25.05.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ନିଜକୁ
ନିଜେ ପଚାର ଯେ ମୁଁ କର୍ମେନ୍ଦ୍ରିୟ ଜିତ୍ ହେଲିଣି, କୌଣସି ବି କର୍ମେନ୍ଦ୍ରିୟ ମୋତେ ଧୋକା
ଦେଉନାହିଁ ତ!”
ପ୍ରଶ୍ନ:-
କର୍ମାତୀତ ହେବା
ପାଇଁ ତୁମ ସନ୍ତାନମାନଙ୍କୁ ନିଜ ସହିତ କେଉଁ ପ୍ରତିଜ୍ଞା କରିବାକୁ ହେବ?
ଉତ୍ତର:-
ନିଜେ ନିଜ ସହିତ ପ୍ରତିଜ୍ଞା କର କି କୌଣସି ବି କର୍ମେନ୍ଦ୍ରିୟ କେବେ ବି ଚଳାୟମାନ ନ ହୁଅନ୍ତୁ ।
ମୋତେ ନିଜର କର୍ମେନ୍ଦ୍ରିୟମାନଙ୍କୁ ଅଧୀନରେ ରଖିବାକୁ ହେବ । ବାବା ଯେଉଁ ସବୁ ନିର୍ଦ୍ଦେଶ
ଦେଇଛନ୍ତି, ସେଗୁଡିକୁ କାର୍ଯ୍ୟକାରୀ କରିବାକୁ ହେବ । ବାବା କହୁଛନ୍ତି - ମିଠେ ବଚ୍ଚେ କର୍ମାତୀତ
ହେବାକୁ ହେଲେ କୌଣସି ବି କର୍ମେନ୍ଦ୍ରିୟ ଦ୍ୱାରା ବିକର୍ମ କର ନାହିଁ । ମାୟା ବହୁତ ଶକ୍ତିଶାଳୀ ।
ଆଖି ବହୁତ ଧୋକାବାଜ ସେଥିପାଇଁ, ନିଜକୁ ସଂଯତରେ ରଖ ।
ଓମ୍ ଶାନ୍ତି ।
ପିଲାମାନେ ଆତ୍ମ-ଅଭିମାନୀ ହୋଇ ବସିଛ? ନିଜକୁ ନିଜେ ପଚାର, ପ୍ରତ୍ୟେକ କଥା ନିଜେ ହିଁ ନିଜକୁ
ପଚାରିବାକୁ ହେବ । ବାବା ଯୁକ୍ତି ବତାଉଛନ୍ତି ଯେ ନିଜକୁ ପଚାର ମୁଁ ଆତ୍ମ-ଅଭିମାନୀ ହୋଇ ବସିଛି?
ବାବାଙ୍କ ସ୍ମୃତି ରହୁଛି? କାହିଁକି ନା ଏହା ହେଉଛି ତୁମର ଆତ୍ମିକ ସେନା । ଦୁନିଆର ସୈନ୍ୟ
ବାହିନୀରେ ତ ସର୍ବଦା ଯୁବକମାନେ ହିଁ ଭର୍ତ୍ତି ହୋଇଥା’ନ୍ତି, ଏହି ସେନାବାହିନୀରେ ୧୪-୧୫ବର୍ଷର
ତରୁଣ ମଧ୍ୟ ଅଛନ୍ତି ତ ୯୦ ବର୍ଷର ବୃଦ୍ଧ ମଧ୍ୟ ଅଛନ୍ତି, ଏବଂ ଛୋଟ ପିଲା ମଧ୍ୟ ରହିଛନ୍ତି । ଏହି
ସେନା ହେଉଛି ମାୟା ଉପରେ ବିଜୟ ପ୍ରାପ୍ତ କରିବା ପାଇଁ । ପ୍ରତ୍ୟେକଙ୍କୁ ମାୟା ଉପରେ ବିଜୟ
ପ୍ରାପ୍ତ କରି ବେହଦର ସମ୍ପତ୍ତି ବାବାଙ୍କଠାରୁ ନେବାକୁ ହେବ କାରଣ ମାୟାକୁ ଜିତିବା ବହୁତ କଷ୍ଟକର
। ପିଲାମାନେ ନିଜେ ମଧ୍ୟ ଜାଣିଛନ୍ତି ଯେ ମାୟା ବହୁତ ଶକ୍ତିଶାଳୀ । ପ୍ରତ୍ୟେକ କର୍ମେନ୍ଦ୍ରିୟ
ବହୁତ ଧୋକା ଦେଇଥାଏ । କେଉଁ କର୍ମେନ୍ଦ୍ରିୟ ସର୍ବପ୍ରଥମେ ଅଧିକ ଧୋକା ଦିଏ? ଆଖି ହିଁ ସବୁଠାରୁ
ଅଧିକ ଧୋକା ଦେଇଥାଏ । ନିଜର ସ୍ତ୍ରୀ ଥାଇ ମଧ୍ୟ ଅନ୍ୟ କୌଣସି ସୁନ୍ଦରୀ ସ୍ତ୍ରୀ ଦେଖିଲେ ତୁରନ୍ତ
ସେଥିପ୍ରତି ଆକର୍ଷିତ ହୋଇଥାନ୍ତି । ଆଖି ବହୁତ ଧୋକା ଦେଇଥାଏ । ତାଙ୍କୁ ଛୁଇଁବାକୁ ଇଚ୍ଛା ହୁଏ ।
ବାବା ପିଲାମାନଙ୍କୁ ବୁଝାଉଛନ୍ତି - ସର୍ବଦା ବୁଦ୍ଧି ଦ୍ୱାରା ବିଚାର କର ଯେ ଆମେ
ବ୍ରହ୍ମାକୁମାର-କୁମାରୀ ଭାଇ ଭଉଣୀ ଅଟୁ, ଏଥିରେ ମାୟା ବହୁତ ଗୁପ୍ତ ରୂପରେ ଧୋକା ଦେଇଥାଏ,
ସେଥିପାଇଁ ଏହା ଚାର୍ଟରେ ମଧ୍ୟ ଲେଖିବା ଦରକାର ଯେ ଆଜି ସାରା ଦିନରେ କେଉଁ କେଉଁ କର୍ମେନ୍ଦ୍ରିୟ
ମୋତେ ଧୋକା ଦେଇଛି? ସବୁଠାରୁ ବଡ ଶତ୍ରୁ ହେଲା ଏହି ଆଖି । ତେଣୁ ଏକଥା ଲେଖିବା ଉଚିତ୍ - ଅମୁକକୁ
ଦେଖିଲି, ମୋର ଦୃଷ୍ଟି ଚଞ୍ଚଳ ହେଲା । ସୁରଦାସଙ୍କର ମଧ୍ୟ ଉଦାହରଣ ରହିଛି ନା । ସେ ନିଜର ଆଖି
ତାଡି ଦେଲେ । ନିଜର ଯାଞ୍ଚ କଲେ ଜଣାପଡେ ଯେ ଆଖି ସବୁଠାରୁ ଅଧିକ ଧୋକା ଦେଉଛି । କୌଣସି ସୁନ୍ଦର
ନାରୀକୁ ଦେଖିଲେ ନିଜ ସ୍ତ୍ରୀକୁ ବି ଛାଡି ତାଙ୍କ ପ୍ରତି ଆକର୍ଷିତ ହୋଇଥା’ନ୍ତି । କେହି ଯଦି ଗୀତ
ଗାଇବାରେ ହୋସିଆର ହୋଇଥିବେ, କାହାର ଶୃଙ୍ଗାର ଭଲ ହୋଇଥିବ ତ ଆଖି ତୁରନ୍ତ ଚଞ୍ଚଳ ହୋଇଯିବ,
ସେଥିପାଇଁ ବାବା କହୁଛନ୍ତି ଏହି ଆଖି ବହୁତ ଧୋକା ଦେଉଛି । ଯଦିଓ ସେବା ବି କରୁଛନ୍ତି କିନ୍ତୁ ଆଖି
ବହୁତ ଧୋକା ଦେଉଛି, ତେଣୁ ଏହି ଶତ୍ରୁର ପୂରା ଯାଞ୍ଚ କରିବାକୁ ହେବ । ନଚେତ୍ ବୁଝିବାକୁ ପଡିବ
ମୁଁ ନିଜର ପଦକୁ ଭ୍ରଷ୍ଟ କରୁଛି । ବୁଦ୍ଧିମାନ ପିଲାମାନେ ନିଜ ଡାଇରୀରେ ନୋଟ୍ କରିବା ଉଚିତ୍ -
ଅମୁକକୁ ଦେଖିଲୁ ତ ଆମର ଦୃଷ୍ଟି ଖରାପ ହେଲା ତେଣୁ ନିଜେ ନିଜକୁ ଦଣ୍ଡ ଦେବାକୁ ହେବ ।
ଭକ୍ତିମାର୍ଗରେ ମଧ୍ୟ ପୂଜା କରିବା ସମୟରେ ଯଦି ବୁଦ୍ଧି ଅନ୍ୟ ଆଡକୁ ପଳାଇଥାଏ, ତେବେ ନିଜକୁ
ଚିମୁଟି ଦିଅନ୍ତି । ତେଣୁ ଯଦି ଏପରି କୌଣସି ସ୍ତ୍ରୀ ସମ୍ମୁଖକୁ ଆସୁଛି ତେବେ ଦୂରେଇ ରହିବା ଉଚିତ୍,
ଛିଡା ହୋଇ ଦେଖିବା ଅନୁଚିତ୍ । ଆଖି ବହୁତ ଧୋକା ଦେଇଥାଏ, ତେଣୁ ସନ୍ନ୍ୟାସୀମାନେ ଆଖି ବନ୍ଦ କରି
ବସିଥାନ୍ତି । ସ୍ତ୍ରୀଙ୍କୁ ପଛରେ, ପୁରୁଷଙ୍କୁ ଆଗରେ ବସାଇଥାନ୍ତି । କେତେକ ଏଭଳି ମଧ୍ୟ
ହୋଇଥାନ୍ତି ଯିଏ ସ୍ତ୍ରୀଙ୍କୁ ବିଲକୁଲ୍ ଦେଖି ବି ନ ଥାନ୍ତି । ତୁମ ସନ୍ତାନମାନଙ୍କୁ ତ ବହୁତ
ମେହନତ କରିବାକୁ ପଡିବ । ବିଶ୍ୱର ରାଜ୍ୟ ଭାଗ୍ୟ ନେବା କମ୍ କଥା ନୁହେଁ । ଦୁନିଆରେ ତ ଲୋକେ ୧୦,
୨୦ ହଜାର, ଏକ-ଦୁଇ ଲକ୍ଷ ବା କୋଟିଏ ଟଙ୍କା ଏକତ୍ର କରିଥା’ନ୍ତି ଏବଂ ତାପରେ ଶରୀର ଛାଡି
ଚାଲିଯାଆନ୍ତି । ତୁମ ସନ୍ତାନମାନଙ୍କୁ ତ ଅବିନାଶୀ ସମ୍ପତ୍ତି ମିଳୁଛି । ସବୁ କିଛି ପ୍ରାପ୍ତ
ହୋଇଯାଉଛି । ସେଠାରେ ଏପରି କୌଣସି ଜିନିଷ ରହିବ ନାହିଁ ଯାହା ପ୍ରାପ୍ତ କରିବା ପାଇଁ ମୁଣ୍ଡ
ପିଟିବାକୁ ପଡିବ । କଳିଯୁଗର ଅନ୍ତ ଏବଂ ସତ୍ୟଯୁଗ ଆଦିରେ ରାତି-ଦିନର ଫରକ ରହିଛି । ଏଠାରେ ତ କିଛି
ହେଲେ ବି ନାହିଁ ।
ବର୍ତ୍ତମାନ ତୁମର ଏହା ପୁରୁଷୋତ୍ତମ ସଂଗମଯୁଗ । ପୁରୁଷୋତ୍ତମ ଅକ୍ଷର ନିଶ୍ଚିତ ଲେଖିବା ଉଚିତ୍ ।
ମନୁଷ୍ୟ ସେ ଦେବତା କିୟେ... ତୁମେ ଏବେ ବ୍ରାହ୍ମଣ ହୋଇଛ । ମନୁଷ୍ୟ ତ ବିଲ୍କୁଲ୍ ଘୋର ଅନ୍ଧକାରରେ
ପଡିଛନ୍ତି । ଅନେକ ଅଛନ୍ତି ଯେଉଁମାନେ ସ୍ୱର୍ଗକୁ ଦେଖିପାରିବେ ନାହିଁ । ବାବା କହୁଛନ୍ତି -
ପିଲାମାନେ, ତୁମର ଧର୍ମ ବହୁତ ସୁଖଦାୟୀ ଅଟେ । ମଣିଷମାନଙ୍କୁ କିଛି ହେଲେ ବି ଜଣାନାହିଁ ।
ଭାରତବାସୀ ମଧ୍ୟ ଭୁଲିଗଲେଣି ଯେ ସ୍ୱର୍ଗ କିଭଳି ଜିନିଷ ଅଟେ । ଖ୍ରୀଷ୍ଟିୟାନ ଲୋକେ ମଧ୍ୟ
କହିଥାନ୍ତି ଯେ ସ୍ୱର୍ଗ ଥିଲା । ଏହି ଲକ୍ଷ୍ମୀ-ନାରାୟଣଙ୍କୁ ଦେବୀ-ଦେବତା କହୁଛନ୍ତି ନା । ତେବେ
ନିଶ୍ଚିତ ଭଗବାନ ହିଁ ଏମାନଙ୍କୁ ସେହିଭଳି କରାଇପାରିବେ । ତେଣୁ ବାବା ବୁଝାଉଛନ୍ତି - ବହୁତ
ପରିଶ୍ରମ କରିବାକୁ ପଡିବ । ପ୍ରତ୍ୟହ ନିଜର ପୋତାମେଲ୍ ଅର୍ଥାତ୍ ହିସାବ କିତାବ ଦେଖ । କେଉଁ
କର୍ମେନ୍ଦ୍ରିୟ ମୋତେ ଧୋକା ଦେଉଛି? ମୁଖ ମଧ୍ୟ ବହୁତ ଧୋକା ଦେଇଥାଏ । ଆଗରୁ କଚେରୀ ବସୁଥିଲା ।
ସମସ୍ତେ ନିଜ ନିଜର ଭୁଲ୍ ସ୍ୱତଃ କହୁଥିଲେ । ମୁଁ ଅମୁକ ଜିନିଷ ଲୁଚାଇ କରି ଖାଇଦେଇଛି । ଭଲ ଭଲ
ବଡ ଘରର ପିଲାମାନେ କହିଥା’ନ୍ତି ଯେ, ମାୟା ଏପରି ଆକ୍ରମଣ କରୁଛି । ଲୁଚାଇ ଖାଇବା ମଧ୍ୟ ଚୋରୀ ଅଟେ
। ତାହା ପୁଣି ଶିବବାବାଙ୍କ ଯଜ୍ଞର ଚୋରୀ - ଏହା ତ ବହୁତ ଖରାପ । କଖ କା ଚୋର ସୋ ଲଖ କା ଚୋର ।
ମାୟା ଏକଦମ୍ ନାକରୁ ଧରିଥାଏ । ଏହି ଅଭ୍ୟାସ ବହୁତ ଖରାପ । ଖରାପ ଅଭ୍ୟାସ ଥିବ ତ ଆମେ କ’ଣ ହେବୁ!
ସ୍ୱର୍ଗକୁ ଯିବା କୌଣସି ବଡ କଥା ନୁହେଁ, କିନ୍ତୁ ସେଥିରେ ପୁଣି ପଦ ତ ରହିଛି ନା । କେଉଁଠି ରାଜା
କେଉଁଠି ପୁଣି ପ୍ରଜା । କେତେ ଫରକ ରହିଛି । ତେବେ କର୍ମେନ୍ଦ୍ରିୟଗୁଡିକ ମଧ୍ୟ ବହୁତ ଧୋକା
ଦେଇଥାଆନ୍ତି । ସେଥିପ୍ରତି ଧ୍ୟାନ ଦେବାକୁ ହେବ । ଉଚ୍ଚପଦ ପାଇବାକୁ ହେଲେ ବାବାଙ୍କର ନିର୍ଦ୍ଦେଶ
ଅନୁଯାୟୀ ସମ୍ପୂର୍ଣ୍ଣ ରୂପେ ଚାଲିବାକୁ ହେବ । ବାବା ନିର୍ଦ୍ଦେଶ ଦେବେ ମାୟା ପୁଣି ମଝିରେ ଆସି
ବିଘ୍ନ ପକାଇବ । ବାବା କହୁଛନ୍ତି - ଭୁଲିଯାଅ ନାହିଁ, ନଚେତ୍ ଶେଷ ସମୟରେ ବହୁତ ପଶ୍ଚାତାପ କରିବ
। ନାପାସ୍ ବା ଅକୃତ କାର୍ଯ୍ୟ ହେବାର ସାକ୍ଷାତ୍କାର ମଧ୍ୟ ହେବ । ଏବେ ତୁମେ କହୁଛ ଆମେ ନରରୁ
ନାରାୟଣ ହେବୁ । କିନ୍ତୁ ନିଜକୁ ପଚାର, ନିଜର ପୋତାମେଲ୍ ବାହାର କର । ବହୁତ ଅଛନ୍ତି, ଯେଉଁମାନେ
ବହୁତ କଷ୍ଟରେ ବୁଝି ତାକୁ ପାଳନ କରୁଛନ୍ତି । କିନ୍ତୁ ବାବା କହୁଛନ୍ତି, ଏଥିରେ ତୁମର ବହୁତ
ଉନ୍ନତି ହେବ । ସାରା ଦିନର ପୋତାମେଲ୍ ବାହାର କରିବା ଉଚିତ୍ । ଏହି ଆଖି ବହୁତ ଧୋକା ଦେଇଥାଏ ।
କାହାକୁ ଦେଖିବେ ତ ଖିଆଲ ଆସିବ ଇଏ ତ ବହୁତ ଭଲ ପୁଣି ତାଙ୍କ ସହିତ କଥାବାର୍ତ୍ତା କରିବି । ଇଚ୍ଛା
ହେବ, ତାଙ୍କୁ କିଛି ଉପହାର ଦେବି, ଖୁଆଇବି, ସେହି ଚିନ୍ତନ ଚାଲିଥିବ । ପିଲାମାନେ ବୁଝୁଛନ୍ତି
ଏଥିରେ ବହୁତ ମେହନତ କରିବାକୁ ପଡିବ । କର୍ମେନ୍ଦ୍ରିୟ ବହୁତ ଧୋକା ଦେଇଥାଏ । ରାବଣ ରାଜ୍ୟ ଅଟେ
ନା । ବାବା କହୁଛନ୍ତି - ସ୍ୱର୍ଗରେ ଚିନ୍ତାର କୌଣସି କଥା ରହିବ ନାହିଁ କାହିଁକି ନା ରାବଣ ରାଜ୍ୟ
ହିଁ ନାହିଁ । ଚିନ୍ତାର କୌଣସି କଥା ହିଁ ନାହିଁ । ଯଦି ସେଠାରେ ମଧ୍ୟ ଚିନ୍ତା ଲାଗି ରହିବ ତେବେ
ନର୍କ ଏବଂ ସ୍ୱର୍ଗ ମଧ୍ୟରେ ପାର୍ଥକ୍ୟ କ’ଣ ରହିବ?
ତୁମେ ସନ୍ତାନମାନେ ବହୁତ ଉଚ୍ଚପଦ ପାଇବା ପାଇଁ ଭଗବାନଙ୍କ ପାଖରେ ପାଠ ପଢୁଛ । ବାବା ବୁଝାଉଛନ୍ତି
- ମାୟା ନିନ୍ଦା କରାଉଛି । ତୁମେ ଅପକାର କରିଛ, ମୁଁ ଉପକାର କରୁଛି । ପିଲାମାନେ, ତୁମେ ଯଦି
କୁଦୃଷ୍ଟି ରଖିବ ତେବେ ନିଜର ହିଁ କ୍ଷତି କରିବ । ଏଠାରେ ବହୁତ ଉଚ୍ଚ ଲକ୍ଷ୍ୟ ରହିଛି, ସେଥିପାଇଁ
ବାବା କହୁଛନ୍ତି ନିଜର ପୋତାମେଲ ଦେଖ । କୌଣସି ବିକର୍ମ କରିନାହୁଁ ତ? କାହାକୁ ଧୋକା ଦେଇନାହୁଁ
ତ? ଏବେ ବିକର୍ମାଜିତ୍ ହେବାକୁ ପଡିବ । ତୁମମାନଙ୍କ ବ୍ୟତୀତ ବିକର୍ମାଜିତ୍ର ସଂବତ ବିଷୟରେ
କାହାକୁ ହେଲେ ଜଣା ନାହିଁ । ବାବା ବୁଝାଉଛନ୍ତି - ବିକର୍ମାଜିତ୍ ହେବାଠାରୁ ୫ ହଜାର ବର୍ଷ
ହୋଇଗଲାଣି, ପୁଣି ବିକର୍ମ କରୁଥିବାରୁ ବାମମାର୍ଗକୁ ଚାଲିଯାଉଛନ୍ତି । କର୍ମ, ଅକର୍ମ, ବିକର୍ମ
ଅକ୍ଷର ତ ରହିଛି ନା । ମାୟାର ରାଜ୍ୟରେ ମନୁଷ୍ୟ ଯାହା ବି କର୍ମ କରୁଛନ୍ତି, ତାହା ବିକର୍ମ ହିଁ
ହୋଇଯାଉଛି । ସତ୍ୟଯୁଗରେ ବିକାର ରହିବ ନାହିଁ । ତେଣୁ କୌଣସି ବିକର୍ମ ମଧ୍ୟ ହୋଇ ନ ଥାଏ । ଏକଥା
ମଧ୍ୟ ତୁମେ ଜାଣିଛ - କାହିଁକି ନା ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି । ତୁମେ ତ୍ରିନେତ୍ରୀ
ହୋଇଛ । ତେଣୁ ବାବା ତୁମକୁ ତ୍ରିକାଳଦର୍ଶୀ, ତ୍ରିନେତ୍ରୀ କରାଉଛନ୍ତି । ତୁମେ ଆସ୍ତିକ ହୋଇଥିବାରୁ
ତ୍ରିକାଳଦର୍ଶୀ ହୋଇଛ । ଡ୍ରାମାର ସମସ୍ତ ରହସ୍ୟ ତୁମ ବୁଦ୍ଧିରେ ଅଛି । ମୂଳବତନ, ସୂକ୍ଷ୍ମବତନ,
ସ୍ଥୂଳବତନ, ୮୪ ଜନ୍ମର ଚକ୍ର, ପୁଣି ଅନ୍ୟ ଧର୍ମର ବୃଦ୍ଧି ହେଉଛି । ସେମାନେ କିଛି ସଦ୍ଗତି
କରିପାରିବେ ନାହିଁ । ତାଙ୍କୁ ଗୁରୁ ବୋଲି ମଧ୍ୟ କୁହାଯିବ ନାହିଁ । ସମସ୍ତଙ୍କର ସଦ୍ଗତି ଦାତା
ଏକ ହିଁ ବାବା ଅଟନ୍ତି । ଏବେ ସମସ୍ତଙ୍କର ସଦ୍ଗତି ହେବ । ତାଙ୍କୁ ଧର୍ମ ସ୍ଥାପକ କୁହାଯାଉଛି,
ଗୁରୁ ନୁହେଁ । ଧର୍ମସ୍ଥାପକ, ଧର୍ମସ୍ଥାପନ କରିବାରେ ନିମିତ୍ତ ହୋଇଥା’ନ୍ତି । ବାକି ସଦ୍ଗତି
କରୁନାହାଁନ୍ତି । ତାଙ୍କୁ ମନେପକାଇବା ଦ୍ୱାରା କେହି ସଦ୍ଗତି ପାଇବେ ନାହିଁ, ବିକର୍ମ ବିନାଶ
ହୋଇପାରିବ ନାହିଁ । ସେ ସବୁ ହେଲା ଭକ୍ତି । ତେଣୁ ବାବା ବୁଝାଉଛନ୍ତି ମାୟା ବହୁତ ଭୟାନକ ଅଟେ,
ଏଇଥିପାଇଁ ହିଁ ଲଢେଇ ହେଉଛି । ତୁମେ ହେଉଛ ଶିବ ଶକ୍ତି ପାଣ୍ଡବ ସେନା । ତୁମେ ସମସ୍ତେ ପଣ୍ଡା ଅଟ
। ସମସ୍ତଙ୍କୁ ଶାନ୍ତିଧାମ, ସୁଖଧାମର ରାସ୍ତା ବତାଉଛ । ତୁମେ ଗାଇଡ୍ ଅଟ । କହୁଛ - ବାବାଙ୍କୁ
ସ୍ମରଣ କରିବ ତ ବିକର୍ମ ବିନାଶ ହେବ ଏବଂ ଅନ୍ୟ ପକ୍ଷରେ ଯଦି କୌଣସି ପାପ କର୍ମ କରିବ, ତେବେ
ଶହେଗୁଣା ପାପ ହୋଇଯିବ । ଯେତେ ସମ୍ଭବ କୌଣସି ବିକର୍ମ କରିବା ଅନୁଚିତ୍ । କର୍ମେନ୍ଦ୍ରିୟ ବହୁତ
ଧୋକା ଦେଇଥାଏ । ବାବା ପ୍ରତ୍ୟେକଙ୍କର ଚାଲି-ଚଳଣିରୁ ବୁଝିଯାଉଛନ୍ତି । ପିଲାମାନଙ୍କ ପାଖକୁ
ମାୟାର ତୋଫାନ ବହୁତ ଆସୁଛି । ସ୍ତ୍ରୀ-ପୁରୁଷ ଭାବିବା ଦ୍ୱାରା ହିଁ ତୋଫାନ ଆସୁଛି । ତେଣୁ ଏହି
ଆଖି ଉପରେ ନିଜର ଅଧିକାର ରହିବା ଦରକାର । ଆମେ ତ ଶିବବାବାଙ୍କର ସନ୍ତାନ ଅଟୁ । ବାବାଙ୍କ ସହ
ପ୍ରତିଜ୍ଞା କରି ରାକ୍ଷୀ ମଧ୍ୟ ବାନ୍ଧିଛୁ ତଥାପି ମଧ୍ୟ ମାୟା ଧୋକା ଦେଇ ଦେଉଛି, ଏହାପରେ ପୁଣି
ତା’ଠାରୁ ଆଉ ମୁକୁଳି ପାରିବୁ ନାହିଁ । ଯେବେ ତୁମର କର୍ମେନ୍ଦ୍ରିୟ, ତୁମ ଅଧିନରେ ରହିବ ତେବେ
କର୍ମାତୀତ ଅବସ୍ଥା ହୋଇପାରିବ । କହିବା ତ ସହଜ ଯେ ଆମେ ଲକ୍ଷ୍ମୀ-ନାରାୟଣ ହେବୁ କିନ୍ତୁ ସେତିକି
ବୁଦ୍ଧି ମଧ୍ୟ ଦରକାର ନା । ବାବା କହୁଛନ୍ତି ନିର୍ଦ୍ଦେଶକୁ ପାଳନ କର । ବାବା-ବାବା କହିଚାଲ ।
ବାବାଙ୍କଠାରୁ ଆମେ ସମ୍ପୂର୍ଣ୍ଣ ସମ୍ପତ୍ତି ନେବୁ । ଏପରି ଶିକ୍ଷକ କେବେ ବି କେଉଁଠାରେ ମିଳିବେ
ନାହିଁ । ଏହିସବୁ କଥାକୁ ଦେବତାମାନେ ମଧ୍ୟ ଜାଣି ନଥା’ନ୍ତି, ତେଣୁ ପଛରେ ଆସୁଥିବା ଧର୍ମାବଲମ୍ବୀ
ମାନେ କିପରି ଜାଣିପାରିବେ । ବ୍ରହ୍ମାବାବା କହୁଛନ୍ତି ଯଦି ମୁଁ କିଛି କହିଲି ଭାବିନିଅ - ଏକଥା
ଶିବବାବା କହୁଛନ୍ତି । ଏପରି ଭାବ ନାହିଁ ଯେ ଏକଥା ଦାଦା କହୁଛନ୍ତି । ବାବା କହୁଛନ୍ତି ଇଏ ତ ମୋର
ରଥ ଅଟେ, ଇଏ କ’ଣ ଦେଉଛନ୍ତି କି? ତୁମମାନଙ୍କୁ ମୁଁ ରାଜତ୍ୱ ଦେଉଛି । ଏ ରଥ ଦେଉନାହାଁନ୍ତି । ଇଏ
ତ ବିଲ୍କୁଲ୍ ବେଗର ଅର୍ଥାତ୍ ଭିକାରୀ । ଇଏ ମଧ୍ୟ ବାବାଙ୍କଠାରୁ ସମ୍ପତ୍ତି ନେଉଛନ୍ତି । ତୁମେ
ଯେପରି ପୁରୁଷାର୍ଥ କରୁଛ ସେହିପରି ଏହି ବ୍ରହ୍ମା ମଧ୍ୟ କରୁଛନ୍ତି । ତାଙ୍କର ମଧ୍ୟ ଛାତ୍ର ଜୀବନ
। ଏହି ରଥ ଧାର ସୂତ୍ରରେ ନିଆଯାଇଛି, କାରଣ ତମୋପ୍ରଧାନ ଅଟେ ନା । ତୁମେ ପୂଜ୍ୟ ଦେବତା ହେବା ପାଇଁ,
ଅର୍ଥାତ୍ ମନୁଷ୍ୟରୁ ଦେବତା ହେବା ପାଇଁ ପାଠ ପଢୁଛ । ଯଦି କାହାର ଭାଗ୍ୟରେ ନାହିଁ ତେବେ କହୁଛନ୍ତି
ଯେ ମୋର ସଂଶୟ ହେଉଛି, ଶିବବାବା କିପରି ଆସି ପଢାଉଛନ୍ତି, ଏ କଥା ମୋର ବୁଦ୍ଧିରେ ପଶୁନାହିଁ ।
ବାବାଙ୍କ ସ୍ମୃତି ବିନା ବିକର୍ମ ବିନାଶ ହୋଇପାରିବ ନାହିଁ । ସମ୍ପୂର୍ଣ୍ଣ ଦଣ୍ଡ ଭୋଗ କରିବାକୁ
ପଡିବ । ଏବେ ରାଜତ୍ୱର ସ୍ଥାପନା ହେଉଛି । ରାଜାମାନଙ୍କର କେତେ ଦାସୀ ଥା’ନ୍ତି । ବାବା ତ
ରାଜାମାନଙ୍କର ସମ୍ପର୍କରେ ଆସିଛନ୍ତି । ସେ ଦେଖିଛନ୍ତି ଯୌତୁକରେ ଦାସୀମାନଙ୍କୁ ଦେଇଥାନ୍ତି ।
ଏଠାରେ ଯଦି ଏତେ ଦାସୀ ଅଛନ୍ତି ତେବେ ସତ୍ୟଯୁଗରେ କେତେ ହେବେ । ଏଠାରେ ମଧ୍ୟ ରାଜଧାନୀ ସ୍ଥାପନ
ହେଉଛି । ବାବା ଜାଣିଛନ୍ତି କିଏ କ’ଣ କରୁଛନ୍ତି । ପ୍ରତ୍ୟେକଙ୍କର କର୍ମର ହିସାବ ଦେଖି ବାବା
କହିପାରିବେ । ଏହି ସମୟରେ ଶରୀର ଛାଡିଲେ କ’ଣ ହେବେ! ଅନ୍ତିମ ସମୟରେ କ୍ରମାନୁସାରେ ସମସ୍ତଙ୍କର
କର୍ମାତୀତ ଅବସ୍ଥା ହେବ । ତେଣୁ ଏହା ଏକ ରୋଜଗାର ଅଟେ । ରୋଜଗାର କରିବାରେ ମନୁଷ୍ୟ କେତେ ବ୍ୟସ୍ତ
ରହିଥାନ୍ତି । ଖାଦ୍ୟ ଖାଉଥିବେ, ଟେଲିଫୋନ କାନରେ ରହିଥିବ । ଏପରି ମନୁଷ୍ୟ ତ ଜ୍ଞାନକୁ ଧାରଣ
କରିପାରିବେ ନାହିଁ । ଏଠାକୁ ଗରିବ ସାଧାରଣ ଲୋକ ହିଁ ଆସିଥାନ୍ତି । ସାହୁକାର ଲୋକେ ତ କହିବେ ଆମକୁ
ଫୁରସତ୍ ନାହିଁ । ଆରେ, କେବଳ ବାବାଙ୍କୁ ୟାଦ କର ତେବେ ବିକର୍ମ ବିନାଶ ହୋଇଯିବ । ତେଣୁ ବାବା
ମଧୁର ପିଲାମାନଙ୍କୁ ବାରମ୍ବାର ବୁଝାଉଛନ୍ତି । ପ୍ରତ୍ୟେକଙ୍କୁ ଏହି ସନ୍ଦେଶ ଦେବାକୁ ହେବ ଯାହା
ଫଳରେ ଏପରି କେହି କହି ପାରିବେ ନାହିଁ ଯେ ଆମକୁ କ’ଣ ଜଣା ଥିଲା ଯେ ଶିବବାବା ଆସିଛନ୍ତି । ବାସ୍
ସାରା ଦିନ ବାବା-ବାବା ହିଁ କହିଚାଲ । କେତେକ କନ୍ୟା ବହୁତ ମନେ ପକାଉଛନ୍ତି । ଶିବବାବା ଉଚ୍ଚାରଣ
କରିବା ଦ୍ୱାରା ହିଁ କେତେକ ପିଲାଙ୍କର ସ୍ନେହରେ ଆଖିରେ ଲୁହ ଆସିଯାଉଛି । କେବେ ଯାଇ ତାଙ୍କ ସହିତ
ମିଶିବୁ! ଦେଖି ନ ଥିଲେ ମଧ୍ୟ ବ୍ୟାକୁଳ ହୋଇଥା’ନ୍ତି ମାତ୍ର ଯେଉଁମାନେ ଦେଖିଛନ୍ତି ସେମାନେ ମାନୁ
ନାହାଁନ୍ତି । ସେମାନେ ଦୂରରେ ବସି ଲୁହ ଗଡାଇ ଚାଲିଛନ୍ତି । ଆଶ୍ଚର୍ଯ୍ୟ ନା । ବହୁତଙ୍କୁ
ବ୍ରହ୍ମାଙ୍କର ମଧ୍ୟ ସାକ୍ଷାତ୍କାର ହୋଇଥାଏ । ଆଗକୁ ଗଲେ ଅନେକଙ୍କୁ ସାକ୍ଷାତ୍କାର ହେବ ।
ମନୁଷ୍ୟଙ୍କୁ ମରିବା ସମୟରେ ସମସ୍ତେ ଆସି କହିଥା’ନ୍ତି ଯେ ଭଗବାନଙ୍କୁ ସ୍ମରଣ କର । ତୁମେ ମଧ୍ୟ
ଶିବବାବାଙ୍କୁ ସ୍ମରଣ କର । ବାବା କହୁଛନ୍ତି - ପିଲାମାନେ ପୁରୁଷାର୍ଥରେ ଦୂରତ୍ୱକୁ ସମାପ୍ତ
କରିଚାଲ । ଯେତେବେଳେ ସୁଯୋଗ ମିଳୁଛି ତୀବ୍ର ପୁରୁଷାର୍ଥ କରି ମେକପ୍ କରିଚାଲ । ତୁମର ରୋଜଗାର
କେତେ ଶ୍ରେଷ୍ଠ । କେହି-କେହି ତ ଏପରି ଅଛନ୍ତି ଯେ ଯେତେ ବୁଝାଇଲେ ବି ତାଙ୍କ ବୁଦ୍ଧିରେ ପଶୁ ନାହିଁ
। ବାବା କହୁଛନ୍ତି ଏପରି ହୁଅ ନାହିଁ । ନିଜର କଲ୍ୟାଣ କର । ବାବାଙ୍କର ଶ୍ରୀମତରେ ଚାଲ । ତୁମକୁ
ବାବା ପୁରୁଷମାନଙ୍କ ମଧ୍ୟରେ ଉତ୍ତମ କରାଉଛନ୍ତି । ଏହା ତୁମର ଲକ୍ଷ୍ୟ ଅଟେ । ସେବା କରିବା ପାଇଁ
ବାବା କେତେ ଯୁକ୍ତି ବତାଉଛନ୍ତି । ସନ୍ଦେଶ ତ ସମସ୍ତଙ୍କୁ ଦେବାକୁ ହେବ, ଯେପରି ବୁଝିବେ ଯେ
ବାସ୍ତବରେ ଏମାନେ ସତ୍ୟ କହୁଛନ୍ତି । ଏହି ଲଢେଇ ଦ୍ୱାରା ହିଁ ସ୍ୱତନ୍ତ୍ର ରୂପେ ଭାରତରେ, ସାଧାରଣ
ଭାବେ ସାରା ବିଶ୍ୱରେ ସୁଖ-ଶାନ୍ତି ହୋଇଥାଏ । ଏହିପରି ପର୍ଚ୍ଚା ସବୁ ଭାଷାରେ ଛପାଇବାକୁ ପଡିବ ।
ଭାରତ କେତେ ବଡ ଅଟେ । ତେଣୁ ପ୍ରତ୍ୟେକେ ଏହି କଥା ଜାଣିବା ଉଚିତ୍ - ଏପରି କେହି ଯେପରି କହିବେ
ନାହିଁ ଯେ ଆମେ ଜାଣି ହିଁ ପାରିଲୁ ନାହିଁ । ତୁମେ କହିବ ଆରେ, ଉଡାଜାହାଜରୁ ପର୍ଚ୍ଚା ପକାଇଲୁ,
ଖବରକାଗଜରେ ବାହାର କଲୁ, ତୁମେ ଜାଗ୍ରତ ହେଲ ନାହିଁ । ଏକଥା ମଧ୍ୟ ଦେଖାଇ ଦିଆଯାଇଛି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜ ଭିତରେ
ଯାହା କିଛି ବି ଖରାପ ଅଭ୍ୟାସ ରହିଛି - ସେଗୁଡିକୁ ଯାଞ୍ଚ କରି ବାହାର କରିବା ପାଇଁ ମେହନତ
କରିବାକୁ ହେବ । ନିଜର ସଚ୍ଚା ସଚ୍ଚା ଚାର୍ଟ ରଖିବାକୁ ହେବ । ବାବାଙ୍କ ନିର୍ଦ୍ଦେଶ ଅନୁସାରେ
ଚାଲିବାକୁ ପଡିବ ।
(୨) ଏଭଳି କୌଣସି କର୍ମ
କରିବା ଅନୁଚିତ୍, ଯାହା ଦ୍ୱାରା ବାବାଙ୍କର ନାମ ବଦନାମ ହେବ । ନିଜର ଉନ୍ନତି ବିଷୟରେ ଚିନ୍ତା
କରିବାକୁ ହେବ । ଟିକିଏ ବି କୁଦୃଷ୍ଟି ରଖିବାର ନାହିଁ ।
ବରଦାନ:-
ସ୍ଥୂଳରେ ବା
ସୂକ୍ଷ୍ମରେ ପ୍ରତ୍ୟେକ ଆଜ୍ଞାକୁ ପାଳନ କରୁଥିବା ସମ୍ପୂର୍ଣ୍ଣ ଆଜ୍ଞାକାରୀ ଭବ ।
ସ୍ଥୂଳ ଆଜ୍ଞାଗୁଡିକୁ
ପାଳନ କରିବାର ଶକ୍ତି ସେହି ପିଲାମାନଙ୍କ ଭିତରେ ଆସିପାରିବ ଯେଉଁମାନେ ସୂକ୍ଷ୍ମ ଆଜ୍ଞାଗୁଡିକୁ
ପାଳନ କରୁଥିବେ । ତେବେ ସୂକ୍ଷ୍ମ ଏବଂ ମୁଖ୍ୟ ଆଜ୍ଞା ହେଲା ନିରନ୍ତର ଯୋଗଯୁକ୍ତ ସ୍ଥିତିରେ ରହିବା
ସହିତ ମନ-ବଚନ-କର୍ମରେ ପବିତ୍ର ହେବା । ସଂକଳ୍ପରେ ମଧ୍ୟ ଅପବିତ୍ରତା ବା ଅଶୁଦ୍ଧତା ନଥିବ । ଯଦି
ସଂକଳ୍ପରେ ମଧ୍ୟ ପୁରୁଣା ଅଶୁଦ୍ଧ ସଂସ୍କାର ସ୍ପର୍ଶ କରୁଛି ତେବେ ସମ୍ପୂର୍ଣ୍ଣ ବୈଷ୍ଣବ ବା
ସମ୍ପୂର୍ଣ୍ଣ ପବିତ୍ର କୁହାଯିବ ନାହିଁ । ସେଥିପାଇଁ ଗୋଟିଏ ବି ଆଜ୍ଞା ମିଳି ନ ଥିବା ସଂକଳ୍ପ
ଚାଲିବା ଉଚିତ୍ ନୁହେଁ ତେବେ କୁହାଯିବ ସମ୍ପୂର୍ଣ୍ଣ ଆଜ୍ଞାକାରୀ ।
ସ୍ଲୋଗାନ:-
ବାବାଙ୍କୁ ଜାଣି
ଦିଲ୍ର ସହିତ ବାବା କହିବା ସବୁଠାରୁ ବଡ ବିଶେଷତା ଅଟେ ।
ଅବ୍ୟକ୍ତ ଈଶାରା:-
ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।
ନିଜର ସ୍ଥିତିକୁ ଏକରସ
କରିବା ପାଇଁ କର୍ମଯୋଗୀ ହୁଅ । କର୍ମଯୋଗୀ ସମ୍ମୁଖକୁ କିଏ କିପରି ବି ମନୋଭାବ ନେଇ ଆସୁ କିନ୍ତୁ
ସେ ସର୍ବଦା ସବୁଥିରୁ ନ୍ୟାରା ଏବଂ ପ୍ୟାରା ସ୍ଥିତିରେ ରହିବ । ଜ୍ଞାନ ଆଧାରରେ ଜାଣିପାରିବ ଯେ ଏହି
ଆତ୍ମାର ଏହିଭଳି ପାର୍ଟ ଚାଲିଛି । ସେ ଭଲକୁ ଭଲ ମନେ କରି, ସାକ୍ଷୀ ହୋଇ ଦେଖିବ ଏବଂ ଖରାପକୁ
ଦୟାଶୀଳ ହୋଇ ଦୟା ଦୃଷ୍ଟିରେ ଦେଖିବା ସହିତ ତା’କୁ ପରିବର୍ତ୍ତନ କରିବାର ଶୁଭଭାବନା ରଖି ସାକ୍ଷୀ
ହୋଇ ଦେଖିବ, ଏହା ହିଁ ହେଉଛି ଏକରସ ସ୍ଥିତି ନିର୍ମାଣ କରିବାର ଆଧାର ।