24.11.24 Avyakt Bapdada Odia Murli 15.12.2002 Om Shanti Madhuban
“ସମୟ ଅନୁସାରେ ଲକ୍ଷ୍ୟ
ଏବଂ ଲକ୍ଷଣର ସମାନତା ଦ୍ୱାରା ବାପ ସମାନ ହୁଅ”
ଆଜି ବାପଦାଦା ନିଜର
ଚାରିଆଡର ସମସ୍ତ ସ୍ୱମାନଧାରୀ ପିଲାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି । ଏହି ସଂଗମଯୁଗରେ
ତୁମମାନଙ୍କୁ ଯେଉଁ ସ୍ୱମାନ ମିଳୁଛି ତା’ଠାରୁ ବଡ ସ୍ୱମାନ ସାରା କଳ୍ପ ଭିତରେ ଅନ୍ୟ କୌଣସି ବି
ଆତ୍ମାକୁ ପ୍ରାପ୍ତ ହୋଇପାରିବ ନାହିଁ । ତେବେ ତୁମମାନଙ୍କର ସ୍ୱମାନ କେତେ ବଡ, ତାହା ଜାଣିଛ ତ?
ସ୍ୱମାନର ନିଶା ମଧ୍ୟ କେତେ ବଡ, ସେକଥା ବୁଦ୍ଧିରେ ରହୁଛି ତ? ତେବେ ସ୍ୱମାନର ମାଳା ତ ବହୁତ ବଡ ।
ଗୋଟିଏ ଗୋଟିଏ ସ୍ୱମାନ ରୂପୀ ଦାନାକୁ ଗଣି ଗଣି ତା’ର ନିଶାରେ ଲବଲୀନ ହୋଇଯାଅ । ତେବେ ଏହି ସବୁ
ସ୍ୱମାନ ଅର୍ଥାତ୍ ଉପାଧି ଗୁଡିକ ତୁମମାନଙ୍କୁ ସ୍ୱୟଂ ବାପଦାଦାଙ୍କ ଦ୍ୱାରା ହିଁ ପ୍ରାପ୍ତ ହୋଇଛି
। ସ୍ୱୟଂ ପରମାତ୍ମାଙ୍କ ଦ୍ୱାରା ସ୍ୱମାନ ଗୁଡିକ ପ୍ରାପ୍ତ ହୋଇଥିବା କାରଣରୁ ଏହାର ଆତ୍ମିକ ନିଶାକୁ
ଏଭଳି କୌଣସି ଅଥୋରିଟୀବାଲା ନାହିଁ ବା କାହାର ବି କ୍ଷମତା ନାହିଁ ଯିଏକି ହଲଚଲ୍ କରି ଦେଇପାରିବ
କାହିଁକି ନା ଏହା ତୁମକୁ ସ୍ୱୟଂ ଅଲମାଇଟୀ ଅଥୋରିଟୀ ଅର୍ଥାତ୍ ସର୍ବଶକ୍ତିମାନ ପରମାତ୍ମାଙ୍କଠାରୁ
ପ୍ରାପ୍ତ ହୋଇଛି ।
ତେବେ ବାପଦାଦା ଆଜି
ଅମୃତବେଳାରେ ସାରା ବିଶ୍ୱର ସବୁ ପିଲାଙ୍କ ଆଡେ ଚକ୍ର ଲଗାଇ ଦେଖିଲେ ଯେ ପ୍ରତ୍ୟେକଙ୍କ ସ୍ମୃତିରେ
କେତେ ସ୍ୱମାନର ମାଳା ପଡି ରହିଛି ଏବଂ ମାଳାକୁ ଧାରଣ କରିବାର ଅର୍ଥ ହେଲା ସ୍ମୃତି ଦ୍ୱାରା ସେହି
ସ୍ଥିତିରେ ସ୍ଥିତ ରହିବା । ତେଣୁ ନିଜେ ନିଜକୁ ଚେକ୍ କର - ଏହିଭଳି ସ୍ମୃତିର ସ୍ଥିତି କେତେ
ମାତ୍ରରେ ରହୁଛି? ବାପଦାଦା ଦେଖୁଥିଲେ ଯେ ସ୍ୱମାନର ନିଶ୍ଚୟ ଏବଂ ଏହାର ଆତ୍ମିକ ନିଶା -
ଦୁଇଟିଯାକର ସନ୍ତୁଳନ କେତେ ରହୁଛି? ତେବେ ନିଶ୍ଚୟର ଅର୍ଥ ହେଲା ଏହାର ଜ୍ଞାନବାନ ହେବା ଏବଂ
ଆତ୍ମିକ ନିଶା ହେଲା - ଶକ୍ତିଶାଳୀ ହେବା । ତେବେ ଜ୍ଞାନବାନ ହେବାରେ ମଧ୍ୟ ଦୁଇ ପ୍ରକାରର
ପିଲାମାନଙ୍କୁ ଦେଖିଲୁ - ଗୋଟିଏ ହେଲେ ଜ୍ଞାନୀ । ଦ୍ୱିତୀୟ ପ୍ରକାରର ହେଲେ ଜ୍ଞାନ ସ୍ୱରୂପ । ତେବେ
ନିଜେ ନିଜକୁ ପଚାର - ମୁଁ କିଏ? ବାପଦାଦା ଏକଥା ମଧ୍ୟ ଜାଣିଛନ୍ତି ଯେ ପିଲାମାନଙ୍କର ଲକ୍ଷ୍ୟ
ବହୁତ ଉଚ୍ଚ ଅଟେ । କ’ଣ ଉଚ୍ଚ ଲକ୍ଷ୍ୟ ଅଟେ ନା? କେଉଁ ଉଚ୍ଚ ଲକ୍ଷ୍ୟ ରଖିଛ? ସମସ୍ତେ କହୁଛନ୍ତି
ଆମେ ବାବାଙ୍କ ସମାନ ହେବୁ । ତେବେ ବାବା ଯେପରି ଉଚ୍ଚରୁ ଉଚ୍ଚ ଅଟନ୍ତି ସେହିପରି ବାବାଙ୍କ ସମାନ
ହେବାର ଲକ୍ଷ୍ୟ ମଧ୍ୟ କେତେ ଉଚ୍ଚ ଅଟେ! ତେଣୁ ତୁମମାନଙ୍କର ଲକ୍ଷ୍ୟକୁ ଦେଖି ବାପଦାଦା ମଧ୍ୟ ବହୁତ
ଖୁସି ହେଉଛନ୍ତି, କିନ୍ତୁ .... କିନ୍ତୁର ଅର୍ଥ ଶୁଣାଇବୁ ତ? କ’ଣ କହୁଛ ଟୀଚରମାନେ ଏବଂ ଡବଲ
ବିଦେଶୀ ମାନେ ଶୁଣିବ ତ? ବୁଝି ତ ସାରିଲଣି ନା! ବାପଦାଦା ଲକ୍ଷ୍ୟ ସହିତ ଲକ୍ଷଣକୁ ମଧ୍ୟ ସମାନ
ଦେଖିବାକୁ ଚାହୁଁଛନ୍ତି । ଏବେ ସମସ୍ତେ ନିଜେ ନିଜକୁ ପଚାର ଯେ ମୋ’ର ଲକ୍ଷ୍ୟ ଏବଂ ଲକ୍ଷଣ ଅର୍ଥାତ୍
ବାସ୍ତବିକ ସ୍ଥିତି ସମାନ ଅଟେ ତ? କାହିଁକି ନା ଲକ୍ଷ୍ୟ ଏବଂ ଲକ୍ଷଣ ସମାନ ହେବା ହିଁ ବାପ ସମାନ
ହେବା । ତେଣୁ ସମୟକୁ ଦୃଷ୍ଟିରେ ରଖି ଏହାର ସମାନତାକୁ ନିକଟକୁ ଆଣ ।
ବର୍ତ୍ତମାନ ସମୟରେ
ବାପଦାଦା ପିଲାମାନଙ୍କର ଗୋଟିଏ କଥା ଦେଖିପାରୁ ନାହାଁନ୍ତି । କେତେକ ପିଲା ଭିନ୍ନ ଭିନ୍ନ
ପ୍ରକାରରେ ବାବାଙ୍କ ସମାନ ହେବା ପାଇଁ ମେହନତ କରୁଛନ୍ତି, ତେବେ ବାବାଙ୍କ ପ୍ରତି ମୋହବତ ଅର୍ଥାତ୍
ସ୍ନେହ ଥିଲେ ମେହନତ କରିବାର ତ ଆବଶ୍ୟକତା ନାହିଁ, କାରଣ ଯେଉଁଠି ମୋହବତ ଅଛି ସେଠାରେ ମେହନତ ନାହିଁ
। ଯେହେତୁ ହେଦ-ଅଭିମାନର ଓଲଟା ନିଶା ତୁମମାନଙ୍କର ସ୍ୱଭାବରେ ପରିଣତ ହୋଇଯାଇଛି ତେଣୁ ଏହା
ସ୍ୱାଭାବିକ ମଧ୍ୟ ହୋଇଯାଇଛି । କ’ଣ ଦେହ-ଅଭିମାନରେ ଆସିବା ପାଇଁ ପୁରୁଷାର୍ଥ କରିବାକୁ ପଡୁଛି
କି? ନା, ୬୩ ଜନ୍ମ କୌଣସି ପୁରୁଷାର୍ଥ କରିଛ କି? କିନ୍ତୁ ଏହା ତୁମର ସ୍ୱଭାବରେ ପରିଣତ ହୋଇଯାଇଛି
ଏବଂ ସ୍ୱାଭାବିକ ସ୍ଥିତି ପାଲଟିଯାଇଛି । ଯାହାକି ଏବେ ମଧ୍ୟ କେବେ କେବେ ଏହି କଥା ଦେଉଛ ଯେ ଆମେ
ଦେହୀ ଅର୍ଥାତ୍ ଆତ୍ମ ଅଭିମାନୀ ହେବା ପରିବର୍ତ୍ତେ ଦେହ-ଅଭିମାନରେ ଆସିଯାଉଛୁ । ତେଣୁ
ଦେହ-ଅଭିମାନ ଯେପରି ସ୍ୱାଭାବିକ ସଂସ୍କାର ହୋଇଯାଇଛି ସେହିପରି ଏବେ ଦେହୀ ଅଭିମାନୀ ସ୍ଥିତି ମଧ୍ୟ
ସ୍ୱାଭାବିକ ହେଉ ଏବଂ ସଂସ୍କାରରେ ପରିଣତ ହୋଇଯାଉ । ତେବେ କାହାର ନେଚର ଅର୍ଥାତ୍ ସଂସ୍କାର ବଦଳିବା
ମଧ୍ୟ କଷ୍ଟକର ଅଟେ, ଯେପରି ଏବେ ମଧ୍ୟ କେବେ କେବେ କହୁଛ ନା ମୋ’ର ସେଭଳି କୌଣସି ଉଦ୍ଦେଶ୍ୟ ନ
ଥିଲା କିନ୍ତୁ ମୋ’ର ସଂସ୍କାର ହିଁ ଏହିଭଳି । ଯଦି ସେହିଭଳି ନେଚରକୁ ତୁମେମାନେ ସ୍ୱାଭାବିକ
ସଂସ୍କାରରେ ପରିଣତ କରିଦେଇଛ ତେବେ ବାବାଙ୍କ ସମାନ ହେବାର ନେଚରକୁ କ’ଣ ନ୍ୟାଚୁରାଲ୍ ଅର୍ଥାତ୍
ସ୍ୱାଭାବିକ ସଂସ୍କାରରେ ପରିଣତ ହୋଇପାରିବ ନାହିଁ? ଯଦି ଓଲଟା ନେଚରର ବଶୀଭୂତ ହୋଇପାରୁଛ ତେବେ
ବାବାଙ୍କ ସମାନ ହେବାର ଯଥାର୍ଥ ନେଚରକୁ ଧାରଣ କରିବାରେ ମେହନତ କାହିଁକି ଲାଗୁଛି? ତେଣୁ ବାପଦାଦା
ଏବେ ସବୁ ପିଲାଙ୍କର ସ୍ୱାଭାବିକ ଦେହୀ-ଅଭିମାନୀ ସଂସ୍କାର ଦେଖିବାକୁ ଚାହୁଁଛନ୍ତି ।
ବ୍ରହ୍ମାବାବାଙ୍କୁ ତ ଦେଖିଛ । ଚାଲିବା ବୁଲିବା ସମୟରେ ବା ଯେକୌଣସି କରିବା ସମୟରେ ଦେହୀ-ଅଭିମାନୀ
ସ୍ଥିତି ତାଙ୍କର ସ୍ୱାଭାବିକ ସଂସ୍କାର ପାଲଟି ଯାଇଥିଲା ।
ବାପଦାଦା ଏବେ ଗୋଟିଏ
ସମାଚାର ଶୁଣିବାକୁ ପାଇଲେ ଯେ ଆଜିକାଲି ଦାଦିମାନେ ବିଶେଷ କରି ଏହି କଥା ଉପରେ ଆଲୋଚନା କରୁଛନ୍ତି
ଯେ ଫରିସ୍ତା ଅବସ୍ଥା, କର୍ମାତୀତ ଅବସ୍ଥା, ବାପ୍ ସମାନ ଅବସ୍ଥା କିପରି ସ୍ୱାଭାବିକ ହୋଇପାରିବ?
ଏହା ଆମର ସ୍ୱଭାବରେ ପରିଣତ ହୋଇଯିବ - ଏହି ବିଷୟରେ ଆଲୋଚନା କରୁଛ ନା! ଦାଦୀଜୀଙ୍କ ମନ ଭିତରେ
ମଧ୍ୟ ଏହି କଥା ବାରମ୍ବାର ଆସୁଛି ନା - ମୁଁ ଫରିସ୍ତା ହୋଇଯାଆନ୍ତି କି, କର୍ମାତୀତ ହୋଇଯାଆନ୍ତି
କି, ବାବା ପ୍ରତ୍ୟକ୍ଷ ହୋଇ ଯାଆନ୍ତେ କି ତେବେ ଫରିସ୍ତା ହେବାର ବା ନିରାକାରୀ କର୍ମାତୀତ ଅବସ୍ଥା
ହେବାର ବିଶେଷ ସାଧନ ହେଲା ନିରହଂକାରୀ ହେବା । କାରଣ ନିରହଂକାରୀ ଆତ୍ମା ହିଁ ନିରାକାରୀ
ହୋଇପାରିବ । ସେଥିପାଇଁ ବାବା ମଧ୍ୟ ବ୍ରହ୍ମାଙ୍କ ଦ୍ୱାରା ଶେଷ ମନ୍ତ୍ର ରୂପରେ ନିରାକାରୀ ସହିତ
ନିରହଂକାରୀ ହେବା ପାଇଁ କହିଛନ୍ତି । କେବଳ ନିଜର ଦେହ ବା ଅନ୍ୟ କାହାର ଦେହ ପ୍ରତି ଆକର୍ଷିତ ହେବା
- ଏହାକୁ ହିଁ ଦେହ ଅହଂକାର ବା ଦୈହିକ ସ୍ମୃତି କୁହାଯାଉ ନାହିଁ, କାରଣ ଦେହ ଅହଂକାର ମଧ୍ୟ ରହିଛି
ଏବଂ ଦେହଭାନ୍ ଅର୍ଥାତ୍ ଦେହର ସ୍ମୃତି ମଧ୍ୟ ରହିଛି । ତେବେ ନିଜର ଦେହ ବା ଅନ୍ୟ କାହାର ଦେହର
ସ୍ମୃତିରେ ରହିବା - ଏଥିରେ ତ ଅଧିକାଂଶ ପିଲା ପାସ୍ ହୋଇଯାଇଛନ୍ତି । ଯେଉଁମାନେ ପୁରୁଷାର୍ଥ
କରିବାର ଲଗନରେ ରହୁଛନ୍ତି ଅର୍ଥାତ୍ ସଚ୍ଚା ପୁରୁଷାର୍ଥୀ ଅଟନ୍ତି ସେମାନେ ଦେହ-ଅଭିମାନର ଏହି ମୋଟା
ରୂପଠାରୁ ଉର୍ଦ୍ଧ୍ୱରେ ଅଛନ୍ତି କିନ୍ତୁ ଦେହଭାନ୍ ଅର୍ଥାତ୍ ଦୈହିକ ସ୍ମୃତିର ଅନେକ ଗୁଡିଏ
ସୂକ୍ଷ୍ମ ରୂପ ମଧ୍ୟ ରହିଛି ଯାହାର ତାଲିକା ତୁମେମାନେ ପରସ୍ପର ମିଶି ବାହାର କରିବ । ବାପଦାଦା ଆଜି
ତାହା ଶୁଣାଉ ନାହାଁନ୍ତି । ଆଜି ପାଇଁ ଏତିକି ଶିକ୍ଷା ବହୁତ ହୋଇଗଲାଣି କାହିଁକି ନା ତୁମେ ସମସ୍ତେ
ବୁଦ୍ଧିମାନ ଅଟ । ତୁମେମାନେ ତ ଜାଣିଛ ନା, ଯଦି ସମସ୍ତଙ୍କୁ ପଚରାଯିବ ତେବେ ସମସ୍ତେ ବହୁତ
ବୁଦ୍ଧିମାନ ଭାବରେ ଶୁଣାଇପାରିବେ । କିନ୍ତୁ ବାପଦାଦା କେବଳ ଗୋଟିଏ ଛୋଟିଆ ଏବଂ ସହଜ ପୁରୁଷାର୍ଥ
ବତାଉଛନ୍ତି ଯେ ସର୍ବଦା ନିଜର ମନ-ବଚନ-କର୍ମ ଏବଂ ସମ୍ବନ୍ଧ-ସମ୍ପର୍କରେ ଏହି ତିନୋଟି ଶବ୍ଦର ଶେଷ
ମନ୍ତ୍ରଟିକୁ ସ୍ମୃତିରେ ରଖିଥାଅ (ନିରାକାରୀ, ନିରହଂକାରୀ ଏବଂ ନିର୍ବିକାରୀ) । ଯେତେବେଳେ ବି
କୌଣସି ସଂକଳ୍ପ କରୁଛ ପ୍ରଥମେ ଚେକ୍ କର ଯେ - ଏହା ମହାମନ୍ତ୍ର ସମ୍ପନ୍ନ ଅଟେ ତ, ଅର୍ଥାତ୍ ଏଥିରେ
ତିନୋଟି ଯାକ ମହାମନ୍ତ୍ର ଅନ୍ତର୍ନିହିତ ଅଟେ ତ? ସେହିଭଳି ନିଜର ବାଣୀରେ, କର୍ମରେ ସବୁଥିରେ କେବଳ
ଏହି ତିନୋଟି ଶବ୍ଦକୁ ମନେ ରଖିଥାଅ ଏବଂ ତୁଳନା କରୁଥାଅ । ଏହା ତ ସହଜ ଅଟେ ନା? ସାରା ମୁରଲୀକୁ
ମନେ ରଖିବାକୁ କହୁ ନାହୁଁ କିନ୍ତୁ ଏହି ତିନୋଟି ଶବ୍ଦକୁ ମନେ ରଖ । ଏହି ମହାମନ୍ତ୍ର ତୁମର
ସଂକଳ୍ପକୁ ମଧ୍ୟ ଶ୍ରେଷ୍ଠ କରିଦେବ, ବାଣୀରେ ନିର୍ମାଣତା ଆଣିବ, କର୍ମରେ ସେବା ଭାବ ଆଣିବ ଏବଂ
ସମ୍ବନ୍ଧ-ସମ୍ପର୍କରେ ସର୍ବଦା ଶୁଭଭାବନା, ଶ୍ରେଷ୍ଠ କାମନାର ବୃତ୍ତି ଜାଗ୍ରତ କରିବ ।
ବାପଦାଦା ପିଲାମାନଙ୍କର
ସେବାର ସମାଚାର ମଧ୍ୟ ଶୁଣୁଛନ୍ତି, ଆଜିକାଲି ଭିନ୍ନ ଭିନ୍ନ କୋର୍ସ କରାଇବାର ସେବା କରୁଛ କିନ୍ତୁ
ଏବେ ଗୋଟିଏ କୋର୍ସ ବାକି ରହିଯାଇଛି । ତାହା ହେଲା ପ୍ରତ୍ୟେକ ଆତ୍ମା ଭିତରେ ଯେଉଁ ଶକ୍ତି ଆବଶ୍ୟକ
ସେହି ଶକ୍ତିର ବା ଫୋର୍ସର କୋର୍ସ କରାଇବା । ଶକ୍ତି ଭରିବାର କୋର୍ସ, କେବଳ ବାଣୀ ଦ୍ୱାରା
ଶୁଣାଇବାର କୋର୍ସ ନୁହେଁ, ବାଣୀ ଶୁଣାଇବା ସହିତ ଶକ୍ତି ଭରିବାର କୋର୍ସ ମଧ୍ୟ କରାଇବା ଦରକାର ।
ଯାହାଦ୍ୱାରା କେବଳ ଭଲ ଭଲ କହିବେ ନାହିଁ ବରଂ ଭଲ ହୋଇଯିବେ । ତେବେ ସେମାନେ ଏହିଭଳି ଅନୁଭବ
ଶୁଣାନ୍ତୁ ଯେ ଆଜି ମୋତେ ଶକ୍ତିର ଆଞ୍ଜୁଳୀ ମିଳିଗଲା । ଯଦି ଆଞ୍ଜୁଳୀର ମଧ୍ୟ ଅନୁଭବ ହୋଇଗଲା ତେବେ
ବି ସେମାନଙ୍କ ପାଇଁ ବହୁତ କିଛି ଅଟେ । ତେଣୁ କୋର୍ସ ପଛେ କରାଅ କିନ୍ତୁ ପ୍ରଥମେ ନିଜକୁ କୋର୍ସ
କରାଇ ତା’ ପରେ ସେମାନଙ୍କୁ ଶୁଣାଅ । ତେବେ ବି ଜାଣିଲ ତ ବାପଦାଦା କ’ଣ ଚାହୁଛଁନ୍ତି? ଲକ୍ଷ୍ୟ ଏବଂ
ଲକ୍ଷଣକୁ ସମାନ କର । ତେବେ ସମସ୍ତଙ୍କ ଲକ୍ଷ୍ୟକୁ ଦେଖି ବାପଦାଦା ବହୁତ ବହୁତ ଖୁସି ହେଉଛନ୍ତି ।
ଏବେ କେବଳ ଦୁଇଟିକୁ ସମାନ କର ତାହା ହେଲେ ବହୁତ ସହଜରେ ବାବାଙ୍କ ସମାନ ହୋଇଯିବ ।
ବାପଦାଦା ତ ପିଲାମାନଙ୍କୁ
ସମାନ ଠାରୁ ମଧ୍ୟ ଉଚ୍ଚ, ନିଜଠାରୁ ମଧ୍ୟ ଉଚ୍ଚ ଦୃଷ୍ଟିରେ ଦେଖୁଛନ୍ତି । ବାପଦାଦା ସର୍ବଦା
ପିଲାମାନଙ୍କୁ ମସ୍ତକର ମୁକୁଟ ବୋଲି କହୁଛନ୍ତି । ତେବେ ମୁକୁଟ ମୁଣ୍ଡଠାରୁ ମଧ୍ୟ ଉଚ୍ଚ ହୋଇଥାଏ
ନା! କ’ଣ କହୁଛ ଟୀଚରମାନେ । ମସ୍ତକର ମୁକୁଟ ଅଟ ନା?
ଟୀଚରମାନଙ୍କ ସହିତ:-
ଦେଖ କେତେ ଟୀଚର ଅଛନ୍ତି
। ଯଦି ଗୋଟିଏ ଗ୍ରୃପରେ ଏତେ ଟୀଚର ଅଛନ୍ତି ତେବେ ପ୍ରତ୍ୟେକ ଗ୍ରୃପକୁ ମିଶାଇ ଦେଲେ କେତେ ଟୀଚର
ହୋଇଯିବେ? ଟୀଚରମାନେ ତ ବାପଦାଦାଙ୍କର ଗୋଟିଏ ଆଶା ପୂରଣ କରିବା ପାଇଁ ସଂକଳ୍ପ କରିଛନ୍ତି କିନ୍ତୁ
ତାକୁ ଘୋଷଣା କରି ନାହାଁନ୍ତି । ଜାଣିଛ ତାହା କ’ଣ? ଗୋଟିଏ ତ ବାପଦାଦା କହିଛନ୍ତି ଯେ ଏବେ ୱାରିସ୍
ଆତ୍ମାମାନଙ୍କର ମାଳା ପ୍ରସ୍ତୁତ କର । କେବଳ ୱାରିସ୍ ଆତ୍ମାମାନଙ୍କର ମାଳା, ସାଧାରଣ
ଆତ୍ମାମାନଙ୍କର ମାଳା ନୁହେଁ । ଦ୍ୱିତୀୟରେ ହେଲା ସମ୍ବନ୍ଧ-ସମ୍ପର୍କବାଲାଙ୍କୁ ମାଇକ୍ କର । ତୁମେ
କୌଣସି ଭାଷଣ କର ନାହିଁ କିନ୍ତୁ ସେମାନେ ତୁମ ତରଫରୁ ମାଧ୍ୟମ ହୋଇ ଶୁଣାନ୍ତୁ । ଏହିଭଳି ନିଜର
ମିଡିଆ ଅର୍ଥାତ୍ ମାଧ୍ୟମ ସୃଷ୍ଟି କର । ମିଡିଆ କ’ଣ କରିଥାଏ? ଓଲଟା ହେଉ ବା ସିଧା ହେଉ ସମାଚାର
ଗୁଡିକୁ ପ୍ରଚାର କରିଥାଏ ନା! ତେଣୁ ଏଭଳି ମାଇକ୍ ଆତ୍ମା ପ୍ରସ୍ତୁତ ହେବା ଦରକାର ଯେଉଁମାନେ କି
ମିଡିଆ ଭଳି ପ୍ରତ୍ୟକ୍ଷତାର ସନ୍ଦେଶ ପ୍ରଚାର କରିବେ । ତୁମେମାନେ କହୁଛ ଭଗବାନ ଆସିଗଲେ, ଭଗବାନ
ଆସିଗଲେ.... ସେମାନେ ତ ଏହାକୁ ସାଧାରଣ କଥା ଭାବୁଛନ୍ତି କିନ୍ତୁ ତୁମ ତରଫରୁ ଯଦି ଅନ୍ୟ କେହି
ଶୁଣାଇବେ ବା କୌଣସି ଉଚ୍ଚ କ୍ଷମତା ସମ୍ପନ୍ନ ବ୍ୟକ୍ତି ଶୁଣାଇବେ ତେବେ ଅନ୍ୟମାନେ ଶୁଣିବେ କିନ୍ତୁ
ପ୍ରଥମେ ତୁମମାନଙ୍କୁ ଶକ୍ତି ରୂପରେ ପ୍ରତ୍ୟକ୍ଷ କରନ୍ତୁ । କାରଣ ଯେତେବେଳେ ଶକ୍ତିମାନେ
ପ୍ରତ୍ୟକ୍ଷ ହୋଇଯିବେ ସେତେବେଳେ ବାବା ମଧ୍ୟ ପ୍ରତ୍ୟକ୍ଷ ହୋଇଯିବେ । ତେଣୁ ପ୍ରଥମେ ନିଜର ମିଡିଆ
ପ୍ରସ୍ତୁତ କର । ଦେଖିବା କରୁଛ କି ନାହିଁ? ଚାଲ ଠିକ୍ ଅଛି ମାଳା ନ ହେଲା ନାହିଁ ହାତର କଙ୍କଣ ତ
ପ୍ରସ୍ତୁତ କର, କ’ଣ ପ୍ରସ୍ତୁତ କରିଛ? ଯେଉଁମାନେ ଏହିଭଳି ପ୍ରସ୍ତୁତ କରିଛନ୍ତି ସେମାନେ ହାତ
ଉଠାଅ । ବାପଦାଦା ଦେଖିବେ କେଉଁ ଭଳି ଆତ୍ମାଙ୍କୁ ପ୍ରସ୍ତୁତ କରିଛ, ଆଚ୍ଛା ସାହସ ତ ରଖିଛ ନା!
ଶୁଣିଲ ତ ଟୀଚରମାନଙ୍କୁ କ’ଣ କରିବାକୁ ହେବ! ଏହି ବର୍ଷ ଶିବରାତ୍ରି ସୁଦ୍ଧା ୱାରିସ୍ କ୍ୱାଲିଟୀ
ଅର୍ଥାତ୍ ବାବାଙ୍କର ସମ୍ପତ୍ତିର ଉତ୍ତରାଧିକାରୀ ସନ୍ତାନମାନଙ୍କୁ ପ୍ରସ୍ତୁତ କର । ମାଇକ୍ ମଧ୍ୟ
ପ୍ରସ୍ତୁତ କର । ତେବେ ଯାଇ ଆସନ୍ତା ବର୍ଷ ଶିବରାତ୍ରିରେ ସମସ୍ତଙ୍କ ମୁଖରୁ ବାହାରିବ ଶିବବାବା
ଆସିଯାଇଛନ୍ତି । ଏହିଭଳି ଶିବରାତ୍ରି ପାଳନ କର । କାର୍ଯ୍ୟକ୍ରମ ଗୁଡିକୁ ତ ବହୁତ ଭଲ ଭାବରେ
ପ୍ରସ୍ତୁତ କରିଛ । ସମସ୍ତଙ୍କ ପାଖକୁ କାର୍ଯ୍ୟକ୍ରମର ରୂପରେଖା ପଠାଇଛ ନା! ଏମିତି ତ ପ୍ରୋଗ୍ରାମ
ବହୁତ ଭଲ ପ୍ରସ୍ତୁତ କରିଛ କିନ୍ତୁ ପ୍ରତ୍ୟେକ ପ୍ରୋଗ୍ରାମରେ କିଛି ମାଇକ୍ ଆତ୍ମା ବାହାରନ୍ତୁ,
କିଛି ୱାରିସ୍ ଆତ୍ମା ମଧ୍ୟ ବାହାରନ୍ତୁ । ଏହିଭଳି ପୁରୁଷାର୍ଥ କର । ଭାଷଣ କରିଦେଲ, ଶୁଣି ଦେଇ
ଚାଲିଗଲେ, ଏମିତି ନୁହେଁ । ଏଭଳି ତ ୬୬ ବର୍ଷ ବିତି ଗଲାଣି ଏବଂ ସେବା କରିବାର ୫୦ ବର୍ଷ ମଧ୍ୟ
ପାଳନ କରିସାରିଲଣି । ଏବେ ଶିବରାତ୍ରିର ହୀରକ ଜୟନ୍ତୀ ପାଳନ କର । ଏହି ଦୁଇ ପ୍ରକାରର ଆତ୍ମା
ପ୍ରସ୍ତୁତ କର, ପୁଣି ଦେଖ ବିଜୟର ନାଗରା ବାଜୁଛି କି ନାହିଁ । ନାଗରା କ’ଣ ତୁମେମାନେ ବଜାଇବ କି,
ତୁମେ ତ ଦେବୀ ଅଟ, ସାକ୍ଷାତ୍କାର କରାଇବ, ତେଣୁ ନାଗରା ବଜାଇବାବାଲା ବାହାର କର । ଯେଉଁମାନେ କି
ବାସ୍ତବିକ ରୂପରେ ଗୀତ ଗାଇବେ - ଶିବ ଶକ୍ତିୟାଁ ଆଗଇ.... ଶୁଣିଲ ତ ଶିବରାତ୍ରିରେ କ’ଣ ସବୁ କରିବ?
ଯେମିତି ସେମିତି ଭାଷଣ କରିଦେଇ କାମ ସାରିଦିଅ ନାହିଁ । ପୁଣି ସମାଚାର ଲେଖିଦେବ, ବାବା ୫୦୦-୧୦୦୦
ବା ଲକ୍ଷେ ଲୋକ ଭାଷଣ ଶୁଣିଲେ, ଭାଷଣ ତ ଶୁଣିଲେ ସମସ୍ତଙ୍କୁ ସନ୍ଦେଶ ଦେଲ କିନ୍ତୁ ସେମାନଙ୍କ
ଭିତରୁ ୱାରିସ୍ ଆତ୍ମା କେତେ ଜଣ ବାହାରିଲେ, ମାଇକ୍ କେତେ ଜଣ ବାହାରିଲେ - ଏବେ ସେହି ସମାଚାର
ଦିଅ । ଯାହା ସବୁ ଆଜି ପର୍ଯ୍ୟନ୍ତ କରିଆସିଛ, ଧରଣୀ ପ୍ରସ୍ତୁତ କରିଛ, ସନ୍ଦେଶ ଦେବାର ମଞ୍ଜି
ପୋତିଛ, ତାକୁ ମଧ୍ୟ ବାବା ଭଲ କହୁଛନ୍ତି, ସେହି ସେବା ବ୍ୟର୍ଥରେ ଯାଇ ନାହିଁ, ସମର୍ଥ ହୋଇଯାଇଛି
। ପ୍ରଜା ତ ତିଆରି ହୋଇଯାଇଛନ୍ତି, ରାଜକୀୟ ପରିବାର ବା ରାଜକର୍ମଚାରୀ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି,
କିନ୍ତୁ ରାଜା ରାଣୀ ବି ତ ଦରକାର ନା । ସିଂହାସନ ଉପରେ ବସିବାବାଲା ରାଜା ରାଣୀ ନ ହୁଅନ୍ତୁ
କିନ୍ତୁ ରାଜା ରାଣୀଙ୍କ ସାଥୀରେ ରାଜ ଦରବାରରେ ମଧ୍ୟ ରାଜାଙ୍କ ଭଳି କିଛି ଜଣ ବସିଥାଆନ୍ତି,
ସେହିଭଳି ଆତ୍ମାଙ୍କୁ ତ ପ୍ରସ୍ତୁତ କର । ଆଚ୍ଛା! ଏଠାରେ ତ ବଡ ବଡ ମହାରଥୀମାନେ ବସିଛନ୍ତି ।
ବାପଦାଦା ମଧ୍ୟ ଖୁସି ହେଉଛନ୍ତି ଏହା ମଧ୍ୟ ଆନ୍ତରିକ ସ୍ନେହର ପ୍ରମାଣ, କାହିଁକି ନା ତୁମ
ସମସ୍ତଙ୍କର ସଂକଳ୍ପ ଚାଲୁଛି ନା, ପ୍ରତ୍ୟକ୍ଷତା କେବେ ହେବ, କେବେ ହେବ.... ତେଣୁ ବାପଦାଦା
ଶୁଣାଇ ଚାଲିଛନ୍ତି । ମଧୁବନ ନିବାସୀ ପିଲାମାନେ କ’ଣ ଶୁଣିଲ? ଶୁଣିଲ ତ ମଧୁବନବାଲା! ମଧୁବନ,
ଶାନ୍ତିବନ, ଜ୍ଞାନ ସରୋବରର ସମସ୍ତେ ମଧୁବନ ନିବାସୀ ଅଟନ୍ତି । ଆଚ୍ଛା!
କ’ଣ ମଧୁବନରୁ ନାଗରା
ବାଜିବା ଆରମ୍ଭ ହେବ? କେଉଁଠାରୁ ଆରମ୍ଭ ହେବ? (ଦିଲ୍ଲୀରୁ) । କ’ଣ ମଧୁବନରୁ ନୁହେଁ? କୁହ ଚାରିଆଡୁ
। ଗୋଟିଏ ଆଡୁ ବାଜିବ ନାହିଁ । ମଧୁବନରୁ ମଧ୍ୟ ବାଜିବ ଏବଂ ଚାରିଆଡୁ ମଧ୍ୟ ବାଜିବ ତେବେ ଯାଇ
କୁମ୍ଭକର୍ଣ୍ଣ ଜାଗିବେ । ମଧୁବନ ନିବାସୀ ଯେଉଁଭଳି ସେବାରେ ଅଥକ ହୋଇ ସେବାର ପାର୍ଟ କରୁଛ ସେହିଭଳି
ଏହି ମାନସୀକ ସେବା ମଧ୍ୟ କରିଚାଲ । କେବଳ କର୍ମଣା ସେବା ନୁହେଁ । ମନ-ବଚନ-କର୍ମ ତିନି ପ୍ରକାରର
ସେବା, ଏବେ ମଧ୍ୟ କରୁଛ କିନ୍ତୁ ଆହୁରି ଅଧିକ କର । ଆଚ୍ଛା ମଧୁବନବାଲାଙ୍କୁ ଭୁଲିଯାଇ ନାହୁଁ ।
ମଧୁବନବାଲା ଭାବୁଛନ୍ତି ବାବା ତ ମଧୁବନରେ ଆସୁଛନ୍ତି କିନ୍ତୁ ମଧୁବନର ନାମ ଶୁଣାଉ ନାହାଁନ୍ତି ।
ତେବେ ମଧୁବନ ତ ସର୍ବଦା ସ୍ମୃତିରେ ରହିଛି । ଯଦି ମଧୁବନ ନ ଥାଆନ୍ତା ତେବେ ଏମାନେ ସବୁ କେଉଁଠାକୁ
ଆସିଥାଆନ୍ତେ? ତୁମେ ସେବାଧାରୀମାନେ ଯଦି ସେବା କରୁ ନଥା’ନ୍ତ ତେବେ ଏମାନେ ସବୁ କ’ଣ ଖାଇଥାଆନ୍ତେ,
କିପରି ରହିଥାଆନ୍ତେ । ତେଣୁ ମଧୁବନବାଲାଙ୍କୁ ବାପଦାଦା ମଧ୍ୟ ଦିଲ୍ର ସହିତ ମନେ ପକାଉଛନ୍ତି ଏବଂ
ଆଶୀର୍ବାଦ ମଧ୍ୟ ଦେଉଛନ୍ତି । ଆଚ୍ଛା! ମଧୁବନ ପ୍ରତି ମଧ୍ୟ ସ୍ନେହ ରହିଛି । ପାଣ୍ଡବମାନଙ୍କ ବିନା
ତ ଗତି ନାହିଁ ସେଥିପାଇଁ ତ ଚତୁର୍ଭୁଜ ରୂପର ମହିମା ଅଧିକ ରହିଛି । ପାଣ୍ଡବ ଏବଂ ଶକ୍ତି ଉଭୟଙ୍କର
ମିଳିତ ରୂପର ପ୍ରତୀକ ଚତୁର୍ଭୁଜ ରୂପ ଅଟେ । ଆଚ୍ଛା!
ତେବେ ମଧୁବନ ନିବାସୀ
ପାଣ୍ଡବମାନଙ୍କୁ ମଧ୍ୟ ନିଶା ଅଛି ନା? ବିଜୟର ନିଶା, ଅନ୍ୟ କୌଣସି ନିଶା ନୁହେଁ । ପାଣ୍ଡବଭବନରେ
ଅଧିକାଂଶ ପାଣ୍ଡବମାନେ ଅଛନ୍ତି ଏବଂ ଭଲ ଭଲ ପିଲାମାନେ ଅଛନ୍ତି । ଯଦି ପାଣ୍ଡବ ମାନେ ନ ଥାଆନ୍ତେ
ତେବେ ତୁମମାନଙ୍କୁ ମଧ୍ୟ ମଧୁବନରେ ମଜା ଲାଗି ନ ଥାଆନ୍ତା । ସେଥିପାଇଁ ମଧୁବନ ନିବାସୀଙ୍କର ଏହା
ମହାନତା ଅଟେ । ଯେଉଁମାନେ ତୁମକୁ ଏତେ ମଉଜରେ ରଖାଉଛନ୍ତି, ଖୁଆଉଛନ୍ତି ଏବଂ ଉଡାଉଛନ୍ତି । ଆଜି
ଅମୃତବୋଳା ଠାରୁ ମଧୁବନ ନିବାସୀ ପିଲାମାନେ ବାପଦାଦାଙ୍କୁ ମନେ ପଡୁଥିଲେ । ଚାହେଁ ଏଠାରେ
ଶାନ୍ତିବନରେ ଥାଆନ୍ତୁ ବା ଉପରେ ପାଣ୍ଡବଭବନରେ ଥାଆନ୍ତୁ, ଚାହେଁ ମଧୁବନ ନିବାସୀ କେହି କେହି
ଏଠାରେ ମଧ୍ୟ ଦାୟିତ୍ୱରେ ଅଛନ୍ତି କିନ୍ତୁ ଚାରିଆଡର ମଧୁବନ ନିବାସୀଙ୍କୁ ବାପଦାଦା ଅମୃତବେଳାଠାରୁ
ମନେ ପକାଇଛନ୍ତି । ଆଚ୍ଛା!
ବାପଦାଦା ଯେଉଁ ଆତ୍ମିକ
ବ୍ୟାୟାମ କରିବା ପାଇଁ ଦେଇଛନ୍ତି, ତା’କୁ ସାରା ଦିନ ଭିତରେ କେତେ ଥର କରୁଛ? ଏବଂ କେତେ ସମୟ
ଭିତରେ କରୁଛ? ନିରାକାରୀ ଏବଂ ଫରିସ୍ତା । ବାବା ଏବଂ ଦାଦା, ଏବେ ଏବେ ନିରାକାରୀ, ଏବେ ଏବେ
ଫରିସ୍ତା ସ୍ୱରୂପ । ଏହି ଦୁଇଟିଯାକ ସ୍ଥିତିରେ ଦେହଭାନ୍ ନାହିଁ । ତେଣୁ ଦେହର ସ୍ମୃତିଠାରୁ ଯଦି
ଉର୍ଦ୍ଧ୍ୱରେ ରହିବାକୁ ଚାହୁଁଛ ତେବେ ଏହି ଆତ୍ମିକ ବ୍ୟାୟାମକୁ କର୍ମ କରୁଥିଲେ ମଧ୍ୟ, ନିଜର
ଡ୍ୟୁଟୀ କରୁଥିଲେ ମଧ୍ୟ ଗୋଟିଏ ସେକେଣ୍ଡର ଅଭ୍ୟାସ କରିପାରିବ । ଏହା ଏକ ସ୍ୱାଭାବିକ ଅଭ୍ୟାସରେ
ପଡିଯାଉ - ଏବେ ଏବେ ନିରାକାରୀ, ଏବେ ଏବେ ପରିସ୍ତା । ଆଚ୍ଛା (ବାପଦାଦା ଡ୍ରିଲ୍ କରାଇଲେ)
ଏହିଭଳି ନିରନ୍ତର ଭବ ।
ଚାରିଆଡର ବାପଦାଦାଙ୍କ ସ୍ମୃତିରେ ମଗ୍ନ ରହୁଥିବା ଏବଂ ବାବାଙ୍କ ସମାନ ହେବାର ଲକ୍ଷ୍ୟକୁ ଲକ୍ଷଣ
ସହିତ ସମାନ କରୁଥିବା, ଯେଉଁମାନେ କୋଣ ଅନୁକୋଣରେ ବିଜ୍ଞାନର ସାଧନଗୁଡିକ ଦ୍ୱାରା ଦିନରାତ୍ରି
ଜାଗ୍ରତ ହୋଇ ବସି ରହିଛନ୍ତି, ସେହି ପିଲାମାନଙ୍କୁ ମଧ୍ୟ ବାପଦାଦା ୟାଦ୍ପ୍ୟାର, ଅଭିନନ୍ଦନ ଏବଂ
ଆନ୍ତିରକ ଆଶୀର୍ବାଦ ଦେଉଛନ୍ତି । ବାପଦାଦା ଜାଣିଛନ୍ତି ଯେ ସମସ୍ତଙ୍କ ଦିଲରେ ବର୍ତ୍ତମାନ
ଦିଲାରାମ ବାବାଙ୍କର ହିଁ ସ୍ମୃତି ସମାହିତ ହୋଇ ରହିଛି । ତେଣୁ କୋଣ ଅନୁକୋଣରେ ବସିଥିବା
ପ୍ରତ୍ୟେକ ପିଲାଙ୍କୁ ବାପଦାଦା ବ୍ୟକ୍ତିଗତ ଭାବରେ ନାମ ସହିତ ୟାଦପ୍ୟାର ଦେଉଛନ୍ତି । ଯଦି
ସମସ୍ତଙ୍କର ନାମର ମାଳା ଜପ କରିବୁ ତେବେ ତ ରାତି ସରିଯିବ । ତେଣୁ ବାପଦାଦା ସବୁ ପିଲାଙ୍କୁ
ଶୁଭେଚ୍ଛା ଜଣାଉଛନ୍ତି, ଚାହେଁ ପୁରୁଷାର୍ଥରେ ଯେଉଁ ନମ୍ବରବାଲା ହୋଇଥାଉ କିନ୍ତୁ ବାପଦାଦା ସର୍ବଦା
ପ୍ରତ୍ୟେକ ସନ୍ତାନର ଶ୍ରେଷ୍ଠ ସ୍ୱମାନଙ୍କୁ ୟାଦପ୍ୟାର ଦେଇଥାଆନ୍ତି ଏବଂ ନମସ୍ତେ କରିଥାଆନ୍ତି ।
ତେବେ ୟାଦପ୍ୟାର ଅର୍ଥାତ୍ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଜଣାଇବା ସମୟରେ ବାପଦାଦାଙ୍କ ସମ୍ମୁଖରେ
ଚାରିଆଡର ସବୁ ପିଲା ସ୍ମୃତିରେ ଥାଆନ୍ତି । କେହି ଜଣେ ସନ୍ତାନ ମଧ୍ୟ, ଦୁନିଆର ଯେକୌଣସି କୋଣରେ,
ଗାଁରେ, ସହରରେ, ଦେଶରେ, ବିଦେଶରେ, ଯେଉଁଠି ବି ଥାଉ ନା କାହିଁକି ବାପଦାଦା ତାକୁ ତା’ର ସ୍ୱମାନର
ସ୍ମୃତି ଦେବା ସହିତ ୟାଦପ୍ୟାର ଅର୍ଥାତ୍ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଦେଇଥାଆନ୍ତି । କାରଣ ସମସ୍ତେ
ୟାଦପ୍ୟାରର ଅଧିକାରୀ ଅଟନ୍ତି, କାହିଁକି ନା ଯେହେତୁ ସେ ବାବା ବୋଲି କହିଛି, ତେଣୁ ୟାଦପ୍ୟାରର
ଅଧିକାରୀ ନିଶ୍ଚିତ ଅଟେ । ତୁମେ ସବୁ ସମ୍ମୁଖରେ ବସିଥିବା ପିଲାମାନଙ୍କୁ ମଧ୍ୟ ବାପଦାଦା ସ୍ୱମାନର
ମାଳାଧାରୀ ସ୍ୱରୂପରେ ଦେଖୁଛନ୍ତି । ତେଣୁ ସମସ୍ତଙ୍କୁ ବାପ୍ ସମାନ ହେବାର ସ୍ୱମାନ ସ୍ୱରୂପରେ
ୟାଦପ୍ୟାର ଏବଂ ନମସ୍ତେ ।
ଦାଦିଜୀଙ୍କ ସହିତ:-
ଠିକ୍ ହୋଇଯାଇଛ, ଏବେ ଆଉ କୌଣସି ରୋଗ ନାହିଁ । ରୋଗ ଛାଡି ପଳାଇ ଯାଇଛି । ରୋଗ ତ କେବଳ ଏହି କଥା
ଦେଖାଇବା ପାଇଁ ଆସିଥିଲା ଯାହାକି ସମସ୍ତେ ଦେଖନ୍ତୁ ଯେ ଆମ ପାଖକୁ ମଧ୍ୟ ରୋଗ ଆସୁଛି ତେଣୁ ଏହା
କୌଣସି ବଡ କଥା ନୁହେଁ । ତେବେ ସବୁ ଦାଦିମାନେ ବହୁତ ଭଲ ପାର୍ଟ କରୁଛ । ବାପଦାଦା ସମସ୍ତଙ୍କର
ପାର୍ଟକୁ ଦେଖି ଖୁସି ହେଉଛନ୍ତି । (ନିର୍ମଳଶାନ୍ତା ଦାଦିଙ୍କୁ) ଆଦିରତ୍ନ ଅଟ ନା! ଅନାଦି ରୂପରେ
ମଧ୍ୟ ନିରାକାରୀ ପିତାଙ୍କର ପାଖାପାଖି ଅଟ, ସାଥୀରେ ରହୁଛ ଏବଂ ଆଦି ରୂପରେ ମଧ୍ୟ ରାଜ୍ୟ ଦରବାରର
ସାଥୀ ଅଟ । ସର୍ବଦା ରାଜ ପରିବାର ଭିତରେ ମଧ୍ୟ ବିଶେଷ ରାଜକୀୟ ଅଟ ଏବଂ ସଂଗମଯୁଗରେ ମଧ୍ୟ ଆଦି
ରତ୍ନ ହେବାର ଭାଗ୍ୟ ମିଳିଛି ତେଣୁ ବହୁତ ବଡ ଭାଗ୍ୟ ମିଳିଛି, ଠିକ୍ କଥା ନା? ତୁମର ଉପସ୍ଥିତ
ରହିବା ମଧ୍ୟ ସମସ୍ତଙ୍କ ପାଇଁ ବରଦାନ ଅଟେ । କିଛି କୁହ ନ କୁହ, କିଛି କର କି ନ କର କିନ୍ତୁ ତୁମର
ଉପସ୍ଥିତି ହିଁ ସମସ୍ତଙ୍କ ପାଇଁ ବରଦାନ ଅଟେ । ଆଚ୍ଛା, ଓମ୍ ଶାନ୍ତି ।
ବରଦାନ:-
ଲୌକିକ ଏବଂ
ଅଲୌକିକ ଜୀବନରେ ସର୍ବଦା ନିଆରା ହୋଇ ପରମାତ୍ମାଙ୍କର ସଂଗର ଅନୁଭବ ଦ୍ୱାରା ନଷ୍ଟୋମୋହା ହୁଅ ।
ସର୍ବଦା ନିଆରା ରହିବାର
ଚିହ୍ନ ହେଲା ପ୍ରଭୁଙ୍କର ସ୍ନେହର ଅନୁଭୂତି କରିବା ଏବଂ ସ୍ନେହ ଯେତେ ଅଧିକ ହୋଇଥିବ ସେହି ଅନୁସାରେ
ବାବାଙ୍କ ସାଥୀରେ ମଧ୍ୟ ରହୁଥିବେ, ଅଲଗା ହେଉ ନ ଥିବେ । ତେବେ ସ୍ନେହୀ ତା’କୁ କୁହାଯିବ ଯିଏ
ସର୍ବଦା ସାଥୀରେ ରହୁଥିବ । ଯେହେତୁ ବାବା ସର୍ବଦା ସାଥୀରେ ଅଛନ୍ତି ତେଣୁ ସମସ୍ତ ବୋଝ ବାବାଙ୍କୁ
ଅର୍ପଣ କରି ନିଜେ ହାଲୁକା ହୋଇଯାଅ, ଏହା ହିଁ ହେଉଛି ନଷ୍ଟୋମୋହା ହେବାର ସହଜ ବିଧି । କିନ୍ତୁ
ପୁରୁଷାର୍ଥର ବିଷୟରେ ସଦା ଶବ୍ଦ ଉପରେ ବିଶେଷ ଗୁରୁତ୍ୱ ଦିଅ । ଲୌକିକ ଏବଂ ଅଲୌକିକ ଜୀବନରେ ଯଦି
ସର୍ବଦା ସାଥୀରେ ରହିବ ତେବେ ସର୍ବଦା ବାବାଙ୍କର ସଂଗର ଅନୁଭବ ହୋଇଚାଲିବ ।
ସ୍ଲୋଗାନ:-
ଯଦି ବିକାର ରୂପୀ
ସାପ ଗୁଡିକୁ ନିଜର ଶଯ୍ୟା କରିଦେବ ତେବେ ସହଜଯୋଗୀ ହୋଇଯିବ ।