25.03.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମେ
ମହାବୀର ଅଟ, ତୁମକୁ ମାୟାର ତୋଫାନକୁ ଡରିବାର ନାହିଁ, ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କାହାର
କଥାକୁ ଖାତିର୍ ନ କରି ପବିତ୍ର ନିଶ୍ଚିତ ହେବାକୁ ପଡିବ” ।
ପ୍ରଶ୍ନ:-
ପିଲାମାନଙ୍କ
ଭିତରେ କେଉଁ ସାହସ ସ୍ଥାୟୀ ରହିଲେ ବହୁତ ଉଚ୍ଚପଦ ପ୍ରାପ୍ତ କରିପାରିବେ?
ଉତ୍ତର:-
ଶ୍ରୀମତରେ ଚାଲି ପବିତ୍ର ହେବାର ସାହାସ । କେତେ ବି ହଙ୍ଗାମା ହେଉ, ଅତ୍ୟାଚାର ସହିବାକୁ ପଡୁ
କିନ୍ତୁ ବାବା ପବିତ୍ର ହେବାର ଯେଉଁ ଶ୍ରେଷ୍ଠ ମତ ଦେଇଛନ୍ତି ସେଥିରେ ନିରନ୍ତର ଚାଲୁଥାଅ ତେବେ
ବହୁତ ଉଚ୍ଚପଦ ପ୍ରାପ୍ତ କରିପାରିବ । କୌଣସି କଥାରେ ଡରିବାର ନାହିଁ, ଯାହା ସବୁ ହେଉଛି କିଛି ବି
ନୂଆ କଥା ନୁହେଁ ।
ଗୀତ:-
ଭୋଳେନାଥ ସେ
ନିରାଲା...
ଓମ୍ ଶାନ୍ତି ।
ଏହା ଭକ୍ତିମାର୍ଗର ଭକ୍ତମାନଙ୍କର ଗୀତ । ଜ୍ଞାନମାର୍ଗରେ ଗୀତ ଆଦିର କିଛି ଦରକାର ନାହିଁ କାରଣ
ଗାୟନ ଅଛି ବାବାଙ୍କଠାରୁ ଆମକୁ ବେହଦର ବର୍ସା ମିଳୁଛି । ଭକ୍ତିମାର୍ଗର ଯେଉଁ ରୀତି ନୀତି ଅଛି,
ତାହା ଏଥିରେ ଆସିବ ନାହିଁ । ଅନ୍ୟମାନଙ୍କୁ ଶୁଣାଇବା ପାଇଁ ପିଲାମାନେ କବିତା ଆଦି ଲେଖୁଛନ୍ତି ।
ଯାହାର ଅର୍ଥକୁ ମଧ୍ୟ ଯେ ପର୍ଯ୍ୟନ୍ତ ତୁମେ ନ ବୁଝାଇଛ ସେ ପର୍ଯ୍ୟନ୍ତ କେହି ବୁଝିପାରିବେ ନାହିଁ
। ଏବେ ତୁମମାନଙ୍କୁ ବାବା ମିଳିଛନ୍ତି, ତେଣୁ ଖୁସିର ପାରଦ ଚଢ଼ିବା ଉଚିତ୍ । ବାବା ତୁମମାନଙ୍କୁ
୮୪ ଜନ୍ମର କାହାଣୀ ଏବଂ ଚକ୍ରର ଜ୍ଞାନ ମଧ୍ୟ ଦେଇଛନ୍ତି । ତେଣୁ ଖୁସି ହେବା ଦରକାର ଯେ - ଆମେ
ବର୍ତ୍ତମାନ ସ୍ୱଦର୍ଶନ ଚକ୍ରଧାରୀ ହୋଇଛୁ । ବାବାଙ୍କଠାରୁ ବିଷ୍ଣୁପୁରୀର ବର୍ସା ନେଉଛୁ ।
କୁହାଯାଏ ନିଶ୍ଚୟବୁଦ୍ଧି ବିଜୟନ୍ତୀ । ଯେଉଁମାନଙ୍କର ନିଶ୍ଚୟ ଥିବ, ସେମାନେ ସତ୍ୟଯୁଗକୁ ତ’
ନିଶ୍ଚିତ ଯିବେ । ତେଣୁ ପିଲାମାନେ ସର୍ବଦା ଖୁସିରେ ରହିବା ଉଚିତ୍ - ବାବାଙ୍କୁ ଅନୁକରଣ କରିବା
ଉଚିତ୍ । ପିଲାମାନେ ଜାଣିଛନ୍ତି ନିରାକାର ବାବା ଯେବେଠାରୁ ଏହାଙ୍କ ଶରୀରରେ ପ୍ରବେଶ କରିଛନ୍ତି
ସେବେଠାରୁ ବହୁତ ହଙ୍ଗାମା ହୋଇଛି । ପବିତ୍ରତାକୁ ନେଇ ବହୁତ ଝଗଡା ହୋଇଛି । ପିଲାମାନେ ବଡ ହୋଇଗଲେ
କୁହନ୍ତି, ଜଲ୍ଦି ବିବାହ କର, ବାହାଘର ବିନା କିପରି କାମ ଚାଲିବ । ମନୁଷ୍ୟମାନେ ଗୀତା ପଢୁଛନ୍ତି
କିନ୍ତୁ କିଛି ବୁଝୁ ନାହାଁନ୍ତି । ଗୀତା ପଢିବାର ଅଭ୍ୟାସ ସବୁଠାରୁ ଅଧିକ ବାବାଙ୍କର ଥିଲା ।
ଗୋଟିଏ ଦିନ ବି ଗୀତା ପଢ଼ିବା ଛାଡୁ ନ ଥିଲେ । ଯେତେବେଳେ ଜାଣିଗଲ ଯେ, ଗୀତାର ଭଗବାନ ଶିବ, ନିଶା
ଚଢ଼ିଗଲା, ମୁଁ ତ’ ବିଶ୍ୱର ମାଲିକ ହେବି । ଏହା ତ’ ଶିବ ଭଗବାନୁବାଚ ଅଟେ, ପୁଣି ପବିତ୍ରତା ଉପରେ
ବହୁତ ଗଣ୍ଡଗୋଳ ହେଲା । ତେବେ ଏଥିରେ ବାହାଦୂର ହେବା ଦରକାର । ତୁମେ ହିଁ ମହାବୀର ମହାବୀରଣୀ ଅଟ
। ତୁମମାନଙ୍କୁ ଜଣଙ୍କ ବ୍ୟତୀତ ଅନ୍ୟ କାହାର ଚିନ୍ତା ନାହିଁ । ପୁରୁଷମାନେ ହେଲେ ରଚୟିତା, ଯଦି
ରଚୟିତା ନିଜେ ପାବନ ହେବେ ତେବେ ରଚନାକୁ ମଧ୍ୟ ପାବନ କରିବେ । ବାସ୍ ଏହି କଥା ଉପରେ ଅନେକଙ୍କର
ଝଗଡା ହେଲା । ବଡ ବଡ ଘରର କନ୍ୟାମାନେ ମଧ୍ୟ କୌଣସି କଥାର ଚିନ୍ତା ନ କରି ଘରୁ ବାହାରି ଚାଲି
ଆସିଲେ । ଯାହାର ଭାଗ୍ୟରେ ନାହିଁ ସେମାନେ ଏ କଥାକୁ ବୁଝିବେ କିପରି । ଯଦି ପବିତ୍ର ରହିବାକୁ
ଚାହୁଁଛ ତେବେ ରୁହ, ନଚେତ୍ ନିଜର ବ୍ୟବସ୍ଥା କର । କିନ୍ତୁ ଏଥିପାଇଁ ସେତିକି ସାହସ ଦରକାର ନା ।
ବାବାଙ୍କ ସମ୍ମୁଖରେ କେତେ ହଙ୍ଗାମା ହେଲା । ବାବାଙ୍କୁ କେବେ ବ୍ୟଥିତ ହେବାର ଦେଖିଛ? ଆମେରିକା
ପର୍ଯ୍ୟନ୍ତ ଖବରକାଗଜରେ ବାହାରିଲା । ଏହା କୌଣସି ନୂଆ କଥା ନୁହେଁ । ଏହା ତ’ କଳ୍ପ ପୂର୍ବରୁ
ମଧ୍ୟ ହୋଇଥିଲା, ଏଥିରେ ଡରିବାର କୌଣସି କଥା ନାହିଁ । ଆମକୁ ତ ବାବାଙ୍କଠାରୁ ବର୍ସା ନେବାର ଅଛି
। ନିଜର ରଚନାକୁ ମଧ୍ୟ ରକ୍ଷା କରିବାକୁ ହେବ । ବାବା ଜାଣିଛନ୍ତି ସାରା ରଚନା ବର୍ତ୍ତମାନ ପତିତ
ହୋଇଯାଇଛି । ମୋତେ ହିଁ ସମସ୍ତଙ୍କୁ ପବିତ୍ର କରିବାକୁ ହେବ । ବାବାଙ୍କୁ ସମସ୍ତେ ଡାକୁଛନ୍ତି -
ହେ ପତିତ-ପାବନ, ଲିବରେଟର ଆସ, ତେବେ ତାଙ୍କୁ ଦୟା ଆସୁଛି, କାରଣ ସିଏ ଦୟାଳୁ ଅଟନ୍ତି ନା । ବାବା
ବୁଝାଉଛନ୍ତି - ପିଲାମାନେ, କିଛି ବି କଥା ହେଉଛି ଡର ନାହିଁ । ଯଦି ଡରିବ ତେବେ ଏତେ ଉଚ୍ଚପଦ
ପ୍ରାପ୍ତ କରିପାରିବ ନାହିଁ । ମାତାମାନଙ୍କ ଉପରେ ଅତ୍ୟାଚାର ହେଉଛି । ଗୀତାରେ ମଧ୍ୟ ଏକଥା
ବର୍ଣ୍ଣନା ରହିଛି - କୁରୁସଭାରେ ଦ୍ରୌପଦୀଙ୍କୁ ଅପମାନିତ କରିଥିଲେ । ଏବେ ବାବା ଆସି ୨୧ ଜନ୍ମ
ପାଇଁ ପତିତପଣିଆରୁ ମୁକ୍ତ କରୁଛନ୍ତି । କିନ୍ତୁ ଦୁନିଆ ଏ କଥାକୁ ଜାଣିନାହିଁ । ଏହି ଦୁନିଆ ଦିନେ
ବିଲକୁଲ୍ ପତିତ ତମୋପ୍ରଧାନ ହୋଇଯିବ । ତେବେ ସବୁ ଜିନିଷ ନୂଆରୁ ପୁରୁଣା ନିଶ୍ଚିତ ହେବ ।
ଆମମାନଙ୍କୁ ଏହି ପୁରୁଣା ଘରକୁ ଛାଡିବାକୁ ପଡୁଛି । ନୂଆ ଦୁନିଆକୁ ସ୍ୱର୍ଣ୍ଣିମ ଯୁଗ କୁହାଯାଉଛି
ଏବଂ ପୁରୁଣା ଦୁନିଆ ଲୌହଯୁଗ... ଏହା ତ ସର୍ବଦା ରହିବ ନାହିଁ । ତୁମେମାନେ ଜାଣିଛ - ଏହା
ସୃଷ୍ଟିଚକ୍ର ଅଟେ । ବର୍ତ୍ତମାନ ସେହି ଦେବୀ-ଦେବତାମାନଙ୍କର ରାଜ୍ୟ ପୁନର୍ବାର ସ୍ଥାପନା ହେଉଛି ।
ବାବା ମଧ୍ୟ କହୁଛନ୍ତି ମୁଁ ପୁଣି ଥରେ ତୁମକୁ ଗୀତାଜ୍ଞାନ ଶୁଣାଉଛି । ଏହି ରାବଣ ରାଜ୍ୟରେ ବହୁତ
ଦୁଃଖ ଅଛି । ରାମରାଜ୍ୟ କାହାକୁ କୁହାଯାଏ, ଏ କଥା ମଧ୍ୟ କେହି ଜାଣିନାହାନ୍ତି । ବାବା କହୁଛନ୍ତି
ମୁଁ ସ୍ୱର୍ଗ ଅଥବା ରାମରାଜ୍ୟର ସ୍ଥାପନା କରିବାକୁ ଆସିଛି । ତୁମେମାନେ ଅନେକଥର ରାଜ୍ୟ କରିଛ ପୁଣି
ହରାଇଛ । ଏ କଥା ସମସ୍ତଙ୍କ ବୁଦ୍ଧିରେ ଅଛି । ୨୧ ଜନ୍ମ ସତ୍ୟଯୁଗରେ ରହୁଛ, ଯାହାକୁ ୨୧ ପିଢ଼ି
ମଧ୍ୟ କୁହାଯାଏ ଅର୍ଥାତ୍ ସେଠାରେ ଯେତେବେଳେ ବୃଦ୍ଧାବସ୍ଥା ଆସେ ସେତେବେଳେ ଶରୀର ତ୍ୟାଗ
କରିଥା’ନ୍ତି । ସେଠାରେ କେବେ ଅକାଳମୃତ୍ୟୁ ହୁଏ ନାହିଁ । ଏବେ ତୁମେମାନେ ଯେପରି ତ୍ରିକାଳଦର୍ଶୀ
ହୋଇଯାଇଛ । ତୁମେ ଜାଣିଛ - ଶିବବାବା କିଏ? ଶିବମନ୍ଦିର ମଧ୍ୟ କେତେ ଢ଼େର ତିଆରି ହୋଇଛି ।
ମୂର୍ତ୍ତି ତ’ ଘରେ ବି ରଖିପାରିବ ନା । ପରନ୍ତୁ ଭକ୍ତିମାର୍ଗ ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି ।
ଯଦି ବିଚାର କରାଯାଏ ତେବେ ଶ୍ରୀକୃଷ୍ଣଙ୍କର ଅଥବା ଶିବଙ୍କର ମୂର୍ତ୍ତି ଘରେ ମଧ୍ୟ ରଖିପାରିବ । ଏକା
କଥା ନା । ତେବେ ଏତେ ଦୂର-ଦୂରକୁ କାହିଁକି ଯାଉଛନ୍ତି? ତାଙ୍କ ପାଖକୁ ଗଲେ କ’ଣ ଶ୍ରୀକୃଷ୍ଣପୁରୀର
ବର୍ସା ମିଳିଯିବ । ତୁମେ ଜାଣିଛ ଆମେ ଜନ୍ମ ଜନ୍ମାନ୍ତର ଭକ୍ତି କରିଆସିଛୁ । ରାବଣରାଜ୍ୟର ମଧ୍ୟ
ଆଡମ୍ବର ଦେଖ କେତେ ରହିଛି । ଏସବୁ ଅନ୍ତିମ ସମୟର ଜାକଜମକ । ରାମରାଜ୍ୟ ସତ୍ୟଯୁଗରେ ଥିଲା ।
ସେଠାରେ ଏହି ବିମାନ ଆଦି ସବୁ କିଛି ଥିଲା ପୁଣି ଧୀରେ ଧୀରେ ଗୁପ୍ତ ହୋଇଗଲା । ପୁଣି ବର୍ତ୍ତମାନ
ଏସବୁ ବାହାରିଛି । ଏବେ ଏମାନେ ସମସ୍ତେ ଶିଖୁଛନ୍ତି, ଯେଉଁମାନେ ଶିଖୁଛନ୍ତି ସେମାନେ ସଂସ୍କାର
ନେଇ କରିଯିବେ । ସେଠାକୁ ଆସି ପୁଣି ବିମାନ ଆଦି ତିଆରି କରିବେ । ଭବିଷ୍ୟତରେ ଏସବୁ ଜିନିଷ ତୁମକୁ
ସୁଖ ଦେବ । ଏହି ବିଜ୍ଞାନ ତୁମର କାମରେ ଆସିବ । ଏବେ ଏହି ବିଜ୍ଞାନ ଦୁଃଖ ଦେଉଛି, ସେଠାରେ ସୁଖ
ଦେବ । ଏବେ ସ୍ଥାପନା ହେଉଛି । ବାବା ନୂଆ ଦୁନିଆ ପାଇଁ ରାଜଧାନୀ ସ୍ଥାପନ କରୁଛନ୍ତି, ତେଣୁ
ତୁମମାନଙ୍କୁ ମହାବୀର ହେବା ଉଚିତ୍ । ଦୁନିଆରେ ଏ କଥା କେହି ଜାଣିନାହାଁନ୍ତି ଯେ, ଭଗବାନ
ଆସିଛନ୍ତି ।
ବାବା କହୁଛନ୍ତି ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ପବିତ୍ର ରୁହ, ଏଥିରେ ଡରିବାର କିଛି
କଥା ନାହିଁ । ସେମାନେ ଅଧିକରୁ ଅଧିକ ଗାଳି ଦେବେ । ଗାଳି ତ’ ବ୍ରହ୍ମାବାବାଙ୍କୁ ବି ବହୁତ ମିଳିଛି
। ଗୀତାରେ ବର୍ଣ୍ଣିତ ଅଛି, ଶ୍ରୀକୃଷ୍ଣ ମଧ୍ୟ ଗାଳି ଖାଇଥିଲେ । ବାସ୍ତବରେ ଶ୍ରୀକୃଷ୍ଣ ତ’ ଗାଳି
ଖାଇପାରିବେ ନାହିଁ । ଗାଳି ତ’ କଳିଯୁଗରେ ଖାଆନ୍ତି । ବର୍ତ୍ତମାନ ତୁମର ଯେଉଁ ରୂପ ଅଛି ତାହା
କଳ୍ପ ପରେ ପୁଣି ଏହି ସମୟରେ ହିଁ ଦେଖିବାକୁ ମିଳିବ । ମଝିରେ ପୁଣି କେବେ ସେହି ରୂପ ହେବ ନାହିଁ
। ଜନ୍ମ ପରେ ଜନ୍ମ ଚେହେରା ବଦଳୁଛି, ଏହି ଡ୍ରାମା ପୂର୍ବ ନିର୍ମିତ ଅଟେ । ୮୪ ଜନ୍ମରେ ଯେଉଁ ଯେଉଁ
ଚେହେରା ନେଇ ଜନ୍ମ ନେଇଛ ସେହି ସେହି ଚେହେରା ପୁଣି ନେବ । ତୁମେ ଏବେ ଜାଣୁଛ ଯେ, ମମ୍ମା
ବାବାଙ୍କର ଏହି ଚେହେରା ବଦଳି ପର ଜନ୍ମରେ ଲକ୍ଷ୍ମୀ-ନାରାୟଣଙ୍କର ଚେହେରା ହୋଇଯିବ । ତୁମମାନଙ୍କର
ବୁଦ୍ଧିର ତାଲା ଏବେ ଖୋଲିଯାଇଛି । ଏହା ନୂଆ କଥା ଅଟେ । ବାବା ମଧ୍ୟ ନୂଆ, କଥା ମଧ୍ୟ ନୂଆ
କହୁଛନ୍ତି । ତେଣୁ ଏହି କଥା କାହାର ବୁଦ୍ଧିରେ ଏତେ ଜଲ୍ଦି ଆସିପାରୁ ନାହିଁ । ଯଦି ଭାଗ୍ୟରେ
ଥିବ ତେବେ କିଛି ବୁଝିବେ । ବାକି ମହାବୀର ତାଙ୍କୁ କୁହାଯାଏ ଯେଉଁମାନେ କେତେ ବି ବିଘ୍ନ ଆସୁ
କିନ୍ତୁ ହଲଚଲ ହେବେ ନାହିଁ । ଏବେ କାହାର ହେଲେ ସେହି ଅବସ୍ଥା ହୋଇପାରିବ ନାହିଁ । ତେବେ ସେହି
ଅବସ୍ଥା ଦିନେ ନିଶ୍ଚିତ ହେବ । ମହାବୀରମାନେ କୌଣସି ବିଘ୍ନକୁ ଡରିବେ ନାହିଁ । ତେବେ ସେହି ଅବସ୍ଥା
ଶେଷ ସମୟରେ ହେବ, ସେଥିପାଇଁ ଗାୟନ ଅଛି, ଯଦି ଅତିନ୍ଦ୍ରିୟ ସୁଖ କ’ଣ ଜାଣିବାକୁ ଚାହୁଁଛ ତେବେ
ଗୋପ ଗୋପୀମାନଙ୍କୁ ପଚାର । ବାବା ଆସିଛନ୍ତି ତୁମମାନଙ୍କୁ ସ୍ୱର୍ଗକୁ ଯିବା ପାଇଁ ଯୋଗ୍ୟ କରିବାକୁ
। କଳ୍ପ ପୂର୍ବଭଳି ନର୍କର ବିନାଶ ତ’ ନିଶ୍ଚିତ ହେବ । ସତ୍ୟଯୁଗରେ କେବଳ ଗୋଟିଏ ଧର୍ମ ହେବ ।
ସମସ୍ତେ ଏକତା ଚାହୁଁଛନ୍ତି, ସେଥିପାଇଁ ଏକ ଧର୍ମ ହେବା ଦରକାର । ଏ କଥା କେହି ଜାଣିନାହାନ୍ତି ଯେ
ରାମରାଜ୍ୟ ଏବଂ ରାବଣରାଜ୍ୟ ଅଲଗା ଅଲଗା । ଯଦି ବାବାଙ୍କ ଉପରେ ପୁରା ନିଶ୍ଚୟ ଅଛି, ତେବେ
ଶ୍ରୀମତରେ ଚାଲିବାକୁ ପଡିବ । କିନ୍ତୁ ସମସ୍ତଙ୍କର ନାଡିକୁ ମଧ୍ୟ ଦେଖିବାକୁ ହୁଏ । ତାକୁ ଦେଖି
ପୁଣି ମତ ଦିଆଯାଇଥାଏ । ବ୍ରହ୍ମାବାବା ମଧ୍ୟ ତାଙ୍କ ପୁଅକୁ କହିଥିଲେ - ଯଦି ବିବାହ କରିବାକୁ
ଚାହୁଁଛ ତେବେ କରିପାର । ବହୁତ ମିତ୍ର ସମ୍ବନ୍ଧୀ ଆଦି ଅଛନ୍ତି, ଯେଉଁମାନେ ତୁମର ସବୁ ବ୍ୟବସ୍ଥା
କରିଦେବେ । ତା’ପରେ କେହି ନା କେହି ବାହାରିଗଲେ । ତେବେ ପ୍ରତ୍ୟେକଙ୍କର ନାଡି ଦେଖିବାକୁ ହୁଏ ।
କେହି କେହି ପଚାରୁଛନ୍ତି ଯେ, ମୋର ଏହିଭଳି ପରିସ୍ଥିତି, ମୁଁ ପବିତ୍ର ରହିବାକୁ ଚାହୁଁଛି, ମୋ’ର
ସମ୍ବନ୍ଧୀ ମୋତେ ଘରୁ ବାହାର କରିଦେଉଛନ୍ତି, ଏବେ କ’ଣ କରିବି? ଆରେ ଏହିକଥା ପଚାରୁଛ, ଯଦି
ପବିତ୍ର ରହିବାକୁ ଚାହୁଁଛ, କିନ୍ତୁ ରହିପାରୁନାହଁ, ତେବେ ଯାଇ ବିବାହ କର । ଆଚ୍ଛା ଧରିନିଅ ଯଦି
କାହାର ନିର୍ବନ୍ଧ ହୋଇସାରିଛି, ଘର ଲୋକଙ୍କୁ ସନ୍ତୁଷ୍ଟ କରିବାର ଅଛି ସେଥିରେ ମଧ୍ୟ କୌଣସି ଆପତ୍ତି
ନାହିଁ । ଯେତେବେଳେ ହାତଗଣ୍ଠି ପଡେ ସେତେବେଳେ କହନ୍ତି, ପତି ତୁମର ଗୁରୁ ଅଟନ୍ତି । ଆଚ୍ଛା ତୁମେ
ତାଙ୍କଠାରୁ ଲେଖାଇନିଅ । ଯଦି ତୁମେ ମାନୁଛ ମୁଁ ତୁମର ଗୁରୁ ଈଶ୍ୱର, ତେବେ ଲେଖ । ଆଚ୍ଛା ଏବେ
ମୁଁ ଆଦେଶ ଦେଉଛି ତୁମକୁ ପବିତ୍ର ରହିବାକୁ ହେବ । ଏଥିରେ ବହୁତ ସାହସ ଦରକାର । ଲକ୍ଷ୍ୟ ବହୁତ
ଉଚ୍ଚ ଏବଂ ପ୍ରାପ୍ତି ମଧ୍ୟ ବହୁତ ରହିଛି । କାମ ବିକାରର ଅଗ୍ନି ସେତେବେଳେ ଲାଗିଥାଏ, ଯେତେବେଳେ
ପ୍ରାପ୍ତି କ’ଣ କିଛି ଜଣା ନ ଥାଏ । ବାବା କହୁଛନ୍ତି ଏତେ ବଡ ପ୍ରାପ୍ତି ତୁଳନାରେ ଗୋଟିଏ ଜନ୍ମ
ପବିତ୍ର ରହିବା କ’ଣ ବଡ କଥା! ମୁଁ ତୁମର ସ୍ୱାମୀ ଈଶ୍ୱର । ତେଣୁ ମୋ ଆଜ୍ଞା ଅନୁସାରେ ତୁମକୁ
ପବିତ୍ର ରହିବାକୁ ପଡିବ । ବାବା ଏହିଭଳି ଭାବରେ ପବିତ୍ର ରହିବାର ଯୁକ୍ତି ବତାଉଛନ୍ତି । ଭାରତରେ
ଏଭଳି ପ୍ରଥା ଅଛି - ସ୍ତ୍ରୀକୁ କହନ୍ତି ତୁମର ସ୍ୱାମୀ ହିଁ ଈଶ୍ୱର । ତେଣୁ ତାଙ୍କ ଆଜ୍ଞାକୁ ପାଳନ
କରିବାକୁ ହେବ । ସ୍ୱାମୀଙ୍କର ପାଦ ସେବା କରିବାକୁ ହେବ କାରଣ ସେମାନେ ଭାବୁଛନ୍ତି ଲକ୍ଷ୍ମୀ ମଧ୍ୟ
ନାରାୟଣଙ୍କର ପାଦ ସେବା କରୁଥିଲେ । ଏହି ଅଭ୍ୟାସ କେଉଁଠୁ ଆସିଲା? ଭକ୍ତିମାର୍ଗର ଚିତ୍ରରୁ ।
ବାସ୍ତବରେ ସତ୍ୟଯୁଗରେ ଏଭଳି କିଛି କଥା ନାହିଁ । ନାରାୟଣ କ’ଣ ଥକିଯାଉଛନ୍ତି ଯେ ଲକ୍ଷ୍ମୀ
ତାଙ୍କର ପାଦ ଘଷି ଦେଉଛନ୍ତି । ସେଠାରେ ତ’ କ୍ଲାନ୍ତିର କଥା ହିଁ ନାହିଁ । ଏକଥା ତ’ ବହୁତ
ଦୁଃଖଦାୟୀ ଅଟେ । ସେଠାରେ ଦୁଃଖ ଦରଦ କେଉଁଠୁ ଆସିଲା । ସେଥିପାଇଁ ବ୍ରହ୍ମାବାବା ସେହି ଫଟୋରୁ
ଲକ୍ଷ୍ମୀଙ୍କର ଚିତ୍ରକୁ ଉଠାଇ ଦେଲେ । ଏ ସବୁ କଥାରେ ବାବାଙ୍କର ବହୁତ ନିଶା ରହୁଥିଲା । ସିଏ
ଛୋଟବେଳୁ ବହୁତ ବୈରାଗି ଥିଲେ, ସେଥିପାଇଁ ବହୁତ ଭକ୍ତି କରୁଥିଲେ । ବାବା ଯୁକ୍ତି ବହୁତ
ବତାଉଛନ୍ତି । ତୁମେମାନେ ଜାଣିଛ, ଆମେ ବାବାଙ୍କ ସନ୍ତାନ, ପରସ୍ପର ଭାଇ ଭଉଣୀ ଅଟୁ । ଏବେ
ଦାଦାଙ୍କଠାରୁ ବର୍ସା ନେଉଛୁ । ବାବାଙ୍କୁ ସମସ୍ତେ ପତିତ ଦୁନିଆରେ ଡାକୁଛନ୍ତି । ହେ ପତିତ ପାବନ
ସବୁ ସୀତାମାନଙ୍କର ରାମ । ବାବାଙ୍କୁ କୁହାଯାଏ ସତ୍ୟ ଯିଏକି ସତ୍ୟଖଣ୍ଡର ସ୍ଥାପନ କର୍ତ୍ତା । ସେ
ହିଁ ତୁମମାନଙ୍କୁ ସାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ସତ୍ୟ ଜ୍ଞାନ ଦେଉଛନ୍ତି । ତୁମର ଆତ୍ମା ଏବେ
ଜ୍ଞାନର ସାଗର ହେଉଛି ।
ମିଠା ମିଠା ସନ୍ତାନମାନେ ତୁମମାନଙ୍କୁ ବହୁତ ସାହସ ରଖିବା ଉଚିତ୍, ତୁମକୁ ବାବାଙ୍କ ଶ୍ରୀମତରେ
ଚାଲିବାକୁ ହେବ । ବେହଦର ବାବା ବେହଦ ରଚନାକୁ ସ୍ୱର୍ଗର ମାଲିକ କରିଥା’ନ୍ତି । ତେଣୁ ପୁରୁଷାର୍ଥ
କରି ପୁରା ପୁରା ବର୍ସା ନେବାକୁ ହେବ । ପିଲାମାନେ କହୁଛନ୍ତି ବାବା ଏହି ତନ-ମନ-ଧନ ସବୁ ତୁମର ।
ତୁମେ ଆମର ବାବା ବି ଅଟ ତ ସନ୍ତାନ ମଧ୍ୟ ଅଟ । ଗାୟନ ମଧ୍ୟ କରନ୍ତି, ତ୍ୱମୈବ ମାତାଶ୍ଚ ପିତା
ତ୍ୱମୈବ... ଦେଖ ତାଙ୍କର ମହିମା କେତେ । ତାଙ୍କୁ କୁହାଯାଏ ସମସ୍ତଙ୍କର ଦୁଃଖହର୍ତ୍ତା,
ସୁଖକର୍ତ୍ତା । ସତ୍ୟଯୁଗରେ ୫ ତତ୍ତ୍ୱ ମଧ୍ୟ ସୁଖଦାୟୀ ହେବ । କଳିଯୁଗରେ ୫ ତତ୍ତ୍ୱ ମଧ୍ୟ
ତମୋପ୍ରଧାନ ହୋଇଯାଇଛି, ତେଣୁ ଦୁଃଖ ଦେଉଛି । ସେଠାରେ ତ’ କେବଳ ସୁଖ ହିଁ ସୁଖ ରହିଛି । ଏହି
ଡ୍ରାମା ପୂର୍ବ ନିଶ୍ଚିତ । ତୁମେ ଜାଣିଛ ଯେ ଏହା ସେହି ୫ ହଜାର ବର୍ଷ ପୂର୍ବର ଲଢ଼େଇ । ଏବେ
ସ୍ୱର୍ଗର ସ୍ଥାପନା ହେଉଛି । ତେଣୁ ପିଲାମାନେ ସର୍ବଦା ଖୁସିରେ ରହିବା ଦରକାର । ଭଗବାନ ତୁମକୁ ଏବେ
ଆଡପ୍ଟ କରିଛନ୍ତି, ତୁମମାନଙ୍କୁ ଦିବ୍ୟଗୁଣରେ ସୁସଜ୍ଜିତ ମଧ୍ୟ କରୁଛନ୍ତି ଏବଂ ପାଠ ମଧ୍ୟ
ପଢ଼ାଉଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସର୍ବଦା
ବାବାଙ୍କ ସମାନ ହେବାର ସାହସ ରଖିବାକୁ ହେବ । ବାବାଙ୍କ ଉପରେ ପୂରା ପୂରା ସମର୍ପଣ ହେବାକୁ ପଡିବ
।
(୨) କୌଣସି କଥାରେ
ଡରିବାର ନାହିଁ । ପବିତ୍ର ନିଶ୍ଚିତ ହେବାକୁ ପଡିବ ।
ବରଦାନ:-
ସମସ୍ୟା ଗୁଡିକୁ
ଉନ୍ନତିର ଆଧାର ଅନୁଭବ କରି ସର୍ବଦା ସନ୍ତୁଷ୍ଟ ରହୁଥିବା ଶକ୍ତିଶାଳୀ ଆତ୍ମା ଭବ । ଯେଉଁମାନେ
ଶକ୍ତିଶାଳୀ ଆତ୍ମା ସେମାନେ ସମସ୍ୟାଗୁଡିକୁ ଏଭଳି ଅତିକ୍ରମ କରିଯାଆନ୍ତି ଯେପରି କେହି ସାଧା
ରାସ୍ତାକୁ ସହଜରେ ଅତିକ୍ରମ କରିଥାଏ । ସମସ୍ୟାଗୁଡିକ ସେମାନଙ୍କ ପାଇଁ ଉନ୍ନତିର ଆଧାର ପାଲଟିଯାଏ
। ସବୁ ସମସ୍ୟା ପୂର୍ବରୁ ପରିଚିତ ଥିବା ଭଳି ଅନୁଭବ ହୋଇଥାଏ । ସେମାନେ କେବେ ବି ଆଶ୍ଚର୍ଯ୍ୟ
ଚକିତ ହୁଅନ୍ତି ନାହିଁ ବରଂ ସର୍ବଦା ସନ୍ତୁଷ୍ଟ ରହିଥାଆନ୍ତି । ମୁଖରୁ କେବେ ବି କାରଣ ଶବ୍ଦ
ବାହାରି ନ ଥାଏ କିନ୍ତୁ ସେହି ସମୟରେ ହିଁ କାରଣକୁ ନିବାରଣରେ ପରିବର୍ତ୍ତନ କରିଦେଇଥାଆନ୍ତି ।
ସ୍ଲୋଗାନ:-
ସ୍ୱସ୍ଥିତିରେ
ସ୍ଥିତ ରହି ସର୍ବ ପରିସ୍ଥିତିଗୁଡିକୁ ପାର କରିବା ହିଁ ଶ୍ରେଷ୍ଠତା ଅଟେ ।
ଅବ୍ୟକ୍ତ ଈଶାରା:-
ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ ।
ଯେପରି ଡାକ୍ତର ରୋଗୀର
ମନ ଭିତରେ ପ୍ରଥମେ ବିଶ୍ୱାସ ଜନ୍ମାଇଥାଏ ଯାହାଦ୍ୱାରା ତା’ର ବିଶ୍ୱାସ ହୋଇଯାଏ ଯେ ଏହି ଡାକ୍ତରଟି
ବହୁତ ଭଲ ଅଟେ । ଏହିଠାରୁ ହିଁ ମୋତେ ସ୍ୱାସ୍ଥ୍ୟ ଲାଭ ହେବ । ଏମିତିରେ ଡାକ୍ତର କେତେ ବି ଭଲ ଔଷଧ
ଦେଉ କିନ୍ତୁ ରୋଗୀର ଯଦି ବିଶ୍ୱାସ ନ ଥିବ ତେବେ ସେହି ଔଷଧର ପ୍ରଭାବ ପଡିବ ନାହିଁ । ସେହିପରି
ଆଧ୍ୟାତ୍ମିକ ଡାକ୍ତରୀରେ ମଧ୍ୟ ଏଭଳି ଶକ୍ତିଶାଳୀ ସ୍ଥିତି ରହିବା ଦରକାର ଯାହାକି ସମସ୍ତଙ୍କର
ବିଶ୍ୱାସ ଆସିଯିବ ଯେ ଏଠାରେ ଆମେ ପହଞ୍ଚି ଯାଇଛୁ, ତେଣୁ ନିଶ୍ଚିତ କିଛି ନା କିଛି ପ୍ରାପ୍ତି
ମିଳିବ ।
ମାତେଶ୍ୱରୀଙ୍କର ଅମୂଲ୍ୟ
ମହାବାକ୍ୟ:
ପରମାର୍ଥ ଦ୍ୱାରା
ବ୍ୟବହାର ସ୍ୱତଃ ସିଦ୍ଧ ହୋଇଥାଏ ଅର୍ଥାତ୍ ଜୀବନର ଉଚ୍ଚ ଲକ୍ଷ୍ୟକୁ ପ୍ରାପ୍ତି କରିବାର
ପୁରୁଷାର୍ଥର ଆଧାରରେ ଗୃହସ୍ଥ ବ୍ୟବହାର ମଧ୍ୟ ଶ୍ରେଷ୍ଠ ହୋଇଯାଏ ।
ଭଗବାନଉବାଚ ମଧ୍ୟ ରହିଛି
ଯେ ତୁମେମାନେ ମୋ ଦ୍ୱାରା ପରମ ଅର୍ଥକୁ ଅର୍ଥାତ୍ ଜୀବନକୁ ଶ୍ରେଷ୍ଠ କରିବାର ପୁରୁଷାର୍ଥକୁ
ଜାଣିଯିବା ଦ୍ୱାରା ଶ୍ରେଷ୍ଠ ପଦକୁ ପ୍ରାପ୍ତ କରିପାରିବ । ଦେଖ - ଏହି ଦେବୀ-ଦେବତାଙ୍କ ନିକଟରେ
ପ୍ରକୃତି କିପରି ଦାସୀ ହୋଇ ରହୁଛି, ଏହି ପାଞ୍ଚତତ୍ୱ ସୁଖ ସ୍ୱରୂପ ହୋଇ ମନ ଇଚ୍ଛିତ ସେବା
କରୁଛନ୍ତି । ବର୍ତ୍ତମାନ ସମୟରେ ମନ ଇଚ୍ଛିତ ସୁଖ ନ ମିଳିବା କାରଣରୁ ମନୁଷ୍ୟମାନେ
ଦୁଃଖ-ଅଶାନ୍ତିର ଅନୁଭବ କରୁଛନ୍ତି । ସତ୍ୟଯୁଗରେ ତ ଏହି ପ୍ରକୃତି ମଧ୍ୟ ନିୟମ ଭିତରେ ରହିଥାଏ ।
ଦେଖ, ଏହି ଦେବୀ-ଦେବତାମାନଙ୍କର ଜଡମୂର୍ତ୍ତି ଉପରେ ମଧ୍ୟ କେତେ ହୀରା-ନୀଳାର ଗହଣା ଲଗାଉଛନ୍ତି,
ତେବେ ସେମାନେ ଯେତେବେଳେ ଚୈତନ୍ୟ ରୂପରେ ପ୍ରତ୍ୟକ୍ଷରେ ଥିବେ ସେତେବେଳେ ସେମାନଙ୍କ ନିକଟରେ କେତେ
ଧନ ସମ୍ପତ୍ତି ନ ଥିବ? ବର୍ତ୍ତମାନ ସମୟରେ ମନୁଷ୍ୟମାନେ ଭୋକରେ ମରୁଥିବା ବେଳେ ଜଡମୂର୍ତ୍ତି ଉପରେ
କୋଟି-କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଏଭଳି କାହିଁକି ହେଉଛି? ନିଶ୍ଚିତ ଭାବରେ ସେମାନେ
ସେହିଭଳି ଶ୍ରେଷ୍ଠ କର୍ମ କରିଛନ୍ତି ସେଥିପାଇଁ ତ ସେମାନଙ୍କର ସ୍ମାରକୀମାନ ନିର୍ମାଣ କରାଯାଇଛି ।
ସେମାନଙ୍କର ପୂଜନ ମଧ୍ୟ କେଉଁ ଭଳି ହେଉଛି! ସେମାନେ ନିର୍ବିକାରୀ ପ୍ରବୃତ୍ତି ଅର୍ଥାତ୍ ଗୃହସ୍ଥ
ବ୍ୟବହାରରେ ଥିଲେ ମଧ୍ୟ କମଳପୁଷ୍ପ ଭଳି ଅବସ୍ଥାରେ ରହୁଥିଲେ କିନ୍ତୁ ସେମାନେ ବର୍ତ୍ତମାନ
ନିର୍ବିକାରୀ ପ୍ରବୃତ୍ତିରେ ରହିବା ପରିବର୍ତ୍ତେ ବିକାରୀ ପ୍ରବୃତ୍ତିକୁ ଚାଲିଯାଇଛନ୍ତି, ଯେଉଁ
କାରଣରୁ ସମସ୍ତେ ପରମାର୍ଥକୁ ଭୁଲି ବ୍ୟବହାର ଅର୍ଥାତ୍ ନିଜର ଲୌକିକ କାମଧନ୍ଦାରେ ଲାଗି ରହିଛନ୍ତି,
ସେଥିପାଇଁ ତା’ର ଫଳ ମଧ୍ୟ ଓଲଟା ରୂପରେ ମିଳୁଛି । ତେଣୁ ବର୍ତ୍ତମାନ ସ୍ୱୟଂ ପରମାତ୍ମା ଆସି ଆମକୁ
ବିକାରୀ ପ୍ରବୃତ୍ତିରୁ ବାହାର କରି ନିର୍ବିକାରୀ ପ୍ରବୃତ୍ତି ଶିଖାଉଛନ୍ତି ଯାହାଦ୍ୱାରା ଆମର ଜୀବନ
ସଦାକାଳ ପାଇଁ ସୁଖୀ ହୋଇଯାଉଛି, ସେଥିପାଇଁ ପ୍ରଥମେ ଜୀବନର ଶ୍ରେଷ୍ଠ ଲକ୍ଷ୍ୟକୁ ପ୍ରାପ୍ତି
କରିବାର ପୁରୁଷାର୍ଥ କରିବା ଦରକାର ତା’ପରେ ଲୌକିକ କର୍ମଧନ୍ଦା ଆଦି କରିବା ଦରକାର । ତେଣୁ ପ୍ରଥମେ
ପରମାର୍ଥ ଆଧାରରେ ବ୍ୟବହାର ଆପେ ଆପେ ସିଦ୍ଧ ହୋଇଯିବ ଅର୍ଥାତ୍ ନିଜର ଘର ଗୃହସ୍ଥ ମଧ୍ୟ ସୁଚାରୁ
ରୂପରେ ଚାଲିପାରିବ । ଓମ୍ ଶାନ୍ତି ।