25.06.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଦୃଢ ନିଶ୍ଚୟ କର ଯେ ମୁଁ ଏକ ଆତ୍ମା, ନିଜକୁ ଆତ୍ମା ମନେ କରି ପ୍ରତ୍ୟେକ କର୍ମ ଆରମ୍ଭ କର ତେବେ ବାବା ମନେ ପଡିବେ, କୌଣସି ପାପ ହେବ ନାହିଁ ।”

ପ୍ରଶ୍ନ:-
କର୍ମାତୀତ ସ୍ଥିତିକୁ ପ୍ରାପ୍ତ କରିବା ପାଇଁ କେଉଁ ମେହନତ ସମସ୍ତଙ୍କୁ କରିବାକୁ ହେବ? କର୍ମାତୀତ ସ୍ଥିତିର ପାଖାପାଖି ଅବସ୍ଥାର ଚିହ୍ନ କ’ଣ?

ଉତ୍ତର:-
କର୍ମାତୀତ ହେବା ପାଇଁ ଯୋଗବଳ ଦ୍ୱାରା ନିଜର କର୍ମେନ୍ଦ୍ରିୟମାନଙ୍କୁ ଆୟତ୍ତରେ ରଖିବାର ମେହନତ କର । ଅଭ୍ୟାସ କର ଯେ ମୁଁ ନିରାକାର ଆତ୍ମା ନିରାକାର ବାବାଙ୍କର ସନ୍ତାନ । ନିଜର ସମସ୍ତ କର୍ମେନ୍ଦ୍ରିୟ ନିର୍ବିକାରୀ ହୋଇଯିବ - ଏହା ବହୁତ କଠିନ ପରିଶ୍ରମର କଥା । ଯେତେ ଯେତେ ତୁମେ କର୍ମାତୀତ ଅବସ୍ଥାର ନିକଟତମ ହେବାକୁ ଲାଗିବ ସେତେ ସେତେ ତୁମର ପ୍ରତ୍ୟେକ ଅଙ୍ଗ ଶୀତଳ ଏବଂ ସୁଗନ୍ଧିତ ହେବାକୁ ଲାଗିବ । ସେଥିରୁ ବିକାରୀ ଦୁର୍ଗନ୍ଧ ବାହାରିଯିବ । ଅତିନ୍ଦ୍ରୀୟ ସୁଖର ଅନୁଭବ ହେବାକୁ ଲାଗିବ ।

ଓମ୍ ଶାନ୍ତି ।
ଶିବ ଭଗବାନୁବାଚ । ଏ କଥା ପିଲାମାନଙ୍କୁ ବୁଝାଇବାକୁ ପଡିବ ନାହିଁ ଯେ ଏହା କାହା ପ୍ରତି । ପିଲାମାନେ ଜାଣୁଛନ୍ତି - ଶିବବାବା ଜ୍ଞାନର ସାଗର, ମନୁଷ୍ୟ ସୃଷ୍ଟିର ବୀଜ ରୂପ, ତେଣୁ ନିଶ୍ଚିତ ଭାବରେ ଆତ୍ମାମାନଙ୍କ ସହିତ ହିଁ କଥାବାର୍ତ୍ତା ହେଉଛନ୍ତି । ପିଲାମାନେ ଜାଣିଛନ୍ତି ଶିବବାବା ଆମକୁ ପାଠ ପଢାଉଛନ୍ତି । ବାବା ଶବ୍ଦରୁ ହିଁ ଜଣା ପଡିଯାଉଛି ଯେ ପରମାତ୍ମାଙ୍କୁ ହିଁ ବାବା କୁହାଯାଉଛି । ସୃଷ୍ଟିର ସମସ୍ତ ମନୁଷ୍ୟ ଆତ୍ମା ସେହି ପରମଆତ୍ମାଙ୍କୁ ପିତା ବୋଲି କହୁଛନ୍ତି । ବାବା ପରମଧାମରେ ରହୁଛନ୍ତି, ପ୍ରଥମେ-ପ୍ରଥମେ ଏହି କଥା ପକ୍କା କରିବାକୁ ହେବ । ନିଜକୁ ଆତ୍ମା ନିଶ୍ଚୟ କରିବାକୁ ହେବ ଏବଂ ଏହି କଥା ଉପରେ ନିଶ୍ଚୟ ପକ୍କା କରିବାକୁ ହେବ । ବାବା ଯାହା ଶୁଣାଉଛନ୍ତି, ତାହା ଆତ୍ମା ହିଁ ଧାରଣ କରିଥାଏ । ଯେଉଁ ଜ୍ଞାନ ପରମାତ୍ମାଙ୍କ ପାଖରେ ରହିଛି ତାହା ଆତ୍ମାମାନଙ୍କ ପାଖରେ ମଧ୍ୟ ରହିବା ଦରକାର । ଯାହାକୁ ଶୁଣି ମୁଖ ଦ୍ୱାରା ବର୍ଣ୍ଣନା କରିବାକୁ ପଡିଥାଏ, ତେବେ ଯାହା ବି ପାଠ ପଢିଥା’ନ୍ତି, ତାହା ଆତ୍ମା ହିଁ ପଢିଥାଏ । ଆତ୍ମା ଶରୀରରୁ ବାହାରି ଗଲେ ପାଠ ପଢିପାରିବ ନାହିଁ । ଆତ୍ମା ହିଁ ସଂସ୍କାର ନେଇ ଅନ୍ୟ ଶରୀରରେ ପ୍ରବେଶ କରିଥାଏ । ତେଣୁ ପ୍ରଥମେ ନିଜକୁ ପକ୍କା-ପକ୍କା ଆତ୍ମା ଭାବିବାକୁ ହେବ । ଏବେ ତୁମକୁ ଦେହ-ଅଭିମାନ ଛାଡିବାକୁ ପଡିବ । ଆତ୍ମା ହିଁ ଶୁଣିଥାଏ ଏବଂ ଧାରଣ କରିଥାଏ । ଆତ୍ମା ଶରୀରରେ ନ ଥିଲେ ଶରୀର ହଲଚଲ ମଧ୍ୟ ହୋଇପାରିବ ନାହିଁ । ଏବେ ତୁମମାନଙ୍କୁ ପକ୍କା-ପକ୍କା ନିଶ୍ଚୟ କରିବାକୁ ହେବ ଯେ - ପରମାତ୍ମା ଆମ ଆତ୍ମାମାନଙ୍କୁ ଜ୍ଞାନ ଦେଉଛନ୍ତି । ଆମେ ଆତ୍ମା ଶରୀର ଦ୍ୱାରା ଶୁଣୁଛୁ ଏବଂ ପରମାତ୍ମା ମଧ୍ୟ ଆମକୁ ଶରୀର ଦ୍ୱାରା ଶୁଣାଉଛନ୍ତି - ଏହି କଥାକୁ ବାରମ୍ବାର ଭୁଲିଯାଉଛନ୍ତି । କେବଳ ଦେହ ହିଁ ମନେପଡୁଛି । ଏ କଥା ମଧ୍ୟ ତୁମେ ଜାଣିଛ ଯେ ଭଲ ଅଥବା ଖରାପ ସଂସ୍କାର ଆତ୍ମାରେ ହିଁ ରହିଥାଏ । ମଦ ପିଇବା, ଖରାପ କଥା କହିବା ....ଏହା ମଧ୍ୟ ଆତ୍ମା କର୍ମେନ୍ଦ୍ରିୟ ଦ୍ୱାରା କରିଥାଏ । ଆତ୍ମା ହିଁ ଏହି କର୍ମେନ୍ଦ୍ରିୟ ଦ୍ୱାରା ଏତେ ସବୁ ଅଭିନୟ କରିଥାଏ । ତେଣୁ ପ୍ରଥମେ-ପ୍ରଥମେ ନିଶ୍ଚିତ ଆତ୍ମ-ଅଭିମାନୀ ହେବାକୁ ପଡିବ । ବାବା ଆତ୍ମାମାନଙ୍କୁ ପାଠ ପଢାଉଛନ୍ତି । ଆତ୍ମା ହିଁ ଏହି ଜ୍ଞାନକୁ ସାଥିରେ ନେଇଯିବ । ଯେପରି ସେଠାରେ (ପରମଧାମରେ) ପରମାତ୍ମା ଜ୍ଞାନ ସହିତ ରହୁଛନ୍ତି, ସେହିପରି ତୁମେ ଆତ୍ମାମାନେ ମଧ୍ୟ ଏହି ଜ୍ଞାନକୁ ସାଥିରେ ନେଇଯିବ । ବାବା କହୁଛନ୍ତି - ମୁଁ ତୁମମାନଙ୍କୁ ଏହି ଜ୍ଞାନ ସହିତ ନେଇଯାଉଛି, ପୁଣି ତୁମମାନଙ୍କୁ ଅଭିନୟ କରିବା ପାଇଁ ଆସିବାକୁ ପଡିବ, ତୁମର ପାର୍ଟ ହେଲା ନୂଆ ଦୁନିଆରେ ପ୍ରାରବ୍ଧ ଭୋଗ କରିବା । ସେଠାରେ ତୁମେମାନେ ଜ୍ଞାନକୁ ଭୁଲିଯିବ । ଏହିସବୁ କଥାକୁ ଭଲ ଭାବରେ ଧାରଣ କରିବାକୁ ହେବ । ପ୍ରଥମେ-ପ୍ରଥମେ ଏହା ଭଲ ଭାବରେ ପକ୍କା କରିବାକୁ ହେବ ଯେ, ମୁଁ ଆତ୍ମା ଅଟେ । ଅନେକ ଅଛନ୍ତି ଯେଉଁମାନେ କି ଏହି କଥାକୁ ଭୁଲିଯାଉଛନ୍ତି । ତେବେ ନିଜକୁ ବହୁତ ପରିଶ୍ରମ କରିବାକୁ ହେବ । ତୁମେମାନେ ବିଶ୍ୱର ମାଲିକ ହେବ, ତେବେ ପରିଶ୍ରମ ବିନା କ’ଣ ହୋଇପାରିବ । ବାରମ୍ବାର ଏହି କଥାକୁ ଭୁଲି ଯାଉଛନ୍ତି, କାହିଁକି ନା ଏହା ନୂଆ ପ୍ରକାରର ଜ୍ଞାନ । ଯେତେବେଳେ ନିଜକୁ ଆତ୍ମା ଭୁଲି ଦେହ-ଅଭିମାନରେ ଆସନ୍ତି ସେତେବେଳେ କିଛି ନା କିଛି ପାପ ହୋଇଥାଏ । ଦେହୀ-ଅଭିମାନୀ ହୋଇ ରହିଲେ କେବେ ବି ପାପ ହେବ ନାହିଁ, ବରଂ ପାପ କଟିଯିବ । ପୁଣି ଅଧାକଳ୍ପ କୌଣସି ପାପ ହେବ ନାହିଁ । ତେଣୁ ଏହି ନିଶ୍ଚୟ ପକ୍କା କରିବାକୁ ହେବ ଯେ ମୁଁ ଆତ୍ମା ପଢୁଛି, ଦେହ ନୁହେଁ । ଆଗରୁ ତୁମକୁ ଶରୀରଧାରୀ ମନୁଷ୍ୟମାନଙ୍କର ମତ ମିଳୁଥିଲା, ଏବେ ବାବା ତୁମକୁ ଶ୍ରୀମତ ଦେଉଛନ୍ତି । ଏହା ହେଉଛି ନୂଆ ଦୁନିଆ ପାଇଁ ବିଲ୍‌କୁଲ ନୂଆ ଜ୍ଞାନ । ଯାହା ଦ୍ୱାରା ତୁମେ ସମସ୍ତେ ନୂଆ ହୋଇଯିବ, ଏଥିରେ ଦ୍ୱନ୍ଦ୍ୱର କୌଣସି କଥା ହିଁ ନାହିଁ । ଅନେକ ଥର ତୁମେ ପୁରୁଣାରୁ ନୂଆ, ନୂଆରୁ ପୁରୁଣା ହୋଇ ଆସିଛ, ସେଥିପାଇଁ ଭଲ ଭାବରେ ପୁରୁଷାର୍ଥ କରିବାକୁ ହେବ ।

ଆମେ ଆତ୍ମା କର୍ମେନ୍ଦ୍ରିୟ ଦ୍ୱାରା ଏହି କାମ କରୁଛୁ । ଅଫିସ୍ ଆଦିରେ ମଧ୍ୟ ନିଜକୁ ଆତ୍ମା ମନେ କରି କର୍ମେନ୍ଦ୍ରିୟ ଦ୍ୱାରା କାମ କରିଲେ ଶିକ୍ଷାଦାତା ବାବା ନିଶ୍ଚିତ ଭାବରେ ମନେ ପଡିବେ । ତେବେ ଆତ୍ମା ହିଁ ବାବାଙ୍କୁ ମନେ ପକାଇଥାଏ । ଯଦିଓ ଆଗରୁ ମଧ୍ୟ କହୁଥିଲ ଯେ ଆମେ ଭଗବାନଙ୍କୁ ମନେ ପକାଉଛୁ । କିନ୍ତୁ ଶରୀରଧାରୀ ହୋଇ ନିରାକାରଙ୍କୁ ମନେ ପକାଉଥିଲ । ନିଜକୁ ନିରାକାର ଭାବି ନିରାକାରକୁ କେବେ ମନେପକାଉ ନ ଥିଲେ । ତେଣୁ ବର୍ତ୍ତମାନ ତୁମକୁ ନିଜକୁ ନିରାକାର ଆତ୍ମା ଭାବି ନିରାକାର ବାବାଙ୍କୁ ମନେ ପକାଇବାକୁ ହେବ । ଏହା ବହୁତ ବିଚାର ସାଗର ମନ୍ଥନ କରିବାର କଥା । ଯଦିଓ କେହି-କେହି ଲେଖୁଛନ୍ତି - ଆମେ ଦୁଇ ଘଣ୍ଟା ଯୋଗ କରିଲୁ । କେହି କହୁଛନ୍ତି ଆମେ ସବୁବେଳେ ଶିବବାବାଙ୍କୁ ମନେ ପକାଉଛୁ । କିନ୍ତୁ ସବୁବେଳେ କେହି ମନେ ପକାଇ ପାରିବେ ନାହିଁ । ଯଦି ସବୁବେଳେ ମନେ ପକାଇବେ ତେବେ ଆଗରୁ ହିଁ କର୍ମାତୀତ ଅବସ୍ଥା ହୋଇଯିବ । କର୍ମାତୀତ ଅବସ୍ଥା ତ ବହୁତ କଠିନ ପରିଶ୍ରମ ଦ୍ୱାରା ହିଁ ହୋଇଥାଏ । ଏହାଦ୍ୱାରା ସବୁ ବିକାରୀ କର୍ମେନ୍ଦ୍ରିୟ ବଶୀଭୂତ ହୋଇଯାଇଥାଏ । ସତ୍ୟଯୁଗରେ ସବୁ କର୍ମେନ୍ଦ୍ରିୟ ନିର୍ବିକାରୀ ହୋଇ ଅଙ୍ଗ-ଅଙ୍ଗ ସୁଗନ୍ଧିତ ହୋଇଯିବ । ଏବେ ଦୁର୍ଗନ୍ଧଯୁକ୍ତ ବିକାରୀ ଅଙ୍ଗ ହୋଇଯାଇଛି । ସତ୍ୟଯୁଗର ମହିମା ମଧ୍ୟ ବହୁତ ସୁନ୍ଦର, ସେଥିପାଇଁ ତାକୁ ସ୍ୱର୍ଗ, ନୂଆ ଦୁନିଆ, ବୈକୁଣ୍ଠ ବୋଲି କୁହାଯାଉଛି । ସେଠାକାର ଚେହେରା, ରାଜ ମୁକୁଟ ଆଦି ଏଠାରେ କେହି ତିଆରି କରିପାରିବେ ନାହିଁ । ଯଦିଓ ସାକ୍ଷାତକାରରେ ଦେଖି ଆସୁଛ କିନ୍ତୁ ଏଠାରେ କେହି ସେହିଭଳି ମୁକୁଟ ତିଆରି କରିପାରିବେ ନାହିଁ । ସେଠାରେ ତ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଥାଏ । ଏବେ ତୁମକୁ ବାବାଙ୍କର ସ୍ମୃତି ଦ୍ୱାରା ହିଁ ପବିତ୍ର ହେବାକୁ ପଡିବ । ତେଣୁ ଯୋଗର ଯାତ୍ରା ଭଲ ଭାବରେ କରିବାକୁ ହେବ, ସେଥିପାଇଁ ବହୁତ ମେହନତ କରିବାକୁ ପଡିବ । ଯୋଗ କରି କରି କର୍ମାତୀତ ଅବସ୍ଥା ହୋଇଗଲେ ସବୁ କର୍ମେନ୍ଦ୍ରିୟ ଶୀତଳ ହୋଇଯିବ । ଅଙ୍ଗ-ଅଙ୍ଗ ବହୁତ ସୁନ୍ଦର ସୁଗନ୍ଧିତ ହୋଇଯିବ । କୌଣସି ପ୍ରକାରର ଦୁର୍ଗନ୍ଧ ରହିବ ନାହିଁ । ଏବେ ତ ସବୁ କର୍ମେନ୍ଦ୍ରିୟରୁ ଦୁର୍ଗନ୍ଧ ଆସୁଛି । ଏହି ଶରୀର କୌଣସି କାମର ନୁହେଁ । ତୁମର ଆତ୍ମା ଏବେ ପବିତ୍ର ହେଉଛି, ଶରୀର ତ ହୋଇପାରିବ ନାହିଁ । ଶରୀର ସେତେବେଳେ ପବିତ୍ର ହେବ, ଯେତେବେଳେ ତୁମକୁ ନୂଆ ଶରୀର ମିଳିବ । ଅଙ୍ଗ-ଅଙ୍ଗ ସୁଗନ୍ଧିତ ହେବ - ଏହି ମହିମା ହେଉଛି କେବଳ ଦେବତାମାନଙ୍କର । ତୁମେମାନେ ବହୁତ ଖୁସି ହେବା ଉଚିତ୍ । ବାବା ଆସିଛନ୍ତି ତେଣୁ ଖୁସିର ପାରଦ ଚଢିଯିବା ଉଚିତ୍ ।

ବାବା କହୁଛନ୍ତି - ମୋତେ ମନେପକାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ । ଗୀତାରେ ଏହି ଶବ୍ଦ କେତେ ସ୍ପଷ୍ଟ ରୂପେ ରହିଛି । ବାବା କହିଛନ୍ତି - ଯେଉଁମାନେ ମୋର ଭକ୍ତ ଗୀତା ପାଠୀ ହୋଇଥିବେ ସେମାନେ କୃଷ୍ଣଙ୍କର ପୂଜାରୀ ନିଶ୍ଚିତ ହୋଇଥିବେ । ସେଥିପାଇଁ ବାବା କହୁଛନ୍ତି - ଦେବତାମାନଙ୍କର ପୂଜାରୀମାନଙ୍କୁ ଜ୍ଞାନ ଶୁଣାଅ । ମନୁଷ୍ୟମାନେ ଶିବଙ୍କର ପୂଜା କରୁଛନ୍ତି ପୁଣି ବି ସର୍ବବ୍ୟାପୀ ବୋଲି କହିଦେଉଛନ୍ତି । ଗ୍ଳାନୀ କରି ମଧ୍ୟ ପ୍ରତିଦିନ ମନ୍ଦିରକୁ ଯାଉଛନ୍ତି । ଶିବଙ୍କର ମନ୍ଦିରକୁ ଢେରକୁ ଢେର ଯାଉଛନ୍ତି । ବହୁତ ଉଚ୍ଚ ଶିଢି ମଧ୍ୟ ଚଢି ଯାଉଛନ୍ତି । କାହିଁକିନା ଶିବଙ୍କର ମନ୍ଦିର ଉଚ୍ଚରେ ତିଆରି କରାଯାଇଥାଏ । ଶିବବାବା ମଧ୍ୟ ଆସି ଶିଢି କଥା କହୁଛନ୍ତି । ତାଙ୍କର ନାମ, ଧାମ ସବୁ ଉଚ୍ଚ ଅଟେ । ତେଣୁ ମନୁଷ୍ୟମାନେ କେତେ ଉପରକୁ ଯାଉଛନ୍ତି । ବଦ୍ରିନାଥ, ଅମରନାଥରେ ଶିବଙ୍କର ମନ୍ଦିର ଅଛି । ବାବା ଏବେ ଆମକୁ ଉଚ୍ଚକୁ ଉଠାଉଛନ୍ତି ଅର୍ଥାତ୍ ଶ୍ରେଷ୍ଠ କରୁଛନ୍ତି ସେଥିପାଇଁ ତାଙ୍କର ମନ୍ଦିର ମଧ୍ୟ ବହୁତ ଉଚ୍ଚ ଉଚ୍ଚ ସ୍ଥାନମାନଙ୍କରେ ତିଆରି ହୋଇଛି । ଏଠାରେ ଗୁରୁ ଶିଖର ମନ୍ଦିର ମଧ୍ୟ ଉଚ୍ଚ ପାହାଡ ଉପରେ ତିଆରି କରିଛନ୍ତି । ସର୍ବୋଚ୍ଚ ବାବା ଆସି ତୁମକୁ ପାଠ ପଢାଉଛନ୍ତି । ଦୁନିଆରେ ଆଉ କେହି ଜାଣିନାହାଁନ୍ତି ଯେ ଶିବବାବା ଆସି ତୁମକୁ ପଢାଉଛନ୍ତି । ସେମାନେ ତ ସର୍ବବ୍ୟାପୀ ବୋଲି କହିଦେଉଛନ୍ତି । ଏବେ ତୁମ ସମ୍ମୁଖରେ ଲକ୍ଷ୍ୟ ଉଦ୍ଦେଶ୍ୟ ମଧ୍ୟ ରହିଛି । ବାବାଙ୍କ ବ୍ୟତୀତ ଆଉ କିଏ କହିବ ଯେ - ଏହା ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ ବୋଲି ରହିଛି । ଏକଥା କେବଳ ବାବା ହିଁ ତୁମକୁ କହୁଛନ୍ତି । ତୁମେମାନେ ସତ୍ୟନାରାୟଣଙ୍କର କଥା ମଧ୍ୟ ଶୁଣୁଛ । ଦୁନିଆରେ ତ ବିତିଯାଇଥିବା କଥା ଶୁଣାଉଛନ୍ତି ଯେ, ଆଗରୁ କ’ଣ-କ’ଣ ସବୁ ହୋଇଥିଲା । ଯାହାକୁ କାହାଣୀ ବୋଲି କୁହାଯାଇଥାଏ । କିନ୍ତୁ ଏହି ଉଚ୍ଚରୁ ଉଚ୍ଚ ବାବା ତୁମକୁ ସବୁଠାରୁ ବଡ କାହାଣୀ ଶୁଣାଉଛନ୍ତି । ଏହି କାହାଣୀ ତୁମକୁ ବହୁତ ବହୁତ ଉଚ୍ଚ କରାଇଥାଏ । ଏହିକଥା ସର୍ବଦା ମନେ ରଖି ପୁଣି ଅନ୍ୟମାନଙ୍କୁ ଶୁଣାଇବା ଉଚିତ୍ । କାହାଣୀ ଶୁଣାଇବା ପାଇଁ ହିଁ ତୁମେ ପ୍ରଦର୍ଶନୀ ବା ମିୟୁଜିୟମ ତିଆରି କରୁଛ । ୫ ହଜାର ବର୍ଷ ପୂର୍ବରୁ କେବଳ ଭାରତ ହିଁ ଥିଲା, ଯେଉଁଠାରେ ଦେବତାମାନେ ରାଜତ୍ୱ କରୁଥିଲେ । ଏହା ହେଲା ସତ୍ୟ-ସତ୍ୟ କାହାଣୀ, ଯାହାକୁ ଅନ୍ୟ କେହି କହିପାରିବେ ନାହିଁ । ଏହା ହିଁ ପ୍ରକୃତ କାହାଣୀ ଅଟେ । ଯାହାକୁ କି ଚୈତନ୍ୟ ବୃକ୍ଷପତି ବାବା ବସି ତୁମମାନଙ୍କୁ ଶୁଣାଉଛନ୍ତି ଏବଂ ଏହା ଦ୍ୱାରା ତୁମେ ଦେବତା ହେଉଛ । ଏଥିରେ ମୁଖ୍ୟ ହେଲା ପବିତ୍ରତା । ତୁମେ ପବିତ୍ର ନ ହେଲେ ଧାରଣା ମଧ୍ୟ ହେବ ନାହିଁ । ଯେପରି ସିଂହୀର କ୍ଷୀରକୁ ରଖିବା ପାଇଁ ସୁନାର ପାତ୍ର ଆବଶ୍ୟକ, ତେବେ ଯାଇ ଧାରଣା ହୋଇପାରିବ । ତେବେ ଏହି କାନ ମଧ୍ୟ ପାତ୍ର ସମାନ ଅଟେ ନା । ତେଣୁ ଏହା ସୁନାର ପାତ୍ର ହେବା ଦରକାର । ବର୍ତ୍ତମାନ ପଥରର ହୋଇଯାଇଛି । ଯେତେବେଳେ ଏହା ସୁନାର ପାତ୍ର ହେବ ସେତେବେଳେ ଯାଇ ଧାରଣା ହୋଇପାରିବ । ତେଣୁ ବହୁତ ଧ୍ୟାନର ସହିତ ଶୁଣି, ଧାରଣ କରିବାକୁ ହେବ । ଏହି କାହାଣୀ ତ’ ବହୁତ ସହଜ, ଯାହାକି ଗୀତାରେ ଲେଖାଯାଇଛି । ଏହି କାହାଣୀକୁ ଶୁଣାଇ ଗୀତାପାଠୀମାନେ ରୋଜଗାର କରୁଛନ୍ତି । ଶ୍ରୋତାଙ୍କଠାରୁ ତାଙ୍କର ରୋଜଗାର ହୋଇଯାଉଛି । ସେହିପରି ଏଠାରେ ତୁମର ମଧ୍ୟ ରୋଜଗାର ହେଉଛି । ଉଭୟ ରୋଜଗାର ଚାଲିଛି । ଉଭୟ ବ୍ୟାପାର ଅଟେ, ପାଠ ମଧ୍ୟ ପଢାଉଛନ୍ତି । କହୁଛନ୍ତି ମନମନାଭବ ପବିତ୍ର ରୁହ । ଏପରି ଆଉ କେହି କହୁନାହାଁନ୍ତି, ନା ସେମାନେ ମନମନାଭବ ହୋଇ ରହୁଛନ୍ତି । କେହି ବି ମନୁଷ୍ୟ ଏଠାରେ ପବିତ୍ର ରହିପାରିବେ ନାହିଁ, କାହିଁକିନା ଭ୍ରଷ୍ଟାଚାରରୁ ଜନ୍ମ ନେଉଛନ୍ତି । ଏହି ରାବଣ ରାଜ୍ୟ କଳିଯୁଗ ଶେଷ ପର୍ଯ୍ୟନ୍ତ ଚାଲିବ । ତୁମମାନଙ୍କୁ ପବିତ୍ର ମଧ୍ୟ ଏହିଠାରେ ହିଁ ହେବାକୁ ପଡିବ । ଦେବତାମାନଙ୍କୁ ହିଁ ପବିତ୍ର କୁହାଯାଇଥାଏ, ମନୁଷ୍ୟମାନଙ୍କୁ ନୁହେଁ । ସନ୍ନ୍ୟାସୀମାନେ ମଧ୍ୟ ମନୁଷ୍ୟ ଅଟନ୍ତି, ସେମାନଙ୍କର ହେଉଛି ନିବୃତ୍ତି ମାର୍ଗର ଧର୍ମ । ବାବା କହୁଛନ୍ତି - ମୋତେ ମନେପକାଇଲେ ତୁମେ ପବିତ୍ର ହୋଇଯିବ । ଭାରତରେ ପ୍ରବୃତ୍ତିମାର୍ଗର ରାଜ୍ୟ ହିଁ ଚାଲୁଥିଲା । ନିବୃତ୍ତିମାର୍ଗ ବାଲାଙ୍କ ସହିତ ତୁମର କୌଣସି ସମ୍ପର୍କ ନାହିଁ । ଏଠାରେ ତ ସ୍ତ୍ରୀ-ପୁରୁଷ ଉଭୟଙ୍କୁ ପବିତ୍ର ହେବାକୁ ପଡିବ । ଉଭୟ ଏହି ଜ୍ଞାନ ମାର୍ଗରେ ଚାଲିଲେ ଠିକ୍‌, ନଚେତ୍ ଝଗଡା ହୋଇଥାଏ । ପବିତ୍ରତା ପାଇଁ ହିଁ ଝଗଡା ହୋଇଥାଏ । ଅନ୍ୟ କୌଣସି ସତ୍‌ସଙ୍ଗରେ ପବିତ୍ରତା ପାଇଁ ଝଗଡା ହେଉଥିବ, ଏଭଳି କେବେ ଶୁଣି ନ ଥିବ । ଏଭଳି କେବଳ ଥରେ ମାତ୍ର ହୋଇଥାଏ ଯେବେକି ବାବା ଆସନ୍ତି । ସାଧୁ ସନ୍ଥମାନେ କଣ କେବେ କହିଥା’ନ୍ତି ଯେ, ଅବଳାମାନଙ୍କ ଉପରେ ଅତ୍ୟାଚାର ହେବ! ଏଠାରେ କନ୍ନ୍ୟାମାନେ ଡାକୁଛନ୍ତି ବାବା ଆମକୁ ବଞ୍ଚାଅ । ବାବା ମଧ୍ୟ ପଚାରୁଛନ୍ତି ତୁମେ ବିକାରୀ ହେଉ ନାହଁ ତ? କାହିଁକିନା କାମ ବିକାର ମହାଶତ୍ରୁ ଅଟେ ନା । ଏହା ଦ୍ୱାରା ଏକଦମ୍ ପତିତ ହୋଇଯାଉଛନ୍ତି । ଏହି କାମ ବିକାର ସମସ୍ତଙ୍କୁ ମୁଲ୍ୟହୀନ କରିଦେଇଛି । ବାବା କହୁଛନ୍ତି ୬୩ ଜନ୍ମ ତୁମେ ବେଶ୍ୟାଳୟରେ ରହୁଛ, ଏବେ ତୁମକୁ ପବିତ୍ର ହୋଇ ଶିବାଳୟକୁ ଯିବାକୁ ହେବ, ତେଣୁ ତୁମେ ଏହି ଗୋଟିଏ ଜନ୍ମ ପବିତ୍ର ରୁହ । ଶିବବାବାଙ୍କୁ ମନେ ପକାଅ ତେବେ ତୁମେମାନେ ଶିବାଳୟ ସ୍ୱର୍ଗକୁ ଚାଲିଯିବ । ତଥାପି ବି କାମ ବିକାର କେତେ ଶକ୍ତିଶାଳୀ । କେତେ ହଇରାଣ କରୁଛି, ପରସ୍ପର ପ୍ରତି ଆକର୍ଷିତ କରାଉଛି । ତେବେ ଏହି ଆକର୍ଷଣକୁ ସମାପ୍ତ କରିବାକୁ ହେବ । ଯେହେତୁ ଘରକୁ ଫେରିବାକୁ ହେବ, ତେଣୁ ପବିତ୍ର ମଧ୍ୟ ନିଶ୍ଚିତ ଭାବରେ ହେବାକୁ ପଡିବ । ଶିକ୍ଷକ କ’ଣ ସବୁବେଳେ ବସି ରହିବେ । ପାଠପଢା ଅଳ୍ପ ସମୟ ପାଇଁ ଚାଲିବ । ବାବା କହିଦେଇଛନ୍ତି, ଏହି ବ୍ରହ୍ମା ମୋର ରଥ ଅଟନ୍ତି ନା । ରଥର ଆୟୁଷ ମଧ୍ୟ କହୁଛନ୍ତି । ବାବା କହୁଛନ୍ତି - ମୁଁ ତ ସର୍ବଦା ଅମର, ମୋର ନାମ ମଧ୍ୟ ଅମରନାଥ ଅଟେ । ମୁଁ ପୁର୍ନଜନ୍ମ ନେଉନାହିଁ ତେଣୁ ଅମରନାଥ ବୋଲି କୁହାଯାଉଛି । ତୁମକୁ ମଧ୍ୟ ଅଧାକଳ୍ପ ପାଇଁ ଅମର କରିଦେଉଛି । କିନ୍ତୁ ତୁମେ ପୁର୍ନଜନ୍ମ ନେଉଛ । ଏବେ ତୁମକୁ ଉପରକୁ ଯିବାକୁ ହେବ । ତେଣୁ ମୁଖ ସ୍ୱର୍ଗ ଆଡକୁ, ପାଦ ନର୍କ ଆଡକୁ ରହିବା ଉଚିତ୍ । ପୁଣି ତୁମେ ନର୍କ ଆଡକୁ ମୁଖ କାହିଁକି କରୁଛ । କହୁଛନ୍ତି, ବାବା ଭୁଲ ହୋଇଗଲା, ମୁହଁ ଏପଟକୁ ହୋଇଗଲା, ତେବେ ଏହାର ଅର୍ଥ ଓଲଟା ହୋଇଯାଉଛନ୍ତି ।

ତୁମେ ବାବାଙ୍କୁ ଭୁଲି ଦେହ-ଅଭିମାନୀ ହୋଇଯାଉଛ ତେଣୁ ଓଲଟା ହୋଇଯାଉଛ । ବାବା ତୁମକୁ ସବୁ କିଛି ଜଣାଉଛନ୍ତି । ବାବାଙ୍କଠାରୁ କିଛି ବି ମାଗିବାର ନାହିଁ ଯେ ବଳ ଦିଅ, ଶକ୍ତି ଦିଅ । ବାବା ତ ଆମକୁ ରାସ୍ତା ଦେଖାଉଛନ୍ତି - ଯୋଗବଳ ଦ୍ୱାରା ହିଁ ଏହିଭଳି ହୋଇପାରିବ । ତୁମେ ଯୋଗବଳ ଦ୍ୱାରା ଏତେ ସାହୁକାର ହେଉଛ ଯେ, ୨୧ ଜନ୍ମ କେବେ କାହାଠାରୁ ମାଗିବାର ଆବଶ୍ୟକତା ପଡିବ ନାହିଁ । ଏତେ ସବୁ ତୁମେ ବାବାଙ୍କଠାରୁ ନେଉଛ । ତୁମେମାନେ ଜାଣୁଛ, ବାବା ଆମକୁ ଅସରନ୍ତି ରୋଜଗାର କରାଉଛନ୍ତି, କହୁଛନ୍ତି - ତୁମେ ଯାହା ଇଛା ତାହା ନିଅ । ଏହି ଲକ୍ଷ୍ମୀ-ନାରାୟଣ ସବୁଠାରୁ ଉଚ୍ଚ ଅଟନ୍ତି । ତୁମର ଯାହା ଇଛା ତାହା ନେଇ ପାରିବ । ଯଦି ଭଲ ଭାବରେ ନ ପଢିବ ତେବେ ପ୍ରଜାକୁ ଚାଲିଯିବ । ପ୍ରଜା ମଧ୍ୟ ନିଶ୍ଚିତ ତିଆରି କରିବାକୁ ହେବ । ଆଗକୁ ତୁମର ଢେର ମିୟୁଜିୟମ ହୋଇଯିବ, ତୁମକୁ ବଡ ବଡ ହଲ, କଲେଜ୍ ମିଳିବ, ଯେଉଁଠାରେ ତୁମେ ସେବା କରିବ । ବିବାହ ଆଦି କରିବା ପାଇଁ ଯେଉଁ ହଲ ତିଆରି କରୁଛନ୍ତି ତାହା ମଧ୍ୟ ତୁମକୁ ନିଶ୍ଚିତ ମିଳିବ । ତୁମେ ବୁଝାଇବ - ଶିବ ଭଗବାନଉବାଚ, ମୁଁ ତୁମକୁ ଏଭଳି ପବିତ୍ର କରୁଛି, ତେବେ ଏହାର ଟ୍ରଷ୍ଟିମାନେ ମଧ୍ୟ ତୁମକୁ ହଲ ଦେଇ ଦେବେ । କୁହ ଭଗବାନୁବାଚ - କାମ ମହାଶତ୍ରୁ ଅଟେ, ଯାହା ଦ୍ୱାରା ତୁମେ ଦୁଃଖ ପାଇଛ । ଏବେ ତୁମକୁ ପବିତ୍ର ହୋଇ ପବିତ୍ର ଦୁନିଆକୁ ଯିବାକୁ ହେବ । ତୁମକୁ ହଲ ମିଳି ଚାଲିବ । କିନ୍ତୁ ତୁମେ କହିବ ଠୁ ଲେଟ୍ (ବହୁତ ଡେରି ହୋଇଗଲା) । ବାବା କହୁଛନ୍ତି - ମୁଁ କ’ଣ ତୁମକୁ ଖାଲି ଏମିତି ନେଇଯିବି କି ଯେଉଁଥିପାଇଁ ମୋତେ ଭରଣା କରିବାକୁ ପଡିବ । ପିଲାମାନଙ୍କର ଗୋଟିଏ ଗୋଟିଏ ପଇସାରେ ତଲାବ (ପୋଖରୀ) ହେଉଛି । ବାକି ତ’ ସମସ୍ତଙ୍କର ମାଟିରେ ମିଶିଯିବ । ବାବା ସବୁଠାରୁ ବଡ ସର୍ରାଫ(ସୁନା, ରୂପାର ବ୍ୟବସାୟୀ) ଅଟନ୍ତି । ବାବା ସୁନାରୀ, ଧୋବି, କାରିଗର ମଧ୍ୟ ଅଟନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବା ଯେଉଁ ସଚ୍ଚା-ସଚ୍ଚା କାହାଣୀ ଶୁଣାଉଛନ୍ତି ସେଗୁଡିକୁ ଧ୍ୟାନ ପୂର୍ବକ ଶୁଣିବାକୁ ହେବ ଏବଂ ଧାରଣ କରିବାକୁ ହେବ, ବାବାଙ୍କୁ କିଛି ବି ମାଗିବାର ନାହିଁ । ୨୧ ଜନ୍ମ ପାଇଁ ନିଜର ରୋଜଗାର ଜମା କରିବାକୁ ହେବ ।

(୨) ଏବେ ଘରକୁ ଫେରି ଯିବାକୁ ହେବ, ସେଥିପାଇଁ ଯୋଗବଳ ଆଧାରରେ ଶରୀର ପ୍ରତି ଥିବା ଆକର୍ଷଣକୁ ସମାପ୍ତ କରିବାକୁ ହେବ । କର୍ମେନ୍ଦ୍ରିୟମାନଙ୍କୁ ଶୀତଳ କରିବାକୁ ହେବ । ଏହି ଦେହର ଅଭିମାନକୁ ତ୍ୟାଗ କରିବାର ପୁରୁଷାର୍ଥ କରିବାକୁ ହେବ ।

ବରଦାନ:-
ଗୋଟିଏ ସ୍ଥାନରେ ରହି ଅନେକ ଆତ୍ମାଙ୍କର ସେବା କରୁଥିବା ଲାଇଟ୍ ମାଇଟ୍ ସମ୍ପନ୍ନ ହୁଅ ।

ଲାଇଟ୍ ହାଉସ୍ ଅର୍ଥାତ୍ ବତୀଘର ଯେପରି ଗୋଟିଏ ସ୍ଥାନରେ ରହି ଦୂର ଦୁରାନ୍ତ ପର୍ଯ୍ୟନ୍ତ ସେବା କରିଥାଏ, ସେହିପରି ତୁମେମାନେ ମଧ୍ୟ ଗୋଟିଏ ସ୍ଥାନରେ ରହି ଅନେକ ଆତ୍ମାଙ୍କର ସେବା କରିବାର ନିମିତ୍ତ ହୋଇପାରିବ, ଏଥିପାଇଁ କେବଳ ଲାଇଟ୍‌-ମାଇଟ୍ ଅର୍ଥାତ୍ ଆଲୋକ ଏବଂ ଶକ୍ତିରେ ସମ୍ପନ୍ନ ହେବା ଆବଶ୍ୟକ । ମନ-ବୁଦ୍ଧି ସର୍ବଦା ବ୍ୟର୍ଥ ଚିନ୍ତନରୁ ମୁକ୍ତ ରହିବା ଦରକାର । ମନମନାଭବ ମନ୍ତ୍ରର ସହଜ ସ୍ୱରୂପ ମଧ୍ୟ ହେବା ଦରକାର । ମନର ବୃତ୍ତି ଶୁଭଭାବନା, ଶ୍ରେଷ୍ଠ କାମନା, ଶ୍ରେଷ୍ଠ ବୃତ୍ତି ଏବଂ ଶ୍ରେଷ୍ଠ ବିଚାର ତରଙ୍ଗରେ ସମ୍ପନ୍ନ ହେବା ଦରକାର । ତେବେ ଯାଇ ଏହି ସେବା ସହଜରେ କରିପାରିବ । ଏହା ହିଁ ହେଉଛି ମାନସିକ ସେବା ବା ସଂକଳ୍ପ ଦ୍ୱାରା ସେବା ।

ସ୍ଲୋଗାନ:-
ଏବେ ତୁମେ ବ୍ରାହ୍ମଣ ଆତ୍ମାମାନେ ମାଇଟ୍ ଅର୍ଥାତ୍ ଶକ୍ତି ସ୍ୱରୂପ ହୁଅ ଏବଂ ଅନ୍ୟ ଆତ୍ମାମାନଙ୍କୁ ମାଇକ୍ କର ।