25.07.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାଜୋଲୀ
ଖେଳ ଯାହାକି ପାଦ ସହିତ ମୁଣ୍ଡ ଲଗାଇ ଲେଉଟିବାର ଖେଳକୁ ମନେ ପକାଅ, ଏହି ଖେଳରେ ସାରା
ସୃଷ୍ଟିଚକ୍ରର, ବ୍ରହ୍ମା ଏବଂ ବ୍ରାହ୍ମଣମାନଙ୍କର ରହସ୍ୟ ସମାହିତ ହୋଇ ରହିଛି ।”
ପ୍ରଶ୍ନ:-
ସଂଗମଯୁଗରେ
ବାବାଙ୍କଠାରୁ କେଉଁ ସମ୍ପତ୍ତି ପ୍ରତ୍ୟେକ ସନ୍ତାନକୁ ପ୍ରାପ୍ତ ହେଉଛି?
ଉତ୍ତର:-
ଈଶ୍ୱରୀୟ ବୁଦ୍ଧି ରୂପକ ସମ୍ପତ୍ତି । ଈଶ୍ୱରଙ୍କ ଭିତରେ ଯେଉଁ ସବୁ ଗୁଣ ରହିଛି ତାହା ଆମକୁ
ଉତ୍ତରାଧିକାରୀ ସୂତ୍ରରେ ଦେଉଛନ୍ତି । ତେଣୁ ଆମର ବୁଦ୍ଧି ହୀରା ଭଳି ପାରସ ହୋଇଯାଉଛି । ଏବେ ଆମେ
ବ୍ରାହ୍ମଣ ହୋଇ ବାବାଙ୍କଠାରୁ ବହୁତ ବଡ ସମ୍ପତ୍ତି ନେଉଛୁ ଏବଂ ସର୍ବଗୁଣରେ ନିଜର ଅଣ୍ଟି ଭରୁଛୁ ।
ଓମ୍ ଶାନ୍ତି ।
ଆଜି ସତ୍ଗୁରୁ
ବାର, ବୃହସ୍ପତି ବାର । ଦିନମାନଙ୍କ ଭିତରେ ମଧ୍ୟ କେତେକ ଉତ୍ତମ ଦିନ ଥାଏ । ବୃହସ୍ପତିର ଦିନକୁ
ଉଚ୍ଚ ବୋଲି କହିଥା’ନ୍ତି ନା । ବୃହସ୍ପତି ଅର୍ଥାତ୍ ବୃକ୍ଷପତି ଦିନ, ଏହି ଦିନରେ ସ୍କୁଲ ବା
କଲେଜରେ ବିଦ୍ୟା ଆରମ୍ଭ କରିଥା’ନ୍ତି । ଏବେ ତୁମେମାନେ ଜାଣୁଛ ଯେ, ଏହି ମନୁଷ୍ୟ ସୃଷ୍ଟି ରୂପୀ
ବୃକ୍ଷର ବୀଜରୂପ ହେଉଛନ୍ତି ବାବା ଏବଂ ସିଏ ଅକାଳମୂରତ ଅଟନ୍ତି । ଅକାଳମୂରତ ବାବାଙ୍କର ଆମେ
ଅକାଳମୂରତ ସନ୍ତାନ, ଏହା କେତେ ସହଜ କଥା । କେବଳ ଯୋଗରେ ହିଁ ମୁସକିଲ୍ ରହିଛି । ଯୋଗ ଦ୍ୱାରା
ହିଁ ବିକର୍ମ ବିନାଶ ହୋଇଥାଏ । ତୁମେ ପତିତରୁ ପାବନ ମଧ୍ୟ ହେଉଛ । ବାବା ବୁଝାଉଛନ୍ତି ତୁମମାନଙ୍କ
ଉପରେ ଏବେ ଅବିନାଶୀ ବେହଦର ଦଶା ପଡିଛି । ଗୋଟିଏ ହଦର ଦଶା, ଅନ୍ୟଟି ହେଲା ବେହଦର ଦଶା । ବାବା
ହେଉଛନ୍ତି ବୃକ୍ଷପତି । ଏହି ସୃଷ୍ଟି ରୂପି କଳ୍ପବୃକ୍ଷରୁ ପ୍ରଥମେ ବ୍ରାହ୍ମଣ ବାହାରିଛନ୍ତି ।
ବାବା କହୁଛନ୍ତି - ମୁଁ ବୃକ୍ଷପତି ସତ-ଚିତ୍-ଆନନ୍ଦ ସ୍ୱରୂପ । ତାଙ୍କର ମହିମା ମଧ୍ୟ ଗାନ
କରୁଛନ୍ତି ଜ୍ଞାନର ସାଗର, ଶାନ୍ତିର ସାଗର ...। ତୁମେ ଜାଣିଛ ସତ୍ୟଯୁଗର ଦେବୀ-ଦେବତାମାନେ ସମସ୍ତେ
ଶାନ୍ତିର, ପବିତ୍ରତାର ସାଗର ଥିଲେ । ଭାରତ ସୁଖ-ଶାନ୍ତି-ପବିତ୍ରତାର ସାଗର ଥିଲା, ସାରା ବିଶ୍ୱରେ
ଶାନ୍ତି ଥିଲା ବୋଲି କୁହାଯାଇଛି । ତୁମେମାନେ ବ୍ରାହ୍ମଣ ଅଟ । ବାସ୍ତବରେ ତୁମେ ମଧ୍ୟ ଅକାଳମୂରତ
ଅଟ । ପ୍ରତ୍ୟେକ ଆତ୍ମା ନିଜର ସିଂହାସନ ଉପରେ ବିରାଜମାନ ରହିଛି । ଏହା ହେଲା ଚୈତନ୍ୟ ଅକାଳ ତଖତ୍
। ଭୃକୁଟୀ ମଧ୍ୟରେ ଅକାଳମୂରତ ଆତ୍ମା ବିରାଜମାନ କରିଛି, ଯାହାକୁ ତାରକା ବୋଲି ମଧ୍ୟ କୁହାଯାଉଛି
। ବୃକ୍ଷପତି ବୀଜରୂପଙ୍କୁ ଜ୍ଞାନର ସାଗର କହୁଛନ୍ତି, ତେଣୁ ନିଶ୍ଚିତ ଭାବରେ ତାଙ୍କୁ ଆସିବାକୁ
ପଡିବ । ପ୍ରଥମେ-ପ୍ରଥମେ ବ୍ରାହ୍ମଣ ଆବଶ୍ୟକ, ଯେଉଁମାନେ କି ପ୍ରଜାପିତା ବ୍ରହ୍ମାଙ୍କର ପୋଷ୍ୟ
ସନ୍ତାନ ତେବେ ମମ୍ମା ମଧ୍ୟ ରହିବା ଦରକାର । ତୁମମାନଙ୍କୁ ବହୁତ ଭଲ ଭାବରେ ବୁଝାଯାଉଛି । ଯେପରି
ବାଜୋଲି ଖେଳିଥାନ୍ତି ନା, ତା’ର ମଧ୍ୟ ଅର୍ଥ ବୁଝାଯାଇଛି । ଉପରେ ବୀଜରୂପ ଶିବବାବା ପୁଣି ବ୍ରହ୍ମା
ଅଛନ୍ତି । ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ ରଚନା କରାଯାଇଛି । ବର୍ତ୍ତମାନ ସମୟରେ ତୁମେ କହୁଛ ଆମେ
ବ୍ରାହ୍ମଣ ହିଁ ପୁଣି ଦେବତା ହେବୁ..... । ପୂର୍ବରୁ ଆମେ ଶୁଦ୍ରବୁଦ୍ଧି ଥିଲୁ । ଏବେ ପୁଣି ଥରେ
ବାବା ଆମକୁ ପୁରୁଷୋତ୍ତମ ବୁଦ୍ଧି କରୁଛନ୍ତି । ହୀରା ସମାନ ପାରସ ବୁଦ୍ଧି କରୁଛନ୍ତି । ଏହି
ବାଜୋଲୀ ଖେଳର ରହସ୍ୟକୁ ମଧ୍ୟ ବୁଝାଉଛନ୍ତି । ଏଠାରେ ଶିବବାବା ମଧ୍ୟ ଅଛନ୍ତି, ପ୍ରଜାପିତା
ବ୍ରହ୍ମା ଏବଂ ପୋଷ୍ୟ ସନ୍ତାନମାନେ ମଧ୍ୟ ସମ୍ମୁଖରେ ବସିଛନ୍ତି । ଏବେ ତୁମେମାନେ କେତେ ବିଶାଳ
ବୁଦ୍ଧିସମ୍ପନ୍ନ ହେଉଛ । ବ୍ରାହ୍ମଣମାନେ ହିଁ ପୁଣି ଦେବତା ହେବେ । ଏବେ ତୁମେ ଈଶ୍ୱରୀୟ ବୁଦ୍ଧି
ସମ୍ପନ୍ନ ହେଉଛ, ଈଶ୍ୱରଙ୍କ ପାଖରେ ଯେଉଁ ଗୁଣ ଅଛି ତାହା ତୁମକୁ ସମ୍ପତ୍ତି ଆକାରରେ ମିଳୁଛି ।
ବୁଝାଇବା ସମୟରେ ଏହି କଥାକୁ ଭୁଲିଯାଅ ନାହିଁ ଯେ, ବାବା ନମ୍ବରୱାନ ଜ୍ଞାନର ସାଗର, ତାଙ୍କୁ
ଜ୍ଞାନେଶ୍ୱର ବୋଲି ମଧ୍ୟ କୁହାଯାଉଛି । ସିଏ ଜ୍ଞାନ ଶୁଣାଇଲାବାଲା ଈଶ୍ୱର ଅଟନ୍ତି । ଜ୍ଞାନ
ଦ୍ୱାରା ହିଁ ସଦ୍ଗତି ହୋଇଥାଏ । ଜ୍ଞାନ ଏବଂ ଯୋଗ ଦ୍ୱାରା ହିଁ ବାବା ପତିତମାନଙ୍କୁ ପବିତ୍ର
କରୁଛନ୍ତି । ଭାରତର ପ୍ରାଚୀନ ରାଜଯୋଗ ବିଖ୍ୟାତ ଅଟେ । କାହିଁକି ନା ଏହା ଦ୍ୱାରା ହିଁ ଭାରତ
ଲୌହଯୁଗରୁ ସ୍ୱର୍ଣ୍ଣିମ ଯୁଗ ହୋଇଥିଲା । ଏକଥା ତ ବୁଝାଯାଇଛି ଯେ ଯୋଗ ଦୁଇ ପ୍ରକାରର - ହଠଯୋଗ ଏବଂ
ରାଜଯୋଗ । ହଠଯୋଗ ହଦ ଏବଂ ଏହା ରାଜଯୋଗ । ଦୁନିଆରେ ଥିବା ସନ୍ନ୍ୟାସୀମାନେ ହଦର ଅଟନ୍ତି ।
ତୁମେମାନେ ହେଉଛ ବେହଦର ସନ୍ନ୍ୟାସୀ । ସେମାନେ କେବଳ ଘର ଦ୍ୱାର ଛାଡିଥା’ନ୍ତି । ତୁମେ ତ ସାରା
ଦୁନିଆର ସନ୍ନ୍ୟାସ କରୁଛ । ଏବେ ତୁମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହୋଇଛ । ଏହା ତୁମର ଛୋଟ
ନୂଆ ବୃକ୍ଷ । ତୁମେମାନେ ଜାଣିଛ ଆମେ ପୁରୁଣାରୁ ନୂଆ ହେଉଛୁ । ବର୍ତ୍ତମାନ ଚାରା ଲାଗୁଛି ।
ବାସ୍ତବରେ ଆମେ ବାଜୋଲୀ ଖେଳୁଛୁ, ଆମେ ହିଁ ବ୍ରାହ୍ମଣ ପୁଣି ଆମେ ହିଁ ଦେବତା ହେଉଛୁ । “ଆମେ
ହିଁ” ଶବ୍ଦ ନିଶ୍ଚିତ ଭାବରେ ଲେଖିବାକୁ ହେବ । କେବଳ ଆମେ ବୋଲି ଲେଖ ନାହିଁ, ଆମେମାନେ ହିଁ
ଶୂଦ୍ର ଥିଲୁ, ପୁଣି ଆମେ ହିଁ ବ୍ରାହ୍ମଣ ହୋଇଛୁ .....ଏହି ବାଜୋଲୀ ଖେଳକୁ ବିଲକୁଲ ଭୁଲିବା ଉଚିତ୍
ନୁହେଁ । ଏହା ତ ବିଲକୁଲ୍ ସହଜ କଥା । ଛୋଟ ଛୋଟ ପିଲାମାନେ ମଧ୍ୟ ବୁଝାଇପାରିବେ, ଆମେ କିପରି ୮୪
ଜନ୍ମ ନେଉଛୁ , ସିଢିରେ କିପରି ତଳକୁ ଆସୁଛୁ ପୁଣି ବ୍ରାହ୍ମଣ ହୋଇ ଉପରକୁ ଚଢୁଛୁ ଅର୍ଥାତ୍
ବ୍ରାହ୍ମଣରୁ ଦେବତା ହେଉଛୁ ।
ବର୍ତ୍ତମାନ ତୁମେ ବ୍ରାହ୍ମଣ ହୋଇ ବହୁତ ଭାରୀ ମାତ୍ରାରେ ସମ୍ପତ୍ତିର ଅଧିକାରୀ ହେଉଛ । ନିଜର
ଭାଗ୍ୟ ରୂପୀ ଅଣ୍ଟି ଭରପୁର କରୁଛ । ଶଙ୍କରଙ୍କୁ ଜ୍ଞାନର ସାଗର କୁହାଯାଏ ନାହିଁ । ସିଏ କାହାର
ଭାଗ୍ୟ ରୂପୀ ଅଣ୍ଟି ଭରପୁର କରି ନ ଥା’ନ୍ତି । ଏହିଭଳି ଚିତ୍ର ତ କେବଳ ଚିତ୍ରକାରମାନେ ତିଆରି
କରିଦେଇଛନ୍ତି । ତେଣୁ ଏଠାରେ ଶଙ୍କରଙ୍କର କୌଣସି କଥା ନାହିଁ । ବିଷ୍ଣୁ ଏବଂ ବ୍ରହ୍ମା ଏଠାକାର
ଅଟନ୍ତି । ଲକ୍ଷ୍ମୀ-ନାରାୟଣଙ୍କର ଯୁଗଳ ରୂପ ଉପରେ ଦେଖାଇଛନ୍ତି । ଏହା ତାଙ୍କର (ବ୍ରହ୍ମାଙ୍କର)
ଅନ୍ତିମ ଜନ୍ମ ଅଟେ । ପ୍ରଥମେ-ପ୍ରଥମେ ଇଏ ବିଷ୍ଣୁ ଥିଲେ, ପୁଣି ୮୪ ଜନ୍ମ ପରେ ବ୍ରହ୍ମା ହୋଇଛନ୍ତି
। ବାବା କହୁଛନ୍ତି ଏହାଙ୍କର ନାମ ବ୍ରହ୍ମା ମୁଁ ରଖିଛି । ସମସ୍ତଙ୍କର ନାମ ବଦଳାଇ ଦେଇଛନ୍ତି
କାହିଁକିନା ସନ୍ନ୍ୟାସ କରିଛନ୍ତି ନା । ବାବା ବହୁତ ରମଣୀକ ନାମ ସବୁ ରଖିଛନ୍ତି । ତୁମେ ଜାଣୁଛ
ଏବଂ ଦେଖୁଛ ମଧ୍ୟ ବୃକ୍ଷପତି ବାବା ଏହି ରଥରେ ବସିଛନ୍ତି । ଏହି ଭ୍ରୃକୁଟୀ ରୂପୀ ସିଂହାସନ
ଶିବବାବାଙ୍କର ଏବଂ ବ୍ରହ୍ମାବାବାଙ୍କର ମଧ୍ୟ । ଏହି ସିଂହାସନକୁ ବାବା ଧାର ସୂତ୍ରରେ ନେଇଛନ୍ତି ।
ଶିବବାବାଙ୍କର ତ ନିଜର ସିଂହାସନ ନାହିଁ । କହୁଛନ୍ତି, ମୁଁ ଏହି ରଥରେ ବିରାଜମାନ ହୋଇ ନିଜର
ପରିଚୟ ଦେଉଛି । ମୁଁ ତୁମର ପିତା, ମୁଁ ଜନ୍ମ-ମରଣରେ ଆସୁ ନାହିଁ, ତୁମେମାନେ ଆସୁଛ । ଯଦି ମୁଁ
ମଧ୍ୟ ଜନ୍ମ-ମରଣର ଚକ୍ରରେ ଆସିବି ତେବେ ତୁମକୁ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ କିଏ କରିବ ? ପୁଣି
ସତ୍ତ୍ୱପ୍ରଧାନ କରିବାବାଲା ଦରକାର ନା, ସେଥିପାଇଁ ହିଁ ମୋର ଏହିଭଳି ଅଭିନୟ ରହିଛି । ମୋତେ ତୁମେ
ଡାକୁଛ ମଧ୍ୟ, ହେ ପତିତ-ପାବନ ଆସ । ନିରାକାର ଶିବବାବାଙ୍କୁ ଆତ୍ମାମାନେ ଡାକୁଛନ୍ତି, କାହିଁକିନା
ଆତ୍ମାମାନେ ଦୁଃଖୀ ହୋଇଯାଇଛନ୍ତି । ବିଶେଷ ଭାବରେ ଭାରତବାସୀ ଆତ୍ମାମାନେ ଡାକୁଛନ୍ତି ଯେ, ଆସି
ଆମ ପତିତମାନଙ୍କୁ ପବିତ୍ର କର । ସତ୍ୟଯୁଗରେ ତୁମେ ବହୁତ ପବିତ୍ର ସୁଖୀ ଥିଲ, ତେଣୁ ସେଠାରେ କେବେ
ବି ଡାକୁ ନ ଥିଲ । ତେବେ ବାବା କହୁଛନ୍ତି-ମୁଁ ତୁମକୁ ସୁଖୀ କରି ପୁଣି ବାନପ୍ରସ୍ଥରେ ବସିଯାଉଛି
। ସେଠାରେ ମୋର କୌଣସି ଆବଶ୍ୟକତା ନାହିଁ । ଭକ୍ତିମାର୍ଗରେ ମୋର ଅଭିନୟ ରହିଛି, ପୁଣି ମୋର ଅଭିନୟ
ଅଧାକଳ୍ପ ପର୍ଯ୍ୟନ୍ତ ରହିବ ନାହିଁ । ଏହା ତ ବିଲକୁଲ୍ ସହଜ କଥା । ଏଥିରେ କାହାର ହେଲେ ପଶ୍ନ
ଉଠିପାରିବ ନାହିଁ । ଗାୟନ ମଧ୍ୟ ରହିଛି ଦୁଃଖ ମେଁ ସିମରଣ ସବ୍ କରେ... । ସତ୍ୟ-ତ୍ରେତୟା ଯୁଗରେ
ଭକ୍ତି ରହିବ ନାହିଁ । ତାକୁ ଜ୍ଞାନମାର୍ଗ ବୋଲି ମଧ୍ୟ କୁହାଯାଇପାରିବ ନାହିଁ । ସଙ୍ଗମ ଯୁଗରେ
ହିଁ ଜ୍ଞାନ ମିଳୁଛି, ଯାହା ଦ୍ୱାରା ତୁମେ ୨୧ ଜନ୍ମର ପ୍ରାଲବ୍ଧ ପାଉଛ । ସମସ୍ତେ କ୍ରମାନୁସାରେ
ପାସ୍ ଏବଂ ଫେଲ୍ ହେଉଛନ୍ତି । ଏହିପରି ତୁମର ଯୁଦ୍ଧ ଚାଲିଛି । ତୁମେମାନେ ଦେଖୁଛ ଯେଉଁ ରଥରେ ବାବା
ବିରାଜମାନ ଅଛନ୍ତି, ସିଏ ତ ବିଜୟୀ ହୋଇ ଯାଉଛନ୍ତି ପୁଣି ଅନନ୍ୟ ପିଲାମାନେ ମଧ୍ୟ ବିଜୟୀ ହେଉଛନ୍ତି,
ଯେପରି କୁମାରକା ଏବଂ ଅନ୍ୟ ଦାଦୀମାନେ, ଏମାନେ ନିଶ୍ଚିତ ଭାବରେ ବିଜୟୀ ହେବେ । ଏମାନେ ଅନେକଙ୍କୁ
ନିଜ ସମାନ କରୁଛନ୍ତି । ତେଣୁ ପିଲାମାନେ ଏ କଥା ବୁଦ୍ଧିରେ ରଖିବା ଉଚିତ୍ ଯେ, ଏହା ମଧ୍ୟ ବାଜୋଲୀ
ଖେଳ । ଏ କଥା ଛୋଟ ପିଲାମାନେ ମଧ୍ୟ ବୁଝିପାରିବେ । ସେଥିପାଇଁ ବାବା କହୁଛନ୍ତି ଛୋଟ ପିଲାମାନଙ୍କୁ
ମଧ୍ୟ ଶିଖାଅ । ସେମାନଙ୍କର ମଧ୍ୟ ବାବାଙ୍କଠାରୁ ସମ୍ପତ୍ତି ନେବାର ଅଧିକାର ରହିଛି । ଏଠାରେ ଅଧିକ
କିଛି କଥା ତ ନାହିଁ । ଏହି ଜ୍ଞାନକୁ ଅଳ୍ପ ଜାଣିଲେ ମଧ୍ୟ ଜ୍ଞାନର ବିନାଶ ହୋଇନଥାଏ । ଏମାନେ
ସ୍ୱର୍ଗରେ ତ ନିଶ୍ଚିତ ଆସିବେ । ଯେପରି ଖ୍ରୀଷ୍ଟଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ଖ୍ରୀଷ୍ଟୟାନ
ଧର୍ମ କେତେ ବଡ । ଏହି ଦେବୀ-ଦେବତା ଧର୍ମ ସବୁଠାରୁ ପ୍ରଥମ ଏବଂ ବଡ ଧର୍ମ ଅଟେ । ଯାହାକି ଦୁଇ
ଯୁଗ ପର୍ଯ୍ୟନ୍ତ ଚାଲୁଛି ତେଣୁ ନିଶ୍ଚିତ ଭାବରେ ଏହାର ସଂଖ୍ୟା ମଧ୍ୟ ଅଧିକ ହେବା ଦରକାର । କିନ୍ତୁ
ସମସ୍ତେ ଏହାକୁ ହିନ୍ଦୁ ବୋଲି କହିଦେଉଛନ୍ତି । ଏ କଥା ମଧ୍ୟ କହୁଛନ୍ତି ଯେ, ୩୩ କୋଟି ଦେବତା
ରହିଛନ୍ତି । ପୁଣି ନିଜକୁ ହିନ୍ଦୁ ବୋଲି କାହିଁକି କହୁଛ ! ମାୟା ବୁଦ୍ଧିକୁ ବିଲକୁଲ ମାରି ଦେଇଛି,
ସେଥିପାଇଁ ଏହିଭଳି ଅବସ୍ଥା ହୋଇଯାଇଛି । ବାବା କହୁଛନ୍ତି ମାୟା ଉପରେ ବିଜୟୀ ହେବା କୌଣସି କଠିନ
କାମ ନୁହେଁ । ତୁମେମାନେ ପ୍ରତି କଳ୍ପରେ ବିଜୟ ପ୍ରାପ୍ତ କରୁଛ ତୁମେମାନେ ସେନା ଅଟ ନା । ତୁମକୁ
ବାବା ମିଳିଛନ୍ତି, ଏହି ବିକାର ରୂପୀ ରାବଣ ଉପରେ ବିଜୟ ପ୍ରାପ୍ତ କରିବା ପାଇଁ । ତୁମ ଉପରେ ଏବେ
ବୃହସ୍ପତିର ଦଶା ପଡିଛି । କେବଳ ଭାରତ ଉପରେ ହିଁ ଏହି ଦଶା ପଡିଥାଏ । ଏବେ ସମସ୍ତଙ୍କ ଉପରେ
ରାହୁର ଦଶା ପଡିଛି । ବୃକ୍ଷପତି ବାବା ଆସୁଛନ୍ତି ତେଣୁ ନିଶ୍ଚିତ ଭାବରେ ଭାରତ ଉପରେ ବୃହସ୍ପତିର
ଦଶା ପଡିବ ନା । ଏହି ଦଶାରେ ହିଁ ଅନ୍ୟ ସବୁକିଛି ସମାହିତ ହୋଇ ରହିଛି । ତୁମେମାନେ ଜାଣିଛ ଆମକୁ
ନିରୋଗୀ ଶରୀର ମିଳୁଛି, ସେଠାରେ ମୃତ୍ୟୁର ନାମ ରହିବ ନାହିଁ, କାହିଁକି ନା ତାହା ଅମରଲୋକ ନା ।
ଏପରି କୁହାଯିବ ନାହିଁ ଯେ ଅମୁକ ମରିଗଲା । ମରିବାର ନାମ ହିଁ ସେଠାରେ ରହିବ ନାହିଁ । ଗୋଟିଏ
ଶରୀର ଛାଡି ଅନ୍ୟ ଏକ ଶରୀର ନେବେ । ଶରୀର ନେବା ଏବଂ ଛାଡିବା ସମୟରେ ଖୁସିରେ ରହିବେ । ସେଠାରେ
ଦୁଃଖର ନାମ ମଧ୍ୟ ରହିବ ନାହିଁ । ତୁମ ଉପରେ ଏବେ ବୃହସ୍ପତିର ଦଶା ପଡିଛି । ସମସ୍ତଙ୍କ ଉପରେ ତ
ବୃହସ୍ପତିର ଦଶା ପଡିପାରିବ ନାହିଁ । ସ୍କୁଲରେ ମଧ୍ୟ କେହି ପାସ୍ ପୁଣି କେହି ଫେଲ୍ ମଧ୍ୟ
ହୋଇଥା’ନ୍ତି । ତେବେ ଏହା ମଧ୍ୟ ଏକ ପାଠଶାଳା, ତୁମେମାନେ କହୁଛ ଆମେ ରାଜଯୋଗ ଶିଖୁଛୁ, ଏହି
ରାଜଯୋଗର ଶିକ୍ଷା କିଏ ଦେଉଛନ୍ତି? ଅବିନାଶୀ ପିତା ପରମାତ୍ମା । ତେଣୁ କେତେ ଖୁସି ହେବା ଦରକାର,
ଏଥିରେ ଆଉ କିଛି କଥା ହିଁ ନାହିଁ । ମୁଖ୍ୟ କଥା ହେଲା ପତିତ୍ରତାର । ଲେଖା ମଧ୍ୟ ଯାଇଛି - ହେ
ପିଲାମାନେ! ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଛାଡି ମୋତେ ମନେ ପକାଅ । ଏହି ଶବ୍ଦ ଗୀତାରେ ମଧ୍ୟ
ରହିଛି । ବର୍ତ୍ତମାନ ସେହି ଗୀତାର ଅଧ୍ୟାୟ ଚାଲିଛି । ସେଥିରେ ମଧ୍ୟ ଅଗଡମ-ବଗଡମ କରିଦେଇଛନ୍ତି ।
ଅଟାରେ ଲୁଣର ମାତ୍ରା ଯେତିକି ସେତିକି ମାତ୍ରାରେ ସତ୍ୟତା ରହିଛି । ଏହି କଥା କେତେ ସହଜ, ଯାହାକି
ଛୋଟ ପିଲାମାନେ ମଧ୍ୟ ବୁଝିପାରିବେ । ତଥାପି ବି ଭୁଲିଯାଉଛନ୍ତି, କାହିଁକି? ଭକ୍ତିମାର୍ଗରେ ମଧ୍ୟ
କହୁଥିଲେ ବାବା ଆପଣ ଆସିଲେ ଆମେ ଆପଣଙ୍କର ହୋଇଯିବୁ । ଆମର ଦ୍ୱିତୀୟ କେହି ନାହାଁନ୍ତି । ଆମେ
ଆପଣଙ୍କର ହୋଇ ଆପଣଙ୍କଠାରୁ ସଂପୂର୍ଣ୍ଣ ସମ୍ପତ୍ତି ନେବୁ । ସମ୍ପତ୍ତି ନେବା ପାଇଁ ହିଁ ବାବାଙ୍କର
ହେଉଛନ୍ତି । ଯେପରି କେହି ପୋଷ୍ୟ ହେଲେ ସିଏ ଜାଣିଯାଆନ୍ତି ଯେ, ଆମକୁ ପିତାଙ୍କଠାରୁ କ’ଣ ମିଳିବ
। ତୁମେମାନେ ମଧ୍ୟ ପୋଷ୍ୟ ହୋଇଛ । ତେଣୁ ତୁମେମାନେ ମଧ୍ୟ ଜାଣିଛ, ଆମେ ବାବାଙ୍କଠାରୁ ବିଶ୍ୱର
ରାଜତ୍ୱ ଅବିନାଶୀ ସମ୍ପତ୍ତି ରୂପରେ ନେବୁ । ଅନ୍ୟ କାହା ପ୍ରତି ମମତା ରଖିବୁ ନାହିଁ । ଯଦିବି
କାହାର ଲୌକିକ ପିତା ଥିବେ, ତେବେ ତାଙ୍କ ପାଖରେ କେତେ ସମ୍ପତ୍ତି ଥିବ, ଅତି ବେଶୀରେ ଲକ୍ଷେ, ଦେଢ
ଲକ୍ଷ ଥିବ କିନ୍ତୁ ଏହି ଅବିନାଶୀ ବାବା ତୁମକୁ ଅବିନାଶୀ ସମ୍ପତ୍ତି ଦେଉଛନ୍ତି ।
ତୁମେମାନେ ଅଧାକଳ୍ପ ହେବ ମିଥ୍ୟା କାହାଣୀ ସବୁ ଶୁଣି ଆସିଛ । ଏବେ ବାବାଙ୍କଠାରୁ ତୁମେ ସତ୍ୟ କଥା
ଶୁଣୁଛ । ତେଣୁ ବାବାଙ୍କୁ ମନେ ପକାଇବା ଉଚିତ୍ । ତାଙ୍କଠାରୁ ଧ୍ୟାନର ସହିତ ଶୁଣିବା ଉଚିତ୍ ।
‘ହମ ସୋ’ର ଅର୍ଥକୁ ମଧ୍ୟ ବୁଝିବା ଦରକାର । ମନୁଷ୍ୟମାନେ ତ କହିଦେଉଛନ୍ତି ଆତ୍ମା ହିଁ ପରମାତ୍ମା
। ଏହି ୮୪ ଜନ୍ମର କାହାଣୀକୁ ତ କେହି ବି କହିପାରିବେ ନାହିଁ । ବାବାଙ୍କ ପାଇଁ କହୁଛନ୍ତି
କୁକୁର-ବିଲେଇ ସମସ୍ତଙ୍କ ଭିତରେ ଅଛନ୍ତି । ଏପରି କହି ବାବାଙ୍କର ଗ୍ଳାନି କରୁଛନ୍ତି ନା । ଏହା
ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି । ବାବା କାହାକୁ ଦୋଷ ଦେଉନାହାଁନ୍ତି । ଡ୍ରାମା ହିଁ ଏହିଭଳି
ରଚନା ହୋଇଛି । ତୁମକୁ ଯିଏ ଜ୍ଞାନ ଦ୍ୱାରା ଦେବତା କରୁଛନ୍ତି ତୁମେ ପୁଣି ତାଙ୍କୁ ଗାଳି ଦେବାରେ
ଲାଗି ପଡୁଛ । ଏହିଭଳି ତୁମେମାନେ ବାଜୋଲୀ ଖେଳୁଛ । ଡ୍ରାମା ହିଁ ଏହିଭଳି ରଚନା ହୋଇଛି । ମୁଁ
ପୁଣି ଆସି ତୁମ ଉପରେ ଉପକାର କରୁଛି । ବାବା କହୁଛନ୍ତି, ମୁଁ ଜାଣିଛି ଏଥିରେ ତୁମର କୌଣସି ଦୋଷ
ନାହିଁ । ଏ ସବୁ ହେଲା ଖେଳ । ଏହି କାହାଣୀ ମୁଁ ତୁମମାନଙ୍କୁ ବୁଝାଉଛି, ଏହା ହେଉଛି ସଚ୍ଚା-ସଚ୍ଚା
କଥା ଯାହା ଦ୍ୱାରା ତୁମେ ଦେବତା ହେଉଛ । ଭକ୍ତିମାର୍ଗରେ ପୁଣି ଢେର କାହାଣୀ ରଚନା କରି ଦେଇଛନ୍ତି,
କିନ୍ତୁ ସେଥିରେ କିଛି ବି ଲକ୍ଷ୍ୟ ଉଦ୍ଦେଶ୍ୟ ନାହିଁ । ସେସବୁ କେବଳ ପତିତ ହେବା ପାଇଁ । ବିନାଶୀ
ପାଠଶାଳାରେ ବିଦ୍ୟା ପାଠ ପଢୁଛନ୍ତି ପୁଣି ସେଥିରେ ଶରୀର ନିର୍ବାହର ଲକ୍ଷ୍ୟ ରହିଛି । ପଣ୍ଡିତ
ଲୋକମାନେ ନିଜର ଶରୀର ନିର୍ବାହ ପାଇଁ କଥା ସବୁ ଶୁଣାଇଥା’ନ୍ତି । ଲୋକମାନେ ତାଙ୍କ କଥା
ଶୁଣିଥା’ନ୍ତି ଏବଂ ତାଙ୍କ ସମ୍ମୁଖରେ ପଇସା ରଖିଥା’ନ୍ତି କିନ୍ତୁ ଏହା ଦ୍ୱାରା ପ୍ରାପ୍ତି କିଛି
ବି ହୋଇ ନ ଥାଏ । ତୁମକୁ ତ ଏବେ ଜ୍ଞାନ ରତ୍ନ ମିଳୁଛି, ଯାହାଦ୍ୱାରା ତୁମେମାନେ ନୂଆ ଦୁନିଆର
ମାଲିକ ହେଉଛ । ସେଠାରେ ତୁମକୁ ସବୁ ଜିନିଷ ନୂଆ ମିଳିବ । ନୂଆ ଦୁନିଆରେ ସବୁ କିଛି ନୂଆ ହେବ ।
ହୀରା ନୀଳା ଆଦି ସବୁ ନୂଆ ହେବ । ଏବେ ବାବା କହୁଛନ୍ତି, ଆଉ ସବୁ କଥା ଛାଡି ତୁମେ ବାଜୋଲୀକୁ (ଖେଳକୁ)
ମନେ ପକାଅ । ଫକୀରମାନେ ମଧ୍ୟ ବାଜୋଲୀ ଖେଳି ଖେଳି ତୀର୍ଥକୁ ଯାଇଥା’ନ୍ତି । କେହି-କେହି ପୁଣି
ପାଦରେ ଚାଲିକରି ମଧ୍ୟ ଯାଇଥା’ନ୍ତି । ଏବେ ତ ମୋଟର ଉଡାଜାହାଜ ଆଦି ବାହାରି ଗଲାଣି । ଗରୀବମାନେ
ତ ଏଥିରେ ଯାଇପାରିବେ ନାହିଁ । କେହି ବହୁତ ଶ୍ରଦ୍ଧାଳୁ ହୋଇଥିଲେ ପାଦରେ ମଧ୍ୟ ଚାଲିଚାଲି
ଯାଇଥା’ନ୍ତି । ଦିନକୁ ଦିନ ବିଜ୍ଞାନ ଦ୍ୱାରା ବହୁତ ସୁଖ ମିଳି ଚାଲିଛି । ଏହା ହେଉଛି କିଛି
କ୍ଷଣର ସୁଖ, ଯଦି ତଳକୁ ଖସିପଡିବେ ତେବେ କେତେ କ୍ଷତି ହୋଇଯିବ । ଏ ସବୁ ଜିନିଷରେ କ୍ଷଣସ୍ଥାୟୀ
ସୁଖ ହିଁ ରହିଛି । ବାକି ଅନ୍ତିମ ସମୟର କେବଳ ମୃତ୍ୟୁ ହିଁ ଭରି ହୋଇ ରହିଛି । ତାହା ହେଉଛି
ସାଇନ୍ସ, ତୁମ ପାଖରେ ସାଇଲେନ୍ସର ଶକ୍ତି ରହିଛି । ବାବାଙ୍କୁ ମନେ ପକାଇବା ଦ୍ୱାରା ସବୁ ରୋଗ
ସମାପ୍ତ ହୋଇଯିବ, ତୁମେ ନିରୋଗି ହୋଇଯିବ । ଏବେ ତୁମେ ଜାଣୁଛ ସତ୍ୟଯୁଗରେ ଆମେ ସଦା ସୁସ୍ଥ ଥିଲୁ
। ଏହି ୮୪ ଜନ୍ମର ଚକ୍ର ଘୂରି ଚାଲିଛି । ବାବା ଥରେ ମାତ୍ର ଆସି ବୁଝାଉଛନ୍ତି । ତୁମେ ମୋର ଗ୍ଳାନୀ
କରି ମୋତେ ଚାପୁଡା ମାରୁଛ । ଗ୍ଳାନୀ କରି-କରି ତୁମେ ଶୂଦ୍ରବୁଦ୍ଧି ହୋଇଯାଉଛ । ଶିଖ୍ ଲୋକମାନେ
ମଧ୍ୟ କହିଥା’ନ୍ତି ଜପିଲେ ସାହେବଙ୍କୁ ତେବେ ସୁଖ ମିଳିବ ଅର୍ଥାତ୍ ମନମନାଭବ । ବାକି ଅଧିକ ଚିନ୍ତା
କରିବାର ଆବଶ୍ୟକତା ନାହିଁ । ଏକଥା ମଧ୍ୟ ବାବା ଆସି ବୁଝାଉଛନ୍ତି, ଏବେ ତୁମେମାନେ ଜାଣୁଛ
ସାହେବଙ୍କୁ ମନେପକାଇବା ଦ୍ୱାରା ତୁମକୁ ୨୧ ଜନ୍ମର ସୁଖ ମିଳୁଛି । ସିଏ (ଗୁରୁନାନକ) ମଧ୍ୟ ଏହି
ରାସ୍ତା ବତାଉଛନ୍ତି କିନ୍ତୁ ପୁରା ଜାଣିନାହାଁନ୍ତି । ସ୍ମରଣ କରି-କରି ସୁଖ ପାଅ । ତୁମେମାନେ
ଜାଣିଛ, ବାସ୍ତବରେ ସତ୍ୟଯୁଗରେ ରୋଗ, ଦୁଃଖ ଇତ୍ୟାଦିର କୌଣସି କଥା ରହିବ ନାହିଁ । ଏହା ତ ସାଧାରଣ
କଥା । ତାକୁ ସତ୍ୟଯୁଗ ସ୍ୱର୍ଣ୍ଣିମ ଦୁନିଆ କୁହାଯାଉଛି, ଏହାକୁ କଳିଯୁଗ ଲୌହ ଦୁନିଆ କୁହାଯାଉଛି
। ଏହିଭଳି ସୃଷ୍ଟିର ଚକ୍ର ଘୂରି ଚାଲିଛି, ବାବା କେତେ ସୁନ୍ଦର ଭାବରେ ବୁଝାଉଛନ୍ତି । ବାଜୋଲି
ଖେଳ ଅଟେ ନା । ଏବେ ତୁମେ ବ୍ରାହ୍ମଣ ହୋଇଛ ପୁଣି ଦେବତା ହେବ । ଏହି କଥାକୁ ତୁମେମାନେ ଭୁଲିଯାଉଛ
। ବାଜୋଲି ମନେ ରହିଲେ ସାରା ଜ୍ଞାନ ମଧ୍ୟ ମନେ ରହିବ । ଏହିଭଳି ବାବାଙ୍କୁ ମନେ ପକାଇ ପକାଇ
ରାତ୍ରରେ ଶୋଇଯିବା ଉଚିତ୍ । ତଥାପି ବି କହୁଛନ୍ତି, ବାବା - ଭୁଲି ଯାଉଛୁ, ମାୟା ବାରମ୍ବାର
ଭୁଲାଇ ଦେଉଛି । ତୁମର ମାୟା ସହିତ ଲଢେଇ ହେଉଛି । ପୁଣି ଅଧାକଳ୍ପ ତୁମେ ତା’ ଉପରେ ରାଜତ୍ୱ କରୁଛ
। ବାବା ତ ସହଜ କଥା ବତାଉଛନ୍ତି । ତେଣୁ ଏହାର ନାମ ରଖାଯାଇଛି ସହଜ ଜ୍ଞାନ ଏବଂ ସହଜ ଯୋଗ । ତୁମେ
କେବଳ ବାବାଙ୍କୁ ମନେ ପକାଅ, ବାବା ଆଉ ତୁମକୁ କୌଣସି କଷ୍ଟ ଦେଉ ନାହାଁନ୍ତି । ଭକ୍ତିମାର୍ଗରେ
ତୁମେ ବହୁତ କଷ୍ଟ କରିଛ, ସାକ୍ଷତ୍କାର ପାଇଁ ଗଳା କାଟିବାକୁ ମଧ୍ୟ ପ୍ରସ୍ତୁତ ହୋଇଯାଆନ୍ତି ।
କାଶୀ କଲବଟ ଖାଇ ଥାଆନ୍ତି ଅର୍ଥାତ୍ କାଶୀରେ ଥିବା ତୀକ୍ଷଣ ଧାରଯୁକ୍ତ ଖଣ୍ଡା ଖଞ୍ଜା ହୋଇଥିବା
କୂଅରେ ଆତ୍ମାହୁତି ଦେଇଥା’ନ୍ତି । ସେମାନଙ୍କ ଭିତରୁ ଯେଉଁମାନେ ନିଶ୍ଚୟ ବୁଦ୍ଧି ହୋଇ କରିଥା’ନ୍ତି
ସେମାନଙ୍କର ବିକର୍ମ ବିନାଶ ହୋଇଯାଏ ଏବଂ ଜନ୍ମ ନେଲା ପରେ ପୁନର୍ବାର ନୂଆ ହିସାବ-କିତାବ ଆରମ୍ଭ
ହୋଇଯାଇଥାଏ । କିନ୍ତୁ ସେମାନେ ମୋ ପାଖକୁ ଆସି ନ ଥା’ନ୍ତି । ମୋତେ ମନେ ପକାଇବା ଦ୍ୱାରା ବିକର୍ମ
ବିନାଶ ହୁଏ ଜୀବଘାତ ଦ୍ୱାରା ନୁହେଁ ତାଦ୍ୱାରା ମୋ ପାଖକୁ କେହି ଆସନ୍ତି ନାହିଁ । ଏହା କେତେ ସହଜ
କଥା । ଏହି ବାଜୋଲୀ ବୃଦ୍ଧମାନଙ୍କର ମନେ ହେବା ଦରକାର ଏବଂ ପିଲାମାନଙ୍କର ମଧ୍ୟ ମନେ ରହିବା
ଦରକାର । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବୃକ୍ଷପତି
ବାବାଙ୍କଠାରୁ ସୁଖ-ଶାନ୍ତି-ପବିତ୍ରତା ରୂପକ ସମ୍ପତ୍ତି ନେବା ପାଇଁ ନିଜକୁ ଅକାଳମୂରତ ଆତ୍ମା ମନେ
କରି ବାବାଙ୍କୁ ମନେ ପକାଇବାକୁ ହେବ । ଈଶ୍ୱରୀୟ ବୁଦ୍ଧି ଧାରଣ କରିବାକୁ ହେବ ।
(୨) ବାବାଙ୍କଠାରୁ ସତ୍ୟ
ଜ୍ଞାନ ଶୁଣି ଅନ୍ୟମାନଙ୍କୁ ଶୁଣାଇବାକୁ ହେବ । ମାୟାଜିତ୍ ହେବା ପାଇଁ ସମସ୍ତଙ୍କୁ ନିଜ ସମାନ
କରିବାର ସେବା କରିବାକୁ ହେବ, ବୁଦ୍ଧିରେ ରହୁ ଯେ ଆମେ କଳ୍ପ କଳ୍ପର ବିଜୟୀ ଆତ୍ମା, ବାବା ଆମ
ସାଥୀରେ ଅଛନ୍ତି ।
ବରଦାନ:-
ନିର୍ବଳରୁ
ବଳବାନ୍ ହୋଇ ଅସମ୍ଭବକୁ ସମ୍ଭବ କରୁଥିବା ହିମ୍ମତ ବାନ୍ ଆତ୍ମା ଭବ ।
“ହିମ୍ମତେ ବଚ୍ଚେ, ମଦଦେ
ବାପ” ଏହି ବରଦାନ ଆଧାରରେ ତୁମେମାନେ ସାହସର ସହିତ ପ୍ରଥମ ଦୃଢ ସଂକଳ୍ପ କରିଛ ଯେ ମୋତେ ପବିତ୍ର
ହେବାକୁ ହିଁ ପଡିବ ଏବଂ ବାବା ମଧ୍ୟ ପଦ୍ମଗୁଣା ସହଯୋଗ ଦେଇ କହିଲେ ଯେ ତୁମେ ଆତ୍ମାମାନେ
ଅନାଦି-ଆଦି ପବିତ୍ର ଆତ୍ମା ଅଟ, ଅନେକ ଥର ପବିତ୍ର ହୋଇଛ ଏବଂ ଆଗକୁ ମଧ୍ୟ ହେବ । ଏହିଭଳି ଅନେକ
ଥରର ସ୍ମୃତି ଦ୍ୱାରା ସମର୍ଥ ହୋଇଯାଇଛ । ନିର୍ବଳରୁ ଏତେ ବଳବାନ ହୋଇଯାଇଛୁ ଯାହାକି ଚାଲେଞ୍ଚ
ମଧ୍ୟ କରୁଛ ଯେ ଆମେ ବିଶ୍ୱକୁ ମଧ୍ୟ ପବିତ୍ର କରି ଦେଖାଇବୁ । ଯାହାକୁ ଋଷି, ମୁନି ଇତ୍ୟାଦି ମହାନ
ଆତ୍ମାମାନେ ଭାବୁଥିଲେ ଯେ ଘର ଗୃହସ୍ଥରେ ରହି ପବିତ୍ର ରହିବା କଷ୍ଟକର ଅଟେ, ତା’କୁ ତୁମେମାନେ ଅତି
ସହଜ ବୋଲି କହୁଛ ।
ସ୍ଲୋଗାନ:-
ଦୃଢ ସଂକଳ୍ପ
କରିବାକୁ ହିଁ ବ୍ରତ କୁହାଯାଏ, ସଚ୍ଚା ଭକ୍ତ କେବେହେଲେ ବ୍ରତକୁ ଖଣ୍ଡନ କରନ୍ତି ନାହିଁ ।