25.07.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେ ଏଠାକୁ ଆସିଛ ନିଜ ସହିତ ସାରା ଦୁନିଆର କାୟା-କଳ୍ପତରୁ (ସତ୍ତ୍ୱପ୍ରଧାନ) କରିବା ପାଇଁ, ୟାଦ କରିଲେ ହିଁ କାୟା-କଳ୍ପତରୁ ହେବ ।”

ପ୍ରଶ୍ନ:-
ନର୍କବାସୀରୁ ସ୍ୱର୍ଗବାସୀ ହେବାର ବିଧି କ’ଣ? ଏବେ ତୁମମାନଙ୍କୁ ଜୀବଦାନ କିପରି ମିଳୁଛି?

ଉତ୍ତର:-
ନର୍କବାସୀରୁ ସ୍ୱର୍ଗବାସୀ ହେବା ପାଇଁ ନିଶ୍ଚିତ ମରିବାକୁ ପଡ଼ିବ । ବାବା କହୁଛନ୍ତି ମୁଁ ଆସିଛି ତୁମ ସମସ୍ତଙ୍କୁ ମୃତ୍ୟୁ ଦେବା ପାଇଁ । ତୁମର ଏହି ଦେହକୁ ସମାପ୍ତି କରାଇ ବାକି ଆତ୍ମାମାନଙ୍କୁ ନେଇଯିବି । ଏହା ହିଁ ସଚ୍ଚା ଜୀବଦାନ ଅଟେ । ସେଥିପାଇଁ ଏହି ମହାଭାରତ ଲଢେଇ ହେବାକୁ ଯାଉଛି । ଯେଉଁଥିରେ ସମସ୍ତଙ୍କର ବିନାଶ ହେବ । ପୁଣି ଆତ୍ମାମାନେ ପବିତ୍ର ହୋଇ ଘରକୁ ଫେରିଯିବେ । ପୁଣି ସ୍ୱର୍ଗରେ ଆସିବେ ।

ଗୀତ:-
ମାତା ଓ ମାତା...

ଓମ୍ ଶାନ୍ତି ।
ମିଠା-ମିଠା ଆତ୍ମିକ ସନ୍ତାନମାନେ ଗୀତ ଶୁଣିଲେ । ଜଗତଅମ୍ବାଙ୍କର ମହିମା ଶୁଣିଲେ । ଏହି ଭାରତରେ ହିଁ ଜଗତଅମ୍ବାଙ୍କର ମହିମାର ଗାୟନ କରାଯାଇଥାଏ । ଜଗତଅମ୍ବା ଅଛନ୍ତି, ତେବେ ଜଗତପିତା ମଧ୍ୟ ନିଶ୍ଚୟ ଥିବେ । ଜଗତଅମ୍ବା ସରସ୍ୱତୀଙ୍କୁ ହିଁ କହୁଛନ୍ତି । ବାସ୍ତବରେ ତାଙ୍କର ନାମ ଗୋଟିଏ ହେବା ଦରକାର । ତୁମର ମଧ୍ୟ ଗୋଟିଏ ନାମ ରହିଛି ନା । ୨-୩ ଟି ନାମ ନାହିଁ । ଜଗତଅମ୍ବାଙ୍କୁ ବାସ୍ତବରେ ସାକାର ରୂପରେ ଦେଖାଉଛନ୍ତି । ସେ ଶରୀରଧାରୀ ଅଟନ୍ତି । ଜଗତପିତା ମଧ୍ୟ ଅଛନ୍ତି, ଯାହାଙ୍କୁ ପ୍ରଜାପିତା କୁହାଯାଉଛି । ଯେପରି ଇଏ ସାରା ଜଗତର ଅମ୍ବା, ସେହିପରି ସେ ସାରା ଜଗତର ପିତା ଅଟନ୍ତି । ଉଭୟ ନିଶ୍ଚୟ ଏହିଠାରେ ହିଁ ଅଛନ୍ତି । ଉଭୟଙ୍କର ନାମ ମଧ୍ୟ ଶୁଣାଇଛି । ଉଭୟ ହେଉଛନ୍ତି ପ୍ରଜାପିତା ଏବଂ ପ୍ରଜାମାତା । ଆଉ ଅନ୍ୟ ଏକ ଜଗତ ପିତା ହେଲେ ନିରାକାର ଶିବବାବା । ଯିଏକି ସମସ୍ତଙ୍କର ପିତା ଅଟନ୍ତି, ତାଙ୍କର ନାମ ହେଲା ପରମପିତା ପରମଆତ୍ମା ଶିବ । କେବଳ ଈଶ୍ୱର ଅଥବା ପରମାତ୍ମା କହିବାର ନାହିଁ । ତାଙ୍କର ନାମ ରୂପ ମଧ୍ୟ ଅଛି ନା, ତାଙ୍କୁ ଈଶ୍ୱର ପିତା କୁହାଯାଉଛି । ଜଣେ ହେଲେ ଆତ୍ମାମାନଙ୍କର ପିତା, ଅନ୍ୟ ଜଣେ ହେଉଛନ୍ତି ସାକାରୀ ମନୁଷ୍ୟ ଆତ୍ମାମାନଙ୍କର ପିତା ଏବଂ ମାତା (ବ୍ରହ୍ମାବାବା ଏବଂ ମମ୍ମା) । ଶିବ ହେଉଛନ୍ତି ଆତ୍ମାମାନଙ୍କର ପିତା । ଆତ୍ମା କହୁଛି ସେ ଆମର ପିତା ଅଟନ୍ତି । ପୁଣି ଆତ୍ମାକୁ ଏହି ସାକାର ଶରୀର ମିଳିଥିବାରୁ କହୁଛନ୍ତି ବ୍ରହ୍ମାବାବା, ତେଣୁ ଦୁଇଜଣ ପିତା ହୋଇଗଲେ । ଜଣେ ଶିବବାବା, ଅନ୍ୟ ଜଣେ ପ୍ରଜାପିତା ବ୍ରହ୍ମା । ଶିବବାବାଙ୍କର ସନ୍ତାନ ହେଲେ ବ୍ରହ୍ମା । ଜଣେ ନିରାକାର ପିତା ଅନ୍ୟ ଜଣେ ସାକାରୀ ପିତା । ନିରାକାର ପିତାଙ୍କୁ ପତିତପାବନ କୁହାଯାଉଛି । ବ୍ରହ୍ମା ଅଥବା ସରସ୍ୱତୀଙ୍କୁ ପତିତପାବନ କୁହାଯାଏ ନାହିଁ । ପତିତପାବନ ତ ଜଣେ ଅଟନ୍ତି, ଇଏ ତ ଦୁଇଜଣ ହୋଇଗଲେ । ସମସ୍ତେ ଡ଼ାକୁଛନ୍ତି - ପତିତପାବନ ଆସ, ତେଣୁ ଦୁଇଜଣ ପିତା ହୋଇଗଲେ । ଶିବବାବା ହେଲେ ରଚୟିତା । ସେ ନୂଆ ଦୁନିଆ ରଚନା କରୁଛନ୍ତି । ତେଣୁ ପ୍ରଥମେ ବ୍ରହ୍ମାଙ୍କୁ ନିଶ୍ଚୟ ରଚନା କରିବେ । ବିଷ୍ଣୁ ଏବଂ ଶଙ୍କରଙ୍କୁ କେବେ ପ୍ରଜାପିତା କୁହାଯିବ ନାହିଁ । ବ୍ରହ୍ମାଙ୍କୁ ହିଁ ପ୍ରଜାପିତା କୁହାଯାଏ । ଶିବବାବା ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ଆମକୁ ପୋଷ୍ୟ ସନ୍ତାନ କରୁଛନ୍ତି । କହୁଛୁ ଆମେ ଶିବବାବାଙ୍କର ସନ୍ତାନ ଅଟୁ । ଶିବବାବା ଏହାଙ୍କ ଶରୀରରେ ପ୍ରବେଶ କରି ପୋଷ୍ୟ କରିଛନ୍ତି । ସେ ହିଁ ଆତ୍ମାମାନଙ୍କୁ ପବିତ୍ର କରୁଛନ୍ତି । ଆତ୍ମା ହିଁ ପତିତ ହୋଇଯାଇଛି । ଏହି କାରଣରୁ ଶରୀର ମଧ୍ୟ ପତିତ ମିଳିଛି । ସୁନାରେ ଚାନ୍ଦି, ତମ୍ବା, ଲୁହାର ଖାଦ ମିଶାଇଥାନ୍ତି । ତେବେ ଆତ୍ମାରେ ମଧ୍ୟ ଖାଦ ମିଶୁଛି । ଅସଲରେ ଆତ୍ମା ପବିତ୍ର ମୁକ୍ତିଧାମରେ ରହିଥାଏ, ଯେଉଁଠାରେ ଶିବବାବା ମଧ୍ୟ ରହୁଛନ୍ତି । ଶିବବାବା ଏବଂ ପ୍ରଜାପିତା ବ୍ରହ୍ମା - ଜଣଙ୍କୁ ବାବା, ଜଣଙ୍କୁ ଦାଦା କହୁଛନ୍ତି । ଏକଥା ତୁମେ ଜାଣିଛ ଯେ ସବୁ ମନୁଷ୍ୟମାନେ ଶିବଙ୍କର ସନ୍ତାନ ଅଟନ୍ତି । ଶିବବଂଶୀ ପୁଣି ବ୍ରହ୍ମାକୁମାର କୁମାରୀମାନେ । ଶିବବାବା ଏବଂ ଦାଦା ଏକତ୍ର ଅଛନ୍ତି । ଶିବବାବା ଏହାଙ୍କ ଶରୀରରେ ବିରାଜମାନ ହୋଇ ଆମକୁ ବ୍ରାହ୍ମଣ କରାଇ ରାଜଯୋଗ ଶିଖାଉଛନ୍ତି, ମନୁଷ୍ୟରୁ ଦେବତା କରାଇବା ପାଇଁ । ଦେବତାମାନେ ସତ୍ୟଯୁଗରେ ରହିଥାନ୍ତି । ଦେବତାମାନଙ୍କୁ ପତିତ-ପାବନ, ଜ୍ଞାନର ସାଗର କୁହାଯାଏ ନାହିଁ । ତାଙ୍କୁ ବାବା ମଧ୍ୟ କୁହାଯାଇ ପାରିବ ନାହିଁ । ଏବେ ତୁମେ ବିଷ୍ଣୁପୁରୀର ମାଲିକ ହେଉଛ । ବିଷ୍ଣୁଙ୍କର ଦୁଇରୂପ ଲକ୍ଷ୍ମୀ-ନାରାୟଣ ଅଟନ୍ତି, ଏକଥା ମନୁଷ୍ୟମାନେ ଜାଣିନାହାଁନ୍ତି । ଯେଉଁମାନେ ଭକ୍ତି କରୁଛନ୍ତି ତାଙ୍କର ନିଶ୍ଚୟ ଦୁଇ ଜଣ ପିତା ଥାଆନ୍ତି । ସତ୍ୟଯୁଗରେ ଜଣେ ପିତା ହେବେ । ସେଠାରେ ଏପରି କହିବେ ନାହିଁ ଯେ ହେ ପରମପିତା ପରମାତ୍ମା, ଦୁଃଖହର୍ତ୍ତା ସୁଖଦାତା ଆସ । ସେଠାରେ ତ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା । ସେମାନେ କେବେ ହେ ଈଶ୍ୱର ପିତା, ମୁକ୍ତିଦାତା କହିବେ ନାହିଁ । ସେଠାରେ କେହି ପତିତ ଦୁଃଖୀ ହେବେ ନାହିଁ ଯେଉଁଥିପାଇଁ ପତିତପାବନଙ୍କୁ ଡ଼ାକିବାକୁ ପଡିବ । ତୁମେ ଜାଣିଛ ଭାରତରେ ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା । ପଛରେ ପୁଣି ୧୨୫୦ ବର୍ଷ ପରେ ରାମ-ସୀତାଙ୍କର ରାଜ୍ୟ ହେଉଛି । ବାବା ସିଦ୍ଧ କରି ବତାଉଛନ୍ତି ସତ୍ୟଯୁଗ ତ୍ରେତାଯୁଗରେ ତୁମେ ୨୧ ଜନ୍ମ ନେଇଛ । ବ୍ରାହ୍ମଣ, ଦେବତା, କ୍ଷତ୍ରିୟ ... ସମସ୍ତେ ଭାରତରେ ହିଁ ହୁଅନ୍ତି । ବାବା ଆସି ପୁରୁଣା ଦୁନିଆକୁ ନୂଆ କରୁଛନ୍ତି । ରିଜ୍ୟୁବନେଟ୍ (ନବକଳେବର) କରାଉଛନ୍ତି । କାୟା-କଳ୍ପତରୁ କରୁଛନ୍ତି, ଅମର କରୁଛନ୍ତି । ତୁମମାନଙ୍କୁ ବାବା ଆସି ଅମର ଲୋକର ମାଲିକ କରାଉଛନ୍ତି । ଯେତେବେଳେ ଭାରତ ଅମର ଲୋକ ଥିଲା, ସେତେବେଳେ ଦେବତାମାନଙ୍କର ରାଜ୍ୟ ଥିଲା ପୁଣି ସିଢିରେ ତଳକୁ ତଳକୁ ଖସି ଖସି ଏବେ ମୃତ୍ୟୁଲୋକର ମାଲିକ ହୋଇଛନ୍ତି । କହୁଛନ୍ତି ନା - ଆମର ଭାରତ, ତେଣୁ ପ୍ରଜା ମଧ୍ୟ ମାଲିକ ହେଲେ ନା । ତୁମେ ମଧ୍ୟ କହିବ ଆମର ଭାରତ । ଆମେ ଭାରତର ମାଲିକ ଥିଲୁ । କିନ୍ତୁ ଏବେ ନର୍କବାସୀ ହୋଇଯାଇଛୁ । ଦେବତାମାନେ କହିବେ ଆମେ ସ୍ୱର୍ଗବାସୀ ଅଟୁ । ତୁମେ ମଧ୍ୟ ସ୍ୱର୍ଗବାସୀ ଥିଲ, ପୁଣି ୮୪ ଜନ୍ମ ଭୋଗ କରି ନର୍କବାସୀ ହୋଇଛ । ଏହି ଭାରତରେ ହିଁ ଶିବବାବା ଜନ୍ମ ନେଉଛନ୍ତି । ଶିବରାତ୍ରୀ ଏବଂ ଶିବ ଜୟନ୍ତୀର ଗାୟନ କରାଯାଇଥାଏ । ଶ୍ରୀକୃଷ୍ଣ ଜୟନ୍ତୀ ମଧ୍ୟ ପାଳନ କରିଥା’ନ୍ତି, ତାଙ୍କର ତ ଜନ୍ମବେଳା ମଧ୍ୟ ବତାଉଛନ୍ତି । ଅମୁକ ସମୟରେ ମାତାଙ୍କ ଗର୍ଭରୁ ଜନ୍ମ ହେଲେ । ସତ୍ୟଯୁଗରେ ତ ଜନ୍ମ ନିଶ୍ଚୟ ମାତାଙ୍କ ଗର୍ଭରୁ ନେଇଥିବେ । ଶ୍ରୀକୃଷ୍ଣ ଜୟନ୍ତୀ ହୋଇଥାଏ ସତ୍ୟଯୁଗ ନୂଆ ଦୁନିଆରେ, ପୁଣି ପୁନର୍ଜନ୍ମରେ ଆସିଥାନ୍ତି । ବାବା କେବଳ ଜଣଙ୍କ କଥା କହୁ ନାହାଁନ୍ତି କୃଷ୍ଣପୁରୀ ଅର୍ଥାତ୍ ବିଷ୍ଣୁପୁରୀ । ରାଜାମାନେ ଯେତେବେଳେ ତଳକୁ ଖସିଥାନ୍ତି ସାରା ବଂଶାବଳୀ ମଧ୍ୟ ତଳକୁ ଖସିଥାଏ । ସେଥିରେ ରାଜା-ରାଣୀ ପ୍ରଜା ସମସ୍ତେ ଆସିଯାଉଛନ୍ତି । ଯେତେବେଳେ ଚନ୍ଦ୍ରବଂଶୀଙ୍କର ରାଜ୍ୟ ହୋଇଥାଏ ସେତେବେଳେ ସୂର୍ଯ୍ୟବଂଶୀ ରାଜ୍ୟ ସମାପ୍ତ ହୋଇ ରାଜତ୍ୱ ଚନ୍ଦ୍ରବଂଶୀଙ୍କୁ ହସ୍ତାନ୍ତର ହୋଇଯାଇଥାଏ, ତାଙ୍କ ପରେ ବୈଶ୍ୟବଂଶୀମାନଙ୍କୁ ମିଳିଥାଏ ।

ଏବେ ତୁମେ ଜାଣୁଛ - ଆମେ ବ୍ରାହ୍ମଣ କୁଳ ଚୁଟୀ (ଶ୍ରେଷ୍ଠ) ଅଟୁ । ଚୁଟୀ ଉପରେ ଅଛନ୍ତି ବାବା । ଆମେ ପ୍ରଥମେ ବ୍ରାହ୍ମଣ ଥିଲୁ ପୁଣି ଶୂଦ୍ର ଅଥବା ପାଦ (କନିଷ୍ଠ) ହେଲୁ । ପୁଣି ପାଦରୁ ଏକଦମ୍ ଚୁଟୀ ହୋଇଯାଉଛୁ । ପ୍ରଥମେ ଶିବବାବା ପୁଣି ଅଛି ଚୁଟୀ । ବାବା ତୁମକୁ ବ୍ରାହ୍ମଣ କରାଇଛନ୍ତି । ଏବେ ତୁମେ ଶିବବାବାଙ୍କୁ ବାବା-ବାବା କହୁଛ । ଏହି ହିସାବରେ ନାତି-ନାତୁଣୀ ହୋଇଗଲ । ତୁମେ ଜାଣିଛ ଯେ ଆମେ ସମସ୍ତେ ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣ-ବ୍ରାହ୍ମଣୀ ଅଟୁ । ଜଣେ ପିତାଙ୍କର ଆମେ ସମସ୍ତେ ସନ୍ତାନ । ଭାଇ-ଭଉଣୀ କେବେ ବିକାରୀ କର୍ମ କରିପାରିବେ ନାହିଁ । କେତେ ଢେର ସନ୍ତାନ କହୁଛନ୍ତି ବାବା ... ତେବେ ସେମାନେ ସବୁ କ’ଣ ମିଛ କହୁଛନ୍ତି! ସମସ୍ତଙ୍କର ପିତା ତ ସେହି ନିରାକାର ଶିବ ଏବଂ ସାକାର ପ୍ରଜାପିତା ବ୍ରହ୍ମା ଅଟନ୍ତି, ବାସ୍ । ତେଣୁ ଜଣେ ପିତାଙ୍କର ସନ୍ତାନ ଭାଇ-ଭଉଣୀ ହୋଇଗଲ । ତୁମକୁ ନିଶ୍ଚୟ ପବିତ୍ର ହେବାକୁ ପଡ଼ିବ । ସ୍ତ୍ରୀ-ପୁରୁଷ କିପରି ପବିତ୍ର ହେବେ, ସେଥିପାଇଁ ଯୁକ୍ତି ଡ଼୍ରାମାରେ ନିର୍ଦ୍ଧାରିତ ହୋଇରହିଛି । ଏଠାରେ କେବଳ ବ୍ରହ୍ମାକୁମାର-କୁମାରୀମାନେ ଅଛନ୍ତି । କେହି ଶୂଦ୍ର କୁମାର-କୁମାରୀ ନାହାଁନ୍ତି । ସେମାନେ ହେଲେ ପତିତ, ଶୂଦ୍ର, ତୁଚ୍ଛ ବୁଦ୍ଧି କାହିଁକିନା ବାବାଙ୍କୁ ଜାଣିନାହାଁନ୍ତି । କହୁଛନ୍ତି ହେ ଈଶ୍ୱର ପିତା, ଆଚ୍ଛା, ତାଙ୍କର ବୃତ୍ତି ବିଷୟରେ ଜାଣିଛ? ତାଙ୍କର ନାମ, ରୂପ, ଦେଶ, କାଳ କୁହ । ତାଙ୍କର ଜୀବନ କାହାଣୀ କୁହ । ଯଦି ନ ଜାଣିଛ ତେବେ ତୁମେ ନାସ୍ତିକ ହେଲ । ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିନାହଁ । ଏହା ହେଉଛି ପତିତ ଦୁନିଆ । ସତ୍ୟଯୁଗକୁ ପବିତ୍ର ଦୁନିଆ, କଳିଯୁଗକୁ ପତିତ ଦୁନିଆ କୁହାଯାଉଛି । ଏହି ସମୟରେ ଦୁନିଆ ବିଲକୁଲ ତମୋପ୍ରଧାନ ଅଟେ, ଏହାକୁ ଘୋର ନର୍କ ବୋଲି କୁହାଯାଉଛି । ନର୍କର ମଧ୍ୟ କମ୍ ବେଶି ଅବସ୍ଥା ରହିଛି । ଦ୍ୱାପରଠାରୁ ଦୁନିଆ ନର୍କ ହେବା ଆରମ୍ଭ ହେଉଛି, ପୁଣି ଧୀରେ ଧୀରେ ବୃଦ୍ଧି ପାଉଛି । ଭକ୍ତି ମଧ୍ୟ ପ୍ରଥମେ ସତ୍ତ୍ୱପ୍ରଧାନ ଅବ୍ୟଭିଚାରୀ ଥିଲା ପୁଣି ସତ୍ତ୍ୱ-ରଜୋ-ତମୋ ହେଉଛି । ତୁମେ ଦେଖିଥିବ ଯେଉଁଠି ୩ଟି ରାସ୍ତା ମିଶିଯାଇଥାଏ ତାକୁ ଟିବାଟା (ତ୍ରିଛକି) କହିଥାନ୍ତି । ସେଠାରେ ତେଲ ଆଦି ଢାଳି, ମୁଣ୍ଡିଆ ମାରିଥାନ୍ତି । ତେବେ କେଉଁଠି ଶିବବାବାଙ୍କର ପୂଜା ଏବଂ କେଉଁଠି ଟିବାଟେ (ତ୍ରିଛକି)ର ପୂଜା । ଏହାକୁ ତମୋପ୍ରଧାନ ଭକ୍ତି କୁହାଯାଏ । ପାଣିକୁ ମଧ୍ୟ ପୂଜା କରୁଛନ୍ତି, ସେଥିପାଇଁ ପତିତ-ପାବନୀ ଗଙ୍ଗାର ବହୁତ ଗାୟନ କରୁଛନ୍ତି । ତେବେ ପତିତପାବନ କିଏ? ପାଣିର ଗଙ୍ଗା କିପରି ପତିତ-ପାବନୀ ହୋଇପାରିବ! ତାହା ତ ପାଣି ଅଟେ ନା । ପତିତପାବନ ତ ବାବା ଅଟନ୍ତି । ଶିବଜୟନ୍ତୀ ମଧ୍ୟ ଭାରତରେ ପାଳନ କରୁଛନ୍ତି । ତେଣୁ ନିଶ୍ଚୟ ଭାରତକୁ ହିଁ ଶିବବାବା ଆସୁଛନ୍ତି, ପତିତମାନଙ୍କୁ ପବିତ୍ର ଦେବତା କରାଇବା ପାଇଁ । ସେ ବ୍ରହ୍ମାଙ୍କ ଶରୀରରେ ଆସି ମନୁଷ୍ୟମାନଙ୍କୁ ଦେବତା କରାଉଛନ୍ତି । ଏଠାକୁ ତୁମେ ଆସୁଛ ପତିତରୁ ପବିତ୍ର ହେବା ପାଇଁ । ଯେପରି ତୁମର ଦୁଇଟି ହାତ ଅଛି, ସେହିପରି ତାଙ୍କର ମଧ୍ୟ ଦୁଇଟି ହାତ ରହିଛି । ୪-୮ ହାତ ଥିବା କୌଣସି ମନୁଷ୍ୟ ନାହାଁନ୍ତି । ସେମାନଙ୍କୁ ଏହି ଅଳଙ୍କାର ଦିଆଯାଇଛି । ଚତୁର୍ଭୁଜର ଚିତ୍ର ଦେଖାଇଛନ୍ତି - ପ୍ରବୃତ୍ତି ମାର୍ଗ ଦେଖାଇବା ପାଇଁ । ବିଷ୍ଣୁପୁରୀ, ଲକ୍ଷ୍ମୀ-ନାରାୟଣଙ୍କର ପୁରୀକୁ କୁହାଯାଏ । ବୈଷ୍ଣବ ଅକ୍ଷର ମଧ୍ୟ ବିଷ୍ଣୁରୁ ବାହାରିଛି । ଦେବତାମାନେ ବୈଷ୍ଣବ ଥିଲେ । ବଲ୍ଲଭାଚାରୀ ବୈଷ୍ଣବମାନେ ନିରାମିଷାଶୀ ହୋଇଥା’ନ୍ତି, ନିର୍ବିକାରୀ ହୋଇ ନ ଥାନ୍ତି । ତାଙ୍କର ବଡ଼-ବଡ଼ ମହଲ ରହିଥାଏ । ବୈଷ୍ଣବର ଅର୍ଥ ହିଁ ବୁଝୁନାହିଁନ୍ତି । ବିଷ୍ଣୁପୁରୀରେ ରହିଲାବାଲାଙ୍କୁ ବୈଷ୍ଣବ କୁହଯାଇଥାଏ । ବୈଷ୍ଣବ ପବିତ୍ରକୁ କୁହାଯାଏ । ରାଧା-କୃଷ୍ଣଙ୍କର ଅଲଗା ମନ୍ଦିର, ଲକ୍ଷ୍ମୀ-ନାରାୟଣଙ୍କ ଅଲଗା ମନ୍ଦିର କରି ଦେଇଛନ୍ତି । ଭାରତବାସୀ ଜାଣିନାହାଁନ୍ତି ଯେ ସେମାନଙ୍କ ମଧ୍ୟରେ କ’ଣ ଫରକ ଅଛି । ରାଧା-କୃଷ୍ଣ ହିଁ ଲକ୍ଷ୍ମୀ-ନାରାୟଣ ହେଉଛନ୍ତି, ଏକଥା କେହି ଜାଣିନାହାଁନ୍ତି । ଏହା ତାଙ୍କର ପିଲାଦିନର ରୂପ । ଲକ୍ଷ୍ମୀ-ନାରାୟଣ ବଡ଼ ହେବା ପରର ରୂପ । ଲକ୍ଷ୍ମୀ-ନାରାୟଣଙ୍କର ଛୋଟ ବେଳର କୌଣସି ଚିତ୍ର ନାହିଁ । ଲକ୍ଷ୍ମୀ-ନାରାୟଣଙ୍କୁ ସତ୍ୟଯୁଗକୁ, ରାଧା-କୃଷ୍ଣଙ୍କୁ ଦ୍ୱାପରକୁ ନେଇଯାଇଛନ୍ତି । ଏବେ ତୁମେ ରଚୟିତା ବାବା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିଗଲଣି । ବାବା ବୃକ୍ଷର ରହସ୍ୟ ମଧ୍ୟ ବତାଉଛନ୍ତି । ଡ଼୍ରାମାର ରହସ୍ୟ ବି ବୁଝାଉଛନ୍ତି । ବୃକ୍ଷର ଚିତ୍ରକୁ ଦେଖିବା ଦ୍ୱାରା ବୁଝିଯିବେ ଯେ ଶଙ୍କରାଚାର୍ଯ୍ୟ ତ କଳିଯୁଗରେ ଆସୁଛନ୍ତି । ସନ୍ନ୍ୟାସୀମାନଙ୍କର ବଂଶାବଳୀ ସତ୍ୟଯୁଗରେ ତ ହୋଇପାରିବ ନାହିଁ । ସମସ୍ତେ ଭଗବାନଙ୍କର ସନ୍ତାନ ଅଟନ୍ତି, ତେଣୁ ସ୍ୱର୍ଗବାସୀ ହେବାକଥା । କିନ୍ତୁ ସମସ୍ତେ ତ ସ୍ୱର୍ଗବାସୀ ହେଉନାହାଁନ୍ତି, କେବଳ ଦେବତାମାନେ ହିଁ ହେଉଛନ୍ତି । ଏବେ ତୁମେ ବ୍ରାହ୍ମଣ ବଂଶୀ ହୋଇଛ ପୁଣି ଦେବତା ହେବ । ସେଥିପାଇଁ ପବିତ୍ର ନିଶ୍ଚିତ ହେବାକୁ ପଡ଼ିବ ।

ତୁମେ ଜାଣିଛ ଏଠାରେ ଛୋଟ-ବଡ଼ ସମସ୍ତେ ବ୍ରହ୍ମାକୁମାର-କୁମାରୀ ଅଟନ୍ତି । ଉଭୟ କହୁଛନ୍ତି - ବାବା ଆମେ ଆପଣଙ୍କର ସନ୍ତାନ, ବ୍ରାହ୍ମଣ ଅଟୁ । ଇଏ ହେଲେ ବାପଦାଦା - ଆଦି ଦେବ ବ୍ରହ୍ମା ଏବଂ ଶିବବାବା । ତୁମେ ଜାଣିଛ ଯେ ଆମେ ବ୍ରହ୍ମାବାବା ଏବଂ ଶିବବାବାଙ୍କ ସମ୍ମୁଖରେ ବସିଛୁ । ବାବା କହୁଛନ୍ତି - ମୋତେ ମନେ ପକାଅ ତେବେ ତୁମେ ପତିତରୁ ପବିତ୍ର ହୋଇଯିବ । ଆମେ ଶିବ ବାବାଙ୍କଠାରୁ ସମ୍ପତ୍ତି ନେଉଛୁ । ଶିବବାବା ଆମର ପିତା ଅଟନ୍ତି, ପତିତପାବନ ଅଟନ୍ତି, ଗୁରୁ ମଧ୍ୟ ଅଟନ୍ତି । ବର୍ତ୍ତମାନ ହେଲା ସଙ୍ଗମଯୁଗ, ପତିତରୁ ପବିତ୍ର ହେବାର ମେଳା । ପତିତ-ପାବନଙ୍କ ଦ୍ୱାରା ହିଁ ପବିତ୍ର ହେଉଛନ୍ତି । ସଙ୍ଗମରେ ନଦୀମାନଙ୍କର ଏବଂ ସାଗରର ମେଳା ହୋଇଥାଏ । ନଦୀମାନଙ୍କର ମେଳା ତ ହୋଇ ନ ଥାଏ । ଏବେ ଜ୍ଞାନସାଗର ଏବଂ ଆତ୍ମାମାନଙ୍କର(ପିଲାମାନଙ୍କର) ମେଳା ଲାଗୁଛି । ତୁମେ ଜ୍ଞାନସାଗରଙ୍କ ପାଖକୁ ଆସିଛ । ତୁମେ ଜ୍ଞାନ ଗଙ୍ଗାମାନେ ଜ୍ଞାନ ସାଗରଙ୍କ ଠାରୁ ବାହାରିଛ । ତୁମେ ସମସ୍ତଙ୍କୁ ଜ୍ଞାନ ସ୍ନାନ କରାଇ ପବିତ୍ର କରୁଛ, ଯୋଗ ମଧ୍ୟ ଶିଖାଉଛ । ସାଗରର ପରିଚୟ ଦେଇ ତୁମେ ସମସ୍ତଙ୍କୁ ଏହି ମେଳାକୁ ନେଇ ଆସିଛ । ଏହି ସମୟରେ ତୁମେ ଯେବେକି ବ୍ରାହ୍ମଣ ହୋଇଛ, ତେବେ ତୁମର ୩ ଜଣ ପିତା ହୋଇଗଲେ । ଲୌକିକ ପିତା ମଧ୍ୟ ଅଛନ୍ତି, ପ୍ରଜାପିତା ମଧ୍ୟ ଅଛନ୍ତି, ପୁଣି ଶିବବାବା ମଧ୍ୟ ଅଛନ୍ତି । ଭକ୍ତିମାର୍ଗରେ ଦୁଇଜଣ ପିତା ରହିଥା’ନ୍ତି । ସତ୍ୟଯୁଗରେ ଜଣେ ପିତା ରହିବେ । ଏହା ବୁଝିବାର କଥା । ଏବେ ତୁମର ଆତ୍ମା କହୁଛି ଯେ ମୋର ତ ଏକମାତ୍ର ଶିବବାବା ଦ୍ୱିତୀୟ କେହି ନୁହେଁ । ମିତ୍ର-ସମ୍ବନ୍ଧୀ ଆଦି ଥାଇ ମଧ୍ୟ କହୁଛନ୍ତି ମୋର ତ ଏକମାତ୍ର ଶିବବାବା ଅଛନ୍ତି । ତାଙ୍କ ସ୍ମୃ୍‌ତି ଦ୍ୱାରା ହିଁ ପତିତ ରୁ ପାବନ ହେବାକୁ ପଡ଼ିବ । ଆତ୍ମା ଜାଣିଛି ଯେ ସେ ଆମର ପିତା ଅଟନ୍ତି, ଶିକ୍ଷକ, ସତଗୁରୁ ମଧ୍ୟ ଅଟନ୍ତି । ଆମ ଆତ୍ମାକୁ ବାବା ନେବାକୁ ଆସିଛନ୍ତି । ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ପବିତ୍ର କରାଉଛନ୍ତି । ତୁମକୁ ନେଇଯିବା ପାଇଁ ବାବା ଆସିଛନ୍ତି । ତୁମ ସମସ୍ତଙ୍କୁ ମୃତ୍ୟୁ ଦେବାକୁ ବାବା ଆସିଛନ୍ତି । ନର୍କବାସୀରୁ ସ୍ୱର୍ଗବାସୀ ହେବା ପାଇଁ ନିଶ୍ଚୟ ମରିବାକୁ ପଡ଼ିବ ନା । ତୁମର ଏହି ଦେହକୁ ବିନାଶ କରାଇ ବାକି ଆତ୍ମାମାନଙ୍କୁ ନେଇଯିବି । ବାବା କହୁଛନ୍ତି ମୁଁ ତୁମକୁ ଜୀବଦାନ ଦେଉଛି । ଏହା ମହାଭାରତ ଲଢେଇ ଅଟେ ନା । ତେଣୁ ସମସ୍ତଙ୍କର ବିନାଶ ହେବ । ନଚେତ୍ କିପରି ନେବି । ମୁଁ ଆତ୍ମାମାନଙ୍କୁ ପବିତ୍ର କରାଇ ଘରକୁ ନେଇଯାଉଛି । ତାହା ତ ଶାନ୍ତିଧାମ ଅଟେ । ସତ୍ୟଯୁଗ ଆସିବା ପୂର୍ବରୁ କଳିଯୁଗର ନିଶ୍ଚିତ ବିନାଶ ହେବ, ସେଥିପାଇଁ ଏହି ମହାଭାରତ ଲଢେଇର ଗାୟନ ରହିଛି । ଏହି ସଙ୍ଗମଯୁଗରେ ହିଁ ଲଢେଇ ଲାଗୁଛି, ଯେବେ କି ତୁମେ ମନୁଷ୍ୟରୁ ଦେବତା ହେଉଛ । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଜ୍ଞାନ ସାଗରରେ ଜ୍ଞାନ ସ୍ନାନ କରି ନିଜକୁ ପବିତ୍ର କରିବାକୁ ହେବ । ମିତ୍ର-ସମ୍ବନ୍ଧୀମାନଙ୍କ ସାଥିରେ ରହି ମଧ୍ୟ ବୁଦ୍ଧିରେ ରହୁ ଯେ ମୋର ତ ଏକମାତ୍ର ଶିବବାବା ଦ୍ୱିତୀୟ କେହି ନୁହେଁ ।

(୨) ବିଷ୍ଣୁପୁରୀକୁ ଯିବା ପାଇଁ ପକ୍କା ବୈଷ୍ଣବ ଅର୍ଥାତ୍ ପବିତ୍ର ହେବାକୁ ପଡ଼ିବ । ବଞ୍ଚି ଥାଉ-ଥାଉ ନର୍କରୁ ମରିଯାଇ ବୁଦ୍ଧିଯୋଗ ସ୍ୱର୍ଗ ସହିତ ଲଗାଇବାକୁ ହେବ ।

ବରଦାନ:-
ଏକ ଲଗନ ଏକ ଭରସା ଏବଂ ଏକରସ ଅବସ୍ଥା ଦ୍ୱାରା ସର୍ବଦା ନିର୍ବିଘ୍ନ ରହୁଥିବା ନିବାରଣ ସ୍ୱରୂପ ଭବ ।

ସର୍ବଦା ଏକମାତ୍ର ବାବାଙ୍କର ଲଗନରେ ଏବଂ ବାବାଙ୍କର କର୍ତ୍ତବ୍ୟର ଲଗନରେ ଏଭଳି ମଗନ ହୋଇ ରୁହ ଅର୍ଥାତ୍ ବୁଡି ରୁହ ଯାହାକି ସଂସାରରେ ଅନ୍ୟ କୌଣସି ବସ୍ତୁ ବା ବ୍ୟକ୍ତି ଅଛନ୍ତି ବୋଲି ଅନୁଭବ ନ ହେଉ । ଏହିଭଳି ଏକ ଲଗନରେ, ଏକ ଭରସାରେ ଏବଂ ଏକରସ ଅବସ୍ଥାରେ ରହୁଥିବା ପିଲାମାନେ ସର୍ବଦା ନିର୍ବିଘ୍ନ ସ୍ଥିତିରେ ରହି ଚଢିବାର କଳାର ଅନୁଭବ କରିଥାଆନ୍ତି । ସେମାନେ କାରଣକୁ ପରିବର୍ତ୍ତନ କରି ନିବାରଣ ସ୍ୱରୂପ କରିଦିଅନ୍ତି । କାରଣକୁ ଦେଖି ଦୁର୍ବଳ ହୁଅନ୍ତି ନାହିଁ, ନିବାରଣ ସ୍ୱରୂପ ହୋଇଯାଆନ୍ତି ।

ସ୍ଲୋଗାନ:-
ପ୍ରସଂଶାର ଆଧାରରେ ପ୍ରସନ୍ନତା ଅଳ୍ପକାଳ ପର୍ଯ୍ୟନ୍ତ ରହିଥାଏ ।

ଅବ୍ୟକ୍ତ ଈଶାରା:- ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।

ଜ୍ୱାଳା ସ୍ୱରୂପ ସ୍ଥିତିର ଅନୁଭବ କରିବା ପାଇଁ ନିରନ୍ତର ଯୋଗର “ଜ୍ୱାଳା ପ୍ରଜ୍ୱଳିତ ରହିବା ଦରକାର” । ଏହାର ସହଜ ବିଧି ହେଲା - ସର୍ବଦା ନିଜକୁ ‘ସାରଥୀ” ଏବଂ ‘ସାକ୍ଷୀ’ ମନେକରି ଚାଲ । ଆତ୍ମା ଏହି ରଥର ସାରଥୀ ଅଟେ - ଏହି ସ୍ମୃତି ସ୍ୱତଃ ହିଁ ଏହି ରଥ ଅର୍ଥାତ୍ ଦେହଠାରୁ ବା ଯେ କୌଣସି ପ୍ରକାରର ଦେହଭାନଠାରୁ ଅଲଗା କରିଦେଇଥାଏ । ନିଜକୁ ସାରଥୀ ମନେ କରିବା ଦ୍ୱାରା ସମସ୍ତ କର୍ମେନ୍ଦ୍ରିୟଗୁଡିକ ନିଜର ଆୟତ୍ତରେ ରହିଥାଏ । ମନ-ବୁଦ୍ଧି-ସଂସ୍କାର ଭଳି ସୂକ୍ଷ୍ମ ଶକ୍ତିଗୁଡିକ ମଧ୍ୟ ଶୃଙ୍ଖଳିତ ଭାବରେ ଚାଲିଥାଆନ୍ତି ।