁ ଆସିଛ? କାହା ପାଖକୁ ଆସିଛ?
କହିବେ ମୁଁ ବି.କେ.ଙ୍କ ପାଖକୁ ଆସିଛି । ଆଚ୍ଛା ବ୍ରହ୍ମା କିଏ? ପ୍ରଜାପିତା ବ୍ରହ୍ମାଙ୍କର ନାମ
କେବେ ଶୁଣିଛ? ହଁ ପ୍ରଜାପିତାଙ୍କର ତୁମେ ମଧ୍ୟ ସନ୍ତାନ ଅଟ । ସମସ୍ତେ ତ ପ୍ରଜା ହୋଇଗଲେ ନା ।
ସିଏ ତୁମର ପିତା ଅଟନ୍ତି, କେବଳ ତୁମେ ଜାଣି ନାହଁ । ବ୍ରହ୍ମା ମଧ୍ୟ କାହାର ସନ୍ତାନ ହୋଇଥିବେ ନା
। ତାଙ୍କ ପିତାଙ୍କର ଶରୀର ତ ଦୃଶ୍ୟମାନ ହେଉ ନାହିଁ । ବ୍ରହ୍ମା-ବିଷ୍ଣୁ-ଶଙ୍କର ଏହି ତିନିଜଣଙ୍କ
ଉପରେ ଅଛନ୍ତି ଶିବବାବା । ତ୍ରିମୂର୍ତ୍ତୀ ଶିବଙ୍କୁ ତିନି ଜଣଙ୍କର ରଚୟିତା କୁହାଯାଉଛି । ଉପରେ
ଜଣେ ଶିବବାବା, ପୁଣି ତା’ପରେ ତିନି ଦେବତା ରହିଛନ୍ତି । ଯେପରି ବଂଶାବଳୀ ହୋଇଥାଏ ନା ।
ବ୍ରହ୍ମାଙ୍କର ପିତା ନିଶ୍ଚୟ ଭଗବାନ ହିଁ ହୋଇଥିବେ । ସେ ହେଲେ ଆତ୍ମାମାନଙ୍କର ପିତା । ଆଚ୍ଛା,
ପୁଣି ବ୍ରହ୍ମା କେଉଁଠାରୁ ଆସିଲେ । ବାବା କହୁଛନ୍ତି ମୁଁ ଏହାଙ୍କ ଭିତରେ ପ୍ରବେଶ କରି, ଏହାଙ୍କର
ନାମ ବ୍ରହ୍ମା ରଖୁଛି । ତୁମ ପିଲାମାନଙ୍କର ନାମ ରଖିଲି, ତେଣୁ ଏହାଙ୍କର ନାମ ମଧ୍ୟ ବ୍ରହ୍ମା
ରଖିଲି । କହୁଛନ୍ତି ଏହା ମୋର ଦିବ୍ୟ ଅଲୌକିକ ଜନ୍ମ । ତୁମ ସନ୍ତାନମାନଙ୍କୁ ତ ପୋଷ୍ୟ ରୂପେ
ଗ୍ରହଣ କରୁଛି । ବାକି ଏହାଙ୍କ ଭିତରେ ପ୍ରବେଶ କରୁଛି ପୁଣି ତୁମମାନଙ୍କୁ ଶୁଣାଉଛି ସେଥିପାଇଁ ଇଏ
ବାପଦାଦା ହୋଇଗଲେ । ଯାହାଙ୍କ ମଧ୍ୟରେ ପ୍ରବେଶ କରିଲି ତାଙ୍କର ଆତ୍ମା ତ ଅଛି ନା । ମୁଁ ତାଙ୍କ
ପାଖରେ ଆସି ବସୁଛି । ଦୁଇ ଆତ୍ମାଙ୍କର ଅଭିନୟ ତ ଏଠାରେ ବହୁତ ହେଉଛି । ଆତ୍ମାକୁ ଡାକୁଛନ୍ତି,
ତେବେ ଆତ୍ମା ଆସି କେଉଁଠି ବସିବ । ନିଶ୍ଚୟ ବ୍ରାହ୍ମଣ ନିକଟରେ ହିଁ ବସିବ । ଇଏ ମଧ୍ୟ ଦୁଇଟି
ଆତ୍ମା ବାବା ଏବଂ ଦାଦା ଅଟନ୍ତି । ଏହାଙ୍କ ପାଇଁ ବାବା କହୁଛନ୍ତି ନିଜର ଜନ୍ମକୁ ଜାଣିନାହାଁନ୍ତି
। ତୁମକୁ ମଧ୍ୟ କହୁଛନ୍ତି ତୁମେ ନିଜର ଜନ୍ମକୁ ଜାଣି ନ ଥିଲ । ବର୍ତ୍ତମାନ ସ୍ମୃତି ଆସିଛି
କଳ୍ପ-କଳ୍ପ ୮୪ ଜନ୍ମର ଚକ୍ର ଲଗାଇଛ, ପୁଣି ଘରକୁ ଫେରୁଛ । ଏହା ହେଉଛି ସଙ୍ଗମଯୁଗ । ବର୍ତ୍ତମାନ
ତୁମର ବଦଳି ହେଉଛି । ଯୋଗ ଦ୍ୱାରା ତୁମେ ସତ୍ତ୍ୱପ୍ରଧାନ ହୋଇଯିବ, ବ୍ୟାଟେରୀ ଚାର୍ଜ ହୋଇଯିବ ।
ପୁଣି ସତ୍ୟଯୁଗରେ ଆସିଯିବ । ବୁଦ୍ଧିରେ ସମ୍ପୂର୍ଣ୍ଣ ଚକ୍ର ଘୁରିଚାଲିଛି । ବିସ୍ତାରକୁ ତ
ଯାଇପାରିବ ନାହିଁ । ବୃକ୍ଷର ମଧ୍ୟ ଆୟୁଷ ଥାଏ, ପୁଣି ଶୁଖିଯାଇଥାଏ । ଏଠାରେ ମଧ୍ୟ ସମସ୍ତ ମନୁଷ୍ୟ
ଯେପରି ଶୁଖିଯାଇଛନ୍ତି । ସମସ୍ତେ ଜଣେ ଅନ୍ୟ ଜଣଙ୍କୁ ଦୁଃଖ ଦେଇଚାଲିଛନ୍ତି । ଏବେ ସମସ୍ତଙ୍କର
ଶରୀର ନଷ୍ଟ ହୋଇଯିବ । ବାକି ଆତ୍ମାମାନେ ଚାଲିଯିବେ । ଏହି ଜ୍ଞାନ ବାବାଙ୍କ ବ୍ୟତୀତ କେହି
ଦେଇପାରିବେ ନାହିଁ । ବାବା ହିଁ ବିଶ୍ୱର ବାଦଶାହୀ ଦେଉଛନ୍ତି, ତେଣୁ ତାଙ୍କୁ କେତେ ମନେ ପକାଇବା
ଦରକାର । ତାଙ୍କରି ସ୍ମୃତିରେ ନ ରହିବା କାରଣରୁ ମାୟାର ଚାପୁଡା ଲାଗିଯାଉଛି । ସବୁଠାରୁ କଡା
ଚାପୁଡା ହେଉଛି କାମ ବିକାରର । ତୁମେ ବ୍ରାହ୍ମଣମାନେ ହିଁ ଯୁଦ୍ଧକ୍ଷେତ୍ରରେ ଅଛ ନା, ତେଣୁ ତୁମ
ପାଇଁ ହିଁ ତୋଫାନ ଆସିବ । କିନ୍ତୁ କୌଣସି ବିକର୍ମ କରିବା ଉଚିତ୍ ନୁହେଁ । ଯଦି ବିକର୍ମ କରିବ
ତେବେ ହାରିଯିବ । ବାବାଙ୍କୁ ପଚାରୁଛନ୍ତି ଏପରି କରିବାକୁ ପଡୁଛି । ସନ୍ତାନମାନେ ହଇରାଣ କରୁଛନ୍ତି
ତେଣୁ କ୍ରୋଧ ଆସିଯାଉଛି । ସନ୍ତାନମାନଙ୍କୁ ଠିକ୍ ଭାବରେ ନ ସମ୍ଭାଳିଲେ ଖରାପ ହୋଇଯିବେ । କିନ୍ତୁ
ଚାପୁଡା ନ ଲଗାଇବା ପାଇଁ ଚେଷ୍ଟା କର । କୃଷ୍ଣଙ୍କ ପାଇଁ ମଧ୍ୟ ଦେଖାଉଛନ୍ତି ନା ଖୁଣ୍ଟରେ
ବାନ୍ଧିଥିଲେ । ରଶିରେ ବାନ୍ଧିଦିଅ, ଖାଇବାକୁ ଦିଅ ନାହିଁ । କାନ୍ଦି-କାନ୍ଦି ଶେଷରେ କହିବେ ଏବେ
ଆଉ ଦୁଷ୍ଟାମୀ କରିବି ନାହିଁ । ଛୋଟଛୁଆ ତଥାପି ଦୁଷ୍ଟାମୀ କରିବ, ଶିକ୍ଷା ଦେବାକୁ ହେବ । ବାବା
ମଧ୍ୟ ସନ୍ତାନମାନଙ୍କୁ ଶିକ୍ଷା ଦେଉଛନ୍ତି - ସନ୍ତାନମାନେ, କଦାପି ବିକାରଗ୍ରସ୍ତ ହୁଅ ନାହିଁ,
କୁଳ-କଳଙ୍କିତ କର ନାହିଁ । ଲୌକିକରେ ମଧ୍ୟ କେହି କୁପୁତ୍ର ହୋଇଥିଲେ ମା-ବାପା କହିଥା’ନ୍ତି -
କାହିଁକି ମୁହଁ କଳା କରୁଛୁ । କୁଳରେ କାହିଁକି କଳଙ୍କ ଲଗାଉଛୁ । ହାରିବା-ଜିତିବା ଆଉ
ଜିତିବା-ହାରିବା ହୋଇ-ହୋଇ ଶେଷରେ ବିଜୟୀ ହୋଇଯିବ । ଏହା ସତ୍ୟର ଡଙ୍ଗା, ବହୁତ ତୋଫାନ ଆସିବ
କାହିଁକି ନା ବହୁତ ନକଲି ବାହାରି ପଡିଛନ୍ତି । କେହି ନିଜକୁ ଭଗବାନ କହୁଛନ୍ତି, କେହି ଆଉ କ’ଣ
କହୁଛନ୍ତି । ରିଦ୍ଧି-ସିଦ୍ଧି ଯାଦୁମନ୍ତ୍ର ମଧ୍ୟ ବହୁତ ଦେଖାଉଛନ୍ତି । ସାକ୍ଷାତ୍କାର ମଧ୍ୟ
କରାଉଛନ୍ତି । ବାବା ସମସ୍ତଙ୍କର ସଦ୍ଗତି କରିବା ପାଇଁ ହିଁ ଆସିଛନ୍ତି । ପୁଣି ନା ଏହି ଜଙ୍ଗଲ
ରହିବ, ନା ଜଙ୍ଗଲବାସୀ ରହିବେ । ଏବେ ତୁମେ ସଙ୍ଗମଯୁଗରେ ଅଛ, ଜାଣିଛ ଯେ ଏହି ପୁରୁଣା ଦୁନିଆ
ଶ୍ମଶାନ ହୋଇଯାଇଛି । କୌଣସି ମୁର୍ଦ୍ଦାର ସହିତ କେହି କ’ଣ ମନ ଲଗାଇ ଥାଏ, ଏ ଦୁନିଆ ତ ବିନାଶ
ହୋଇଯିବ ଅଥବା ବିନାଶ ହେବା ଉପରେ । ବାବା ସେତେବେଳେ ଆସୁଛନ୍ତି ଯେତେବେଳେ ନୂଆ ଦୁନିଆ ପୁରୁଣା
ହେଉଛି । ଯଦି ବାବାଙ୍କୁ ଭଲ ଭାବରେ ମନେ ପକାଇବ ତେବେ ବ୍ୟାଟେରୀ ଚାର୍ଜ ହେବ । ଭଲେ ବହୁତ ଭଲ-ଭଲ
ଭାଷଣ ଶୁଣାଉଛନ୍ତି । କିନ୍ତୁ ଯୋଗର ଶକ୍ତି ନାହିଁ ତେଣୁ ସେହି ଶକ୍ତି ରହୁନାହିଁ । ହତିଆର
ଶକ୍ତିସମ୍ପନ୍ନ ହୋଇନାହିଁ । ତେବେ ବାବା କହୁଛନ୍ତି ଏହା କୌଣସି ନୂଆ କଥା ନୁହେଁ । ୫ ହଜାର ବର୍ଷ
ପୂର୍ବରୁ ମଧ୍ୟ ଆସିଥିଲ । ବାବା ପଚାରୁଛନ୍ତି ଆଗରୁ କେବେ ମିଶିଛ? ତେବେ କହୁଛନ୍ତି, କଳ୍ପ
ପୂର୍ବରୁ ମିଶିଥିଲୁ । କେହି କେହି ପୁଣି କହୁଛନ୍ତି ଡ୍ରାମା ସ୍ୱତଃ ହିଁ ପୁରୁଷାର୍ଥ କରାଇବ ।
ଆଚ୍ଛା ଏବେ ଡ୍ରାମା ପୁରୁଷାର୍ଥ କରାଉଛି ନା, ତେବେ କର । ଗୋଟିଏ ଜାଗାରେ ତ ବସିଯିବାର ନାହିଁ ।
ଯେଉଁମାନେ କଳ୍ପ ପୂର୍ବରୁ ପୁରୁଷାର୍ଥ କରିଛନ୍ତି, ସେହିମାନେ କରିବେ । ବର୍ତ୍ତମାନ ପର୍ଯ୍ୟନ୍ତ
ଯେଉଁମାନେ ଆସି ନାହାଁନ୍ତି,ସେମାନେ ଆସିବେ । ଯେଉଁମାନେ ଜ୍ଞାନ ମାର୍ଗରୁ ଅଧା ରାସ୍ତାରୁ ଛାଡି
ପଳାଇଲେ, ବିବାହ ଆଦି ଯାଇ କଲେ, ତାଙ୍କର ଡ୍ରାମାରେ ଯଦି ଅଭିନୟ ଥିବ ତେବେ ପୁଣି ଆସି ପୁରୁଷାର୍ଥ
କରିବେ, ଯିବେ କୁଆଡେ । ବାବାଙ୍କ ନିକଟକୁ ଦିନେ ସମସ୍ତଙ୍କୁ ଆସି ଲାଞ୍ଚ ହଲାଇବାକୁ ହିଁ ପଡିବ ।
ଲେଖାଯାଇଛି - ଭୀଷ୍ମ ପିତାମହ ପ୍ରଭୃତି ଆଦି ମଧ୍ୟ ଶେଷରେ ଆସିଥା’ନ୍ତି । ଏବେ ତ ତାଙ୍କର କେତେ
ଗର୍ବ ରହିଛି ପୁଣି ତାଙ୍କର ସେହି ଗର୍ବ ଖର୍ବ ହୋଇଯିବ । ତୁମେ ମଧ୍ୟ ପ୍ରତ୍ୟେକ ୫ ହଜାର ବର୍ଷ ପରେ
ଅଭିନୟ କରୁଛ, ରାଜତ୍ୱ ନେଉଛ, ପୁଣି ହରାଉଛ । ଦିନକୁ ଦିନ ସେବାକେନ୍ଦ୍ରମାନ ବଢି ଚାଲିଛି ।
ଭାରତୀୟ ଯେଉଁମାନେ ଖାସ୍ ଦେବୀ-ଦେବତାଙ୍କର ପୂଜାରୀ ଅଟନ୍ତି ତାଙ୍କୁ ବୁଝାଇବାକୁ ହେବ, ସତ୍ୟଯୁଗରେ
ଦେବୀ-ଦେବତା ଧର୍ମ ଥିଲା ତେଣୁ ତାଙ୍କର ପୂଜା କରୁଛନ୍ତି । ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କର
ମହିମା କରୁଛନ୍ତି, ଆମେମାନେ ଆଦି ସନାତନ ଦେବୀ-ଦେବତା ଧର୍ମର ମହିମା କରୁଛୁ । ତାକୁ କିଏ ସ୍ଥାପନ
କରିଛନ୍ତି । ସେମାନେ ଭାବୁଛନ୍ତି କୃଷ୍ଣ ସ୍ଥାପନ କରିଛନ୍ତି ତେଣୁ ତାଙ୍କର ପୂଜା କରି ଚାଲିଛନ୍ତି
। ତୁମମାନଙ୍କ ମଧ୍ୟରେ କ୍ରମାନୁଯାୟୀ ରହିଛନ୍ତି । କିଏ କେତେ ପରିଶ୍ରମ କରୁଛନ୍ତି, କିଏ କେତେ ।
ଦେଖାଉଛନ୍ତି ନା ଗୋବର୍ଦ୍ଧନ ପାହାଡକୁ ଆଙ୍ଗୁଳିରେ ଉଠାଇ ନେଲେ ।
ଏବେ ଏହା ପୁରୁଣା ଦୁନିଆ,
ସମସ୍ତ ଜିନିଷରୁ ସାରତତ୍ତ୍ୱ ବାହାରି ଯାଇଛି । ସୁନା ଖଣି ମଧ୍ୟ ଖାଲି ହୋଇଯାଇଛି, ସ୍ୱର୍ଗରେ ତ
ସୁନାର ମହଲ ତିଆରି ହେବ, ଏବେ ତ ସରକାର ହଇରାଣ ହୋଇଯାଉଛନ୍ତି କାହିଁକି ନା କରଜ ଦେବାକୁ ପଡୁଛି ।
ସେଠାରେ ତ ଅସରନ୍ତି ଧନ ରହିବ । କାନ୍ଥମାନଙ୍କରେ ମଧ୍ୟ ହୀରା-ନୀଳା ଲାଗି ରହିଥିବ । ସେଠାରେ ହୀରା
ଖଞ୍ଜିବାର ସଉକ ରହିଥାଏ । ସେଠାରେ ଧନର ଅଭାବ ରହିବ ନାହିଁ । କାରୁନ୍ର ଖଜାନା (ଅଥାହ ସମ୍ପତ୍ତି)
ରହିବ । ଆଲ୍ଲା ଅବଲଦୀନର ଏକ ଖେଳ ଦେଖାଇଥା’ନ୍ତି । ଠକ୍ ଠକ୍ କରିଲେ ମହଲ ବାହାରି ଆସୁଛି । ଏଠାରେ
ମଧ୍ୟ ଦିବ୍ୟ ଦୃଷ୍ଟି ମିଳିବା ଦ୍ୱାରା ସ୍ୱର୍ଗକୁ ଚାଲିଯାଉଛନ୍ତି । ସେଠାରେ
ରାଜକୁମାର-ରାଜକୁମାରୀମାନଙ୍କ ପାଖରେ ମୁରଲୀ ଆଦି ସବୁ ଜିନିଷ ହୀରାର ରହିଥାଏ । ଏଠାରେ ତ କେହି
ଏପରି ଜିନିଷ ଯଦି ପିନ୍ଧି କରି ବସିଲେ ଲୁଟି ନେଇଯିବେ । ଛୁରି ମାରି ମଧ୍ୟ ନେଇଯିବେ । ସେଠାରେ
ଏପରି କଥା ହେବ ନାହିଁ । ଏହି ଦୁନିଆ ବହୁତ ପୁରୁଣା ଦୁର୍ବନ୍ଧଯୁକ୍ତ ଅଟେ । ଏହି
ଲକ୍ଷ୍ମୀ-ନାରାୟଣଙ୍କ ଦୁନିଆରେ ତ ସବୁବେଳେ ମୌଜ ହିଁ ହେଉଥିଲା । ହୀରା-ନୀଳାର ମହଲ ଥିଲା ।
ଏକୁଟିଆ ତ ନ ଥିବେ ନା । ତାହାକୁ ସ୍ୱର୍ଗ କୁହାଯାଉଥିଲା, ତୁମେ ଜାଣିଛ ବାସ୍ତବରେ ଆମେ ସ୍ୱର୍ଗର
ମାଲିକ ଥିଲୁ । ଆମେ ଏହି ସୋମନାଥ ମନ୍ଦିର ତିଆରି କରିଥିଲୁ । ଏହା ବୁଝୁଛନ୍ତି ଯେ ଆମେ କ’ଣ ଥିଲୁ
ପୁଣି ଭକ୍ତିମାର୍ଗରେ କିପରି ମନ୍ଦିର ତିଆରି କରି ପୂଜା କଲୁ । ଆତ୍ମା ଭିତରେ ନିଜର ୮୪ ଜନ୍ମର
ଜ୍ଞାନ ରହିଛି । କେତେ ହୀରାନୀଳା ଥିଲା, ସେସବୁ କୁଆଡେ ଗଲା । ଧିରେ-ଧିରେ ସବୁ ଖଲାସ୍ ହୋଇଗଲା ।
ମୁସଲମାନମାନେ ଆସି, ଏତେ ଲୁଟି ନେଇଗଲେ ଯାହାକି କବରରେ ଯାଇ ହୀରା ଲଗାଇଲେ, ତାଜମହଲ ଆଦି ତିଆରି
କଲେ । ପୁଣି ବ୍ରିଟିଶ୍ ସରକାର ସେଠାରୁ ଖୋଳି କରି ନେଇଗଲେ । ଏବେ ତ କିଛି ବି ନାହିଁ । ଭାରତ
ଗରୀବ ହୋଇଯାଇଛି, କରଜ ଉପରେ କରଜ ନେଇଚାଲିଛନ୍ତି । ଶସ୍ୟ, ଚିନି ଆଦି କିଛି ମିଳୁ ନାହିଁ । ଏବେ
ବିଶ୍ୱକୁ ବଦଳିବାକୁ ହେବ । କିନ୍ତୁ ତାହା ପୂର୍ବରୁ ଆତ୍ମାର ବ୍ୟାଟେରୀକୁ ସତ୍ତ୍ୱପ୍ରଧାନ କରିବା
ପାଇଁ ଚାର୍ଜ କରିବାକୁ ହେବ । ବାବାଙ୍କୁ ନିଶ୍ଚୟ ମନେ ପକାଇବାକୁ ହେବ । ବୁଦ୍ଧିର ଯୋଗ ବାବାଙ୍କ
ସହ ରହିଥାଉ, ତାଙ୍କଠାରୁ ହିଁ ବର୍ସା ମିଳିଥାଏ । ମାୟା ସହିତ ଏଥିରେ ହିଁ ଯୁଦ୍ଧ ହେଉଛି । ଆଗରୁ
ଏହି କଥାକୁ ତୁମେ ବୁଝି ପାରୁ ନ ଥିଲ । ଯେପରି ଅନ୍ୟମାନେ ଅଛନ୍ତି ସେହିପରି ତୁମେମାନେ ମଧ୍ୟ ଥିଲ
। ଏବେ ତୁମେ ହେଉଛ ସଙ୍ଗମଯୁଗୀ ଆଉ ସେମାନେ ସମସ୍ତେ କଳିଯୁଗୀ ଅଟନ୍ତି । ମନୁଷ୍ୟ କହିବେ ଏମାନଙ୍କୁ
ତ ଯାହା ଆସୁଛି ତାହା କହିଚାଲିଛନ୍ତି । କିନ୍ତୁ ବୁଝାଇବା ପାଇଁ ଯୁକ୍ତି ମଧ୍ୟ ରହିଛି ନା ।
ଧିରେ-ଧିରେ ତୁମମାନଙ୍କର ବୃଦ୍ଧି ହୋଇଚାଲିବ । ଏବେ ବାବା ବଡ ବିଶ୍ୱ ବିଦ୍ୟାଳୟ ଖୋଲୁଛନ୍ତି ।
ଏଥିରେ ବୁଝାଇବା ପାଇଁ ଚିତ୍ର ତ ଦରକାର ନା । ପରବର୍ତ୍ତୀ ସମୟରେ ତୁମ ପାଖରେ ଏହି ସବୁ ଚିତ୍ର
ଟ୍ରାନ୍ସଲାଇଟ୍ର ହୋଇଯିବ ଯାହାଦ୍ୱାରା ପୁଣି ତୁମମାନଙ୍କୁ ବୁଝାଇବାକୁ ମଧ୍ୟ ସହଜ ହେବ ।
ତୁମେ ଜାଣିଛ ବାବାଙ୍କର
ସ୍ମୃତି ଏବଂ ଜ୍ଞାନ ଦ୍ୱାରା ଆମେ ନିଜର ରାଜତ୍ୱ ପୁଣି ଥରେ ସ୍ଥାପନା କରୁଛୁ । ମାୟା ମଝିରେ ବହୁତ
ଧୋକା ଦେଉଛି । ବାବା କହୁଛନ୍ତି ଧୋକାରୁ ବଞ୍ଚି କରି ରୁହ । ଯୁକ୍ତି ତ ବତାଇ ଚାଲିଛନ୍ତି । ମୁଖ
ଦ୍ୱାରା କେବଳ ଏତିକି କୁହ ଯେ ବାବାଙ୍କୁ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହେବ ଏବଂ ତୁମେ
ଏହିପରି ଲକ୍ଷ୍ମୀ-ନାରାୟଣ ହୋଇଯିବ । ଏହି ବ୍ୟାଜ୍ ଆଦି ଭଗବାନ ନିଜେ ତିଆରି କରିଛନ୍ତି, ତେଣୁ
ଏହାର କେତେ ସମ୍ମାନ ହେବା ଦରକାର । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସର୍ବଗୁଣରେ
ନିଜର ଶୃଙ୍ଗାର କରିବାକୁ ହେବ, କେବେ ବି କାହାକୁ ଦୁଃଖ ଦେବାର ନାହିଁ । ସମସ୍ତଙ୍କୁ ସୁଖର ରାସ୍ତା
ବତାଇବାକୁ ହେବ ।
(୨) ସାରା ସଂସାର
ଶ୍ମଶାନ ପାଲଟି ଯାଇଛି ସେଥିପାଇଁ ଏହା ସହିତ ମନ ଲଗାଇବାର ନାହିଁ । ସ୍ମୃତିରେ ରହୁ ଯେ ଏବେ ଆମେ
ଏଠାରୁ ଟ୍ରାନ୍ସଫର ହେଉଛୁ, ଆମକୁ ତ ନୂଆ ଦୁନିଆକୁ ଯିବାକୁ ହେବ ।
ବରଦାନ:-
ମାୟା ବା
ବିଘ୍ନଠାରୁ ସୁରକ୍ଷିତ ରହୁଥିବା ବାପଦାଦାଙ୍କର ଛତ୍ରଛାୟାର ଅଧିକାରୀ ହୁଅ ।
ଯେଉଁମାନେ ବାପଦାଦାଙ୍କର
ସିକିଲଧା ଏବଂ ଗେହ୍ଲା ସନ୍ତାନ ଅଟନ୍ତି ସେମାନଙ୍କୁ ବାପଦାଦାଙ୍କର ଛତ୍ରଛାୟା ଅଧିକାର ରୂପରେ
ପ୍ରାପ୍ତ ହୋଇଥାଏ । ଯେଉଁ ଛତ୍ରଛାୟା ତଳକୁ ମାୟାର ଆସିବାର ଶକ୍ତି ନାହିଁ । ତେଣୁ ସେମାନେ ସର୍ବଦା
ମାୟା ଉପରେ ବିଜୟୀ ହୋଇଥାଆନ୍ତି । ଏହିଭଳି ଯୋଗର ଛତ୍ରଛାୟା ସବୁ ବିଘ୍ନଠାରୁ ସୁରକ୍ଷିତ କରିଦିଏ
ଅର୍ଥାତ୍ କୌଣସି ପ୍ରକାରର ବିଘ୍ନ ଛତ୍ରଛାୟା ତଳେ ରହୁଥିବା ଆତ୍ମା ପାଖକୁ ଆସିପାରିବ ନାହିଁ ।
ଛତ୍ରଛାୟା ତଳେ ରହିବାବାଲାଙ୍କ ପାଇଁ ମୁଶକିଲ୍ରୁ ମୁଶକିଲ୍ କଥା ମଧ୍ୟ ସହଜ ହୋଇଯାଏ । ପାହାଡ ଭଳି
କଥା ହୋଇଥିଲେ ମଧ୍ୟ ତୁଳା ଭଳି ଅନୁଭବ ହୁଏ ।
ସ୍ଲୋଗାନ:-
ପ୍ରଭୁ ପ୍ରିୟ,
ଲୋକପ୍ରିୟ ଏବଂ ସ୍ୱୟଂପ୍ରିୟ ହେବା ପାଇଁ ସନ୍ତୁଷ୍ଟତାର ଗୁଣକୁ ଧାରଣ କର ।
ଅବ୍ୟକ୍ତ ଈଶାରା:- ଏବେ
ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।
ବିଶେଷ କରି ଯୋଗର
ଯାତ୍ରାକୁ ଶକ୍ତିଶାଳୀ କର, ଜ୍ଞାନ ସ୍ୱରୂପର ଅନୁଭବୀ ହୁଅ । ତୁମ ଭଳି ଶ୍ରେଷ୍ଠ ଆତ୍ମାମାନଙ୍କର
ଶୁଭବୃତ୍ତି ବା କଲ୍ୟାଣର ବୃତ୍ତି ଏବଂ ଶକ୍ତିଶାଳୀ ବାତାବରଣ ଅନେକ ଛଟପଟ ହେଉଥିବା, ଭଟକୁଥିବା ତଥା
ଚିତ୍କାର କରୁଥିବା ଆତ୍ମାମାନଙ୍କୁ ଆନନ୍ଦ, ଶାନ୍ତି ଓ ଶକ୍ତିର ଅନୁଭୂତି କରାଇବ ।