24.11.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମମାନଙ୍କ ପାଇଁ ଏହି ସମୟ ବହୁତ-ବହୁତ ମୂଲ୍ୟବାନ୍ ଅଟେ, ସେଥିପାଇଁ ଏହାକୁ ବ୍ୟର୍ଥରେ ହରାଇ ଦିଅ
ନାହିଁ, ପାତ୍ରକୁ ଦେଖି ଜ୍ଞାନ ଦାନ କର ।”
ପ୍ରଶ୍ନ:-
ଗୁଣର ଧାରଣା
ମଧ୍ୟ ହେଉଥିବ ଏବଂ ଚାଲିଚଳଣି ମଧ୍ୟ ସୁଧୁରି ଯାଉଥିବ, ଏହାର ସହଜ ବିଧି କ’ଣ?
ଉତ୍ତର:-
ବାବା ଯାହା ସବୁ ବୁଝାଇଛନ୍ତି - ସେ ସବୁ ଅନ୍ୟମାନଙ୍କୁ ବୁଝାଅ । ଜ୍ଞାନ ଧନର ଦାନ କର ତେବେ ଗୁଣର
ଧାରଣା ମଧ୍ୟ ସହଜରେ ହୋଇଯିବ, ଚାଲି ଚଳଣି ମଧ୍ୟ ସୁଧୁରିଯିବ । ଯାହାଙ୍କ ବୁଦ୍ଧିରେ ଏହି ଜ୍ଞାନ
ରହୁ ନାହିଁ, ଜ୍ଞାନ ଧନର ଦାନ କରୁ ନାହାଁନ୍ତି, ସେମାନେ ହେଲେ ଅଭାଗା । ସେମାନେ ତୁଚ୍ଛାଟାରେ
ନିଜର କ୍ଷତି କରୁଛନ୍ତି ।
ଗୀତ:-
ବଚପନ କେ ଦିନ
ଭୁଲା ନ ଦେନା...
ଓମ୍ ଶାନ୍ତି ।
ମିଠା ମିଠା ସନ୍ତାନମାନେ ଗୀତ ଶୁଣିଲେ, ଏହାର ଅର୍ଥକୁ ତ ଭଲ ଭାବରେ ଜାଣିଲ । ଆମେ ଆତ୍ମା ବେହଦ
ବାବାଙ୍କର ସନ୍ତାନ ଅଟୁ - ଏକଥା ଭୁଲିଯାଅ ନାହିଁ । ଏବେ ଏବେ ବାବାଙ୍କ ୟାଦରେ ହର୍ଷିତ ହେଉଛନ୍ତି,
ପୁଣି ସଙ୍ଗେ-ସଙ୍ଗେ ବାବାଙ୍କୁ ଭୁଲିଯାଉଛନ୍ତି, ତେଣୁ ଦୁଃଖୀ ହୋଇଯାଉଛନ୍ତି । ସଙ୍ଗେ ସଙ୍ଗେ ଜୀଇଁ
ପୁଣି ସଙ୍ଗେ-ସଙ୍ଗେ ମରିଯାଉଛନ୍ତି ଅର୍ଥାତ୍ ବେହଦ ବାବାଙ୍କର ହୋଇ ପୁଣି ଲୌକିକ ପରିବାର ଆଡକୁ
ଚାଲିଯାଉଛନ୍ତି । ତେଣୁ ବାବା କହୁଛନ୍ତି ଆଜି ହସି କାଲି ପୁଣି କାନ୍ଦିବ ନାହିଁ । ଏହା ହେଉଛି
ଗୀତର ଅର୍ଥ ।
ତୁମେ ପିଲାମାନେ ଜାଣିଛ - ପ୍ରାୟତଃ ମନୁଷ୍ୟମାନେ ଶାନ୍ତି ନିମନ୍ତେ ହିଁ ଧକ୍କା ଖାଇଥା’ନ୍ତି ।
ତୀର୍ଥ ଯାତ୍ରାକୁ ଯାଇଥା’ନ୍ତି । ଏପରି ନୁହେଁ ଯେ, ଏଣେତେଣେ ଘୁରିବୁଲିବା ଦ୍ୱାରା କୌଣସି ଶାନ୍ତି
ମିଳିଯାଏ । ଏହା ଏକମାତ୍ର ସଂଗମଯୁଗ ଅଟେ, ଯେତେବେଳେ କି ବାବା ଆସି ବୁଝାଉଛନ୍ତି । ପ୍ରଥମେ
ପ୍ରଥମେ ତ ନିଜକୁ ଚିହ୍ନ । ଆତ୍ମା ହେଉଛି ଶାନ୍ତ ସ୍ୱରୂପ । ରହିବାର ସ୍ଥାନ ମଧ୍ୟ ଶାନ୍ତିଧାମ ଅଟେ
। ଯେହେତୁ ଏଠାକୁ ଆସୁଛ ତେଣୁ କର୍ମ ନିଶ୍ଚିତ କରିବାକୁ ପଡୁଛି । ଯେତେବେଳେ ଶାନ୍ତିଧାମରେ ରହୁଛ
ସେତେବେଳେ ଆତ୍ମା ଶାନ୍ତ ରହୁଛି । ସତ୍ୟଯୁଗରେ ମଧ୍ୟ ଶାନ୍ତିରେ ରହିବ । ସେଠାରେ ସୁଖ ମଧ୍ୟ ଅଛି
ଏବଂ ଶାନ୍ତି ମଧ୍ୟ ଅଛି । ଶାନ୍ତିଧାମକୁ ସୁଖଧାମ କୁହାଯିବ ନାହିଁ । ଯେଉଁଠି ସୁଖ ରହିଛି ତାକୁ
ସୁଖଧାମ ଏବଂ ଯେଉଁଠି ଦୁଃଖ ଅଛି ତାକୁ ଦୁଃଖଧାମ ବୋଲି କୁହାଯାଉଛି । ଏସବୁ କଥା ତୁମେମାନେ
ବୁଝିପାରୁଛ । ଏହିସବୁ କଥା କାହାକୁ ବୁଝାଇବାକୁ ହେଲେ ସମ୍ମୁଖରେ ହିଁ ବୁଝାଯାଇଥାଏ । ଯେତେବେଳେ
ପ୍ରଦର୍ଶନୀରେ ବୁଝିବାକୁ ଭିତରକୁ ଆସୁଛନ୍ତି ସେତେବେଳେ ପ୍ରଥମେ ପ୍ରଥମେ ତାଙ୍କୁ ବାବାଙ୍କ ପରିଚୟ
ଦେବା ଉଚିତ୍ । ବୁଝାଯାଏ ଯେ ଆତ୍ମାମାନଙ୍କର ପିତା ଏକ ଅଟନ୍ତି ଏବଂ ସେ ହିଁ ଗୀତାର ଭଗବାନ ଅଟନ୍ତି
। ବାକି ଏମାନେ ସମସ୍ତେ ଆତ୍ମା । ଆତ୍ମା ଶରୀର ତ୍ୟାଗ କରିଥାଏ ଏବଂ ପୁଣି ଧାରଣ କରିଥାଏ । ତେଣୁ
ଶରୀରର ନାମ ମଧ୍ୟ ବଦଳିଯାଏ । କିନ୍ତୁ ଆତ୍ମାର ନାମ ବଦଳିନଥାଏ । ତୁମେମାନେ ବୁଝାଇପାରିବ — ବେହଦ୍ର
ବାବାଙ୍କଠାରୁ ହିଁ ସୁଖର ବର୍ସା ମିଳିଥାଏ । ବାବା ସୁଖର ସୃଷ୍ଟି ସ୍ଥାପନ କରୁଛନ୍ତି । ବାବା
ଦୁଃଖର ସୃଷ୍ଟି ରଚନା କରିବେ, ଏପରି ତ ହୋଇପାରିବ ନାହିଁ । ଭାରତରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ
ଥିଲା ନା । ଯାହାର ଚିତ୍ର ମଧ୍ୟ ରହିଛି - ତେବେ ସେମାନଙ୍କୁ କୁହ, ଏହି ସୁଖର ବର୍ସା ମିଳୁଛି ।
ଯଦି କହିବେ ଯେ ଏହା ତ ତୁମର କଳ୍ପନା ଅଟେ ତେବେ ଏକଦମ୍ ଛାଡିଦେବା ଉଚିତ୍ । ଯଦି କଳ୍ପନା ବୋଲି
ଭାବିବେ ତେବେ କିଛି ମଧ୍ୟ ବୁଝିବେ ନାହିଁ । ତୁମର ସମୟ ବହୁତ ମୂଲ୍ୟବାନ । ସାରା ଦୁନିଆ ଭିତରେ
ତୁମର ସମୟ ଯେତେ ମୂଲ୍ୟବାନ ଆଉ କାହାର ନୁହେଁ । ବଡ-ବଡ ମନୁଷ୍ୟମାନଙ୍କର ସମୟ ବହୁତ ମୂଲ୍ୟବାନ
ହୋଇଥାଏ । ବାବାଙ୍କର ସମୟ କେତେ ମୂଲ୍ୟବାନ । ବାବା ଏହି ଜ୍ଞାନ ବୁଝାଇ ଆମମାନଙ୍କୁ କ’ଣରୁ କ’ଣ
କରିଦେଉଛନ୍ତି । ତେଣୁ ବାବା ତୁମ ପିଲାମାନଙ୍କୁ କହୁଛନ୍ତି ଯେ, ତୁମେ ନିଜର ମୂଲ୍ୟବାନ ସମୟକୁ
ଅଯଥାରେ ନଷ୍ଟ କର ନାହିଁ । ପାତ୍ରକୁ ଦେଖି ଜ୍ଞାନ ଦେବା ଉଚିତ୍ । ପାତ୍ରକୁ ହିଁ ବୁଝାଇବା ଦରକାର
- ସମସ୍ତେ ତ ବୁଝିପାରିବେ ନାହିଁ, ତାଙ୍କର ଏତେ ବୁଦ୍ଧି ନାହିଁ ଯେ ଏହି ଜ୍ଞାନକୁ ବୁଝିପାରିବେ ।
ପ୍ରଥମେ-ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ହେବ । ଯେ ପର୍ଯ୍ୟନ୍ତ ଏକଥା ନ ବୁଝିଛନ୍ତି ଯେ ଆମ
ଆତ୍ମାମାନଙ୍କର ପିତା ହେଉଛନ୍ତି ପରମାତ୍ମା ଶିବବାବା ସେ ପର୍ଯ୍ୟନ୍ତ ଆଗକୁ କିଛି ହେଲେ
ବୁଝିପାରିବେ ନାହିଁ । ତାଙ୍କୁ ବହୁତ ସ୍ନେହ ଏବଂ ନମ୍ରତାର ସହିତ ବୁଝାଇ ପଠାଇ ଦେବା ଉଚିତ୍ କାରଣ
ଆସୁରୀ ସମ୍ପ୍ରଦାୟର ମନୁଷ୍ୟ ଝଗଡ଼ା କରିବାକୁ ଡ଼େରୀ କରିବେ ନାହିଁ । ଗଭର୍ଣ୍ଣମେଣ୍ଟ
ଛାତ୍ରମାନଙ୍କର କେତେ ମହିମା କରୁଛି । ତାଙ୍କ ନିମନ୍ତେ କେତେ ପ୍ରବନ୍ଧ ରଖୁଛି । କଲେଜ ଛାତ୍ରମାନେ
ହିଁ ପ୍ରଥମେ-ପ୍ରଥମେ ପଥର ମାରିବା ଆରମ୍ଭ କରଥା’ନ୍ତି । ତାଙ୍କର ଜୋଶ ରହିଥାଏ ନା । ବୁଢା ଅଥବା
ମାତାମାନେ ତ ଏତେ ଜୋରରେ ପଥର ପକାଇ ପାରିବେ ନାହିଁ । ପ୍ରାୟତଃ ଛାତ୍ରମାନେ ହିଁ ପାଟିତୁଣ୍ଡ
କରିଥା’ନ୍ତି । ସେଥିପାଇଁ ତାଙ୍କୁ ହିଁ ଲଢେଇ ପାଇଁ ପ୍ରସ୍ତୁତ କରିଥା’ନ୍ତି । ଏବେ ବାବା
ଆତ୍ମାମାନଙ୍କୁ ବୁଝାଉଛନ୍ତି - ତୁମେମାନେ ସମ୍ପୂର୍ଣ୍ଣ ଓଲଟା ହୋଇଯାଇଛ । ନିଜକୁ ଆତ୍ମା ବଦଳରେ
ଶରୀର ବୋଲି ଭାବି ନେଉଛ । ଏବେ ବାବା ତୁମକୁ ଠିକ୍ କରୁଛନ୍ତି । ତେବେ କେତେ ରାତି ଦିନର ଫରକ
ହୋଇଯାଉଛି । ତୁମେମାନେ ସିଧା ବିଶ୍ୱର ମାଲିକ ହୋଇଯାଉଛ । ଏବେ ତୁମେମାନେ ଜାଣୁଛ ଯେ, ଆମେ
ଅଧାକଳ୍ପ ହେବ ଓଲଟା ଥିଲୁ । ଏବେ ବାବା ଅଧାକଳ୍ପ ପାଇଁ ଠିକ୍ କରୁଛନ୍ତି । ଭଗବାନଙ୍କର ସନ୍ତାନ
ହୋଇଯାଉଛ, ତେଣୁ ତୁମମାନଙ୍କୁ ବିଶ୍ୱର ବାଦଶାହୀର ବର୍ସା ମିଳିଯାଉଛି । ରାବଣ ଓଲଟା କରିଦେଉଛି
ତେଣୁ ସବୁ ଗୁଣ ନଷ୍ଟ ହୋଇଯାଉଛି ଏବଂ ତୁମେମାନେ ତଳକୁ ଖସିଯାଉଛ । ରାମ ଏବଂ ରାବଣର ରାଜ୍ୟକୁ ତୁମେ
ପିଲାମାନେ ହିଁ ଜାଣିଛ । ତେଣୁ ତୁମମାନଙ୍କୁ ଏବେ ବାବାଙ୍କର ସ୍ମୃତିରେ ରହିବାକୁ ହେବ । ଯଦିଓ
ଶରୀର ନିର୍ବାହ ପାଇଁ କର୍ମ ମଧ୍ୟ କରିବାକୁ ହେବ, ତଥାପି ମଧ୍ୟ ସମୟ ତ’ ମିଳୁଛି ନା । ଯଦି କୌଣସି
ଜିଜ୍ଞାସୁ ଆସୁ ନାହାଁନ୍ତି କିଛ କାମ ନାହିଁ, ତେବେ ବାବାଙ୍କ ଯୋଗରେ ବସିଯିବା ଦରକାର । ତାହା ତ
ଅଳ୍ପକାଳର ରୋଜଗାର, କିନ୍ତୁ ଏହା ତୁମର ସଦାକାଳର ରୋଜଗାର । ତେଣୁ ଏଥିରେ ଅଧିକ ଧ୍ୟାନ ଦେବାକୁ
ପଡ଼ୁଛି । କିନ୍ତୁ ମାୟା ବାରମ୍ବାର ବୁଦ୍ଧିକୁ ଅନ୍ୟ ଆଡ଼କୁ ନେଇଯାଉଛି । ଏସବୁ ତ ହେବ ନିଶ୍ଚିତ ।
ମାୟା ଭୁଲାଇ ଚାଲିବ । ଏହା ଉପରେ ଏକ ନାଟକ ମଧ୍ୟ ଦେଖାଉଛନ୍ତି - ପ୍ରଭୁ ଏହିପରି କହୁଛନ୍ତି, ମାୟା
ଏପରି କହୁଛି । ବାବା ପିଲାମାନଙ୍କୁ କହୁଛନ୍ତି ମୋତେ ମନେ ପକାଅ, କିନ୍ତୁ ଏଥିରେ ହିଁ ବିଘ୍ନ
ପଡୁଛି । ଅନ୍ୟ କୌଣସି କଥାରେ ଏତେ ବିଘ୍ନ ପଡୁ ନାହିଁ । ପବିତ୍ରତା ପାଇଁ କେତେ ମାଡ ଖାଉଛନ୍ତି ।
ଭାଗବତ ଆଦିରେ ମଧ୍ୟ ଏହି ସମୟର ହିଁ ଗାୟନ ରହିଛି । ପୁତନା, ସୂର୍ପଣଖା, ଏସବୁ ବର୍ତ୍ତମାନ ସମୟର
କଥା ଅଟେ, ଯେତେବେଳ କି ବାବା ଆସି ପବିତ୍ର କରୁଛନ୍ତି । ସଂଗମଯୁଗୀ ଉତ୍ସବ ଆଦି ଯାହା ପାଳନ
କରାଯାଉଛି ଯାହାକି ଅତୀତ ହୋଇଯାଇଛି, ତାହାକୁ ପୁଣି ଉତ୍ସବ ରୂପରେ ପାଳନ କରି ଆସୁଛନ୍ତି । ଅତୀତ
ହୋଇ ଯାଇଥିବା କଥାର ମହିମା କରି ଆସୁଛନ୍ତି । ରାମରାଜ୍ୟର ମହିମା ଗାନ କରୁଛନ୍ତି କାହିଁକି ନା
ଅତୀତ ହୋଇଗଲାଣି । ଯେପରି ଖ୍ରୀଷ୍ଟ ଆଦି ଆସି ଧର୍ମ ସ୍ଥାପନା କରି ଚାଲିଗଲେ । ଯାହାର ତିଥି
ତାରିଖ ମଧ୍ୟ ଲେଖି ଦେଉଛନ୍ତି ପୁଣି ତାଙ୍କର ଜନ୍ମ ଦିନ ପାଳନ କରୁଛନ୍ତି । ଭକ୍ତିମାର୍ଗରେ ମଧ୍ୟ
ଏହି ଧନ୍ଦା ଅଧାକଳ୍ପ ଚାଲୁଛି । ସତ୍ୟଯୁଗରେ ଏସବୁ ହେବ ନାହିଁ । ଏହି ଦୁନିଆ ହିଁ ଶେଷ ହୋଇଯିବ ।
ଏହି କଥାକୁ ତୁମମାନଙ୍କ ଭିତରେ ମଧ୍ୟ ବହୁତ କମ ଆତ୍ମା ବୁଝୁଛନ୍ତି । ବାବା ବୁଝାଉଛନ୍ତି ସବୁ
ଆତ୍ମାମାନଙ୍କୁ ଅନ୍ତିମ ସମୟରେ ଘରକୁ ଫେରିଯିବାକୁ ହେବ । ସବୁ ଆତ୍ମାମାନେ ଶରୀର ଛାଡି ଚାଲିଯିବେ
। ଏବେ ତୁମମାନଙ୍କ ବୁଦ୍ଧିରେ ଅଛି ଯେ - ବାକି ଅଳ୍ପ ଦିନ ଅଛି । ବର୍ତ୍ତମାନ ପୁନର୍ବାର ଏସବୁର
ବିନାଶ ହୋଇଯିବ । ସତ୍ୟଯୁଗରେ କେବଳ ଆମେ ହିଁ ଆସିବୁ । ସବୁ ଆତ୍ମାମାନେ ତ ଆସିବେ ନାହିଁ ଯିଏ
କଳ୍ପ ପୂର୍ବରୁ ଆସିଥିଲେ ସେହିମାନେ ହିଁ କ୍ରମ ଅନୁସାରେ ଆସିବେ । ସେହିମାନେ ହିଁ ଏବେ ଭଲ ଭାବରେ
ପଢୁଛନ୍ତି ଏବଂ ଅନ୍ୟମାନଙ୍କୁ ପଢାଉଛନ୍ତି ମଧ୍ୟ । ଯେଉଁମାନେ ଭଲ ଭାବରେ ପଢୁଛନ୍ତି ସେହିମାନେ
ହିଁ କ୍ରମଅନୁସାରେ ପରିବର୍ତ୍ତିତ ହେବେ । ତୁମେ ମଧ୍ୟ ଟ୍ରାନ୍ସଫର ହେଉଛ । ତୁମେମାନେ ଜାଣିଛ
ଯେ, ଯେଉଁ ସବୁ ଆତ୍ମାମାନେ ଅଛନ୍ତି ସେମାନେ କ୍ରମାନ୍ୱୟରେ ଶାନ୍ତିଧାମକୁ ଚାଲିଯିବେ ପୁଣି କ୍ରମ
ଅନୁସାରେ ଆସିବେ । ତଥାପି ବାବା କହୁଛନ୍ତି, ମୂଳ କଥା ହେଲା, ବାବାଙ୍କର ପରିଚୟ ଦେବା ।
ବାବାଙ୍କର ନାମ ସର୍ବଦା ମୁଖରେ ରହୁ । ଆତ୍ମା କ’ଣ, ପରମାତ୍ମା କ’ଣ? ଦୁନିଆରେ କେହି ହେଲେ ଜାଣି
ନାହାଁନ୍ତି । ଯଦିଓ ଗାୟନ କରୁଛନ୍ତି ଯେ ଭ୍ରୁକୁଟୀ ମଝିରେ ଚମକୁଛି ଅଜବ ତାରକା... ବାସ୍ ସେତିକି,
ଅଧିକ କିଛି ହେଲେ ବୁଝୁ ନାହାଁନ୍ତି । ବହୁତ କମ୍ ଆତ୍ମାମାନଙ୍କର ବୁଦ୍ଧିରେ ଏହି ଜ୍ଞାନ ରହିଛି ।
ବାକି ସମସ୍ତେ ଘଡି ଘଡି ଭୁଲିଯାଉଛନ୍ତି । ପ୍ରଥମେ-ପ୍ରଥମେ ବୁଝାଇବାକୁ ହେବ ଯେ, ବାବା ହିଁ
ହେଉଛନ୍ତି ପତିତ-ପାବନ । ବାବା ବର୍ସା ଦେବା ସହିତ, ରାଜା ମଧ୍ୟ କରୁଛନ୍ତି । ତୁମ ପାଖରେ ଗୀତ
ମଧ୍ୟ ଅଛି - ଆଖିର୍ ୱହ ଦିନ୍ ଆୟା ଆଜ୍... ଭକ୍ତିମାର୍ଗରେ ଯେଉଁ ରାସ୍ତାକୁ ଅନାଇ ବସିଥିଲେ ।
ଦ୍ୱାପର ଯୁଗରୁ ଭକ୍ତି ଆରମ୍ଭ ହେଉଛି ପୁଣି ଅନ୍ତିମ ସମୟରେ ବାବା ଆସି ରାସ୍ତା ବତାଉଛନ୍ତି ।
ଏହାକୁ ହିଁ ବିନାଶର ସମୟ ବି କୁହାଯାଉଛି । ସବୁ ଆତ୍ମା ଆସୁରୀ ବନ୍ଧନର ସବୁ ହିସାବ-କିତାବକୁ
ଚୁକ୍ତ କରି ପୁଣି ଘରକୁ ଚାଲିଯାଉଛନ୍ତି । ଏହି ୮୪ ଜନ୍ମର ପାର୍ଟକୁ କେବଳ ତୁମେ ହିଁ ଜାଣିଛ । ଏହି
ପାର୍ଟ ଅବିରତ ଚାଲିଛି । ଶିବ ଜୟନ୍ତୀ ପାଳନ କରୁଛନ୍ତି ତେବେ ନିଶ୍ଚିତ ପରମାତ୍ମା ଶିବ ଆସି କିଛି
କରିଥିବେ । ସିଏ ହିଁ ନୂଆ ଦୁନିଆର ନିର୍ମାଣ କରୁଛନ୍ତି । ଯେଉଁ ଦୁନିଆର ମାଲିକ ଏହି
ଲକ୍ଷ୍ମୀ-ନାରାୟଣ ଥିଲେ, ଏବେ ନାହାଁନ୍ତି । ବାବା ପୁନର୍ବାର ରାଜଯୋଗ ଶିଖାଉଛନ୍ତି । ଏକଥା
ତୁମମାନଙ୍କ ବ୍ୟତୀତ ଆଉ କାହାରି ମୁଖରେ ଆସିପାରିବ ନାହିଁ । ଏକଥା ତୁମେମାନେ ହିଁ ବୁଝାଇପାରିବ ।
ଶିବବାବା ଆମକୁ ରାଜଯୋଗ ଶିଖାଉଛନ୍ତି । ଯେଉଁ ଶିବୋହମ୍ ଶବ୍ଦର ଉଚ୍ଚାରଣ କରୁଛନ୍ତି ତାହା ମଧ୍ୟ
ଭୁଲ୍ ଅଟେ । ତୁମମାନଙ୍କୁ ଏବେ ବାବା ବୁଝାଉଛନ୍ତି - ତୁମେମାନେ ହିଁ ୮୪ ଜନ୍ମର ଚକ୍ର ଲଗାଇ
ବ୍ରାହ୍ମଣ କୁଳରୁ ଦେବତା କୁଳକୁ ଆସୁଛ । ସୋ ହମ୍, ହମ୍ ସୋର ଅର୍ଥକୁ ମଧ୍ୟ ତୁମେମାନେ ହିଁ
ବୁଝାଇପାରିବ । ଏବେ ଆମେ ବ୍ରାହ୍ମଣ ହୋଇଛୁ, ଏହା ୮୪ ଜନ୍ମର ଚକ୍ର ଅଟେ । ଏଥିରେ କୌଣସି ମନ୍ତ୍ର
ଜପିବାର ନାହିଁ । ବୁଦ୍ଧିରେ ଅର୍ଥ ରହିବା ଦରକାର । ଏହା ମଧ୍ୟ ସେକେଣ୍ଡର କଥା । ଯେପରି ବୀଜ ଏବଂ
ବୃକ୍ଷର ଜ୍ଞାନ ଗୋଟିଏ ସେକେଣ୍ଡରେ ସ୍ମୃତିରେ ଆସିଯାଉଛି । ସେହିପରି ହମ୍ ସୋର ଅର୍ଥ ମଧ୍ୟ
ସେକେଣ୍ଡରେ ବୁଦ୍ଧିରେ ଆସିଯାଉଛି । ଆମେ ଏହିପରି ଚକ୍ର ଲଗାଉଛୁ ଯାହାକୁ ସ୍ୱଦର୍ଶନ ଚକ୍ର ମଧ୍ୟ
କୁହାଯାଉଛି । ତୁମେ ଯଦି କାହାକୁ କହିବ ଯେ, ଆମେ ହେଉଛୁ ସ୍ୱଦର୍ଶନ ଚକ୍ରଧାରୀ ତେବେ କେହି ମାନିବେ
ନାହିଁ । କହିବେ ଏମାନେ ତ ସବୁ ଉପାଧି ନିଜ ଉପରେ ରଖୁଛନ୍ତି । ତେବେ ତୁମେମାନେ ତାଙ୍କୁ ବୁଝାଅ
ଯେ, ଆମେ ୮୪ ଜନ୍ମ କିପରି ନେଉଛୁ । ଏହି ଚକ୍ର ଘୂରି ଚାଲିଛି । ଆତ୍ମାକୁ ନିଜ ୮୪ ଜନ୍ମର ଦର୍ଶନ
ହେଉଛି, ଏହାକୁ ହିଁ ସ୍ୱଦର୍ଶନ ଚକ୍ରଧାରୀ କୁହାଯାଉଛି । ପ୍ରଥମେ ତ ଶୁଣି ଚମକି ଯାଉଛନ୍ତି ।
ଏମାନେ ଏସବୁ କ’ଣ ଗପୁଛନ୍ତି । ଯେବେ ତୁମେମାନେ ବାବାଙ୍କ ପରିଚୟ ଦେବ ତେବେ ତାଙ୍କୁ ଏସବୁ ଗପ ଭଳି
ଲାଗିବ ନାହିଁ । ବାବାଙ୍କୁ ଯୋଗ କରୁଛନ୍ତି । ଗାୟନ ମଧ୍ୟ କରୁଛନ୍ତି ଯେ, ବାବା ଆପଣ ଆସିଲେ ଆମେ
ସମ୍ପୂର୍ଣ୍ଣ ସମର୍ପଣ ହୋଇଯିବୁ । କେବଳ ଆପଣଙ୍କୁ ହିଁ ମନେ ପକାଇବୁ । ବାବା କହୁଛନ୍ତି ତୁମେମାନେ
ଏହିଭଳି କହୁଥିଲ ନା - ଏବେ ପୁଣି ତୁମମାନଙ୍କୁ ମନେ ପକାଇ ଦେଉଛି । ନଷ୍ଟୋମୋହା ହୋଇଯାଅ । ଏହି
ଦେହରୁ ମଧ୍ୟ ନଷ୍ଟମୋହା ହୋଇଯାଅ । ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଇଲେ ତୁମର ବିକର୍ମ
ବିନାଶ ହୋଇଯିବ । ତେବେ ଏହିଭଳି ମିଠା ମିଠା କଥା ସମସ୍ତଙ୍କର ପସନ୍ଦ ଆସିବ । ଯଦି ବାବାଙ୍କର
ପରିଚୟ ନ ଥିବ ତେବେ କୌଣସି ନା କୌଣସି କଥାରେ ସଂଶୟ ଆସିବ, ସେଥିପାଇଁ ପ୍ରଥମେ ତ ୨-୩ଟି ଚିତ୍ର
ଆଗରେ ରଖିଦିଅ, ଯେଉଁଥିରେ ବାବାଙ୍କ ପରିଚୟ ଥିବ । ବାବାଙ୍କର ପରିଚୟ ମିଳିଗଲେ ବର୍ସା ମଧ୍ୟ
ମିଳିଯିବ ।
ବାବା କହୁଛନ୍ତି - ମୁଁ ତୁମମାନଙ୍କୁ ରାଜାମାନଙ୍କର ରାଜା କରୁଛି । ଏହି ଚିତ୍ର ତିଆରି କର ।
ଦ୍ୱିମୁକୁଟଧାରୀ ରାଜାଙ୍କ ଆଗରେ ଏକ ମୁକୁଟଧାରୀ ମୁଣ୍ଡ ନୁଆଁଉଛନ୍ତି । ନିଜେ ହିଁ ପୂଜ୍ୟ ଏବଂ
ନିଜେ ହିଁ ପୂଜାରୀର ରହସ୍ୟ ମଧ୍ୟ ବୁଦ୍ଧିରେ ଆସିଯିବ । ପ୍ରଥମେ ପ୍ରଥମେ ବାବାଙ୍କର ପୂଜା
କରୁଛନ୍ତି ପରେ ପୁଣି ନିଜ ଚିତ୍ରକୁ ବସି ପୂଜା କରୁଛନ୍ତି । ଯେଉଁମାନେ ପବିତ୍ର ତାଙ୍କ ଚିତ୍ରକୁ
ବସି ପୂଜା କରୁଛନ୍ତି । ଏହି ଜ୍ଞାନ ମଧ୍ୟ ତୁମକୁ ବର୍ତ୍ତମାନ ମିଳୁଛି । ପୂର୍ବରୁ ତ ଭଗବାନଙ୍କ
ନିମନ୍ତେ କହିଦେଉଥିଲେ - ନିଜେ ହିଁ ପୂଜ୍ୟ ନିଜେ ପୂଜାରୀ । ଏବେ ବାବା ତୁମକୁ ବୁଝାଉଛନ୍ତି -
ତୁମେମାନେ ହିଁ ଏହି ଚକ୍ରରେ ଆସୁଛ । ତୁମମାନଙ୍କ ବୁଦ୍ଧିରେ ସର୍ବଦା ଏହି ଜ୍ଞାନ ରହୁଛି, ତେଣୁ
ଅନ୍ୟମାନଙ୍କୁ ମଧ୍ୟ ବୁଝାଇବା ଦରକାର । ଧନ ଦେଲେ ଧନ ସରିବ ନାହିଁ... ଯିଏ ଧନ ଦାନ କରନ୍ତି ନାହିଁ
ତାଙ୍କୁ ଅମଙ୍ଗଳିଆ ମଧ୍ୟ କୁହାଯାଏ । ବାବା ଯାହା ବୁଝାଉଛନ୍ତି ତାକୁ ପୁଣି ଅନ୍ୟମାନଙ୍କୁ
ବୁଝାଇବାକୁ ହେବ । ଯଦି ନ ବୁଝାଇବ ତେବେ ଅଯଥାରେ ନିଜର ହିଁ କ୍ଷତି କରିବ । ପୁଣି ଗୁଣର ମଧ୍ୟ
ଧାରଣା ହେବ ନାହିଁ । ଚଳଣି ମଧ୍ୟ ଏହିପରି ହୋଇଯିବ । ତେବେ ପ୍ରତ୍ୟେକେ ନିଜକୁ ତ ବୁଝି ପାରୁଛ ନା
। ତୁମମାନଙ୍କୁ ଏବେ ଜ୍ଞାନ ମିଳିଛି ବାକି ସମସ୍ତେ ଅଜ୍ଞାନ । ତୁମେମାନେ ଏବେ ସବୁ କିଛି ଜାଣିଛ ।
ବାବା କହୁଛନ୍ତି ଏ ପାର୍ଶ୍ଵରେ ଦୈବୀ ସମ୍ପ୍ରଦାୟ ଏବଂ ସେ ପାର୍ଶ୍ଵରେ ଆସୁରୀ ସମ୍ପ୍ରଦାୟ ରହିଛି
। ବୁଦ୍ଧି ଦ୍ୱାରା ତୁମେମାନେ ଜାଣୁଛ ଯେ, ଏବେ ଆମେ ସଂଗମଯୁଗରେ ଅଛୁ । ଗୋଟିଏ ଘରେ ଜଣେ ସଂଗମଯୁଗୀ
ଏବଂ ଆଉ ଜଣେ କଳିଯୁଗୀ ଉଭୟ ଏକତ୍ର ରହୁଛନ୍ତି । ପୁଣି ଦେଖାଯାଏ ଯେ ଯଦି ସିଏ ହଂସ ହେବା ଯୋଗ୍ୟ
ନୁହଁନ୍ତି, ତେବେ ଯୁକ୍ତି ରଚନା କରାଯାଇଥାଏ । ନଚେତ୍ ବିଘ୍ନ ପକାଇବେ । ନିଜ ସମାନ କରିବା ପାଇଁ
ଚେଷ୍ଟା କରିବା ଉଚିତ୍ । ନଚେତ୍ ହଇରାଣ କରିଥା’ନ୍ତି ତେବେ ଯୁକ୍ତି ଦ୍ୱାରା ଅଲଗା କରିବାକୁ
ପଡିଥାଏ । ବିଘ୍ନ ତ ନିଶ୍ଚୟ ପଡିବ । ଏହି ଜ୍ଞାନ ତ ତୁମେମାନେ ହିଁ ଦେଉଛ । ତେଣୁ ତୁମମାନଙ୍କୁ
ବହୁତ ମିଠା ମଧ୍ୟ ହେବାକୁ ପଡିବ ଏବଂ ନଷ୍ଟୋମୋହା ମଧ୍ୟ ହେବାକୁ ପଡିବ । ଗୋଟିଏ ବିକାରକୁ ଛାଡି
ଦେଲେ ପୁଣି ଅନ୍ୟ ବିକାର ଖିଟ୍-ଖିଟ୍ କରିଥାଏ । ତେବେ ବୁଝିବାକୁ ହୁଏ ଯାହା କିଛି ହେଉଛି କଳ୍ପ
ପୂର୍ବ ସଦୃଶ । ଏହିପରି ଭାବି ଶାନ୍ତ ରହିବାକୁ ପଡୁଛି । ଡ୍ରାମା ବୋଲି ଭାବିବାକୁ ପଡୁଛି । ବହୁତ
ଭଲ ଜ୍ଞାନ ବୁଝାଉଥିବା ସନ୍ତାନମାନେ ମଧ୍ୟ ତଳକୁ ଖସି ଯାଉଛନ୍ତି । ବହୁତ ଜୋରରେ ମାୟାର ଚାପୁଡା
ଖାଉଛନ୍ତି । ତେବେ କୁହାଯାଉଛି ଯେ କଳ୍ପ ପୂର୍ବରୁ ମଧ୍ୟ ଚାପୁଡା ଖାଇଥିବେ । ପ୍ରତ୍ୟେକ ନିଜ
ଭିତରକୁ ବୁଝିପାରୁଥିବେ । ଲେଖୁଛନ୍ତି ମଧ୍ୟ ବାବା ଆମେ କ୍ରୋଧରେ ଆସିଗଲୁ, ଅମୁକକୁ ମାରିଲୁ, ଏହି
ଭୁଲ୍ ହୋଇଗଲା । ବାବା ବୁଝାଉଛନ୍ତି, ଯେତେ ଦୂର ସମ୍ଭବ ନିଜକୁ ନିୟନ୍ତ୍ରଣ କର । କିପରି-କିପରି
ମନୁଷ୍ୟ ସବୁ ରହିଛନ୍ତି, ଅବଳାମାନଙ୍କ ଉପରେ କେତେ ଅତ୍ୟାଚାର କରୁଛନ୍ତି । ପୁରୁଷ ବଳବାନ୍ ଏବଂ
ସ୍ତ୍ରୀ ଅବଳା ହୋଇଥାଏ । ବାବା ତୁମମାନଙ୍କୁ ଏହି ଗୁପ୍ତ ଲଢେଇ ଶିଖାଉଛନ୍ତି, ଯାହା ଦ୍ୱାରା ତୁମେ
ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ । ଏହି ଲଢେଇ ସମ୍ବନ୍ଧରେ କେହି ଜାଣିନାହାଁନ୍ତି । ତୁମମାନଙ୍କ
ଭିତରେ ମଧ୍ୟ କ୍ରମାନ୍ୱୟରେ ଅଛନ୍ତି ଯିଏକି ବୁଝିପାରୁଛନ୍ତି । ଏହା ବିଲ୍କୁଲ୍ ନୂଆ କଥା । ଏବେ
ତୁମେମାନେ ସୁଖଧାମକୁ ଯିବା ପାଇଁ ପାଠ ପଢୁଛ । ଏକଥା ଏବେ ମନେ ଅଛି ପୁଣି ଭୁଲିଯିବ । ମୂଳକଥା
ହେଉଛି ଯୋଗର ଯାତ୍ରା । ଯୋଗ ଦ୍ୱାରା ଆମେ ପବିତ୍ର ହୋଇଯିବା । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯାହା କିଛି
ବି ହେଉଛି ଡ୍ରାମାର ନିଧାର୍ଯ୍ୟ ମନେ କରି ଶାନ୍ତ ରହିବାକୁ ହେବ । କ୍ରୋଧ କରିବାର ନାହିଁ । ଯେତେ
ଦୂର ସମ୍ଭବ ନିଜକୁ ନିଜେ ନିୟନ୍ତ୍ରଣ କରିବାକୁ ହେବ । କୌଣସି ଉପାୟରେ ନିଜ ସମାନ କରିବାର ଚେଷ୍ଟା
କରିବାକୁ ହେବ ।
(୨) ବହୁତ ସ୍ନେହ ଏବଂ
ନମ୍ରତାର ସହିତ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ । ସମସ୍ତଙ୍କୁ ଏହି ମିଠା-ମିଠା କଥା
ଶୁଣାଅ ଯେ ବାବା କହୁଛନ୍ତି ନିଜକୁ ଆତ୍ମା ମନେକରି ମୋତେ ମନେ ପକାଅ, ଏହି ଦେହଠାରୁ ନଷ୍ଟମୋହା
ହୋଇଯାଅ ।
ବରଦାନ:-
ପ୍ରତ୍ୟେକ
ଆତ୍ମାକୁ ଭଟକିବାରୁ ବି ଭିକାରୀ ପଣିଆରୁ ମୁକ୍ତ କରୁଥିବା ନିଷ୍କାମ ଦୟାଳୁ ଭବ ।
ଯେଉଁ ପିଲାମାନେ
ନିଷ୍କାମ ଦୟାଳୁ ଅଟନ୍ତି ସେମାନଙ୍କର ଦୟାଶୀଳ ସଂକଳ୍ପ ଦ୍ୱାରା ଅନ୍ୟ ଆତ୍ମାମାନଙ୍କୁ ନିଜର
ଆତ୍ମିକ ରୂପର ବା ଆତ୍ମିକ ଲକ୍ଷ୍ୟ ସ୍ଥଳର ସ୍ମୃତି ଗୋଟିଏ ସେକେଣ୍ଡରେ ଆସିଯାଏ । ସେମାନଙ୍କର
ଦୟାଶୀଳ ସଂକଳ୍ପ ଦ୍ୱାରା ଭିକାରୀକୁ ସର୍ବ ସମ୍ପତ୍ତିର ଝଲକ ଦେଖାଯାଇଥାଏ ଏବଂ ଭଟକୁଥିବା
ଆତ୍ମାମାନଙ୍କୁ ମୁକ୍ତି ବା ଜୀବନମୁକ୍ତିର କୂଳ ଅଥବା ଲକ୍ଷ୍ୟସ୍ଥଳ ସମ୍ମୁଖରେ ଦେଖାଯାଇଥାଏ ।
ସେମାନେ ସମସ୍ତଙ୍କର ଦୁଃଖହର୍ତ୍ତା ସୁଖକର୍ତ୍ତା ହେବାର ପାର୍ଟ କରିଥାଆନ୍ତି, ଦୁଖୀକୁ ସୁଖୀ
କରିବାର ଉପାୟ ବା ସାଧନ ଯାଦୁର ଚାବୀ ସର୍ବଦା ସେମାନଙ୍କ ପାଖରେ ରହିଥାଏ ।
ସ୍ଲୋଗାନ:-
ସେବାଧାରୀ ହୋଇ
ଯଦି ନିଃସ୍ୱାର୍ଥ ସେବା କରିବ ତେବେ ସେବାର ମେୱା ଅର୍ଥାତ୍ ପ୍ରାପ୍ତି ନିଶ୍ଚିତ ମିଳିବ ।
ଅବ୍ୟକ୍ତ ଈଶାରା:-
ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ ।
ଅନ୍ତିମ ସମୟରେ
ପ୍ରକୃତିର ପାଞ୍ଚୋଟିଯାକ ତତ୍ତ୍ୱ ଖୁବ୍ ଜୋରରେ ହଲଚଲ୍ କରିବାକୁ ଚେଷ୍ଟା କରିବେ । କିନ୍ତୁ ବିଦେହୀ
ଅବସ୍ଥାର ଅଭ୍ୟାସୀ ଆତ୍ମା ବିଲ୍କୁଲ୍ ଏଭଳି ସମ୍ପୂର୍ଣ୍ଣ ଅଚଳ-ଅଟଳ ସ୍ଥିତିରେ ରହି ସମ୍ମାନର
ସହିତ ଉତ୍ତୀର୍ଣ୍ଣ ହେବେ ଯାହାକି ସବୁ କଥାକୁ ସହଜରେ ଅତିକ୍ରମ କରି ବ୍ରହ୍ମାବାବାଙ୍କ ଭଳି
ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବାର ପ୍ରମାଣ ଦେବେ । ସେଥିପାଇଁ ସମୟ ବାହାର କରି ପ୍ରକୃତିର
ପାଞ୍ଚ ତତ୍ତ୍ୱର ସେବା କରିବା ସହିତ ଶୁଭଭାବନାର କିରଣ ଦେଇଚାଲ ।