25.01.26 Avyakt Bapdada Odia Murli 02.04.2008 Om Shanti Madhuban
“ଏହି ବର୍ଷ ଚାରୋଟିଯାକ
ବିଷୟରେ ଅନୁଭବର ଅଧିକାରୀ ହୁଅ, ଲକ୍ଷ୍ୟ ଏବଂ ଲକ୍ଷଣକୁ ସମାନ କର”
ଆଜି ବାପଦାଦା ନିଜର
ଚାରିଆଡର ସନ୍ତୁଷ୍ଟ ରହୁଥିବା ସନ୍ତୁଷ୍ଟମଣୀମାନଙ୍କୁ ଦେଖୁଛନ୍ତି । ପ୍ରତ୍ୟେକଙ୍କର ଚେହେରାରେ
ସନ୍ତୁଷ୍ଟତାର ଚମକ ଦେଖାଯାଉଛି । ତେବେ ସନ୍ତୁଷ୍ଟମଣୀ ଆତ୍ମାମାନେ ନିଜକୁ ମଧ୍ୟ ପ୍ରିୟ ଅଟନ୍ତି
ଏବଂ ବାବାଙ୍କୁ ମଧ୍ୟ ପ୍ରିୟ ଅଟନ୍ତି ତଥା ପରିବାରକୁ ମଧ୍ୟ ପ୍ରିୟ ଅଟନ୍ତି, କାହିଁକିନା
ସନ୍ତୁଷ୍ଟତା ଏକ ମହାନ ଶକ୍ତି ଅଟେ । ସନ୍ତୁଷ୍ଟତା ସେତେବେଳେ ଧାରଣ ହୋଇଥାଏ ଯେତେବେଳେ
ସର୍ବପ୍ରାପ୍ତିଗୁଡିକ ମିଳିଯାଇଥାଏ । ଯଦି ପ୍ରାପ୍ତିଗୁଡିକ କମ୍ ହୋଇଥାଏ, ତେବେ ସନ୍ତୁଷ୍ଟତାର
ଶକ୍ତି ମଧ୍ୟ କମ ହୋଇଥାଏ । ତେବେ ସନ୍ତୁଷ୍ଟତାର ଶକ୍ତି ଅନ୍ୟ ଶକ୍ତିଗୁଡିକୁ ମଧ୍ୟ ଆବାହନ କରିଥାଏ
। ସନ୍ତୁଷ୍ଟତାର ବାୟୁମଣ୍ଡଳ ଅନ୍ୟମାନଙ୍କୁ ମଧ୍ୟ ଯଥାଶକ୍ତି ସନ୍ତୁଷ୍ଟତାର ଅନୁଭବ କରାଇଥାଏ ।
ତେବେ ଯିଏ ସର୍ବଦା ସନ୍ତୁଷ୍ଟ ରହିଥାଏ ତା’ର ଲକ୍ଷଣ ହେଲା ସେ ସର୍ବଦା ପ୍ରସନ୍ନଚିତ୍ତ
ଦେଖାଯାଉଥିବ । ତା’ର ଚେହେରା ସର୍ବଦା ସ୍ୱତଃ ହିଁ ହର୍ଷିତ ମୁଖ ରହୁଥିବ । ସନ୍ତୁଷ୍ଟ ଆତ୍ମାଙ୍କ
ନିକଟରେ କୌଣସି ବି ପରିସ୍ଥିତି ତାଙ୍କର ସ୍ୱ ସ୍ଥିତିକୁ ଟଳମଳ କରିପାରେ ନାହିଁ । ପରିସ୍ଥିତି ଯେତେ
ବି ବଡ ହୋଇଥାଉ କିନ୍ତୁ ସନ୍ତୁଷ୍ଟ ଆତ୍ମାକୁ ତାହା କାର୍ଟୁନ ଶୋ ଭଳି ମନୋରଞ୍ଜନର ଅନୁଭବ ହୋଇଥାଏ,
ସେଥିପାଇଁ ସେ କୌଣସି ପରିସ୍ଥିତିରେ ବିଚଳିତ ହୋଇନଥାଏ ଏବଂ ପରିସ୍ଥିତି ମଧ୍ୟ ତାଙ୍କୁ ପ୍ରଭାବିତ
କରିପାରିବ ନାହିଁ, ପରିସ୍ଥିତି ତାଙ୍କ ନିକଟରେ ହାରମାନୀ ଯାଏ, ସେଥିପାଇଁ ସେମାନେ ଅତି ପ୍ରିୟ
ସୁଖମୟ ମନୋରଞ୍ଜନ ପୂର୍ଣ୍ଣ ଜୀବନର ଅନୁଭବ କରିଥାଆନ୍ତି । ତାଙ୍କୁ କୌଣସି ମେହନତ କରିବାକୁ
ପଡିନଥାଏ ବରଂ ମନୋରଞ୍ଜନର ଅନୁଭବ ହୋଇଥାଏ । ତେଣୁ ସମସ୍ତେ ନିଜେ ନିଜକୁ ଚେକ୍ କର । ଚେକ୍ କରିବା
ତ ଜଣା ଅଛି ନା! କ’ଣ ଜଣା ଅଛି ତ? ଯେଉଁମାନଙ୍କୁ ନିଜକୁ ଚେକ୍ କରିବା ଜଣା ଅଛି ଅନ୍ୟକୁ ନୁହେଁ,
ନିଜକୁ ଚେକ୍ କରିବା ଜଣା ଅଛି ସେମାନେ ହାତ ଉଠାଅ । କ’ଣ ଚେକ୍ କରିବା ଜଣା ଅଛି ତ? ଆଚ୍ଛା!
ଅଭିନନ୍ଦନ ।
ବାପଦାଦାଙ୍କର ବରଦାନ
ମଧ୍ୟ ପ୍ରତିଦିନ ଅମୃତବେଳାରେ ପ୍ରତ୍ୟେକ ସନ୍ତାନକୁ ଭିନ୍ନ ଭିନ୍ନ ରୂପରେ ଏହା ହିଁ ମିଳୁଛି -
ଖୁସିରେ ରୁହ, ଭରପୂର ରୁହ । ଏହି ବରଦାନ ପ୍ରତିଦିନ ସମସ୍ତଙ୍କୁ ମିଳୁଛି । ବାପଦାଦା ସମସ୍ତଙ୍କୁ
ଏକାଭଳି ଏକାସାଥୀରେ ବରଦାନ ଦେଇଥାଆନ୍ତି । କିନ୍ତୁ ସେଥିରେ ଫରକ କ’ଣ ରହିଯାଉଛି? କ୍ରମାନ୍ୱୟ
କାହିଁକି ହୋଇଯାଉଛି? ଦାତା ମଧ୍ୟ ଜଣେ ଏବଂ ଦେଉଛନ୍ତି ମଧ୍ୟ ଏକାଭଳି, କାହାକୁ କମ୍ କାହାକୁ ବେଶି
ତ ଦେଉ ନାହାଁନ୍ତି, ଖୋଲା ହୃଦୟରେ ମଧ୍ୟ ଦେଉଛନ୍ତି କିନ୍ତୁ ଫରକ କ’ଣ ରହୁଛି, ଏହାର ଅନୁଭବ ମଧ୍ୟ
ସମସ୍ତଙ୍କର ଅଛି, କାହିଁକି ନା ଏବେ ପର୍ଯ୍ୟନ୍ତ ମଧ୍ୟ ବାପଦାଦାଙ୍କ ପାଖରେ ଏହି ଶବ୍ଦ ପହଞ୍ଚୁଛି,
କ’ଣ ଜାଣିଛ? “କେବେ କେବେ” “କିଛି କିଛି” ଏହି ଶବ୍ଦ ଏବେ ପର୍ଯ୍ୟନ୍ତ ମଧ୍ୟ ଶୁଣାଯାଉଛି ।
ବାପଦାଦା କହୁଛନ୍ତି ଯେ ବ୍ରାହ୍ମଣ ଆତ୍ମାମାନଙ୍କର ଜୀବନ ରୂପୀ ଡିକ୍ସନାରୀରୁ ଏହି ଦୁଇଟି ଶବ୍ଦ
ବାହାରିଯବା ଦରକାର । ଯେହେତୁ ପିତା ମଧ୍ୟ ଅବିନାଶୀ ଏବଂ ତାଙ୍କର ସମ୍ପତ୍ତି ମଧ୍ୟ ଅବିନାଶୀ ।
ତୁମେମାନେ ମଧ୍ୟ ଅବିନାଶୀ ଶ୍ରେଷ୍ଠ ଆତ୍ମା ଅଟ, ତେଣୁ ତୁମ ମୁଖରୁ କେଉଁ ଶବ୍ଦ ବାହାରିବା ଦରକାର?
କେବେ-କେବେ, ନା ସର୍ବଦା? ତେଣୁ ପ୍ରତ୍ୟେକ ସମ୍ପତ୍ତିକୁ ଚେକ୍ କର - ସର୍ବ ଶକ୍ତିଗୁଡିକ ସର୍ବଦା
ଅଛନ୍ତି ତ? ସର୍ବଗୁଣ ଗୁଡିକ ସର୍ବଦା ଉପସ୍ଥିତ ଅଛନ୍ତି ତ? ତୁମମାନଙ୍କର ଭକ୍ତମାନେ ମଧ୍ୟ
ଯେତେବେଳେ ତୁମର ଗୁଣଗାନ କରୁଛନ୍ତି, ସେତେବେଳେ କ’ଣ କହୁଛନ୍ତି? କେବେ କବେ ଗୁଣଦାତା କହୁଛନ୍ତି
କି? ବାପଦାଦା ମଧ୍ୟ ପ୍ରତ୍ୟେକ ବରଦାନରେ ସଦା ଶବ୍ଦ କହିଛନ୍ତି । ସଦାସର୍ବଶକ୍ତିବାନ, କେବେ
ଶକ୍ତିବାନ, କେବେ ସର୍ବଶକ୍ତିବାନ କହି ନାହାଁନ୍ତି । ସବୁ ସମୟରେ ଦୁଇଟି ଶବ୍ଦ ତୁମେମାନେ ମଧ୍ୟ
କହୁଛ, ବାବା ମଧ୍ୟ କହୁଛନ୍ତି, ସମାନ ହୁଅ । ଏଭଳି କହିନାହାଁନ୍ତି ଯେ କିଛି କିଛି ସମାନ ହୁଅ ।
ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ହୁଅ, କିନ୍ତୁ ପିଲାମାନେ କେବେକେବେ କ’ଣ କରୁଛନ୍ତି ଜାଣିଛ? ବାପଦାଦା
ମଧ୍ୟ ପିଲାମାନଙ୍କର ଖେଳ ତ ଦେଖୁଛନ୍ତି ନା! ସବୁବେଳେ ଦେଖୁଛନ୍ତି । ପିଲାମାନେ କ’ଣ କରୁଛନ୍ତି
ଜାଣିଛ, କେହି କେହି, ସମସ୍ତେ ନୁହଁନ୍ତି ତାଙ୍କୁ ଯେଉଁ ସବୁ ବରଦାନ ମିଳୁଛି ସେଗୁଡିକୁ ବହୁତ
ଭାବୁଛନ୍ତି, ବର୍ଣ୍ଣନା ମଧ୍ୟ କରୁଛନ୍ତି ଏବଂ ଖାତାରେ ଲେଖି ଦେଉଛନ୍ତି । ବେଳେ ବେଳେ ମଧ୍ୟ ମନେ
ପକାଉଛନ୍ତି କିନ୍ତୁ ବରଦାନ ରୂପୀ ବୀଜକୁ ଫଳିଭୂତ କରୁନାହାଁନ୍ତି । ବୀଜରୁ ଫଳ ଫଳାଇ ପାରୁ
ନାହାଁନ୍ତି । କେବଳ ବର୍ଣ୍ଣନା କରି ଖୁସି ହୋଇଯାଉଛନ୍ତି, କହୁଛନ୍ତି ବହୁତ ଭଲ ବରଦାନ ମିଳିଲା ।
କିନ୍ତୁ ବରଦାନ ତ ବୀଜ ଅଟେ, ତେଣୁ ବୀଜକୁ ଯେତେ ଫଳିଭୂତ କରିବ ତାହା ସେତେ ବଢି ବଢି ଚାଲିବ ।
ତେବେ ତାକୁ ଫଳିଭୂତ କରିବାର ରହସ୍ୟ କ’ଣ? ଆବଶ୍ୟକ ସମୟରେ କାର୍ଯ୍ୟରେ ଲଗାଇବା । କିନ୍ତୁ
ପିଲାମାନେ କାର୍ଯ୍ୟରେ ଲଗାଇବା ପାଇଁ ଭୁଲି ଯାଉଛନ୍ତି, କେବଳ ଖାତାରେ ଲେଖି ଦେଉଛନ୍ତି, ବହୁତ ଭଲ
ବହୁତ ଭଲ କହି ବର୍ଣ୍ଣନା କରିଦେଉଛନ୍ତି । ଆଜି ବାବା ବହୁତ ଭଲ ବରଦାନ ଦେଇଛନ୍ତି । କିନ୍ତୁ କ’ଣ
ପାଇଁ ଦେଇଛନ୍ତି? ତାକୁ ଫଳିଭୂତ କରିବା ପାଇଁ ହିଁ ଦେଇଛନ୍ତି । ବୀଜରୁ ଫଳ ଫଳାଇବା ଅର୍ଥ ତାକୁ
ବୃଦ୍ଧି କରିବା । ତେଣୁ ବରଦାନକୁ ମନେ ପକାଉଛନ୍ତି କିନ୍ତୁ ବରଦାନର ସ୍ୱରୂପ ହେବାରେ କ୍ରମାନ୍ୱୟରେ
ଆସିଯାଉଛନ୍ତି ଏବଂ ବାପଦାଦା ସବୁ ପିଲାଙ୍କର ଭାଗ୍ୟକୁ ଦେଖି ହର୍ଷିତ ମଧ୍ୟ ହେଉଛନ୍ତି କିନ୍ତୁ
ବାପଦାଦାଙ୍କର ଆନ୍ତରିକ ଇଚ୍ଛା କ’ଣ ତାହା ତ ପୂର୍ବରୁ ମଧ୍ୟ ଶୁଣାଇସାରିଛନ୍ତି । ସେଥିରେ ମଧ୍ୟ
ସମସ୍ତେ ହାତ ଉଠାଇଥିଲେ, ମନେ ଅଛି ତ, ଆମେ କାରଣକୁ ନିବାରଣ କରି ସମାଧାନ ସ୍ୱରୂପ ହେବୁ । ଏହି
ହୋମ୍ୱାର୍କ ମନେ ଅଛି ତ? କେତେକ ପିଲା ତ ବାର୍ତ୍ତାଳାପ ମାଧ୍ୟମରେ ହେଉ ବା ପତ୍ର ଦ୍ୱାରା ହେଉ
ବା ଇମେଲ୍ ଦ୍ୱାରା ହେଉ ଫଳାଫଳ ମଧ୍ୟ ଜଣାଇଛନ୍ତି । ଭଲ କଥା, ସେଥିପ୍ରତି ତ ଧ୍ୟାନ ଦେଇଛନ୍ତି
ନା, କିନ୍ତୁ ବାପଦାଦାଙ୍କୁ ଯେଉଁ ଶବ୍ଦଟି ବହୁତ ଭଲ ଲାଗେ - ସଦା । ତାହା ଅଛି ତ? ତୁମେ ସମସ୍ତେ
ଯେଉଁମାନେ ବି ଏଠାକୁ ଆସିଛ, ଚାହେଁ ଶୁଣିଥାଅ, ଚାହେଁ ପଢିଥାଅ, କିନ୍ତୁ ଗୋଟିଏ ମାସର ହୋମୱାର୍କରେ,
କେବଳ ଗୋଟିଏ ମାସ ହିଁ ହୋଇଛି, ଅଧିକ ନୁହେଁ, ତେବେ ଏହି ଗୋଟିଏ ମାସରେ ଲକ୍ଷ୍ୟ ତ ରଖିଛ ନା!
ପରସ୍ପର ଭିତରେ ବର୍ଣ୍ଣନା ତ କରିଛ କିନ୍ତୁ ଯେଉଁମାନେ ଏହି ଏକ ମାସ ଭିତରେ ହୋମୱାର୍କରେ ଭଲ
ନମ୍ବର ନେଇଛ ସେମାନେ ହାତ ଉଠାଅ । ଯେଉଁମାନେ ପାସ୍ ହୋଇଛନ୍ତି, କେବଳ ପାସ୍ । ଯେଉଁମାନେ ପାସ୍
ୱିଥ୍ ଅନର ବାଲା ଅଛନ୍ତି ସେମାନେ ଉଠି ଛିଡା ହୁଅ । ପାସ୍ ୱିଥ୍ ଅନର ବାଲାଙ୍କୁ ଦର୍ଶନ ତ କରିବା
ଦରକାର ନା! ମାତାମାନେ କେହି ନାହାଁନ୍ତି । ଭଉଣୀମାନେ, କ’ଣ ଟୀଚରମାନେ ହାତ ଉଠାଇ ନାହାଁନ୍ତି
କି? କେହି ନାହାଁନ୍ତି । ମଧୁବନ ବାଲା କ’ଣ କହୁଛନ୍ତି? ତେବେ ତ ବହୁତ କମ୍ ଫଳାଫଳ ମିଳିଲା । (ବହୁତ
କମ୍ ଉଠିଛନ୍ତି) ଆଚ୍ଛା ସେଣ୍ଟର ମାନଙ୍କରେ ମଧ୍ୟ ଥିବେ । ଅଭିନନ୍ଦନ, ତାଳି ତ ବଜାଅ ।
ବାପଦାଦାଙ୍କୁ ହସ ଲାଗୁଛି ଯେ ବାପଦାଦା ଯେତେବେଳେ ପଚାରୁଛନ୍ତି ଯେ ବାପଦାଦାଙ୍କ ସହିତ କାହାର
ସ୍ନେହ ଅଛି ଏବଂ କେତେ ସ୍ନେହ ଅଛି? ସେତେବେଳେ କ’ଣ ଉତ୍ତର ଦେଉଛ? ବାବା, ଆମର ଏତେ ସ୍ନେହ ଅଛି
ଯାହାକି ଆମେ ଶୁଣାଇପାରିବୁ ନାହିଁ । ଏହିଭଳି ବହୁତ ଭଲ ଉତ୍ତର ହେଉଛ । ସେଥିରେ ବାପଦାଦା ମଧ୍ୟ
ଖୁସି ହୋଇଯାଉଛନ୍ତି । କିନ୍ତୁ ସ୍ନେହର ପ୍ରମାଣ କ’ଣ? ଆଜିକାଲିର ଦୁନିଆରେ ଦେହ ଅଭିମାନୀ
ପ୍ରେମିକ ପ୍ରେମିକା ତ ପରସ୍ପର ପାଇଁ ଜୀବନ ମଧ୍ୟ ଦେଇ ଦେଉଛନ୍ତି । ତେବେ ପରମାତ୍ମାଙ୍କ ସହିତ
ପ୍ରେମ ପୂର୍ଣ୍ଣ ସମ୍ବନ୍ଧ ରଖିବା ପାଇଁ ଏତେ ମୁଶକିଲ୍ କାହିଁକି ଲାଗୁଛି? ବାବା ଯାହା କହୁଛନ୍ତି
ପିଲାମାନେ କରିବା ଉଚିତ୍ । ଗୀତ ତ ବହୁତ ଭଲ ଭଲ ଗାଉଛ, ବାବା ଆମେ ତ ଆପଣଙ୍କ ପାଇଁ ସବୁ କିଛି
ସ୍ୱାହା କରିବାବାଲା ପତଙ୍ଗ ଅଟୁ, ଜ୍ୟୋତି ଉପରେ ଝାସ ଦେବାବାଲା ଅଟୁ । ତେବେ କ’ଣ ଏହି କାରଣ
ଶବ୍ଦକୁ ସ୍ୱାହା କରିପାରିବ ନାହିଁ?
ଏବେ ତ ଏହା ବର୍ଷର ଶେଷ
ପାଳି ହୋଇଗଲା । ଆର ବର୍ଷକୁ କ’ଣ ହେବ ତାହା ତ ବାବାଙ୍କ ସହିତ ତୁମେମାନେ ମଧ୍ୟ ଦେଖୁଛ ଏବଂ
ଦେଖିବ କିନ୍ତୁ ସମୟକୁ ଦୃଷ୍ଟିରେ ରଖି କ’ଣ ଏହି ଗୋଟିଏ ଶବ୍ଦକୁ ସ୍ୱାହା କରିପାରିବ ନାହିଁ?
ତୁମେମାନେ କହୁଛ ନା, ଏହା ସମୟର ଡାକରା ଅଟେ । ତେବେ ଭକ୍ତମାନଙ୍କର ଡାକରା, ସମୟର ଡାକରା, ଦୁଃଖୀ
ଆତ୍ମାମାନଙ୍କର ଡାକରା, ତୁମମାନଙ୍କର ସ୍ନେହୀ ସହଯୋଗୀ ଆତ୍ମାମାନଙ୍କର ଡାକରା ତ ତୁମେମାନେ ହିଁ
ପୂରଣ କରିବ ନା! ତେବେ ତୁମମାନଙ୍କର ଉପାଧି ମଧ୍ୟ କ’ଣ? କର୍ତ୍ତବ୍ୟ କ’ଣ? କେଉଁ କର୍ତ୍ତବ୍ୟ କରିବା
ପାଇଁ ବ୍ରାହ୍ମଣ ହୋଇଛ? ତୁମମାନଙ୍କର ଉପାଧି ହେଲା ବିଶ୍ୱ ପରିବର୍ତ୍ତକ ଏବଂ କର୍ମ ହେଲା ବିଶ୍ୱକୁ
ପରିବର୍ତ୍ତନ କରିବା, ତେବେ ତୁମର ସାଥୀ କିଏ? ବାପଦାଦାଙ୍କ ସାଥୀରେ ତୁମେମାନେ ହିଁ ଏହି
କାର୍ଯ୍ୟରେ ନିମିତ୍ତ ହୋଇଛ । ତେଣୁ ଏବେ କ’ଣ କରିବ? ଏବେ ବି ଯଦି ହାତ ଉଠା କରାଇବୁ ତେବେ ସମସ୍ତେ
ହାତ ଉଠାଇ ଦେବେ । ଲକ୍ଷ୍ୟ ମଧ୍ୟ ରଖିଛ, ବାପଦାଦା ମଧ୍ୟ ଦେଖିଛନ୍ତି, ଏହି ବର୍ଷର ସାରା ସିଜିନ୍ରେ
ସମସ୍ତେ ସଂକଳ୍ପ କରିଛନ୍ତି କିନ୍ତୁ ସଫଳତାର ଚାବୀ ହେଲା ଦୃଢତା । ମୋତେ କରିବାକୁ ହିଁ ହେବ, ଏହା
ପରିବର୍ତ୍ତେ କେବେ କେବେ କରୁଛ ତ, ଚାଲୁଛୁ ତ, ଶେଷରେ କରି ହିଁ ଦେବୁ.... । ଏହିଭଳି ସଂକଳ୍ପ
ଦୃଢତାକୁ ସାଧାରଣ କରିଦେଉଛି । ତେବେ ଦୃଢତା ଭିତରେ କାରଣ ଶବ୍ଦର ସ୍ଥାନ ନ ଥାଏ ବରଂ ନିବାରଣ
ହୋଇଯାଇଥାଏ । ଯଦିଓ କାରଣ ଆସିଥାଏ କିନ୍ତୁ କଡା ଚେକିଙ୍ଗ୍ ଥିବା କାରଣରୁ କାରଣ ନିବାରଣରେ
ପରିବର୍ତ୍ତିତ ହୋଇଯାଏ ।
ତେଣୁ ବାପଦାଦା ଯେତେବେଳେ
ଫଳାଫଳକୁ ଚେକ୍ କରିଲେ, କ’ଣ ଦେଖିଥିବେ? ଜ୍ଞାନୀ ଯୋଗୀ, ଧାରଣା ସ୍ୱରୂପ ଏବଂ ସେବାଧାରୀ - ଏହି
ଚାରୋଟିଯାକ ବିଷୟରେ ସମସ୍ତେ ଯଥା ଶକ୍ତି ଅଟନ୍ତି । ଜ୍ଞାନୀ ମଧ୍ୟ ଅଟ, ଯୋଗୀ ମଧ୍ୟ ଅଟ, ଧାରଣା
ମଧ୍ୟ କରୁଛ ଏବଂ ସେବା ମଧ୍ୟ କରୁଛ କିନ୍ତୁ ଚାରୋଟିଯାକ ବିଷୟରେ ଅନୁଭବୀ ସ୍ୱରୂପ ହେବାରେ ବା
ଅନୁଭବର ଅଧିକାରୀପଣିଆରେ କମୀ ଦେଖାଗଲା । ତେଣୁ ଅନୁଭବୀ ସ୍ୱରୂପ ହେବା, ଜ୍ଞାନ ସ୍ୱରୂପ ହେବାରେ
ମଧ୍ୟ ଅନୁଭବୀ ହେବା ଅର୍ଥ ଯେହେତୁ ଜ୍ଞାନକୁ ନଲେଜ କୁହାଯାଏ, ତେଣୁ ଅନୁଭବୀ ମୂରତ ଆତ୍ମା ଭିତରେ
ନଲେଜ ଅର୍ଥାତ୍ ବୁଝିବାର ଶକ୍ତି ତ ଅଛି, କ’ଣ କରିବାର ଅଛି, କ’ଣ କରିବାର ନାହିଁ । ତେବେ ଜ୍ଞାନର
ଲାଇଟ୍ ଅର୍ଥାତ୍ ଆଲୋକ ଏବଂ ମାଇଟ୍ ଅର୍ଥାତ୍ ଶକ୍ତି ମଧ୍ୟ ମିଳିଥାଏ । ତେଣୁ ଅନୁଭବୀ ସ୍ୱରୂପର
ଅର୍ଥ ହେଉଛି ଜ୍ଞାନୀ ଆତ୍ମାର ପ୍ରତ୍ୟେକ କର୍ମରେ ଲାଇଟ୍ ଏବଂ ମାଇଟ୍ ସ୍ୱାଭାବିକ ଭାବରେ ରହିବା
ଦରକାର । ଜ୍ଞାନୀ ଅର୍ଥାତ୍ ଜ୍ଞାନକୁ ବା ନଲେଜକୁ ଜାଣିବା, ବର୍ଣ୍ଣନା କରିବା, ତା’ ସହିତ
ପ୍ରତ୍ୟେକ କର୍ମରେ ଲାଇଟ୍ ଏବଂ ମାଇଟ୍ର ଅନୁଭବ ହେଉଥିବ । ତେବେ ଅନୁଭବୀ ସ୍ୱରୂପ ଆତ୍ମା ଦ୍ୱାରା
ପ୍ରତ୍ୟେକ କର୍ମ ସ୍ୱାଭାବିକ ଭାବରେ ଶ୍ରେଷ୍ଠ ଏବଂ ସଫଳ ହେଉଥିବ । ତାକୁ ମେହନତ କରିବା ପାଇଁ ପଡୁ
ନଥିବ କାହିଁକି ନା ଜ୍ଞାନର ଅନୁଭବୀ ମୂରତ ଅଟନ୍ତି ନା! ତେବେ ଅନୁଭବର ଅଧିକାରୀ ହେବା ହିଁ ସବୁ
ଅଧିକାରୀ ପଣିଆଠାରୁ ଶ୍ରେଷ୍ଠ ଅଟେ । କେବଳ ଜ୍ଞାନକୁ ଜାଣିବା ଏବଂ ଜ୍ଞାନର ଅନୁଭବ ସ୍ୱରୂପର
ଅଧିକାରୀ ପଣିଆରେ ରହି ସବୁ କର୍ମ କରିବା, ଏଥିରେ ଫରକ ରହିଛି । ତେଣୁ ସମସ୍ତେ ଅନୁଭବୀ ସ୍ୱରୂପ
ଅଟ ତ? ଏହାକୁ ଚେକ୍ କର ମୁଁ ଆତ୍ମା ତ ଅଟେ କିନ୍ତୁ ଚାରୋଟିଯାକ ବିଷୟରେ ଅନୁଭବୀ ସ୍ୱରୂପ ହୋଇ
ପ୍ରତ୍ୟେକ କର୍ମ କରୁଛି ତ? ଯଦି ଅନୁଭବର ଅଧିକାରୀ ପଣିଆର ଆସନ ଉପରେ ସର୍ବଦା ସ୍ଥିତ ରହିଥିବ ତେବେ
ଶ୍ରେଷ୍ଠ କର୍ମ ଏବଂ ସଫଳତା ସ୍ୱରୂପର କର୍ମ ଅଧିକାରୀ ଆତ୍ମା ନିକଟରେ ସ୍ୱାଭାବିକ ଧାରଣା ରୂପରେ
ଦେଖାଯିବ । ଜ୍ଞାନରେ ଚାଲୁଛ ତ ସମସ୍ତେ କିନ୍ତୁ ଅନୁଭବୀ ସ୍ୱରୂପ ହୋଇ ଚାଲିବା ଦରକାର । ତୁମର
ସ୍ୱଭାବ ଯୋଗଯୁକ୍ତ ରହସ୍ୟଯୁକ୍ତ ହୋଇଯାଉ ଏବଂ ସ୍ୱାଭାବିକ ଚାଲିଚଳନ ମଧ୍ୟ ସେହିଭଳି ହୋଇଯାଉ ।
ଧାରଣା ବିଷୟରେ ମଧ୍ୟ ସର୍ବଗୁଣ ସ୍ୱତଃ ହିଁ ପ୍ରତ୍ୟେକ କର୍ମରେ ଦେଖାଯାଉ । ଏହିଭଳି ଅନୁଭବୀ
ସ୍ୱରୂପ ସ୍ଥିତିରେ ସର୍ବଦା ସ୍ଥିତ ରହିବା, ଅନୁଭବର ଆସନ ଉପରେ ସ୍ଥିତ ହେବା, ଏହାର ଆବଶ୍ୟକତା
ପ୍ରତି ଧ୍ୟାନ ଦେବା ମଧ୍ୟ ଆବଶ୍ୟକ ଅଟେ । ତେଣୁ ଅନୁଭବର ଅଧିକାରୀର ଆସନ ବହୁତ ମହାନ ଅଟେ ।
ଅନୁଭବୀ ଆତ୍ମାକୁ ମାୟା ମଧ୍ୟ ହଲଚଲ କରିପାରିବ ନାହିଁ କାହିଁକିନା ମାୟାର କ୍ଷମତାଠାରୁ ଅନୁଭବର
ଅଧକାରୀ ପଣିଆର କ୍ଷମତା ପଦ୍ମଗୁଣା ଉଚ୍ଚ ଅଟେ । ଭାବିବା, ମନନ-ଚିନ୍ତନ କରିବା ଅଲଗା କଥା କିନ୍ତୁ
ଅନୁଭବୀ ସ୍ୱରୂପ ହୋଇ ଚାଲିବା - ଏବେ ଏହାର ବହୁତ ଆବଶ୍ୟକତା ରହିଛି ।
ତେଣୁ ଏବେ ଏହି ବର୍ଷ
ଭିତରେ କ’ଣ କରିବ? ବାପଦାଦା ଦେଖୁଛନ୍ତି ଯେ ଗୋଟିଏ ବିଷୟରେ ଅଧିକାଂଶ ପିଲା ପାସ୍ ହୋଇଯାଇଛନ୍ତି
। ତାହା କେଉଁ ବିଷୟ? ସେବାର ବିଷୟ । ଚାରିଆଡୁ ବାପଦାଦାଙ୍କ ପାଖକୁ ସେବାର ବହୁତ ଭଲ ଭଲ ସମାଚାର
ଆସିଛି ଏବଂ ସେବାର ଉମଙ୍ଗ-ଉତ୍ସାହ ଏହି ବର୍ଷର ସେବାର ସମାଚାର ହିସାବରେ ଭଲ ଥିବାର ଦେଖାଯାଇଛି ।
ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ଜୋନ୍ ଭିନ୍ନ ଭିନ୍ନ ରୂପରେ ସେବାରେ ସଫଳତା ପ୍ରାପ୍ତ କରିଛନ୍ତି,
ଏଥିପାଇଁ ବାପଦାଦା ପ୍ରତ୍ୟେକ ଜୋନ୍କୁ, ପ୍ରତ୍ୟେକ ବର୍ଗକୁ ପଦ୍ମାପଦ୍ମଗୁଣା ଅଭିନନ୍ଦନ ଦେଉଛନ୍ତି
। ଅଭିନନ୍ଦନ, ଅଭିନନ୍ଦନ । ସେବାର ଭଲ ଭଲ ଯୋଜନା ମଧ୍ୟ କରିଛନ୍ତି । କିନ୍ତୁ ଏବେ ବର୍ତ୍ତମାନର
ସମୟ ଅନୁସାରେ ଅଚାନକର ସିଜିନ୍ ଚାଲିଛି । ତୁମେମାନେ ମଧ୍ୟ ଶୁଣିଥିବ ବା ଦେଖିଥିବ ଯେ ଏହି ବର୍ଷ
ଭିତରେ କେତେ ଜଣ ବ୍ରାହ୍ମଣ ଆତ୍ମା ଅଚାନକ ଯାଇଛନ୍ତି । ତେଣୁ ଅଚାନକର ଘଣ୍ଟି ଏବେ ଜୋରରେ
ବାଜିବାକୁ ଲାଗିଛି । ସେହି ଅନୁସାରେ ଏବେ ଏହି ବର୍ଷ ଭିତରେ ଚାରୋଟିଯାକ ବିଷୟରେ ଭଲ ନମ୍ବର ରହିବା
ଦରକାର । ଯଦି ଗୋଟିଏ ବି ବିଷୟରେ ପାସ୍ ନମ୍ବର ଠାରୁ କମ୍ ନମ୍ବର ରହିବ ତେବେ ପାସ୍ ୱିଥ୍ ଅନର
ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବା ବାଲାଙ୍କର ମାଳାର ଦାନା ବା ବାପଦାଦାଙ୍କର ଗଳାର ହାର
କିପରି ହେବ! କୌଣସି ପ୍ରକାରରେ ହାରିଯାଇଥିବା ଆତ୍ମା ବାବାଙ୍କର ଗଳାର ହାର ହୋଇପାରିବ ନାହିଁ ।
କିନ୍ତୁ ଏଠାରେ ଯଦି ହାତ ଉଠା କରାଯାଉଛି ତେବେ ସମସ୍ତେ କ’ଣ କହୁଛନ୍ତି? ଲକ୍ଷ୍ମୀ-ନାରାୟଣ ହେବୁ
। ଠିକ୍ ଅଛି ଲକ୍ଷ୍ମୀ-ନାରାୟଣ ହୁଅ ବା ତାଙ୍କ ପରିବାରରେ ତାଙ୍କ ସାଥୀ ହେବା ମଧ୍ୟ ଶ୍ରେଷ୍ଠ ପଦ
ଅଟେ, ସେଥିପାଇଁ ବାପଦାଦା କେବଳ ଗୋଟିଏ ଶବ୍ଦ କହୁଛନ୍ତି, ଏବେ ତୀବ୍ରଗତିରେ ଉଡିବାର କଳାରେ
ଉଡିଚାଲ ଏବଂ ନିଜର ଉଡିବାର କଳାର ଭାଇବ୍ରେଶନ ଦ୍ୱାରା ବାୟୁମଣ୍ଡଳରେ ସହଯୋଗର ବାୟୁମଣ୍ଡଳ ସୃଷ୍ଟି
କର । ଯେବେ କି ପ୍ରକୃତି ପାଇଁ ମଧ୍ୟ ତୁମେମାନେ ଚାଲେଞ୍ଜ ଦେଇଛ ଯେ ପ୍ରକୃତିକୁ ମଧ୍ୟ
ପରିବର୍ତ୍ତନ କରି ଛାଡିବୁ । କରିଛ ନା ଏହିଭଳି ପ୍ରତିଜ୍ଞା? କ’ଣ ପ୍ରତିଜ୍ଞା କରିଛ ତ! କରିଛ ।
ହାତ ଉଠାଅ ନାହିଁ, ମୁଣ୍ଡ ହଲାଅ । ତେବେ କ’ଣ ତୁମମାନଙ୍କର ସାଥୀ ମନୁଷ୍ୟ ଆତ୍ମାମାନଙ୍କୁ
ଦୁଃଖ-ଅଶାନ୍ତିରୁ ପରିବର୍ତ୍ତନ କରିପାରିବ ନାହିଁ? ଗୋଟିଏ ତ ତୁମେମାନେ ଚାଲେଞ୍ଚ କରିଛ, ପୁଣି
ଦ୍ୱିତୀୟରେ ବାପଦାଦାଙ୍କ ସହିତ ମଧ୍ୟ ପ୍ରତିଜ୍ଞା କରିଛ ଯେ ଆମେ ଏବେ ଆପଣଙ୍କ କାର୍ଯ୍ୟରେ ସାଥୀ
ଅଟୁ, ପରମଧାମରେ ମଧ୍ୟ ସାଥୀ ଅଟୁ ଏବଂ ରାଜ୍ୟ କରିବାରେ ମଧ୍ୟ ବ୍ରହ୍ମାବାବାଙ୍କର ସାଥୀ ହେବୁ ।
ଏହିଭଳି ପ୍ରତିଜ୍ଞା ତ କରିଛ ନା! ତେଣୁ ସାଥୀରେ ଯିବୁ, ସାଥୀରେ ରହିବୁ ଏବଂ ଏବେ ମଧ୍ୟ ସାଥୀରେ
ଅଛୁ । ତେବେ ବାବାଙ୍କର ସଙ୍କେତକୁ ତ ସମୟ ଅନୁସାରେ ବାସ୍ତବିକ ରୂପରେ ଦେଖି ଚାଲିଛ - ଅଚାନକ ଏବଂ
ଏଭରରେଡି ଅର୍ଥାତ୍ ସଦା ପ୍ରସ୍ତୁତ । କ’ଣ ତୁମେମାନେ ଦାଦୀଙ୍କ ପାଇଁ ଭାବିଥିଲ ଯେ ଇଏ ମଧ୍ୟ
ଯାଇପାରନ୍ତି? ଅଚାନକର ଖେଳ ଦେଖିଲ ନା ।
ତେଣୁ ଏହି ବର୍ଷ ଏଭରରେଡି
ରହିବାକୁ ହେବ । ବାବାଙ୍କର ଦିଲ୍ର ଆଶାକୁ ପୂର୍ଣ୍ଣ କରିବାବାଲା ଆଶାର ଦୀପ ତ ହେବାକୁ ହିଁ
ପଡିବ । ତେବେ ବାବାଙ୍କର ଆଶା କ’ଣ ତାହା ତ ତୁମେମାନେ ନିଶ୍ଚିତ ଜାଣିଛ । ତେଣୁ ହେବାକୁ ପଡିବ,
ନା ହୋଇଯିବି, ଦେଖିବି..... । ଯେଉଁମାନେ ଭାବୁଛନ୍ତି ହେବାକୁ ହିଁ ପଡିବ ସେମାନେ ହାତ ଉଠାଅ ।
ଦେଖ କ୍ୟାମେରାରେ ଉଠିଯାଉଛି । ବାପଦାଦାଙ୍କୁ ତ ବହୁତ ଖୁସି କରିଦେଉଛ । ବାପଦାଦା ମଧ୍ୟ
ପିଲାମାନଙ୍କ ବିନା ଏକୁଟିଆ ଯାଇପାରିବେ ନାହିଁ । ଦେଖ, ବ୍ରହ୍ମାବାବା ମଧ୍ୟ ତୁମମାନଙ୍କ ପାଇଁ
ମୁକ୍ତିଧାମର ଗେଟ୍ ଖୋଲିବା ପାଇଁ ଅପେକ୍ଷା କରିଛନ୍ତି । ଆଡଭାନ୍ସ ପାର୍ଟି ମଧ୍ୟ ଅପେକ୍ଷା କରି
ରହିଛି । ତେଣୁ ତୁମେମାନେ ହିଁ ସବୁ ବ୍ୟବସ୍ଥା କରିବ । ତୁମେମାନେ ଇନ୍ତଜାର ଅର୍ଥାତ୍ ଅପେକ୍ଷା
କରିବାବାଲା ନୁହେଁ, ଇନ୍ତୋଜାମ୍ ଅର୍ଥାତ୍ ବ୍ୟବସ୍ଥା କରିବାବାଲା ଅଟ । ତେଣୁ ଏହି ବର୍ଷ ସମସ୍ତେ
ଲକ୍ଷ୍ୟ ରଖ କିନ୍ତୁ ଲକ୍ଷ୍ୟ ଏବଂ ଲକ୍ଷଣକୁ ସମାନ ରଖିବାକୁ ହେବ । ଏମିତି ନ ହେଉ ଯେ ଲକ୍ଷ୍ୟ
ବହୁତ ଉଚ୍ଚା ହୋଇଥିବ କିନ୍ତୁ ଲକ୍ଷଣରେ ଦୁର୍ବଳତା ଦେଖାଯାଉଥିବ, ନା । ଲକ୍ଷ୍ୟ ଏବଂ ଲକ୍ଷଣ ସମାନ
ହୋଇଥିବ । ତୁମମାନଙ୍କ ଭିତରେ ସମାନ ହେବାର ଯେଉଁ ଲକ୍ଷ୍ୟ ରହିଛି ତାହା ସେତେବେଳେ ପୂରଣ ହେବ
ଯେତେବେଳେ ଲକ୍ଷ୍ୟ ସହିତ ଲକ୍ଷଣ ସମାନ ହେବ । ଏବେ ତ ଲକ୍ଷ୍ୟ ଏବଂ ଲକ୍ଷଣ ଭିତରେ କିଛି ଅନ୍ତର
ରହିଯାଉଛି । ଯୋଜନା ମଧ୍ୟ ବହୁତ ଭଲ ଭଲ କରୁଛ, ପରସ୍ପର ଭିତରେ ବହୁତ ଭଲ ବାର୍ତ୍ତାଳାପ ମଧ୍ୟ
କରୁଛ । ପରସ୍ପରକୁ ସାବଧାନ ମଧ୍ୟ କରୁଛ । ତେବେ ଦୃଢତା ମୋ’ର ଜନ୍ମ ସିଦ୍ଧ ଅଧିକାର, ଏହି
ସଂକଳ୍ପକୁ ଏବେ ଅନୁଭବ ସ୍ୱରୂପରେ ଆଣ । ଚେକ୍ କର - ମୁଁ ଯାହା କହୁଛି ତାକୁ ଅନୁଭବ କରୁଛି ତ?
ପ୍ରଥମ ଶବ୍ଦ ମୁଁ ଆତ୍ମା ଅଟେ, ଏହାକୁ ହିଁ ପ୍ରଥମେ ଚେକ୍ କର । ମୁଁ ଏହି ଆତ୍ମା ସ୍ୱରୂପର
ଅନୁଭବର ଅଧିକାରୀ ଅଟେ ତ? କାହିଁକି ନା ଅନୁଭବର ଅଧିକାରୀ ପଣିଆ ହିଁ ନମ୍ବରୱାନ ଅଟେ । ଆଚ୍ଛା!
ଯେକୌଣସି ପରିସ୍ଥିତିରେ ନିଜର ସ୍ୱ-ସ୍ଥିତିରେ ସ୍ଥିତ ରହିପାରିବ ତ?
ମନର ଏକାଗ୍ରତା (ଡ୍ରିଲ୍)
ଆଚ୍ଛା । ତିନୋଟି ବିନ୍ଦୁର ସ୍ମୃତି ସ୍ୱରୂପ ହୋଇପାରିବ ନା! ବାସ୍, ଫୁଲ୍ଷ୍ଟପ୍ । ଏବେ ଗୋଟିଏ
ସେକେଣ୍ଡ ଭିତରେ ନିଜର ଶ୍ରେଷ୍ଠ ସ୍ୱମାନ, ମୁଁ ବାପଦାଦାଙ୍କର ହୃଦୟ ସିଂହାସନ ଅଧିକାରୀ ଅଟେ,
ଆଚ୍ଛା! ଏହି ଆତ୍ମିକ ସ୍ୱମାନର ନିଶାରେ ସ୍ଥିତ ହୋଇଯାଅ । ମୁଁ ସିଂହାସନ ଅଧିକାରୀ ଆତ୍ମା ଅଟେ,
ଏହି ଅନୁଭବରେ ଲଭଲୀନ୍ ହୋଇଯାଅ । ଆଚ୍ଛା!
ଚାରିଆଡର ଅତି ଗେହ୍ଲା,
ସର୍ବଦା ବାବାଙ୍କର ଲଭ ଅର୍ଥାତ୍ ପ୍ରେମରେ ଲୀନ ହୋଇ ରହୁଥିବା, ସର୍ବଦା ସ୍ୱମାନଧାରୀ, ସ୍ୱରାଜ୍ୟ
ଅଧିକାରୀ ବିଶେଷ ଆତ୍ମାମାନଙ୍କୁ, ଚାରିଆଡର ଉମଙ୍ଗ-ଉତ୍ସାହର ଡେଣା ଦ୍ୱାରା ଉଡିବାବାଲା ଏବଂ ନିଜର
ମନର ଭାଇବ୍ରେଶନ ଦ୍ୱାରା ବାୟୁମଣ୍ଡଳକୁ ଶାନ୍ତ ଏବଂ ଶ୍ରେଷ୍ଠ କରିବାବାଲା, ସମସ୍ତଙ୍କୁ ବାବାଙ୍କର
ସନ୍ଦେଶ ଦେଇ ଦୁଃଖରୁ ମୁକ୍ତ କରି ମୁକ୍ତିର ସମ୍ପତ୍ତି ପ୍ରାପ୍ତ କରାଇବାବାଲା, ସର୍ବଦା ଦୃଢତା
ଦ୍ୱାରା ସଫଳତା ପ୍ରାପ୍ତ କରୁଥିବା, ଏହିଭଳି ଚାରିଆଡର ଦିଲ୍ର ପାଖାପାଖି ରହୁଥିବା ଏବଂ ସମ୍ମୁଖକୁ
ଆସିଥିବା ସବୁ ପିଲାମାନଙ୍କୁ ଦିଲ୍ର ସ୍ନେହ ଏବଂ ଦିଲ୍ର ଆଶୀର୍ବାଦ ସହିତ ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ନମସ୍ତେ ।
ବରଦାନ:-
ଧର୍ମ ଏବଂ କର୍ମ
ଉଭୟର ସଠିକ୍ ସନ୍ତୁଳନ ରଖୁଥିବା ଦିବ୍ୟ ବା ଶ୍ରେଷ୍ଠ ବୁଦ୍ଧିବାନ ଭବ ।
ଯଦି କର୍ମ କରିବା ସମୟରେ
ଧର୍ମ ଅର୍ଥାତ୍ ଧାରଣା ମଧ୍ୟ ସମ୍ପୂର୍ଣ୍ଣ ରହିଥିବ ତେବେ ଧର୍ମ ଏବଂ କର୍ମର ସନ୍ତୁଳନ ଠିକ୍ ରହିବା
ଦ୍ୱାରା ପ୍ରଭାବ ବୃଦ୍ଧି ହେବ । ଏମିତି ନ ହେଉ, ଯେତେବେଳେ କର୍ମ ସମାପ୍ତ ହୋଇଯିବ ସେତେବେଳେ
ଧାରଣା ସ୍ମୃତିକୁ ଆସିବ । ବୁଦ୍ଧିରେ ଯଦି ଦୁଇଟି ଯାକ କଥାର ସନ୍ତୁଳନ ଠିକ୍ ରହିଥିବ ତେବେ
କୁହାଯିବ ଶ୍ରେଷ୍ଠ ବା ଦିବ୍ୟ ବୁଦ୍ଧିବାନ । ନଚେତ୍ ସାଧାରଣ ବୁଦ୍ଧି, ସାଧାରଣ କର୍ମ ଏବଂ ଧାରଣା
ମଧ୍ୟ ସାଧାରଣ ହୋଇଯିବ । ତେବେ ସାଧାରଣତାରେ ସମାନତା ଆସିବାର ନାହିଁ କିନ୍ତୁ ଶ୍ରେଷ୍ଠତାରେ
ସମାନତା ରହୁ । ଯେପରି କର୍ମ ଶ୍ରେଷ୍ଠ, ସେହିପରି ଧାରଣା ମଧ୍ୟ ଶ୍ରେଷ୍ଠ ହେଉ ।
ସ୍ଲୋଗାନ:-
ଯଦି ନିଜର ମନ
ବୁଦ୍ଧିକୁ ଅନୁଭବର ଆସନ ଉପରେ ସ୍ଥିତ କରି ଦେବ ତା’ ହେଲେ କେବେ ବି ହଲଚଲ୍ରେ ଆସିବ ନାହିଁ ।
ଅବ୍ୟକ୍ତ ଈଶାରା:- ଏହି
ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର । ଜ୍ଞାନ ସ୍ୱରୂପ ମାଷ୍ଟର
ନଲେଜଫୁଲ୍ ଅର୍ଥାତ୍ ଜ୍ଞାନବାନ୍, ମାଷ୍ଟର ସର୍ବଶକ୍ତିମାନ ହେବା ପରେ ଯଦି କୌଣସି ଏଭଳି କାର୍ଯ୍ୟ
କରୁଛ ଯାହାକି ଯୁକ୍ତିଯୁକ୍ତ ନୁହେଁ, ତେବେ ସେହି କର୍ମର ବନ୍ଧନ ଅଜ୍ଞାନ କାଳର କର୍ମବନ୍ଧନଠାରୁ
ମଧ୍ୟ ପଦ୍ମଗୁଣା ଅଧିକ ଅଟେ । ଏହି କାରଣରୁ ବନ୍ଧନଯୁକ୍ତ ଆତ୍ମା ସ୍ୱତନ୍ତ୍ର ନ ହେବା କାରଣରୁ ଯାହା
ଚାହିଁବ ତାହା କରିପାରିବ ନାହିଁ, ସେଥିପାଇଁ ଯୁକ୍ତିଯୁକ୍ତ କର୍ମ ଦ୍ୱାରା ମୁକ୍ତିକୁ ପ୍ରାପ୍ତ କର
।